Categories
ଫଟୋ ଖବର

ମନାଲିରେ ଅବସ୍ଥିତ ହିଡିମ୍ବା ଦେବୀ ମନ୍ଦିର ଯାହା ଏକ ପ୍ରାଚୀନ ଗୁମ୍ଫା ମନ୍ଦିର ଭାବେ ପରିଚିତ

ମନାଲିରେ ଅବସ୍ଥିତ ହିଡିମ୍ବା ଦେବୀ ମନ୍ଦିର ଯାହା ଏକ ପ୍ରାଚୀନ ଗୁମ୍ଫା ମନ୍ଦିର ଭାବେ ପରିଚିତ। ଏହି ମନ୍ଦିରଟି ମହାଭାରତ ଅନୁସାରେ ଭୀମଙ୍କ ଧର୍ମପତ୍ନୀ ହିଡିମ୍ବା ଦେବୀଙ୍କ ନାମରେ କରାଯାଇଛି। ଏହି ମନ୍ଦିରକୁ 1553 ମସିହାରେ ମହାରାଜା ବାହାଦୂର ସିଂହ ନିର୍ମାଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ନାଚୁଣୀ ଶୂଳିଆ ଜଙ୍ଗଲରେ ପୋଲିସ ଏବଂ ଅବକାରୀର ମିଳିତ ଚଢ଼ାଉ: ୧୨ ଶହ ଲିଟର ପୋଚ ଜବତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସଲପଡିହ ଗ୍ରାମ ଶୂଳିଆ ଜଙ୍ଗଲରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରି ବିଭାଗର ମିଳିତ ଚଢ଼ାଉ ହୋଇଥିଲା। ଦେଶୀ ମଦ ତିଆରି ହେଉଥିବାର ଖବର ପାଇ ଉକ୍ତ ସ୍ଥାନରେ ଉଭୟ ବିଭାଗ ଚଢାଉ ଆରମ୍ଭ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ସକାଳ ୬ ଘଟିକାରୁ ୮ ଘଟିକା ଯାଏଁ ଦୁଇ ଘଣ୍ଟା ଚଢ଼ାଉରେ ୨୮ ଲିଟର ଦେଶୀ ମଦ ସହ ୧୨ ଶହ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି।

ଉକ୍ତ ସ୍ଥାନରେ ଦେଶୀ ମଦ ତିଆରି କରିବା ଅଭିଯୋଗରେ ଲକ୍ଷ୍ମୀଧର ସେଠି (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରି ବିଭାଗ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ପିଆର ନମ୍ବର ୧୯/୨୧-୨୨ ରେ ମାମଲା ରୁଜୁ କରିଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ବିଭାଗ ନିରୀକ୍ଷକ ଆଲୋକ ପ୍ରଧାନ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକ ଏବଂ ଅନ୍ୟ ପୋଲିସ ଓ ଅବକାରି କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ଅନୁଷ୍ଠିତ ହେଲା ୧୦୭ ଟି ବିବାହ କାର୍ଯ୍ୟ: ନିୟମ ଉଲ୍ଲଂଘନକାରୀ ଗଣିଲେ ତଣ୍ଡ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ ୧୦୭ ଟି ବିବାହ କାର୍ଯ୍ୟ ଏବଂ ୭ ଟି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉକ୍ତ କାର୍ଯ୍ୟ ଗୁଡିକରେ ସମସ୍ତେ କୋଭିଡ ନିୟମକୁ ଅନୁପାଳନ କରିଥିବା ବେଳେ ତିନି ଜଣ ଏହାର ଉଲଂଘନ କରିଥିଲେ। ତେଣୁ ସେମାନଙ୍କଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତହସିଲ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ୧୭ ହଜାର ୭ ଶହ ତାଙ୍କ ଜରିମାନା ଆଦାୟ କରିଛି।

