Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ଵର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ପୁରୀ ଶ୍ରୀ ମନ୍ଦିର ମରାମତିରେ ସେ ମଧ୍ୟ ସହଯୋଗ କରିଥିଲେ। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ରଘନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୮୪: ସୁସ୍ଥ ହେଲେ ୯୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ୬୧୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୩ ହଜାର ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୨୫୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୫୪୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୩୮୩

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୫୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୩୮୩, ସୁନ୍ଦରଗଡରୁ ୭୪୫, କଟକରୁ ୫୮୦, ପୁରୀରୁ ୫୩୦, ଝାରସୁଗୁଡାରୁ ୪୩୯, ବରଗଡରୁ ୪୩୮, ସମ୍ବଲପୁରରୁ ୪୧୪, ନବରଙ୍ଗପୁରରୁ ୩୯୯,  ଅନୁଗୁଳରୁ ୩୪୮, ଯାଜପୁରରୁ ୩୩୪, ନୂଆପଡାରୁ ୨୬୬, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୨୬, କଳାହାଣ୍ଡିରୁ ୧୯୩, ନୟାଗଡରୁ ୧୮୯, କେନ୍ଦୁଝରରୁ ୧୬୧, ବଲାଙ୍ଗୀରିରୁ ୧୫୯ , ରାୟଗଡାରୁ ୧୫୬, ବାଲେଶ୍ବରରୁ ୧୫୪, ଜଗତସିଂହପୁରରୁ ୧୩୦, ଗଜପତିରୁ ୧୨୦,ସୋନପୁରରୁ ୧୦୩, ଦେବଗଡରୁ ୯୭, ଭଦ୍ରକରୁ ୯୦, କୋରାପୁଟରୁ ୮୮, ବୌଦ୍ଧରୁ ୭୨, କେନ୍ଦ୍ରାପଡାରୁ ୭୦, କନ୍ଧମାଳରୁ ୫୧, ମାଲକାନାଗିରିରୁ ୫୧, ଢେଙ୍କାନାଳରୁ ୩୨ ଏବଂ ଷ୍ଟେଟ ପୁଲରୁ ୨୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୪ ହଜାର ୭୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୮୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା: କରୋନା କାଳରେ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଟୀକାକରଣ ପାଇଁ ଦାବି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟରେ କରୋନା ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଦୈନିକ ଅହେତୁକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାକି କୋଣ ଅନୁକୋଣରୁ ଟିକିନିଖି ଖବର ସାଉଁଟିଥିବା ସାମ୍ବାଦିକ ନିଜ ଜୀବନକୁ ପାଣି ଛଡ଼େଇ ଅହ ରହ ସମ୍ବାଦ ପରିବେଷଣ କରିଚାଲିଛି। ଜଣେ ନିର୍ଭୀକ ସମ୍ବାଦିକର ପରିଚୟ ସୃଷ୍ଟି କରି କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ଅବା ଵେସରକାରୀ କାର୍ଯ୍ୟାଳୟ, ଥାନା, କୋର୍ଟ କଚେରୀ, ଜନଗହଳିପୂର୍ଣ୍ଣ ସ୍ଥାନ ସମେତ ଶ୍ମସାନ ପର୍ଯ୍ୟନ୍ତ ପହଞ୍ଚି ଜନ ସାଧାରଣଙ୍କୁ ପ୍ରତି ମୂହୁର୍ତ୍ତରେ ଟିକିନିଖି ଖବର ଦେଇ ଆସୁଛି। ଇତି ମଧ୍ୟରେ ବହୁ ସାମ୍ବାଦିକ ନିଜ କର୍ତ୍ତବ୍ୟ ସଂପାଦନ କ୍ଷେତ୍ରରେ କୋଭିଡ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିକୁ ଆଗଧାଡିର ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସରକାରୀ ନିୟମାବଳୀ ଅନୁଯାୟୀ ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଟିକା ଦେବା ପାଇଁ ଅଗ୍ରାଧିକାର ଦିଆଯାଉଥିବାବେଳେ ଉକ୍ତ ଯୋଜନାରେ ପଞ୍ଜୀକୃତ ହୋଇ ନ ଥିବା ଗଣମାଧମ ପ୍ରତିନିଧି ଏଥିରୁ ବାଦ ପଡିବା କେତେ ଦୂର ଠିକ୍, ଯାହାକି ଗଣମାଧ୍ୟମ ପ୍ରତିନିଧି ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ରାଜ୍ୟରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ୬୯୪୪ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ଥିବାବେଳେ ସେମାନଙ୍କ ପାଇଁ ଦୁଇ ଲକ୍ଷର ସ୍ୱାସ୍ଥ୍ୟ ବିମା ସାଙ୍ଗକୁ ମହାମାରୀ କରୋନା ଜନିତ ମୃତ୍ୟୁ ଘଟିଲେ ୧୫ ଲକ୍ଷ ଟଂକା କ୍ଷତିପୁରଣ ସହାୟତା ରାଶି ରହିଛି।

ମାତ୍ର ପ୍ରତି ମୁହୁର୍ତ୍ତରେ ନିଜ ଜୀବନକୁ ପାଣି ଛଡେଇ କାର୍ଯ୍ୟକରୁଥିବା ଗୋପବନ୍ଧୁ ଯୋଜନାରେ ପଞ୍ଜିକୃତ ନ ଥିବା ସାମ୍ବାଦିକଙ୍କୁ ମହାମାରୀ କରୋନା କାଳରେ ନିଜର ସୁରକ୍ଷା ପାଇଁ ଟିକାକରଣ ବ୍ୟବସ୍ଥା ନାହିଁ। ଏହି ପ୍ରତିବାଦରେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ‘ସାଳିଆ ପ୍ରେସ କ୍ଳବ’ର ସଭାପତି ଅଜିତ କୁମାର ସାହୁଙ୍କ ନେତୃତରେ ସମସ୍ତ କ୍ଳବ ସଦସ୍ୟ ବାଲୁଗାଁ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାବି ପତ୍ର ଦେବା ସହ ଯଥାଶୀଘ୍ର ସଂପୃକ୍ତ ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କୁ ଟିକା ଦିଆ ଯିବାର ବ୍ୟବସ୍ଥା କରାଯିବା ନେଇ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏଥି ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଲୋକ ସଂପର୍କ ଓ ସୂଚନା ବିଭାଗକୁ ଏଦିଗରେ ଗୁରୁତର ସହ ବିଚାର କରି ଚିଲିକା ନିର୍ବାଚନ ମଣ୍ଡଳୀ ଅଧିନରେ କାର୍ଯ୍ୟରତ ସମସ୍ତ ଗଣମାଧମ ପ୍ରତିନିଧିଙ୍କୁ ଯଥାଶୀଘ୍ର ଟିକା ଦେବା ପାଇଁ ଅନୁରୋଧ କରିଛନ୍ତି।ଏଥି ସହିତ ଏଭଳି ଭନାୟକ ସ୍ଥିତିରେ ଦୁନିଆକୁ ଦିଶା ଯୋଗାଉ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣ ଦେଖା ନ କରି ସେମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସେମାନଙ୍କୁ ସର୍ବପ୍ରଥମେ ଟୀକା କରଣ ଵ୍ୟଵସ୍ଥା କରାଯାଉ ବୋଲି ସର୍ବସମ୍ମତି ରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପରଲୋକରେ ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ର: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। କୋଭିଡ଼ରେ ଆକ୍ରାନ୍ତ ହୋଇ ସେ ଗତ ୨୨ ତାରିଖରୁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନ ୩ ଟା ୪୯ ମିନିଟରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଏନେଇ ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ୧୯୪୩ ମାର୍ଚ୍ଚ ୨୩ ତାରିଖରେ ରଘୁନାଥ ମହାପାତ୍ରଙ୍କ ଜନ୍ମଦିନ ଗ୍ରହଣ ହୋଇଥିଲା। ୨୦୧୩ ମସିହାରେ ରଘୁନାଥ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବାହାରିଲା କରୋନା ଔଷଧ, ଭାରତରେ ଜରୁରୀ ବ୍ୟବହାର ପାଇଁ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଅସ୍ବସ୍ଥିକର ଖବର। ଭାରତରେ ବାହାରିଲା କରୋନା ଭଲ ହେବାର ଔଷଧ। ଏହି ଔଷଧର ନାମ ରହିଛି 2DG ବା drug 2-deoxy-D-glucose। ଏହାକୁ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଭାରତ ଔଷଧ ମହାନିୟନ୍ତ୍ରକ ମଂଜୁରୀ ପ୍ରଦାନ କରିଛନ୍ତି।

ଏହି 2DG ଔଷଧ ଭାରତ ସାମରିକ ଗବେଷଣ ଏବଂ ବିକାଶ ପ୍ରତିଷ୍ଠାନ ବା DRDO ଅଧିନରେ ଥିବା Institute of Nuclear Medicine and Allied Sciences (INMAS) ଦ୍ବାରା ପ୍ରସ୍ତୁତ କରାଯାଇଛି ଏହି ସଂସ୍ଥା ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍ରଟୋରୀର ସହଯୋଗରେ ପ୍ରସ୍ତୁତ କରିଛି।

ତେବେ ଏହି ଔଷଧ କୌଣସି ବଟିକା ନୁହେଁ ବରଂ ପାଉଡର। ଏହି ପାଉଡରକୁ ପାଣିରେ ଗୋଳାଇ ପିଇଲେ କରୋନା ପଜେଟିଭି ନେଗେଟିଭ ହୋଇଯାଏ ବୋଲି ପରୀକ୍ଷା କରାଯାଇଛି। ପ୍ରଥମେ ଏହି ଔଷଧକୁ କ୍ଲିନିକାଲ ପରୀକ୍ଷା କରାଯାଇଥିଲା। ଦୁଇ ଥର ଏହି ପରୀକ୍ଷା କରିବା ପରେ ବେଶ ସଫଳତା ମିଳିଛି ବୋଲି ଜଣପଡିଛି।

2020 ମସିହା ଏପ୍ରିଲ ମାସରେ ଯେତେବେଳେ ଭାରତରେ କରୋନା ଭାଇରସ ଆତଙ୍କ ଖେଳାଇଥିଲା ସେତେବେଳେ ଏହି ଗବେଷଣ ସଂସ୍ଥା ଏହା ଉପରେ ଗବେଷଣା ଆରମ୍ଭ କରିଥିଲା। DRDO ସଂସ୍ଥା ହାଇଦ୍ରାବାଦର Centre for Cellular and Molecular Biology (CCMB) ସହାୟତାରେ ଏହାର ଗବେଷଣା ଆରମ୍ଭ କରାଯାଇଥିଲା।

ଗୋଟିଏ ମାସ ମଧ୍ୟରେ ଏହି ସଂସ୍ଥାଗୁଡିକର ମିଳିତ ଉଦ୍ୟମ ପରେ ଔଷଧ ବାହାରିଥିଲା। ଫଳରେ ଭାରତ ଔଷଧ ମହାନିୟନ୍ତ୍ରକ ମେ 2020 ମସିହାରେ ଏହାର କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ଦେଇଥିଲେ। ଏହାପରେ ଏହି 2-DG ଔଷଧକୁ ମେ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କ୍ଲିନିକାଲ ପରୀକ୍ଷା କରାଯାଇଥିଲା। କୋଭିଡ19 ଆକ୍ରାନ୍ତଙ୍କୁ ଏହି ଔଷଧ ପ୍ରୟୋଗ କରିବା ପରେ ବେଶ୍ ସଫଳତା ମିଳିଥିଲା। ଏହି ଆକ୍ରାନ୍ତମାନେ 2-DG ବ୍ୟବହାର କରିବା ପରେ ନେଗେଟିଭି ହୋଇଯାଇଥିଲେ।

ଫେଜ-2 ପରୀକ୍ଷା ସଫଳ ହେବା ପରେ ଭାରତ ଔଷଧ ମହାନିୟନ୍ତ୍ରକ ଫେଜ-3 ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏଥିରେ 220  ଆକ୍ରାନ୍ତଙ୍କୁ ଡିସେମ୍ବର 2020 ମସିହାଠାରୁ ମାର୍ଚ୍ଚ 2021 ମସିହା ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା।

ଏଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚମବଂଗ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁର ଆକ୍ରାନ୍ତଙ୍କୁ ପରୀକ୍ଷା ପାଇଁ ନିଆଯାଇଥିଲା। ଏହି ପରୀକ୍ଷାରେ ଆକ୍ରାନ୍ତମାନେ ସୁସ୍ଥ ହେବାର ପ୍ରମାଣିତ ହୋଇଥିଲା। ଏପରିକି ଆକ୍ରାନ୍ତଙ୍କ ଅକ୍ସିଜେନ ସ୍ତର ମଧ୍ୟ ଠିକ ହୋଇଯାଇଥିଲା।

ଏହା ଦେଖିବା ପରେ ଭାରତ ଔଷଧ ମହାନିୟନ୍ତକ ଏହି ଔଷଧକୁ ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସବୁଠାରୁ ବଡ କଥା ହେଲା ଯେ, ଏହି ଔଷଧ ପ୍ରସ୍ତୁତି ବେଶ ସରଳ ଏବଂ ଏହାର କଞ୍ଚାମାଲ ସହଜରେ ଉପଲବ୍ଧ। ଫଳରେ ଅଳ୍ପ ସମୟରେ ଏହାକୁ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରାଯାଇପାରିବ। ଏହା ବାହାରିବା ପରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଆସ୍ବସ୍ଥୀକର ପରିସ୍ଥିତି ସୃଷ୍ଟି କରିପାରିଛି।

( ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ପୂର୍ବ ସଂଗୃହିତ )

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବିଜେପି ନେତା ବୃନ୍ଦାବନ କଳସଙ୍କ ପରଲୋକ, ଦଳ ସଭାପତିଙ୍କ ଶୋକ

ଭୂବନେଶ୍ୱର, ଭାରତୀୟ ଜନତା ପାର୍ଟୀର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ଇଂ. ବୃନ୍ଦାବନ କଳସଙ୍କ ବିୟୋଗ ହୋଇଯାଇଛି। ଗତ କାଲି ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୯୦ ମସିହାରୁ ବିଜେପି ଦଳ ସହ ଜଡିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତୁଲାଇଥିଲେ ।

୧୯୯୫ ମସିହାରେ ଖୋର୍ଦ୍ଧା ବିଧାନସଭା ଏବଂ ୧୯୯୬ ମସିହାରେ ଭୂବନେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଦାୟୀତ୍ୱ ସହ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠ ଦାୟୀତ୍ୱରେ ବହୁ ଦିନ ଧରି ଥିଲେ ।

ଓସକାର୍ଡ ବ୍ୟାଂକ ସଭାପତି, ପୁରୀ ଗ୍ରାମ୍ୟ ବ୍ୟାଂକ ସଭାପତି ଭାବେ ନିଜ ଦାୟୀତ୍ୱ ତୁଲାଇଥିଲେ । ଗତ ୨୦୧୯ ମସିହାରେ ସ୍ୱର୍ଗତଃ କଳସଙ୍କୁ ରାଜ୍ୟସ୍ତରୀୟ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସ୍ୱର୍ଗତଃ କଳସଙ୍କ ଧର୍ମପତ୍ନୀ, ୩ ପୁଅ ଓ ବୋହୁ, ୧ ଝିଅ ଓ ଜ୍ୱାଇଁ, ନାତିନାତୁଣୀ ଅଛନ୍ତି ।

ଗତ ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ କଳସଙ୍କ ସହ ଫୋନ ଯୋଗେ କଥାବାର୍ତା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏ ସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟିରେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ରେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କରୋନା ସଙ୍କଟ: ଭାରତକୁ ବ୍ରିଟେନର ବଡ ସହାୟତା, ପଠାଇଲା ୧୦୦୦ ଭେଣ୍ଟିଲେଟର

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଲଢେଇ ପାଇଁ ଭାରତ ସହ ବ୍ରିଟେନ ହାତ ମିଶାଇଛି। ଭାରତର ଏହି ସମୟରେ ସଙ୍କଟମୋଚକ ଭାବେ ବ୍ରିଟେନ ଠିଆ ହୋଇଛି। ବ୍ରିଟେନ ଆଜି ଭାରତ ପାଇଁ ତିନୋଟି ଅକ୍ସିଜେନ ଜେନେରେଟର ଏବଂ ୧ ହଜାର ଭେଣ୍ଟିଲେଟର ପଠାଇଛି।

ତେବେ ପ୍ରତ୍ୟେକ ଜେନେରେଟରରେ ପ୍ରତି ମିନିଟ ୫୦୦ ଲିଟର ଅକ୍ସିଜେନ ଉତ୍ପାଦନ ହେବାର କ୍ଷମତା ରହିଛି। ଯାହା ଗୋଟିଏ ସମୟରେ ୫୦ ଜଣ ଲୋକଙ୍କୁ ଚିକିତ୍ସା କରାଯାଇପାରିବ।

ଏହାପରେ ବିଦେଶ ମନ୍ତ୍ରାଳୟ ବ୍ରିଟେନକୁ ଧନ୍ୟବାଦ ଦେବା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି କହିଛି।

Categories
ଆଜିର ଖବର ଜାତୀୟ ଖବର

ହିମନ୍ତ ବିଶ୍ଵଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସର୍ବାନନ୍ଦ ସୋନୱାଲ ଦେଲେ ପ୍ରସ୍ତାବ

ଗୌହାଟି: ଆସାମରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏକ ସପ୍ତାହ ଧରି ଚାଲିଥିବା ଦ୍ଵନ୍ଦ୍ଵ ଆଜି ଶେଷ ହୋଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ବିଜେପି ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଥମେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ପରେ ସମସ୍ତ ବିଧାୟକ ଏହା ଉପରେ ସହମତି ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ଆସାମର ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ତେବେ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦବୀ ମିଳିବା ନେଇ ଅନୁମାନ କରାଯାଉଛି।

