ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ଏକ ବଡ଼ଧରଣର ଗୁଟ୍ଖା କାରଖାନା ଉପରେ ତହସିଲ୍ଦାର ଏବଂ ଉପଜିଲ୍ଲାପାଳ ଚଢ଼ାଉ କରି ଦେଢ଼କୋଟି ଟଙ୍କାର ଗୁଟ୍ଖା ଏବଂ ସରଞ୍ଜାମ ଜବତ କରିଥିବାବେଳେ ଆଜି ପୁଣି ତହସିଲ୍ଦାର ଏକ ବେଆଇନ ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛନ୍ତି । ଲଗାତାର ଭାବେ ଏଭଳି ଚଢ଼ାଉ ହେଉଥିବାରୁ ଆକ୍ସନ୍ ମୋଡ଼୍ରେ ତହସିଲ୍ଦାର ଇପ୍ସିତା ପ୍ରିୟଦର୍ଶିନୀ ଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ତହସିଲ୍ଦାରଙ୍କ ଏଭଳି ଚଢ଼ାଉକୁ ଦେଖି ଅଂଚଳରେ ଥିବା ବେଆଇନ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି । ଆଜି କୌଣସି ବିଶେଷ ସୂତ୍ରରୁ କୁକୁଡ଼ାଖଣ୍ଡି ତହସିଲ୍ ଅନ୍ତର୍ଗତ ଢ଼େପାଗୁଡ଼ା ଅଂଚଳରେ ଏକ ଚୋରା ଦେଶୀ ମଦ ତିଆରି କାରଖାନା ଚାଲିଥିବା ଖବର ପାଇଁ ତହସିଲ୍ଦାର, ତାଙ୍କ ଟିମ୍ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ୧୮୦୦୦ ଲିଟର ପୋଚକୁ…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଖେଳୁଥିବାବେଳେ ଏକ ଚାରିବର୍ଷର ଶିଶୁକନ୍ୟାର ପାଟିରେ ଏକ ଲୁଡାରଡ଼୍ ପଶିଯାଇଥିବାବେଳେ ବ୍ରହ୍ମପୁର ଏମ୍କେସିଜି ଡ଼ାକ୍ତରୀ ଟିମ୍ ଦ୍ୱାରା ଏହାକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ପାଳକଷଣ୍ଢ ଗ୍ରାମର ସନ୍ୟାସୀ ଗୌଡ଼ଙ୍କ ଘର କାମ ଚାଲିଥିଲା । ତାଙ୍କ ୪ ବର୍ଷର ଝିଅ ମନସ୍ମିତା ଛାତ ଉପରକୁ ଯାଇ ଖେଳୁଖେଳୁ ଅସାବଧନତା କାରଣରୁ ନିର୍ମାଣ କାମ ଚାଲୁଥିବା ସ୍ଥାନରେ ପଡ଼ିଯାଇଥିଲା । ସେଠାରେ ପୋତାଯାଇଥିବା ଏକ ଲୁହାଛଡ଼ ଥୋଡ଼ିରେ ପଶି ପାଟି ବାଟେ ବାହାରି ଯାଇଥିଲା । ଝିଅର ଏଭଳି ଅବସ୍ଥାରେ ଦେଖି ପରିବାର ଲୋକ ତାକୁ ତୁରନ୍ତ ବ୍ରହ୍ମପୁର ଏମ୍କେସିଜକୁ ଆଣିଥିଲେ । କିନ୍ତୁ କରୋନା ସମୟ ଯୋଗୁଁ ଡ଼ାକ୍ତରମାନ ବିଳମ୍ବ କରିବାକୁ ବ୍ରହ୍ମପୁରର କିଛି ସାମ୍ବାଦିକ ଚଳଚଞ୍ଚଳ ହୋଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ମେଡ଼ିକାଲ୍ ପ୍ରଶାସନ ତତ୍ପର…
ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୯୧ ଜଣ ଆକ୍ରାନ୍ତ କଟକ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଗଜପତିରୁ ୮୮, କୋରାପୁଟରୁ ୬୬, ଖୁର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡରୁ ୩୦, ସୁବର୍ଣ୍ଣପୁରରୁ ୨୫, କନ୍ଧମାଳରୁ ୨୦, କେନ୍ଦୁଝର ଓ ଢେଙ୍କାନାଳରୁ ୧୮, ଭଦ୍ରଖରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂପୁରା ଓ ଯାଜପୁରରୁ ୧୪, ଦେବଗଡରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦, ଝାରସୁଗୁଡା ଓ କଳାହାଣ୍ଡି ରୁ ୭, ବଲାଙ୍ଗୀରରୁ ୬, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରିରୁ ୫, କେନ୍ଦ୍ରାପଡା ରୁ ୪ ଓ ବୌଦ୍ଧ ରୁ ଜଣେ ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ ସମୁଦାୟ ୨୧,୯୫୪…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ରୋଡରେ ଏକ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନରେ ଜଣେ ବାଇକ ଚାଳକ ଜଣେ ସାଇକେଲ ଆରୋହୀ ଝିଅ ଟିକୁ ଆଗ ପଟୁ ଧକ୍କା ଦେବାରୁ ଝିଅଟି ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜଣେ ଆପାଚି ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିବାବେଳେ ଜଣେ ଯୁବତୀଙ୍କୁ ଆଗ ପଟୁ ଧକ୍କାଦେଇଥିଲେ। ଭୀମପୁର ଗ୍ରାମ ଶଗଡ଼ିଆ ସାହିର ବିଶ୍ୱନାଥ ପରିଡ଼ାଙ୍କ ଝିଅ ସୁଚିତ୍ରା ପରିଡ଼ା(୨0) ସାଇକେଲ ଯୋଗେ ବାଣପୁର ବଜାରରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଭେଟେଶ୍ୱର ଗ୍ରାମର ସର୍ବେଶ୍ୱର ପଲେଇ(୨୧) ନାମକ ଜଣେ ଯୁବକ ନିଜ ବାଇକ ଦ୍ଵାରା ସାମ୍ନାରୁ ଧକ୍କା ଦେଇଥିଲେ। ଫଳରେ ସୁଚିତ୍ରା ସାଇକେଲରୁ ଛିଟିକି ତଳେ ପଡିଯାଇଥିଲେ। ଖବର ପାଇ ବାଣପୁର ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଚିତ୍ରାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝିଅଟିର ମୁହଁରେ ଦୁଇ ଗୋଟି ଷ୍ଟିଚ ପଡ଼ିଥିବା…
ଭୁବନେଶ୍ବର, ପଶ୍ଚିମବଙ୍ଗ ରାଜ୍ୟରେ ଅଗଷ୍ଟ 2020 ର 5, 8, 16, 17, 23, 24 ଓ 31 ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ – ବାତିଲ ହେଉଥିବା ଟ୍ରେନ : A. ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ 5, 8, 16 ଓ 23 ଅଗଷ୍ଟ , 2020 ତାରିଖ ଗୁଡିକରେ ବାତିଲ କରାଯିବ l B. ଯଶୋବନ୍ତପୁରରୁ ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ 7, 10, 16, 18, 23, 25 ଓ 30 ଅଗଷ୍ଟ 2020 ତାରିଖ ଗୁଡିକରେ ବାତିଲ କରାଯିବ l C. ସିଆଲଦାରୁ ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ 03 ଅଗଷ୍ଟ 2020 ତାରିଖ ଦିନ ବାତିଲ କରାଯିବ l D. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ 4 ଅଗଷ୍ଟ 2020…
ତାମିଲନାଡୁ : ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ୍ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ମେଡ଼ିକାଲ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚେନ୍ନାଇର କାବେରୀ ହସ୍ପିଟାଲ ରାଜ୍ୟପାଳଙ୍କୁ କରୋନା ହୋଇଥିବା ସମ୍ପର୍କରେ ସୂଚନା ଦେଇଛି । ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କଠାରେ ଲକ୍ଷଣହୀନ କରୋନା ଚିହ୍ନଟ ହୋଇଥିବାବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ସୂଚନାଯୋଗ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଛି । ସେହିପରି ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ରଦେବ ସିଂହ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ୟୁପି କ୍ୟାବିନେଟ୍ରେ ଜଣେ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ କରୋନା ଆକ୍ରାନ୍ତ ହୋଇଥିବା ବଲିଉଡ୍ ମେଗା ଷ୍ଟାର୍ ଅମିତାଭ ବଚ୍ଚନ କରୋନାରୁ ମୁକ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ଟୁଇଟ୍ ଜରିଆରେ ସୂଚନା…
ଭୁବନେଶ୍ବର : ଭୁବନେଶ୍ବରରେ ଆଉ 118 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରୁ 69 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ 49ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 69 କେସ୍ ମଧ୍ୟରୁ ଏକ ଘରୋଇ ହସ୍ପିଟାଲରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଲାଶ ପଲ୍ଲୀରୁ 6ଜଣ ଓ ଜାଗମରାରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ପୋଲିସ କର୍ମଚାରୀ ରହିଛନ୍ତି । ୟୁନିଟ୍ 8 ଅଞ୍ଚଳରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 125 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରହିଛି । ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 2ହଜାର 979ରେ ପହଞ୍ଚିଥିବାବେଳେ…
ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ କରୋନା । ଅମିତ୍ ଶାହାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋବ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଗୃହମନ୍ତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ତାଙ୍କଠାରେ ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବା ସହ ଆଇସୋଲେସନ୍ରେ ରହିବାକୁ ନିବେଦନ କରିଛନ୍ତି ଶାହା । ସୂଚନାଯୋଗ୍ୟ, ଆଜି କରୋନାରେ ଉତ୍ତରପ୍ରଦେଶର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର :ଆଜି ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ,ଏରସମା ଓ ରଘୁନାଥପୁର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୧୩ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖା ୭୩୯ରେ ପହଞ୍ଚିଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୫୪ ଜଣ ଆକ୍ରାନ୍ତ ଏବେ ଆକ୍ଟିଭ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର : ଆସନ୍ତା 4 ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବର ଆଜିଠାରୁ 5 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ସମୟରେ କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗିର ଆଦି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନଇେ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି- କୋରାପୁଟ, ମାଲକାନଗିରି, ସମ୍ବଲପୁର ଝାରସୁଗୁଡା, ବରଗଡ, ଦେବଗଡ, ବୌଦ୍ଧ , ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଜଗତସିଂହପୁର ।
ନୂଆଦିଲ୍ଲୀ: ଦୁଇ ଘଣ୍ଟାର ଟ୍ରେନ୍ରେ ଯାତ୍ରାରେ ଯଦି କୌଣସି ଯାତ୍ରୀଙ୍କ 8 ଫୁଟ୍ ପରିସର ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ଥା’ନ୍ତି, ତେବେ ସେ ଯାତ୍ରୀ ଜଣକ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଏକ ଅନୁଶୀଳନରୁ ଜଣାପଡିଛି । ଏହି ଅନୁଶୀଳନରେ ଏକ ଘଣ୍ଟାର ରେଳଯାତ୍ରାରେ ସାମାଜିକ ଦୂରତ୍ବ ଅତି କମ୍ରେ 3.2 ଫିଟ୍ ରଖିବା ଆବଶ୍ୟକ ବୋଲି ଚେତାବନୀ ଦିଆଯାଇଛି । ଚୀନର ହାଇସ୍ପିଡ୍ ଟ୍ରେନକୁ ଧ୍ୟାନରେ ରଖି ବ୍ରିଟେନର ସାଉଥେମ୍ପଟନ୍ ୟୁନିଭର୍ସିଟିର ଓ୍ବାର୍ଲ୍ଡପପ୍ ପ୍ରୋଜେକ୍ଟ ଅନୁସାରେ ଏହି ଅନୁଶୀଳନ କରାଯାଇଛି। ଏହି ଅନୁଶୀଳନରେ 2019 ଡିସେମ୍ବର 19 ତାରିଖଠାରୁ 2020 ମାର୍ଚ୍ଚ 6 ପର୍ଯ୍ୟନ୍ତ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା । କୌଣସି ଅସୁସ୍ଥ ବ୍ୟକ୍ତିଠାରୁ ପାଞ୍ଚୋଟି ସିଟ୍ ଆଗରେ କିମ୍ବା ପଛରେ ବା ଡାହାଣ ଓ ବାହାଣରେ ତିନି ସିଟି ଭିତରେ ବସିଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଯାଇପାରନ୍ତି। ସେହିପରି ଆକ୍ରାନ୍ତଙ୍କ ପାଖରେ ବସିଥିବା ଲୋକଙ୍କ ସଂକ୍ରମିତ…
ଭୁବନେଶ୍ବର : କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଆସନ୍ତା 31 ଅଗଷ୍ଟ ଯାଏଁ ବନ୍ଦ ରହିବ। ଏହି ସମୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଅତିରିକ୍ତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତି ମାସରେ ପ୍ରଦାନ କରାଯାଉଥିବା “ଶୁଖିଲା ରାସନ” ଅଙ୍ଗନବାଡି କର୍ମୀମାନେ କୋଭିଡ୍ ନିୟମ ଅନୁପାଳନ କରି ହିତାଧିକାରୀଙ୍କ ଘରେ ପ୍ରଦାନ କରିଛନ୍ତି। ପ୍ରତି ମାସର 1 ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଶୁଖିଲା ରାସନକୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଅଗଷ୍ଟ ମାସ ପାଇଁ ବାଣ୍ଟିଛନ୍ତି। ଏହି ବଣ୍ଟନ ସମୟରେ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ-19 ନିୟମାବଳୀ କଡ଼ାକଡ଼ି ଭାବେ…
ଭୁବନେଶ୍ବର : ଆସନ୍ତା ଦିନେ ଦୁଇଦିନ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନେ, ଦୁଇଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ 29 ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ କରୋନା ଓ ଲକ୍ଡାଉନ୍ ଯୋଗୁଁ ମାଟ୍ରିକ୍ ଖାତା ଦେଖାରେ ବାଧକ ସୃଷ୍ଟି ହୋଇଥିଲା । ଅପରପକ୍ଷରେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ଅଗଷ୍ଟ ମାସ ଶେଷ ସୁଦ୍ଧା କଳା ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ,…
ଭୁବନେଶ୍ବର : ଏଣିକି ଶିକ୍ଷକ ଅନଲାଇନ୍ ପଢିବେ ଆଉ ପଢାଇବେ । ଅନ୍ଲାଇନ୍ରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ତାଲିମ ନେବେ । 101ଟି ଉତ୍କର୍ଷ ବିଦ୍ୟାଳୟରୁ 2 ଜଣ ଲେଖାଏଁ ଶିକ୍ଷକ ଅନଲାଇନ୍ ଶିକ୍ଷାଦାନ ପାଇଁ ତାଲିମ ନେବେ । 30ଟି ଯୁକ୍ତ ଦୁଇ କଲେଜ ଓ କଲେଜ ଶିକ୍ଷା କଲେଜରେ ଶିକ୍ଷକ ତାଲିମ ନେବେ । ଶିକ୍ଷକମାନେ ଆସନ୍ତା 4ରୁ 5 ଦିନ ପାଇଁ 2 ଘଣ୍ଟିଆ ତାଲିମ୍ ନେବେ ବୋଲି ଜଣାପଡିଛି । କରୋନାରେ କିପରି ଭାବରେ ଅନଲାଇନ୍ ଶିକ୍ଷା ଦାନ ହେବ ସେନେଇ ତାଲିମ୍ ଦିଆଯିବ । ଶିକ୍ଷକଙ୍କ ଅନଲାଇନ୍ ତାଲିମ୍ ଶିକ୍ଷା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
( ଆସନ୍ତା ୫ ତାରିଖରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହେବ। ତା ପୂର୍ବରୁ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତାଙ୍କ ଫେସବୁକରେ ବିଭିନ୍ନ ଭାଷାର ପ୍ରଭୃ ଶ୍ରୀରାମଙ୍କ ଉପରେ ଲେଖା ପ୍ରକାଶ କରିଛନ୍ତି। ସେ ଓଡିଆରେ ଲେଖିଥିବା ପ୍ରବନ୍ଧର ଅବିକଳ ନକଲ ତଳେ ଦିଆଗଲା।) ଏମ. ଭେଙ୍କୟା ନାଇଡୁ, ଉପରାଷ୍ଟ୍ରପତି ଆଉ କେଇଦିନ ପରେ ଆମେ ଅଯୋଧ୍ୟାରେ ଏକ ଐତିହାସିକ ଘଟଣା ଦେଖିବାକୁ ପାଇବା । ଏଭଳି ଏକ ଘଟଣା ଆମ ମଧ୍ୟରୁ ଅଧିକାଂଶଙ୍କୁ ଆମ ଐତିହ୍ୟର ଏକ ମହାନ ସାଂସ୍କୃତିକ ଅଧ୍ୟାୟ ସହ ଯୋଡିବାର ଅବକାଶ ଦିଏ। ଏହି ଘଟଣା ଆମକୁ ରାମାୟଣର ପୁନଃ ସ୍ମରଣ କରାଏ। ଏହି ଶାଶ୍ୱତ ମହାନ ଗ୍ରନ୍ଥ ରାମାୟଣ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଲେଖା ଯାଇଥିଲା। ଏହା ଆମ ସାମୂହିକ ଚେତନାର ଏକ ଅଂଶ ପାଲଟି ଯାଇଛି। ଅଯୋଧ୍ୟାରେ ଯେଉଁ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ…
ବଦୋଦରା, ସେ ହେଉଛନ୍ତି ଜିଲ୍ଲାପାଳଙ୍କ ପିଅନ, ଦୀର୍ଘ ୩୮ ବର୍ଷ ଧରି ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସନ୍ତି। ଜିଲ୍ଲାପାଳଙ୍କ ପାଖକୁ ଯେଉଁମାନେ ଆସନ୍ତି, ସେମାନେ ଭିତରକୁ ଯିବେ କି ନାହିଁ ପ୍ରଥମେ ତାଙ୍କୁ ପଚାରନ୍ତି। ସେ ହଁ କଲେ ଭିତରକୁ ଯାଆନ୍ତି। ହେଲେ ସେ କେବେ ଭାବି ନ ଥିଲେ ଯେ, ଯେଉଁ ଚ୍ୟାମ୍ବର ଆଗରେ ସେ ପିଅନ, ସେହି ଚ୍ୟାମ୍ବର ଚଉକିରେ ସେ ବସିବେ। କେବେ ଭାବି ନ ଥିଲେ ଯେ, ସକାଳୁ ସକାଳୁ ଅଫିସ ଆସିଲେ ସେ ଯେଉଁ ଚ୍ୟାୟରକୁ ପୋଛାପୋଛି କରି ସଫା କରନ୍ତି ସେହି ଚ୍ୟାୟରରେ ସେ ବସିବେ। ହେଲେ ସେହି ଅସମ୍ଭବ କଥାଟି ସମ୍ଭବ ହୋଇଛି। ଘଟଣାଟି ଗୁଜୁରାଟ ରାଜ୍ୟର ଆନନ୍ଦ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ଘଟିଛି। ୬୦ ବର୍ଷ ବୟସ୍କ ପିଅନ ଫତେ ସିଂ ମାଖୱାନା। ଦୀର୍ଘ ୩୮ ବର୍ଷ ଧରି ସେ ପିଅନ ଭାବେ ସେହି ଗୋଟିଏ ଅଫିସରେ କାମ କରି…
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ଲଗାତାର ଭାବରେ ଯୋଡି ହେଉଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲା ଦାଏର କରି ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଙ୍କ ତରଫରୁ କରାଯାଇଥିବା ଖର୍ଚ୍ଚର ଯାଞ୍ଚ କରୁଛି । ନିକଟରେ ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ ମିଳିଛି । ମିଳିଥିବା ସୂଚନା ଅନୁସାରେ 90 ଦିନ ଭିତରେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଖାତାରୁ 4 .64 କୋଟିରୁ ହ୍ରାସ ହୋଇ ଏବେ 1.4 କୋଟି ରହିଛି। ପୂଜାପାଠ ପାଇଁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ମାସ ମଧ୍ୟରେ 2 ଲକ୍ଷ 2 ହଜାର ଟଙ୍କା କଢାଯାଇଛି । ଏହି ସମସ୍ତ ପଇସା ପୂଜା ପାଠ ସାମଗ୍ରୀ ଓ ପଣ୍ଡିତଙ୍କ ଉପରେ ଖର୍ଚ୍ଚ ହୋଇଛି । ତେବେ ଏହାକୁ ନେଇ ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ, ଏହି ସମସ୍ତ ପଇସାରେ…
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 3 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରେ 4 ମୃତକଙ୍କ ମଧ୍ୟରେ 2 ଜଣ ପୁରୁଷ ଥିବାବେଳେ 2 ଜଣ ମହିଳା ରହିଛନ୍ତି। ଦୁଇ ମହିଳାଙ୍କ ବୟସ 94 ଓ 45 ବର୍ଷ ହୋଇଥିବାବେଳେ ଦୁଇ ପୁରୁଷଙ୍କ ମୃତକଙ୍କ ବୟସ 57 ବର୍ଷ । ଖୋର୍ଦ୍ଧା ଜିଲ୍ଲାର ତିନି ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର 78 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକ ହେଉଛନ୍ତି 58 ବର୍ଷୀୟ ପୁରୁଷ ଓ 60 ବର୍ଷୀୟ ମହିଳା ରହିଛନ୍ତି । ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କର ବୟସ 73 ବର୍ଷ ପୁରୁଷ ବୋଲି ସୂଚନା…
Keonjhargarh,They work even on sundays to keep us safe. Sanitation work undertaken in different wards of the municipality.
ଭୁବନେଶ୍ବର : ଆଜି 29 ଜିଲ୍ଲାରୁ 1434 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ରାୟଗଡାରୁ 197, କଟକରୁ 123, ଗଜପତିରୁ 91, ସୁନ୍ଦରଗଡରୁ 76, ପୁରୀରୁ 65, ଯାଜପୁରରୁ 57, ସମ୍ବଲପୁରରୁ 51, କନ୍ଧମାଳରୁ 44, ଭଦ୍ରକରୁ 25, ମାଲକାନଗିରିରୁ 24, କେନ୍ଦ୍ରାପଡାରୁ 22, କଳାହାଣ୍ଡିରୁ 18, ଜଗତସିଂହପୁର ଓ ଢେଙ୍କାନାଳରୁ 13 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ କୋରାପୁଟରୁ 12 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 9, ନୟାଗଡରୁ 8, ନୂଆପଡାରୁ 7ଜଣ ରହିଛନ୍ତି । ଝାରସୁଗୁଡା ଓ ସୋନପୁରରୁ 6 ଜଣ ଲେଖାଏଁ ରହିଥିବାବେଳେ ବରଗଡ ଓ ବୌଦ୍ଧରୁ 5 ଜଣ ଲେଖାଏଁ ରହିଛନ୍ତି । କେଉଁଝର, ଦେବଗଡ ଓ ନବରଙ୍ଗପୁରରୁ 2 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1434 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 889ଜଣ ଚିହ୍ନଟ ହୋଇଥିବାବେଳେ 545ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 34ହଜାର 913କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 13 ହଜାର 404ଜଣ । ସେହିପରି ସୁସ୍ଥ ହୋଇଛନ୍ତି 21 ହଜାର 273ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 187ଜଣ । ସେହିପରି 38 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