ଅନୁରୂପ ଭାବେ ଗତକାଲି ବାଲୁଗାଁ ଆରକ୍ଷୀ ଉପଖଣ୍ଡ ଅଧୀନରେ କୋଭିଡ ନିୟମ ଉଲଂଘନ ବାବଦରେ ୧୫୪ ଜଣ ଅମାନିଆଙ୍କଠାରୁ ୪୨ ହଜାର ୮ ଶହ ଟଙ୍କା ଏବଂ ୧୬୯ ଜଣ ଅମାନିଆ ଗାଡ଼ିଚାଳକଙ୍କ ଠାରୁ ୧ ଲକ୍ଷ ୯୩ ହଜାର ଟଙ୍କା ପୋଲିସ ଆଦାୟ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ସେହିପରେ ଭାବେ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ଛଦ୍ମବେଶରେ ଚଣ୍ଡେଶ୍ୱର ଛକ ନିକଟରୁ ଏକ ବେଆଇନ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଲଢେଇ: ଲୋକଙ୍କ ଆଗରେ ଢାଲ ହୋଇ ଛିଡା ହୋଇଥିବା ୪୨୦ ଡାକ୍ତର ହାରିଛନ୍ତି ଯୁଦ୍ଧ

ନୂଆଦିଲ୍ଲୀ: କରୋନା ଭୂତାଣୁର ପ୍ରକୋପ ସମଗ୍ର ଦେଶରେ ଜାରି ରହିଛି। କରୋନା ସଙ୍କଟରେ ଲୋକଙ୍କ ଢାଲ ହୋଇ ଛିଡା ହୋଇଥିବା ଡାକ୍ତରମାନଙ୍କର ମଧ୍ୟ ଏଥିରେ ଜୀବନ ଯାଉଛି। କରୋନା ଭୂତାଣୁର ଦ୍ଵିତୀୟ ଲହରୀରେ ୪୨୦ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି।

ସର୍ବାଧିକ ୧୦୦ ଜଣ ଡାକ୍ତର ଦିଲ୍ଲୀରେ ପ୍ରାଣ ହରାଇଥିବା ବେଳେ ବିହାରରେ ୯୬ ଜଣ, ଉତ୍ତରପ୍ରଦେଶରେ ୪୧ ଜଣ, ଗୁଜୁରାଟରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୨୬ ଜଣ, ମହାରାଷ୍ଟ୍ରରେ ୧୫ ଜଣ, ମଧ୍ୟପ୍ରଦେଶରେ ୧୩ ଜଣ, ଆସାମରେ ୩ ଜଣ, ଗୋଆରେ ୨ ଜଣ, ଏବଂ ହରିୟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ପଞ୍ଜାବ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଡାକ୍ତର ଏହି କରୋନା ଯୁଦ୍ଧରେ ହାରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଉପଲବ୍ଧତାକୁ ନଦେଖି ଟୀକାକରଣ ପ୍ରକ୍ରିୟାର ବିସ୍ତାର କଲେ ସରକାର: ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଦେଶରେ ଟୀକାକରଣକୁ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଏଗଜିକ୍ୟୁଟିଭ ଡାଇରେକ୍ଟର ସୁରେଶ ଯାଦବ ଏକ ମନ୍ତବ୍ୟ ରଖିଛନ୍ତି। ଟୀକାକରଣ ପ୍ରକ୍ରିୟାର ବିସ୍ତାର କରିବା ସମୟରେ କେନ୍ଦ୍ର ସରକାର ନା ଟୀକାର ଉପଲବ୍ଧତା ଉପରେ ଧ୍ୟାନ ଦେଇଛନ୍ତି ନା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଅନୁସରଣ କରିଛନ୍ତି। ସୁରେଶ ଏଭଳି ସମୟରେ ନିଜର ମନ୍ତବ୍ୟ ରଖିଛନ୍ତି, ଯେତେବେଳେ ଦେଶର ଅନେକ ରାଜ୍ୟରେ ଟୀକାର ଘୋର ଅଭାବ ଦେଖାଯାଇଛି।

