Author: Samikhsya Bureau

ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି  ସଭାପତିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ସମ୍ବଲପୁର ଜିଲ୍ଲାର କୌଣସି ଏକ ଆସନରୁ ସେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଚାକିରିରୁ ଇସ୍ତଫା ଦେବା ପରେ ‘ଭିମ୍‌ସାର୍‌’ର ବହୁଚର୍ଚ୍ଚିତ ପୂର୍ବତନ ନିର୍ଦେଶକ ଡାକ୍ତର ପୂଜାହାରୀ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ଶେଷରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି । ଡାକ୍ତର ପୂଜାହାରୀ ‘ଭୀମ୍‌ସାର୍‌’ରେ ନିର୍ଦେଶକ ଥିବାବେଳେ ଲୁଣ ଥେରାଫି ଓ ଷ୍ଟିଙ୍ଗ୍‌ ଅପରେସନ୍‌ ପାଇଁ ଲୋକଲୋଚନକୁ ଆସିଥିଲେ। ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦେଶ ଦେଇଥିଲେ। ଏହାର ଅଳ୍ପ କିଛି ଦିନ ପରେ ଡାକ୍ତର ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ।

Read More

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛି ତ୍ରିପୁରା ରାଜ୍ୟ ବିଜେପି କମିଟି। ମାର୍ଚ୍ଚ ୨୦ ରେ ଖମଲଙ୍ଗରେ ଏକ ରାଲି ଅବସରରେ ରାହୁଲ ଆଚରଣବିଧି ଉଲଂଘନ କରିଥିବାର ଅଭିଯୋଗ ହାେଇଛି। କଂଗ୍ରେସ ଦଳ ବିପକ୍ଷରେ ମନ୍ତବ୍ୟ ପାଇଁ  ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ନିକଟରୁ କ୍ଷମାପ୍ରାର୍ଥନା ଦାବି କରିବା ପରେ ବିଜେପି ରାହୁଲଙ୍କ ବିପକ୍ଷରେ ଅଭିଯୋଗ ବାଢିଛି। ବିଜେପି ମୁଖପାତ୍ର ନବେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ରାହୁଲ, ନିଜ ରାଲିରେ ବିଜେପି ସଭାପତି ଅମିତ ଶାହଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ଶାହଙ୍କ ମାମଲା ଟ୍ରାଏଲ୍‌ କୋର୍ଟରେ ଖାରଜ ହୋଇଥିଲେ ମଧ୍ୟ ରାହୁଲଙ୍କ ଏପରି ଅଭିଯୋଗକୁ ସମାଲାେଚନା କରିଛି ବିଜେପି । ରାଫାଲେ ବିମାନ ମାମଲାରେ ଅନୀଲ ଅମ୍ବାନୀ ୩୦ ହଜାର କୋଟିର ଉତ୍କାେଚ ନେଇଥିବାର ଅଭିଯୋଗ ଆଣିଥିଲେ। ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ୟୁପିଏ ସରକାର ଅମଳରେ ରାଫାଲେ ଚୁକ୍ତି ହୋଇଥିଲା ତେଣୁ ରାହୁଲଙ୍କ ଅଭିଯୋଗ ଭିତ୍ତିହୀନ। ସେହିପରି…

Read More

ଗତକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ୟୁପିର ଆମେଥି ଓ କେରଳର ଓ୍ବାୟନାଡ ଆସନରୁ ପ୍ରାର୍ଥୀ ହେବା ନେଇ ଘୋଷଣା କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ବିଜେପି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି କହିଛନ୍ତି ଯେ, ଆମେଥିର ଲାେକ ବତ୍ତର୍ମାନ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଦେଇଛନ୍ତି ତେଣୁ ରାହୁଲ ଆମେଥୀରୁ ବାହାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ଟ୍ବିଟ୍ଟର ପେଜ୍‌ରେ ରାହୁଲ୍‌ଙ୍କୁ ସମାଲୋଚନା କରିବା ସହିତ କହିଛନ୍ତି : ‘ପ୍ରଥମେ ଆମେଥିରୁ ଲୋକ ବାହାର କଲେ, ବର୍ତ୍ତମାନ କେରଳବାସୀଙ୍କ ପାଳି’ #ଭାଗ୍‌ ରାହୁଲ୍‌ ଭାଗ୍‌ ବୋଲି ସେ ଟୁଇଟ କରିଛନ୍ତି ।  ତେବେ ଏହି  ଟୁଇଟ୍‌କୁ ନେଇ ରାହୁଲ ନୀରବତା ଅବଲମ୍ବନ କରିଛନ୍ତି । ମାତ୍ର କଂଗ୍ରେସ ଦଳର ମୁଖପାତ୍ର ରଣଦୀପ୍‌ ସୁର୍ଜେଓ୍ବାଲା ସ୍ମୃତିଙ୍କୁ କଡା ଜବାବ ଦେଇଛନ୍ତି । ଅନ୍ୟ ଏକ ଟ୍ବିଟ୍‌ ଜରିଆରେ ସେ ଲେଖିଛନ୍ତି ‘ପ୍ରଥମେ…

