Categories
ବିଶେଷ ଖବର

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ଵର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଂକର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିକୋଣରୁ ଝାରସୁଗୁଡା ଜିଲ୍ଲା ଗୋଟିଏ ସମୃଦ୍ଧଶୀଳ ଜିଲ୍ଲା। ତଥାପି ବିକାଶ ପହଂଚିପାରିନାହିଁ। ଜିଲ୍ଲାରେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବାବେଳେ ପ୍ରଦୁଷଣ ବର୍ତମାନ ଚିନ୍ତାର କାରଣ ସାଜିଛି। ଏହି କାରଣରୁ ଝାରସୁଗୁଡା ଜିଲ୍ଲା ବର୍ତମାନ ରାଜ୍ୟ ତଥା ଦେଶର ଉତପ୍ତ ଜିଲ୍ଲା ଭାବେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ଜଣେ ଛୋଟ ପିଲାକୁ ଦିନଦ୍ୱିପହରରେ ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ହେଉଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଆଉ ଏକ ନଗ୍ନ ଉଦାହରଣ। ସେହିପରି ଓଡ଼ିଶାର ଅନ୍ୟତମ ପ୍ରଦୂଷିତ ଜିଲ୍ଲା ହେଉଛି ଝାରସୁଗୁଡା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲ୍ୟାଣ ପାଣ୍ଠୀରୁ ଅର୍ଥ ଯୋଗାଯାଉଛି, କିନ୍ତୁ ତାକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି। ଫଳରେ ରାଜ୍ୟ ସରକାର ପ୍ରଦୂର୍ଷଣ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି । ସେହିପରି ଝାରସୁଗୁଡାରେ ଜଳସେଚନ ବଡ ସମସ୍ୟା ହୋଇଛି। ଜିଲ୍ଲାର ଗ୍ରାମାଂଚଳରେ ଆଜି ବି ଶୁଦ୍ଧ ପାନୀୟ ଜଳ ପାଇଁ ସ୍ଥାନୀୟବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଏଭଳି ଅନେକ ସମସ୍ୟା ଘେରରେ ଝାରସୁଗୁଡା ଜିଲ୍ଲା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ସମ୍ଭାଳିବା ଶିଳ୍ପ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାରେ ବିମାନ ସେବା ଆରମ୍ଭ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମାତ୍ର ରାଜ୍ୟ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପାଇଁ ଜିଲ୍ଲାର ବିକାଶମୁଳକ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଣ୍ଠି ଜରିଆରେ ଜିଲ୍ଲାକୁ ୯୦୦ଶହ କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି। ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୦୨୦ ଭିତରେ ସମସ୍ତ ପ୍ରକଳ୍ପ କାମ ଶେଷ ହେବାର ଧାର୍ଯ୍ୟ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ଆସିଛି ବିଜେଡିର ଧନୀ ନେତାମାନେ ବାପା, ମା ଓ ସ୍ତ୍ରୀ ନାଁ ବଦଳାଇ ପାଂଚ ପାଂଚଟି ଘର ହାତେଇବାର ଚକ୍ରାନ୍ତ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କ ପାଖରେ ଆବାସ ପଂହଚି ପାରୁନାହିଁ। ବିସ୍ଥାପିତଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ। ସେହିପରି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। ଏଥି ପାଇଁ ବିଜେଡି ସରକାର ଦାୟୀ। ଝାରସୁଗୁଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ପ୍ରେମସେନ୍ ରାୟ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତ୍ ମଗର୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ: ବିଜେପି ପ୍ରାର୍ଥୀ ତାଲିକାରୁ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ପ୍ରମୁଖ ନେତାଙ୍କ ନାମ ନିଖୋଜ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବିଜେପି ରାଜ୍ୟସଭାକୁ ମନୋନୀତ କରିଛି। ଜୁନ୍ ୧୦ ତାରିଖ ନିର୍ବାଚନ ପାଇଁ ୧୮ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବିଜେପିରେ ଅସନ୍ତୋଷ ଦେଖାଯାଇଛି। ୧୫ ଟି ରାଜ୍ୟର ୫୭ ଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ମଳା ସୀତାରମଣ ହେଉଛନ୍ତି କର୍ଣ୍ଣାଟକର ବିଜେପି ପ୍ରାର୍ଥୀ। ପୀୟୁଷ ଗୋୟଲ ମହାରାଷ୍ଟ୍ରରୁ ପୁନଃ ନିର୍ବାଚନ ଲଢୁଛନ୍ତି।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି, ଯିଏ ଝାଡଖଣ୍ଡର ପ୍ରତିନିଧୀ ଭାବରେ ରାଜ୍ୟସଭାରେ ଅଛନ୍ତି, ସେ ଏହି ତାଲିକାରେ ନାହାଁନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନାମ ମଧ୍ୟ ଏହି ତାଲିକାରେ ନାହିଁ। ଏପରିକି ଓପି ମଥୁର, ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ଏବଂ ବିନୟ ସାହସ୍ରବୁଦ୍ଧେଙ୍କ ପରି ବରିଷ୍ଠ ନେତାଙ୍କ ନାମ ମଧ୍ୟ ତାଲିକାରେ ନାହିଁ। ରାଜ୍ୟସଭାରେ ବିଜେପିର ମୁଖ୍ୟ ସଚେତକ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲାଙ୍କୁ ମଧ୍ୟ ବାହାରେ ରଖାଯାଇଛି।

