ବଲିଉଡ୍ର ଦୁଇ କଳାକାର ଜନ୍ ଆବ୍ରାହାମ୍ ଏବଂ ଇମ୍ରାନ୍ ହାସ୍ମୀ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଗ୍ୟାଙ୍ଗଷ୍ଟର ଫିଲ୍ମରେ ଉଭୟ କଳାକାର ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ୬ ବର୍ଷର ବ୍ୟବଧାନ ପରେ ସଞ୍ଜୟ ଗୁପ୍ତା ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡର କାହାଣୀ ଉପରେ ପର୍ଯ୍ୟବେସିତ ରହିବ। କିଛି ସତ୍ୟଘଟଣା ଦ୍ବାରା ଏହି ଫିଲ୍ମ ପର୍ଯ୍ୟବେସିତ ବୋଲି ଜଣାପଡିଛି। ଫିଲ୍ମରେ ଜଣଙ୍କୁ ପୋଲିସ୍ ଏବଂ ଅନ୍ୟ ଜଣଙ୍କୁ ଡନ୍ ଭୂମିକାରେ ଦେଖିବାକୁ ମିଳିବ ବୋଲି ସଞ୍ଜୟ ଗୁପ୍ତା ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଫିଲ୍ମର ନାୟିକା ଚୟନ ହୋଇ ନାହିଁ। ୨୦୨୦ ମସିହାରେ ଫିଲ୍ମଟି ରିଲିଜ୍ ହେବ। ଗୁପ୍ତାଙ୍କ ସହିତ ଜନ୍ଙ୍କର ଏହା ଦ୍ବିତୀୟ ଫିଲ୍ମ ହୋଇଥିବା ବେଳେ ଇମ୍ରାନଙ୍କ ସହିତ ଏହା ପ୍ରଥମ ଫିଲ୍ମ।
Author: Samikhsya Bureau
ପାରଲାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୂର୍ଯ୍ୟା ରାଓ କଂଗ୍ରେସ ଛାଡିଛନ୍ତି। ରାଓ ନିଜର ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଅଣଦେଖା କରାଯାଉଥିବାର ଅଭିଯୋଗ କରି ଇସ୍ତଫା ପ୍ରଦାନ କରିଛନ୍ତି ପାରମଳାଖେମୁଣ୍ଡିର ଏହି ପୂର୍ବତନ ବିଧାୟକ। ଦୁଇ ଥର ପୂର୍ବରୁ ବିଧାୟକ ରହିଥିବା ସୂର୍ଯ୍ୟା ରାଓ ଏଆଇସିସି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ୍ ଏକ ବଲିଉଡ୍ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ମହିଳା କୈନ୍ଦ୍ରିକ ଏହି ଫିଲ୍ମଟିର ନାମ ‘ଶର୍ମାଜୀକି ବେଟୀ’ ରଖାଯାଇଛି। ଏହି ଫିଲ୍ମରେ ଦୁଇ ଜଣ ମହିଳାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଷ୍ଟାରକାଷ୍ଟ ଚୟନ ହୋଇନଥିଲେ ମଧ୍ୟ ମାଧୁରୀ ଦୀକ୍ଷିତଙ୍କୁ ସାଇନ୍ କରାଯାଇଥିବା ନେଇ ଖବର ପ୍ରକାଶ ପାଇଛି। ଫିଲ୍ମଟି ଗ୍ରାମାଞ୍ଚଳରେ ମହିଳା ମାନଙ୍କ ସମସ୍ୟା ଉପରେ ଆଧାରିତ ହେବ ବୋଲି ଜଣାପଡିଛି। ଫିଲ୍ମରେ ଆୟୁଷ୍ମାନ ଦେଖା ଦେବେ କି ନାହିଁ ପ୍ରଶ୍ନର ଉତ୍ତରରେ ତାହିରା କହିଛନ୍ତି କି, ଫିଲ୍ମରେ ଆୟୁଷ୍ମାନଙ୍କ ପାଇଁ ଏକ ବଢିଆ ଭୂମିକା ରହିଛି। ମାତ୍ର ବର୍ତ୍ତମାନ ଆୟୁଷ୍ମାନଙ୍କ ହାତରେ ଅନ୍ୟ ଫିଲ୍ମ ଥିବାରୁ ଫିଲ୍ମରେ ଆୟୁଷ୍ମାନଙ୍କ ଦେଖାଦେବା ନେଇ ସନ୍ଦେହ ରହିଛି ବୋଲି ତାହିରା କହିଛନ୍ତ। ନିକଟରେ ତାହିରା କ୍ୟାନ୍ସରରୁ ସୁସ୍ଥ ହୋଇଛନ୍ତି।
ଚଳିତ ବର୍ଷ ଅଗଷ୍ଟ ୨୪ ରୁ ୨୬ ପର୍ଯ୍ୟନ୍ତ ଫ୍ରାନ୍ସର ବାୟାରିଜ ସହରରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଆମନ୍ତ୍ରଣରେ ସ୍ୱତନ୍ତ୍ର ଅତିଥି ଭାବେ ମୋଦି ଏହି ଶିଖର ସମ୍ମିଳନୀକୁ ଯିବେ। ଏଥିପାଇଁ ଇମାନୁଏଲ ପଠାଇଥିବା ନିମନ୍ତ୍ରଣକୁ ମୋଦି ସୋମବାର ଗ୍ରହଣ କରିଛନ୍ତି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ରବୀଶ କହିଛନ୍ତି ଯେ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବେ ଭାରତକୁ ସ୍ୱୀକୃତି ମିଳିଛି। ଏହି ନିମନ୍ତ୍ରଣ କୂଟନୈତିକସ୍ତରରେ ଭାରତର ଭାଗିଦାରୀକୁ ପ୍ରମାଣିତ କରୁଛି। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ୟୁରୋପୀୟ ନେତା ଭାବେ ଫ୍ରାନ୍ସର କନିଷ୍ଠ ବିଦେଶ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଏହା ପୂର୍ବରୁ ବିଦେଶୀ ନେତାଭାବେ ବିମଷ୍ଟେକ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷମାନେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଥିଲେ।
ରଥଯାତ୍ରାରେ ସମସ୍ତ ଚ୍ୟାନେଲ ମହାପ୍ରଭୁଙ୍କ ଯାତ୍ରାର ସିଧା ପ୍ରସାରଣ କରିବେ । କୌଣସି ଚ୍ୟାନେଲକୁ ସିଧା ପ୍ରସାରଣରୁ ବାଦ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଚ୍ୟାନେଲମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ । ଏ ସମ୍ପର୍କରେ ଦୁଇ ଦିନ ଚ୍ୟାନେଲ ମୁଖ୍ୟଙ୍କୁ ଡାକି ଆଲୋଚନା କରାଯିବ ବୋଲି କୁହାଯାଇଛି । ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏ ସମସ୍ତ ସୂଚନା ଦେଇଛନ୍ତି । ରଥଯାତ୍ରା ବେଳେ ଶ୍ରୀମନ୍ଦିର ଭିତରେ କ’ଣ ମରାମତି ହେବ ତାହା ଆସନ୍ତା କାଲି ନିର୍ଦ୍ଧାରଣ କରାଯିବ ବୋଲି ମୁଖ୍ୟ ପ୍ରସାଶକ ସୂଚନା ଦେଇଛନ୍ତି ।
ମଧ୍ୟପ୍ରଦେଶର ବିଜେପି ସାଂସଦ ବୀରେନ୍ଦ୍ର କୁମାରଙ୍କୁ ଲୋକସଭାର ଅନ୍ତରୀଣ ବାଚସ୍ପତି ଭାବରେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଲୋକସଭା ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ 65 ବର୍ଷୀୟ ଟିକମଗଡ ସାଂସଦଙ୍କୁ ବାଚସ୍ପତି ପଦରେ ନିଯୁକ୍ତ କରାଯାଇଛି । ସାତ ଥର ଲୋକସଭା ସାଂସଦ ରହିଥିବା ବୀରେନ୍ଦ୍ର ଆସନ୍ତା ଲୋକସଭା ଅଧିବେଶନରେ ସମସ୍ତ ସାଂସଦ ଏବଂ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇବେ । ଜୁନ୍ 17ରୁଚ 26 ମଧ୍ୟରେ ଲୋକସଭା ଅଧିବେଶନ ଅନୁଷ୍ଠିତ ହେବ । ପୂର୍ବ ମୋଦି ସରକାରରେ ଜଣେ କେନ୍ଦ୍ରମନ୍ତ୍ରୀ ଭାବରେ ରହିଥିବା କୁମାର ଲୋକସଭା ବାଚସ୍ପତି ନିର୍ବାଚନ ମଧ୍ୟ କରାଇବେ ।
ନିଖୋଜ ହୋଇଯାଇଥବିା ବାୟୁସେନା ବିମାନ ଆଣ୍ଟାନୋଭ-୩୨ର ଭଗ୍ନାବଶେଷ ଅରୁଣାଚଳ ପ୍ରଦେଶରୁ ଠାବ ହୋଇଛି। ଜୁନ୍ ୩ ତାରିଖରେ ନିଖୋଜ ହୋଇଥିବା ଏହି ବାୟୁସେନା ବିମାନଟିକୁ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରୁ ଠାବ ହୋଇଛି। ମଙ୍ଗଳବାର ଏହି ବିମାନ ମିଳିଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଥିଲା। ଭାରତୀୟ ବାୟୁସେନାର ଏକ ଏମ୍ ଆଇ ୧୭ ହେଲିକପ୍ଟର ଏହି ବିମାନର ଭଗ୍ନାବଶେଷ ଖୋଜିବାରେ ସକ୍ଷମ ହୋଇଛି। ସୁଖୋଇ ଏସ୍ୟୁ ୩୦ ଏବଂ ସି ୧୩୦ ଜେ ବିମାନ ମଧ୍ୟ ଭଗ୍ନାବଶେଷ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆାସାମର ଜୋରହାଟରୁ ଜୁନ୍ ୩ ତାରିଖରେ ମେଚୁକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଦିନ ୧ଟାରେ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା।
ଆଫଗାନିସ୍ତାନରେ ରହିଥିବା ତାଲିବାନ୍ର ଏକ ଜେଲ୍ରୁ ୩୪ ଜଣଙ୍କୁ ଉଦ୍ଧାର କରିଛି ନାଟୋ ସେନା। ଏହା ମଧ୍ୟରେ ୧୭ ଜଣ ସାଧାରଣ ନାଗରିକ ରହିଥିବା ବେଳେ ୧୭ ଜଣ ସୁରକ୍ଷା ବଳ ଅଧିକାରୀ ରହିଛନ୍ତି। ଏହା ପୂର୍ବରୁ ସୋମବାର ସାତ ଜଣ ପୋଲିସ୍ ଅଧିକାରୀ ଏବଂ ତିନି ଜଣ ଗୁଇନ୍ଦା ଅଧିକାରୀଙ୍କୁ ମୁକ୍ତ କରାଯାଇଥିଲା। ଏଠାରେ ବନ୍ଦୀ ମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରକାଶ। ବାଘଲାନ୍ର ତାଲିବାନ୍ ଦ୍ବାରା ପରିଚାଳିତ ବନ୍ଦୀଗୃହରୁ ଏହି ବନ୍ଦୀ ମାନଙ୍କୁ ଉଦ୍ଧାର କରାଯାଇଛି।
ଆୟକର ବିଭାଗ ପକ୍ଷରୁ ଓକିଲ ଗୌତମ ଖୈତାନଙ୍କ ନାମରେ ନୂତନ ଚାର୍ଜସିଟ୍ ଦାଖଲ କରାଯାଇଛି। କୋଟି କୋଟି ଟଙ୍କାର ଭିଭିଆଇପି ବିମାନ କିଣା ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଖୈତାନ ନିଜ ସମ୍ପତ୍ତି ତାଲିକା ଲୁଚାଇ ଥିବାରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଆୟକର ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଆୟକର ଠକେଇ ନେଇ ଖୈତାନ ସିଙ୍ଗାପୁରରେ ରହିଥିବା ନିଜର କିଛି ବିଦେଶୀ ଆକାଉଣ୍ଟର ସୂଚନା ଲୁଚାଇ ରଖିଥିଲେ। ଆୟକର ବିଭାଗ ପକ୍ଷରୁ ଖୈତାନଙ୍କ ବିପକ୍ଷରେ ଧାରା ୨୭୬ସି(୧) ଏବଂ ୨୭୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। କିଛିଦିନ ପୂର୍ବରୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ ହୋଇ ଗୌତମ ତିହାର ଜେଲ୍ରେ ରହିଥିବା ବେଳେ ଆୟକର ବିଭାଗ ତାଙ୍କର ବୟାନ ରେକର୍ଡ କରିଥିଲା।
୨୦୧୯ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ ଫ୍ୟାନ୍ଙ୍କ ପାଇଁ ଖରାପ ସମ୍ବାଦ। ଗତ ମ୍ୟାଚ୍ର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଶିଖର ଧଓ୍ବନ୍ଙ୍କ ଆଙ୍ଗୁଠି ଭାଙ୍ଗିଥିବା ନେଇ ସୂଚନା ଦେଇଛି ବିସିସିଆଇ। ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଶିଖରଙ୍କ ବାମ ହାତର ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ୧୧୭ ରନ୍ ସଂଗ୍ରହ କରିଥିଲେ ଶିଖର ଧଓ୍ବନ୍। ଏହି ଆଘାତ ଯୋଗୁଁ ଧଓ୍ବନ୍ ଭାରତର ଆସନ୍ତା ୫ ମ୍ୟାଚ୍ ଖେଳି ପାରିବେ ନାହିଁ। ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବେ ଧଓ୍ବନ୍। ଧଓ୍ବନ୍ଙ୍କ ଆଘାତ ପରେ ବିଜୟ ଶଙ୍କର ଏବଂ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କେହି ଜଣେ ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ସେହିପରି ଧଓ୍ବନଙ୍କ ବଦଳ ଖେଳାଳିଙ୍କ ନାମ ମଧ୍ୟ ଖୁବ୍ଶୀଘ୍ର ଘୋଷଣା କରାଯିବ। ଶ୍ରେୟସ ଆୟାର କିମ୍ବା ଋଷଭ ପନ୍ତ ବଦଳ ଖେଳାଳି ଭାବରେ…
କେଦାର ମିଶ୍ର ମୋଦୀ ସରକାରର ପ୍ରଥମ ପାଳିରେ ଦେଶର ଅର୍ଥନୈତିକ ପରାମର୍ଶଦାତା ରହିଥିବା ଅରବିନ୍ଦ ସୁବ୍ରମଣ୍ୟମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଅତ୍ୟନ୍ତ ଉଦ୍ବେଗଜନକ ତଥ୍ୟ ଦେଇଛନ୍ତି। ଆମର ଜିଡିପି ଅଭିବୃଦ୍ଧିର ହାର ମାତ୍ର ୪.୫% ରହିଥିବାବେଳେ ଏହାକୁ ବଢେଇ ଚଢେଇ ୭% ବୋଲି ଦେଖା ଯାଉଛି। ସାରା ପୃଥିବୀର ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ ଏ ପ୍ରସଙ୍ଗରେ ଭାରତର ଅଭିବୃଦ୍ଧି ହାରକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଜିଡିପି ଆକଳନ ପାଇଁ ମୋଦୀ ସରକାର ଯେଉଁ ନୂଆ ଫର୍ମୁଲା ବ୍ୟବହାର କରିଛନ୍ତି ତାହା ଆମର ଅର୍ଥନୈତିକ ଡାଟାକୁ ବଢେଇ ଚଢେଇ ଉପସ୍ଥାପନ କରୁଛି। ଅର୍ଥନୈତିକ ଅଭିବୃଦ୍ଧି ସହିତ ତାଲା ଦେଇ ରୋଜଗାରର ସୀମା ପ୍ରସାରିତ ହେଉନଥିବାରୁ, ଏହି ଅଭିବୃଦ୍ଧିର ସତ୍ୟତା ବିଷୟରେ ସନ୍ଦେହ ରହିଥିଲା। ନିର୍ବାଚନ ପରେ ଜାତୀୟ ସାମ୍ପଲ ସର୍ଭେ ସଂସ୍ଥାର ଯେଉଁ ତଥ୍ୟ ଆସିଥିଲା ସେଥିରେ କୁହାଯାଇଥିଲା ଯେ, ଗତ ୪୫ ବର୍ଷ ଭିତରେ ଦେଶର ବେକାରି ହାର ସର୍ବାଧିକ…
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସାକ୍ଷାତକାର ପରେ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତାକାର ବୋଲି ଅଭିହିତ କରିଛନ୍ତି ନବୀନ। ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ନବୀନ। ଏହା ପୂର୍ବରୁ ଆଜିର ଦିନରେ ମୁ୍ଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆସିନ୍ତା ୧୫ ତାରିଖରେ ନିତି ଆୟୋଗ ବୈଠକରେ ଯୋଗଦାନ ପରେ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ନବୀନ।
ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ମାମଲାରେ ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଏବଂ ପୁଲିସ ବିଭାଗକୁ କଡ଼ା ଭର୍ତ୍ସନା କରିଛନ୍ତି। ଏହା ସହ କୋର୍ଟ କହିଛନ୍ତି, ଏହି ଘଟଣା ବାକ୍ ସ୍ବାଧୀନତା ଏବଂ ସ୍ବତନ୍ତ୍ରତା ନେଇ ରହିଥିବା ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛି। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି।
ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଛନ୍ତି । ଏୟାର ବସ୍ ରୁଟ୍ ପ୍ରଦାନ ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ପଟେଲ । ପଟେଲ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ଭାଳୁଥିବା ବେଳେ ଏହି ଦୁର୍ନୀତି ହୋଇଥିଲା । ଗତ ସପ୍ତାହରେ ପଟେଲଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ଗତକାଲି 43ଟି ଏୟାରବସ୍କୁ ବିଭିନ୍ନ ଅନ୍ତର୍ଜାତୀୟ ରୁଟ୍ରେ ଭଡାରେ ଲଗାଇ ଦେବା ନେଇ ପ୍ରଶ୍ନ କରାଯାଇଥିବା ବେଳେ ଆଜି ତାଙ୍କୁ ଅନ୍ୟ 111ଟି ଆନ୍ତର୍ଜାତୀୟ ବିମାନ ରୁଟ୍କୁ ନେଇ ପ୍ରଶ୍ନ କରାଯାଇଥିଲା । ଏହି ସମୟରେ ପଟେଲଙ୍କୁ ଏମିରେଟ୍ସ, ଏୟାର ଆରବିଆ ଏବଂ କାତାର ଏୟାର ଲାଇନ୍ସର ଭୂମିକା ନେଇ ପ୍ରଶ୍ନ କରାଯାଇଥିଲା । ଏହି ସମୟରେ ମଧ୍ୟସ୍ଥି ଦୀପକ ତଲଓ୍ବାର ଏହି ତିନି କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିବା ସହିତ 272 କୋଟିର ଉତ୍କୋଚ ନେଇଥିବା…
ପରିଭ୍ରମଣରେ ଯାଇଥିବା ଏକ ପର୍ଯ୍ୟଟକ ଦଳ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଓଡିଆ ନିହତ ହୋଇଛନ୍ତି। ଦୁଇ ମୃତକ ହେଉଛନ୍ତି ମଳିପଡାର ଚରଣ ବିଶ୍ବାଳ ଏବଂ ଜଟଣୀର ବିଜୟ ଜେନା। ଏହି ଦୁର୍ଘଟଣାରେ ସମୁଦାୟ ୨୧ ଜଣ ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ୬-୭ ଜଣ ଓଡିଆଙ୍କ ସ୍ଥିତି ଗୁରୁତର ରହିଛି ବୋଲି ଜଣାପଡିଛି। ଜୁନ୍ ୬ ତାରିଖରେ ଡେଲାଙ୍ଗ ଏବଂ ଜଟଣୀରୁ ୬୦ ଜଣ ପର୍ଯ୍ୟଟକ ନେପାଳ ଭ୍ରମଣରେ ଯାଇଥିଲେ।
ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ଏକ ଗଣମାଧ୍ୟମ ଚ୍ୟାନେଲର ୫ ଜଣଙ୍କୁ ପୋଲିସ୍ ଗିରଫ କରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ଉଦ୍ୟମ କରିବା ଯୋଗୀଙ୍କ ମୂର୍ଖାମୀ ବୋଲି କହିଛନ୍ତି ରାହୁଲ। ଯଦି କିଛି ଭୁଲ୍ ଖବର ପ୍ରସାରଣ ପାଇଁ ଗଣମାଧ୍ୟମ ଅଧିକାରୀଙ୍କୁ ଜେଲ୍ରେ ରଖାଯାଏ ତେବେ ମାତ୍ରାଧିକ ବିଜେପି ଏବଂ ଆରଏସ୍ଏସ୍ କର୍ମୀ ଜେଲରେ ରହିବେ ବୋଲି ମତ ଦେଇଛନ୍ତି ରାହୁଲ। ସୂଚନାଯୋଗ୍ୟ ଯେ, ସୁପ୍ରିମ୍କୋର୍ଟ ମଙ୍ଗଳବାର ଉକ୍ତ ସାମ୍ବାଦିକଙ୍କୁ ତୁରନ୍ତ ଛାଡିବା ନିମନ୍ତେ ଆଦେଶ ଦେଇଛନ୍ତି। ପ୍ରଶାନ୍ତ କନୋଜିଆଙ୍କ ପତ୍ନୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍ ଏକ ବିବାଦୀୟ ବୟାନ ଦେଇଛନ୍ତି। ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିଥିବା ସୁବ୍ରମଣ୍ୟନ୍ ମଙ୍ଗଳବାର ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ଲେଖିଥିବା ଏକ ନିବନ୍ଧ ନୂତନ ବିବାଦ ସୃଷ୍ଟି କରିଛି। ଉଭୟ ବିଜେପି ଏବଂ କଂଗ୍ରେସ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଘରୋଇ ଅଭିବୃଦ୍ଧି ହାରକୁ ବଢାଇ ଚଢାଇ ଦେଖାଉଥିଲେ ବୋଲି କହିଛନ୍ତି ସୁବ୍ରମଣ୍ୟମ। ଘରୋଇ ଅଭିବୃଦ୍ଧି ହାର ଏହି ସମୟରେ ୪.୫ ପ୍ରତିଶତ ରହିଥିଲେ ମଧ୍ୟ ଉଭୟ ସରକାର ଏହାକୁ ୭ ପ୍ରତିଶତ ଉପରେ ଦେଖାଇଥିଲେ। ୟୁପିଏ-୨ ସରକାର ସମୟରେ ଯୋଗଦାନ କରିଥିବା ସୁବ୍ରମଣ୍ୟନ କହିଛନ୍ତି ଉଭୟ ସରକାର ଉତ୍ପାଦନକୁ ନେଇ ସର୍ବଦା ଅନ୍ଧାରରେ ରହୁଛନ୍ତି। ସରକାରଙ୍କୁ ମିଳୁଥିବା ସୂଚନା ଏବଂ ବାସ୍ତବତା ମଧ୍ୟରେ ଆକାଶ ପାତାଳର ଫରକ ରହିଛି। ତେଣୁ ଘରୋଇ ଅଭିବୃଦ୍ଧି ହାରର ଏପରି ଅବସ୍ଥାରେ ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ ବୋଲି କହିଛନ୍ତି ସୁବ୍ରମଣ୍ୟନ୍।
କ୍ରମାଗତ ଭାବରେ ଭାରତୀୟ ମୁଦ୍ରା ଭଲ ପ୍ରଦର୍ଶନ କରି ଆସିଛି। ସୋମବାର ଭାରତୀୟ ମୁଦ୍ରା ୬ ପଇସା ଶକ୍ତିଶାଳୀ ରହିଥିବା ବେଳେ ମଙ୍ଗଳବାର ଏହା ପୁନର୍ବାର ଭଲ ପ୍ରଦର୍ଶନ କରିଛି। ମଙ୍ଗଳବାରର ପ୍ରାରମ୍ଭିକ ଟ୍ରେଡ ଅନୁଯାୟୀ ଡଲାର ତୁଳନାରେ ୨୧ ପଇସା ଶକ୍ତିଶାଳୀ ରହିଛି ଭାରତୀୟ ମୁଦ୍ରା। ଗତକାଲିର ମୂଲ୍ୟ ଅପେକ୍ଷା ୨୧ ପଇସା ବୃଦ୍ଧି ପାଇ ଭାରତୀୟ ମୁଦ୍ରା ୬୯.୪୪ ପଇସା ରହିଛି। ଗତକାଲି ଏହା ୬୯.୬୫ ପଇସାରେ ବନ୍ଦ ରହିଥିଲା। ନିକଟରେ ଭାରତୀୟ ବଜାରରେ ୨୧୬.୨୦ କୋଟିର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍ଡିଆଇ) ଆସିବା ପରେ ଭାରତୀୟ ମୁଦ୍ରା ଶକ୍ତିଶାଳୀ ହୋଇଛି ବୋଲି ଅର୍ଥନୀତିଜ୍ଞ ମତ ପ୍ରକାଶ କରିଛନ୍ତି।
ଜମ୍ମୁ କଶ୍ମୀରରେ ସୋପିଆଁରେ ମଙ୍ଗଳବାର ସୁରକ୍ଷାବାହିନୀର ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆଁରେ ଏହି ଘଟଣା ଘଟିଛି। ଅୱନୀରା ଅଂଚଳରେ ଆତଙ୍କବାଦୀମାନେ ଥିବା ସୂଚନା ମିଳିବା ମାତ୍ରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚିଥିଲେ। ସୁରକ୍ଷାବାହିନୀର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଗୁଳିବିନିମୟ ସମୟରେ ୨ ଏଜିଏଚ୍ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଏହା ପୂର୍ବରୁ ପୁଲୱାମା ଜିଲ୍ଲାର ପଂଜାରଣ ଅଂଳଚରେ ସେନା ଆତଙ୍କବାଦୀ ଦଳକୁ ଘେରାବନ୍ଦୀ କରିଥିଲା। ଏହି ଅପରେଶନରେ ସେନା ବ୍ୟତୀତ ଜମ୍ମୁ କଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେଶନ ଗୃପ ଓ କେନ୍ଦ୍ରୀ ସୁରକ୍ଷା ବଳ ମଧ୍ୟ ସାମିଲ ଥିଲେ।
ନୂତନ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟଙ୍କ ମଧ୍ୟରେ ରାଜ୍ୟର ସ୍ୱାର୍ଥ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାତ୍ୟା ଫନି ନିମନ୍ତେ ୫ ହଜାର କୋଟି କ୍ଷତିପୂରଣ, କୋଇଲା ରୟାଲିଟି ବୃଦ୍ଧି, ମହାନଦୀ ବିବାଦ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଲୋକସଭାରେ ହେବାକୁ ଥିବା ଉପବାଚସ୍ପତି ନିର୍ବାଚନ ପାଇଁ ମଧ୍ୟ ଦୁହିଁଙ୍କ ମଧ୍ୟରେ କୌଣସି ଚର୍ଚ୍ଚା ହୋଇ ନାହିଁ ବୋଲି ପ୍ରତିକ୍ରିୟା କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସହ ସାକ୍ଷାତ ପରେ ପରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଆସନ୍ତା ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦାନ ପରେ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ନବୀନ।
ଝାଡ଼ଖଣ୍ଡରେ ଏକ ବଳାତ୍କାର ମାମଲାରେ ରାଞ୍ଚିର ସ୍ଥାନୀୟ ଅଦାଲତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି। ଜୋରିମାନା ବାବଦରେ ଆଦାୟ ହେବାକୁ ଥିବା ୨ ଲକ୍ଷ ୯୭ ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବ। ସୂଚନାଯୋଗ୍ୟ ଦୁଇ ବର୍ଷ ପୂର୍ବେ ୨୦୧୭ ସେପ୍ଟେମ୍ବର ୬ ତାରିଖ ଦିନ ଦୁମ୍କା ଜିଲ୍ଲାର ଦିଗିଠାରେ ଏକ ନିଛାଟିଆ ଜାଗାରେ ଜଣେ ୧୯ ବର୍ଷର ଯୁବତୀଙ୍କୁ ଅଟକ ରଖାଯାଇ ଗଣ ବଳାତ୍କାର କରାଯାଇଥିଲା। ଏହି ଘଟଣାର ଦୁଇଦିନ ପରେ ୧୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

