Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୪୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୧ ହଜାର ୩୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୯୮୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୦୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୮ ଟି ଜିଲ୍ଲାରୁ ୧ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୮୩ ଜଣ, କଟକ ଜିଲ୍ଲାରୁ ୧୩୨; ଜଣ, ଅନୁଗୁଳ ଜିଲ୍ଲାରୁ ୫୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୩ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦ ଜଣ, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୧ ଜଣ, ଯାଜପୁର ଜିଲ୍ଲାରୁ ୩୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୮ ଜଣ, କେନ୍ଦୁଝର ଜିଲ୍ଲାରୁ ୧୭ ଜଣ, ମାଲକାନଗିରି ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୨୮ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୩୪ ଜଣ, ରାୟଗଡା ଜିଲ୍ଲାରୁ ୨୬ ଜଣ, ସମ୍ବଲପୁର ଜିଲ୍ଲାରୁ ୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତା 23 ତାରିଖରୁ ଭୁବନେଶ୍ବରର ଖୋଲିବା ସମସ୍ତ ଧର୍ମ ଅନୁଷ୍ଠାନ, ବିଏମସି ଦେଲା ଅନୁମତି

ଭୁବନେଶ୍ବର, ବହୁଦିନର ପ୍ରତିକ୍ଷା ପରେ ଶେଷରେ ସମସ୍ତ ଧର୍ମ ଅନୁଷ୍ଠାନ ଖୋଲିବ। ଆସନ୍ତା 23 ତାରିଖରେ ମନ୍ଦିର ସହିତ ସମସ୍ତ ଧର୍ମ ଅନୁଷ୍ଠାନ ଖୋଲିବାକୁ ବିଏମସି ଅନୁମତି ଦେଇଛି। ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ଭକ୍ତମାନେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ।

ଭକ୍ତମାନେ ଧାଡି ଦର୍ଶନ କରିବା ପାଇଁ ମନ୍ଦିର କର୍ତ୍ତୁପକ୍ଷ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଦର୍ଶନ ସମୟରେ ଭକ୍ତମାନେ ଶାରୀରିକ ଦୂରତା ମଧ୍ୟରେ ଯିବା ପାଇଁ ନିର୍ଦ୍ଦେଶ କରାଯାଇଛିି। ତେବେ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି। ସେମାନେ କଟକଣାକୁ ଠିକ ଭାବେ ଲାଗୁ କରିବାର ନିଶ୍ଚିତ ହେବା ପରେ ଖୋଲିବେ ବୋଲି ବିଏମସି ତରଫରୁ କୁହାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମଙ୍ଗଳବାରରେ ଖୋଲିଲା ମା ତାରିଣୀ ମନ୍ଦିର, ଭୋଗ ହେବ ନି, କେବଳ ଦର୍ଶନ

ଭୁବନେଶ୍ବର, ଆଜି ମଙ୍ଗଳବାରରେ ଓଡିଶାର ପ୍ରତିଷ୍ଠାତ ଘଟଗାଁ ମା ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି। କରୋନା ପାଇଁ ଏହି ମନ୍ଦିର ଦୀର୍ଘ ମାସ ଧରି ବନ୍ଦ ରହିଥିଲା। ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି।

ତେବେ ଭକ୍ତମାନେ କେହି ପୂଜା କରିପାରିବେ ନାହିଁ। ଧାଡିରେ ଶାରୀରିକ ଦୂରତାରେ ରହି ମାଙ୍କର କେବଳ ଦର୍ଶନ କରିପାରିବେ। ସେଥିପାଇଁ ଏକ ଗାଇଡ ଲାଇନ ଜାରୀ କରାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଧାଡିରେ ଯିବା ପାଇଁ ସେଠାରେ ବାରିକେଟ ବ୍ୟବସ୍ଥା ମଧ୍ୟ କରାଯାଇଛି।

Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 10 ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

ମେଷ: – କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ବାସ୍ତୁ ଅନୁଯାୟୀ ପରିବର୍ତ୍ତନ କର, ତୁରନ୍ତ ଲାଭ ମିଳିବ । ଯାତ୍ରା ଯୋଗ ଯୋଗ କରାଯାଉଛି । ଅତି ନିକଟ ବ୍ୟକ୍ତିଙ୍କ ଠାରୁ ଶାରୀରିକ ଏବଂ ମାନସିକ କ୍ଷତି ହୋଇପାରେ ।  ପରୋପକାରୀ କାର୍ଯ୍ୟରେ ଜଡିତ ହେବେ ।

ବୃଷ: – ଉନ୍ନତ ପ୍ରଗତି ପାଇଁ ଆପଣଙ୍କର ଆଚରଣ ଏବଂ କାର୍ଯ୍ୟ ପ୍ରଣାଳୀ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ଗୋଟିଏ ଥରରେ ଗୋଟିଏ କାମ କର । ଅଧିକାରୀମାନେ ପ୍ରଭାବିତ ହେବେ। ଆପଣ ବୈଦ୍ୟୁତିକ ଉପକରଣ କିଣି ପାରିବେ ।

ମିଥୁନ: – ଗ୍ରହ ଅନୁକୂଳ ଅଟେ । ଆଜି ଆପଣଙ୍କ କାର୍ଯ୍ୟରେ ଗତିଶୀଳ ହେବ । ମନ ଖୁସି ହେବ । ପ୍ରେମ କାର୍ଯ୍ୟରେ ଆପଣ ସଫଳତା ପାଇପାରିବେ । ପରିବାର ସହାୟତା ଉପଲବ୍ଧ ହେବ । ଆବଶ୍ୟକ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରନ୍ତୁ ।

କର୍କଟ: – ତୁମର ସଫଳତା ପଛରେ, ତୁମର କଠିନ ପରିଶ୍ରମ ସହିତ ଅନେକ ଲୋକଙ୍କ ସହଯୋଗ ଅଛି । ସ୍ୱାସ୍ଥ୍ୟ ପାଇଁ ଟଙ୍କା ଖର୍ଚ୍ଚ ହେବ । ପାରିବାରିକ ଘଟଣା ଦ୍ୱାରା ଦୂରତା ଲିଭାଯାଇପାରିବ । ଶତ୍ରୁ ଶ୍ରେଣୀ ସକ୍ରିୟ ହେବେ ।

ସିଂହ: – ଆଇନଗତ ପ୍ରତିବନ୍ଧକ ଥାଇପାରେ । କିଛି ବିଷୟରେ ଅଶାନ୍ତ ରହିବ । ତୈଳ ବ୍ୟବସାୟୀମାନେ ଆଜି ଅଧିକ ଲାଭ ପାଇବାକୁ ସକ୍ଷମ ହେବେ। ବିଦେଶ ଯିବାର ସୁଯୋଗ ଅଛି। ନୂତନ ବ୍ୟବସାୟ ଆରମ୍ଭ ହେବ ।

କନ୍ୟା: – ଜୀବନ ବହୁତ ଛୋଟ । ତୁମର ଭୁଲଗୁଡ଼ିକୁ ଠିକ୍ ସମୟରେ ସଂଶୋଧନ କର । ଅନେକ ଦିନ ଧରି ଅଟକି ରହିଥିବା ସମସ୍ୟା ଆଜି ସମାଧାନ ହୋଇପାରିବ । ଆପଣ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟି ପାରିବେ ।

ତୂଳା: – ଚିନ୍ତା ଛାଡିଦିଅ, ଯାହା ଘଟିବ ତାହା ଭଲ ହେବ । ବୃଥା ଭାବିବା ବନ୍ଦ କର । ତୁମର ବକ୍ତବ୍ୟରେ ନିୟନ୍ତ୍ରଣ ରଖ, କାମ ସଫଳ ହେବ । ତୁମର ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି, ସାବଧାନ ରୁହ । ଆପଣ ହନୁମାନଙ୍କର ସେବା ଦ୍ୱାରା ଉପକୃତ ହେବେ ।

ବିଛା : – ଆଜି ପଡ଼ୋଶୀମାନଙ୍କ ସହିତ ବିବାଦ ହୋଇପାରେ । ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଡାକ୍ତର ପରିବର୍ତ୍ତନ କରିବାକୁ ପଡିପାରେ । ମଜା ମଜିଲିସ ପାଇଁ ଟଙ୍କା ଖର୍ଚ୍ଚ ହେବ । ଉପହାର ମିଳିପାରିବ। ଲୋକଙ୍କ ସହିତ ଯୋଗାଯୋଗ ବୃଦ୍ଧି ପାଇବ । ଯାନର ଆନନ୍ଦ ସମ୍ଭବ ।

ଧନୁ: – ସମୟର ଅସ୍ଥିରତା ଦ୍ୱାରା ତୁମେ ଅସୁବିଧାରେ ପଡ଼ିବ । ପରିବାରରେ ସମସ୍ୟାର ସମାଧାନ ହେବ । ଥିଏଟର ସହିତ ଜଡିତ ଲୋକଙ୍କ ମୂଲ୍ୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଏକ ମନୋରମ ପରିବେଶ ରହିବ । ଟଙ୍କା ପାଇବାର ସମ୍ଭାବନା ଅଛି ।

ମକର : – କୈଣସି ଅଜ୍ଞାତ ବ୍ୟକ୍ତିଙ୍କୁ ବିଶ୍ବାସ କର ନାହିଁ । ଆଜି ବି କାମ ଶେଷ ହେବ ନାହିଁ। ତୁମର ଡାଏଟ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନିଅ । ହଠାତ୍ ଖର୍ଚ୍ଚ ହେତୁ ବଜେଟ୍ ପ୍ରଭାବିତ ହେବ। ବିନା କାରଣରେ କାହା ସହିତ ଯୁକ୍ତିତର୍କ ହୋଇପାରେ ।

କୁମ୍ଭ: – ବ୍ୟବସାୟରେ ଉନ୍ନତି ପାଇଁ ସୁଯୋଗ ଅଛି । କାର୍ଯ୍ୟରେ ଆସୁଥିବା ଅସୁବିଧାରୁ ଆପଣ ସହଜରେ ମୁକ୍ତି ପାଇବେ । ବ୍ୟବସାୟୀଙ୍କ ପାଇଁ ସମୟ ଆଜି ଉପଯୁକ୍ତ ଅଟେ । ଜଣେ ଚାଣକ୍ୟ ପରି ବ୍ୟକ୍ତିଙ୍କର ଉପଦେଶ ଗ୍ରହଣ କରାଯାଇପାରେ ।

ମୀନ: – ଧର୍ଯ୍ୟବାନ ହୁଅ, ଶୀଘ୍ର କ୍ଷତି ହୋଇପାରେ । ଆପଣ ଆଇନଗତ କାର୍ଯ୍ୟରେ ଜଡିତ ହେବାର ସମ୍ଭାବନା । ଛୋଟ ପ୍ରସଙ୍ଗରେ ବିବାଦ ସମ୍ଭବ । ଭାଇଭଉଣୀଙ୍କ ସହିତ ସମୟ ଅତିବାହିତ ହେବ ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତର ଅଲିମ୍ପିକ୍ସ ପଦକ ବିଜେତାମାନଙ୍କୁ ନୂଆଦିଲ୍ଲୀରେ ଦିଆଗଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ, ଅଶୋକା ହୋଟେଲ ପରିସରରେ ଆୟୋଜିତ ଏକ ଭବ୍ୟ ସାନ୍ଧ୍ୟକାଳୀନ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସାତ ଅଲିମ୍ପିକ୍ସ ପଦକ ବିଜେତା-ନୀରଜ ଚୋପ୍ରା, ରବି କୁମାର ଦହିୟା, ମୀରାବାଈ ଚାନୁ, ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ଲଭଲିନ ବୋର୍ଗୋହେନ ଏବଂ ଜାତୀୟ ପୁରୁଷ ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ସନ୍ଦିପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବର୍ଣ୍ଣ ପଦକ ବିଜେତା ନୀରଜ, ରୌପ୍ୟ ପଦକ ବିଜେତା ରବି, ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ, ଲଭଲିନ ଓ ମନପ୍ରୀତ ଦୀର୍ଘ ବିମାନ ଯାତ୍ରା ପରେ ଆଜି ସ୍ବଦେଶ ଫେରିଛନ୍ତି। ସେମାନେ ଗତ ରାତିରେ ଟୋକିଓ 2020ର ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହିତ ଅନ୍ୟ ପଦକ ବିଜେତା ମୀରାବାଈ ଏବଂ ସିନ୍ଧୁ ଉପସ୍ଥିତ ଥିଲେ।

କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, “ଟୋକିଓ 2020 ଏପରି ଏକ ଅଲିମ୍ପିକ୍ସ କ୍ରୀଡ଼ା ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଅନେକଗୁଡ଼ିଏ ଉପଲବ୍ଧି ହାସଲ କରିଛି। କ୍ରୀଡ଼ା କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ନୂତନ ଭାରତ କିପରି ଭାବେ ବିଶ୍ବରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ତାହା ଟିମ ଇଣ୍ଡିଆର ସଫଳତାରେ ପ୍ରତିଫଳିତ ହୋଇଛି ।

ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌଚାଳନା ପ୍ରତିଯୋଗୀ ନୀତାରା କୁମାନନ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା, ପ୍ରଥମ ଭାରତୀୟ ଫେନ୍ସର ଭାବନା ଦେବୀ ଅଲିମ୍ପିକ୍ସ ଖେଳିବା, ଅଶ୍ବଚାଳନାରେ ଭାରତର ଫଓ୍ବଦ ମିର୍ଜା ଶ୍ରେଷ୍ଠ ସ୍ଥାନ ହାସଲ କରିବା, ରୋଇଂରେ ଭାରତୀୟମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା, ଭାରତୀୟ ଗଲ୍ଫ ଖେଳାଳୀ ଅଦିତି ଜଣେ ଭାରତୀୟ ଭାବେ ସର୍ବୋଚ୍ଚ ସ୍ଥାନ ହାସଲ କରିବା ଏବଂ ଷ୍ଟିପଲଚେଜରେ ଅବିନାଶ ସାବଲେ ଜାତୀୟ ରେକର୍ଡ କରିବା ମଧ୍ୟ ଭାରତ ପାଇଁ ପ୍ରଥମ ଉପଲବ୍ଧି ଥିଲା।

କିରେନ ରିଜିଜୁ ସମସ୍ତ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ଭାରତ 2028 ଅଲିମ୍ପିକ୍ସ ସୁଦ୍ଧା ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ ହେବ ବୋଲି ଦୃଢ଼ବିଶ୍ବାସ ପ୍ରକଟ କରିଥିଲେ। 41 ବର୍ଷ ପରେ ହକିରେ ପଦକ ଜିତିବା ଏବଂ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ସେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରମାଣିକ ଉଚ୍ଚପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆପଣମାନେ ଭାରତକୁ ଗୌରବାନ୍ବିତ କରିଛନ୍ତି। ଏହା ଏକ ଐତିହାସିକ ଏବଂ ସ୍ମରଣୀୟ ମୁହୂର୍ତ୍ତ ଯାହାକି ଆଗାମୀ ପିଢ଼ିକୁ ପ୍ରତିଯୋଗିତା ମୂଳକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଓ ଦେଶକୁ ଗୌରବାନ୍ବିତ କରିବା ପାଇଁ ଅନୁପ୍ରାଣିତ କରିବ।

ଚଳିତ ଥର ପ୍ରଥମ ଥର ପାଇଁ ଭାରତର ନୀରଜ ଚୋପ୍ରା 87.58 ମିଟର ଦୂରକୁ ଜାଭେଲିନ ଫିଙ୍ଗି ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ଆଥଲେଟିକ୍ସରେ କେବଳ ସ୍ବାଧୀନ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ନୁହେଁ ବରଂ ଜଣେ ଭାରତୀୟ ଆଥଲେଟଙ୍କ ଦ୍ବାରା ସର୍ବପ୍ରଥମ ପଦକ।

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଛନ୍ତି। ସେ 2016 ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ବେଳେ ଟୋକିଓ 2020ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି କିମ୍ବଦନ୍ତୀ କର୍ଣ୍ଣମ ମାଲେଶ୍ବରୀଙ୍କ ପରେ ମୀରାବାଈ ଚାନୁ ଦ୍ବିତୀୟ ଭାରୋତ୍ତୋଳନକାରୀ ଭାବେ ଦେଶ ପାଇଁ ପଦକ ଆଣିଥିବା ବେଳେ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି 1980 ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଦୀର୍ଘ ଚାରି ଦଶନ୍ଧି ପରେ ହକିରେ ପ୍ରଥମ ପଦକ ହାସଲ କରିପାରିଛି। ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଚଳିତ ଥର 128 ଜଣ କ୍ରୀଡ଼ାବିତ ଭାରତ ପକ୍ଷରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ସର୍ବାଧିକ 7ଟି ପଦକ ହାସଲ କରିଛନ୍ତି।

ରବି ଦହିୟା ଦ୍ବିତୀୟ କୁସ୍ତିଯୋଦ୍ଧା ଭାବେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟୀ ହୋଇପାରିଛନ୍ତି। ସେହିପରି ମ୍ୟାରିକମଙ୍କ ପରେ ଲଭଲିନ ବୋର୍ଗୋହେନ ଦ୍ବିତୀୟ ମହିଳା ବକ୍ସର ଭାବେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମୋଟ ଉପରେ ତୃତୀୟ ଭାରତୀୟ ବକ୍ସର ଭାବେ ଅଲିମ୍ପିକ୍ସ ପଦକ ହାସଲ କରିଛନ୍ତି।

ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ ପ୍ରଥମ ଭାରତୀୟ ଫେନ୍ସର ଭାବେ ଭବାନୀ ଦେବୀ ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ନୀତ୍ରା କୁମାନନ ପ୍ରଥମ ଭାରତୀୟ ମହିଳା ନୌଚାଳକ ଭାବେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ସେହିପରି ଅଦିତି ଅଶୋକ ଗଲ୍ଫ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହି ଭାରତୀୟ ଭାବେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇଂଲଣ୍ଡ କ୍ରିକେଟ ଅଧିନାୟକଙ୍କ ଚିତ୍ରକଳା ପ୍ରତିଯୋଗିତା ପାଇଁ ବାଣପୁର ଝିଅ ସମୀକ୍ଷାଙ୍କୁ ଆମନ୍ତ୍ରଣ: ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଏକ ଓଡିଆ ଝିଅଙ୍କୁ ବଡ ସଫଳତା ମିଳିଛି। ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଆୟୋଜିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଆ ଝିଅ ସମୀକ୍ଷା ପଣ୍ଡା ସଫଳତା ହାସଲ କରିଛନ୍ତି। ୧୦ ଟି ଦେଶର ୩୦୦ ପ୍ରତିଯୋଗୀଙ୍କୁ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତର ଏକମାତ୍ର ପ୍ରତିଯୋଗୀ ସଫଳତା ଅର୍ଜ୍ଜନ କରିଛନ୍ତି। ସମୀକ୍ଷା ପଣ୍ଡା ବିଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ମନୋଜ କୁମାର ପଣ୍ଡା ଓ ରାଜସ୍ମିତା ଆଚାର୍ଯ୍ୟଙ୍କ ଏକମାତ୍ର କନ୍ୟା ହେଉଛନ୍ତି ସମୀକ୍ଷା। ତାଙ୍କର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଏସଡିଏ ସ୍କୁଲର ସେ ଅଷ୍ଟମ ଶ୍ରେଣୀରେ ଛାତ୍ରୀ। ସୁଶ୍ରୀ ସମୀକ୍ଷା ପଣ୍ଡାଙ୍କ ଏହି ସଫଳତା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମନ ଖାନ ଓ କ୍ରିକେଟ ତାରକା ବିରାଟ କୋହଲି, ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା, ବ୍ରୋଞ୍ଜ ବିଜେତା ପିଭି ସିନ୍ଧୁଙ୍କ ଭଳି ଅନେକ ସେଲିବ୍ରିଟ ଅଭିନନ୍ଦନ ଜଣାଇଛନ୍ତି।

ଗତକାଲି ଅନଲାଇନ ଯୋଗେ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ଆଜି ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୨ୟ ସ୍ଥାନ ଅଧିକାର କରି ଦେଶ ଓ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଲଓ୍ବେ ଷ୍ଟେସନ୍ ବ୍ରିଜ୍ ନିକଟରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଲୱେ ଷ୍ଟେସନ ବ୍ରିଜ ପାଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରକ୍ ଟି କେଉଁଠୁ ଆସୁଥିଲା ଜଣାପଡ଼ି ନାହିଁ। ଟ୍ରକ୍ ର ଡ୍ରାଇଭର ଓ ହେଲପର ଫେରାର ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ: ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବାକୁ ଦେଲେ ଚେତାବନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି। ଏହାସହ ବଦଳି ହୋଇଥିବା ଫାର୍ମାସିଷ୍ଟଙ୍କୁ ପୁନଃ ଉକ୍ତ ସ୍ଥାନରେ ଅବସ୍ଥାପିତ କରେଇବା ପାଇଁ ଗ୍ରାମବାସୀଙ୍କ ଦାବି ହୋଇଛି। ଯଦି ପ୍ରଶାସନ ଏହି ବିଷୟରେ ବିଚାର ନକରେ, ତେବେ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ବାଣପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ ଯେ, ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରମୋଦ ଦେହୁରୀ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ। ଶ୍ରୀ ଦେହୁରୀଙ୍କ ସେବାକୁ ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ଜନସାଧାରଣ ମାନେ ବେଶ ଭଲ ପାଉଥିଲେ। ଦିନ ରାତି ୨୪ ଘଣ୍ଟା ଶ୍ରୀ ଦେହୁରୀ ଜନସାଧାରଣଙ୍କ ସେବା ପାଇଁ ତତ୍ପର ଥିଲେ। ତେବେ ନିକଟରେ ତାଙ୍କ ବଦଳି ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହୋଇଯାଇଛି।  ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଉଭୟ ପଞ୍ଚାୟତବାସି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତବାସି।

ଏହି ପରିପ୍ରେକ୍ଷୀରେ ଉକ୍ତ ବଦଳିକୁ ବାତିଲ ଏବଂ ପ୍ରମୋଦ ଦେହୁରୀଙ୍କୁ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁନଃ ସ୍ଥାପନ ଦାବିରେ ଆଜି ଅପରାହ୍ନରେ ଭାଲିଆପଡା ଗ୍ରାମରେ ଉଭୟ ପଞ୍ଚାୟତର ଶହ ଶହ ଜନସାଧାରଣଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ମାନେ ଏକ ସ୍ୱରରେ ଶ୍ରୀ ଦେହୁରୀଙ୍କ ଉଦ୍ଦେଶ୍ୟମୂଳକ ବଦଳିକୁ ନିନ୍ଦା କରିବା ସହ ତାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ମତ ରଖିଥିଲେ। ଆଗାମୀ ଦିନରେ ଏ ବିଷୟକୁ ନେଇ ଜନସାଧାରଣ ମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ଉକ୍ତ ବୈଠକରେ ପୂର୍ବତନ ସମିତି ସଭ୍ୟ ଶତ୍ରୁଘ୍ନ ସାହୁ, ଗୋ ସେବକ ଉମାକାନ୍ତ ସାହୁ, ସମାଜସେବି ଭାସ୍କର ଦାସ, ସନ୍ତୋଷ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ବିଜେପି ବିରିଜାଈ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ଭୋଳ ଏବଂ ଭେଟେଶ୍ଵର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ଅନୁରୂପ ଭାବେ ଏ ବିଷୟ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ରମାକାନ୍ତ ନାୟକଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବଦଳି ହୋଇଥିବାର ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅନନ୍ତନାଗ: ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାଲ ଚୌକରେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାମ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀ ଜବାହରା ବୋଲି ଜଣାପଡିଛି। ଉଭୟ ପଞ୍ଚାୟତ ସଦସ୍ୟ ଥିଲେ। ପୋଲିସ କହିଛି ଯେ ଲଶ୍କର-ଏ-ତୋଇବା ଏହି ହତ୍ୟାକାଣ୍ଡ ଘଟାଇଛି। ଏହି ହତ୍ୟାକୁ ନିନ୍ଦା କରି ଉପ ରାଜ୍ୟପାଳ କହିଛନ୍ତି ଯେ ଅପରାଧୀଙ୍କୁ ଶୀଘ୍ର କଡା ଜବାବ ଦିଆଯିବ।

ପୋଲିସର ସୂଚନାନୁସାରେ, ବନ୍ଧୁକଧାରୀମାନେ ଲାଲ ଚୌକ ଅନନ୍ତନାଗରେ ରେଡୱାନି କୁଲଗାମର ସରପଞ୍ଚ ଥିବା ବିଜେପି ନେତା ଗୁଲାମ ରସୁଲ ଦାରଙ୍କ ଭଡା ଘରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ ଏବଂ ଆଖିବୁଜା ଗୁଳି ଚଳାଇଥିଲେ। ଉଭୟ ଦାର ଏବଂ ତାଙ୍କ ପତ୍ନୀ ଜବାହୀରା ଗୁରୁତର ଆହତ ହୋଇ ଜିଏମସି ଅନନ୍ତନାଗକୁ ନିଆଯାଇଥିଲେ ମଧ୍ୟ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୋଲିସ୍ ଇନ୍ସପେକ୍ଟର ବିଜୟ କୁମାର ଘଟଣାସ୍ଥଳକୁ ଯାଇ କହିଛନ୍ତି ଯେ, ବିଜେପି ସରପଞ୍ଚ ଏବଂ ତାଙ୍କ ପତ୍ନୀ (ପଞ୍ଚ) ନିକଟରେ ଏକ ସୁରକ୍ଷିତ ହୋଟେଲରେ ରହୁଥିଲେ ଏବଂ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ ଘରେ ରହିବାକୁ ଅନୁମତି ଦିଆଯାଇଥିଲା।

ବିଜେପି ନେତାଙ୍କ ନିର୍ଦ୍ଦୟ ହତ୍ୟାକୁ ନିନ୍ଦା କରି ବିଜେପି ମୁଖପାତ୍ର ଅଲତାଫ ଠାକୁର କହିଛନ୍ତି ଯେ ଦାର କେବଳ ପଞ୍ଚାୟତ ସହ ଜଡିତ ନୁହଁନ୍ତି, ବରଂ ଭାରତୀୟ ଜନତା ପାର୍ଟିର କିସାନ ମୋର୍ଚ୍ଚାର ଜିଲ୍ଲା ସଭାପତି ମଧ୍ୟ ଥିଲେ।

ପିଡିପି ସଭାପତି ମେହବୁବା ମୁଫତି, ପିପୁଲ୍ସ କନଫେରନ୍ସ ସଭାପତି ସାଜଜାଦ ଲୋନ ମଧ୍ୟ ଏହି ହତ୍ୟାକୁ ନିନ୍ଦା କରିବା ସହ ଏହି ହତ୍ୟାକାଣ୍ଡରୁ ସେ ଅତ୍ୟନ୍ତ ନିରାଶ ହୋଇଥିବା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୪୭୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୪୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୪୦, କଟକରୁ ୧୮୦, ପୁରୀରୁ ୧୪୬, ଜଗତସିଂହପୁରରୁ ୧୦୬, ବାଲେଶ୍ବରରୁ ୯୭, ଯାଜପୁରରୁ ୭୭, ଭଦ୍ରକରୁ ୪୯, ମୟୂରଭଞ୍ଜରୁ ୪୦, ନୟାଗଡରୁ ୩୨, ଅନୁଗୁଳରୁ ୩୧, ସୁନ୍ଦରଗଡରୁ ୨୪, ଢେଙ୍କାନାଳରୁ ୨୩, କନ୍ଧମାଳରୁ ୨୦, କେନ୍ଦୁଝରରୁ ୨୦, କେନ୍ଦ୍ରାପଡାରୁ ୧୮, ସମ୍ବଲପୁରରୁ ୧୧, ସୋନପୁରରୁ ୧୧, ନବରଙ୍ଗପୁରରୁ ୯, ରାୟଗଡାରୁ ୯, ଦେବଗଡରୁ ୮, ଗଞ୍ଜାମରୁ ୭, କୋରାପୁଟରୁ ୭, ଗଜପତିରୁ ୬, ମାଲକାନଗିରିରୁ ୬, ବରଗଡରୁ ୨, ବୌଦ୍ଧରୁ ୨, ବଲାଙ୍ଗୀରିରୁ ୧, ଝାରସୁଗୁଡାରୁ ଏବଂ ଷ୍ଟେଟ ପୁଲରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୧ ହଜାର ୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୯ ହଜାର ୯୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୪୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୦୧ କୁ ବୃଦ୍ଧି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କ୍ରାନ୍ତି ଦିବସରେ ଅଣ ସଂଗଠିତ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସର ବିଧାନସଭା ଘେରାଉ

ଭୁବନେଶ୍ୱର, ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ସଂସଦ ଘେରାଉ ହେଉଥିବା ବେଳେ ଅଣ ସଂଗଠିତ ମାନଙ୍କର ମୌଳିକ ଅଧିକାର କୁ ନେଇ ଆଜି କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ରାଜ୍ୟର ସମସ୍ତ ଜିଲ୍ଲା କମିଟି ନେତୃବୃନ୍ଦ ବିଧାନସଭା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ଏ.ଆଇ.ୟୁ.ଡବ୍ଲୁ.ସି ର ରାଜ୍ୟ ଉପଧ୍ୟକ୍ଷା ଜ୍ୟୋତ୍ସନା ସେନାପତି, ରାଜ୍ୟ ସଂପାଦକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଉପସ୍ଥିତ ଥିଲେ।

ନିର୍ମାଣ ଶ୍ରମିକ, କୃଷି, ମନରେଗା, ଉଠା ଦୋକାନୀ, ଘରୋଇ ଶ୍ରମିକ ଭାବେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧.୬୨ କୋଟି ଅଣସଂଗଠିତ ଶ୍ରମିକ କାର‌୍ୟ୍ୟ କରୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଁ ଭାଁ ୮୦ଲକ୍ଷ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜିକୃତକରି ଧର୍ମକୁ ଆଖିଠାର ମାରିଥିବା ପ୍ରତିବାଦରେ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ମନରେଗାରେ ଚାଲିଥିବା ମାଫିଆରାଜ ବନ୍ଦ କରିବା, ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜିକୃତ କରିବା ସହିତ ପଞ୍ଜିକୃତ ଅଣସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଓ ମନରେଗାରେ କାର‌୍ୟ୍ୟକରୁଥିବା ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ଓ ସେମାନଙ୍କୁ କୋଭିଡ ସହାୟତା ରାଶି ଯୋଗାଇ ଦେବା, ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ସହିତ ସେମାନଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ କ୍ଷତିପୂରଣ ଯୋଗାଇଦେବା ରାଜ୍ୟରେ ସମସ୍ତ ପଞ୍ଜିକୃତ ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କୁ କୋଭିଡ ମହାମାରୀରେ ଆର୍ଥିକ ସହାୟତା ଯୋଗାଇଦେବା ସମେତ ୯ ଦଫା ଦାବିକୁ ନେଇ ବିଧାନସଭା ଘେରାଓ ସହିତ ମାନ୍ୟବର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଏକ ପ୍ରତିବାଦ ସଭା ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ପ୍ରଦେଶ ଅଣସଂଗଠିତ ଶ୍ରମିକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, କୃଷ୍ଣ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ଜେନା, ସଂଯୋଜିକା ନିରୁପମା ଦାସ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଅଧ୍ୟକ୍ଷ ସର୍ବଶ୍ରୀ ବିକାଶ କୁମାର ଦାସ, ନିରଞ୍ଜନ ଲେଙ୍କା, ଦୀପ୍ତିରଞ୍ଜନ ପଣ୍ଡା, ଜେମସ ବାହାଲା, ଗଣେଶ ଚନ୍ଦ୍ର ମଲ୍ଲିକ, ରାଜେଶ କୁମାର ସାହିସ, ଫିଲିପ କୁମାର, ରଞ୍ଜନ ତରାଇ, ମୀରା ମୁରସିଦ, ସୁଦର୍ଶନ ପଲାଇ, ଶିବପ୍ରସାଦ ନାଥ, ବନମାଳୀ ମହାରଣା, ସୁବାଶିଷ ନାୟକ, ସ୍ୱର୍ଣ୍ଣଲତା ବଳ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାର ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ୧୯୯୬, ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ ୨୦୦୮ ଓ ୨୦୧୪କୁ ଗୁରୁତ୍ୱ ନଦେଇ ବଡ଼ ବଡ଼ ଶିଳ୍ପପତି ମାନଙ୍କ ସୁରକ୍ଷା କବଚ ସାଜିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ବିଶେଷକରି ଡିଜେଲ, ପେଟ୍ରୋଲ, ଓ ରନ୍ଧନଗ୍ୟାସ ଉପରେ ଅହେତୁକ ଟିକସ ବୃଦ୍ଧି କରି ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦୃଢ଼ ସମାଲୋଚନା କରିଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଣସଂଗଠିତ ପ୍ରମୁଖ ବିଭିନ୍ନ ଜିଲ୍ଲାରେ ଦେଖା ଦେଇଥିବା ଶ୍ରମିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହିତ ଶତାଧିକ ଅଣସଂଗଠିତ ଶ୍ରମିକମାନେ ବିଧାନସଭା ଘେରାଉ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୦୬: ସୁସ୍ଥ ହେଲେ ୧୮୬ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୨୬୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୮ ହଜାର ୪୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୨୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୩୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅପର ଇନ୍ଦ୍ରାବତୀ ଦକ୍ଷିଣ କେନାଲର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୧୪୮ କୋଟି ଟଙ୍କା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ, ଉପର ଇନ୍ଦ୍ରାବତୀକୁ ନେଇ ନିଷ୍ପତି କରାଯାଇଛି। ସେହି ଅନୁସାରେ ଅପର ଇନ୍ଦ୍ରାବତୀର ଦକ୍ଷିଣ ପାର୍ଶ୍ଵ କେନାଲର ପୁନରୁଦ୍ଧାର ଏବଂ ପୁନଃପ୍ରତିଷ୍ଠା କରାଯିବ। ସେଥିପାଇଁ ୧୪୮ କୋଟି ଟଙ୍କା ପ୍ରକଳ୍ପ କାର୍ଯ୍ୟକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର ୪୨ ହଜାର ହେକ୍ଟରରୁ ଅଧିକ ଚାଷଜମି ଜଳସେଚିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିକୁ ଝଟକା୍: ନିର୍ଵାଚନ ପୂର୍ବରୁ ଦଳ ଛାଡିଲେ ଟାଙ୍ଗୀ ବ୍ଲକର ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବହୁ ପୁରୁଖା ନେତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ବିଜେପିକୁ ଝଟକା୍ ଲାଗିଛି। ପଂଚାୟତ ନିର୍ଵାଚନ ପୂର୍ବରୁ ୯ ନଂ ଜିଲ୍ଲା ପରିଷଦ ସଭ୍ୟା ମମତା  ଜେନା ବିଜେପି ଛାଡିଛନ୍ତି। ଜିଲ୍ଲା ପରିଷଦ ସଭ୍ୟାଙ୍କ ସହ ପୂର୍ବତନ ବଡ ପୋଖରିଆ ଗ୍ରାମ ପଂଚାୟତ ସରପଂଚ ଜ୍ୟୋସ୍ନାରାଣୀ ଜେନା, ଜୋନ୍ ସଭାପତି ରବିନ୍ଦ୍ର ବଳିୟାର ସିଂହ, ଦିନ ବନ୍ଧୁ ଚହଟରାୟ, ମାଧବ କୁମାର ମହାନ୍ତି ପ୍ରମୁଖ ବହୁ ପ୍ରମୁଖ କର୍ମୀଦଳ ଛାଡିଛନ୍ତି।

