Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କଲା ସିଏଚଏସଇ: ଜାଣନ୍ତୁ କେବେ ଏବଂ କେମିତି ହେବ ମୂଲ୍ୟାୟନ

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି। ଅଗଷ୍ଟ ୨ ୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଘୋଷଣା ହେବ। ପରୀକ୍ଷା ଫଳ ମୂଲ୍ୟାୟନ ବ୍ୟବସ୍ଥା ଉପରେ ସିଏଚଏସଇ ଘୋଷଣା କରିଛି। ରେଗୁଲାର ପିଲାଙ୍କ ପାଇଁ ଦଶମ ପରିକ୍ଷା ଫଳ ଆଧାରରେ ମୂଲ୍ୟାୟନ ହେବ। ଏକ୍ସରେଗୁଲାର ପିଲାଙ୍କର ପୂର୍ବଥର ପରୀକ୍ଷାକୁ ନେଇ ମୂଲ୍ୟାୟନ ହେବ। ପୂର୍ବ ପରୀକ୍ଷାରେ ପାସ ନମ୍ବରକୁ ଦେଖି ମୂଲ୍ୟାୟନ ହେବ। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେବେ, ସେମାନେ ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

Categories
ଫଟୋ ଖବର

ଶିଳ୍ପୀର କଳା ଚାତୁରୀ: ଶୁଖିଲା ଓସ୍ତ ପତରରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ବିଜେ କରାଇଛନ୍ତି ଶିଳ୍ପୀ

ଶିଳ୍ପୀର କଳା ଚାତୁରୀ: ଶୁଖିଲା ଓସ୍ତ ପତରରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ବିଜେ କରାଇଛନ୍ତି ଶିଳ୍ପୀ

Categories
ଜାତୀୟ ଖବର ବିଶେଷ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଏବେ କଣ ହେବ ?

କୋଲକାତା, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କୋଲକତା ହାଇକୋର୍ଟର ନନ୍ଦିଗ୍ରାମ ବିଧାନସଭା ଆସନରୁ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ ଶୁଣାଣି ଜୁନ୍ 24 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ମମତାଙ୍କ ଓକିଲ ଶୁକ୍ରବାର ଦିନ ଜଷ୍ଟିସ କୌଶିକ ଚାନ୍ଦଙ୍କ ଏକ ବେଞ୍ଚ ସମ୍ମୁଖରେ ଏହି ମାମଲା ଉପସ୍ଥାପନ କରିଛନ୍ତି।

ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ଆବେଦନରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଲୋକ ପ୍ରତିନିଧୀ ଅଧିନିୟମ, 1951 ର ଧାରା 123 ଅନୁଯାୟୀ ତାଙ୍କ ବିଜୟ ବେଆଇନ ବୋଲି ଅଭିଯୋଗ କରିଛନ୍ତି। ଗଣନା ପ୍ରକ୍ରିୟାରେ ଅସଙ୍ଗତି ଥିବାର ମମତା ଆବେଦନ କରିଛନ୍ତି। ଏହି ଅସଙ୍ଗତି ଯୋଗୁଁ ସେ ହାରିଯାଇଛନ୍ତି ଏବଂ ଶୁଭେନ୍ଦୁ ଜିତିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବୃହତ ବିଜୟ ହାସଲ କରିଥିବା ଶାସକ ଟିଏମସି ସଭାପତି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରେ ହାରିଯାଇଛନ୍ତି। ଏକଦା ତାଙ୍କର ସହଯୋଗୀ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଆସନରେ ବିଜୟ ଲାଭ କରିଛନ୍ତି।

ଭୋଟଗଣତି ପରେ ନିର୍ବାଚନ ଆୟୋଗ କହିଥିଲେ ଯେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ 1956 ଭୋଟରେ ଜିତିଛନ୍ତି। ଆୟୋଗ ନିଶ୍ଚିତ କରିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କୁ 110764 ଖଣ୍ଡ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମମତାଙ୍କୁ 108808 ଖଣ୍ଡ ଭୋଟ୍ ମିଳିଛି। ସେତେବେଳେ ଭୋଟ ଗଣତି ବେଳେ ଘଣ୍ଟା ଘଣ୍ଟା ଧରି ଦ୍ୱନ୍ଦ୍ୱ ଦେଖାଦେଇଥିଲା।

ସେତେବେଳେ କେତେକ ଗଣମାଧ୍ୟମ ମମତାଙ୍କୁ ବିଜୟୀ ଘୋଷଣା ମଧ୍ୟ କରି ଦେଇଥିଲେ। ହେଲେ ନିର୍ବାଚନ ଅଧିକାରୀ ଶୁଭେନ୍ଦୁଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହା ପରେ ବିବଇନ୍ନ ମହଲରେ ଗଣତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଟିଏମସି ତରଫରୁ ନିର୍ବାଚନ ଅଧିକାରୀଙ୍କୁ ଭୋଟ ପୁନଃଗଣତି ଦାବି କରାଯାଇଥିଲା। ହେଲେ ପୁନଃ ଭୋଟ୍ ଗଣନା ପାଇଁ ଟିଏମସିର ଏହି ଅନୁରୋଧକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ଫଳାଫଳ ଘୋଷଣା ପରେ ମମତା ବାନାର୍ଜୀ କହିଥିଲେ ଯେ ଇଭିଏମ୍ ଟାମ୍ପରିଂ ଯୋଗୁଁ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଆୟୋଗ ପୁନଃଗଣନା ଦାବି ପ୍ରତ୍ୟାଖ୍ୟାନ କରିଥିବାରୁ ସେ ଏହି ପ୍ରସଙ୍ଗରେ କୋର୍ଟକୁ ଯିବେ ବୋଲି ସେତେବେଳେ କହିଥିଲେ। ମମତା ନନ୍ଦିଗ୍ରାମର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସିଇଓଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ଏକ ଏସଏମଏସକୁ ମଧ୍ୟ ସାର୍ବଜନୀନ କରିଥିଲେ। ସେ ସେତେବେଳେ ଦାବି କରିଥିଲେ ଯେ ନନ୍ଦିଗ୍ରାମରେ ନିଶ୍ଚିତ ଇଭିଏମ ଟ୍ୟାମ୍ପରିଂ ହେବ। ସେଥିପାଇଁ ନିର୍ବାଚନ କମିଶନର ସତର୍କ ରୁହନ୍ତୁ। ହେଲେ ପରବର୍ତ୍ତି ସମୟରେ ସେ ଯାହା ଭାବୁଥିଲେ ତାହା ହିଁ ହେଲା ବୋଲି ମମତା କହିଛନ୍ତି।