ସୁରେଶ ଯାଦବ କହିଛନ୍ତି ଯେ, ଆମେ ଟୀକା ପ୍ରସ୍ତୁତ କରିବା ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ୪୫ ବର୍ଷ ଉର୍ଦ୍ଧ୍ଵ ବର୍ଗର ଲୋକଙ୍କୁ ଟୀକା ଦେବା ସହ ୧୮ ବର୍ଷ ବର୍ଗର ବୟସ୍କଙ୍କୁ ଦେବା ପାଇଁ ସରକାର ଘୋଷଣା କରିଦେଲେ। ଯେତେବେଳେ ସରକାରଙ୍କୁ ଜଣାଥିଲା ଯେ, ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟୀକା ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାର ୨୯୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୯୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୨ ହଜାର ୫୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୦ ଲକ୍ଷ ୭୦ ହଜାର ୩୬୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୨୩ ହଜାର ୪୦୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୪୫୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୫୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ଵର ଏବଂ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବୌଦ୍ଧ, ଗଜପତି, କୋରାପୁଟ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୬୭ ହଜାର ୩୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୬୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୫୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୧ ହଜାର ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୨୧୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୮୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୬୭ ହଜାର ୩୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୬୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୩୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୫୧ ଜଣ, ଅନୁଗୁଳ ଜିଲ୍ଲାରୁ ୮୬୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୦୯ ଜଣ, ବରଗଡ ଜିଲ୍ଲାରୁ ୩୩୯ ଜଣ, ଭଦ୍ରକ ଜିଲ୍ଲାରୁ ୪୮୯, ବଲାଙ୍ଗୀରି ଜିଲ୍ଲାରୁ ୨୯୮, ବୌଦ୍ଧ ଜିଲ୍ଲାରୁ ୨୭୩, କଟକ ଜିଲ୍ଲାରୁ ୯୪୪, ଦେବଗଡ ଜିଲ୍ଲାରୁ ୧୨୫, ଢେଙ୍କାନାଳ ଜିଲ୍ଲାରୁ ୧୩୧ ଜଣ, ଗଜପତି ଜିଲ୍ଲାରୁ ୧୫୭ ଜଣ, ଗଞ୍ଜାମ ଜିଲ୍ଲାରୁ ୨୧୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୧୮ ଜଣ, ଯାଜପୁର ଜିଲ୍ଲାରୁ ୩୯୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୧୩ ଜଣ, କଳାହାଣ୍ଡିରୁ ୩୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୩୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫୦ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୯ ଜଣ, କୋରାପୁଟ ଜିଲ୍ଲାରୁ ୨୫୧ ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬୩୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫୭ ଜଣ, ନୟାଗଡ ଜିଲ୍ଲାରୁ ୩୩୨ ଜଣ, ନୂଆପଡା ଜିଲ୍ଲାରୁ ୧୧୪ ଜଣ, ପୁରୀ ଜିଲ୍ଲାରୁ ୪୭୩ ଜଣ, ରାୟଗଡା ଜିଲ୍ଲାରୁ ୨୦୯ ଜଣ, ସମ୍ବଲପୁର ଜିଲ୍ଲାରୁ ୩୮୪ ଜଣ, ସୋନପୁର ଜିଲ୍ଲାରୁ ୧୮୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୦୮ ଜଣ ଏବଂ ଷ୍ଟେଟ ପୁଲରୁ ୨୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଦକ୍ଷିଣ-ପଶ୍ଚିମ ମୌସୁମୀ 2021 ସମୟରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ହେଲା ସମୀକ୍ଷା

ଭୁବନେଶ୍ବର, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱତନ୍ତ୍ର ରିଲିଫ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ 2021 କାରଣରୁ ଦେଖାଯିବାକୁ ଥିବା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିବା ଲାଗି ମୁଖ୍ୟତଃ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

କେନ୍ଦ୍ର ଗୃହ ସଚିବ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କର ଉଦଘାଟନୀ ଅଭିଭାଷଣରେ ବର୍ଷା ସାରା 24 ଘଣ୍ଟିଆ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କ୍ଷମତା ନିର୍ମାଣ ଏବଂ ତୁରନ୍ତ ପଦକ୍ଷେପ ନିମନ୍ତେ ସଜାଗ ରହିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ଦକ୍ଷିଣ-ପଶ୍ଚିମ ମୌସୁମୀ କିମ୍ବା ଅନ୍ୟ କୌଣସି ଆସନ୍ନ ବିପତ୍ତି ସମୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ସୁବିଧା, ଅକ୍ସିଜେନ ଜେନେରେସନ ପ୍ଲାଣ୍ଟଗୁଡ଼ିକର ସୁରକ୍ଷା ନିମନ୍ତେ ଅତିରିକ୍ତ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ସଚିବ କୋଭିଡ-19 ମହାମାରୀ ସମୟରେ ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେବାକୁ ଥିବା କ୍ଷତିକୁ ସର୍ବନିମ୍ନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଭଲ ଭାବେ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ଗୃହ ସଚିବ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର (ଏନଆରଏସସି) ଦ୍ୱାରା ବିକଶିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଡାଟାବେସ (ଏନଡିଇଏମ)ର 4.0 ଭର୍ସନକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହା ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଲାଗି ପୂର୍ବାନୁମାନ ଜାରି କରୁଥିବା ଏଜେନ୍ସିଗୁଡ଼ିକ ଠାରୁ ରିଅଲ ଟାଇମ ଆଲର୍ଟ ତଥା ଚେତାବନୀ ଜାରି କରିବା ଏବଂ ଜିଲ୍ଲାସ୍ତରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପର୍ଯ୍ୟନ୍ତ ସୂଚନା ଏକତ୍ରୀକରଣ ପାଇଁ ବିଶେଷ ସହାୟକ ହେବ।

ଆଇଏମଡି ପକ୍ଷରୁ ପୂର୍ବାନୁମାନ, ସତର୍କତା ଓ ପ୍ରଚାର ବ୍ୟବସ୍ଥା, କାର୍ଯ୍ୟାନୁଷ୍ଠାନ ଓ ପ୍ରସ୍ତୁତି ସହ ଜଡ଼ିତ ଉପାୟ ତଥା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କ୍ଷମତା ବୃଦ୍ଧି ଲାଗି ନିଜର ଭବିଷ୍ୟତ ଯୋଜନା ଉପରେ ଏକ ଉପସ୍ଥାପନା କରାଯାଇଥିଲା।

ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ର ସଶସ୍ତ୍ର ପୁଲିସ ବାହିନୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି), ହିମପାତ ଓ ହିମସ୍ଖଳନ ଅଧ୍ୟୟନ ପ୍ରତିଷ୍ଠାନ (ଏସଏଏସଇ), ଏନଆରଏସସି, ଇସ୍ରୋ, ଜିଏସଆଇ ଏବଂ ଅନ୍ୟ ବୈଜ୍ଞାନିକ ସଂଗଠନଗୁଡ଼ିକ ସହିତ ସେନାବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ଆଗୁଆ ସତର୍କତା ପ୍ରଣାଳୀ, ବନ୍ୟା ଓ ନଦୀ ଏବଂ ଜଳାଶୟ ପରିଚାଳନା, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ଅନସାଇଟ୍ ଓ ଅଫସାଇଟ୍ ଯୋଜନା ସହ ଜଡ଼ିତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର

ଆଜି ମେ 22 ତାରିଖ ଶନିବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସଜାଗ

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି।

ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। 

ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି। ଭ୍ରମଣ ଯୋଗ ମଧ୍ୟ ଅଛି।  

କର୍କଟ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ ।  

ସିଂହ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବସ୍ ସହିତ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ଆପଣ ମନ କଥା କହିବାର ସୁଯୋଗ ପାଇବ।

କନ୍ୟା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।  

ତୂଳା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।  

ବିଛା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ।

ଧନୁ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। 

ମକର- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ଆପଣଙ୍କୁ ପରିବାର ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । କେତେକ ଘରୋଇ ଜଟିଳ ସମସ୍ୟାର ସମାଧାନ ହୋଇପାରିବ । ବିବାହିତ ଲୋକମାନେ ସୁଖ ପାଇପାରିବେ। ପ୍ରେମ ବଢିବ।  

