Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷକଙ୍କ ଭାଗ୍ୟ ବଦଳାଇବାରେ “କାଳିଆ” କେତେଦୂର ସହାୟକ ହେବ?
ବିଶେଷ ଖବର

କୃଷକଙ୍କ ଭାଗ୍ୟ ବଦଳାଇବାରେ “କାଳିଆ” କେତେଦୂର ସହାୟକ ହେବ?

December 22, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ସାରା ଦେଶରେ କୃଷି ଋଣ ଛାଡ କରିବାଲାଗି ରାଜନୈତିକ ପ୍ରତିଯୋଗିତା ଚାଲିଥିବାବେଳେ, ଓଡିଶା ସରକାର କୃଷକଙ୍କ ସହାୟତା ଲାଗି ଏକ ଭିନ୍ନ ବାଟ ବାଛିଛନ୍ତି। କୃଷିଋଣ ଛାଡ କରିଦେଲେ ଚାଷୀର ହୁଏତ ବର୍ଷକର ସମସ୍ୟା କିଛିଟା ହାଲୁକା ହୋଇଯାଇପାରେ, କିନ୍ତୁ ଏହା ତାକୁ ଋଣଯନ୍ତାରୁ ମୁକ୍ତ କରିପାରିବ ନାହିଁ। ଏବର୍ଷ କୃଷି ଋଣ ମାଫି ମିଳିଗଲାପରେ ଆସନ୍ତା ବର୍ଷ ପୁଣିଥରେ ଚାଷୀକୁ ଋଣ କରିବାକୁ ପଡିବ ଓ ଫସଲ କ୍ଷତି ହେଲେ ତାକୁ ପୁଣିଥରେ ସାହୁକାର ବା ବ୍ୟାଙ୍କର ଜାଲରେ ଫସିବାକୁ ପଡିବ। ରାଜନୈତିକ ଫାଇଦା ଉଠାଇବାକୁ କୃଷି ଋଣ ଛାଡ କରିବାଟାକୁ ଏକ ବଡ ସଫଳତା ବୋଲି ଉଭୟ କଂଗ୍ରେସ ଓ ବିଜେପି ଭାବୁଛନ୍ତି। ରାହୁଲ ଗାନ୍ଧୀ ଜାତୀୟ ସ୍ତରରେ କୃଷି ଋଣ ଛାଡ ନକରିବା ପର୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶାନ୍ତିରେ ଶୋଇବାକୁ ଦେବେନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନିଜେ କୃଷି ଋଣ ଛାଡ କରାଇବାକୁ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ କରିଥିଲେ, ଯାହାର ଫାଇଦା ଏବେ କଂଗ୍ରେସ ଉଠାଉଛି। ତେବେ କଂଗ୍ରେସ ଓ ବିଜେପି ପିଠାକଳିରୁ ଦୂରରେ ରହି ଓଡିଶା ମୁଖ୍ୟମନ୍ତ୍ରୀ ଠିକ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି। Krushak Assistance for Livelihood and Income Augmentation ବା KALIA ନାଁରେ ଲାଗୁ ହୋଇଥିବା ଏହି ଯୋଜନାରେ ପାଞ୍ଚୋଟି ପ୍ରମୁଖ ବ୍ୟବସ୍ଥା ରହିଛି। –

୧. ୩୦ ଲକ୍ଷ ଚାଷୀଙ୍କୁ ୧୦୦୦୦ ଟଙ୍କାର କୃଷି ସହାୟତା ରାଶି ଦୁଇଟି ଫସଲ ପାଇଁ ଦୁଇ କିସ୍ତିରେ ପ୍ରଦାନ କରାଯିବ। ଉଭୟ ଜମିଥିବା ଚାଷୀ ଓ ଭାଗ ଚାଷୀ ଏହି ସହାୟତା ପାଇବେ। ତେବେ ଭାଗ ଚାଷୀ ଏହି ସହାୟତା ପାଇଁ କି ପ୍ରକାର ଆବେଦନ କରିବ, ଯଦି ଜମି ମାଲିକ ଏହି ସହାୟତା ପାଏ ତାହେଲେ, ଭାଗଚାଷୀ ଏହି ସହାୟତାରୁ ବଞ୍ଚିତ ହେବ କି ନାହିଁ, ସେ ପ୍ରଶ୍ନର ଉତ୍ତର ସରକାରଙ୍କୁ ରଖିବାକୁ ପଡିବ।

୨.ଯେଉଁ ଚାଷୀମାନଙ୍କର ଜମି ନାହିଁ, ସେମାନଙ୍କୁ କୁକୁଡା, ବତକ, ଛେଳି, ମାଛ, ଛତୁ ଓ ମହୁ ଚାଷ କରିବାକୁ ବାର୍ଷିକ ୧୨.୫୦୦ ଟଙ୍କାର ସହାୟତା ଦିଆଯିବ। ଭୂମିହୀନ ଚାଷୀଙ୍କ ଲାଗି ଏହା ନିଶ୍ଚିତ ଭାବରେ ଏକ ଭଲ ସହାୟତା।

୩. ବୃଦ୍ଧ ଓ ଅକ୍ଷମ ଚାଷୀ ତଥା କୃଷି ଶ୍ରମିକଙ୍କୁ ନିଜର କୃଷି କାର୍ୟ ଅବ୍ୟାହତ ରଖିବା ଲାଗି ବର୍ଷକୁ ଦଶ ହଜାର ଟଙ୍କାର ସହାୟତା ଦିଆଯିବ। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚାୟତ ଚିହ୍ନଟ କରିବ ବୋଲି କୁହାଯାଇଛି।

୪. ଚାଷୀ ଓ କୃଷି ଶ୍ରମିକଙ୍କ ଲାଗି ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ଅତିରିକ୍ତ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମାର ବ୍ୟବସ୍ଥା ୫୭ ଲକ୍ଷ ପରିବାର ପାଇଁ କରାଯିବ।

୫.ବିନା ସୁଧରେ ଚାଷୀଙ୍କୁ ୫୦,୦୦୦ ଟଙ୍କା ପର୍ଯନ୍ତ ଋଣ ଦିଆଯିବ।

କାଳିଆ ଯୋଜନାରେ ପାଞ୍ଚୋଟି ଯାକ ପ୍ରଭାଗ ବେଶ ପ୍ରଭାବଶାଳୀ ମାନେ ହେଉଛି। ତେବେ ଏହାକୁ ପଞ୍ଚାଯତ ସ୍ତରରେ ଲାଗୁ କଲାବେଳେ ଏହି ସହାୟତା ରାଶି ବାସ୍ତବ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ସବୁଠୁ ବଡ ଆହ୍ଵାନ। ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଋଣ ତଥା ସହାୟତା ସିଧା ସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ ବୋଲି ସରକାର କହିଛନ୍ତି। ଗ୍ରାମ ସେବକ ଓ କୃଷି ସେବକ ମାନେ ଏହି ସହାୟତା ବଣ୍ଟନ ବେଳେ ଯେମିତି ପିସି କାଟି ନରଖନ୍ତି, ତାହା ଉପରେ  ସଠିକ ନଜର ରଖିବା ନିହାତି ଜରୁରୀ।

ବର୍ତ୍ତମାନ ସମୟରେ ବିହନ କମ୍ପାନୀ ଗୁଡିକ ଚାଷୀଙ୍କୁ ଠକୁଥିବାର ଅନେକ ଅଭିଯୋଗ ଆସୁଛି। ସଚିବାଳୟରେ କୃଷି ବିଭାଗର ବଡ ବାବୁମାନଙ୍କୁ ପ୍ରଭାବିତ କରି ବିହନ କମ୍ପାନୀ ଗୁଡିକ ନିକୃଷ୍ଟ ବିହନ ଯୋଗାଇଛନ୍ତି। ଏ ପ୍ରକାର ନିକୃଷ୍ଟ ବିହନ ରେ ନିଜର ଶ୍ରମ ଓ ସମ୍ବଳ ବିନିଯୋଗ କରି ଚାଷୀ ତଳି ତଳାନ୍ତ ହେଉଛି। ଦେଶୀ ବିହନର ସଂରକ୍ଷଣ ଓ ପ୍ରସାର ଲାଗି ସରକାରୀ ସହାୟତା ଦେବାର ବିଶେଷ ଆବଶ୍ୟକତା ରହିଛି। ସେହିପରି ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ପଞ୍ଚାୟତର ଦେଖାଶୁଣାରେ ଗ୍ରାମସଭା କରିବା ଉଚିତ। କାଳିଆ ଯୋଜନାରେ ଲାଭ ପାଇବାକୁ ଥିବା ହିତାଧିକାରୀଙ୍କର ଏକ ଡାଟା ବ୍ୟାଙ୍କ ରାଜ୍ୟ ସରକାର ପ୍ରସ୍ତୁତ କରନ୍ତୁ ଓ ଏହାର ମୂଲ୍ୟାୟନ ସ୍ଵତନ୍ତ୍ର ସଂସ୍ଥା ଜରିଆରେ କରାଯାଉ।

ସବୁ ଯୋଜନା ର ଲକ୍ଷ୍ୟ ମହତ ଥାଏ। ହେଲେ ଲୋକଙ୍କ ସ୍ତରକୁ ଗଲାବେଳକୁ ଏହା ଅଧାରୁ ପାଣି ଫାଟି ଯାଇଥାଏ। କାଳିଆ ଯୋଜନାରେ ରାଜ୍ୟର ୩୨ ଲକ୍ଷ ଚାଷୀ ପରିବାର ଲାଭ ପାଇବେ। କୃଷି ଋଣ ଛାଡ କରିଥିଲେ ହୁଏତ ମାତ୍ର ୮ ଲକ୍ଷ ଚାଷୀ ପରିବାର ଉପକୃତ ହୋଇଥାନ୍ତେ, କିନ୍ତୁ କାଳିଆ ଯୋଜନା ପୂରା ୩୨ ଲକ୍ଷ ଚାଷୀ ପରିବାରକୁ ଲାଭ ଯୋଗାଇବ।

ବାକି ରହିଲା ରାଜନୀତି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନା ଲାଗୁ ହେଉଥିବାରୁ ଏହାକୁ ନେଇ ରାଜନୀତି ହେବା ସ୍ଵାଭାବିକ। ତେବେ ଲୋକ ଯଦି ବିଶ୍ଵାସ କରିବେ ଯେ ଏହି ଯୋଜନାରୁ ତାଙ୍କୁ ଲାଭ ମିଳିବ, ତାହେଲେ ସେମାନେ ନିଜ ରାଜନୈତିକ ନିଷ୍ପତ୍ତି ନେବାକୁ ସ୍ଵାଧୀନ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026
Latest News

ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଡ଼କୁ NDA: ଜାଣନ୍ତୁ ବିରୋଧୀ ଦଳର ସଂଖ୍ୟା

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.