Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁଜାଲି ଦେଖାଇ ଜୋର ଜବରଦସ୍ତି ଚୋରି କରୁଥିଲେ ଗୋରୁ: ୩ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ୍

ନୟାଗଡ/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ମୁଳୋତ୍ପାଟନ କରିବାକୁ ଅଣ୍ଟା ଭିଡିଛି ଚାନ୍ଦପୁର ପୋଲିସ। ଗତ ସପ୍ତାହରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ିରୁ ୪ ଟି ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ଗତାକଲି ରାତିରେ ପୁଣି ୧୦ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ବେଗୁନିଆ ଜାମୁକୋଳି ଅଞ୍ଚଳରୁ ଲୋକଙ୍କୁ ଭୁଜାଲି ଦେଖାଇ ୧୦ଟି ଗୋରୁଙ୍କୁ ଜୋର ଜବରଦସ୍ତି ଚୋରି କରି ମାଫିଆ ମାନେ ଏକ କଣ୍ଟେନରରେ ନେଇ ଯାଉଥିଲେ। ତେବେ ଏ ଖବର ପାଇବା ମାତ୍ରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ଏସଆଇ ସଞ୍ଜୟ ମଲିକଙ୍କୁ ନେଇ ଏକ ଟିମ ଗଠନ କରି ଚାନ୍ଦପୁର ମସାଣି ସାହି ନିକଟରେ ଜଗି ରହିଥିଲେ। ଯେତେବେଳେ କଣ୍ଟେନର ମସାଣି ସାହି ପାର କଲା ପୋଲିସ କଣ୍ଟେନରକୁ ଗୋଡ଼େଇବାକୁ ଲାଗିଲା ଏବଂ ବଡ଼ପୋଖରୀଆ ନିକଟରେ ଉକ୍ତ କଣ୍ଟେନରକୁ କାବୁ କରିଥିଲା।

ତେବେ ଗାଡ଼ିରୁ ୧୦ଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଗୋମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଫିଦାତୁଲ୍ଲା ଖାନ, ଜାବର ଖାନ ଓ ରହିମ (ଛଦ୍ମନାମ)। ସମସ୍ତ ଅଭିଯୁକ୍ତ ବେଗୁନିଆ ଜାମୁକୋଳି ଅଞ୍ଚଳର ବୋଲି ଜଣାପଡିଛି।  ସେମାନଙ୍କ ନିକଟରୁ ଭୁଜାଲି, ମୋବାଇଲ, ନକଦ ଅର୍ଥ ଏବଂ ଅନ୍ୟ ଜିନିଷ ପୋଲିସ ଜବତ କରିଛି।

ସମସ୍ତଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୮୦/୨୧ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ତିଳେ ହେଲେ ପ୍ରଶୟ ଦିଆଯିବ ନାହିଁ ଏବଂ ଅଗାମୀଦିନରେ ଗୋମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି। ଆଇଆଇସିଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଗୋମାଫିଆଙ୍କ ମନରେ ଛନକା ପଶିଯାଇଛି।

Categories
ଆଞ୍ଚଳିକ

ସୋରଣ ଚିଲିକାକୁଳ ମାଛପେଣ୍ଠରେ ପୋଲିସ ଓ ତହସିଲର ମିଳିତ ଚଢ଼ାଉ

ସୀତାରାମ ଅଗ୍ରୱାଲ

ଚିଲିକା:

ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗୀ ଓ ବାଣପୁର ଅଞ୍ଚଳରେ ଏବେ କରୋନା ସଂକ୍ରମଣ ସାମାନ୍ୟ ହେବାରେ ଲାଗିଛି। କିନ୍ତୁ ସେଠାରେ ଏଯାଏଁ କରୋନା ବିପଦ ଟଳି ନାହିଁ। ନିୟମକୁ ଅଣଦେଖା କଲେ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ଆଶଙ୍କା ରହିଛି। ସଂକ୍ରମଣକୁ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଚିଲିକା କୁଳ ନିକଟରେ ଥିବା ମାଛ ଆମଦାନୀ ପେଣ୍ଟସ୍ଥଳୀ ସୋରଣରେ କୋଭିଡ଼ ଗାଇଡ଼ଲାଇନକୁ ନମାନି ଦୋକାନୀ ଏବଂ ଗ୍ରାହକମାନେ ମାଛ କିଣା ବିକା କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆଜି ଅଚାନକ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜରିପଡା ଆରଆଇ ଜ୍ୟୋତିରଞ୍ଜନ ରଥ ଓ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ମିଳିତ ସହଯୋଗରେ ତହସିଲ ଓ ପୋଲିସର ଏନଫୋର୍ଶମେଣ୍ଟ ଟିମ ସୋରଣ ପେଣ୍ଠରେ ଚଢ଼ାଉ କରି ମାଛ ଦୋକାନୀ ଓ ଅମାନିଆ ଲୋକଙ୍କଠାରୁ ୫ହଜାର ୫ଶହ ଟଙ୍କା ଫାଇନ ଆଦାୟ କରିବା ସହ ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ପରିଧାନ କରିବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।

