Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କର୍ପୁର ଦ୍ବାରା ବାସ୍ତୁ ଦୋଷ ମଧ୍ୟ କଟିଥାଏ, ଜାଣନ୍ତୁ କିପରି?

ବାସ୍ତୁଶାସ୍ତ୍ର: ପୂଜାରେ ଆରତୀ କରିବା ପାଇଁ କର୍ପୁର ବ୍ୟବହୃତ ହୁଏ। ଜ୍ୟୋତିଷ ଶାସ୍ତ୍ରରେ କର୍ପୁର ଅନେକ ଉପାଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ। କର୍ପୁର ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ସକାଳ ଏବଂ ସନ୍ଧ୍ୟାର ଘରେ କର୍ପୁର ଆଳତି କରାଯାଏ, ତେବେ ଘରର ସମସ୍ତ ସ୍ଥାପତ୍ୟ ତ୍ରୁଟି ଦୂର ହୋଇଥାଏ। ଆସନ୍ତୁ ଜାଣିବା କର୍ପୁର ସହିତ ଜଡିତ କିଛି ସମାଧାନ…..

୧- ଧନ ପାଇବା ପାଇଁ, ଗୋଲାପ ଫୁଲ ଉପରେ ଛୋଟ କର୍ପୁର ଜାଳି ମା ଦୁର୍ଗାଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଧନ ମିଳିଥାଏ। ଏହି ପ୍ରତିକାର ନବରାତ୍ରୀରେ ଅଧିକ ପ୍ରଭାବଶାଳୀ ହୋଇଥାଏ।

୨- ଦୁର୍ଘଟଣାକୁ ଏଡାଇବା ପାଇଁ, ହନୁମାନ ଚାଲିସା କରିବା ପରେ କର୍ପୁରରୁ ହନୁମାନଙ୍କ ଆରତୀ କରିବା ଉଚିତ। ଏପରି କରିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା କମିଯାଏ।

୩- ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ରୁମରେ କର୍ପୁର ଧୂଆଁ ଦେଲେ ଦୁଃସ୍ୱପ୍ନ ଦେଖାଯିବ ନାହିଁ।

୪- ଘରେ ସକରାତ୍ମକ ଶକ୍ତି ଏବଂ ଶାନ୍ତି ଆଣିବା ପାଇଁ, କର୍ପୁରକୁ ଘିଅରେ ଭିଜାଇ ଜାଳନ୍ତୁ, ଘରର ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ।

୫- ସ୍ନାନ ପାଣିରେ କିଛି ବୁନ୍ଦା କର୍ପୁର ତେଲ ମିଶାଇ ଗାଧୋଇବା ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ।

୬- ବାସ୍ତୁ ତ୍ରୁଟି ଦୂର କରିବା ପାଇଁ, ଘରେ କର୍ପୁର 2ଟି ଟାବଲେଟ୍ ସମସ୍ତଙ୍କ ନଜରକୁ ଆସିବା ପରି ରଖନ୍ତୁ। ଯେତେବେଳେ ତାହା ଉଡିଯିବ ପୁଣି ତା’ପରେ ଅନ୍ୟ ଦୁଇଟି ରଖନ୍ତୁ। ଏହା କଲେ, ବାସ୍ତୁ ତ୍ରୁଟି ଦୂର ହୁଏ।

Categories
ଆଞ୍ଚଳିକ

ହଂସତୁଳିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ବିଜେପି ନେତା ପ୍ରତାପ ନାୟକ

ବେଗୁନିଆପଡା: (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡ ର ପ୍ରଭାବରେ ତ୍ରିନାଥ ପାତ୍ରଙ୍କ ଆଜବେଷ୍ଟ ଘରଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ।

ଏହି ଦୁଃଖଦ ଖବର ପାଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଏବଂ ଖାଦ୍ୟ ସାମଗ୍ରୀ, ଲୁଗାପଟା ଆଦି ପ୍ରଦାନ କରିଛନ୍ତି। ଏଥିରେ ବିଜେପି ନେତା ନାରାୟଣ ସୁମନ୍ତରାୟ, ଶ୍ରୀକାନ୍ତ ପଣ୍ଡା, ସୂରିଆସୁଂ ବେହେରା, ପଙ୍କଜ ନାୟକ, ପ୍ରଭାତ ସ୍ଵାଇଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ହଂସତୁଳି ଗ୍ରାମର ଶତାଧିକ ଗ୍ରାମବାସୀ ସମେତ ଆନନ୍ଦ ସ୍ଵାଇଁ, ଛଇଲ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଜାନୁୟାରୀ ୨୮ ତାରିଖ ରବିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ ।

ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ ।

କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ।

ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ । ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା ରହିବ। ମନ ଖୁସି ହେବ । ଏକ ନୂତନ କାର୍ଯ୍ୟ ରୂପରେଖ ପ୍ରସ୍ତୁତ ହେବ।

କନ୍ୟା: ବ୍ୟବସାୟରେ ସ୍ଥିରତା ରହିବା ସହିତ ଶାରୀରିକ ରୋଗ ଦୂର ହେବା କାରଣରୁ ମନ ମଧ୍ୟ ଖୁସି ହେବ। ଚାକିରୀ ପାଇଁ ଏହି ସପ୍ତାହ ସ୍ୱାଭାବିକ । ବ୍ୟବସାୟରେ ମଧ୍ୟ ସ୍ଥିରତା ରହିବ। ଆର୍ଥିକ ଶକ୍ତି ରହିବ । ବିକ୍ରୟ ଏବଂ କ୍ରୟ ସମ୍ବନ୍ଧୀୟ ସମ୍ପତ୍ତି ସହଜରେ କରାଯିବ।

ତୂଳା: ଆରାମ ଏବଂ ଧାର୍ମିକ ଆଧ୍ୟାତ୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବ । ଏହି ସପ୍ତାହରେ ଟଙ୍କା ଏକ ଭଲ ଉପାୟରେ ଆସିବ। ଏକ ସମ୍ପତ୍ତି କିମ୍ବା ଅଂଶରେ ବିନିଯୋଗ ଲାଭବାନ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ବିଛା: ଚାକିରିରେ ଏକ ସମସ୍ୟା ହୋଇପାରେ, ଭାଇଭଉଣୀଙ୍କ ସମ୍ପତ୍ତି ସହ ଜଡିତ ବିବାଦର ସମାଧାନ ହେବ । ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟବସାୟ କ୍ଷେତରରେ ଉନ୍ନତି ଆସିବ। ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ସମ୍ଭାବନା, ତେଣୁ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

ଧନୁ : ପ୍ରେମ ସମ୍ପର୍କ ମଜବୁତ ହେବ, ସମ୍ମାନ ପାଇବେ। ପରିବାର ଏବଂ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣ ସମ୍ଭାବନା ଅଛି । ବିବାହ ସମ୍ଭାବନା ପରିଲକ୍ଷିତ। ଯୁବକମାନେ ଚାକିରି ଅଫର ପାଇବେ ।

ମକର : ସରକାରୀ ସେବା କ୍ଷେତ୍ର ସହିତ ଜଡିତ ଲୋକମାନେ ସାଙ୍ଗମାନଙ୍କ ସହିତ ଏକ ଚିତ୍ତାକର୍ଷକ ଯାତ୍ରା କରିପାରିବେ। ବ୍ୟବସାୟ ବିସ୍ତାର ହେବ ଏବଂ ଲାଭ ହେବ । ଯଦି ନୂତନ ବ୍ୟବସାୟ କିମ୍ବା କିଛି କରିବାକୁ ଚିନ୍ତା କିରଛନ୍ତି ଆରମ୍ଭ କରନ୍ତୁ। ସ୍ୱାସ୍ଥ୍ୟ ଭଲ ହେବ ।

କୁମ୍ଭ: ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ହେବ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କର୍ମଚାରୀ ଏବଂ ବ୍ୟବସାୟୀମାନେ ମଧ୍ୟ ଉପକୃତ ହେବେ। କୈଣସି ପୁରୁଣା ବିବାଦର ସମାଧାନ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଦୃଢ ହେବ। ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେବ ।

ମୀନ : ପ୍ରେମୀ ଏବଂ ଗାର୍ଲଫ୍ରେଣ୍ଡମାନେ ଏକତ୍ର ଯାତ୍ରା କରିବେ। ସମ୍ପତ୍ତି କିଣିବାର ମଧ୍ୟ ସମ୍ଭାବନା ଅଛି । ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। କାର୍ଯ୍ୟ ବିସ୍ତାରର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବ୍ୟବସାୟର ସମୃଦ୍ଧି ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି 27 ଜାନୁୟାରୀ 2024 (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ।

ତାଙ୍କର ଏହି ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବ କଟକର ବିରିବାଟି ଅନ୍ତର୍ଗତ ପରମହଂସ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେବେ।

ଶ୍ରୀ ବୈଷ୍ଣବ 27 ଏବଂ 28 ଜାନୁୟାରୀ 2024 ରେ କଟକ ଏବଂ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୫ଜି ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ଜିଓ ଓ ୱାନପ୍ଲସ୍ ଇଣ୍ଡିଆ ମଧ୍ୟରେ ସହଭାଗିତା

ବେଙ୍ଗାଲୁରୁ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଅଗ୍ରଣୀ କମ୍ପାନୀ ୱାନ୍‌ପ୍ଲସ୍ ଭାରତରେ ୫ଜି ପ୍ରଯୁକ୍ତିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଅତ୍ୟାଧୁନିକ ୫ଜି ଇନୋଭେସନ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଜିଓ ଏବଂ ୱାନ୍‌ପ୍ଲସ୍‌ର ବୈଷୟିକ ନବସୃଜନ ଓ ଭିତ୍ତିଭୂମି ଉପଭୋକ୍ତାଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ୱାନ୍‌ପ୍ଲସ୍ ଏବଂ ଜିଓ ଟ୍ରୁ-୫ଜି ବ୍ୟବହାରକାରୀଙ୍କୁ ବିଭିନ୍ନ ସୁବିଧାସୁଯୋଗ ଏବଂ ଏକ ଅଦ୍ୱିତୀୟ ନେଟୱାର୍କ ଅନୁଭୂତି ପ୍ରଦାନ କରିବା, ଯାହା ଦ୍ୱାରା ୱାନପ୍ଲସ୍ ଏବଂ ଜିଓ ଟ୍ରୁ-୫ଜି ଗ୍ରାହକମାନେ ଭବିଷ୍ୟତର ଏକ ଅନନ୍ୟ ଅନୁଭୂତିର ଆନନ୍ଦ ନେଇପାରିବେ।

ଜିଓ ପ୍ରବକ୍ତା କହିଛନ୍ତି ଯେ, “ଜିଓ ଟ୍ରୁ-୫ଜି ହେଉଛି ଭାରତର ଶ୍ରେଷ୍ଠ ୫ଜି ନେଟୱାର୍କ। ବର୍ତ୍ତମାନ ଜିଓ ଟ୍ରୁ-୫ଜି ସମଗ୍ର ଦେଶକୁ ଏକ ମଜଭୁତ ଟ୍ରୁ-୫ଜି ନେଟୱାର୍କରେ ପରିଣତ କରିଛି। ଭାରତରେ ମୋଟ ୫ଜି ନେଟୱାର୍କ ର ୮୫% ଜିଓ ଦ୍ୱାରା ସ୍ଥାପନ କରାଯାଇଛି । ଏହା ଆମ ଗ୍ରାହକମାନଙ୍କ ପାଇଁ ଉଲ୍ଲେଖନୀୟ ୫ଜି ଅନୁଭୂତି ଆଣିବାର ସମୟ ଏବଂ ୱାନପ୍ଲସ୍ ସହିତ ଏହି ଭାଗିଦାରୀ ସେହି ଦିଗରେ ଏକ ପଦକ୍ଷେପ । ଆଗାମୀ କିଛି ମାସ ମଧ୍ୟରେ ଆମ ଗ୍ରାହକମାନେ ୫ଜିର ଉତ୍କୃଷ୍ଟ ଏବଂ ଉନ୍ନତ ଗେମିଂ, ଷ୍ଟ୍ରିମିଂ ଏବଂ ଉନ୍ନତ ବ୍ୟବହାର ଅନୁଭବ ହାସଲ କରିବେ।’’

ୱାନପ୍ଲସର ପ୍ରବକ୍ତା କହିଛନ୍ତି ଯେ, “ଆମେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢ଼ାଇବାରେ ବିଶ୍ୱାସ କରୁ ଏବଂ ଜିଓ ସହିତ ଏହି ସହଭାଗିତା ସେହି ପ୍ରତିବଦ୍ଧତାର ପରିଚାୟକ। ଯୋଗାଯୋଗ କ୍ଷେତ୍ରର ଭବିଷ୍ୟତ ଦିଗରେ ଏହି ଭାଗିଦାରୀ ଏକ ବଡ଼ ପଦକ୍ଷେପ ଯେଉଁଠାରେ ନବସୃଜନର କୌଣସି ସୀମା ନାହିଁ । ଜିଓ ଏବଂ ୱାନପ୍ଲସ୍ ଇଣ୍ଡିଆ ମିଳିତ ଭାବେ ଦେଶର ୫ଜି ପରିଦୃଶ୍ୟକୁ ପରିବର୍ଦ୍ଧିତ କରିବାକୁ ପ୍ରସ୍ତୁତ ରହିଛନ୍ତି ଯାହା ଗ୍ରାହକମାନଙ୍କୁ ଆଗାମୀ ଦିନରେ ଅସୀମ ସମ୍ଭାବନାର ଏକ ଝଲକ ପ୍ରଦାନ କରିବ ।’’

