Categories
ଆଜିର ଖବର ଧର୍ମ

ଆଜି ମେ 19 ତାରିଖ ବୁଧବାରରେ ଏହି ଆଠଟି ରାଶି ପାଇଁ ରହିଛି ସ୍ବାସ୍ଥ୍ୟ ସମସ୍ୟା

ମେଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ। ଏହି ମୂଲ୍ୟ ବସ୍ତ୍ରଭୂଷଣ ଏବଂ ଆନନ୍ଦ-ପ୍ରମୋଦ ରହିବ। ଆଦର୍ଶଗତ ଭାବରେ, ମନୋବଳ ଦୃଢରହିବ। ମନ ସୃଜନଶୀଳ ପ୍ରବୃତ୍ତିରେ ରହିବ। ଦିନଟି ଖୁସିରେ ବିତାଇବ। ବୌଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ।

ବୃଷ: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବେ। ମନ ବ୍ୟସ୍ତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ।

ମିଥୁନ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଇ ଦେଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ। ବ୍ୟବସାୟରୁ ଲାଭବାନ ହେବେ। ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବକ୍ତବ୍ୟରେ ସଂଯମତା ରଖନ୍ତୁ।

କର୍କଟ : – ଆଜି ଏକ ଜରୁରୀକାଳୀନ କାର୍ଯ୍ୟରେ ଅର୍ଥ ବ୍ୟୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଯାହା ଘରକୁ ନଷ୍ଟ କରିପାରେ। ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀଙ୍କ ସୁଖ ଆପଣଙ୍କ ଉପରେ ରହିବ। ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ। ନକାରାତ୍ମକ ଚିନ୍ତାଧାରାକୁ ରୋକନ୍ତୁ ।

ସିଂହ: – ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ। ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ। ଆଧ୍ୟାତ୍ମିକତା ଏବଂ ଧ୍ୟାନ କରିବ ଭଲ ରହିବ ।

କନ୍ୟା: – ଆଜି ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ। ଆଜି କିଛି ଦାନ କରିବା ଭଲ ହେବ। ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ସମ୍ଭାବନା ରହିଛି । ପିତା ଏବଂ ବରିଷ୍ଠମାନଙ୍କ ଆଶୀର୍ବାଦ ଏବଂ ଲାଭ ପାଇବେ । ଆୟ ବୃଦ୍ଧି ପାଇବ।

ତୂଳା: – ଆଜି ଏହି ରାଶିର ଲୋକମାନେ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ସନ୍ତାନଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି ।

ବିଛା : – ଆଜି ଦିନ ଆରମ୍ଭରେ ଆପଣଙ୍କର ମାନସିକ ଅସୁବିଧା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ ।

ଧନୁ: – ଆଜି ମଧ୍ୟମ ଦିନ ହେବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାର ସମୟ ନୁହେଁ । ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାକୁ ଏଡ଼ାନ୍ତୁ ।

ମକର : – ଆଜି ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ତୁମର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

କୁମ୍ଭ: – ଆଜିର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଭାଇମାନଙ୍କ ସହିତ ସମୟ ବିତାଇବ। ଜଣେ ସୁନ୍ଦର ସ୍ଥାନରେ ଦର୍ଶନୀୟ ସ୍ଥାନ ପାଇଁ ଯାଇପାରିବେ । ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ସମ୍ଭାବନା ଅଛି । କାର୍ଯ୍ୟରେ ସଫଳତା ପାଇ ବନ୍ଧୁମାନେ ଖୁସି ହେବେ। ତୁମର ବିଶେଷ ଆଗ୍ରହ କଳା କ୍ଷେତ୍ରରେ ରହିବ।

ମୀନ : – ଆଜି ତୁମର ଶୁଭ ଦିନ । ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ। ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ । ରୋଗରେ ପୀଡିତଙ୍କ ଅବସ୍ଥା ସୁଧୁରିବାରୁ ସନ୍ତୋଷର ଭାବନା ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଘରକୁ ଘର ବୁଲି ଟେଷ୍ଟିଂ କଲେ ଅଙ୍ଗନବାଡି କର୍ମି

ଭୁବନେଶ୍ବର, ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ଧିରେଧିରେ କାୟା ବିସ୍ତାର କରିବାରେ ଲାଗିଲାଣି। ଏପରି କ୍ଷେତ୍ରରେ ପ୍ରତିଟି ଗାଁ ପାଇଁ ସାହା ଭରସା ହେଉଛନ୍ତି ଅଙ୍ଗନବାଡି ଓ ଆଶା କର୍ମି। ସେଥିପାଇଁ ଏପରି ମହାମାରୀକୁ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି ଏବଂ ଆଶା କର୍ମିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପାରିଶ୍ରମିକର ବ୍ୟବସ୍ଥା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାରେ ଓଡିଶାର ଅଙ୍ଗନବାଡି କର୍ମିମାନେ ବର୍ତ୍ତମାନ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାହା ଘରେ କାହାର ତାପମାତ୍ରା କେତେ ଅଛି ତାହା ମାପିବା ସହିତ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରୁଛନ୍ତି। ଏହା ଫଳରେ କରୋନା ସଂକ୍ରାମଣକୁ ପ୍ରାଥମିକ ସ୍ତରରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି।

