Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

200 ନିୟୁତ ଟନ୍ ପଣ୍ୟ ବୋଝେଇକୁ ମାତ୍ର 295 ଦିନରେ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। 1 ଏପ୍ରିଲ, 2023 ରୁ 22 ଜାନୁୟାରୀ, 2024 ପର୍ଯ୍ୟନ୍ତ ଏହି ରେଳପଥ 202.111 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ଅର୍ଥାତ୍ 2022-23 ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ 191.39 ନିୟୁତ ଟନ୍ ସର୍ବାଧିକ ମାଲ ଲୋଡିଂର ପୂର୍ବ ରେକର୍ଡକୁ ଭଙ୍ଗ କରିଛି। ଏହା ଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ରେଳ ଜୋନ ଭାବେ ଧାରା ବଜାୟ ରଖିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ ହୋଇଥିବା ଚମତ୍କାର ପ୍ରଦର୍ଶନରେ ବହୁ ଅବଦାନ ଦେଇଛି।

2023-24 ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ 121.747 ନିୟୁତ ଟନ କୋଇଲା, 10.65ନିୟୁତ ଟନ ର କଞ୍ଚାମାଲ ଇସ୍ପାତ କାରଖାନାକୁ, 16.398 ନିୟୁତ ଟନ ପିଗ ଆଇରନ୍ ଏବଂ ଉତ୍ପାଦ ଇସ୍ପାତ, 24.018 ନିୟୁତ ଟନ ଲୁହାପଥର, 1.192 ନିୟୁତ ଟନ ସିମେଣ୍ଟ, 2.415 ନିୟୁତ ଟନର ଖାଦ୍ୟ ଶସ୍ୟ, 5.235 ନିୟୁତ ଟନ ସାର, 2.425 ନିୟୁତ ଟନ ଖଣିଜ ତେଲ, କଣ୍ଟେନରରେ 3.774 ନିୟୁତ ଟନ ମାଲ ପରିବହନ ଏବଂ 14.358 ନିୟୁତ ଟନର ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରିଛି।

ବିଭିନ୍ନ ବାଧାବିଘ୍ନ ସତ୍ୱେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏହାର ମାନବ ଶକ୍ତି ବ୍ୟବହାର ସହିତ ସରକାରୀ ଓ ଶିଳ୍ପ ସଂସ୍ଥା ସହିତ ଅନ୍ୟାନ ଭାଗିଦାରୀ ମାନଙ୍କ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଗଢି ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ଏହି ରେଳ ଜୋନ୍ ପଣ୍ୟ ପରିବହନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଛି। ମହାପ୍ରବନ୍ଧକ ପ୍ରଥମ ଦିନରୁ ଏହାର କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି। ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାବ୍ୟକ୍ତ ପୂର୍ବତଟ ରେଳପଥକୁ କଠିନ ମାଇଲ୍ଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ EdCILର ସ୍ପଷ୍ଟୀକରଣ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCILର କୌଣସି ଭୂମିକା ନଥିବା ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL କହିଛି ଯେ, EdCIL ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ 22, 2023 ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା।

ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା।

ସିବିଟି ପରୀକ୍ଷା ପରେ EdCIL 22 ଅଗଷ୍ଟ 2023ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

କମ୍ବାଇନଡ୍ ଲିଷ୍ଟ ଓସେପାକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା।

ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଲା EdCIL।

Categories
ଜାତୀୟ ଖବର ବିଶେଷ ଖବର

ସେମାନେ କାଫର, ତୁମେ ଆଲ୍ଲାଙ୍କ ଶପଥ ନେଇଛ: ମମତାଙ୍କ ଦୁଇ କଥାକୁ ନେଇ ରାଜନୈତିକ ଲଢ଼େଇ ଆରମ୍ଭ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୨ତାରିଖରେ ସଙ୍ଗତୀ ଶୋଭାଯାତ୍ରାରେ ଦେଇଥିବା ଅଭିଭାଷଣ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ମମତା ବାନାର୍ଜୀ ତାଙ୍କ ଅଭିଭାଷଣରେ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ ବୋଲି ଆଲ୍ଲାଙ୍କ ଶପଥ ନେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ସେ ନିଜ ଭାଷଣରେ କାଫିର ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ମମତା ବାନାର୍ଜୀଙ୍କ ଭାଷଣ ଉପରେ ତୀବ୍ର ଆକ୍ରମଣ କରିଛି ବିଜେପି। ଅଯୋଧ୍ୟାରେ ରାମଲଲାଙ୍କ ପୂଜାର୍ଚ୍ଚନା ପରେ ମମତା ବାନାର୍ଜୀ କୋଲକାତାରେ ଏକ ସଙ୍ଗତି (ସର୍ବଧର୍ମ ସମନ୍ୱୟ) ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସେ ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଭଳି ବିଭିନ୍ନ ଧର୍ମର ଧର୍ମାନୁଷ୍ଠାନ ପରିଦର୍ଶନ କରିଥିଲେ। ସେ ସର୍ବଧର୍ମ ରାଲିର ନେତୃତ୍ୱ ନେଇ ଧାର୍ମିକ ସୌହାର୍ଦ୍ଦ୍ୟ ପାଇଁ ପ୍ରତୀକାତ୍ମକ ଯାତ୍ରା କରିଥିଲେ, କିନ୍ତୁ ଏହି ଗସ୍ତ ସମୟରେ ମମତା ବାନାର୍ଜୀଙ୍କ ଅଭିଭାଷଣକୁ ନେଇ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଛି।

ଏହି ବୟାନକୁ ନେଇ ବିବାଦ?

ଏହି ରାଲିରେ ମମତା ବାନାର୍ଜୀ ଉତ୍ତେଜନାମୂଳକ ବୟାନ ଦେବା ସହ କାଫିର ଶବ୍ଦ ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆରେ ମମତା ବାନାର୍ଜୀଙ୍କ ଭାଷଣର ଲିଙ୍କ ସେୟାର କରି କହିଛନ୍ତି ଯେ ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆଲ୍ଲାଙ୍କ ଶପଥ ନେଇ ସେ କହିଥିଲେ ଯେ ବିଜେପିକୁ ସମର୍ଥନ କରୁଥିବା କାଫିରମାନଙ୍କୁ ନ ଛାଡ଼ିବା ପାଇଁ ସେ ଆଲ୍ଲାଙ୍କ ଶପଥ ନେଇଛନ୍ତି । ମମତା ବାନାର୍ଜୀ ଏହି ରାଲିରେ ନିଜ ଅଭିଭାଷଣରେ କହିଥିଲେ ଯେ ଗୋଟିଏ କଥା ମନେରଖନ୍ତୁ, ବିଜେପିକୁ ସାହାଯ୍ୟ କରନ୍ତୁ ନାହିଁ, ଆପଣମାନଙ୍କ ମଧ୍ୟରୁ କେହି ବିଜେପିକୁ ସମର୍ଥନ କରିବେ ନାହିଁ । ମୁଁ ଆଲ୍ଲାଙ୍କ ଶପଥ ନେଉଛି (ମୁଁ ଭଗବାନଙ୍କୁ ଶପଥ କରୁଛି) କେହି ତୁମକୁ କ୍ଷମା କରିବେ ନାହିଁ । ମୁଁ ତୁମକୁ କ୍ଷମା କରିବି ନାହିଁ । ମମତା ବାନାର୍ଜୀ ମଧ୍ୟ ରାଲିରେ ନିଜ ଅଭିଭାଷଣରେ କାଫିର ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବିଜେପି ଦାବି କରିଛି ଯେ ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁମାନେ ଡରୁଛନ୍ତି ସେମାନେ କାଫିର, ଯେଉଁମାନେ ଲଢ଼ୁଛନ୍ତି ସେମାନେ ଜିତିଛନ୍ତି।

ସାମ୍ନାକୁ ଆସିଲା ପୁରୁଣା ଭିଡିଓ

୨୦୨୨ ମେ’ର ଭିଡିଓ ସହ ମମତା ବାନାର୍ଜୀଙ୍କ ସଙ୍ଗତୀ ପଦଯାତ୍ରା ରାଲିର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ୍ ଅବସରରେ ଜନତାଙ୍କୁ ସମ୍ବୋଧିତ କରୁଥିଲେ ବୋଲି ଦାବି ହୋଇଛି। ନିଜ ଅଭିଭାଷଣରେ ସେ ଏମିତି କିଛି କହିଥିଲେ, ଯାହାକୁ କାଫିର ଭଳି ଲାଗୁଥିଲା। ସେମାନେ ଯାହା ଚାହୁଁଛନ୍ତି ତାହା କରିବାକୁ ଦିଅନ୍ତୁ। ଆମେ ଭୟଭୀତ ନୁହଁ । ଆମେ ‘କାଫିର’ ନୁହଁ। ଆମେ ସଂଘର୍ଷ କରୁଛୁ। ଆମେ କିପରି ଲଢ଼ିବାକୁ ହୁଏ ଜାଣୁ। ଆମେ ସେମାନଙ୍କ ବିରୋଧରେ ଲଢ଼ିବୁ। ଆମେ ସେମାନଙ୍କୁ ନିପାତ କରିବୁ।

ଏହି ପଦଯାତ୍ରା ହାଜରା ମୋଡ଼ରୁ ଆରମ୍ଭ ହୋଇଥିଲା

ଦଳର ସୁପ୍ରିମୋ ମମତା ବାନାର୍ଜୀ ହାଜରା ମୋଡ଼ରୁ ‘ସଙ୍ଗତି ପଦଯାତ୍ରା’ର ଶୁଭାରମ୍ଭ କରିଥିଲେ। ତାଙ୍କ ସହ ତାଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ରାଲି ଆରମ୍ଭ କରିବା ପୂର୍ବରୁ ମମତା ବାନାର୍ଜୀ ଦକ୍ଷିଣ କୋଲକାତାର ଐତିହାସିକ କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରି ଦିନ ଆରମ୍ଭ କରିଥିଲେ। ଏହାପରେ ହାଜରା ମୋଡ଼ରୁ ସର୍ବଧର୍ମ ସଦ୍ଭାବନା ରାଲି ଆରମ୍ଭ ହୋଇ ପାର୍କ ସର୍କସ ପଡ଼ିଆ ଅଭିମୁଖେ ଯାଇଥିଲା। ସେ ଜନତାଙ୍କୁ ସ୍ୱାଗତ କରିଥିଲେ ଏବଂ ବାଟରେ ଲୋକମାନେ ହାତ ଯୋଡ଼ି ଏକାଠି ହୋଇଥିଲେ। ଏହି ଶୋଭାଯାତ୍ରା ପାର୍କ ସର୍କସ ପଡ଼ିଆରେ ଶେଷ ହୋଇଥିଲା ଯେଉଁଠାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ।

