Author: Samikhsya Bureau

ରବିବାର ଦିନ ବିହାରର ରାଜଧାନୀ ପାଟନାଠାରେ ଜନତା ଦଳ (ୟୁ) (ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜେଡ଼ିୟୁ ବିହାର ବାହାରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ (ଏନ୍‌ଡିଏ)ର ଅଂଶୀଦାର ହେବ ନାହିଁ ବୋଲି ଘୋଷଣା କରିଛି । ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର, ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର୍‌, ବଶିଷ୍ଠ ନାରାୟଣ ସିଂ ଓ ଆର କେ ସି ତ୍ୟାଗୀ ଉପସ୍ଥିତ ରହିଥିଲେ । ଜେଡିୟୁର ନିଷ୍ପତ୍ତି କ୍ରମେ ଜମ୍ମୁ-କାଶ୍ମୀର, ଝାରଖଣ୍ଡ, ହରିୟାଣା ଓ ଦିଲ୍ଲୀରେ ଆଗାମୀ ନିର୍ବାଚନ ସମୟରେ ଏକଲା ନିର୍ବାଚନ ଲଢିବ । ଜେଡିୟୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଭାଗ ନେଇନାହିଁ  ଏବଂ ନିକଟରେ ବିହାରରରେ ବିସ୍ତାରିତ ମନ୍ତ୍ରିମଣ୍ଡଳରେ ଜେଡିୟୁର ୮ଜଣ ମନ୍ତ୍ରୀ ସ୍ଥାନ ପାଇଥିବାବେଳେ ବିଜେପିର କୌଣସି ନେତା ଶପଥ ନେଇନାହାନ୍ତି । ତେବେ ବିଜେପି ସହିତ ଜେଡିୟୁର ସମ୍ବନ୍ଧ ଉପରେ ନୀତିଶ୍‌ କହିଛନ୍ତି ଯେ, ଆମେ ପୁରା ମଜବୁତ୍‌ ସହକାରେ…

Read More

ତାମିଲ ସୁପରଷ୍ଟାର ଅଜିତ୍‌ କୁମାର ନିଜର ଅପ୍‌କମିଙ୍ଗ ଫିଲ୍ମ ନେରକୋଣ୍ଡା ପାରବୀରେ ଜଣେ ବାଇକ୍‌ ରେସର୍‌ ଭୂମିକାରେ ନଜର ଆସିବେ । ବଲିଉଡ୍‌ ଫିଲ୍ମ ପିଙ୍କର ଅଫିସିଆଲ ତାମିଲ ରିମେକ୍‌ରେ ଅମିତାଭ ବଚ୍ଚନଙ୍କ ଭୂମିକାରେ ନଜର ଆସିବେ ଥାଲା ଅଜିତ୍‌ । ଅଭିନୟ ବ୍ୟତିତ ଅଜିତ ଜଣେ ପେଶାଦାର ରେସର ଭାବରେ ଖ୍ୟାତି ଲାଭ କରିଛନ୍ତି । ତେଣୁ ଅଜିତଙ୍କୁ ଏହି ଫିଲ୍ମରେ ଜଣେ ରେସର୍‌ ଭାବରେ ଦେଖାଇବାକୁ ଚାହୁଁଛନ୍ତି ପ୍ରଯୋଜକ ବୋନି କପୁର । ଫିଲ୍ମଟି ଏକ ସଙ୍ଗରେ ତାମିଲ ଏବଂ ହିନ୍ଦିରେ ରିଲିଜ୍‌ ହେଉଥିବାରୁ ଏହା ଅଜିତ୍‌ଙ୍କ ତୃତୀୟ ବଲିଉଡ୍‌ ଫିଲ୍ମ ରହିବ । ପୂର୍ବରୁ ଶାହାରୁଖ ଖାନ୍‌ଙ୍କ ସହିତ ଅଶୋକା ଏବଂ ଶ୍ରୀଦେବୀଙ୍କ ସହିତ ଇଙ୍ଗିଲିସ୍‌ ଭିଙ୍ଗଲିସ୍‌ରେ ନଜର ଆସିଥିଲେ ଅଜିତ୍‌ । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ । ଅଜିତଙ୍କୁ ରେସର୍‌ ଭୂମିକାରେ ରଖି ଫିଲ୍ମର କାହାଣୀ ପରିବର୍ତ୍ତନ କରାଯାଇଛି ।