ଆଗାମୀ ଦିନରେ ଯଦି ଏଠାରେ ଏଭଳି ସ୍ଥିତି ଉପୁଜେ ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇସ୍ରାଏଲର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଅନୁଭବୀ ନେତା ଇଶାକ୍ ହଜୋର୍ଗ

ନୂଆଦିଲ୍ଲୀ: ଇସ୍ରାଏଲ ସଂସଦ ‘ନେସେଟ’ ରେ ରାଷ୍ଟ୍ରପତି ପାଇଁ ଗୁପ୍ତ ମତଦାନ ହୋଇଥିଲା। ଏହି ମତଦାନରେ ଇସ୍ରାଏଲର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଅନୁଭବି ନେତା ଇଶାକ ହର୍ଜୋଗ ନିର୍ବାଚିତ ହୋଇଛନ୍ତି। ଲେବର ପାର୍ଟିର ପୂର୍ବତନ ନେତା ୬୦ ବର୍ଷୀୟ ହଜୋର୍ଗ ଦେଶର ପ୍ରଥମ ରାଷ୍ଟ୍ରପତି ହେବେ, ଯିଏ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ। ତାଙ୍କ ପିତା ସିୟାମ ହଜୋର୍ଗ ୧୯୮୩ ମସିହାରୁ ୧୯୯୩ ପର୍ଯ୍ୟନ୍ତ ଇସ୍ରାଏଲର ରାଷ୍ଟ୍ରପତି ଥିଲେ। ୧୨୦ ସଂସଦୀୟ ବିଶିଷ୍ଟ ସଂସଦରେ ହଜୋର୍ଗଙ୍କୁ ୮୭ ଟି ଭୋଟ ମିଳିଥିଲା। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ମିରିୟମ ପରେତ୍ଜଙ୍କୁ ସହଜରେ ପରାଜିତ କରିଥିଲେ।

ବର୍ତ୍ତମାନ ରାଷ୍ଟ୍ରପତି ରିୟୁୱାନ ରିୱଲୀନ ଆସନ୍ତା ଜୁଲାଇ ୯ ତାରିଖରେ ଅବସର ନେବେ। ଏହାପରେ ହଜୋର୍ଗ କାର୍ଯ୍ୟଭାର ସମ୍ଭାଳିବେ। ସମର୍ଥନ କରିଥିବା ସମସ୍ତ ସାଂସଦଙ୍କୁ  ହଜୋର୍ଗ ଧନ୍ୟବାଦ ଜଣାଇଛନ୍ତି। ଦେଶର ସମସ୍ତ ନାଗରିକଙ୍କ ସେବା କରିବା ଏକ ସମ୍ମାନର କଥା ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ କଲେ ବାତିଲ

ଭୁବନେଶ୍ବର: ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା। କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା।

ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ଆଗ, ଆଉସବୁ ପଛ। ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ।

ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ। ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ। ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କର ଉଦ୍ୟମ,ଦୃଢ ମନୋବଳ, ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି।

ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ( Well Defined Objective Criteria ) ଦ୍ବାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମୂଲ୍ୟାୟନରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅସୁବିଧା ସମୟରେ ସାହାଯ୍ୟ କରିଥିଲା ଭାରତ: ଟୀକା ଲାଗି ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ଆମେରିକା ସାଂସଦ