ୟୁପି ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଯାଇଥିବା ସଞ୍ଜୟ ସେଠ ଏବଂ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୟଦ ଜାଫର ଇସଲାମଙ୍କୁ ହଟାଇ ଦିଆଯାଇଛି।

ଉତ୍ତରପ୍ରଦେଶରେ ସମୁଦାୟ ୧୧ ଟି ଆସନ ଅଛି। ବିଜେପି ତାଲିକାରେ ୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଥିମଧ୍ୟରେ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧା ମୋହନ ଅଗ୍ରୱାଲ, ସୁରେନ୍ଦ୍ର ନଗର, ବାବୁରାମ ନିଶାଦ, ଦର୍ଶନା ସିଂ ଏବଂ ସଂଗୀତା ଯାଦବ ଅନ୍ତର୍ଭୁକ୍ତ।

ଫେବୃଆରୀ-ମାର୍ଚ୍ଚରେ ରାଜ୍ୟ ନିର୍ବାଚନରେ ​​ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୋରଖପୁର ଆସନ ଛାଡିଥିବା ରାଧା ମୋହନ ଅଗ୍ରୱାଲଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ୟୁପିର ଅନ୍ୟ ପ୍ରାର୍ଥୀମାନେ ହେଉଛନ୍ତି ବାବୁରାମ ନିଶାଦ, ଦର୍ଶନା ସିଂ ଏବଂ ସଂଗୀତା ଯାଦବ।

ବିହାରର ରାଜ୍ୟସଭା ସଦସ୍ୟ ଏସସି ଦୁବେଙ୍କୁ ପୁନର୍ବାର ମନୋନୀତ କରାଯାଇଛି। ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ନେତା ଶମ୍ଭୁ ଶାରୋନ୍ ପଟେଲ ବିହାରର ଦ୍ୱିତୀୟ ପ୍ରାର୍ଥୀ ଅଟନ୍ତି। କୃଷକ ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଅନିଲ ସୁଖଦେବରାଓ ବୋଣ୍ଡେ ରାଜ୍ୟସଭାକୁ ଯିବେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ହାରିଲେ ସତ, ହେଲେ ସମ୍ମାନର ସହ; କଂଗ୍ରେସ ପରି ଅପମାନିତ ହୋଇ ନୁହେଁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନ ଶେଷ ହେଲା। ଫଳାଫଳ ମଧ୍ୟ ବାହାରିଲା। ବିଜେଡି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ। ରାଜନୀତିରେ ହାରଜିତି ଲାଗିରହିଛି। ଜଣେ ଜିତିବ ଅନ୍ୟମାନେ ହାରିବେ। ହେଲେ ଏହି ହାରିବା ମଧ୍ୟ ରହିଛି ଦୁଇ ପ୍ରକାରର। ତାହା ହେଲା ସମ୍ମାନ ସହିତ ହାରିବା ଏବଂ ଅପମାନିତ ହୋଇ ହାରିବା।

ଏସବୁକୁ ବିଚାରକୁ ନେଲେ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମ୍ମାନର ସହିତ ହାରିଛନ୍ତି ବୋଲି କୁହାଯିବ। କାରଣ ବିଜେଡି ପରି ଟାଣୁଆ ଦଳ, ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ବାପାଙ୍କ ସୁଦୃଢ ସଂଗଠନ ରୁଦ୍ରଙ୍କୁ ବେଶ ସୁହାଇଲା। ପୂର୍ବରୁ ସମସ୍ତେ ଆକଳନ କରିଥିଲେ ଯେ, ପିପିଲିରେ ବିଜେଡି ନିଶ୍ଚିତ ଜିତିବ। ଏଥିସହିତ ସମସ୍ତେ ଏହା ମଧ୍ୟ ଜାଣିଥିଲେ ଯେ ବିଜେପି ଟକ୍କର ଦେବ। ଆଉ ଦେଲା ମଧ୍ୟ।

ଭୋଟ ଗଣତିରୁ ସ୍ପଷ୍ଟ ହେଲା ଯେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ ଭଲ ଟକ୍କର ଦେଇଛନ୍ତି। କାରଣ ସେ ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗୁଆ ଥିଲେ। ଯାହାଦ୍ବାରା ଗଣିତ ଏପଟ ସେପଟ ହୋଇଯିବ ବୋଲି ଅନେକ ଭାବୁଥିଲେ। ପରିଶେଷରେ ସେ ୨୦ ହଜାର ଭୋଟରେ ହାରିଲେ।  ହେଲେ ସେ ନିଜର ଏବଂ ଦଳର ସମ୍ମାନ ରକ୍ଷା କରି ହାରିଲେ।

ଏପରି ପରିସ୍ଥିତିରେ କଂଗ୍ରେସର ପ୍ରାର୍ଥୀଙ୍କ ଦୟନୀୟ ଅବସ୍ଥା ଜଳଜଳ ହୋଇ ଦେଖାଦେଇଛି। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସର୍ବମୋଟ ଭୋଟ ପାଇଲେ ମାତ୍ର ୪ ହଜା ୨୬୧ ଖଣ୍ଡ ଭୋଟ। ଅର୍ଥାତ ସେ ପାଞ୍ଚ ହଜାର ଭୋଟ ମଧ୍ୟ ହାତେଇବାରେ ସକ୍ଷମ ହୋଇପାରିଲେ ନାହିଁ। ଅମାନତଠାରୁ ସେ ଢେରେ କମ ଭୋଟ ପାଇଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, କଂଗ୍ରେସ ତାହାର ଇଜ୍ଜତ ମଧ୍ୟ ରଖି ପାରିଲା ନାହିଁ।

ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ସୂଚାଇ ଦେଲା ଯେ, କଂଗ୍ରେସ ଆଗାମୀ ଦିନରେ ନିରଜଂନ ପଟ୍ଟନାୟକ ନେତୃତ୍ୟରେ କଣ କରିବ। ଆସନ୍ତା ବର୍ଷ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବାକୁ ଯାଉଛି। ଗୋଟିଏ ନିର୍ବାଚନ ମଣ୍ଡଳିରେ ଯେଉଁ ଦଳ ପାଞ୍ଚ ହଜାର ଭୋଟ ହାତେଇ ପାରିଲା ନାହିଁ ସେ ସାରା ଓଡିଶାରେ କଣ କରିବ ତାହା ବେଶ ଅନୁମେୟ ହୋଇ ସାରିଲାଣି।

କଂଗ୍ରେସର ଏପରି ଦୟନୀୟ ଅବସ୍ଥା ପାଇଁ ପିପିଲି କଂଗ୍ରେସ ପ୍ରାର୍ଥୀ ଦାୟୀ ନୁହଁନ୍ତି। ଦାୟୀ ହେଉଛନ୍ତି ଖୋଦ ପ୍ରଦେଶ ସଭାପତି ନିରଂଜନ ପଟ୍ଟନାୟକ। କାରଣ ତାଙ୍କର ନେତୃତ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇପାରୁ ନାହିଁ ବୋଲି ବାରମ୍ବାର ପ୍ରମାଣତି ହେବାରେ ଲାଗିଛି।

ଗତ ସାଧାରଣ ନିର୍ବାଚନରେ ଉଭୟ ବାପପୁଅ ମଧ୍ୟ ହାରିଲେ। ଯେତେବେଳେ ନିରଂଜନ ନିଜେ ଏବଂ ପୁଅକୁ ଜିତାଇବାର କ୍ଷମତା ନାହିଁ, ସେତେବେଳେ ଅନ୍ୟକୁ କିପରି ଜିତାଇବେ ? ଏହି ପ୍ରଶ୍ନ ମଧ୍ୟ କଂଗ୍ରେସ ମହଲରେ ସୃଷ୍ଟି ହେବାରେ ଲାଗିଛି। ଯଦି କଂଗ୍ରେସର ଏହିପରି ଅବସ୍ଥା ଲାଗି ରହେ ତେବେ ଭବିଷ୍ୟତରେ ପ୍ରାର୍ଥୀଙ୍କ ଭୋଟ ସଂଖ୍ୟା ହଜାରକୁ ମଧ୍ୟ ଖସି ଆସିବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ପୂର୍ବତନ କ୍ରିକେଟ ଖେଳାଳି ତଥା ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡାଙ୍କ ଉପରକୁ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ପାଇଁ ଆଜି ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। କିନ୍ତୁ ଏହା ଭିତରେ କ୍ରିକେଟ ଖେଳାଳିରୁ ନେତା ହୋଇଥିବା ଅଶୋକ ଦିଣ୍ଡାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଶୋକ ଦିଣ୍ଡା ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି।

ତାଙ୍କର ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ପ୍ରଚାର କରୁଥିଲେ, ସେତେବେଳ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟା ୪ ଟା ସମୟରେ ତୃଣମୂଳ କଂଗ୍ରେସର କର୍ମୀମାନେ ବିଡିଓ କାର୍ଯ୍ଯାଳୟ ନିକଟରେ ଆକ୍ରମଣ କରିଥିବା ସେ ଟ୍ବିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି