ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ତିନି ପ୍ରମୁଖ ଏଜେଣ୍ଡା ବିଷୟରେ ଆଲୋଚନା ହେବା ବୋଲି ସୂଚନା ରହିଛି । ପ୍ରଥମରେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ସବୁ ରାଜନୈତିକ ଦଳଙ୍କ ମତାମତ ସହ ସହମତି ବିଷୟରେ ଚର୍ଚ୍ଚା ହେବାକୁ ରହିଛି । ସେହିପରି ୨୦୨୨ ମସିହାରେ ଭାରତ ସ୍ବାଧୀନତା ପାଇବାର ୭୫ ବର୍ଷ ପାଳନ କରିବ, ଏହି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଓ ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କର ୧୫୦ ବର୍ଷ ଜୟନ୍ତୀ ପାଳନ କରିବା ନେଇ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କିନ୍ତୁ ଏହି ବୈଠକକୁ ଅଧିକରୁ ଅଧିକ ବିପକ୍ଷ ଦଳ ଯୋଗଦେବେନ ନାହିଁ ବୋଲି ସୂଚନା ଦେଇଛନ୍ତି । ପ୍ରଥମେ ଏହି ବୈଠକକୁ ବର୍ଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରବର୍ତ୍ତୀ ସମୟରେ ବିଏସ୍ପି ଅଧ୍ୟକ୍ଷା ମାୟାବତୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…
Author: Samikhsya Bureau
ରଙ୍ଗାଚରଣ ପ୍ରଧାନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ନମସ୍କାର । ସାର୍ , ଆପଣ ଆମ ନିର୍ବାଚନମଣ୍ଡଳିର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇ ଥିବାରୁ ମୁଁ ଖୁସୀ । ଏହି ପତ୍ର ଜରିଆରେ ଆପଣଙ୍କ ଦୄଷ୍ଟି ଆକର୍ଷଣ କରିବାକୁ ଜରୁରୀ ମନେ କଲି । ଆମ ଅଞ୍ଚଳରୁ ଜିତି ଯଦି ଜଣେ ସଫଳତମ ଶିକ୍ଷା ମନ୍ତ୍ରୀରୁପେ ଆପଣ ନିଜକୁ ପ୍ରମାଣ କରନ୍ତି, ତେବେ ମୋ ଠାରୁ ବେଶି ଖୁସି ଆଉ କିଏ ହେବ ? ତେଣୁ ଆଉ ବେଶି ଡେରି ନକରି ଚଟାପଟ୍ କେତୋଟି ବିନ୍ଦୁ ଆପଣଙ୍କ ଗୋଚରାର୍ଥେ ରଖୁଛି । (୧) ଆପଣ କହିଛନ୍ତି ଯେ ସରକାରୀ ସ୍କୁଲରେ ଥିବା ଖାଲିପଦ ସବୁ ଖୁବ୍ ଶୀଘ୍ର ପୂରଣ କରାଯିବ । +୨ କଲେଜରେ ଖାଲିଥିବା ପଦବୀ ତାଲିକା ଓପିଏସସିକୁ ଦିଆଯିବ । କେତେ ଶୀଘ୍ର ପୁରଣ କରାଯିବ ଆପଣ ସେ ବିଷୟରେ କିଛି କହି ନାହାନ୍ତି ।…
ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ କଂଗ୍ରେସ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ମଡେଲରେ କାମ କରିବା ଉଚିତ୍ ବୋଲି କହିଛନ୍ତି । 2021ରେ ଆସାମ ବିଧାସଭା ନିର୍ବାଚନରେ ଦଳ 80 ଆସନ ହାସଲର ଲକ୍ଷ୍ୟ ରଖିଛି । ଏହି ଳକ୍ଷ୍ୟ ପୂରଣ କରିବା ନିମନ୍ତେ ଦଳକୁ ଆରଏସ୍ଏସ୍ ମଡେଲରେ କାର୍ଯ୍ୟ କରିବାକୁ ପଡିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରକାଶ କରିଛନ୍ତି । ଆରଏସ୍ଏସ୍ର କାର୍ଯ୍ୟଧାରା ଅଗ୍ରହଣୀୟ ମାତ୍ର ସାଧାରଣ ସ୍ତରରୁ ଏହି ସଙ୍ଗଠନ କାର୍ଯ୍ୟ କରିଥାଏ ଏବଂ ଧର୍ମୀୟ ଭାବନା ଦ୍ବାରା ଲୋକଙ୍କ ନିକଟତର ହୋଇଥାଏ । କଂଗ୍ରେସ ଆରଏସ୍ଏସ୍ ପରି ସାଧାରଣ ଲୋକଙ୍କ ନିକଟତର ହେଲେ ହିଁ 2021 ନିର୍ବାଚନରେ ସଫଳତା ହାସଲ କରିପାରିବ । ଭାରତର ଉତ୍ତର ପୂର୍ବୀୟ 8 ରାଜ୍ୟ ମଧ୍ୟରୁ ବିଜେପି 6 ରାଜ୍ୟରେ ଶାସନ କରିବା ପଛରେ ଆରଏସ୍ଏସ୍ର ସଫଳତା ରହିଛି ବୋଲି କହିଛନ୍ତି…
ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ। ସଚିବାଳୟଠାରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘୋଷଣା କରିଛନ୍ତି ୨୦୧୯ ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ଏମ୍ଟେକ୍ରେ ପ୍ରଦୀପ କୁମାର ବାରିକ୍, ଲ୍ୟାଟେରାଲ୍ ଏଣ୍ଟ୍ରି ବିଏମ୍ସିରେ ଭବାନୀ ଶଙ୍କର ବେହେରା, ଏମବିଏ୍ରେ ପ୍ରଦୀପ କୁମାର କମ୍ବ, ଏମ୍ସିଏରେ ସ୍ମିତାରାଣୀ ଚୌଧୁରୀ, ବି. ଫାର୍ମରେ ସମୀର କୁମାର ପାଢୀ, ଏମ୍ଫାର୍ମରେ ଅତ୍ୟୁମିର୍ଲା ଚକ୍ରବର୍ତ୍ତୀ, ଇଣ୍ଟିଗ୍ରେଡ୍ଡ୍ ଏମ୍ବିଏରେ ସ୍ବୀକୃତି କୁମାର ମହାପାତ୍ର, ଲ୍ୟାଟେରାଲ୍ ଏଣ୍ଟ୍ରି ଫର୍ମାସୀରେ ଅମିତ୍ କୋଟାଲ୍, ଲ୍ୟାଟେରାଲ୍ ଏଣ୍ଟ୍ରି ଏମ୍ସିଏରେ ସୁମନ୍ତ ପାତ୍ର ପ୍ରମୁଖ ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମେ ୧୮ରେ ଓଜେଇଇ ଅଫ୍ ଲାଇନ୍ ପରୀକ୍ଷା ହୋଇଥିବାବେଳେ ଜୁନ୍ ୮ ଓ ୯ରେ ଅନ୍ଲାଇନ୍ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀମାନେ ଓଜେଇଇର ନିଜସ୍ୱ ୱେବସାଇଟ୍ http://www.ojee.nic.in କୁ ଯାଇ ନିଜର ରେଜଲ୍ଟ…
ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଗମ୍ଭୀର ରୂପ ନେଇଛି । ଦିନକୁ ଦିନ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିହାରରେ ଏହି ମୃତ୍ୟୁ ସଂଖ୍ୟା 135 ରହିଥିବା ବେଳେ କେବଳ ମୁଜାଫରପୁରରେ ଏହି ସଂଖ୍ୟା 110 ଛୁଇଁଛି । ମୁଜାଫରପୁରର ଏସ୍କେଏମ୍ସିଏଚ୍ ହସ୍ପିଟାଲ ଏବଂ କେଜ୍ରିଓ୍ବାଲ ହସ୍ପିଟାଲରେ ମାତ୍ରାଧିକ ଶିଶୁଙ୍କୁର ମୃତ୍ୟୁ ଘଟିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉକ୍ତ ଦୁଇ ହସ୍ପିଟାଲକୁ ଭ୍ରମଣ କରିଥିଲେ । ଏହା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଙ୍କ ସଂଖ୍ୟା 300 ଛୁଇଁଛି । ଏହି ସମୟରେ ନୀତିଶ କୁମାରଙ୍କ ବିପକ୍ଷରେ ଉପସ୍ଥିତ ସାଧାରଣ ଜନତା ସ୍ଲୋଗାନ ଦେଇଥିଲେ । ଏହା ସହିତ ଏହି ମାମଲାକୁ ନେଇ ସୁପ୍ରିମ୍କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି । କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ତୁରନ୍ତ…
ଜାପାନ୍ରେ ୬.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଫଳରେ ଜାପାନରେ ଏକ ସୁନାମି ଅନୁଭୂତ ହୋଇଛି। ବୁଧବାର ସୁନାମି ସତର୍କ ସୂଚନା ଉଠାଯିବା ପରେ ଏଥିରେ କେହି ମୃତାହତ ହୋଇ ନଥିବା ଖବର ସ୍ପଷ୍ଟ ହୋଇଛି। ଅଳ୍ପ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତ୍ରରେ ଘଟିଥିବା ଏହି ଭୂମିକମ୍ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ଦୀର୍ଘ ଅଢେଇ ଘଣ୍ଟା ପରେ ବୁଧବାର ସକାଳୁ ସୁନାମି ସତର୍କ ସୂଚନା ଉଠାଯାଇଥିଲା। ଜାପାନର ରାଜଧାନୀ ଟୋକିଓର ଉତ୍ତର ଭାଗରୁ ୩୦୦ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ର ରହିଥିଲା। ଏହି ଘଟଣାରେ ସମୁଦାୟ ୧୬ ଜଣ ଆହତ ହୋଇଥିବା ନେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୂଚନା ଦେଇଛନ୍ତି।
ରାଜସ୍ଥାନର କୋଟାରୁ ବିଜେପିର ସାଂସଦ ରହିଥିବା ଓମ୍ ବିର୍ଲା ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତାବକ ଭାବରେ ଓମ୍ଙ୍କ ନାମ ସୁପାରିଶ କରିଥିଲୋ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଅର୍ଜୁନ ମୁଣ୍ଡା ବାଚସ୍ପତି ପଦ ନିମନ୍ତେ ଓମ୍ଙ୍କୁ ସମର୍ଥନ କରିବା ପରେ ସର୍ବସମ୍ମତି କ୍ରମେ ବିର୍ଲାଙ୍କୁ ନିର୍ବାଚିତ କରାଯାଇଥିଲା। ପୂର୍ବରୁ ବିଜେଡ଼ି, ଶିବସେନା, ଅକାଳୀଦଳ, ଏଲଜେପି, ୱାଇଏସ୍ଆର୍ କଂଗ୍ରେସ, ଜେଡିୟୁ ଏବଂ ଏଆଇଏଡି ଏମକେ ମଧ୍ୟ ବିର୍ଲାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲେ। ୧୭ ବର୍ଷ ବୟସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିର୍ଲା ତିନିଥର ରାଜସ୍ଥାନର ବିଧାୟକ ରହିବା ସହିତ ଦୁଇ ଥର ସାଂସଦ ରହିଛନ୍ତି। ମୋଦି ବାଚସ୍ପତି ଚେୟାର ପର୍ଯ୍ୟନ୍ତ ବିର୍ଲାଙ୍କୁ ନେବା ପରେ ନିଜ ଅଭିଭାଷଣରେ ବିର୍ଲାଙ୍କୁ ପ୍ରଶଂସା କରିଥିଲେ। କୋଟା ପରି ଏକ କ୍ଷୁଦ୍ର ସ୍ଥାନକୁ…
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ୫୦ ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ରାହୁଲଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘମ ଜୀବନ କାମନା କରି ଶୁଭକାମନା ଜଣାଇଛନ୍ତି ମୋଦି। ସେହିପରି ରାହୁଲଙ୍କୁ ଅନ୍ୟାନ୍ୟ ଶୁଭେଚ୍ଛୁ ଏବଂ ଦଳୀୟ କର୍ମୀଙ୍କ ପକ୍ଷରୁ ଜନ୍ମଦିନ ଶୁଭକାମନା ଯୋଗୁଁ ଏହା ଟ୍ବିଟ୍ଟରରେ ଟ୍ରେଣ୍ଡରେ ରହିଥିଲା। ଫୁଲ ସିଂ ନାମକ ଜଣେ କର୍ମୀ ରାହୁଲଙ୍କ ବାସଭବନ ସମ୍ମୁଖରେ ଏକ ଯଜ୍ଞ ମଧ୍ୟ କରାଇଥିଲେ।
ଇଂଲଣ୍ଡ ଅଧିନାୟକ ଇୟୋନ୍ ମୋର୍ଗାନ୍ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଛକ୍କା ମାରିବାର ବିଶ୍ବ ରେକର୍ଡ କରିଛନ୍ତି। ଗତକାଲି ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ମୋର୍ଗାନ ୧୭ଟି ଛକ୍କା ମାରିଥିଲେ। ମୋର୍ଗାନଙ୍କ ଏହି ଇନିଂସ ବଳରେ ଇଂଲଣ୍ଡ ୩୯୭/୬ର ବିଶାଳ ସ୍କୋର ହାସଲ କରିଥିଲା। ପୂର୍ବରୁ ଗୋଟିଏ ଇନିଂସରେ ୧୬ଟି ଲେଖାଏଁ ଛକ୍କା ମାରିଥିବା ରୋହିତ ଶର୍ମା, ଏବି ଡିଭିଲିୟର୍ସ ଏବଂ କ୍ରିସ୍ ଗେଲଙ୍କୁ ଏହି ଇିନଂସ ବଳରେ ଅତିକ୍ରମ କରିଥିଲେ ଇୟୋନ୍ ମୋର୍ଗାନ। ରୋହିତ ଏବଂ ଡିଭିଲିୟର୍ସ ଦିନିକିଆ ମ୍ୟାଚ୍ରେ ଏହି ରେକର୍ଡ ହାସଲ କରିଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଗେଲ୍। ଏହି ମ୍ୟାଚ୍ରେ ୨୫ଟି ଛକ୍କା ସହିତ ଦିନିକିଆରେ ୨୪ଟି ଛକ୍କାର ନିଜ ରେକର୍ଡକୁ ଭାଙ୍ଗିଛି ଇଂଲଣ୍ଡ।
କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ରୋଶନ ବେଗଙ୍କୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏହି ନିଲମ୍ବନ ଆଦେଶ ଦିଆଯାଇଛି। ନିକଟରେ କଂଗ୍ରେସ ଦଳର କର୍ମୀ ତଥା କର୍ଣ୍ଣାଟକ ଦାୟିତ୍ବରେ ରହିଥିବା କେ ସି ଭେନୁଗୋପାଳଙ୍କୁ ସମାଲୋଚନା କରିବା ପରେ ରୋଶନଙ୍କ ବିରୋଧରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲ। ତଦନ୍ତ କମିଟିର ରିପୋର୍ଟ ଆଧାରରେ ରୋଶନଙ୍କୁ ନିଲମ୍ବନ କରାଯାଇଛି। ସେହିପରି ୧୫ ହଜାର କୋଟିର ଗହଣା ଦୁର୍ନୀତି ମାମଲାରେ ମଧ୍ୟ ବେଗଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା।
ଅନନ୍ତନାଗର ଫାଲଗାମରେ ଏକ ଡଙ୍ଗାରେ ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଫାଲଗାମର ଲିଡ୍ଡର ନଦୀରେ ରହିଥିବା ଏକ ଡଙ୍ଗାରେ ଏହି ଆକ୍ରମଣ ଘଟିଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ୧୮ ଦିନ ପୂର୍ବରୁ ଘଟିଥିବା ସମାନ ଶୈଳୀର ବିସ୍ଫୋରଣରେ ଜଣେ ସ୍ଥାନୀୟ ଗାଇଡ୍ଙ୍କର ପ୍ରାଣହାନି ଘଟିଥିଲା। ଉକ୍ତ ଗାଇଡଙ୍କ ସ୍ମୃତିରେ ଅନୁଷ୍ଠିତ ହେଉଥିବା ଡଙ୍ଗାଚାଳନା ପ୍ରତିଯୋଗିତାରେ ଏହି ବିସ୍ଫୋରଣ ଘଟିଥଲା। ଏହି ବିସ୍ଫୋରଣରେ ଜଣେ ପ୍ରତିଯୋଗୀ ଏବଂ ଜଣେ ପର୍ଯ୍ୟଟନ ବିଭାଗ କର୍ମଚାରୀ ନିହତ ହୋଇଥିଲେ। ପ୍ରତିଯୋଗୀ ଜଣକ ରେସାଇର ସଞ୍ଜନା ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ କର୍ମଚାରୀ ଜଣକ ଉଧମପୁରର ରିଙ୍କୁ ରାଜା ବୋଲି ଜଣାପଡିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍।
କେଦାର ମିଶ୍ର ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ। ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ। ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା। ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ। ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ। ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି। ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି। ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି। ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!! ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ…
ସମୀକ୍ଷା ବ୍ୟୁରୋ ବର୍ତ୍ତମାନ ନୂଆ ମନ୍ତ୍ରୀମାନେ ଆକ୍ସନ ମୁଡରେ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ ନିଷ୍ପତି ଫୁସ ହେଇଯାଉଛି। ପୂର୍ବରୁ ଏହିପରି ଘଟଣା ବହୁତ ଘଟିଯାଇଛି। ହେଲେ ଏବେ ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସେହିପରି ହେବାରେ ଆରମ୍ଭ ହେଲାଣି। ଆଜି ଗଣଶିକ୍ଷା ବିଭାଗର ଘଟିଯାଇଥିବା ସ୍କୁଲ ଛୁଟି ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସରକାର ଛୁଟି ବଢାଇବେ କି ନାହିଁ, ସେ ନେଇ ସକାଳେ ସାମ୍ବାଦିକମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କର ମନ୍ତ୍ରିଆ ଢଙ୍ଗରେ ରୋକଠୋକ ମନାକରିଦେଲେ ଆଉ ଛୁଟି ବଢିବ ନାହିଁ। 19 ତାରିଖରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହା ବଳବତ୍ତର ରହିଛି। ଅର୍ଥାତ 19 ତାରିଖରେ ସମସ୍ତ ସ୍କୁଲ ଖୋଲିବ। ହେଲେ ଆଶ୍ଚର୍ଯ୍ୟର କଥା ସଂଧ୍ୟାରେ ସଚିବ ପ୍ରଦୀପ୍ତ ମହାପାତ୍ର…
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢାଇଲେ ସରକାର। ଜୁନ୍ ୨୫ ଯାଏଁ ସ୍କୁଲ ଛୁଟି ବଢାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର। ପଶ୍ଚିମ ଓଡ଼ିଶାରେ ଏବେବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏପ୍ରିଲ୍ ୧୮ରୁ ଗ୍ରୀଷ୍ମକାଳୀନ ଛୁଟି ଦିଆଯାଇଥିଲା। ଓଡ଼ିଶାକୁ ମୌସୁମୀ ଆସିବାକୁ ବିଳମ୍ବ ହେଉଥିବାବେଳେ ପ୍ରବଳ ଗରମ ଅନୁଭୂତ ହେଉଛି। ସେହିପରି ବାତ୍ୟା ଫନି ଜନିତ କ୍ଷତି ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। କେବଳ ସରକାରୀ ସ୍କୁଲ ନୁହେଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ମଧ୍ୟ ବନ୍ଦ ରଖିବା ପାଇଁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାରୀ ସ୍କୁଲଗୁଡିକ 18 ତାରିଖ ପର୍ଯ୍ୟନ୍ତ ଛୁଟି ରଖିବାକୁ କୁହାଯାଇଥିଲା। ଫଳରେ ଆସନ୍ତାକାଲି ଏହି ସ୍କୁଲଗୁଡିକ ଖୋଲିବାର ଥିଲା। ସେହିପରି ଆଜି ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡିକ ଗ୍ରୀଷ୍ମ ଛୁଟି ପରେ…
ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଅଗ୍ନିକାଣ୍ଡ ଯାଞ୍ଚକୁ ବେଶ୍ ବ୍ୟାପକ କରାଯାଇଛି । ରାଜଧାନୀର ୧୫ଟି ବଡ଼ ଘରୋଇ ହସ୍ପିଟାଲ୍ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଅଧିକାଂଶ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ସୂଚନା ଦେଇଛି ଅଗ୍ନିଶମ ବିଭାଗ । କେତେକ କେତେକ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବାବେଳେ ବହୁ ସ୍ଥାନରେ ଆପତ୍କାଳୀନ ଯିବା ଆସିବା ରାସ୍ତା ବନ୍ଦ ରଖାଯାଇଛି ବୋଲି ଅଗ୍ନିଶମ ବିଭାଗ କହିଛି । ଯାଞ୍ଚ ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଜାଡ଼ିବାକୁ ହସ୍ପିଟାଲ ଗୁଡ଼ିକୁ ନୋଟିସ ଜାରି କରାଯାଇଛି । କିଛି ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ ପ୍ରଦାନ କରାଯାଇଛି ।
ଅର୍ଥର ରିମେକ୍ରେ ନଜର ଆସିବେ ସ୍ବରା ଭାସ୍କରା । ୧୯୮୨ର ମହେଶ ଭଟ୍ଟଙ୍କ ଲୋକପ୍ରିୟ ସିନେମା ‘ଅର୍ଥ’ର ରିମେକ୍ ହେବାକୁ ରହିଛି । ସ୍ମିତା ପାଟିଲ୍ଙ୍କ ଭୂମିକାରେ ଜ୍ୟାକଲିନ୍ ଅବତୀର୍ଣ୍ଣ ହେବାକୁ ଥିବାବେଳେ ଶାବ୍ନାଙ୍କ ଚରିତ୍ରରେ ଅଭିନେତ୍ରୀ ସ୍ବରାଙ୍କୁ ଦେଖିବାକୁ ମିଳିବ । ମୂଳ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ ଓ କୁଲଭୂଷଣ ଖରବନ୍ଦା ଅଭିନୟ କରିଥିଲେ। ତେବେ ଏହି ଫିଲ୍ମରେ ଅଭିନେତା କିଏ ହେବେ, ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଭିନେତ୍ରୀ ନିର୍ମାତା ରେବତୀ ।
ଉତ୍ତରପ୍ରଦେଶର ଯୋଗୀ ସରକାର ସଂସ୍କୃତ ଭାଷାକୁ ପ୍ରଚାର ପ୍ରସାର ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନା ବିଭାଗ ଏବେ ସଂସ୍କୃତ ଭାଷାରେ ପ୍ରେସ୍ ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ମିଳିଛି । ସୂଚନା ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଭାଷା ସହିତ ଏବେ ସଂସ୍କୃତ ଭାଷାକୁ ମଧ୍ୟ ବ୍ୟବହାର କରାଯିବ । ଏଥିନେଇ ଲକ୍ଷ୍ନୌସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ସାହାଯ୍ୟ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନୀତି ଆୟୋଗ ସହ ହୋଇଥିବା ବୈଠକର ପ୍ରେସ ବିଜ୍ଞପ୍ତି ଏବେ ସଂସ୍କୃତ ଭାଷାରେ ଜାରି କରାଯାଇଛି । ଏହି ଅବସରରେ ଯୋଗୀଭାରତର ଡିଏନ୍ଏରେ ସଂସ୍କୃତ ରହିଛି ବୋଲି କହିଛନ୍ତି ।
ଅଯୋଧ୍ୟା ରାମଜନ୍ମଭୂମି ପରିସରରେ ୨୦୦୫ରେ ହୋଇଥିବା ଆତଙ୍କୀ ହମଲାର ମଙ୍ଗଳବାର ଶୁଣାଣି ହୋଇଛି। ୧୪ ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି ପ୍ରୟାଗରାଜର ଏକ ବିଶେଷ ଅଦାଲତ। ନୈନୀ ସେଣ୍ଟ୍ରାଲ୍ ଜେଲ୍ରେ ହୋଇଥିବା ଏହି ବିଶେଷ ଅଦାଲତ ଅଭିଯୁକ୍ତ ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବାବେଳେ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ଉପରେ ଷଡଯନ୍ତ୍ର କରିବାର ଅଭିଯୋଗ ରହିଥିଲା। ବହୁ ସମୟ ଧରି ନୈନୀ ଜେଲ୍ରେ ଏହି ଅଭିଯୁକ୍ତମାନେ ବନ୍ଦୀ ରହିଥିଲେ। ଏହି ମାମଲାର ଶୁଣାଣି ସ୍ପେଶାଲ୍ ବିଚାରପତି ଜଜ୍ ଦିନେଶ୍ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ସହିତ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି। ଏହି ଅଭିଯୁକ୍ତମାନେ ହେଲେ ଡ. ଇରଫାନ୍, ମୋହମ୍ମଦ ସକିଲ୍, ମୋହମ୍ମଦ ନସୀମ୍, ଫାରୁଖ୍। ଏହି ମାମଲାରେ ପାଖାପାଖି ୬୩ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଥିଲା। ଯେଉଁଥିରେ ୧୪ଜଣ ପୁଲିସ୍ କର୍ମଚାରୀ ରହିଥିଲେ। ୨୦୦୫ରେ ହୋଇଥିବା…
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ପ୍ରତ୍ୟାଖାନ କରିଛନ୍ତି । ପଶ୍ଚିମବଙ୍ଗରେ ମମତା ସରକାର ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟବାର ସରକାର ଗଠନ କରିବା ପରେ ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ମମତା ମନା କରିଥିଲେ । ଏବେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି ମମତା । ଜୁନ୍ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସବୁ ବିପକ୍ଷ ତଥା ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ମମତା ବାନାର୍ଜୀ ଏହି ବୈଠକରେ ସାମିଲ୍ ନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ମମତା କହିଛନ୍ତି ଯେ, ସରକାର ଏହି ସଂକ୍ରାନ୍ତୀୟ ଏକ ଶ୍ବେତ ପତ୍ର ଆଣିବା ଜରୁରୀ ।…
ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ନେଇଛନ୍ତି ଦୃଢ଼ ପଦକ୍ଷେପ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭ୍ରଷ୍ଟାଚାର ଉପରେ ବେଶ୍ ଦୃଢ ହୋଇଥିବାର ଦେଖାଯାଇଛି । ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର । ମୁଖ୍ୟ ଆୟୁକ୍ତ, ଆୟୁକ୍ତ ଓ ଅତିରିକ୍ତ ଆୟୁକ୍ତ ସ୍ତରର ଅଧିକାରୀମାନେ ଏହି ଲିଷ୍ଟ୍ରେ ସାମିଲ୍ ଅଛନ୍ତି । ଏହି ସମସ୍ତଙ୍କ ବିରୋଧରେ ଭ୍ରଷ୍ଟାଚାର, ଲାଞ୍ଚ କାରବାରର ଅଭିଯୋଗ ରହିଛି । ୧୮ ଜୁନ୍ରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସେବା ବିଭାଗର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିନ୍ସିପାଲ୍ କମିଶନର ଡ. ଅନୁପ୍ ଶ୍ରୀବାସ୍ତବ, କମିଶନର ଅତୁଲ ଦୀକ୍ଷିତ୍, କମିଶନର ସଂସାର ଚନ୍ଦ୍ର, କମିଶନର ହର୍ଷା, କମିଶନର ବିନୟ ବ୍ରିଜ ସିଂହ, ଆଡିସନାଲ୍ କମିଶନର୍ ଅଶୋକ ମହିନ୍ଦା, ଆଡିସନାଲ୍ କମିଶନର୍ ବୀରେନ୍ଦ୍ର ଅଗ୍ରଓ୍ବାଲ, ଡେପୁଟି କମିଶନର୍ ଅମରେଶ୍ ଜୈନ୍,…
ଦୀର୍ଘ ସମୟ ଧରି ମୌନବ୍ରତ ଅବଲମ୍ବନ କରିଥିବା କଂଗ୍ରେସ ପରିଶେଷରେ ଲୋକସଭାରେ ନିଜ ନେତାକୁ ଚୟନ କରିଛି । ଦଳ ତରଫରୁ ପଶ୍ଚିମବଙ୍ଗର ସାଂସଦ ଅଧୀର ରଂଜନ ଚୌଧୁରୀକୁ ଦଳ ନେତା ଚୟନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି ପଦ ଗ୍ରହଣକୁ ପ୍ରତ୍ୟାଖାନ କରିବା ପରେ ଅଧୀରଙ୍କ ନାମକୁ ଚୟନ କରିଛି ଦଳ । ମଙ୍ଗଳବାର ଦିନ ଦୀର୍ଘ ରାଜନୈତିକ ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାହୁଲ୍ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ଏହା ନିର୍ଣ୍ଣୟ କରାଯାଇଛି । ଚୌଧୁରୀଙ୍କକୁ ବିପକ୍ଷ ଦଳର ନେତା ଭାବେ ଚୟନ କରାଯାଇ ଏକ ପତ୍ର ପ୍ରେରଣ କରାଯାଇଛି । ଏହି ପତ୍ରରେ ସେ ସମସ୍ତ ମହତ୍ତ୍ବପୂର୍ଣ୍ଣ ଚୟନ ସମିତିରେ ପାର୍ଟିର ପ୍ରତିନିଧିତ୍ବ କରିବା ପାଇଁ ଉଲ୍ଲେଖ କରାଯାଇଛି । ଚୌଧୁରୀ ପଶ୍ଚିମବଙ୍ଗର ବରହମପୁରର ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ବିରୋଧୀ ନେତା ଭାବେ…