ନୂଆଦିଲ୍ଲୀ: ଅସୁବିଧା ସମୟରେ ଆମେରିକାକୁ ଭାରତ ସାହାଯ୍ୟ କରିଥିଲା। ତେଣୁ ଭାରତର ଅସୁବିଧା ସମୟରେ ଆମେରିକାକୁ ସାହାଯ୍ୟ କରିବା ଆବଶ୍ୟକ । ଆମେରିକା ସଂସଦର ସଂଖ୍ୟାଗରିଷ୍ଠତା ନେତା ଚକ ଶୁମର ଏନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଛନ୍ତି। ଶୁମର ଏକ ଚିଠି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଯେ, ଅସୁବିଧା ସମୟରେ ନିଜର ସୁରକ୍ଷା ଉପକରଣ ପଠାଇ ଆମେରିକାକୁ ଭାରତ ସାହାଯ୍ୟ କରିଥିଲା। ତେଣୁ ଭାରତକୁ ସାହାଯ୍ୟ କରିବା ପାଇଁ ଏହା ସଠିକ ସମୟ ବୋଲି ଶୁମର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମେ’ ମାସ ୧୭ ତାରିଖରେ ଅନ୍ୟ ଦେଶକୁ ସାହାଯ୍ୟ ଉଦ୍ଦେଶ୍ୟରେ ୮ କୋଟି ଟୀକା ପଠାଇବା ନେଇ ଆମେରିକା ପ୍ରଶାସନ ଘୋଷଣା କରିଥିଲା। ତେବେ ସେହି ଟୀକା ମଧ୍ୟରୁ ଭାରତକୁ ଏକ ଭାଗ ଟୀକା ପଠାଇବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଶୁମର ଅନୁରୋଧ କରିଛନ୍ତି। ବର୍ତ୍ତମାନ ଆମେରିକାରେ ନିଜର ନାଗରିକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ଅଛି। ତେଣୁ ସାହାଯ୍ୟ ଉଦ୍ଦେଶ୍ୟରେ ଆଷ୍ଟ୍ରୋଜନିକା ଏବଂ ଅନ୍ୟ ଟୀକା ବିଦେଶକୁ ଆମେରିକା ପଠାଇପାରିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୩୨ ହାଜର ୩୬୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୨ ହଜାର ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୭୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୫ ଲକ୍ଷ ୫୯୬ ହଜାର ୧୫୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋରାପୁଟ ସାଂସଦ ସପ୍ତଗିରି ଉଲାକା ହେଲେ ଛତିଶଗଡ଼ର କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର, କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଛତିଶଗଡ଼ର କଂଗ୍ରେସ ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଏଆଇସିସି ତରଫରୁ ଏହି ପ୍ରେସ ବିଜ୍ଞପ୍ତି ଜଣାଯାଇଛି। ସପ୍ତଗିରି ଓଡିଶାରୁ ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଛତିଶଗଡରେ ବର୍ତ୍ତମାନ କଂଗ୍ରେସ ଶାସନରେ ରହିଛି। ସ୍ବାଭାବିକ ଭାବେ ଦଳ ଶାସନରେ ଥିବାରୁ ବିଭିନ୍ନ ସମୟରେ ଅନ୍ତଦ୍ବର୍ନ୍ଦ ସୃଷ୍ଟି ହୋଇଥାଏ। ସେସବୁକୁ ସମାଧାନ କରିବା ଦିଗରେ ସପ୍ତଗିରିଙ୍କ ପାଇଁ ଚ୍ୟାଲେଂଜ ହେବ। ସପ୍ତଗିରିଙ୍କ ନିଯୁକ୍ତିକୁ ପ୍ରଦେଶ କଂଗ୍ରେସ ତରଫରୁ ସ୍ବାଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଓଭର ବ୍ରିଜ୍ ଉପରେ ଡିଭାଇଡରକୁ ଧକ୍କା ଦେଲା ଅଟୋ: ଶ୍ଵଶୁର ମୃତ, ବୋହୁ ଗୁରୁତର

ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଣପୁର ଥାନା ଆୟତପୁର ନିକଟସ୍ଥ ପାତ୍ରପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟମାନେ ଅଟୋ ଦ୍ଵାରା ନୟାଗଡ ସ୍ଥିତ ଡିମିସିର ଯାଉଥିଲେ। ହେଲେ ଅଟୋଟି ବେପରୁଆ ଗାଡି ଚାଳନ ତଥା ଦ୍ରୁତଗତି ଲାଗି ଭାରସାମ୍ୟ ହରାଇ ନାଚୁଣୀ ଓଭର ବ୍ରିଜ୍ ଉପରେ ଏକ ଡିଭାଇଡର ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ଯେଉଁଥିରେ ରାମକୃଷ୍ଣ ବିଷୋଇ (୭୦) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏବଂ ରାମକୃଷ୍ଣଙ୍କ ବୋହୁ ମଞ୍ଜୂବାଳା (୪୫) ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରିଛନ୍ତି। ସେହିଭଳି ଅଟୋରେ ଥିବା ଛୋଟ ଛୋଟ ଶିଶୁମାନେ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇଦେଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୯୧୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୧୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ  ଏବଂ ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବୌଦ୍ଧ, କଟକ, ଦେବଗଡ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, ଢେଙ୍କାନାଳ, ଜଗତସିଂହପୁର, ମୟୂରଭଞ୍ଜ, ସମ୍ବଲପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୧୩ ହଜାର ୫୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୨ ହଜାର ୬୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୧୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୮ ହଜାର ୮୩୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୯୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୧୩ ହଜାର ୫୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୨ ହଜାର ୬୭୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୭୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୬୨ ଜଣ, କଟକ ଜିଲ୍ଲାରୁ ୭୨୦, ଅନୁଗୁଳ ଜିଲ୍ଲାରୁ ୪୪୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୪୨୬ ଜଣ, ବରଗଡ ଜିଲ୍ଲାରୁ ୧୮୯ ଜଣ, ଭଦ୍ରକ ଜିଲ୍ଲାରୁ ୨୮୭, ବଲାଙ୍ଗୀରି ଜିଲ୍ଲାରୁ ୬୧, ବୌଦ୍ଧ ଜିଲ୍ଲାରୁ ୧୨୮, ଦେବଗଡ ଜିଲ୍ଲାରୁ ୭୨, ଢେଙ୍କାନାଳ ଜିଲ୍ଲାରୁ ୨୫୨ ଜଣ, ଗଜପତି ଜିଲ୍ଲାରୁ ୬୮ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫୫ ଜଣ, ଯାଜପୁର ଜିଲ୍ଲାରୁ ୩୮୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୭୧ ଜଣ, କଳାହାଣ୍ଡିରୁ ୧୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୨୩ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ ଜଣ, କୋରାପୁଟ ଜିଲ୍ଲାରୁ ୧୮୫ ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୪୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୧୯ ଜଣ, ନୟାଗଡ ଜିଲ୍ଲାରୁ ୨୧୯ ଜଣ, ନୂଆପଡା ଜିଲ୍ଲାରୁ ୪୮ ଜଣ, ପୁରୀ ଜିଲ୍ଲାରୁ ୩୩୩ ଜଣ, ରାୟଗଡା ଜିଲ୍ଲାରୁ ୩୧୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୬୧ ଜଣ, ସୋନପୁର ଜିଲ୍ଲାରୁ ୬୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୭୦ ଜଣ ଏବଂ ଷ୍ଟେଟ ପୁଲରୁ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 4 ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