Read More

ସାନ୍‌ଫ୍ରାନ୍‌ସିସ୍‌କୋରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତି ନିହତ ହୋଇଥିବା ବେଳେ ୩ ଜଣ ବ୍ୟକ୍ତି !ହତ ହାେଇଛନ୍ତି ।ପଶ୍ବିମ ଆମେରିକାର ଫିଲ୍‌ମୋର ସହରରେ ଏହି ଗୁଳିକାଣ୍ଡ ଘଟିଛି । ସନ୍ଧ୍ୟା ୮.୪୦ ମିନିଟ୍‌ରେ ବ୍ଲକ୍‌ ୧୩୦୦ରେ ଏହି ଘଟଣା ଘଟିଥିଲା ।  ୩ ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ତା ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଆାମେରିକୀୟ ଅଧିକାରୀ ଘଟଣାର ତଦନ୍ତ ଜାରି କରିଛନ୍ତି । ଘଟଣା ପରେ ଫିଲ୍‌ମୋରର ଓ ଫାରେଲ୍‌ ରୁ ଟର୍କ ଷ୍ଟ୍ରିଟ୍‌ ରାସ୍ତାକୁ ବନ୍ଦ ରଖାଯାଇଛି । ଏହି ଆକ୍ରମଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ କିମ୍ବା ବ୍ୟକ୍ତିବିଶେଷ ନିଜକୁ ଦାୟୀ କରି ନାହାନ୍ତି ।

Read More

ଭାରତୀୟ ଟେନିସ୍‌ ଖେଳାଳି ଏନ୍‌ ଶ୍ରୀରାମ ବାଲାଜୀ ଏବଂ ମେକ୍ସିକୋର ହାନ୍ସ ହାଚ୍‌ ଭର୍ଡୁଗୋଙ୍କ ଯୋଡି ୫୪୧୬୦ ଡଲାର ପୁରସ୍ଚାକାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର୍ସ ଡବଲ୍ସ ଫାଇନାଲ୍‌ରେ ପରାଜିତ ହାେଇଛନ୍ତି । ଅଷ୍ଟ୍ରେଲିଆନ୍‌ ଯୋଡି ମ୍ୟାକ୍ସ ପୁରସେଲ୍‌ ଏବଂ ଲୁ୍ୟକ୍‌ ସାଭିଲେଙ୍କ ନିକଟରୁ ସିଧାସଳଖ ୬-୨  ଏବଂ  ୭-୬(୫)ରେ ପରାସ୍ତ ହାେଇଥିଲେ ଏହି ଯୋଡି । ବାଲାଜୀ-ଭର୍ଡୁଗୋ ଏହି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସିଡ୍‌ର ମାନ୍ୟତା ପାଇଥିବା ବେଳେ ମ୍ୟାକ୍ସ – ସାଭିଲେ ତୃତୀୟ ସିଡ୍‌ ରହିଥିଲେ । ବାଲାଜୀ ଏବଂ ଭର୍ଡୁଗୋ୧୮୦୦ଡଲାରର ପୁରସ୍କାର ରାଶି ସହିତ ୪୮ ଏଟିପି ପଏଣ୍ଟ ହାସଲ କରିଥିବା ବେଳେ ପୁରସେଲ୍‌ ଏବଂ ସାଭିଲେ ୩୧୦୦ ଡଲାରର ପୁରସ୍କାର ରାଶି ସହିତ ୮୦ ଏଟିପି ପଏଣ୍ଟ  ହାସଲ କରିଛନ୍ତି ।

Read More

ନିର୍ବାଚନୀ ବିଗୁଲ୍‌ ବାଜିସାରିଛି । ସବୁ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏହି କ୍ରମରେ ଓଡ଼ିଶାର କ୍ରମାଗତ ୪ଥର ସରକାର ଗଠନ କରି ରେକର୍ଡ ସୃଷ୍ଟି କରିଥିବା ବିଜୁ ଜନତା ଦଳ ଆଜି ନୟାଗଡ଼ରୁ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ମଙ୍ଗୁଆଳ ନିଜେ ନବୀନ ପଟ୍ଟନାୟକ । ନୟାଗଡ଼ରେ ଆୟୋଜତ ଏକ ସାଧାରଣ ସଭାରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ସହିତ ୨୧ର ଏମ୍‌ପିରୁ ୨୧ ଏମ୍‌ପି ସିଟ୍‌ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଅବସରରେ ଉଭୟ ବିଜେପି ଓ କଂଗ୍ରେସ ସରକାରକୁ ଟାର୍ଗେଟ୍‌ କରିଛନ୍ତି । ଗତ ଥର କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ବରଗଡ଼ ଅବସରରେ ନବୀନ ସରକାରଙ୍କୁ ରିମୋଟ୍‌ କଣ୍ଟ୍ରୋଲ୍‌ କହିଥିବାବେଳେ ଆଜି ନବୀନ ଏହାର କଡ଼ା ଜବାବ୍‌ ଦେଇଛନ୍ତି । ନବୀନ କହିଛନ୍ତି ଯେ, ଆମର ହାଇକମାଣ୍ଡ ହେଉଛନ୍ତି…

Read More

ପୁଲୱାମା ଆତଙ୍କୀ ଆକ୍ରମଣକୁ ନେଇ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସୁଦ୍ଦିନ୍‌ ଓଓ୍ବୈସି। ପୁଲ୍‌ଓ୍ବାମା ଆକ୍ରମଣ ସମୟରେ ମୋଦି ବିଫ୍ ବିରିଆନୀ ଖାଇ ଆରାମରେ ଶୋଇଥିଲେ ବୋଲି କହିଛନ୍ତି ଓଓ୍ବୈସି। ହାଇଦ୍ରାବାଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଓୱୈସି କହିଛନ୍ତି ଯେତେବେଳେ ପୁଲୱାମାରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ହମଲା ହେଉଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଶୋଇରହିଥିଲେ। ସେହିପରି ବାଲାକୋଟରେ ବାୟୁସେନା ଆକ୍ରମଣରେ ମୃତକଙ୍କ ସଂଖ୍ୟାରେ ବିଜେପିର ରାଜନେତାମାନେ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି ଓଓ୍ବେସି। ସେହିପରି ଗୁରୁଗ୍ରାମ ସଂଖ୍ୟାଲଘୁ ପରିବାର ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ଉପରେ ଖୁବ୍‌ ବର୍ଷିଛନ୍ତି ଓଓ୍ବେସି। ଚଳିତ ନିର୍ବାଚନରେ ଓଓ୍ବେସି ହାଇଦ୍ରାବାଦ ଆସନରୁ ଲଢୁଛନ୍ତି।

Read More

ସମାଜବାଦୀ ପାର୍ଟି ଗତକାଲି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଚଳିତ ଥର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କୁ ଏହି ତାଲିକାରୁ ବାଦ୍ ଦିଆ ଯାଇଛି। ଏହା ପୂର୍ବରୁ ଏସପି ଲୋକସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏସପି ଦ୍ୱାରା ଜାରି କରାଯାଇଥିବା ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଖିଲେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚନ, ରାମ ଗୋପଳ ଯାଦବ, ରାଜେନ୍ଦ୍ର ଚୌଧରୀ, ଆଜମ ଖାନ ଆଦି ସାମିଲ ଅଛନ୍ତି। ସୂଚନାଯୋଗ୍ୟ କି, ଏସପି ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ଜାରି କରିଛି। ଏଥିରେ ମୁଲାୟମଙ୍କ ନାମ ନାହିଁ। ସେ ମେନପୁରୀ ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ଅଖିଳେଶ ଯାଦବ ଆଜମଗଡ଼ରୁ ନିର୍ବାଚନ ଲଢିବାକୁ ଥିବାବେଳେ ବରିଷ୍ଠ ନେତା ଆଜମ୍‌ ଖାନ୍‌ ରାମପୁର୍‌ ସିଟ୍‌ରୁ ନିର୍ବାଚନ ଲଢିବେ। ଚଳିତ ଥର ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି–ଆର୍‌ଏଲ୍‌ଡି ମିଳିତ ଭାବରେ ନିର୍ବାଚନ ଲଢିବାକୁ…

Read More

ନୟାଗଡ଼ରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଜେଡ଼ି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବାବେଳ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ରହିଛି। ଏହି ସମୟରେ ଦଳ ଏନେଇ ପୂର୍ବରୁ ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଏହି ତାଲିକାରେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ସାମିଲ୍‌ କରାଯାଇଛି।  ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି। ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟ ପ୍ରମୁଖଙ୍କୁ ଏହି ତାଲିକାରେ ସାମିଲ୍‌ କରାଯାଇଛି।…

Read More

୬୪ତମ ଫିଲ୍ମଫେୟାର୍‌ ଆଓ୍ବାର୍ଡରେ ରାଜି, ଅନ୍ଧାଧୁନ୍‌, ପଦ୍ମାବତ୍‌ ବାଜି ମାରିନେଇଛନ୍ତି। ପଦ୍ମାବତ୍‌ ୧୭ଟି ଶ୍ରେଣୀରେ ମନୋନୀତ ହୋଇଥିବାବେଳେ ୪ଟି ଆଓ୍ବାର୍ଡ ଜିତିଛି। ସେହିପରି ଆଲିଆ ଭଟ୍ଟଙ୍କ ଅଭିନୀତ ‘ରାଜି’ ଫିଲ୍ମଟି ସର୍ବାଧିକ  ୫ଟି ବିଭାଗରେ ପୁରସ୍କାର ହାତେଇଛି। ମୁମ୍ବାଇଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ବଲିଉଡ୍‌ ଷ୍ଟାରମାନଙ୍କର ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା। ଫିଲ୍ମଫେୟାର୍‌ ପୁରସ୍କାର ତାଲିକା ଶ୍ରେଷ୍ଠ ଫିଲ୍ମ : ରାଜି ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍) : ଅନ୍ଧାଧୁନ୍‌ ଶ୍ରେଷ୍ଠ ଅଭିନେତା : ରଣବୀର କପୁର୍‌ (ସଂଜୁ) ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ (ରାଜି) ଶ୍ରେଷ୍ଠ ଅଭିନେତା (କ୍ରିଟିକ୍‌) ରଣବୀର ସିଂହ (ପଦ୍ମାବତ), ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ୍‌) ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ) : ନୀନା ଗୁପ୍ତା (ବଧାଇ ହୋ) ଶ୍ରେଷ୍ଠ ନବାଗତ : ଈଶାନ୍‌ ଖଟ୍ଟର (ବିୟଣ୍ଡ୍‌ ଦ କ୍ଲାଉଡ୍‌) ଶ୍ରେଷ୍ଠ ନବାଗତା : ସାରା ଅଲ୍ଲୀ ଖାନ୍‌ (କେଦାରନାଥ) ଶ୍ରେଷ୍ଠ ନିର୍ଦ୍ଦେଶକ : ମେଘନା ଗୁଲ୍‌ଜାର୍‌ (ରାଜି) ଶ୍ରେଷ୍ଠ…

Read More

ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିବା ପରେ ଓଡିଶାରେ ଦଳବଦଳ ଓ କାଦୁଅ ଫିଙ୍ଗା ରାଜନୀତି ଜୋର୍‌ସୋର୍‌ରେ ଚାଲିଛି। ଟିକେଟ୍‌ ପାଇନଥିବା ଆଶାୟୀ ପ୍ରାର୍ଥୀମାନେ ଦଳ ବଳଦ କରୁଛନ୍ତି ତ ପୁଣି କେତେକ ଦଳରୁ ଇସ୍ତଫା ପ୍ରଦାନ କରୁଛନ୍ତି। ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଥିବା ଉପସଭାପତି ରାଜକିଶୋର ଦାଶ ଆଜି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରି ଔରଙ୍ଗଜେବଙ୍କ ସହିତ ତୁଳନା କରିଛନ୍ତି ରାଜକିଶୋର। ସ୍ବାର୍ଥ ପାଇଁ ବରିଷ୍ଠଙ୍କୁ ଧର୍ମନ୍ଦ୍ରେ ହତ୍ୟା କରୁଛନ୍ତି କହିବା ସହିତ ତାଙ୍କୁ ଗୁଣ୍ଡା ଲଗାଇ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ରାଜକିଶୋର ବହୁ ସମୟ ଧରି ମୟୂରଭଞ୍ଜରେ ବିଜେପି ପାଇଁ କାର୍ଯ୍ୟ କରିଥିବାବେଳେ ସେ ମୟୂରଭଞ୍ଜର ମୋରଣା ଆସନ ପାଇଁ ଆଶାୟୀ ଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି…