Categories
ଫଟୋ ଖବର

କୋଭିଡ କଟକଣା ଭିତରେ ପୁରୀରେ ଚାଲିଛି ପ୍ରଭୃ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା

ପୁରୀ, ଆଜି ଚନ୍ଦନ ଯାତ୍ରାର ଚତୁର୍ଥ ଦିନରେ ସୁସଜ୍ଜିତ ବିମାନକୁ ବଡୁ ସେବକମାନେ ବିଜେ ହୋଇଥିବା ଚଳନ୍ତି ପ୍ରତିମାଙ୍କୁ ନେଇ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବିଭିନ୍ନ ନୀତିକାନ୍ତି ସହ ନୌକା ବିହାର ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ମନୋବଳ ରହିବ ବେଶ ସୁଦୃଢ

ମେଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ। ଏହି ମୂଲ୍ୟ ବସ୍ତ୍ରଭୂଷଣ ଏବଂ ଆନନ୍ଦ-ପ୍ରମୋଦ ରହିବ। ଆଦର୍ଶଗତ ଭାବରେ, ମନୋବଳ ଦୃଢରହିବ। ମନ ସୃଜନଶୀଳ ପ୍ରବୃତ୍ତିରେ ରହିବ।

ସିଂହ: – ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ। ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ। ଆଧ୍ୟାତ୍ମିକତା ଏବଂ ଧ୍ୟାନ କରିବ ଭଲ ରହିବ ।

 

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ କୋର୍ଟ କାମରେ ଯତ୍ନବାନ ରୁହନ୍ତୁ

ବୃଷ: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବେ। ମନ ବ୍ୟସ୍ତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ ।

ମିଥୁନ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଇ ଦେଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ। ବ୍ୟବସାୟରୁ ଲାଭବାନ ହେବେ। ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବକ୍ତବ୍ୟରେ ସଂଯମତା ରଖନ୍ତୁ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିଙ୍କର ଦିନଟି ବେଶ ଶୁଭଦାୟକ ରହିବ

କୁମ୍ଭ: – ଆଜିର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଭାଇମାନଙ୍କ ସହିତ ସମୟ ବିତାଇବ। ଜଣେ ସୁନ୍ଦର ସ୍ଥାନରେ ଦର୍ଶନୀୟ ସ୍ଥାନ ପାଇଁ ଯାଇପାରିବେ । ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ସମ୍ଭାବନା ଅଛି ।

ମୀନ : – ଆଜି ତୁମର ଶୁଭ ଦିନ । ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ। ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିଙ୍କର ଆଜି ଦିନ ତମାମ କିଛି ଭଲ ନାହିଁ

ମକର : – ଆଜି ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ତୁମର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ଧନୁ: – ଆଜି ମଧ୍ୟମ ଦିନ ହେବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାର ସମୟ ନୁହେଁ । ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାକୁ ଏଡ଼ାନ୍ତୁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାରରେ ରୁହନ୍ତୁ ସାବଧାନ, ହୋଇପାରେ ମାନସିକ ଅଶାନ୍ତି

ବିଛା : – ଆଜି ଦିନ ଆରମ୍ଭରେ ଆପଣଙ୍କର ମାନସିକ ଅସୁବିଧା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ ।

କନ୍ୟା: – ଆଜି ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ। ଆଜି କିଛି ଦାନ କରିବା ଭଲ ହେବ। ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ସମ୍ଭାବନା ରହିଛି ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟ ବୃଦ୍ଧି ପାଇବାର ସମ୍ଭାବନା

କର୍କଟ : – ଆଜି ଏକ ଜରୁରୀକାଳୀନ କାର୍ଯ୍ୟରେ ଅର୍ଥ ବ୍ୟୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଯାହା ଘରକୁ ନଷ୍ଟ କରିପାରେ। ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ।

ତୂଳା: – ଆଜି ଏହି ରାଶିର ଲୋକମାନେ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ ।

Categories
ଜାତୀୟ ଖବର ବିଶେଷ ଖବର

ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ ନୂଆ କରୋନା ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି

ନୂଆଦିଲ୍ଲୀ,  ଭାରତର ଦୈନିକ କୋଭିଡ ସୁସ୍ଥ ସଂଖ୍ୟା ପ୍ରଥମ ଥର ପାଇଁ ୪ ଲକ୍ଷରୁ ଅଧିକ ହୋଇପାରିଛି । ଗତ ୨୪ ଘଣ୍ଟାରେ ୪,୨୨,୪୩୬ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି । ଗତ ୧୪ ଦିନରେ ହାରାହାରି ଦୈନିକ ସୁସ୍ଥ ସଂଖ୍ୟା ୩,୫୫,୯୪୪ରୁ ଅଧିକ ରହିଛି । ନିମ୍ନ ଗ୍ରାଫରେ ଗତ ୧୪ ଦିନର ଦୈନିକ ସୁସ୍ଥ ସଂଖ୍ୟା ପ୍ରର୍ଦଶିତ ହୋଇଛି । ଗତ ୨୪ ଘଣ୍ଟାରେ ୨,୬୩,୫୩୩ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତରେ ପଞ୍ଜିକୃତ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି । ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧,୬୩,୨୩୨ ହ୍ରାସ ପଞ୍ଜିକୃତ ହୋଇଛି ।
ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୧୫,୯୬,୫୧୨ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ୮୫.୬୦ ପ୍ରତିଶତ ରହିଛି । ଦଶଟି ରାଜ୍ୟରେ ୭୫.୭୭ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ଆଜି ୩୩,୫୩,୭୬୫କୁ ହ୍ରାସ ପାଇଛି । ଏହା ଦଶେର ସମୁଦାୟ ସକ୍ରିୟ ମାମଲାର ୧୩.୨୯ ପ୍ରତିଶତ ।
ଭାରତର ସମୁଦାୟ ସକ୍ରିୟ ମାମଲାର ୬୯.୦୧ ପ୍ରତିଶତ ୮ଟି ରାଜ୍ୟରେ ପଞ୍ଜିକୃତ ହୋଇଛି। ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ର୍ପଯ୍ୟାୟ ଅନ୍ର୍ତଗତ ଦଶେରେ ଆଜି ସୁଦ୍ଧା ପ୍ରାୟ ୧୮.୪୪ କୋଟି କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।

ଆଜି ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୮୭, ୬୩୮ ସସେନରେ ସମୁଦାୟ ୧୮,୪୪,୫୩,୧୪୯ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୫୯,୪୪୧ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୫୨,୩୮୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୫,୦୦,୩୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୨,୧୭,୦୭୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୪ ବୟସ ର୍ବଗର ୫୯,୩୯,୨୯୦ ହିତାଧିକାରୀ (ପ୍ରଥମ ଡୋଜ), ୫,୭୬,୬୪,୬୧୬ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ର୍ବଗର ୯୨,୪୩,୧୦୪ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ର୍ବଷ ବୟସର ୫,୪୬,୬୪,୫୭୭ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୯,୧୨,୩୫୪ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି ।

ସାରା ଦଶେରେ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜର ୬୬.୭୦ ପ୍ରତିଶତ ୧୦ଟି ରାଜ୍ୟରେ ଦିଆଯାଇଛି । ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ର୍ବଗର ୬,୬୯,୮୮୪ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି ଓ ଟିକାକରଣ ଅଭିଯାନର ତୃତୀୟ ର୍ପଯ୍ୟାୟ ଆରମ୍ଭ ହବୋ ପରଠାରୁ ୩୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସମୁଦାୟ ୫୯,୩୯,୨୯୦ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୧୨୨ ଦିନ ସୁଦ୍ଧା (ମଇ ୧୭, ୨୦୨୧) ୧୫,୧୦,୪୧୮ ଟିକା ଡୋଜ ପ୍ରଦାନ କରାଯାଇଛି । ୧୪,୪୪୭ ସସେନରେ ୧୨,୬୭,୨୦୧ ହିତାଧିକାରୀ ପ୍ରଥମ ଡୋଜ ଓ ୨,୪୩,୨୧୭ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଗତ ୨୪ ଘଣ୍ଟାରେ ଦଶଟି ରାଜ୍ୟରେ ୭୪.୫୪ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ର୍କଣ୍ଣାଟକରେ ଦୈନିକ ର୍ସବାଧିକ ୩୮,୬୦୩ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବଳେେ ତାମିଲନାଡୁରେ ୩୩,୦୭୫ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଜାତୀୟ ମୃତ୍ୟୁ ହାର ୧.୧୦ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୪,୩୨୬ ମୃତ୍ୟୁ ପଞ୍ଜିକୃତ ହୋଇଛି । ୧୦ଟି ରାଜ୍ୟରେ ୭୫.୯୮ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ର୍ସବାଧିକ ୧୦୦୦ ମୃତ୍ୟୁ ହୋଇଥିବା ବଳେେ ର୍କଣ୍ଣାଟକରେ ଦୈନିକ ୪୭୬ ମୃତ୍ୟୁ ହୋଇଛି । ଏହାସହିତ ଅନ୍ର୍ତଜାତିକ ରିଲିଫ ସହାୟତାଗୁଡିକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କୋଭିଡ ମୁକାବିଲା ପାଇଁ ତୁରନ୍ତ ଆବଣ୍ଟିତ କରାଯାଉଛି ।