ମେଷ: – ଆଜିର ଦିନଟି ଉତ୍କୃଷ୍ଟ ଅଟେ। ବୃତ୍ତିଗତ ସମ୍ପର୍କ ଲାଭଦାୟକ ହେବ। ଜ୍ଞାନ ସହିତ କାର୍ଯ୍ୟରେ ସଫଳତା ପାଇଁ ଯୋଗ ରହିଛି। ପରବର୍ତ୍ତୀ ସମ୍ମାନ ବୃଦ୍ଧିରେ ସନ୍ତୁଷ୍ଟ ହେବ। ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କର ଆବଶ୍ୟକତା ଅଛି। ତୁମେ ପ୍ରେମ ସଂପର୍କରେ ସଫଳ ହେବ।

ବୃଷ: – ଯେକୈଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହେବ। ତୁମର ଦାୟିତ୍ବକୁ ସଠିକ୍ ଭାବରେ ପୂରଣ କରିବାକୁ ଚେଷ୍ଟା କର। ବିନିଯୋଗ ଲାଭଦାୟକ ହେବ। ସରକାରଙ୍କ ପାଖରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ।

ମିଥୁନ: – ଆପଣଙ୍କର କାର୍ଯ୍ୟ ଶୈଳୀ ଏବଂ ବକ୍ତବ୍ୟ କୈଶଳ କାର୍ଯ୍ୟ ସମାପ୍ତ କରିବ। ବୃତ୍ତିଗତ ସୁସଙ୍ଗତତା ରହିବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ଅର୍ଥନୈତିକ ପ୍ରସଙ୍ଗରେ ଉନ୍ନତିର ସମ୍ଭାବନା ଅଛି। ପ୍ରଗତିଶୀଳ ଖବର ଉପଲବ୍ଧ ହେବ। କାର୍ଯ୍ୟ ଯୋଜନାକୁ ଗୁପ୍ତ ରଖନ୍ତୁ।

କର୍କଟ: – ଦିନ ଆରମ୍ଭରେ ଅଳସୁଆ ପ୍ରାଧାନ୍ୟ ବିସ୍ତାର କରିବ। ସାଙ୍ଗମାନଙ୍କ ସହିତ ମଜା କରିବା ପାଇଁ ସମୟ ଅତିବାହିତ ହେବ। ଶୁଭ କାର୍ଯ୍ୟରେ ଜଡିତ ହେବା ଶୁଭ ଏବଂ ସମ୍ମାନ ଆଣିବ। ଶକ୍ତି ବୃଦ୍ଧି ପାଇବ। ନୂତନ ସଫଳତା ମିଳିବ।  ନୂଆ ପୋଷାକ ପାଇବେ।

ସିଂହ: – ରାଜନୈତିକ ଚାପ ଯୋଗୁଁ କରାଯାଇଥିବା କାର୍ଯ୍ୟ ଅବରୋଧ ହୋଇପାରେ। ଆଜି ଆର୍ଥିକ ବିଶେଷ ଲାଭର ସମ୍ଭାବନା ଅଛି। ଆପଣ ପରିବାର ସଦସ୍ୟଙ୍କଠାରୁ ଅନୁକୂଳ ଖବର ପାଇବେ। ପିଲାଙ୍କ ପାଖରୁ ଏକ ସୁଖଦ ଖବର ଆସିବ।