Categories
ଫଟୋ ଖବର

ଲକ ଡାଉନ ସମୟରେ ଧାମନଗର ଏନଏସି ତରଫରୁ ବୁଲା ପଶୁଙ୍କୁ ଦିଆଯାଉଛି ଖାଦ୍ୟ

ଲକ ଡାଉନ ସମୟରେ ଧାମନଗର ଏନଏସି ତରଫରୁ ବୁଲା ପଶୁଙ୍କୁ ଦିଆଯାଉଛି ଖାଦ୍ୟ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୈନିକ ଯାତାୟତ କରୁଥିବା ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କରୋନା ପାଇଁ ବାତିଲ ହେଲା 6 ଟା ଟ୍ରେନ

ଭୁବନେଶ୍ବର,  ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୧୦ ଓ ୧୧ ତାରିଖ (ସୋମବାର ଓ ମଙ୍ଗଳବାର) ଦିନ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଲା –

୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେ

୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୫ ଟି ରାଜ୍ୟକୁ ୮୯୨୩.୮ କୋଟି ଘୋଷଣା କଲା କେନ୍ଦ୍ର: ଜାଣନ୍ତୁ ଓଡିଶା ପାଇଁ କେତେ ରହିଛି ଅନୁଦାନ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ୨୫ ଟି ରାଜ୍ୟକୁ କେନ୍ଦ୍ର ସରକାର ପକ୍ଷରୁ ଅନୁଦାନ ରାଶି ଘୋଷଣା କରାଯାଇଛି। ୨୫ ଟି ରାଜ୍ୟକୁ ମୋଟ ୮୯୨୩.୮ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। ଗ୍ରାମାଞ୍ଚଳରେ ଏହି ଅର୍ଥ ଖର୍ଚ୍ଚ ପାଇଁ କେନ୍ଦ୍ର ଘୋଷଣା କରିଛି।

ତେବେ ଉତ୍ତରପ୍ରଦେଶକୁ ସର୍ବାଧିକ ୧୪୪୧ କୋଟି ୬୦ ଲକ୍ଷ ଟଙ୍କା ଦେବା ଲାଗି କେନ୍ଦ୍ର ଘୋଷଣା କରିଥିବା ବେଳେ ବିହାର ପାଇଁ ୭୪୧ କୋଟି ୮୦ ଲକ୍ଷ, ପଶ୍ଚିମବଙ୍ଗ ପାଇଁ ୬୫୨ କୋଟି ୨୦ ଲକ୍ଷ, ଆନ୍ଧ୍ରକୁ ୩୮୭ କୋଟି ୯୦ ଲକ୍ଷ, ଓଡିଶା ପାଇଁ ୩୩୩ କୋଟି ୮୦ ଲକ୍ଷ ଟଙ୍କା, ଆସାମ ପାଇଁ ୨୩୭ କୋଟି ୨୦ ଲକ୍ଷ ଓ ଛତିଶଗଡକୁ ୨୧୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି।

Categories
ଆଜିର ଖବର ଜାତୀୟ ଖବର

ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ: ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଆରମ୍ଭ ହେଲା କଳ୍ପନା ଜଳ୍ପନା

ନୂଆଦିଲ୍ଲୀ: ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ନେଇ ଗତକାଲି ନୂଆଦିଲ୍ଲୀରେ ଆଲୋଚନା ଚାଲିଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୱାଲ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସେପଟେ ଆଜି ଆସାମର ବିଜେପି ବିଧାୟକ ଦଳର ବୈଠକ ବସୁଛି। ଏହି ବୈଠକରେ ବିଧାୟକ ଦଳ ନେତା ତଥା ଆଗାମୀ ମୁଖ୍ୟମନ୍ତ୍ରୀ ଚୟନ ହେବ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ଆସାମ ରାଜ୍ୟ ପ୍ରଭାରି ବୈଜୟନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତା ବିଏଲ ସନ୍ତୋଷ ଉପସ୍ଥିତ ରହିବେ।

ଉଲ୍ଲେଖ ଯୋଗ୍ୟ ଯେ, ହେମନ୍ତ ବିଶ୍ଵଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ସ୍ଵାମୀ-ସ୍ତ୍ରୀର ପରିଚୟ ଦେଇ ଥାନାରେ ପହଞ୍ଚିଲେ ପୋଲିସ ଅଧିକାରୀ: ତଦାରଖ କଲେ ଆଇନ ବ୍ୟବସ୍ଥା

ମୁମ୍ବାଇ: ଗତ କିଛି ଦିନ ହେଲା କର୍ମଚାରୀଙ୍କ କାର୍ଯ୍ୟକଳାପ ପାଇଁ ମହାରାଷ୍ଟ୍ର ପୋଲିସ ପ୍ରଶାସନର ଛବି ଖରାପ ହେବାରେ ଲାଗିଛି। କିନ୍ତୁ ଏହାକୁ ଦେଖି ଆଉ କିଛି ଅଧିକାରୀ ପୋଲିସର ଛବି ବଦଳାଇବା ପାଇଁ ଲାଗିପଡିଛନ୍ତି। ଲୋକମାନଙ୍କ ପ୍ରତି ପୋଲିସର କର୍ତ୍ତବ୍ୟ ଏବଂ ଦାୟିତ୍ଵାଧୀନତା ତଦାରଖ କରିବା ପାଇଁ କିଛି ଅଧିକାରୀ ଅଭିନବ ପ୍ରୟାସ କରିଛନ୍ତି। କିଛି ପୋଲିସ ଅଧିକାରୀ ନିଜର ବେଶ ବଦଳାଇ ବିଭିନ୍ନ ଥାନା ତଦାରଖ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱଡ଼ ପୋଲିସ କମିଶନର କୃଷ୍ଣ ପ୍ରକାଶ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ମହିଳା ଆରକ୍ଷୀ ଅଧିକ୍ଷକଙ୍କ ସହ ମିଶି ପୋଲିସ କମିଶନର ପ୍ରକାଶ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇ ବିଭିନ୍ନ ଥାନାକୁ ଯାଇ କିଛି ଅଭିଯୋଗ କରିଥିଲେ।

ଏହି ସମୟରେ ସମ୍ପୃକ୍ତ ଥାନାର ପୋଲିସକର୍ମୀମାନଙ୍କ କାର୍ଯ୍ୟକଳାପକୁ ପରଖି ଥିଲେ। ଏହା ସହ ସହରର ଆଇନ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। କମିଶନର କୃଷ୍ଣ ପ୍ରକାଶ କୁର୍ତ୍ତା ଏବଂ ଜିନ୍ସ ପ୍ୟାଣ୍ଟ ସାଥିରେ ଦାଢି କରି ନିଜ ବେଶ ବଦଳାଇଥିଲେ। ସେ ନିଜକୁ ଜମାଲ କମାଲ ଖାନ ନାଁରେ ନିଜକୁ ପରିଚୟ ଦେଇଥିଲେ।

ତେବେ କମିଶନର ପ୍ରକାଶ ତିନୋଟି ଥାନାରେ ମହିଳା ଆରକ୍ଷୀଙ୍କୁ ନିଜର ପତ୍ନୀର ପରିଚୟ ଦେଇ ଭିନ୍ନ ଭିନ୍ନ ଲିଖିତ ଅଭିଯୋଗ କରିଥିଲେ। ଗୋଟିଏ ଥାନାରେ ମାରପିଟ ଅଭିଯୋଗ କରିଥିବା ବେଳେ ଆଉ ଗୋଟିଏ ଥାନାରେ ସୁନା ଚେନ ସ୍ନେଚିଙ୍ଗ ଏବଂ ତୃତୀୟ ଥାନାରେ ଆମ୍ବୁଲାନ୍ସ ଡ୍ରାଇଭର ଦ୍ଵାରା ଅଧିକ ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ପୋଲିସ କମିଶନର ପ୍ରକାଶ କେତେଜଣ ପୋଲିସ କର୍ମୀଙ୍କ କର୍ତ୍ତବ୍ୟର ଅବହେଳା କରିଥିବା ଦେଖିବାକୁ ପାଇଥିଲେ। ତେଣୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ପ୍ରକାଶ କହିଛନ୍ତି।

Categories
ଫଟୋ ଖବର

ଆଜି ମାତୃଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା, କରୋନା ଯୋଦ୍ଧାଙ୍କୁ ସଲାମ

ଆଜି ମାତୃଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, କରୋନା ଯୋଦ୍ଧାଙ୍କୁ ସଲାମ

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୧୮୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୮୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବଲାଙ୍ଗୀରି, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡା, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୯ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୩ ହଜାର ୨୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୮୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୩ ହଜାର ୭୩୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୩୬ ହଜାର ୬୪୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୬୩୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୯ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୩ ହଜାର ୨୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୬୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୬୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୬୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୪୩ ଜଣ, ଅନୁଗୁଳ ଜିଲ୍ଲାରୁ ୫୫୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୦୧ ଜଣ, ବରଗଡ ଜିଲ୍ଲାରୁ ୪୪୩ ଜଣ, ଭଦ୍ରକ ଜିଲ୍ଲାରୁ ୧୦୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୧୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୭୯ ଜଣ, କଟକ ଜିଲ୍ଲାରୁ ୮୮୭ ଜଣ, ଦେବଗଡ ଜିଲ୍ଲାରୁ ୧୩୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୬ ଜଣ, ଗଜପତି ଜିଲ୍ଲାରୁ ୧୦୧ ଜଣ, ଗଞ୍ଜାମ ଜିଲ୍ଲାରୁ ୨୬୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ ଜଣ, ଯାଜପୁର ଜିଲ୍ଲାରୁ ୨୯୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୪୫୬ ଜଣ, କଳାହାଣ୍ଡିରୁ ୪୬୯ ଜଣ, କନ୍ଧମାଳ ଜିଲ୍ଲାରୁ ୭୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୩ ଜଣ, କୋରାପୁଟ ଜିଲ୍ଲାରୁ ୧୨୭ ଜଣ, ମାଲକାନାଗିରି ଜିଲ୍ଲାରୁ ୭୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୭୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୬ ଜଣ, ନୟାଗଡ ଜିଲ୍ଲାରୁ ୨୫୩ ଜଣ, ନୂଆପଡା ଜିଲ୍ଲାରୁ ୩୨୪ ଜଣ, ପୁରୀ ଜିଲ୍ଲାରୁ ୪୩୪ ଜଣ, ରାୟଗଡା ଜିଲ୍ଲାରୁ ୧୫୮ ଜଣ, ସମ୍ବଲପୁର ଜିଲ୍ଲାରୁ ୬୪୧ ଜଣ, ସୋନପୁର ଜିଲ୍ଲାରୁ ୧୪୯ ଜଣ ଏବଂ ଷ୍ଟେଟ ପୁଲରୁ ୨୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ଏହି କାମ କଲେ ମା ଲକ୍ଷ୍ମୀ କ୍ରୋଧରେ ଘର ଛାଡି ଚାଲିଯାଆନ୍ତି, ଲୋକ ହୁଏ ଭିକାରୀ

ଭୁବନେଶ୍ବର, ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ ଏବଂ କୁହାଯାଏ ଯେ ସେ ଏକ ଖେଳାଳୀ ପ୍ରକୃତିର। କାରଣ ସେ କେତେବେଳେ କାହା ପାଖରେ ଛିଡା ହୁଅନ୍ତି ତ କାହା ପାଖରେ ନାହିଁ । ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର ଆର୍ଶିବାଦ ଅଛି, ତାଙ୍କ ଜୀବନରେ କୌଣସି ଜିନିଷର ଅଭାବ କେବେ ହୁଏ ନାହିଁ ।

ମାତାଙ୍କ ଆଶୀର୍ବାଦରେ ଜଣେ ଭିକାରୀ ରାଜା ହୋଇଯାଏ। ଯାହାଙ୍କ ଉପରେ ମାତା କ୍ରୋଧ କରନ୍ତି ତାଙ୍କୁ ଭିକାରୀ କରି ଦିଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଜିନିଷ ଅଛି ଯାହା କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ସବୁଦିନ ପାଇଁ ଘରୁ ବାହାରି ଯାଆନ୍ତି । ମାତା ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇଁ କେଉଁ କାମ କରିବା ଉଚିତ ଏବଂ କେଉଁଟି ଆମେ କରିବା ଉଚିତ୍ ନୁହେଁ ସେ ବିଷୟରେ ଆସନ୍ତୁ ଜାଣିବା ।

1-କିଛି ଲୋକ ରାତିରେ ନିଜ ରୋଷେଇ ଘରେ ଅଇଣ୍ଠା ବାସନକୁ ଛାଡିଥା’ନ୍ତି । ଏହା କରନ୍ତୁ ନାହିଁ । ରାତିରେ ରୋଷେଇ ଘରେ ଅଇଣ୍ଠା ବାସନକୁସନ ରଖିଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି।

2-ଏଥି ସହିତ, ଖାଦ୍ୟକୁ ଅସମ୍ମାନ କରୁଥିବା ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ବହୁତ ରାଗନ୍ତି। ମାତା ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ ଯେଉଁଠାରେ ବୟୌଜେଷ୍ଠ ଏବଂ ଗୁରୁମାନଙ୍କୁ ସମ୍ମାନ ଦିଆଯାଏ ନାହିଁ କିମ୍ବା ଘରର ମହିଳାମାନଙ୍କୁ ମଧ୍ୟ ସମ୍ମାନ ଦିଆଯାଏ ନାହିଁ । ଏହିପରି ଲୋକଙ୍କ ଜୀବନ ଅସୁବିଧାରେ ଗତି କରେ ।

3-କୌଣସି ଘରର ଦୁଆରୁ ଗାଈ, କୁକୁର କିମ୍ବା ଭିକାରୀ କେବେ ଭୋକିଲା ରହିବା ଉଚିତ୍ ନୁହେଁ। ଯିଏ ଏହା କରେ, ତା’ର ସମଗ୍ର ଜୀବନକୁ ଅସୁବିଧାରେ ବିତାଇବାକୁ ପଡିବ ।

4-ଘରଗୁଡ଼ିକର ପରିଷ୍କାରତା ସବୁବେଳେ ସୂର୍ଯ୍ୟୋଦୟ ପୂର୍ବରୁ କରାଯିବା ଉଚିତ୍ । ଆହୁରି ମଧ୍ୟ, ଘରର ମୁଖ୍ୟ ପ୍ରବେଶ ପଥରେ କଦାପି ମଇଳା ଜମା କରିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ମାତା ଲକ୍ଷ୍ମୀ ଏହା କରି ବିରକ୍ତ ହୁଅନ୍ତି ।

5-କେତେକ ଘରେ, ଟ୍ୟାପରୁ ଲଗାତାର ପାଣି ଗଳିବାରେ ସମସ୍ୟା ଦେଖାଦେଇଥାଏ । ଟ୍ୟାପ ବନ୍ଧଥିବା ବେଳେ ପାଣି ଝରିଲେ ମା ଲକ୍ଷ୍ମୀ କ୍ରୋଧ କରନ୍ତି। ଏପରିକି ମାତା ଲକ୍ଷ୍ମୀଙ୍କ ପ୍ରଭୁ ହରି ବିଷ୍ଣୁ ମଧ୍ୟ ପାଣିରେ ରୁହନ୍ତି, ତେଣୁ ମାତା ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ ଯେଉଁଠାରେ ଟ୍ୟାପରୁ ପାଣି ଝରିଯାଏ।

6-ସନାତନ ଧର୍ମର ଏହା ଏକ ପରମ୍ପରା ରହିଛି ଅତିଥୀ ସତ୍କାର। ଏପରି ପରିସ୍ଥିତିରେ, ଯଦି କୈଣସି ଘରେ ଅତିଥିମାନଙ୍କୁ ଅପମାନ କରାଯାଏ, ତେବେ ମାତା ଲକ୍ଷ୍ମୀ ତାଙ୍କ ଘରେ ରହନ୍ତି ନାହିଁ ।

7-ମାତା ଲକ୍ଷ୍ମୀ ଆଲୋକକୁ ଭଲ ପାଆନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ରହୁଥିବା ସ୍ଥାନରେ ପର୍ଯ୍ୟାପ୍ତ ଆଲୋକ ପାଇବାକୁ ଚେଷ୍ଟା କରିବା ଉଚିତ୍ । ଘରେ ଅନ୍ଧକାର ହେତୁ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯଦି ଆପଣଙ୍କର ଘର ଏପରି ଏକ ସ୍ଥାନରେ ନିର୍ମିତ ହୋଇଛି ଯେଉଁଠାରେ ପ୍ରାକୃତିକ ଆଲୋକ ସଠିକ୍ ଭାବରେ ଘରେ ପହଞ୍ଚେ ନାହିଁ, ତେବେ ସୂର୍ଯ୍ୟାଲୋକ ଘରେ ପଡିବା ପାଇଁ ଚେଷ୍ଟା କରିବା ଉଚିତ।

Categories
ଧର୍ମ ବିଶେଷ ଖବର

ଆଜି ମେ 9 ତାରିଖ ରବିବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି ।

ମିଥୁନ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ। ଶତ୍ରୁମାନେ ଜିତିବେ।

କର୍କଟ ରାଶିଫଳ-ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ । ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

ସିଂହ ରାଶିଫଳ-ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ। ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଟଙ୍କା ଅଯୋଗ୍ୟ ହେବ ।

କନ୍ୟା ରାଶିଫଳ-ଆଜି ଏକ ଖୁସିର ଦିନ ହେବ । ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ । ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ । ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ । ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

ତୂଳା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ।

ବିଛା ରାଶିଫଳ-ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ।

ଧନୁ ରାଶିଫଳ-ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ। ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ। ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ।

ମକର ରାଶିଫଳ-ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ। ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ। କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ। ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ ।

କୁମ୍ଭ ରାଶିଫଳ-ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ ।

ମୀନ ରାଶିଫଳ-ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ । ଆପଣ ବୁଲିବାକୁ ଯୋଜନା କରିପାରିବେ ।