ଏର୍ପଯ୍ୟନ୍ତ ୧୧,୩୨୧ ଅକ୍ସିଜନେ କନସଣେ୍ଟଟ୍ରଟେର, ୧୫,୮୦୧ ଅକ୍ସିଜନେ ସିଲିଣ୍ଡର, ୧୯ ଅକ୍ସିଜନେ ଜନେରେସେନ ପ୍ଳାଣ୍ଟ, ୭,୪୭୦ ଭଣେ୍ଟିଲଟେର/ ବିଆଇ ପିଏପି, ପ୍ରାୟ ୫.୫ ଲକ୍ଷ ଭାଏଲ ରମେଡସେିଭିର ଇଞ୍ଜକେ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୩୭

 

ରମେଶ ମହାନ୍ତି

ଜଗତସିଂହପୁର:- ଜଗତସିଂହପୁର ଜିଲ୍ଲାରେ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା କିନ୍ତୁ ଆଜି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ କମିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ବ୍ଲକରୁ ୨୪ଜଣ, ବିରିଡ଼ି ବ୍ଲକରୁ ୨୧ଜଣ, କୁଜଙ୍ଗ ବ୍ଲକରୁ ୨୦ଜଣ, ତିର୍ତ୍ତୋଲ ବ୍ଳକରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୪ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, ନାଉଗାଁ ବ୍ଲକରୁ ୭ଜଣ, ଏରସମା ବ୍ଲକରୁ ୬ଜଣ ଓ ରଘୁନାଥପୁର ବ୍ଲକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୬୬୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୧୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୯୬୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଂକ୍ରମଣକୁ ରୋକିବା ଲାଗି ପୂର୍ବତଟ ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା

ଭୁବନେଶ୍ୱର: କମ୍ ଯାତ୍ରୀ ଓ କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି। ମେ’ ୩୧ ଯାଏଁ ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା। ଭୁବନେଶ୍ୱର-କେନ୍ଦୁଝରଗଡ଼, ଭୁବନେଶ୍ୱର-ଭଦ୍ରକ ଟ୍ରେନ ଉଭୟ ପଟୁ ବାତିଲ ହୋଇଛି। ସେହିପରି କଟକ-ଭଦ୍ରକ, କଟକ-ପାରାଦୀପ ସ୍ପେଶାଲ ଟ୍ରେନ୍‌ ଉଭୟ ପଟୁ ବାତିଲ ହୋଇଛି। ୨୨, ୨୩, ୨୬, ୨୯ ଓ ୩୦ ତାରିଖରେ ୩ ଯୋଡ଼ା ମେମୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ପୁରୀ-ଅନୁଗୋଳ, ପୁରୀ-କଟକ, ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍‌ କରିଛି ପୂର୍ବତଟ ରେଳ ବିଭାଗ।

ପୂର୍ବରୁ ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଥିଲେ ପୂର୍ବତଟ ରେଲୱେ। ମେ’ ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଥିଲା। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍‌, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଥିଲା। ସେହିପରି ଗତ ୭ଠୁ ୩୦ ଯାଏଁ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ ବାତିଲ୍‌ କରାଯାଇଥିଲା। ଗତ ୮ରୁ ୩୧ ତାରିଖ ଯାଏଁ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍‌, ୮ରୁ ୨୯ ଯାଏଁ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌ ଓ ୯ରୁ ୩୦ ତାରିଖ ଯାଏଁ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାତିଲ୍ କରାଯାଇଛି

Categories
ଆଜିର ଖବର ଆଞ୍ଚଳିକ

ବାଲିକୁଦା, ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିବ ନୂଆ ଅଲଟ୍ରାସାଉଣ୍ଡ ୟୁନିଟ୍

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପି.ସି.ପି.ଏନ୍.ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକ ଯେପରି ଆଇନ୍ ଅନୁଯାୟୀ ସଠିକ୍ ଭାବରେ ପରିଚାଳନା ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ବାଲିକୁଦା, ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆକରି ଅଲଟ୍ରାସାଉଣ୍ଡ ୟୁନିଟ ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏତଦବ୍ୟତୀତ ତିର୍ତ୍ତୋଲ ବ୍ଲକରେ ଅନ୍ୟ ଏକ ପ୍ରାଇଭେଟ୍ ଅଲଟ୍ରାସାଉଣ୍ଡ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ସମସ୍ତ ପଞ୍ଜିକୃତ କ୍ଲିନିକ୍ ପ୍ରତ୍ୟେକ ରିପୋର୍ଟ ଏବଂ ଏହାର ପଞ୍ଜିକରଣ ଓ ନବୀକରଣ ଅନଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାର ଆବଶ୍ୟକୀୟ ତଦାରଖ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ହେଲାପରେ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ଭର୍ଚୁଆଲ୍ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ପ୍ରମୋଦ କୁମାର ବାରିକ ସରକାରୀ ଓକିଲ ସଲିଲ କୁମାର ଘୋଷ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଆଶ୍ରା ଏନ୍.ଜି.ଓ ର ସଦସ୍ୟା ଜ୍ୟୋତିର୍ମୟୀ ମହାନ୍ତି ,ସାମାଜିକ କର୍ମୀ ଡି.ପି.ଏମ୍ ଚକ୍ରଧର ଜେନା, ସେକସନ୍ ଅଫିସର୍ ବିନୋଦ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସହପରିଚାଳିକା ପି.ସି.ପି.ଏନ୍.ଡି.ଟି ସ୍ୱସ୍ଥି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅକ୍ସିଜେନ ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୧୦ ହଜାର ଉପରେ ରହୁଛି। ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭବିଷ୍ୟତରେ ଚିକିତ୍ସା ପାଇଁ ଅମ୍ଳଜାନ ଆବଶ୍ୟକ ହୋଇପାରେ। ତେଣୁ ଯେପରି ଅମ୍ଳଜାନର ଦୁରୁପଯୋଗ ହେବ ନାହିଁ, ସେଥିପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ତେବେ ଏହି ଟାସ୍କ ଫୋର୍ସରେ ୯ ଜଣ ସଦସ୍ୟ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ଅମ୍ଳଜାନ ଉତ୍ପାଦନ ଏବଂ ବିତରଣର ତଦାରଖ କରିବ ଟାସ୍କଫୋର୍ସ। ଏହାସହ ମେଡିକାଲ ଅକ୍ସିଜେନ ଉପରେ ଏହି ଟାସ୍କଫୋର୍ସ ଦୀର୍ଘମିଆଦି ଯୋଜନା କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୂବନେଶ୍ୱର: କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି।

ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବା କୁ ପଡିବ ନାହିଁ।

ଯାଜପୁର ର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ। ଚିକିତ୍ସା ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଵେ।

ଏହି ହସ୍ପିଟାଲରେ ୧୫୦ ଟି ଅକ୍ସିଜେନ ସଯୁକ୍ତ ବେଡ଼୍ ସହିତ ୫୦ ଟି ଆଇସିୟୁ ବେଡ଼୍ ମଧ୍ୟ ରହିବ।

Categories
ବିଶେଷ ଖବର ରାଜ୍ୟ ଖବର

ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ପ୍ରଦାନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି। ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି। ରାଜ୍ୟରେ ପଜିଟିଭ ହାର ମଧ୍ୟ କମିଛି। ଏ ସବୁ ପାଇଁ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା।

ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି। ତେଣୁ କୋଭିଡ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା କୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସଂପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସଂପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଟିକାକରଣ କୋଭିଡ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଲୋକମାନେ ଯେପରି ସୁବିଧାରେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ, ସେଥିପାଇଁ ସେମାନଙ୍କୁ ଟିକାକରଣ କେନ୍ଦ୍ରର ସ୍ଥାନ ଓ ସମୟ ସଂପର୍କରେ ପୂର୍ବରୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ।

କୋଭିଡ ସଂକ୍ରମଣ ରୋକିବାରେ ଠିକ୍‌ ଭାବରେ ମାସ୍କ ପିନ୍ଧିବାର ବିଶେଷ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରାଥମିକତା ଦେବାକୁ ପରାମଶ ଦେଇ ଥିଲେ। ଗରିବ ଲୋକମାନେ ଯେପରି ସୁବିଧାରେ ମାସ୍କ ପାଇପାରିବେ, ସେଥିପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଧାୟକମାନେ ଖର୍ଚ୍ଚ କରି ମିଶନ ଶକ୍ତି ଗ୍ରୁପ ରୁ ସଗ୍ରହ କରିବାକୁ ପଦଷେପ ନିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଲକ୍‌ଡାଉନର ସୁଫଳକୁ ଅନୁଭବ କରି ଆଉ ଦୁଇ ସପ୍ତାହ ପାଇଁ ଏହାର ଅବଧିକୁ ବଢାଯାଇଛି ଏବଂ ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମଇ ୨୪ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳ ମାନେ ହେଲ୍ପ ଡେସ୍କ ଗୁଡିକୁ ଉତ୍ତମ ରୂପେ ତଦାରଖ କରୁଛନ୍ତି ଏବଂ ଅକ୍ସିଜେନ ଲଜିଷ୍ଟିକ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି ବୋଲି ସେ କହିଥିଲେ।

ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଉପସ୍ଥାପନା ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି।

ଭାରତରେ ମଇ ୮ ତାରିଖରେ ଏହା ସର୍ବାଧିକ ୪,୧୪,୧୮୮ ହୋଇଥିଲା। ଆଜି ଏହା ୨,୬୩,୦୨୧ ଅଛି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି। ଓଡିଶାରେ ସଂକ୍ରମଣ ମଇ ୧୩ ତାରିଖରେ ସର୍ବାଧିକ ହୋଇଥିଲା ଏବଂ ତା ପରଠାରୁ ଏହା କମିବାରେ ଲାଗିଛି ବୋଲି ସେ କହିଥିଲେ । ଆମର ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି। ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବା ସତ୍ତ୍ବେ, ପଜିଟିଭିଟି କମିବା ଏକ ଭଲ ସୂଚନା ବୋଲି ସେ କହିଥିଲେ। ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ। ଆମର ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ ବୋଲି ସେ କହିଥିଲେ । ରାଜ୍ୟରେ ଆଇସିୟୁ ବେଡ୍‌ର ସଂଖ୍ୟା ବୃଦ୍ଧି କରାଯାଇଛି ଏବଂ ଖୁବ୍‌ଶୀଘ୍ର ଆଉ ୩୬୮ଟି ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯିବ। ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟରେ ଲକ୍‌ଡାଉନ ଓ ବିଭିନ୍ନ କୋଭିଡ଼ ଗାଇଡଲାଇନର ଅନୁପାଳନ ପାଇଁ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍‌ ଅକ୍‌ସିଜେନ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍‌. ଅକ୍ଷୟ କହିଥିଲେ ଯେ ଅଗ୍ନି ସୂରକ୍ଷା ପାଇଁ ୬୨ଟି କୋଭିଡ ହସ୍‌ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଅବଜରଭର ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ଅବଜର୍‌ଭର ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ଅବଜର୍‌ଭର ଶ୍ରୀ ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ବର ମ୍ୟୁନିସପାଲ କମିଶନର ମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାପକ ଅର୍ଥକାରବାର ଅଭିଯୋଗ: ସମୟ ପୂର୍ବରୁ ନିୟମିତ ହେଲେ ବାଲିକୁଦାର ଦୁଇ କନିଷ୍ଠ ଶିକ୍ଷକ, ତଦନ୍ତ ଦାବି

ରମେଶ ମହାନ୍ତି
ଜଗତସିଂହପୁର: ପ୍ରାଥମିକ ଶିକ୍ଷାଦାନରେ ଗୁଣାତ୍ମକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଶିକ୍ଷାସହାୟକ ନିଯୁକ୍ତ ୨୦୦୧ ମସିହାରୁ ପ୍ରଚଳନ ଅରମ୍ଭ କଲେ। ଜଣେ ଶିକ୍ଷାସହାୟକ ନିଷ୍ଠାର ସହ ତିନି ବର୍ଷ କାମ କଲେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇବେ ଓ ପୁଣି ତିନି ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଦେଖିବାକୁ ଗଲେ ଲଗାତାର ଛଅ ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି ବୋଲି ସୂଚନା ମିଳିଛି।

ଏହି କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ ଆବାହକ, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସଂପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ସଭ୍ୟ ରହିଥିବା ଜାଣିବାକୁ ମିଳିଛି। କମିଟିର ଅନୁମୋଦନ ପରେ ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସ୍ବାକ୍ଷରରେ ୨୨୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେବାର ତାଲିକା୦୩.୦୫.୨୧ରେ ପତ୍ର ସଂ.୧୦୪୭ରେ ପ୍ରକାଶପାଇଥିଲା। ବାଲିକୁଦା ବ୍ଲକ ୨୮ ଜଣ, ବିରିଡି ୧୭, ଏରସମା ୪୭, ଜଗତସିଂହପୁର ୧୬, ରଘୁନାଥପୁର ୧୭, କୁଜଙ୍ଗ ୪୬, ନାଉଗାଁ ବ୍ଲକ ୧୪ ଓ ତିର୍ତ୍ତୋଲ ବ୍ଲକର ୨୪ ଜଣ କନିଷ୍ଟ ଶିକ୍ଷକ ଅଛନ୍ତି। ବାଲିକୁଦା ବ୍ଲକର ୨୮ ଜଣଙ୍କ ମଧ୍ୟରୁ କ୍ରମିକ ନଂ ୧୭ରେ ଥିବା ମଧୁସ୍ମିତା ଦାସ ୧୦.୦୧.୨୦୧୫ରେ ଶିକ୍ଷାସହାୟକ ନିଯୁକ୍ତି ପାଇ ୨୨.୦୩.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି।

ଏଠାରେ ଶିକ୍ଷୟିତ୍ରୀ ଜଣକ ୭୨ ଦିନ ପୂର୍ବରୁ ନିୟମିତ ହୋଇ ୬୫ ହଜାର ଟଙ୍କା ଲାଭବାନ ହେବା ସହିତ ସେହିପରି ଉକ୍ତ ବ୍ଲକର ରୋଜାଲିନ ବେହେରା କ୍ରମିକ ନଂ.୨୨ ଶିକ୍ଷାସହାୟକ ନିଯୁକ୍ତି ୧୬.୦୨.୨୦୧୫ରେ ପାଇ ୧୬.୦୨.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି। ଏଠାରେ ଶିକ୍ଷୟିତ୍ରୀ ଜଣକ ୪୦ ଦିନ ପୂର୍ବରୁ ନିୟମିତ ହୋଇ ୩୫ ହଜାର ଟଙ୍କା ଲାଭବାନ ହେବେ ବୋଲି ଜଣାପଡ଼ିଛି।