ଭକ୍ତ ମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ଉନ୍ନତି ଓ ମଙ୍ଗଳ କାମନା କରିଥିଲେ। ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଥଲେ।

ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ଶ୍ରୀ ମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା।

ମନ୍ଦିର ଚତୁଃ ପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତ ମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିବ।

ସୁନ୍ଦର୍ ସବୁଜ ପରିବେଶ, ଖଣ୍ଡେଲାଇଟସ ପଥରର ଆକର୍ଷଣୀୟ କାରିଗରୀ କାମ ସହିତ ଭକ୍ତ ମାନଙ୍କ ପାଇଁ କ୍ଲୋକ୍ ରୁମ୍, ସୂଚନା କେନ୍ଦ୍ର, ଆମ୍ପି ଥିଏଟର ଆଦି ଅନେକ ସୁବିଧା କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବର୍ତ୍ତମାନ ପାକିସ୍ତାନର ପୂର୍ବତନ କ୍ରିକେଟର କୃଷ୍ଣ ଜନ୍ମଭୂମି ବିଷୟରେ ଦେଲେ ଏହି ‘ସ୍ଲୋଗାନ’, ପସନ୍ଦ କଲେ ଭାରତୀୟ

ନୂଆଦିଲ୍ଲୀ: ସୋମବାର ଦିନ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ରାମଙ୍କ ପ୍ରତି ଭକ୍ତି ସାଧାରଣ ଲୋକଙ୍କଠାରୁ ପ୍ରତ୍ୟେକ ଶ୍ରେଣୀର ବିଶେଷ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବହୁଗୁଣିତ ହୋଇଛି। ପ୍ରାଣ ପ୍ରତିଷ୍ଠା ପରେ ଭାରତର ଅନେକ କ୍ରିକେଟର ପ୍ରଭୁ ରାମଙ୍କର ଚିତ୍ର ପୋଷ୍ଟ କରି ଏହି ସମୟ ବହୁତ ସ୍ଵତନ୍ତ୍ର ବୋଲି କହିଛନ୍ତି। ସେହିପରି ରାମ ଭକ୍ତିରେ ବୁଡି ଯାଇଥିବା ପାକିସ୍ଥାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ଆଉ ଏକ ପାଦ ଆଗକୁ ଯାଇଛନ୍ତି ଏବଂ ସେ ତାଙ୍କ ଆକାଉଣ୍ଟରେ କୃଷ୍ଣଭୂମି ସହ ଜଡିତ ଏକ ସ୍ଲୋଗାନ ପୋଷ୍ଟ କରିଛନ୍ତି। ଅବଶ୍ୟ, ତାଙ୍କ ମତକୁ ଆଗକୁ ନେବାକୁ ହେଲେ ଦାନିଶ୍ କେବଳ ଏହି ‘ସ୍ଲୋଗାନ୍’ରେ ଅଟକି ନଥିଲେ, ବରଂ ସେ ଏହି ଧାରଣାକୁ ମଧ୍ୟ ଆଗକୁ ବଢାଇଥିଲେ। ସେ ମଧ୍ୟ ଗତ କିଛି ବର୍ଷ ଧରି ସର୍ବସାଧାରଣ ପ୍ଲାଟଫର୍ମରେ ପ୍ରଭୁ ରାମଙ୍କ ଉପରେ ନିଜର ବିଶ୍ୱାସ ବ୍ୟକ୍ତ କରିଥିଲେ।

ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ସେ ଚିତ୍ର ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଥିଲେ। ଏହି ସମୟରେ, ଏହି ପୋଷ୍ଟର କିଛି ଘଣ୍ଟା ପରେ, ଦାନିଶ୍ ମଧ୍ୟ ତାଙ୍କର ଭବିଷ୍ୟତ ଚିନ୍ତାଧାରାକୁ ପ୍ରକାଶ କରିଥିଲେ ଏବଂ ଏହି ଧାରଣାକୁ କୃଷ୍ଣଙ୍କ ଜନ୍ମସ୍ଥାନ ସହିତ ଯୋଡିଥିଲେ। ଦାନିଶଙ୍କ ଏହି ‘ସ୍ଲୋଗାନ’ ଭାରତୀୟ ରାଜନୀତିରେ “ରାମ ଲାଲା ହମ ଆଏଙ୍ଗେ, ମନ୍ଦିର ୱହିଁ ବନାଏଙ୍ଗେ” ର ସ୍ଲୋଗାନ ସହିତ ସମାନ। ଭାରତୀୟମାନେ ଦାନିଶଙ୍କ ଏହି ପୋଷ୍ଟକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସେମାନେ ଖୋଲାଖୋଲି ଭାବରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ପକ୍ଷରୁ ଓଡିଶାରେ ପ୍ରଥମ: ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରୁ ଟାଙ୍ଗୀକୁ ଆରମ୍ଭ ହେଲା ଡ୍ରୋନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ରୁ ପରୀକ୍ଷା ମୂଳକ ଭାବେ ଡ୍ରୋନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ ଡ୍ରୋନ ସେବା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସରୁ ଉକ୍ତ ସେବାକୁ ଆରମ୍ଭ କରାଯାଇଛି।

ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ପାଇଁ ଉକ୍ତ ସେବାର ଲକ୍ଷ୍ୟ। ଏମ୍ସ ପକ୍ଷରୁ ଓଡିଶାରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି। ଏହି ଡ୍ରୋନ ଅପରାହ୍ନ ୧୨ ଟାରେ ବାହାରି ୧୨ ଟା ୩୫ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲା।

ଏହି ଡ୍ରୋନ ୫ କେଜି ଓଜନ ପରିବହନ କରିବାର କ୍ଷମତା ରଖିଥିବା ଜଣା ପଡିଛି। ଅତି ଜରୁରୀ ପରିସ୍ଥିତି ରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବ। ଏହି ଡ୍ରୋନ ପୁନର୍ବାର ଏମ୍ସ ଭୁବନେଶ୍ୱର କୁ ସଫଳତାର ସହ ଆକାଶ ପଥରେ ଫେରିଆସିଛି।

ଆକାଶ ପଥରେ ପକ୍ଷୀ ମାନଙ୍କ ଠାରୁ ଢେର ଉଚ୍ଚ ପ୍ରାୟ ୪୦୦ ଫୁଟ ଉଚ୍ଚତାରେ ଏହି ଡ୍ରୋନ ଉଡାଣ କରିବାର କ୍ଷମତା ରହିଛି ବୋଲି ଡ୍ରୋନ ଟେକନସିଆନ ସୂଚନା ଦେଇଛନ୍ତି। ଆଜି ଏହି ସେବା ପ୍ରଥମ ଉଡାଣରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି। ତେଣୁ ଏହି ସେବା ଆଗକୁ ପ୍ରତିଦିନ ଜାରୀ ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣା ପଡିଛି। ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ ଉପକୃତ ହୋଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିଏନ୍‌ବି ପକ୍ଷରୁ ସମ୍ ହସ୍ପିଟାଲ୍‌କୁ ଭେଂଟିଲେଟର ଓ ଆଇସିୟୁ ଶଯ୍ୟା ପ୍ରଦାନ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଗୋଟିଏ ମଲ୍ଟିପର୍ପୋଜ ଭେଂଟିଲେଟର ଓ ୬ଟି ମୋଟୋରାଇଜ୍‌ଡ ଆଇସିୟୁ ଶଯ୍ୟା ପ୍ରଦାନ କରାଯାଇଛି। ବ୍ୟାଙ୍କର କର୍ପୋରେଟ ସୋସିଆଲ୍ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଏହା ପ୍ରଦାନ କରାଯାଇଛି।

ଆଜି ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ତଥା ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଅତୁଲ କୁମାର ଗୋଏଲ ଏହି ଉପକରଣ ଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକଙ୍କୁ ହସ୍ପିଟାଲ୍‌ ପରିସରରେ ଏହା ପ୍ରଦାନ କରିଥିଲେ।
ଶ୍ରୀ ଗୋଏଲ୍ ଡାକ୍ତରଖାନା ପରିଦର୍ଶନ କରିବା ସମୟରେ ତାଙ୍କ ସହିତ ବ୍ୟାଙ୍କର ଜୋନାଲ୍ ମ୍ୟାନେଜର ଏ. ଉଦୟ ଭାସ୍କର ରେଡ୍ଡି ଓ ଭୁବନେଶ୍ୱର ସର୍କଲ ହେଡ଼ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ଏହି ଅବସରରେ ହସ୍ପିଟାଲର ସୁପରିଟେଣ୍ଡେଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚାର୍ଟଡ ଆକାଉନ୍‌ଟାଂଟ ସରୋଜ କୁମାର ସାମଲ, ସିଟିଭିଏସ୍ ବିଭାଗୀୟ ମୁଖ୍ୟ ଡ. ଦେବାଶିଷ ସାହୁ, ଆନେସଥେସିଓଲୋଜିଷ୍ଟ ଡ. ସୁଶାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଓଡ଼ିଶା ଅସ୍ମିତା ପାଇଁ ଲଢେଇ ହେବ ଜୋର୍‌ଦାର: କଂଗ୍ରେସ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ମହମ୍ମଦ ମୁକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିବାବେଳେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ଏ ସଂପର୍କରେ ଘୋଷଣା କଲେ। ଡ. ଅଜୟ କୁମାର କହିଥିଲେ ଯେ ରାଜ୍ୟରେ ଯେପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି, ସେଥିରୁ ସ୍ପଷ୍ଟ ଯେ ଓଡ଼ିଶାର ଅସ୍ମିତା ଏକ ସଂକଟକାଳ ଦେଇ ଗତି କରୁଛି। ଦିନକୁ ଦିନ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି, ଯେପରି ବିଜେଡି ପୋଷ୍ଟରରୁ ବିଜୁଙ୍କ ଫଟୋକୁ ଆଉଟ୍ କରି ପାଣ୍ଡିଆନ୍‌ଙ୍କ ଫଟୋକୁ ଇନ୍ କରାଯାଉଛି ତାହା ଦର୍ଶାଉଛି ଯେ ଆଗାମୀ ଦିନରେ ନବୀନଙ୍କ ଫଟୋ ମଧ୍ୟ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ରାଜ୍ୟରେ ଅଣଓଡ଼ିଆ ଶାସନର ମଙ୍ଗ ଧରିବା, ଖଣିଖାଦାନକୁ ଲୁଟ୍ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ହାତରେ ଓଡ଼ିଶାକୁ ଟେକିଦେବା ଆଦି ଘଟଣା ସ୍ୱାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି। ସ୍ମରଣ କରାଯାଇପାରେ ଯେ ଓଡ଼ିଶା ଓଡ଼ିଆଙ୍କର, ଓଡ଼ିଆଙ୍କ ଦ୍ୱାରା ଏବଂ ଓଡ଼ିଆଙ୍କ ପାଇଁ ସର୍ବୋପରି ଓଡ଼ିଶାର ଅସ୍ମିତା ପ୍ରତ୍ୟେକ ଓଡ଼ିଆଙ୍କ ଧେୟ ହେବା ଉଚିତ୍।

ଆଗାମୀ ୨୯ ତାରିଖ ଦିନ ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ। ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ୱାଭିମାନୀ ଓଡ଼ିଆଙ୍କୁ ସାମିଲ୍ ହେବା ପାଇଁ ନିବେଦନ କରାଯାଉଛି। କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ବିରୋଧି ଦଳ। କଂଗ୍ରେସକୁ ଏକ ସଶକ୍ତ ବିକଳ୍ପ ରାଜନୈତିକ ଦଳ ଭାବେ ଆଗକୁ ଆଣିବା ପାଇଁ ଦଳରେ ଯୋଗଦେବାକୁ ଇଛୁକ ସମସ୍ତ ନେତା ଓ କର୍ମୀଙ୍କୁ ସ୍ୱାଗତ କରାଯିବା।

ଦେଶ ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି ଯେ ସଂପ୍ରତି ଦେଶର ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଂଟି ହୋଇଛନ୍ତି। ବିଜେପି ହିନ୍ଦୁମାନେ ସନାତନୀ ହିନ୍ଦୁମାନଙ୍କୁ ଅନେକ ସ୍ଥାନରେ ମନ୍ଦିର ପ୍ରବେଶ କରିବାକୁ ନ ଦେବା, ବିଦ୍ୱେଷଭାବ ସୃଷ୍ଟିକରିବା ଏପରିକି ରାସ୍ତାରେ ଯିବାକୁ ଅନୁମତି ଦେଉ ନଥିବା ଭଳି ଘଟଣା ଘୃଣା ରାଜନୀତିକୁ ପ୍ରୋତ୍ସାହିତ କରୁଛି। ବିଜେପି ଦଳ ଏବଂ ଏହାର ନେତୃତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ବିରୋଧି କହିବା ଦୁର୍ଭାଗ୍ୟଜନକ। ଏହି ମର୍ମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ କହିଛନ୍ତି ଯେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ତୃତୀୟ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି। ବିଜେପିର ଏକଛତ୍ରବାଦ ଶାସନ ବିରୁଦ୍ଧରେ ତମାମ ଦେଶରେ ଜାଗରଣର ଆବଶ୍ୟକତା ରହିଥିବାବେଳେ ସଭିଙ୍କୁ ନ୍ୟାୟ ଦେବା ଲାଗି କଂଗ୍ରେସ ପ୍ରତିଶ୍ରୁତିବଦ୍ଧ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅଧକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀର ବିବରଣୀ ପ୍ରଦାନ କରିଥିବାବେଳେ ମିଡିଆ କମିଟିର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି ଓଡ଼ିଶା ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସହ-ପ୍ରଭାରୀ ଖ୍ରୀଷ୍ଟୋଫର ତିଲକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ଜଣେ ଭକ୍ତ ଆହତ, ଅଯୋଧ୍ୟାରେ ପହଞ୍ଚିଲେ ସିଏମ ଯୋଗୀ

ଅଯୋଧ୍ୟା: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟିତ ହୋଇଯାଇଛି ଏବଂ ରାମଲାଲା ଗର୍ଭଗୃହରେ ବିରାଜମାନ ହୋଇଯାଇଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ବହୁ ସଂଖ୍ୟାରେ ରାମ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିବାକୁ ରାମ ମନ୍ଦିରକୁ ଆସୁଛନ୍ତି। ରାମ ମନ୍ଦିରରେ ରାମ ଭକ୍ତଙ୍କ ଭିଡ ଜମିଥିବା ବେଳେ ଏହା ସହିତ ଜଣେ ଭକ୍ତ ମଧ୍ୟ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସଙ୍ଗରେ ବହୁତ ନାରାଜ ଅଛନ୍ତି, ସିଏମ୍ ଯୋଗୀ ନିଜେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏହା ସହିତ ସେ ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିସରର ଏକ ବିମାନ ସର୍ଭେ କରିଛନ୍ତି।

ୟୁପି ସୂଚନା ବିଭାଗ ଅନୁଯାୟୀ, ଆଜି ଜାନୁଆରୀ ୨୩ ତାରିଖରେ ଅଢେଇରୁ ତିନି ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି ଏବଂ ସମାନ ସଂଖ୍ୟକ ଭକ୍ତଙ୍କୁ ଦେଖା କରିବାକୁ ବାକି ଅଛି। ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣରେ ଅଛି। ସୁରକ୍ଷା ପାଇଁ ଆଠ ହଜାରରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।

ପ୍ରକାଶ ଯେ,ପ୍ରାଣ ପ୍ରତିଷ୍ଠା ପରଦିନ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ରାମଲାଲାଙ୍କ ଦର୍ଶନ ପାଇବା ପାଇଁ ସକାଳ ୩ ଟାରୁ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି ଲାଗିରହିଥିଲା। ଭକ୍ତଙ୍କ ଭିଡ ଦେଖି ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ କହିଛନ୍ତି ଯେ, ଭିଡ଼ ପୂର୍ବରୁ ହୋଇ ନଥିଲା ଏବଂ ଉପଯୁକ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ତଥା ବ୍ୟବସ୍ଥା ଜାରି ରଖିବାକୁ ସେମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଗେମ୍ ଚେଞ୍ଜର ପାଲଟିଗଲା ଆରଏସଏସର ‘ଅକ୍ଷତ ନିମନ୍ତ୍ରଣ କାର୍ଯ୍ୟକ୍ରମ’: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେପିକୁ ମିଳିଲା ବଡ଼ ଉତ୍ସାହ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ବିରୋଧୀ ଦଳର ସମସ୍ତ ରାଜନୈତିକ ଦଳ। ସମସ୍ତଙ୍କର ନିଜର ଯୁକ୍ତି ଥିଲା। କେହି କେହି ଏହାକୁ ବିଜେପିର କାର୍ଯ୍ୟକ୍ରମ ବୋଲି ଭାବୁଥିବାବେଳେ କେହି କେହି ନିର୍ମାଣ ସରିବା ପରେ ଦର୍ଶନ ପାଇଁ ଆସିବେ ବୋଲି କହିଛନ୍ତି। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବଡ଼ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଷ୍ଟ୍ରୀୟ ସେବକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ଭାରତୀୟ ଜନତା ପାର୍ଟିର ପଥକୁ ସହଜ କରିଛି। ବାସ୍ତବରେ ଏହି ସମାରୋହ ପୂର୍ବରୁ ସମଗ୍ର ଦେଶରେ ‘ଅକ୍ଷତ ନିମନ୍ତ୍ରଣ କାର୍ଯ୍ୟକ୍ରମ’ ଆୟୋଜନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦଠାରୁ ଆରମ୍ଭ କରି ସଂଘର ସମସ୍ତ ସହଯୋଗୀ ଏବଂ ବିଜେପି ସଂଗଠନର ବୁଥ୍ ସ୍ତରରେ କର୍ମୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ। ସମଗ୍ର ଦେଶରେ ୧.୨ କୋଟି ପରିବାରକୁ ଅକ୍ଷତ ବଣ୍ଟନ ହୋଇଥିବବୋଲି ଆକଳନ କରାଯାଇଛି। ଖାସ୍ କଥା ହେଉଛି ଅକ୍ଷତ ବଣ୍ଟନର ଏହି କାର୍ଯ୍ୟକ୍ରମ ଏକ ବେସରକାରୀ ‘ସର୍ଭେ’ ମଧ୍ୟ ଥିଲା।

ଆସନ୍ତୁ ଜାଣିବା କେମିତି?

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଭୈୟାଜୀ ଯୋଶୀ ଶ୍ରୀରାମ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଅକ୍ଷତ ନିମନ୍ତ୍ରଣ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହର ସଂଗଠନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା।

ଆରଏସଏସ ଶକ୍ତି ବିନିଯୋଗ କରିଛି

ଏହାପରେ ଆରଏସଏସର ଯୋଗାଯୋଗ ଅଭିଯାନ ଭାବରେ ଅକ୍ଷତ ବଣ୍ଟନ କାର୍ଯ୍ୟକ୍ରମ ଚଳାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଖାସ୍ କଥା ହେଲା ରାମ ମନ୍ଦିର ଆନ୍ଦୋଳନ ପରେ ଏହା ଆରଏସଏସର ସବୁଠାରୁ ବଡ଼ ଯୋଗାଯୋଗ ଅଭିଯାନ ପାଲଟିଛି। ଦେଶର ୫ ଲକ୍ଷ ଗାଁ ଓ ୧୨ କୋଟିରୁ ଅଧିକ ପରିବାରକୁ ଏହି ନିମନ୍ତ୍ରଣ ଦେବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏଥିରେ ଆରଏସଏସର ସମସ୍ତ ସହଯୋଗୀ ସାମିଲ ଥିଲେ। ସଂସ୍କାର ଭାରତୀ, କିଷାନ ଭାରତୀ ଏବଂ ବିଦ୍ୟାର୍ଥୀ ପରିଷଦ ସହିତ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ମଧ୍ୟ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବିଜେପି ସଂଗଠନ ତରଫରୁ ବୁଥ୍ ସ୍ତର ପର୍ଯ୍ୟନ୍ତ କର୍ମୀଙ୍କୁ ଘରକୁ ଘର ବୁଲି ନିମନ୍ତ୍ରଣ ପହଞ୍ଚାଇବାରେ ମଧ୍ୟ ନିୟୋଜିତ ହୋଇଥିଲେ।

ଅକ୍ଷତ ନିମନ୍ତ୍ରଣ ସମୟରେ ଲୋକଙ୍କୁ ମନ୍ଦିର ଆନ୍ଦୋଳନରେ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦର ଭୂମିକା ବିଷୟରେ ମଧ୍ୟ କୁହାଯାଇଥିଲା। ଖାଲି ସେତିକି ନୁହେଁ ଜାତୀୟତାବାଦର ପ୍ରସଙ୍ଗକୁ ମଧ୍ୟ ଗଣନା କରାଯାଇଥିଲା। ଅକ୍ଷତ ନିମନ୍ତ୍ରଣ ପରେ କର୍ମକର୍ତ୍ତାମାନେ ଗାଁ, ଗାଁ, ସାହି, ସାହି ଆଦି ମହିଳାଙ୍କ ମାଧ୍ୟମରେ କଳସ ଯାତ୍ରା, ମନ୍ଦିର, ଭଣ୍ଡାର ଆଦିରେ ସାମୂହିକ ସୁନ୍ଦରକାଣ୍ଡ ପାଠ ଆୟୋଜନ କରିବା ସହ ଜନସାଧାରଣଙ୍କ ସହ ଯୋଗାଯୋଗ କରିଥିଲେ।

ଏହି ଯୋଗେଯୋଗର ବଡ଼ ଫାଇଦା ବିଜେପିର ଲୋକସଭା ନିର୍ବାଚନ ରଣନୀତିରେ ଦେଖିବାକୁ ମିଳିବ। ଏଥିରେ ନିର୍ବାଚନ ପୂର୍ବରୁ ଅନେକ ଅଭିଯାନ ଓ କାର୍ଯ୍ୟକ୍ରମର ପ୍ରଭାବଶାଳୀ ରୂପାୟନ ପାଇଁ ସଂଗଠନର ମାଇକ୍ରୋ ମ୍ୟାନେଜମେଣ୍ଟକୁ ଅଂଶୀଦାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଏବଂ ଅଳ୍ପସଂଖ୍ୟକ ବର୍ଗର କଲ୍ୟାଣ ପାଇଁ ସମର୍ପିତ କାର୍ଯ୍ୟ ପାଇଁ ଯୁବ, କୃଷକ, ମହିଳା, ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ସମସ୍ତ ମୋର୍ଚ୍ଚା ନିଜ ନିଜ ଅଭିଯାନ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ପହଞ୍ଚିଛନ୍ତି।

ପ୍ରତ୍ୟେକ ପରିବାର, ପରିବାରର ମତାମତ ରେକର୍ଡ ହୋଇଛି

ଏହି ସମୟରେ କର୍ମୀମାନଙ୍କ ଦ୍ୱାରା ଏକ ପ୍ରୋଫର୍ମା ମଧ୍ୟ ଭରିବାର ଥିଲା। ଏହି ପ୍ରୋଫର୍ମାରେ ପ୍ରତ୍ୟେକ ଘରର ମୁଖ୍ୟଙ୍କ ନାମ, ସେମାନଙ୍କ ଠିକଣା ଓ ଫୋନ୍ ନମ୍ବର ସହ ସେହି ପରିବାର କର୍ମୀଙ୍କ ପ୍ରତି କିଭଳି ଆଚରଣ କରିଥିଲେ ? ଏହା ମଧ୍ୟ ରେକର୍ଡ କରାଯାଇଥିଲା। ସୂଚନା ଅନୁଯାୟୀ, ସାରା ଦେଶରୁ ଏକ ବଡ଼ ତଥ୍ୟ ସଂଗ୍ରହ କରାଯାଇଛି। ତୃଣମୂଳ ସ୍ତରରୁ ଆସିଥିବା ଏହି ମତାମତର ପ୍ରଭାବ ନିର୍ବାଚନ ପର୍ଯ୍ୟନ୍ତ ଭବିଷ୍ୟତର କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳିବ।

ଏସବୁ କାର୍ଯ୍ୟକ୍ରମ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି

ନୂଆଭୋଟର ଅଭିଯାନ, ନମୋ ଯୋଦ୍ଧା, ଲଖପତି ଦିଦି, ବସ୍ତି ସମ୍ପର୍କ, ହଷ୍ଟେଲ ସମ୍ବାଦ, କ୍ୟାମ୍ପସ୍ କଣ୍ଟାକ୍ଟ, କିଷାନ ସମ୍ବାଦ, ଚା’ ସହିତ ଚର୍ଚ୍ଚା ଘର ଘର ସମ୍ପର୍କ, ଲେଖକ ଯୋଗାଯୋଗ, ସ୍ମାର୍ଟ ମହିଳା ସମ୍ମିଳନୀ, କ୍ରୀଡ଼ା ମହିଳା ଗୋଷ୍ଠୀ ଯୋଗାଯୋଗ, ଏନଜିଓ କଣ୍ଟାକ୍ଟ, ସେଲ୍ଫି ୱିଥ୍ ଲାଭାର୍ଥୀ ଓ କମଳ ମିତ୍ର ଭଳି ଅଭିଯାନ ମାଧ୍ୟମରେ ଯୁବ, ମହିଳା, କୃଷକ, ପଛୁଆ, ଅନୁସୂଚିତ ବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ସହ ନିରନ୍ତର ଯୋଗାଯୋଗ ଓ ନିରନ୍ତର ଆଲୋଚନା ମାଧ୍ୟମରେ ମୋର୍ଚ୍ଚାଗୁଡ଼ିକୁ ମୋଦୀଜୀ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟର ହିସାବ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

୨୦୨୩ ର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଜାଣନ୍ତୁ କେଉଁ ଫର୍ମାଟରେ କେତେଜଣ ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଦ୍ୱାରା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଟି -୨୦ ଭଳି ପାକିସ୍ତାନର କୌଣସି ଖେଳାଳି ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ପାଇନାହାଁନ୍ତି।

୨୦୨୩ ବର୍ଷର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳରେ ଅଷ୍ଟ୍ରେଲିଆର ପାଞ୍ଚଜଣ ଖେଳାଳି, ଭାରତରୁ ଦୁଇଜଣ, ଇଂଲଣ୍ଡରୁ ଦୁଇଜଣ, ଶ୍ରୀଲଙ୍କାରୁ ଜଣେ ଏବଂ ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟେଷ୍ଟ ଦଳରେ ଭାରତର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରିଛି। ଅଷ୍ଟ୍ରେଲିଆର ଓପନର୍ ଉସମାନ ଖ୍ୱାଜା, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍, ୱିକେଟ୍ କିପର ଆଲେକ୍ସ କେରି, ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କ ସ୍ଥାନ ପାଇଛନ୍ତି।

୨୦୨୩ ବର୍ଷର ଶ୍ରେଷ୍ଠ ଟେଷ୍ଟ ଦଳରେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ, ଇଂଲଣ୍ଡର ଜୋ ରୁଟ ଏବଂ ଷ୍ଟୁଆର୍ଟ ବ୍ରଡ ମଧ୍ୟ ସାମିଲ ହୋଇଛନ୍ତି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଜିତିଥିବା ଅଷ୍ଟ୍ରେଲୀୟ ଦଳର ପାଞ୍ଚଜଣ ସଦସ୍ୟ ଏହି ଦଳରେ ଅନ୍ତର୍ଭୁକ୍ତ।

ପ୍ରକାଶ ଯେ ପ୍ରତିବର୍ଷ ଆଇସିସି ସମସ୍ତ ତିନୋଟି ଫର୍ମାଟ୍ର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଦଳ ଚୟନ କରେ। ବିଶ୍ଵର ବିଭିନ୍ନ ସ୍ଥାନରୁ ୧୧ ଜଣ ଖେଳାଳି ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ଏହି ଦଳଗୁଡିକରେ ସ୍ଥାନ ପାଆନ୍ତି। ଆଇସିସି ୨୦୨୩ର ଶ୍ରେଷ୍ଠ ଟି-୨୦, ସର୍ବୋତ୍ତମ ଦିନିକିଆ ଏବଂ ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି।

୨୦୨୩ର ଆଇସିସିର ଶ୍ରେଷ୍ଠ ଟେଷ୍ଟ ଦଳ- ଉସମାନ ଖ୍ୱାଜା, ଦିମୁଥ କରୁଣାରତ୍ନେ, କେନ ୱିଲିୟମସନ, ଜୋ ରୁଟ, ଟ୍ରାଭିସ ହେଡ, ରବିନ୍ଦ୍ର ଜାଡେଜା, ଆଲେକ୍ସ କେରୀ (ୱିକେଟ୍ କିପର), ପ୍ୟାଟ କମିନ୍ସ (ଅଧିନାୟକ), ଆର ଅଶ୍ୱିନ, ମିଚେଲ ଷ୍ଟାର୍କ ଏବଂ ଷ୍ଟୁଆର୍ଟ ବ୍ରଡ।

ଆଇସିସି ODI ଟିମ୍ ଅଫ୍ ଦି ଇୟର ୨୦୨୩- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଟ୍ରାଭିସ୍ ହେଡ୍, ବିରାଟ କୋହଲି, ଡାରିଲ ମିଚେଲ, ହେନ୍ରିଚ୍ କ୍ଲାସେନ୍ (ୱିକେଟ୍ କିପର), ମାର୍କୋ ୟାନସେନ୍, ଆଦାମ ଜାମ୍ପା, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି।

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ – ଯଶସ୍ୱୀ ଜୟଶ୍ଵାଲ, ଫିଲ୍ ସଲ୍ଟ, ନିକୋଲାସ ପୁରାନ୍ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ମାର୍କ ଚାପମାନ, ସିକନ୍ଦର ରଜା, ଅଳ୍ପେଶ ରାମଜାନି, ମାର୍କ ଅଡାୟର, ରବି ବିଷ୍ନୋଇ, ରିଚାର୍ଡ ନଗାରୱା ଏବଂ ଅର୍ଶଦୀପ ସିଂ।

Categories
ଆଜିର ଖବର ଜାତୀୟ ଖବର

ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା, ବିମାନରେ ଥିଲେ ୧୪ ମିଆଁମାର ସୈନିକ

ନୂଆଦିଲ୍ଲୀ: ଆଜି ଭାରତର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଆଇଜୋଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲେଙ୍ଗପୁଇ ବିମାନବନ୍ଦର ଆଇଜୋଲ ନିକଟରେ ଅବସ୍ଥିତ ଏକ ଘରୋଇ ବିମାନବନ୍ଦର।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ମିଜୋରାମ ଡିଜିପି କହିଛନ୍ତି ଯେ, ମିଆଁମାର ଆର୍ମି ବିମାନ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ। ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ମିଆଁମାରରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି, ଯେଉଁ କାରଣରୁ ସୈନିକମାନେ ପଳାୟନ କରି ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାକୁ ପ୍ରବେଶ କରିଥିଲେ। ଏହି ସୈନିକମାନଙ୍କୁ ନେବା ପାଇଁ ବିମାନ ଭାରତ ଆସିଥିଲା।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ସାମରିକ ବିମାନ ଭାରତରେ ଉପସ୍ଥିତ ଥିବା ସେନା କର୍ମଚାରୀଙ୍କୁ ନେବାକୁ ଆସିଛି। ଲେଙ୍ଗପୁଇ ବିମାନବନ୍ଦରର ରନୱେରେ ଅବତରଣ କରିବା ସମୟରେ ବିମାନଟି କ୍ଷତିଗ୍ରସ୍ତ ହୋଇଯାଇଥିଲା। ଆସାମ ରାଇଫଲ୍ସ ଅଧିକାରୀ କହିଛନ୍ତି ଯେ, ଭାରତ ୧୮୪ ମିଆଁମାର ସୈନିକଙ୍କୁ ନିଜ ଦେଶକୁ ପଠାଇଛି। ଗତ ସପ୍ତାହରେ ମିଆଁମାରର ୨୭୬ ସୈନିକ ମିଜୋରାମରେ ପ୍ରବେଶ କରିଥିଲେ, ସେଥିମଧ୍ୟରୁ ୧୮୪ ଜଣ ସୈନିକଙ୍କୁ ସୋମବାର ପଠାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ରାସ୍ତା ବନ୍ଦ, କଂଗ୍ରେସ କର୍ମୀ ଭାଙ୍ଗିଲେ ବ୍ୟାରିକେଡ୍

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଆସାମର ଗୁଆହାଟୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡା ନ୍ୟାୟ ଯାତ୍ରା ସମୟରେ ବିବାଦ ପୁଣିଥରେ ଆରମ୍ଭ ହୋଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ହୋଇଛି।

ପ୍ରଶାସନ କହିଛି ଯେ, ସହରରେ ଯାତ୍ରା ଅନୁମତି ଦିଆଯାଇନଥିବାବେଳେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସହର ଭିତରେ ଚାଲିଥିଲା। ଏହି କାରଣରୁ ପରେ ପୋଲିସ ବ୍ୟାରିକେଡ୍ ଲଗାଇଥିଲା ଏବଂ ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ବସ୍ ସହିତ ଆସୁଥିବା କଂଗ୍ରେସ କର୍ମୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।

ରାହୁଲ ଗାନ୍ଧୀ ଗୁଆହାଟୀରେ ଛାତ୍ରମାନଙ୍କ ସହ ଯୋଗାଯୋଗ କରିବାର ଅଛି। କଂଗ୍ରେସ ନେତା ଗାନ୍ଧୀ କହିଛନ୍ତି ଯେ, ତାଙ୍କୁ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବନ୍ଦ କରାଯାଉଛି।
ପ୍ରଶାସନ କହିଛି ଯେ, ଗୁଆହାଟି ସହର ଭିତରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ଅନୁମତି ନାହିଁ। ସେମାନଙ୍କୁ ସହରର ବାହାର ଦେଇ ଯିବାକୁ କୁହାଯାଇଛି। ଏହି ସଂଘର୍ଷ ପରେ ଅତିରିକ୍ତ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ନିୟୋଜନ ବୃଦ୍ଧି କରାଯାଇଛି। ଉତ୍ତେଜନା ପରେ ସମଗ୍ର ଅଞ୍ଚଳରେ ଟେନସନର ପରିବେଶ ସୃଷ୍ଟି ହୋଇଛି। ଭରତ ଯୋଡୋ ନ୍ୟାୟ ଯାତ୍ରା କୁଇନ୍ସ ହୋଟେଲରୁ ସକାଳ ପ୍ରାୟ ୧୦ ଟାରୁ ଆରମ୍ଭ ହୋଇଥିଲା। ଗୁଆହାଟୀରେ ରାହୁଲ ଗାନ୍ଧୀଙ୍କ ଏକ ସାଧାରଣ ଠିକଣା ମଧ୍ୟ ରହିଛି। ମଙ୍ଗଳବାର ହେଉଛି ଯାତ୍ରା ର ଦଶମ ଦିନ ଯାହା ଆସାମର ବିଷ୍ଣୁପୁରରେ ଶେଷ ହେବ।

Categories
ଆଜିର ଖବର ରାଜ୍ୟ ଖବର

କାଠ ପୋଲ ହିଁ ୯ଟି ଗାଁର ସାହା ଭରସା: ସ୍ଥାନୀୟ ବାସିନ୍ଦାଙ୍କ ଚେତାବନୀ, “ସେତୁ ନାହିଁ ତ ଭୋଟ ନାହିଁ”

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଲୋକ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ପୋଲ ନାହିଁ। ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ମାନେ ବ୍ଲକ୍ ଅଫିସ୍ ହେଉ ବା ଡାକ୍ତରଖାନା ହେଉ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେମିତି ଗାଁ କେତୋଟି ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳରେ। ଯାହାକି କାଠ ପୋଲ ତିଆରି କରି ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବ୍ଲକ୍ ର ବାଟଗାଁ ଏବଂ ସାଲେଭଟା ପଂଚାୟତ ଦେଇ ଯାଇଥିବା ଟିକିରା ନଦୀ ଉଭୟ ପଂଚାୟତର ଅଧିବାସୀ ମାନଙ୍କ ପାଇଁ ବାଧକ ସାଜିଛି। ନଦୀ ଉପରେ ପୋଲ ଟିଏ ନଥିବାରୁ ସାଲେଭଟା ପଂଚାୟତ ର କଂଢଳ, ବସାଲୋଇ, ବାବୁତଇଲା, ନେଭରାପାଳ, ରୋହିନିଗାଡ଼ିଆ, ଗୋହିରାନାଲି, ତୁଳସୀତଇଲା, ଡେରାପଥର, ଶଙ୍କରପାଲି ଆଦି ଗ୍ରାମବାସୀଙ୍କୁ ଟିକିରା ନଦୀପାଇଁ ତିନି କିଲୋମିଟର ରାସ୍ତାକୁ ୨୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି। ଏହି ନଅ ଖଣ୍ଡ ଗ୍ରାମରେ ପ୍ରାୟ ତିନି ହଜାର ଆଦିବାସୀ ଓ ହରିଜନ ଲୋକ ବସବାସ କରନ୍ତି।

ଉକ୍ତ ଗ୍ରାମବାସୀ ମାନେ ସାଲେଭଟା ପଂଚାୟତ ଅଧୀନରେ ଥିଲେବି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ବଜାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାଟଗାଁ ପଂଚାୟତ ଉପରେ ନିର୍ଭର କରିଥାନ୍ତି। ଏହା ସହ କଣ୍ଢଳ ଗ୍ରାମରେ ଏକ ସେବାଶ୍ରମ ସ୍କୁଲ ରହିଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ମଧ୍ୟ ରହିଛି। ଯାହା ଫଳରେ କଣ୍ଢଳ ଓ ଗଦାଧରପୁର ରାସ୍ତାର ଟିକିରା ନଦୀରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଲୋକମାନେ ଜୀବନକୁ ବାଜି ଲଗେଇ ନଦୀରେ ଯାତାୟାତ କରନ୍ତି।

ଏହି ଗ୍ରାମ ଗୁଡିକୁ ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ।  ଯାହା ଫଳରେ ରୋଗୀ ମୃତ୍ୟୁମୁଖରେ ପଡେ। ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସଂପ୍ରୁକ୍ତ ଗ୍ରାମବାସୀ। ଯଦି ଏହି ନାଳ ଉପରେ ଏକ ପୋଲ ତିଆରି କରା ନ ଯାଏ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟବର୍ଜନ କରିବାକୁ ଧମକ ଦେଇଛନ୍ତି ୯ ଖଣ୍ଡ ଗ୍ରାମର ବାସିନ୍ଦା।

Categories
ଆଜିର ଖବର ଜାତୀୟ ଖବର

ବିହାର ରାଜନୀତିରୁ ବଡ ଖବର, ହଠାତ୍ ରାଜ୍ୟପାଳଙ୍କୁ ଭେଟିବାକୁ ଗଲେ ସିଏମ ନୀତୀଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହ ବିଜୟ ଚୌଧୁରୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ସିଏମ ନୀତୀଶ କୁମାର ନେତା ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋସିଆଲ ମିଡିଆ ସାଇଟ୍ X ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ- ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀ ଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ ରାଜ୍ୟ କାର୍ଯ୍ୟକ୍ରମରେ ସେ ତାଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟ୍ ହେଲା ଭାରତୀୟ ଷ୍ଟକ୍ ମାର୍କେଟ୍, ହଂକଂକୁ ପଛରେ ପକାଇ ହାସଲ କଲା ମାଇଲଖୁଣ୍ଟ

ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଭାରତୀୟ ଷ୍ଟକ୍ ବଜାର ଏକ ନୂତନ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ସୋମବାର ଷ୍ଟକ୍ ମାର୍କେଟ୍ ବନ୍ଦ ହେବା ପରେ ଘରୋଇ ବଜାରରେ ତାଲିକାଭୁକ୍ତ ଏକ୍ସଚେଞ୍ଜର ମିଳିତ ବଜାର କ୍ୟାପ୍ 4.33 ଟ୍ରିଲିୟନ ଡଲାରକୁ ଛୁଇଁଛି। ତୁଳନାତ୍ମକ ଭାବରେ, ହଂକଂର ଷ୍ଟକ୍ ମାର୍କେଟର ବଜାର କ୍ୟାପ୍ 4.29 ଟ୍ରିଲିୟନ ଡଲାର ସ୍ତରରେ ରହିଛି।

ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଏହି ଖବର ଆସିଛି। ଦେଶର ଷ୍ଟକ୍ ମାର୍କେଟ ଏବଂ ଏହାର ନିବେଶକମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା ଏବଂ ଏହି ଖବର ଘରୋଇ ନିବେଶକଙ୍କ ତଥା ଭାରତର ଅଭିବୃଦ୍ଧି କାହାଣୀ ଉପରେ ବିଦେଶୀ ନିବେଶକଙ୍କ ଆତ୍ମବିଶ୍ୱାସକୁ ଦର୍ଶାଉଛି।

ଭାରତୀୟ ଷ୍ଟକ୍ ମାର୍କେଟ୍ 5 ଡିସେମ୍ବର 2023 ରେ ପ୍ରଥମ ଥର ପାଇଁ 4 ଟ୍ରିଲିୟନ ଡଲାରର ମାର୍କେଟ କ୍ୟାପ୍ ଐତିହାସିକ ଶିଖରକୁ ଛୁଇଁଲା। ଇକ୍ୱିଟି ବଜାରରେ ଖୁଚୁରା ନିବେଶକଙ୍କ କ୍ରମାଗତ ଭାବରେ ବୃଦ୍ଧି ହେତୁ ଷ୍ଟକ୍ ମାର୍କେଟର ପୁଞ୍ଜି ବିନିଯୋଗ ପରିସର ଅଧିକ ଶକ୍ତିଶାଳୀ ହୋଇଛି ଏବଂ ଷ୍ଟକ୍ ମାର୍କେଟରେ ଗୋଟିଏ ପରେ ଗୋଟିଏ ଚମତ୍କାର ରାଲି ଦେଖାଯାଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଏଥର ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜରେ କେଉଁ ଦଳ ଜିତିବ?; ମାଇକେଲ୍ ୱାନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୨୫ ତାରିଖରେ ଖେଳାଯିବ। ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ ଟେଷ୍ଟ ସିରିଜ ବିଷୟରେ ପୂର୍ବାନୁମାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ପୂର୍ବତନ ଇଂରାଜୀ ଅଧିନାୟକ ଦଳର ନାମ ପୂର୍ବାନୁମାନ କରିଛନ୍ତି, ଯେଉଁ ଦଳ ଏହି ଟେଷ୍ଟ ସିରିଜ ଜିତିବ। ୱାନ୍ ତାଙ୍କ ପୋଷ୍ଟରେ ଭାରତକୁ ତାଙ୍କର ଫେବରିଟ ବୋଲି ବର୍ଣ୍ଣନା କରିଛନ୍ତି। କିନ୍ତୁ ଏହା ମଧ୍ୟ ଲେଖିଛନ୍ତି ଯେ ଇଂଲଣ୍ଡ ଦଳ ଭାରତକୁ କଡ଼ା ପ୍ରତିଯୋଗିତା ଦେବାକୁ ଯାଉଛି।

ପୂର୍ବତନ ଇଂରାଜୀ ଅଧିନାୟକ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ମୁଁ ପ୍ରକୃତରେ #INDvENG ଟେଷ୍ଟ ସିରିଜକୁ ଅପେକ୍ଷା କରିଛି … ସ୍ପଷ୍ଟ ଭାବେ ଭାରତ ଫେବରିଟ କିନ୍ତୁ ମୁଁ ଭାବୁଛି ଇଂଲଣ୍ଡ ଗୋଟିଏ କିମ୍ବା ଦୁଇଟିରେ ସେମାନଙ୍କୁ ଚକିତ କରିପାରେ… ଏହା ହାଇଦ୍ରାବାଦରେ ହୋଇପାରେ। … ନ୍ୟୁ ଇଂଲଣ୍ଡ ଦଳର ଏହି ନୂତନ ଆଭିମୁଖ୍ୟ ବିରୋଧରେ କୌଣସି ଦଳକୁ ଖେଳିବା ସହଜ ହେବ ନାହିଁ। ”

ଉଲ୍ଲେଖ ଯୋଗ୍ୟ ଯେ, ଇଂଲଣ୍ଡ ଦଳ ୨୦୧୨ ରେ ଭାରତରେ ଟେଷ୍ଟ ସିରିଜ୍ ଜିତିଥିଲା। ସେହିବର୍ଷ ଇଂଲଣ୍ଡ ୩-ଟେଷ୍ଟ ସିରିଜକୁ ୨-୧ରେ ଜିତିବାରେ ସଫଳ ହୋଇଥିଲା। ସେତେବେଳେ ଆଲାଷ୍ଟାୟର କୁକ୍ ଇଂଲଣ୍ଡ ର ନେତୃତ୍ଵ ନେଇଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୩୧ ଟେଷ୍ଟ ମ୍ୟାଚ ଖେଲାଯାଇଛି, ଯେଉଁଥିରେ ଭାରତ ୩୧ ଟି ମ୍ୟାଚ ଜିତିଥିବା ବେଳେ ଇଂଲଣ୍ଡ ୫୦ ଟି ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇଛି। ଦୁଇ ଦଳ ମଧ୍ୟରେ ୫୦ ଟି ଟେଷ୍ଟ ମ୍ୟାଚ୍ ଡ୍ର ହୋଇଛି। ଇଂଲଣ୍ଡ ବିପକ୍ଷରେ ଭାରତ ନିଜ ମାଟିରେ ୨୨ ଟି ଟେଷ୍ଟ ମ୍ୟାଚ ଜିତିଛି।

ଟେଷ୍ଟ କାର୍ଯ୍ୟସୂଚୀ:

ପ୍ରଥମ ପଟେଷ୍ଟ: ଭାରତ ବନାମ ଇଂଲଣ୍ଡ, ଜାନୁୟାରୀ ୨୫-୨୯, ହାଇଦ୍ରାବାଦ (ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମ୍)

୨ୟ ଟେଷ୍ଟ: ଭାରତ ବନାମ ଇଂଲଣ୍ଡ, ୨-୬ ଫେବୃଆରୀ, ବିଶାଖାପାଟନମ୍ (ଡ। ୱାଇଏସ ରାଜଶେଖର କ୍ରିକେଟ୍ ଷ୍ଟାଡିୟମ୍)

ତୃତୀୟ ଟେଷ୍ଟ: ଭାରତ ବନାମ ଇଂଲଣ୍ଡ, ୧୫-୧୯ ଫେବୃଆରୀ, ରାଜକୋଟ (ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍)

ଚତୁର୍ଥ ଟେଷ୍ଟ: ଭାରତ ବନାମ ଇଂଲଣ୍ଡ, ୨୩-୨୭ ଫେବୃଆରୀ, ରାଞ୍ଚି (JSCA ଆନ୍ତର୍ଜାତୀୟ ଷ୍ଟାଡିୟମ୍)

ପଞ୍ଚମ ଟେଷ୍ଟ: ଭାରତ ବନାମ ଇଂଲଣ୍ଡ, ମାର୍ଚ୍ଚ ୭-୧୧, ଧର୍ମଶାଳା (ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍)

ଇଂଲଣ୍ଡ ଟେଷ୍ଟ ଦଳ: ବେନ ଷ୍ଟୋକ୍ସ (ଅଧିନାୟକ), ରେହାନ ଅହମ୍ମଦ, ଜେମ୍ସ ଆଣ୍ଡରସନ, ଗସ ଏଟକିନ୍ସନ୍, ଜନି ବେୟାରଷ୍ଟୋ, ଶୋଏବ ବଶିର, ହ୍ୟାରି ବ୍ରୁକ, ଜ୍ୟାକ କ୍ରଲି, ବେନ ଡକେଟ, ବେନ ଫୋକ୍ସ, ଟମ ହାର୍ଟଲି, ଜ୍ୟାକ ଲିଚ, ଓଲି ପୋପ, ଓଲି ରବିନ୍ସନ୍, ଜୋ ରୁଟ ଏବଂ ମାର୍କ ଉଡ।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଶୁବମାନ ଗିଲ, ଯଶାସଭି ଜୟସ୍ଵାଲ, ବିରାଟ କୋହଲି, ଶ୍ରେୟସ୍ ଆୟର୍, କେ.ଏଲ୍ ରାହୁଲ (ୱିକେଟ୍ କିପର / ବ୍ୟାଟ୍ସମ୍ୟାନ୍), କେ.ଏସ୍ ଭରତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା, ଅକ୍ଶର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଏବଂ ଆବେଶ ଖାନ।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିରରେ ପ୍ରବେଶ ନିଷେଧ, ପ୍ରବେଶ ଦ୍ୱାରରେ ଅଟକିଲେ ଶ୍ରଦ୍ଧାଳୁ, ଭିଡ଼ ଯୋଗୁଁ ନିଆଗଲା ଏହି ନିଷ୍ପତ୍ତି

ଅଯୋଧ୍ୟା: ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଜନସମାଗମ ହେତୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଛି। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ମନ୍ଦିର ଉଦ୍ଘାଟନ କରାଯାଇଥିଲା। ସେବେଠାରୁ ଭକ୍ତଙ୍କ ଭିଡ଼ ଲାଗିରହିଛି। ଆଜି ସକାଳୁ ଲୋକମାନେ ଧାଡିରେ ଛିଡା ହୋଇଛନ୍ତି। ଆଜି ସକାଳ ପ୍ରାୟ ୧୦-୧୧ ମଧ୍ୟରେ ଭିଡ଼ ବୃଦ୍ଧି ହେତୁ ରାମ ମନ୍ଦିର ପ୍ରବେଶ ଦ୍ୱାରରେ ଭକ୍ତଙ୍କ ପ୍ରବେଶ ବନ୍ଦ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଏବେ ମଥୁରା ଏବଂ କାଶୀର ପାଳି କି?: ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ-ବଦଳିବ କଳାଚକ୍ର, ବୁଝନ୍ତୁ ବାର୍ତ୍ତା

ନୂଆଦିଲ୍ଲୀ: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାବେଶକୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ଗତକାଲି ଶ୍ରୀରାମଙ୍କ ଆଶୀର୍ବାଦରେ ମୁଁ ଧନୁଷକୋଡ଼ିର ରାମ ସେତୁର ପ୍ରାରମ୍ଭିକ ସ୍ଥାନ ଅରିଚଲ ମୁନାଇରେ ଥିଲି। ଭଗବାନ ରାମ ଯେତେବେଳେ ସମୁଦ୍ର ପାର ହେବାକୁ ବାହାରିଲେ, ସେହି ମୁହୂର୍ତ୍ତହିଁ ସମୟଚକ୍ରକୁ ବଦଳାଇ ଦେଇଥିଲା। ସେହି ଭାବପ୍ରବଣ ମୁହୂର୍ତ୍ତକୁ ଅନୁଭବ କରିବାକୁ ଏହା ମୋର ନମ୍ର ପ୍ରୟାସ ଥିଲା। ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ମୋ ଭିତରେ ଏକ ବିଶ୍ୱାସ ସୃଷ୍ଟି ହେଲା ଯେ ସେହି ସମୟରେ ଯେମିତି କଳାଚକ୍ର ବଦଳିଥିଲା, ଠିକ୍ ସେମିତି ଏବେ କଳାଚକ୍ର ପୁଣିଥରେ ବଦଳିଯିବ ଏବଂ ଶୁଭ ଦିଗରେ ଗତି କରିବ।

ଆମ ଭବିଷ୍ୟତ ବହୁତ ସୁନ୍ଦର: ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ ଦାବି କରିଥିଲେ ଯେ ‘ଆମ’ ଭବିଷ୍ୟତ ବହୁତ ସୁନ୍ଦର ହେବାକୁ ଯାଉଛି। ଆମ ଦେଶ ଇତିହାସର ଗଣ୍ଠିକୁ ଯେଭଳି ଗମ୍ଭୀରତା ଓ ଭାବପ୍ରବଣତାର ସହ ବାନ୍ଧି ରଖିଛି, ତାହା ଆମକୁ କହୁଛି ଯେ ଆମ ଭବିଷ୍ୟତ ଆମ ଅତୀତ ତୁଳନାରେ ଅଧିକ ସୁନ୍ଦର ହେବାକୁ ଯାଉଛି। ସ୍ୱାଭାବିକଭାବେ ମୋଦିଙ୍କ ‘ଆମ’ର ଅର୍ଥ ହେଉଛି ଭାରତ ଏବଂ ଭାରତୀୟତାରେ ବିଶ୍ୱାସ କରୁଥିବା ଲୋକ। ଭାରତୀୟତା ଅର୍ଥ ଭାରତୀୟ ସଂସ୍କୃତି ଏବଂ ଭାରତୀୟ ସଂସ୍କୃତିର ନାୟକ ହେଉଛନ୍ତି ରାମ, କୃଷ୍ଣ, ଶିବ।

ମୋଦି ଆହୁରି ମଧ୍ୟ କହିଛନ୍ତି, ‘‘ଏକ ସମୟ ଥିଲା ଯେତେବେଳେ କିଛି ଲୋକ କହୁଥିଲେ ଯେ ରାମ ମନ୍ଦିର ନିର୍ମାଣ ହେଲେ ନିଆଁ ଲାଗିବ। ଏଭଳି ଲୋକମାନେ ଭାରତର ସାମାଜିକ ଭାବନାର ପବିତ୍ରତା ଜାଣନ୍ତି ନାହିଁ। ରାମଲଲାଙ୍କ ମନ୍ଦିର ନିର୍ମାଣ ମଧ୍ୟ ଭାରତୀୟ ସମାଜର ଶାନ୍ତି, ଧୈର୍ଯ୍ୟ ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ସମନ୍ୱୟର ପ୍ରତୀକ। ଆମେ ଦେଖୁଛୁ ଯେ ନିର୍ମାଣ କୌଣସି ଅଗ୍ନିକୁ ଜନ୍ମ ଦେଉନାହିଁ ବରଂ ଶକ୍ତିକୁ ଜନ୍ମ ଦେଉଛି।’’

ବଡ଼ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ମୋଦି?

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଶୋଭାଯାତ୍ରାକୁ ଉତ୍ସାହିତ କରିଛି ବୋଲି ମୋଦିଙ୍କ ସଙ୍କେତ, ତା’ହେଲେ ସମୟର ଚକ୍ର ବଦଳାଇ କୃଷ୍ଣ ଓ ଶିବଙ୍କ ମନ୍ଦିରରୁ ଆକ୍ରମଣକାରୀଙ୍କ ଜବରଦଖଲ ହଟିବା ପରେ ସାଂସ୍କୃତିକ ଭାରତର ଭିତ୍ତିଭୂମି ଆହୁରି ଗଭୀର ହେବ? ମଥୁରା ଓ କାଶୀ ମାମଲା ମଧ୍ୟ ଜାରି ରହିଛି। ମଥୁରାରେ ମଧ୍ୟ ଏଏସଆଇ ସର୍ଭେ କରାଯାଇଛି।

ସୁପ୍ରିମକୋର୍ଟ ବର୍ତ୍ତମାନ ସେଠାରେ ପରବର୍ତ୍ତୀ ପର୍ଯ୍ୟାୟ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, କିନ୍ତୁ କୋଟି କୋଟି ସନାତନୀଙ୍କ ଆସ୍ଥା ଓ ବିଶ୍ୱାସ ମଧ୍ୟ ଅଯୋଧ୍ୟା ଭଳି ମଥୁରା-କାଶୀ ସହିତ ଜଡ଼ିତ। ସଙ୍କେତରେ ସେମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ତାହାହିଁ ଚିନ୍ତା କରିବାର ବିଷୟ।

Categories
ଆଜିର ଖବର ଜାତୀୟ ଖବର

ମକ୍କା ଓ ଭାଟିକାନ୍ ସିଟିଠାରୁ ଅଯୋଧ୍ୟା ରାମ ମନ୍ଦିର ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ: ରିପୋର୍ଟ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟାକୁ ମିଳିଥିବା ପୁନଃନିର୍ମାଣ କାରଣରୁ ଆଗାମୀ ମାସରେ ଉତ୍ତରପ୍ରଦେଶ ୨୦ ନିୟୁତରୁ ଅଧିକ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ରାମ ମନ୍ଦିର ଉଦ୍‍ଘାଟନ ସମାରୋହ ପୂର୍ବରୁ ଅଯୋଧ୍ୟା ସହରର ପୁନରୁଦ୍ଧାର ଓ ପୁନଃବିକାଶ ପାଇଁ ୧୦ ବିଲିୟନ ଡଲାର (ପ୍ରାୟ ୮୫,୦ କୋଟି ଟଙ୍କା) ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି। ପାଖାପାଖି ୨୦୦ ବିଲିୟନ ଡଲାର ରାଜସ୍ୱ ସହିତ ପର୍ଯ୍ୟଟନ ଭାରତର ଅର୍ଥନୀତିରେ ପ୍ରାୟ ୭% ଯୋଗଦାନ ଦେଇଥାଏ, ଯାହାକି ଅଧିକାଂଶ ବୃହତ ଉଦୀୟମାନ ଏବଂ ବିକଶିତ ଅର୍ଥନୀତିଠାରୁ ୫ ପ୍ରତିଶତ ପଏଣ୍ଟ ପର୍ଯ୍ୟନ୍ତ କମ୍ ଅଟେ। ଏକ ନୂତନ ରିପୋର୍ଟରୁ ଜଣାପଡ଼ିଛି ଯେ ଅଯୋଧ୍ୟାର ଏହି ବ୍ୟାପକ ପୁନଃନିର୍ମାଣଦ୍ୱାରା ଉତ୍ତରପ୍ରଦେଶ ସରକାର ୨୫,୦୦୦ କୋଟି ଟଙ୍କାରୁ ଅଧିକ ଟିକସ ରାଜସ୍ୱ ଆଦାୟ କରିପାରିବେ। ବ୍ରୋକରେଜ୍ ଫାର୍ମ ଜେଫେରିଜ୍ ଅନୁଯାୟୀ, ନୂଆ ବିମାନବନ୍ଦର, ରେଳ ଷ୍ଟେସନ, ଟାଉନସିପ୍, ଉନ୍ନତ ସଡ଼କ ଯୋଗାଯୋଗ ଇତ୍ୟାଦି ସମେତ ଅଯୋଧ୍ୟାର ମୋଟ ପୁନଃନିର୍ମାଣ ପାଇଁ ପ୍ରାୟ ୮୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହି ବିଶାଳ ଅଯୋଧ୍ୟା ପୁନଃନିର୍ମାଣ ବର୍ଷକୁ ୫୦ ନିୟୁତରୁ ଅଧିକ ପର୍ଯ୍ୟଟକଙ୍କୁ ସହରକୁ ଆକର୍ଷିତ କରିପାରିବ ବୋଲି ଜେଫେରିଜ୍‍ର ରିପୋର୍ଟରେ ଦର୍ଶାଯାଇଛି। ଅମୃତସରର ସୁବର୍ଣ୍ଣ ମନ୍ଦିରକୁ ବର୍ଷକୁ ୩୦-୩୫ ନିୟୁତ ଦର୍ଶକ ଆସୁଥିବାବେଳେ ତିରୁପତି ମନ୍ଦିରରେ ୨୫-୩୦ ନିୟୁତ ଲୋକ ଦର୍ଶନ କରିଥାନ୍ତି। ସମଗ୍ର ବିଶ୍ୱରେ ଭାଟିକାନ ସହରକୁ ପ୍ରତିବର୍ଷ ପ୍ରାୟ ୯ ନିୟୁତ ଏବଂ ସାଉଦି ଆରବର ମକ୍କାକୁ ପ୍ରାୟ ୨୦ ନିୟୁତ ପର୍ଯ୍ୟଟକ ଆସନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ରାମ ମନ୍ଦିର ଜରିଆରେ ଉତ୍ତରପ୍ରଦେଶକୁ ମିଳିପାରେ ୪ ଲକ୍ଷ କୋଟି ଟଙ୍କା
ଅଯୋଧ୍ୟାରେ ପର୍ଯ୍ୟଟନକୁ ସହାୟତା କରିବା ଉଦ୍ଦେଶ୍ୟରେ ସହରର ପ୍ରଥମ ପର୍ଯ୍ୟାୟ ବିମାନବନ୍ଦର ଏବେ କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ୧ ନିୟୁତ ଯାତ୍ରୀ ଅଛନ୍ତି। ଖୁବଶୀଘ୍ର ଏହାକୁ ୨୦୨୫ ସୁଦ୍ଧା ୬ ନିୟୁତକୁ ବୃଦ୍ଧି କରାଯିବ। ଏହାବ୍ୟତୀତ ରେଳବାଇ ଏହାର କ୍ଷମତାକୁ ଦ୍ୱିଗୁଣିତ କରି ଦୈନିକ ୬୦,୦୦୦ ଯାତ୍ରୀଙ୍କୁ ପହଞ୍ଚାଇଛି।

ବର୍ତ୍ତମାନ ଅଯୋଧ୍ୟାରେ ୫୯୦ ରୁମ୍ ବିଶିଷ୍ଟ ପ୍ରାୟ ୧୭ଟି ହୋଟେଲ ରହିଛି। ୭୩ଟି ନୂଆ ହୋଟେଲ ପାଇପଲାଇନରେ ଥିବାବେଳେ ସେଥିମଧ୍ୟରୁ ୪୦ଟି ନିର୍ମାଣାଧୀନ ରହିଛି । ଇଣ୍ଡିଆନ ହୋଟେଲ, ମେରିଓଟ ଓ ୱିଣ୍ଡହାମ ହୋଟେଲ ପାଇଁ ଚୁକ୍ତି ସ୍ୱାକ୍ଷର କରିସାରିଥିବାବେଳେ ଆଇଟିସି ଅଯୋଧ୍ୟାରେ ସୁଯୋଗ ଖୋଜୁଛି। ଅଯୋଧ୍ୟାରେ ୧୦ ହୋଟେଲ ରୁମ୍ ଯୋଡ଼ିବାକୁ ଓୟୋ ଯୋଜନା କରିଛି।

ଆଗାମୀ ବର୍ଷଗୁଡ଼ିକରେ ଅଯୋଧ୍ୟା ଏବଂ ଉତ୍ତରପ୍ରଦେଶ ପାଇଁ ଏକାଧିକ ଏଜେନ୍ସିଦ୍ୱାରା କରାଯାଇଥିବା ପର୍ଯ୍ୟଟନ ଆକଳନକୁ ଦୃଷ୍ଟିରେ ରଖି ବର୍ଷ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ପର୍ଯ୍ୟଟକଙ୍କ ମୋଟ ଖର୍ଚ୍ଚ ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ ବୋଲି ଏସ୍ ବିଆଇ ର ଏକ ରିପୋର୍ଟ ପ୍ରକାଶ ପାଇଛି।

ଆଶା କରାଯାଉଛି ଯେ ଅଯୋଧ୍ୟାର ରାମ ମନ୍ଦିର ଖୁବ୍ ଶୀଘ୍ର ମକ୍କା ଏବଂ ଭାଟିକାନ୍ ପରି ଏକ ବିଶ୍ୱ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରେ, ଯାହା ଉତ୍ତରପ୍ରଦେଶଦ୍ୱାରା ଉତ୍ପାଦିତ ଟିକସ ରାଜସ୍ୱରେ ବ୍ୟାପକ ଯୋଗଦାନ ଦେବ।

Categories
ଜାତୀୟ ଖବର ବିଶେଷ ଖବର

ଅଯୋଧ୍ୟାରୁ ଦୂରେଇ ରହି କେତେ ବଡ଼ ଜୁଆ ଖେଳିଲେ ବିରୋଧୀ?

ନୂଆଦିଲ୍ଲୀ: ସମାନ ସ୍ଲୋଗାନ୍ ହେଉଛି ଜୟ ଶ୍ରୀରାମ, ଜୟ ଶ୍ରୀରାମ… ଆଜି ଦେଶର କୋଣ ଅନୁକୋଣରୁ ସମାନ ସ୍ୱର ଆସିଛି। ଅଯୋଧ୍ୟା ସହିତ ସାରାଦେଶରେ ପାଳିତ ହେଲା ପ୍ରାଣ ପ୍ରତିଷ୍ଠା ସମାରୋହ। ହୋମ-ଯଜ୍ଞ, ଭଣ୍ଡାର ଏବଂ କ’ଣ ନୁହେଁ। ସବୁକିଛି ଭୁଲି ଦେଶବାସୀ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏକ ପର୍ବ ଭଳି ପାଳନ କରିଥିଲେ। ଏହା ଭିନ୍ନକଥା ଯେ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ଏହି ପର୍ବରୁ ନିଜକୁ ଦୂରେଇ ରଖିଥିଲେ। ଏହି ବିକଳ୍ପକୁ ସେ ନିଜେ ବାଛିଥିଲେ। ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଏଥିରେ ଯୋଗ ଦେଇନଥିଲେ। ସେମାନେ ଏହାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର କାର୍ଯ୍ୟକ୍ରମ ବୋଲି ନ କହିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସତ ଯେ ରାମ ମନ୍ଦିର ଆନ୍ଦୋଳନରେ ବିଜେପି ଓ ଆରଏସଏସର ସଂଘର୍ଷକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କିନ୍ତୁ ଭଗବାନ ରାମ ନା ବିଜେପି କିମ୍ବା ଆରଏସଏସର ଅଟନ୍ତି। କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଭୁଲି ଯାଇଛନ୍ତି ଯେ ଦେଶ ବିଜେପି ପାଇଁ ନୁହେଁ ବରଂ ରାମଙ୍କ ପାଇଁ ଏହି ପର୍ବ ପାଳନ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରୁ ନିଜକୁ ଦୂରେଇ ରଖି ବିରୋଧୀ ବଡ଼ ରିସ୍କ ନେଇଛନ୍ତି କି?

ସମାରୋହକୁ ନଯିବାକୁ ନେଇ ପରସ୍ପର ମଧ୍ୟରେ ଏକମତତା ନାହିଁ

ଏହି ସମାରୋହରେ ଯୋଗଦେବେ କି ନାହିଁ ସେ ନେଇ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ସର୍ବସମ୍ମତି ପ୍ରକାଶ ପାଇନଥିଲା। ଏପରିକି ସେହି ଦଳର ନେତାଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ମତଭେଦ ଥିଲା। କଂଗ୍ରେସର ଉଦାହରଣ ନିଅନ୍ତୁ। ଦଳର ଶୀର୍ଷ ନେତୃତ୍ୱ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ଦେବାକୁ ମନା କରିଦେଇଥିଲେ। ଏହି ନେତାମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ସାମିଲ ଥିଲେ।

ଅପରପକ୍ଷରେ କରଣ ସିଂହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ସ୍ପଷ୍ଟଭାବେ କହିଛନ୍ତି ଯେ ସମାରୋହରେ ଯୋଗଦେବାରେ କୌଣସି ଅସୁବିଧା ହେବା ଉଚିତ ନୁହେଁ। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ହୁଅନ୍ତୁ କିମ୍ବା ସପା ମୁଖ୍ୟ ଅଖିଳେଶ ଯାଦବ, ଡିଏମକେ ମୁଖ୍ୟ ଏମ୍ କେ ଷ୍ଟାଲିନ ଓ ବାମପନ୍ଥୀ, ସମସ୍ତ ବିରୋଧୀ ଦଳ ନେତା ଅଯୋଧ୍ୟା ସମାରୋହକୁ ଯାଇ ଲକ୍ଷ୍ମଣ ରେଖାକୁ ନିଜ ପାଇଁ ଆଙ୍କିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ନେବା କୌଣସି ବଡ଼ ଜୁଆଠାରୁ କମ୍ ନୁହେଁ। ଲୋକଙ୍କ ଭାବାବେଗ ବିରୋଧରେ ନିଆଯାଇଥିବା ଏହା ଏକ ବଡ଼ ନିଷ୍ପତ୍ତି।

ଆକଳନ କରିବାରେ ତ୍ରୁଟି

ତେବେ ଅଜାଣତରେ ଏହା ୨୦୨୪ ପାଇଁ ବିଜେପିର ନିର୍ବାଚନୀ ଏଜେଣ୍ଡାକୁ ଜୋରଦାର କରିଛି। ଏହା ବିଜେପିର ହିନ୍ଦୁତ୍ୱ ବୟାନକୁ ମଜବୁତ କରିବ। ଆଗାମୀ ନିର୍ବାଚନରେ ବିଜେପି ରାମ ମନ୍ଦିରକୁ ଏକ ବଡ଼ ପ୍ରସଙ୍ଗ କରିବାକୁ ଯାଉଛି। ନିଯୁକ୍ତି ଓ ମୁଦ୍ରାସ୍ଫୀତି ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଅଯୋଧ୍ୟା ପ୍ରସଙ୍ଗ ସାମ୍ନାରେ ବାମନ ସାବ୍ୟସ୍ତ ହୋଇପାରେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ଦଳଗୁଡ଼ିକ କେବଳ ରାମ ବିରୋଧୀ ନୁହଁନ୍ତି ବରଂ ହିନ୍ଦୁ ବିରୋଧୀ ବୋଲି ପ୍ରମାଣ କରିବାକୁ ବିଜେପି କୌଣସି ସୁଯୋଗ ଛାଡ଼ୁନାହିଁ। ବୋଧହୁଏ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଏଠାକାର ଭାବନାକୁ ବୁଝିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆଜି ସମଗ୍ର ଦେଶ ଯେପରି ଆନନ୍ଦମୟ ଦେଖାଯାଉଛି, ଗୋଟିଏ କଥା ନିଶ୍ଚୟ ସାମ୍ନାକୁ ଆସିଛି। ପଏଣ୍ଟରୁ ଆକଳନ କରିବାରେ ଭୁଲ ଅଛି।

ବିପକ୍ଷଙ୍କ ନିଷ୍ପତ୍ତିରେ ବିଜେପି ଅଧିକ ଶକ୍ତିଶାଳୀ ହେବ

ଏହି ସମାରୋହରୁ ନିଜକୁ ଦୂରେଇ ରଖିବାକୁ ଦଳଗୁଡ଼ିକର ନିଷ୍ପତ୍ତି ଆଗାମୀ ନିର୍ବାଚନରେ ବିଜେପିର ସ୍ଥିତିକୁ ସୁଦୃଢ଼ କରିବ। ପୂର୍ବରୁ ବିରୋଧୀ ଇଣ୍ଡି ମେଣ୍ଟ ସବୁ ପ୍ରକାର କଳହ ସହ ସଂଘର୍ଷ କରୁଛି। ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ଥିବାବେଳେ ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ଫର୍ମୁଲା ସ୍ଥିର ହୋଇପାରିନାହିଁ। ବୈଠକ ବ୍ୟତୀତ ନିର୍ବାଚନ ପାଇଁ ଅନ୍ୟ କୌଣସି ଦଳର ପ୍ରସ୍ତୁତି ନାହିଁ। ଆଜି ବି ବିରୋଧୀ ମାନେ ଏଜେଣ୍ଡା ନାଁରେ ଖାଲି ହାତରେ ଠିଆ ହୋଇଛନ୍ତି। କ୍ଷମତାର ଚାବିକାହିଁକି ତାଙ୍କୁ ହସ୍ତାନ୍ତର କରାଯିବ ସେ ନେଇ ସେ ଦେଶ ଆଗରେ କୌଣସି ରୋଡ଼ମ୍ୟାପ୍ ଉପସ୍ଥାପନ କରିନାହାନ୍ତି।