Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ପାଇଁ ପୂର୍ବତଟ ରେଳପଥ ମଧ୍ୟରୁ ଆହୁରି ଦୁଇ ଯୋଡ଼ା ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ବାତିଲ୍

ଭୁବନେଶ୍ବର, କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆହୁରି ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ନିମ୍ନ ଲିଖିତ ଅନୁଯାୟୀ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ଦିଗରୁ ମାଇଁ ମାସ ୧୫,୧୬,୨୨ ଏବଂ ୨୩ ତାରିଖ ଦିନ ବାତିଲ୍ ରହିବ।

୦୨. ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ୧୪ ମଇରୁ ୩୧ ମଇ ପର‌୍ୟ୍ୟନ୍ତ ଏବଂ କାଚେଗୁଡା ଠାରୁ ୧୫ ମଇରୁ ୧ ଜୁନ୍, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ରହିବ।

କୋଭିଡ୧୯ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ଏହାପୂର୍ବରୁ ଚାରି ଯୋଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି

୦୨୮୬୬/୦୨୮୬୫ ପୁରୀ- ଏଲଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ,

୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ,

୦୭୪୮୮/୦୭୪୮୭ ବିଶାଖାପାଟନମ-କଡପା-ବିଶାଖାପାଟନମ ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ

୦୨୮୩୧/୦୨୮୩୨ ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ୍

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କୁ ନବୀନ ପଟ୍ଟନାୟକଙ୍କ ଅକ୍ଷୟ ତୃତୀୟା ଭେଟି, ଆଜି ଖାତାକୁ ଗଲା ୯୨୦ କୋଟି ଟଙ୍କା

ଭୂବନେଶ୍ୱର, ଆସନ୍ତା କାଲି ଅଷୟ ତୃତୀୟା। ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମ ର ଅନୁକୂଳ କାଲିଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଛନ୍ତି ।

ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି।

ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀ ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଂଜୀବନୀ ପରି ଶକ୍ତି ଦେଇଥିଲେ । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ସେ କହିଥିଲେ ଯେ, “ମୋ ରାଜ୍ୟର ଚାଷୀ ,ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ ।ଏଥିପାଇଁ ମୁଁ କାମ କରୁଛି ଓ କରି ଚାଲିବି ।”

କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏବେ ଆମେ କୋଭିଡ଼ ସଂକ୍ରମଣର ଦ୍ଵିତୀୟ ଲହରର ସାମନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ମଧ୍ୟ ନେବା ସେ ପାଇଁ ଆହ୍ଵାନ ଜଣାଇଥିଲେ ।

ଶେଷରେ ଚଳିତ ବର୍ଷ ପାଇଁ ଭଲ ପାଗ ,ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ସରକାରଙ୍କ କୋଭିଡ଼ ନିୟମକୁ କଡା କଡି ଭାବରେ ପାଳନ କରିବା ପାଇଁ ସମସ୍ତଙ୍କୁ ପୁଣି ଥରେ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନାରେ ଲଷ ଲଷ ଛୋଟ ଚାଷୀ , ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣିବା ବେଳ ଭୂମିହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାରର ରୋଜଗାର ବଢାଇଥାଏ ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ  ଏହି କାଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ର ମୁଖ୍ୟ ପରାମର୍ଶ ଦାତା ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ପାରାଦ୍ଵୀପରେ ୭କୋଟି ୨୦ଲକ୍ଷ ବ୍ୟୟରେ ନିର୍ମାଣ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍: ୧୫ଜୁନ୍ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ୍-୧୯ ମହାମାରୀର ଦୃତ ସଂକ୍ରମଣ ସହ ଜୀବନହାନୀ ଏବଂ କୋଭିଡ୍ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦ୍ବୀପର ଇଫକୋ ସାର କାରଖାନା ପ୍ଲାଣ୍ଟ୍ ପରିସରରେ ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଗତକାଲି ଅପରାହ୍ନରେ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଏହି ବୈଠକରେ ଇଫକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଜେ. ପଟେଲ୍, ଡି.ଜି.ଏମ୍ (ଟେକନିକାଲ୍) ପି.କେ ମହାପାତ୍ର ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ। ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ଡ୍ରଗ୍ ଲାଇସେନସ୍, ଏକ୍ସପ୍ଲୋସିଭ୍ ଲାଇସେନ୍ସ୍, ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ବିଭାଗ ଅନୁମତି ଲାଭ କରିଛି।

ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେ ୭କୋଟି ୨୦ଲକ୍ଷ ବ୍ୟୟ ହେବ ଏବଂ ଏହା ୨୦୨୧ ମସିହା ଜୁନ୍ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବିଭିନ୍ନ ହସପିଟାଲକୁ ଅକ୍ସିଜେନ ଯୋଗାଣ ସହିତ ଜଗତସିଂହପୁର ଜିଲ୍ଲାରେ କୋଭିଡ୍ ରୋଗୀଙ୍କ ଅକ୍ସିଜେନ ଆବଶ୍ୟକତା ପୂରଣ ହୋଇପାରିବ। ଏହି ପ୍ଲାଣ୍ଟରୁ ଦୈନିକ ୪୬.୭ ଲିଟର କ୍ଷମତା ବିଶିଷ୍ଟ ୫୨୦ ସିଲିଣ୍ଡର ଓ ୧୦ଲିଟର କ୍ଷମତାର ୨୦୦ଟି ସିଲିଣ୍ଡର୍ ଉତ୍ପାଦନ ହେବ।

ଏହି ବୈଠକର ଆବାହକ ଥିଲେ ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ୍ ମ୍ୟାନେଜର କଙ୍କଣ ଘୋଷ ଉକ୍ତ ଭର୍ଚୁଆଲ୍ ବୈଠକରେ ଡ୍ରଗ୍ ଇନସପେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ଚନ୍ଦ୍ରକାନ୍ତ ଦଳାଇ,ଏଲ୍.ଡି.ଏମ୍ ସତୀଶ ପାତ୍ର, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର କର୍ମକର୍ତ୍ତା ଓ ଶିଳ୍ପ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ଆପଣଙ୍କ ପାଖେପାଖେ ବୁଲୁଛି

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ।

ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ।

କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା ଔଷଧ ଦ୍ବାରା ଭଲ ହୋଇପାରେ। ହେଲେ ଏହି ଦୁର୍ଜନ ଲୋକଙ୍କ ଦଂଶନ ଏହିପରି ଯେ, ଆପଣଙ୍କର ମୃତ୍ୟୁ ହେବ ନାହିଁ ହେଲେ ମଲା ଲୋକଙ୍କ ପରି ଅବସ୍ଥା କରିଦେବ। କେତେବେଳେ ସେ କଣ କରିବ ଆପଣ କେବେ ଭାବି ପାରିବେ ନାହିଁ। ଯାହାର ପ୍ରତିକାର କରିବା ପାଇଁ କୌଣସି ଔଷଧ ମଧ୍ୟ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହିପରି ବ୍ୟକ୍ତିଙ୍କୁ ବେଳୁ ହିଁ ସାବଧାନ ରୁହନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ଟୀକା ପାଇଁ ଜାରି ହେଲା ସାନି ଗାଇଡଲାଇନ: ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜକୁ ମନା

ଭୁବନେଶ୍ବର: କୋଭିସିଲ୍ଡ ଟୀକା ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ବ୍ୟବଧାନ ଅବଧି ବୃଦ୍ଧି ପରେ ସାନି ଗାଇଡଲାଇନ ଜାରି କରାଯାଇଛି। ପ୍ରଥମ ଡୋଜ ନେବାର ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ନେବାକୁ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ପାଇଁ ବୁକିଂ କରିବା ପାଇଁ ମନା କରାଯାଇଛି।

ତେବେ ଯେଉଁମାନେ ଅନଲାଇନ ବୁକିଂ କରିସାରିଛନ୍ତି, ସେମାନଙ୍କର ବୁକିଂ ବାତିଲ ହେବ ନାହିଁ। ଯେଉଁମାନେ ନୂଆ ବୁକିଂ କରିବାକୁ ଚାହାନ୍ତି, ସେମାନେ ୮୪ ଦିନ ପରେ ବୁକିଂ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି।

ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି।

ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ତହସିଲଦାର ମନ୍ମଥ ବେହରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସହରର ବ୍ୟସ୍ତବହୁଳ ଅଞ୍ଚଳ ପଲଟନ ପଡିଆରେ ହୋଇଥିଲା କଡ଼ା କୋଭିଡ଼ ଏନ୍ଫୋର୍ସମେଣ୍ଟ।

ଖୋଦ ଏସଡ଼ିପିଓ ବଜାରରେ ବୁଲୁଥୁବା ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡି ଜବତ କରିଥିଲେ। ତତସହିତ ମାସ୍କ, ସାମାଜିକ ଦୂରତ୍ୱ ଏବଂ ହେଲମେଟ ଚେକିଂ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଉକ୍ତ ଏନ୍ଫୋର୍ସମେଣ୍ଟ ଜାରିରହିଥିବାବେଳେ ଆଜି ସର୍ବମୋଟ ୧୦ ଗୋଟି ଗାଡି ବାଣପୁର ପୋଲିସ ଦ୍ୱାରା ଜବତ ହେବା ସହ ପୋଲିସ, ତହସିଲ ଏବଂ ଏନଏସି ପ୍ରଶାସନଦ୍ୱାରା ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମଧ୍ୟ ଉକ୍ତ ଏନ୍ଫୋରଫସମେଣ୍ଟ ରେ ସାମିଲ ଥିଲେ।

ତେବେ ବିନା କାରଣରେ ଯେଉଁ ମାନେ ଗାଡି ଧରି ବଜାରକୁ ଆସିବେ ସେମାନଙ୍କ ଗାଡି ଆସନ୍ତାକାଲି ଠାରୁ ଜବତ କରାଯିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି। ତତସହିତ ଲକଡ଼ାଉନ ସମୟରେ ସରକାରଙ୍କ ଅନୁମତି ଥିବା ଦୋକାନୀମାନେ କେବଳ ନିଜ ଦୋକାନ ଖୋଲିବେ ଏବଂ ଯଦି କେହି ନିୟମକୁ ନମାନି ଦୋକାନ ଖୋଲିବେ ତେବେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏବଂ ପ୍ରଶାସନର ଆଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମାନିଆ ମାନେ ଛାନିଆ ହୋଇଥିବାବେଳେ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରୁଷୀୟ ଟୀକା ସ୍ପୁଟିନିକ-ଭି ଟୀକାର ଦର ପ୍ରକାଶ କଲା ଡ.ରେଡ୍ଡୀ ଲ୍ୟାବ

ନୂଆଦିଲ୍ଲୀ: ରୁଷୀୟ ଟୀକା ସ୍ପୁଟିନିକ-ଭି ଟୀକାର ଦର ପ୍ରକାଶ ହୋଇଛି। ଡ.ରେଡ୍ଡୀ ଲ୍ୟାବ ପକ୍ଷରୁ ସ୍ପୁଟିନିକ-ଭି ଟୀକାର ଦର ପ୍ରକାଶ କରାଯାଇଛି। ଡୋଜ ପିଛା ଏହାର ଦର ୯୪୮ ଟଙ୍କା ରହିଛି। କିନ୍ତୁ ଏଥିରେ ୫ ପ୍ରତିଶତ ଜିଏସଟି ପରେ ମୋଟ ମୂଲ୍ୟ ୯୯୫ ଟଙ୍କା ରହିବ। ଏନେଇ ଡ.ରେଡ୍ଡୀ ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଭିଡ଼ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା: ଲାଗିବ ୧୪୪ ଧାରା

ଭୁବନେଶ୍ବର: ପୁରୀରେ ଚନ୍ଦନ ଯାତ୍ରା ପାଇଁ କଟକଣାକୁ କଡାକଡି କରାଯାଇଛି। କୋଭିଡ଼ କଟକଣା ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ସହ ଶ୍ରୀମନ୍ଦିର ସମ୍ମୁଖରେ ୧୪୪ ଧାରା ଲାଗିବ ବୋଲି ଏସପି କହିଛନ୍ତି।

ଏହି ଚନ୍ଦନ ଯାତ୍ରା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ନିୟନ୍ତ୍ରଣ ପାଇଁ ୨ ଟି ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଥିବା ବେଳେ ୬ ଟି ଏନଫୋର୍ସମେଣ୍ଟ ଟିମ ଗଠନ ହୋଇଛି। ଏହି ସମୟରେ କେହି କୋଭିଡ଼ କଟକଣାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି,

Categories
ଜାତୀୟ ଖବର ବିଶେଷ ଖବର

ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗଙ୍କ ତିନି ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ, ଗଙ୍ଗା ନଦୀରେ ଭାସୁଥିବା ମୃତଦେହ ନେଇ ଜାତୀୟ ମାନବ ଅଧିକାର ଆୟୋଗ କେନ୍ଦ୍ର, ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟ ସଚିବ ଏବଂ ସଚିବ ସହିତ କେନ୍ଦ୍ରୀୟ ଜଳ ଶକ୍ତି (ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ) କୁ ଆୟୋଗ ଏହି ନୋଟିସ ଜାରି କରିଛନ୍ତି। ଏଥିରେ 4 ସପ୍ତାହ ମଧ୍ୟରେ ନିଆଯାଇଥିବା କାର୍ଯ୍ୟର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆୟୋଗ କହିଛନ୍ତି ଯେ ଗଙ୍ଗା ନଦୀରେ ଅର୍ଦ୍ଧ ଜଳିଯାଇଥିବା କିମ୍ବା ପୋଡି ନ ଥିବା ମୃତଦେହକୁ ଭସାଇବା କାର୍ଯ୍ୟକୁ ରୋକିବାରେ ସରକାରୀ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ପବିତ୍ର ଗଙ୍ଗା ନଦୀରେ ଶବଗୁଡିକ ବିସର୍ଜନ କରିବାର ଅଭ୍ୟାସ ଲୋକଙ୍କର ରହିଛି। ହେଲେ ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ପୁନଃନବୀକରଣ ବିଭାଗର ସ୍ୱଚ୍ଛ ଗଙ୍ଗା ପ୍ରକଳ୍ପ ପାଇଁ ଜାତୀୟ ମିଶନର ନିର୍ଦ୍ଦେଶାବଳୀକୁ ଏହା ସ୍ପଷ୍ଟ ଉଲ୍ଲଂଘନ କରାଯାଇଛି।

ଏଥିରେ ଦର୍ଶାଯାଇଛି ଯେ ଗଙ୍ଗା ନଦୀ (ନବୀକରଣ, ସଂରକ୍ଷଣ ଏବଂ ପରିଚାଳନା) ପ୍ରାଧିକରଣ ନିୟମ 2016, ଯାହା ଗଙ୍ଗା ନଦୀରେ ପରିବେଶ ପ୍ରଦୂଷଣକୁ ରୋକିବା, ନିୟନ୍ତ୍ରଣ କରିବା ଏବଂ ଦୂର କରିବା ପାଇଁ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ଗଂଗା ନଦୀରେ ନିରନ୍ତର ପର୍ଯ୍ୟାପ୍ତ ଜଳ ପ୍ରବାହ ହୋଇପାରିବ।

ଗଙ୍ଗା ନଦୀର ପ୍ରାକୃତିକ ଏବଂ ନିର୍ମଳ ଅବସ୍ଥାରେ ପୁନଃଉଦ୍ଧାର କରାଯାଇଛି। ଏହା ସହ ଜଡିତ ବିଷୟ ତଥା ଆନୁସଙ୍ଗିକ ପ୍ରତିକାର ଏହି ଆଇନିରେ ନିର୍ଦେଶ ଦିଆଯାଇଛି। ଯାହା ଅନୁଯାୟୀ ଗଙ୍ଗା ନଦୀର ପୁନରୁଦ୍ଧାର, ସଂରକ୍ଷଣ ଏବଂ ପରିଚାଳନା କରାଯାଇ ପାରିବ।

ନିୟମରେ ଉଲ୍ଲେଖ ରହିଛି ଯେ, “କୌଣସି ବ୍ୟକ୍ତି କୌଣସି ପ୍ରକଳ୍ପ, ପ୍ରକ୍ରିୟା କିମ୍ବା କୌଣସି କାର୍ଯ୍ୟକଳାପ କରିବା ଉଚିତ୍ ନୁହେଁ ଯେଉଁଥିରେ ଗଙ୍ଗା ନଦୀ ପ୍ରଦୂଷଣ ସୃଷ୍ଟି କରିବ। ହେଲେ ଏସବୁ କର୍ତ୍ତୁପକ୍ଷ ଏହି ନିୟମକୁ ଠିକ୍ ଭାବେ ପାଳନ କରିପାରୁ ନ ଥିବା ଅନୁମାନ କରାଯାଉଛି।

ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, କେତେକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯେ, ଗଂଗାନଦୀରେ ଭାସୁଥିବା ଶବଗୁଡିକ କୋଭିଡ ଆକ୍ରାନ୍ତଙ୍କର। ଏପରି ହୋଇଥିଲେ ଗଂଗାନଦୀ ପରିବେଶ ଉପରେ କୁପ୍ରଭାବ ପକାଇବ। ଯେଉଁମାନେ ଏହି ନଦୀକୁ ପବିତ୍ର କାମରେ ବ୍ୟବହାର କରିଥାନ୍ତି ସେମାନଙ୍କ ଉପରେ ପ୍ରଭାବ ପଡିବ। ଯଦି ଏହି ଶବଗୁଡିକ କରୋନା ପିଡିତଙ୍କର ନୁହେଁ, ତେବେ ମଧ୍ୟ ନଦୀରେ ଏପରି ଶବକୁ ବିସର୍ଜନ କରିବା ଏହାର ପ୍ରରିବେଷ ଉପରେ କୁ ପ୍ରଭାବ ପକାଇବ।

ଏଥିସହିତ ଏହି ପ୍ରକାରର ଅଭ୍ୟାସ ମୃତ ଶରୀର ପ୍ରତି ମାନବିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ଆୟୋଗ ଉଲ୍ଲେଖ କରିଛନ୍ତି। । ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଜଣେ ମାନବିକ ଅଧିକାର କର୍ମି ଆୟୋଗଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ଏହି ମାମଲାକୁ ଆୟୋଗ ଗ୍ରହଣ କରି ଏହି ନୋଟିସ ଜାରି କରିଛନ୍ତି। ଏପରି ଘଟଣାକୁ ରୋକିବାରେ ବିଫଳ ହୋଇଥିବା ଅବହେଳିତ ଜନସାଧାରଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ କମିଶନଙ୍କୁ ହସ୍ତକ୍ଷେପ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ପଢନ୍ତୁ- ଗଙ୍ଗା ନଦୀରେ ଭାସୁଛି ମୃତ ଦେହ: ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲା ୧୫୦ ଦିନର ଶିଶୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଲକ୍ଷ ଲକ୍ଷଙ୍କ ଜୀବନ ନେଇଛି। ପ୍ରତ୍ୟେକ ଦିନ ଦେଶରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହି ଭୂତାଣୁ ନବଜାତ ଶିଶୁ ଠାରୁ ଆରମ୍ଭ କରି ବୟଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଜୀବନକୁ ଉଜାଡି ଦେଉଛି। ତେବେ ୧୫୦ ଦିନର ଶିଶୁଟିଏ ମଧ୍ୟ ଏହି କରୋନା ଯୋଗୁଁ ପ୍ରାଣ ହରାଇଛି।

ସୂଚନା ଅନୁଯାୟୀ, ପରୀ ନାମକ ଛୋଟ ଶିଶୁଟି କରୋନାରେ ସଂକ୍ରମଣ ହୋଇ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ତାହାର ଫୁସଫୁସ ସଂପୂର୍ଣ୍ଣ ସଂକ୍ରମିତ ହୋଇଯାଇଥିଲା। ସେ ୬ ଦିନ ଭେଣ୍ଟିଲେଟରେ ରହିବା ପରେ ମଧ୍ୟ ସୁସ୍ଥ ହୋଇପାରିନଥିଲା। ଶେଷରେ ପରୀର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ସାଢେ ୯ କୋଟି ଚାଷୀଙ୍କୁ ମିଳିଲା ପିଏମ କିଷାନ ସହାୟତା

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଅବସରରେ ଆଜି ଦେଶର ସାଢେ ୯ କୋଟି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ମିଳିଛି। ମୋଟ ୧୯ ହଜାର କୋଟି ଟଙ୍କା କୃଷକଙ୍କ ଖାତାରେ ଜମା ହୋଇଛି। ଏହା ପିଏମ କିଷାନ ସହାୟତାର ଅଷ୍ଟମ କିସ୍ତି ଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ ଦେଶର ଜୈବିକ ପଦ୍ଧତିରେ ଫସଲ କରୁଥିବା କେତେଜଣ କୃଷକଙ୍କ ସାଥିରେ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୨୭୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୮୯୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୮୨ ହଜାର ୩୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚମକାଇ ଦେଲା ଖୋର୍ଦ୍ଧା ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡର ସ୍ଥିତିରେ ସୁଧାର

ଭୁବନେଶ୍ବର, ଆଜି ମିଳିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଅନୁଧ୍ୟାନ କଲେ ଖୋର୍ଦ୍ଧା ଜିଲ୍ଲାରେ ଚମକାଇଲା ଭଲି ତଥ୍ୟ ଆସିଛି। ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏକାଥରେ 2 ହଜାର 201 ଜଣ ଆକ୍ରାନ୍ତ। କରୋନା ଦ୍ବିତୀୟ ଲହରରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ସେହିପରି ସୁନ୍ଦରଗଡ ଜିଲ୍ଲାର ଗ୍ରାଫ ଧିରେ ଧିରେ ଖସିବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ଏହି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା 882। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

1.Khurda: 2201

2. Sundargarh: 882

3. Cuttack: 719

4. Sambalpur: 677

5. Angul: 532

6. Bargarh: 507

7. Mayurbhanj: 480

8. Puri: 469

9. Balangir: 461

10. Jajpur: 436

11. Jharsuguda: 413

12. Bhadrak: 412

13. Ganjam: 387

14. Nawarangpur: 362

15. Balasore: 340

16. Nayagarh: 301

17. Jagatsinghpur: 259

18. Koraput: 246

19. Boudh: 228

20. Kalahandi: 210

21. Keonjhar: 208

22. Nuapada: 204

23. Rayagada: 187

24. Sonepur: 178

25. Dhenkanal: 174

26. Kendrapada: 137

27. Gajapati: 115

28. Deogarh: 108

29. Malkangiri: 103

30. Kandhamal: 102

31. State Pool: 352

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତ ସଂଖ୍ୟା, ଚିହ୍ନଟ ହେଲେ 12 ହଜାର 390 ଜଣ

ଭୁବନେଶ୍ବର, ପୁଣି ଥରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତକାଲି 12 ହଜାର 390 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 938 ଆକ୍ରାନ୍ତ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଲା  5 ହଜାର 452 ଜଣ। ଗତକାଲିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା 10 ହଜାର 649। ଅର୍ଥାତ ଆଜି ପ୍ରାୟ 17 ଶହ 41 ଜଣ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମଦୁଆମାନଙ୍କ ପାଇଁ ଖୁସି ଖବର, ଏଣିକି ଅନ ଲାଇନରେ ମଗାଇ ପାରିବେ ମଦ

ଭୁବନେଶ୍ବର, ବର୍ତ୍ତମାନ ଲକ ଡାଉନ ସମୟରେ ମଦ ଦୋକାନ ସବୁ ବନ୍ଦ ରହିଛି। ଏହିପରି ସମୟରେ ମଦୁଆମାନଙ୍କ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା ଆପଣ ଏଣିକି ଅନ ଲାଇନରେ ମଦ ମଗାଇପାରିବେ। ଏ ନେଇ ଅବକାର କମିଶନର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜିଲ୍ଲାପାଳମାନେ ଚାହିଁବେ ତେବେ ଅନ ଲାଇନ ଡେଲିଭରୀ ସଂସ୍ଥା ସହିତ କଥା ହୋଇ ମଦ ହୋମ ଡେଲିଭରୀ ପାଇଁ ଅନୁମତି ଦେଇପାରିବେ। ତେବେ ଏହା କେତେ ଦୂର କାର୍ଯ୍ୟକାରୀ ହେବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ଗତଥର ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା। ହେଲେ ତାହା ସଫଳ ହୋଇପାରି ନ ଥିଲା।

Categories
ଆଜିର ଖବର ଧର୍ମ

ଆଜି ମେ 14 ତାରିଖ ଶୁକ୍ରବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି ।

ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ ।

ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ ।  କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ ।

କର୍କଟ: – ଆଜି ଛାତି ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ଆଜିର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

ସିଂହ: – ତୁମର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ତୁମେ ତୁମର ଭାଇମାନଙ୍କ ସହିତ ସମୟ ବିତାଇବ । ସୁନ୍ଦର ଦର୍ଶନୀୟ ସ୍ଥାନ ଯାଇପାରନ୍ତି । ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ସମ୍ଭାବନା ଅଛି । କାର୍ଯ୍ୟରେ ସଫଳତା ପାଇ ବନ୍ଧୁମାନେ ଖୁସି ହେବେ । ତୁମର ବିଶେଷ ଆଗ୍ରହ କଳା କ୍ଷେତ୍ରରେ ହେବ ।

