Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬ ହଜାର ୭୯୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୭୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୮୨, କଟକରୁ ୬୮୯, ଯାଜପୁରରୁ ୪୮୬, ମୟୂରଭଞ୍ଜରୁ ୪୮୦, ପୁରୀରୁ ୩୯୩, ବାଲେଶ୍ବରରୁ ୨୮୪, ଭଦ୍ରକରୁ ୨୬୧, ସୁନ୍ଦରଗଡରୁ ୨୪୧, କେନ୍ଦ୍ରାପଡାରୁ ୨୩୭, ଜଗତସିଂହପୁରରୁ ୨୧୯, ନବରଙ୍ଗପୁରରୁ ୧୮୬, ରାୟଗଡାରୁ ୧୮୪, ବୌଦ୍ଧରୁ ୧୭୯, ନୟାଗଡରୁ ୧୭୭, କୋରାପୁଟରୁ ୧୬୩, ଅନୁଗୁଳରୁ ୧୫୯, ବରଗଡରୁ ୧୧୯, ମାଳାକାନାଗିରିରୁ ୧୧୭, ଢେଙ୍କାନାଳରୁ ୧୦୯, କଳାହାଣ୍ଡିରୁ ୧୦୦, ସମ୍ବଲପୁରରୁ ୧୦୦, କନ୍ଧମାଳରୁ ୮୭, ବଲାଙ୍ଗୀରିରୁ ୮୨, ଝାରସୁଗୁଡାରୁ ୭୨, ଗଞ୍ଜାମରୁ ୬୯, କେନ୍ଦୁଝରରୁ ୬୫, ସୋନପୁରରୁ ୬୩, ଗଜପତିରୁ ୩୬, ନୂଆପଡାରୁ ୩୪, ଦେବଗଡରୁ ୧୯  ଏବଂ ଷ୍ଟେଟ ପୁଲରୁ ୨୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୧୧ ହଜାର ୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪ ହଜାର ୯୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୧୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୮୭ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗୋରୁମାଫିଆଙ୍କ ଅମାନବୀୟ କାର୍ଯ୍ୟ: ଟାଙ୍ଗୀ ଚାନ୍ଦପୁର ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଗଲେ ୧୦ ମୃତ ଗୋରୁ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ବେଳକୁ ବେଳ ଗୋରୁମାଫିଆଙ୍କ ପାଦୁର୍ଭାବ ବଢିଚାଲିଛି। ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଞ୍ଚଳରୁ ଶହ ଶହ ଗୋରୁଙ୍କୁ ବେଆଇନ ଚାଲାଣ କରି ରାଜ୍ୟ ବାହାରକୁ ନିଆଯାଉଥିବା ଅଭିଯୋଗ ହେଉଛି। ପୋଲିସର କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ସେମାନଙ୍କର ବେଆଇନ କାରବାର କମିବାର କାହିଁ ଦେଖାଯାଉନି। ଗୋରୁଙ୍କୁ ଦୟନୀୟ ଭାବେ ଧାନ ବସ୍ତା ଲଦି ନେଲା ଭଳି ମାଫିଆମାନେ ଗାଡିରେ ଭର୍ତ୍ତି କରି ନେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଜୀବିତ ଗୋରୁ ଶ୍ଵାସ ରୁଦ୍ଧ ହୋଇ କିମ୍ବା ଖାଦ୍ୟ ଅଭାବ ଯୋଗୁଁ ଗାଡି ଭିତରେ ମୃତ୍ୟୁବରଣ କରୁଛନ୍ତି।

ଗତ ୧୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେହି କଣ୍ଟେନରରେ ମୋଟ ୬୯ ଟି ଗାଈ ଦୟନୀୟ ଭାବେ ବନ୍ଧା ହୋଇଥିବା ବେଳେ ତନ୍ମଧ୍ୟରୁ ୧୬ ଟି ଗାଈ ମୃତ୍ୟୁବରଣ କରିଥିଲେ। ଟାଙ୍ଗୀ ପୋଲିସ ସମସ୍ତ ମୃତ ଗାଈଙ୍କୁ ଉଦ୍ଧାର କରି ସଂସ୍କାର କରିଥିଲା।

ତେବେ ଗତକାଲି ରାତିରେ କୌଣସି ଗୋରୁମାଫିଆ ପାଖାପାଖି ୧୦ ଟି ମୃତ ଗାଈଙ୍କୁ ଟାଙ୍ଗୀ ଏବଂ ଚାନ୍ଦପୁର ରାସ୍ତା କଡରେ ଫୋପାଡି ଦେଇ ଚାଲିଥିବା ସନ୍ଦେହ କରିଯାଉଛି। ଗୋରୁମାଫିଆମାନେ ଗୋରୁ ଚାଲାଣ ବେଳେ ୧୦ ଟି ଗାଈ ମୃତ୍ୟୁ ହେବା ଯୋଗୁଁ ଟାଙ୍ଗୀ ପଥରବନ୍ଧ ରାସ୍ତା ଓ ନୟାଗଡ ଜିଲ୍ଲା ଓସ୍ତାପଡା ରାସ୍ତା ପାର୍ଶ୍ଵରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ଟାଙ୍ଗୀ ଓ ଚାନ୍ଦପୁର ପୋଲିସ୍ ବାରମ୍ବାର ଗୋରୁ ଗାଡି ଜଵତ କରି ମାଫିଆ ମାନଙ୍କୁ ବାନ୍ଧୁଥିବା ବେଳେ ଏବେ ବି କେତେକ ମାଫିଆ ସକ୍ରିୟ ଅଛନ୍ତି। ତେଣୁ ଗୋରୁ ଚାଲାଣ ଉପରେ ପୋଲିସ୍ ଆହୁରି କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୮୯: ସୁସ୍ଥ ହେଲେ ୯୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୮୩୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୦ ହଜାର ୯୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୪୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୮୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବେଙ୍ଗଲୁରୁକୁ ଚାଲିବ ନୂଆ ସ୍ବତନ୍ତ୍ର ଟ୍ରେନ, ଏଲଟିଟି ଟ୍ରେନ ସାମୟିକ ବାତିଲ

ଭୁବନେଶ୍ବର, ରେଳ ମନ୍ତ୍ରଣାଳୟ ନିମ୍ନଲିଖିତ ଅନୁଯାୟୀ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ

08637/08638 ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ସ୍ବତନ୍ତ୍ରବେ ଟ୍ରେନ ହାଟିଆରୁ ଜୁନ ମାସ ୧୯ ଓ ୨୬ ତାରିଖ (ଶନିବାର) ଦିନମାନଙ୍କରେ ସନ୍ଧ୍ୟା ୬ଘ.୨୫ମି. ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ବେଙ୍ଗାଲୁରୁ କ୍ୟାଣ୍ଟ.ରୁ ଜୁନ ମାସ ୨୩ ଓ ୩୦ ତାରିଖ ବୁଧବାର ଦିନ ମାନଙ୍କରେ (ମଙ୍ଗଳବାର ମଧ୍ୟ ରାତ୍ରି) ୧୨ଘ.୨୦ମି.ରେ ଛାଡିବ।

ଏହି ଟ୍ରେନ ହାଟିଆ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ଉଭୟ ଦିଗରୁ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ପାର୍ବତୀପୁରମ୍, ବବିଲି, ବିଜୟନଗରମ, ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ।

ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ବିଶେଷ ଟ୍ରେନ ସାମୟିକ ବାତିଲ୍

କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 08519/08520 ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି- ବିଶାଖାପାଟନମ୍ ସ୍ପେଶାଲ୍ 15 ରୁ 30 ଜୁନ୍ ମଧ୍ୟରେ ବିଶାଖାପାଟନମ୍ରୁ ଏବଂ ମୁମ୍ବାଇ ଏଲଟିଟିରୁ 18 ଜୁନ୍ ରୁ 2 ଜୁଲାଇ, 2021 ମଧ୍ୟରେ ଅସ୍ଥାୟୀ ଭାବରେ ବାତିଲ୍ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଅଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ମନୋନୀତ କଲେ ଆକାଶ ଚୋପ୍ରା: ଅଧିନାୟକ ବିରାଟ ଦେଇପାରନ୍ତି ମୋହର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ପାଇଁ ପ୍ଲେଇଙ୍ଗ ଏକାଦଶ ଖେଳାଳି ମନୋନୀତ କରିଛନ୍ତି। ଏହି ମ୍ୟାଚ ଆସନ୍ତା ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବ।

ତେବେ ଫାଇନାଲ ମ୍ୟାଚ ପାଇଁ ପୁର୍ବତନ ଖେଳାଳି ଏମିତି ଏକ ପ୍ଲେଇଙ୍ଗ ଏକାଦଶ ଟିମ ମନୋନୀତ କରିଛନ୍ତି, ଯେଉଁଥିରେ ଅଧିନାୟକ ବିରାଟ କୋହିଲୀ ମଧ୍ୟ ମୋହର ଲଗାଇପାରନ୍ତି। ଆକାଶ ଚୋପ୍ରା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଶୁଭମାନ ଗିଲ ଏବଂ ରୋହିତ ଶର୍ମାଙ୍କୁ ଚୟନ କରିଥିବା ବେଳେ ତୃତୀୟ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଚେତେଶ୍ଵର ପୂଜାର, ଚତୁର୍ଥରେ ବିରାଟ କୋହିଲୀ ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଚୟନ କରିଛନ୍ତି।

ସେହିଭଳି ଷଷ୍ଠ ନମ୍ବର ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ତାଲିକାରେ ରଖିଛନ୍ତି। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ସ୍ଥାନ ଦେଇଛନ୍ତି। ତେବେ ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ଆକାଶ ତାଲିକାରୁ ବାଦ ଦେଇଛନ୍ତି। ସିରାଜଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ରଖିଥିବା ବେଳେ ଇଶାନ୍ତ ଶର୍ମା ଏବଂ ଜସପ୍ରିତ ବୁମରାଙ୍କୁ ପ୍ଲେଇଙ୍ଗ ଏକାଦଶରେ ସ୍ଥାନ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

20 ବର୍ଷ ପୁରଣ କଲା ଅମୀର ଖାନଙ୍କ ‘ଲଗାନ’, ବର୍ଷ ପୂର୍ତ୍ତିରେ ଅମୀରଙ୍କ ନୂଆ ଘୋଷଣା

ମୁମ୍ବାଇ, ଆମୀର ଖାନଙ୍କ ଫିଲ୍ମ ଲଗାନ 20 ବର୍ଷ ପୂରଣ କରିଛି । 2001 ମସିହାରେ, ଏହି ଚଳଚ୍ଚିତ୍ରଟି ଜୁନ୍ 15 ରେ ମୁକ୍ତିଲାଭ କରିଥିଲା ​। ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ମୁକ୍ତିଲାଭ କରିଥିଲା । ଏହି ଆଇକନିକ୍ ଚଳଚ୍ଚିତ୍ର ଲାଗାନ୍ ଆଶୁତୋଷ ଗୋୱାରିକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଆମୀର ଖାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହି ଚଳଚିତ୍ର ନେଟଫ୍ଲିକ୍ସରେ 190 ରୁ ଅଧିକ ଦେଶରେ ପ୍ରଦର୍ଶିତ କରାଯିବ ବୋଲି ଘୋଷଣା କରାଯାଇଛି।

ନେଟଫ୍ଲିକ୍ସ, ଆମୀର ଖାନ ପ୍ରଡକ୍ସନ୍ସ ଏବଂ ଅଶୁତୋଶ ଗୋୱାରିକର ଏକାଠି ହୋଇ ଭାରତୀୟ ସିନେମାରେ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିଛନ୍ତି। ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ଏହା ‘ଚଲେ ଚାଲୋ ଲାଗାନ୍ – ଏକ ଇମପସିବୁଲ ଡ୍ରିମ’, ନାମରେ ପ୍ରଦର୍ଶିତ ହେବ ବୋଲି ଅଫିସିଆଲ୍ ଘୋଷଣା କରାଯାଇଛି।

ଏହି ଡକ୍ୟୁମେଣ୍ଟାରୀ ନେଟଫ୍ଲିକ୍ସ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ଷ୍ଟ୍ରିମ୍ ହେବ । ବିଦେଶୀ ଭାଷା ଚଳଚ୍ଚିତ୍ର ବର୍ଗରେ ‘ଲାଗାନ୍’ ଓସ୍କାର ପୁରସ୍କାରକୁ ପଠାଯାଇଥିଲା । ଏହି ଚଳଚ୍ଚିତ୍ରଟି ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଏଥିରେ ଦେଶପ୍ରେମର ଭାବକୁ କ୍ରିକେଟ୍ ସହିତ ଯୋଡା ଯାଇଥିଲା ​​। ଏହି ଚଳଚ୍ଚିତ୍ରରେ ଆମୀର ଖାନ ଏବଂ ଭାବନଙ୍କ ଅଭିନୟ ବେଶ ଉଚ୍ଚକୋଟିର ଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ପହିଲି ରଜରେ ଜୁଆ ଆଡ୍ଡା ଉପରେ ଚଢାଉ: ଆଠ ଜୁଆଡ଼ିଙ୍କୁ ବାନ୍ଧିଲା ନାଚୁଣୀ ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ପହିଲି ରଜ ଥିବାବେଳେ ଜୁଆଡ଼ି ମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି।  ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଗତକାଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକାଧିକ ଜୁଆଡ଼ିଙ୍କୁ ଗିରଫ କରିଛି।

ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଗତକାଲି ବିଭିନ୍ନ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଟିମ ସହ ଚଢ଼ାଉ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଭବାନୀପୁର ଆମ୍ବ ତୋଟା ଜଙ୍ଗଲ ଅଞ୍ଚଳ ଏବଂ ସରଳସିଂହ ସ୍କୁଲରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ତେବେ ଅନ୍ୟ ଜୁଆଡ଼ି ମାନେ ଜଙ୍ଗଲ ତଥା ଖୋଲା ଅଞ୍ଚଳର ଫାଇଦା ନେଇ ଖସି ପଳାଇଥିଲେ। ପୋଲିସ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଟାରପୁଲିନ, ଖୋଲା ତାସ,୫ ହଜାର ୬ ଶହ ନଗଦ ଟଙ୍କା, ୬ ଗୋଟି ବାଇକ ଏବଂ ୩ ଗୋଟି ସାଇକେଲ ଜବତ କରିବା ସହ ସେମାନଙ୍କ ବିରୋଧରେ ୩ ଓପିଜି ନିୟମ ଅନୁଯାୟୀ ବାଣପୁର ଥାନାରେ କେସ ନମ୍ବର ୨୧୧/୨୧ ଏବଂ ୨୧୨/୨୧ ରେ ମାମଲା ୠଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାର ଭାଗ୍ୟ, ବାହାରିବେ ଜଣେ ପଶିବେ ଆଉ ଜଣେ

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ତାଜା କରୁଛି। ସେହିପରି କେତେବେଳେ ମନ୍ତ୍ରୀ ରାଜନାଥ ସିଂ, କେତେବେଳେ ମନ୍ତ୍ରୀ ନୀତିନ ଗଡକରିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଏହି ଅଦଳବଦଳ ସନ୍ଦେହକୁ ଦୃଢିଭୂତ କରୁଛି।

ତେବେ ଜାତୀୟ ରାଜନୀତିରେ ଯେପରି ଚର୍ଚ୍ଚା ଚାଲିଛି ଓଡିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ କିଛି ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସେଥିମଧ୍ୟରେ ରହିଛି ଓଡିଶାରୁ ଜଣେ ମନ୍ତ୍ରୀ ହଟିବେ, ଆଉ ନୂଆ ଜଣେ ପଶିବେ। ତେବେ କିଏ ବାହାରିବେ କିଏ ପଶିବେ ସେ ନେଇ ଚାଲିଛି ଅଙ୍କ କଷା।

ବର୍ତ୍ତମାନ କେନ୍ଦ୍ରରେ ଓଡିଶାରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି। ଜଣେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ପ୍ରତାପ ଷଡଙ୍ଗୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଧର୍ମେନ୍ଦ୍ରଙ୍କ କେନ୍ଦ୍ରରେ ଦବଦବା ସବୁଠାରୁ ଅଧିକ। ସେଥିପାଇଁ ତାଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯାଇଛି। ନିକଟ ଭବିଷ୍ୟତରେ ତାଙ୍କ ଦବଦବାରେ କେହି ହାତ ମାରିବାର ନାହିଁ। ତେବେ ଯେଉଁ ମନ୍ତ୍ରୀ ହଟିବାର ଚର୍ଚ୍ଚା ହେଉଛି ସେ ହେଉଛନ୍ତି ପ୍ରତାପ ଷଡଙ୍ଗୀ।

ପ୍ରତାପ ଷଡଙ୍ଗୀଙ୍କୁ ହଟାଇବାର କାରଣରେ କୁହାଯାଉଛି ଯେ ତାଙ୍କର ଦକ୍ଷତା ଭଲ ନାହିଁ। ନିଜ ବିଭାଗକୁ ଠିକରେ ସମ୍ଭାଳିବାରେ ସେ ଅକ୍ଷମ। ତେବେ ସବୁଠାରୁ ଯେଉଁ ଗୁରୁତ୍ବପୂର୍ଣ୍ଣ କଥା ରହିଛି ତାହା ହେଲା ରାଜ୍ୟ ରାଜନୀତିରେ ବିଜେପିର ସେପରି କିଛି ପରିବର୍ତ୍ତନ ହୋଇପାରିଲା ନାହିଁ।

ପ୍ରତାପ ଷଡଙ୍ଗୀ ଯେତେବେଳେ କେନ୍ଦ୍ରମନ୍ତ୍ରୀ ହେଲେ ସେତେବେଳେ ଜାତୀୟ ଗଣମାଧ୍ୟମରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଓଡିଶାର ଯୋଗୀ ଆଦିତ୍ୟନାଥ ବୋଲି କୁହାଗଲା। ଓଡିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ସେ ବହୁତ କିଛି କରିବେ ବୋଲି କେନ୍ଦ୍ରୀୟ ନେତା ଆଶା କରିଥିଲେ। ହେଲେ ପ୍ରତାପଙ୍କ ମନ୍ତ୍ରୀତ୍ବରେ ରାଜ୍ୟ ବିଜେପିର କୌଣସି ପରିବର୍ତ୍ତନ ହେଲା ନାହିଁ।

ତେବେ ସବୁଠାରୁ ବଡ ଝଟକା ହେଲା ବାଲେଶ୍ବର ଉପନିର୍ବାଚନ। ଏହି ନିର୍ବାଚନ ମଣ୍ଡଳିଟିରେ ପୂର୍ବରୁ ବିଜେପି ବିଧାୟକ ଥିଲେ, ବିଜେପିର ସଂଗଠନ ଥିଲା, ଏଥିସହିତ ତାହା ଖୋଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନ ମଣ୍ଡଳି। ଏପରି କ୍ଷେତ୍ରରେ ସେଠାରେ ବିଜେପି ପ୍ରାର୍ଥୀ ହାରିବା କେନ୍ଦ୍ରୀୟ ନେତୃବୃନ୍ଦ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି।

ପ୍ରତାପ ଷଡଙ୍ଗୀଙ୍କୁ ବଦଳାଇ ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ଏହା ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଅଶ୍ବନୀ ବୈଷ୍ଣବଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲି ହେବା ନିଶ୍ଚିତ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ ସଂପର୍କରେ ମନ୍ତୀଙ୍କ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଇନ୍ଦ୍ରାବତୀ ଜଳସେଚନ ଯୋଜନାରେ ଆଗାମୀଦିନରେ ସଠିକ ଭାବରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ପଦାଧିକଲାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠଖରେ ଇନ୍ଦ୍ରାବତୀ ମୂଖ୍ୟ ନିର୍ମାଣ ଯନ୍ତ୍ରୀ, ବାମ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଡାହାଣ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଓଏଚପିସିର ମୂଖ୍ୟ ସାଧାରଣ ପରିଚାଲକ, ସାଧାରଣ ପରିଚାଲକ ପ୍ରମୂଖ ଉପସ୍ଥିତ ଥିଲେ।

ଆଗାମୀ ଦିନରେ କେନାଲ ଗୁଡିକର ତୁରନ୍ତ ମରାମତି, କେନାଲ ତଳମୁଣ୍ଡକୁ ଜଳସେଚନ ପାଣି ପହଂଚାଇବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବାମକେନାଲ ଅନ୍ତଗ୍ରତ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୂଟାରୀ, ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ, ଡାହାଣ କେନାଲର ମୁଣ୍ଡରାଗୁଡା ଡିଷ୍ଟ୍ରିବ୍ୟୁଟାରୀ, ଭତ୍ରାଯୋର ଡିଷ୍ଟ୍ରିବ୍ୟୁଟାରୀ ଆଦି ଅନେକ କେନାଲର ଲାଇନିଂ କାର୍ଯ୍ୟ କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସେହିପରି ବାମ କେନାଲରୁ ତଳମଲା, ଆଟିଗାଂ ଅଂଚଳକୁ ଜଳସେଚନ ବ୍ୟବସ୍ଥା ସୂଚାରୂ ରୂପେ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବହୁମୂଖି ଜଳସେଚନ ଯୋଜନାକୁ କଳାହାଣ୍ଡି ଜିଲ୍ଲାର ଜୀବନରେଖା ବୋଲି କୁହାଯାଉଥିବା ବେଳେ ଜଳସେଚନ ଯୋଜନାରେ ପ୍ରତିବର୍ଷ ଅବ୍ୟବସ୍ଥା ଦେଖାଯାଇଥାଏ। ଏହି ଯୋଜନାରେ ୬୦୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ଥିବା ବେଳେ ସେଥିରୁ ଉଦବୃତ ଜଳ ମଙ୍ଗଳପୁର ଠାରେ ହାତୀନଦୀ ଶଯ୍ୟା ଉପରେ ବେରେଜ ନିର୍ମାଣ କରାଯାଇ ବାମ ଓ ଡାହାଣ କେନାଲ ମାଧ୍ୟମରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ। ଏହି ଜଳସେଚନ ବିଭାଗୀୟ ପଦାଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ହେଉଥିବା ବେଳେ ପ୍ରାୟତଃ ସମସ୍ତ କେନାଲର ଶେଷମୁଣ୍ଡକୁ କେନାଲ ପାଣି ପହଂଚି ପାରିନଥାଏ।

ଅନ୍ୟପକ୍ଷରେ ଜଳବିଦ୍ୟୁତ ବିଭାଗ ଓଏଚପିସି ଓ ଜଳସେଚନ ବିଭାଗର ତାଳମେଳ ରହୁନଥିବା ହେତୁ ଚାଷି ମାନଙ୍କ ଆବଶ୍ୟକତା ସମୟରେ ଜଳସେଚନ ପାଇଁ ପାଣି ଅଭାବ ଦେଖାଦେଉଥିବା ବେଳେ ଅନାବଶ୍ୟକ ସମୟରେ ମାତ୍ରାଧିକ ପାଣି କେନାଲରେ ଛାଡି ଦେଉଥିବା ଯୋଗୁଁ ଚାଷ ନଷ୍ଟ ହେଉଥିବାର ଅନେକ ଉଦାହରଣ ମଧ୍ୟ ରହିଛି। ଅତୀତରେ ଏନେଇ ଚାଷୀ ମହଲରେ ଅନେକବାର ଦାବୀ ହେବା ସହ ଜିଲ୍ଲା କୃଷକ ଫେେରେସନ ତରଫରୁ ଅନେକ ବାର ଉଦ୍ୟମ କରାଯାଇଥିଲେହେଁ ଓଏଚପିସି ପଦାଧରକାରୀ ଓ ଜଳସେଚନ ବିଭାଗୀୟ ପଦାଧିକାରୀ ଙ୍କ ଅସହଯୋଗ ହେତୁ କୌଣସି ଫଳପ୍ରଦ ହୋଇପାରିନାହିଁ। ବର୍ତ୍ତମାନ ଶକ୍ତି ବିଭାଗ ଦାୟୀତ୍ୱରେ ଜିଲ୍ଲାର ମନ୍ତ୍ରୀ ଥିବା ହେତୁ ଆଗାମୀ ଦିନରେ ଏସଂପର୍କରେ ଅଗ୍ରଗତି ହୋଇପାରିବ ବୋଲି ଚାଷୀ ମହଲରେ ଆଶା ସଂଚାର ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟା ରାମ ମନ୍ଦିର ଜମିକୁ କାହିଁକି ୧୮ କୋଟିରେ କିଣିଲା ଟ୍ରଷ୍ଟ?: କେନ୍ଦ୍ର ସରକାର ଏବଂ ସଂଘକୁ ପଠାଗଲା ରିପୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଜମି କିଣାକୁ ନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ବିବାଦ ଘଟଣାରେ କେନ୍ଦ୍ର ସରକାରକୁ ଆଜି ଟ୍ରଷ୍ଟ ଏକ ରିପୋର୍ଟ ପଠାଇଛି। ବିରୋଧୀ ଦଳଙ୍କ ଦ୍ଵାରା ଏହା ଏକ ଷଡଯନ୍ତ୍ର ବୋଲି ଉକ୍ତ ରିପୋର୍ଟରେ ଟ୍ରଷ୍ଟ ଦର୍ଶାଇଛି। ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର ସରକାର ବ୍ୟତୀତ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଜମି କିଣା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଏବଂ କିପରି ଭିନ୍ନ ଭିନ୍ନ ଜମିର ମୂଲ୍ୟ ରହିଛି ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ରାମ ଜନ୍ମ ଭୂମୀ ନିର୍ମାଣ ପାଇଁ ଟ୍ରଷ୍ଟ ୨ କୋଟିର ଜମିକୁ ୧୮.୫ କୋଟି ଟଙ୍କାରେ କିଣିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରଜ ଦୋଳି ଗୀତର ଲେଖକ କିଏ ସେ ? ନୟାଗଡର ମାଗୁଣୀ ମହାପାତ୍ର କି ? ଏକ ବିବାଦୀୟ ପ୍ରଶ୍ନ

ଭୁବନେଶ୍ବର, ଓଡିଶାର ଲୋକ ଗୀତ ଭାବେ ବେଶ୍ ପରିଚିତ ହୋଇଛି ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ଏହି ଗୀତଟି ସାରା ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଭାବ ବିସ୍ତାର କରିଛି। ତେବେ ଓଡିଶାର ଯେତେ ସବୁ ଲୋକଗୀତ ରହିଛି ସେ ସବୁର ଲେଖକଙ୍କ ନାମ ଜଣା ନ ଥାଏ।

କୁଆଁରୀ ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ, ହଳିଆ ଗୀତ, କାନ୍ଦଣା ଗୀତ ଏବଂ ଏହି ରଜଦୋଳି ଗୀତ, ଲୋକଗୀତ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ। ଯାହାର କିଏ ସେ ଲେଖକ ତାହା ଜଣାପଡି ନାହିଁ। ପ୍ରଖ୍ୟାତ ଲୋକଗୀତ ଗବେଷକ କୁଂଜବିହାରୀ ଦାସ ତାଙ୍କ ଲୋକଗୀତ ସଂକଳନରେ ଏହି ରଜ ଗୀତକୁ ମଧ୍ୟ ସାମିଲ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ଗୀତର ଲେଖକ କେହି ନାହାଁନ୍ତି।

ହେଲେ ଗତ କିଛି ବର୍ଷ ଧରି ରଜ ଗୀତର ଲେଖକ ନୟାଗଡର ମାଗୁଣୀ ମହାପାତ୍ର ବୋଲି କେତେକ ଦାବୀ କରୁଛନ୍ତି। ସେ ନେଇ ତାଙ୍କ ଲିଖିତ ପୁସ୍ତକକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ପୁସ୍ତକଟି 1952 ମସିହାରେ ଲେଖାଯାଇଛି ବୋଲି କୁହାଯାଉଛି। ସେଥିରେ ଲେଖକ ତଥା ପ୍ରକାଶକ ମାଗୁଣି ମହାପାତ୍ର ବୋଲି ପ୍ରକାଶିତ ହୋଇଛି। ହେଲେ ସେ ଏହି ଗୀତର ସ୍ରଷ୍ଠା ବୋଲି ଦାବୀ କରିବା କେତେ ଯୁକ୍ତିଯୁକ୍ତ ତାହା ସନ୍ଦେହ ସୃଷ୍ଟି କରିଛି।

କାରଣ ଅନେକ ଗବେଷକଙ୍କ ମତରେ ରଜ ଗୀତ 1952 ମସିହାର ନୁହେଁ। ଏହାର ବହୁ ପୂର୍ବରୁ ଏହି ଗୀତ ଓଡିଶା ଜନମାନସରେ ପ୍ରଚଳିତ ହୋଇ ଆସିଛି। ସେହିପରି ଗବେଷକ ହରିହର କାନୁୃନୁଗୋଙ୍କ ମତରେ ରଜଗୀତ ବହୁ ବର୍ଷ ଧରି ପ୍ରଚଳିତ ରହିଛି। ପରବର୍ତ୍ତି ସମୟରେ ଅନେକ ଅଞ୍ଚଳରେ କେତେକ ସାହିତ୍ୟ ପ୍ରେମୀ ସେହି ଗୀତ ଛାପି ଏହାର ପ୍ରଚାର ପ୍ରସାର କରାଇଛନ୍ତି। ହେଲେ ପ୍ରକୃତରେ ସେମାନେ କେହି ଏହାର ଲେଖକ ନୁହଁନ୍ତି। ଜନସୃତିରୁ ସଂଗ୍ରହ କରି ତାହା ପ୍ରକାଶିତ କରିଛନ୍ତି। ସେଥିପାଇଁ ମାଗୁଣି ମହାପାତ୍ର ରଜଗୀତର ଲେଖକ କହିବା ଠିକ୍ ନୁହେଁ।

ତେବେ ଏହି ଲୋକଗୀତ ପରଂପରା ଉପରେ ବହୁ ଗବେଷଣା କରାଯାଇଛି। ଆହୁରି କରିବାର ଆବଶ୍ୟକତା ମଧ୍ୟ ରହିଛି। କାରଣ ଲୋକ ଗୀତଟି ଯେତେବେଳେ ପ୍ରସାରିତ ହେଲା ସେତେବେଳେ କୌଣସି ବ୍ୟକ୍ତି ନିଶ୍ଚିତ ଏହାର ସ୍ରଷ୍ଟା ଥିବେ। ଯାହା ତାଙ୍କଠାରୁ ସୃଷ୍ଟି ହେବା ପରେ ଧିରେ ଧିରେ ଜନମାନସରେ ଏହା ବାନ୍ଧି ହୋଇ ରହିଲା। ତେଣୁ ସେ ସବୁର ତଥ୍ୟ ପ୍ରମାଣ ସହିତ ଲୋକଗୀତର ରଚୟିତାଙ୍କ ନାମ ପ୍ରକାଶ କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶେଷ ହୋଇ ଆସୁଛି ସମୟ ସୀମା: ଶୀଘ୍ର କରିନିଅନ୍ତୁ ପ୍ୟାନ ସହ ଆଧାର ଲିଙ୍କ, ନଚେତ୍ ହେବ ଏହି ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣ ପ୍ୟାନ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ। କାରଣ ପ୍ୟାନ ସହ ଆଧାର ଲିଙ୍କ କରିବାର ଅନ୍ତିମ ତାରିଖ ଜୁନ ୩୦ ରହିଛି। ଏହାର ସମୟ ସୀମା ଶେଷ ହେବାକୁ ଆଉ ମାତ୍ର ୧୫ ଦିନ ବାକି ରହିଛି। ତେଣୁ ଏହା ମଧ୍ୟରେ ଯଦି ଆପଣ ପ୍ୟାନ ସହ ଆଧାର ଲିଙ୍କ କରିପାରିବେ ନାହିଁ, ତେବେ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏହାସହ ଏଲଆଇସି, ମ୍ୟୁଚୁଆଲ ଫଣ୍ଡ ଭଳି ଅନେକ ସଂସ୍ଥାରେ ଆପଣଙ୍କୁ ସମସ୍ୟା ହେବ।

Categories
ଆଜିର ଖବର ଜାତୀୟ ଖବର

ମାୟାବତୀଙ୍କ ୯ ବିଧାୟକ ଦଳ ଛାଡିବେ!: ଅଖିଳେଶ ଯାଦବଙ୍କୁ କରି ପାରନ୍ତି ସାକ୍ଷାତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ହେଲେ ସେଠାରେ ଏବେଠାରୁ ରାଜନୀତି ହଲଚଲ ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ବହୁଜନ ସମାଜବାଦୀ ପାର୍ଟିର ୯ ଜଣ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିବାକୁ ଯାଇଥିବା ସୂଚନା ମିଳିଛି।

ଖବର ମୁତାବକ, ବିଏସପିର ଏହି ୯ ବିଧାୟକ ଦଳ ପ୍ରତି ଅସନ୍ତୋଷ ଥିଲେ। ତେବେ ଅଖିଳେଶଙ୍କ ସହ ଏହି ବିଧାୟଙ୍କ ସାକ୍ଷାତ ଖବର ଶୁଣି ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବିଏସପିର ଏହି ଅସନ୍ତୋଷ ବିଧାୟକମାନେ ହାତୀ ଛାଡି ସାଇକେଲରେ ବସିବେ ବୋଲି ଅନୁମାନ କରାଯାଉଛି। ଯଦି ଏହା ସତ ହୁଏ, ତେବେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ବଡ ଝଟକା ଲାଗିବ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରଥମ ଘଟଣା: ଟୀକା ଯୋଗୁଁ ୬୮ ବର୍ଷୀୟ ବ୍ୟକ୍ତିଙ୍କ ଗଲା ଜୀବନ

ନୂଆଦିଲ୍ଲୀ: ଟୀକା ଯୋଗୁଁ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହା ଦେଶର ପ୍ରଥମ ଘଟଣା, ଯାହା ଟୀକା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। କେନ୍ଦ୍ର ସରକାର ଦ୍ଵାରା ଗଠିତ କମିଟି ଏହା ଘୋଷଣା କରିଛି। ସୂଚନା ଅନୁଯାୟୀ, ୬୮ ବର୍ଷୀୟ ଜଣେ ବ୍ୟକ୍ତି ମାର୍ଚ୍ଚ ୮ ତାରିଖରେ ଟୀକା ନେଇଥିଲେ। ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୮ ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା: ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଏହାସହ ଦକ୍ଷିଣ ପଶ୍ଚିମ ବାୟୁ ସମଗ୍ର ରାଜ୍ୟକୁ ଛୁଇଁଲା ପରେ ମଧ୍ୟ ଲଗାତର ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ୮ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ବଲାଙ୍ଗିର, ସୁବର୍ଣ୍ଣପୁର, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ସେଥିପାଇଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦ ହଜାର ୪୭୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୪୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୨୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୩୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୨ ଲକ୍ଷ ୮୦ ହଜାର ୪୭୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୧୩ ହଜାର ୩୭୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୧ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୩୮୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୮୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା, କଟକ, ଝାରସୁଗୁଡା, ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, କଳାହାଣ୍ଡି, ରାୟଗଡା ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ମାଲକାନାଗିରି, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଦେବଗଡ, କେନ୍ଦ୍ରାପଡା, ନୂଆପଡା, ସମ୍ବଲପୁର ଓ ବଲାଙ୍ଗୀରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪ ହଜାର ୯୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୧୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୮୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୪୦୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୬୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪ ହଜାର ୯୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୧୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୦୦ ଜଣ, କଟକ ଜିଲ୍ଲାରୁ ୨୩୦, ଅନୁଗୁଳ ଜିଲ୍ଲାରୁ ୧୮୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୯୬ ଜଣ, ବରଗଡ ଜିଲ୍ଲାରୁ ୬୬ ଜଣ, ଭଦ୍ରକ ଜିଲ୍ଲାରୁ ୧୭୯, ବଲାଙ୍ଗୀରି ଜିଲ୍ଲାରୁ ୧୮, ବୌଦ୍ଧ ଜିଲ୍ଲାରୁ ୫୯, ଦେବଗଡ ଜିଲ୍ଲାରୁ ୨୩, ଢେଙ୍କାନାଳ ଜିଲ୍ଲାରୁ ୫୪ ଜଣ, ଗଜପତି ଜିଲ୍ଲାରୁ ୫୮ ଜଣ, ଗଞ୍ଜାମ ଜିଲ୍ଲାରୁ ୩୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୯ ଜଣ, ଯାଜପୁର ଜିଲ୍ଲାରୁ ୩୯୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୯ ଜଣ, କଳାହାଣ୍ଡିରୁ ୫୪ ଜଣ, କନ୍ଧମାଳ ଜିଲ୍ଲାରୁ ୫୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୮୯ ଜଣ, କୋରାପୁଟ ଜିଲ୍ଲାରୁ ୬୩ ଜଣ, ମାଲକାନାଗିରି ଜିଲ୍ଲାରୁ ୭୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୮୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୩ ଜଣ, ନୟାଗଡ ଜିଲ୍ଲାରୁ ୯୭ ଜଣ, ନୂଆପଡା ଜିଲ୍ଲାରୁ ୨୮ ଜଣ, ପୁରୀ ଜିଲ୍ଲାରୁ ୧୪୧ ଜଣ, ରାୟଗଡା ଜିଲ୍ଲାରୁ ୪୫ ଜଣ, ସମ୍ବଲପୁର ଜିଲ୍ଲାରୁ ୩୮ ଜଣ, ସୋନପୁର ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୮ ଜଣ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଘୋଷଣା ହୋଇପାରେ ରାଜ୍ୟର ଲକଡାଉନ ହେବ ନା ଅନଲକ୍ ହେବ

ଭୁବନେଶ୍ବର, ରାଜ୍ୟରେ ଲକଡାଉନ ବଢାଯିବ ନା ଅନଲକ୍ ହେବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ। କାରଣ ଲକଡାଉନ ଘୋଷଣା ଅନୁସାରେ 17 ତାରିଖ ହେଉଛି ଶେଷ ତାରିଖ। ଏହାପରେ ରାଜ୍ୟରେ କଣ ହେବ ସେ ନେଇ ସାଧାରଣରେ ଉତ୍କଣ୍ଠା ଲାଗି ରହିଛି।

ତେବେ ବିଶେଷ ସୂଚନା ଅନୁସାରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ କରିବେ। କାରଣ ଗତ କିଛିଦିନର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ 8 ଟି ଜିଲ୍ଲା ରେଡ ଜୋନରେ ରହିଛି। ସେହିପରି ପଜେଟିଭ ଆକ୍ରାନ୍ତ ହିସାବରେ 5ଟି ଜିଲ୍ଲା ମଧ୍ୟ ରେଡ ଜୋନରେ ରହିଛି। ସେଥିପାଇଁ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକରେ ଲକଡାଉନର ଅବଧି ବୃଦ୍ଧି କରିପାରନ୍ତି। ତେବେ ସାରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ ବଳବତ୍ତର ରଖିବା ପାଇଁ ଯୋଜନା ଚାଲିଛି। ତେବେ ଏ ନେଇ ରାଜ୍ୟ ସରକାର ଏହି ଦୁଇଦିନ ମଧ୍ୟରେ ଘୋଷଣା କରିବେ।

Categories
ଆଜିର ଖବର ଧର୍ମ

ଜୀବନରେ ସଫଳତା ହାସଲ କରିବାକୁ ହେଲେ ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

ଭୁବନେଶ୍ବର, ମଣିଷ ପରିଶ୍ରମ କଲେ ଫଳ ମିଳେ ଏବଂ ଭଗବାନଙ୍କ ସତ୍ତା ଅନୁଭବ କରି ହୁଏ। ଏ କଥା ସମସ୍ତେ ଜଣାନ୍ତି। ହେଲେ କେହି ପରିଶ୍ରମ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଫଳରେ ସେମାନେ ସାରା ଜୀବନ ପଶ୍ଚାତତାପ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାହାର ବହୁ ଉଦାହରଣ ଦେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଫୁଲ ଦେହରେ ବାସ୍ନା ଥାଏ। ହେଲେ ତାହା ପାଖକୁ ଗଲେ ସେ ବାସ୍ନା ମିଳି ପାରିବ। ତୈଳବୀଜରେ ତେଲ ଥାଏ, ସମସ୍ତେ ଜାଣନ୍ତି। ହେଲେ ପରିଶ୍ରମ କଲେ ସେଥିରୁ ତେଲ ବାହାରିବ। ଏହି ତୈଳବୀଜରେ ତେଲ ଅଛି ବୋଲି ବାହାରୁ ଦେଖାଯାଏ ନାହିଁ।

ସେହିପରି ଆଖୁରେ ଗୁଡ ରହିଛି। ତାହା ସମସ୍ତେ ଜାଣନ୍ତି। ହେଲେ ସେହି ଗୁଡକୁ ବାହାର କରିବାକୁ ହେଲେ ଆଖୁକୁ ନେଇ ପେଡିବାକୁ ପଡିଥାଏ। ପରିଶ୍ରମ କଲେ ଆଖୁରୁ ଗୁଡ ବାହାରିବ। ସେହିପରି ଖିରରେ ଘିଅ ଅଛି, କିନ୍ତୁ ଖିରରୁ ସିଧା ଘିଅ ବାହାରେ ନାହିଁ। ସେଥିପାଇଁ ମଧ୍ୟ ପରିଶ୍ରମ କରିବାକୁ ପଡେ।

ପ୍ରତିଟି ମଣିଷ ଦେହରେ ପରମାତ୍ମା ବିଦ୍ୟମାନ ଅଛନ୍ତି। ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଖାଲି ଅପେକ୍ଷା ଆପଣଙ୍କର ପରିଶ୍ରମକୁ। ସେ ଆପଣଙ୍କ ଶରୀରେ ଅଦୃଶ୍ୟ ଭାବରେ ଅଛନ୍ତି। ଯେପରି ଆଖୁରେ ଗୁଡ, ଖିରରେ ଘିଅ, ତୈଳବୀଜରେ ତେଲ ଥାଏ। ତେଣୁ ଆପଣ ବିନା ପରିଶ୍ରମରେ ଭଗବାନଙ୍କର ସତ୍ତାକୁ କେବେ ବି ଅନୁଭବ କରିପାରିବେ ନାହିଁ। ତେଣୁ ଜୀବନରେ ପରିଶ୍ରମ କରନ୍ତୁ ଆପଣଙ୍କୁ ନିଶ୍ଚିତ ତେଲ, ଘିଅ, ଗୁଡ ଚିନି ମିଳିବ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ : ଜୁନ 15 ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ସ୍ବାସ୍ଥ୍ୟ ସତର୍କତା

ମେଷ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ନୂତନ ଡିଲ୍ ଲାଭଦାୟକ ହେବ, ଯେଉଁ କାରଣରୁ ଆର୍ଥିକ ସ୍ଥିତି ଦୃଢ ହେବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଛୋଟ ପ୍ରତିବନ୍ଧକ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପରିବାରର ପରିବେଶ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ। ନଚେତ୍ ଯୁକ୍ତି ହୋଇପାରେ । ନିଜ ଜୀବନ ସାଥୀଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ହଠାତ୍ ମୁଦ୍ରା ଲାଭ ହେଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ ଆପଣ କ୍ଷତି ସହିପାରନ୍ତି । ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ଟିକିଏ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିବ । ପାରିବାରିକ ପରିବେଶ ଭଲ ରହିବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର, ନଚେତ୍ ତୁମର ଜୀବନ ସାଥୀଙ୍କ ସହିତ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ ।

ମିଥୁନ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଲାଭ ହେବ । ହଠାତ୍ ଲାଭ ମିଳୁଛି । କର୍ମକ୍ଷେତ୍ରରେ ପ୍ରଚୁର ପରିଶ୍ରମ ହେବ ଏବଂ କାର୍ଯ୍ୟରେ ସଫଳତା ହାସଲ ହେବ, କିନ୍ତୁ ପରିବାରରେ ମତଭେଦ ହେବାର ସମ୍ଭାବନା ରହିବ । ଆର୍ଥିକ ଲାଭ ପାଇବା ସମ୍ଭାବନା ରହିବ । ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ ସମସ୍ତ କାର୍ଯ୍ୟ ଭଲ ଭାବରେ କରାଯିବ । ପାରିବାରିକ ପରିବେଶ ଭଲ ରହିବ। ସମ୍ପର୍କୀୟଙ୍କ ଯୋଗୁଁ ଉତ୍ତେଜନା ଦେଖାଦେଇପାରେ । ଆପଣ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ଏବଂ ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ବିବାହିତ ଜୀବନ ଭଲ ହେବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ହେବ ନାହିଁ । ଖାଦ୍ୟର ଯତ୍ନ ନିଅ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ ।

କର୍କଟ ରାଶିଫଳ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ସମସ୍ୟା ହୋଇପାରେ ଏବଂ କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ଇଚ୍ଛାକୃତ ସଫଳତା ନ ପାଇବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ । ପରିବାରରେ ବିବାଦ ଦେଖାଦେଇପାରେ । ଛାତ୍ରମାନଙ୍କ ପାଇଁ ଭଲ ସମୟ। ସେମାନେ କଠିନ ପରିଶ୍ରମର ଭଲ ଫଳାଫଳ ପାଇପାରିବେ । ବେକାରମାନେ ରୋଜଗାରର ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ଟିକିଏ ସମସ୍ୟା ହେବ । ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅତ୍ୟଧିକ କାର୍ଯ୍ୟ ଭାର ମାନସିକ ରୋଗର କାରଣ ହୋଇପାରେ । ପିଲାମାନେ ଚିନ୍ତିତ ହେବେ । ସରକାରୀ କାର୍ଯ୍ୟ ସହଜରେ ପରିଚାଳିତ ହେବ ।

ସିଂହ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । ହଠାତ୍ ମୁଦ୍ରା ଲାଭ ହେବାର ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବ, କିନ୍ତୁ ଅସାବଧାନତାକୁ ଏଡ଼ାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ନଷ୍ଟ ହୋଇପାରେ। ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ । ଅତ୍ୟଧିକ କ୍ରୋଧ ହେବ । ପାରିବାରିକ ପରିବେଶ ଭଲ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବ । ନିଜକୁ ବିବାଦୀୟ ବିଷୟଠାରୁ ଦୂରରେ ରଖନ୍ତୁ । ଏହାର ମୂଲ୍ୟ ମଧ୍ୟ ଅଧିକ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ।

କନ୍ୟା ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ଅସୁବିଧା ହୋଇପାରେ, ତେଣୁ ଚାକିରି ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବିବାଦ ମଧ୍ୟ ଦେଖାଦେଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ । କଠିନ ପରିଶ୍ରମ ସହିତ, ତୁମେ କାର୍ଯ୍ୟରେ ସଫଳତା ପାଇବ ଏବଂ ତୁମେ ଲାଭ ପାଇବ । ପାରିବାରିକ ପରିବେଶ ଭଲ ରହିବ । ଜୀବନସାଥୀ ସହିତ ସମ୍ପର୍କ ଦୃଢ ହେବ । ମୌସୁମୀ ରୋଗ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ।

ତୂଳା ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ସମସ୍ୟା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ମୁଦ୍ରା ଲାଭ ହେବାର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭଜନକ କାରବାର ମଧ୍ୟ ହୋଇପାରେ । ଯଦି ତୁମେ ତୁମର ମନୋଭାବ ଏବଂ ଆଚରଣକୁ ସକାରାତ୍ମକ ରଖ, ତେବେ ସମ୍ପର୍କ ଦୃଢ ହେବ । ବେକାରମାନେ ଚାକିରୀ ପାଇପାରିବେ । କାର୍ଯ୍ୟାଳୟରେ ବିବାଦ ହେବାର ସମ୍ଭାବନା ରହିବ । ଏହାର ମୂଲ୍ୟ ଅଧିକ ହୋଇପାରେ । ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ ।

ବିଛା ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ବିପଦପୂର୍ଣ୍ଣ କାରବାରକୁ ଏଡ଼ାଇବାକୁ ପଡ଼ିବ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟ ହେବ । କାର୍ଯ୍ୟରେ ଅଗ୍ରଗତି ହେବ ଯାହା କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଛି । ସହକର୍ମୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । କାରବାର ଏବଂ ଚିନ୍ତା ନକରି କୌଣସି ନିଷ୍ପତ୍ତି ନେବାକୁ ଏଡାଇବାକୁ ପଡିବ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ଅତ୍ୟଧିକ କ୍ରୋଧ ହେବ, ଯେଉଁ କାରଣରୁ ପରିବାରରେ ମତଭେଦ ହୋଇପାରେ । ତୁମର ବକ୍ତବ୍ୟ ଉପରେ ସଂଯମତା ରଖ । ଛାତ୍ରମାନଙ୍କ ପାଇଁ ସମୟ କଠିନ ପରିଶ୍ରମ ହେବାକୁ ଯାଉଛି । ତୁମର ଖାଦ୍ୟର ଯତ୍ନ ନିଅ ।

ଧନୁ ରାଶିଫଳ: – ଆଜି ଶୁଭ ଦିନ ହେବ । କର୍ମକ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । ହଠାତ୍ ମୁଦ୍ରା ଲାଭ ହେତୁ ଆର୍ଥିକ ସ୍ଥିତି ଦୃଢ  ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ଆପଣ ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ଆପଣ ପରିବାର ସଦସ୍ୟଙ୍କ ସହିତ ଏକ ଦୀର୍ଘ ଯାତ୍ରା କରିପାରିବେ। ପରିବାର ଏବଂ ଦାମ୍ପତ୍ୟ ଜୀବନରେ ସୁଖ ରହିବ । ଯେଉଁମାନେ ଶିକ୍ଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

ମକର ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭର ସମ୍ଭାବନା ମଧ୍ୟ ରହିବ । ଆପଣ ବିନିଯୋଗରୁ ଲାଭ ପାଇବେ । ସମ୍ପ୍ରସାରଣ ପାଇଁ କାର୍ଯ୍ୟ ଯୋଜନା କରାଯାଇପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଚିନ୍ତା ବଢାଇବ । ପାରିବାରିକ ଦାୟିତ୍ବଗୁଡିକ ଭଲ ଭାବରେ ପୂରଣ କରିବେ । ପିଲାମାନଙ୍କ ବିଷୟରେ ଚିନ୍ତା ହୋଇପାରେ । ଅବିବାହିତ ଲୋକମାନେ ବିବାହ ପ୍ରସ୍ତାବ ପାଇପାରନ୍ତି। ଛାତ୍ରମାନଙ୍କ ପାଇଁ ଏହା ଏକ କଠିନ ଦିନ । ଅତ୍ୟଧିକ କ୍ରୋଧ ହେବ, ଯେଉଁ କାରଣରୁ ପରିବାରରେ ବିବାଦ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କୁମ୍ଭ ରାଶିଫଳ: – ଆଜି ଶୁଭ ଦିନ ହେବ । ଚିନ୍ତାଧାରା ସମାପ୍ତ ହୋଇପାରିବ । ବ୍ୟବସାୟରେ ସଫଳତା ଏବଂ ଲାଭ ହେବ । ବ୍ୟବସାୟ ବିସ୍ତାର ପାଇଁ ଏକ ନୂତନ ନିଷ୍ପତ୍ତି ନିଆଯାଇପାରେ । ଅବିବାହିତାଙ୍କ ପାଇଁ ଏହା ଏକ ଅନୁକୂଳ ସମୟ, ବିବାହ ସମ୍ଭାବନା ସୃଷ୍ଟି ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ମାନସିକ ଏବଂ ଶାରୀରିକ ଭାବରେ କ୍ଳାନ୍ତ ଅନୁଭବ କରିବେ । ସାବଧାନ ରୁହନ୍ତୁ ଯେ ଆପଣଙ୍କର ଚାପ ଯେପରି ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ପାରିବାରିକ ପରିବେଶ ଭଲ ରହିବ ।

ମୀନ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଦେବ, କିନ୍ତୁ ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ବିପଦ ନିଅ ନାହିଁ ଏବଂ ଶୀଘ୍ର ଏହାକୁ ଏଡ଼ାନ୍ତୁ । ଅଟକି ଯାଇଥିବା ବ୍ୟକ୍ତି ଫେରି ଆସିବେ ଏବଂ ଲାଭ ପାଇଁ ସୁଯୋଗ ମିଳିବ।