ଆଜି ଟାଙ୍ଗୀ ବ୍ଲକର ଶକ୍ତି ପୀଠ ମା’ ଉଗ୍ରତାର ଦେବୀଙ୍କ ପୀଠରେ ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ପରିଷଦ ସଭ୍ୟା ମମତା ଜେନା ଏନେଇ ଘୋଷଣା କରିଛନ୍ତି। ଗତ କିଛି ଦିନ ହେଲା ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ଯାଉନଥିବା ସହ ବିଭିନ୍ନ ସଭା ସମିତିରେ ତାଙ୍କୁ ଉପେକ୍ଷା କରାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଗତ ସାଧାରଣ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦେଢଶୁର ତଥା ପୂର୍ବତନ ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକାରୀ ଏପର୍ଯ୍ୟନ୍ତ ଗିରଫ କରାଯାଉନଥିବା ବେଳେ ବିଜେପି ଏହି ଘଟଣାରେ ନୀରବ ରହିବା ଘଟଣାକୁ ଶ୍ରୀମତୀ ଜେନା ସମାଲୋଚନା କରିଛନ୍ତି।

ତେବେ ନିକଟରେ କୌଣସି ଦଳରେ ଯୋଗ ଦେବା ପୂର୍ବରୁ ନିଜ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ସାମ୍ବାଦିକ ମାନଙ୍କୁ  କହିଛନ୍ତି। ଗତ ପଂଚାୟତ ନିର୍ବାଚନରେ ମମତା ଜେନା ଏକ ମାତ୍ର ଜିଲ୍ଲା ପରିଷଦ ସଭ୍ୟା ଭାବେ ଟାଙ୍ଗୀ ବ୍ଲକରୁ ନିର୍ବାଚନ ଜିତି ବିଜେପିର ଖାତା ଖୋଲିଥିଲେ। ତାଙ୍କର ଏହି ଇସ୍ତଫା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଢେର କ୍ଷତି ପହଂଚାଇବ ବୋଲି ଆଲୋଚନା ହେଉଛି।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ୬୯୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ, କ୍ୟାବିନେଟର ମଂଜୁରୀ

ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟରେ କ୍ରୀଡା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟରେ ଏକାଥରେ ୮୯ ଟି ଇନଡୋର ଷ୍ଟାଣ୍ଡିୟମ ନିର୍ମାଣ କରାଯିବ। ସେଥିପାଇଁ ଖର୍ଚ୍ଚ ହେବ ୬୯୩ କୋଟି ଟଙ୍କା। ଏହାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଏହାର କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତ କରାଯାଇଛି।

ତେବେ ଏହି ଇନଡୋର ଷ୍ଟାଡିୟମ ବହୁମୁଖୀ ବ୍ୟବହାର କରିବା ପାଇଁ ନିଷ୍ପତି କରାଯାଇଛି। ଏଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରଉତ୍ତୋଳନ ସହ ଯୋଗ ଓ ବ୍ୟାୟମଶାଳା ରହିବ। ଏହି ଷ୍ଟାଡିୟମଟି ପ୍ରାୟ ୨୦୦ କିଲୋମିଟର ପବନ ଶକ୍ତିକୁ ସହୟ କରିପାରୁଥିବା ପରି ନିର୍ମାଣ କରାଯିବ। ଫଳରେ ଏହା ବାତ୍ୟା ଆଶ୍ରୟସ୍ଥଳ ଭାବରେ ମଧ୍ୟ ବ୍ୟବହାର କରାଯିବ।

ସେହିପରି ଏହି ଷ୍ଟାଡିୟଗୁଡିକ ମହାମାରି ତଥା ବିଭିନ୍ନ ବିପର୍ଯ୍ୟୟ ସମୟରେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯିବା ପରି ବ୍ୟବସ୍ଥା ରହିବ। ବିଜ୍ଞାପିତ ଅଞ୍ଚଳରେ ୫୦ ଏବଂ ପୌରାଞ୍ଚଳରେ ୧୦୦ ବେଡ ହେବା ପରି କରାଯିବ।

ଏହାଦ୍ବାରା ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ମାଧ୍ୟମରେ ଏହାର ପରିକଳ୍ପନା କରାଯାଇଛି। ଏହା ଉପରେ ରାଜ୍ୟର କ୍ରୀଡାପ୍ରେମୀ ତଥା କ୍ରୀଡାବିତଙ୍କ ପରାମର୍ଶ ନିଆଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମା’ କ୍ଷୀର ଶିଶୁ ପାଇଁ ସବୁଠାରୁ ଉତ୍କୃଷ୍ଟ, ସମ୍ମମ୍ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର: ନବଜାତ ଶିଶୁ ନିମନ୍ତେ ସ୍ତନ୍ୟପାନ ସବୁଠାରୁ ଉତ୍କୃଷ୍ଟ ଏବଂ ସମ୍ପୂର୍ଣ୍ଣ ପୋଷଣଦାୟକ ଯାହାକି ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟାଇଥାଏ ବୋଲି ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ନବଜାତ ଶିଶୁ ପାଇଁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଏକ ମାତ୍ର ଓ ଉତ୍କୃଷ୍ଟ ପୋଷଣ ଏବଂ ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଦିଆଯାଇପାରିବ। ଶିଶୁଟି ଜନ୍ମ ହେବା ପରେ ମା’ କ୍ଷୀରରେ ହିଁ ସମସ୍ତ ପ୍ରକାର ପୁଷ୍ଟିସାର ମିଳିଥାଏ ବୋଲି ହସ୍ପିଟାଲ୍‌ର ସିନିୟର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା କହିଛନ୍ତି। ହସ୍ପିଟାଲ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ଚାଲିଥିବା ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୭ ତାରିଖ ଦିନ ଶେଷ ହୋଇଛି। ସ୍ତନ୍ୟପାନ ଉଭୟ ମା’ ଏବଂ ଶିଶୁ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଶ୍ରୀମତି ଜେନା କହିଛନ୍ତି।

ଶ୍ରୀମତି ଜେନା କହିଛନ୍ତି ଯେ ଶିଶୁଟି ଜନ୍ମ ହେବାର ଏକ ଘଂଟା ମଧ୍ୟରେ ତାକୁ ମା’ କ୍ଷୀର ଦିଆଯିବା ଉଚିତ୍। ଶିଶୁ ଜନ୍ମ ହେବାର ଦୁଇ ତିନି ଦିନ ପର୍ଯ୍ୟନ୍ତ ମା’ର ସ୍ତନରୁ ବହଳିଆ ଓ ହଳଦିଆ ରଂଗ କ୍ଷୀର ନିର୍ଗତ ହୋଇଥାଏ ଯାହାକି ଶିଶୁ ପାଇଁ ବେଶ ଉପକାରୀ। ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଡାଏରିଆ, ନିମୋନିଆ ଏବଂ ନବଜାତ ଶିଶୁଙ୍କ ମୃତ୍ୟୁ ଭଳି ସଂକଟରୁ ରକ୍ଷା କରିଥାଏ।

ସେ କହିଛନ୍ତି ଯେ ଯଦି ଶିଶୁଟିର ଡାଏରିଆ, ଜ୍ୱର କିମ୍ବା ଶର୍ଦ୍ଦି ଭଳି ସମସ୍ୟା ଦେଖାଦେଇଥାଏ ତେବେ ମଧ୍ୟ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଜରୁରୀ। ଯଦି ଶିଶୁଟିର ଡାଏରିଆ ହୁଏ ତେବେ ତା’ ପାଇଁ ଅଧିକ ପାଣିର ଆବଶ୍ୟକତା ପଡିଥାଏ। ତେବେ ଏହି ଜଳୀୟ ଅଂଶ ମା’କ୍ଷୀରରେ ମଧ୍ୟ ମିଳିଥାଏ।

ସେହିପରି ଯଦି ଶିଶୁଟିର ବୟସ ୬ ମାସରୁ ଅଧିକ ହୋଇଥାଏ ଓ ସେ କଫ କିମ୍ବା ଜ୍ୱର ଭଳି ସମସ୍ୟାରେ ପୀଡ଼ିତ ଥାଏ ତେବେ ସ୍ତନ୍ୟପାନର ମାତ୍ରା ବୃଦ୍ଧି କରାଇବା ଉଚିତ୍ ବୋଲି ସେ କହିଥିଲେ।

ଚଳିତବର୍ଷର ସ୍ତନ୍ୟପାନ ସପ୍ତାହର ଥିମ୍ ଥିଲା “ସ୍ତନ୍ୟପାନର ସୁରକ୍ଷା, ଏକ ମିଳିତ ଦାୟିତ୍ୱ”। ସମ୍ମମ୍‌ର ଡାଏଟେଟିକ୍ସ ଟିମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଗୀ, ସେମାନଙ୍କର ଆଟେଣ୍ଡାଂଟ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଏହି ଅବସରରେ ସ୍ତନ୍ୟପାନ ସମ୍ପର୍କିତ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Categories
ଆଜିର ଖବର

ଓଡିଶା ପ୍ରଶାସନିକ ସ୍ତରରେ ଅଦଳବଦଳ, ବଦଳିଲେ ଦୁଇଟି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିବା ସହିତ ୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ତାହା ହେଲା..

୧- ଜ୍ଞାନରଂଜନ ଦାସ- ନିର୍ଦ୍ଦେଶକ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ

୨- ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଷ ବିଭାଗ

୩- ଭୂମେଶ ଚନ୍ଦ୍ର ବେହେରା- ନିର୍ଦ୍ଦେଶକ, ଆୟୁଶ ନିର୍ଦ୍ଦେଶାଳୟ

୪- ସରୋଜ କୁମାର ସେଠୀ- ଜିଲ୍ଲାପାଳ, ଢେଙ୍କାନାଳ

୫- ତ୍ରିଲୋଚନ ମାଝି- ଜିଲ୍ଲାପାଳ, ଭଦ୍ରକ

Categories
PIB_NEWS ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ଚାଷୀଙ୍କୁ ମିଳିଲା ୫୮୯ କୋଟି ଟଙ୍କା

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ପରବର୍ତ୍ତି କିସ୍ତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ଅଧୀନରେ ଓଡ଼ିଶାର ୨୯ ଲକ୍ଷ ୪୪ ହଜାର ୯୪୮ ଜଣ ହିତାଧିକାରୀଙ୍କୁ ମୋଟ ୫୮୮ କୋଟି ୯୯ ଲକ୍ଷ ୬୮ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧ ହଜାର ୮୭୦ ଜଣ ନେବେ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୮୭୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ର ଚାରି ଗୋଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ,

– ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା(ଅଫଲାଇନ) ୩୦ ଟି ଡୋଜ

୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

ଅଫଲାଇନ

୫- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮.୩୦ରୁ ଟୀକାକରଣ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ମଲ୍ଲିକେଶ୍ୱର ଶିବ ମନ୍ଦିର, ସରଳାପଦର (ବାଲୁଗାଁ ଏନଏସି)– ୧୫୦ ଡୋଜ

୨- ଛତ୍ରଗଡ ପ୍ରାଥମିକ ବିଦ୍ୟାଳୟ (ଡୁଙ୍ଗମାଳ ଗ୍ରାପ)– ୨୦୦ ଡୋଜ

୩- ମାଣ୍ଡିଆମେରୁ ପ୍ରାଥମିକ ବିଦ୍ୟାଳୟ (ବଉଳାବନ୍ଧ ଗ୍ରାପ)- ୨୦୦ ଡୋଜ

୪- ଛକଡ଼ିପୁର ପ୍ରାଥମିକ ବିଦ୍ୟାଳୟ (ବିରିବାଡି ଗ୍ରାପ)– ୨୦୦ ଡୋଜ

୫- ବାଲିନାସି ପ୍ରାଥମିକ ବିଦ୍ୟାଳୟ (କଳକଳେଶ୍ୱର ଗ୍ରାପ)– ୨୦୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ୧୯ ହଜାର ୫୦୦ କୋଟି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ହେଉଛି ଏକ କେନ୍ଦ୍ର ସରକାରୀ ଯୋଜନା ଏବଂ ଏହି ଯୋଜନାର ସମ୍ପୂର୍ଣ୍ଣ ମୂଲ୍ୟ କେବଳ କେନ୍ଦ୍ର ସରକାର ବହନ କରନ୍ତି।

କିଷାନ ସମ୍ମାନ ନିଧିରେ ଆପଣଏନକେ ନାମ କେମିତି ଯାଞ୍ଚ କରିବେ:

– ଆପଣଙ୍କ ନାମ ଯାଞ୍ଚ କରିବାକୁ, ସର୍ବପ୍ରଥମେ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟ https://pmkisan.gov.inକୁ ଯାଆନ୍ତୁ।

– ଏହା ପରେ ମୂଳପୃଷ୍ଠାରେ ଫାର୍ମର କର୍ନର ବିକଳ୍ପକୁ ଯାଆନ୍ତୁ।

– ତା’ପରେ ଫାର୍ମର କର୍ନର ବିଭାଗରେ ହିତାଧିକାରୀ ତାଲିକା ବିକଳ୍ପ ଚୟନ କରନ୍ତୁ।

– ତା’ପରେ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଚୟନ କରନ୍ତୁ।

– ତାପରେ ଗେଟ ରିପୋର୍ଟ ଉପରେ କ୍ଲିକ୍ କରନ୍ତୁ।

– ଏହା ପରେ ଆପଣଙ୍କ ଗାଁର ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଦେଖିପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଯଦି ଆପଣ କ୍ରେଡିଟ୍ କାର୍ଡର ବାଲାନ୍ସ ଶୂନ୍ୟ ରଖନ୍ତି, ତେବେ ହୋଇଯା’ନ୍ତୁ ସାବଧାନ: ଆପଣଙ୍କର ହୋଇପାରେ ଏଭଳି କ୍ଷତି

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡର ଲୋକପ୍ରିୟତା ବୃଦ୍ଧି ପାଉଛି ଏବଂ ଅନେକ ଲୋକ ଏହାକୁ ବ୍ୟବହାର କରନ୍ତି। ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ରେଡିଟ୍ କାର୍ଡ ବାଲାନ୍ସ ଶୂନ ରଖନ୍ତି। କିନ୍ତୁ ଏହା ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସେମାନେ ଜାଣନ୍ତି ନାହିଁ। ଏହା କରିବା ଦ୍ଵାରା କ୍ରେଡିଟ୍ ସ୍କୋର ନକାରାତ୍ମକ ହୋଇପାରେ ଏବଂ ଭବିଷ୍ୟତରେ ଆପଣଙ୍କୁ ଏକ ଅଟୋ ଋଣ କିମ୍ବା ବ୍ୟକ୍ତିଗତ ଋଣ ପାଇବା କଷ୍ଟକର ହୋଇପାରେ। ତେଣୁ ସେମାନେ ଏହା ବିଷୟରେ ଜାଣିବା ଉଚିତ୍।

କ୍ରେଡିଟ୍ କାର୍ଡର ସୀମା ଖର୍ଚ୍ଚ ହେବା ପରେ ମାସ ଶେଷରେ ବାଲାନ୍ସ ଶୂନ୍ୟ ହୋଇଯାଏ। ଏହା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରେ। କାର୍ଡ ଧାରକ ଅତ୍ୟଧିକ ମହଙ୍ଗା ଏବଂ କାର୍ଡର ଆକାଉଣ୍ଟ ମଧ୍ୟ ନିଷ୍କ୍ରିୟ ହୋଇପାରେ ବୋଲି ବିଶ୍ୱାସ କରାଯାଏ। ବାଲାନ୍ସ ଶୂନ୍ୟ ରହିଲେ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ କାର୍ଡଧାରୀ କିଛି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବାଲାନ୍ସ ଶୂନ୍ୟ ହେବାର ପ୍ରଭାବ:

ଯଦି କ୍ରେଡିଟ୍ କାର୍ଡ ବାଲାନ୍ସ ଥାଏ ତେବେ ବ୍ୟାଙ୍କଗୁଡିକ କ୍ରେଡିଟ୍ ସୀମା ହ୍ରାସ କରିପାରନ୍ତି କାରଣ ସେମାନେ ଅନୁଭବ କରନ୍ତି ଯେ ଭବିଷ୍ୟତରେ କାର୍ଡଧାରୀ ଡିଫଲ୍ଟ ହୋଇପାରନ୍ତି। କ୍ରେଡିଟ୍ ସୀମା ହ୍ରାସ କରିବା କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରେ ଏବଂ ଏହା କମିବା ଆରମ୍ଭ କରେ। ଏହା କ୍ରେଡିଟ୍ ବ୍ୟବହାର ଅନୁପାତ ହେତୁ ହୋଇଥାଏ ଏବଂ ଏହି ଅନୁପାତ ୩୦ ପ୍ରତିଶତ ହେଲେ ସଠିକ୍ ବିବେଚନା କରାଯାଏ।

କ୍ରେଡିଟ୍ କାର୍ଡରୁ ଖର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ:

ଏକ ଉଦାହରଣ ସାହାଯ୍ୟରେ କ୍ରେଡିଟ୍ ବ୍ୟବହାର ଅନୁପାତ ବୁଝାଯାଇପାରେ। ଧରାଯାଉ ଆପଣଙ୍କର କ୍ରେଡିଟ୍ କାର୍ଡ ସୀମା ୧ ଲକ୍ଷ ଟଙ୍କା ଏବଂ ଆପଣ ପ୍ରତି ମାସରେ ୩୦ ହଜାର ଟଙ୍କା ଖର୍ଚ୍ଚ କରନ୍ତି, ତେବେ ଏହା ଭଲ ଅଟେ। କିନ୍ତୁ ଏହାଠାରୁ ଅଧିକ ଖର୍ଚ୍ଚ କରିବା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିପାରେ। ଯଦି ଏହି ଅନୁପାତ ୩୦ ପ୍ରତିଶତରୁ କମ୍, ତେବେ କ୍ରେଡିଟ୍ ସ୍କୋରରେ ଉନ୍ନତି ହେବ। ସେଥିପାଇଁ ଆପଣ ଆପଣଙ୍କର କ୍ରେଡିଟ୍ କାର୍ଡକୁ ବୁଝିସୁଝି ଖର୍ଚ୍ଚ କରିବା ଉଚିତ୍।