କନ୍ୟା: – ଆଜି ଶୁଭ ଦିନ । ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ । ଏହି ରୋଗରେ ପୀଡିତଙ୍କ ଅବସ୍ଥା ସୁଧୁରିବାରୁ ସନ୍ତୋଷର ଭାବନା ରହିବ।

ତୂଳା: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ । ପୋଷାକ ଏବଂ ଆନନ୍ଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବ । ଆଦର୍ଶଗତ ଭାବରେ ଏହା ଦୃଢ ରହିବ । ମନ ସୃଜନଶୀଳ ଧାରାରେ ରହିବ । ଦିନଟି ଖୁସିରେ ବିତାଇବ । ବୌଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ ।

ବିଛା: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହନ୍ତୁ । ମନ ବ୍ୟସ୍ତ ରହିବ। ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିବ, ତଥାପି କୌଣସି କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ ।

ଧନୁ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ । ବ୍ୟବସାୟରୁ ଲାଭବାନ ହେବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ବକ୍ତବ୍ୟରେ ସଂଯମତା ରଖନ୍ତୁ ।

ମକର – ଆଜି ବାକି ରହିଥିବା ଟଙ୍କା ମିଳିପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି ଯାହା ଘରକୁ ନଷ୍ଟ କରିପାରେ । ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଉଚ୍ଚ ପଦାଧିକାରୀଙ୍କ ସୁଖ ଆପଣଙ୍କ ଉପରେ ରହିବ। ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରାକୁ ରୋକନ୍ତୁ ।

କୁମ୍ଭ: – ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ । ଆଧ୍ୟାତ୍ମିକତା ଏବଂ ଧ୍ୟାନ ଭଲ ରହିବ ।

ମୀନ- ଆଜିର ଦିନ ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ । ଆଜି କିଛି ଦାନ କରନ୍ତୁ । ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ରାଶି ଗଠନ କରାଯାଉଛି । ପିତା ଏବଂ ଗୁରୁଜନମାନଙ୍କ ଆଶୀର୍ବାଦ ଏବଂ ଲାଭ ପାଇବେ । ଆୟ ବୃଦ୍ଧି ପାଇବ ।

Categories
ଧର୍ମ ବିଶେଷ ଖବର

ବାସ୍ତୁ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ କରନ୍ତୁ ଏହି କାମ, ଆପଣଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ଭୁବନେଶ୍ବର, ଅକ୍ଷୟ ତୃତୀୟା ଏଥର 14 ମଇ 2021, ଶୁକ୍ରବାର ଦିନ ପାଳନ କରାଯାଉଛି। ତେବେ କେତେକ ସ୍ଥାନରେ ଏହା 15 ମଇରେ ମଧ୍ୟ ପାଳନ କରାଯାଉଛି। ଏହି ଦିନ କୌଣସି ଶୁଭ କାମ କରିବାକୁ ପଞ୍ଚାଗ୍ ଦେଖିବାର ଆବଶ୍ୟକତା ନାହିଁ ।ସବୁ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ କରାଯାଇପାରିବ।

ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ପ୍ରତିକାର ମଧ୍ୟ କରାଯାଇଥାଏ । ଯାହା ଫଳରେ ଘରେ ସବୁବେଳେ ସୁଖଶାନ୍ତି ରହିବା ସହିତ ଧନପ୍ରାପ୍ତିର ସମ୍ଭାବନା ସୃଷ୍ଟି ହୋଇଥାଏ। ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ପବିତ୍ର ଦିନରେ କଣ କରିବା ଉଚିତ..

  1. ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ, ଆପଣ ନିଜ ଘର କିମ୍ବା ଦୋକାନରେ ଟଙ୍କା ରଖିବା ପାଇଁ ଉତ୍ତର ଏବଂ ପୂର୍ବ ଦିଗକୁ ବାଛନ୍ତୁ । ଧନକୁ ଏହି ଦିଗରେ ରଖିବା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ଦେବ ନାହିଁ ।
  2. ଅକ୍ଷୟ ତୃତୀୟା ଦିନ ଘରେ କିଛି ପରିବର୍ତ୍ତନ କରନ୍ତୁ । ଆପଣ ଏହି ଦିନ ଉତ୍ତର ଦିଗରେ ଏକ ଦର୍ପଣ ରଖିନ୍ତୁ । ଏହି ଦିଗରେ ଦର୍ପଣ ରଖିଲେ ଘରେ ସକରାତ୍ମକ ଶକ୍ତିର ବୃଦ୍ଧି ପାଇଥାଏ । ଯାହା ଆୟ ଏବଂ ଧନ ବୃଦ୍ଧିରେ ପରିଣତ ହୁଏ ।
  3. ଯଦି ଆପଣଙ୍କ ଘରେ ଟ୍ୟାପରୁ ପାଣି ଝରୁଛି ତେବେ ତୁରନ୍ତ ଅକ୍ଷୟ ତୃତୀୟା ଦିନ ଏହାକୁ ଠିକ୍ କରନ୍ତୁ । ବାସ୍ତୁ ଶାସ୍ତ୍ର କହିବା ଅନୁସାରେ, ଟ୍ୟାପରୁ ପାଣି ଝରିବା ପରି ଆପଣଙ୍କ ଟଙ୍କା ମଧ୍ୟ ଏହି ଭାବରେ ପ୍ରବାହିତ ହେବ । ତେଣୁ ଆପଣଙ୍କ ଘରେ ଥିବା ସମସ୍ତ ଟ୍ୟାପ୍ ସଠିକ୍ କରନ୍ତୁ । ଘରେ ଲଗାତାର ଜଳ ପ୍ରବାହ ଅପ୍ରୀତିକର ବୋଲି ବିବେଚନା କରାଯାଏ ।
  4. ଅକ୍ଷୟ ତୃତୀୟା ଦିନ, ଘରେ ଆପଣ ଯେକୌଣସି ବ୍ୟବସାୟ ସମ୍ବନ୍ଧୀୟ କିମ୍ବା କାର୍ଯ୍ୟ କରୁଥିବା ସମ୍ବନ୍ଧୀୟ ଚିତ୍ର ରଖନ୍ତୁ । ଏହା ଆପଣଙ୍କ ବ୍ୟବସାୟକୁ ବଢାଇଥାଏ ଏବଂ ଆପଣଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ । ଆପଣ ବ୍ୟବସାୟ ସହିତ ଜଡିତ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ଚିତ୍ର ଆପଣ ସଠିକ୍ ସ୍ଥାନରେ ସଠିକ୍ ଦିଗରେ ରଖି ପାରିବେ ।
  5. ଏହି ଦିନ, ଆପଣ ମାଟି ପାତ୍ରରେ ଏକ ତରଭୁଜ ରଖି ଜଣେ ଭିକାରୀଙ୍କୁ ଦାନ କରନ୍ତୁ। ଏଥିସହିତ ଏକ ଟଙ୍କିକିଆ ମୁଦ୍ରା ମଧ୍ୟ ତାଙ୍କୁ ଦାନ କରନ୍ତୁ।
Categories
ଆଜିର ଖବର ଧର୍ମ

ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିଙ୍କର ଦିନଟି ହେବ ଶାନ୍ତିପୂର୍ଣ୍ଣ

ବିଛା: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହନ୍ତୁ । ମନ ବ୍ୟସ୍ତ ରହିବ।

କୁମ୍ଭ: – ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ ।

Categories
ଆଜିର ଖବର ଧର୍ମ

ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବାର ସମ୍ଭାବନା

ମେଷ- ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ।

ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ ।  କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ ।

Categories
ଆଜିର ଖବର ଧର୍ମ

ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ ଘଟିବ ବୃଦ୍ଧି

ମୀନ- ଆଜିର ଦିନ ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ। ଆଜି କିଛି ଦାନ କରନ୍ତୁ। ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ରାଶି ଗଠନ କରାଯାଉଛି । ପିତା ଏବଂ ଗୁରୁଜନମାନଙ୍କ ଆଶୀର୍ବାଦ ଏବଂ ଲାଭ ପାଇବେ। ଆୟ ବୃଦ୍ଧି ପାଇବ ।

ତୂଳା- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ । ପୋଷାକ ଏବଂ ଆନନ୍ଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବ । ଆଦର୍ଶଗତ ଭାବରେ ଏହା ଦୃଢ ରହିବ । ମନ ସୃଜନଶୀଳ ଧାରାରେ ରହିବ। ଦିନଟି ଖୁସିରେ ବିତାଇବ । ବୌଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ।