Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାରେ ଚାରିଦିନ ବ୍ୟାପି ୧୮ରୁ୪୪ ବୟସ ବର୍ଗଙ୍କୁ ସ୍ୱତନ୍ତ୍ର ଟିକାକରଣ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୧୮ରୁ୪୪ ବୟସ ବର୍ଗଙ୍କୁ ସ୍ୱତନ୍ତ୍ର ଟିକାକରଣ ଗତ ୨୬/୫/୨୦୨୧ରୁ ୨୯/୫/୨୦୨୧ ଚାରିଦିନ ବ୍ୟାପି ଟିକାକରଣ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ପୌରପାଳିକା ଅଞ୍ଚଳରେ ମୋଟ ୮ ଟି କେନ୍ଦ୍ରରେ ନିର୍ଦ୍ଧାରିତ ସ୍ଲଟ୍ ଅନୁସାରେ ବୁକିଂ କରିଥିବା ଯୁବବର୍ଗଙ୍କୁ ଟିକା ପ୍ରଦାନ କରାଯାଇଥିଲା।

ଭବାନୀପାଟଣା ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ୧୦୪୮ଜଣ, ଓୟୁଏଟି କୃଷିମହାବିଦ୍ୟାଳୟ କେନ୍ଦ୍ରରେ ୧୬୯୦, ପୁଲିସ୍ ଡାକ୍ତରଖାନାରେ ୫୧୦ଜଣ, ସରକାରୀ ଆଇଟିଆଇ କେନ୍ଦ୍ରରେ ୨୦୭୬ଜଣ, କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରରେ ୩୯୬୫ଜଣ, ପ୍ରଗତୀ କଲେଜ କେନ୍ଦ୍ରରେ ୩୭୭୦ଜଣ, ବିମଳା କନଭେଣ୍ଟ ସ୍କୁଲରେ ୪୬୨୫ଜଣ, ନକଟିଗୁଡ଼ାସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦ୍ରରେ ୨୨୬୬ଜଣ ଓ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୫୬ ଜଣଙ୍କୁ ମିଶାଇ ମୋଟ ୨୦୯୦୬ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା।

ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସ୍ୱାସ୍ଥ୍ୟବିଭାଗ, ପ୍ରଶାସନ, ପୌରପରିଷଦ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇମୋଟ ୯୫ ଜଣ ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ସଫଳତା ସହ ଦାୟିତ୍ୱ ତୁଲାଇଥିଲେ।

ଓଡିଶାସରକାରଙ୍କ ୧୮ବର୍ଷରୁ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ଅଭିଯାନରେ ପର୍ଯ୍ୟାୟ କ୍ରମେ କୋଭିଡ ଟୀକା ଉପଲବ୍ଧ ହେଲେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଏହିବର୍ଗର ଟିକାକରଣ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତୃତୀୟ ଲହର ପୂର୍ବରୁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ଓ ଟିକାକରଣକୁ ତ୍ୱରାନ୍ୱିତକ କରାଗଲେ କରୋନା ସଂକ୍ରମଣକୁ ସମୁହେ ରୋକି ହେବ ବୋଲି ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦ ଆଶା ପ୍ରକଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ: କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସତ ହେଉଥିଲେ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଯାଇଛି। କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଜୟଶ୍ରୀ ଚିକିତ୍ସିତ ହେଉଥିଲେ। କୋଭିଡ ପରବର୍ତ୍ତୀ ଜଟିଳତା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୬୮ ବର୍ଷ ବୟସରେ ବିଜୟଶ୍ରୀଙ୍କ ପରଲୋକ ଘଟିଛି।

ବିଜୟଶ୍ରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ। ସେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ଥିଲେ। ହେଲେ ସେ 2019 ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନ ଥିଲେ। ବିଜୟଶ୍ରୀ ନବୀନ ସରକାରରେ ଏକାଧିକ ମନ୍ତ୍ରୀ ପଦବୀରେ ରହି କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ନିକଟରେ ସଡକ ଦୁର୍ଘଟଣା: ଦୁର୍ଘଟଣାଗ୍ରସ୍ତ କାରରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ଅଭିଯୋଗ

ନୟାଗଡ/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକର ପଛ ପଟୁ ପିଟି ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର ଭିତରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଚୋରି ହୋଇଥିବା ଚାଳକଜଣଙ୍କ ଅଭିଯୋଗ କରିଛନ୍ତି।

ସୂଚନା ନୁଯାୟୀ, ବିଶାଖାପାଟଣାମରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ କାର (ଏପି ୩୯ ଏଫଏନ ୫୦୦୪) ଟି ଶନିମନ୍ଦିର ଓଭରବ୍ରିଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଭରବ୍ରିଜ ନିକଟରେ ଥିବା ହମ୍ପସରେ ଗୋଟିଏ ଟ୍ରକ ହଠାତ ବ୍ରେକ ମାରିବା ଦ୍ଵାରା ପଛରେ ଥିବା କାରଟି ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟଲୋକେ କାର ଚାଲାକଙ୍କୁ ଉଦ୍ଧାର କରିଥିଲେ। କାର ଚାଳକଙ୍କୁ ଚିକିତ୍ସା ପାଇଁ ସେମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି। ଏପଟେ କାର ଚାଳକ ସୁସ୍ଥ ଥିବା ବେଳେ ତାଙ୍କ କାର ଭିତରୁ ୨ ଲକ୍ଷ ୪୦ ହଜାର ଟଙ୍କା ଚୋରୀ ହୋଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶୁଦ୍ଧ ଅମ୍ଲଜାନ ପାଇବା ପାଇଁ କରନ୍ତୁ ଏହି ସରଳ ଉପାୟ, ରୋଗ ପ୍ରତିରୋଧ ଶକ୍ତି ହେବ ବୃଦ୍ଧି

ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ଅମ୍ଳଜାନ ସଙ୍କଟ ପରିଲକ୍ଷିତ ହେଉଛି। କୋଭିଡ ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ଏକ ଆବଶ୍ୟକ ପଥି ହୋଇଯାଇଛି। କାରଣ କରୋନା ଭୂତାଣୁ ମଣିଶ ଶରୀର ଭିତରେ ପ୍ରବେଶ କରି ସେ ଅମ୍ଲଜାନ ସ୍ତରକୁ ହ୍ରାସ କରିଦିଏ। ସାଧାରଣତଃ  ମଣିଷ ଶରୀରରେ ଆମ୍ଳଜାନ ସ୍ତର 75 ରୁ ଉର୍ଦ୍ଧ ମିଲିମିଟର ଭିତରେ ରହିଥାଏ। ହେଲେ 70 ତଳକୁ ଖସିଲେ ସତର୍କ ହୋଇ ଡାକ୍ତରଙ୍କ ପରାମର୍ଶର ଆବଶ୍ୟତା ହୋଇଥାଏ।

ସାଧାରଣତଃ ମଣିଷମାନଙ୍କର ଦୈନିକ 12 ହଜାର ଲିଟର ଅମ୍ଲଜାନର ଆବଶ୍ୟକତା ପଡିଥାଏ। ପ୍ରତି ମିନିଟରେ 7 ରୁ  8 ହଜାର ଲିଟର ଅମ୍ଳଜାନର ଆବଶ୍ୟକ ପଡେ। କାରଣ ଏହି ଅମ୍ଲଜାନ ଦେହରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆମ ପାଇଁ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି।

ତେବେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଭିତରେ ଶୁଦ୍ଧ ଅମ୍ଲଜାନ ସବୁ ସ୍ଥାନରେ ମିଳିପାରେ ନାହିଁ। ବିଶେଷ କରି ଦିଲ୍ଲୀ ପରି ସହରରେ ଶୁଦ୍ଧ ଅମ୍ଳଜାନ ବିରଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ଶୁଦ୍ଧ ଅମ୍ଲଜାନ ହାସଲ କରିବା ପାଇଁ ଘରେ ଏହି ସରଳ ଉପାୟ କରିପାରନ୍ତି ଯାହା ପୂର୍ବରୁ ପ୍ରମାଣିତ ହୋଇ ଆସିଛି।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ତୁଳସୀ ଏବଂ ବର ଗଛ ଶୁଦ୍ଧ ଅମ୍ଲଜାନ ପ୍ରଦାନ କରାଥାନ୍ତି। ସବୁ ଗଛ ଅମ୍ଳଜାନ ପ୍ରଦାନ କରୁଥିଲେ ମଧ୍ୟ ଏହି ଦୁଇଟି ଗଛ ବେଶ ଉପାଦେୟ। ସେଥିପାଇଁ ପୂର୍ବ ପୁରୁଷରୁ ଲୋକମାନେ ହାଲିଆ ହୋଇପଡିଲେ ବରଗଛ ମୂଳେ ବସିବାର ନିୟମ ରହିଛି। ସମସ୍ତେ ଭାବନ୍ତି ଯେ ଝଙ୍କାଳିଆ ବରଗଛ ଛାଇ ପ୍ରଦାନ କରୁଥିବାରୁ ଅତିଥିମାନେ ସେଠାରେ ଆଶ୍ରୟ ନିଅନ୍ତି। ତାହା ତ ସତକଥା ହେଲେ ସବୁଠାରୁ ବଡ କଥା ହେଲା ଯେ ସେଠାରେ ଶୁଦ୍ଧ ଅମ୍ଳଜାନ ମିଳିଥାଏ। ଫଳରେ ବାହାରୁ ହାଲିଆ ହୋଇ ଆସିଲେ ମଧ୍ୟ ବରଗଛ ମୂଳ ଶିଘ୍ର ଆରାମ ମିଳିଥାଏ।

ସେହିପରି ଶୁଦ୍ଧ ଅମ୍ଲଜାନ ମିଳିବାର ଅନ୍ୟ ଗଛଟି ହେଉଛି ତୁଳସୀ। ଏହି ଗଛ ଧାର୍ମିକ ଦୃଷ୍ଟିରୁ ଯେପରି ମହତପୂର୍ଣ୍ଣ, ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବ ରହିଛି। ପୂର୍ବରୁ ମୁନିଋଷିମାନେ ସେମାନଙ୍କର ଆଶ୍ରମରେ ପର୍ଯ୍ୟାପ୍ତ ପରିମାଣର ତୁଳସୀ ଗଛ ରୋପଣ କରୁଥିଲେ। ଏହାର କାରଣ ପୂଜା ପାଇଁ ତୁଳସୀର ଆବଶ୍ୟକତା ସହିତ ଶୁଦ୍ଧ ଅମ୍ଳଜାନ ମଧ୍ୟ ପ୍ରାପ୍ତ ହେଉଥିଲା।

ଯଦି ଆପଣଙ୍କ ବାରିରେ କିମ୍ବା ଛାତରେ ତୁଳସୀ ଗଛ ଅଛି ତେବେ ତା ମୂଳରେ ଆପଣ ଅତିକମରେ 15 ମିନଟ ପର୍ଯନ୍ତ ବସନ୍ତୁ। ଯଦି ସମ୍ଭବ ତେବେ ଆପଣ ତୁଳସୀ ଗଛ ପାଖରେ ଧ୍ୟାନ ମଧ୍ୟ କରିପାରିବେ। ଏପରିକି ଅନୁଲୋମ ଏବଂ ବିଲୋମ ପ୍ରାଣାୟମ କରିବା ବେଶ ଭଲ।

ଯଦି ତୁଳସୀ ଗଛଟି ଉଚ୍ଚା ସ୍ଥାନରେ ଅଛି ତେବେ ଆପଣ ଛିଡା ହୋଇ ଗଛ ସମାସ୍କନ୍ଧରେ 15 ମିନଟ ପର୍ଯ୍ୟନ୍ତ ଅମ୍ଳଜାନ ଗ୍ରହଣ କରିପାରିବେ। ଏହାଦ୍ବାରା ଶରୀର ଭିତରକୁ ଶୁଦ୍ଧ ଅମ୍ଲଜାନ ଯିବା ସହିତ ରୋଗପ୍ରତିରୋଧ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତକୁ ଫାଇଜର ଏବଂ ମଡାର୍ଣ୍ଣ ଟୀକା ଆଣିବା ପାଇଁ ବଡ ପଦକ୍ଷେପ: ହେବ ନାହିଁ ବ୍ରିଜିଙ୍ଗ ଟ୍ରାଏଲ

ନୂଆଦିଲ୍ଲୀ: ଭାରତକୁ ଫାଇଜର ଏବଂ ମଡାର୍ଣ୍ଣ ଭଳି ବିଦେଶୀ ଟୀକା ଶୀଘ୍ର ଆଣିବା ପାଇଁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଟୀକାର ଭାରତରେ ଅଲଗା ଟ୍ରାଏଲ ସର୍ତ୍ତକୁ ଡିସିଜିଆଇ ଉଠାଇଦେଇଛି। ଅନ୍ୟ ଦେଶରେ ଦିଆଯାଉଥିବା ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି, ସେହି ଟୀକା ପାଇଁ ଭାରତରେ ବ୍ରିଜିଙ୍ଗ ଟ୍ରାଏଲ କରିବା ଆବଶ୍ୟକ ନାହିଁ।

ଭାରତକୁ ଏହି ଦୁଇ କମ୍ପାନୀ ଟୀକା ଦେବା ପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ଦୁଇ କମ୍ପାନୀ କ୍ଷତିପୂରଣ ଏବଂ ସ୍ଥାନୀୟ ଟ୍ରାଏଲରୁ ମୁକ୍ତ କରିବା ପାଇଁ ଭାରତକୁ କହିଥିଲେ। ଅତ୍ୟଧିକ ଖରାପ ପ୍ରଭାବ ପାଇଁ କ୍ଷତିପୂରଣ ସହାୟତା କିମ୍ବା କମ୍ପାନୀର ଦାୟିତ୍ଵ ଉପରେ ଭାରତ ସରକାର କୌଣସି ନିଷ୍ପତ୍ତି ନେଇନାହିଁ। କିନ୍ତୁ ସ୍ଥାନୀୟ ଟ୍ରାଏଲ ନକରିବା ପାଇଁ ଭାରତ ସରକାର ରାଜି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରଲ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରିବା ମହଙ୍ଗା ପଡିଛି। ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି।  ଏ ନେଇ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତ ମଇ ୨୯ ତାରିଖରେ ଟାଙ୍ଗୀ ଥାନାରେ ପୀଡିତାଙ୍କ ମା’ ତାଙ୍କ ଝିଅର ଅଶ୍ଳୀଳ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଲିଖିତ ଅଭିଯୋଗ କରିଥିଲେ। ଟାଙ୍ଗୀ ପୋଲିସ ସଙ୍ଗେସଙ୍ଗେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ ଧାରା ୬୬(ସି), ୬୬(ଇ), ୬୭ ରେ ୧୬୮/୨୧ ରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ଖୋର୍ଦ୍ଧା ଏସପି ଗୁରୁତର ସହକାରେ ନେଇ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଥିଲା।

ତେବେ ଗତକାଲି ପୋଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳର ଶକ୍ତି ପ୍ରସାଦ ପାତ୍ର ଏବଂ ସହଯୋଗୀ ଯୁବକ ହେଲେ କାହ୍ନା ସ୍ୱାଇଁ। ଉଭୟଙ୍କୁ ଆଜି ଟାଙ୍ଗୀ ପୋଲିସ କୋର୍ଟ ଚାଲାଣ କରିଛି। ତତସହିତ ଉକ୍ତ କେସରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସନ୍ଧାନ ଜାରିରହିଛି ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୭ ଜଣଙ୍କର ଗଲା ଜୀବନ: ଆହତଙ୍କୁ ହସ୍ପିଟାଲରେ କରାଗଲା ଭର୍ତ୍ତି

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୭ ଜଣ ଲୋକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଣ୍ଡା ଜିଲ୍ଲାରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଯେ, ଦୁଇଟି ଘର ଧରାଶାୟୀ ହୋଇପଡିଥିଲା। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହାତ ହୋଇଛନ୍ତି। ଆହାତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଆଉ ଜଣେ ବ୍ୟକ୍ତି ଭଙ୍ଗା ଘର ଭିତରେ ଫାଶୀ ରହିଥିବା ଜଣା ପଡିଛି। ନୁରୁଲ ହାସନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିସ୍ଫୋରଣ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଯୋଗୀ ସରକାରର କାର୍ଯ୍ୟକୁ ସମୀକ୍ଷା କରି ଦିଲ୍ଲୀ ଫେରିଲେ ଶୀର୍ଷ ନେତା: ଏଭଳି ରଖିଲେ ଫିଡବ୍ୟାକ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ସରକାରର କାର୍ଯ୍ୟକୁ ସମୀକ୍ଷା କରି ଶୀର୍ଷ ନେତାମାନେ ଦିଲ୍ଲୀ ଫେରିଛନ୍ତି। ସମୀକ୍ଷା ପରେ ଯୋଗୀ ସରକାରର କାର୍ଯ୍ୟକୁ ଦଳର ଏହି ଶୀର୍ଷ ନେତାମାନେ ସନ୍ତୋଷବ୍ୟକ୍ତ କରିଛନ୍ତି।

ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ବିଏଲ ସନ୍ତୋଷ କହିଛନ୍ତି ଯେ, ରାଜ୍ୟରେ କରୋନାର ଦ୍ଵିତୀୟ ଲହରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଲ ଭାବେ କାବୁ କରିଛନ୍ତି। ପାଞ୍ଚ ସପ୍ତାହ ଭିତରେ ଦୈନିକ ସଂକ୍ରମଣ ମାମଲାକୁ ୯୩ ପ୍ରତିଶତ ହାରରେ କମ କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ୨୦ କୋଟି ଜନସଂଖ୍ୟା ବିଶିଷ୍ଠ ରାଜ୍ୟରେ କରୋନା ସଂକ୍ରମଣକୁ ଭଲ ଭାବେ ଯୋଗୀ ଆଦିତ୍ୟନାଥ କାବୁ କରିଛନ୍ତି। ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀ ମାତ୍ର ୧.୫ କୋଟି ଜନସଂଖ୍ୟା ବିଶିଷ୍ଠ ସହରକୁ କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଛନ୍ତି, ହେଲେ ଯୋଗୀ ସରକାର କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗେଲ୍ ଇଣ୍ଡିଆ କଂପାନୀ ପାଇପ୍ ଲାଇନ୍ ବିଛାକୁ ନେଇ ଆମ୍ବଝରି ଗ୍ରାମରେ ଉତ୍ତେଜନା: ୨ ପ୍ଲାଟୁନ୍ ଫୋର୍ସ ମୃତୟନ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ପଂଚାୟତର ଆମ୍ବଝରି ଗ୍ରାମରେ ଚାଷ ଜମିରେ ଗେଲ୍ ଇଣ୍ଡିଆ ନାମକ ଏକ ଗ୍ୟାସ୍ କଂପାନୀ ପାଇପ୍ ବିଛାକୁ ନେଇ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି କାମକୁ ବିରୋଧ କରିଥିବା ଜଣା ପଡିଛି।

ପ୍ରକାଶ ଯେ, ଆମ୍ବଝରି ଗ୍ରାମରେ ପାଇପ୍ ବିଛାଇବା ପାଇଁ ଗତ ୪/୯/୨୦୧୮ ରେ ଏକ ସର୍ଭେକାମ କଂପାନୀ କରିଥିଲା। ଗ୍ରାମବାସୀ ଏ ସଂପର୍କରେ ଜାଣିପାରି ନ ଥିଲେ। ଚାଷ ଜମିରେ ପାଇପ୍ ବିଛା ହେବା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଗତ ୨୨/୧୦/୨୦୧୮ ରେ କଂପାନୀ ମୁଖ୍ୟ, ପ୍ରଧାନମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ, ନାକଟିଦେଉଳ ତହସିଲ୍‌ଦାର, ବିଧାୟକ, ମାନବାଧିକାର କମିଶନ୍ ଆଦିକୁ ଲିଖିତା କାରରେ ଜଣାଇଥିଲେ।

ହେଲେ ଗେଲ୍ ଇଣ୍ଡିଆ କଂପାନୀ ଚାଷୀମାନଙ୍କୁ କିଛି ବି ନୋଟିସ୍ ନ ଦେଇ ବିନା ଅନୁମତିରେ ପାଇପ୍ ଲାଇନ୍ ବିଛାଇବା ଜାଣିବା ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ କଂପାନୀ କାମକୁ ଘୋର ବିରୋଧ କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ଆମ୍ବଝରି ଗ୍ରାମରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୃତୟନ କରିଥିଲା ପ୍ରଶାସନ।

ଘଟଣା ସ୍ଥଳରେ ଅତିରିକ୍ତ ଏସ୍ ପି ଉଗ୍ରେସନ୍ ପ୍ରଧାନ, ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକ, ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର, ଡିଏ୍ ପି ଜ୍ୟୋସ୍ନାମୟୀ ପ୍ରଧାନ, ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, କିସିଣ୍ଡା ଥାନାଧିକାରୀ ପଦ୍ମାସନୀ ମେହେର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ଅପରାହ୍ନ ପାଖାପାଖି ୧ଟା ରେ ଗ୍ରାମବାସୀ, ପ୍ରଶାସନୀକ ଅଧିକାରୀ, ପୋଲିସ୍ ଅଧିକାରୀ ମାନଙ୍କ ମଧ୍ୟରେ ଏକ ବୈଠକ କରାଯାଇ ଥିଲା। ପାଖାପାଖି ୬ ଘଂଟାର ଆଲୋଚନା ପରେ ଚାଷୀମାନଙ୍କୁ ଗେଲ୍ ଇଣ୍ଡିଆ କଂପାନୀ ଆବଶ୍ୟକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ୱାର୍ଡ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ଏବେ ୪୧ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହେଉଥିବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ୱାର୍ଡ ବ୍ୟାବସ୍ଥା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ସ୍ଵତନ୍ତ୍ର ୱାର୍ଡ ପାଇଁ ନିର୍ଦ୍ଦେଶ ହୋଇଛି। କୋଭିଡ ଆକ୍ରାନ୍ତ ଏବଂ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ଅଲଗା ଅଲଗା ୱାର୍ଡର ବ୍ୟବସ୍ଥା କରାଯାଉଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୩୨ ହାଜର ୭୮୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୯ ହଜାର ୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୭ ଲକ୍ଷ ୯୩ ହଜାର ୬୪୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୮୩୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ, କଟକ, କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୪ ଜଣ, ବୌଦ୍ଧ ଏବଂ ରାୟଗଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଦେବଗଡ, ସମ୍ବଲପୁର, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, ଯାଜପୁର ଓ  ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୯୨ ହଜାର ୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୭ ହଜାର ୨୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୩୧ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗୋମାଫିଆଙ୍କ ବାଣପୁର ଲିଙ୍କ୍: ୬ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବାବେଳେ ଜନସାଧାରଣ ଘରେ ରହୁଛନ୍ତି। ଏହାର ସୁଯୋଗ ନେଇ ଗୋ ମାଫିଆ ମାନେ ସକ୍ରିୟ ହୋଇଉଠିଛନ୍ତି। ଦିନ ହେଉ ବା ରାତି ବେଧଡକ ବେଆଇନ ଗୋରୁ ଚାଲାଣ କରିବାକୁ ମାଫିଆମାନେ ପଛାଉନାହାନ୍ତି।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ଟାଙ୍ଗୀ ଅଞ୍ଚଳ ଗୋମାଫିଆଙ୍କ ହିଟ ଲିଷ୍ଟରେ ରହିଆସୁଥିବାବେଳେ ବର୍ତ୍ତମାନ ଆଉ ଏକ ନୂଆ ଅଞ୍ଚଳ ଏଥିରେ ଯୋଡି ହୋଇଯାଇଛି ତାହା ହେଉଛି ବାଣପୁର। ବର୍ତ୍ତମାନ ବାଣପୁର ଅଞ୍ଚଳରେ ମଧ୍ୟ ଗୋମାଫିଆ ମାନେ ମୁଣ୍ଡଟେକିବା ଆରମ୍ଭ କଲେଣି। ଆଜି ରାତି ଭୋର ୪ ଘଟିକାରେ ନାଚୁଣୀ ଫାଣ୍ଡି ପୋଲିସ ବାଣପୁର ବ୍ଲକ ଜୀବନଦେଇପୁର ନିକଟରେ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୬ ଗୋଟି ଗୋରୁଙ୍କୁ ଉଦ୍ଧାର କରିଛି।

ସୂଚନା ମୁତାବକ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଗତକାଲି ରାତିତମାମ ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚେକିଂ ବ୍ଲକିଙ୍ଗ ଚାଲିଥିଲା। ତେବେ ରାତି ୪ ଘଟିକା ସମୟରେ ଗମ୍ଭାରୀମୁଣ୍ଡା ଆଡୁ ଏକ ଗୋରୁ ବୋଝେଇ ଗାଡ଼ି ସୁନାଖଳା ଅଭିମୁଖେ ଯାଉଥିବାବେଳେ ଜୀବନଦେଇପୁର ଗ୍ରାମ ମା’ ମଙ୍ଗଳା ମନ୍ଦିର ନିକଟରେ ଦୂରରୁ ପୋଲିସ ଗାଡ଼ିକୁ ଦେଖି ଗାଡ଼ି ଚାଳକ ଘଟଣାସ୍ଥଳରେ ଗୋରୁ ବୋଝେଇ ଗାଡ଼ି ଛାଡି ଫେରାର ହୋଇଯାଇଥିଲା। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଉକ୍ତ ଗାଡ଼ିରୁ ୬ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଛନ୍ତି।

ତେବେ ବାଣପୁର ପୋଲିସ ଏନେଇ ୧୯୪/୨୧ ରେ ଏକ ମାମଲା ରୁଜୁକରିବା ସହ ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ୱର ସିଜୁଆ ସ୍ଥିତ ପିପୁଲ ଫର ଆନିମଲ ନାମକ ସାମାଜିକ ସଂଗଠନକୁ ହସ୍ତାନ୍ତର କରିଛି। ଉକ୍ତ ଚଢ଼ାଉରେ ନାଚୁଣୀ ଫାଣ୍ଡି ଏଏସଆଇ ହାଡିବନ୍ଧୁ ନାୟକ ଏବଂ ଅନ୍ୟାନ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ତେବେ ଫେରାର ଗାଡ଼ିଚାଳକ ଖୁବଶୀଘ୍ର ଧରାପଡିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି।

ସେହିପରି ଭାବେ ଦତ୍ତପୁର ଗ୍ରାମର ଜଣେ ଅଭିଯୋଗକାରୀଙ୍କ ଆଧାରରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଗତକାଲି ରାତି ୧୨ ଟାରେ ଦୁଇ ଜଣ ଗୋରୁ ଚୋରଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ତିନି ଗୋଟି ଗୋରୁଙ୍କୁ ଉଦ୍ଧାରକରି ଅଭିଯୋଗକାରୀଙ୍କ ଜିମା ଦେବାସହ ସମ୍ପୃକ୍ତ ଦୁଇ ଚୋରଙ୍କୁ ବାଣପୁର ଥାନାରେ ଅଟକ ରଖାଯାଇଛି। ତେବେ ଚିଲିକାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଖୋର୍ଦ୍ଧା ଏସପି ଙ୍କୁ ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇର ଦ୍ବାଦଶ ପରୀକ୍ଷା ହେବ ବାତିଲ, ଅଳ୍ପ ସମୟ ମଧ୍ୟରେ ହେବ ଘୋଷଣା

ଭୁବନେଶ୍ଵର: ଓଡିଶାରେ ଯୁକ୍ତ ୨ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ଆଜି ହେବ ଘୋଷଣା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନେଇ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ନେଇ ରାଜ୍ୟ ସରାକର ବଡ ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖସୁଛି ଖୋର୍ଦ୍ଧା ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ତଥାପି ଜିଲ୍ଲାରୁ ସର୍ବାଧିକ ପଜେଟିଭି ଚିହ୍ନଟ

ଭୁବନେଶ୍ବର, ସବୁବେଳେ କରୋନା ଆକ୍ରାନ୍ତରେ ସର୍ବାଧିକ ରହୁଥିବା ଖୋର୍ଦ୍ଧା ଜିଲ୍ଲାର ସଂଖ୍ୟା ଧିରେ ଧିରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ନୂଆ ତଥ୍ୟ ଅନୁସାରେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ 1102 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହୁଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି 766 ଜଣ। ତେବେ ବିଭିନ୍ନ ସମୟରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହୁଥିବା ସୁନ୍ଦରଗଡ ଜିଲ୍ଲାର କରୋନା ହ୍ରାସ ପାଇବାରେ ଲାଗିଛି। ସୁନ୍ଦରଗଡରେ ବର୍ତ୍ତମାନ 477 ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଓ ଲୋକ ସଂପର୍କ ବିଭାଗର ନୂଆ କରୋନା ତଥ୍ୟ ଅନୁସାରେ କ୍ରମାନ୍ବୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ରହିଛି ଏହିପରି..

Khurda: 1102

Cuttack: 766

Jajpur: 514

Mayurbhanj: 485

Sundargarh: 477

Puri: 475

Angul: 468

Dhenkanal: 451 

Rayagada: 292

Jagatsinghpur: 269

Balasore: 240

Nayagarh: 223

Kendrapada: 210

Nawarangpur: 200

Sambalpur: 191

Kalahandi: 190

Bargarh: 189

Keonjhar: 186

Koraput: 178

Boudh: 166

Bhadrak: 147

Sonepur: 143

Malkangiri: 128

Balangir: 116

Kandhamal: 95

Deogarh: 81

Gajapati: 80

Ganjam: 65

Jharsuguda: 53

Nuapada: 34

State Pool: 185

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ନୂଆ ତଥ୍ୟ, ରାଜ୍ୟରୁ ଚିହ୍ନଟ ହେଲେ ୮ ହଜାର ୩୯୯ ନୂଆ ଆକ୍ରାନ୍ତ

ଭୁବନେଶ୍ବର, ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଏକ ପ୍ରକାରର ସ୍ଥିର ରହିଛି। ପୂର୍ବରୁ ଯେପରି ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ସାମାନ୍ୟ ରୋକ ଲାଗିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ନୂଆ ତଥ୍ୟ ଅନୁସାରେ ରାଜ୍ୟରୁ ୮ ହଜାର ୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮ ହଜାର ୭୩୫ ଆକ୍ରାନ୍ତ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ ୪ ହଜାର ୭୪୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି ୩ ହଜାର ୬୫୮। ମୁଖ୍ୟତଃ ରାଜ୍ୟରେ ଲକଡାଉନ ଲାଗୁ କରିବା ଦ୍ବାରା ଏହି ସଂକ୍ରାମଣ ସଂଖ୍ୟାକୁ ନିୟନ୍ତ୍ରଣରେ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ-୧୯ ବିରୋଧରେ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ବୀମା ରାଶି ୪୮ ଘଣ୍ଟା ମଧ୍ୟରେ ମଞ୍ଜୁରି ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ସମ୍ମୁଖ ଭାଗରେ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷାକୁ କେନ୍ଦ୍ର ସରକାର ଗୋଟିଏ ବର୍ଷର ଅବଧି ଲାଗି ଏହି ବୀମା ଯୋଜନାକୁ ସମ୍ପ୍ରସାରିତ କରିଛନ୍ତି। ଏହାଛଡ଼ା ଏଥିରେ ସେହି ସ୍ୱାସ୍ଥ୍ୟ କର୍ମୀମାନଙ୍କର ଆଶ୍ରିତମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଜାରି ରହିବ। ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୀମା ଯୋଜନା’କୁ ୩୦ ମାର୍ଚ୍ଚ, ୨୦୨୦ରେ ଆରମ୍ଭ କରଯାଇଥିଲା।

ଏହି ଯୋଜନାକୁ ପ୍ରାରମ୍ଭରେ ୯୦ ଦିନ ପର‌୍ୟ୍ୟନ୍ତ ଅବଧି ଲାଗି ୫୦ ଲକ୍ଷ ଟଙ୍କାର ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା କଭର ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯାଇଥିଲା। ଏହାର ହିତାଧିକାରୀମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଓ ଘରୋଇ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ସାମିଲ କରାଯାଇଥିଲା। ସରକାର ଏହି ଯୋଜନାକୁ କୋଭିଡ ରୋଗୀଙ୍କ ଯତ୍ନ ନେବା ଲାଗି ତଥା ସେହି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରିଥିଲେ ଯେଉଁମାନେ କୋଭିଡ ୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ନ୍ୟୁ ଇଣ୍ଡିଆ ଆସ୍ୟୋରାନ୍ସ କମ୍ପାନୀ (ଏନଆଇଏସିଏଲ)ର ବୀମା ପଲିସି ଜରିଆରେ ଏହାକୁ କାର‌୍ୟ୍ୟକାରୀ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ବୀମା ପଲିସିକୁ ଦୁଇଥର ସମ୍ପ୍ରସାରଣ କରାଯାଇ ସାରିଲାଣି।
ରାଜ୍ୟ ଓ ଅନ୍ୟ ଅଂଶୀଦାରମାନେ ବୀମା ଦାବିରେ ବିଳମ୍ବ ହେଉଥିବା ଅଭିଯୋଗ ଆଣିଛନ୍ତି। ଏହି ବିଳମ୍ବକୁ ଦୂର କରିବା ଏବଂ ବୀମା ଦାବି ପୂରଣ କରିବା କାର‌୍ୟ୍ୟକୁ ସୁସଂଗତ ଓ ସରଳ କରିବାକୁ ନେଇ ଦାବି ଅନୁମୋଦନ ଲାଗି ଏକ ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଅନ୍ତର୍ଗତ ଜିଲ୍ଲାପାଳଙ୍କ ସ୍ତରରେ ରାଜ୍ୟ ସରକାର ଯଥାସମ୍ଭବ ତତ୍ପରତାର ସହିତ କାମ କରିପାରିବେ।

ଜିଲ୍ଲାପାଳ ପ୍ରତ୍ୟେକ ମାମଲାର ଯାଞ୍ଚ କରିବେ ଏବଂ ବୀମାର ଦାବି ଯୋଜନା ମାନକ ପରିଚାଳନା ପଦ୍ଧତି (ଏସଓପି) ଅନୁଯାୟୀ ହୋଇଛି କି ନାହିଁ ତାହା ପ୍ରମାଣିତ କରିବେ। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ପ୍ରମାଣପତ୍ର ଆଧାରରେ ବୀମା କମ୍ପାନୀ ୪୮ ଘଣ୍ଟାର ଅବଧି ମଧ୍ୟରେ ଦାବି ଅନୁମୋଦନ ଓ ଏହାକୁ ପୂରଣ କରିବେ। ଏହାବ୍ୟତୀତ, ବ୍ୟବସ୍ଥିତ ଓ ତ୍ୱରିତ ସମାଧାନ ଲାଗି ଜିଲ୍ଲାପାଳ ମଧ୍ୟ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ଡାକ୍ତରଖାନା ଏମ୍ସ କିମ୍ବା ରେଳବାଇ ଆଦି ପକ୍ଷରୁ ଆସୁଥିବା ମାମଲାରେ ମଧ୍ୟ ଜିଲ୍ଲାପାଳ ବୀମା ଦାବିଗୁଡ଼ିକୁ ପ୍ରମାଣିତ କରିବେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ତୁରନ୍ତ ଏହାକୁ କାର‌୍ୟ୍ୟକାରୀ କରିବା ନିମନ୍ତେ କୁହାଯାଇଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 2 ତାରିଖ ବୁଧବାରରେ ଛଅଟି ରାଶିର ବ୍ୟକ୍ତି ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

ମେଷ-କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେ କୈଣସି ଆସାଇନମେଣ୍ଟ କିମ୍ବା ପ୍ରୋଜେକ୍ଟ ଆପଣ ସମାପ୍ତ କଲେ ମଧ୍ୟ ସିନିୟରମାନଙ୍କୁ ପ୍ରଭାବିତ କରିବ ନାହିଁ ।

ମିଥୁନ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ପୂର୍ବରୁ, ଆପଣଙ୍କୁ ଅନେକ ଚତୁରତାର ସମାଧାନ କରିବାକୁ ପଡିବ । ଶିକ୍ଷା କ୍ଷେତ୍ରରେ ଦେବା ଏବଂ ଗ୍ରହଣ କରିବାର ସମାନ ପ୍ରସଙ୍ଗ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସ୍ୱାସ୍ଥ୍ୟ ସନ୍ତୋଷଜନକ ହେବ ବୋଲି ଆଶା କରାଯାଉଛି ।

କର୍କଟ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି । ଶିକ୍ଷା କ୍ଷେତ୍ରରେ କୋଚିଂ ସାହାଯ୍ୟରେ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ଆଶା ଅଛି । ବିବାହିତ ଲୋକମାନେ ଏହି ପବିତ୍ର ବନ୍ଧନରେ ବନ୍ଧା ହୋଇପାରିବେ । କାହାକୁ ବିଶେଷ ଦେଖାଇବାକୁ ଆପଣଙ୍କର ବହୁତ କିଛି ଅଛି ।

ସିଂହ- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି । ଆପଣ କିଣୁଥିବା ସମ୍ପତ୍ତି ଭଲ ରିଟର୍ନ ପାଇବା ଆରମ୍ଭ କରିବ । ଚାପଗ୍ରସ୍ତ ପରିବାର ପରିବେଶରେ ସକରାତ୍ମକ ପରିବର୍ତ୍ତନ ସମ୍ଭବ ।

କନ୍ୟା-ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ । ଏକ କାର୍ଯ୍ୟକୁ ବିସ୍ତୃତ ଭାବରେ ଜାଣିବାର ଅଭ୍ୟାସ ଆପଣଙ୍କୁ ଲାଭ କରିବାକୁ ଯାଉଛି । ବାତିଲ ହୋଇଥିବା ଯାତ୍ରା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି । ଆପଣ ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ଶକ୍ତି ଅନୁଭବ କରିବେ ।

ତୂଳା-ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ । ଯଦି ଆପଣ କାର୍ଡକୁ ଭଲ ଖେଳୁଛନ୍ତି, ତେବେ ଆପଣଙ୍କର ଚାକିରି ବଜାର ଖୋଲିବାର ସୁଯୋଗ ନେଇପାରିବ । ଏକ ନୂତନ ଉଦ୍ୟୋଗ ପାଇଁ ଅର୍ଥ ପ୍ରଦାନ କଷ୍ଟକର ହେବ ।

ବିଛା-ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ । ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଭଲ ପ୍ରସ୍ତୁତି ଲାଭବାନ ହେବାକୁ ଯାଉଛି। ଆର୍ଥିକ ସ୍ତରରେ ସୁରକ୍ଷିତ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୁରୁତ୍ୱ ବଢିବାର ଏକ ସମ୍ଭାବନା ଅଛି ।

ଧନୁ-ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ । ବୃତିଗତ କ୍ଷେତ୍ରର ସିନିୟରମାନଙ୍କ ସହିତ ଆପଣଙ୍କ ବୁଦ୍ଧିର ବ୍ୟବହାର କରି ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିପାରିବେ । କିନ୍ତୁ ପରେ ଆପଣଙ୍କ ସହିତ ସମାନ ଘଟଣା ହୋଇପାରେ, ପ୍ରସ୍ତୁତ ରୁହନ୍ତୁ । ସର୍ବସାଧାରଣ ଯାତ୍ରାକୁ ଉପଭୋଗ କରିବା ପାଇଁ ଉପଯୁକ୍ତ ହେବ ନାହିଁ ।

ମକର-  ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି । ଜୀବାନସାଥୀଙ୍କ ନୀରବତା ଆପଣଙ୍କୁ ବ୍ୟଥିତ କରିପାରେ କିନ୍ତୁ ଆପଣ ନିଜ ଉପାୟରେ ଚେଷ୍ଟା ଜାରି ରଖିବେ । କାହାଠାରୁ ଉପହାର ଆପଣଙ୍କ ଉଦାସୀନ ମନର ଉତ୍ସାହକୁ ବଢାଇପାରେ ।

କୁମ୍ଭ-ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ। ପରିବାର ମଧ୍ୟରେ ବେଶ୍ ସୁଖମୟ ପରିବେଷ ରହିବ। ଖୁସି ହେବେ। ପ୍ରେମ ଜୀବନ ଧୀରେ ଧୀରେ ଗତି କରିବାକୁ ଯାଉଛି । ଗାଡି ଚଳାଇବା ଏବଂ ଏକ ଦୀର୍ଘ ଯାତ୍ରା କରିବା ଆନନ୍ଦଦାୟକ ହେବ ।

ମୀନ-ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ । ଏକ ସମୟ ମଧ୍ୟରେ ଏକ ବୃତ୍ତିଗତ ସ୍ତରରେ ଏକ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖନ୍ତୁ । ଉପଯୁକ୍ତ ବିନିଯୋଗ ଏବଂ ସଞ୍ଚୟ ଅର୍ଥନୈତିକ ସ୍ତରରେ ଦୃଢ ରହିବ ବୋଲି ଆଶା କରାଯାଉଛି । ଏକ ସନ୍ତୁଳିତ ଖାଦ୍ୟ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଭଲ ରଖିବ ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତିରେ ରହିଛି ବିଶ୍ବାସ ଘାତକଙ୍କୁ ଚିହ୍ନିବାର ଉପାୟ, ଜାଣନ୍ତୁ, ସତର୍କ ରୁହନ୍ତୁ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ।

କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଧର୍ମ

ବୁଧବାର ଦିନ ଏହି ରାଶିର ବ୍ୟକ୍ତିମାନେ ଚାରିପଟକୁ ଲକ୍ଷ୍ୟ ରଖି ନିଅନ୍ତୁ ନିଷ୍ପତି

ମେଷ-କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି ।

କର୍କଟ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ ସେମାନଙ୍କର ସଂପତ୍ତିକୁ ନେଇ ପାଇବେ ସଫଳତା

ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି ।

ମିଥୁନ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ ।