ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ ଭୁବନେଶ୍ବର। ପଞ୍ଚମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ କରୋନା ରୋଗୀଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସତ୍ତ୍ବେ ସେ କରୋନା ସଂକ୍ରମିତ ହେବା ପରେ ଏହା ଏବେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି। କେବଳ ଭୁବନେଶ୍ବର ନୁହେଁ ଭଦ୍ରକରେ ମଧ୍ୟ ସମ୍ପୂର୍ଣ୍ଣ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଡାଉନ୍ କରାଯିବ। ଏହି ସଟ୍ ଡାଉନ୍ କାଳରେ ସମସ୍ତ ପୁରୁଣା ପାସ୍ ବନ୍ଦ ରହିବ। ଏନେଇ ଆଜି ପ୍ରେସ ମିଟ୍ରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଏହି ସମୟରେ କ୍ଷୀର,…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭି.ସି ରୁମ୍ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କରିଥିଲେ। ଜିଲ୍ଲାର ଗ୍ରାମାଞ୍ଚଳରେ ଗତକାଲି ସୁଦ୍ଧା ୧୬୯ଟି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୌରାଞ୍ଚଳର ୪ଟି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତକାଲି ସୁଦ୍ଧା ୧୬ ହଜାରରୁ ଉର୍ଦ୍ଧ୍ଵ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୧୪୯୩.୮୨ କ୍ୱିଣ୍ଟାଲ ଚାଉଳ/ଗହମ ବଣ୍ଟନ କରାଯାଇଛି। ଜିଲ୍ଲାର ୮୨ଟି ପଞ୍ଚାୟତରେ ନିରାଶ୍ରୟ, ଅଭାବଗ୍ରସ୍ତ, ପୀଡିତ ବୃଦ୍ଧ, ବୃଦ୍ଧା ୧୧୯୬୯ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୧୧୫୯ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୧,୦୪,୨୧୯ ହିତାଧିକାରୀଙ୍କୁ ଗତକାଲି ସୁଦ୍ଧା ୨୨କୋଟି ୨୬ଲକ୍ଷ ୫୨୧…
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଲଗାତାର ଭାବରେ ବଢି ଚାଲିଛି । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଷ୍ଟ୍ରପତି ଭବନରେ ଦେଶର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକ ସକାଳ 10ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନା ସ୍ଥିତିକୁ ପରଖିଛନ୍ତି ରାଷ୍ଟ୍ରପତି । ଏହି ବୈଠକରେ କରୋନା ସମ୍ପର୍କିତ ଆଲୋଚନା ଓ ପଦକ୍ଷେପ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ରହିଥିଲେ । କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କରି ଲଢେଇ ଜାରି ରଖିଛନ୍ତି । ଦେଶରେ 21 ଦିନିଆ ଲକ୍ ଡାଉନ୍…
ଇରାନ୍ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 9 ଲକ୍ଷ ପାର କରି ସାରିଲାଣି । ସେହିପରି ଏହି ରୋଗରେ ମୃତ୍ୟୁ ସଂଖ୍ୟା ପଚାଶ ହଜାର ଡେଇଁ ସାରିଛି । ଏହି ରୋଗରେ କବଳରେ କେବଳ ସାଧାରଣ ଲୋକେ ନୁହଁନ୍ତି ଦୁନିଆର ବହୁ ରାଜନେତା ମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଇରାନ ସଂସଦର ବାଚସ୍ପତି ଅଲୀ ଲାରୀଜାନି ଏକେ କରୋନାଗ୍ରସ୍ତ ହୋଇଛନ୍ତି । ତାଙ୍କଠାରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଇରାନ୍ ସଂସଦ ଗୁରୁବାର ଦିନ ନିଜ ଓ୍ବେବସାଇଟ୍ରେ ଏହା ସମ୍ପର୍କରେ ସୂଚନା ଦେଇଛି । କରୋନାରେ ସଂକ୍ରମିତ ହୋଇଥିବା ଲାରୀଜାନି ଇରାନ ସରକାରଙ୍କ ପ୍ରଥମ ସର୍ବୋଚ୍ଚ ଅଧିକାରୀ ରହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ତାଙ୍କ ସ୍ତ୍ରୀ ସୋଫି ମଧ୍ୟ କରୋନା ପଜିଟିଭି ରହିଥିଲେ । ତାଙ୍କୁ ଆଇସୋଲେସରେ ରଖାଯାଇଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲରୁ ସେ ଡିସ୍ଚାର୍ଜ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପ୍ରଥମ ଆକ୍ରାନ୍ତ ଜଣକ । ଟୁଇଟ୍ ଯୋଗେ ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏବେ ଓଡ଼ିଶାର ଆଉ ତିନି କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ପୂର୍ବରୁ ଦ୍ବିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସୂଚନାଯାେଗ୍ୟ, ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଜଣକ ଇଟାଲୀରୁ ଫେରିଥିଲେ । ବୟସ ତାଙ୍କର 33 ବର୍ଷ ହୋଇଥିବାବେଳେ ସେ ଗତ ମାର୍ଚ୍ଚ 6 ତାରିଖରେ ଇଟାଲୀରୁ ଦିଲ୍ଲୀ ପହଞ୍ଚିଥିଲେ ଓ 11 ତାରିଖରେ ଦିଲ୍ଲୀରୁ ଟ୍ରେନ୍ ଯୋଗେ ଭୁବେନଶ୍ବର ଆସି 13 ତାରିଖରେ ପହଞ୍ଚିଥିଲେ । ଭୁବନେଶ୍ବରର ବରଗଡ ଅଞ୍ଚଳର ଏହି ବ୍ୟକ୍ତିଙ୍କ…
ରାଜସ୍ଥାନ : ଦେଶରେ କରୋନା ଭାଇରସ୍କୁ ନେଇ ସଂକଟ ବଢିବାରେ ଲାଗିଛି । କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21 ଦିନିଆ ଲକ୍ ଡାଉନର ଘୋଷଣା କରାଯାଇଛି । ସେହିପରି ରାଜ୍ୟସରକାରମାନେ ଏହାକୁ ନେଇ ବେଶ୍ ସତର୍କ ରହିଛନ୍ତି । ଏହା ମଧ୍ୟରେ ରାଜସ୍ଥାନ ସରକାର ରାଜ୍ୟରେ ବିଜୁଳି ଓ ପାଣି ବିଲ୍ ପାଇଁ ଏକ ବିଶେ ଘୋଷଣା କରିଛନ୍ତି । ଦେଶରେ ଜାରି ହୋଇଥିବା 21 ଦିନିଆ ଲକ୍ ଡାଉନ୍ କାରଣରୁ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସମୟରେ ଆର୍ଥିକ ଗତିବିଧି ଉପରେ ମଧ୍ୟ ବ୍ରେକ୍ ଲାଗିଛି । ରାଜସ୍ଥାନର ଗେହଲତ ସରକାର ଦୁଇ ମାସ ପାଇଁ ବିଜୁଳି ଓ ପାଣିର ବିଲ୍କୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ ସରକାର ରାଜ୍ୟର ଶିଳ୍ପ ୟୁନିଟ୍ ଓ ଚାଷୀ ତଥା ସାଧାରଣ ଜନତାଙ୍କ ପାଇଁ ବିଜୁଳି ଓ ପାଣିର ବିଲ୍କୁ…
ନୂଆଦିଲ୍ଲୀ : କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖ ରବିବାର ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖ। ବାଲକୋନୀରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ କିମ୍ବା ଟର୍ଚ୍ଚ ଲାଇଟ୍ ଆଦି ଅନ୍ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଏହି ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବ ବଜାଇ ରଖିବାକୁ ଉପଦେଶ ଦେଇଛନ୍ତି ମୋଦୀ। ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍କୋନି ସମ୍ମୁଖରେ ଏପରି କରି ସାରା ଦେଶବାସୀ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି। ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ…
କେଦାର ମିଶ୍ର ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ଯେ ଲକ ଡାଉନ ର ୨୧ ଦିନ ପୂରିବା ପରେ ତାକୁ ଚଳାଇ ରଖିବା ହୁଏତ ସମ୍ଭବପର ହୋଇନପାରେ। ପ୍ରଥମତଃ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାହା ଅଧିକ ଦିନ ଦେଇ ହେବନାହିଁ। ପ୍ରତିଦିନ ଜିଡିପିରୁ ୩୫ ହଜାରରୁ ୪୫ ହଜାର କୋଟି ଟଙ୍କା କ୍ଷୟ ହେଉଛି। ୨୧ ଦିନର ଜାତୀୟ ଲକ ଡାଉନ, ତା ପୂର୍ବର ଜନତା ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟର ଲକ ଡାଉନ ଜନିତ କ୍ଷତି ୧୦ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେବ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଏ ପ୍ରକାର କ୍ଷତି ସହିବାକୁ ଆମେ ବାଧ୍ୟ। ଭାରତର ଜଣ ବହୁଳତା ଓ ସ୍ୱାସ୍ଥ୍ୟ ସେବାରେ ଆମର ସୀମିତ ସାଧନ ଯୋଗୁଁ ଏହାର ସଂକ୍ରମଣ ରୋକିବା ଜରୁରୀ। ସାମାଜିକ…
ନୂଆଦିଲ୍ଲୀ : କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଦେଶବାସୀଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି । ଏହି ସଂକଟ ସମୟରେ ଦେଶବାସୀଙ୍କୁ ସାହସ ଓ ଧେର୍ଯ୍ୟ ଦେଇଛନ୍ତି । ସମସ୍ତ କରୋନା ଯୋଦ୍ଧାକୁ ଧନ୍ୟବାଦ ଦେଇଛନ୍ତି ମୋଦି । କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖରେ ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖି ଘରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ , ଟର୍ଚ୍ଚ ଲାଇଟ୍ ଆଦି ଅନ୍ କରିବାକୁ ଆହ୍ବାନ କରିଛନ୍ତି । ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ନ କରିବାକୁ ଉପଦେଶ ଦେଇଛନ୍ତି । ନିଜ ଘରର ଦ୍ବାର ମୁହଁ…
ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଯୋଗୁଁ ଏବେ ଇଟାଲୀ, ସ୍ପେନ ଓ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । କୋଭିଡି -19 ଭୟରେ ଭୟଭୀତ ସାରା ଦେଶ । ଏବେ ସମଗ୍ର ଦେଶରେ କାୟା ମେଲାଇଛି କରୋନା । ଦେଶର ବହୁ ଶକ୍ତିଶାଳୀ ରାଷ୍ଟ୍ରମାନେ ଏବେ କରୋନା କବଳରେ ପଡିଛନ୍ତି । ଆମେରିକାରେ ଏହି ରୋଗ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି 2,45,088ଜଣ । ସେହିପରି ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି 6,075ଜଣ । ସେହିପରି ଇଟାଲୀରେ ସର୍ବାଧିକ ରୋଗୀ ମୃତ୍ୟୁବରଣ କରିଛନ୍ତି। ଇଟାଲୀରେ ସର୍ବମୋଟ୍ 13, 915 ଜଣ ମୃତ୍ୟୁବରଣ କରିଥିବାବେଳେ 1 ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସ୍ପେନ୍ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ରହିଥିବାବେଳେ 10ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ଫ୍ରାନ୍ସରେ 59ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 5 ହଜାରରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କରିଛନ୍ତି । ଇରାନ୍ରେ…
ଭୁବନେଶ୍ବର, ବର୍ତ୍ତମାନ ସାରା ବିଶ୍ବରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଘର ମାଲିକମାନେ ବଦାନ୍ୟ ହେବା ଆବଶ୍ୟକ। ଅନ୍ତତଃ ପକ୍ଷେ ତିନି ମାସ ପାଇଁ ଘରଭଡା ନ ମାଗିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଟୁଇଟ୍ ଏ ସଂପର୍କରେ ସେ ଲେଖିଛନ୍ତି ଯେ, ଘରମାଲିକମାନେ ମଧ୍ୟ ଏପରି ଦୁଃସ୍ଥିତି ସମୟରେ କାହାକୁ ଘରୁ ବାହାର କରିବା ମଧ୍ୟ ଠିକ୍ ନୁହେଁ। ଏହି ଛାଡ ବେଳେ ମୁଖ୍ୟତଃ ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କରୋନା ପାଇଁ ବର୍ତ୍ତମାନ ସାରା ପୃଥିବୀ ଲକଡାଉନ ଅବସ୍ଥାରେ ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପରିସ୍ଥିତିରେ ଲୋକମାନେ ରୋଜଗାର କରିବା ମଧ୍ୟ ସମ୍ଭବପର ନୁହେଁ। ସେହିପରି ଭାରତରେ ମଧ୍ୟ କରୋନା ଭଇରସ ତାଣ୍ଡବ ସୃଷ୍ଟି କରିବାରେ ଲାଗିଛି। ଏପରି କ୍ଷେତ୍ରରେ ବିଭିନ୍ନ କଂପାନୀମାନେ ସରକାରଙ୍କୁ ସହଯୋଗ କରିବାକୁ ହାତ ବଢାଇଛନ୍ତି। ବିଭିନ୍ନ…
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ସରକାରୀ ତଥ୍ୟ ଅନୁସାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୩୨୮ ଜଣ ସଂକ୍ରମିତ ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚି ଯାଇଛି। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଦେଶରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ କରୋନାର ନୂତନ 500ଟି ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 141ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରୁ 129ଟି ମାମଲା ମରକଜରୁ ସମ୍ପର୍କିତ ରହିଥିଲେ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2500 ପାର୍ କରିଛି। ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତକୁ ଖାଲି କରାଯାଇଛି । କିନ୍ତୁ ଦେଶରେ କରୋନାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ…
ସୀତାରାମ ଅଗ୍ରୱାଲ ବାଣପୁର: ସାରା ଦେଶରେ କରୋନା ମହାମାରୀ ରୋକିବା ପାଇଁ ଲକ ଡାଉନ ଚାଲିଥିବା ବେଳେ ଏଥିରେ ଜନଜୀବନ ଓ ଜୀବିକା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହି ସମୟରେ ବହୁ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ମଜୁରିଆ ତଥା ଖଟିଖିଆ ମାନଙ୍କ ବୃତ୍ତି ବନ୍ଦ ହୋଇଯାଇଥିବା ସ୍ଥଳେ ଦିନକୁ ଦି ଓଳି ଖାଇବା ପାଇଁ ମଧ୍ୟ ସେମାନେ ସଂଘର୍ଷ କରୁଛନ୍ତି। କେହି ବି ଅନାହାରରେ ନରହିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଅ ଯାଇଥିଲେ ମଧ୍ୟ ବାସ୍ତବତା ଏହା ଠାରୁ ଭିନ୍ନ। ଅନେକ ଯୋଜନା ମଧ୍ୟ ଘୋଷଣା ହୋଇଛି ମାତ୍ର ଯୋଜନାର ସଠିକ ରୂପାୟନ ହୋଇ ପାରୁନି। କୋଉଠି ନା କୋଉଠି ବ୍ୟତିକ୍ରମ ଘଟୁଛି। ଏହି ଲକ ଡାଉନ ସମୟରେ କେବଳ ମଣିଷ ନୁହେଁ ବରଂ ପଶୁ ପକ୍ଷୀ ମଧ୍ୟ ସମାନ ଭାବରେ ପ୍ରଭାବିତ। ଦୋକାନ ବଜାର ବନ୍ଦ ଥିବାରୁ ପଶୁ ପକ୍ଷୀ ମାନେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଏମ୍ସି ପକ୍ଷରୁ ତାଙ୍କର ଯାତ୍ରା ଇତିହାସର ତଥ୍ୟ ପ୍ରକାଶ ପାଇଛି । ସଙ୍କ୍ରମିତ ବ୍ୟକ୍ତି ଜଣକ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟ ନଗର ମହାଶକ୍ତି କ୍ଲିନିକ୍କୁ ଯାଇଥିଲେ । ମାର୍ଚ୍ଚ ୧୨ ତାରିଖରେ ପୁନର୍ବାର ସମାନ କ୍ଲିନିକ୍କୁ ଯାଇଥିଲେ । ମାର୍ଚ୍ଚ ୨୭ ଅପରାହ୍ନରେ ସମ୍ ହସ୍ପିଟାଲ୍ର ଓପିଡି ଯାଇଥିଲେ । ଏହାପରେ ମାର୍ଚ୍ଚ ୨୮ ତାରିଖରେ ଏମ୍ସର ଓପିଡିକୁ ଯାଇ ନିଜ ଘରକୁ ଫେରିିଥିଲେ । ମାର୍ଚ୍ଚ ୩୧ ତାରିଖରେ ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୩୧ରେ ସ୍ୱାବ୍ ସାମ୍ପଲ ସଂଗୃହୀତ ହେବା ପରେ ୧ ତାରିଖରେ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯିବା ସହିତ ସମୁଦାୟ ସୂର୍ଯ୍ୟନଗର ଅଞ୍ଚଳକୁ…
ହାଇଦ୍ରାବାଦ, ବର୍ତ୍ତମାନ ଚାରିଆଡେ ଲକଡାଉନ ହୋଇଥିବାରୁ ଲୋକେ ଘରୁ ବାହରିପାରୁ ନାହାଁନ୍ତି। ଫଳରେ ପ୍ରତିଦିନ ରୋଗୀଙ୍କୁ ଯେଉଁ ରକ୍ତର ଆବଶ୍ୟକତା ରହିଥାଏ ତାହା ଆଉ ହୋଇପାରୁ ନାହିଁ। ଧିରେ ଧିରେ ଏହାର ଅଭାବ ପରିଲକ୍ଷିତ ହେବାରୁ ବିଭିନ୍ନ ସ୍ଥାନରେ ଚାଲିଛି ରକ୍ତଦାନ ଶିବିର। ହାଇଦ୍ରାବାଦସ୍ଥିତ ମିଲିଟାରୀ କଲେଜରେ ଚାଲିଛି ଏହି ରକ୍ତଦାନ ଶିବିର।
ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କରିଛି ସଶସ୍ତ୍ର ସୀମା ସୁରକ୍ଷା ବଳ (ବିଏସ୍ଏଫ୍) । କରୋନା ଭାଇରସ୍ ମୁକାବିଲା ପାଇଁ ବିଏସ୍ଏଫ୍ ପକ୍ଷରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ସଶସ୍ତ୍ର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ଗୋଟିଏ ଦିନର ବେତନକୁ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି । ବିଏସ୍ଏଫ୍ ପକ୍ଷରୁ ୩୩,୨୮,୫୭,୫୦୪ ଟଙ୍କାର ଏକ ଚେକ୍ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଥିବା ନେଇ ବିଏସ୍ଏଫ୍ ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୫୩ ଛୁଇଁଥିବା ବେଳେ ୨୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।
ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଏକ ବଡ ପଦକ୍ଷେପ ନେଇଛି। ମୋଟ 960 ଜଣ ବିଦେଶୀ ନାଗରିକଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। ବର୍ତ୍ତମାନ ଏହି ବିଦେଶୀ ଭାରତରେ ଅଛନ୍ତି। ଏମାନେ ପର୍ଯ୍ୟଟକ ଭିସାରେ ଆସି ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗଦେଇଥିଲେ। ଏଥିରେ ଯୋଗ ଦେଇଥିବା ସମସ୍ତ ବିଦେଶୀ ନାଗରିକଙ୍କ ଭିସା ଉପରେ ଅନୁଧ୍ୟାନ କରିବା ପରେ ଏହା ଘଟଣା ପଦାକୁ ଆସିଥିଲା। ବର୍ତ୍ତମାନ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଗୃହ ବିଭାଗ କହିଛି। ଏ ସଂପର୍କରେ ଖୋଦ ଗୃହମନ୍ତ୍ରୀ ଅମିତ ସାହା ଟୁଇଟ କରି ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ଏ ଧର୍ମ କାର୍ଯ୍ୟରେ ଯୋଗଦେଇଥିବା ପ୍ରାୟ 9 ହଜାର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ 1306 ଜଣ ବିଦେଶୀ ରହିଥିବା ବେଳେ ଅନ୍ୟମାନେ ହେଉଛନ୍ତି ଭାରତୀୟ।
ନୂଆଦିଲ୍ଲୀ : କରୋନା ଭାଇରସ୍ର କୌଣସି ସିଦ୍ଧ ଚିକିତ୍ସା ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ସମୟରେ ଏହାକୁ ଭିନ୍ନ ଭିନ୍ନ ଔଷଧ ଜରିଆରେ ଚିକିତ୍ସା କରି ସଫଳତା ହାସଲ କରାଯାଉଛି । ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ ଆୟୁର୍ବେଦ ଜରିଆରେ ସୁସ୍ଥ ହୋଇଛନ୍ତି ବୋଲି ଜନୈକ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମତ ଦେଇଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହି ମତ ଦେଇଛନ୍ତି । ୭୧ ବର୍ଷୀୟ ବ୍ରିଟେନ୍ ଯୁବରାଜ ଆୟୁର୍ବେଦ ଓ ହୋମିଓପାଥି ଜରିଆରେ ଚିକିତ୍ସିତ ହୋଇଥିବା ନେଇ ବେଙ୍ଗାଲୁରୁର ଆୟୁର୍ବେଦ ସଂସ୍ଥା ସୌକ୍ୟର ମୁଖ୍ୟ ଆଇଜାକ୍ ମଥାଇ ପ୍ରକାଶ କରିଛନ୍ତି । ଡକ୍ଟର ଆଇଜାକ୍ ମଥାଇଙ୍କ ସହିତ ଏ ସମ୍ପର୍କରେ ଫୋନ୍ରେ କଥା ହୋଇଥିବା ବେଳେ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନାୟକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍…
ବେଙ୍ଗାଲୁରୁ : କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ପୂର୍ବରୁ ରେଳବାଙଇ ପକ୍ଷରୁ ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ଘୋଷଣା କରାଯାଇଥିବା ବେଳେ ଗୁରୁବାର ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ୩୧୨ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ନେଇ ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ହୁବ୍ୱାଳୀ ରେଳବାଇ ୱାର୍କସପ୍ର ୧୨୦ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଥିବା ବେଳେ , ମହୀଶୂରର ୧୨୦ଟି ବଗି, ହୁବ୍ୱାଳୀ ଡିପୋଟ୍ର ୧୮ଟି ବଗି, ବେଙ୍ଗାଲୁରୁ,ୟଶୱନ୍ତପୁର ଏବଂ ମହୀଶୂର ଡିପୋଟର ୧୮ଟି ଲେଖାଏଁ ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି ।
ଭୁବନେଶ୍ବର, ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର 4ଟି ସହରର ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ 5ଟି ସହରର ତାପମାତ୍ର 39 ଡିଗ୍ରୀ ରହିଛି। ଆଜି ଯେଉଁ 3ଟି ସହରରେ ସର୍ବାଧିକ 40 ଡିଗ୍ରୀ ତାପମାତ୍ରା ରହିଛି ସେଗୁଡିକ ହେଲା ବଲାଙ୍ଗୀର, ଟିଟିଲାଗଡ ଏବଂ ମାଲକାନଗିରି। ସେହିପରି 5ଟି ସହରର ତାପମାତ୍ରା 39 ଡିଗ୍ରୀ ଟପିଛି। ସେଗୁଡିକ ହେଲା ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ, ଭୁବନେଶ୍ବର ଏବଂ କଟକ। ବର୍ତ୍ତମାନଠାରୁ ଏପରି ଗରମ ହେଲାଣି ମାନେ ଆଗକୁ ଆହୁରି ତାତିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଯେଉଁ ତାପମାତ୍ର ଥିଲା ତାହା ହେଲା
ନୂଆଦିଲ୍ଲୀ : ନିଜର ଦୁଇବର୍ଷର ବେତନ ପ୍ରଦାନ କରିବାକୁ ଯାଉଛନ୍ତି କ୍ରିକେଟର ଗୌତମ ଗମ୍ଭୀର । ଗୁରୁବାର ଗମ୍ଭୀର ଏହି ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ପୂର୍ବତନ କ୍ରିକେଟର ଏବଂ ସାଂସଦ ଗମ୍ଭୀର ପୂର୍ବରୁ ୧ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରି ସାରିଥିବା ବେଳେ ଗୁରୁବାର ଏହି ଘୋଷଣା କରିଛନ୍ତି । ଦିଲ୍ଲୀରୁ ବିଜେପିର ସାଂସଦ ରହିଥିବା ଗମ୍ଭୀର ନିଜର ବେତନ ଦାନ କରିବା ନେଇ ଟ୍ୱିଟ୍ଟର ଜରିଆରେ ଘୋଷଣା କରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ଅଧିକରୁ ଅଧିକ ପରିମାଣରେ ସହାୟତା କରିବା ପାଇଁ ଗମ୍ଭୀର ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।