କନ୍ୟା: – ଆପଣଙ୍କର ପ୍ରିୟଜନମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ଆପଣଙ୍କର ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରିବାରେ ଅଳସୁଆ ହୁଅ ନାହିଁ ଏବଂ ବିଳମ୍ବ କର ନାହିଁ । ଜମି, ଗୃହ ସମସ୍ୟା ସମାଧାନ ହେବ। ଆର୍ଥିକ ଚିନ୍ତା ଯୋଗୁଁ ମନରେ ଅସନ୍ତୋଷ ଦେଖାଯିବ। ତୁମେ ଋଣରୁ ମୁକ୍ତ ହେବ।

ତୂଳା: – ତୁମର ଦୈନିକ କର୍ମରେ ପରିବର୍ତ୍ତନ ଆସିବ। ତୁମର ଲକ୍ଷ୍ୟକୁ ଧ୍ୟାନରେ ରଖିବାକୁ ଚେଷ୍ଟା କର, ସଫଳତା ପାଇବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ପରିବାରରେ ସହଯୋଗର ପରିବେଶ ରହିବ। କ୍ରୋଧ ପ୍ରକୃତିରୁ ଦୂରେଇ ରୁହନ୍ତୁ।

ବିଛା : – ପ୍ରିୟଜନଙ୍କ ଆଚରଣ ହେତୁ ମନ ଦୁଃଖିତ ହେବ। କୈଣସି କାର୍ଯ୍ୟ କରିବା ପୂର୍ବରୁ, ରଣନୀତି ସ୍ଥିର କରନ୍ତୁ। ପାରିବାରିକ ସମସ୍ୟାର ସମାଧାନ ସମ୍ଭବ। ଚାକିରିରେ ଲୋଭୀ ହୁଅନ୍ତୁ ନାହିଁ । ବିବାହ ଆଲୋଚନା ସଫଳ ହେବ। ବନ୍ଦ ହୋଇଥିବା ଟଙ୍କା ଉପଲବ୍ଧ ହେବ, ଧାର୍ମିକ ଆଗ୍ରହ ବୃଦ୍ଧି ପାଇବ।

ଧନୁ : – ଭୁଲ ନିଷ୍ପତ୍ତିର ଭୁଲ ଫଳାଫଳ ମିଳିବ। ବ୍ୟବସାୟ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେବେ। ସମ୍ମାନ ବୃଦ୍ଧି ପାଇବ । ଯୋଜନାଗୁଡ଼ିକ ସଫଳ ହେବ। କାରବାରର ଜନିତ ଖର୍ଚ୍ଚ ସମାପ୍ତ ହେବ। ଋଣ ଟଙ୍କା ନ ପାଇବା କାରଣରୁ ବିଭିନ୍ନ ସମସ୍ୟା ବୃଦ୍ଧି ପାଇବ।

ମକର : – ତୁମର କଠିନ ପରିଶ୍ରମ ଅନୁଯାୟୀ ଫଳ ନ ପାଇ ମନ ଦୁଃଖିତ ହେବ । ବ୍ୟବସାୟ ପ୍ରତିଯୋଗିତାରେ ସଫଳତା ହେଉଛି ସଫଳତାର ସମଷ୍ଟି । ପିଲାମାନେ ସାହାଯ୍ୟ କରିବେ। ଆର୍ଥିକ ଦିଗ ଦୃଢ ହେବ।

କୁମ୍ଭ: – କର୍ମକ୍ଷେତ୍ରରେ ସକରାତ୍ମକ ଚିନ୍ତାଧାରା ହେତୁ ପ୍ରଗତି ପାଇଁ ସୁଯୋଗ ମିଳିବ । ଟଙ୍କା ପାଇବାର ସମ୍ଭାବନା ଅଛି । ଅନାବଶ୍ୟକ ବିବାଦରୁ ଦୂରରେ ରୁହନ୍ତୁ। ବ୍ୟବସାୟ ଭଲ କରିବ। ପୁରୁଣା ବିରୋଧୀମାନେ ସକ୍ରିୟ ରହିବେ।

ମୀନ : – ସାଙ୍ଗମାନେ ସେମାନଙ୍କ ମନ ବିଷୟରେ କଥା ହେବେ। ଅବାଞ୍ଛିତ ଜିନିଷରେ ଜଡିତ ହୁଅନ୍ତୁ ନାହିଁ । ପାରିବାରିକ ବିଷୟଗୁଡ଼ିକ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ହେବ। ଆର୍ଥିକ ପ୍ରତିବନ୍ଧକ ଆପଣଙ୍କୁ ଚିନ୍ତିତ କରିବ। ଋଣର ଅଧିକତା ଚାପ ବଢାଇବ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିବ ବେଶ୍ ସୁଖମୟ

ମେଷ: – ଆଜିର ଦିନଟି ଉତ୍କୃଷ୍ଟ ଅଟେ। ବୃତ୍ତିଗତ ସମ୍ପର୍କ ଲାଭଦାୟକ ହେବ। ଜ୍ଞାନ ସହିତ କାର୍ଯ୍ୟରେ ସଫଳତା ପାଇଁ ଯୋଗ ରହିଛି। ପରବର୍ତ୍ତୀ ସମ୍ମାନ ବୃଦ୍ଧିରେ ସନ୍ତୁଷ୍ଟ ହେବ। ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କର ଆବଶ୍ୟକତା ଅଛି।

ବୃଷ: – ଯେକୈଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହେବ। ତୁମର ଦାୟିତ୍ବକୁ ସଠିକ୍ ଭାବରେ ପୂରଣ କରିବାକୁ ଚେଷ୍ଟା କର। ବିନିଯୋଗ ଲାଭଦାୟକ ହେବ। ସରକାରଙ୍କ ପାଖରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ।

Categories
ଆଜିର ଖବର ଧର୍ମ

ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିମାନେ ଅଳସୁଆ ହୁଅନ୍ତୁ ନାହିଁ

ମିଥୁନ: – ଆପଣଙ୍କର କାର୍ଯ୍ୟ ଶୈଳୀ ଏବଂ ବକ୍ତବ୍ୟ କୈଶଳ କାର୍ଯ୍ୟ ସମାପ୍ତ କରିବ। ବୃତ୍ତିଗତ ସୁସଙ୍ଗତତା ରହିବ। ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ଅର୍ଥନୈତିକ ପ୍ରସଙ୍ଗରେ ଉନ୍ନତିର ସମ୍ଭାବନା ଅଛି।

କନ୍ୟା: – ଆପଣଙ୍କର ପ୍ରିୟଜନମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ଆପଣଙ୍କର ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରିବାରେ ଅଳସୁଆ ହୁଅ ନାହିଁ ଏବଂ ବିଳମ୍ବ କର ନାହିଁ । ଜମି, ଗୃହ ସମସ୍ୟା ସମାଧାନ ହେବ।

 

Categories
ଆଜିର ଖବର ଧର୍ମ

ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିମାନେ ଭୁଲ ନିଷ୍ପତିର ଭୁଲ ଫଳ ମିଳିବ

ଧନୁ : – ଭୁଲ ନିଷ୍ପତ୍ତିର ଭୁଲ ଫଳାଫଳ ମିଳିବ। ବ୍ୟବସାୟ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେବେ। ସମ୍ମାନ ବୃଦ୍ଧି ପାଇବ । ଯୋଜନାଗୁଡ଼ିକ ସଫଳ ହେବ। କାରବାରର ଜନିତ ଖର୍ଚ୍ଚ ସମାପ୍ତ ହେବ।

ମୀନ : – ସାଙ୍ଗମାନେ ସେମାନଙ୍କ ମନ ବିଷୟରେ କଥା ହେବେ। ଅବାଞ୍ଛିତ ଜିନିଷରେ ଜଡିତ ହୁଅନ୍ତୁ ନାହିଁ । ପାରିବାରିକ ବିଷୟଗୁଡ଼ିକ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ହେବ।

Categories
ଆଜିର ଖବର ଧର୍ମ

ଶୁକ୍ରବାର ଦିନ ଏହି ରାଶିର ବ୍ୟକ୍ତିମାନେ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ

ମକର : – ତୁମର କଠିନ ପରିଶ୍ରମ ଅନୁଯାୟୀ ଫଳ ନ ପାଇ ମନ ଦୁଃଖିତ ହେବ । ବ୍ୟବସାୟ ପ୍ରତିଯୋଗିତାରେ ସଫଳତା ହେଉଛି ସଫଳତାର ସମଷ୍ଟି । ପିଲାମାନେ ସାହାଯ୍ୟ କରିବେ। ଆର୍ଥିକ ଦିଗ ଦୃଢ ହେବ।

କୁମ୍ଭ: – କର୍ମକ୍ଷେତ୍ରରେ ସକରାତ୍ମକ ଚିନ୍ତାଧାରା ହେତୁ ପ୍ରଗତି ପାଇଁ ସୁଯୋଗ ମିଳିବ । ଟଙ୍କା ପାଇବାର ସମ୍ଭାବନା ଅଛି । ଅନାବଶ୍ୟକ ବିବାଦରୁ ଦୂରରେ ରୁହନ୍ତୁ। ବ୍ୟବସାୟ ଭଲ କରିବ। ପୁରୁଣା ବିରୋଧୀମାନେ ସକ୍ରିୟ ରହିବେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଶୁକ୍ରବାର ଦିନ ଦୈନିକ କାର୍ଯ୍ୟରେ ହେବ ପରିବର୍ତ୍ତନ

ତୂଳା: – ତୁମର ଦୈନିକ କର୍ମରେ ପରିବର୍ତ୍ତନ ଆସିବ। ତୁମର ଲକ୍ଷ୍ୟକୁ ଧ୍ୟାନରେ ରଖିବାକୁ ଚେଷ୍ଟା କର, ସଫଳତା ପାଇବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ପରିବାରରେ ସହଯୋଗର ପରିବେଶ ରହିବ।

ବିଛା : – ପ୍ରିୟଜନଙ୍କ ଆଚରଣ ହେତୁ ମନ ଦୁଃଖିତ ହେବ। କୈଣସି କାର୍ଯ୍ୟ କରିବା ପୂର୍ବରୁ, ରଣନୀତି ସ୍ଥିର କରନ୍ତୁ। ପାରିବାରିକ ସମସ୍ୟାର ସମାଧାନ ସମ୍ଭବ। ଚାକିରିରେ ଲୋଭୀ ହୁଅନ୍ତୁ ନାହିଁ । ବିବାହ ଆଲୋଚନା ସଫଳ ହେବ।

Categories
ଆଜିର ଖବର ଧର୍ମ

ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ରାଜନୈତିକ ଚାପ

କର୍କଟ: – ଦିନ ଆରମ୍ଭରେ ଅଳସୁଆ ପ୍ରାଧାନ୍ୟ ବିସ୍ତାର କରିବ। ସାଙ୍ଗମାନଙ୍କ ସହିତ ମଜା କରିବା ପାଇଁ ସମୟ ଅତିବାହିତ ହେବ। ଶୁଭ କାର୍ଯ୍ୟରେ ଜଡିତ ହେବା ଶୁଭ ଏବଂ ସମ୍ମାନ ଆଣିବ।

ସିଂହ: – ରାଜନୈତିକ ଚାପ ଯୋଗୁଁ କରାଯାଇଥିବା କାର୍ଯ୍ୟ ଅବରୋଧ ହୋଇପାରେ। ଆଜି ଆର୍ଥିକ ବିଶେଷ ଲାଭର ସମ୍ଭାବନା ଅଛି। ଆପଣ ପରିବାର ସଦସ୍ୟଙ୍କଠାରୁ ଅନୁକୂଳ ଖବର ପାଇବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୈନିକ ଖବରକାଗଜ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ହେଲେ ଡ.ପ୍ରଭାସ ଆଚାର୍ଯ୍ୟ

କଟକ, ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ରାଜକୁମାର ଏହି ନୂତନ ପଦରେ ଡ. ଆଚାଯ୍ୟଙ୍କୁ ଅବସ୍ଥାପିତ କରିଛନ୍ତି। ଏଥିସହିତ ମୁଖ୍ୟ ପରିଚାଳକଙ୍କ ସମସ୍ତ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି।

ଡ. ଆଚାଯ୍ୟ ମୟୂରଭଞ୍ଜ ଜିଲାର ବିଶୋଇଠାରେ ଜନ୍ମଗ୍ରହଣ କରିଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ସମେତ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର, ଗ୍ରାମ୍ୟ ବିକାଶ ତଥା ଓଡ଼ିଆ ସାହିତ୍ୟରେ ମଧ୍ୟ ସେ ସ୍ନାତକୋତ୍ତର, ଡିଗ୍ରୀ ହାସଲ କରିଛନ୍ତି।

ବହୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଣମାଧ୍ୟମ ଅଧ୍ୟାପନା କ୍ଷେତ୍ରରେ ଅଭିଜ୍ଞତା ସାଙ୍ଗକୁ ଦୂରଦର୍ଶନରେ ସମ୍ବାଦ ଉପସ୍ଥାପନାରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଅନୁଭୂତି ରହିଛି। ପ୍ରାକୃତିକ ବିପଯ୍ୟୟ ସହାୟତା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ବିଶେଷଭାବେ ରାଜ୍ୟରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ସେ ବେଶ୍ ସୁପରିଚିତ।

ରେଳବାଇରେ ଇଞ୍ଜିନିୟରିଂ କାଯ୍ୟରୁ ସ୍ୱେଚ୍ଛାକୃତ ଅବସର ନେବାପରେ ସେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ତୁରନ୍ତ ରାସନ କାର୍ଡ ଜାରି ପାଇଁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି ।

ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଉଭୟ ସହର ଓ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିବା ଏବଂ ଏନଏଫଏସଏ ରାସନ କାର୍ଡ ଜାରି ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ନିମନ୍ତେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ୨୦୨୧ ଜୁନ ୨ରେ ମାର୍ଗଦର୍ଶିକା ଜାରି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିଜ ନିଜ ଏନଏଫଏସଏ ସୀମା ଅଧୀନରେ ଉପଲବ୍ଧ କଭରେଜକୁ ବ୍ୟବହାର କରିବାକୁ କୁହାଯାଇଛି ।

ସମାଜର ଅସୁରକ୍ଷିତ ତଥା ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ଲୋକ ଯଥା ରାସ୍ତାକଡ଼ ବାସିନ୍ଦା, ଜରି ଗୋଟାଳି, ଫେରି ବାଲା, ରିକସା ଚାଳକ ଆଦିଙ୍କ ନିକଟରେ ପହଞ୍ଚିବା ଲାଗି ପଦକ୍ଷେପ ନେବାକୁ ବିଭାଗ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ଆହ୍ୱାନ ଦେଇଛି । ଏନଏଫଏସଏ ଅଧୀନରେ ଯୋଗ୍ୟ ବ୍ୟକ୍ତି, ପରିବାରଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ରାସନ କାର୍ଡ ଜାରି କରିବାର ପରିଚାଳନାଗତ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ, ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଛି। ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର‌୍ୟ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ଏକ ଉପସ୍ଥାପନା ରଖିଥିଲେ। ସମୀକ୍ଷା କରାଯିବା ସମୟରେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମହାମାରୀ ସମୟରେ କ୍ରୀଡ଼ାବିତମାନଙ୍କ ବାଧାମୁକ୍ତ ପ୍ରଶିକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଅଲିମ୍ପିକ୍ସ କୋଟା ଜିତିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ, କ୍ରୀଡ଼ାବିତମାନଙ୍କ ଟିକାକରଣ ଏବଂ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଇଚ୍ଛାମୁତାବକ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା।

ଅଧିକାରୀମାନେ କ୍ରୀଡ଼ାବିତ୍ ଓ ସହାୟକ କର୍ମଚାରୀଙ୍କ ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ପ୍ରତ୍ୟେକ ଯୋଗ୍ୟତା ଅର୍ଜନକାରୀ/ସମ୍ଭାବ୍ୟ କ୍ରୀଡ଼ାବିତ, ସହାୟକ କର୍ମଚାରୀ ଓ ଅଧିକାରୀଙ୍କୁ ଯଥାଶୀଘ୍ର ଟିକାକରଣ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର ଅଲିମ୍ପିକ୍ସ ଦଳ ସହିତ ସେ ଯୋଡ଼ି ହୋଇ ସେମାନଙ୍କୁ ଉତ୍ସାହିତ କରିବେ ଓ ସମସ୍ତ ଦେଶବାସୀଙ୍କ ପକ୍ଷରୁ ସେମାନଙ୍କୁ ଶୁଭକାମନା ଜଣାଇବେ। କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ । ବିଶ୍ଵସ୍ତରରେ ଚମକୁ ଥିବା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ଦ୍ୱାରା ଆହୁରି ହଜାରରୁ ଅଧିକ କ୍ରୀଡ଼ାବିତ୍ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଅଧିକାରୀମାନେ କହିଥିଲେ ଯେ କ୍ରୀଡ଼ାବିତ୍ ମାନଙ୍କୁ ଅନୁପ୍ରାଣିତ କରିବା ଏବଂ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲାଗି ସେମାନଙ୍କର ମନୋବଳ ବଢ଼ାଇବା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ତେଣୁ, ପ୍ରତିଯୋଗିତା ଚାଲିଥିବା ସମୟରେ ଭାରତରେ ରହିଥିବା ସେମାନଙ୍କର ମାତାପିତା ଓ ପରିବାର ସଦସ୍ୟଙ୍କ ପାଇଁ ନିୟମିତ ଭିଡିଓ କନଫରେନ୍ସ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କୁହାଯାଇଥିଲା ଯେ ୧୧ଟି କ୍ରୀଡ଼ା ବର୍ଗରେ ୧୦୦ ଜଣ କ୍ରୀଡ଼ାବିତ୍ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଏବଂ ଆହୁରି ୨୫ ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି ଯାହାର ବିବରଣୀ ଜୁନ ୨୦୨୧ ଶେଷ ସୁଦ୍ଧା ପ୍ରକାଶ ପାଇବ।

୨୦୧୬ରେ ରିଓ ଡି ଜେନେରିଓରେ ଅନୁଷ୍ଠିତ ପୂର୍ବ ବର୍ଷର ପାରା ଅଲିମ୍ପିକ୍ସରେ ମୋଟ୍ ୧୯ ଜଣ ଭାରତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ୨୬ ଜଣ ପାରା ଆଥଲେଟ୍ ଯୋଗ୍ୟତା ହାସଲ କରିଥିବା ବେଳେ ଆହୁରି ୧୬ ଜଣ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ 7 ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ 2011 ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଯେଉଁ ପ୍ରାର୍ଥୀମାନଙ୍କର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାର୍ଟିଫିକେଟର ବୈଧତା ସାତ ବର୍ଷର ଅବଧି ପରେ ଶେଷ ହୋଇଯାଇଛି ଏହାକୁ ପୁନଃ ଆଜୀବନ ବୈଧ କରିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୋଖରିୟାଲ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ଲାଗି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ।

ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ହେଉଛି ଏକ ଜରୁରି ଯୋଗ୍ୟତା । 2011 ରେ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ ପକ୍ଷର ଏକ ମାର୍ଗଦର୍ଶିକା ଜାରି କରି କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆୟୋଜନ କରାଯିବ ଏବଂ ଏହାର ବୈଧତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବ ।