Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସାମ୍ଭାବ୍ୟ ବାତ୍ୟା ଓ କୋଭିଡ ସ୍ଥିତିର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଣପୁର ବ୍ଲକ, ଏନଏସି, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ସାମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହ ରେଡ ଜୋନରେ ବସବାସ କରୁଥିବା ଜନସାଧାରଣଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ନେବାପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।

ତେବେ ଚିଲିକାରେ କୋଭିଡ କେସ ପୂର୍ବପେକ୍ଷା ଗତ ଦୁଇ ଦିନ ହେଲା ସ୍ୱଳ୍ପ କମୁଥିବାରୁ ଜିଲ୍ଲପାଳ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଚିଲିକା ନିର୍ବାଚନମଣ୍ଡଳୀରେ ‘ଜିରୋ’ କୋଭିଡ଼ କେସ ଲକ୍ଷ୍ୟକୁ ନେଇ କାମ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୱାର୍ଡ, କିମ୍ବା ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଭିଡ଼ କେସ ବାହାରିନାହିଁ ସେ ଅଞ୍ଚଳକୁ କିପରି ଆଗକୁ ମଧ୍ୟ ସେହିପ୍ରକାର ଭାବେ କୋଭିଡ଼ ମୁକ୍ତ ରଖିବାକୁ ହେବ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତତସହିତ ଯେଉଁ ଅଞ୍ଚଳରେ ଗୋଟେ କିମ୍ବା ଦୁଇ ଗୋଟି କୋଭିଡ କେସ ଚି଼ହ୍ନଟ ହେଉଛି ସେଠାରୁ ଆକ୍ରାନ୍ତମାନଙ୍କୁ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହାଫଳରେ ଉକ୍ତ ଅଞ୍ଚଳରେ କୋଭିଡ ଆଉ ବ୍ୟାପିପାରିବନି। ବୟସ୍କ, ଗର୍ଭବତୀ ଏବଂ ଶିଶୁ ମାନଙ୍କ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ସେମାନେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଏବଂ ଅମ୍ଳଜାନର ଅଭାବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଅପରପକ୍ଷରେ କୋଭିଡ ରେଡ ଜୋନ ଗୁଡିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଟେଷ୍ଟିଙ୍ଗ ବଢ଼ାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳରେ ପୂର୍ବତନ କାଉଁସିଲର ଏବଂ ଗ୍ରାମାଞ୍ଚଳରେ ମିଶନ ଶକ୍ତି, ଜନ ପ୍ରତିନିଧି, ସ୍ଵେଚ୍ଛାସେବୀମାନଙ୍କୁ ପ୍ରବାସୀ ଫେରନ୍ତାଙ୍କ ତଥ୍ୟ ପ୍ରଶାସନକୁ ଦେବାସହ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଆବାହାନ କରିଥିଲେ।

ସର୍ବଶେଷରେ ବୃଦ୍ଧ ତଥା ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ମୋବାଇଲ ଟେଷ୍ଟିଙ୍ଗ ବ୍ୟବସ୍ଥାର ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ା ସୁରଜ ମେହେର, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ବାଣପୁର ସିଡ଼ିପିଓ ବିଦ୍ୟୁତପ୍ରଭା ରଥ ଏବଂ ଚିଲିକା ସିଡ଼ିପିଓ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ ବେଳେ ଜବତ କଲା ଖୋର୍ଦ୍ଧା ପୋଲିସ, ଡ୍ରାଇଭର ଗିରଫ

ଖୋର୍ଦ୍ଧା: କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ ଭଗବାନଙ୍କ ଏକ ରୂପ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଚାଲିଛନ୍ତି। ସେହିଭଳି ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହେଁ।

ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ତମାମ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇବା ଭଳି କାର୍ଯ୍ୟ କରିଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଆମ୍ବୁଲାନ୍ସର ଯେପରି କୌଣସି ବାଧା ନଆସିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆମ୍ବୁଲାନ୍ସକୁ ଅଟକାଇବା କିମ୍ବା ବାଧା ଦେବା ଏକ ଅପରାଧ ବୋଲି କୁହାଯାଉଛି।

