Categories
ଆଞ୍ଚଳିକ

ବ୍ରହ୍ମପୁରରେ ସାଧାରଣତନ୍ତ୍ର ଦିବସ ପାଳନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି ଆଓ ପତାକା ଉତ୍ତୋଳନ କରିବା ସହ ବାବାସାହେବ ଆମ୍ବେଦକରଙ୍କୁ ସ୍ମରଣ କରିଥିଲେ।ପୁର୍ବଜ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅହିଂସା ପରମଧର୍ମ ବାର୍ତ୍ତା ଯୋଗୁଁ ଆଜି ଆମେ ସ୍ବାଧୀନ ଭାରତର ନାଗରିକ ବୋଲି ବକ୍ତବ୍ୟ ପ୍ରଦାନ ଅଭିବାଦନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଚିତ୍ତାକର୍ଷକ ବ୍ୟାଣ୍ଡ୍ ବାଜାର ମଜ୍ଜା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଓ ଛାତ୍ରୀ ମାନଙ୍କର ପେରେଡ୍ ପ୍ରଦର୍ଶନ ଉପସ୍ଥିତ ଜନସାଧାରଣଙ୍କ ପାଇଁ ବହୁତ ସୁନ୍ଦର ଉପଭୋଗ ହୋଇଛି। ସଭାମଞ୍ଚରେ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିବାଦନ ଗ୍ରହଣ ପରେ ମୁଖ୍ୟ ଅତିଥି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କ୍ରୁତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ରଖିବେ ଅଭିନେତା ବିଜୟ

ନୂଆଦିଲ୍ଲୀ: ଅଭିନେତା ଥାଲାପଥି ବିଜୟ ତାଙ୍କ ଫ୍ୟାନ କ୍ଲବ ବିଜୟ ମକ୍କଲ ଇୟାକ୍କମର ସାଧାରଣ ପରିଷଦ ଅନୁମତି ଦେବା ପରେ ସେ ନିଜର ରାଜନୈତିକ ଦଳ ପଞ୍ଜୀକରଣ କରିବାକୁ ଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ଏହି ଘଟଣା ଘଟିଛି। ଗୁରୁବାର ଚେନ୍ନାଇରେ ଅନୁଷ୍ଠିତ ଏହି ବୈଠକରେ କୋଲିଉଡ ମେଗା ଷ୍ଟାରଙ୍କୁ ତାଙ୍କ ଦଳ ପଞ୍ଜୀକରଣ, ନିଜକୁ ସଭାପତିଭାବେ ନାମିତ କରିବା ଏବଂ ଉପଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି।

ଅଭିନେତା ବିଜୟଙ୍କର ତାମିଲନାଡୁ ଏବଂ କେରଳରେ ବିପୁଳ ପ୍ରଶଂସକ ଅଛନ୍ତି ଏବଂ ସେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ସେ ୨୦୧୮ରେ ଥୁଥୁକୁଡି ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ, ଯାହା ତାଙ୍କ ରାଜନୈତିକ ପଦାର୍ପଣର ଗମ୍ଭୀରତାର ସଙ୍କେତ ଦେଇଥିଲା। ସେବେଠାରୁ ସାଉଥ୍ ସୁପରଷ୍ଟାରଙ୍କ ଫ୍ୟାନ୍ କ୍ଲବ୍ ବିଜୟ ମକ୍କାଲ ଇୟାକ୍କମ୍ ରାଜନୈତିକ କାର୍ଯ୍ୟକ୍ରମରେ ବେଶ୍ ସକ୍ରିୟ ରହିଛି ଏବଂ ତାମିଲନାଡୁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛି।

ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇବା ପାଇଁ ଅଭିନେତା ଡିସେମ୍ବରରେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ତାମିଲନାଡୁର ଦକ୍ଷିଣ ଜିଲ୍ଲାଗୁଡିକ ମଧ୍ୟ ପରିଦର୍ଶନ କରିଥିଲେ। ଏହା ପୂର୍ବରୁ ଅଭିନେତା ବିଜୟ ୨୦୨୬ରେ ରାଜନୀତିରେ ଡେବ୍ୟୁ କରିବେ ବୋଲି ସଙ୍କେତ ଦେଇଥିଲେ। ତେବେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଯଥାଶୀଘ୍ର ନିଜର ପାର୍ଟି ପଞ୍ଜୀକରଣ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ।

ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ।

ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ ଚକ୍ରଵର୍ତ୍ତି ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ସୁସଜ୍ଜିତ ଖୋଲା ଜିପ୍ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପଡ଼ିଆରେ ପରିକ୍ରମା କରିଥିଲେ।

ପରେ ମଞ୍ଚରୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଭାଷଣରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତାଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ।

ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପ୍ୟାରେଡରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ୫୦ ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୭ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲେ। ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାର ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା 5ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ତିନିଗୋଟି ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଏହାପରେ କାରାଗାରରେ ଥିବା କଏଦୀମାନଙ୍କୁ ଏବଂ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଯଦି ନୀତୀଶ କୁମାର ଏନଡିଏକୁ ଫେରିଲେ ଉଭୟ ବିଜେପି ଓ ଜେଡିୟୁକୁ କେମିତି ଫାଇଦା ହେବ?

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ରାଜନୈତିକ ଅଚଳାବସ୍ଥାର ସିଧାସଳଖ ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନ ଉପରେ ପଡ଼ିବ। ସବୁ ଦିଗରୁ ସମାନ ପ୍ରଶ୍ନ ଉଠୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଫେରିବେ କି? ଯଦି ବାସ୍ତବରେ ଏପରି ହୁଏ ତେବେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଉଭୟ ଜେଡିୟୁ ଓ ବିଜେପି ପାଇଁ ଲାଭଦାୟକ ହେବ। ଏହି କାରଣରୁ ବିଜେପିର ସମସ୍ତ ବରିଷ୍ଠ ନେତା ଏହି ରାଜନୈତିକ ଅଚଳାବସ୍ଥାର ସମସ୍ତ ଦିଗ ଉପରେ ମନ୍ଥନ କରିବାରେ ବ୍ୟସ୍ତ ଅଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଶୁକ୍ରବାର ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନେ ଶୀର୍ଷ ସ୍ତରରେ ଏକ ବୈଠକ କରିଛନ୍ତି।

ଗତ ଲୋକସଭା ନିର୍ବାଚନରେ ଏନଡିଏ ୩୯ଟି ଆସନରେ ବିଜୟୀ ହୋଇଥିଲା

୨୦୧୯ ଲୋକସଭା ନିର୍ବାଚନରେ ଏନଡିଏ ବିହାରର ୪୦ଟି ଆସନରୁ ୩୯ଟିରେ ବିଜୟୀ ହୋଇଥିଲା। ଏହାପରେ ଏଥିରେ ବିଜେପି, ଜେଡିୟୁ ଓ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସାମିଲ ଥିଲେ। ଯଦି ନୀତୀଶ କୁମାର ଏନଡିଏକୁ ଫେରିବେ, ତେବେ ବିହାରରେ ସେହି ପ୍ରଦର୍ଶନର ପୁନରାବୃତ୍ତି କରିବାକୁ ବିଜେପିର ଆଶା ବଢ଼ିବ। ବିଜେପି ପାଇଁ ଏହା ଅନ୍ୟ ଏକ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ ପାର କରିବାକୁ ଲକ୍ଷ୍ୟ ରଖିଛି। ବିହାରରେ ପୂର୍ବ ପ୍ରଦର୍ଶନର ପୁନରାବୃତ୍ତି ନ କରି ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବ।

ନୀତୀଶ ଓ ଲାଲୁ ଏକାଠି ହୋଇ ବିହାରରେ ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ବିଶେଷ କରି ନିକଟରେ ହୋଇଥିବା ଜାତିଗତ ସର୍ଭେ ପରେ ଯାହାକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିଲେ। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ଜେଡିୟୁର ବରିଷ୍ଠ ସହଯୋଗୀଭାବେ ଉଭା ହୋଇଥିଲା। କିନ୍ତୁ ରାଜ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ବିଜେପିକୁ ଆଉ କିଛି ସମୟ ଲାଗିପାରେ।

ଅନ୍ୟପକ୍ଷରେ ଯଦି ନୀତୀଶ କୁମାର ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ମଧ୍ୟ ଏହି ପଦକ୍ଷେପର ଫାଇଦା ମିଳିବ ବୋଲି ଆଶା କରାଯାଉଛି। ୨୦୧୯ରେ ଜେଡିୟୁ ୧୬ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ଚଳିତ ବର୍ଷ ସେ ନିଜ ଆସନରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି। ଜାତିଗତ ସର୍ବେକ୍ଷଣର ଅସ୍ତ୍ରରେ ସଜ୍ଜିତ ନୀତୀଶ ରାଜ୍ୟରେ ନିଜର ପହଞ୍ଚ ବିସ୍ତାର କରିବା ପାଇଁ ଭବ୍ୟ ରାମ ମନ୍ଦିର ଉଦ୍‍ଘାଟନ କରିବା ପରେ ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାରେ ସାମିଲ ହେବାକୁ ଚେଷ୍ଟା କରିବେ।

ବିରୋଧୀ ଇଣ୍ଡି ମେଣ୍ଟରେ ତିକ୍ତ ଅନୁଭୂତି

ବିରୋଧୀ ଇଣ୍ଡି ମେଣ୍ଟରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଖରାପ ଅଭିଜ୍ଞତା ରହିଛି। ବିଜେପି ବିରୁଦ୍ଧରେ ଦଳଗୁଡ଼ିକୁ ଏକାଠି କରିବାରେ ତାଙ୍କର ଭୂମିକାକୁ କଂଗ୍ରେସ ଏବଂ ଅନ୍ୟକିଛି ସହଯୋଗୀ ଦଳ ବିଶେଷ ଧ୍ୟାନ ଦେଇନଥିଲେ। ନୀତୀଶ ଆଶା କରିଥିଲେ ଯେ ତାଙ୍କୁ ବିରୋଧୀ ମେଣ୍ଟର ନେତାଭାବେ ଉପସ୍ଥାପିତ କରାଯିବ। ତେବେ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ତାଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇଥିଲେ। ଏହି ପଦ ପାଇଁ ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବାଛିଥିଲେ। ମେଣ୍ଟରେ କଂଗ୍ରେସର ‘ବଡ଼ ଭାଇ’ ଭୂମିକା ଏବଂ ଆସନ ବୁଝାମଣା ଆଲୋଚନାରେ ବିଳମ୍ବକୁ ନେଇ ଜେଡିୟୁ ମୁଖ୍ୟ ମଧ୍ୟ ଅସନ୍ତୁଷ୍ଟ ଥିଲା।

ନୀତୀଶ କୁମାର ରାଜ୍ୟରେ ଉଭୟ ବିଜେପି ଓ ଆରଜେଡିର କନିଷ୍ଠ ସହଯୋଗୀ ପାଲଟିଛନ୍ତି। ତେଜସ୍ୱୀ ଯାଦବଙ୍କୁ ସୁଯୋଗ ଦେବା ପାଇଁ ଲାଲୁ ପ୍ରସାଦଙ୍କ ଦଳ ପକ୍ଷରୁ ମଧ୍ୟ ତାଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି। ତେଜସ୍ୱୀ ଦୁଇଥର ଉପମୁଖ୍ୟମନ୍ତ୍ରୀଭାବେ ରାଜ୍ୟର ନେତୃତ୍ୱ ନେଇଛନ୍ତି।

ଯଦି ନୀତୀଶ କୁମାର ବିଜେପି ସହ ଯାଆନ୍ତି, ତେବେ ଅନ୍ତତଃ ପରବର୍ତ୍ତୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀଭାବେ ନିଜ ପଦ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରନ୍ତି। ସେହିପରି କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ଥିବାରୁ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଯଦି ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ନିଏ ତେବେ ସେ ଭଲ କେନ୍ଦ୍ରୀୟ ଭୂମିକା ଆଶା କରିପାରନ୍ତି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଲୁ ଏବଂ ତାଙ୍କ ପୁଅ ତେଜସ୍ୱୀ ବିହାରରେ ଯଥେଷ୍ଟ ଜନଆଧାର ଥିବା ନେତା। ରାଜ୍ୟରେ ବିଜେପିର ଏପର୍ଯ୍ୟନ୍ତ କୌଣସି ନେତା ନାହାନ୍ତି।