ଏହି ସହଭାଗିତା ନୂତନ ସୁବିଧା ଏବଂ ଗ୍ରାହକ ଅନୁଭୂତି ଅଭିଜ୍ଞତାର ବିକାଶ ଏବଂ ପରୀକ୍ଷଣରେ ବୈପ୍ଳବିକ ପରିବର୍ତନ ଆଣିବ ଯାହାର ଫଳସ୍ୱରୂପ ଗ୍ରାହକମାନଙ୍କ ପାଇଁ ଭିନ୍ନ ଭିନ୍ନ ସୁବିଧା ଓ ଫିଚର ସାଙ୍ଗକୁ ଏବଂ ଅନନ୍ୟ ନେଟୱାର୍କ ଅନୁଭୂତି ମିଳିପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ସୁସ୍ଥ ହେଲା ଲାରିଙ୍ଗୋମାଲାସିଆରେ ପୀଡ଼ିତ ଶିଶୁ 

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡ଼ିତ ଏକ ଶିଶୁକୁ ସଫଳତାର ସହ ଚିକିତ୍ସା କରିଛନ୍ତି। ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲା। ଏଭଳି ରୋଗରେ ପୀଡ଼ିତ ଚାରି ମାସ ଶିଶୁର ଛାତି ଓ ବେକ ସହିତ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ପିତାମାତା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ରୋଗୀଟିକୁ ଶିଶୁ ଆଇସିୟୁକୁ ନିଆଯାଇଥିଲା ଏବଂ ପରବର୍ତୀ ମୂଲ୍ୟାୟନ ପାଇଁ ଡାକ୍ତର ଅଜୟ କୁମାର ଗାହାଣଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଇଥିଲା। ପରିବାର ଲୋକେ ସୂଚନା ଦେଇଛନ୍ତି ଯେ ଜନ୍ମରୁ ଶିଶୁର ଏକାଧିକ ଥର ଏହି ରୋଗର ଚିକିତ୍ସା କରାଯାଇଛି। ମାତ୍ର ଫଳପ୍ରଦ ହୋଇପାରି ନାହିଁ।

ସିନିୟର କନ୍‌ସଲ୍‌ଟାଂଟ ତଥା ଇଏନ୍‌ଟି ଏବଂ ସ୍କଲ୍ ବେସ୍ ସର୍ଜରୀର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ଦ୍ୱାରା ଏକ ନମନୀୟ ବ୍ଲୋଙ୍କସ୍କୋପି କରାଯାଇଥିଲା ଯାହା ଦ୍ୱାରା ଜଣାପଡ଼ିଥିଲା ଯେ ଶିଶୁଟି ଲାରିଙ୍ଗୋମାଲାସିଆରେ ପୀଡ଼ିତ ଥିଲା, ଯେଉଁଥିରେ ଶିଶୁଟିର ଭୋକାଲ୍ କର୍ଡରେ ଫ୍ଲପି ଟିସୁ ବାୟୁପଥରେ ସମସ୍ୟା ସୃଷ୍ଟି କରିଥିଲା। ଏହା ଫଳରେ ନିଃଶ୍ୱାସ ପ୍ରଶ୍ୱାସରେ ଶବ୍ଦ ହୁଏ, ଯାହାକୁ ଷ୍ଟ୍ରାଇଡର କୁହାଯାଏ।

ଯେହେତୁ ଶିଶୁଟି ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିଲା ଏବଂ ନିମୋନିଆରେ ଆକ୍ରାନ୍ତ ହେଲା ଡାକ୍ତର ସାହୁଙ୍କ ପରାମର୍ଶ ଅନୁଯାୟୀ ସୁପ୍ରାଗ୍ଲୋଟୋପ୍ଲାଷ୍ଟି ନାମକ ଏକ ସର୍ଜିକାଲ ପଦ୍ଧତି କରିବାକୁ ନିଷ୍ପତି ନିଆଗଲା। ଦୀର୍ଘ ସମୟ ଧରି ଆଲୋଚନା ପରେ ଏଣ୍ଡୋସ୍କୋପିକ୍ ଏୟାରୱେ ସର୍ଜରୀ କରାଯାଇଥିଲା। ଡାକ୍ତର ସାହୁ ଏବଂ ତାଙ୍କ ଟିମ୍‌ର ଆନେସ୍‌ଥେସିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଶିଶୁଟି ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଆଇସିୟୁରେ ରହି ସୁସ୍ଥ ହୋଇଥିଲା। ବର୍ତ୍ତମାନ ଏହାର ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନାହିଁ। ଶିଶୁଟି ସୁସ୍ଥ ହୋଇ ଖାଇବା ପିଇବା କରୁଥିବାରୁ ତାଙ୍କ ପିତାମାତା ଖୁସି ପ୍ରକଟ କରିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ଲାରିଙ୍ଗୋମାଲାସିଆ ପ୍ରାୟ ୮୦ ପ୍ରତିଶତ କ୍ଷେତ୍ରରେ ସାମାନ୍ୟ କିନ୍ତୁ ୧୦ ରୁ ୨୦ ପ୍ରତିଶତ କ୍ଷେତ୍ରରେ ଏହା ଗୁରୁତର ହୋଇପାରେ। ଏହି ରୋଗରେ ପୀଡ଼ିତ ଶିଶୁମାନେ ଶ୍ୱାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସଠିକ୍ ଭାବରେ ଖାଇବାକୁ ଏବଂ ବଢ଼ିବାକୁ ଅସମର୍ଥ ହୋଇଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଶିଶୁଟିର ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା। ଅନେକ କଷ୍ଟସାଧ୍ୟ ବାୟୁପଥ ରୋଗର ସମାଧାନ ପାଇଁ ସମ୍ମମ୍ ଏକ କେନ୍ଦ୍ର ଭାବରେ ଉଭା ହୋଇଛି ବୋଲି ଡାକ୍ତର ସାହୁ କହିଛନ୍ତି।

Categories
ଆଞ୍ଚଳିକ

ଜିତେନ୍ଦ୍ର ମହାରଣାଙ୍କ ସ୍ମୃତିରେ ନୂଆଗାଁ ପ୍ରିମୀୟର ଲିଗ ଉଦଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ ଉଇଲକିଶନ ନଗର ଗ୍ରାମର ମା ଅଁଳାଇ କ୍ରିକେଟ ଖେଳ ପଡିଆ ଠାରେ ୨ ଦିନିଆ ନୂଆଗାଁ ପ୍ରିମୀୟର ଲିଗ ଆଜି ଉଦଘାଟିତ ହୋଇଯାଇଛି। ଗ୍ରାମର ସମସ୍ତଙ୍କ ପ୍ରିୟ ତଥା କ୍ରୀଡ଼ାବିତ ଜିତେନ୍ଦ୍ର ମହାରଣା ମହାମାରୀ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ମୃତି କୁ ମନେ ପକାଇବା ଏକତାର ମନ ଭାବ ନେଇ ଦୁଇ ଦିନିଆ ଆରମ୍ଭ ହୋଇଥିବା ଏହି ଖେଳ ଆଜି ଉଦଘାଟିତ ହୋଇଯାଇଛି।

ଆଜି ଗ୍ରାମର ସଭାପତି ପୂର୍ଣଚନ୍ଦ୍ର ସାହୁ, ସମାଜସେବୀ ତୁଷାର କାନ୍ତ ବିଶ୍ୱାଳ, ସୁଦର୍ଶନ ବିଶ୍ୱାଳ, ହିମାଂଶୁ ବରାଳ, ଆକାଶ କୁମାର ବିଶ୍ୱାଳ, ଗୋପାଳକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ଏହି ଖେଳ ଦ୍ୱାରା ଗ୍ରାମରେ ଭାଇଚାରା ଓ ଭାତୃତ୍ୱ ଭାବ ସୃଷ୍ଟି ହେଉଛି ବୋଲି କହିଥିଲେ। ୪ ଟି ଦଳକୁ ନେଇ ଆୟୋଜିତ ଏହି ଖେଳ ରେ ପ୍ରଥମେ ବଜରଙ୍ଗୀ ଫାଇଟର ଓ ଅଁଳାଇ ୱାରିଅର ମଧ୍ୟରେ ହୋଇଥିଲା।ବଜରଙ୍ଗୀ ଫାଇଟର ୧୨ ଓଭର ଖେଳି ୭୨ ରନ କରିଥିବା ବେଳେ ଅଁଳାଇ ଦଳ ୧୦ ଓଭର ଖେଳି ୨ ଉଇକେଟ ରେ ୭୩ ରନ କରି ବିଜୟୀ ହୋଇଥିଲେ। ସେହିପରି ପରେ ସିଏସ କେ ୱାରିଅର ଓ ୟୌଙ୍ଗ ଫାଇଟର ମଧ୍ୟରେ ଖେଳ ହୋଇଥିଲା।

ଶେଷରେ ସିଏସକେ ୱାରିଅର ର ଜିତେନ୍ଦ୍ର ସାହାଣୀ,ୟୌଙ୍ଗ ଫାଇଟର ର ଦେବାଶିଷ ବିଶ୍ୱାଳ, ଅଁଳାଇ ୱାରିଅର ର ସାଗର ବଳିଆରସିଂ କୁ ମ୍ୟାନ ଅଫ ଦି ମ୍ୟାଚ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ସମସ୍ତ ଟିମ ର କ୍ୟାପଟେନ ଚନ୍ଦ୍ରକାନ୍ତ ବିଶ୍ୱାଳ, ଧର୍ମେନ୍ଦ୍ର ବିଶ୍ୱାଳ, ରାଜେଶ ବିଶ୍ୱାଳ, ମହେଶ ସ୍ୱାଇଁଙ୍କ ସହିତ ସତ୍ୟନାରାୟଣ ସୁନ୍ଦରାୟ,ଆଲୋକ ପ୍ରଧାନ, ଚିଣ୍ଟୁ ବିଶ୍ୱାଳ, ସନ୍ଦୀପ ପ୍ରଧାନ, ରାଜୀବ ବିଶ୍ୱାଳ, ବବୁଲ ପ୍ରଧାନ, ଦୀପକ କୁମାର ସୁନ୍ଦରାୟ, ରାଜେଶ ବାରିକ, କୃଷ୍ଣଚନ୍ଦ୍ର ସାହୁ, ରଶ୍ମିରଞ୍ଜନ ଦାସ, ଦିପେଶ ବେହେରା, ଉପେନ୍ଦ୍ର ସାହୁ, ସାଗର ବଳିଆରସିଂହଙ୍କ ସହିତ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପିଲା ସହଯୋଗ କରିଥିଲେ। ଆଖ ପାଖର ଶତାଧିକ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱରରେ ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ୟରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ 

ଭୁବନେଶ୍ୱର: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ୟରେ ଏମ୍ସ ଭୁବନେଶ୍ୱରରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଅମୃତ କାଳର ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟ ସେବା ଯୋଗାଇବାଦେବାରେ ସମଗ୍ର ପୂର୍ବଭାରତର ବିଶ୍ଵାସ ଜିଣିପାରିଥିବା ଏମ୍ସ ଭୁବନେଶ୍ୱର ଏହି ଅମୃତ କାଳ ସମୟରେ ନିରନ୍ତର ଉତ୍ସର୍ଗୀକୃତ ତଥା ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ସହିତ ମାତୃଭୂମିର ସେବା କରିବାର ପ୍ରତିବଦ୍ଧତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଡ. ବିଶ୍ଵାସ।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏମ୍ସ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ନିକଟରେ ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ବାବଦରେ ପ୍ରକାଶ କରିଥିଲେ। ଏଥିସହିତ ଆଗାମୀ ଦିନମାନଙ୍କରେ ଏମ୍ସ ପକ୍ଷରୁ ହେବାକୁ ଥିବା ଏକାଧିକ ନୂତନ ବ୍ୟବସ୍ଥା ଉପରେ ସୂଚନା ରଖିଥିଲେ ଡ. ବିଶ୍ଵାସ।

ଏହି କାର୍ଯ୍ୟକ୍ରମରେ ଡ. ବିଶ୍ଵାସଙ୍କ ସମେତ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ଧନ୍ୟବାଦ ଅର୍ପଣ ସହିତ ବିକଶିତ ଭାରତ ସମ୍ବନ୍ଧରେ ମତ ରଖିଥିଲେ।

ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପରିବେଶକୁ ଆହୁରି ଅଧିକ ଜୀବନ୍ତ କରିବା ସହିତ ଦେଶପ୍ରେମର ଧାରା ପ୍ରବାହିତ କରିଥିଲା।

ଏହି ମହତ ଉତ୍ସବରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ଏକ ବିକଶିତ ତଥା ସୁସ୍ଥ ଭାରତର ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇ, ନିକଟ ଭବିଷ୍ୟତରେ ଜନସାଧାରଣଙ୍କ ପାଇଁ ଆହୁରି ଅଧିକ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନର ପ୍ରତିଶୃତି ସହିତ ଏମ୍ସ ଭୁବନେଶ୍ୱର ନିଜର ଏକଦଶନ୍ଧିର ଗୌରମୟ ଯାତ୍ରା ଜାରି ରଖିଛି।

Categories
ଜାତୀୟ ଖବର ବିଶେଷ ଖବର

ଏହି ସର୍ଭେ ଯାହା ନୀତିଶଙ୍କୁ ଏନଡିଏକୁ ଫେରାଇ ଆଣିବାକୁ ବିଜେପିକୁ ବାଧ୍ୟ କରିଛି

ନୂଆଦିଲ୍ଲୀ: ନୀତୀଶ କୁମାର ପୁଣିଥରେ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଯାହାର ଆନୁଷ୍ଠାନିକ ଘୋଷଣା ଖୁବ୍ ଶୀଘ୍ର ହୋଇପାରେ, କିନ୍ତୁ ଶେଷରେ ନୀତୀଶଙ୍କୁ ସବୁଦିନ ପାଇଁ ଦ୍ୱାର ବନ୍ଦ କରିବାକୁ ଘୋଷଣା କରିଥିବା ବିଜେପି ପୁଣିଥରେ ନିଜର ସହଯୋଗୀ କରିବାକୁ ଯାଉଛି।

ଏହାର ଉତ୍ତର ବିଜେପିର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟରେ ରହିଛି ଯାହା ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ନୀତୀଶ କୁମାରଙ୍କୁ ଏନଡିଏକୁ ଫେରାଇ ଆଣିବାକୁ ବିଜେପିକୁ ବାଧ୍ୟ କରିଛି। ବିଜେପିର ଜଣେ ବଡ଼ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କିଛିଦିନ ତଳେ ଦଳ ଲୋକସଭା ନିର୍ବାଚନକୁ ନେଇ ଏକ ଆଭ୍ୟନ୍ତରୀଣ ସର୍ଭେ କରିଥିଲା, ଯାହାର ତଥ୍ୟ ବିଜେପି ନେତାଙ୍କୁ ଚିନ୍ତାରେ ପକାଇ ଦେଇଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସର୍ଭେରୁ ଜଣାପଡ଼ିଛି ଯେ ବିହାରର ଅତ୍ୟଧିକ ପଛୁଆ ବର୍ଗର ଅଧିକାଂଶ ଭୋଟର ଲୋକସଭା ନିର୍ବାଚନ ସମୟରେ ମଧ୍ୟ ନୀତୀଶ କୁମାରଙ୍କ ସମର୍ଥନରେ ଆସିବେ, ଯେଉଁ କାରଣରୁ ବିହାରରେ ବିଜେପି ୧୦ରୁ ଅଧିକ ଆସନ ହରାଇପାରେ।

ବିହାରରେ ସର୍ବାଧିକ ୩୬ ପ୍ରତିଶତ ଜନସଂଖ୍ୟା ପଛୁଆବର୍ଗର ରହିଛି

ବିଜେପି ବିଶ୍ୱାସ କରୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କରିସ୍ମା ଏବଂ କେନ୍ଦ୍ର ସରକାରଙ୍କ ନୀତି ଏବଂ ଯୋଜନା ଯୋଗୁଁ ସେ ଅତ୍ୟନ୍ତ ପଛୁଆ ଭୋଟ ବ୍ୟାଙ୍କରେ ପ୍ରବେଶ କରିଛନ୍ତି, କିନ୍ତୁ ସର୍ଭେ ବାହାରିବା ପରେ ହାଇକମାଣ୍ଡଙ୍କୁ ଝଟକା ଲାଗିଛି। ସଦ୍ୟତମ ଜାତିଭିତ୍ତିକ ଜନଗଣନା ତଥ୍ୟ ଅନୁଯାୟୀ ବିହାରରେ ସର୍ବାଧିକ ୩୬ ପ୍ରତିଶତ ଜନସଂଖ୍ୟା ପଛୁଆବର୍ଗର ରହିଛି।

ବରିଷ୍ଠ ବିଜେପି ନେତା ଦାବି କରିଛନ୍ତି ଯେ ବର୍ତ୍ତମାନ ବିଜେପିର ଶୀର୍ଷ ନେତୃତ୍ୱର ସମ୍ପୂର୍ଣ୍ଣ ଫୋକସ ଲୋକସଭା ନିର୍ବାଚନ ଉପରେ ରହିଛି ଏବଂ ସେମାନଙ୍କର ଲକ୍ଷ୍ୟ ହେଉଛି ପିଏମ ମୋଦୀଙ୍କ ଟ୍ରାକ୍ ରେକର୍ଡ ବଜାୟ ରଖିବା। ଅର୍ଥାତ୍ ୨୦୧୯ ତୁଳନାରେ ୨୦୨୪ରେ ଅଧିକ ସିଟ୍ ଆଣିବା। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଏନଡିଏ ବିହାରରେ (୪୦ରୁ ୩୯ ଟି ଆସନ) ତା’ର ପୂର୍ବ ପ୍ରଦର୍ଶନରେ ଉନ୍ନତି କିମ୍ବା ବଜାୟ ରଖିବ।

ବିଜେପିର ଆଭ୍ୟନ୍ତରୀଣ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ଯେ ନୀତୀଶ କୁମାର ବିଜେପିରେ ରହିଲେ ହିଁ ଏହା ସମ୍ଭବ ହେବ। ଅତ୍ୟନ୍ତ ପଛୁଆ ଭୋଟ ବ୍ୟାଙ୍କ ଉପରେ ନୀତୀଶ କୁମାରଙ୍କ ଦୃଢ଼ ଦଖଲକୁ ଦୃଷ୍ଟିରେ ରଖି ବିଜେପି ହାଇକମାଣ୍ଡ ତାଙ୍କୁ ନିଜ ଦଳକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସମୟରେ ଇଣ୍ଡି ମେଣ୍ଟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ ମିଳିବା ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ପ୍ରସ୍ତାବିତ ହୋଇଥିବାରୁ ନୀତୀଶ କୁମାର କ୍ଷୁବ୍ଧ ହୋଇଛନ୍ତି। ବିଜେପିର ଶୀର୍ଷ ନେତୃତ୍ୱ ଏହି ସମୟରେ ନିଜର ବାଜି ଲଗାଇ ନୀତୀଶଙ୍କୁ ଏନଡିଏକୁ ଫେରାଇ ଆଣିବା ପାଇଁ ନୀତୀଶଙ୍କ ସହ ଯୋଗାଯୋଗ କରିଥିଲେ।

ନୀତୀଶ କୁମାରଙ୍କ ଏନଡିଏକୁ ଫେରିବାର ଦାୟିତ୍ୱ ଅମିତ ଶାହାଙ୍କ ଉପରେ ରହିଛି
ବିହାରରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ପାଟନାରୁ ଦିଲ୍ଲୀ ପର୍ଯ୍ୟନ୍ତ କ୍ରମାଗତ ବୈଠକ ଚାଲିଛି। ନୀତୀଶ କୁମାର ଏନଡିଏକୁ ଫେରିବାର ଦାୟିତ୍ୱ ନିଜେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ନେଇଛନ୍ତି। ଗତ ଦୁଇଦିନ ମଧ୍ୟରେ ସେ ବିହାର ବିଜେପି ଏବଂ କେନ୍ଦ୍ରୀୟ ନେତାଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିଷ୍ପତ୍ତି ନେଇ ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଶନିବାର ଦିଲ୍ଲୀରୁ ପାଟନାରେ ପହଞ୍ଚିଛନ୍ତି। ରାଜ୍ୟର ବରିଷ୍ଠ ବିଜେପି ନେତା ତାରକିଶୋର ପ୍ରସାଦ କହିଛନ୍ତି ଯେ ବିହାରରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିକୁ ନେଇ ଆଜିଠାରୁ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଆମେ କେନ୍ଦ୍ରୀୟ ନେତୃତ୍ୱଙ୍କ ଗାଇଡଲାଇନ ସହ ଅଛୁ। ତାରକିଶୋର କହିଛନ୍ତି ଯେ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ସେମାନଙ୍କୁ ଡାକିଥିଲେ ଏବଂ ଏହାକୁ ନେଇ ଆଲୋଚନା ହୋଇଥିଲା।

ବିଜେପିର କ’ଣ ବାଧ୍ୟତା ଥିଲା ଯେ ନୀତୀଶ କୁମାର ୧୭ମାସ ପରେ ହିଁ ଏନଡିଏକୁ ଫେରୁଛନ୍ତି?

ଏହି ପ୍ରଶ୍ନର ଉତ୍ତରରେ ତାରକିଶୋର ପ୍ରସାଦ କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ଅନେକ ଜିନିଷକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି। ଗତ ଦେଢ଼ବର୍ଷ ମଧ୍ୟରେ ବିହାରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ଆଜି ବୈଠକ ଆରମ୍ଭ ହୋଇଛି। ଆମେ ସମସ୍ତେ ବିହାରର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଅନୁସରଣ କରିବୁ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ନେତୃତ୍ୱରେ ଭାରତକୁ ନୂଆ ରୂପ ଦେଇଛନ୍ତି, କୌଣସି ବିରୋଧୀ ମେଣ୍ଟ ତାଙ୍କ ବ୍ୟକ୍ତିତ୍ୱ ବିରୋଧରେ ଠିଆ ହେବେ ନାହିଁ।

ବିଜେପିର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୧୬୦ଟି ଆସନ ଜିତିପାରିବ, କିନ୍ତୁ ଲୋକସଭା ନିର୍ବାଚନରେ ସେମାନଙ୍କୁ ନୀତୀଶ କୁମାରର ଆବଶ୍ୟକତା ରହିଛି। ନୀତୀଶ କୁମାର ସବୁଠାରୁ ପଛୁଆ ଭୋଟ ବ୍ୟାଙ୍କର ବ୍ରାଣ୍ଡ ଆମ୍ବାସାଡ଼ାର ଏବଂ ବିଜେପି ଏହି ବ୍ରାଣ୍ଡରୁ ଉପକୃତ ହେବ।

ନୀତୀଶ କୁମାରଙ୍କ ବିରୋଧରେ ଏତେବର୍ଷ ଧରି ଚାଲିଥିବା ଆଣ୍ଟି-ଇନକମ୍ବେନ୍ସି ବିଜେପିକୁ କ୍ଷତି ପହଞ୍ଚାଇବ ନାହିଁ କି?

ଏହି ପ୍ରଶ୍ନର ଉତ୍ତରରେ ବିଜେପିର ବରିଷ୍ଠ ନେତା କହିଛନ୍ତି ଯେ ନୀତୀଶ କୁମାରଙ୍କୁ ନେଇ ଉଚ୍ଚ ଜାତିରେ ଅସନ୍ତୋଷ ଥାଇପାରେ, କିନ୍ତୁ ତାଙ୍କ ଭୋଟ ବ୍ୟାଙ୍କ ଏବେବି ତାଙ୍କ ପାଖରେ ଛିଡ଼ା ହୋଇଛି। ନୀତୀଶ କୁମାରଙ୍କ ଭୋଟ ବ୍ୟାଙ୍କ କେବଳ ବିହାର ନୁହେଁ, ୟୁପି, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ରହିଛି। ଆମେ ମଧ୍ୟ ଏଥିରୁ ଲାଭବାନ ହେବୁ। ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟ ସଭାପତି ଓ ହରି ସାହାଣୀଙ୍କୁ ବିଧାନ ପରିଷଦରେ ବିରୋଧୀ ଦଳ ନେତା କରି ଆମେ ସମାଜକୁ ବାର୍ତ୍ତା ଦେଇସାରିଛୁ। କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ଆମର ‘ମାଷ୍ଟର ଷ୍ଟ୍ରୋକ୍’। ତେବେ ଲୋକସଭା ନିର୍ବାଚନରେ ଅତ୍ୟନ୍ତ ପଛୁଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତତଃ ‘ବ୍ରାଣ୍ଡ ନୀତୀଶ’ର ଆବଶ୍ୟକତା ରହିଛି ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମତ ଦେଇଛନ୍ତି।

ଖାଲି ସେତିକି ନୁହେଁ ନୀତୀଶଙ୍କୁ ବିଜେପି ମେଣ୍ଟରୁ ଅଲଗା କରି ଲୋକସଭା ନିର୍ବାଚନ ପୂର୍ବରୁ ମାନସିକ ବିଜୟ ହାସଲ କରିବାକୁ ଚାହୁଁଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଶ୍ୱାସ କରନ୍ତି ଯେ ଯଦି ଇଣ୍ଡି ମେଣ୍ଟ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥାନ୍ତା, ତେବେ ନୀତୀଶଙ୍କ ଭୋଟର ଏକଜୁଟ ହୋଇଥାନ୍ତେ ଏବଂ ଏନଡିଏ ଏହାର ଶିକାର ହୋଇଥାନ୍ତା।

ଏଥି ସହିତ ଦୁର୍ନୀତି କିମ୍ବା ପରିବାରବାଦ ଭଳି ପ୍ରସଙ୍ଗରେ ମଧ୍ୟ ସେ ନୀତୀଶଙ୍କୁ ଘେରିବାରେ ସକ୍ଷମ ନୁହଁନ୍ତି। ବିଜେପି ନୀତୀଶଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି ଏବଂ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ତାଙ୍କ ଭୋଟ ସମ୍ପୂର୍ଣ୍ଣ ଦଖଲ କରିବାକୁ ଚାହୁଁଛି, ଯାହାଫଳରେ ଭବିଷ୍ୟତରେ ଜେଡିୟୁରେ ବ୍ରେକ ଆସିଲେ ବିଜେପିକୁ ଅଧିକ ଫାଇଦା ମିଳିବ।

ନୀତୀଶ କୁମାରଙ୍କୁ ଏନଡିଏକୁ ଫେରାଇ ଆଣିବାରେ ଖୁସି ନୁହଁନ୍ତି ବିଜେପି ରାଜ୍ୟ ନେତୃତ୍ୱ
ନାମ ଗୋପନ ରଖିବା ସର୍ତ୍ତରେ ବିହାରର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦିଲ୍ଲୀରେ ବୈଠକ କେବଳ ଏକ ଔପଚାରିକତା ଥିଲା, ସବୁକିଛି ପୂର୍ବ ନିର୍ଦ୍ଧାରିତ ଥିଲା। ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେବଳ ରାଜ୍ୟ ନେତୃତ୍ୱଙ୍କୁ ସେମାନଙ୍କ ମତାମତ ମାଗିଥିଲେ ଏବଂ ସେମାନଙ୍କର ରାୟ ଦେଇଥିଲେ।

କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତାମାନଙ୍କୁ କେବଳ ବିଶ୍ୱାସରେ ନେବା ଏବଂ ସେମାନଙ୍କ ନିଷ୍ପତ୍ତି ବିଷୟରେ ଜଣାଇବା ପାଇଁ ଦିଲ୍ଲୀ ଡାକିଥିଲେ। ବିଜେପି ନେତା ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ନୀତୀଶଙ୍କୁ ନେଇ ଶୀର୍ଷ ନେତୃତ୍ୱଙ୍କ ସ୍ୱର ଯେଉଁଭଳି ଭାବେ ବଦଳିଛି, ସେଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ନୀତୀଶ କୁମାର ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହେବ ବୋଲି ସେ ଆଶା କରିନଥିଲେ। ଏହି ବୈଠକରେ ରାଜ୍ୟ ନେତାମାନେ ମୁଖ୍ୟମନ୍ତ୍ରୀ ବିଜେପିର ହେବା ଉଚିତ ବୋଲି ମଧ୍ୟ କହିଥିଲେ, ଯାହାକୁ ନେଇ ଶୀର୍ଷ ନେତୃତ୍ୱ ବର୍ତ୍ତମାନ ରାଜି ହୋଇନଥିଲେ।

ପାଟନାରେ ପହଞ୍ଚିଥିବା ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି, ଆଜି ବିହାର ରାଜ୍ୟ କାର୍ଯ୍ୟକାରିଣୀ କମିଟି, ସମସ୍ତ ସାଂସଦ ଏବଂ ସମସ୍ତ ବିଧାୟକ ବୈଠକ କରୁଛନ୍ତି। ଏହି ବୈଠକରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଜାତୀୟ ସ୍ତରରେ ଦଳ କ’ଣ ନିଷ୍ପତ୍ତି ନେଇଛି, ବିହାରରେ ଏହା କିପରି ହେବ, କ’ଣ ହେବ, ସେ ନେଇ ଆଲୋଚନା ହେବ। ତାୱଡେ କଟାକ୍ଷ କରି କହିଛନ୍ତି, ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଇଣ୍ଡି ମେଣ୍ଟ ତୋଡୋ ଯାତ୍ରା ହେଉଛି କି? ବଙ୍ଗଳାରେ ମମତା, ବିହାରରେ ନୀତୀଶଙ୍କୁ ଭାଙ୍ଗିଛନ୍ତି କି?

ତେଜସ୍ୱୀ କହିଛନ୍ତି- ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମ୍ମାନ ଦିଆଯାଉଥିଲା ଓ ତାଙ୍କୁ ସମ୍ମାନ ଦିଆଯାଉଛି

ଅନ୍ୟପକ୍ଷରେ ରାବଡ଼ିଙ୍କ ବାସଭବନରେ ଅନୁଷ୍ଠିତ ଆରଜେଡି ନେତାଙ୍କ ବୈଠକରେ ଲାଲୁ ଯାଦବଙ୍କୁ ମେଣ୍ଟ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବୟାନ ଦେବାକୁ ଅଧିକାର ଦିଆଯାଇଛି, ଯାହା ଆରଜେଡିର ରାଜ୍ୟସଭା ସାଂସଦ ମନୋଜ ଝା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦଳୀୟ ନେତାମାନଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ମାନଜନକ ଥିଲେ ଏବଂ ଅଛନ୍ତି। ଅନେକ ଜିନିଷ ତାଙ୍କ (ନୀତୀଶ କୁମାର) ନିୟନ୍ତ୍ରଣରେ ନାହିଁ। ମହାମେଣ୍ଟରେ ଆରଜେଡିର ସହଯୋଗୀ ଦଳମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଉଥିଲେ। ମୁଖ୍ୟମନ୍ତ୍ରୀ ମୋ ସହ ମଞ୍ଚରେ ବସି ପଚାରୁଥିଲେ, ୨୦୦୫ ପୂର୍ବରୁ ବିହାରରେ କ’ଣ ଥିଲା? ଏବେ ଅଧିକ ଲୋକ ଆମ ସହିତ ଅଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ଯାହା ହୋଇନାହିଁ, ତାହା ଆମେ ଅଳ୍ପ ସମୟ ମଧ୍ୟରେ କରିଛୁ, ତାହା ଚାକିରି ହେଉ, ଜାତିଭିତ୍ତିକ ଜନଗଣନା ହେଉ, ସଂରକ୍ଷଣ ବୃଦ୍ଧି ହେଉ କିମ୍ବା ଅନ୍ୟ କିଛି ହେଉ। ବିହାର ଏପର୍ଯ୍ୟନ୍ତ ଖେଳ ହୋଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସୋଆର କୁଳାଧିପତି ପ୍ରଫେସର (ଡଃ) ଅମିତ ବାନାର୍ଜୀ ଜାତୀୟ ପତାକା ଉତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ର୍ରିୟାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଭାରତର ନାଗରିକମାନେ, ବିଶେଷକରି ଯୁବଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ଗଠନ କରିବାର ଶକ୍ତି ସେମାନଙ୍କ ପାଖରେ ଅଛି ବୋଲି ପରେଡରେ ଅଭିବାଦନ ଗ୍ରହଣ କରି ସେ କହିଥିଲେ।

ରାଷ୍ଟ୍ର ନିର୍ମାଣ ଏକ ଦିନର କାର୍ଯ୍ୟକ୍ରମ ନୁହେଁ ଏବଂ ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମସ୍ତ ନାଗରିକଙ୍କ ସାମୂହିକ କର୍ତବ୍ୟ ଅଟେ। ଏହା ଏକ ବୋଝ ନୁହେଁ ବରଂ ଏକ ସୌଭାଗ୍ୟ। ଶିକ୍ଷା, ସ୍ୱାସ୍ଥ୍ୟସେବା, ଅର୍ଥନୀତି, ଭିତିଭୂମି, ପ୍ରଯୁକ୍ତିବିଦ୍ୟା, ସାମାଜିକ ନ୍ୟାୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଏବଂ ଆକାଂକ୍ଷା ପାଇଁ ଗର୍ବିତ ହେବାର କାରଣ ରହିଛି ବୋଲି ପ୍ରକାଶ କରି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଭାରତ ପୃଥିବୀର ଦ୍ରୁତତମ ବୃଦ୍ଧି ପାଉଥିବା ତଥା ପ୍ରଭାବଶାଳୀ ଦେଶ ଭାବରେ ଉଭା ହୋଇଛି।

ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ୍‌ରେ ଆୟୋଜିତ ସମାରୋହରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ, ଛାତ୍ର ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମାଙ୍କ ସମେତ ଏହା ଅଧିନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନ୍‌ସିସ କ୍ୟାଡେଟ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ, ସୋଆ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଏବଂ ସିକ୍ୟୁରିଟି ୱିଙ୍ଗ ଅଂଶଗ୍ରହଣ କରିଥିଲେ। ପ୍ୟାରେଡରେ ଉତ୍କର୍ଷତା ନିମନ୍ତେ ଯୁକ୍ତ ଦୁଇ ବିଜ୍ଞାନ କଲେଜ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଏବଂ ଏନ୍‌ଏସ୍‌ଏସ୍‌କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ୟାରେଡକୁ ନେତୃତ୍ୱ ଦେଇଥିବା ଏନ୍‌ସିସିର ବରିଷ୍ଠ ଅଫିସର ରଣବୀର ସିଂ ଏବଂ ଜୁନିଅର ଅଫିସର ପୁଟା ସିଦ୍ଧାର୍ଥଙ୍କୁ ଏହି ଅବସରରେ କୁଳାଧିପତି ଏବଂ କୁଳପତି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଫେସର (ଡଃ) ବାନାର୍ଜୀ ସୋଆରେ ପଢ଼ୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବୋଧିତ କରି ସେମାନଙ୍କୁ କ୍ୟାମ୍ପସ୍‌ର ଏକାଡେମିକ୍ ଏବଂ ସାଂସ୍କୃତିକ ବିବିଧତାକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଭାରତ ଏବଂ ସେମାନଙ୍କ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।
କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତୋଳନ କରିଥିଲେ।

ଗତବର୍ଷରେ ଭାରତର ବିଭିନ୍ନ ସଫଳତାକୁ ଉଲ୍ଲେଖ କରି ଚନ୍ଦ୍ରାୟନ କାର୍ଯ୍ୟକ୍ରମର ସଫଳତା ତଥା ଦେଶକୁ ଡିଜିଟାଲ୍ କରିବା ଦିଗରେ ଅଗ୍ରଗତି ଉଲ୍ଲେଖନୀୟ ସଫଳତା ବୋଲି କହିଥିଲେ। ସ୍ୱାସ୍ଥ୍ୟସେବା ସୁବିଧାର ପ୍ରସାର କରି ସୋଆ ରାଜ୍ୟରେ ଅତୁଳନୀୟ ଯୋଗଦାନ କରିପାରିଛି ବୋଲି କହି ନିକଟରେ ଫୁଲନଖରାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ ଉଦ୍‌ଘାଟନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାର ସୀତାପାଲ୍ଲୀରେ ହସ୍ପିଟାଲ୍‌ର ଏକ ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟନ କରାଯିବ ବୋଲି ସେ କହିଥିଲେ।

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ବିଶ୍ୱବିଦ୍ୟାଳୟର ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା, ଯୁଗ୍ମ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ ଏବଂ ଶଶାଙ୍କ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ ସଂଜୀବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫିଟ୍ ଜି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାଶ ଅତିଥି ଭାବେ ଯୋଗଦେଇ ଧ୍ୟାନ, ନିୟମିତ ବ୍ୟାୟମ ସହ କ୍ୟାରିୟର ଚୟନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟାପକ ହେମାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ସ୍ବାଗତ, ରାନୀ, ପ୍ରିତୀ, ସିକି ଓ ତୁଳସୀ ନିଜର ଅନୁଭବକୁ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪’

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୪’ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମ ରେ ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନୃସିଂହ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏସ.ଏମ.ଆ.ଟି ର ସଭାପତି ଡଃ ଭଗବାନ ଗନ୍ତାୟତ, ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା, ଜ୍ଞାନ ବିକାଶ ଇଂଲିଶ ମିଡ଼ିଅମ୍ ସ୍କୁଲ୍ ର ନିର୍ଦ୍ଦେଶକ ଇଁ. ସିଦ୍ଧାର୍ଥ ଶଙ୍କର ବେହେରା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଜିତ କୁମାର ମହାପାତ୍ର, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ପ୍ରମୁଖ ଯୋଗଦାନ ସ୍ଵରୁପ ଅତିଥି ମାନେ ସମବେତ ବିଦ୍ୟାର୍ଥୀ ସହ ଅବିଭାବକଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।

ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ସନ୍ଦେଶ ଆତା ହେ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ହୃଦୟସ୍ୱର୍ଶି ହୋଇ ପାରିଥିଲା। ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଓଁ ଶ୍ରୀ ଇଣ୍ଟରନେସନାଲ ସ୍କୁଲ୍, କିଡ ଜୀ, କିଡସ୍ ଗାର୍ଡେନ ପ୍ଲେ ସ୍କୁଲ୍ କୁ ପୁରସ୍କୃତ କରାଯାଇଥିଲା।

ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିବା ୧୧୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ ଉଦଘୋଷକ ରୂପେ ଦାୟୀତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ , ଅନିଲ କୁମାର ସେଠୀ, ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଲିଙ୍ଗରାଜ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ହଂସତୁଳିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ହରପ୍ରସାଦ

ବେଗୁନିଆପଡା ( ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡର ପ୍ରଭାବରେ ତ୍ରିନାଥ ପାତ୍ର ଙ୍କ ଆଜବେଷ୍ଟ ଘରଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଖବର ପାଇ କୋଦଳା ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବିହାରରେ ରାହୁଲଙ୍କ ପ୍ରବେଶ ପୂର୍ବରୁ ଭାଙ୍ଗିବ କି କଂଗ୍ରେସ?, ପୂର୍ଣ୍ଣିଆ ବୈଠକକୁ ଆସିନଥିଲେ ଅଧା ବିଧାୟକ

ନୂଆଦିଲ୍ଲୀ: ଏବେ ବିହାର ରାଜନୀତିର ରଙ୍ଗ ଦିନକୁ ଦିନ ବଦଳିବାରେ ଲାଗିଛି। ଜେଡିୟୁ ସହିତ କଂଗ୍ରେସ ରାଜନୀତିରେ ଆସିଛି ଏକ ନୂଆ ମୋଡ଼। କୁହାଯାଉଛି ଯେ କଂଗ୍ରେସର ସମସ୍ତ ୧୯ ଜଣ ବିଧାୟକ ଜେଡିୟୁ ସହ ଯୋଗାଯୋଗରେ ଅଛନ୍ତି। ୨୦୧୮ରେ ଅଶୋକ ଚୌଧୁରୀ ବିଧାୟକଙ୍କୁ ଜେଡିୟୁକୁ ଆଣିବାର ଖେଳ ଖେଳିଥିଲେ। ଅଶୋକ ଚୌଧୁରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଜବୁତ କରିବା ସହ କଂଗ୍ରେସ ବିଧାୟକମାନେ ଜେଡିୟୁକୁ ସମର୍ଥନ ଦେବାକୁ ଯାଉଛନ୍ତି। ରାହୁଲ ଗାନ୍ଧିଙ୍କ ପାଇଁ ଏହା ଏକ ବଡ଼ ଝଟକା ହେବ। ଦିନେ ଦୁଇ ଦିନ ମଧ୍ୟରେ ବିହାରରେ ପ୍ରବେଶ କରିବ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହା ପୂର୍ବରୁ ଦଳରେ ବିଭାଜନ ତାଙ୍କ ପାଇଁ ଖରାପ ଖବର।