ହେଲେ କିଛି ଅସାମାଜିକ ବ୍ୟକ୍ତି ଏହାର ଦୁରୂପୋଯୋଗ କରି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ହାଟଛକ ନିକଟରେ ଏକ ଦେଶୀ ମଦ ବୋଝେଇ ଆମ୍ବୁଲାନ୍ସ ଯାଉଥିବାର ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା। ଆଜି ସକାଳେ ଏକ ଆମ୍ବୁଲାନ୍ସରେ (ଓଡ଼ି ୦୨ ବିଡ଼ି ୨୯୧୦ ) ଦେଶୀ ମଦ ଯାଉଥିବା ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ସକ୍ରିୟ ହୋଇଉଠିଥିଲା। ସନ୍ଦେହ କରି ହଳଦିଆ ହାଟ ଛକ ନିକଟରେ ସେହି ଆମ୍ବୁଲାନ୍ସଟିକୁ ଅଟକାଇ ପୋଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ସେହି ଆମ୍ବୁଲାନ୍ସରେ ୧୫୦ ଲିଟରର ଦେଶୀ ମଦ ଥିବା ପୋଲିସ ଦେଖିବାକୁ ପାଇଥିଲା।

ତେବେ ମଦ ବୋଝେଇ ଆମ୍ବୁଲାନ୍ସକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ସରୋଜ କୁମାର ତ୍ରିପାଠୀ। ତାଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୨୦୯/୨୧ ରେ ମାମଲା ରୁଜୁ ହୋଇଛି ବୋଲି ଖୋର୍ଦ୍ଧା ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଉଗ୍ରବାଦୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଗୌହାଟି: ଆସାମ-ନାଗାଲାଣ୍ଡ ସୀମାର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଆଜି ଏକ ଅପରେସନରେ ୬ ଜଣ ଉଗ୍ରବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିହତ କରିଛନ୍ତି। ଡିଏନଏଲଏ ଉଗ୍ରବାଦୀ ସଂଗଠନ ସହ ଏମାନଙ୍କର ସମ୍ପର୍କ ଥିଲା ବୋଲି ଜଣାପଡିଛି। ଏହି ଉଗ୍ରବାଦୀ ସଂଗଠନ ବିଶେଷ କରି ଆସାମର ଦୀମା ହାସାଓ ଏବଂ କାର୍ବୀ ଆଙ୍ଗଲୋଙ୍ଗରେ ସକ୍ରିୟ ରୁହନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଡିଏନଏଲଏ ଉଗ୍ରବାଦୀ ସଂଗଠନର ଠିକଣା ଉପରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଯାହାଫଳରେ ସେହି ଅଞ୍ଚଳକୁ ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତୁରନ୍ତ ତଦନ୍ତ ଅଭିଯାନ ଆରାମ୍ଭ କରିଦେଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲେ ମଧ୍ୟ ପୋଲିସ ଏବଂ ଆସାମ ରାଇଫଲର ଯବାନମାନଙ୍କୁ ବଡ ସଫଳତା ମିଳିଛି। ସେମାନେ ୬ ଜଣ ଉଗ୍ରବାଦୀଙ୍କୁ ମାରି ଦେଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଟୀକାକରଣ: ଜାଣନ୍ତୁ କେବେ, କେଉଁଠି ଏବଂ କେତେଜଣଙ୍କୁ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ବ୍ୟବଧାନପରେ ପୁଣି ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ। ତେବେ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନେ କେବଳ ପ୍ରଥମ ଡୋଜ ଟୀକା ନେବେ। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କେତେଜଣଙ୍କୁ ଟୀକା ଦିଆଯିବ:

ଆସନ୍ତା ସୋମବାର (ମଇ ୨୪) ଏବଂ ମଙ୍ଗଳବାର (ମଇ ୨୫) ରେ ସକାଳ ୬ ଘଟିକାରୁ ବାଣପୁର ମାଇନର ସ୍କୁଲ, ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସୁନାଖଳା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ଅନୁରୂପ ଭାବେ ଗୁରୁବାର(ମଇ ୨୭) ଏବଂ ଶୁକ୍ରବାର (ମଇ ୨୮) ରେ କେବଳ ବାଣପୁର ମାଇନର ସ୍କୁଲ ରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିପରି ଆସନ୍ତାକାଲି ସୋମବାର (୨୪ ମଇ) ଜରିପଡ଼ା ଏବଂ ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ବାଲୁଗାଁରେ ଟୀକାକାରଣ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ ଯେ, ବାଣପୁରରେ ଆସନ୍ତା ସପ୍ତାହ ପାଇଁ ଆଗୁଆ ଟୀକାକରଣ ସୂଚୀ ଜାରି ହୋଇଥିବା ବେଳେ ବାଲୁଗାଁରେ କେବଳ ଆସନ୍ତାକାଲି ପାଇଁ ତଥ୍ୟ ମିଳିଛି। ସାମ୍ଭାବ୍ୟ ବାତ୍ୟା ଯୋଗୁଁ ବାଲୁଗାଁ ଉଚ୍ଚବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଛି। ତେଣୁ ସେଠାରେ ଟୀକାକରଣ ବନ୍ଦ ରହିବ। ଏବଂ ଆଗାମୀ ଟୀକାକରଣର ସବିଶେଷ ତଥ୍ୟ ପରେ ଜାରି କରାଯିବ ବୋଲି ବାଲୁଗାଁ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୁଲା ପ୍ରାଣୀଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ପଞ୍ଚାବନ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି।

ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ମଞ୍ଜୁର କରାଯାଇଥିଲା।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସଟଡ଼ାଉନରେ ଜୁଆ ଅଡ୍ଡାଉପରେ ଚଢ଼ାଉ: ୭ ଜୁଆଡିଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ, ଜରିମାନା ଆଦାୟ

ଚାନ୍ଦପୁର: ସଟଡ଼ାଉନ ସମୟରେ ଜୁଆ ଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଆଡ୍ଡା ଉପରେ ଚଢାଉ କରିଛି। ଖେଳୁଥିବା ୭ ଜଣ ଜୁଆଡିକୁ ପୋଲିସ ଗିରଫ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାମଚଣ୍ଡୀ ମନ୍ଦିର ପରିସରରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲା ପୋଲିସ। ପରବର୍ତ୍ତୀ ସମୟରେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନକଦ ୨ ହଜାର ୬ଶହ ସତୁରି ଟଙ୍କା, ଚାରି ଗୋଟି ମୋବାଇଲ ଏବଂ ଜୁଆ ସମ୍ପର୍କିତ ଜିନିଷ ପୋଲିସ ଜବତ କରିଛି।

ତେବେ ସମସ୍ତ ଅଭିଯୁକ୍ତ ଚାନ୍ଦପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କୋଭିଡ଼ ଏବଂ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୭୩/୨୧ ରେ ମାମଲା ରୁଜୁ କରାଯାଇଛି ଏବଂ ସଟଡ଼ାଉନ ଗାଇଡଲାଇନ ଉଲଂଘନ ହେତୁ ୧୪ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଫଳରେ ଜୁଆଡ଼ି ତଥା ଅମାନିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଧନ୍ୟବାଦ କରୋନା; ତମେ ଆସି କେବଳ କ୍ଷତି କରିନ, ଲାଭ ମଧ୍ୟ କରିଛ, କିପରି କହିଲ ???

ଭୁବନେଶ୍ବର: କରୋନା ପୃଥିବୀ ପୃଷ୍ଠକୁ ଆସି ଅନେକଙ୍କୁ କଲବଲ କରି ମାରି ସାରିଲାଣି। ବର୍ତ୍ତମାନ ସମସ୍ତେ କରୋନାକୁ ନେଇ ଘରେ ଆତଙ୍କିତ ଅବସ୍ଥାରେ। ଏସବୁ ଭିତରେ କରୋନାକୁ ନେଇ ଘଟିଯାଉଥିବା କିଛି କିଛି ଘଟଣା ଅନେକ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ସେସବୁକୁ ନେଇ ଏହି ଭିନ୍ନ ଉପସ୍ଥାପନା…

(୧) ତିନିବର୍ଷ ହେଲାଣି କ୍ଲାସ’ର ସବୁ ପରୀକ୍ଷାରେ ୪୦% ରୁ ୫୦% ନମ୍ବର ରଖୁଥିବା ପୁଅ ଏଇବର୍ଷ କ୍ଲାସଟେଷ୍ଟରେ ୯୫% ନମ୍ବର ରଖିଥିବା ଦେଖି ଖୁସିରେ ଉଛୁଳି ପଡି ମା କହୁଥିଲେ,
“ଦେଖିଲ ? ମୁଁ କହୁ ନ ଥିଲି, ଆମ ପୁଅ ଭଲ ପଢୁଛି ଓ ପରୀକ୍ଷାରେ ବି ଠିକ୍ ଲେଖୁଥିବ। ଏଇ ସାର୍, ଦିଦିଗୁଡାକ ରାଗ ରଖି ଆମ ପୁଅକୁ କମ୍ ନମ୍ବର ଦେଉଥିଲେ।”

ବାପା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ଅଧିକ ମାର୍କ ଆଗରୁ କାହିଁକି ଆଣୁ ନ ଥିଲା?”

“ଆମ ପୁଅ, କ୍ଳାସରେ ସାର୍, ଦିଦିମାନଙ୍କ ସାମ୍ନାରେ ଲେଖିଲା ବେଳକୁ ନର୍ଭସ୍ ହୋଇଯାଉଥିଲା। ଏବେ ଆମ ପୁଅ ଘରେ ରହି, ଅନ୍-ଲାଇନ ପରୀକ୍ଷା ଦେଉଛି ବୋଲି ଭଲ ନମ୍ବର ଆଣିଛି। କାଳେ ଭୁଲ୍ ଉତ୍ତର ଲେଖି ଦେବ ବୋଲି, ବହି ଖାତା ଦେଖି ସବୁ ଚେକ୍ କରି ଲେଖିଛି।”

“ଆଉ ତାକୁ ସ୍କୁଲ ଛାଡିବାନି। ଘରେ ରହି ଅନ୍-ଲାଇନରେ ପରୀକ୍ଷା ଦେଉ। ମୁଁ ତ ଚାହୁଁଛି, ଆଇ.ଆଇ.ଟି. ପାଇଲା ଯାଏଁ ଏମିତି ଘରେ ରହି ଅନ୍-ଲାଇନ ପରୀକ୍ଷା ଲେଖୁ। ଧନ୍ୟବାଦ କରୋନା।”

ଆବାକାବା ହୋଇ ଅନାଇଥିଲେ ବାପା। ପତ୍ନୀ ପାଖକୁ ଆସି କହିଲେ, “ଶୁଣ, ତମେ ଏଇନା ଆଇ.ଏ.ଏସ. ପରୀକ୍ଷା ଅନ୍-ଲାଇନରେ ଦେଇ ପାରିବନି?

(୨) ପତ୍ନୀ ପାଖକୁ ଆସି ପଚାରିଲେ, “ଲକଡାଉନ-୩ରେ ବି ସିନେମା ହଲ୍ ଖୋଲିଲାନି? ଡରରେ ମଣିଷ ସପିଙ୍ଗ ମଲ୍ କି ହୋଟେଲ୍ ଯାଉନି। କୁଆଡେ ବାହାରକୁ ବୁଲି ବି ଯାଇପାରୁନେ। କାମବାଲୀ ନ ଆସିବାକୁ, ଘରେ ରହି ରହି, ରୋଷେଇ କରି କରି ମୋ ଅବସ୍ଥା ଖରାପ ହୋଇ ଗଲାଣି। ଏଇ କରୋନା ଯୋଗୁଁ ମୋ ଜୀବନ ବରବାଦ ହୋଇଯିବ ବୋଧେ।”

ହସିଦେଇ ସ୍ୱାମୀ କହିଲେ, “ଯାହାହେଉ, ଏଇ ମଉକାରେ ତମ ରନ୍ଧା ଓ ରୋଷେଇ ବହୁତ ଉନ୍ନତି କରିଛି ଓ ସ୍ତ୍ରୀଙ୍କ ପରସା ମିଳୁଛି। ବାହାରେ ବୁଲା, ‘ହୋଟେଲ୍’ରେ ଖିଆ, ‘ମଲ୍’ରେ ସପିଙ୍ଗ ଓ ‘ହଲ୍’ରେ ସିନେମା ଦେଖା ହେଉନି ବୋଲି ଟଙ୍କା ସଞ୍ଚୟ ହୋଇ ଆମ ଘର ତିଆରି ଲୋନ୍ ସୁଝିବାରେ ସାହାଯ୍ୟ କରିଛି। ଧନ୍ୟବାଦ କରୋନା।”

(୩) ପ୍ରେମିକ, ପ୍ରେମିକା ମଟର ସାଇକେଲରେ ଯାଉଥିବା ବେଳେ, ପ୍ରେମିକ କହିଲା,”କରୋନା ଯୋଗୁଁ ଆଉ ତମ ସହ ବେଶୀ ସମୟ କାଟି ହେଉନି। ଚିଡି ଲାଗୁଛି କରୋନା ଉପରେ। ସବୁବେଳେ ପୁଣି ମୁହଁରେ ମାସ୍କ।”

ଧୀର ସ୍ୱରରେ ପ୍ରେମିକା କହିଲା, “ଏଇ ମାସ୍କ ଯୋଗୁଁ ମୋତେ ଆଉ ଓଢଣୀ ବା ସ୍କାର୍ପରେ ମୁହଁ ଲୁଚାଇବାକୁ ପଡୁନି। ଆମ ଦୁହିଙ୍କୁ ବାପା ପାଖରୁ ବି ଚିହ୍ନି ପାରୁ ନାହାନ୍ତି। ଅନ-ଲାଇନ୍ କ୍ଲାସ, ଟିଉସନ ବାହାନାରେ ଘଣ୍ଟା ଘଣ୍ଟା ତମ ସହ ଗପି ମୋବାଇଲରେ ଡାଟା ସରିଲେ ବୋଉ ଆଉ ଗାଳି ଦେଉନି। ଧନ୍ୟବାଦ କରୋନା।”

(୪) ଦୁଇ କାମବାଲି କଥା ହେଉଥିଲେ- “ଆଗରୁ ଓଳିଏ ଛୁଟି ମାଗିଲେ, ମାଲିକାଣୀ ଗେର ଗେର ହେଉଥିଲେ।” “ଆଉ ଏବେ?” “ଥରେ ଛିଙ୍କିଦେଲେ, ନିଜ ଆଡୁ ଦୁଇଦିନ ଛୁଟି ଦେଉଛନ୍ତି। ତୁ ବି ସେମିତି କରିବୁ। କରୋନାକୁ ଧନ୍ୟବାଦ।”

ଦୀର୍ଘ ନିଶ୍ବାସ ନେଇ ଦ୍ବିତୀୟ ଚାକରାଣୀ କହିଲା, “ମୁଁ ବି ସେମିତି କରିଥିଲି। ମୋ ମାଲିକାଣୀ ଖାଲି ମୋତେ କାମରୁ ବାହାର କଲେନି, ମୁଁ କାମ କରୁଥିବା ଆଉ ଦୁଇ ଘର ମା’ଙ୍କୁ ବି କହିଦେଲେ। ଏକଥା ଜାଣି ମୋ ସ୍ୱାମୀ ଦୁଇ ଚଟକଣା ପକାଇଲା ମୋତେ। ନେଗେଟିଭ ରିପୋର୍ଟ ନେଇ ଆସିବାକୁ କମ୍ ହଇରାଣ ହୋଇଛି! ଆଉ ମିଛ କହିବିନି। ଧନ୍ୟବାଦ କରୋନା।”

(୫) ଝିଅକୁ ଫୋନ୍ କରି ତା ଭଲ ମନ୍ଦ ବୁଝୁଥିଲେ ମା- “ଏ ବର୍ଷ ଛୁଟିରେ ତୁ ପିଲାଙ୍କୁ ନେଇ ଟିକେ ବୁଲିବାକୁ ଆସିପାରିଲୁନି। ଏଇ ନିଆଁ ଲଗା କରୋନା କେଉଁଠି ଥିଲା କେଜାଣି?”

“ମମି,ସେମିତି କହନା। ଏଇ କରୋନା ଯୋଗୁଁ ମୁଁ ଶାଶୁ, ଶଶୁରଙ୍କ ପାଖକୁ ଗଲିନି, କି ସେମାନେ ବି ଏଇଠିକୁ ଆସି ପାରୁନାହାନ୍ତି। ସେମାନଙ୍କ ସେବା କରି କରି ମୁଁ ନାକେଦମ ହୋଇଥାନ୍ତି। ତେଣୁ ଧନ୍ୟବାଦ କରୋନା।”

ସେପଟୁ ମା କହୁଥିଲେ, “ଭଲ ହେଲା, ତୁ ଟିକେ ଆରାମ କର। ତୋ ଭାଉଜକୁ ଦେଖୁନୁ, ମୁଁ ଯେତେଥର କହୁଛି ତୋ ବାପା ଓ ମୁଁ ଫ୍ଲାଇଟରେ ତୋ ଭାଇ ପାଖକୁ ଯିବା ପାଇଁ, ମୋତେ କରୋନା କଥା କହି ଡ଼ରାଉଛି। ମୋରି ଭାଗ୍ୟରେ ବାହାନାବାଜ ବୋହୂ ମିଳିଛି, ଖାଲି ଆରାମ କରିବ। ଧନ୍ୟ ଏ କରୋନା।

ଯେଉଁମାନେ ଏହିପରି କିମ୍ବା ପୌରାଣିକ କାହାଣୀ ଲେଖା ପଠାଇବାକୁ ଚାହାଁନ୍ତି ତେବେ ସେମାନେ [email protected] କିମ୍ବା ହ୍ବାଟସଆପ ନମ୍ବର-7682927076 ରେ ପଠାଇପାରିବେ

(୬) “ମୋ ସ୍ୱାମୀ ଏଇ କରୋନା ଯୋଗୁଁ ପୁରା ସୁନାପିଲା ହୋଇଯାଇଛନ୍ତି।”

“କାହିଁକି, ତାଙ୍କ ହାତରେ ଘର କାମ କରାଉଛ କି?”

“ଛିଃ, ସିଏ ପୁଣି ଘର କାମ କରିବେ?”

“ତା ହେଲେ ପୁଣି କଣ?”

“ଆଗରୁ କେଉଁ ସୁନ୍ଦରୀ ମହିଳା ଦେଖିଲେ ବାବୁଙ୍କ ନଜର ସେଇଠି। ଏବେ ସମସ୍ତେ ମାସ୍କ ପିନ୍ଧୁଥିବାରୁ ବାବୁ ଭକୁଆ।”

(୭) ବଡ଼ ନେତା ଟିକେ ଚିନ୍ତାରେ ଥିଲେ- “କରୋନା ଯୋଗୁଁ ଏତେ ଲୋକ ମଲେଣି, ଆଗକୁ କଣ ହେବ କେଜାଣି? ବେରୋଜଗାରି ବଢି ଚାଲିଛି। କଣ ଉତ୍ତର ଦେବି ଜନତାଙ୍କୁ?”

ପରାମର୍ଶଦାତା ଜଣଙ୍କ କହିଲେ, “କରୋନା ଜନସଂଖ୍ୟା କମାଉଛି। ଆଗାମୀ ନିର୍ବାଚନ ବେଳେ କମ୍ ଲୋକଙ୍କୁ ଟଙ୍କା ବାଣ୍ଟିବାକୁ ପଡିବ। ଆଉ ଗୋଟେ କଥା ଦେଖନ୍ତୁ ସାର୍, ନୂଆ ଚାକିରୀ ତ ଆପଣ ସୃଷ୍ଟି କରିପାରୁ ନ ଥିଲେ। ବରଂ ଚାକିରୀ କରୁଥିବା ଲୋକେ ମରିବା ଦ୍ବାରା ଯେଉଁ ଖାଲି ସ୍ଥାନ ସୃଷ୍ଟି ହେବ, ସେତିକି ନୂଆ ଚାକିରୀ, ନିଯୁକ୍ତି, କର୍ମସଂସ୍ଥାନ ଆପଣ ସୃଷ୍ଟି କରିଛନ୍ତି ବୋଲି ପ୍ରଚାର କରି ବେକାରୀ ସମାସ୍ୟା ଦୂରୀକରଣ ଯୋଗୁଁ ଗତ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଦାବି କରିବେ। ଧନ୍ୟବାଦ କରୋନାକୁ ଦିଅନ୍ତୁ,ସାର୍।”

ଯେଉଁମାନେ ଏହିପରି କିମ୍ବା ପୌରାଣିକ କାହାଣୀ ଲେଖା ପଠାଇବାକୁ ଚାହାଁନ୍ତି ତେବେ ସେମାନେ [email protected] କିମ୍ବା ହ୍ବାଟସଆପ ନମ୍ବର-7682927076 ରେ ପଠାଇପାରିବେ

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହତ୍ୟା ମାମଲାରେ ଗିରଫ ହେଲେ ସୁଶୀଲ କୁମାର: ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା ପୋଲିସ

ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲ ଗିରଫ କରିଛି। ସୁଶୀଲଙ୍କ ବନ୍ଧୁ ଅଜୟଙ୍କୁ ମଧ୍ୟ ପୋଲିସ ଧରିଛି। ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ସୁଶୀଲଙ୍କୁ ପୋଲିସ ଗିରଫ କରିଛି। ସୁଶୀଲଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଅଜୟଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରଯାଇଥିଲା। ଏହାସହିତ ସେମାନଙ୍କ ଉପରେ ଜାମିନ ବିହୀନ କେସ ମଧ୍ୟ ଜାରି ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ମେ’ ୪ ତାରିଖରେ ଜଣେ କୁସ୍ତି ଖେଳାଳିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଖୋଜୁଥିଲା। ଅଭିଯୋଗ ଅନୁଯାୟୀ, ସାଗର ରାଣା ନାମକ କୁସ୍ତି ଖେଳାଳିଙ୍କ ସହ ସୁଶୀଲ ଏବଂ ଅନ୍ୟମାନଙ୍କ ସହ ଦିଲ୍ଲୀର ଛତ୍ତ୍ରସାଲ ଷ୍ଟାଡିୟମରେ ଝଗଡା ହୋଇଥିଲା। ଫଳରେ ରେସଲର ସାଗରଙ୍କର ସେଠାରେ ମୃତ ହୋଇଥିଲା। ସାଗରଙ୍କ ସାଙ୍ଗମାନେ ସୁଶୀଲ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଫଳରେ ସେହିଦିନ ଠାରୁ ସୁଶୀଲଙ୍କୁ ପୋଲିସ ଖୋଜୁଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୪୦ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୪୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୮ ଲକ୍ଷ ୫ ହଜାର ୩୯୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧାକୁ କଲବଲ କଲାଣି କରୋନା, ପୁଣି ଏହି ଜିଲ୍ଲାରୁ ବାହାରିଲେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ କରୋନା କଲବଲ କଲାଣି। ଏହି ଦୁଇ ଜିଲ୍ଲାରୁ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉ ନାହିଁ। ପୂର୍ବରୁ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଗତ କିଛି ଦିନ ଧରି ଏହି ଜିଲ୍ଲାର କରୋନା ଗ୍ରାଫ ସ୍ଥିର ରହିଛି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ଖୋର୍ଦ୍ଧାରୁ 19 ଶହ 9 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରକୁ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ  1 ହଜାରେ 73 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି

1.Khurda: 1909

2. Cuttack: 1073

3. Angul: 874

4. Sundargarh: 848

5. Kalahandi: 668

6. Mayurbhanj: 586

7. Balasore: 508

8. Dhenkanal: 482

9. Puri: 472

10. Bargarh: 461

11. Jharsuguda: 399

12. Sambalpur: 355

13. Boudh: 347

14. Nawarangpur: 344

15. Ganjam: 340

16. Jajpur: 337

17. Nayagarh: 331

18. Jagatsinghpur: 300

19. Kendrapada: 285

20. Balangir: 274

21. Koraput: 272

22. Rayagada: 198

23. Keonjhar: 180

24. Bhadrak: 151

25. Malkangiri: 114

26. Deogarh: 105

27. Kandhamal: 104

28. Gajapati: 77

29. Nuapada: 70

30. Sonepur: 55

31. State Pool: 333

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୪୮୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୮୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ଗଜପତି ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୭୭ ହଜାର ୯୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୮୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୮୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୨ ହଜାର ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୨ ହଜାର ୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬୫୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୭୭ ହଜାର ୯୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୮୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୫୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୨ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୯୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୮୭୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୦୮ ଜଣ, ବରଗଡ ଜିଲ୍ଲାରୁ ୪୬୧ ଜଣ, ଭଦ୍ରକ ଜିଲ୍ଲାରୁ ୧୫୧, ବଲାଙ୍ଗୀରି ଜିଲ୍ଲାରୁ ୨୭୪, ବୌଦ୍ଧ ଜିଲ୍ଲାରୁ ୩୪୭, କଟକ ଜିଲ୍ଲାରୁ ୧୦୭୩, ଦେବଗଡ ଜିଲ୍ଲାରୁ ୧୦୫, ଢେଙ୍କାନାଳ ଜିଲ୍ଲାରୁ ୪୮୨ ଜଣ, ଗଜପତି ଜିଲ୍ଲାରୁ ୭୭ ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୦ ଜଣ, ଯାଜପୁର ଜିଲ୍ଲାରୁ ୩୩୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୯୯ ଜଣ, କଳାହାଣ୍ଡିରୁ ୬୬୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୮୫ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ ଜଣ, କୋରାପୁଟ ଜିଲ୍ଲାରୁ ୨୭୨ ଜଣ, ମାଲକାନାଗିରି ଜିଲ୍ଲାରୁ ୧୧୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୮୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୪ ଜଣ, ନୟାଗଡ ଜିଲ୍ଲାରୁ ୩୩୧ ଜଣ, ନୂଆପଡା ଜିଲ୍ଲାରୁ ୭୦ ଜଣ, ପୁରୀ ଜିଲ୍ଲାରୁ ୪୭୨ ଜଣ, ରାୟଗଡା ଜିଲ୍ଲାରୁ ୧୯୮ ଜଣ, ସମ୍ବଲପୁର ଜିଲ୍ଲାରୁ ୩୫୫ ଜଣ, ସୋନପୁର ଜିଲ୍ଲାରୁ ୫୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୪୮ ଜଣ ଏବଂ ଷ୍ଟେଟ ପୁଲରୁ ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖସୁନି କରୋନା ଗ୍ରାଫ୍, ଓଡିଶାରୁ 12 ହଜାର 8ଶହ 52 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, ସାରା ଓଡିଶାରେ ଲକ ଡାଉନ ଥିଲେ ମଧ୍ୟ କରୋନା ଗ୍ରାଫ୍ ଖସିବାର ନାଁ ଧରୁନି। ହେଲେ ପୂର୍ବରୁ ଯେପରି ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା ସେଥିରେ ସମାନ୍ୟ ରୋକ ଲାଗିଛି। ବର୍ତ୍ତମାନର ନୂଆ ତଥ୍ୟ ଅନୁସାରେ ଓଡିଶାରୁ 12 ହଜାର 852 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ପୂର୍ବ ରିପୋର୍ଟରେ ଏହି ସଂଖ୍ୟା ଥିଲା 11 ହଜାର 108।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 7 ହଜାର 195 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 5 ହଜାର 657। ପୂର୍ବରୁ ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା କ୍ବାରଣ୍ଟାଇନରୁ ଅଦିକ ରହୁଥିଲା। ତେବେ ଗତ କିଛି ଦିନ ଧରି ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା ହ୍ରାସ ପାଉଛି।

 

Categories
ଆଜିର ଖବର

ଆଜି ମେ 23 ତାରିଖ ରବିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ବେଶ ସୁଖ ଖବର

ମେଷ ରାଶି-ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି ।

ବୃଷ ରାଶି-ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ମିଥୁନ ରାଶି-ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ । ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

କର୍କଟ ରାଶି-ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ । ଶତ୍ରୁମାନେ ଜିତିବେ ।

ତୂଳା ରାଶି-ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ । ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ । ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

କନ୍ୟା ରାଶି-ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ । ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ । ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ଟଙ୍କା ଅଯୋଗ୍ୟ ହେବ ।

ବିଛା ରାଶି-ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ ।

ସିଂହ ରାଶି-ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ ।

ଧନୁ ରାଶି-ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ । ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ । କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ । ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ ।

ମକର ରାଶି-ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ । ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ । ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ ।

କୁମ୍ଭ ରାଶି-ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ । ଆପଣ ବୁଲିବାକୁ ଯୋଜନା କରିପାରିବେ ।

ମୀନ ରାଶି-ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ ।

Categories
ଆଜିର ଖବର ଧର୍ମ

ଏହି ଦୁଇ ରାଶି ବ୍ୟକ୍ତିଙ୍କର ରବିବାର ଦିନ ମା ଲକ୍ଷ୍ମୀ ଦେବୀଙ୍କର ରହିବ ଆର୍ଶିବାଦ

କୁମ୍ଭ ରାଶି-ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ ।

ମୀନ ରାଶି-ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ ।

Categories
ଆଜିର ଖବର ଧର୍ମ

ରବିବାର ଦିନ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ, ହୋଇପାରେ ଅସୁବିଧା

ଧନୁ ରାଶି-ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ।

ମକର ରାଶି-ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ପାରିବାରିକ ଝଗଡାରୁ ଦୂରେଇ ରୁହନ୍ତୁ

ବିଛା ରାଶି-ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା ।

ସିଂହ ରାଶି-ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ ।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଭଲ ରହିବ ନାହିଁ

ତୂଳା ରାଶି-ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ ।

କନ୍ୟା ରାଶି-ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ ।

Categories
ଆଜିର ଖବର ଧର୍ମ

ଏହି ଦୁଇଟି ରାଶି ବ୍ୟକ୍ତିଙ୍କର ରବିବାରଟି ବେଶ ଭଲରେ ଭଲରେ କଟିବ

ମିଥୁନ ରାଶି-ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ ।

କର୍କଟ ରାଶି-ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ ।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ

ମେଷ ରାଶି-ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ।

ବୃଷ ରାଶି-ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସଜାଗ ହେଲା ଭାରତୀୟ ନୌସେନା

ନୂଆଦିଲ୍ଳୀ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ୟାସ’ ରୂପ ନେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ହୋଇ ଆସନ୍ତା ୨୬ତାରିଖ ଦିନ ଅତିକ୍ରମ କରିବା ସମ୍ଭାବନା ଅଛି।

ଭାରତୀୟ ନୌସେନା ଏହି ଝଡବାତ୍ୟାର ଗତିପଥ ଉପରେ ସତର୍କ ନଜର ରଖିଛି । ପୂର୍ବ ନୌକମାଣ୍ଡ ଏବଂ ଓଡିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ କାଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି । ସେମାନେ ରାଜ୍ୟ ପ୍ରଶାସନର ଯୋଗାଯୋଗରେ ରହିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।

ପ୍ରସ୍ତୁତିର ଅଂଶବିଶେଷ ଭାବେ ୮ଟି ବନ୍ୟା ରିଲିଫ ଓ ଚାରୋଟି ଡ୍ରାଇଭିଂ ଟିମ୍ ଓଡିଶା ଓ ପଶ୍ଚିମବଙ୍ଗରେ ଉପସ୍ଥିତ ଦଳର ସହାୟତା ପାଇଁ ପ୍ରସ୍ତୁତ ରହିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ ନିମନ୍ତେ ଚାରୋଟି ନୌସେନା ଜାହାଜ ସଜାଗ ରହିଛନ୍ତି । ନୌସେନାର ଏୟାରକ୍ରାପ୍ଟ ବିଶାଖାପାଟଣାର ଆଇଏନଏସ ଡେଗା ଓ ଚେନ୍ନାଇ ନିକଟସ୍ଥ ଆଇଏନଏସ ରାଜାଲୀ ନୌସେନା ଏୟାର ଷ୍ଟେସନଠାରେ ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ରିଲିଫ ସାମଗ୍ରୀ ସହ ପ୍ରସ୍ତୁତ ହୋଇରହିଛନ୍ତି ।