ଅନ୍ୟାନ୍ୟ ରାଜ୍ୟ ଭଳି ବିହାରରେ ନିର୍ବାଚନ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରିସ୍ମା ଓ ଲୋକପ୍ରିୟତା ଉପରେ ଭରସା କରୁଛି ବିଜେପି। ଏହାବ୍ୟତୀତ ଯଦି ନୀତୀଶ କୁମାର ଏନଡିଏ ମେଣ୍ଟକୁ ଫେରିଆସନ୍ତି ତେବେ ବିଜେପିକୁ ଏହା ମଧ୍ୟ ଦେଖିବାକୁ ପଡ଼ିବ ଯେ ତାଙ୍କ ସମଗ୍ର ଦଳ, ବିଶେଷ କରି ଏହାର ସମଗ୍ର ବିଧାୟକମାନେ ଜେଡିୟୁ ସହିତ ରହିବେ କି ନାହିଁ। ଏହାର କାରଣ ହେଉଛି ସରକାର ଗଠନ ପାଇଁ ଜେଡିୟୁ ଏକଜୁଟ ରହିବା ଜରୁରୀ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ବିହାରରେ ମହାମେଣ୍ଟ ଭାଙ୍ଗିବା ପ୍ରାୟ ନିଶ୍ଚିତ!, ଲାଲୁ ଯାଦବ ମଧ୍ୟ ନୀତୀଶ କୁମାରଙ୍କ ରହିବାର ଆଶା ଛାଡ଼ି ଦେଲେ

ନୂଆଦିଲ୍ଲୀ: ବିହାରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଲାଗୁଛି ଯେ ମହାମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ମଧ୍ୟ ସମାନ ଅନୁଭବ କରୁଛନ୍ତି ଏବଂ ସେ ନୀତୀଶ କୁମାରଙ୍କ ଅଟକିବାର ଆଶା ପ୍ରାୟ ଛାଡ଼ି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ମୁଖ୍ୟ ଜଣେ ସିପିଆଇ ବିଧାୟକଙ୍କୁ କହିଛନ୍ତି ଯେ ନୀତୀଶ କୁମାର ଏବେ ଅଟକିବେ ନାହିଁ।

ସୂଚନାଯୋଗ୍ୟ, ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ଯେକୌଣସି ସମୟରେ ବିଜେପି ସହ ସରକାର ଗଠନ ନେଇ ଘୋଷଣା କରିପାରନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଏହି ପଦକ୍ଷେପ ଇଣ୍ଡି ମେଣ୍ଟ ପାଇଁ ଏକ ବଡ଼ ଝଟକା ଏବଂ ବିଜେପି ପାଇଁ ଲାଭଦାୟକ ହେବ ବୋଲି ବିବେଚନା କରାଯାଉଛି।

ତେବେ ଏହାକୁ ନେଇ ବିଜେପି ଶିବିରରେ ବିଶେଷ ତତ୍ପରତା ଦେଖିବାକୁ ମିଳୁନାହିଁ। ବିଜେପି କିଛି ସର୍ତ୍ତ ସହ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସହ ଆସିବାକୁ ଚାହୁଁଛି। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ବିହାରରେ ମୁଖ୍ୟମନ୍ତ୍ରୀ ରହିବେ ଏବଂ ତାଙ୍କ ପୁରୁଣା ସହଯୋଗୀ ସୁଶୀଲ କୁମାର ମୋଦୀ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏନଡିଏ ସରକାରରେ ସୁଶୀଲ ମୋଦି ଡେପୁଟି ସିଏମ ଥିଲେ। ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି। ବିହାରର ରାଜନୈତିକ କରିଡରରେ ସିଏମ ନୀତୀଶ ଏବଂ ସୁଶୀଲ ମୋଦିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ବିଶ୍ୱାସ କରାଯାଏ।

କେବଳ ଜେଡିୟୁ ଓ ବିଜେପି ଶିବିର ମଧ୍ୟରେ ଆନ୍ଦୋଳନ ହେଉଛି ତାହା ନୁହେଁ। ଆରଜେଡି ମଧ୍ୟ ଏହାର ‘ଯୋଜନା’ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଛି। ତେବେ ମାଝୀଙ୍କ ଦଳର ହାମ୍ ମୁଖପାତ୍ର ଦାନିଶ ରିଜୱାନ କହିଛନ୍ତି ଯେ ଏହାର କୌଣସି ପ୍ରଶ୍ନ ଉଠୁନାହିଁ। ସେ ଏନଡିଏରେ ରହିବେ ବୋଲି ସ୍ପଷ୍ଟଭାବେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିତନ ରାମ ମାଝୀଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଦିଆଯାଇନାହିଁ।

ବିଶ୍ୱାସ କରାଯାଏ ଯେ ନୀତୀଶ କୁମାରଙ୍କୁ ଇଣ୍ଡି ମେଣ୍ଟର ଆବାହକ କରାଯାଇ ନାହିଁ ଏବଂ ସମସ୍ତ ଅସନ୍ତୋଷ ଏଠାରୁ ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ସିଏମ ନୀତୀଶ ଅନୁଭବ କରିଥିଲେ ଯେ ଇଣ୍ଡି ମେଣ୍ଟରେ ତାଙ୍କର କୌଣସି ଭବିଷ୍ୟତ ନାହିଁ। ଆରଜେଡି ମଧ୍ୟ ନୀତୀଶ କୁମାରଙ୍କୁ ଆବାହକ କରିବା ପାଇଁ କଂଗ୍ରେସ ଉପରେ ଚାପ ପକାଇନଥିଲା। ଏହି କଥା ଜେଡିୟୁକୁ କେଉଁଠି ଠେଲି ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ହଂସତୁଳିରେ ଅଗ୍ନିକାଣ୍ଡ, ଛଅ ଜଣଙ୍କ ଘର ପୋଡି ନଷ୍ଟ

ବେଗୁନିଆପଡା ( ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡର ପ୍ରଭାବରେ ତ୍ରିନାଥ ପାତ୍ରଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡ ଫଳରେ ବହୁ ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କୋଦଳା ଅଗ୍ନିଶମ ବାହିନୀ ସମେତ ଗ୍ରାମବାସୀ ମାନେ ମିଶି ନିଆଁ କୁ ଆୟତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ: ୬୦ କିମି ଦୂରରେ ଥିବା ଜରୁରୀ ରୋଗୀଙ୍କ ପାଇଁ ଗଲା ରକ୍ତ

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ପୂର୍ବକ ରୋଗୀସେବାରେ ଅନନ୍ୟତା ଆଣୁଥିବା ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି।

ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ ଏଠାରୁ ଯାଇଥିଲା ଗୋଟିଏ ୟୁନିଟ୍‌ ରକ୍ତ। ଏହି ଦୂରତାକୁ ଡ୍ରୋନ୍‌ ମାତ୍ର ୩୫ ମିନିଟ୍‌ ବ୍ୟବଧାନରେ ଅତିକ୍ରମ କରିଥିଲା। ଯାହାକି ସେଠାରେ ରକ୍ତହୀନତା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଜରୁରୀ କାର୍ଯ୍ୟରେ ଉପଯୋଗ ହୋଇଛି। ସ୍ବାସ୍ଥ୍ୟସେବାରେ ଏପରି ପ୍ରୟୋଗ ରାଜ୍ୟ ତଥା ଦେଶରେ ପ୍ରଥମ ବୋଲି ପ୍ରକାଶ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଏହି ସଫଳ ପ୍ରୟୋଗରେ ସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରୋଗୀଙ୍କୁ ରକ୍ତ ବ୍ୟାଗ ଯୋଗାଣ କରିବା ସଫଳ ହୋଇଥିବାରୁ ଆନନ୍ଦିତ ଥିବା ଡ. ବିଶ୍ବାସ କହିଛନ୍ତି। ଏହି ପ୍ରଥମ ଡ୍ରୋନ୍‌ ସ୍ବାସ୍ଥ୍ୟସେବା ଟାଙ୍ଗିରୁ ଫେରିବା ପୂର୍ବରୁ ବିଭିନ୍ନ ପରୀକ୍ଷା ପାଇଁ ଆବଶ୍ୟକୀୟ ରକ୍ତ ନମୁନା ସଂଗ୍ରହ କରି ଏମ୍‌ସକୁ ଆଣିଥିଲା।

ପ୍ରାୟ ୧୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଡ୍ରୋନ୍‌ ୨ ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦି ବହନ କରିବାର କ୍ଷମତା ରଖିଛି। ଏହା ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଗତି କରିପାରିବ। ଜିପିଏସ୍ ଟେକ୍ନୋଲୋଜି ବ୍ୟବହାର କରି ଡ୍ରୋନ୍ ନାଭିଗେସନରେ ଅତୁଳନୀୟ ସଠିକତା ପ୍ରଦର୍ଶନ କରି ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ଠିକ୍ ଏବଂ ନିରାପଦ ଯୋଗାଣକୁ ସୁନିଶ୍ଚିତ କରିପାରିଛି ଏହି ବ୍ୟବସ୍ଥା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ପୂର୍ବକ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଏହି ପ୍ରୟାସ ଏମ୍‌ସ ଭୁବନେଶ୍ୱରର ରୋଗୀସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଔଷଧ, ଇଞ୍ଜେକ୍ସନ୍‌ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀର ଶୀଘ୍ର ବିତରଣରେ ଏହି ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଡ. ବିଶ୍ବାସ।

ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ସୋନୁ ଏଚ୍‌ ସୁବା, ଡ. ସତ୍ୟପ୍ରକାଶ, ଡ. ମନୀଷା ଆର୍‌ ଗାଏକାୱାଡ୍‌, ଡ. ପ୍ରିୟମାଧବ ବେହେରା, ଡ. ଅଭିଷେକ ମିଶ୍ର, ଡ. ଅଂଶୁମାନ ସାହୁ, ଡ. ଦେବାଶିଷ ମିଶ୍ର ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆମେ ଘରେ କାହିଁକି ଦୀପ ଜାଳୁ, ଜାଣନ୍ତୁ ଏହାର ଚାରୋଟି କାରଣ

ଭୁବନେଶ୍ଵର: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା

ଧୂପର କିଛି ନିୟମ ମଧ୍ୟ ଅଛି

1- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ। ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ।

2- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ।

3- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ। ଏହି କାରଣରୁ, ଗୋଟିଏ ଏବଂ ସମସ୍ତ ପ୍ରକାର ଜୀବାଣୁ ନଷ୍ଟ ହୋଇଯାଉଥିବା ବେଳେ ବାସ୍ତୁ ତ୍ରୁଟି ମଧ୍ୟ ଦୂର ହୋଇଯିବ।

4- ଏହା ବ୍ୟତୀତ ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଧୂପ ପୂଜା କରନ୍ତୁ ଏବଂ ଧୂପ ଓ ଦୀପ ଜାଳନ୍ତୁ। ଏହି ପ୍ରତିକାର ଦ୍ୱାରା ଜୀବନରେ ଧନ ଏବଂ ସମୃଦ୍ଧିର ରାସ୍ତା ଖୋଲାଯାଏ ଏବଂ ଶନି ଦୋଷ ମଧ୍ୟ ଦୂର ହୋଇଯାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଜାନୁୟାରୀ ୨୭ ତାରିଖ ଶନିବାରରେ ଏହି ରାଶି ବ୍ୟକ୍ତିମାନେ ହେବେ ଭାଗ୍ୟବାନ

ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ ।

ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ ।

କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ।

ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ । ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା ରହିବ। ମନ ଖୁସି ହେବ । ଏକ ନୂତନ କାର୍ଯ୍ୟ ରୂପରେଖ ପ୍ରସ୍ତୁତ ହେବ।

କନ୍ୟା: ବ୍ୟବସାୟରେ ସ୍ଥିରତା ରହିବା ସହିତ ଶାରୀରିକ ରୋଗ ଦୂର ହେବା କାରଣରୁ ମନ ମଧ୍ୟ ଖୁସି ହେବ। ଚାକିରୀ ପାଇଁ ଏହି ସପ୍ତାହ ସ୍ୱାଭାବିକ । ବ୍ୟବସାୟରେ ମଧ୍ୟ ସ୍ଥିରତା ରହିବ। ଆର୍ଥିକ ଶକ୍ତି ରହିବ । ବିକ୍ରୟ ଏବଂ କ୍ରୟ ସମ୍ବନ୍ଧୀୟ ସମ୍ପତ୍ତି ସହଜରେ କରାଯିବ।

ତୂଳା: ଆରାମ ଏବଂ ଧାର୍ମିକ ଆଧ୍ୟାତ୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବ । ଏହି ସପ୍ତାହରେ ଟଙ୍କା ଏକ ଭଲ ଉପାୟରେ ଆସିବ। ଏକ ସମ୍ପତ୍ତି କିମ୍ବା ଅଂଶରେ ବିନିଯୋଗ ଲାଭବାନ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ବିଛା: ଚାକିରିରେ ଏକ ସମସ୍ୟା ହୋଇପାରେ, ଭାଇଭଉଣୀଙ୍କ ସମ୍ପତ୍ତି ସହ ଜଡିତ ବିବାଦର ସମାଧାନ ହେବ । ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟବସାୟ କ୍ଷେତରରେ ଉନ୍ନତି ଆସିବ। ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ସମ୍ଭାବନା, ତେଣୁ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

ଧନୁ : ପ୍ରେମ ସମ୍ପର୍କ ମଜବୁତ ହେବ, ସମ୍ମାନ ପାଇବେ। ପରିବାର ଏବଂ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣ ସମ୍ଭାବନା ଅଛି । ବିବାହ ସମ୍ଭାବନା ପରିଲକ୍ଷିତ। ଯୁବକମାନେ ଚାକିରି ଅଫର ପାଇବେ ।

ମକର : ସରକାରୀ ସେବା କ୍ଷେତ୍ର ସହିତ ଜଡିତ ଲୋକମାନେ ସାଙ୍ଗମାନଙ୍କ ସହିତ ଏକ ଚିତ୍ତାକର୍ଷକ ଯାତ୍ରା କରିପାରିବେ। ବ୍ୟବସାୟ ବିସ୍ତାର ହେବ ଏବଂ ଲାଭ ହେବ । ଯଦି ନୂତନ ବ୍ୟବସାୟ କିମ୍ବା କିଛି କରିବାକୁ ଚିନ୍ତା କିରଛନ୍ତି ଆରମ୍ଭ କରନ୍ତୁ। ସ୍ୱାସ୍ଥ୍ୟ ଭଲ ହେବ ।

କୁମ୍ଭ: ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ହେବ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କର୍ମଚାରୀ ଏବଂ ବ୍ୟବସାୟୀମାନେ ମଧ୍ୟ ଉପକୃତ ହେବେ। କୈଣସି ପୁରୁଣା ବିବାଦର ସମାଧାନ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଦୃଢ ହେବ। ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେବ ।

ମୀନ : ପ୍ରେମୀ ଏବଂ ଗାର୍ଲଫ୍ରେଣ୍ଡମାନେ ଏକତ୍ର ଯାତ୍ରା କରିବେ। ସମ୍ପତ୍ତି କିଣିବାର ମଧ୍ୟ ସମ୍ଭାବନା ଅଛି । ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। କାର୍ଯ୍ୟ ବିସ୍ତାରର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବ୍ୟବସାୟର ସମୃଦ୍ଧି ହେବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନିର୍ବାଚନ ଆୟୋଗ। ସେ ନିଜ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ। ଆଗାମୀ ନିର୍ବାଚନରେ ପ୍ରାୟ ୯୬ କୋଟି ଭୋଟର ମତଦାନ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏଥିପାଇଁ ୧୨ ଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ। ଏହି ସବୁ କେନ୍ଦ୍ରରେ ନିର୍ବାଚନ ପରିଚାଳନା ପାଇଁ ଦେଢ଼ କୋଟି କର୍ମଚାରୀ ନିୟୋଜିତ ହେବେ। ୯୬ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୪୭ କୋଟି ହେଉଛନ୍ତି ମହିଳା ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ପୁରୁଷଙ୍କ ସଂଖ୍ୟା ୪୮.୯୯ କୋଟି ରହିଛି। ୪୮,୦୦୦ ଜଣଙ୍କୁ ତୃତୀୟ ଲିଙ୍ଗ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ୨୦୧୯ ତୁଳନାରେ ଭୋଟରଙ୍କ ସଂଖ୍ୟା ୫.୩% ବୃଦ୍ଧି ପାଇଛି। ଗତ ଲୋକସଭା ନିର୍ବାଚନରେ ମୋଟ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୯୧.୨ କୋଟି ଥିଲା। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର।

ଏତେ ବଡ଼ ନିର୍ବାଚନ କେଉଁଠି ନାହିଁ

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମୋଟ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧ କୋଟି ୭୩ ଲକ୍ଷ ୧୮ରୁ ୧୯ ବର୍ଷ ବୟସର। ୮୧ ଲକ୍ଷ ଭିନ୍ନକ୍ଷମ ଭୋଟର ଅଛନ୍ତି। ୧ କୋଟି ୭୫ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ। ୮୦ ବର୍ଷରୁ ଅଧିକ ବୟସର ୧.୭୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ୧୦୦ ବର୍ଷରୁ ଅଧିକ ବୟସ୍କ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଶ୍ୱାସନା ଦେଇଛନ୍ତି ଯେ ୨୦୨୪ ଏବଂ ଏହା ପରେ ମତଦାନରେ ଏକ ସୁଖଦ ଅନୁଭୂତି ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ପ୍ରଚାର ସମୟରେ ସମାନ ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶ୍ରୁତିବଦ୍ଧ। ପୃଥିବୀର କୌଣସି ସ୍ଥାନରେ ଏତେ ବଡ଼ ଧରଣର ମତଦାନ ଓ ଲଜିଷ୍ଟିକର ଉଦାହରଣ ନାହିଁ। ନିର୍ବାଚନ କମିଶନଙ୍କ ୭୫ତମ ବାର୍ଷିକୀ ପାଳନ ଅବସରରେ ୧୪ତମ ଜାତୀୟ ମତଦାତା ଦିବସ ଅବସରରେ ଏହି ସୂଚନା ଦିଆଯାଇଛି।

ଆରମ୍ଭରୁ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇଥିଲା

ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆରମ୍ଭରୁ ମତଦାନରେ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବିଆର ଆମ୍ବେଦକରଙ୍କୁ ଶ୍ରେୟ ଦେଇଛନ୍ତି। ଆମ୍ବେଦକର ୧୯୨୮ ମସିହାରେ ମହିଳାଙ୍କ ମତଦାନ ଅଧିକାର ପ୍ରସଙ୍ଗ ଉଠାଇଥିଲେ। ମତଦାନ ପ୍ରତିଶତ ବୃଦ୍ଧି ନେଇ ମଧ୍ୟ ଇସିଆଇ ଉଲ୍ଲେଖ କରିଛି।

ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ବହୁତ କିଛି କରାଯାଇଛି। ୧୯୫୨ ମସିହାରେ ଏଠାରେ ୧୭୩.୨ ନିୟୁତ ଭୋଟର ଥିଲେ। ଆଜି ଏହି ସଂଖ୍ୟା ୯୬ କୋଟିରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୪୭ କୋଟି ମହିଳା ଭୋଟର ରହିଛନ୍ତି। ପ୍ରଥମ ସାଧାରଣ ନିର୍ବାଚନରେ ମତଦାନ ହାର ୪୫% ଥିବାବେଳେ ଗତ ସାଧାରଣ ନିର୍ବାଚନରେ ଏହା ୬୭%କୁ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ ୩୦ କୋଟି ଭୋଟର ଭୋଟ ଦେଉନାହାନ୍ତି। ମତଦାନ ପ୍ରତିଶତ ବୃଦ୍ଧି କ୍ଷେତ୍ରରେ ସହରାଞ୍ଚଳ ଲୋକଙ୍କ ମଧ୍ୟରେ ଆଗ୍ରହର ଅଭାବ, ଯୁବ ଉଦାସୀନତା ଏବଂ ପ୍ରବାସୀ ଶ୍ରମିକ ପ୍ରମୁଖ ଆହ୍ୱାନ। ଇସିଆଇ ଏହି ତିନୋଟି ଦିଗକୁ ଟାର୍ଗେଟ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ଶନିବାର ସକାଳେ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅଭି ଦିହୁଡ଼ିଙ୍କ ପୁଅ ମୁନା ଦିହୁଡ଼ି (୩୦) କଂସାରି ନଈରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଖାଦ୍ୟସାମଗ୍ରୀ ଓ ଡିଜେଲ ନେଇ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ଯାଉଥିବା ବେଳେ କୌଣସି କାରଣ ବଶତଃ କଳିଯୁଗେଶ୍ୱର ନିକଟ ଚିଲିକାରେ ଭାରସାମ୍ୟ ହରାଇ ଫସି ଯାଇଥିଲେ। ମଧ୍ୟାହ୍ନରେ କୌଣସି ଲୋକ ନଥିବା ବେଳେ ଡଙ୍ଗାଟି ଚିଲିକାରେ ଭାସୁଥିବା କିଛି ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ।

ଘଟଣା ପ୍ରଘଟ ହେବାପରେ ବାଲୁଗାଁ ଅଗ୍ନିଶମ ବାହିନୀ ଉକ୍ତ ଡଙ୍ଗାଟିକୁ ଉଦ୍ଧାର କରିବା ସହ ବହୁ ସମୟ ଧରି ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ସାନିଆଙ୍କ ଛାଡପତ୍ର ପରେ ଶୋଏବ ମଲିକଙ୍କ ଖରାପ ଦିନ ଆରମ୍ଭ?, ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ବିପିଏଲ୍ ଚୁକ୍ତିନାମା ବାତିଲ

ନୂଆଦିଲ୍ଲୀ: ସାନିଆ ମିର୍ଜାଙ୍କ ଛାଡପତ୍ର ପରେ ଶୋଏବ ମଲିକଙ୍କ ଖରାପ ଦିନ ଆରମ୍ଭ ହୋଇଛି। ବାସ୍ତବରେ ଶୋଏବ ମଲିକଙ୍କୁ ବାଂଲାଦେଶ ପ୍ରିମିୟର ଲିଗରେ ମ୍ୟାଚ୍ ଫିକ୍ସିଂ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ପରେ ବାଂଲାଦେଶ ପ୍ରିମିୟର ଲିଗରେ ଶୋଏବ ମଲିକଙ୍କ ଚୁକ୍ତି ବାତିଲ ହୋଇଛି।

ବାଂଲାଦେଶ ପ୍ରିମିୟର ଲିଗ୍ ମ୍ୟାଚରେ ଶୋଏବ ମଲିକ ଗୋଟିଏ ଓଭରରେ ୩ ଟି ନୋ ବଲ ବୋଲିଂ କରିଥିଲେ, ଏହା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ମ୍ୟାଚ୍ ଫିକ୍ସିଂ ଛାଇରେ ଆସିଥିଲେ। ଫ୍ରି ପ୍ରେସ୍ ଜର୍ନାଲ ଖବର ଅନୁଯାୟୀ ବାଂଲାଦେଶ ପ୍ରିମିୟର ଲିଗ୍ ଦଳ ଫର୍ଚ୍ୟୁନ୍ ବେରିସଲ ତୁରନ୍ତ ଶୋଏବ ମଲିକଙ୍କ ଚୁକ୍ତିନାମାକୁ ବାତିଲ କରି ଦେଇଛି।

ସମଗ୍ର ବିଷୟ କ’ଣ?:

ନିକଟରେ ବାଂଲାଦେଶ ପ୍ରିମିୟର ଲିଗରେ ଫର୍ଚୁନ୍ ବେରିସଲ ଏବଂ ଖୁଲନା ଟାଇଗର ଦଳ ମୁହାଁମୁହିଁ ହୋଇଥିଲେ। ଫର୍ଚ୍ୟୁନ୍ ବେରିସଲ ପାଇଁ ଖେଳୁଥିବା ଶୋଏବ ମଲିକ ୧ ଓଭରରେ ୩ ଟି ନୋ ବଲ ବୋଲିଂ କରିଥିଲେ। ବାସ୍ତବରେ ଟି -୨୦ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ସ୍ପିନର ୧ ଓଭରରେ ୩ ଟି ନୋ ବଲ ବୋଲିଂ କରିଥିଲେ। ଏହା ପରେ ଶୋଏବ ମଲିକ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣିଥିଲେ। ଏହି ସମୟରେ ବାଂଲାଦେଶ ପ୍ରିମିୟର ଲିଗ୍ ଦଳର ଫର୍ଚୁନ୍ ବେରିସଲର ମାଲିକ ମିଜାନୁର ରହମାନ ଏହି ଖବରକୁ ନିଶ୍ଚିତ କରିଛନ୍ତି।

ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଶୋଏବ ମଲିକ ବାଂଲାଦେଶ ପ୍ରିମିୟର ଲିଗର ଆଗାମୀ ମ୍ୟାଚରେ ଖେଳିବେ ନାହିଁ। ଏହା ମଧ୍ୟ କୁହାଯାଇଥିଲା ଯେ ସେ ଦୁବାଇ ଯିବେ, ତେଣୁ ଅବଶିଷ୍ଟ ମ୍ୟାଚରେ ଖେଳି ପାରିବେ ନାହିଁ। ସେତେବେଳେ କୁହାଯାଇଥିଲା ଯେ ଶୋଏବ ମଲିକ ବ୍ୟକ୍ତିଗତ କାରଣରୁ ଦୁବାଇ ଯାଉଥିଲେ।

ପ୍ରକାଶ ଯେ, ନିକଟରେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ। ଏଥି ସହିତ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ମଧ୍ୟରେ ତଲାକ ହୋଇଯାଇଛି। ଏହି କାରଣଗୁଡିକ ପାଇଁ, ସୋଏବ ମଲିକ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। କିନ୍ତୁ ବର୍ତ୍ତମାନ ବାଂଲାଦେଶ ପ୍ରିମିୟର ଲିଗରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ସମସ୍ୟାକୁ ବଢାଇ ଦେଇଛି।

Categories
ଜାତୀୟ ଖବର ବିଶେଷ ଖବର

କେମିତି ନିର୍ଦ୍ଧାରଣ କରାଯାଏ ଲୋକସଭା ନିର୍ବାଚନ ତାରିଖ? ୪ଟି ନିର୍ବାଚନ ତଥ୍ୟରୁ ଜାଣନ୍ତୁ କେବେ ମତଦାନ ହେବ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ଏଭଳି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ନିର୍ବାଚନ କମିଶନ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ୨୦୨୪ ଲୋକସଭା ନିର୍ବାଚନ କେବେ ହେବ? ଏପ୍ରିଲ ୧୬ରୁ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବ କି? ନିର୍ବାଚନ କମିଶନଙ୍କ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ନିର୍ବାଚନ ଆୟୋଗ ସ୍ପଷ୍ଟଭାବେ କହିଛନ୍ତି ଯେ ଏହି ତାରିଖରୁ ନିର୍ବାଚନ ହେବା ଜରୁରୀ ନୁହେଁ।

ନିର୍ବାଚନ କମିଶନ ଏକ ବିବୃତିରେ କହିଛନ୍ତି ଯେ, ନିର୍ବାଚନର ସମ୍ଭାବ୍ୟ ତାରିଖ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ପରାମର୍ଶ। ଅଧିକାରୀମାନେ ଯେପରି ଜିଲ୍ଲାସ୍ତରରେ ନିର୍ବାଚନର ଯୋଜନାକୁ ଠିକ୍ ସମୟରେ ଶେଷ କରିପାରିବେ ଏବଂ ବ୍ୟବସ୍ଥା କରିପାରିବେ ସେଥିପାଇଁ ଏହି ତାରିଖ ଦିଆଯାଇଛି।

ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଆନୁଷ୍ଠାନିକଭାବେ ତାରିଖ ଘୋଷଣା କରିନାହାନ୍ତି, କିନ୍ତୁ ଗତ ୪ଟି ଲୋକସଭା ନିର୍ବାଚନ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ ଆମେ ସମ୍ଭାବ୍ୟ ସମୟସୀମା ଆକଳନ କରିପାରିବା।

କେମିତି ନିର୍ଦ୍ଧାରଣ କରାଯାଏ ଲୋକସଭା ନିର୍ବାଚନ ତାରିଖ?

ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ, ଭାରତର ଲୋକସଭା, ବିଧାନସଭା, ରାଜ୍ୟସଭା ନିର୍ବାଚନ ଭାରତର ନିର୍ବାଚନ ଆୟୋଗଦ୍ୱାରା ଆୟୋଜନ କରାଯାଏ।
ସମ୍ବିଧାନଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଲୋକସଭା ନିର୍ବାଚନ ତାରିଖ ସ୍ଥିର କରିବାରେ ମଧ୍ୟ କମିଶନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଲୋକସଭାର ପ୍ରତ୍ୟେକ ଗୃହର କାର୍ଯ୍ୟକାଳ ୫ ବର୍ଷ ଏବଂ ଏହି କାର୍ଯ୍ୟକାଳ ସୀମା ଶେଷ ହେବା ପୂର୍ବରୁ ପୁନର୍ବାର ନିର୍ବାଚନ କରିବାକୁ ପଡ଼ିବ। ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଯେପରି ସମ୍ବିଧାନଦ୍ୱାରା ଉଲ୍ଲଂଘନ ନ ହୁଏ ତାହା ନିର୍ବାଚନ ଆୟୋଗଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ।

ନିର୍ବାଚନ ତାରିଖ ନିର୍ଦ୍ଧାରଣ କରିବା ସମୟରେ ନିର୍ବାଚନ ଆୟୋଗ କେତେକ ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇଥାନ୍ତି। ଉଦାହରଣସ୍ୱରୂପ, ନିର୍ବାଚନ ଦିନ ସେହି ଅଞ୍ଚଳରେ ଅଧିକ ଗରମ କିମ୍ବା ବର୍ଷା ନ ହେବାର ତାରିଖ ରହିବା ଉଚିତ, ଯାହା ମତଦାନକୁ ପ୍ରଭାବିତ କରିଥାଏ। ଯେପରି କୌଣସି ରାଜନୈତିକ ଦଳ ଅଯଥା ଫାଇଦା ନ ପାଇବେ ଏବଂ ନିର୍ବାଚନ ନିରପେକ୍ଷଭାବେ ସମ୍ପନ୍ନ ହେବ ସେଥିପାଇଁ ଏଭଳି ତାରିଖ ଚୟନ କରାଯାଏ। ଏହାବ୍ୟତୀତ ଧାର୍ମିକ ପର୍ବପର୍ବାଣୀ, ଜାତୀୟ ଛୁଟି, ସ୍ୱତନ୍ତ୍ର ପରୀକ୍ଷା ତାରିଖ, ସୁରକ୍ଷା ବାହିନୀର ଉପଲବ୍ଧତାକୁ ମଧ୍ୟ ନିର୍ବାଚନ ଆୟୋଗ ବିଚାରକୁ ନେଇଥାନ୍ତି।

ମତଦାନର କେତେଦିନ ପୂର୍ବରୁ ତାରିଖ ଘୋଷଣା ହୁଏ

ଗତ ୪ଟି ସାଧାରଣ ନିର୍ବାଚନ (୨୦୧୯, ୨୦୧୪, ୨୦୦୯ ଓ ୨୦୦୪)କୁ ଦେଖିଲେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା ଓ ମତଦାନ ମଧ୍ୟରେ ପ୍ରାୟ ୪୦ରୁ ୫୦ ଦିନର ବ୍ୟବଧାନ ରଖିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ନିର୍ବାଚନ ଆୟୋଗ ମାର୍ଚ୍ଚ ପ୍ରାରମ୍ଭରେ ତାରିଖ ଘୋଷଣା କରିଥିଲେ।

୨୦୧୪ ଓ ୨୦୦୯ରେ ନିର୍ବାଚନ କମିଶନ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ୨୦୧୯ ଏପ୍ରିଲ ୭ରୁ ମେ ୧୨ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହୋଇଥିଲା। ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ପର୍ଯ୍ୟନ୍ତ ସାରାଦେଶରେ ନିର୍ବାଚନ ହୋଇଥିଲା। ତେବେ ୨୦୦୪ ମସିହା ଫେବ୍ରୁଆରି ୨୯ ତାରିଖରେ ଏହି ତାରିଖ ଘୋଷଣା କରାଯାଇଥିଲା।

ପୂର୍ବ ନିର୍ବାଚନକୁ ଆଧାର କରି ଅନୁମାନ କରାଯାଇପାରେ ଯେ ଚଳିତ ବର୍ଷ ୨୦୨୪ରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ।

୨୦୨୪ ଲୋକସଭା ନିର୍ବାଚନ କେବେ ହେବ?

ଲୋକସଭା ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଗତ ୪ଟି ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଏପ୍ରିଲରୁ ମତଦାନ ଆରମ୍ଭ ହୋଇ ମେ ମାସ ସୁଦ୍ଧା ନିର୍ବାଚନ ସରିଛି। ୨୦୧୯ ଏପ୍ରିଲ ୧୧, ୨୦୧୪ରେ ଏପ୍ରିଲ ୭, ୨୦୦୯ରେ ଏପ୍ରିଲ ୧୬ ଓ ୨୦୦୪ରେ ଏପ୍ରିଲ ୨୦ରେ ନିର୍ବାଚନ ଆରମ୍ଭ ହୋଇଥିଲା।

୨୦୨୪ରେ ଅଷ୍ଟାଦଶ ଲୋକସଭାର ସଦସ୍ୟ ଚୟନ ପାଇଁ ଏପ୍ରିଲରୁ ମେ ମାସ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବାର ସମ୍ଭାବନା ରହିଛି। ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସମୟ ପାଣିପାଗ ଦୃଷ୍ଟିରୁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ। ଏହି ନିର୍ବାଚନ ୫ରୁ ୭ଟି ପର୍ଯ୍ୟାୟରେ ହୋଇପାରେ।

ଆପଣଙ୍କ ରାଜ୍ୟରେ କ’ଣ ପର୍ଯ୍ୟାୟ ନିର୍ବାଚନ ହେବ?

ଅଧିକ ଲୋକସଭା ଆସନ ଥିବା କେତେକ ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ହୋଇଥାଏ। ଯେପରିକି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ। କେତେକ କ୍ଷୁଦ୍ର ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ।

ପଶ୍ଚିମ ୟୁପିରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ପର୍ଯ୍ୟାୟ ଏବଂ ପୂର୍ବ ୟୁପିରେ ଅବଶିଷ୍ଟ ପର୍ଯ୍ୟାୟରେ ନିର୍ବାଚନ ସମ୍ଭବ। ସେହିପରି ବିହାରରେ ସବୁ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ଗତ ଲୋକସଭା ନିର୍ବାଚନର ତଥ୍ୟକୁ ଆଧାର କରି ଜାଣନ୍ତୁ କେଉଁଠି ହୋଇପାରେ ନିର୍ବାଚନ-

ପ୍ରଥମ ପର୍ଯ୍ୟାୟ: ଜମ୍ମୁ-କଶ୍ମୀର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ଲାକ୍ଷାଦ୍ୱୀପ।

ଦ୍ୱିତୀୟ ପର୍ଯ୍ୟାୟ- ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ୟୁପି, ପଶ୍ଚିମବଙ୍ଗ ଓ ପୁଡୁଚେରୀ।

ତୃତୀୟ ପର୍ଯ୍ୟାୟ: ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଗୋଆ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦାଦ୍ରା ଓ ନଗର ହାଭେଲି, ଦାମନ ଓ ଦିଉ।

ଚତୁର୍ଥ ପର୍ଯ୍ୟାୟ- ବିହାର, ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ।

ପଞ୍ଚମ ପର୍ଯ୍ୟାୟ- ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ।

ଷଷ୍ଠ ପର୍ଯ୍ୟାୟ: ବିହାର, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ-ଏନସିଆର।

ସପ୍ତମ ପର୍ଯ୍ୟାୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ।

କେବେ ଆସିବ ନିର୍ବାଚନ ଫଳାଫଳ?

ସାଧାରଣତଃ ଶେଷ ପର୍ଯ୍ୟାୟ ମତଦାନ ପରେ ତୃତୀୟ କିମ୍ବା ଚତୁର୍ଥ ଦିନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥାଏ। ୨୦୧୯ରେ ମେ ୨୩ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ୨୦୧୪ ଓ ୨୦୦୯ରେ ମେ’ ୧୬ତାରିଖରେ ଫଳାଫଳ ଆସିଥିଲା। ୨୦୦୪ରେ ମେ ୧୩ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା।

ଏହି ଆଧାରରେ ଅନୁମାନ କରାଯାଇପାରେ ଯେ ୨୦୨୪ରେ ମଧ୍ୟ ନିର୍ବାଚନ ଫଳାଫଳ ମେ ୧୩ରୁ ମେ ୨୩ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ରହିବ। ମେ’ ମାସରେ ଭୋଟ ଗଣତି ପରେ ୫୪୩ ଆସନ ବିଶିଷ୍ଟ ଲୋକସଭାର ସ୍ଥିତି ସ୍ପଷ୍ଟ ହେବ।

ଆଚରଣ ବିଧି କେବେ ଲାଗୁ ହେବ?

ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମଗ୍ର ଦେଶ କିମ୍ବା ସେହି ରାଜ୍ୟରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆଚରଣ ବିଧି ଲାଗୁ କରାଯାଏ। ୧୯୬୨ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମଧ୍ୟରେ ଆଚରଣ ବିଧି ଜାରି କରିଥିଲେ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଲାଗୁ ହୋଇପାରେ। ଏହି ସମୟ ମଧ୍ୟରେ କୌଣସି ନୂଆ ବିଲ ଆଗତ ହୋଇପାରିବ ନାହିଁ। କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ନୂଆ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରିପାରିବେ ନାହିଁ। ରାଜନୈତିକ ଦଳ କିମ୍ବା ପ୍ରାର୍ଥୀମାନେ ନିଜ ପ୍ରଚାର ପାଇଁ ସରକାରୀ ସମ୍ବଳ ବ୍ୟବହାର କରିପାରିବେ ନାହିଁ। ମତଦାନ କେନ୍ଦ୍ରକୁ ଭୋଟରଙ୍କ ଆସିବା ପାଇଁ ରାଜନୈତିକ ଦଳମାନେ ଗାଡ଼ିର ବ୍ୟବସ୍ଥା କରିପାରିବେ ନାହିଁ।

ଆଦର୍ଶ ଆଚରଣ ବିଧି ଅନୁଯାୟୀ କୌଣସି ଦଳ କିମ୍ବା ପ୍ରାର୍ଥୀ ଏପରି କୌଣସି

କାର୍ଯ୍ୟକଳାପରେ ଲିପ୍ତ ହୋଇପାରିବେ ନାହିଁ ଯାହା ପାରସ୍ପରିକ ଘୃଣା ସୃଷ୍ଟି କରିବ କିମ୍ବା ଦୁଇ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ। ମସଜିଦ, ଚର୍ଚ୍ଚ, ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନକୁ ନିର୍ବାଚନୀ ପ୍ରଚାର ପାଇଁ ପ୍ଲାଟଫର୍ମଭାବେ ବ୍ୟବହାର କରାଯାଇପାରିବ ନାହିଁ। ଭୋଟରଙ୍କୁ ଲାଞ୍ଚ ଦେବା, ଭୋଟରଙ୍କୁ ଭୟଭୀତ କରିବା, ମତଦାନ କେନ୍ଦ୍ରର ୧୦୦ ମିଟର ଭିତରେ ପ୍ରଚାର କରିବା ନିର୍ବାଚନ ଆଇନ ଅନୁଯାୟୀ ଅପରାଧ। ଯଦି କୌଣସି ପ୍ରାର୍ଥୀ ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେହି ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ ହୋଇପାରେ । ଗିରଫ ହେଲେ ସହଜରେ ଜାମିନ ମିଳେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମା ଟ୍ରାଭେଲର ଯାତ୍ରୀବାହୀ ବସ ଓ ଟାଟା ମେଜିକ ମୁହାଁମୁହି ଦୁର୍ଘଟଣା: ଘଟଣା ସ୍ଥଳରେ ୩ ମୃତ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ଓ ବ୍ରହ୍ମପୁର ଜାତୀୟ ରାଜପଥ -୫୯ ଖଡଭାଗ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମା ଟ୍ରାଭେଲର ଯାତ୍ରୀବାହି ବସ ଓ ଟାଟା ମେଜିକ ଗାଡି ମୁହାଁମହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ ଗାଡି ଡ୍ରାଇଭର ବାବୁ ବେହେରା ଓ ସେହି ଗାଡିରେ ବସି ଥିବା ରାଜେନ୍ଦ୍ର ବୋଡୁ ଏବଂ ଏକ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ସମସ୍ତେ ବ୍ରହ୍ମପୁର ନିକଟ ହଳଦିଆପଦର ଗାଁର ବୋଲି ସୂଚନା ମିଳିଛି।

ଖବର ପାଇ ଦୁର୍ଘଟଣା ସ୍ଥଳରେ ଆସିକା ପୋଲିସ ଏବଂ ଆସକା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମୃତ ବ୍ୟକ୍ତିଙ୍କୁ ଆସିକା ମେଡିକାଲ ଆଣିଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରିବାହୀ ବସ ଗାଡିକୁ ଜବତ କରି ତଦନ୍ତ ଚଳାଛି। ସେପଟେ ବସରେ ଥିବା ଯାତ୍ରୀ ମାନଙ୍କ ସାମାନ୍ୟ ଆଘାତ ହୋଇଥିବା ବେଳେ ସମସ୍ତେ ଆସିକା ମେଡିକାଲରେ ଚିକିତ୍ସିତ ହେବା ପରେ ନିଜ ନିଜ ଘରକୁ ଫେରିଛନ୍ତି ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଯାତ୍ରିବାହୀ ବସ ମା ଟ୍ରାଭେଲର ଗାଡି ସୋରଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆସିକା ନିକଟ ଖଡଭାଗ ଠାରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଟାଟା ମେଜିକ ଗାଡି ହଳଦିଆ ପଦରରୁ ବୁଗୁଡା ସ୍ଥିତ ବୁଦ୍ଧଖୋଲକୁ ଏକ ପିକିନିକ ପାଇଁ ସମସ୍ତ ରନ୍ଧା ସାମଗ୍ରୀ ସହ ଗ୍ୟାସ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଯାବତୀୟ ଜିନିଷ ଧରି ଯାଉଥିଲେ। ଏତିକି ବେଳେ ଖଡଭାଗ ଠାରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଘଟିବା ପରେ ଅଚଂଳରେ ଶୋକର ଛାୟା ଖେଳି ଯାଇଛି।

Categories
ଆଜିର ଖବର ଜାତୀୟ ଖବର

JDU ଏବଂ RJD ମଧ୍ୟରେ ବିଗୁଡୁଛି ସମ୍ପର୍କ? ଗଣତନ୍ତ୍ର ଦିବସରେ ନୀତୀଶ ଏବଂ ତେଜସ୍ୱୀଙ୍କ ମଧ୍ୟରେ ଦୂରତା

ନୂଆଦିଲ୍ଲୀ: ବିହାର ସରକାରରେ ସବୁକିଛି ଠିକ୍ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ବାହାରି ନାହିଁ। କିନ୍ତୁ ଗତ କିଛି ଦିନ ମଧ୍ୟରେ ବିହାର ରାଜନୀତିକୁ ନେଇ ଯେଉଁ ଘଟଣାକ୍ରମ ସାମ୍ନାକୁ ଆସୁଛି, ତାହା ବୁଝିବା କଷ୍ଟସାଧ୍ୟ ନୁହେଁ ଯେ ବିହାର ରାଜନୀତିରେ ସବୁକିଛି ଠିକ୍ ଚାଲିନାହିଁ। ଗଣତନ୍ତ୍ର ଦିବସ ଅବସରରେ ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଝଲକ ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପରସ୍ପରଠାରୁ ଦୂରରେ ରହିଥିବାର ନଜର ଆସିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଉଭୟ ପରସ୍ପରଠାରୁ ଦୂରରେ ବସିଥିବାର ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ କେବଳ ଗୋଟିଏ ଚେୟାର ଖାଲି ଥିବାବେଳେ ଏହି ଚିତ୍ର ସାମ୍ନାକୁ ଆସିବା ପରେ ରାଜନୀତିର ମହଲରେ ସବୁ ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଆହୁରି ମଧ୍ୟ, ଗତ କିଛି ଦିନ ହେବ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଚାଲିଥିବା କଳହର ଖବର ମଧ୍ୟ କିଛି ପରିମାଣରେ ସତ୍ୟ ପ୍ରମାଣିତ ହେଉଥିବା ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ସମ୍ବିଧାନ ଲେଖିବାରେ ୪୩୨ ଟି ନିବ୍ ନଷ୍ଟ ହୋଇଛି, ମୂଳ କପିର ଓଜନ ୧୩ କେଜି, କାହିଁକି ନାଇଟ୍ରୋଜେନ ଚେମ୍ବରରେ ରଖାଯାଇଛି?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଆମ ସମ୍ବିଧାନ କିଏ ଲେଖିଥିଲା? କିଛି ଲୋକଙ୍କ ମନରେ ଡ. ଭୀମରାଓ ଆମ୍ବେଦକରଙ୍କ ନାମ ଥିବାବେଳେ ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ପ୍ରେମ ବିହାରୀ ନାରାୟଣ ରାୟଜାଦା।

ଡ. ଆମ୍ବେଦକର ସମ୍ବିଧାନ ସଭାର ଡ୍ରାଫ୍ଟିଂ ସଭାର ସଭାପତି ହୋଇ ସମ୍ବିଧାନର ରଚୟିତା ହେବାର ଶ୍ରେୟ ପାଆନ୍ତି, କିନ୍ତୁ ପ୍ରେମ ବିହାରୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସମ୍ବିଧାନର ମୂଳ ନକଲକୁ ନିଜ ହାତରେ ଇଂରାଜୀରେ ଲେଖିଥିଲେ। ଏହି କାମ ପାଇଁ ତାଙ୍କୁ ୬ ମାସ ସମୟ ଲାଗିଥିଲା ଏବଂ ସମୁଦାୟ ୪୩୨ଟି ନିବ୍ ଏହି ଲେଖିବାରେ ନଷ୍ଟ ହୋଇଯାଇଥିଲା।

୭୫ତମ ସାଧାରଣତନ୍ତ୍ର ଦିବସରେ ଭାରତୀୟ ସମ୍ବିଧାନ ତିଆରି, ଲେଖିବା ଓ ସଂରକ୍ଷଣ ସହ ଜଡ଼ିତ ୮ଟି ରୋଚକ କଥା

୧. ନେହେରୁଙ୍କ ଅନୁରୋଧକ୍ରମେ ପ୍ରେମ ବିହାରୀ ଲେଖିଥିଲେ, ଏଥିପାଇଁ କୌଣସି ଅର୍ଥ ନେଇନାହାନ୍ତି

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନିଜେ କ୍ୟାଲିଗ୍ରାଫର ପ୍ରେମ ବିହାରୀଙ୍କୁ ସମ୍ବିଧାନର ମୂଳ ନକଲ ଲେଖିବାକୁ ଅନୁରୋଧ କରିଥିଲେ। ପ୍ରେମ ବିହାରୀ କେବଳ ଏହାକୁ ଗ୍ରହଣ କରିନଥିଲେ, ବରଂ ଫି’ ଗ୍ରହଣ କରିବାକୁ ମଧ୍ୟ ମନା କରିଦେଇଥିଲେ।

ସେ କହିଲେ, ‘ଗୋଟିଏ ପଇସା ବି ନାହିଁ। ଭଗବାନଙ୍କ କୃପାରୁ ମୋ ପାଖରେ ସବୁକିଛି ଅଛି ଏବଂ ମୁଁ ମୋ ଜୀବନରେ ଖୁସି ଅଛି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି ଯେ ମୁଁ ପ୍ରତ୍ୟେକ ପୃଷ୍ଠାରେ ମୋର ନାମ ଲେଖିବି ଏବଂ ଶେଷ ପୃଷ୍ଠାରେ ମୋର ଏବଂ ଜେଜେବାପାଙ୍କ ନାମ ଲେଖିବି।’

୨. ସମ୍ବିଧାନ ଲେଖିବା ପାଇଁ ଲାଗିଲା ୬ ମାସ, ୪୩୨ ନିବ ନଷ୍ଟ ହୋଇଗଲା

ସମ୍ବିଧାନ ଲେଖିବା ପାଇଁ ପ୍ରେମ ବିହାରୀଙ୍କୁ ୬ ମାସ ସମୟ ଲାଗିଥିଲା। ଏହି ସମୟରେ ୪୩୨ଟି ନିବ୍ ନଷ୍ଟ ହୋଇଯାଇଥିଲା। ପ୍ରେମବିହାରୀଙ୍କୁ କନଷ୍ଟିଚ୍ୟୁସନ୍ ହଲରେ ଏକ ରୁମ୍ ଦିଆଯାଇଥିଲା, ଯାହା ପରବର୍ତ୍ତୀ ସମୟରେ କନଷ୍ଟିଚ୍ୟୁସନ୍ କ୍ଲବରେ ପରିଣତ ହୋଇଥିଲା।

ଭାରତର ସମ୍ବିଧାନ ହେଉଛି ବିଶ୍ୱର ଏକମାତ୍ର ସମ୍ବିଧାନ, ଯାହାକୁ ପ୍ରତ୍ୟେକ ଭାଗରେ ଚିତ୍ରିତ କରାଯାଇଛି। ଏଥିରେ ରାମ-ସୀତାଙ୍କଠାରୁ ଆରମ୍ଭ କରି ଆକବର ଓ ଟିପୁ ସୁଲତାନଙ୍କ ପର୍ଯ୍ୟନ୍ତ ଚିତ୍ର ରହିଛି। ଶାନ୍ତିନିକେତନର ନନ୍ଦଲାଲ ବୋଷଙ୍କ ନେତୃତ୍ୱରେ ଗଠିତ ଟିମ୍ ସେମାନଙ୍କୁ ସଜେଇ ଥିଲେ। ସମ୍ବିଧାନର ମୂଳ କପିରେ ମଧ୍ୟ ସେମାନଙ୍କ ନାମ ଲେଖାଯାଇଛି।

୩. ସମ୍ବିଧାନର ମୂଳ କପିର ଓଜନ ୧୩ କେଜି

ସମ୍ବିଧାନର ପାଣ୍ଡୁଲିପି ୪୫.୭ x ୫୮.୪ ସେଣ୍ଟିମିଟର ଚର୍ମପତ୍ର କାଗଜରେ ଲେଖାଯାଇଛି। ଏହାର ଓଜନ ୧୩ କେଜି ହୋଇଛି। ସେଲୁଲୋଜ ଭିତ୍ତିକ ଚର୍ମପତ୍ରକୁ ସ୍ୱତନ୍ତ୍ର ଚିକିତ୍ସା ସହିତ ଅଣ-ଷ୍ଟିକ୍ କରାଯାଇଥାଏ। ଇଂଲଣ୍ଡର ବର୍ମିଂହାମ ସହରରୁ ଏହି କାଗଜ ଆମଦାନୀ କରାଯାଇଥିଲା।

୪. ବସନ୍ତ କୃଷ୍ଣ ବୈଦ୍ୟଙ୍କ ଦ୍ୱାରା ଲିଖିତ ସମ୍ବିଧାନର ହିନ୍ଦୀ କପି

ସମ୍ବିଧାନର ହିନ୍ଦୀ କପିକୁ କ୍ୟାଲିଗ୍ରାଫର ବସନ୍ତ କୃଷ୍ଣ ବୈଦ୍ୟ ହାତରେ ଲେଖିଛନ୍ତି। ଏହାର କାଗଜ ଭିନ୍ନ କିସମର। ଏହାକୁ ହାତ ତିଆରି ପେପର ରିସର୍ଚ୍ଚ ସେଣ୍ଟର ପୁଣେରେ ନିର୍ମାଣ କରାଯାଇଛି। ସମ୍ବିଧାନର ହିନ୍ଦୀ କପିରେ ୨୬୪ ପୃଷ୍ଠା ରହିଛି, ଯାହାର ଓଜନ ୧୪ କେଜି।

୫. ପାଣ୍ଡୁଲିପି ସଂରକ୍ଷଣ ପ୍ରୟାସ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା

ସମ୍ବିଧାନର ମୂଳ ଇଂରାଜୀ କପି ଏବଂ ହିନ୍ଦୀ କପିକୁ ଦୀର୍ଘଦିନ ଧରି ସଂରକ୍ଷିତ ରଖିବା ପାଇଁ ୧୯୮୫ ମସିହାରୁ ପ୍ରୟାସ ଆରମ୍ଭ ହୋଇଥିଲା। ସଂସଦୀୟ ପାଠାଗାର ପ୍ରଥମେ ଲକ୍ଷ୍ନୌସ୍ଥିତ ସାଂସ୍କୃତିକ ସମ୍ପତ୍ତି ସଂରକ୍ଷଣ ପାଇଁ ଜାତୀୟ ଗବେଷଣା ପରୀକ୍ଷାଗାର ସହ ଯୋଗାଯୋଗ କରିଥିଲା। କିନ୍ତୁ ତାହା ଫଳପ୍ରଦ ହୋଇନଥିଲା।

ଏହାପରେ ସଂସଦ ପାଠାଗାରର ଅନୁରୋଧକ୍ରମେ ନ୍ୟାସନାଲ ଫିଜିକାଲ ଲାବୋରେଟୋରି ନିଷ୍କ୍ରିୟ ଗ୍ୟାସ ଥିବା ସିଲ୍ କାଚ ଚେମ୍ବର ବିକଶିତ କରିବା ଆରମ୍ଭ କରିଥିଲା। ଏନପିଏଲ ଆମେରିକୀୟ ସମ୍ବିଧାନ ପାଇଁ ନିର୍ମିତ ହିଲିୟମ୍ ଚେମ୍ବର ବିଶିଷ୍ଟ ବକ୍ସ ଭଳି ଏକ ମଡେଲ ଗ୍ରହଣ କରିଛି।

ଏତେ ଚେଷ୍ଟାସତ୍ତ୍ୱେ ହିଲିୟମ୍ ଗ୍ୟାସ୍ ଲିକ୍ ହେବା ବନ୍ଦ ହୋଇନଥିଲା। ଏହାପରେ ଏନପିଏଲ ଏହାର ବୈଜ୍ଞାନିକ ହରି କିଷାନଙ୍କୁ ଫ୍ରାନ୍ସର ସେଣ୍ଟ ଗୋବେନ କମ୍ପାନୀର ସାହାଯ୍ୟ ନେବା ପାଇଁ ପ୍ୟାରିସ ପଠାଇଥିଲେ, କିନ୍ତୁ ଏହା କାମ କରିନଥିଲା।

ନଭେମ୍ବର ୧୯୯୨ରେ ଏନପିଏଲ ଆମେରିକାର ଗେଟି କଞ୍ଜରଭେସନ ଇନଷ୍ଟିଚ୍ୟୁଟ ଅର୍ଥାତ ଜିସିଆଇର ସହାୟତା ନେଇଥିଲା। ନାଇଟ୍ରୋଜେନ ବକ୍ସରେ ଇଜିପ୍ଟୀୟ ମମିକୁ ସଂରକ୍ଷଣ କରିବାର ଅଭିଜ୍ଞତା ଜିସିଆଇର ଥିଲା।

୬. ନାଇଟ୍ରୋଜେନର ସିଲ୍ ବାକ୍ସରେ ସିଲ୍

ଜିସିଆଇ ୩ଟି ସିଲ୍ ବାକ୍ସ ତିଆରି କରିଥିଲା। ସେଥିମଧ୍ୟରୁ ଦୁଇଟି ବକ୍ସ ୧୯୯୪ ମାର୍ଚ୍ଚରେ କାଲିଫର୍ଣ୍ଣିଆରୁ ନୂଆଦିଲ୍ଲୀକୁ ପଠାଯାଇଥିଲା। ବକ୍ସରେ ୪୦-୫୦% ଆର୍ଦ୍ରତା ସହିତ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ହୋଇଥାଏ। ଏଥିରେ ଅମ୍ଳଜାନର ମାତ୍ରା ୧%ରୁ ଅଧିକ ନୁହେଁ।

ଶକ୍ତିଶାଳୀ ସିଲିଂ ଟେକ୍ନୋଲୋଜି ସତ୍ତ୍ୱେ ପ୍ରତି ୭ ମାସରେ ଉଭୟ ବକ୍ସରେ ୫ ଘନ ସେଣ୍ଟିମିଟର ଅମ୍ଳଜାନ ପ୍ରବେଶ କରିଥାଏ। ଏହାର ମୁକାବିଲା ପାଇଁ ଉଭୟ ବକ୍ସରେ ରାସାୟନିକ ପଦାର୍ଥ ରଖାଯାଇଛି, ଯାହା ଅମ୍ଳଜାନକୁ ନଷ୍ଟ କରିଦିଏ।

୭. ସମ୍ବିଧାନରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ପରୋକ୍ଷ ଦସ୍ତଖତର କାହାଣୀ

ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନର ପ୍ରଥମ ଦସ୍ତଖତ ହେବାର ଥିଲା, କିନ୍ତୁ ଜବାହରଲାଲ ନେହେରୁ ପ୍ରଥମେ ଆସି ପ୍ରଥମ ସଂଖ୍ୟାରେ ଦସ୍ତଖତ କରିଥିଲେ। କିଛି ସମୟ ପରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ପହଞ୍ଚିବା ପରେ ତାଙ୍କୁ ସଭାପତିଭାବେ ଦସ୍ତଖତ କରିବାକୁ ସ୍ଥାନ ମିଳିନଥିଲା।

ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ କହିଥିଲେ ଯେ ଆପଣ ପଣ୍ଡିତଜୀଙ୍କ ଦସ୍ତଖତ ଉପରେ ଥିବା ଛୋଟ ଜାଗାରେ ଦସ୍ତଖତ କରିବା ଉଚିତ। ସେଥିପାଇଁ ରାଜେନ୍ଦ୍ର ପ୍ରସାଦଙ୍କ ଦସ୍ତଖତ ଶୀର୍ଷରେ ଓ ଦୂରରେ ରହିଛି।

୮. ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ

୨ ବର୍ଷ ୧୧ ମାସ ୧୭ ଦିନର କଠିନ ପରିଶ୍ରମ ପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭା ସମ୍ବିଧାନ ଗୃହୀତ କରିଥିଲା। ତେବେ ଆଇନଗତଭାବେ ଏହା ୨୬ ଜାନୁଆରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା, ଯେଉଁ ଦିନ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ପାଳନ କରିଥାଉ।

ଭାରତୀୟ ସମ୍ବିଧାନର ମୂଳ ଇଂରାଜୀ କପିରେ ୧,୧୭,୩୬୯ ଶବ୍ଦ ରହିଛି। ଏଥିରେ ୪୪୪ଟି ଲେଖା, ୨୨ଟି ଭାଗ ଓ ୧୨ଟି ସୂଚୀ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍.ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ।

ଏହା ବ୍ୟତୀତ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମ ବ୍ରତରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବାବେଳେ ସ୍ତୁତି ସଦନର ବିଦ୍ୟାର୍ଥୀ ରନର୍ସଅପ୍ ହୋଇଥିଲେ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବିଭାଗର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦେଶପ୍ରେମୀଙ୍କ ଶୀର୍ଷକ ଆଧାରିତ ଆକର୍ଷଣୀୟ ପତ୍ରିକା ଉନ୍ମୋଚିତ ହୋଇଥିଲା।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷିତ ହୋଇଥିଲା। ପରିଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗଣତନ୍ତ୍ର ଦିବସର ଏହି ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ରେଳବାଇ ଷ୍ଟାଡିୟମରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି ଯେ, ପୂର୍ବ ତଟ ରେଳପଥ କ୍ରମାଗତ ଭାବେ ସମସ୍ତ କ୍ଷେତ୍ରରେ ବୃଦ୍ଧି ଘଟାଇ ରାଷ୍ଟ୍ରର ଜୀବନଧାରା ଭାବରେ କାର୍ଯ୍ୟ କରୁଛି ଏବଂ ଜାତୀୟ ଏକୀକରଣର ଏକ ସୁସଂଗତ ତଥା ଏକୀକରଣକାରୀ ଭୂମିକା ଗ୍ରହଣ କରୁଛି।

ଏହି ଅବସରରେ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଯେ ପୂର୍ବ ତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ବୋଲି ନିଜକୁ ପ୍ରମାଣିତ କରିପାରିଛି। ରେଳପଥର ଉତ୍ସର୍ଗୀକୃତ ପ୍ରୟାସ ଏବଂ ପ୍ରତିବଦ୍ଧତାକୁ ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ଦିଆଯାଇଛି। ସଙ୍କଟ ସମୟରେ ଯଥା ଟ୍ରେନ୍ ଚଳାଚଳକୁ ବାଧା ଦେଉଥିବା ଭୂସ୍ଖଳନ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ ସଙ୍କଟ, ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏବଂ ସମାଜର କୋଣ ଅନୁକୋଣରୁ ପ୍ରଶଂସିତ ହୋଇଛି। ରେଳ ବ୍ୟବହାରକାରୀଙ୍କୁ ଆଧୁନିକ, ନିର୍ଭରଯୋଗ୍ୟ, ନିରାପଦ ଏବଂ ଗ୍ରାହକ-କେନ୍ଦ୍ରିତ ସେବା ପ୍ରଦାନ କରିବାର ପ୍ରତିବଦ୍ଧତ୍ତା କ୍ଷେତ୍ରରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପୂର୍ବତଟ ରେଳପଥ ଗୁରୁତ୍ୱ ଦେଇ ଆସୁଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଯାତ୍ରୀମାନଙ୍କ ସୁବିଧାଗୁଡ଼ିକରେ ବିଶେଷ ଭାବରେ ଅନ୍-ବୋର୍ଡ ସେବା ତଥା ରେଳ ଷ୍ଟେସନରେ ସାଧାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସ୍ତରରେ ଉନ୍ନତି ସହିତ ଅନ୍ୟାନ ଆଧୁନିକ ଯାତ୍ରୀପରିଷେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଉଅଛି।

ପୂର୍ବତଟ ରେଳପଥର ପ୍ରଦର୍ଶନ ବିଷୟରେ ଏହି ଅବସରରେ ଶ୍ରୀ ଶର୍ମା ମଧ୍ୟ ସୂଚନା ଦେଇଛନ୍ତି। ସେ ସୂଚନାଦେଇ କହିଛନ୍ତି ଯେ ପୂର୍ବ ତଟ ରେଳପଥ 200 ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ କରିଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ ଅଟେ ଏବଂ ଏହା ମଧ୍ୟ ରେକର୍ଡ ସମୟ ମଧ୍ୟରେ ମାତ୍ର 295 ଦିନରେ ଗତ ଆର୍ଥିକ ବର୍ଷ ତୁଳନାରେ 15 ଦିନ ପୂର୍ବରୁ ପୁରାଣ ହୋଇପାରିଛି। ଚଳିତ ବର୍ଷ 136.65 କିମି ମଲ୍ଟି ଟ୍ରାକିଂର କାର୍ଯ୍ୟକ୍ଷମ ସହିତ 37.3 କିମି ର ନୂଆ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି। ଏହି ରେଳପଥ ଚଳିତ ବର୍ଷ ସମ୍ବଲପୁର-ସମ୍ବଲପୁର ସିଟି – ମାନେଶ୍ଵର (15.00 କିମି) ରେଳପଥ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ସଫଳତାର ସହିତ ସମାପ୍ତ କରିଛି ଏବଂ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କେତେକ ରେଳ ସେକ୍ସନ ହେଉଛି କୋଟାଭାଲାସା – ବୋଡଭାରା (7.30 କିଲୋମିଟର) – କୋରାପୁଟ ଦୋହରୀକରଣ ପ୍ରକଳ୍ପ, ଶିମିଲିଗୁଡା – ଆରାକୁ- ଗୋରାପୁର (21.619 କିମି) ସେକ୍ସନ, କୋଟାଭାଲାସା- କୋରାପୁଟ ଦୋହରୀକରଣ ପ୍ରକଳ୍ପ। ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ 14 ଟି ରେଳ ଧାରଣା ତଳ ଉପମାର୍ଗ, 07 ରୋଡ଼ ଓଭର ବ୍ରିଜ ଏବଂ 07 ଫୁଟ ଓଭର ବ୍ରିଜ, ନୂତନ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରୋଜେକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏହାପୂର୍ବରୁ ଶ୍ରୀ ଶର୍ମା ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ ଏବଂ ଗାଇଡ୍ ଏବଂ ସିଭିଲ୍ ଡିଫେନ୍ସ ଦ୍ୱାରା ଆୟୋଜିତ ପ୍ୟାରେଡ୍ ଯାଞ୍ଚ କରିବା ସହିତ ଅଭିବାଦନ ଆଦାନ ପ୍ରଦାନ କରିଥିଲେ। ପରେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଦେଶଭକ୍ତି ଗୀତ ଏବଂ ନୃତ୍ୟ ଇତ୍ୟାଦି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରାଯାଇଥିଲା ଯାହା ସମାବେଶକୁ ଭାବପ୍ରବଣ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଆଜି ବିହାରରେ ‘ଖେଲା ହୋବେ’? ଜିତନ ରାମ ମାଞ୍ଝିଙ୍କ ବଡ ଦାବି

ପାଟନା: ବିହାର ରାଜନୀତିରେ ଲାଗିଥିବା ଉତ୍ତେଜନାକୁ ପ୍ରଥମେ ‘ହମ୍’ ସଂଯୋଜକ ଜିତନ୍ ରାମ ମାଞ୍ଝିଙ୍କ ଦ୍ୱାରା ପୂର୍ବାନୁମାନ କରାଯାଇଥିଲା। ସେ କହିଥିଲେ ଯେ, ‘ଖେଲା ହୋବେ’। ଏହି ବିବୃତ୍ତି ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏଥି ସହିତ, ଜିତନ ରାମ ମାଞ୍ଝି ଆଜି ବିହାରର ପରିବର୍ତ୍ତନ ସମୀକରଣ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ସବୁବେଳେ କହି ଆସୁଛୁ ଯେ ଜାନୁଆରୀ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ବିହାର ରାଜନୀତିରେ ପରିବର୍ତ୍ତନର ସମୟ ହେବ। ଏହା ମଧ୍ୟ ଦୃଶ୍ୟମାନ ହେଉଛି। କେହି କେହି କୁହନ୍ତି ଆଜି ହିନ ହେଇଯିବ, କେହି କେହି ଆସନ୍ତାକାଲି ହେବ ବୋଲି କହିଛନ୍ତି। ପୂର୍ବାନୁମାନ କରାଯାଉଛି। ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ମୁଖ୍ୟମନ୍ତ୍ରୀ କିଏ ହେବ? ଏହା ଏକ ଆଭ୍ୟନ୍ତରୀଣ ବିଷୟ। ଏଥିରୁ ଜଣାପଡୁଛି ଯେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ବୁଝାମଣା କରିପାରିବେ ନାହିଁ।

ଏଥି ସହିତ ଜିତନ ରାମ ମାଞ୍ଝି ଏକ୍ସରେ ଟ୍ୱିଟ କରି ବିହାରର ରାଜନୀତିକୁ ଆହୁରି ଜୋରଦାର କରିଛନ୍ତି। ସେ X ରେ ଲେଖିଛନ୍ତି ଯେ, ‘ଆଜି ଏହା ଘଟିବ କି? ଏହି ପୋଷ୍ଟ ପରେ ଅନେକ ଅର୍ଥ ଅନୁମାନ କରାଯାଉଛି। ବିହାରର ରାଜନୈତିକ ସ୍ଥିତିକୁ ଦେଖିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପକ୍ଷ ପରିବର୍ତ୍ତନ କରିବେ କି ନାହିଁ ବୋଲି କୁହାଯାଉଛି। ଗୁରୁବାର ରାତିରେ ଦିଲ୍ଲୀରେ ବିଜେପି ହାଇ କମାଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଅନେକ ବିଜେପି ନେତା ବିହାରରୁ ଯାଇଥିଲେ। ସବୁଠୁ ବଡ କଥା ହେଲା ସମ୍ରାଟ ଚୌଧୁରୀ ଦିଲ୍ଲୀ ଯାଇଥିବା ବିମାନରେ ଜେଡିୟୁ ନେତା କେସି ତ୍ୟାଗୀ ମଧ୍ୟ ଉପସ୍ଥିତ ଥିଲେ।

ଆଜି ସାମ୍ବାଦିକମାନଙ୍କୁ ଜିତନ ରାମ ମାଞ୍ଝି କହିଛନ୍ତି ଯେ, କିଛି କହିବାର ନାହିଁ, ଆପଣ ସମସ୍ତେ ମଧ୍ୟ ଦେଖୁଛନ୍ତି। କିଛି ଦିନ ପୂର୍ବରୁ ନୀତୀଶ କୁମାର କହିଥିଲେ, ‘କିଛି ଲୋକ ନିଜ ପୁଅକୁ ଆଗକୁ ନେବାକୁ ଚାହାଁନ୍ତି, କିନ୍ତୁ ମୁଁ କର୍ପୁରୀ ଠାକୁରଙ୍କ ପଦାଙ୍କ ଅନୁସରଣ କରେ।’ ତାଙ୍କ ବିବୃତ୍ତି କଂଗ୍ରେସ, ଆରଜେଡି ଉପରେ ଥିଲା। ଏହି ପରିସ୍ଥିତିରେ, ଆପଣଙ୍କୁ କ’ଣ ଲାଗୁଛି ସେମାନେ ଏକଜୁଟ ରହିବେ?

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ, ଚାରି ଗିରଫ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ। ଗାଡି ଚାଳକଙ୍କୁ ଅପହରଣ କରି ଜିନିଷ ଲୁଟିବାକୁ ଚାଲିଥିଲା ଯୋଜନା। ଚାରି ଡକାୟତଙ୍କୁ ବାନ୍ଧିଲା ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ।

ସୂଚନା ମୁତାବକ ବରୁଣେଇ ଜଙ୍ଗଲ ବେଣାପଞ୍ଜୁରୀ ରୋଡରେ ଡକାୟତି ପାଇଁ ଯୋଜନା ଚାଲିଥିବାର ଖବର ପାଇଥିଲା ପୋଲିସ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପୋଲିସ ଚଢ଼ଉ କରି ଚାରି ଜଣଙ୍କୁ ଗିରଫ କରିଛି, ତାଙ୍କଠାରୁ ଲୁହା ରଡ଼, ଛୁରୀ ଜବତ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ପଟ୍ଟନାୟକ, ରଶ୍ମିରଞ୍ଜନ ଦାସ, ସଞ୍ଜୟ ଚମ୍ପତ୍ତି ଓ ବିପିନ ରାଉତ।

ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇ ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ଉକ୍ତ ଅଭିଯୁକ୍ତ ମାନେ ଜାତୀୟ ରାଜପଥରେ ଜନସାଧାରଣଙ୍କୁ ଟାର୍ଗେଟ କରି ଲୁଟ କରୁଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ରାଜନୀତି ବଦଳୁଛି: ନୀତୀଶ ଛାଡ଼ିଲେ କ’ଣ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗିଯିବ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ବିଜେପି ପୂରା ଶକ୍ତି ସହ ନିର୍ବାଚନୀ ଲଢ଼େଇରେ ପ୍ରବେଶ କରିବାକୁ ପ୍ରସ୍ତୁତ। କିନ୍ତୁ ବିଜେପିକୁ ଘେରିବାରେ ନିୟୋଜିତ ବିରୋଧୀ ଦଳର ମେଣ୍ଟର ଅବସ୍ଥା ଖରାପ ହେବାରେ ଲାଗିଛି। ବାସ୍ତବରେ ରାହୁଲ ଗାନ୍ଧି ନିର୍ବାଚନ ପୂର୍ବରୁ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମାଧ୍ୟମରେ ଦେଶବାସୀଙ୍କୁ ଏକଜୁଟ କରିବାକୁ ବାହାରିଥିବାବେଳେ ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ଭାଙ୍ଗିବା ଦ୍ୱାରରେ ଛିଡ଼ା ହୋଇଥିବା ଜଣାପଡ଼ିଛି। ଗୋଟିଏ ପରେ ଗୋଟିଏ ଇଣ୍ଡି ମେଣ୍ଟ ପାଇଁ ଖରାପ ଖବର ଆସୁଛି। ପ୍ରଥମେ ମମତା ଏକଲା ଚଲୋ ଘୋଷଣା କରିଥିଲେ, ତା’ପରେ କେଜ୍ରିୱାଲ ମଧ୍ୟ ଦୂରତା ରଖିଛନ୍ତି। ପଞ୍ଜାବରେ ଲୋକସଭା ନିର୍ବାଚନ ପାଇଁ ଭଗବନ୍ତ ମାନ ଏକାକୀ ଲଢ଼ିବା କଥା ଜୋର ଦେଉଛନ୍ତି। ବିଜେପିରୁ କଂଗ୍ରେସକୁ ଯାଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଟ୍ଟର ମଧ୍ୟ ଆଜି ବିଜେପିକୁ ଫେରିଛନ୍ତି ଏବଂ ଏବେ ନୀତୀଶ ଏନଡିଏକୁ ଫେରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦି ନୀତୀଶ କୁମାର ଏନଡିଏକୁ ଫେରିବେ ତେବେ ଇଣ୍ଡି ମେଣ୍ଟର ଅସ୍ତିତ୍ୱ ସଙ୍କଟରେ ପଡ଼ିବ ଏବଂ ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‍ଘାଟନ ପରେ ଲୋକସଭା ନିର୍ବାଚନକୁ ନେଇ ବିଜେପି ଅଧିକ ସକ୍ରିୟ ଦେଖାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ନିର୍ବାଚନ ପ୍ରଚାର ଦାୟିତ୍ୱ ନେଇଛନ୍ତି।

ନିର୍ବାଚନ ଆୟୋଗ ଯେକୌଣସି ସମୟରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଅପରପକ୍ଷରେ ଲୋକସଭା ନିର୍ବାଚନରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ଟକ୍କର ଦେବାକୁ ଦାବି କରୁଥିବା ଇଣ୍ଡି ମେଣ୍ଟ ନିର୍ବାଚନ ପୂର୍ବରୁ ଭାଙ୍ଗିବା ଦ୍ୱାରରେ ଛିଡ଼ା ହୋଇସାରିଛି। ମମତା ବାନାର୍ଜୀ ଓ ଭଗବନ୍ତ ମାନଙ୍କ ପରେ ନୀତୀଶ କୁମାର ଦଳ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ମମତା ବାନାର୍ଜୀଙ୍କ ପରେ ନୀତୀଶ କୁମାର ଚାଲିଗଲେ ଇଣ୍ଡି ମେଣ୍ଟର ନିର୍ବାଚନ ପ୍ରସ୍ତୁତି ବନ୍ଦ ହୋଇଯିବ ଏବଂ କଂଗ୍ରେସକୁ ପୁଣିଥରେ ଲୋକସଭା ନିର୍ବାଚନ ପାଇଁ ନୂଆ ଯୋଜନା କରିବାକୁ ପଡ଼ିବ ବୋଲି କଂଗ୍ରେସ ଆଶଙ୍କା କରୁଛି। ଅଳ୍ପ ସମୟ ମଧ୍ୟରେ ନୂଆ ରଣନୀତି ନେଇ ଆଗକୁ ବଢ଼ିବା କଂଗ୍ରେସ ପାଇଁ ସହଜ ହେବ ନାହିଁ।

ଇଣ୍ଡି ମେଣ୍ଟ ଉପରେ କାହିଁକି ରାଗିଛନ୍ତି ନୀତୀଶ?

ବିହାରରେ କ୍ଷମତା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। ବିହାର ରାଜନୀତି ପ୍ରତି ଉଦାସୀନତା ପୂର୍ବରୁ ଇଣ୍ଡି ମେଣ୍ଟକୁ ନେଇ ନୀତୀଶଙ୍କ ଅସନ୍ତୋଷକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଜୋର ଧରିଥିଲା। ସେ ମେଣ୍ଟ ବୈଠକ ଅଧାରୁ ଛାଡ଼ି ଦେଇଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଇଣ୍ଡି ମେଣ୍ଟ ଗଠନ କରିଛନ୍ତି। ନିକଟରେ ଦିଲ୍ଲୀରେ ଏଥିରେ ସମ୍ପୃକ୍ତ ସମସ୍ତ ୨୮ଟି ରାଜନୈତିକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଭାବେ ଉଠିଥିଲା।

ଏହାପରେ ବିରୋଧୀ ଦଳମଧ୍ୟରେ ଫାଟ ବନ୍ଦ ହୋଇଯାଇଛି। ଜନତା ଦଳ (ୟୁନାଇଟେଡ୍)ର ଜଣେ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଖଡଗେଙ୍କ ନାମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଇଣ୍ଡି ମେଣ୍ଟରେ ନିଜର ପ୍ରଭାବ ହ୍ରାସ ପାଉଥିବା ଦେଖି ନୀତୀଶ କୁମାର ଖୁବ୍ ରାଗିଯାଇଛନ୍ତି। ଏବେ ସେ ନିଜର ପୁରୁଣା ସହଯୋଗୀ ଏନଡିଏକୁ ଯିବା ପାଇଁ ମନ ସ୍ଥିର କରିପାରିବେ।

ପ୍ରଥମେ ମମତା ଇଣ୍ଡି ମେଣ୍ଟକୁ ଝଟକା ଦେଇଛନ୍ତି

ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି। ମମତା କହିଛନ୍ତି ଯେ ସେ ବେଙ୍ଗଲରେ ଏକାକୀ ନିର୍ବାଚନ ଲଢ଼ିବେ। ମମତା ବାନାର୍ଜୀଙ୍କ ଏହି ଘୋଷଣା ପରେ ଇଣ୍ଡି ମେଣ୍ଟ ଭାଙ୍ଗିବାରେ ଲାଗିଛି। କୁହାଯାଉଛି ମମତା ବାନାର୍ଜୀ ପୂର୍ବରୁ କଂଗ୍ରେସକୁ ଦୁଇଟି ଆସନ ଦେବାକୁ କହିଥିଲେ କିନ୍ତୁ ଏବେ ମମତା କଂଗ୍ରେସକୁ ଗୋଟିଏ ବି ଆସନ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନ ଥିବାବେଳେ ମମତା ବାନାର୍ଜୀ ଏକଲା ଚଲୋଙ୍କ ସହ ସମସ୍ତ ୪୨ଟି ଆସନରେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଟିଏମସିର ଗଡ଼ ବୀରଭୂମ ଜିଲ୍ଲାରେ ମମତା ବାନାର୍ଜୀ ଏକ ବନ୍ଦ କୋଠରୀରେ ସାଂଗଠନିକ ବୈଠକ କରିଥିଲେ। ସେପଟେ ମମତା ବାନାର୍ଜୀ ଦଳୀୟ ନେତାମାନଙ୍କୁ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ସେ ସର୍ବଦା କହୁଛନ୍ତି ଯେ ବଙ୍ଗଳାରେ ବିଜେପିକୁ ପରାସ୍ତ କରିବାର କ୍ଷମତା କେବଳ ଆମ ପାଖରେ ଅଛି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବଙ୍ଗଳାର ଏତେ ନିକଟତର ଏବଂ ତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଭଗବନ୍ତ ମାନ ମଧ୍ୟ ରାସ୍ତା ଦେଖାଇଲେ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି। ଭଗବନ୍ତ ମାନ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ପଞ୍ଜାବର ୧୩ଟି ଆସନରେ ସେ ଏକାକୀ ଲଢ଼ିବେ ବୋଲି ଭଗବନ୍ତ ମାନ କହିଛନ୍ତି। ସେମାନେ କୌଣସି ଦଳ ସହ ମେଣ୍ଟ କରିବେ ନାହିଁ। ପଞ୍ଜାବରେ ଆପ୍ ୧୩ଟି ଆସନରେ ପ୍ରାର୍ଥୀ ଦେବ। ଆମେ ଆପୋସ ବୁଝାମଣା କରିବୁ ନାହିଁ। ମମତା ବାନାର୍ଜୀଙ୍କ ନିଜସ୍ୱ ନିଷ୍ପତ୍ତି ଅଛି ଏବଂ ଆମର ମଧ୍ୟ ଅଛି। ଭଗବନ୍ତ ମାନ କହିଛନ୍ତି ଯେ ଆମେ ୪୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛୁ। ଏହି ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚୟନ କରାଯିବ। ଭଗବନ୍ତ ପଞ୍ଜାବର ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ଭଗବନ୍ତ ମାନ କହିଛନ୍ତି ଯେ ଏଥର ସେମାନେ ପଞ୍ଜାବରେ ୧୩-୦ରେ ଜିତିବେ।

ଦକ୍ଷିଣରୁ ଆସିଛି ଖରାପ ଖବର

ଦକ୍ଷିଣ ଭାରତରୁ ଇଣ୍ଡି ମେଣ୍ଟ ପାଇଁ ମଧ୍ୟ ଖରାପ ଖବର ସାମ୍ନାକୁ ଆସିଛି। କର୍ଣ୍ଣାଟକର ବଡ଼ ଲିଙ୍ଗାୟତ ନେତା ଜଗଦୀଶ ଶେଟ୍ଟର ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। ବାସ୍ତବରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର କ୍ରୋଧିତ ନେତାଙ୍କୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ କରୁଛି। ଗୁରୁବାର ଦିନ କର୍ଣ୍ଣାଟକ ନେତା ଜଗଦୀଶ ଶେଟ୍ଟର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ୟେଦୁରପ୍ପାଙ୍କ ସହ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ସେ ଗୁରୁବାର ପୁଣି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଜଗଦୀଶ ଶେଟ୍ଟର ୭ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ଟିକେଟ କଟାଯିବାକୁ ନେଇ ଶେଟ୍ଟର ଅସନ୍ତୁଷ୍ଟ ଥିଲେ। ବିଧାନସଭା ନିର୍ବାଚନରେ ସେ ହୁବଲି-ଧାରୱାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପ୍ରାୟ ୩୪ ହଜାର ଭୋଟରେ ପରାଜିତ ହୋଇଥିଲେ। ଜଗଦୀଶ ଶେଟ୍ଟର କର୍ଣ୍ଣାଟକର ଲିଙ୍ଗାୟତ ନେତାଙ୍କ ମଧ୍ୟରୁ ଅନ୍ୟତମ ଏବଂ ହୁବଲି-ଧାରୱାଡ ଅଞ୍ଚଳରେ ତାଙ୍କୁ ଏକ ଶକ୍ତିଶାଳୀ ନେତା ବୋଲି ବିବେଚନା କରାଯାଏ।

ଅଖିଳେଶ ମଧ୍ୟ ଝଟକା ଦେବେ କି?

ଗତବର୍ଷ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ସମାଜବାଦୀ ପାର୍ଟି କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କୁ ସମାଲୋଚନା କରିଥିଲା। ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ସିଂ କାକା କହିଛନ୍ତି ଯେ କମଲନାଥଙ୍କ ଅଶାଳୀନ ବୟାନ ଯୋଗୁଁ କଂଗ୍ରେସ ବିଧାନସଭା ନିର୍ବାଚନ ହାରିଛି। ସେ କହିଥିଲେ ଯେ ବିଧାନସଭା ନିର୍ବାଚନ ସମୟରେ କମଲନାଥଙ୍କ ଅହଂକାର ଜୋରରେ କହୁଥିଲା। ବାସ୍ତବରେ ମଧ୍ୟପ୍ରଦେଶ ନିର୍ବାଚନରେ ଅଖିଳେଶ ଯାଦବ କଂଗ୍ରେସଠାରୁ ଆସନ ମାଗିବାରୁ କମଲନାଥ ରାଗି ଯାଇଥିଲେ।

ଅଖିଳେଶ ଯାଦବ ଇଣ୍ଡି ମେଣ୍ଟର ସହଯୋଗୀ ହେବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ କମଲନାଥ ପ୍ରତ୍ୟାଖ୍ୟାନ କରି ଅଖିଳେଶ ଯାଦବଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ସେହିଦିନଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା ଯେ ମେଣ୍ଟରେ ଅଖିଳେଶଙ୍କର କୌଣସି ଭୂମିକା ନାହିଁ। ସପାର କିଛି ସହଯୋଗୀ ଦଳ ମଧ୍ୟ ଅଖିଳେଶଙ୍କୁ ମେଣ୍ଟରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି।