Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୭୪୫: ସୁସ୍ଥ ହେଲେ ୩୯୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୯୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୨୩୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୪ ହଜାର ୨୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୭୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ପବିତ୍ର ଅଶୋକାଷ୍ଟମୀ, ଏହି ଦିନ ରଥରେ ପ୍ରଭୃ ଲିଙ୍ଗରାଜ କାହିଁକି ମାଉସୀମା ମନ୍ଦିର ଯାଇଥାନ୍ତି ?

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି।

ରୁକୁଣା ରଥ ଯାତ୍ରାର ମହତ୍ବ

ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ।

ପୁରାଣ ଅନୁଯାୟୀ,ରାବଣ ଦ୍ବାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ର ଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି ।

ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବୈଶିଷ୍ଠଙ୍କ ପରାମର୍ଶ କ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ। ସେହି ଅନୁସାରେ ଲିଙ୍ଗରାଜମନ୍ଦିରର ଅନତି ଦୂରରେ ରହିଛି ରାମେଶ୍ବର ମନ୍ଦିର।

ତେବେ ସେହି ମନ୍ଦିରକୁ ପୂଜାଅର୍ଚ୍ଚନା କରିବା ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ରାମଚନ୍ଦ୍ର ଅନୁରୋଧ କରିଥିଲେ। ଫଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଏବଂ ଦେବୀ ରୁକ୍ମିଣୀ ରଥାଋଢ ହୋଇ ଆସିଥାନ୍ତି।  ଏହି ରଥରେ ଦେବୀ ରୁକ୍ମିଣୀ ଆସୁଥିବାରୁ ଏହି ରଥକୁ ରୁକୁଣା ରଥ କୁହାଯାଏ ।

ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ପିଠରେ ମଧ୍ୟ ପାଳିତ ହୁଏ।

ରୁକୁଣା ରଥ ନିର୍ମାଣ କାହାଣୀ

ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ କୁହାଯାଇଥାଏ। ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜା ଅର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହାଶିବରାତ୍ରୀ ପରେ ରଥ କାମ ଆରମ୍ଭ ହୁଏ । ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବା ବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। ।

ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ । ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ ।

ମରିଚି କୁଣ୍ଡ ପାଣିର ରହସ୍ୟ

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣେ ଥିବା ମରିଚି କୁଣ୍ଡରେ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣା ରଥକୁ ପୂଜା କରାଯାଏ। ରଥ ପୂଜା ପାଇଁ ଏହି ମରିଚି କୁଣ୍ଡ ପାଣିକୁ ନିଆ ଯାଇଥାଏ।

ଏହି ପାଣି ରଥ ପୂଜା ପାଇଁ ନେବା ପରେ ବନ୍ଧ୍ୟାନାରୀମାନଙ୍କୁ ପାଣି କଳସ ପ୍ରଦାନ କରାଯାଇଥାଏ। ସେଥିପାଇଁ ମୁକ୍ତେଶ୍ବର ମନ୍ଦିର କମିଟ ଏହି ପାଣିକୁ ନିଲାମ କରିଥାନ୍ତି। ଅଶୋକାଷ୍ଟମୀ ରାତିରୁ ବିଭିନ୍ନ ସ୍ଥାନରୁ ନାରୀମାନେ ଏହି ପାଣିରେ ସ୍ନାନ କରି ସନ୍ତାନ ପ୍ରାପ୍ତି ଆଶାରେ ଆସିଥାନ୍ତି। ପ୍ରଥମ କଳ ପାଇଁ ପାଣିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏହାପରେ ଅନ୍ୟମାନେ ମଧ୍ୟ ନିଲାମ ଧରି ଏହି କଳସ ପାଣି ନେଇ ସ୍ନାନ କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୁସି ଖବର, ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା, ୧୬ ତାରିଖରେ ଟୀକାକରଣ

ଭୁବନେଶ୍ବର: ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶେଷରେ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା। ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି। ସିଧା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ ନୂଆଦିଲ୍ଲୀ ବିମାନ ବନ୍ଦର ଦେଇ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି। ମେଡିକାଲ ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଇଛି। ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ। ପୁଣି ଦ୍ବୀତିୟ ପର୍ଯ୍ୟାୟ ଟୀକା ଖୁବ ଶିଘ୍ର ଆସିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରର ଫାୟାର ପାର୍କ ଖୋଲିବା ପରେ 60 ପର୍ଯ୍ୟଟକ ଦେଖିଲେ ନିଆଁ ଲିଭା କୌଶଳ

ଭୁବନେଶ୍ବର, ରାଜ୍ୟ ଅଗ୍ନିଶମ ଏବଂ ବିପର୍ଯ୍ୟୟ ଏକାଡେମୀ ତରଫରୁ କରାଯାଇଥିବା ଫାୟାର ପାର୍କରେ ପ୍ରଥମ ଥର ପାଇଁ ପର୍ଯ୍ୟଟଙ୍କ ପାଇଁ ଖୋଲା ଯାଇଥିଲେ। ଏଥିରେ ପିଲାଙ୍କ ସହିତ 60 ଜଣ ପର୍ଯ୍ୟଟକ ପାର୍କ ବୁଲି ନିଆଁଲିଭା କୈଶଳ ଦେଖିଥିଲେ। ରାଜ୍ୟ ସରକାରଙ୍କ 5ଟି ଅଧିନରେ ଏହି ପାର୍କ ପ୍ରଥମ ଥର ପାଇଁ କରାଯାଇଛି। ଯାହା ସାରା ଭାରତରେ ଏହା ହେଉଛି ପ୍ରଥମ ପାର୍କ।

ଏଥିରେ ଆଗ୍ନିକମାନେ ନିଆଁ ଲିଭା ସମୟରେ କିପରି କାମ କରନ୍ତି ତାହାର ଡେମୋ ପ୍ରଦର୍ଶିତ କରିଥିଲେ। ଏଥିସହିତ ସେଠାରେ ଥିବା ବିଭିନ୍ନ ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଛି।ଶେଷରେ ପର୍ଯ୍ୟଟକଙ୍କୁ ଘରେ ସାଧାରଣ ନିଆଁ ଲାଗିଲେ ପ୍ରଥମେ କଣ ଓ କିପରି ସମ୍ମୁଖୀନ ହେବେ ତାହାର କୈଶଳ ମଧ୍ୟ ପର୍ଯ୍ୟଟକଙ୍କୁ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ଜଣ ସୁସ୍ଥ

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୦ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୭୩ କୁ ବୃଦ୍ଧି ହୋଇଛି।

ତେବେ ଆଜି ଭୁବନେଶ୍ବରରୁ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୫୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ: ୭୧ ଜଣ ସୁସ୍ଥ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୫ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି ୭୧ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୫୧ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୭୦ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୯ ହଜାର ୧୪୫ ଜଣ ସୁସ୍ଥ ହୋଇଥିବାବେଳେ ୧୯୨ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୭୧୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱର ମହାନଗରରୁ ୬୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ଭୁବନେଶ୍ୱରରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ଲୋକାଲ କେସ ଅଛନ୍ତି। ସେହିଭଳି ଆଜି ୯୧ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

ଭୁବନେଶ୍ୱରରୁ ମୋଟ ୨୯ ହଜାର ୫୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ହଜାର ୪୮୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ୮୯୯ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ଭୁବନେଶ୍ୱରରେ ଜଣକୁ ଉଠାଇଲା ଏନଆଇଏ

ଭୁବନେଶ୍ୱର: ଭୁବନେଶ୍ବରରେ ଏନଆଇଏ ଟିମ୍‌ । ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣକୁ ଉଠାଇ ନେଇଥିବା ଜଣାଯାଇଛି । କୌଣସି ଏକ ଲିଙ୍କରେ ଏନଆଇଏ ଜଣକୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚୁରା କରୁଛି ।  କେଉଁ ଲିଙ୍କରେ ଏନଆଇଏ ସମ୍ପୃକ୍ତ ବ୍ୟକ୍ତିକୁ ଉଠାଇ ନେଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ସନ୍ଦିଗ୍ଧ ଆତଙ୍କୀ ଲିଙ୍କ୍‌ରେ ଉଠାଇ ନେଇଥିବାର ସନ୍ଦେହ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବର ମହାନଗରରୁ ଚିହ୍ନଟ ହେଲେ ୩୦୧: ସୁସ୍ଥ ହେଲେ ୩୯୨

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୩୯୨ କରୋନା ଆକ୍ରାନ୍ତ। ୩୯୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣ କ୍ଵାରେଣ୍ଟିନ ରୁ ଚିହ୍ନଟ ହୋଇଥିବା ବେଳେ ୨୧୮ ଜଣ ସ୍ଥାନୀୟ ସଂକ୍ରମଣ। ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଏନକେ ସଂଖ୍ୟା ୧୯୫୪୪ ଜଣ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୪୬। ସେହିପରି ବର୍ତ୍ତମାନ ମହାନଗରରେ ୩୭୧୧ ଜଣ କରୋନାରେ ଚିକିତ୍ସିତ ହୋଇଥିବା ବେଳେ ୭୩ ଜଣ କରୋନାରେ ସଂକ୍ରମଣ ହୋଇ ମୃତ୍ୟୁବରଣ କରିଛନ୍ତି।

Image

Image

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 325 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 325 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 325 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 101 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 224ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 101 ଜଣଙ୍କ ମଧ୍ୟରେ ଭିଏସଏସ ନଗରରୁ 7ଜଣ, ଶହୀଦ ନଗରରୁ 3 ଜଣ, ଡମଣାରୁ 6 ଜଣ ହଂସପାଳରୁ 9ଜଣ ରହିଛନ୍ତି ।

Image

224 ଲୋକାଲ କେସ୍‌ ମଧ୍ୟରୁ ରସୁଲଗଡରୁ 11 ଜଣ, ନୟାପଲ୍ଲୀରୁ 8ଜଣ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 4ଜଣ, ଜୟଦେବବିହାରରୁ 7ଜଣ, ଝାରପଡାରୁ 6 ଜଣ, ଡମଣାରୁ 5 ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲର 8 ଜଣ କର୍ମଚାରୀ ରହିଛନ୍ତି।

Image

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 420 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 17 ହଜାର 620ରେ ପହଞ୍ଚିଥିବାେବଳେ ସୁସ୍ଥଙ୍କ ସଂଖ୍ୟା 13 ହଜାର 114ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ 67 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ଭୁବନେଶ୍ବରରେ 4 ହଜାର 426ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Image

Categories
ଜାତୀୟ ଖବର ବିଶେଷ ଖବର

ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ, କୋଭିଡ-୧୯ ବୈଠକରେ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, କୋଭିଡ ପରିଚାଳନା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଏକ ଗରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ। ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାଜ୍ୟରେ ଅଧିକ ପରୀକ୍ଷା କରାଯାଉଥିବା ସହିତ ସଂକ୍ରମଣ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟଷ୍ପଟ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ମାସ୍କର ବ୍ୟବହାର, ସାମାଜିକ ଦୂରତା ବିଷୟରେ ଆହୁରି ଜନସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ସହିଦ୍‌ କୋଭିଡ ଯୋଦ୍ଧା ମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ।

କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଉପସ୍ଥାପନାରେ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ରାଜ୍ୟରେ ସୁସ୍ଥ ହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୦୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି ।

ସେହିପରି ପୋଲିସ, ଅଗ୍ନିଶମ ଓ NDRAFର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ।

