Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସିବିଆଇ ନିର୍ଦ୍ଦେଶକ ଦୌଡରେ ଓଡିଆ ଆଇପିଏସଙ୍କ ନାମ ଆଗରେ, 24 ରେ ହେବ ଘୋଷଣା

ନୂଆଦିଲ୍ଲୀ, ଖୁବ୍ ଶିଘ୍ର ସିବିଆଇ ନିର୍ଦ୍ଦେଶକ ପଦବୀରେ ବସିବେ ଜଣେ ଓଡିଶାରେ ଜନ୍ମିତ ଆଇପିଏସ ଅଫିସର। ତାଙ୍କ ନାମ କୁଆଡେ ଚୁଡାନ୍ତ ହୋଇ ସାରିଛି ବୋଲି ନୂଆଦିଲ୍ଲୀରେ ବେଶ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି କେରଳରେ ଡିଜିପି ଥିବା ଓଡିଶାର ଲୋକନାଥ ବେହେରା।

ଏ ନେଇ ଆସନ୍ତା 24 ତାରିଖରେ ନିଯୁକ୍ତି କମିଟ ବୈଠକ ବସୁଛି। ଏହି କମିଟରେ ଖୋଦ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନା ଏବଂ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ସଦସ୍ୟ ଅଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କେରଳ ଡିଜିପି ଲୋକନାଥ ବେହେରାଙ୍କ ନାମ ସୁପାରିଶ କରିବେ ବୋଲି ଜଣାପଡିଛି।

ଲୋକନାଥ ବେହେରା ହେଉଛନ୍ତି କେରଳ କ୍ୟାଡରର 1985 ବ୍ୟାଚର ଆଇପିଏସ ଅଫିସର। ସେ କେରଳର ବହୁ ଗୁରୁତ୍ବପୂର୍ଣ୍ଣ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ପ୍ରଥମେ କେରଳର ଅଲ୍ଲାପ୍ପୁଝାର ଏସିପି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ତିରିଭୂନ୍ତପୁରମର ଡେପୁଟି କମଶନର, କୋଚିର ପୋଲିସ କମିଶନର ଏବଂ ଭିଜିଲାନସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଚାକିରୀକାଳ ମଧ୍ୟରେ ସେ ଏନଆଇଏ ଏବଂ ସିବିଆଇରେ ମଧ୍ୟ ବହୁଦିନ ଧରି କାର୍ଯ୍ୟ କରିଛନ୍ତି।

ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଲୋକନାଥଙ୍କ ସହିତ ବର୍ତ୍ତମାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା, ବିଏସଏଫ ମୁଖ୍ୟ ରାକେଶ ଆସ୍ଥାନା, ଏନଆଇଏ ମୁଖ୍ୟ ୱା. ସି ମୋଦି, ସିଆଇଏସଏଫ ମୁଖ୍ୟ ସୁବୋଧ କାନ୍ତ ଏବଂ ଉତ୍ତରପ୍ରଦେଶ ଡିଜିପି ହିତେଶ ଚନ୍ଦ୍ର ୱାଇସ୍ଥିଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ସମସ୍ତଙ୍କୁ ପଛରେ ପକାଇ ଲୋକନାଥ ବେହେରାଙ୍କ ନାମ ଚୁଡାନ୍ତ ହୋଇଛି ବୋଲି ଜଣାପଡିଛି।

ଲୋକନାଥ ସିବିଆଇ ନିର୍ଦ୍ଦେଶକ ପଦରେ ନିଯୁକ୍ତି ମିଳିଲେ ସେ ହେବେ ଦ୍ବିତୀୟ ଓଡିଆ ବ୍ୟକ୍ତି। ଏହା ପୂର୍ବରୁ ଉମାଶଙ୍କର ମିଶ୍ର ସିବିଆଇ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା କାଳରେ ଦେଖା ନାହିଁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି: ବିଧାୟକ ଓ ସାଂସଦଙ୍କୁ ଖୋଜୁଛନ୍ତି ଅଂଚଳବାସୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେଉଛି। ପ୍ରତ୍ୟେକ ଦିନ ଅଂଚଳରେ ଶହ ଶହ ଜଣଙ୍କ କରୋନା ଟେଷ୍ଟ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେଇଛି ଏବଂ ରେଡ଼ ଜୋନରେ ଅଛି। ପ୍ରତ୍ୟେକ ଦିନ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଏବଂ ନର୍ଲା ବ୍ଲକ ମାନଙ୍କରୁ ଅଧିକ ଲୋକ ପଜିଟିଭ ହେଉଥିବା ବେଳେ ରିପୋର୍ଟରେ କମ୍ ଆସୁଥିବା କୁହାଯାଉଛି।