Read More

ବିଜୟରୁ ଅଭିଯାନ ଆରମ୍ଭ କରିଛି ୨୦୧୮ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ)। ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସ୍‌କେ ପ୍ରତିପକ୍ଷ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଏକପାଖିଆ ଭାବେ ୭ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ମାତ୍ର ୧୭.୧ ଓଭର୍‌ରେ ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବ୍‌ରେ ସିଏସ୍‌କେ ୧୭.୪ ଓଭର୍‌ରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଧୋନି ଟସ୍‌ ଜିତି ଆରସିବିକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିରଙ୍କ ଯାଦୁ ଆଗରେ ପୂରା ଆରସିବି ଟିମ୍‌ ଆତ୍ମସମର୍ପଣ କରିଦେଇଥିଲା। ହରଭଜନ ବିରାଟ୍‌ କୋହଲି(୬)ଙ୍କୁ ଆଉଟ୍‌ କରି ଆରସିବିକୁ ଶକ୍ତ ଝଟ୍‌କା ଦେଇଥିଲେ। ଏହାପରେ ଭଜି ମୋଇନ୍‌ ଅଲ୍ଲୀ(୯) ଓ ବିସ୍ଫୋରକ ଏବି ଡିଭିଲିୟର୍ସ(୯)ଙ୍କୁ…

Read More

କେଦାର ମିଶ୍ର ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ବିଜେପି ରାଜ୍ୟ କାର୍ୟାଳୟରେ ଦୁଇ ଦିନ ଧରି ତାଲା ପଡିବା ପରେ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ କାର୍ୟାଳୟ ସବୁକୁ ବିଜେପି କର୍ମୀମାନେ ପୋଡି ଦେଇଛନ୍ତି। ଦଳର ବହୁ ପୁରୁଖା ନେତା ଏବେ ଦଳ ଛାଡି ଚାଲି ଯାଉଛନ୍ତି। ତେବେ ଏହି ଘଟଣା ଲାଗି ବିଜେପି ଅନ୍ୟ କାହାକୁ ଦାୟୀ କରିବା ଅପେକ୍ଷା ନିଜର ଆତ୍ମା ସମୀକ୍ଷା କରିବା ଜରୁରୀ। ଦଳ ନିଜ ଦମ୍ଭରେ ନିର୍ବାଚନ ନ ଲଢି ଅନ୍ୟ ଦଳର ଆମଦାନୀ କରା ନେତାଙ୍କ ଉପରେ ଏତେ ନିର୍ଭରଶୀଳ ହୋଇ ପଡିଛି ଯେ, ଗୋଟେ ଗୋଟେ ଲୋକସଭା କ୍ଷେତ୍ରରେ ବିଜେପିର ଜଣେ ବି ପୁରୁଣା ନେତା ବା କର୍ମୀ ଟିକଟ ପାଇନାହାନ୍ତି। ଯାଜପୁରର…

Read More

ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିପାରନ୍ତି। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍‌ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଛି। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି। ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ନେତା ଓମାନ ଚଣ୍ଡୀ କହିଛନ୍ତି କେରଳ କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛି ଯେ ସେ କେରଳର ଗୋଟିଏ ଆସନରୁ ନିର୍ବାଚନ ଲଢନ୍ତୁ। ରାହୁଲ କେରଳର ଓ୍ବୟାନାଡରୁ ନିର୍ବାଚନ ଲଢିପାରନ୍ତି। ଏନେଇ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିନାହାନ୍ତି। ତେବେ…

Read More

ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନାକୁ ଦୃଷ୍ଟିରେ ରଖିଏପ୍ରିଲ ୨ତାରିଖରୁ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ସକାଳୁଆ ହେବ।  ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨ତାରିଖରୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ। କୌଣସି ପରିସ୍ଥିତିରେ ବି ଦିନ ୧୧ଟା ପରେ ସ୍କୁଲଗୁଡ଼ିକ ଖୋଲା ରହିବ ନାହିଁ। ଏପ୍ରିଲ୍‌ ୩ରୁ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ କରାଯିବ। ମେ ୬ ତାରିଖରୁ ଖରାଛୁଟି ଦିଆଯିବ ବୋଲି ଶିକ୍ଷାବିଭାଗ ନିର୍ଦ୍ଦେଶ ଦେଇଛି।

Read More

ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶ୍ରୀ ମାଝୀ ଏବେ ଖଡ଼ିଆଳ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ୨୦୧୪ ମସିହାରେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଚଳିତ ଥର ବିଧାୟକ ଶ୍ରୀ ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀଙ୍କ ପତ୍ନୀ ରୀତାରାଣୀଙ୍କୁ ବିଜେପି ତରଫରୁ ପ୍ରାର୍ଥୀ କରାଯାଇଛି। ଏହାକୁ ବିରୋଧ କରି ଦଳରୁ ଶ୍ରୀମାଝୀ ଇସ୍ତଫା ଦେଇଛନ୍ତି। ଶ୍ରୀ ମାଝୀ ଏଥର ନିଜ ପୁଅଙ୍କୁ ବିଜେପିରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ତେବେ ଦୁର୍ଯ୍ୟୋଧନଙ୍କୁ ଟିକେଟ ନ ଦେବା ପ୍ରସଙ୍ଗରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଦଳ ତରଫରୁ ୮୦ ବୟସରୁ ଅଧିକ ବୟସ୍କଙ୍କୁ ଟିକେଟ ନ ଦେବାର ନିଷ୍ପତ୍ତି କରାଯାଇଛି  ।

Read More

ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ମୁକାବିଲା ବିଜୟ ସହିତ ଆରମ୍ଭ କରିଛି। ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ରେ ପରାସ୍ତ କରି ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ମାଲେସିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମଣ୍ଟରେ ଭାରତ ପକ୍ଷରୁ ମ୍ୟାଚ୍‌ର ୨୪ ତମ ମିନିଟ୍‌ରେ ପ୍ରଥମ ଗାେଲ୍‌ ସ୍କାେର କରିଥିଲେ ବରୁଣ କୁମାର। ପେନାଲ୍‌ଟି କର୍ଣ୍ଣରରୁ ଭାରତକୁ ଏହି ଗୋଲ୍‌ ମିଳିଥିଲା। ମ୍ୟାଚ୍‌ର ୫୬ ତମ ମିନିଟ୍‌ରେ ସିମ୍‌ରନ୍‌ଜିତ୍‌ ସିଂ ଦ୍ବିତୀୟ ଗାେଲ୍‌ ସ୍କାେର କରିବା ସହିତ ଦଳର ଅଗ୍ରଣୀକୁ ୨-୦କୁ ବଢାଇଥିଲେ। ଜାପାନ ପକ୍ଷରୁ ଗୋଲ ଶୁଝିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସମସ୍ତ ଉଦ୍ୟମ ପଣ୍ଡ କରି ଦେଇଥିଲେ। ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମନ୍‌ପ୍ରୀତ୍‌ ସିଂ ଦଳର ନେତୃତ୍ବ ନେଉଛନ୍ତି।  ବରୁଣ କୁମାରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ରବିବାର…

Read More

ଭିଏଚ୍‌ପିର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ନିଜର ନବଗଠିତ ପାର୍ଟି ହିନ୍ଦୁସ୍ତାନ ନିର୍ମାଣ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ୧୦୦ ଆସନରେ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି। ନିକଟରେ ନିଜର ୪୧ଲାେକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହିତ ନିଜେ ତୋଗାଡିଆ ବାରଣାସୀ, ମଥୁରା କିମ୍ବା ଅଯେଧ୍ୟାରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି। ବାରଣାସୀରୁ ମୋଦି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପରୋକ୍ଷରେ ମୋଦିଙ୍କ ବିପକ୍ଷରେ ଲଢିବା ନେଇ ସୂଚନା ଦେଇଛନ୍ତି ତୋଗାଡିଆ। ୧୦୦ ଆସନରେ ଏଚ୍‌ଏନ୍‌ଡି ପ୍ରତିଦ୍ବନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତନ୍ମଧ୍ୟରୁ ଗୁଜୁରାଟରେ ୧୫ଆସନ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କୃଷି ଉତ୍ପାଦର ଉନ୍ନତ ମୂଲ୍ୟ ଏବଂ କୃଷି ଜନିତ ରାେଜଗାର ପ୍ରଦାନ ଏହି ଦଳର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ ବୋଲି ତୋଗାଡିଆ ପ୍ରକାଶ କରିଛନ୍ତି। ରାମମନ୍ଦିର ମାମଲାରେ ମୋଦି ସରକାର ଲାେକଙ୍କ ପ୍ରତି ବିଶ୍ବାସାଘାତ କରିଥିବା କହିଛନ୍ତି ତୋଗାଡିଆ। ଦେଶରେ ରାମ…

Read More

ବୋହୂକୁ ନେଇ ଉତ୍ତେଜନା ।  ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ପଶି ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସେମାନେ ପୁଲିସ୍‌ର ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏହାସହ ଥାନା ଭିତରେ ଥିବା ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର ଓ କମ୍ପ୍ୟୁଟର ଫିଙ୍ଗା ଫୋଫଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ଗତ ଛଅ ମାସ ତଳେ ପାରାପୋଖରୀ ଗାଁର ଝିଅ ବିନୋବାଭାବେ ନଗରର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସର ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା। ଗତକାଲି ଝିଅ ବାପ ଘର(ପାରାପୋଖରୀ)କୁ ଯାଇଥିଲା। ହେଲେ ରାତିରେ ଶ୍ଵଶୁର ଘରକୁ ଫେରିଲା ବେଳେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଶଶୁର ଘର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କଥାକୁ ଉଭୟଙ୍କ ମଧ୍ୟରେ…

Read More

ସୀମିତ ଓଭର କ୍ରିକେଟ୍‌ରେ ଗତ କିଛି ବର୍ଷ ଧରି ପ୍ରଭାବ ବିସ୍ତାର କରିଆସିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ। ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଯାଇ ଅବସର ନେବେ ବୋଲି ସୂଚନା ମିଳିଛି। ମାଲିଙ୍ଗା କହିଛନ୍ତି, ଚଳିତବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ୨୦୨୦ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ। ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ର ପ୍ରଥମ ୬ଟି ମ୍ୟାଚ୍‌ ନିମନ୍ତେ ସେ ଉପଲବ୍ଧ ହେବେ ନାହିଁ ବାେଲି ଜଣାପଡିଛି। ଶ୍ରୀଲଙ୍କାର ଘରୋଇ ଟୁର୍ଣ୍ଣାମେଣ୍ଟସୁପର ପ୍ରାଭିନ୍ସିଆଲ୍‌ କପ୍‌ରେ ଖେଳିବା ନିମନ୍ତେ ସେ ପ୍ରଥମ ୬ ମ୍ୟାଚ୍‌ ନିମନ୍ତେ ଉପଲବ୍ଧ ରହିବେ ନାହିଁ। ବିଶ୍ବକପ୍‌ ମନୋନୟନ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ମାଲିଙ୍ଗା। ଶୁକ୍ରବାର…

Read More

ବେଜିଂରେ ପର୍ଯ୍ୟଟକଙ୍କ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୨୬ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୮ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ବେଜିଂର ହ୍ୟୁନାନ୍‌ ପ୍ରଦେଶରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ୫୯ ସିଟ୍‌ର ଏହି ବସ୍‌ରେ ୫୩ ଜଣ ଯାତ୍ରୀ ଏବଂ ୨ ଜଣ ଡ୍ରାଇଭର ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲାେ। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଦେଶୀ ନାଗରିକ ରହିଥିବା ଜଣାପଡିଛି। ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯାଇ ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଘଟିଥିବା ବିସ୍ଫୋରଣରେ ୬୪ ଲୋକ ମୃତାହତ ହେବା ସହିତ ୬୪୦ରୁ ଅଧିକ ଲୋକ ଆହତ ହାେଇଥିଲେ।

Read More