Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ଦିଆଯିବ ପାଖାପାଖି ୨ ହଜାର ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ ମିଳିବ କେତେ ଡୋଜ୍

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୧୮ରୁ ୪୪ ବର୍ଷ ବର୍ଗର ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା କେନ୍ଦ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ହେବା ସହ ନୂତନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ କାଲିର ଟୀକାକରଣ ବ୍ୟବସ୍ଥା କେଉଁଠି ଏବଂ କିପରି ନେବେ:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୦୦ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୫୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୪୦୦ ଡୋଜ

୨- ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୩- ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୪- ବଡ଼କୂଳ ଉଚ୍ଚ ବିଦ୍ୟାଳୟ- ୧୦୦ଡୋଜ

୫- ସୋରଣ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୩୦

୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୪୬: ସୁସ୍ଥ ହେଲେ ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୯୩୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୪ ହଜାର ୯୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୫୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଇକ ଡ଼ିକିରୁ ଦୁଇ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ
ବାଣପୁର: ଗତ ଫେବୃଆରୀ ମାସରେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରୁ ଏକ ବାଇକ ଡ଼ିକିରୁ ୨ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ପୁଲି ଶଙ୍କର(୩୯)। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୮୫ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ ଏବଂ ଗୋଟେ ସ୍କ୍ରିଉ ଡ୍ରାଇଭର ଜବତ କରିଛି। ଏ ନେଇ ବାଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଫେବୃଆରୀ ମାସ ୧୨ ତାରିଖ ଦିନ ବାଣପୁର ଥାନା ବଡ଼ସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ସରସ୍ବତୀ ଶିଶୁ ମନ୍ଦିରକୁ ଯାଇଥିଲେ। ସେଠାରୁ କାମସାରି ଫେରିଲାବେଳକୁ ଡ଼ିକି ଭଙ୍ଗା ଥିବାର ସେ ଦେଖିବାକୁ ପାଇଥିଲେ ଏବଂ ସେଥିରୁ ସମସ୍ତ ଟଙ୍କା ଚୋରି ହୋଇଯାଇଥିଲା।

ତେବେ ପୋଲିସ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବାବେଳେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ପ୍ରସନ୍ନ କୁମାର ଜେନାଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏକାଥରେ ପାଞ୍ଚୋଟି ବୈଠକ କରିସାରିଲେ। ପ୍ରାୟ ସବୁ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅମିତ ଶାହା ରହିଛନ୍ତି। ଅନ୍ୟାନ୍ୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରହିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏ ସବୁ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ। ଏହି ପ୍ରସଂଗ ବ୍ୟତିତ୍ୟ ଏହା ଅନ୍ୟ କିଛି ନୁହେଁ ବୋଲି ସେମାନଙ୍କ ଅନୁମାନ।

ଚଳିତ ମାସରେ କେନ୍ଦ୍ରସରକାରଙ୍କ ଗତିବିଧିକୁ ଲକ୍ଷ କଲେ ଏହି ଅନୁମାନ ସ୍ପଷ୍ଟ ହେଉଛି। କାରଣ ପୂର୍ବରୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀ ଆସି ବିଭିନ୍ନ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି। କାରଣ ସେ ହେଉଛନ୍ତି ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛିବାର ଚର୍ଚ୍ଚା ଚାଲିଛି।

ସେହିପରି ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦିଲ୍ଲାରେ ପହଁଚିଛନ୍ତି। ବର୍ତ୍ତମାନ ନୂଆ ମନ୍ତ୍ରୀମଣ୍ଡଳରେ ନୀତିଶଙ୍କ ଦଳ ସାମିଲ ହେବ। ସେ ନେଇ ସେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଜାଙ୍କ ସହିତ ଆଲୋଚନା କରିବେ। ତାଙ୍କର ଗସ୍ତ ରାଜ୍ୟରେ କରୋନା ମହାମାରୀ ବୋଲି କୁହାଯାଉଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ ବାସଭବନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ପୁଣି ଆଲୋଚନା କରିଛନ୍ତି।  ଖବର ଅନୁଯାୟୀ, ଏହି ବୈଠକ ମଧ୍ୟ ସେହି ସମ୍ଭାବ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ସହିତ ପାଞ୍ଚୋଟି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟର ହିସାବ ନେଇଛନ୍ତି। ଏଥିରେ ସେ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରାୟ ପାଞ୍ଚୋଟି ବୈଠକ କରିଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ର ମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଏହି ସମସ୍ତ ସଭାରେ ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ।

ସୂତ୍ରରୁ ପ୍ରକାଶ ଯେ ଅମିତ ଶାହ ଏବଂ ରାଜନାଥ ସିଂଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଯୋଗ ଦେଇଥିଲେ। ନଡ୍ଡା ବ୍ୟତୀତ ବିଜେପିର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତରେ କେନ୍ଦ୍ର ସରକାରଙ୍କ ଏପରି ଗତିବିଧି ସମ୍ଭାବ୍ୟ କ୍ୟାବିନେଟ୍ ସଂପ୍ରସାରଣ ଏବଂ ଅଦଳବଦଳ ସଙ୍କେତ ପ୍ରଦାନ କରୁଛି। ସୂଚନା ଅନୁସାରେ ମୋଦି ଚଳିତ ସପ୍ତାହରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ କରିପାରନ୍ତି । ଚଳିତ ଜୁନରେ ଦେଶବାସୀ ନୂଆ ମନ୍ତ୍ରୀମଣ୍ଡଳ ଦେଖିବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସ୍ବାସ୍ଥ୍ୟ

ସୋଆରେ ପାଳିତ ହେଲା ସପ୍ତମ ବିଶ୍ୱ ଯୋଗ ଦିବସ

ଭୂବନେଶ୍ଵର: ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଗତ ଜୁନ ୭ ତାରିଖରୁ ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ ସୋମବାର ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ଏଚ୍.ଆର୍. ନଗେନ୍ଦ୍ର, କୁଳାଧିପତି, ଏସ୍ -ଭ୍ୟାସା ତାଙ୍କ ଭିଡ଼ିଓ ସମ୍ବାଦରେ କିପରି ସମସ୍ତ ରୋଗର ମୁକାବିଲା ପାଇଁ ଭଗବାନ ଆମକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଛନ୍ତି ଓ ଏହା ବିଗିଡ଼ି ଗଲେ ଆମ ଶରୀର ସକଳ ରୋଗର ଶିକାର ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ।

ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସମନ୍ଵୟ ହିଁ ଯୋଗ । ଅନ୍ୟତମ ଅତିଥି ସ୍ଵାମୀ ସୁଧାନନ୍ଦ ମହାରାଜ ଶରୀରରକ୍ଷାର ତିନୋଟି ପ୍ରମୁଖ ସ୍ତମ୍ଭ ଆହାର, ନିଦ୍ରା, ମୈଥୁନ ବିଷୟରେ କହିଥିଲେ। ଏହି ତିନୋଟିର ଅସଂଯମତାହିଁ ରୋଗର କାରଣ ହୋଇଥାଏ। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ସମଗ୍ର ଜୀବନ ଓ ଯୋଗ ର ମହାତ୍ମ୍ୟ ଗୀତା ଓ ମହାଭାରତରୁ ଉଦାହରଣ ଦେଇ ବୁଝାଇଥିଲେ।

ଡିନ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ। ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଆବାହନୀ, ଶାନ୍ତିପାଠ ସହିତ ସାଧାରଣ ଯୋଗ ପ୍ରୋଟୋକଲ ବିଷୟରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏନଏସଏସ ପ୍ରୋଗ୍ରାମ ସଂଯୋଜକ ତଥା ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ର. ନଚିକେତା ଶର୍ମା ଅନଲାଇନ ପାକ୍ଷିକ ଯୋଗ ଶିବିରର ବିବରଣୀ ସହିତ ଲକ୍ ଡ଼ାଉନ ସମୟରେ ବିଶ୍ଵବିଦ୍ୟାଳୟରେ ହୋଇଥିବା ଅନଲାଇନ କାର୍ଯ୍ୟକ୍ରମ ସମୂହର ସମ୍ୟକ ସୂଚନା ଦେଇଥିଲେ।

ଗୁଗୁଲ ମିଟ୍ ଓ ୟୁଟିଉବ୍ ରେ ପ୍ରସାରିତ କାର୍ଯ୍ୟକ୍ରମରେ ଡିନ୍, ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ଅଧ୍ୟାପିକା, ବିଶ୍ଵବିଦ୍ୟାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶ୍ଵବିଦ୍ୟାଳୟର ବହୁସଂଖ୍ୟକ ଏନଏସଏସ ଛାତ୍ରଛାତ୍ରୀ ନିଜ ଘରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପ୍ରଣିତ କମନ୍ ଯୋଗ ପ୍ରୋଟୋକଲ ଭିତ୍ତିରେ ଆସନ ଓ ପ୍ରାଣାୟମ କରି ଯୋଗ ଦିବସ ପାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ଦିଆଗଲା ସର୍ବାଧିକ ସଂଖ୍ୟକ ଟୀକା: ଗୋଟିଏ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟୀକା ଦେଇ ଆନ୍ଧ୍ରପ୍ରଦେଶ କଲା ରେକର୍ଡ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ସାରା ଦେଶରେ ଟୀକାକରଣ ପ୍ରକ୍ରିୟାର ଗତିକୁ ଦ୍ରୁତ କରାଯାଇଛି। ଆଜିଠାରୁ ଦେଶର ସମସ୍ତ ନାଗରିକଙ୍କ ପାଇଁ ମୁକ୍ତରେ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ଟୀକା ପ୍ରସ୍ତୁତ କମ୍ପାନୀ ଠାରୁ କେନ୍ଦ୍ର ସରକାର ସିଧାସଳଖ ୭୫ ପ୍ରତିଶତ ଟୀକା କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୨୫ ପ୍ରତିଶତ ଟୀକା କିଣିବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ନିଜେ ଟୀକା କିଣି ରାଜ୍ୟ ସରକାରଙ୍କୁ ଦେବେ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଟୀକା କିଣିବାକୁ କୁହାଯାଇଥିଲା। ତେବେ ଆଜି ପ୍ରଥମ ଦିନରେ ଟୀକାକରଣରେ ରେକର୍ଡ ସୃଷ୍ଟି କରିଛି। ଆଜି ପ୍ରଥମ ଦିନରେ ଦେଶରେ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ସରକାର ଦୈନିକ ୩ ଲକ୍ଷ ଟୀକା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଆନ୍ଧ୍ରପ୍ରଦେଶ ଆଜି ଏକ ରେକର୍ଡ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶ ଦେଶରେ ସର୍ବାଧିକ ଟୀକା ଦେଇଥିବା ରାଜ୍ୟ ଭାବେ ରେକର୍ଡ ସୃଷ୍ଟି କରିଛି। ଆଜି ଆନ୍ଧ୍ରପ୍ରଦେଶ ୧୦ ଲକ୍ଷରୁ ଅଧିକ ଟୀକା ଦେଇ ରେକର୍ଡ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୭୧, କଟକରୁ ୪୪୦, ବାଲେଶ୍ଵରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦, ଜଗତସିଂହପୁରରୁ ୨୦୨, କେନ୍ଦ୍ରାପଡାରୁ ୧୮୦, ସୁନ୍ଦରଗଡରୁ ୧୫୫, ନୟାଗଡରୁ ୧୩୯, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୧୫, ମାଲକାନାଗିରିରୁ ୭୩, କୋରାପୁଟରୁ ୬୮, କନ୍ଧମାଳରୁ ୬୦, କଳାହାଣ୍ଡିରୁ ୫୯, ବରଗଡରୁ ୫୬, ବଲାଙ୍ଗୀରିରୁ ୫୪, ବୌଦ୍ଧରୁ ୫୨, ସମ୍ବଲପୁରରୁ ୫୨, ଗଜପତିରୁ ୪୧, ସୋନପୁରରୁ ୪୧, ଗଞ୍ଜାମରୁ ୩୩, ଦେବଗଡରୁ ୨୯, ଝାରସୁଗୁଡାରୁ ୨୦, ନୂଆପଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୪୪ ହଜାର ୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୦ ହଜାର ୨୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଯାଏଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ନେଲେଣି ଟୀକା: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ଆଜିଠାରୁ ଜୋର ଦିଆଯାଇଛି। ଏଥର ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କ୍ୟାମ୍ପେନ ମୋଡରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧ କୋଟିରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ବିଟ କରି ସୂଚନା ଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି ସ୍ବାସ୍ଥ୍ୟ

ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଯୋଗ ଏହି କଷ୍ଟକର ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା, ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଗ ପ୍ରତି ବିଶ୍ୱବ୍ୟାପୀ ଉତ୍ସାହ ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମ୍ମୁଖ କରୋନା ଯୋଦ୍ଧାମାନେ କିପରି ଯୋଗକୁ ସେମାନଙ୍କର ସୁରକ୍ଷା କବଚରେ ପରିଣତ କରିଛନ୍ତି ଏବଂ ନିଜକୁ ଯୋଗ ମାଧ୍ୟମରେ ଦୃଢ଼ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭୂତାଣୁର ପ୍ରଭାବକୁ ହ୍ରାସ କରିବା ଦିଗରେ ଜନସାଧାରଣ, ଡାକ୍ତର, ନର୍ସମାନେ ଯୋଗକୁ ମାଧ୍ୟମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଆମର ଶ୍ୱସନ ପ୍ରଣାଳୀକୁ ସୁଦୃଢ଼ କରିବାରେ ପ୍ରାଣାୟମ ଓ ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ବ୍ୟାୟାମ ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି।

ମହାନ ତାମିଲ ସନ୍ଥ ତିରୁଭଲ୍ଲୁଭରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ, ରୋଗର ମୂଳ କାରଣକୁ ଠାବ କରିବାରେ ଯୋଗ ସହାୟତା କରିଥାଏ ଏବଂ ଆରୋଗ୍ୟ ଲାଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ବିଶ୍ୱସ୍ତରରେ ଯୋଗର ଆରୋଗ୍ୟ ଗୁଣ ଉପରେ ଗବେଷଣା କରାଯାଉଛି। ଯୋଗ ଜରିଆରେ ରୋଗ ପ୍ରତିଷେଧକ ଶକ୍ତି ଉପରେ ଅଧ୍ୟୟନ କରାଯାଉଛି ଏବଂ ପିଲାମାନେ ସେମାନଙ୍କର ଅନଲାଇନ୍ ପାଠପଢ଼ା ସମୟରେ ଯୋଗ କରୁଥିବା ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯୋଗ ପିଲାମାନଙ୍କୁ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛି।

ପ୍ରଧାନମନ୍ତ୍ରୀ ଯୋଗର ସାମଗ୍ରିକ ପ୍ରକୃତି ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ ଏହା ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ। ଯୋଗ ଆମର ଆନ୍ତରିକ ସାମର୍ଥ୍ୟ ସହିତ ଯୋଡ଼ି ହେବାରେ ସହାୟକ ହୋଇଥାଏ ଏବଂ ଆମକୁ ସମସ୍ତ ପ୍ରକାରର ନକାରାତ୍ମକତା ଠାରୁ ଦୂରେଇ ରଖିଥାଏ। ଯୋଗର ସକାରାତ୍ମକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯୋଗ ଭିନ୍ନତାରୁ ଏକତା ଦିଗରେ ଆଗେଇ ନେଇଥାଏ। ଏହା ଆତ୍ମାନୁଭୂତିର ଏକ ପ୍ରମାଣିକ ମାର୍ଗ, ଏକତାର ଏକ ଅନୁଭବ।” ସେ କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଏକ ଉକ୍ତି ବେଶ ପ୍ରାସଙ୍ଗିକ : “ସ୍ଵୟଂର ଅର୍ଥ ଈଶ୍ୱର ଏବଂ ଅନ୍ୟମାନଙ୍କ ଠାରୁ ଅଲଗା ହେବା ନୁହେଁ, ବରଂ ଏହା ଯୋଗର ଅସୀମ ଅନୁଭବ, ଏକାତ୍ମର ବିଶାଳତା ମଧ୍ୟରେ ନିହୀତ ରହିଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତ ‘ବସୁଧୈବ କୁଟୁମ୍ବକମ’ ମନ୍ତ୍ର ପାଳନ କରି ଆସିଛି, ଯାହା ଆଜି ସାରା ବିଶ୍ୱରେ ସ୍ଵୀକୃତି ଲାଭ କରିଛି। ଆମେ ସମସ୍ତେ ପରସ୍ପରର ସୁସ୍ଥତା କାମନା କରୁଛୁ। ମାନବତା ବିରୋଧରେ ବିପଦ ସୃଷ୍ଟି ହେଲେ ଯୋଗ ଆମକୁ ସାମଗ୍ରିକ ସ୍ଵାସ୍ଥ୍ୟ ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ “ଯୋଗ ଆମକୁ ଆନନ୍ଦପୂର୍ଣ୍ଣ ଜୀବନ ନିର୍ବାହ କରିବାର ମାର୍ଗ ପ୍ରଦର୍ଶିତ କରିଥାଏ। ମୋର ଭରସା ରହିଛି ଯେ ଯୋଗ ଜନମାନସର ସ୍ଵାସ୍ଥ୍ୟ ଲାଗି ରୋଗ ନିରାକରଣ ସହିତ ଜନସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସକାରାତ୍ମକ ଭୂମିକା ନିର୍ବାହ କରିବ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱକୁ ଏମ-ଯୋଗ ଆପ୍ ମିଳିବ। ଏଥିରେ ଯୋଗାଭ୍ୟାସ ଉପରେ ଅନେକ ଭିଡିଓ ରହିଛି, ଯାହା ବହୁ ଭାଷାରେ ଉପଲବ୍ଧ ହେବ। ଏସବୁ ଭିଡିଓ ସାଧାରଣ ଯୋଗ ଅଭ୍ୟାସ ଉପରେ ଆଧାରିତ। ଏହି ପ୍ରୟାସକୁ ଆଧୁନିକ ପ୍ରଯୁକ୍ତି ଏବଂ ପ୍ରାଚୀନ ବିଜ୍ଞାନର ମହାନ ସଂଗମ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏମ-ଯୋଗ ଆପ୍ ଦ୍ୱାରା ସାରା ବିଶ୍ୱରେ ଯୋଗର ପ୍ରସାରରେ ସହାୟତା ମିଳିପାରିବ ତଥା ଏହା ମାଧ୍ୟମରେ “ଏକ ବିଶ୍ୱ ଏକ ସ୍ଵାସ୍ଥ୍ୟ’ ପ୍ରୟାସକୁ ମଧ୍ୟ ବଳ ମିଳିବ।

ପ୍ରଧାନମନ୍ତ୍ରୀ ଭଗବତ୍ ଗୀତାର ଉଦାହାରଣ ଦେଇ କହିଥିଲେ ଯେ ଆମ ସମସ୍ତଙ୍କୁ ଯୋଗର ସମ୍ମିଳିତ ଯାତ୍ରାରେ ଆଗେଇବାକୁ ହେବ କାରଣ ଯୋଗ ନିକଟରେ ସମସ୍ତଙ୍କ ପାଇଁ ସମାଧାନର ସୂତ୍ର ରହିଛି। ଯୋଗ ଏହାର ମୂଳ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନିକଟରେ ଯୋଗକୁ ପହଞ୍ଚାଇବାରେ ଯୋଗଦାନ ଦେବା ଯୋଗ ଗୁରୁ ଏବଂ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧର୍ମାନ୍ତରଣ କରୁଥିବା ଅଭିଯୋଗରେ ଦୁଇ ଧର୍ମଗୁରୁଙ୍କୁ ଗିରଫ କଲା ପୋଲିସ: ବିଦେଶରୁ ହେଉଥିଲା ଫଣ୍ଡିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ଏକ ଧର୍ମାନ୍ତରଣ କରୁଥିବା ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଧର୍ମଗୁରୁଙ୍କୁ ଉତ୍ତରପ୍ରଦେଶ ଏଟିଏସ ଗିରଫ କରିଛି। ଏହି ରାକେଟ ବିଗତ ଦୁଇ ବର୍ଷ ହେଲା ଚାଲୁଥିଲା। ଏଥିରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ମହିଳାମାନଙ୍କୁ ଟାର୍ଗେଟ କରାଯାଇ ଧର୍ମ ପରିବର୍ତ୍ତନ କରାଯାଉଥିଲା। ଏହି ମାମଲାରେ ବିଦେଶରୁ ଫଣ୍ଡ ମିଳୁଥିବା ପୋଲିସକୁ ପ୍ରମାଣ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ଲୋକ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି।

ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ଗତ ୧ ବର୍ଷରେ ୩୫୦ ଲୋକଙ୍କୁ ଧର୍ମାନ୍ତରଣ କରାଯାଇଛି। ନୋଏଡାର ଗୋଟିଏ ମୂକବଧିର ସ୍କୁଲରେ ୧୮ ଜଣ ପିଲାଙ୍କୁ ଧର୍ମାନ୍ତରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଇଥିବା ଏଡିଜେ କହିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ଲୋକଙ୍କୁ ଭୟଭୀତ କରାଇ କିମ୍ବା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଛି।

ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଜଣଙ୍କ ହେଲେ ମହମ୍ମଦ ଉମର ଏବଂ ମୁଫତି କାଜି ଜାହାଙ୍ଗୀର। ଏହି ଦୁଇ ଜଣ ଦିଲ୍ଲୀର ଜାମିଆନଗର ଅଞ୍ଚଳର ବୋଲି ଜଣା ପଡିଛି। ଏହି ଦୁଇଜଣ କେବଳ ଉତ୍ତରପ୍ରଦେଶରେ ନୁହେଁ, ପୁରା ଦେଶରେ ଧର୍ମାନ୍ତରଣ କାର୍ଯ୍ୟରେ ସାମିଲ ଥିବା ଅଭିଯୋଗ ହେଉଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଓଁ’ ଉଚ୍ଚାରଣରେ ଯୋଗ ଶକ୍ତିଶାଳୀ ହୁଏନା କହିଲେ କଂଗ୍ରେସ ନେତା: ପ୍ରତିକ୍ରିୟା ରଖିଲେ ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। କରୋନା ଗାଇଡଲାଇନ ଅନୁସାରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡିକୁ ଆୟୋଜନ କରାଯାଉଛି। ଏହାଭିତରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭିଙ୍କ ଏକ ଟ୍ବିଟକୁ ନେଇ ବିବାଦ ଦେଖାଦେଇଛି। ଯୋଗ ଦିବସ ଅବସରରେ ଅଭିଷେକ ଲେଖିଛନ୍ତି ଯେ, ‘ଓଁ ‘ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହୁଏ, ନା ‘ଆଲାହ’ ଉଚ୍ଚାରଣ କରିବା ଦ୍ଵାରା ଯୋଗ ଦୁର୍ବଳ ହୋଇଯାଏ।

ଅଭିଷେକଙ୍କ ଏଭଳି ଟ୍ବିଟକୁ ଦେଖି ଯୋଗ ଗୁରୁ ରାମଦେବ ବାବା ନିଜର ପ୍ରତିକ୍ରିୟା ରଖିଛନ୍ତି। ଯୋଗ ଗୁରୁ କହିଛନ୍ତି ଯେ, ଈଶ୍ଵର ଆଲାହ ତେରୋ ନାମ, ସବକୋ ସମ୍ମତି ଦେ ଭଗବାନ। ସୋସିଆଲ ମିଡିଆରେ ଆଜି ଦିନରେ ସିଙ୍ଘିଭିଙ୍କ ଏହି ପୋଷ୍ଟକୁ ନେଇ ବହୁତ ଲୋକ ପ୍ରତିକ୍ରିୟା ରଖିଛନ୍ତି। ବହୁତ ଲୋକ ଏହି ପୋଷ୍ଟକୁ ନେଇ ବିରୋଧ କରୁଥିବା ବେଳେ କିଛି ଲୋକ ସମର୍ଥନରେ ଟ୍ବିଟ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ସମଗ୍ର ବିଶ୍ଵ କରୋନା ମହାମାରୀ ବିରୋଧରେ ଲଢୁଥିବା ବେଳେ ଯୋଗ ଲୋକଙ୍କ ପାଇଁ ଆଶାର କିରଣ ନେଇଆସିଛି। ଯଦିବା ଗତ ଦୁଇ ବର୍ଷ ହେଲା ଏହା ଉପରେ କୌଣସି ବଡ କାର୍ଯ୍ୟକ୍ରମ ହୋଇନାହିଁ, ତଥାପି ଲୋକଙ୍କର ଏହା ଉପରେ ଉତ୍ସାହ ବଢୁଛି। ଏହି ଅବସରରେ ପ୍ରତ୍ୟେକ ସମାଜ ଏବଂ ସବୁ ଲୋକ ସୁସ୍ଥ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି ସ୍ବାସ୍ଥ୍ୟ

mYoga App: ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଲଞ୍ଚ କଲେ ଆପ୍, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମୟୋଗା ଆପ ଲଞ୍ଚ କରିଛନ୍ତି। ଏହି ଆପକୁ ୧୨ ରୁ ୬୫ ବର୍ଷ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏହି ଆପକୁ ପ୍ରସ୍ତୁତ କରାଯାଇଥିବା ଯୋଗ ଦିବସରେ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରୁ ଯୋଗ ଅଭ୍ୟାସର ହଜାର ହଜାର ଭିଡିଓ ମିଳିବ।

ଇଂରାଜୀ ଭାଷା ବ୍ୟତୀତ ଅନେକ ଆଞ୍ଚଳିକ ଭାଷାରେ ଯୋଗ ଟ୍ରେନିଂ ଭିଡିଓ ଏଥିରେ ଉପଲବ୍ଧ ହେବ। ଏହାକୁ ୱାନ ୱାର୍ଲ୍ଡ-ୱାନ ହେଲଥ୍ ମନ୍ତ୍ରର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଛନ୍ତି। ଏହି ଆପକୁ ବୈଜ୍ଞାନିକ ପଦ୍ଧତି ଏବଂ ଅଧ୍ୟୟନ ଆଧାରକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା: ମୋଷ୍ଟ ୱାଣ୍ଟେଡ ମୁଦାଶିର ପଣ୍ଡିତ ସମେତ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ଗତକାଲି ରାତିରେ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଲସ୍କର-ଏ-ତୋଏବାର ମୁଖ୍ୟ କମାଣ୍ଡରଙ୍କ ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାତି ସାରା ଚାଲିଥିବା ଏହି ଗୁଳିମିନିମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କି ମୁଦାଶିର ପଣ୍ଡିତ ପ୍ରାଣ ହରାଇଅଛି। ସେ ଅନେକ ଆତଙ୍କି ଗତିବିଧିରେ ସାମିଲ ଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ୮୮ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୨୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୪୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୮ ହଜାର ୧୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୨ ହଜାର ୮୮୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୬୩୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡା, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡା, ରାୟଗଡା ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୦ ହଜାର ୨୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୬ ହଜାର ୬୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୩୧ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୦ ହଜାର ୨୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୬ ହଜାର ୬୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୮୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୮୧ ଜଣ, କଟକ ଜିଲ୍ଲାରୁ ୨୯୫ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୯୦ ଜଣ, ବରଗଡ ଜିଲ୍ଲାରୁ ୩୯ ଜଣ, ଭଦ୍ରକ ଜିଲ୍ଲାରୁ ୧୩୫, ବଲାଙ୍ଗୀରି ଜିଲ୍ଲାରୁ ୩୦, ବୌଦ୍ଧ ଜିଲ୍ଲାରୁ ୪୦, ଦେବଗଡ ଜିଲ୍ଲାରୁ ୧୧, ଢେଙ୍କାନାଳ ଜିଲ୍ଲାରୁ ୯୦ ଜଣ, ଗଜପତି ଜିଲ୍ଲାରୁ ୨୫ ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୭ ଜଣ, ଯାଜପୁର ଜିଲ୍ଲାରୁ ୨୨୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୭ ଜଣ, କଳାହାଣ୍ଡିରୁ ୩୯ ଜଣ, କନ୍ଧମାଳ ଜିଲ୍ଲାରୁ ୩୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧୮ ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ ଜଣ, କୋରାପୁଟ ଜିଲ୍ଲାରୁ ୬୮ ଜଣ, ମାଲକାନାଗିରି ଜିଲ୍ଲାରୁ ୪୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୬୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୩ ଜଣ, ନୟାଗଡ ଜିଲ୍ଲାରୁ ୧୪୦ ଜଣ, ନୂଆପଡା ଜିଲ୍ଲାରୁ ୨୦ ଜଣ, ପୁରୀ ଜିଲ୍ଲାରୁ ୧୮୦ ଜଣ, ରାୟଗଡା ଜିଲ୍ଲାରୁ ୪୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ ଜଣ, ସୋନପୁର ଜିଲ୍ଲାରୁ ୨୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୦ ଜଣ ଏବଂ ଷ୍ଟେଟ ପୁଲରୁ ୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଯଦି ଜୀବନରେ ଭଲ କରିବାକୁ ଚାହାଁନ୍ତି ତେବେ କୁକୁଡାଠାରୁ ଶିଖନ୍ତୁ ଏହି 4ଟି ଗୁଣ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ।

ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 21 ତାରିଖ ସୋମବାରରେ ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

ମେଷ: – ଆଜି ଏହି ରାଶିର ବ୍ୟକ୍ତି ଝଗଡାଠାରୁ ଦୂରେଇ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । କୈଣସି ତୃତୀୟ ବ୍ୟକ୍ତି ଆସିବା ପୂର୍ବରୁ ପ୍ରେମ ସମ୍ପର୍କ ଖରାପ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ଜମି କିମ୍ବା ଘର କିଣି ପାରିବେ ।

ବୃଷ: – ଆଜି ବ୍ୟକ୍ତି ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ । ଅଜାଣତରେ କିଛି ବଡ ଭୁଲ କରିବା ଆପଣଙ୍କୁ ବିବ୍ରତ କରିବ । ଚାକିରିରେ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତତା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚରେ ନିୟନ୍ତ୍ରଣ କରନ୍ତୁ।

ମିଥୁନ: – ଆଜି ଏହି ରାଶିର ବ୍ୟକ୍ତି ଯାତ୍ରା କରିବାକୁ ଯୋଜନା କରିବେ । ଏହା ପରିବାରରେ ସୁଖର ଆଲୋକ ଦେବ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ, କିନ୍ତୁ ବ୍ୟବସାୟରେ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କୁ ପ୍ରତାରଣା କରିବେ । ଆପଣଙ୍କ ସପକ୍ଷରେ ଥିବା ବ୍ୟକ୍ତିଙ୍କୁ ପ୍ରେମ ଜଣାଇବେ । ପିଲାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେବେ ।

କର୍କଟ: – ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଭଲ । ସମସ୍ତେ କାର୍ଯ୍ୟ ଏବଂ ପ୍ରତିଭା ଦ୍ୱାରା ଆକର୍ଷିତ ହେବେ । ଯାତ୍ରା ଏବଂ ଚାକିରି, ଦେଶ ବାହାରେ ବ୍ୟବସାୟର ରାଶି ଗଠନ କରାଯାଉଛି । ତୁମର ଜୀବନ ସାଥୀ ପାଇଁ ତୁମର ଅପାର ପ୍ରେମ ଦୃଶ୍ୟମାନ ହେବ । ଶିଶୁର ଅଧ୍ୟୟନ ବିଷୟରେ ନିଶ୍ଚିତତା ରହିବ । ଆଜି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ କରିବାର ଦିନ ।

ସିଂହ: – ଆଜି, ତୁମେ ସବୁକିଛି ରଙ୍ଗୀନ ପାଇବ । ପରିବାର ଏବଂ ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବେ । ଏହା ପ୍ରେମ ଏବଂ ଉତ୍ସର୍ଗୀକୃତତା ବୃଦ୍ଧି କରିବ । ଚାକିରିରେ ସାବଧାନ ରୁହନ୍ତୁ, ଆପଣଙ୍କ ଅଫିସରେ କେହି ଜଣେ ଅଛନ୍ତି ଯିଏ ଆପଣଙ୍କ କାମରେ ଇର୍ଷା କରନ୍ତି । ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଜିତିବେ । ପ୍ରେମ ପାଇଁ ଏକ ଭଲ ଦିନ । କିଛି ବିଶେଷ ଜିନିଷ କିଣିବେ ।

କନ୍ୟା: – ଆଜି ଏହି ରାଶିର ବ୍ୟକ୍ତି ଭାଗ୍ୟର ସମର୍ଥନ ପାଇବେ। ନିବେଶ ପାଇଁ ସମୟ ଭଲ, ସେଠାରୁ ଲାଭ ହୋଇପାରେ । କାର୍ଯ୍ୟ ଚାପ ଅତ୍ୟଧିକ ହେବ । କିନ୍ତୁ ଖୁସିରେ ରହିବାକୁ ଚେଷ୍ଠା କରନ୍ତୁ । ପରିବାର ପାଇଁ ମଧ୍ୟ ସମୟ ବାହାର କରିବେ। କଳା କ୍ଷେତ୍ରରେ ଏକ ନାମ ସୃଷ୍ଟି କରିବ ।

ତୂଳା: – ଆଜି, ଶାନ୍ତ ଭାବରେ ବସନ୍ତୁ। ଚିନ୍ତା କର ଏବଂ କେଉଁ ପରିବର୍ତ୍ତନ ଆଣିବାକୁ ହେବ ତାହା ବିଚାର କର । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ । ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ । ପ୍ରେମରେ କାହାକୁ ବାନ୍ଧିବାର ସୁଯୋଗ ଅଛି । ଜୀବନ ସାଥୀଙ୍କ ଆଶା ପୂରଣ କରିବାରେ ଅସୁବିଧା ହେବ । କେହି ଆସିଲେ ମନ ଦୁଃଖିତ ହେବ ।

ବିଛା : – ଆଜି ବହୁତ ଭଲ ଦିନ ହେବ । ଯେ କୌଣସି ପ୍ରକାରର ସମସ୍ୟାର ସମାଧାନ ଖୋଜିବେ । ବ୍ୟବସାୟରେ କୌଣସି ବନ୍ଧନ ରହିବ ନାହିଁ । ଚାକିରିରେ ଅଗ୍ରଗତି ହେବ । ସମ୍ପର୍କ ବିଷୟରେ ଅଧିକ ସମ୍ବେଦନଶୀଳ । ପରିବାରକୁ ସମର୍ଥନ କରିବେ ଏବଂ ମନୋରଞ୍ଜନ କରିବେ । ସମ୍ପର୍କର କୌଣସି ଅନିଶ୍ଚିତତା ହେତୁ ଦିନଟି ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ହେବ । ଆପଣ ଅଫିସରେ ନୂତନ ଦାୟିତ୍ବ ପାଇବେ ।

ଧନୁ : – ଆଜି ଯାତ୍ରା କରିବାକୁ ଯୋଜନା କରିବେ । ଚାକିରିରେ ଭୁଲ ବୁଝାମଣାର ସମ୍ଭାବନା ଅଛି, ସାବଧାନ ରୁହ, ଅନ୍ୟର କାର୍ଯ୍ୟର ଦାୟିତ୍ବ  ତୁମ ମୁଣ୍ଡରେ ନିଅ ନାହିଁ । ପତ୍ନୀଙ୍କୁ ଏକ ବିଶେଷ ବନ୍ଧୁଙ୍କ ସହିତ ପରିଚିତ କରାଇବ । ଯାହାର ଆଗମନ ଆପଣଙ୍କ ଜୀବନରେ ସୁଖ ଆଣିଦେବ । ଆପଣ ପିଲାଙ୍କ ସୁଖ ମଧ୍ୟ ପାଇପାରିବେ ।

ମକର : – ଆଜି ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ପାଇଁ ଭଲ ହେବ । ପ୍ରେମ ସଂପର୍କରେ ବିବାହ କରିବାର ସମସ୍ତ ସମ୍ଭାବନା ରହିବ । ପରିବାର କିମ୍ବା ଭାଇଭଉଣୀଙ୍କ ସହ ସମ୍ପର୍କ ଦୃଢ ହେବ । ଚାକିରିରେ ଥିବା ସମସ୍ତେ ଏକ ନୂତନ ପ୍ରୋଜେକ୍ଟ ପାଇବା ପରେ ତୁମ ବିଷୟରେ କଥାବାର୍ତ୍ତା କରିବେ । ବ୍ୟବସାୟ ହେଉ କିମ୍ବା ଏକ ନୂତନ କାର୍ଯ୍ୟ, ସମସ୍ତେ ତୁମର ଅଗ୍ରଗତି ପାଇଁ ବାଟ ଖୋଲିବେ ।

କୁମ୍ଭ: – ଆଜି ଏହି ରାଶିର ବ୍ୟକ୍ତିଙ୍କ ଏକ ପୁରୁଣା ବନ୍ଧୁଙ୍କୁ ଭେଟିପାରିବେ। ଭବିଷ୍ୟତରେ ଏହା ବହୁତ ସହାୟକ ହେବ । ବନ୍ଧୁତ୍ୱରେ ଥିବା ଦୂରତାକୁ ହଟାଇବା ପାଇଁ ଏହା ଏକ ଭଲ ଦିନ । କ୍ୟାରିୟରରେ ଭଲ ଆଶା ଅଛି, ଆବଶ୍ୟକତାଠାରୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି । ପରିବାର ସହିତ ଭଲ ସମୟ ବିତାଇବ ।

ମୀନ : – ଆଜି ଏହି ରାଶିର ବ୍ୟକ୍ତିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ। କଥାବାର୍ତ୍ତା ଉପରେ ପ୍ରତିବନ୍ଧକ ରଖ । ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଚାକିରିରେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ଯାହାଦ୍ୱାରା ତୁମେ ତୁମର କାମକୁ ଭଲ କରିବାକୁ ସକ୍ଷମ ହେବ । ପରିବାର ଏବଂ ପିଲାମାନଙ୍କ ସହଯୋଗ ମିଳିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାରରେ ବହୁ ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା କରିବେ

କନ୍ୟା: – ଆଜି ଏହି ରାଶିର ବ୍ୟକ୍ତି ଭାଗ୍ୟର ସମର୍ଥନ ପାଇବେ। ନିବେଶ ପାଇଁ ସମୟ ଭଲ, ସେଠାରୁ ଲାଭ ହୋଇପାରେ । କାର୍ଯ୍ୟ ଚାପ ଅତ୍ୟଧିକ ହେବ । କିନ୍ତୁ ଖୁସିରେ ରହିବାକୁ ଚେଷ୍ଠା କରନ୍ତୁ ।

ମୀନ : – ଆଜି ଏହି ରାଶିର ବ୍ୟକ୍ତିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ। କଥାବାର୍ତ୍ତା ଉପରେ ପ୍ରତିବନ୍ଧକ ରଖ । ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଚାକିରିରେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟିବେ, ଲାଭ ହେବ

ତୂଳା: – ଆଜି, ଶାନ୍ତ ଭାବରେ ବସନ୍ତୁ। ଚିନ୍ତା କର ଏବଂ କେଉଁ ପରିବର୍ତ୍ତନ ଆଣିବାକୁ ହେବ ତାହା ବିଚାର କର । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ । ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ ।

କୁମ୍ଭ: – ଆଜି ଏହି ରାଶିର ବ୍ୟକ୍ତିଙ୍କ ଏକ ପୁରୁଣା ବନ୍ଧୁଙ୍କୁ ଭେଟିପାରିବେ। ଭବିଷ୍ୟତରେ ଏହା ବହୁତ ସହାୟକ ହେବ । ବନ୍ଧୁତ୍ୱରେ ଥିବା ଦୂରତାକୁ ହଟାଇବା ପାଇଁ ଏହା ଏକ ଭଲ ଦିନ । କ୍ୟାରିୟରରେ ଭଲ ଆଶା ଅଛି।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ସୋମବାରରେ ଚାକିରୀରେ ହେବ ଅଗ୍ରଗତି

ବିଛା : – ଆଜି ବହୁତ ଭଲ ଦିନ ହେବ । ଯେ କୌଣସି ପ୍ରକାରର ସମସ୍ୟାର ସମାଧାନ ଖୋଜିବେ । ବ୍ୟବସାୟରେ କୌଣସି ବନ୍ଧନ ରହିବ ନାହିଁ । ଚାକିରିରେ ଅଗ୍ରଗତି ହେବ । ସମ୍ପର୍କ ବିଷୟରେ ଅଧିକ ସମ୍ବେଦନଶୀଳ । ପରିବାରକୁ ସମର୍ଥନ କରିବେ ଏବଂ ମନୋରଞ୍ଜନ କରିବେ ।

ମକର : – ଆଜି ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ପାଇଁ ଭଲ ହେବ । ପ୍ରେମ ସଂପର୍କରେ ବିବାହ କରିବାର ସମସ୍ତ ସମ୍ଭାବନା ରହିବ । ପରିବାର କିମ୍ବା ଭାଇଭଉଣୀଙ୍କ ସହ ସମ୍ପର୍କ ଦୃଢ ହେବ । ଚାକିରିରେ ଥିବା ସମସ୍ତେ ଏକ ନୂତନ ପ୍ରୋଜେକ୍ଟ ପାଇବା ପରେ ତୁମ ବିଷୟରେ କଥାବାର୍ତ୍ତା କରିବେ ।