କୁମ୍ଭ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ।

ମୀନ ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ମଧୁର କଥା ଦ୍ବାରା ହାସଲ କରିବେ ସଫଳତା

ତୂଳା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ।

ବିଛା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ କୌଣସି କାମରୁ ପଛକୁ ହଟନ୍ତୁ ନାହିଁ

ଧନୁ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ।

ମୀନ –ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ବନ୍ଦ ହୋଇପଡିଥିବା କାର୍ଯ୍ୟ ଆରମ୍ଭ ହେବ

ମକର- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ। ଚିନ୍ତା ସମାପ୍ତ ହୋଇପାରିବ।

କୁମ୍ଭ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ଜୀବନରେ ହୋଇପାରେ ବଡ ପରିବର୍ତ୍ତନ

ସିଂହ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ।

କନ୍ୟା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ କାରବାରରେ ରୁହନ୍ତୁ ସତର୍କ

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ ।

କର୍କଟ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟ କାର୍ଯ୍ୟରେ ରହିବେ ବ୍ୟସ୍ତ

ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ।

ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ସମୟରେ ଯୋଦ୍ଧାଙ୍କୁ ଆହାର ଯୋଗାଇଲା ଓଟିଡିସି

ଭୁବନେଶ୍ବର, କରୋନା ଲଢ଼େଇରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଜକୁ ସାମିଲ କରିଛି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ନିମନ୍ତେ ପାନ୍ଥନିବାସଗୁଡ଼ିକୁ ଉନ୍ମୁକ୍ତ କରାଯାଇଛି। ସେହିପରି ଦୈନିକ ମିଲ୍ ପ୍ରସ୍ତୁତ କରାଯାଇ କୋଭିଡ୍ ଯୋଦ୍ଧାମାନଙ୍କ ସମେତ ରୋଗୀଙ୍କୁ ପ୍ରଦାନ କରାଯାଉଛି। ଏପରିକି ପୁରୀରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ଖାଦ୍ୟ ଯୋଗାଯାଉଛି। ଗତ ଥର ମଧ୍ୟ ଓଟିଡିସି ତରଫରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସଚେତନତା ପାଇଁ ବାହାରିଲା କୋଭିଡ ରଥ, ଗାଁଗଣ୍ଡାରେ ଲୋକଙ୍କୁ କରାଇବ ସଚେତନ

ଭୁବନେଶ୍ବର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ସଚେତନତା ପାଇଁ ନିଆଯାଇଛି ଭିନ୍ନ ପଦକ୍ଷେପ। କୋଭିଡ୍ ୨ୟ ଲହର ଉପରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ୮ଟି ସଚେତନତା ରଥ ଲୋକାର୍ପଣ କରାଯାଇଛି।
ଅଡିଓ-ଭିଜୁଆଲ୍ ବ୍ୟବସ୍ଥା ରହିଥିବା ଏହି ରଥ ମାଧ୍ୟମରେ ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସଚେତନତା କରାଯିବ। ଏହି ରଥକୁ ଭୁବନେଶ୍ବରରେ ସଂସ୍କୃତି ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ଓଡିଶାରେ ସାମ୍ଭବ୍ୟ ବାତ୍ୟା ପାଇଁ ରେଳ ବିଭାଗର ବଡ ନିଷ୍ପତ୍ତି, ବାତିଲ ହେବ ୭୪ଟି ଟ୍ରେନ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ୟଶ୍ କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ବଡ ନିଷ୍ପତି ଗ୍ରହଣ କରିଛି। ଏହି ବାତ୍ୟାରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ରେଳବାଇ ଆଗୁଆ ନିଷ୍ପତି ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଏବଂ ପୁରୀରୁ ବାହାରୁ ଥିବା ବହୁ ଟ୍ରେନକୁ ବାତିଲ କରାଯିବ। ସର୍ବମୋଟ ୭୪ଟି ଟ୍ରେନକୁ ବାତିଲ କରିବା ପାଇଁ ପୂର୍ବତଟ ରେଳବାଇ ନିଷ୍ପତି କରିଛି। ସେଗୁଡିକ ମଧ୍ୟରୁ ମୁଖ୍ୟ ଟ୍ରେନଗୁଡିକ ହେଲା

01. Bhubaneswar-Mumbai Konark Special,

02. Bhubaneswar-Howrah Jan Shatabdi Special,

03. Puri-New Delhi Purusottam Special,

04. Bhubaneswar-New Delhi Rajdhani Special,

05. Howrah-Puri-Howrah Special,

06. Bhubaneswar-Secunderabad Visakha Special,

07. Puri-Rishikesh Kalinga Utkal Special

08. Ahmedabad, Surat, Ajmer bound trains from Puri;

09. Trains passing through ECoR in Howrah-Chennai Main line.

Categories
ଆଜିର ଖବର ଆଞ୍ଚଳିକ

ବାତ୍ୟା “ୟଶ”ର ମୁକାବିଲା ପାଇଁ ବାଣପୁର ପ୍ରଶାସନର ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଟିଏ ପଟେ ବୈଶ୍ବିକ ମହାମାରି କରୋନା ଘାତକ ସାଜିଥିବାବେଳେ ଅପର ପକ୍ଷେ ଭାରତୀୟ ପାଣିପାଗ ବିଭାଗର ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସୂଚନା ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା “ୟଶ”ଏବେ ଓଡିଶା ମୁଁହା ହୋଇଛି। ଏହା ମେ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏହାର ପ୍ରଭାବକୁ ନେଇ ଆଶା ଆଶଙ୍କାରେ ରାଜ୍ୟ ସରକାର।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ ଆର ସିଙ୍କ ପକ୍ଷରୁ ଆଲର୍ଟ ଜାରିକରାଯାଇଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନରେ ଥିବା ସମସ୍ତ ବିଭାଗୀୟ ଅଧିକାରୀ ଓ ସରପଂଚ ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜନସାଧାରଣଙ୍କୁ କିଭଳି ସମସ୍ତ ପ୍ରକାର ସହଯୋଗ ସାଙ୍ଗକୁ ସୁରକ୍ଷିତ କାରାଯାଇପାରିବ ତାହାକୁ ନେଇ ଆାଜି ଏ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ଉପସ୍ଥିତ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେବା ସହ ସମସ୍ତ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷାର ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବାଣପୁର ଥାନାଧିକାରୀ ରଶ୍ମିରଂଜନ ସାହୁ ସଂପୂର୍ଣ୍ଣ ସହଯୋଗ କରିବାର ପ୍ରତିଶୃତି ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ମଧ୍ୟ ସହଯୋଗର ସଂପୂଣ୍ଣ ପ୍ରତିଶୃତି ଦେଇଥିଲେ।

ଆଜିର ଏହି ପ୍ରସ୍ତୁତି ବୈଠକରେ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ଏବିଡିଓ ସିମାଦ୍ରୀ ପାତ୍ର, ସିଡିପିଓ ବିଦ୍ୟୁତ ପ୍ରଭା ରଥ, ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବିଦ୍ୟୁତ ବିଭାଗ ଜେଇ ଓ ସମସ୍ତ ବିଭାଗୀୟ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷା ରଂଜିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବାଣପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତ ବୈଠକରେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଆସନ୍ତାକାଲି ହେବନି ଟୀକାକରଣ: ଜାଣନ୍ତୁ ଏପର୍ଯ୍ୟନ୍ତ କଣ ରହିଛି ଚିଲିକାରେ କରୋନା ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୬ ଜଣ, ଚିଲିକା ବ୍ଲକରେ ୧୧୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

କିନ୍ତୁ ଏହି ନିର୍ବାଚନମଣ୍ଡଳୀରେ ଟୀକାର ଅଭାବ ଯୋଗୁଁ ଆସନ୍ତାକାଲି ମଧ୍ୟ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ତେଣୁ ଟୀକା ପାଇଁ ଲୋକେ ଘରୁ ନବାହାରିବା ଲାଗି ସ୍ୱାସ୍ଥ୍ୟ ଅଧିକାରୀମାନେ ନିବେଦନ କରିଛନ୍ତି।