ଗତ ବିଧାନସଭା ନିର୍ବାଚନ ସମୟରେ ମମତା ବାନାର୍ଜୀ ନିଜର ପାରମ୍ପାରିକ ଭବାନୀପୁର ଆସନ ଛାଡି ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଭବାନୀପୁର ଆସନରୁ ଶୋଭାନାଦେବ ଚଟୋପାଧ୍ୟାୟଙ୍କୁ ଟିଏମସିରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଛନ୍ତି। ମମତା ପ୍ରଥମ ଥର ପାଇଁ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ଆସନଟି 2016 ରେ ଟିଏମସିରୁ ଶୁଭେନ୍ଦୁ ଅଧିକାରୀ ପ୍ରତିନିଧିତ୍ୱ କରୁଥିଲେ। ମମତା ହାଇକୋର୍ଟରେ ଏହି ଅଭିଯୋଗ କରିବା ପରେ ବର୍ତ୍ତମାନ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହେଲେ ଦୁଇ ଓଡିଆ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭାରତୀୟ ୧୬ ଜଣିଆ ଦଳରେ ସାମିଲ କରାଯାଇଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଅଲମ୍ପିକ ଖେଳିବା ପାଇଁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଘୋଷିତ ଭାରତୀୟ ହକି ଦଳ:

ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଉ କିଛି ସମୟ ପରେ ଡବ୍ଲୁଟିସି ଫାଇନାଲ ମ୍ୟାଚ: ବର୍ଷା ଯୋଗୁଁ ପ୍ରଭାବିତ ହୋଇପାରେ ଖେଳ

ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଇଂଲଣ୍ଡର ସାଉଥେମ୍ପଟନରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ ଟା ସମୟରେ ମ୍ୟାଚ ଆରମ୍ଭ ହେବ। କିନ୍ତୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସାଉଥେମ୍ପଟନରେ ବର୍ଷା ହେଉଛି। ବର୍ଷା କାରଣରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ଖେଳାଯିବା ସମ୍ଭାବନା ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଏହା ଏକ ଐତିହାସିକ ମ୍ୟାଚ। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚ ପ୍ରଥମ ଥର ପାଇଁ ଆଇସିସି ଆୟୋଜନ କରୁଛି। ତେଣୁ ଯେଉଁ ଦଳ ଏହି ମ୍ୟାଚ ଜିତିବ, ସେହି ଦଳ ଇତିହାସ ରଚିବ। ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଚମ୍ପିୟାନ ହେବାର ଗୌରଭ ଲାଭ କରିବ।

ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ସାଉଥେମ୍ପଟନରେ ଗତକାଲି ରାତିରୁ ବର୍ଷା ଲାଗିରହିଥିଲା। ବର୍ଷା ୫ ଦିନ ହେବା ସମ୍ଭାବନା ଦେଖାଯାଉଥିବାରୁ ମ୍ୟାଚ ଖେଳାଯିବା ନେଇ ବିପଦ ଦେଖାଯାଇଛି। ଏହି ମ୍ୟାଚ ପାଇଁ କେବଳ ଗୋଟିଏ ଅତିରିକ୍ତ ଦିନ ରିଜର୍ବ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି: ହେବ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ମାସ କିମ୍ବା ଅଗଷ୍ଟ ମାସ ସୁଦ୍ଧା ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ। ହେଲେ ପରୀକ୍ଷା କେବେ ହେବ, ତାହା ନେଇ ବିଶ୍ୱବିଦ୍ୟାଳୟ ତାରିଖ ନିର୍ଦ୍ଧାରଣ କରିବ। ପରୀକ୍ଷା ଅନଲାଇନରେ ହେବା ପାଇଁ ନିଷ୍ପତ୍ତି ହୋଇଛି। ଅନଲାଇନ ପରୀକ୍ଷା କେମିତି ହେବ, ତାହା ବିଶ୍ୱବିଦ୍ୟାଳୟ ସ୍ଥିର କରିବ। ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ। ଯେଉଁମାନଙ୍କର ପରୀକ୍ଷା ଦେବା ପାଇଁ ଘରେ ଅସୁବିଧା ଥିବ, ସେମାନେ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର: ୯୮୦ କୋଟି ଟଙ୍କାର କୃଷି ଋଣ ମୁକ୍ତ କଲା ରାଜ୍ୟ ସରକାର

ରାଞ୍ଚି: ଚାଷୀଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ ଘୋଷଣା କରିଛି। ରାଜ୍ୟରେ ୨ ଲକ୍ଷ ୪୬ ହଜାର ଚାଷୀଙ୍କୁ ୯୮୦ କୋଟି ଟଙ୍କା ଋଣ ମୁକ୍ତ କରିବା ଘୋଷଣା କରିଛି। ଝାଡ଼ଖଣ୍ଡର ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଛି।

ଝାଡଖଣ୍ଡ କୃଷି ପାଳନ ମନ୍ତ୍ରୀ ବାଦଲ ପତ୍ରଲେଖ କହିଛନ୍ତି ଯେ, କୃଷି ଋଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରର ସଂକଲ୍ପ ଥିଲା। ଆମ ସରକାରର ଏହା ଏକ ମହତ୍ବପୂର୍ଣ୍ଣ ଯୋଜନା ଭିତରୁ ଅନ୍ୟତମ। ଆମ ସରକାର ଋଣ ମୁକ୍ତ କରିବା ପାଇଁ ବିଧାନସଭାରେ ଘୋଷଣା କରିଥିଲା। ତେଣୁ ଏହା ଉପରେ ଆମେ ନିରନ୍ତର କାମ କରୁଥିଲୁ ବୋଲି ମନ୍ତ୍ରୀ ବାଦଲ ପତ୍ରଲେଖ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଝାଡଖଣ୍ଡ ସରକାର ଚଳିତ ଆର୍ଥିକ ବଜେଟରେ କୃଷି ଋଣ ମୁକ୍ତ କରିବା ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୭୩ ଦିନ ପରେ ୮ ଲକ୍ଷରୁ କମ ହେଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୭ ଲକ୍ଷ ୬୨ ହଜାର ୭୯୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୩ ହଜାର ୪୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୭୨ ହଜାର ୯୧୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୯୮ ହଜାର ୬୫୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବରଗଡ, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, କେନ୍ଦ୍ରାପଡା, ରାୟଗଡା ଓ ଦେବଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୩ ହଜାର ୫୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୮୦୬ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୩୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୩ ହଜାର ୫୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୧୭ ଜଣ, କଟକ ଜିଲ୍ଲାରୁ ୩୯୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୭୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୨୦ ଜଣ, ବରଗଡ ଜିଲ୍ଲାରୁ ୫୮ ଜଣ, ଭଦ୍ରକ ଜିଲ୍ଲାରୁ ୧୫୮, ବଲାଙ୍ଗୀରି ଜିଲ୍ଲାରୁ ୨୮, ବୌଦ୍ଧ ଜିଲ୍ଲାରୁ ୩୫, ଦେବଗଡ ଜିଲ୍ଲାରୁ ୩୦, ଢେଙ୍କାନାଳ ଜିଲ୍ଲାରୁ ୪୩ ଜଣ, ଗଜପତି ଜିଲ୍ଲାରୁ ୪୫ ଜଣ, ଗଞ୍ଜାମ ଜିଲ୍ଲାରୁ ୩୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୦ ଜଣ, ଯାଜପୁର ଜିଲ୍ଲାରୁ ୩୪୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡିରୁ ୪୩ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୫ ଜଣ, କେନ୍ଦୁଝର ଜିଲ୍ଲାରୁ ୮୧ ଜଣ, କୋରାପୁଟ ଜିଲ୍ଲାରୁ ୭୭ ଜଣ, ମାଲକାନାଗିରି ଜିଲ୍ଲାରୁ ୭୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୮ ଜଣ, ନୟାଗଡ ଜିଲ୍ଲାରୁ ୧୩୪ ଜଣ, ନୂଆପଡା ଜିଲ୍ଲାରୁ ୩୧ ଜଣ, ପୁରୀ ଜିଲ୍ଲାରୁ ୨୦୦ ଜଣ, ରାୟଗଡା ଜିଲ୍ଲାରୁ ୧୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୪୫ ଜଣ, ସୋନପୁର ଜିଲ୍ଲାରୁ ୩୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୯ ଜଣ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ମନୋରଂଜନ ସିନେମା

ଟିଭି ଚ୍ୟାନେଲ ପାଇଁ ନୂଆ ଆଇନ, ଏଣିକି ଲୋକଙ୍କ ଅଭିଯୋଗ ପାଇଁ କରିବେ ବୈଧାନିକ ବ୍ୟବସ୍ଥା

ଭୁବନେଶ୍ବର, କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ ନାଗରିକ ମାନଙ୍କର ଆପତ୍ତି କିମ୍ବା ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ।

ବର୍ତ୍ତମାନ, ନିୟମାବଳୀ ଅନ୍ତର୍ଗତ ରହିଥିବା ବ୍ୟବସ୍ଥା ଅନୁଯାୟୀ, ଏକ ଆନ୍ତଃମନ୍ତ୍ରିସ୍ତରୀୟ ସମିତି ଦ୍ୱାରା କାଯ୍ୟକ୍ରମ/ବିଜ୍ଞାପନ ସଂହିତାର ଉଲ୍ଲଙ୍ଘନ ସଂକ୍ରାନ୍ତରେ ନାଗରିକମାନଙ୍କର ଅଭିଯୋଗର ସମାଧାନ ଲାଗି ସଂସ୍ଥାଗତ ବ୍ୟବସ୍ଥା ରହିଛି। ଅନୁରୂପ ଭାବେ, ଅଭିଯୋଗଗୁଡ଼ିକର ସମାଧାନ ଲାଗି ବିଭିନ୍ନ ପ୍ରସାରଣକାରୀଙ୍କର ଏକ ସ୍ୱ-ନିୟାମକ ବ୍ୟବସ୍ଥା ରହିଛି। ତେବେ ଅଭିଯୋଗ ସମାଧାନ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏକ ବୈଧାନିକ ବ୍ୟବସ୍ଥା କରିବାର ଆବଶ୍ୟକତା ଅନୁଭୂତ ହେଉଥିଲା।

କେତେକ ପ୍ରସାରଣକାରୀମାନେ ମଧ୍ୟ ସେମାନଙ୍କର ସଂଘ ବା ସଂସ୍ଥାଗୁଡ଼ିକୁ ଆଇନଗତ ମାନ୍ୟତା ଦେବା ନିମନ୍ତେ ଅନୁରୋଧ କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ୨୦୦୦ ମସିହାର ମାମଲା ସଂଖ୍ୟା ଡବ୍ଲୁପି (ସି)ନଂ. ୩୮୭- “କମନ୍ କଜ୍ ଭର୍ସେସ୍ ୟୁନିଅନ୍ ଅଫ୍ ଇଣ୍ଡିଆ ଆଣ୍ଡ ଅଦର୍ସ” ମାମଲାରେ ଦେଇଥିବା ରାୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅଭିଯୋଗ ସମାଧାନ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଅଭିଯୋଗ ସମାଧାନ ବ୍ୟବସ୍ଥାର ଔପଚାରିକରଣ ନିମନ୍ତେ ଉପଯୁକ୍ତ ନିୟମାବଳୀ ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ଉପରୋକ୍ତ ପୃଷ୍ଠଭୂମିରେ, ଏହି ବୈଧାନିକ ବ୍ୟବସ୍ଥା ପ୍ରଦାନ କରିବା ଲାଗି କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀରେ ସଂଶୋଧନ କରାଯାଇଛି, ଯାହାକି ପାରଦର୍ଶୀ ଓ ନାଗରିକଙ୍କ ପାଇଁ ଲାଭଦାୟକ ହେବ। ଏଥିସହିତ, ପ୍ରସାରଣକାରୀମାନଙ୍କର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ।

ବର୍ତ୍ତମାନ ଦେଶରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଅନୁମତିପ୍ରାପ୍ତ ୯୦୦ରୁ ଅଧିକ ଟେଲିଭିଜନ ଚ୍ୟାନେଲ୍ ରହିଛନ୍ତି। ଏମାନଙ୍କୁ କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ ଅଧୀନରେ ଦିଆଯାଇଥିବା କାର‌୍ୟ୍ୟକ୍ରମ ଓ ବିଜ୍ଞାପନ ସଂହିତାକୁ ପାଳନ କରିବାକୁ ହୋଇଥାଏ। ଉପରୋକ୍ତ ବିଜ୍ଞପ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି କାରଣ ଅଭିଯୋଗ ସମାଧାନ ନିମନ୍ତେ ଏହା ଏକ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥା ଯୋଗାଇ ଦେବ। ଏଥିସହିତ ପ୍ରସାରଣକାରୀ ଏବଂ ସେମାନଙ୍କର ସ୍ୱ-ନିୟାମକ ସଂସ୍ଥାଗୁଡ଼ିକ ଉପରେ ଏକ ଉତ୍ତରଦାୟିତ୍ୱ ଏବଂ ଦାୟିତ୍ୱ ନ୍ୟସ୍ତ କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ଲକ ଡାଉନ ସମୟରେ ହୋଟେଲ ବନ୍ଦ ଥିବାବେଳେ ଚାକିରୀଆଙ୍କ ପେଟକୁ ଆହର ଦେଉଛି ‘ଆହାର’

ଭୁବନେଶ୍ୱର, ଲକଡାଉନ ବେଳେ ହୋଟେଲ ବନ୍ଦ। ହେଲେ ଯେଉଁମାନେ ଛୋଟ ଚାକିରୀ କରି ବଞ୍ଚୁଛନ୍ତି, ସେମାନଙ୍କ ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିଛି। ଯେଉଁମାନେ ବା କାମକୁ ଆସୁଛନ୍ତି ହେଲେ ସେମାନଙ୍କୁ ଖାଇବାକୁ କିଛି ମିଳୁ ନାହିଁ। କାରଣ ଲକଡାଉନ ପାଇଁ ହୋଟେଲ ବନ୍ଦ। ପାଖରେ ପଇସା ଥିଲେ ମଧ୍ୟ ପେଟକୁ ଆହାର ମିଳୁପାରୁ ନାହିଁ। ଏହିପରି ସମୟରେ ବିଏମସି ପରିଚାଳିତ ଆହାର କେନ୍ଦ୍ର ଏମାନଙ୍କର ସାହା ଭରସା ପାଲଟିଛି।

ଭଗବତ୍ ପ୍ରସାଦ ପାଢୀ ବୟସ ପାଖାପାଖି ୫୦ ବର୍ଷ, ଜଣେ ଘରୋଇ ଆୟୁବେଦିକ୍ ଦୋକାନର କର୍ମଚାରୀ, ନିୟମିତ ଭାବେ ଆହାର କେନ୍ଦ୍ରକୁ ଆସି ଖାଦ୍ୟ ଖାଆନ୍ତି। ସେ କହନ୍ତି, ଏହି ସହରରେ ଆମ ଭଳି ଚାକିରିଆଙ୍କୁ ସବୁ ବ୍ୟବସ୍ଥା କରି ରନ୍ଧାବଢା କରିବାର ସୁବିଧା ନଥିବା ବେଳେ କମ୍ ଦାମ୍‌ରେ ଆହାରର ପେଟପୁରା ଭୋଜନ ଆମ ପାଇଁ ବହୁତ କିଛି ।

ସେହିପରି ଲଭ୍‌ଲୀ ଶବର ବୟସ ୧୫ ବର୍ଷ। ସେ କ୍ୟାପିଟାଲ୍ ହାଇସ୍କୁଲ୍‌ର ଛାତ୍ରୀ। ସେ କହନ୍ତି, ଆମ ଭଳି ଗରିବ ପରିବାରଙ୍କ ପାଇଁ ଏହି ମହାମାରୀର ପ୍ରଭାବ ସମୟ ସହିତ ଅନ୍ୟ ସମୟରେ ପେଟ ପୁରାଉଛି ଏହି ଆହାର ଭୋଜନ ।

୨୨ ବର୍ଷିୟ ଆଲୋକ କୁମାର ଦାସ୍  ଘରୋଇ ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ। ଏହି ଯୁବକ କହନ୍ତି, ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍‌ କାଳରେ ସୀମିତ ସ୍ୱଳ୍ପ ବ୍ୟୟରେ ଆମ ଭଳି କର୍ମଜୀବୀଙ୍କ ପାଇଁ ଆହାର କେନ୍ଦ୍ରରୁ ମିଳୁଛି ପେଟପୁରା ଭୋଜନ ।

ମଇ ମାସ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଖୋଲା ରହୁଛି ଭୁବନେଶ୍ୱରରେ ଥିବା ୧୨ ଗୋଟି ଆହାର କେନ୍ଦ୍ର । କୋଭିଡ୍ ନିୟମ ଅନୁପାଳନରେ ଏହି ସେବା ଅଧିନରେ ଉତ୍ସାହୀ ତଥା ଆଗ୍ରହୀ ହିତାଧିକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ କେନ୍ଦ୍ରରୁ ଆହାର ଭୋଜନ ପ୍ୟାକ୍ କରି ଦେବାର ସୁବନ୍ଦୋବସ୍ତ କରିଛନ୍ତି ମହାନଗର ନିଗମ । ପ୍ରତ୍ୟହ ଦିବା୧୧ ଘଟିକା ପରଠାରୁ ଆହାର ଭୋଜନକୁ ପ୍ୟାକ୍ କରି ହିତାଧିକାରୀଙ୍କୁ ଦିଆଯାଇଛି । ତେବେ ତାଲାବନ୍ଦ ଅବଧିରେ ସହରର ଚଳପ୍ରଚଳ ଏବଂ ଗମନାଗମନ କମ୍ ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟାର ଭୋଜନ ଦିଆଯାଉଅଛି ।

ଲକ୍‌ଡାଉନ୍‌ ଦିନ ଗୁଡ଼ିକରେ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍‌ସ ଠାରେ ଥିବା ୨ ଗୋଟି ଆହାର କେନ୍ଦ୍ରରେ ୩୫୦ ଟି ଲେଖାଏଁ, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୫୦ ଟି, ସମ୍ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦ ଟି, ଚନ୍ଦ୍ରଶେଖରପୁର କଳିଙ୍ଗ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ର ଏବଂ ମ୍ୟୁଜିୟମ୍ ଛକ (ବି ଏମ୍ ସି ହତା ମଧ୍ୟରେ ଥିବା) ଆହାର କେନ୍ଦ୍ରରେ ୩୫୦ ଟି ଲେଖାଏଁ, ରସୁଲଗଡ଼ ଠାରେ ୪୦୦ ଟି, ସିଟି ବସ୍‌ଷ୍ଟାଣ୍ଡ୍ ମାଷ୍ଟରକ୍ୟାଣ୍ଟିନ୍ ଠାରେ ୩୦୦ ଟି, ନୟାପଲ୍ଲୀ ଦୁର୍ଗା ମଣ୍ଡପଠାରେ ୩୫୦ ଟି, ବରମୁଣ୍ଡା ବସ ଷ୍ଟାଣ୍ଡ୍ ଠାରେ ୨୫୦ ଟି, ଅଶୋକନଗର ଠାରେ ୩୦୦ ଟି ଏବଂ ଖାରବେଳ ନଗର ଠାରେ ୨୦୦ ଗୋଟି ଭୋଜନ ଦିଆଯାଉଅଛି ।

ସହରରେ ଥିବା ସମୁଦାୟ ୧୨ ଗୋଟି ଆହାର କେନ୍ଦ୍ର ମଧ୍ୟରୁ ୫ ଗୋଟି ଆହାର କେନ୍ଦ୍ର ବିଭିନ୍ନ ହସ୍ପିଟାଲ୍ ନିକଟରେ ଅବସ୍ଥିତ । ୩ ଗୋଟି ଆହାର କେନ୍ଦ୍ର ସପ୍ତାହର ଲକ୍‌ଡ଼ାଉନ୍ ଏବଂ ଶନିବାର ସଟ୍‌ଡ଼ାଉନ୍ ଖୋଲା ରହୁଥିବା ବେଳେ ଏମ୍ସ ଭୁବନେଶ୍ୱର ନିକଟରେ ଥିବା ଆହାର କେନ୍ଦ୍ରଗୁଡ଼ିକ ଲକ୍‌ଡାଉନ୍‌ ଏବଂ ଶନିବାର ସଟ୍‌ଡାଉନ୍‌ ସଂଧ୍ୟାରେ ଖୋଲିନଥାଏ ।

ଓଡିଶାର ଏକ ମୁଖ୍ୟ ପର୍ବ ରଜ ଉତ୍ସବ । ଏହି ପର୍ବରେ ସାଧାରଣ ସମୟରେ ଆହାର କେନ୍ଦ୍ର ଗୁଡ଼ିକରେ କମ୍ ସଂଖ୍ୟକ ଭୋଜନ ଦିଆଯାଇଥାଏ; ସାମ୍ପ୍ରତିକ ପରିସ୍ଥିତିରେ ଅନେକ ବ୍ୟକ୍ତି ରଜ ପର୍ବରେ ନିଜ ଗାଁ ଗଣ୍ଡାକୁ ଯାଇ ପାରିନାହାଁନ୍ତି । ତେଣୁ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଅବଧିରେ ଆହାର କେନ୍ଦ୍ରକୁ ଖୋଲା ରଖାଯାଉଛି ଏବଂ ନିର୍ଦ୍ଧିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି; ତେଣୁ ରଜ ପର୍ବରେ ଘରକୁ ଯାଇ ନପାରି ଆହାର କେନ୍ଦ୍ର ଉପରେ ନିୟମିତ ନିର୍ଭର କରୁଥିବା ନାଗରିକ ମାନଙ୍କ ପାଇଁ କେନ୍ଦ୍ର ଗୁଡିକ ଖୋଲା ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ସଂଜୟ କୁମାର ସିଂହ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 500 କୋଟି ଟଙ୍କା ଦେଲା ଓଡିଶାର ଏକ ସଂସ୍ଥା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ପ୍ରଦାନ କରାଗଲା 500 କୋଟି ଟଙ୍କା। ଏହି ଟଙ୍କା ପ୍ରଦାନ କରିଛି ଓଡିଶା ଖଣି ନିଗମ। ନିଗମ ତରଫରୁ ଏକ ଚେକ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁୟାଲ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଓମସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଏହି ଚେକ ପ୍ରଦାନ କରିଛନ୍ତି।

ଏଥିରେ ସୁରେନ୍ଦ୍ର କୁମାର କହିଛନ୍ତି ଯେ ମହାମାରି ସତ୍ବେ ଓଏମସି ଚଳିତ ବର୍ଷ ଗତବର୍ଷ ତୁଳନାରେ 5.42 ପ୍ରତିଶତ ଲାଭ କରିଛି। ଏଥର ଓଏମସି 17.12 ମିଲିୟନ ଟନ ଲୁହାପଥର କାରବାର କରିଛି। ଯାହାର ମୂଲ୍ୟ 5 ହଜାର 592 କୋଟି ଟଙ୍କା ହେବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

ଏହି ଅବସରରେ ଓଏମସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ, IAS ମଧ୍ୟ ଉପସ୍ଥିତ ଥିଲେ। କରୋନା ପ୍ରଭାବିତଙ୍କୁ ସହାୟତା ଯୋଗାଇଦେବାରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଆହୁରି ଆଗେଇ ନେବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ।

Categories
ଆଜିର ଖବର ଧର୍ମ

ମନ୍ଦିର ଦର୍ଶନ: ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ନୃସିଂହ ଦେବଙ୍କ 5ଟି ରୂପ ପୂଜା ପାଉଛନ୍ତି

ଭୁବନେଶ୍ବର, ବିଷ୍ଣୁପୁରାଣ ଅନୁସାରେ ହିରଣ୍ୟକଶିପୁଙ୍କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଏଥିରେ ବିଷ୍ଣୁ ଏକ ଭୟଙ୍କର ରୂପ ଧାରଣ କରି ହିରଣ୍ୟ କଶିପୁଙ୍କୁ ମାରିଥିଲେ। ସେହିଦିନଠାରୁ ଭଗବାନଙ୍କର ନୃସିଂହ ଅବତାର 10 ଅବତାର ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଭଗବାନଙ୍କ ଏହି ରୂପକୁ ପୂଜା କରାଯାଏ। ସେଥିପାଇଁ ନୃସିଂହ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭଗବାନ ନୃସିଂହଙ୍କର 5ଟି ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଉଛି। ସେହି ରୂପଗୁଡିକ ହେଲା ଯୋଗ ନୃସିଂହ, ଜ୍ବାଳା ନୃସିଂହ, ଉଗ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଏବଂ ଗନ୍ଧଭନ୍ଦ୍ରା ନୃସିଂହ। ଏହି ପାଞ୍ଚୋଟି ରୂପ 12 ଫୁଟ ଉଚ୍ଚତା ଏବଂ 30 ଫୁଟ ଲମ୍ବା ବିଶିଷ୍ଠ ଏକ ଗୁମ୍ଫାରେ ପୂଜା ପାଉଛନ୍ତି।

ଏଥିସହିତ ସେଠାରେ ରହିଛି ଏକ ସୁନ୍ଦର ମନ୍ଦିର। ସେ ମନ୍ଦିରର ନାମ ହେଉଛି ଶ୍ରୀଲକ୍ଷ୍ମୀ ନୃସିଂହ ସ୍ବାମୀ ମନ୍ଦିର। ଏହା ତେଲଙ୍ଗାନାର ୟାଦାଦ୍ରୀ ଭୁବନଗିରି ଜିଲ୍ଲାର ୟାଦାଗୁରିଗୁଟ୍ଟାରେ ଅବସ୍ଥିତ।  ଅନେକ ଏଠାରେ ନୃସିଂହ ଭଗବାନଙ୍କ ପାଞ୍ଚୋଟି ରୂପ ପୂଜା ପାଉଥିବାରୁ ଏହାକୁ ପଞ୍ଚ ନୃସିଂହ କ୍ଷେତ୍ରମ୍ ବୋଲି କହିଥାନ୍ତି। ଏହା ହାଇଦ୍ରାବାଦଠାରୁ 62 କିଲୋମିଟର ଦୂରରେ ଅବସ୍ଥିତ। ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଗଣିତ ହୋଇଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 18 ତାରିଖ ଶୁକ୍ରବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

ମେଷ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି ।

ବୃଷ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ ।

ମିଥୁନ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର କେନ୍ଦ୍ର ହୋଇ ରହିବ । ଏହି ସପ୍ତାହରେ ଆପଣ ଏକ ଦୀର୍ଘ ସମୟ ପରେ ଏକ ସାଥୀ ସହିତ ଏକାକୀ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ । ଆଗ୍ରହକୁ ଅନୁସରଣ କରିବା ପାଇଁ ତୁମର ବ୍ୟସ୍ତବହୁଳ ଜୀବନ ଶୈଳୀରୁ ସମୟ ବାହାର କରିବା ଆବଶ୍ୟକ ହେବ ।

କର୍କଟ- ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ । ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ। ଏହି ସପ୍ତାହରେ ଦୀର୍ଘ ଯାତ୍ରା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ ।

ସିଂହ- ଭଲ ପ୍ରଦର୍ଶନ ସହିତ ଛାତ୍ରମାନେ ସେମାନଙ୍କର ଶିକ୍ଷକ ଏବଂ ବୟସ୍କମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ । କିଛି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପରିବାର ସହିତ ବାହାରକୁ ଯିବା ଆନନ୍ଦଦାୟକ ହେବ । ସାମାଜିକ ପରିବେଷରେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ଆମନ୍ତ୍ରିତ ହେବ ।

କନ୍ୟା-ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ । ଉଦାରତାରେ କରାଯାଇଥିବା କୌଣସି ଭଲ କାର୍ଯ୍ୟ ପାଇଁ ତୁମେ ସମାଜରେ ପ୍ରଶଂସିତ ହେବ । ଯଦି ବନ୍ଧୁମାନଙ୍କୁ ଦୀର୍ଘ ସମୟ ପାଇଁ ସମୟ ଦିଆଯାଇ ନ ଥାଏ ତେବେ ଖରାପ ସମ୍ପର୍କରେ ଉନ୍ନତିର ଲକ୍ଷଣ ଦେଖାଦେଇଛି ।

ତୂଳା- ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ ।

ବିଛା-ଲଭ୍ ଲାଇଫ୍ ଆପଣଙ୍କୁ ଉତ୍ସାହିତ କରିବ । ବୃତ୍ତିଗତ ଜୀବନରେ ସହକର୍ମୀମାନଙ୍କ ସହ ମିଶି କାମ କରିବା ଆପଣଙ୍କ ଆଗ୍ରହରେ ରହିବ। ଏହି ସପ୍ତାହରେ, ଆବଶ୍ୟକତା ଅନୁଯାୟୀ ଏକ ନୂତନ ବିନିଯୋଗ ବିକଳ୍ପ ଆପଣଙ୍କୁ ଉପସ୍ଥାପିତ ହେବାର ସମ୍ଭାବନା ଅଛି । ସାମାଜିକ କାର୍ଯ୍ୟରେ କାହାର ସମ୍ବେଦନଶୀଳତା ଆପଣଙ୍କୁ ଅସନ୍ତୁଷ୍ଟ କରିପାରେ ।

ଧନୁ- ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ । ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ ।

ମକର – ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି । ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ । ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କର୍ମକ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାକୁ ଦକ୍ଷତାର ସହିତ ସମାଧାନ କରିବାରେ ସକ୍ଷମ ହେବେ ।

କୁମ୍ଭ- ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ । ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି।

ମୀନ-  ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ । କୈତୁହଳପ୍ରଦ ବ୍ୟକ୍ତିଙ୍କ ସହିତ ତୁମର ଘନିଷ୍ଠତା ବୃଦ୍ଧି କରିବାର ଲକ୍ଷଣ ଅଛି । ଏକ ଉତ୍ସାହୀ ପ୍ରେମ ଜୀବନ ଆରମ୍ଭ ହେବାର ଅନେକ ସମ୍ଭାବନା ଅଛି ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଜାତୀୟ ରାଜପଥରେ ଏସିଡ ଟ୍ୟାଙ୍କର ଲିକ୍: ଆୟତ୍ତ ଲାଗି ଟାଙ୍ଗୀ ଅଗ୍ନିଶମ ବାହିନୀର ପ୍ରୟାସ ଜାରି

ନୟାଗଡ/ଚାନ୍ଦପୁର: ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହେବାରେ ଲାଗିଛି।

ସୂଚନା ମୁତାବକ ଆଜି ରାତି ୯ ଘଟିକା ପାଖାପାଖି ଗଞ୍ଜାମରୁ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଏକ ଟ୍ୟାଙ୍କର କୋଲକାତା ଅଭିମୁଖେ ଯାଉଥିବାବେଳେ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରୟାଲ କଟେଜ ନିକଟରେ ଟ୍ୟାଙ୍କରର ଭାଲବ ଟି ଭାଙ୍ଗିଯାଇଥିଲା। ଫଳରେ ହାଇଡ୍ରୋକ୍ଲୋରିକ ଏସିଡ ଲିକ ହୋଇ ରାଜପଥରେ ବୋହିବାକୁ ଲାଗିଥିଲା। ସଙ୍ଗେସଙ୍ଗେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗାଡିକୁ ରୋଡ଼ ପାର୍ଶ୍ଵକୁ ନେଇଯାଇଥିଲେ। ଏବଂ ଜାତୀୟ ରାଜପଥ ବ୍ଲକ କରି ଆଖ ପାଖ ଅଞ୍ଚଳରୁ ତୁରନ୍ତ ଜନସାଧାରଣଙ୍କୁ ଖାଲି କରିଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସାହାଯ୍ୟରେ ହାଇଡ୍ରୋକ୍ଲୋରିକ ଏସିଡକୁ ଡ଼ାଇଲୁସନ କରିବାରେ ଲାଗିଛି। ତେବେ ଏପ୍ରକ୍ରିୟା ପାଖାପାଖି ଆହୁରି ୨ ଘଣ୍ଟା ଚାଲିବ ବୋଲି ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ପାଇଁ ଉଦଘାଟିତ ହେଲା ଇ-ପାଠଶାଳା ସହିତ ଇ-ମୂଲ୍ୟାଙ୍କନ

ଭୁବନେଶ୍ୱର,  ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ୱାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ ।

ସଂପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଆଯାଇଥିବା ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଶିକ୍ଷାକ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନରେ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ ।

ଏହି ଅବସରରେ କୋଭିଡ୍‌ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମିତ୍ତ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ମନ୍ତ୍ରୀ ଗତବର୍ଷ ଆମର ବିଭିନ୍ନ ପ୍ରୟାସ ସତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ଶେଷ ପ୍ରାନ୍ତରରେ ଥିବା ପିଲାଟି ପାଖରେ କିପରି ଶିକ୍ଷା ପହଞ୍ଚାଇବା ବୋଲି ମନ୍ତ୍ରୀ କହିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା ସମୟରେ ବିଦ୍ୟାଳୟ ଛାଡ଼ିଥିବା (ଡ୍ରପ୍‌ଆଉଟ୍‌) ପିଲା ଏବଂ ପ୍ରବାସୀ(ମାଇଗ୍ରାଣ୍ଟ) ପିଲାଙ୍କୁ ସର୍ଭେ ମାଧ୍ୟମରେ ଠାବ କରି ତାଙ୍କୁ ଶିକ୍ଷାଦାନ କରି ମୁଖ୍ୟସ୍ରୋତକୁ ଆଣିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟରେ ଶିକ୍ଷାଦାନ ନିମିତ୍ତ କେତେକ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନେଉଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସଂପ୍ରତି ଦୂରଦର୍ଶନରେ ‘ଶିକ୍ଷାଦର୍ପଣ’, ରେଡିଓ ପାଠଶାଳା, ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ ଓ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଅନ୍‌ଲାଇନ୍‌ ପାଠପଢ଼ା ହେବ । ବିଶେଷ କରି ଜୁନ୍‌ ୨୧ ତାରିଖଠାରୁ ୟୁଟୁ୍ୟବ୍‌ ମାଧ୍ୟମରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ପାଇଁ ପଦକ୍ଷେପ ନିଆଯାଉଥିବା କଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରକାଶ କରିଥିଲେ ।

ଏହି ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ଶିକ୍ଷକ ନିଯୁକ୍ତି, ଆସବାବ କ୍ରୟ, ପାଣ୍ଠି ବିନିଯୋଗ ସାର୍ଟିଫିକେଟ୍‌ ଓ ଉନ୍ନତ ଶିକ୍ଷାଦାନ ଆଦି ଉପରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଅର୍ଥରାଶି ଠିକ୍‌ ସମୟରେ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କେତେକ ବିଦ୍ୟାଳୟରେ ହୋଇଥିବା ପୁଷ୍ଟି ବଗିଚା ଦେଖି ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ବିଦ୍ୟାଳୟମାନଙ୍କରେ ବର୍ଷା ଋତୁ ଆରମ୍ଭରୁ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମୂଳଦୁଆ ହେଉଛି ମୌଳିକ ଭାଷା ଓ ସାଂଖିକ ଜ୍ଞାନ । ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସେଣ୍ଟର ସ୍କ୍ୱାର ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

କରୋନା ସମୟରେ ଛାତ୍ରଛାତ୍ରୀ ଘରେ ରହୁଥିବାରୁ ପିତାମାତାଙ୍କ ସହଯୋଗ ନିମିତ୍ତ ଇ-ପିଟିଏମ୍‌(ଭର୍ଚୁଆଲ୍‌ ମାଧ୍ୟମ)ରେ ଶିକ୍ଷକ ଓ ଅଭିଭାବକ ବୈଠକ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଆଦର୍ଶ ବିଦ୍ୟାଳୟ ଲିଙ୍ଗରାଜ ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ୩୪ ହଜାର ସ୍କୁଲରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ , ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୁରଭଞ୍ଜରେ ୨୫ ଲକ୍ଷ୧ ହଜାର, ଜଗତସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୦ କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ଲଗାତାର ୬ଷ୍ଠ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୪ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍‌ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ‘ମୋ ସ୍କୁଲ୍‌’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଥିବା ବେଳେ ପ୍ରଧାନ ଶିକ୍ଷକମାନଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଗାଇଡାନ୍ସ ନୋଟ୍ ପ୍ରସ୍ତୁତ କରାଯାଇଛି। ଗତ ମେ’ ମାସରେ ୮୪୪ ପୋଷ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ନିଜ ସ୍କୁଲ୍‌ର ମେଣ୍ଟର, ସମ୍ପୃକ୍ତ ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଭର୍ଚୁଆଲ ବୈଠକର ଆୟୋଜନ କରିଛନ୍ତି।

ଏହି ବୈଠକରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୧୪ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ, ମେଣ୍ଟର ଏବଂ ଅନ୍ୟମାନେ ଅଂଶଗ୍ରହଣ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସ୍ମାର୍ଟ କ୍ଲାସ୍‌ରୁମ୍ ସହ ଡିଜିଟାଲ କଣ୍ଟେଣ୍ଟ୍‌, ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବାକୁ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା, ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ଭର୍ଚୁଆଲ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ସେହିଭଳି ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ସମସ୍ତ ୧ ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିଖାଇବାକୁ ପ୍ରତ୍ୟେକ ବିଦ୍ୟାଳୟରେ ‘କୋଡ୍ କ୍ଲବ୍‌’ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି।

କୋଭିଡ୍ ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନଙ୍କର ପଢିବା ଅଭ୍ୟାସ ବିଶେଷଭାବେ ପ୍ରଭାବିତ ହୋଇଛି। ଏଭଳିସ୍ଥଳେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍‌’ ଦ୍ୱାରା ୧୦ ହଜାର ଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଥିଲା।

ରାଜ୍ୟରେ ଲକ୍‌ଡାଉନ୍ ପରିସ୍ଥିତି କୋହଳ ହେବା ପରେ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ୍ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସ୍ୱତନ୍ତ୍ର ଅଡିଟର୍‌ମାନଙ୍କୁ ନିୟୋଜିତ କରାଯାଇଛି।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗାଡି ପଲ୍ୟୁସନ ସାର୍ଟିଫିକେଟ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ସାରା ଦେଶରେ ଦିଆଯିବାକୁ ଥିବା ପିୟୁସି ବା ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍ ପ୍ରମାଣପତ୍ରର ସାର୍ବଜନିକ ଫର୍ମାଟ୍ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୧ ଜୁନ୍ ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି । ସେହି ଅନୁସାରେ ଏଣିକି ନୂଆ ନିୟମରେ ଏହି ପଲ୍ୟୁସନ ସାର୍ଟିଫେକଟ ପ୍ରଦାନ କରାଯିବ। ସେଗୁଡିକ ହେଲା…

(କ) ସାରା ଦେଶରେ ଏକକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି)ର ପ୍ରଚଳନ ଏବଂ ଜାତୀୟ ରେଜିଷ୍ଟର ସହିତ ପିୟୁସି ଡାଟାବେସର ସଂଯୋଗ କରିବା ।

(ଖ) ପ୍ରଥମ ଥର ପାଇଁ ରିଜେକସନ ସ୍ଲିପର ସଂକଳ୍ପନା ପ୍ରବର୍ତ୍ତନ କରାଯାଉଛି । ପ୍ରଚଳିତ ଅଙ୍ଗାରକ ନିର୍ଗମନ ନିୟମ ଅନୁସାରେ ସର୍ବାଧିକ ଅନୁମତିଯୋଗ୍ୟ ମୂଲ୍ୟଠାରୁ ଯଦି ପରୀକ୍ଷା ଫଳାଫଳ ମୂଲ୍ୟ ଅଧିକ ହୁଏ, ତେବେ ଯାନ ମାଲିକଙ୍କୁ ରିଜେକସନ୍ ସ୍ଲିପ୍ ର ଏକ ସାର୍ବଜନିକ ଫର୍ମାଟ୍ ପ୍ରଦାନ କରାଯିବ । ଅନ୍ୟ ଏକ କେନ୍ଦ୍ରରେ ପରୀକ୍ଷା ସମୟରେ ଯଦି ପିୟୁସିସି ସେଣ୍ଟର ଡିଭାଇସ୍ ଭଲ ଭାବେ କାର‌୍ୟ୍ୟ କରୁ ନ ଥାଏ, ତେବେ ଗାଡ଼ିର ସର୍ଭିସ୍ କରାଇବା ପାଇଁ ଏହି କାଗଜପତ୍ର ସର୍ଭିସ୍ ସେଣ୍ଟରରେ ଦେଖାଯାଇ ପାରିବ ଅଥବା ବ୍ୟବହାର କରାଯାଇ ପାରିବ ।

(ଗ) ସୂଚନାର ଗୋପନୀୟତା ରହିବ ଯଥା (୧) ଯାନ ମାଲିକଙ୍କ ମୋବାଇଲ ଫୋନ୍ ନମ୍ବର, ନାମ ଓ ଠିକଣା (୨) ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର (କେବଳ ଶେଷ ୪ଟି ସଂଖ୍ୟା ଦୃଶ୍ୟମାନ ହେବ, ଅନ୍ୟ ସଂଖ୍ୟାଗୁଡ଼ିକ ଲୁକ୍କାୟିତ ରହିବ) ।

(ଘ) ମାଲିକଙ୍କ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି, ଯେଉଁଥିରେ ବୈଧତା ଓ ଦେୟ ପାଇଁ ଏସଏମଏସ୍ ଆଲର୍ଟ ପ୍ରେରଣ କରାଯିବ ।

(ଚ) ଅଙ୍ଗାରକ ନିର୍ଗମନ ନିୟମର ବ୍ୟବସ୍ଥାଗୁଡ଼ିକୁ ଗୋଟିଏ ମୋଟର ଯାନ ପାଳନ କରୁନାହିଁ ବୋଲି ଯଦି ପ୍ରବର୍ତ୍ତନ ଅଧିକାରୀ ବିଶ୍ୱାସ କରନ୍ତି, ତେବେ ଯେ କୌଣସି ଗୋଟିଏ ପ୍ରାଧିକୃତ ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ (ପିୟୁସି) ଟେଷ୍ଟିଙ୍ଗ୍ ଷ୍ଟେସନରେ ଗାଡ଼ିର ପରୀକ୍ଷା ପାଇଁ ଗାଡ଼ିକୁ ଦାଖଲ କରିବା ଲାଗି ସମ୍ପୃକ୍ତ ଚାଳକ ଅଥବା ଗାଡ଼ିର ଦାୟିତ୍ୱରେ ଥିବା ଯେ କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଲିଖିତ କିମ୍ବା ଇଲେକ୍ଟ୍ରୋନିକ୍ ଭାବେ ଯୋଗାଯୋଗ କରିପାରନ୍ତି । ଅନୁପାଳନ ପାଇଁ ଗାଡ଼ିକୁ ଦାଖଲ କରିବାରେ ଯଦି ସମ୍ପୃକ୍ତ ଚାଳକ ଅଥବା ଗାଡ଼ି ଦାୟିତ୍ୱରେ ଥିବା ବ୍ୟକ୍ତି ବିଫଳ ହୁଅନ୍ତି, କିମ୍ବା ଗାଡ଼ିଟି ଅନୁପାଳନରେ ବିଫଳ ହୁଏ, ତେବେ ଜରିମାନା ପୈଠ ନିମନ୍ତେ ଗାଡ଼ିର ମାଲିକ ଉତ୍ତରଦାୟୀ ରହିବେ ।

ଯଦି ମାଲିକ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି, ପଞ୍ଜୀକରଣ କର୍ତ୍ତୃପକ୍ଷ, ଲିଖିତ ଭାବେ ରେକର୍ଡ ହେବାକୁ ଥିବା କାରଣ ପାଇଁ, ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ଏବଂ କୌଣସି ପ୍ରକାର ପରମିଟକୁ ସେ ପର‌୍ୟ୍ୟନ୍ତ ସସପେଣ୍ଡ କରିଦେବେ, ଯେ ପର‌୍ୟ୍ୟନ୍ତ ଏକ ବୈଧ ‘ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ’ ପ୍ରମାଣପତ୍ର ବାହାର କରା ନ ଯାଇଛି ।

(ଛ) ଏହିଭଳି ଭାବେ, ପ୍ରବର୍ତ୍ତନ ଆଇଟି-ସମର୍ଥିତ ହେବ ଏବଂ ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ି ଉପରେ ଉତ୍ତମ ନିୟନ୍ତ୍ରଣ ଆଣିବାରେ ସହାୟକ ହେବ ।

(ଜ) ଫର୍ମରେ କ୍ୟୁଆର କୋଡ୍ ଛପାଯିବ । ଏହା ପିୟୁସି ସେଣ୍ଟର ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ସୂଚନା ଧାରଣ କରିବ ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଆଜି ଚିଲିକାରେ ବଢିଲା ସଂକ୍ରମଣ, ଏହି ସବୁ କେନ୍ଦ୍ରରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ମୁଣ୍ଡ ଟେକିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ, ଚିଲିକା ବ୍ଲକରେ ୨୧ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ, ଚିଲିକା ବ୍ଲକରୁ ୧୩ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୫ ଜଣ, ଚିଲିକା ବ୍ଲକରେ ୭୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ଚାଲୁ ରହିବ। ବାଣପୁର ମାଇନର ସ୍କୁଲରେ ୧୦୦ ଟି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ୧୫୦, ନଈରୀ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୭୦ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୦ ଟି ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଆଉ ଏକ ପରୀ!: ନୟାଗଡରେ ୬ ବର୍ଷର ଶିଶୁ କନ୍ୟାକୁ  ଦୁଷ୍କର୍ମ ପରେ ହତ୍ୟା

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀର ଘଟଣା ମନରୁ ଲିଭିନି, କିନ୍ତୁ ଆଉ ଏକ ହୃଦୟ ବିଦାରକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗ୍ରାମର ୨୨ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପୋଲିସ ଆଗରେ ଦୋଷ ସ୍ଵୀକାର କରିଛି। ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖ ଠାରୁ ୬ ବର୍ଷର ଶିଶୁ କନ୍ୟା ଜଣଙ୍କ ହଠାତ ନିଖୋଜ ହୋଇଯାଇଥିଲା। ଏହା ପରେ ପରିବାର ପକ୍ଷରୁ ଶିଶୁ କନ୍ୟାକୁ ବହୁତ ଖୋଜା ଖୋଜି କରିବା ସହ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ନିଖୋଜ ଶିଶୁ କନ୍ୟାର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା।