Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ବଲାଙ୍ଗିର ମ୍ୟୁନିସପାଲଟିରେ ଦିଆଗଲା ସହାୟତା

ବଲାଙ୍ଗିର, କରୋନା ସମୟରେ ବର୍ତ୍ତମାନ ତଳ ସ୍ତର ଲୋକମାନେ ଜୀବନଧାରଣ ବଡ ସମସ୍ୟା ହୋଇପଡିଛି। ଲକଡାଉନରେ ଦୋକାନ ବଜାର ବନ୍ଦ ଥିବାରୁ ଜୀବନ ଭିତରେ ଜୀବିକା ବଡ ଅସହାୟ ହୋଇପଡିଛି। ଏପରି ପରିସ୍ଥିତିରେ ବଲାଙ୍ଗିର ମ୍ୟୁନିସପାଲଟ ତରଫରୁ କୁଷ୍ଠ ରୋଗାକ୍ରାନ୍ତଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଆଜି ମ୍ୟୁନିସପାଲଟ ତରଫରୁ ଅଧିକାରୀମାନେ ସହରରେ ଥିବା ଲେପରସି କଲୋନୀକୁ ଯାଇ ସେଠାରେ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ସେଠାରେ ବାସ କରୁଥିବା ପ୍ରାୟ 30ଟି ପରିବାରଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଗୁରୁତର, ଏୟାରଲିଫ୍ଟରେ ନିଆଗଲା କୋଲକାତା

କଟକ, ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଫଳରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟରେ କୋଲକାତା ନିଆଯାଇଛି। ସେ ଗତ 29 ତାରିଖରେ କରୋନା ଆକ୍ରାନ୍ତ ହୋଇ କଟକସ୍ଥିତ ଅଶ୍ବନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ହେଲେ ଗତ କିଛିଦିନ ତଳେ ସେ ଗୁରୁତର ହୋଇପଡିଥିଲେ। ଫଳରେ ଗତକାଲି ତାଙ୍କୁ ଏୟାରଲିଫ୍ଟରେ କୋଲକାତା ନେବାର ଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ଆଜି ମଧ୍ୟାହ୍ନରେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ କଟକ ଅଶ୍ବନୀ ହସପିଟାଲରୁ ଏୟାରପୋର୍ଟ ନିଆଯାଇଥିଲା। ସେଥିପାଇଁ ପୋଲିସ ତରଫରୁ ରାସ୍ତା ସାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ। ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦୁଇ ଡୋଜ ନୁହେଁ ବିଦେଶରେ ତିନୋଟି ଡୋଜ ଦେବା ପାଇଁ କରାଯାଉଛି ଚିନ୍ତା

ନୂଆଦିଲ୍ଲୀ, ବିଭିନ୍ନ ଦେଶରେ ପ୍ରଦାନ କରାଯାଉଥିବା ଟିକା କେଉଁଠି ଗୋଟିଏ ଡୋଜ ତ କେଉଁ ଦୁଇଟି ଡୋଜ ଦିଆଯାଉଛି। ହେଲେ ବର୍ତ୍ତମାନ ଗବେଷକମାନେ ତିନୋଟି ଡୋଜ ଟିକା ପ୍ରଚଳନ କରିବାକୁ ଚିନ୍ତା କଲେଣି। କାରଣ ବିଦେଶରେ ଯେଉଁ କରୋନା ଷ୍ଟ୍ରେନ ସୃଷ୍ଟି ହୋଇଛି ସେଥିରେ ବୟସ୍କମାନଙ୍କ ପାଇଁ ଦୁଇଟି ଡୋଜ ଟିକା ଯଥେଷ୍ଠ ନୁହେଁ ବୋଲି ଜଣାପଡିଛି।

ଗବେଷକଙ୍କ ମତରେ ବୟସ୍କଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଶିଘ୍ର ହ୍ରାସ ପାଇଯାଇଥାଏ। ବର୍ତ୍ତମାନ କରୋନାର ଯେଉଁ ନୂଆ ନୂଆ ଷ୍ଟ୍ରେନ ବାହାରୁଛି ସେଥିରେ ଏହି ଦୁଇଟି ଡୋଜ ବୟସ୍କଙ୍କ ପାଇଁ ଯଥେଷ୍ଠ ହୋଇପାରୁ ନାହିଁ। କେତେକ ଦେହରେ ଆଣ୍ଟିବଡି ପରୀକ୍ଷା କରି ଗବେଷକମାନେ ଏହି କଥା ଜାଣିବାକୁ ପାଇଛନ୍ତି। ସେଥିପାଇଁ ବସସ୍କଙ୍କୁ ତିନୋଟି ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।

ଏହି ଗବେଷଣାରୁ ଜଣାପଡିଛି ଯେ ଭାରତରେ ଯେଉଁ ଡେଲଟା ଷ୍ଟ୍ରେନ ରହିଛି ତାହା ବିଦେଶରେ ବେଶ ପ୍ରଭାବଶାଳୀ ହୋଇପଛି। ଫଳରେ ବିଦେଶରେ ଯେଉଁ ଟିକା ବାହାରିଛି ତାହାକୁ ଏହି ଷ୍ଟ୍ରେନକୁ ମୁକାବିଲା କରିବାରେ ଯଥେଷ୍ଠ ହୋଇପାରୁ ନାହିଁ।

ବିଶ୍ବରେ ପ୍ରତିଷ୍ଠିତ ‘ଲାନସେଟ’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡେଲାଟା ଭୂତାଣୁ ବିଦେଶୀଙ୍କ ଶରୀରରେ ପ୍ରବେଶ କଲେ ତାହା ଶିଘ୍ରଶିଘ୍ର ରୋଗ ପ୍ରତିରୋଧ  ଶକ୍ତିକୁ ହ୍ରାସ କରିଦେଉଛି। ଫଳରେ ଦୁଇଟି ଡୋଜ ଟିକା ନେଇଥିବା ବୟସ୍କ ବ୍ୟକ୍ତି ପୁଣିଥରେ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ହେଲେ ଏହି ପତ୍ରିକାରେ ଭାରତରେ ଦିଆଯାଉଥିବା କୋଭାକ୍ସିନ ଓ କୋଭାସିଲ୍ଡକୁ ପ୍ରଶଂସା କରାଯାଇଛି। ସେମାନଙ୍କ ମତରେ ଏହି ଦୁଇଟି ଟିକା ଡେଲଟା ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିଛି। ସେଥିପାଇଁ ଭାରତରେ ତୃତୀୟ ଡୋଜ ଟିକା ନେବାର କୌଣସି ଆବଶ୍ୟକତା ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 10 ତାରିଖରେ ଓଡିଶାରେ ପ୍ରବେଶ କରିବ ମୌସୁମୀ, 4 ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର, ଆସନ୍ତା 10 ତାରିଖରେ ଓଡିଶାର ପ୍ରବେଶ କରିବ ମୌସୁମୀ ବାୟୁ। ସେଥିପାଇଁ ଉପକୂଳ ଏବଂ ଉତ୍ତର ଓଡିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛନ୍ତି। ଏଥିସହିତ ଏହି ସମୟରେ ପବନର ବେଗ ମଧ୍ୟ ସ୍ବାଭାବିକଠାରୁ ଅଧିକ ରହିବ। ଏହି ବର୍ଷା ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ବଙ୍ଗୋବ ସାଗରରେ କୌଣସି ଲଘୁଚାପର ସମ୍ଭାବନା ନାହିଁ ବୋଲି ମଧ୍ୟ ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ପରାମର୍ଶ, ମୋଦିଙ୍କ ପଦକ୍ଷେପ, ଜାତୀୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ବିଭିନ୍ନ ସମୟରେ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ଏପରିକି ନବୀନଙ୍କ ପଦକ୍ଷେପକୁ ଜାତୀୟ ସ୍ତରରେ ବେଶ୍ ପ୍ରସଂଶା ମଧ୍ୟ କରାଯାଉଛି। ବର୍ତ୍ତମାନର ସଦ୍ୟତମ ଘଟଣା ଅନୁସାରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟିକା ଘୋଷଣା କରିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଛି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାଗଣା ଟିକା ଦେବା ଘୋଷଣା ପଛରେ ନବୀନଙ୍କ ପରାମର୍ଶ କାମ ଦେଇଛି।

କାରଣ ହେଲା ଯେତେବେଳେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକା କିଣିବା ପାଇଁ କ୍ଷମତା ଦେଲେ ସେତେବେଳେ ଓଡିଶା ଏହା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର କଲା। ହେଲେ ବିଶ୍ବ ସ୍ତରରେ ଟିକାର ସମସ୍ୟା ଏବଂ ବିନା କେନ୍ଦ୍ରର ସହାୟତାରେ ଏହା ସମ୍ଭବ ହେଲା ନାହିଁ। ଦୁଇଥର ଟେଣ୍ଡର ପକ୍ରିୟା କରାଯାଇଥିଲେ ମଧ୍ୟ ତାହା ସଫଳ ହେଲା ନାହିଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କେନ୍ଦ୍ରକୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଲେ। ସେଥିରେ ସେ ଉଲ୍ଲେଖ କଲେ ଯେ କେନ୍ଦ୍ରର ବିନା ସାହାଯ୍ୟରେ ଟିକା କିଣିବା ସମ୍ଭବ ନୁହେଁ। ଟିକା ଉତ୍ପାଦନ କଂପାନୀ କେନ୍ଦ୍ରର ବିନା ଅନୁମତିରେ ତାହା ଯୋଗାଣ କରିପାରିବେ ନାହିଁ। ସେଥିପାଇଁ ନବୀନ ଚିଠିରେ ଅନୁରୋଧ କଲେ ଯେ, କେନ୍ଦ୍ର ନିଜେ ଟିକା କିଣି ରାଜ୍ୟକୁ ପ୍ରଦାନ କରୁ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ନବୀନଙ୍କ ସେହି ପରାମର୍ଶକୁ ଗ୍ରହଣ କରି ପଦକ୍ଷେପ ନେଲେ ବୋଲି ସ୍ପଷ୍ଟ ହୋଇଛି। କାରଣ ମୋଦି ନବୀନଙ୍କ ନାମ ନେଇ ନ ଥିଲେ ମଧ୍ୟ କେତେକ ରାଜ୍ୟ ଟିକା କିଣିବାରେ ସମସ୍ୟା ହେଲା ବୋଲି ଉଲ୍ଲେଖ କଲେ। ଏହି ଅଭିଯୋଗ କେବଳ ନବୀନ ହିଁ କରିଥିଲେ। ଫଳରେ ଜାତୀୟ ରାଜନୀତିରେ ନବୀନଙ୍କୁ ନେଇ ଚାଲିଛି ଚର୍ଚ୍ଚା।

ପୂର୍ବରୁ ବାତ୍ୟା ୟଶ ସମୀକ୍ଷା ବୈଠକକୁ ନେଇ ମଧ୍ୟ ଜାତୀୟ ରାଜନୀତିରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ନବୀନ ପଟ୍ଟନାୟକ। ବାତ୍ୟା କ୍ଷୟକ୍ଷତି ପାଇଁ ଟଙ୍କାଟିଏ କେନ୍ଦ୍ରକୁ ନ ମାଗିବା ଏବଂ ମୋଦିଙ୍କ ବୈଠକରେ ପୁରା ସହଯୋଗ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ନବୀନଙ୍କ ପଦକ୍ଷେପ ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ପ୍ରଭାବ ବିସ୍ତାର କରିବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସୁଛି ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ପଜେଟିଭ

ଭୁବନେଶ୍ୱର: କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାର କରୋନା ସଂକ୍ରାମଣ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହଜାରେ ଉପରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଏବେ ହଜାର ତଳେ ରହୁଛି। ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନୂଆ ପଜେଡିଭ ସଂଖ୍ୟା ହେଲା ୮୫୩ । ସେହିପରି ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି..

ଖୋର୍ଦ୍ଧା- ୮୫୩

ଅନୁଗୁଳର- ୩୮୫

ବାଲେଶ୍ୱରର- ୩୭୩

ବରଗଡ଼ ୯୯

ଭଦ୍ରକ ୩୭୦

ବଲାଙ୍ଗୀର ୭୭

ବୌଦ୍ଧ ୭୩

କଟକ ୩୪୯

ଦେବଗଡ଼ ୨୨

ଢେଙ୍କାନାଳ ୩୦୬

ଗଜପତି ୪୪

ଗଞ୍ଜାମ ୩୫

ଜଗତସିଂହପୁର ୨୩୨

ଯାଜପୁର ୪୩୧

ଝାରସୁଗୁଡ଼ା ୫୪

କଳାହାଣ୍ଡି ୫୩

କନ୍ଧମାଳ ୬୫

କେନ୍ଦ୍ରାପଡ଼ା ୨୩୫

କେନ୍ଦୁଝର ୧୩୦

କୋରାପୁଟ ୧୨୯

ମାଲକାନଗିରି ୧୧୬

ମୟୂରଭଞ୍ଜ ୨୬୧

ନବରଗଙ୍ଗପୁର ୧୭୪

ନୂଆପଡ଼ା ୩୭

ପୁରୀ ୨୪୧

ସମ୍ୱଲପୁର ୯୨

ସୋନପୁର ୭୭

ସୁନ୍ଦରଗଡ଼ ୧୧୩

ଷ୍ଟେଟ୍ ପୁଲରୁ ୧୪୫

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାମ ଦେଉଛି ଲକଡାଉନ, ହ୍ରାସ ପାଉଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କାମ ଦେଉଛି। ଯାହାର ପ୍ରମାଣ ହେଉଛି ଲଗାତର ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫ ହଜାର ୮୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩ ହଜାର ୩୩୨ ଜଣ  ଏବଂ ୨ ହଜାର ୫୬୪ ଲୋକାଲ ମାମଲା ରହିଛି । ଗତକାଲି ଏହି ସଂଖ୍ୟା ଥିଲା ୬ ହଜାର ୧୧୮ ଜଣ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 8 ତାରିଖ ମଙ୍ଗଳବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। ଆଶା କରାଯାଉଥିବା ଆଜିର ପରିସ୍ଥିତି କାର୍ଯ୍ୟରେ ଲାଗି ରହିବ। ପିଲାମାନଙ୍କର ଆଚରଣ ଉପରେ ନଜର ରଖନ୍ତୁ।

ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ପାରସ୍ପରିକ ଆଲୋଚନା ଲାଭଦାୟକ ହେବ।

ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିବାରରେ ସହଯୋଗର ପରିବେଶ ରହିବ। ବ୍ୟବସାୟ ଭଲ କରିବ। ପିଲାମାନଙ୍କୁ ଧ୍ୟାନ ଦିଅନ୍ତୁ।

କର୍କଟ- ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁମାନଙ୍କୁ ଦେଖା ହେବ। ବ୍ୟବସାୟ ଭଲ କରିବ। କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନ ହେତୁ ମନ ବିଚଳିତ ରହିବ। ବିବାଦକୁ ଏଡ଼ାଇବା ଉଚିତ୍। ଆର୍ଥିକ ଋଣରେ ଭାବେ ବାନ୍ଧି ହୋଇଯିବେ। ପୂର୍ବ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

ସିଂହ- ସରକାରୀ ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହେବ। ଆଦୈ ବିବାଦରେ ପଶନ୍ତୁ ନାହିଁ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟ ଏବଂ ଚାକିରିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବେ। ଘର ଉପଯୋଗୀ ଜିନିଷ କିଣିବେ। ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ ।

କନ୍ୟା- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଧୈର୍ଯ୍ୟ ଧରନ୍ତୁ ପାରିବାରିକ ଜୀବନ ଭଲ ହେବ। ବନ୍ଦ ହୋଇପଡିଥିବା ଟଙ୍କା ମିଳିବ। ଶତ୍ରୁମାନେ ତୁମର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିବେ। ତେଣୁ ସାବଧାନ ରୁହନ୍ତୁ। ଆପଣ ବ୍ୟବସାୟରେ ସଫଳତା ପାଇବେ।