କଟକ,ଖୋର୍ଦ୍ଧା, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାର କୋଭିଡ ପରିସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ମ୍ୟୁନିସପାଲ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କଟକରେ କୋଭିଡ ମୁକାବିଲା ପାଇଁ ଯେକୌଣସି ଅତିରିକ୍ତ ସହାୟତା ଆବଶ୍ୟକ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ରାଉରକେଲାରେ କୋଭିଡ ମୁକାବିଲାରେ ନିୟୋଜିତ ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖି କୋଭିଡ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ : କରୋନା ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ  ଭୁବନେଶ୍ବରରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ, ବଲାଙ୍ଗିର, ଯାଜପୁର  କନ୍ଧମାଳ,ସୋନପୁର, ଭଦ୍ରକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବାଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 32 ବର୍ଷୀୟା ମହିଳା ଥିବାବେଳେ ଜଣେ 55 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 67 ଓ 66 ବର୍ଷ ବୋଲି ସୂଚନାରହିଛି । ସେହିପରି କଟକରୁ ମୃତ୍ୟବରଣ କରିଥିବା ଆକ୍ରାନ୍ତଙ୍କ ବୟସ 60ବର୍ଷ ଓ ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା 62 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ବୋଲି ସୂଚନା ରହିଛି । ସେହିପରି  ସୋନପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିଛି ।କନ୍ଧମାଳର ମୃତକ ବୟସ 59 ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ ଯାଜପୁର ମୃତକଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 153ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏହା 44କୁ ବୃଦ୍ଧି ହୋଇଥିବାବେଳେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ହୋଇଛି । ସେହିପରି କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17 ଓ ଭଦ୍ରକରେ ଏହା 5କୁ ବୃଦ୍ଧି ହୋଇଛି । ହୋଇଥିବାବେଳେ କନ୍ଧମାଳରେ 7କୁ ବୃଦ୍ଧି ହୋଇଛି । ସେହିପରି ସୋନପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ 126 ପଜିଟିଭ୍‌ ଚିହ୍ନଟ, 133 ସୁସ୍ଥ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ 126 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂତନ 126ଜଣଙ୍କ ମଧ୍ୟରୁ 77 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 49 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ବୋଲି ବିଏମ୍ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

Image

ୟୁନିଟ୍‌ 1 ତାରିଣୀ ବସ୍ତିରୁ 10 ଜଣ, ୟୁନିଟ୍‌-9 ବାୟାବାବା ବସ୍ତିରୁ 9 ଜଣ ଚିହ୍ନଟ ହୋଇଥିବାବେଳେ 8 ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ତପୋବନ ବସ୍ତିରୁ 6ଜଣ ଚିହ୍ନଟ ହୋଇଥିବାବେଳେ ବଡଗଡ ବ୍ରିଟ୍‌ କଲୋନୀରୁ 4 ଜଣ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ 3 ଜଣ ରହିଥିବାବେଳେ ନୟାପଲ୍ଲୀ ନୂଆସାହିରୁ 3 ଜଣ ରହିଛନ୍ତି ।

Image

ସେହିପରି 49 ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ  ଭରତପୁର ଦୁର୍ଗା ମଣ୍ଡପ ନିକଟରୁ 3 ଜଣ, ଡୁମୁଡୁମାରୁ 4 ଜଣ, ଘରୋଇ ହସ୍ପିଟାଲରୁ ଜଣେ କର୍ମଚାରୀ ରହିଥିବାବେଳେ ଭୋଇନଗରରୁ ଜଣେ, ଜୟଦେବ ବିହାରରୁ 2 ଜଣ, ମିଡିଆ ହାଉସ୍‌ରୁ 2 ଜଣ ରହିଛନ୍ତି । ସହିଦନଗରରୁ ବିଏମ୍‌ସି ହଲ୍‌ରୁ ଜଣେ ରହିଥିବାବେଳେ ତ୍ରିନାଥ ବସ୍ତିରୁ ଜଣେ, ଶୈଳଶ୍ରୀବିହାରରୁ ଜଣେ ସୁନ୍ଦରପଦାରୁଜଣେ ରହିଛନ୍ତି ।

Image

ଆଜି 126 ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ଥଳେ 130 ଜଣ ସୁସ୍ଥ ହୋଇଛନ୍ତି ।  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2ହଜରୀ 861ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଛନ୍ତି 1ହଜାର 566 । 17ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ 1ହଜାର 276ଟି ଆକ୍ଟିଭ୍‌ କେସ୍‌ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଥାନା ପାଇଁ ଗାଇଡଲାଇନ୍‌ ଜାରି କଲେ ଡିଜିପି

ଭୁବନେଶ୍ବର : କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଅଭିଯୋଗ ବୁଝିହେବ ସେନେଇ ଗାଇଡଲାଇନ୍‌ ଦେଇଛନ୍ତି ପୋଲିସ୍‌ ଡିଜି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ରହିବ। ସେହିପରି ଜିଲ୍ଲା ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ଟୁଇଟର, ଫେସବୁକ୍‌ରେ ଦିଆଯିବ।

ପ୍ରତିଥାନାର ଲ୍ୟାଣ୍ଡଲାଇନ ନମ୍ବର ବି ସୋସିଆଲ ମିଡିଆରେ ଦିଆଯିବ। ଥାନାକୁ ଫୋନ୍‌ରେ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସ୍‌ପି, ଡିଏସ୍‌ପି। ଲୋକଙ୍କ ଆପତ୍ତି ଶୁଣିବୁ ସବୁ ଥାନାରେ ରିସେପସନ୍‌ କାଉଣ୍ଟର ରହିବ। ଥାନା ମୁଖ୍ୟ କୋଠାଠାରୁ ଛାଡି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ। ରିସେପସନ୍‌ ଏରିଆ ନିୟମିତ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି  ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍‌ପି ଓ ଡଏସ୍‌ପିଙ୍କ ଅଫିସ୍‌ ମେନ ଗେଟ୍‌ରେ ଫୋନ୍‌ ନମ୍ବର ଡିସ୍‌ପ୍ଲେ ଲାଗିବ। ମେନ୍‌ ଗେଟରେ ବାକ୍ସ ରଖାଯିବ, ଲୋକେ ଅଭିଯୋଗ ପକାଇବେ ବୋଲି ସୂଚନା ଦେଇଛନ୍ତି ଡିଜିପି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ଆଉ 15 ଶହ କୋଭିଡ ବେଡ୍, ବସ୍ତି ଅଞ୍ଚଳରେ ସଂକ୍ରମଣ କମ୍

ଭୁବନେଶ୍ବର, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଉ 15 ଶହ କୋଭିଡ ବେଡ୍ ବ୍ୟବସ୍ଥା କରାଯିବ। ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ, ଦିନକୁ 14 ଶହ ଟେଷ୍ଟ କରାଯିବ। ସମସ୍ତ 67 ୱାର୍ଡରେ ସଚେତକ ଟିମ୍ ଅଛନ୍ତି ଏବଂ ସେମାନେ ନିରନ୍ତର କାମ କରୁଛନ୍ତି ବୋଲି ରାଜଧାନୀର କରୋନା ସ୍ଥିତି ନେଇ ଗଣମାଧ୍ୟମକୁ ସୂଚନା ଦେବା ବେଳେ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏହା କହିଛନ୍ତି।

ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ରଣନୀତି ଅଛି, ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ ସର୍ଭେଲାନ୍ସ ଚିମ୍ ଯାଞ୍ଚ କରିବା ସହ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ସଚେତକ ଆପ୍ କରିବା ଦ୍ବାରା ପ୍ରତି ୱାର୍ଡରେ କେତେ ଆକ୍ରାନ୍ତ ତାହା ଜଣାପଡୁଛି। 6ଟି ଜାଗାରେ 870 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ କରାଯାଇଛି। 554 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। 1025 ଶଯ୍ୟାର କୋଭିଡ ହସ୍ପିଟାଲ, 60 ଶଯ୍ୟାର ହେଲଥ ସେଣ୍ଟର ରହିଛି।

ଏବେ ଭୁବନେଶ୍ବରରେ 167 ଜଣ ହୋମ୍ ଆଇସୋଲେସନରେ ଅଛନ୍ତି। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବୋଲି ଗର୍ଗ କହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ 201 ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ 657 ସଂକ୍ରମିତଙ୍କୁ ଠାବ କରାଯାଇଛି। ବିଏମସି ଅଞ୍ଚଳରେ 80 ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ହୋଇଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ବସ୍ତି ଅଞ୍ଚଳକୁ ବ୍ୟାପିଲା କରୋନା, ଦିନକରେ 248, ଜାଣନ୍ତୁ କେଉଁ ସ୍ଥାନରୁ କେତେ

ଭୁବନେଶ୍ବର, କରୋନା ଏବେ ରାଜଧାନୀ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ହୁ ହୁ ହୋଇ ବଢିବାରେ ଲାଗିଠି। ଆଜି ସର୍ବାଧିକ କରୋନା ଆକ୍ରାନ୍ତ ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ଆଉ 248 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 207 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 41 ଜଣ ରହିଛନ୍ତି।

ବିଜେବି ନଗର ମହିଷାଖାଲ ବସ୍ତିରୁ 45 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ଏକ ଘରୋଇ ହସ୍ପିଟାଲର 27 ଜଣ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

Image

ଲକ୍ଷ୍ମୀ ବିହାରରୁ 6, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 6 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଗାନ୍ଧୀ ବସ୍ତିରୁ 6, ୟୁନିଟ 3 ମାଳି ସାହି କଲୋନିରୁ 5 ଜଣ ଚିହ୍ନଟ ହୋଇଛନ୍ତି। ପାଣ୍ଡରା ଜିଜିପି କଲୋନୀରୁ5, ଲକ୍ଷ୍ମୀସାଗରରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ 4, ୟୁନିଟ-1 ଅଞ୍ଚଳରୁ 4 ଚିହ୍ନଟ ହୋଇଛନ୍ତି।

ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ 4 କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଇଆରସି ଭିଲେଜର 2ଟି ସ୍ଥାନରୁ 6, ସାଲିଆସାହିରୁ 3, ନୟାପଲ୍ଲୀରୁ 3, ଶୈଳଶ୍ରୀ ବିହାରରୁ 3, ଚିନ୍ତାଣିଶ୍ବରରୁ 3, ନୟାପଲ୍ଲି ବେହେରା ସାହିରୁ 3, ଆଇଆରସି ଭିଲେଜ ଏନ6 ଅଞ୍ଚଳରୁ 3, ଖଣ୍ଡଗିରିରୁ 4, ଲକ୍ଷ୍ମୀସାଗରରୁ 2, କେନ୍ଦ୍ରୀୟ ହସ୍ପିଟାଲରୁ 2 ଜଣ ଲେଖାଏଁ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଛନ୍ତି।

Image

ଆଜି ଭୁବନେଶ୍ବର ସହରରେ 29 ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୨୬ ଦିନ ଧରି ଚାଲିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ନୀତି ରାଜ୍ୟର ଠିକା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରିବା ପାଇଁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଦାବି କରିଛି।

ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ। କିନ୍ତୁ ୨୦୧୭ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାରେ ବୃଦ୍ଧି କରାଇଥିଲେ। କିନ୍ତୁ ଠିକା କର୍ମଚାରୀ ଏଥିରୁ ବାଦ୍ ପଡିଥିଲେ। ଏହା ବିରୋଧରେ ବହୁ ଥର ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି।

ପୂର୍ବତନ ଅର୍ଥସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପୂର୍ବରୁ ଠିକା କର୍ମଚାରୀଙ୍କ ଦାବିର ବିଚାର କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା ହୋଇନଥିଲା। ପୁନଶ୍ଚ ନିର୍ବାଚନ ପୂର୍ବରୁ ଯେଉଁ ତିନିଜଣିଆ କମିଟି ଗଠନ କରାଯାଇଥିଲା ସେ ନେଇ ମଧ୍ୟ ସରକାରଙ୍କ ତରଫରୁ କୌଣସି ମନ୍ତ୍ରୀ ସ୍ତରୀୟ କମିଟିର କୌଣସି ରିପୋର୍ଟ ଆସି ନ ଥିଲା। ପୁନର୍ବାର ଅର୍ଥସଚିବ ତୁହିନ କାନ୍ତ ପାଣ୍ଡେ ଆଲୋଚନା କରି ୧୫ ଦିନ ମଧ୍ୟରେ ନିହାତି କିଛି ପଦକ୍ଷେପ ନେବେ ବୋଲି କହି ମଧ୍ୟ ପ୍ରତିଶୃତି ରଖିଲେ ନାହିଁ।

ଏବେ ଠିକା କର୍ମଚାରୀମାନେ ସେମାନଙ୍କ ହକ୍ ପାଇଁ ଡିଜିଟାଲ ଆନ୍ଦୋଳନ ଆନ୍ଦୋଳନ ଦୀର୍ଘ ୨୬ ଦିନ ଧରି ଜାରି ରଖିଛନ୍ତି ଏବଂ ଇ-ଅଭିଯୋଗ ଜରିଆରେ ନିଜ ପାଇଁ ନ୍ୟାୟର ଦାବି ମଧ୍ୟ କରୁଛନ୍ତି।

ଦାବି ପୂରଣ ନହେଲେ ରାଜ୍ୟ ସରକାର ପରିସ୍ଥିତି ପାଇଁ ଦାୟୀ ରହିବେ ବୋଲି ସଂଘର ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ସମ୍ପାଦକ କ୍ଷିତିଶ ପଣ୍ଡା, ଉପସଭାପତି ପ୍ରଭାସ ଭୋଇ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ ପ୍ରମୁଖ ପ୍ରେସ ବିବୃତ୍ତିରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ସ୍ଥିତି ନେଇ ଚିନ୍ତା ନ କରିବାକୁ ପରାମର୍ଶ, ଖୋଲିବ ଆଉ 2ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ଚିନ୍ତା ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି।

କରୋନା ସଂକ୍ରମଣକୁ ଠାବ କରାଯାଉଛି, ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଗୋଟିଏ ବି କେସ୍ ଯେପରି ରହି ନଯାଉ, ସେ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେସିଂ ବଢୁଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି। ସବୁ ଲକ୍ଷଣଯୁକ୍ତ କେସ୍ ଧରିପାରିଲେ ନିଶ୍ଚିତ ଭାବେ କରୋନା ନିୟନ୍ତ୍ରଣ କରାଯାଇ ପାରିବ।

ଓଡ଼ିଶାରେ ଆରୋଗ୍ୟ ହାର 65 ପ୍ରତିଶତ ଓ ମୃତ୍ୟୁହାର ଦଶମିକ 54 ପ୍ରତିଶତ ରହିଥିବା ସେ କହିଛନ୍ତି। ସର୍ଭେ କରୁଥିବା କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପାଇଁ ପ୍ରୋତ୍ସାହିତ ପାଇ ବ୍ୟବସ୍ଥା ହୋଇଛି। କାହାରି ଠାରେ ଲକ୍ଷଣ ଦେଖାଗଲେ ସ୍ବାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଏବେ 19 ସ୍ଥାନରେ ଟେଷ୍ଟିଂ ହେଉଛି, 10 ଦିନରେ ଆଉ 6ଟି ସ୍ଥାନରେ ଟେଷ୍ଟିଂ ହେବ। ଆଜି ଦିନରେ 11 ହଜାର ଟେଷ୍ଟ ହେଉଛି, ଆଗକୁ ଏହା ବଢିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ରାଜ୍ୟର ଆଉ ଦୁଇଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରହ୍ମପୁରର ଏମକେସିଜି ହସ୍ପିଟାଲ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଏହି ଦୁଇଟି ପ୍ଲାଜମା ବ୍ୟାଙ୍କ ଖୋଲିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେବ ନୂଆ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ । ଆଜି ମୁଖ୍ୟମନ୍ତ୍ରୀ କୋଭିଡ୍‌ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା ହେବ କୋଭିଡ୍‌ ହସ୍ପିଟାଲ । 30ଟି ଆଇସିୟୁ  ସହିତ 150 ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହେବ । ସେହିପରି ନୀଳାଚଳ ଡାକ୍ତରଖାନାରେ ଚଳିତ ସପ୍ତାହରୁ କାର୍ଯ୍ୟ କରିବ କୋଭିଡ୍‌ ହସ୍ପିଟାଲ ।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ସମ୍‌ ହସ୍ପିଟାଲ ଓ କିମସ୍‌ ହସ୍ପିଟାଲରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରୁ ଆଜି 21 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 49, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ବର, ଭୁବନେଶ୍ବରରୁ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 16ଟି ମାମଲା ଆସିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 5ଟି ରହିଛି। କ୍ବାରେଣ୍ଟିନରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ ନିକଟ ଶରଧାପଲ୍ଲି ବସ୍ତିରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ଏକ ଘରୋଇ ହସ୍ପିଟଲରୁ ଜଣେ, ରସୁଲଗଡ଼ ଅଞ୍ଚଳରୁ 2 ଜଣ, କୋଳଥିଆରୁ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, କଳିଙ୍ଗ ନଗର କେ-8ରୁ ଗୋଟିଏ ପରିବାରର 2 ଜଣ, ଭୁବନେଶ୍ବର କ୍ଲବ୍ ପାଖ ୟୁନିଟ 6ରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଏକ ଘରୋଇ ହସ୍ପିଟାଲରୁ 3 ଜଣ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ଗୋଟିଏ ପରିବାରର 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।

Image

ସେହିପରି ଲୋକାଲ କଣ୍ଟାକ୍ଟ କେସ୍ ଭାବରେ ସତ୍ୟ ନଗର କାଳି ମନ୍ଦିର ନିକଟରୁ ଜଣେ 46 ବର୍ଷର ମହିଳା, କୋଳଥିଆରୁ ଜଣେ 81 ବର୍ଷର ପୁରୁଷ, ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଏଭଂ ଚନ୍ଦକାର ଗୋଟିଏ ପରିବାରର 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1252 ହୋଇଥିବା ବେଳେ ମୋଟ 625 ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା 11 ଥିବା ବେଳେ ଆକ୍ଟିଭ କେସ୍ ରହିଛି 614।

ଆଜି ରାଜଧାନୀରେ 49 ଜଣ ସୁସ୍ଥ ହୋଇଥିବା ବିଏମସି ଟୁଇଟରରେ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର

ଭୁବନେଶ୍ବର, ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ହେବାରୁ ତାଙ୍କୁ ଘରୁ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହାଇଦ୍ରାବାଦରୁ ଆସି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥଲେ। ଆରୋଗ୍ୟ ଲାଭ କରିଥିବାରୁ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ। ହାଇଦ୍ରାବାଦରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସେ ଓଡ଼ିଶା ଆସିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ ଭୁବନେଶ୍ବର ଅଣାଯାଇଥିଲା।