ଯଦି ଏପରି ଭୁଲ ହୋଇଛି ତେବେ ଏଥିପାଇଁ ପାଇଁ ଦାଇ କିଏ ? ଏପରି ଭୁଲ ବାରମ୍ବାର ହେଲେ ବି ଅଧିକାରୀ ନା ସଂପୃକ୍ତ କର୍ମଚାରୀ କାହାକୁ ଦାଇ ନକରିବା ନିୟମକୁ ଉଲଘଂନ କରିବାରେ ପ୍ରୋତ୍ସାହିତ କରୁଛି ବେଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ୨୦୦୫ ମସିହାରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ କେତେକଙ୍କୁ ଅନୁଗ୍ରହ ପୂର୍ବକ ସମୟ ପୁର୍ବରୁ ନିୟମିତ କରିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ୟ ହେଇଥିଲା।

ଏଥିପାଇଁ ବ୍ୟାପକ ଅର୍ଥକାରବାର ହୋଇଥିଲା ବୋଲି ଜଣେ ଶିକ୍ଷକ ନେତା ଦାବୀ କରିବା ସହିତ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା କୁହାଯାଉଛି, ଯାହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୧୫୧: ସୁସ୍ଥ ହେଲେ ୮୯୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୬୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାର ୬୪୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୮୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୧ ହଜାର ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୨୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୨୪୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୨୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୧୮, ସୁନ୍ଦରଗଡରୁ ୯୪୩, କଟକରୁ ୮୮୭, ପୁରୀରୁ ୭୦୭, ସମ୍ବଲପୁରରୁ ୬୪୧, କଳାହାଣ୍ଡିରୁ ୪୬୫, ବରଗଡରୁ ୪୪୮, ଅନୁଗୁଳରୁ ୪୩୮, ଝାରସୁଗୁଡାରୁ ୩୩୧, ବାଲେଶ୍ବରରୁ ୩୦୧, ନବରଙ୍ଗପୁରରୁ ୨୯୧, ବଲାଙ୍ଗୀରିରୁ ୨୭୩, ନୟାଗଡରୁ ୨୫୪, ଯାଜପୁରରୁ ୨୨୨, ନୂଆପଡାରୁ ୨୧୪, ମୟୂରଭଞ୍ଜରୁ ୨୦୭, ଗଞ୍ଜାମରୁ ୧୯୫, ସୋନପୁରରୁ ୧୭୯, କେନ୍ଦୁଝରରୁ ୧୭୭, ଢେଙ୍କାନାଳରୁ ୧୬୭, କେନ୍ଦ୍ରାପଡାରୁ ୧୫୮, ଜଗତସିଂହପୁରରୁ ୧୩୭,

ଦେବଗଡରୁ ୧୩୬, ରାୟଗଡାରୁ ୧୩୬, କୋରାପୁଟରୁ ୧୨୨, ଗଜପତିରୁ ୧୧୬, ବୌଦ୍ଧରୁ ୧୧୩, ଭଦ୍ରକରୁ ୧୦୦, କନ୍ଧମାଳରୁ ୧୦୦, ମାଲକାନାଗିରିରୁ ୯୪ ଏବଂ ଷ୍ଟେଟ ପୁଲରୁ ୨୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୩୬ ହଜାର ୫୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪ ହଜାର ୨୯୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛଦ୍ମବେଶ ଧରି ବାଣପୁର ମଦ ଦୋକାନରେ ଚଢାଉ କଲେ ଏସଡିପିଓ: ମୋଟା ଅଙ୍କର ଆଦାୟ କଲେ ଜରିମାନା

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ରାଜ୍ୟରେ ଲକଡ଼ାଉନ ଜାରି ରହିଥିବାବେଳେ ମଦକୁ କେବଳ ହୋମ ଡେଲିଭେରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଦ ଦୋକାନରେ ଏହାର ବ୍ୟତିକ୍ରମ ଦେଖାଯାଉଛି।

ଏହି ବିଦେଶୀ ମଦ ଦୋକାନରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ ପରେ ଆଜି ବାଲୁଗାଁ ଏସଡିପିଓ ସତ୍ୟତା ଜାଣିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନିଜ ବେଶ ବଦଳାଇ ଉକ୍ତ ଦୋକାନରେ ମଦ କିଣିବା ପାଇଁ ପହଞ୍ଚିଥିଲେ।

ଏହା ପୂର୍ବରୁ ଶକ୍ତି ସିନେମା ହଲ ନିକଟରେ ପାଖାପାଖି ଅପରାହ୍ନ ୧.୩୦ ମିନିଟ ସମୟରେ  ବାଣପୁର ଥାନାକୁ ଏନ୍ଫୋର୍ସମେଣ୍ଟ ପାଇଁ ଆସିଥିବା ଦୁଇ ଜଣ ନୂଆ ସିଏସଆଇଙ୍କୁ ଡକାଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଯୋଜନା ମୁତାବକ ଆଜି ଅପରାହ୍ନ ୨ ଘଟିକା ସମୟରେ ସମ୍ପୃକ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ଏସଡ଼ିପିଓ ହେଲମେଟ ପିନ୍ଧି ସାଧା ପୋଷାକରେ ଯାଇ ସମ୍ପୃକ୍ତ ମଦ ଦୋକାନ ନିକଟରେ ପହଞ୍ଚିଥିଲେ।

ଏସଡ଼ିପିଓ ଛଦ୍ମ ବେଶରେ ଦୋକାନ ନିକଟରେ ବସିଥିବାବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଦୋକାନୀଙ୍କୁ ମଦ ମାଗିବାପାଇଁ ଉଦ୍ୟମ ହେବାପୂର୍ବରୁ ସେଠି ଖୋଲାଖୋଲି ମଦ ବିକ୍ରି ହେଉଥିବାର ଦେଖିବାକୁ ପାଇଥିଲେ। ଏହା ପୋଲିସ ପାଇଁ ଆହୁରି ସହଜ ହୋଇପଡ଼ିଥିଲା। ଯୋଜନା ଅନୁଯାୟୀ ଆଉ ଦୋକାନୀଙ୍କଠାରୁ ମଦ ନକିଣି ଦୋକାନୀ ଗ୍ରାହକଙ୍କୁ ମଦ ଦେବା ସମୟରେ ଏସଡ଼ିପିଓ ପ୍ରମାଣ ସ୍ୱରୂପ ଏହାର ଭିଡିଓ ରେକର୍ଡ଼ିଂ କରିବା ସହ ପରିଶେଷରେ ନିଜ ପରିଚୟ ପ୍ରକାଶ କରିଥିଲେ।

ଏହାପରେ ସେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଘଟଣା ସ୍ଥଳକୁ ଡକାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ଏନଏସି ସମ୍ପୃକ୍ତ ମଦ ଦୋକାନୀଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସଦାବେଳେ ବାଲୁଗାଁ ଏସଡ଼ିପିଓ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏସଡ଼ିପିଓ ଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ତେବେ ଆସନ୍ତାକାଲିଠାରୁ ବାଣପୁର ଏବଂ ବାଲୁଗାଁରେ ଲକଡ଼ାଉନ ନିୟମ ଉଲଂଘନ କରୁଥିବା ଦୋକାନୀ ଏବଂ ନିୟମକୁ ନମାନି ଲୁଚିଛପି ବେପାର କରୁଥିବା ବିଭିନ୍ନ ଦୋକାନୀମାନଙ୍କ ଉପରେ ଏହିପରି ଛଦ୍ମବେଶ ରେ ଚଢ଼ାଉ ଆରମ୍ଭ ହେବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ନକଲି ପରିଚୟ ପତ୍ର ବିକ୍ରି କରୁଥିବା ଯୁବକକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ସମଗ୍ର ବିଶ୍ଵକୁ କରୋନା ମହାମାରୀ କବଳିତ କରିଛି। ଏହି ସମୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଅନେକ ଲୋକ ରୋଜଗାର ହରାଇବସିଛନ୍ତି।

କିନ୍ତୁ ଏହି ସମୟରେ କିଛି ଲୋକ ଅସାମାଜିକ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି। ରାଜ୍ୟରେ ଲକଡାଉନ କଟକଣାର ସୁଯୋଗ ନେଇ କିଛି ଲୋକ ଆଇନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କଟକଣା ସମୟରେ ଅତି ଜରିରୀ ନଥିଲେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ହେଲ ଏହି କଟକଣାକୁ ନମାନି କେତେଜଣ ଅମାନିଆ ନକଲି ପରିଚୟ ପତ୍ର ଧରି ଘୂରିବୁଲୁଛନ୍ତି।

ତେବେ କିଛି ଯୁବକ ଆଇନ ଆଖିରେ ଧୁଳି ଫିଙ୍ଗି ଏହାର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ସେମାନେ ମିଥ୍ୟା ପରିଚୟ ପତ୍ର ତିଆରି କରି ପ୍ରତି ପରିଚୟ ପତ୍ର ପିଛା ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କ ଠାରୁ ନେଉଛନ୍ତି।

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖବାକୁ ମିଳିଛି। ଜଣେ ଯୁବକ ବିଭିନ୍ନ କମ୍ପାନୀର ଲୋଗୋ ସଂଗ୍ରହ କରି ଲୋକଙ୍କୁ ନକଲି ପରିଚୟ ପତ୍ର ବିକ୍ରି କରିବା ପରେ ପୋଲିସ ହାତରେ ଧାରା ପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯୁବକଜଣଙ୍କୁ ଗିରଫ କରିଛି।