Read More

ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ସିଜିନ୍‌ ୩ର ବିଜେତା ହୋଇଛନ୍ତି ଅଫତାବ୍‌ ସିଂହ । ପଞ୍ଜାବର ଫରିଦକୋର୍ଟ ନିବାସୀ ୧୨ ବର୍ଷୀୟ ଅଫତାବ୍‌ ଏହି ଶୋ’ର ବିଜେତା ହୋଇ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଫାଇନାଲ୍‌ରେ ରହିଥିବା ଚାରିଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସବୁଠୁ କମ୍‌ ବୟସର ଥିଲେ ଅଫ୍‌ତାବ୍‌ । ଏହି ସିଜିନ୍‌ର ଫାଷ୍ଟ ରନର୍ସ ଅଫ୍‌ ଦିବକାରଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଅଫତାବ୍‌ ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ବଡ଼ ପ୍ରଶଂସକ । ସେ ଦିନେ ସଲମନ୍‌ଙ୍କ ପାଇଁ ଗୀତ ଗାଇବେ ବୋଲି ଇଚ୍ଛା ରଖିଛନ୍ତି । ଏକ ସାଧାରଣ ପରିବାରରୁ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଅଫତାବ ତାଙ୍କ ପିତାଙ୍କୁ ତାଙ୍କ ପ୍ରେରଣାର ଉତ୍ସ ବୋଲି କହିଛନ୍ତି । ଆଦିତ୍ୟ ନାରାୟଣ ଏହି ଶୋ’ର ହୋଷ୍ଟ କରୁଥିବାବେଳେ ଏହି ଶୋ’ରେ…

Read More

ଏକ ପାଣି ପାଇପ୍‌ ଲାଇନ୍‌ରେ ଲିକ୍‌ ଯୋଗୁଁ ବିଦ୍ୟୁତ୍‌ ସେବା ବନ୍ଦ ରହିବା ଯୋଗୁଁ ଦିଲ୍ଲୀର ମେଟ୍ରୋ ସେବା ପ୍ରାୟ ୯୦ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ନୂଆଦିଲ୍ଲୀରୁ ଚାଉଡି ବଜାର ପର୍ଯ୍ୟନ୍ତ ଯାଉଥିବା ହଳଦିଆ ଲାଇନ୍‌ ମଧ୍ୟରେ ଏକ ଟନେଲ୍‌ରେ ପାଣି ଲିକ୍‌ କରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଡିଏମ୍‌ଆର୍‌ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସମୟରେ ବିଦ୍ୟୁତ୍‌ ବ୍ୟବସ୍ଥା ବନ୍ଦ ହେବା ଯୋଗୁଁ ସେଣ୍ଟ୍ରାଲ ସେକ୍ରେଟେରିଆଟ-କାଶ୍ମିରୀ ଗେଟ୍‌ ଏବଂ ସମ୍ୟାପୁର ବଦ୍‌ଲୀ-ହୁଡା ସିଟି ସେଣ୍ଟର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ୯୦ ମିନିଟ୍‌ ମଧ୍ୟରେ ପାଇପ୍‌ର ଲିକେଜ୍‌ ଠିକ୍‌ ହେବା ସହିତ ମେଟ୍ରୋ ଚଳାଚଳ ସ୍ବାଭାବିକ ହୋଇଥିଲା ।

Read More

ବଲିଉଡ୍‌ ଦବଙ୍ଗ୍‌ ଖାନ୍‌ ସଲମାନ୍‌ ଏବେ ଆକ୍ସନ ଡିରେକ୍ଟର ରୋହିତ ସେଟ୍ଟିଙ୍କ ସହ ଫିଲ୍ମ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସଲମାନ୍‌ ଖାନ୍‌ ‘କିକ୍‌-୨’ରେ ନିର୍ଦ୍ଦେଶନା ଦେବେ ରୋହିତ୍‌ ସେଟ୍ଟି। ସାଜିଦ୍‌ ନଦିଆଦ୍‌ଓ୍ବାଲାଙ୍କ ପ୍ରଯୋଜିତ ‘କିକ୍‌’ଟି ସୁପରହିଟ୍‌ ରହିଥିବାବେଳେ ଏହାର ସିକ୍ବେଲ୍‌କୁ ନେଇ ବେଶ୍‌ ଚର୍ଚ୍ଚା ରହିଛି । ନିକଟରେ ସଲମାନ୍‌ଙ୍କ ଅଭିନୀତ ‘ଭାରତ’ ରିଲିଜ୍‌ ହୋଇଥିବାବେଳେ ଏବେ ‘ଦବଙ୍ଗ୍‌୩’କୁ ନେଇ ବ୍ୟସ୍ତ ରହିଛନ୍ତି ସଲ୍ଲୁ । ସେହିପରି ରୋହିତ୍‌ ଅକ୍ଷୟକୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’ଙ୍କୁ ନେଇ ମଧ୍ୟ ବ୍ୟସ୍ତ ରହିଛନ୍ତି । ତେବେ ଆକ୍ସନ ଡିରେକ୍ଟର ରୋହିତ୍‌ଙ୍କ ସହ ସଲ୍ଲୁଙ୍କ ଯୁଗଳବନ୍ଦୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକେ ବେଶ୍‌ ଉତ୍ସାହିତ ।

Read More

ଅଷ୍ଟ୍ରେଲିଆର ଟେନିସ୍‌ ଷ୍ଟାର ଆସ୍‌ଲେଘ ବାର୍ଟି ଫ୍ରେଞ୍ଚ ଓପନ୍‌ ଟାଇଟଲ୍‌ ମୁକାବିଲାରେ ବିଜୟୀ ହୋଇଛନ୍ତି । ଚେକ୍‌ ରିପବ୍ଲିକ୍‌ର 19 ବର୍ଷୀୟ ଖେଳାଳି ମାର୍କେଟା ଭୌଣ୍ଡ୍ରୋସୋଭାଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି ବାର୍ଟି । ରୋଲାଣ୍ଡ ଗ୍ୟଗାରସ୍‌ର ନାଲି ମାଟିରେ ଖେଳା ଯାଇଥିବା ଫାଇନାଲ୍‌ରେ ଏକ ପାଖିଆ ଭାବରେ 6-1, 6-3ର ସିଧାସଳଖ ସେଟ୍‌ରେ ମାର୍କେଟା ଭୌଣ୍ଡ୍ରୋସୋଭାଙ୍କୁ ପରାସ୍ତ କରି ଟାଇଟଲ ହାତେଇ ଥିଲେ ବାର୍ଟି । 2014ରେ କ୍ରିକେଟ ଖେଳିବା ପାଇଁ ଟେନିସ୍‌ ଛାଡିଥିଲେ ବାର୍ଟି । ଦୁଇ ବର୍ଷ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଫ୍ରେଞ୍ଚ ଓପନ ସହିତ ନିଜର ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଖାତା ଖୋଲିଛନ୍ତି ବାର୍ଟି । ସେହିପରି ପୁରୁଷ ବିଭାଗରେ ଏକ ନମ୍ବର ଖେଳାଳି ନୋଭାକ୍‌ ଜୋକୋଭିକ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ଡୋମିନିକ୍‌ ଥିମ୍‌ ।

Read More

ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ଉଭୟ ଟିମ୍‌ ପୂର୍ବ ମ୍ୟାଚ୍‌ର ଏକାଦଶ ଏହି ମ୍ୟାଚ୍‌ରେ ଖେଳାଇଛନ୍ତି । ପିଚ୍‌ ବ୍ୟାଟିଂ ଉପଯୋଗୀ ରହିଥିଲେ ମଧ୍ୟ ପିଚ୍‌ରେ ସାମାନ୍ୟ ଘାସ ରହିଛି ଯାହାକି ପେସ୍‌ ବୋଲରଙ୍କୁ ସହାୟତା କରିବ । କୋହଲି 300 ରନ୍‌ର ଲକ୍ଷ୍ୟ ବିଜୟ ପାଇଁ ଯଥେଷ୍ଟ ହେବ ବୋଲି ମତ ଦେଇଛନ୍ତି । ଅନ୍ୟ ପକ୍ଷରେ ପ୍ରଥମ 10 ଓଭରରେ ଓ୍ବିକେଟ ହାସଲ କରି ବିପକ୍ଷ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ ବୋଲି ଅଷ୍ଟ୍ରେଲିଆ ଓପ୍‌ନର ଆରୋନ ଫିଞ୍ଚ ସୂଚନା ଦେଇଛନ୍ତି ।

Read More

କେଦାର ମିଶ୍ର ପ୍ରାୟ ୭ ବର୍ଷ ତଳେ ନେପାଳରେ ମୋର ଦେଖା ହୁଏ  ବାଂଲାଦେଶ ର ଖ୍ୟାତନାମା ମାନବ ଅଧିକାର କର୍ମୀ ତଥା ବିଶିଷ୍ଟ ସିନେମା ନିର୍ମାତା ଶାହାରିୟାର କବୀରଙ୍କ ସହିତ। ଦକ୍ଷିଣ ଏସିଆର ମାନବାଧିକାର ପ୍ରସଙ୍ଗ ଆଲୋଚନାର ପୃଷ୍ଠଭୂମିରେ ଶ୍ରୀ କବୀର ମୋତେ କହିଥିଲେ, ବାଂଲାଦେଶ ଗଠନ ଲାଗି ବାଂଲାବାସୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଯେତିକି ଋଣୀ, ସମାନ ପରିମାଣରେ ଆମେ ସେଥିଲାଗି ଶ୍ରୀମତୀ ନନ୍ଦିନୀ ଶତପଥିଙ୍କ ପାଖରେ ମଧ୍ୟ କୃତଜ୍ଞ। ୧୯୭୧-୭୨ ବାଂଲା ମୁକ୍ତି ଯୁଦ୍ଧରେ ଭାରତର ସହାୟତା ଓ ସେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀ ଭାବରେ ନନ୍ଦିନୀ ଦେବୀଙ୍କର ପ୍ରଭାବଶାଳୀ ଯୋଗଦାନକୁ ଶ୍ରୀ କବୀର ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ କବୀର ଓଡିଶା ଆସି ତାଙ୍କର ସିନେମା ପ୍ରଦର୍ଶନ କରିବା ଅବସରରେ ଏ ପ୍ରସଙ୍ଗରେ ଅଧିକ ତଥ୍ୟ ଦେଇଥିଲେ। ନନ୍ଦିନୀ ଦେବୀଙ୍କ ରାଜନୈତିକ ବ୍ୟକ୍ତିତ୍ବର ଆକଳନ…

Read More

ଦେଶରେ ରହିଥିବା ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ୍‌ କଲେଜ୍‌ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ୭୫ଟି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ରୂପାନ୍ତରିତ କରିବାର ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଦେଶରେ ଅନ୍ୟୁନ ୧୦ହଜାର ମେଡିକାଲ ସିଟ୍‌ ସୃଷ୍ଟି ହେବ ବୋଲି ଜଣାପଡିଛି । ଏହି ପ୍ରକ୍ରିୟା ନିମନ୍ତେ ୩୨୫ କୋଟିର ଅର୍ଥ ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହି ପ୍ରକ୍ରିୟା ପାଇଁ ୨୪ଟି ଚିକିତ୍ସା କେନ୍ଦ୍ର ଚୟନ ସରିଥିବା ବେଳେ ୩୯ଟି ଚିକିତ୍ସା କେନ୍ଦ୍ର ନିରୀକ୍ଷଣରେ ରହିଛି । ଅର୍ଥନୈତିକ କମିଟିର ମଞ୍ଜୁରୀ ପାଇଁ ପ୍ରସ୍ତାବ ଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଯିବ ।

Read More

ପଞ୍ଚମ ପାଳି ଶାସନ କ୍ଷମତାପ୍ରାପ୍ତ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟପ୍ରତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବାର ଥିବା ନେଇ ସୂଚନା ମିଳିଛି। ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିକାଶ ତଥା ପଡ଼ିରହିଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ଆଲୋଚନା କରିପାରନ୍ତି । ଏହା ସହିତ ଲୋକସଭାରେ ହେବାକୁ ଥିବା ଉପବାଚସ୍ପତି ଚୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଉପବାଚସ୍ପତି ପଦବୀ ପାଇଁ ବିଜେଡିର ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି ଆସନ୍ତା ୧୫…

Read More

ଆସନ୍ତା ଜୁନ୍‌ ୨୦ରୁ ଜିଏସ୍‌ଟି କାଉନ୍‌ସିଲ୍‌ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  ୫୦କୋଟିରୁ ଅଧିକ ବାର୍ଷିକ ଆୟ ରହିଥିବା ବ୍ୟବସାୟୀଙ୍କ ଜିଏସ୍‌ଟି ଅର୍ଥ ଉପରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି। ଏହା ସହିତ ଆନ୍ତଃରାଜ୍ୟ ବ୍ୟବସାୟ ଉପରେ ଇ-ଇନ୍‌ଭଏସ୍‌ ବ୍ୟବହାର ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଦେଶରେ ୬୮ ହଜାର ୪୦୧ ବ୍ୟବସାୟୀଙ୍କ ଆୟ ୫୦ କୋଟିରୁ ଅଧିକ ହୋଇଥିବା ବେଳେ ସମୁଦାୟ ଜିଏସ୍‌ଟି ଅର୍ଥର ୬୬.୬ ପ୍ରତିଶତ ଅର୍ଥ ଏମାନେ ଭରୁଥିବା ଜଣାପଡିଛି । ସେହିପରି ବି୨ବି ଇନ୍‌ଭଏସ୍‌ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।

Read More

ପ୍ରଥମ ଥର ପାଇଁ ଅର୍ଥ ବିଭାଗ ଦାୟିତ୍ବ ହାସଲ କରିଥିବା ନିର୍ମଳା ସୀତାରମଣ ଚଳିତ ବଜେଟ୍‌ ଅଧିବେଶନରେ ନିଜର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବେ । ଏହି ବଜେଟ ଉପସ୍ଥାପନ ପୂର୍ବରୁ ବିଭିନ୍ନ ଅର୍ଥନୀତିଜ୍ଞଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଅର୍ଥ ଏବଂ ନିଗମ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ସୀତାରମଣ ଜାତୀୟ ଅର୍ଥ କମିଶନର ମୁଖ୍ୟ ଏନ୍‌ କେ ସିଂଙ୍କୁ ଭେଟିବା ଅବସରରେ ଏହି ସୂଚନା ଦେଇଛନ୍ତି । ଚଳିତ ବଜେଟ୍‌ରେ ସୀତାରମଣ ଧୀମା ହୋଇଥିବା ଅର୍ଥନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । ବଜେଟ୍‌ ଉପସ୍ଥାପନ ନିମନ୍ତେ ଜୁନ୍‌ ୧୧ରୁ ୨୩ ମଧ୍ୟରେ ବିଭିନ୍ନ ଅର୍ଥନୀତିଜ୍ଞ, ବ୍ୟାଙ୍କ ଏବଂ ଅର୍ଥନୈତିକ ଅନୁଷ୍ଠାନ ଏବଂ ଶିଳ୍ପ ସଂସ୍ଥାନ ମାନଙ୍କ ସହିତ ବୈଠକ କରିବେ । ଏହି ଆଲୋଚନାରେ ଅଣ ପରିଶୋଧିତ ଋଣ (ଏନ୍‌ପିଏ), ବେରୋଜଗାରୀ, ବ୍ୟକ୍ତିଗତ ନିବେଶ ଏବଂ ବାଣିଜ୍ୟରେ ଉନ୍ନତି ପ୍ରଭୃତି…

Read More

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜୟ ପରେ ଏପରି ବିପର୍ଯ୍ୟୟକୁ ନେଇ ସମୀକ୍ଷା ଚାଲିଛି । ଏମିତିକି ଲୋକସଭାର ହାରିବା ପରେ ରାଜ୍ୟଗୁଡ଼ିକରେ ଦଳ ମଧ୍ୟରେ ଦ୍ବନ୍ଦ୍ବ ବଢିବାରେ ଲାଗିଛି ।  ଏବେ ପଞ୍ଜାବରେ କଂଗ୍ରେସ କନ୍ଦଳ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଦଳର ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇଛି। ଗତ ଶୁକ୍ରବାର ଦିନ ସିଦ୍ଧୁ ମନ୍ତ୍ରୀପଦ ଦାୟିତ୍ଵ​‌ ନେବାକୁ ମନା କରିଦେବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ତାଙ୍କୁ ପରାମର୍ଶଦାତା କମିଟିରେ ସାମିଲ କରିନାହାନ୍ତି। ଅମରିନ୍ଦର ସରକାରଙ୍କ ଯୋଜନାଗୁଡ଼ିକର ସମୀକ୍ଷା କରିବା ଲାଗି ଗଠନ କରିଥିବା ୮ଟି ପରାମର୍ଶଦାତା କମିଟିରୁ ସିଦ୍ଧୁଙ୍କୁ ବାଦ୍‌ ଦେଇଛନ୍ତି। କମିଟିଗୁଡ଼ିକ ୪ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆଗାମୀ ଜୁଲାଇରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ରିପୋର୍ଟ ଉପରେ ଆଲୋଚନା କରାଯିବ।

Read More

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରଥମ ବିଦେଶ ଗସ୍ତରେ ମାଳଦ୍ବୀପ ଏବଂ ଶ୍ରୀଲଙ୍କା ଗସ୍ତ କରିଥିଲେ । ଗତକାଲି ମାଳଦ୍ବୀପ ଗସ୍ତ କରିବା ପରେ ଦ୍ବିତୀୟ ଦିନରେ ଶ୍ରୀଲଙ୍କା ଗସ୍ତ କରିଛନ୍ତି ମୋଦି । ପ୍ରଥମ ବିଶ୍ବ ନେତୃତ୍ବ ଭାବରେ ଇଷ୍ଟର ବିସ୍ଫୋରଣ ପରେ ଶ୍ରୀଲଙ୍କା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀର ରାନିଲ ବିକ୍ରମସିଂଘେ ବିମାନବନ୍ଦରରୁ ପାଛୋଟି ନେଇଥିଲେ । ଏହାପରେ ମୋଦି ଇଷ୍ଟର ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ଏବଂ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପାକ୍ଷେଙ୍କୁ ଭେଟିବେ ମୋଦି ।

Read More

ଜାତୀୟ ଶିକ୍ଷାନୀତି 2019କୁ ନେଇ ବିବାଦ ଦେଖାଯିବା ପରେ କେନ୍ଦ୍ର ସରକାର ଏଥିରେ ସଂଶୋଧନ କରିଥିଲେ । ନୂତନ ସୂଚନା ଅନୁଯାୟୀ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏହି ଶିକ୍ଷା ନୀତି ନେଇ ଏକ ଆନ୍ତଃରାଜ୍ୟ ବୈଠକ ଆୟୋଜନ କରିଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀ ମାନେ ଯୋଗ ଦେଇ ନିଜର ମତାମତ ରଖିବେ । ଜୁନ୍‌ 22 ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ମିଳିଥିବା ମତାମତ ଏବଂ ଜନ ସାଧାରଣଙ୍କ ମତାମତ ପରେ ଶିକ୍ଷାନୀତିର ସଂଶୋଧନ କରାଯିବ ବୋଲି ଜଣାପଡିଛି । ଜନସାଧାରଣଙ୍କ ମତାମତ ପାଇଁ ମାନବ ସମ୍ବଳ ବିଭାଗର ଓ୍ବେବ୍‌ସାଇଟ୍‌ରେ ମତାମତର ସୁବିଧା ରଖାଯାଇଛି । ଜନ ସାଧାରଣଙ୍କ ମତାମତ ପରେ ଜୁଲାଇରେ ଏହି ବିଲ୍‌କୁ ସଂସଦରେ ଉପସ୍ଥାପନ କରାଯିବ ।

Read More

୧୯୮୫ ମସିହା ଜୁନ୍‌ ୯ ତାରିଖରେ ଜନ୍ମ ହୋଇଥିଲେ ଅଭିନେତ୍ରୀ ସୋନମ୍‌ କପୁର୍‌। ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀ ରୂପେ ସୋନମ୍‌ ନିଜର ଏକ ପରିଚୟ ତିଆରି କରିପାରିଛନ୍ତି। ପିତା ଅନିଲ୍‌ କପୁର୍‌ଙ୍କ ପଦାଙ୍କ ଅନୁସରଣ କରି ସୋନମ୍‌ ବଲିଉଡ୍‌ରେ ପାଦ ଥାପିଥିଲେ । ୨୦୦୫ ମସିହାରେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ  ‘ବ୍ଲାକ୍‌’ ସିନେମାରେ ସହଯୋଗୀ ନିର୍ଦ୍ଦେଶିକା ରୂପେ ଫିଲ୍ମ ଦୁନିଆକୁ ପ୍ରବେଶ କରିଥିଲେ। ୨୦୦୭ ମସିହାରେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ସାଓ୍ବାରିଆ’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର୍‌ ନବାଗତାର ପୁରସ୍କାର ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସୋନମ୍ ‘ଆଇ ହେଟ୍‌ ଲଭ୍‌ଷ୍ଟୋରିଜ୍‌’, ‘ଦିଲ୍ଲୀ-୬’, ‘ଆୟେଶା’, ‘ମାସୁମ୍’, ’ଭାଗ୍‌ ମିଲ୍‌କା ଭାଗ୍‌’,  ‘ଥ୍ୟାକୟୁ’, ‘ପ୍ଲେୟର୍ସ’ ‘ରାଂଝାନା, ‘ଖୁବ୍‌ସୁରତ୍‌’, ‘’ଡଲି କି ଡୋଲି’, ‘’ପ୍ରେମ ରତନ୍‌ ଧନ ପାୟୋ’, ‘ସଂଜୁ’, ‘ନୀରଜା’, ‘ବୀରେ ଦ ଓ୍ବେଡିଂ’ ’ଏକ୍‌ ଲଡ୍‌କୀ କୋ ଦେଖା ତୋ ଐସା ଲଗା’…

Read More

ଅଲଓ୍ବାର ଗ୍ୟାଙ୍ଗ ରେପ୍‌ ମାମଲାରେ ସମସ୍ତ ପୋଲିସ୍‌ ଅଧିକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର । ଏହି ଗଣଧର୍ଷଣ ମାମଲାରେ ଥାନାଗାଜି ପୋଲିସ୍‌ ଷ୍ଟେସନ୍‌ର ସମସ୍ତ ଅଧିକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୂର୍ବରୁ ଥାନାଗାଜି ପୋଲିସ୍‌ ଷ୍ଟେସନ୍‌ର ଥାନା ମୁଖ୍ୟ ସର୍ଦ୍ଦାର ସିଂଙ୍କୁ ନିଲମ୍ବନ କରାଯାଇଛି । ଥାନାଗାଜି ପୋଲିସ୍‌ ଥାନାର ସମସ୍ତ କର୍ମଚାରୀଙ୍କ ବିରୋଧରେ ଦାୟିତ୍ବରେ ଅବହେଳା ଅଭିଯୋଗରେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପ୍ରିଲ୍‌ 26ରେ ଘଟିତ ହୋଇଥିବା ଗଣଧର୍ଷଣର ପୁନର୍ବାର ତଦନ୍ତ ଆଦେଶ ମଧ୍ୟ ଦେଇଛନ୍ତି ଜୟପୁର କମିଶନର । ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଅଲଓ୍ବାରରେ ଜଣେ ଦଳିତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଗଣ ବଳାତ୍କାର କରାଯାଇଥିଲା । ସାତ ଦିନ ପର୍ଯ୍ୟନ୍ତ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

Read More

ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନାହିଁ । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରାଜନୈତିକ ସଂଘର୍ଷରେ ଜଣେ ଟିଏମ୍‌ସି କର୍ମୀ ଓ ୩ ଜଣ ଭାଜପା କର୍ମୀଙ୍କ ମୃତ୍ୟୁ ହୋଇଛି । ଏହି ହିଂସା ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ପରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଦିଲ୍ଲୀର ମଧ୍ୟ ହଲ୍‌ଚଲ୍‌ ହୋଇଯାଇଛି । ବିଳମ୍ବିତ ରାତ୍ରିରେ ବିଜେପି ନେତା ମୁକୁଲ୍‌ ରାୟ ଗୃହ ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଘଟଣାର ଗମ୍ଭୀରତାକୁ ଦେଖି ଗୃହମନ୍ତ୍ରୀ ଅମିତ୍‌ ଶହା ପଶ୍ଚିମ ବଙ୍ଗର ବିଜେପି ନେତାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିବା ସହିତ ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଜବାବ ତଲାବ୍‌ କରିଛନ୍ତି । ଗୃହ ସଚିବ ରାଜୀବ ଗାବାଙ୍କୁ ପଶ୍ଚିମ ବଙ୍ଗଳର ମୁଖ୍ୟ ସଚିବଙ୍କୁ ପୂରା…

Read More

କଂଗ୍ରେସ ପକ୍ଷରୁ ଶନିବାର ଫରିଦାବାଦରେ ଏକ ଜମି ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ଦିଲ୍ଲୀର ବାହାରେ ରହିଥିବା ଏହି ସ୍ଥାନର 400 ଏକର ଜାଗାକୁ ପତଞ୍ଜଳି ଗ୍ରୁପ୍‌ ଏବଂ ଅନ୍ୟ କିଛି ଜମି ମାଫିଆ ମାଡି ବସିଥିବା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ପଓ୍ବନ୍‌ ଖେରା । ଆରାବଳୀ ପାର୍ବତ୍ୟାଞ୍ଚଳରେ ରହିଥିବା ଏହି 400 ଏକର ସ୍ଥାନକୁ ପାଓ୍ବାର ଅଫ୍‌ ଆଟର୍ଣ୍ଣି ଜରିଆରେ ନିଜ ନାମକୁ ନେଇଥିବା ଅଭିଯୋଗ ଆଣିଛନ୍ତି ପଓ୍ବନ୍‌ ଖେରା । ଏହି ଜମି ଗୁଡିକ ସମତଳ ଅଞ୍ଚଳ ବର୍ଗର ଏବଂ ଏହା ବିକ୍ରି ହେବା ଆଇନ ବିରୋଧୀ । 104ଟି ପାଓ୍ବାର ଅଫ୍‌ ଆଟର୍ଣ୍ଣି ଜରିଆରେ ଏହି ଜମିଗୁଡିକୁ ସ୍ଥାନାନ୍ତରିତ କରାଯାଇଛି । ଫରିଦାବାଦର କୋଟ ଗ୍ରାମରେ ଆରାବଳୀ ପାର୍ବତ୍ୟାଞ୍ଚଳରେ ଏହି ଜମି ଗୁଡିକ ରହିଛି । ଏହି ଜମିର 99 ପ୍ରତିଶତ ଜମି କିଣାଯିବା ପରେ ଏହାକୁ ଆଚାର୍ଯ୍ୟ ବାଳକ୍ରିଷ୍ଣାଙ୍କ ପତଞ୍ଜଳି ଟ୍ରଷ୍ଟ…

Read More

ନାଇଜେରିଆରେ ଏକ ସଡକ ଦୁର୍ଘଟଣାରେ ଅନ୍ୟୁନ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ନାଇଜେରିଆର ଓଣ୍ଡୋରେ ରହିଥିବା ଆକୁରେ-ଓୟୋ ଏକ୍ସପ୍ରେସ୍‌ ଓ୍ବେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଶନିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ୍‌ ମୁଖପାତ୍ର ଫେମି ଯୋଶେଫ୍‌ ଘଟଣାସ୍ଥଳରେ ମୃ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ରାସ୍ତାରେ ଏକ ଖାଲ ଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ଟ୍ରକ୍‌ ଡ୍ରାଇଭର ବସ୍‌ ଆଡକୁ ମାଡି ଯାଇ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Read More

ଢେଙ୍କାନାଳର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର କାନ୍ଥ ଭୁଷୁଡି 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଳସୁଆ ହାଟ ନିକଟରେ ରହିଥିବା ଏହି ରାଇସ୍‌ ମିଲ୍‌ଟି ଅନେକ ଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିଥିଲା । ମିଲ୍‌ ନିକଟରେ ବ୍ୟବସାୟୀ ମାନେ ବସିଥିବା ବେଳେ ପାଚେରୀ ଭୁଷୁଡି ପଡିଥିଲା । ପାଚେରୀ ତଳେ ଅନେକ ଯାନବାହାନ ଏବଂ ମଣିଷ ଚାପି ହୋଇ ପଡି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାମଧ୍ୟରୁ 4 ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

Read More