Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୨ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୩ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୦୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୯୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକରେ ଗୋପବନ୍ଧୁଙ୍କ ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

କଟକ, ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ମାନବତାର ପ୍ରତିମୂର୍ତ୍ତୀ ବା Statue of Humanity ନାମରେ ନାମିତ କରାଯାଇଛି । ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି । ଦୀନ, ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର‌୍ୟ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ତେଣୁ ସେ ଥିଲେ ମାନବତାର ମହାନ ଉଦ୍‌ଗାତା । ଗୋପବନ୍ଧୁଙ୍କ ମୂର୍ତ୍ତୀ ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି । ମହାତ୍ମା ଗାନ୍ଧୀ ତାଙ୍କର ଓଡିଶା ଗସ୍ତର ପ୍ରଥମ ପର୍ଯ୍ୟାୟରେ କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ମହାତ୍ମାଙ୍କ ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡିର ବେଲ ଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳାର (High Relief Mural Sculpture) ଲୋକାର୍ପଣ ମଧ୍ୟ କରିଛନ୍ତି । ଏଥିରେ ଗାନ୍ଧୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି ।

ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ବକୁ ଭାରତର ଶ୍ରେଷ୍ଠ ଅବଦାନ। ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ବକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି ।

ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ। ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର‌୍ୟ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଏହି କାର‌୍ୟ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମନ୍ତ୍ରୀ ପ୍ରତାପ ଜେନା ଏମ୍ ପି ଶ୍ରୀ ଭତୃହରି ମହତାବ ଏମ୍ ପି ସୁବାସ ସିଂହ କଟକ ଜିଲ୍ଲାର ବିଧାୟକଗଣ ସମାଜ ଅନୁଷ୍ଠାନର କର୍ମକର୍ତା ମାନେ ଊପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଡ଼କ୍ଟର ଉପାଧିରେ ସମ୍ମାନିତ ହେଲେ ଚାନ୍ଦବାଲି ବିଧାୟକ ଡ଼.ବ୍ୟମୋକେଶ ରାୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ ତମ ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ପ୍ରଫେସର ସୁଧାକର ପଣ୍ଡା (ଏନ.ଆଇ.ଏସ.ଇ.ଆର ଅଧ୍ୟକ୍ଷ), ଅଭୟ କୁମାର ନାୟକ (ରେଜିଷ୍ଟାର,ଉତ୍କଳ ବିଶ୍ୱବିଦ୍ୟାଳୟ), ସରତ କୁମାର ମାଝି (ପରୀକ୍ଷା ନିୟନ୍ତ୍ରକ,ଉତ୍କଳ ବିଶ୍ୱବିଦ୍ୟାଳୟ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପରୀକ୍ଷାରେ ଉତ୍ତମ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ୨୦୧୭-୨୦୧୯ ବର୍ଷର ପ୍ରତିଟି ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ ଉପାଧି ପ୍ରଦାନ କରାଯାଇଥିଲା।

ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼.ବ୍ୟମୋକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡ଼କ୍ଟର ଅଫ ଫିଲୋସୋଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା।

ଶେଷରେ ଏହି ସମ୍ମାନରେ ସମ୍ମାନିତ ହୋଇ ଖୁସି ହେବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ଅବଦାନ ଓ ଗାରିମା ବିଷୟରେ ମତବ୍ୟକ୍ତ କରିଥିଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବାବେଳେ ଚାରି ଜଣ ଦୁର୍ବୁତ୍ତଙ୍କୁ ବାନ୍ଧିଲା ବାଲୁଗାଁ ବନ ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)।  ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ସନ୍ତୋଷ ପଟ୍ଟନାୟକ, ଇତିଶ୍ରୀ ଲେଙ୍କା, ସର୍ବେଶ୍ୱର ପ୍ରଧାନ, ସ୍ଥାନୀୟ ଗ୍ରାମବାସୀ ଏବଂ ଅର୍ଦ୍ଧ ସାମରିକ ଯବାନମାନେ ଆଦି ସାମିଲ ଥିଲେ।

ତେବେ ଏଭଳି ଘଟଣା ବାଲୁଗାଁ ବନଖଣ୍ଡ ଅଞ୍ଚଳରେ ବଢୁଥିବା ବେଳେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ପ୍ରମାଣିତ ହେଉଛି। ତେଣୁ ଏହାକୁ ଗୁରୁତର ସହ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ-୫ ଖେଳାଳି: ଜାଣନ୍ତୁ ଏହି ତାଲିକାରେ କେତେଜଣ ଭାରତୀୟ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ଆରମ୍ଭ ହେବାଠାରୁ ଏହି ଖେଳ ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ଏହି ଛୋଟ ଫର୍ମାଟରେ ବ୍ୟାଟ୍ସମ୍ୟାନ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ପ୍ରୟାସ କରିଥାନ୍ତି। ଯାହାଦ୍ୱାରା ଏହି ଖେଳରେ ପ୍ରଚୁର ଚୌକା ଏବଂ ଛକା ଦେଖିବାକୁ ମିଳିଥାଏ।

ତାହେଲେ ଆସନ୍ତୁ ଜାଣିବା ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ-୫ ଖେଳାଳିଙ୍କ ନାମ:

୧- କ୍ରିସ ଗେଲ- ୧୨୫ ଟି ମ୍ୟାଚ ଖେଳି ୩୨୬ ଟି ଛକା ଏବଂ ୬ ଟି ଶତକ

୨- ଏବି ଡିବିଲିୟର୍ସ- ୧୫୪ ଟି ମ୍ୟାଚରେ ୨୧୨ ଟି ଛକା

୩- ଏମଏସ ଧୋନୀ- ୧୯୦ ମ୍ୟାଚରେ ୨୦୯ ଛକା

୪- ରୋହିତ ଶର୍ମା- ୧୯୪ ଟି ଛକା

୫- ସୁରେଶ ରାଇନା- ୧୯୩ ମ୍ୟାଚରେ ୧୯୪ ଛକା

Categories
ଆଜିର ଖବର ରାଜ୍ୟ ଖବର

ସରପଞ୍ଚ ସୌମ୍ୟରଞ୍ଜନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ନୟାଗଡ ପରୀ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ଥିଲେ

ନୟାଗଡ: ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟ ଉପ-ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଲାଗି ଦାବି ପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତରେ ୧୫ ଜଣ ୱାର୍ଡଙ୍କ ମଧ୍ୟରୁ ୧୩ ଜଣ ୱାର୍ଡ ଦସ୍ତଖତ କରିଥିବା ସୂଚନା ମିଳିଛି। ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବ। ଏନେଇ ଉପ-ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପରି ମୃତ୍ୟୁ ଘଟଣାରେ ସୌମ୍ୟରଞ୍ଜନ ଚର୍ଚ୍ଚାକୁ ଆସିଥିଲେ। ସୌମ୍ୟରଞ୍ଜନଙ୍କୁ ପରୀ ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁ ଧମକ ଦେଇଥିବା ଏକ ଅଡ଼ିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୩୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୫ ଟି ଜିଲ୍ଲାରୁ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧାଜିଲ୍ଲାରୁ ୭୦ ଜଣ, ଅନୁଗୁଳ ଜିଲ୍ଲାରୁ ୨୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୩୪ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୦ ଜଣ, କଟକ ଜିଲ୍ଲାରୁ ୨୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଜିଲ୍ଲାରୁ ୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ ଜଣ,କେନ୍ଦ୍ରପଡା ଜିଲ୍ଲାରୁ ୨ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ ୧୨ ଜଣ, ରାୟଗଡା ଜିଲ୍ଲାରୁ ୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୧ ଜଣ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମତଦାନ: ବିଜେପି ମହିଳା ଏଜେଣ୍ଟଙ୍କୁ ଆକ୍ରମଣ, ପୋଲିସ ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ

କଲିକତା: ପଶ୍ଚିମବଙ୍ଗ ଏବଂ ଆସାମରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଜାରି ରହିଛି। ପଶ୍ଚିମବଙ୍ଗର ୩୦ ଟି ଆସନ ଏବଂ ଆସାମର ୩୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଜି ସକାଳୁ ସକାଳୁ କେତେକ ବୁଥରେ ଇଭିଏମ ସମସ୍ୟାକୁ ନେଇ ମାରପିଟ ଖବର ଆସିଛି। ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପରସ୍ପର ଉପରେ ଭୋଟରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି।

ଏହା ଭିତରେ ପଶ୍ଚିମ ମିଦନାପୁରରେ ବିଜେପିର ତନ୍ମୟ ଘୋଷଙ୍କ କାର ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବିଜେପିର ଏକ ମହିଳା ଏଜେଣ୍ଟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ଉପରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅଭିନେତ୍ରୀ ତଥା ବିଜେପିର ଚଣ୍ଡିଗଡ ସାଂସଦ କିରଣ ଖେର ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପିର ଚଣ୍ଡିଗଡ ସାଂସଦ କିରଣ ଖେର ମଲ୍ଟିପଲ ମାଇଲୋମା ରୋଗରେ ପୀଡିତ ଅଛନ୍ତି। ଯାହାକୁ ଏକ ପ୍ରକାର ବ୍ଲଡ଼ କ୍ୟାନ୍ସର ବୋଲି କୁହାଯାଏ।

ବର୍ତ୍ତମାନ ସେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ଗତବର୍ଷ ନଭେମ୍ବର ୧୧ ତାରିକାରେ ଚାଣ୍ଡୀଗଡରେ ତାଙ୍କ ହାତ ଫ୍ୟାକ୍ଚର ହୋଇଥିଲା। ଚଣ୍ଡିଗଡରେ ଚିକିତ୍ସିତ ହୋଇଥିବା ବେଳେ କିରଣଙ୍କଠାରେ ମଲ୍ଟିପଲ ମାଇଲୋମାର ପ୍ରାଥମିକ ଲକ୍ଷଣ ଦେଖାଦେଇଥିଲା। ତାପରେ ତାଙ୍କୁ ଡିସେମ୍ବର ୪ ତାରିଖ ୨୦୨୦ରେ ମୁମ୍ବାଇରେ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥିଲା। ସେହିଦିନ ଠାରୁ ତାଙ୍କର ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଚଳିତ ବର୍ଷର ଦାଦା ସାହେବ ଫାଲକେ ଆୱାର୍ଡ

ନୂଆଦିଲ୍ଲୀ: ରଜନୀକାନ୍ତଙ୍କୁ ଚଳିତ ବର୍ଷର ଦାଦା ସାହେବ ଫାଲକେ ଆୱାର୍ଡ ମିଳିବ। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ରାଜନୀକାନ୍ତଙ୍କୁ ଏହି ସମ୍ମାନ ମିଳିବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ତାମିଲ ସୁପରଷ୍ଟାର ଦୀର୍ଘ ୫୦ ବର୍ଷ ଧରି ଚଳଚ୍ଚିତ୍ର ଜଗତରେ ନିଜର ଅବଦାନ ଦେଇଛନ୍ତି। ରଜନୀକାନ୍ତ ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ପ୍ରସିଦ୍ଧ ଲାଭ କରିଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସେ ଜଣେ ଆକ୍ସନ ହିରୋ ଭାବେ ପରିଚିତ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୨ ହଜାର ୩୩୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୫୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୨ ଲକ୍ଷ ୨୧ ହଜାର ୬୬୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୮୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୮୪ ହଜାର ୫୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଫଟୋ ଖବର

ଉତ୍କଳ ଦିବସ ଉପଲକ୍ଷେ ସଜେଇ ହୋଇଛି କମିଶନରେଏଟ ପୋଲିସ ଅଫିସ

ଉତ୍କଳ ଦିବସ ଉପଲକ୍ଷେ ସଜେଇ ହୋଇଛି କମିଶନରେଏଟ ପୋଲିସ ଅଫିସ

Categories
ଫଟୋ ଖବର

ଉତ୍କଳ ଦିବସ ଉପଲକ୍ଷେ ସଜେଇ ହୋଇଛି ଭୁବନେଶ୍ବରର ଜୟଦେବ ଭବନ

ଉତ୍କଳ ଦିବସ ଉପଲକ୍ଷେ ସଜେଇ ହୋଇଛି ଭୁବନେଶ୍ବରର ଜୟଦେବ ଭବନ

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର

ଆଜି 21ଟି ଜିଲ୍ଲାରେ ପ୍ରବଳ ଗରମ, ପାଣିପାଗ ବିଭାଗ ତରଫରୁ କରାଗଲା ସତର୍କ

ଭୁବନେଶ୍ବର, ଆଜି ରାଜ୍ୟର 21 ଜିଲ୍ଲାରେ ପ୍ରବାଳ ଖରା ଅନୁଭୂତ ହେବ। ସେଥିପାଇଁ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛନ୍ତି। ଏହି ଜିଲ୍ଲାଗୁଡିକ ପାଇଁ ୱେଲୋ ୱାର୍ଣ୍ଣି ଦିଆଯାଇଛି। ଗତକାଲି ରାଜ୍ୟରେ ପ୍ରବଳ ଉତ୍ତାପ ଅନୁଭୂତ ହୋଇଥିଲା। ଭୁବନେଶ୍ବରରେ ସର୍ବାଧିକ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ହେଲା ସବୁଠୁ ଉତ୍ତପ୍ତ ସହର, ଗତକାଲି ରେକର୍ଡ ଭାଙ୍ଗିଲା ତାତି

ଭୁବନେଶ୍ବର, ଭୁବନେଶ୍ବରର ବର୍ତ୍ତମାନ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଗତକାଲି ଯେପରି ତାତି ରହିଥିଲା ତାହା କେବେ ବି ହୋଇ ନ ଥିଲା। ତେବେ ଭାରତରେ ନୁହେଁ ବିଶ୍ବରେ କେଉଁଠି ବି ଏପରି ତାତି ଅନୁଭୂତ ହୋଇ ନ ଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ଭୁବନେଶ୍ବର ତାପମାତ୍ର ଥିଲା 44.2 ଡିଗ୍ରୀ ସେଲସିୟସ। ଏହା ଏକ ରେକର୍ଡ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ପୂର୍ବରୁ 2016 ମସିହା ମାର୍ଚ୍ଚ 21 ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଇଥିଲା। ସେଦିନ ରାଜଧାନୀର ତାପମାତ୍ରା ଥିଲା 42.2 ଡିଗ୍ରୀ ସେଲସିୟସ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତିରେ ରହିଛି କେଉଁ କାମ କେତେ ଜଣ କଲେ ମିଳିବ ସଫଳତା

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ କାମ କେତେ ଲୋକଙ୍କୁ ନେଇ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଯଦି ଆପଣ ଧ୍ୟାନ କରିବାକୁ ଚାହୁଁଛନ୍ତି ତେବେ ଏକାକୀ କରନ୍ତୁ। ଆପଣ ଯଦି ବିଦ୍ୟା ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣ ମିଶି କରନ୍ତୁ।କାରଣ କାହାର ଅବୁଝା ରହିଲେ ଅନ୍ୟକୁ ପଚାରି ପାରିବ।

ହେଲେ ଯଦି ଆପଣ ସଂଗୀତ ସାଧାନ କରିବାକୁ ଚାହୁଁଛନ୍ତି ତେବେ ତିନିଜଣ ଭଲ। କାରଣ ଜଣେ ଗାୟକ, ଜଣେ ବାୟକ ଆଉ ଜଣେ ପାଳିଆର ଆବଶ୍ୟକତା ଥାଏ। ସେହିପରି ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହୃୁଁଛନ୍ତି ତେବେ ଚାରି ଜଣିଆ ହୋଇ ଯାଆନ୍ତୁ। କିନ୍ତୁ କୃଷି କର୍ମରେ ପାଞ୍ଚଜଣଙ୍କର ଆବଶ୍ୟକତା ରହିଛି। ହେଲେ ଯୁଦ୍ଧ ପାଇଁ ଅସଂଖ୍ୟ ଲୋକଙ୍କର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଧର୍ମ ବିଶେଷ ଖବର

ରାଶିଫଳ: ଆଜି ଏପ୍ରିଲ 1 ତାରିଖ ଗୁରୁବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ ।

ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ । ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ ।

ମିଥୁନ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ ଏବଂ କଠିନ ପରିଶ୍ରମ କ୍ଷେତ୍ରରେ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ମନ ଅନୁଯାୟୀ ସଫଳତା ନ ପାଇବା ମାନସିକ ଚାପ ସୃଷ୍ଟି କରିପାରେ । ପରିବାରରେ ବିବାଦ ଦେଖାଦେଇପାରେ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ସେମାନେ କଠିନ ପରିଶ୍ରମର ଭଲ ଫଳାଫଳ ପାଇପାରିବେ । ବେକାରମାନେ ରୋଜଗାରର ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ସାମାନ୍ୟ ହାଲକା ହେବ । ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅଧିକ କାର୍ଯ୍ୟ ଭାର ମାନସିକ ରୋଗର କାରଣ ହୋଇପାରେ । ପିଲାମାନଙ୍କୁ ନେଇ ଚିନ୍ତିତ ହେବେ । ସରକାରୀ କାର୍ଯ୍ୟକୁ ସହଜରେ ମୁକାବିଲା କରାଯିବ ।

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଲାଭ ହେବ । ହଠାତ୍ ଲାଭ ମିଳୁଛି । କାର୍ଯ୍ୟ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ ହେବ ଏବଂ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ପରିବାରରେ ଭିନ୍ନତା ହେବାର ସମ୍ଭାବନା ରହିବ । ଆର୍ଥିକ ଲାଭ ପାଇବା ସମ୍ଭାବନା ରହିବ । ବନ୍ଦ ହୋଇଥିବା କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ, ଆପଣ ସମସ୍ତ କାର୍ଯ୍ୟକୁ ଭଲ ଭାବରେ କରିବାକୁ ସମର୍ଥ ହେବେ । ପାରିବାରିକ ପରିବେଶ ଭଲ ରହିବ । ସମ୍ପର୍କୀୟଙ୍କ ଯୋଗୁଁ ଚାପ ସୃଷ୍ଟି ହୋଇପାରେ । ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରିବେ ଏବଂ ମନ୍ତ୍ର-ତନ୍ତ୍ର ପ୍ରତି ଆଗ୍ରହ ବଢିବ । ବିବାହିତ ଜୀବନ ଭଲ ହେବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ହେବ ନାହିଁ । ଖାଦ୍ୟ ଏବଂ ଭ୍ରମଣ ସମୟରେ ଯତ୍ନ ନିଅ ।

ସିଂହ: – ଆଜି ସାଧାରଣ ଦିନ ହେବ । କ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ ଯେ କୈଣସି ପ୍ରସଙ୍ଗରେ ସମସ୍ୟା ଉପୁଜିପାରେ, ତେଣୁ ଚାକିରୀ ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବିବାଦ ମଧ୍ୟ ହୋଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ । କଠିନ ପରିଶ୍ରମ ଦ୍ୱାରା ଆପଣ ସଫଳତା ପାଇବେ ଏବଂ ଲାଭ ପାଇବେ । ପାରିବାରିକ ପରିବେଶ ଭଲ ରହିବ । ଜୀବନସାଥୀ ସହିତ ସମ୍ପର୍କ ଦୃଢ ହେବ । ମୈସୁମୀ ରୋଗ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ।

କନ୍ୟା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । କଣ୍ଟିଜେଣ୍ଟ୍ ଲାଭର ଏକ ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ଆମେ ନୂତନ ଯୋଜନା ପ୍ରସ୍ତୁତ କରିବୁ, କିନ୍ତୁ ଅବହେଳାକୁ ଏଡାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ହାତଛଡ଼ା ହୋଇପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ । ଅତ୍ୟଧିକ କ୍ରୋଧ ହେବ । ପାରିବାରିକ ପରିବେଶ ଭଲ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବ। ଲୁଣ୍ଠନ ମାମଲା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ।

ତୂଳା: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ବିପଦପୂର୍ଣ୍ଣ କାରବାରରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଅଧିକ ଚାପ ହେବ । କଠିନ ପରିଶ୍ରମ ଦ୍ୱାରା ବନ୍ଦ ହୋଇଯାଇଥିବା କାର୍ଯ୍ୟ ଅଗ୍ରଗତି ହେବ । ସହଯୋଗୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । ଚିନ୍ତା ନକରି କାରବାର ଏବଂ କୈଣସି ନିଷ୍ପତ୍ତି ଗ୍ରହଣକୁ ଏଡାଇ ଦିଆଯିବ, ନଚେତ୍ ଆପଣ ଅସୁବିଧାରେ ପଡ଼ିବେ । ଅତ୍ୟଧିକ କ୍ରୋଧ ହେବ, ଯେଉଁ କାରଣରୁ ପରିବାରରେ ମତଭେଦ ହୋଇପାରେ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ କଷ୍ଟକର ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅ ।

ବିଛା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟିକ ଅସୁବିଧା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ଲାଭର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭ କାରବାର ମଧ୍ୟ ହୋଇପାରେ । ଯଦି ଆପଣ ଆପଣଙ୍କର ମନୋଭାବ ଏବଂ ଆଚରଣକୁ ସକାରାତ୍ମକ ରଖନ୍ତି, ତେବେ ସମ୍ପର୍କ ମଜବୁତ ହେବ । ବେକାରମାନେ ଚାକିରି ପାଇପାରନ୍ତି । କାର୍ଯ୍ୟାଳୟରେ ବିବାଦ ହେବାର ସମ୍ଭାବନା ରହିବ । ଖର୍ଚ୍ଚ ଅଧିକ ହୋଇପାରେ । ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ ।

ଧନୁ: – ଆଜି ଏକ ଭଲ ଦିନ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭ ହେବାର ସମ୍ଭାବନା ମଧ୍ୟ ରହିବ । ବିନିଯୋଗ ଲାଭବାନ ହେବ । କାର୍ଯ୍ୟ ବିସ୍ତାର ପାଇଁ ଯୋଜନା କରିପାରିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଚିନ୍ତା ବଢାଇବ । ପାରିବାରିକ ଦାୟିତ୍ବଗୁଡିକ ବହୁତ ଭଲ ଭାବରେ କାର୍ଯ୍ୟକାରୀ କରିବ । ପିଲାମାନଙ୍କ ପାଇଁ ଚିନ୍ତା ହୋଇପାରେ । ଅବିବାହିତ ଲୋକମାନେ ବିବାହ ପ୍ରସ୍ତାବ ପାଇପାରିବେ । ଛାତ୍ରମାନଙ୍କ ପାଇଁ ଏହା ଏକ କଠିନ ଦିନ । ଅତ୍ୟଧିକ କ୍ରୋଧ ହେବ, ଯାହା ପରିବାରରେ ବିବାଦ ସୃଷ୍ଟି କରିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମକର : – ଆଜି ଶୁଭ ହେବ । କାର୍ଯ୍ୟ କ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ଠାରୁ ବହୁତ ସମର୍ଥନ ମିଳିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । କଣ୍ଟିଜେଣ୍ଟ୍ ଲାଭ ହେତୁ ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ଆପଣ ନିଜ ପରିବାର ସହିତ ଏକ ଦୀର୍ଘ ଯାତ୍ରା କରିପାରିବେ । ପରିବାର ଏବଂ ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଯେଉଁମାନେ ଶିକ୍ଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

କୁମ୍ଭ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଆଣିବ। କିନ୍ତୁ ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କୈଣସି ପ୍ରକାରର ବିପଦ ନିଅନ୍ତୁ ନାହିଁ ଏବଂ ଶୀଘ୍ର ଏଡ଼ାନ୍ତୁ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ବନ୍ଦ କାର୍ଯ୍ୟ ଆରମ୍ଭ ହେବ, ଯାହା ଉତ୍ସାହକୁ ମନେ ରଖିବ । ଆପଣ ବିବାହିତ ଜୀବନରେ ସୁଖ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟରେ ଆଗ୍ରହ ଦେଖାଇବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦରେ ପଡ଼ିପାରନ୍ତି । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ସାମାନ୍ୟ ମାନସିକ ଚାପ ଏବଂ ଥକାପଣ ହେବ ।

ମୀନ: – ଆଜି ଶୁଭ ଦିନ ହେବ । ଚିନ୍ତା ସମାପ୍ତ ହୋଇପାରେ । ଆପଣ ବ୍ୟବସାୟରେ ସଫଳତା ଏବଂ ଲାଭ ପାଇବେ । ବ୍ୟବସାୟ ସମ୍ପ୍ରସାରଣ ପାଇଁ କୈଣସି ନୂତନ ନିଷ୍ପତ୍ତି ନେଇପାରନ୍ତି । ଅବିବାହିତଙ୍କ ପାଇଁ ସମୟ ଅନୁକୂଳ, ବିବାହ ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ । ସେଠାରେ ଅଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । ସାବଧାନ ରୁହନ୍ତୁ। ଆପଣଙ୍କର ଅଳସୁଆତା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ପାରିବାରିକ ପରିବେଶ ଭଲ ରହିବ ।

Categories
ଆଜିର ଖବର ଧର୍ମ

ଗୁରୁବାରଠାରୁ ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟିକ ଅସୁବିଧା ଦୂର ହେବ

ବିଛା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟିକ ଅସୁବିଧା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ଲାଭର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭ କାରବାର ମଧ୍ୟ ହୋଇପାରେ । ଯଦି ଆପଣ ଆପଣଙ୍କର ମନୋଭାବ ଏବଂ ଆଚରଣକୁ ସକାରାତ୍ମକ ରଖନ୍ତି, ତେବେ ସମ୍ପର୍କ ମଜବୁତ ହେବ ।

କୁମ୍ଭ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଆଣିବ। କିନ୍ତୁ ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କୈଣସି ପ୍ରକାରର ବିପଦ ନିଅନ୍ତୁ ନାହିଁ ଏବଂ ଶୀଘ୍ର ଏଡ଼ାନ୍ତୁ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ବନ୍ଦ କାର୍ଯ୍ୟ ଆରମ୍ଭ ହେବ, ଯାହା ଉତ୍ସାହକୁ ମନେ ରଖିବ । ଆପଣ ବିବାହିତ ଜୀବନରେ ସୁଖ ଏବଂ ସନ୍ତୁଷ୍ଟ ଅନୁଭବ କରିବେ ।

Categories
ଆଜିର ଖବର ଧର୍ମ

ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ କ୍ଲାନ୍ତ ଅନୁଭବ କରିବେ, ମାନସିକ ଅଶାନ୍ତିରେ ରହିବେ

ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ।

କନ୍ୟା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । କଣ୍ଟିଜେଣ୍ଟ୍ ଲାଭର ଏକ ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ଆମେ ନୂତନ ଯୋଜନା ପ୍ରସ୍ତୁତ କରିବୁ, କିନ୍ତୁ ଅବହେଳାକୁ ଏଡାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ହାତଛଡ଼ା ହୋଇପାରେ । ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାରରେ କରିବାକୁ ପଡିବ କଠିନ ପରିଶ୍ରମ

ମକର : – ଆଜି ଶୁଭ ହେବ । କାର୍ଯ୍ୟ କ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ଠାରୁ ବହୁତ ସମର୍ଥନ ମିଳିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । କଣ୍ଟିଜେଣ୍ଟ୍ ଲାଭ ହେତୁ ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ।

କର୍କଟ: – କାର୍ଯ୍ୟ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ ହେବ ଏବଂ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ପରିବାରରେ ଭିନ୍ନତା ହେବାର ସମ୍ଭାବନା ରହିବ । ଆର୍ଥିକ ଲାଭ ପାଇବା ସମ୍ଭାବନା ରହିବ । ବନ୍ଦ ହୋଇଥିବା କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ, ଆପଣ ସମସ୍ତ କାର୍ଯ୍ୟକୁ ଭଲ ଭାବରେ କରିବାକୁ ସମର୍ଥ ହେବେ । ପାରିବାରିକ ପରିବେଶ ଭଲ ରହିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାରରେ କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ, ହୋଇପାରେ ଅସୁବିଧା

ମୀନ: – ଅବିବାହିତଙ୍କ ପାଇଁ ସମୟ ଅନୁକୂଳ, ବିବାହ ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ । ସେଠାରେ ଅଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । ସାବଧାନ ରୁହନ୍ତୁ। ଆପଣଙ୍କର ଅଳସୁଆତା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ପାରିବାରିକ ପରିବେଶ ଭଲ ରହିବ

ମେଷ: – କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଆରାମଦାୟକ କରିବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଛାତ୍ରମାନେ ସଫଳତା ପାଇବେ । କେବଳ ସତର୍କ ରୁହନ୍ତୁ । ଆପଣଙ୍କୁ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପାରିବାରିକ ପରିବେଶ ଭଲ ହେବ । କ୍ରୋଧକୁ ନିୟନ୍ତ୍ରଣ କର ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କର, ନଚେତ୍ ଆପଣଙ୍କର ଜୀବନସାଥୀ ଅଲଗା ହୋଇପାରେ । ସ୍ୱାସ୍ଥ୍ୟ ଭଲ ହେବ ।