ବଡ଼ ଦାବି କଲେ ଜେଡିୟୁ ବିଧାୟକ

ଜେଡିୟୁର ଜଣାଶୁଣା ନେତା ତଥା ବିଧାୟକ ଗୋପାଳ ମଣ୍ଡଳ ଏକ ବଡ଼ ଦାବି କରି ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି। ଗଣମାଧ୍ୟମସହ କଥାବାର୍ତ୍ତା କରି ବିଧାୟକ ଗୋପାଳ ମଣ୍ଡଳ ସ୍ପଷ୍ଟଭାବେ କହିଛନ୍ତି ଯେ ଜେଡିୟୁ ବିଧାୟକଙ୍କ ସଂଖ୍ୟା ବଢ଼ିବାକୁ ଯାଉଛି। ଏହି କାର୍ଯ୍ୟକୁ ଆମ ନେତା ଅଶୋକ ଚୌଧୁରୀ ସମ୍ପାଦନ କରିବାକୁ ଯାଉଛନ୍ତି। ସେମାନେ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ।

ଏହା ପୂର୍ବରୁ ମଧ୍ୟ ଅଶୋକ ଚୌଧୁରୀ କରିସ୍ମା ଦେଖାଇଥିଲେ

ମନେପକାନ୍ତୁ ୨୦୧୮ ମସିହା, ଯେତେବେଳେ ବିହାରରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ କଂଗ୍ରେସର ୪ ଜଣ ବିଧାୟକ ଦଳ ଛାଡ଼ି ଜେଡିୟୁରେ ଯୋଗ ଦେଇଥିଲେ। ଏହି ୪ ଜଣ ବିଧାୟକ ହେଲେ ଅଶୋକ ଚୌଧୁରୀ, ଦିଲ୍ଲୀପ ଚୌଧୁରୀ, ତନବୀର ଅଖତର ଓ ରାମଚନ୍ଦ୍ର ଭାରତୀ। ଏହି ୪ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୬୭ତମ ଜନ୍ମଦିନରେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ସେମାନେ ଜେଡିୟୁରେ ଯୋଗ ଦେଇଥିଲେ।

ବିଧାୟକ ଦଳ ବୈଠକରେ ଯୋଗ ଦେଇନାହାନ୍ତି ୯ ବିଧାୟକ

ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଯେଉଁ ଆଶଙ୍କା ବ୍ୟକ୍ତ କରିଛନ୍ତି ତାହା କିଛିମାତ୍ରାରେ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୂର୍ଣ୍ଣିଆରେ ଚାଲିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ପହଞ୍ଚି ନାହାନ୍ତି। ଏହି ବୈଠକରେ ମାତ୍ର ୧୦ ଜଣ ବିଧାୟକ ପହଞ୍ଚିଥିବା କୁହାଯାଉଛି। ୯ ଜଣ ବିଧାୟକ ପୂର୍ଣ୍ଣିଆରେ ପହଞ୍ଚି ନ ଥିବାବେଳେ ଏହି ବିଧାୟକମାନେ ମଧ୍ୟ ସେମାନଙ୍କ ଫୋନ ସୁଇଚ ଅଫ କରିଛନ୍ତି। କେତେକ ରିପୋର୍ଟରେ କେବଳ ୫ରୁ ୬ ଜଣ ବିଧାୟକ ଆସିଥିବା କୁହାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଅଖିଳେଶ ଯାଦବ ଆସନ ଘୋଷଣା ନେଇ ୟୁପି କଂଗ୍ରେସରେ ଅସନ୍ତୋଷ

ନୂଆଦିଲ୍ଲୀ: ବିହାର ପରେ ଉତ୍ତରପ୍ରଦେଶ ରାଜନୀତିରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି ଜ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟରେ କଂଗ୍ରେସକୁ ୧୧ଟି ଆସନ ଆବଣ୍ଟନ କରିଥିଲେ ମଧ୍ୟ କଂଗ୍ରେସ ନେତାମାନେ ଏହି ଆସନ ବଣ୍ଟନକୁ ବିରୋଧ କରିଛନ୍ତି। ଉତ୍ତର ପ୍ରଦେଶ କଂଗ୍ରେସ ନେତାମାନେ କହିଛନ୍ତି ଯେ ସେମାନଙ୍କ ପାଖରେ ଆସନ ବଣ୍ଟନ ବିଷୟରେ କୌଣସି ସୂଚନା ନାହିଁ। ଏଭଳି ପରିସ୍ଥିତିରେ କୁହାଯାଉଛି ଅଖିଳେଶ ଯାଦବ ନିଜେ ଆସନ ବିଭାଜନ କରିଛନ୍ତି କି?

ବାସ୍ତବରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଉପଯୁକ୍ତ ଆସନ ନ ମିଳିବା ନେଇ ତୀବ୍ର ବିରୋଧ କରିଥିଲା। ସେହି ସମୟରେ ଅଖିଳେଶ ଯାଦବ ଏକ ବଡ଼ ଦାବି କରିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୟୁପିରେ ୮୦ଟି ଆସନ ବଣ୍ଟନ କରିବ। ସମାଜବାଦୀ ପାର୍ଟି ୟୁପିର ଦ୍ୱିତୀୟ ବୃହତ୍ତମ ଦଳ। ଏଭଳି ସ୍ଥିତିରେ ଅଖିଳେଶ ଯାଦବଙ୍କ ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରୁ ୧୧ଟି କଂଗ୍ରେସକୁ ଦିଆଯିବ ବୋଲି ଅଖିଳେଶ ଯାଦବ ଘୋଷଣା କରିଛନ୍ତି।

ଅଖିଳେଶ ଯାଦବ ଟ୍ୱିଟ୍ କରି ଏକ ବଡ଼ ଦାବି କରିଛନ୍ତି। କଂଗ୍ରେସ ସହ ଆମର ସୌହାର୍ଦ୍ଦ୍ୟପୂର୍ଣ୍ଣ ମେଣ୍ଟ ୧୧ଟି ଶକ୍ତିଶାଳୀ ଆସନ ସହ ମେଣ୍ଟ ଆରମ୍ଭ କରୁଛି। ବିଜୟ ସମୀକରଣ ସହିତ ଏହି ସିରିଜ ଆହୁରି ଆଗକୁ ଯିବ। ‘ଇଣ୍ଡି ମେଣ୍ଟ’ ଟିମ୍ ଓ ‘ପିଡିଏ’ର ରଣନୀତି ଇତିହାସ ବଦଳାଇ ଦେବ। ତେବେ ଅଖିଳେଶ ଯାଦବଙ୍କ ଏହି ବୟାନର କିଛି ସମୟ ପରେ କଂଗ୍ରେସ ପକ୍ଷରୁ ବଡ଼ ପ୍ରତିକ୍ରିୟା ଆସିଛି। ଦଳୀୟ ନେତାମାନେ କହୁଛନ୍ତି ଯେ ରାଜ୍ୟସ୍ତରରେ ଆସନ ବଣ୍ଟନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅଖିଳେଶ ଯାଦବ ନିଜ ମନରୁ ଆସନ ବଣ୍ଟନ କଥା କହୁଛନ୍ତି। ଏବେ ପ୍ରଶ୍ନ ଉଠୁଛି ବିହାର ପରେ ଉତ୍ତରପ୍ରଦେଶରେ କଂଗ୍ରେସର ସମସ୍ୟା ବଢ଼ିବ କି?

ବିହାରରେ ଖେଳର ସଂକେତ

କଂଗ୍ରେସ ପାଇଁ ବିହାରରେ ଅଶୁଭ ସଙ୍କେତ ମିଳୁଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଜାନୁଆରୀ ୨୯ରେ ବିହାରର କିଶନଗଞ୍ଜରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ସମସ୍ତ ୧୯ ଜଣ କଂଗ୍ରେସ ବିଧାୟକଙ୍କୁ ପୂର୍ଣ୍ଣିଆରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସମସ୍ତ ବିଧାୟକ ପୂର୍ଣ୍ଣିଆରେ ପହଞ୍ଚି ନ ଥିଲେ। ମାତ୍ର ୭ ଜଣ ବିଧାୟକ ପୂର୍ଣ୍ଣିଆରେ ପହଞ୍ଚିବା ପରେ ବୈଠକକୁ ରବିବାରକୁ ଘୁଞ୍ଚାଇ ଦିଆଯାଇଥିଲା। ବିହାରରେ କଂଗ୍ରେସର ୧୩ ଜଣ ବିଧାୟକଙ୍କୁ ଭାଙ୍ଗି ନୂଆ ଗୋଷ୍ଠୀ ଗଠନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଉଭୟ ବିଜେପି ଓ ଜେଡିୟୁ କଂଗ୍ରେସ ବିଧାୟକଙ୍କ ଉପରେ ନଜର ରଖିଛନ୍ତି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର ସଙ୍କେତ ମଧ୍ୟ କଂଗ୍ରେସ ପାଇଁ ଭଲ ନୁହେଁ।

ବିହାରରେ ପାଲଟିମାର ରାଜନୀତିର ସଙ୍କେତ

ବିହାରରେ ନୀତୀଶ କୁମାର ପୁଣି ଥରେ ବିରୋଧୀ ମେଣ୍ଟ ଛାଡ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବିହାର ରାଜନୀତିରେ ସୁପର ସଣ୍ଡେ ଆସୁଛି ବୋଲି କୁହାଯାଉଛି। ବିହାରର ସମସ୍ତ ସରକାରୀ କାର୍ଯ୍ୟାଳୟ ରବିବାର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜଭବନ ଓ ସଚିବାଳୟ ଖୋଲା ରହିବ। ଏଭଳି ସ୍ଥିତିରେ ନୀତୀଶ କୁମାର ପୁଣି ଥରେ ପଲଟି ମାରିପାରନ୍ତି ବୋଲି ଆଶା କରାଯାଉଛି। ସେ ଭାରତୀୟ ଜନତା ପାର୍ଟି ସହ କ୍ଷମତାକୁ ଫେରିପାରନ୍ତି। ବାସ୍ତବରେ ଇଣ୍ଡି ମେଣ୍ଟର ସ୍ଥାପକ ନୀତିଶ କୁମାର ଅତୀତରେ ଅବହେଳିତ ହୋଇପଡ଼ିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ଏନଡିଏ ସହ ନୀତୀଶ କୁମାରଙ୍କ ମେଣ୍ଟ ହୋଇଥିଲା।୨୦୧୯ ଲୋକସଭା ନିର୍ବାଚନରେ ଜେଡିୟୁ ଓ ବିଜେପି ୧୭-୧୭ଟି ଆସନରେ ଲଢ଼ିଥିଲେ।

ଲୋକ ଜନଶକ୍ତି ପାର୍ଟିକୁ ୬ଟି ଆସନ ଦିଆଯାଇଥିଲା। ବିରୋଧୀ ମେଣ୍ଟରେ ଥିବାବେଳେ ନୀତୀଶ କୁମାରଙ୍କ ଦଳ ୧୬ଟି ଆସନ ମଧ୍ୟ ଜିତିବା କଷ୍ଟକର ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାରେ ନିର୍ବାଚନ ଜିତିଥିବା ଜେଡିୟୁ ସାଂସଦମାନେ ବିରୋଧୀ ମେଣ୍ଟର ଫାଇଦା ପାଇବେ ନାହିଁ ବୋଲି ଦାବି କରାଯାଉଛି। ଏହାକୁ ନେଇ ଦଳରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ନୀତିଶଙ୍କ ସାମ୍ନାକୁ ଆଉ ଏକ ସୁଯୋଗ ଆସିଛି। ଏଭଳି ସ୍ଥିତିରେ ବିହାର ରାଜନୀତିରୁ ୟୁପିରେ କଂଗ୍ରେସକୁ ସଂକ୍ରମିତ ହୋଇପାରେ।

ୟୁପିରେ ମଧ୍ୟ ଅସୁବିଧା ବଢ଼ିଛି

ବିହାର ରାଜନୀତିରେ ଅସ୍ଥିରତା ଭିତରେ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶରେ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ୟୁପିରେ ଅଧିକରୁ ଅଧିକ ଆସନରେ ନିଜର ସ୍ଥିତି ସୁଦୃଢ଼ କରିବା କଂଗ୍ରେସ ଆଗରେ ଚ୍ୟାଲେଞ୍ଜ ରହିଛି। କିନ୍ତୁ ଅଖିଳେଶଙ୍କ ଏହି ଘୋଷଣା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କଂଗ୍ରେସ କ୍ରମାଗତଭାବେ ୨୦ରୁ ଅଧିକ ଆସନ ଦାବି କରି ଆସୁଥିଲା। ଅଖିଳେଶ ଯାଦବ ୧୧ଟି ଆସନ ଘୋଷଣା କରି କଂଗ୍ରେସ ପାଇଁ ଧାର୍ମିକ ସଙ୍କଟ ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ମାତ୍ର ଗୋଟିଏ ଆସନ ଜିତିପାରିଥିଲା। ସୋନିଆ ଗାନ୍ଧି ରାୟବରେଲି ଆସନ ବଜାୟ ରଖିବାରେ ସଫଳ ହୋଇଥିଲେ। ସେହିପରି ରାହୁଲ ଗାନ୍ଧି ଆମେଥିରୁ ନିର୍ବାଚନ ହାରିଛନ୍ତି।

ପୁଣି ଥରେ ରାହୁଲ ଗାନ୍ଧି ଆମେଥିରୁ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଆରମ୍ଭ କରି ରବର୍ଟ ଭଦ୍ରାଙ୍କ ପର୍ଯ୍ୟନ୍ତ ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ପ୍ରସ୍ତୁତି ଭିତରେ ଅଖିଳେଶଙ୍କ ଘୋଷଣା ଉପରେ ଶୀର୍ଷ ନେତୃତ୍ୱ ପକ୍ଷରୁ କୌଣସି ବୟାନ ପ୍ରକାଶ କରାଯାଇନାହିଁ।

ଅଖିଳେଶ ଯାଦବଙ୍କ ୧୧ଟି ଆସନ ଫର୍ମୁଲାକୁ ୟୁପି କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଆସନ ଦେବା ନେଇ ଅଖିଳେଶଙ୍କ ଟୁଇଟକୁ ନେଇ ୟୁପି କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ଆମର ନିଷ୍ପତ୍ତି ନୁହେଁ ବୋଲି କହିଛି। ୟୁପି କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ ଆସନ ବଣ୍ଟନକୁ ନେଇ ଏବେବି ଆଲୋଚନା ଚାଲିଛି, ଶୀର୍ଷ ନେତୃତ୍ୱ ଯାହା କହିବେ ତାହା ଗ୍ରହଣ କରାଯିବ। ମେଣ୍ଟକୁ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଆମେ ଏକାଠି ନିର୍ବାଚନ ଲଢ଼ିବୁ। ତେବେ ଏହି ଆସନକୁ ନେଇ କଂଗ୍ରେସ ଉତ୍ତେଜନାର ସଙ୍କେତ ଦେଇଛି।

Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ସ୍ୱତନ୍ତ୍ର ଟିମ୍, ବଜେଟର ଦାୟିତ୍ୱ ସେମାନଙ୍କ କାନ୍ଧରେ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଫେବ୍ରୁଆରି ପହିଲାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀଙ୍କ ଏହି ଷଷ୍ଠ ବଜେଟକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି। ବଜେଟ ଟିମରେ ଅନେକ ବରିଷ୍ଠ ଅଧିକାରୀ ଓ ଅର୍ଥନୀତିଜ୍ଞ ରହିଛନ୍ତି। ଆଜି ଆମେ ଆପଣଙ୍କୁ ନିର୍ମଳା ସୀତାରମଣଙ୍କ କୋର ବଜେଟ ଟିମ୍ ସହ ପରିଚିତ କରାଇବାକୁ ଯାଉଛୁ। ଏହି ଅନ୍ତରୀଣ ବଜେଟର କମାଣ୍ଡ ଏହି ସ୍ୱତନ୍ତ୍ର ଲୋକଙ୍କ ହାତରେ ରହିବ।

ନିର୍ମଳା ସୀତାରମଣ

ସୀତାରମଣ ଭାରତର ଇତିହାସରେ କ୍ରମାଗତ ଷଷ୍ଠ ବଜେଟ ଉପସ୍ଥାପନ କରିବାରେ ଦ୍ୱିତୀୟ ଅର୍ଥମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ମୋରାରଜୀ ଦେଶାଇ ମଧ୍ୟ ୫ଟି ପୂର୍ଣ୍ଣାଙ୍ଗ ଓ ୧ଟି ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଫେବ୍ରୁଆରି ପହିଲାରେ ସେ ମନମୋହନ ସିଂହ, ଅରୁଣ ଜେଟଲୀ, ପି ଚିଦାମ୍ବରମ ଓ ଯଶବନ୍ତ ସିହ୍ନାଙ୍କୁ ପଛରେ ପକାଇଦେବେ। ସମସ୍ତଙ୍କୁ କ୍ରମାଗତ ୫ଟି ବଜେଟ ଉପସ୍ଥାପନ କରିବାର ସୁଯୋଗ ମିଳିଥିଲା। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସରକାର ଯୁବବର୍ଗ, ମହିଳା, କୃଷକ ଏବଂ ଗରିବଙ୍କ ଉପରେ ଧ୍ୟାନ ଦେଉଛନ୍ତି। ଫଳରେ ଅନ୍ତରୀଣ ବଜେଟରେ ଏସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା ସୃଷ୍ଟି ହୋଇଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରୁ ଅର୍ଥନୀତି ଅଧ୍ୟୟନ କରିଥିବା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଓ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ତୁଲାଇଥିଲେ।

ଟିଭି ସୋମନାଥନ

ଟିଭି ସୋମନାଥନ ହେଉଛନ୍ତି ଅର୍ଥ ମନ୍ତ୍ରାଳୟର ସବୁଠାରୁ ବରିଷ୍ଠ ସଚିବ । ସୋମନାଥନ ଅର୍ଥ ସଚିବ ଅଛନ୍ତି । ତାମିଲନାଡୁ କ୍ୟାଡରର ୧୯୮୭ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସୋମନାଥନ ଏପ୍ରିଲ ୨୦୧୫ରୁ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ । ଅର୍ଥ ସଚିବ ଅର୍ଥନୀତିରେ ପିଏଚଡି କରିଛନ୍ତି । ଅର୍ଥନୀତି ଉପରେ ତାଙ୍କର ୮୦ରୁ ଅଧିକ ଗବେଷଣା ପତ୍ର ଓ ପ୍ରବନ୍ଧ ପ୍ରକାଶିତ ହୋଇଛି । ସେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଅଜୟ ସେଠ

କର୍ଣ୍ଣାଟକ କ୍ୟାଡରର ୧୯୮୭ ବ୍ୟାଚ ଆଇଏଏସ ଅଧିକାରୀ ଅଜୟ ସେଠ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଛନ୍ତି । ଗତବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକରେ ସେ ଚର୍ଚ୍ଚାକୁ ଆସିଥିଲେ । ସେଠ ଭାରତର ପ୍ରଥମ ସାବରେନ୍ ଗ୍ରୀନ୍ ବଣ୍ଡ ଜାରି କରିବା ଏବଂ ଭିତ୍ତିଭୂମି ଅର୍ଥ ସଚିବାଳୟ ଗଠନର ନେତୃତ୍ୱ ମଧ୍ୟ ନେଇଥିଲେ ।

ତୁହିନ କାନ୍ତ ପାଣ୍ଡେ

ଏୟାର ଇଣ୍ଡିଆର ଘରୋଇକରଣ ଏବଂ ଏଲଆଇସିର ଆଇପିଓ ପାଇଁ ନିବେଶ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ୍)ର ସଚିବ ତୁହିନ କାନ୍ତ ପାଣ୍ଡେ ନିଜର ଭୂମିକା ପାଇଁ ଜଣାଶୁଣା । ପାଣ୍ଡେ ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚ୍ ର ଅଧିକାରୀ ।
ସଞ୍ଜୟ ମାଲହୋତ୍ରା

ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚର ଅଧିକାରୀ ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ରାଜସ୍ୱ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଆର୍ଥିକ ସେବା ବିଭାଗର ମୁଖ୍ୟ ଥିଲେ । ବଜେଟ ପ୍ରକ୍ରିୟାରେ ମାଲହୋତ୍ରା ଟିକସ ରାଜସ୍ୱ ବୃଦ୍ଧି ପାଇଁ ଦାୟୀ । ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଜେଟ ଅଭିଭାଷଣର ପାର୍ଟ ବି ପ୍ରସ୍ତୁତ କରିବାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଛି ।

ବିବେକ ଯୋଶୀ

ବଜେଟ ଉପରେ ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ଗୋଷ୍ଠୀର ନୂଆ ସଦସ୍ୟଭାବେ ବିବେକ ଯୋଶୀଙ୍କୁ ଗଣନା କରାଯାଏ । ସେ ନଭେମ୍ବର, ୨୦୨୨ରେ ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସେବା ବିଭାଗର ସଚିବ ଭାବରେ ଯୋଗ ଦେଇଥିଲେ । ହରିୟାଣା କ୍ୟାଡରର ୧୯୮୯ ବ୍ୟାଚର ଅଧିକାରୀ ଯୋଶୀ ଜେନେଭା ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ବିବେକ ଯୋଶୀ ପୂର୍ବରୁ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଥିଲେ । ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ବୀମା କମ୍ପାନୀ ଏବଂ ନ୍ୟାସନାଲ ପେନସନ ସିଷ୍ଟମ ଭଳି କ୍ଷେତ୍ର ଯୋଶୀଙ୍କ ପାଇଁ ଦାୟୀ ରହିବେ ।

ଭି ଅନନ୍ତ ନାଗେଶ୍ୱରନ

ଭି ଅନନ୍ତ ନାଗେଶ୍ୱରନ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅଟନ୍ତି । ସେ ଜଣେ ଲେଖକ ଓ ଶିକ୍ଷକ ଭାବରେ ମଧ୍ୟ ଜଣାଶୁଣା । ଅର୍ଥନୀତି ଉପରେ ସେ ସୀତାରମଣଙ୍କ ଅନ୍ୟତମ ଘନିଷ୍ଠ ପରାମର୍ଶଦାତା । ସେ ଭାରତୀୟ ଅର୍ଥନୀତି ଉପରେ ବୈଶ୍ୱିକ ଅସ୍ଥିରତାର ପ୍ରଭାବ ଉପରେ ମଧ୍ୟ ନଜର ରଖିଛନ୍ତି । ଅଜୟ ସେଠଙ୍କ ସହ ଜି-୨୦ ବୈଠକରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନାଗେଶ୍ୱରନ ଆଇଆଇଏମ ଅହମ୍ମଦାବାଦରୁ ଏମବିଏ କରିଛନ୍ତି । ସେ ୟୁମାସ୍ ଆମହର୍ଷ୍ଟସ୍ଥିତ ଇସେନବର୍ଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ତେବେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ଜାରି କରିଥାନ୍ତି । ତେବେ ଅନ୍ତରୀଣ ବଜେଟ ଯୋଗୁଁ ଏଥର ତାହା ହେବ ନାହିଁ ।

Categories
ଜାତୀୟ ଖବର ବିଶେଷ ଖବର

ନୀତୀଶ କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନି ତଲାକ କହୁଛନ୍ତି ତ ଆଉ କେତେବେଳେ ତେଜସ୍ୱୀ ଯାଦବଙ୍କୁ: ଓୱେସି

ନୂଆଦିଲ୍ଲୀ: ବିହାରରେ ରାଜନୈତିକ ହଟଚମଟ ତୀବ୍ର ହେବାରେ ଲାଗିଛି। ଜେଡିୟୁ ଏବଂ ଆରଜେଡି ନେତାଙ୍କ ମଧ୍ୟରେ ବୈଠକ ଚାଲିଛି। ସେପଟେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଏକ ପୁରୁଣା ବୟାନକୁ ରିଟୁଇଟ୍ କରିଛନ୍ତି। ନୀତୀଶ କୁମାର କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନି ତଲାକ ବୋଲି କହୁଛନ୍ତି ତ କେତେବେଳେ ତେଜସ୍ୱୀ ଯାଦବ ତିନି ତଲାକ କହୁଛନ୍ତି। ଏହାଙ୍କର କୌଣସି ଠିକଣା ନାହିଁ, ସେ ରହିବେ କିମ୍ବା ପଲଟି ମାରିବେ।

ଆଜି ଡକାଯାଇଛି ଜେଡିୟୁ ବୈଠକ

ବିହାରରେ ବଢ଼ୁଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଜାନୁଆରୀ ୨୮ରେ ଜେଡିୟୁର ବୈଠକ ବାତିଲ କରାଯାଇଛି । ଆଜି ଅର୍ଥାତ୍ ଶନିବାର (ଜାନୁଆରୀ ୨୭) ଏହି ବୈଠକ ଡକାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ହାମ ପାର୍ଟିର ସଭାପତି ଜିତନ ରାମ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲା, ଯାହା ଉପରେ ତାଙ୍କ ଦଳର ନେତା ଦାନିଶ ରିଜୱାନ କହିଥିଲେ ଯେ ତାଙ୍କ ଦଳ ଏନଡିଏ ସହିତ ପଥର ଭଳି ଠିଆ ହେବ । ତେବେ ଖୁବ୍ ଶୀଘ୍ର ବିହାରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି ।

ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଓୱେସିଙ୍କ କଟାକ୍ଷ

ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ବିହାରର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ପ୍ରତି ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀଙ୍କର ବହୁତ ଦୃଢ଼ ପ୍ରେମ ରହିଛି । ସେ କହିଛନ୍ତି, ବିହାରବାସୀ ଏହା ମଧ୍ୟ କହିଥିଲେ ଯେ ମେଣ୍ଟ ନାଁରେ ଯେଉଁ ନେତାଙ୍କୁ ଭୋଟ ଦେଉଛନ୍ତି ସେହି ନୀତୀଶ କୁମାର ଦିନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗ ଦେବେ ।

ତେଜସ୍ୱୀଙ୍କ ବାସଭବନରେ ଆରଜେଡି ବୈଠକ

ପାଟନା: ବିହାରର କ୍ରମାଗତ ବଦଳୁଥିବା ରାଜନୈତିକ ପରିସ୍ଥିତିକୁ ନେଇ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତାମାନେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବାସଭବନରେ ବୈଠକ କରୁଛନ୍ତି । ୨୦୨୦ରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ଏଆଇଏମଆଇଏମ ଦଳ ପ୍ରବେଶ କରିଥିଲା । ଏହି ନିର୍ବାଚନରେ ତାଙ୍କର ୫ ଜଣ ବିଧାୟକ ବିଜୟୀ ହୋଇଥିଲେ । କିନ୍ତୁ ପରେ ଅସଦୁଦ୍ଦିନ ଓୱେସିଙ୍କ ଦଳର ୪ ଜଣ ବିଧାୟକ ଆରଜେଡିରେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ନୀତୀଶ କୁମାରଙ୍କ ପାଇଁ କାହିଁକି ଖୋଲିଲା ବିଜେପିର ଦ୍ୱାର: ନୀତୀଶ ପହଞ୍ଚିବାମାତ୍ରେ ଭାଙ୍ଗିଯିବ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ରାଜନୀତିରେ କୌଣସି ଦ୍ୱାର ସ୍ଥାୟୀଭାବେ ବନ୍ଦ ହୋଇନଥାଏ। ଏଠାରେ କବାଟ ବନ୍ଦ ହେଲେ ଖୋଲିଥାଏ। – ସୁଶୀଲ କୁମାର ମୋଦୀ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (ଜାନୁଆରୀ ୨୭ରେ ଦିଲ୍ଲୀରୁ ଫେରିବା ପରେ)।

ସୁଶୀଲ କୁମାର ମୋଦିଙ୍କ ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ ନୀତୀଶଙ୍କ ପାଇଁ ପୁଣି ଥରେ ବିଜେପିର ଦ୍ୱାର ଖୋଲିଛି। ଏହାପରେ ବିହାରରେ ଏନଡିଏ ସରକାର ଗଠନ ମଧ୍ୟ ପ୍ରାୟ ନିଶ୍ଚିତ ହୋଇସାରିଛି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ନୀତୀଶଙ୍କ ପାଇଁ ଦ୍ୱାର ବନ୍ଦ କରିଥିବା ବିଜେପି ତାଙ୍କୁ ସ୍ୱାଗତ କରିବାକୁ ରାଜି ହୋଇଥିବା ବର୍ଷରେ କ’ଣ ହେଲା? କେଉଁ ପରିସ୍ଥିତିରେ ନୀତୀଶ କୁମାରଙ୍କୁ ସାଙ୍ଗରେ ଆଣିବ ବିଜେପି? ବିହାରରେ ପୁଣିଥରେ ନୀତୀଶ କୁମାରଙ୍କୁ ମୁକୁଟ

ପିନ୍ଧିବାକୁ ପ୍ରସ୍ତୁତ ହେଉଛି ବିଜେପି?

ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ପୂରା ନେତୃତ୍ୱ ଗତ ୪୮ ଘଣ୍ଟା ଧରି ଏହି ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି। ତରବରିଆଭାବେ ବିହାର ବିଜେପିର କୋର କମିଟି ସଦସ୍ୟଙ୍କୁ ଦିଲ୍ଲୀ ଡକାଯାଇଥିଲା। ରାଜ୍ୟ ପ୍ରଭାରୀ ବିନୋଦ ତାୱଡେଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ପ୍ରାୟ ୯୫ ମିନିଟର ବିଚାର ବିମର୍ଶ ହୋଇଥିଲା। ସେ ଜେପି ନଡ୍ଡା ଏବଂ ଅମିତ ଶାହାଙ୍କ ସହ ଏକ ପୃଥକ ବୈଠକ ମଧ୍ୟ କରିଥିଲେ। ବିଜେପି ସୂତ୍ର ଓ ରାଜନୈତିକ ବିଶେଷଜ୍ଞଙ୍କ ସହାୟତାରେ ଆମେ ବିଜେପି ଭିତରେ ଚାଲିଥିବା କାର୍ଯ୍ୟକଳାପକୁ ବୁଝିବାକୁ ଚେଷ୍ଟା କରିଛୁ।

ନୀତୀଶ କୁମାରଙ୍କ ପାଇଁ କାହିଁକି ଖୋଲିଲା ଦ୍ୱାର: ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟକୁ ଶେଷ କରିବାକୁ ଚାହୁଁଛି ବିଜେପି

ରାଜନୈତିକ ବିଶେଷଜ୍ଞଙ୍କ ମତରେ ନୀତୀଶ କୁମାର ଲୋକସଭା ନିର୍ବାଚନରେ ବିଜେପି ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଉପସ୍ଥାପନ କରୁଥିଲେ। ବିରୋଧୀଙ୍କ ବିଚ୍ଛିନ୍ନ ଗୋଷ୍ଠୀକୁ ଗୋଟିଏ ମଞ୍ଚକୁ ଆଣିବାର ଶ୍ରେୟ ନୀତିଶ କୁମାରଙ୍କୁ ଯାଉଛି। ନୀତୀଶ କୁମାର ହିଁ ପ୍ରଥମେ କଂଗ୍ରେସକୁ ମେଣ୍ଟ ପାଇଁ ରାଜି କରାଇଥିଲେ।

ଏହାପରେ ସେ ଉତ୍ତରପ୍ରଦେଶ, ବଙ୍ଗଳା, ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା, ତାମିଲନାଡୁ ଭଳି ରାଜ୍ୟ ଗସ୍ତ କରିଥିଲେ। ସେ ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କୁ କଂଗ୍ରେସରେ ଯୋଗ ଦେବା ପାଇଁ ରାଜି କରାଇଥିଲେ। ଜୁଲାଇ ୨୦୨୩ରେ ସେ ବିଧିବଦ୍ଧ ଭାବେ ବିଜେପି ବିରୋଧୀ ନେତାମାନଙ୍କୁ ପାଟନାରେ ଗୋଟିଏ ମଞ୍ଚରେ ଆଣିଥିଲେ।

ନୀତୀଶ କୁମାର ଦେଶର ୪୦୦ ଲୋକସଭା ଆସନରେ ବିଜେପି ବିପକ୍ଷରେ ଗୋଟିଏ ବନାମ ଗୋଟିଏ ପ୍ରାର୍ଥୀ ଦେବାର ଫର୍ମୁଲା ଉପରେ କାମ କରୁଥିଲେ। ବିହାରରେ ୪୦, ୟୁପିର ୮୦, ଝାଡ଼ଖଣ୍ଡର ୧୪ ଏବଂ ବଙ୍ଗଳାରେ ୪୨ ଲୋକସଭା ଆସନରେ ବିଜେପିକୁ ପରାସ୍ତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।

ଯଦି ବିରୋଧୀଙ୍କ ଏହି ଫର୍ମୁଲା ସଫଳ ହୋଇଥାନ୍ତା ତେବେ ଲୋକସଭା ନିର୍ବାଚନରେ ମିଶନ ୪୦୦କୁ ବିଜେପିକୁ ବଡ଼ ଝଟକା ଲାଗିଥାନ୍ତା ବୋଲି ବିଜେପି ଜାଣିଥିଲା। ଏଭଳି ପରିସ୍ଥିତିରେ ଯଦି ନୀତୀଶ ଏନଡିଏରେ ଯୋଗ ଦିଅନ୍ତି ତେବେ ଇଣ୍ଡି ମେଣ୍ଟ ପ୍ରାୟ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଓ ପଞ୍ଜାବରେ ଆପ୍ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛନ୍ତି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ କଂଗ୍ରେସ ବ୍ୟତୀତ ନୀତୀଶ କୁମାର ହେଉଛନ୍ତି ଏକମାତ୍ର ନେତା, ଯାହାଙ୍କ ଦବଦବା ସମଗ୍ର ହିନ୍ଦୀ ଅଞ୍ଚଳରେ ରହିଛି। ଖାଲି ସେତିକି ନୁହେଁ ଦେଶର ସମସ୍ତ ଆଞ୍ଚଳିକ ଦଳର ନେତାଙ୍କ ତୁଳନାରେ ନୀତୀଶଙ୍କ ସମ୍ପର୍କ ଭଲ ରହିଛି । ନୀତୀଶଙ୍କ ବ୍ୟତୀତ ଇଣ୍ଡି ମେଣ୍ଟର କୌଣସି ନେତାଙ୍କର ସବୁ ଦଳ ସହ ସମନ୍ୱୟ ରକ୍ଷା କରିବା ପାଇଁ ଯଥେଷ୍ଟ ପ୍ରଭାବ ନାହିଁ।

ନୀତୀଶ କୁମାର ଅର୍ଥାତ୍ ୧୬% ଭୋଟ ଗ୍ୟାରେଣ୍ଟି, ବିଜେପି ମଧ୍ୟ ଏହା ଜାଣେ
ନୀତୀଶ କୁମାରଙ୍କ ଶକ୍ତିକୁ ବିଜେପିଠାରୁ ଭଲଭାବେ କୌଣସି ଦଳ ଜାଣନ୍ତି ନାହିଁ। ୨୦୧୪ ଲୋକସଭା ନିର୍ବାଚନକୁ ଛାଡ଼ିଦେଲେ ନୀତୀଶ କୁମାରଙ୍କ ଭୋଟ ହାର କେବେ ବି ୨୨%ରୁ କମ୍ ନ ଥିଲା। ୨୦୧୪ ମୋଦି ଲହରରେ ନୀତୀଶଙ୍କୁ ୧୬% ଭୋଟ ମିଳିଥିଲା। ନୀତୀଶଙ୍କ ପ୍ରଭାବ କେବଳ ବିହାରରେ ସୀମିତ ନାହିଁ। ପଡ଼ୋଶୀ ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ଏକାକୀ ନିର୍ବାଚନ ଲଢ଼ି ୧୬.୦୪% ଭୋଟ ପାଇବାରେ ସକ୍ଷମ ହୋଇଥିଲା। ସେତେବେଳେ ମୋଦି ଲହରରେ ଦଳକୁ ୨ଟି ଆସନ ମିଳିଥିବା ବେଳେ ଏନଡିଏ ୩୬.୪୮% ଭୋଟ ପାଇ ୩୧ଟି ଆସନ ରେ ବିଜୟୀ ହୋଇଥିଲା, କିନ୍ତୁ ବିଜେପି ଜାଣେ ଯେ ଯେତେବେଳେ ପ୍ରତିଦ୍ୱନ୍ଦ୍ୱିତା ତ୍ରିକୋଣୀୟ ଥିଲା ସେତେବେଳେ ସେମାନେ ଏତେ ବଡ ବିଜୟ ପାଇଥିଲେ।

୨୦୧୯ ଲୋକସଭା ନିର୍ବାଚନରେ ନୀତୀଶ କୁମାର ବିଜେପି ସହ ହାତ ମିଳାଇବାମାତ୍ରେ ଏନଡିଏର ଭୋଟ ପ୍ରତିଶତ ପ୍ରାୟ ୧୮% ବୃଦ୍ଧି ପାଇ ୫୪.୩୪% ରେ ପହଞ୍ଚିଛି । ରାଜ୍ୟରେ ୪୦ଟି ଆସନରୁ ଏନଡିଏକୁ ୩୯ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ବିରୋଧୀଙ୍କଠାରୁ ମାତ୍ର ଗୋଟିଏ ଆସନ ମିଳିଥିଲା। ଏହି କାରଣରୁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି କୌଣସି ପରିସ୍ଥିତିରେ ନୀତୀଶଙ୍କୁ ଛାଡ଼ିବାକୁ ଚାହୁଁନାହିଁ।

ଏବେ ଜାଣନ୍ତୁ ନୀତୀଶ କୁମାରଙ୍କ ପାଇଁ କ’ଣ ରହିଛି ବିଜେପିର ଯୋଜନା

ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ରାଜ୍ୟ ନେତୃତ୍ୱ କୌଣସି ପରିସ୍ଥିତିରେ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ କରିବାକୁ ଚାହୁଁନାହାନ୍ତି। ଏହାର ସିଧାସଳଖ ପ୍ରଭାବ ଶ୍ରମିକଙ୍କ ଉପରେ ପଡ଼ିବ ବୋଲି ସେ ବିଶ୍ୱାସ କରୁଛନ୍ତି। ବିଜେପି ସଂଗଠନର ଜଣେ ଉପାଧ୍ୟକ୍ଷ ସ୍ତରୀୟ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ତାଙ୍କୁ ବିହାରରୁ କିପରି ବାହାର କରାଯିବ ତାହା ଏଠାକୁ ଆସିବା ପରେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

ଯଦି ବିଜେପି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ତାଙ୍କୁ ଏନଡିଏ ଆବାହକ ପଦ ପାଇଁ ଅଫର ଦିଆଯାଇପାରେ। ଲୋକସଭା ନିର୍ବାଚନ ପରେ ତାଙ୍କୁ ରାଜ୍ୟସଭା ଓ ଜେଡିୟୁର ୨ ଜଣ କେନ୍ଦ୍ରମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। ତେବେ ବିଜେପିର କୌଣସି ନେତା ଏ ନେଇ ଖୋଲାଖୋଲି କହିବାକୁ ରାଜି ହେଉନାହାନ୍ତି।

ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିପାରନ୍ତି ନୀତୀଶ କୁମାର, ବିଜେପିରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ

ତେବେ ନୀତୀଶ କୁମାର କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ସ୍ଥିତିରେ ବିଜେପି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବଜାୟ ରଖିପାରେ। ଏହା ସହିତ ବିଜେପିର ଦୁଇଜଣ ଡେପୁଟି ସିଏମ ରହିବେ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁଶୀଲ ମୋଦି ପୁଣିଥରେ ବିହାର ସରକାରକୁ ଫେରିପାରନ୍ତି। ଏମାନଙ୍କ ବ୍ୟତୀତ ବିଜେପି କୋଟାରୁ ୭-୮ ଜଣ ମନ୍ତ୍ରୀ ହୋଇପାରନ୍ତି। ତେବେ ଏମାନେ ନୂଆ ଚେହେରା ହେବେ ନା ପୁରୁଣା ଚେହେରା ତାହାର ପୁନରାବୃତ୍ତି ହେବ, କିନ୍ତୁ ବର୍ତ୍ତମାନ କୌଣସି ଦଳୀୟ ନେତା ସ୍ପଷ୍ଟଭାବେ କହିବାକୁ ପଛଘୁଞ୍ଚା ଦେଉନାହାନ୍ତି।

ଅମିତ ଶାହାଙ୍କ ଉପରେ ଦାୟିତ୍ୱ

ବିଜେପି ନେତାଙ୍କ କହିବା ଅନୁଯାୟୀ, ବିହାରରେ ଚାଲିଥିବା ସମଗ୍ର ରାଜନୈତିକ ଆନ୍ଦୋଳନର ଦାୟିତ୍ୱ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ହାତରେ ରଖିଛନ୍ତି। ପୂରା ଅପରେସନକୁ ଗୁପ୍ତ ରଖାଯାଇଛି । କୌଣସି ବିଜେପି ନେତାଙ୍କୁ ସର୍ବସାଧାରଣରେ ବାଇଟ୍ ଦେବାକୁ ବାରଣ କରାଯାଇଛି। ଏହି କାରଣରୁ କୌଣସି ନେତା ନୀତୀଶ କୁମାରଙ୍କ ବିରୋଧରେ କୌଣସି ଦୃଢ଼ ବୟାନ ଦେଉନାହାନ୍ତି କି ମେଣ୍ଟ ଉପରେ ଖୋଲାଖୋଲି କିଛି କହୁନାହାନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଇସ୍ତଫା ଦେଇ ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ନୀତିଶ କୁମାର

ନୂଆଦିଲ୍ଲୀ: ବିହାରରେ ନୀତୀଶ-ଲାଲୁ ମେଣ୍ଟ ଭାଙ୍ଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ ରବିବାର ପୂର୍ବାହ୍ନ ୧୦ଟାରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ। ସେମାନେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଜେଡିୟୁ କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାକୁ ନୀତିଶ ରାଜ୍ୟପାଳଙ୍କୁ କହିବେ। ଏହା ସହ ୨ ଜଣ ଡେପୁଟି ସିଏମ ମଧ୍ୟ ଶପଥ ନେବେ । ଦିଲ୍ଲୀରୁ ପାଟନାରେ ପହଞ୍ଚିଥିବା ବିଜେପିର ରାଜ୍ୟସଭା ସାଂସଦ ରାକେଶ ସିଂହ କହିଛନ୍ତି ଯେ ମୋଦିଙ୍କ ସୁଶାସନ ବିଶ୍ୱ ଦେଖିଛି। ଏବେ ବିହାରବାସୀ ମଧ୍ୟ ମୋଦିଙ୍କ ସୁଶାସନ ଦେଖିବାକୁ ଚାହୁଁଛନ୍ତି।

ଗୋଟିଏ ହାତରେ ଇସ୍ତଫା ଓ ଅନ୍ୟ ହାତରେ ସମର୍ଥନ ପତ୍ର ଦେବେ ନୀତୀଶ

ନୀତୀଶ କୁମାର ଗୋଟିଏ ହାତରେ ଇସ୍ତଫା ଦେବେ ଏବଂ ଅନ୍ୟପଟେ ସରକାର ଗଠନ ପାଇଁ ସମର୍ଥନ ପତ୍ର ଦେବେ। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସିବ। ଏହାପରେ ସେ ରାଜଭବନ ଯାଇ ଇସ୍ତଫା ଦେବେ। ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମର୍ଥନ ପତ୍ର ମଧ୍ୟ ଦେବେ। ଜେଡିୟୁର ପ୍ରାୟ ସମସ୍ତ ମନ୍ତ୍ରୀ ଏହାର ପୁନରାବୃତ୍ତି କରିବେ। ଆସନ୍ତାକାଲି କେବଳ ମୁଖ୍ୟମନ୍ତ୍ରୀ ଓ ଡେପୁଟି ସିଏମ୍ ଶପଥ ନେବେ।

ବିହାରରେ ଏପର୍ଯ୍ୟନ୍ତ ଖେଳ ହୋଇନାହିଁ: ତେଜସ୍ୱୀ ଯାଦବ

ପାଟନାରେ ଆରଜେଡି ବୈଠକବେଳେ ଉପମୁଖ୍ୟମନ୍ତ୍ରୀ ତଥା ଦଳୀୟ ନେତା ତେଜସ୍ୱୀ ଯାଦବ ଦଳୀୟ ନେତାମାନଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ମାନଜନକ ଥିଲେ ଏବଂ ଅଛନ୍ତି। ଅନେକ ଜିନିଷ ତାଙ୍କ (ନୀତୀଶ କୁମାର) ନିୟନ୍ତ୍ରଣରେ ନାହିଁ। ମହାମେଣ୍ଟରେ ଆରଜେଡିର ସହଯୋଗୀ ଦଳମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଉଥିଲେ। ମୁଖ୍ୟମନ୍ତ୍ରୀ ମୋ ସହିତ ମଞ୍ଚଉପରେ ବସି ପଚାରୁଥିଲେ, ‘୨୦୦୫ ପୂର୍ବରୁ ବିହାରରେ କ’ଣ ଥିଲା ? ଏବେ ଅଧିକ ଲୋକ ଆମ ସହିତ ଅଛନ୍ତି। ଦୁଇ ଦଶନ୍ଧି ମଧ୍ୟରେ ଯାହା ହୋଇନଥିଲା, ତାହା ଆମେ ଅଳ୍ପ ସମୟ ମଧ୍ୟରେ କରିଛୁ, ତାହା ଚାକିରି ହେଉ, ଜାତିଗତ ଜନଗଣନା ହେଉ, ସଂରକ୍ଷଣ ବୃଦ୍ଧି ଇତ୍ୟାଦି ହେଉ। ଏପର୍ଯ୍ୟନ୍ତ ବିହାରରେ ଖେଳ ଖେଳା ଯାଇନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର କେଉଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ କଲେଜ ଅଛି, ଓଡ଼ିଶାର କେତେ?

ନୂଆଦିଲ୍ଲୀ: ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ (ଏଆଇଏସଏଚଇ) ସର୍ଭେ ଅନୁଯାୟୀ, ସମଗ୍ର ଭାରତରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ମୋଟ ୪,୩୨,୬୮,୧୮୧ ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖ ସଂଧ୍ୟାରେ ଶିକ୍ଷା ମନ୍ତ୍ରାଳୟଦ୍ୱାରା ପ୍ରକାଶିତ ସରକାରଙ୍କ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ ୨୦୨୧-୨୨ ଅନୁଯାୟୀ, ଉତ୍ତରପ୍ରଦେଶରେ ଦେଶରେ ସର୍ବାଧିକ କଲେଜ ଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରହିଛି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭାରତରେ ସର୍ବାଧିକ କଲେଜ ଥିବା ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛନ୍ତି।

୨୦୧୧ ମସିହାରୁ ହୋଇଥିବା ଏଆଇଏସଏଚଇ ସର୍ଭେରେ ଭାରତରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଛି ଯାହା ଦେଶରେ ଉଚ୍ଚ ଶିକ୍ଷା ପ୍ରଦାନ କରୁଛି। ଏଆଇଏସଏଚଇ ଅଧୀନରେ ୩୨୮ଟି ବିଶ୍ୱବିଦ୍ୟାଳୟ (ଅନୁବନ୍ଧିତ) ଅଧୀନରେ ୪୫,୪୭୩ଟି କଲେଜ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୨୦୨୧-୨୨ ସର୍ଭେ ବର୍ଷରେ ୪୨,୮୨୫ଟି ପ୍ରତିକ୍ରିୟା ମିଳିଛି।

ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶରେ ୮,୩୭୫ଟି କଲେଜ ଥିବାବେଳେ ଗତବର୍ଷ ଏହା ୮,୧୧୪ଟି କଲେଜ ଥିଲା। ମହାରାଷ୍ଟ୍ର ୪,୬୯୨ କଲେଜ ସହ ଦ୍ୱିତୀୟ ସ୍ଥାନରେ ରହିଛି। କର୍ଣ୍ଣାଟକ ୪୪୩୦ କଲେଜ ସହ ତୃତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୩୯୩୪ କଲେଜ ସହ ଚତୁର୍ଥ ସ୍ଥାନରେ ରହିଛି। ତାମିଲନାଡୁରେ ୨୮୨୯ଟି କଲେଜ ସହ ପଞ୍ଚମ ସ୍ଥାନରେ ରହିଛି।

ମଧ୍ୟପ୍ରଦେଶ ୨୭୦୨ କଲେଜ ସହ ଷଷ୍ଠ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ୨୬୦୨ ଟି କଲେଜ ସହ ସପ୍ତମ ସ୍ଥାନରେ ଥିବାବେଳେ ଗୁଜରାଟରେ ୨୩୯୫ ଟି କଲେଜ ରହିଛି। ନବମ ଓ ଦଶମ ସ୍ଥାନରେ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଯଥାକ୍ରମେ ୨୦୮୩ କଲେଜ ଓ ୧୫୧୪ କଲେଜ ରହିଛନ୍ତି।

ସର୍ବେକ୍ଷଣରେ ସାମିଲ ହୋଇଥିବା ମୋଟ ୪୨,୮୨୫ ଟି କଲେଜ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ କଲେଜ ସାଧାରଣ, ୮.୭ ପ୍ରତିଶତ କଲେଜ ଶିକ୍ଷା କିମ୍ବା ଶିକ୍ଷକ ଶିକ୍ଷାରେ ବିଶେଷଜ୍ଞ, ୬.୧ ପ୍ରତିଶତ କଲେଜ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଅନୁଷ୍ଠାନ, ୪.୩ ପ୍ରତିଶତ ନର୍ସିଂ କଲେଜ ଏବଂ ୩.୫ ପ୍ରତିଶତ ମେଡିକାଲ କଲେଜ ରହିଛି। ୪୨,୮୨୫ଟି କଲେଜ ମଧ୍ୟରୁ ୧୪,୧୯୭ଟି କଲେଜରେ ପିଜି ପାଠ୍ୟକ୍ରମ ଓ ୧,୦୬୩ଟି କଲେଜରେ ପିଏଚଡ଼ି ନାମଲେଖା ହୋଇଛି।

ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାରେ ସର୍ବାଧିକ ୧୧୦୬, ଜୟପୁରରେ ୭୦୩, ହାଇଦ୍ରାବାଦରେ ୪୯୧, ପୁଣେରେ ୪୭୫, ପ୍ରୟାଗରାଜରେ ୩୯୮, ରଙ୍ଗାରେଡ୍ଡିରେ ୩୪୯, ଭୋପାଳରେ ୩୪୪, ଗାଜିପୁରରେ ୩, ସିକରରେ ୩୩୦ ଓ ନାଗପୁରରେ ୩୨୬ କଲେଜ ରହିଛି।
ସମଗ୍ର ଭାରତରେ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକରେ ମୋଟ ନାମଲେଖା ୪,୩୨,୬୮,୧୮୧ ବୋଲି ଆକଳନ କରାଯାଇଛି, ଯେଉଁଥିରୁ ୯୬,୩୮,୩୪୫ ବିଶ୍ୱବିଦ୍ୟାଳୟ ଏବଂ ସେମାନଙ୍କର ସାଂଗଠନିକ ୟୁନିଟରେ ଅଛି। ସେହିପରି ୩,୧୪,୫୯,୦୯୨ କଲେଜରେ ଓ ଏକାକୀ ଅନୁଷ୍ଠାନରେ ୨୧,୭୦,୭୪୪ଟି ରହିଛି।

ଓଡ଼ିଶାରେ କେତେ କଲେଜ ରହିଛି?

ଓଡ଼ିଶାରେ ମୋଟ ୧୨୭୩ଟି କଳେଜ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୪୨ଟି ଥିବାବେଳେ ବାଲେଶ୍ୱରରେ ୯୭ଟି, ଗଞ୍ଜାମରେ ୯୫ଟି ଓ କଟକରେ ୯୩ଟି କଲେଜ ରହିଛି। ବଉଦ ଜିଲ୍ଲାରେ ସର୍ବନିମ୍ନ ୭ଟି କଲେଜ ରହିଛି। ସେହିପରି ରାଜ୍ୟରେ ୩୮ଟି ବିଶ୍ୱବିଦ୍ୟାଳୟ ରହିଛି।

Categories
ଆଞ୍ଚଳିକ

ସୁମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାପତି ସୁଶାନ୍ତ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶିବଶଙ୍କର ବାରିକ, ମୁଖ୍ୟ ବକ୍ତାଭାବେ ପ୍ରଦୀପ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ସୁଶିଲ୍ କୁମାର ବିଶ୍ଵାଳ, ଆରତ କୁମାର ବେହେରା, ବିନୋଦ କୁମାର ଗୌଡ,
ବି ଏଫ୍ ଟି ରବୀନ୍ଦ୍ରନାଥ ସାହୁ, ବିଷ୍ଣୁ ପ୍ରସାଦ କହର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କ୍ରୀଡା ର ମହତ୍ତ୍ଵ ଏବଂ ସାଧାରଣତନ୍ତ୍ର ଦିବସର ମହତ୍ଵ ଆଦି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ବିଭିନ୍ନ କ୍ରୀଡା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସୁଶିଲ କୁମାର ବିଶ୍ଵାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରଞ୍ଜୟ ପ୍ରଧାନ, ଗୋବିନ୍ଦ ସ୍ଵାଇଁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।