ତୂଳା– ତୁମେ ନିଶ୍ଚିତ ଥିବା ଟଙ୍କା ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିବାଦ କର ନାହିଁ। ବ୍ୟବସାୟ ଭଲ କରିବ। ବିବାହିତ ଜୀବନ ସୁଖଦ ହେବ । ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ । ସାହିତ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ଯୋଗ ଶୁଭ ଅଟେ। ଭ୍ରମଣ ବ୍ୟବସାୟିକ ଲାଭ ଆଣିପାରେ। ସୁସଙ୍ଗତତା ଦ୍ୱାରା ଉପକୃତ ହେବେ ।

ବିଛା- ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ। ବିନିଯୋଗ ଶୁଭ ହେବ । ଶୀଘ୍ର ଏବଂ ପଳାୟନ ସହିତ କାମ କରିବାର ପ୍ରବୃତ୍ତି ବନ୍ଦ କରନ୍ତୁ। ଜଣେ ଭଲ ବନ୍ଧୁଙ୍କୁ ଭେଟିବେ । ଶକ୍ତି ବୃଦ୍ଧି ହେବ । ପରିବାରରେ ସମ୍ମାନ ରହିବ।

ଧନୁ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ବରିଷ୍ଠ ନାଗରିକଙ୍କ ସମର୍ଥନ ରହିବ। କୋର୍ଟ କାର୍ଯ୍ୟ କରାଯିବ। ସେଠାରେ ସଫଳତା ହେବ। ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ । କ୍ରୋଧ ଉପରେ ସଂଯମତା ଆବଶ୍ୟକ। ବ୍ୟବସାୟରେ ନୂତନ ଚୁକ୍ତିନାମା ଲାଭଦାୟକ ହେବ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନୂତନ ଯୋଜନା ଉପକୃତ ହେବ।

ମକର- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ। ବକ୍ତବ୍ୟର ନିୟନ୍ତ୍ରଣ ନିଅ। ବ୍ୟବସାୟକୁ ବିସ୍ତାର କରିବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ପରିବାରକୁ ନେଇ ଚିନ୍ତିତ ହେବେ।

କୁମ୍ଭ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ସରକାରୀ ବାଧା ଦୂର ହେବ। ବ୍ୟବସାୟ ଭଲ କରିବ ହେଲେ ଶତ୍ରୁ ରହିବେ। କାର୍ଯ୍ୟରେ ଉପକୃତ ହେବେ। ଅତୀତର କାର୍ଯ୍ୟଗୁଡିକ ଏଡ଼ାଇବା ଉଚିତ ଯେହେତୁ ସେମାନେ ବିଫଳତାକୁ ସମାପ୍ତ କରନ୍ତି। ଅନାବଶ୍ୟକ ବିବାଦ ହେବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ ।

ମୀନ- ସମ୍ପତ୍ତି କାର୍ଯ୍ୟରେ ଉପକୃତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଖର୍ଚ୍ଚ ବୃଦ୍ଧି ଚିନ୍ତା କରିବ। ଶିଶୁ ରୋଜଗାରର ସମସ୍ୟାର ସମାଧାନ ସମ୍ଭବ। ବ୍ୟବସାୟ ଲାଭଦାୟକ ହେବ। ଶତ୍ରୁ ଦୂରେଇ ଯିବେ। ସମ୍ପର୍କୀୟଙ୍କୁ ଭେଟିବେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାର ଉଦ୍ୟାନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବେ

ଭୁବନେଶ୍ୱର,  ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଉଥିବା ସବୁ ସାମଗ୍ରୀ ଯେପରି ସଠିକ୍‌ ସମୟରେ ଓ ସଠିକ୍‌ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣର ସ୍ଥିତାବସ୍ଥା ସଂପର୍କରେ ନିୟମିତ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଆତ୍ମନିଯୁକ୍ତି ମିଳିବା ସହିତ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।

ବ୍ଲକ୍‌ ଏବଂ ଜିଲ୍ଲାସ୍ତରରୁ ତଥ୍ୟ ସଂଗ୍ରହ କରି ରାଜ୍ୟର ଉଦ୍ୟାନ କୃଷି କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ଓ ନିର୍ଭୁଲ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଉଦ୍ୟାନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଉଦ୍ୟାନ କୃଷି ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସହ ଡେରାସ୍‌ ଫାର୍ମ ପରିଦର୍ଶନ କରିଥିଲେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ ଅଯଥା ବିବାଦରେ ପଶନ୍ତୁ ନାହିଁ

ତୂଳା– ତୁମେ ନିଶ୍ଚିତ ଥିବା ଟଙ୍କା ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିବାଦ କର ନାହିଁ। ବ୍ୟବସାୟ ଭଲ କରିବ। ବିବାହିତ ଜୀବନ ସୁଖଦ ହେବ । ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ । ସାହିତ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ଯୋଗ ଶୁଭ ଅଟେ।

ବିଛା- ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ। ବିନିଯୋଗ ଶୁଭ ହେବ । ଶୀଘ୍ର ଏବଂ ପଳାୟନ ସହିତ କାମ କରିବାର ପ୍ରବୃତ୍ତି ବନ୍ଦ କରନ୍ତୁ। ଜଣେ ଭଲ ବନ୍ଧୁଙ୍କୁ ଭେଟିବେ । ଶକ୍ତି ବୃଦ୍ଧି ହେବ । ପରିବାରରେ ସମ୍ମାନ ରହିବ

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ପିଲାମାନଙ୍କଠାରୁ ପାଇବେ ଭଲ ଖବର

ମକର- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ। ବକ୍ତବ୍ୟର ନିୟନ୍ତ୍ରଣ ନିଅ। ବ୍ୟବସାୟକୁ ବିସ୍ତାର କରିବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

କୁମ୍ଭ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ସରକାରୀ ବାଧା ଦୂର ହେବ। ବ୍ୟବସାୟ ଭଲ କରିବ ହେଲେ ଶତ୍ରୁ ରହିବେ। କାର୍ଯ୍ୟରେ ଉପକୃତ ହେବେ। ଅତୀତର କାର୍ଯ୍ୟଗୁଡିକ ଏଡ଼ାଇବା ଉଚିତ ଯେହେତୁ ସେମାନେ ବିଫଳତାକୁ ସମାପ୍ତ କରନ୍ତି।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ମଙ୍ଗଳବାରରେ ଅଯଥା ଖର୍ଚ୍ଚ ହେବ

ସିଂହ- ସରକାରୀ ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହେବ। ଆଦୈ ବିବାଦରେ ପଶନ୍ତୁ ନାହିଁ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟ ଏବଂ ଚାକିରିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବେ।

କନ୍ୟା- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଧୈର୍ଯ୍ୟ ଧରନ୍ତୁ ପାରିବାରିକ ଜୀବନ ଭଲ ହେବ। ବନ୍ଦ ହୋଇପଡିଥିବା ଟଙ୍କା ମିଳିବ। ଶତ୍ରୁମାନେ ତୁମର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିବେ। ତେଣୁ ସାବଧାନ ରୁହନ୍ତୁ।

Categories
ଆଜିର ଖବର

ମଙ୍ଗଳବାରରେ ଏହି ରାଶିର ଛାତ୍ରଚାତ୍ରୀମାନେ ପାଇବେ ସଫଳତା

ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। ଆଶା କରାଯାଉଥିବା ଆଜିର ପରିସ୍ଥିତି କାର୍ଯ୍ୟରେ ଲାଗି ରହିବ। ପିଲାମାନଙ୍କର ଆଚରଣ ଉପରେ ନଜର ରଖନ୍ତୁ।

କର୍କଟ- ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁମାନଙ୍କୁ ଦେଖା ହେବ। ବ୍ୟବସାୟ ଭଲ କରିବ। କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନ ହେତୁ ମନ ବିଚଳିତ ରହିବ। ବିବାଦକୁ ଏଡ଼ାଇବା ଉଚିତ୍। ଆର୍ଥିକ ଋଣରେ ଭାବେ ବାନ୍ଧି ହୋଇଯିବେ। ପୂର୍ବ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଙ୍ଗଳବାର ଦିନ ଗୁରୁଜନଙ୍କ ରହିବ ଆର୍ଶିବାଦ

ଧନୁ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ବରିଷ୍ଠ ନାଗରିକଙ୍କ ସମର୍ଥନ ରହିବ। କୋର୍ଟ କାର୍ଯ୍ୟ କରାଯିବ। ସେଠାରେ ସଫଳତା ହେବ। ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ । କ୍ରୋଧ ଉପରେ ସଂଯମତା ଆବଶ୍ୟକ।

ମୀନ- ସମ୍ପତ୍ତି କାର୍ଯ୍ୟରେ ଉପକୃତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଖର୍ଚ୍ଚ ବୃଦ୍ଧି ଚିନ୍ତା କରିବ। ଶିଶୁ ରୋଜଗାରର ସମସ୍ୟାର ସମାଧାନ ସମ୍ଭବ। ବ୍ୟବସାୟ ଲାଭଦାୟକ ହେବ। ଶତ୍ରୁ ଦୂରେଇ ଯିବେ। ସମ୍ପର୍କୀୟଙ୍କୁ ଭେଟିବେ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମର ପାଇବେ ଫଳ

ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ପାରସ୍ପରିକ ଆଲୋଚନା ଲାଭଦାୟକ ହେବ।

ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପାଇଁ ଘୋଷଣା ହେଲା ଦୁଇଟି ନୂଆ ଟ୍ରେନ, ଗୋଟିଏ ଟ୍ରେନର ଦିନ ବୃଦ୍ଧି

ଭୁବନେଶ୍ବର, ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

1-ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ

୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ୍-ଶାଲିମଓର ସ୍ପେଶାଲ ଶାଲିମାରରୁ ୯ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ୍ ରୁ ୧୧ ଜୁନ୍ ରୁ ୨ ଜୁଲାଇ ୨୦୨୧ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ।

ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ।

2-ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ

୦୨୪୬୯/୦୨୪୭୦ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୦ରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ ଜ୍ଝ ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ।

ଏହି ଟ୍ରେନ ଉଭୟ ଦିଗରୁ ହାଓଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ।

3-ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ବି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଅଛି। ୦୨୮୩୫/୦୨୮୩୬ ହାତୀଆ-ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ହାତୀଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ ୬ ଜୁନ୍ ରୁ ୨୭ ଜୁନ୍ ମଧ୍ୟରେ ଛାଡିବ।

ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଦିନ ମାନଙ୍କରେ ୮ ଜୁନ୍ ରୁ ୨୯ ଜୁନ୍ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଘୋଷଣା ହେଲା ପୁରୁଣା ଭୁବନେଶ୍ବର ବିକାଶ ପାଇଁ ଏକାମ୍ର ଯୋଜନାର ପରାମର୍ଶଦାତା କମିଟ

ଭୁବନେଶ୍ୱର: ଐତିହ୍ୟ ସହର ପୁରୁଣା ଭୁବନେଶ୍ବରର ବିକାଶ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଏକାମ୍ର ଯୋଜନା। ଏହି ଯୋଜନା ମାଧ୍ୟମରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ପ୍ରାଚୀନ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ନିଆଯିବ ପଦକ୍ଷେପ।

ଏହି ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦ଏକର ଜମିର ହେବ ବିକାଶ। ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷା ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦେଇ ସେହି କାର୍ଯ୍ୟଧାରକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ପରାମର୍ଶଦାତା କମିଟ ଗଠନ କରିଛନ୍ତି।

ଏହି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।  ଏଥିସହିତ କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଭୁବନେଶ୍ବର ଡିସିପି, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିନ୍‌ଟେଣ୍ଡେଣ୍ଟ ସଦସ୍ୟ ରହିବେ । ବିଶିଷ୍ଠ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ସଦସ୍ୟ ଅଛନ୍ତି। ସେହିପରି କମିଟିରେ  ୩ଜଣ ସେବାୟତ ମଧ୍ୟ ରହିବେ।

ଡକ୍ଚର ସନ୍ତୃପ୍ତ ମିଶ୍ର ଏବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ  ନିର୍ଦ୍ଦେଶକ ଅଛନ୍ତି। ଏଥିସହିତ ସେ କାର୍ବନ ବ୍ଲାକ ଓ କେମିକାଲ ବିଜନେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ନିଯୁକ୍ତ ଅଛନ୍ତି  । ପୂର୍ବରୁ ସେ ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ, କରୋନା ସ୍ଥିତି ଦେଖି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତା ଦୀପାବଳି ବା ନଭେମ୍ବର ପର୍ଯ୍ୟନ୍ତା ଦେଶବାସୀଙ୍କୁ ମିଳିବ ମାଗଣା ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ଏହି ମାଗଣ ରାସନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି ଦେଶବାସୀଙ୍କୁ ଏକ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବର୍ତ୍ତମାନ କରୋନା ସ୍ଥିତି ଏବଂ ବେରୋଜଗାରୀକୁ ନେଇ ଏହି ନିଷ୍ପତି ନିଆଯାଇଛି। ଏଥିରେ ପ୍ରାୟ 80 କୋଟି ହିତାଧିକାରୀ ଲାଭବାନ ହୋଇପାରିବେ।

ଗତବର୍ଷ କରୋନା ସମୟରେ ମଧ୍ୟ ଏହିପରି ନିଷ୍ପତି ଗ୍ରହଣ କରାଯାଇଥିଲା। କାରଣ ଅନେକ ସ୍ଥାନରେ ଲକଡାଉ, ସର୍ଟଡାଉନ ଲାଗୁ ହୋଇଥିବାରୁ ଅନେକ କିଛି କାମଧନ୍ଦା ପାଇପାରି ନାହାଁନ୍ତି। ଦେଶର କେହି ଜଣେ ଭୋକିଲା ରହୁ ତାହା କେନ୍ଦ୍ର ସରକାର କେବେ ଚାହାଁନ୍ତି ନାହିଁ। ସେଥିପାଇଁ ଏହି ଯୋଜନାକୁ ପୁଣି ଥରେ ବୃଦ୍ଧି କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ଦେଶର ସମସ୍ତଙ୍କୁ ମିଳିବ ମାଗଣା କୋଭିଡ19 ଟିକା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ, ବର୍ତ୍ତମାନ ସମୟରେ କୋଭିଡ ଟିକା ସମସ୍ତଙ୍କର ଆବଶ୍ୟକତା ରହିଛି। ଏହା ଲୋକଙ୍କ ପାଇଁ ଯେପରି ଆବଶ୍ୟକ ଦେଶ ପାଇଁ ମଧ୍ୟ ସେତିକି ଜରୁରୀ। ସେଥିପାଇଁ ସାରା ଦେଶର ଲୋକଙ୍କୁ ବର୍ତ୍ତମାନ ମାଗଣା ଟିକାକରଣ କରାଯିବ। ଆଜି ଦେଶବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଦୀର୍ଘ ଭାଷଣରେ ମୋଦି କହିଛନ୍ତି ଯେ,ଏଥିରେ ଧନି ଗରିବ କିଛି ବାଛ ବିଛାର କରାଯାଇ ନାହିଁ। ଟିକା ସାଧାରଣ ନାଗରିକର ଆବଶ୍ୟକତା ଥିବାରୁ ବର୍ତ୍ତମାନ ସାରା ଦେଶବାସୀ ଏହା ମାଗଣା ପାଇବେ।

ତେବେ ପୂର୍ବରୁ ଓଡିଶା ସମେତ କେତେକ ରାଜ୍ୟ କୋଭିଡ ଟିକା ମାଗଣାରେ ପ୍ରଦାନ କରୁଥିଲେ। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 18ରୁ 44 ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ପ୍ରଦାନ କରି ଆସୁଛନ୍ତି। ହେଲେ କେତେକ ରାଜ୍ୟର ଲୋକଙ୍କୁ ଏହା କିଣିବାକୁ ପଡୁଥିଲା। ଏପରିକି ଓଡିଶାରେ ମଧ୍ୟ ପ୍ରଥମେ ଟିକାକରଣ ବେଳେ 250 ଟଙ୍କା ଲେଖାଏଁ ଆଦାୟ କରାଯାଉ ଥିଲା। ବର୍ତ୍ତମାନ ସାରା ଦେଶବାସୀ ମାଗଣାରେ ଟିକାକରଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଜୁନ 21 ତାରିଖଠାରୁ ଲାଗୁ କରାଯିବ ବୋଲି କୁହାଯାଇଛି।

ତେବେ ମୋଦି କହିଛନ୍ତି ଯେ, ଯେଉଁମାନେ ଟିକା କିଣିବା ପାଇଁ ଚାହୁଁଛନ୍ତି , ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଘରୋଇ ଡାକ୍ତରଖାନାରେ ଏହି ବ୍ୟବସ୍ଥା କରାଯାଇଛି। ଘରୋଇ ହସପିଟାଲଗୁଡିକ ରାଜ୍ୟ ସରକାରଙ୍କ ଅନୁମତି ନେଇ ସିଧା ଟିକା କଂପାନୀଠାରୁ ଟିକା କିଣିପାରିବେ। ଯେଉଁମାନେ ପଇସା ଦେଇ ଟିକାକରଣ କରିବାକୁ ଚାହୁଛନ୍ତି ସେହିମାନେ ଏହି ହସପିଟାଲରୁ ଟିକା ନେଇପାରିବେ। ତେବେ ଗୋଟିଏ ଡୋଜ ପିଛା ମାତ୍ର 150 ଟଙ୍କା ହସପିଟାଲ ନେଇ ପାରିବେ। ତାଠାରୁ ଅଧିକ ପଇସା ନେଇପାରିବେ ନାହିଁ ବୋଲି ମୋଦି କହିଛନ୍ତି।

ଏହି ସମ୍ବୋଧନ ବେଳେ ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ଟିକା କରଣରେ ବେଶ୍ ଆଗେଇ ପାରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ 23 କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ଟିକାକରଣ ପାଇଁ ମିଶନ ଇନ୍ଦ୍ରଧନୁଶ ଲାଗୁ କରାଯାଇଛି। ଫଳରେ ସାରା ଦେଶରେ ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବରୁ ରାଜ୍ୟମାନଙ୍କୁ ଟିକା କିଣିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ହେଲେ ସେଥିରେ କିଛି ସମସ୍ୟା ଦେଖା ଦେଲା। ତେଣୁ ସେହି ସମସ୍ୟାକୁ ଦୂର କରିବା ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ଟିକା କିଣି ରାଜ୍ୟ ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ।

ସେହିପରି ମୋଦି କହିଥିଲେ ଯେ, କୋଭିଡ ଟିକାକରଣ ପାଇଁ ଯେଉଁ କୋଉଇନ୍ ବା CoWin ଅନଲାଇନ ବ୍ୟବସ୍ଥା କରାଯାଇଛି ତାହା ସାରା ବିଶ୍ବରେ ବେଶ ଚର୍ଚ୍ଚା ଚାଲିଛି। ଏହା କିପିର କାର୍ଯ୍ୟକ୍ଷମ ହେଉଛି ସେ ନେଇ କେତେକ ଦେଶ ଏହିପରି ମଡେଲକୁ ଲାଗୁ କରିବା ପାଇଁ ମଧ୍ୟ ନିଷ୍ପତି କରିଛନ୍ତି। ତେଣୁ କରୋନା ମୁକାବିଲାରେ ସାରା ବିଶ୍ବରେ ଭାରତ ଏକ ଆଦର୍ଶ ହୋଇପାରିଛି ବୋଲି ମୋଦି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିନବ ଷ୍ଟାର୍ଟଅପ୍‌: ଓଡିଶା ଗବେଷକମାନେ ବାହାର କଲେ 4 ଟି ଭିନ୍ନ ସ୍ବାସ୍ଥ୍ୟ ଉପକରଣ

ଭୁବନେଶ୍ୱର,  ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପରେ ଅଭିନବ ଜ୍ଞାନକୌଶଳର ବିକଶିତ କରାଯାଇଛି । ଏହି ଧାରାରେ 5ଟି ନୂଆ ଉପକରଣ ବର୍ତ୍ତମାନ ବଜାର ପ୍ରବେଶ ଅପେକ୍ଷାରେ ରହିଛି। ସେଗୁଡିକ ହେଲା..

1-ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତି । ଏଥି ସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ । ତାହା ପୁଣି ଏକ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ।  ଇଜି-ଆର୍‌ଏକ୍ସ ନାମକ ଯନ୍ତ୍ରପାତି ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବ । କୋଭିଡ୍‌-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ୱାଭାବିକତା ଏବଂ କାମ କରିବା ବନ୍ଦ କରିଦେବା ଭଳି ସ୍ଥିତିରେ ତ୍ୱରିତ ଆକଳନ କରିହେବ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବ ।

2- ଅନ୍ୟ ଏକ ସଂସ୍ଥା କୋଭିଡ୍‌-୧୯ ନିମନ୍ତେ ଦିଆଯାଉଥିବା ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ଷ୍ଟୋରେଜ୍‌ ସକାଶେ ବାୟୋସିୟୋର ନାମକ ଏକ ଉପକରଣର ନିର୍ମାଣ କରିଛି । ଏହି ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ଅନ୍ୟାୟାସରେ ସଂଚାଳନ କରିହେବ । ଏହା ବିଶେଷ ଭାବେ ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ବହୁ ଉପକାରୀ ହୋଇପାରିବ । ଏହାକୁ ମାକ୍‌ଫି ସଲ୍ୟୁସନ୍‌ ପ୍ରା.ଲିଃ. ସଂସ୍ଥା ଉତ୍ପାଦନ କରିବା ସକାଶେ ଆଇସିଏମ୍‌ଆର୍‌କୁ ମୂଲ୍ୟାଙ୍କନ କରିବା ପାଇଁ ଆବେଦନ କରିଛନ୍ତି ।

3- ମେଡ୍‌-ଟେଲ୍‌ ହେଲଥ୍‌କେୟାର ନାମକ ସଂସ୍ଥା ଦୂରରେ ଥିବା ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଉପଲବ୍ଧ କରିପାରୁଛି । ଅତି ଜରୁରୀବେଳେ ଡାକ୍ତର ପାଖକୁ ବ୍ୟକ୍ତିଗତ ଭାବେ ରୋଗୀ ନଯାଇ ଡାକ୍ତରୀ ସେବା ପାଇବାରେ ଏହି ପଦ୍ଧତି ସଫଳତାର ସହ କାର୍ଯ୍ୟ କରିପାରୁଛି । ଏହାର ଉପାଦେୟତା ସକାଶେ ବିଭିନ୍ନ ବାହାରଦେଶ ଏହାର ଉତ୍ପାଦନ ସକାଶେ ଆଗଭର ଥିବା ରିପୋର୍ଟରେ ଦର୍ଶାଯାଇଛି ।

4- ଆଉ ଏକ ମେଡି-କିଟ୍‌ ଯାହା ଶରୀରର ତ୍ୱରିତ ଆଣ୍ଟିବଡ଼ି ମାପିବାରେ ସଫଳ ହୋଇଛି । ଆଇସିଏମ୍‌ଆର୍‌ ଏହାକୁ ୯୨% ସଫଳ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହା ସାର୍ସ-କୋଭିଡ୍‌-୨କୁ ଚିହ୍ନଟ କରିପାରିବା ସହିତ ଲକ୍ଷଣବିହୀନ ଲୋକଙ୍କ ଶରୀରରେ ସେରୋ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିପାରିବ । ତା’ଛଡ଼ା ‘ସ୍ୱସ୍ଥ’ ନାମକ ଏକ କୋଭିଡ୍‌ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଟେକ୍‌ ଷ୍ଟାର୍ଟଅପ୍‌ ବିକଶିତ କରାଯାଇଛି ।

ଏହା ଜିଲ୍ଲା ପ୍ରଶାସନ, ପୌରପରିଷଦ ପ୍ରଭୂତିଙ୍କୁ କୋଭିଡ୍‌ ପରିଚାଳନାରେ ଉପାଦେୟ ହେବ। ଏହାର ପ୍ରୟୋଗରେ ଡାକ୍ତରଖାନାରେ ସିଟ୍‌, ରେଫରାଲ୍‌, ଅମ୍ଳଜାନ ଉପଲବ୍ଧ ପ୍ରଭୃତି ସମ୍ବନ୍ଧରେ ସଠିକ୍‌ ବିବରଣୀ ରୋଗୀମାନେ ପାଇପାରିବେ । ଅନ୍ୟ ଏକ ସଂସ୍ଥା ଆର୍‌ଟି-ପିସିଆର୍‌ ଏବଂ ଡିଏନ୍‌ଏ ପରୀକ୍ଷା ନିମନ୍ତେ ଉପକରଣ ନିର୍ମାଣ କରିଛନ୍ତି । ଗତ କୋଭିଡ୍‌ର ଦ୍ୱିତୀୟ ଲହରୀ ସମୟରେ ଏହା ପ୍ରାୟ ୧ ଲକ୍ଷ ଲୋକଙ୍କ ପରୀକ୍ଷା କରି ସଫଳତା ହାସଲ କରିଛି ।

ଏହିସବୁ ଷ୍ଟାର୍ଟଅପ୍‌ ଓଡ଼ିଶାରେ ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ ଓଡ଼ିଶା ଅଧୀନରେ ଏସବୁ ଷ୍ଟାର୍ଟଅପ୍‌ ପଂଜୀକୃତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଏହି ନୂତନ ଷ୍ଟାର୍ଟଅପ୍‌ଗୁଡ଼ିକୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଇଛି । ଏଥି ପାଇଁ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ପ୍ରଭୃତି ସୃଷ୍ଟି କରାଯାଇଛି । ଆବଶ୍ୟକ ସ୍ଥଳେ ସରକାରୀ ଜମିଯୋଗାଣ, ବ୍ୟାଙ୍କ ଲିଙ୍କକେଜ୍‌ ଆଦି ସୁବିଧା ଯୋଗାଇ ଦିଆଯାଉଛି ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି । ଆଗାମୀ ଦିନରେ ଏସବୁ ଉଦ୍ୟୋଗ ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇପାରିବ ବୋଲି ଆଶା କରାଯାଉଛି।