କରୋନା କାଳରେ ଲୋକେ ଅସହାୟ ମଣୁଛନ୍ତି। ଅସହାୟ କାଳରେ ସାହା ହେବା ପାଇଁ ଲୋକେ ନିଜର ମୂଲ୍ୟବାନ ଭୋଟ ଖଣ୍ଡେ ଜନପ୍ରତିନିଧି ମାନଙ୍କୁ ଦେଇ ନିର୍ବାଚିତ କଲେ ହେଲେ ଏପରି ବିପଦ କାଳେ ସ୍ଥାନୀୟ ବିଧାୟକ କି ସାଂସଦଙ୍କର ଦେଖା ନାହିଁ। ଭୋଟ ସମୟରେ ଆମେ ଆପଣଙ୍କର ସବୁ କାମରେ ଆସିବୁ। ନିର୍ବାଚନ ମଣ୍ଡଳିର କୋଣ ଅନୁକୋଣ ରେ ଶିକ୍ଷା, ସ୍ବାସ୍ଥ୍ୟ, ପାନିୟ ଜଳ ସୁବିଧା ଯୋଗାଇ ଦେବୁ ବୋଲି ପ୍ରତିଶୃତି ଦେଇଥିବା ନେତା ଆଜି ଭୁଲିଗଲେ। ଏହି ମହାମାରୀ କରୋନା କାଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ତ ଦୂରର କଥା କାହାରି ହେଲେ ଦେଖା ଦର୍ଶନ ମିଳୁ ନାହିଁ।

ବିଧାୟକ ଭୁପିନ୍ଦର ସିଂ ନର୍ଲା ନିର୍ବାଚନ ମଣ୍ଡଳିରେ ବିଧାୟକ ଭାବେ ଅନେକ ଥର ନିର୍ବାଚିତ ହୋଇ ଓଡିଶା ସରକାର ଅଧୀନରେ ଆସୁଥିବା ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମଧ୍ୟ ହାତେଇଥିଲେ। ବିଧାୟକ ବିଧାନସଭାରେ ନିଜ ଅଞ୍ଚଳ ସମସ୍ୟା ଛାଡି ଜିଲ୍ଲା ତଥା ଜିଲ୍ଲା ବାହାର କଥା ଉଠାଉଛନ୍ତି ସତ। ହେଲେ ନର୍ଲା ନିର୍ବାଚନର କଥା ବିଧାୟକ ଭୁଲି ଯାଇଛନ୍ତି। ଏହି କରୋନା କାଳରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଶୁଣିବାକୁ ମିଳୁଛି।

ନର୍ଲା, ରାମପୁର, କେସିଙ୍ଗା, କର୍ଲାମୁଣ୍ଡା ଅଂଚଳରେ ଶହ ଶହ ଆକ୍ରାନ୍ତ ବଢୁଥିବା ଖବର ଆସୁଛି। ନର୍ଲା ନିର୍ବାଚନ ମଣ୍ଡଳିର ଅଧିକ ଭୋଟ ପାଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବସନ୍ତ କୁମାର ପଣ୍ଡାଙ୍କ ମଧ୍ୟ ଦେଖାନାହିଁ। ନର୍ଲା ଲୋକ କରୋନା ଜାଲରେ ଛନ୍ଦି ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଲୋକଙ୍କ କାମରେ ସବୁ ସମୟରେ ବୋଲି କହୁଥିବା ସାଂସଦ ଗଲେ କୁଆଡେ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦୁଇ ଦୁଇ ଟାଣୁଆ ନେତା ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତିକୁ ଲୋକେ ସମାଲୋଚନା କରୁଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅମରେନ୍ଦ୍ର ଛାଡିଦେଇଥିବା ଛାପ ସର୍ବଦା ସ୍ମରଣୀୟ ହୋଇ ରହିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟି କରି କହିଛନ୍ତି ଯେ, ‘ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଭଜନ ଓ ଚଳଚ୍ଚିତ୍ର ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’

Categories
ଆଜିର ଖବର ଜାତୀୟ ଖବର

ନାରଦା ମାମଲାରେ ୪ ଜଣ ତୃଣମୂଳ ନେତା ଗିରଫ: ସିବିଆଇ ଅଫିସ୍ ପହଞ୍ଚି ବିରୋଧ କଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣିଥରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀ ଫରହଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଆଜି ଗିରଫ କରିଛି। ସେହି ଦୁଇଜଣଙ୍କ ବ୍ୟତୀତ ବରିଷ୍ଠ ବିଧାୟକ ମଦନ ମିତ୍ରା ଏବଂ ପୂର୍ବତନ ମେୟର ଶୋଭନ ଚାଟର୍ଜୀଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ନିଜ ମନ୍ତ୍ରୀ ଏବଂ ବିଧାୟକଙ୍କ ଗିରଫ ପରେ ସିବିଆଇ କାର୍ଯ୍ଯାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ବିରୋଧ କରିଛନ୍ତି। ଏବଂ ଏହି ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ସିବିଆଇକୁ କହିଛନ୍ତି। ମମତା ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ସିବିଆଇ କାର୍ଯ୍ଯାଳୟରେ ରହି ବିରୋଧ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା। ନିର୍ବାଚନ ପରେ ରାଜ୍ୟପାଳ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିଲେ। ଏହାପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ ବଜାରରେ ଭିଡକୁ ଦେଖି ପୋଲିସର ଚଢାଉ: ଗାଡି ଜବତ ହେବା ସହ ୫୫ ହଜାର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୩ ଦିନ ହେଲା ଲକଡାଉନ କଟକଣା ଜାରି ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ଗ୍ରସେରୀ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି। କୌଣସି ବ୍ୟକ୍ତି ନିଜର ଗାଡି ମାଧ୍ୟମରେ ଏଭଳି ସାମଗ୍ରୀ କିଣିବା ପାଇଁ ଯିବାକୁ ବାରଣ ହୋଇଛି। ଚାଲି ଚାଲି ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବା ଦେଖାଯାଉଛି। ସେଥିପାଇଁ ସେଭଳି ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ କିଛି ଅମାନିଆ ବିନା କାରଣରେ ଗାଡି ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଏହି ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଜି ସକାଳେ ନାଚୁଣୀ ବଜାରରେ ଲୋକଙ୍କ ପ୍ରବଳ ଭିଡ ସହ ମାଳ ମାଳ ବାଇକ ଧରି ଲୋକେ ବୁଲୁଥିବାର ଅଭିଯୋଗ ହୋଇଥିଲା।

ଏହାପରେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଚଢ଼ାଉ ଜାରି ରଖିଥିଲେ। ଚଢ଼ାଉର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୫୪ ଜଣ ବାଇକ ଆରୋହୀଙ୍କଠାରୁ ଏମ.ଭି ଆଇନ ଅନୁଯାୟୀ ବିଭିନ୍ନ ଫାଇନ ବାବଦକୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ତତସହିତ ଦୁଇ ବାଇକ ଆରୋହୀ ଫାଇନ ଦେବାକୁ ଅମଙ୍ଗ ହେବାରୁ ସେମାନଙ୍କ ବାଇକ ଜବତ କରିଛି ପୋଲିସ।

ଆଜିର ଉକ୍ତ ଚଢ଼ାଉରେ ପୋଲିସ ଓଏଏସଆଇ ତପନ କୁମାର ହଂସଦା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

 ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ।

ହେଲେ ମାତ୍ର ୬୩ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବହୁ ଓଡିଆ ଚଳଚ୍ଚିତ୍ରରେ ଅମରେନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୧ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୦୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୧ ଲକ୍ଷ ୭୪ ହଜାର ୭୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୫ ଲକ୍ଷ ୧୬ ହଜାର ୯୯୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ, ନୂଆପଡା, ରାୟଗଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଗଜପତି ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୧୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୭୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୯୭୩, ଖୋର୍ଦ୍ଧା ଜିଲ୍ଲାରୁ ୯୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୬୦୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୫୪ ଜଣ, ବରଗଡ ଜିଲ୍ଲାରୁ ୪୦୪ ଜଣ, ଭଦ୍ରକ ଜିଲ୍ଲାରୁ ୪୪୩, ବଲାଙ୍ଗୀରି ଜିଲ୍ଲାରୁ ୫୦୭, ବୌଦ୍ଧ ଜିଲ୍ଲାରୁ ୧୩୩, ଦେବଗଡ ଜିଲ୍ଲାରୁ ୧୦୨, ଢେଙ୍କାନାଳ ଜିଲ୍ଲାରୁ ୨୮୯ ଜଣ, ଗଜପତି ଜିଲ୍ଲାରୁ ୧୪୧ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୯ ଜଣ, ଯାଜପୁର ଜିଲ୍ଲାରୁ ୨୮୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୮୮ ଜଣ, କଳାହାଣ୍ଡିରୁ ୧୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୮୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୮ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୮ ଜଣ, କୋରାପୁଟ ଜିଲ୍ଲାରୁ ୨୮୨ ଜଣ, ମାଲକାନାଗିରି ଜିଲ୍ଲାରୁ ୧୨୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪୫୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୬ ଜଣ, ନୟାଗଡ ଜିଲ୍ଲାରୁ ୨୭୭ ଜଣ, ନୂଆପଡା ଜିଲ୍ଲାରୁ ୫୦୨ ଜଣ, ପୁରୀ ଜିଲ୍ଲାରୁ ୩୫୦ ଜଣ, ରାୟଗଡା ଜିଲ୍ଲାରୁ ୧୩୬ ଜଣ, ସମ୍ବଲପୁର ଜିଲ୍ଲାରୁ ୪୯୪ ଜଣ, ସୋନପୁର ଜିଲ୍ଲାରୁ ୨୪୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୩୨ ଜଣ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ଆଜି ମେ 17 ତାରିଖ ସୋମବାରରେ ଏହି ଛଅଟି ରାଶି ଉପରେ ମା ଲକ୍ଷ୍ମୀଙ୍କର ରହିଛି କୃପା

ମେଷ: ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ । ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ । ପାରିବାରିକ ସହାୟତା କାର୍ଯ୍ୟକୁ ସହଜ କରିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।

ବୃଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଶତ୍ରୁମାନେ ପରାସ୍ତ ହେବେ। ବିବାଦ କରନ୍ତୁ ନାହିଁ । ଅସ୍ଥିରତା ଦେଖାଯିବ ।

ମିଥୁନ : ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର ବୁଦ୍ଧି ବ୍ୟବହାର କରନ୍ତୁ। ସଫଳତା ପାଇଁ କଷ୍ଟ କରିବାକୁ ପଡିବ। ନିରାଶା ପ୍ରାଧାନ୍ୟ ବିସ୍ତାର କରିବ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ କରିବ। ଉପକୃତ ହେବ।

କର୍କଟ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସବୁ ଦିଗରୁ ସଫଳତା ଆସିବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ହେଲେ ବିଭିନ୍ନ କ୍ଷେତ୍ରରେ ଲାଭ ହେବ।

ସିଂହ: ଦୂରରୁ ଭଲ ଖବର ଗ୍ରହଣ କରାଯାଇପାରେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କିଛି ବଡ କରିବାକୁ ଯୋଜନା ହେବ । ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଘରେ ଅତିଥିମାନଙ୍କ ପାଇଁ ଖର୍ଚ୍ଚ ହେବ । ଯେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରିବ । ବ୍ୟବସାୟ ଭଲ କରିବ । ଶତ୍ରୁମାନେ ଶାନ୍ତ ରହିବେ । ଖୁସି ହେବେ ।

କନ୍ୟା : ପ୍ରେମ ସଂପର୍କରେ ତରତର ହୁଅ ନାହିଁ । ଶାରୀରିକ ଯନ୍ତ୍ରଣା ହେତୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଯାତ୍ରା ଚିତ୍ତାକର୍ଷକ ହେବ । ଚାକିରିରେ ସୁସଙ୍ଗତତା ରହିବ । ଲାଭ ବୃଦ୍ଧି ପାଇବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ସହଭାଗୀମାନଙ୍କର ସମର୍ଥନ ପାଇବେ । ଆବଶ୍ୟକ ଜିନିଷ ନିଖୋଜ ହୋଇପାରେ ।

ତୂଳା: କିଛି ଖରାପ ଖବର ଗ୍ରହଣ କରାଯାଇପାରେ । ପାରିବାରିକ ଚିନ୍ତା ଲାଗି ରହିବ । କାର୍ଯ୍ୟ ଅଧିକ ହେବ ଏବଂ ଲାଭ କମ୍ ହେବ । ଅନ୍ୟମାନଙ୍କଠାରୁ ଆଶା କର ନାହିଁ । ବ୍ୟବସାୟ ଭଲ କରିବ । ଅଧସ୍ତନ କର୍ମାମଚାରୀମାନଙ୍କ ସମର୍ଥନ ପାଇବେ ନାହିଁ । ଦୁର୍ନୀତିକୁ ଏଡାନ୍ତୁ, କ୍ଷତି ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆୟରେ ନିଶ୍ଚିତତା ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ ।

ବିଛା: ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ । ସମ୍ମାନ ମଧ୍ୟ ପାଇବେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଯୋଜନା ହେବ। ବ୍ୟବସାୟ ଆପଣଙ୍କୁ ଅନୁକୂଳ ଲାଭ ଦେବ। ସମୟ ଅନୁକୂଳ ଅଟେ। ଖୁସି ହେବ।

ଧନୁ : ସାମାଜିକ ସେବାରେ ଏକ ଧାରା ରହିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ଏକ ନୂତନ ଅର୍ଥନୈତିକ ନୀତି ଗଠନ ହେବ । ପଦ୍ଧତିରେ ଉନ୍ନତି ହେବ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ବ୍ୟବସାୟ ବୃଦ୍ଧି ପାଇବ । ଅଯଥା ଖର୍ଚ୍ଚ ହେବ । ଭାଇମାନଙ୍କର ସମର୍ଥନ ମିଳିବ। ସମୟ ଅନୁକୂଳ ଅଟେ । ଫାଇଦା ଉଠାଇବା ଲଜ୍ଜିତ ହୁଅନ୍ତୁ ନାହିଁ ।

ମକର : ସରକାରୀ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ । ଧର୍ମ ଆପଣଙ୍କର ମନ ଭିତରେ ଉଦ୍ରେଗ ହେବ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ । ବିନିଯୋଗ ଶୁଭ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚିତ ହେବେ । ଘର ବାହାରେ ଲୋକମାନେ ଆପଣଙ୍ପକର ପରାମର୍ଶ ନେବେ। ଖୁସି ହେବେ । କୌଣସି କାର୍ଯ୍ୟରେ ତପ୍ତରତା ହୁଅନ୍ତୁ ନାହିଁ ।

କୁମ୍ଭ :  ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ସ୍ୱାସ୍ଥ୍ୟ ପାଇଁ ଏକ ବଡ ଖର୍ଚ୍ଚ ହୋଇପାରେ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଆୟରେ ହ୍ରାସ ଘଟିବ । ବ୍ୟବସାୟର ଗତି ଧୀର ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଅସ୍ଥିରତା ଦେଖାଯିବ ।

ମୀନ :ବିଚକ୍ଷଣତାର ବ୍ୟବହାର ଲାଭ ବୃଦ୍ଧି କରିବ । ଯେ କୌଣସି ପ୍ରମୁଖ ପ୍ରତିବନ୍ଧକ ସାମ୍ନା କରାଯାଇପାରେ । ରାଜକୀୟ ଠାଣିରେ ରହିବେ । ଶୀଘ୍ର ଏବଂ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବୁଡିଯାଇଥିବା ଟଙ୍କା ମିଳିପାରିବ । ବ୍ୟବସାୟ ଭ୍ରମଣରେ ପରିବର୍ତ୍ତନ ହେବ । କାହାର ଆଚରଣରୁ ଦୁଃଖ ଆସିବ । ଆପଣ ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମର୍ଥ ହେବେ ।

Categories
ଆଜିର ଖବର ରାଜ୍ୟ ଖବର

ଖୁବ ଶିଘ୍ର ଭୁବନେଶ୍ବରରେ ବଢିବ କୋଭିଡ ହସପିଟାଲର ଶଯ୍ୟା ସଂଖ୍ୟା, ବିଏମସି କମିଶନର

ଭୁବନେଶ୍ବର, ଭୁବନେଶ୍ଵର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂହ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି । ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି । ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି ।

ଏକାକୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟୀକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି । ଏହି ବରିଷ୍ଠ ନାଗରିକମାନେ ୧୯୨୯ ର ସାହାଯ୍ୟ ନେଇପାରିବେ । ସେମାନଙ୍କ ଠାରୁ ମୋବାଇଲ ଭ୍ୟାନ ମାଧ୍ୟମରେ ସ୍ଵାବ ସଂଗ୍ରହ କରାଯିବ ଏବଂ ଟୀକାକରଣ ନିମନ୍ତେ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି କମିଶନର କହିଥିଲେ । ଏହି ବ୍ୟବସ୍ଥା ଆସନ୍ତା ସୋମବାର ଠାରୁ କାର‌୍ୟ୍ୟକାରୀ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି ।

ଏହା ବ୍ୟତୀତ ଭୁବନେଶ୍ଵରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବାର ବ୍ୟବସ୍ଥା କରାଯାଉଛି । ୧୯୨୯ କଲ୍ ସେଣ୍ଟର ବ୍ୟବସ୍ଥାକୁ ୨୪ ଢ ୭ ଭିତ୍ତିରେ ଅଧିକ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ଵର ଜନସାଧାରଣ ଏହି କଲ୍ ସେଣ୍ଟର ସେବାର ସୁଯୋଗ ନେବାକୁ ବି ଏମ ସି କମିଶନର କହିଥିଲେ ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଏଇ ମଇ ମାସରେ ପଡୁଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଏହି ସମୟରେ ଆପଣ କଣ କରିବା ଉଚିତ

ଭୁବନେଶ୍ବର, 2021 ର ପ୍ରଥମ ଚନ୍ଦ୍ରଗ୍ରହଣ 26 ମଇରେ ହେବ । ଚନ୍ଦ୍ରଗ୍ରହଣ ଦିନ ବୁଦ୍ଧ ପୂର୍ଣ୍ଣିମା ବା ବୈଷ୍ଣବ ପୂର୍ଣ୍ଣିମା ମଧ୍ୟ ଅଛି । ଚନ୍ଦ୍ର ଗ୍ରହଣ ଜ୍ୟୋତିଷ ଶାସ୍ତ୍ର ସହିତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ହେଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତରେ ଚନ୍ଦ୍ର ଗ୍ରହଣ ଅପରାହ୍ନ 2.17 ରୁ ଆରମ୍ଭ ହୋଇ ସନ୍ଧ୍ୟା 07.19 ରେ ଶେଷ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର ବେଶ୍ ଲାଲ ବା ରକ୍ତ ରଂଗର ଦେଖାଯିବେ, ଯାହାକୁ ରକ୍ତ ଚନ୍ଦ୍ର ବୋଲି କୁହାଯାଏ

ରକ୍ତ ଚନ୍ଦ୍ର କ’

ଯେତେବେଳେ ପୃଥିବୀ , ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି, ସେତେବେଳେ ଏହି ଗ୍ରହଣ ସୃଷ୍ଟି ହୋଇଥାଏ। ଏହାକୁ ଚନ୍ଦ୍ର ଗର୍ହଣ କୁହାଯାଇଥାଏ। ଏହି ସମୟରେ ପୃଥିବୀ ରହୁଥିବାରୁ ସୂର୍ଯ୍ୟ କିରଣ ଚନ୍ଦ୍ରକୁ ଯାଇପାରେ ନାହିଁ। ଫଳରେ ଚନ୍ଦ୍ର କିଛି ସମୟ ପାଇଁ ସୂର୍ଯ୍ୟଙ୍କ ଆଲୋକରୁ ଝଲସିବା ବନ୍ଦ ହୋଇଯାଏ। ସୂର୍ଯ୍ୟଙ୍କର ରଶ୍ମି ନ ପଡିବାରୁ ଚନ୍ଦ୍ର ରକ୍ତ ଚନ୍ଦ୍ର ଭାବରେ ଦୃଶ୍ୟମାନ ହୋଇଥାନ୍ତି । କମଳା ରଙ୍ଗରୁ ଲାଲ ଦେଖାଯାଉଥିବା ଚନ୍ଦ୍ର ଗ୍ରହଣକୁ ରକ୍ତ ଚନ୍ଦ୍ର କୁହାଯାଏ ।

ଏଥର ଚନ୍ଦ୍ରଗ୍ରହଣ କେଉଁଠାରେ ଦେଖାଯିବ?

2021 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଏକ ଛାୟା ଚନ୍ଦ୍ରଗ୍ରହଣ ଭାବରେ ଦେଖା ଯାଇପାରେ । ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।

ଚନ୍ଦ୍ରଗ୍ରହଣ ସମୟରେ କଣ କରିବେ ନାହିଁ-

  1. ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ତେଲ, ପାନୀୟ ଜଳ, କେଶ ତିଆରି, ପୋଷାକ ଧୋଇବା ଭଳି କାର୍ଯ୍ୟ କରିବା ଉଚିତ୍ ନୁହେଁ।
  2. କୁହାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେହି ବର୍ଷ ପର୍ଯ୍ୟନ୍ତ ନର୍କରେ ରହିବାକୁ ପଡିବ ।
  3. ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଦ୍ୱାରା ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡନ୍ତି ।
  4. ଚନ୍ଦ୍ରଗ୍ରହଣରେ ତିନୋଟି ଫାର ଖାଇବା ନିଷେଧ ବୋଲି ଧରାଯାଏ ।
  5. ଚନ୍ଦ୍ରଗ୍ରହଣ ଦିନ ପତ୍ର, ନଡ଼ା, କାଠ ଏବଂ ଫୁଲ ଇତ୍ୟାଦି ଭାଙ୍ଗିବା ବା ଛିଣ୍ଡାଇବା ଉଚିତ୍ ନୁହେଁ ।
  6. ଚନ୍ଦ୍ରଗ୍ରହଣ ସମୟରେ କୈଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ ।

ଚନ୍ଦ୍ର ଗ୍ରହଣ ଉପରେ ଥିବା କିମ୍ବଦନ୍ତୀ

ସମଦ୍ର ମନ୍ଥନ ସମୟରେ ସ୍ୱର୍ବାନୁ ନାମକ ଏକ ରାକ୍ଷସ ପ୍ରତାରଣାରେ ଅମୃତଭଣ୍ଡା ପିଇବାକୁ ଚେଷ୍ଟା କଲା । ତା’ପରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଏହା ଉପରେ ନଜର ପକାଇଲେ। ଏହା ପରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଭଗବାନ ବିଷ୍ଣୁଙ୍କୁ ରାକ୍ଷସର ଗତିବିଧି ବିଷୟରେ ସୂଚନା ଦେଇଥିଲେ। ଭଗବାନ ବିଷ୍ଣୁ ଏହି ରାକ୍ଷସର ମୁଣ୍ଡକୁ ତାଙ୍କ ସୁଦର୍ଶନ ଚକ୍ରରେ କାଟି ଦେଇଥିଲେ। ଫଳରେ ରାକ୍ଷାସର ମୁଣ୍ଡ ଗଣ୍ଡି ଅଲଗା ହୋଇଗଲା। ହେଲେ ଅମୃତର କିଛି ବୁନ୍ଦା ଗଳାକୁ ଚାଲିଯାଇଥିବାରୁ ମୁଣ୍ଡଗଣ୍ଡି ଦୁଇଜଣ ହୋଇ ଭୂତ ହୋଇ ଅମର ହୋଇଗଲେ।

ମୁଣ୍ଡ ଅଂଶ ରାହୁ ଏବଂ ଗଣ୍ଡି ଅଂଶ କେତୁ ନାମରେ ସେହିଦିନଠାରେ ଏହି ରାକ୍ଷାସ ଘୁରି ବୁଲୁଛି। ଏହି ରାକ୍ଷାସ ଯେତେବେଳେ ଜାଣିଲା ଯେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦ୍ବାରା ସେ ଏପରି ଦଶା ଭୋଗୁଛି ସେତେବେଳେ ସେ ସେହି ଦୁଇଜଣଙ୍କ ଉପରେ ପ୍ରତିଷୋଧ ନେବା ପାଇଁ ନିଷ୍ପତି କରିଛି। ବିଶ୍ୱାସ କରାଯାଏ ଯେ ରାହୁ ଏବଂ କେତୁ ଏହାର ପ୍ରତିଶୋଧ ନେବା ପାଇଁ ପର୍ଯ୍ୟାୟକ୍ରମେ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କ ଉପରେ ଆକ୍ରମଣ କରନ୍ତି।

ଯେତେବେଳେ ଏହି ନିଷ୍ଠୁର ରାହୁକେତୁ ଗ୍ରହମାନେ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କୁ ଧରି ରଖନ୍ତି, ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ ଏବଂ ଏହି ସମୟ ମଧ୍ୟରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ଏବଂ ଉଭୟ ଗ୍ରହ ଦୁର୍ବଳ ହୋଇଯାଆନ୍ତି । ତେଣୁ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।

ତେବେ ଭାରତରେ ଏହା ଦୃଶ୍ୟମାନ ହୋଇ ନ ଥିବାରୁ ଏହାର ପାଳନ କରାଯିବ ନାହିଁ

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାରରେ ରାଜକୀୟ ଠାରେ ଜୀବନ ବିତାଇବେ

କୁମ୍ଭ :  ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ସ୍ୱାସ୍ଥ୍ୟ ପାଇଁ ଏକ ବଡ ଖର୍ଚ୍ଚ ହୋଇପାରେ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଆୟରେ ହ୍ରାସ ଘଟିବ ।

ମୀନ :ବିଚକ୍ଷଣତାର ବ୍ୟବହାର ଲାଭ ବୃଦ୍ଧି କରିବ । ଯେ କୌଣସି ପ୍ରମୁଖ ପ୍ରତିବନ୍ଧକ ସାମ୍ନା କରାଯାଇପାରେ । ରାଜକୀୟ ଠାଣିରେ ରହିବେ । ଶୀଘ୍ର ଏବଂ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବୁଡିଯାଇଥିବା ଟଙ୍କା ମିଳିପାରିବ ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟର କରିବାରେ ପାଇବେ ସୁଯୋଗ

ମେଷ: ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ। ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ ।

କନ୍ୟା : ପ୍ରେମ ସଂପର୍କରେ ତରତର ହୁଅ ନାହିଁ । ଶାରୀରିକ ଯନ୍ତ୍ରଣା ହେତୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଯାତ୍ରା ଚିତ୍ତାକର୍ଷକ ହେବ । ଚାକିରିରେ ସୁସଙ୍ଗତତା ରହିବ ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ଦୂରରୁ ପାଇବେ ଏକ ଭଲ ଖବର

ବୃଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ ।

ସିଂହ: ଦୂରରୁ ଭଲ ଖବର ଗ୍ରହଣ କରାଯାଇପାରେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କିଛି ବଡ କରିବାକୁ ଯୋଜନା ହେବ । ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଘରେ ଅତିଥିମାନଙ୍କ ପାଇଁ ଖର୍ଚ୍ଚ ହେବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଏକ ନୂତନ ଅର୍ଥନୀତିକ ଦିଗ ଗଠନ କରିବାରେ ହେବେ ସକ୍ଷମ

ଧନୁ : ସାମାଜିକ ସେବାରେ ଏକ ଧାରା ରହିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ଏକ ନୂତନ ଅର୍ଥନୈତିକ ନୀତି ଗଠନ ହେବ । ପଦ୍ଧତିରେ ଉନ୍ନତି ହେବ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ ।

ମକର : ସରକାରୀ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ । ଧର୍ମ ଆପଣଙ୍କର ମନ ଭିତରେ ଉଦ୍ରେଗ ହେବ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ । ବିନିଯୋଗ ଶୁଭ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚିତ ହେବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାର ଦିନ କରନ୍ତୁ କଠିନ ପରିଶ୍ରମ, ପାଇବେ ସଫଳତା

ତୂଳା: କିଛି ଖରାପ ଖବର ଗ୍ରହଣ କରାଯାଇପାରେ । ପାରିବାରିକ ଚିନ୍ତା ଲାଗି ରହିବ । କାର୍ଯ୍ୟ ଅଧିକ ହେବ ଏବଂ ଲାଭ କମ୍ ହେବ । ଅନ୍ୟମାନଙ୍କଠାରୁ ଆଶା କର ନାହିଁ । ବ୍ୟବସାୟ ଭଲ କରିବ । ଅଧସ୍ତନ କର୍ମାମଚାରୀମାନଙ୍କ ସମର୍ଥନ ପାଇବେ ନାହିଁ ।

ବିଛା: ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ । ସମ୍ମାନ ମଧ୍ୟ ପାଇବେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ ହେବ ଅଭିବୃଦ୍ଧି

ମିଥୁନ : ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର ବୁଦ୍ଧି ବ୍ୟବହାର କରନ୍ତୁ।

କର୍କଟ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ଗ୍ରାଫ ସହ ପରିଚାଳନାକୁ ତୀକ୍ଷ୍ମ ନଜର ରଖିଛନ୍ତି ରାଜ୍ୟ ସରକାର, ପରିସ୍ଥିତି ଦେଖି ନେବେ ନିଷ୍ପତି

ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି କହିହେବ ନାହିଁ। ବର୍ତ୍ତମାନ ସହର ସହିତ କରୋନା ଗ୍ରାମାଞ୍ଚଳ ଆଡକୁ ମୁହାଁଇବାରେ ଲାଗିଛି। ତେବେ ଏହି ପରିସ୍ଥିତିକୁ ସଂପୂର୍ଣ୍ଣ ନଜରରେ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ପରିସ୍ଥିତି ଦେଖି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାର କୋଭିଡ ସ୍ଥିତି ଏବଂ ଏହାର ମୁକାବିଲା କାର୍ଯ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି। ପ୍ରତିଦିନ କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ , ବଲାଙ୍ଗିର , ଦେବଗଡ , ଗଜପତି,କଳାହାଣ୍ଡି , ନବରଙ୍ଗପୁର , ନୂଆପଡା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ହାର ପ୍ରାୟତଃ ସ୍ଥିର ରହିଛି ବା କମିବାକୁ ଆରମ୍ଭ କରିଛି। ତେବେ ବି ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ୧୦ ରୁ ୧୨ ହଜାର ମଧ୍ୟରେ ରହିଛି ।

ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିଛି । ଜନ ସାଧାରଣ ଏହି କଟକଣାକୁ ହାଲୁକା ଭାବେ ନନେଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିବେଦନ କରିଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ଘର ଭିତରେ ରହିବା, ନିହାତି ଦରକାର ନଥିଲେ ବାହାରକୁ ନଯିବା, ବାହାରକୁ ଯିବା ସମୟରେ ଭିଡଠାରୁ ଦୂରେଇ ରହିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵାରୋପ କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯ, କରୋନା ଲଢେଇରେ ନିୟୋଜିତ ରାଜ୍ୟର ଡାକ୍ତର,ସ୍ୱାସ୍ଥ୍ୟ ଅଧିକାରୀ , ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ନିଜର ଜୀବନକୁ ବିପନ୍ନ କରି ସେମାନେ ସେବା ଯୋଗାଉଛନ୍ତି । ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ, ଆମେ ସମସ୍ତେ ମିଳିମିଶି ଚେଷ୍ଟାକଲେ ଆସନ୍ତା କିଛିଦିନ ମଧ୍ୟରେ କରୋନା ସଂକ୍ରମଣକୁ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣାଧୀନ କରିପାରିବ। ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି, କୋଭିଡ19ର 3ୟ ଲହରକୁ ମୁକାବିଲା ପାଇଁ ନେଲେ ଭିନ୍ନ ପଦକ୍ଷେପ

ଭୁବନେଶ୍ଵର, ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ଵରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୂଲ୍ୟବାନ । ଏ ଦିଗରେ ଆଜି ରାଜ୍ୟ ସରକାର ଦୁଇଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ପ୍ରଥମତଃ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ଲିଃ. ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି ।

ଏହି ଗ୍ଲୋବାଲ ଟେଣ୍ଡରରେ ବିଶ୍ଵର ଯେକୌଣସି ଦେଶର ଟୀକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ । ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଡ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଣ୍ଡର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି ।

ଦ୍ବିତୀୟରେ କୋଭିଡ ମୁକାବିଲା ନିମନ୍ତେ ସର୍ବୋତ୍ତମ ବିଜ୍ଞାନ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଖ୍ୟାତିସମ୍ପନ୍ନ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏହି କମିଟି ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ ଭିତ୍ତିଭୂମି, ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ।

ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଏହାର ଆବାହକ ରହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଭର୍ଚୁଆଲ ପ୍ଲାଟଫର୍ମ ରେ ବିଜୁ ଯୁବ ଜନତା ଦଳର କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମ ରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସେ କହିଥିଲେ” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ରେ ବିଜୁ ଜନତା ଦଳ ର ସାମାଜିକ ପ୍ରତିବଦ୍ଧତା ଆଜି ସମଗ୍ର ଦେଶରେ ସାମାଜିକ ବିପ୍ଲବ ରେ ପରିଣତ ହୋଇପାରିଛି। ବିଜୁ ଯୁବ ଜନତା ଦଳ’ ଓଡ଼ିଶା ମୋ ପରିବାର’ ର ସମସ୍ତ ସାମାଜିକ କାର୍ଯ୍ୟ ଯଥା ଜୀବନ ବିନ୍ଦୁ ରକ୍ତଦାନ,ପ୍ଲାଜମା ସଂଗ୍ରହ,କୋଭିଡ୍ ସହାୟତା କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବ।ଏହି କୋଭିଡ୍ ପରିଚାଳନା

ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ ଯେ ” କୋଭିଡ ୧୯ ର ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଆଧାର ରେ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଠାରୁ ଆରମ୍ଭ କରି କୋଭିଡ୍ ଟିକାକରଣ ପର୍ଯ୍ୟନ୍ତ କୋଭିଡ୍ ପରିଚାଳନା କ୍ଷେତ୍ରରେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛନ୍ତି”।

ଏହି ଅବସରରେ ରାଜ୍ୟ ସରକାର ଙ୍କ ଦ୍ଵାରା ଗ୍ଲୋବାଲ ଅନଲାଇନ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ କୋଭିଡ ଟିକା କ୍ରୟ କରିବା ର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇ, ବିଜୁ ଯୁବ ଜନତା ଦଳ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ,ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା, ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଂଜନ ମିଶ୍ର,ତାରିଣୀ ପ୍ରସାଦ ନାୟକ ଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।