Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୨୨୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ ଜଣ, ଭଦ୍ରକ, ଯାଜପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୨ ହଜାର ୩୧୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୭୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୨୩ କୁ ବୃଦ୍ଧି ହୋଇଛି।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ବିଶ୍ୱକପ ଜିତିବା ପାଇଁ ଟିମ୍ ଇଣ୍ଡିଆ ଦାବିଦାର: ପାକିସ୍ଥାନକୁ ନେଇ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ଟି -୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ଦେଖାଯାଉଛି। ପୂର୍ବତନ ଭେଟେରାନ କ୍ରିକେଟର ଗୌତମ ଗମ୍ଭୀର ବିଶ୍ଵାସ କରନ୍ତି ଯେ, ଭାରତ ଦଳ ପାକିସ୍ତାନ ଅପେକ୍ଷା ବହୁତ ଶକ୍ତିଶାଳୀ ଏବଂ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ଦଳ।

ୟୁଏଇରେ ଅନୁଷ୍ଠିତ ବିଶ୍ୱକପ ଯୋଗୁଁ ଭାରତକୁ ଏକ ସୁବିଧା ମିଳିବ। ୟୁଏଇର ପିଚ୍ ଗୁଡିକ ଭାରତର ପିଚ୍ ସହିତ ସମାନ ଏବଂ ସ୍ପିନ୍ ବୋଲରମାନେ ଏଠାରେ ଅଧିକ ଲାଭ ପାଆନ୍ତି। ଭାରତରେ କେବଳ ଭଲ ସ୍ପିନର ନୁହଁନ୍ତି ବରଂ ବ୍ୟାଟ୍ସମ୍ୟାନମାନେ ମଧ୍ୟ ସ୍ପିନ୍ ବୋଲରକୁ ଭଲ ଖେଳନ୍ତି।

୨୪ ଅକ୍ଟୋବରରୁ ଦୁବାଇ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ଦଳ ଲିଗ୍ ଅଭିଯାନ ଆରମ୍ଭ କରିବେ। ଗମ୍ଭୀର କହିଛନ୍ତି ଯେ, ପାକିସ୍ତାନ ଦଳରୁ ମଧ୍ୟ ଅନେକ କିଛି ଆଶା କରାଯାଏ। କିନ୍ତୁ ଯଦି ଆପଣ ବର୍ତ୍ତମାନ ପରିସ୍ଥିତିକୁ ଦେଖନ୍ତି ତେବେ ପାକିସ୍ତାନ ଅପେକ୍ଷା ଭାରତ ଅଧିକ ଶକ୍ତିଶାଳୀ ଅଟେ।

ତେବେ କୌଣସି ଦଳକୁ ଦୁର୍ବଳ ବୋଲି ଗମ୍ଭୀର ମନେ କରନ୍ତି ନାହିଁ। ପୂର୍ବତନ କ୍ରିକେଟର କହିଛନ୍ତି, ଟି -୨୦ ଖେଳ ଏକ ଏଭଳି ଫର୍ମାଟ୍, ଯେଉଁଥିରେ କୌଣସି ଦଳ ଯେକୌଣସି ଦଳକୁ ପରାସ୍ତ କରିପାରିବେ। ଏହି ଫର୍ମାଟରେ, ମ୍ୟାଚ୍ ପରିବର୍ତ୍ତନ କରିବାକୁ କେବଳ ଜଣେ ଖେଳାଳି ଯଥେଷ୍ଟ। ଆମେ କୌଣସି ଦଳକୁ ଦୁର୍ବଳ ବୋଲି ବିଚାର କରିପାରିବା ନାହିଁ।

ଖେଳ ବିଗାଡି ପାରେ ଆଫଗାନିସ୍ତାନ ଦଳ:

ଆଫଗାନିସ୍ତାନ ଏକ ଅପରି ଦଳ, ଯାହା କୌଣସି ଶକ୍ତିଶାଳୀ ଦଳର ଖେଳକୁ ମଧ୍ୟ ବିଗାଡିପାରେ। ତ-୨୦ ବିଶ୍ଵକପରେ ଭାଗ ନେଉଥିବା ଦଳ ମଧ୍ୟରୁ କୌଣସି ଏକ ଶକ୍ତିଶାଳୀ ଦଳକୁ ଆଫଗାନିସ୍ତାନ ଚକମା ଦେଇପାରେ। ଗମ୍ଭୀର କହିଛନ୍ତି, ଆପଣ ଆଫଗାନିସ୍ତାନକୁ ଅବମାନନା କରିପାରିବେ ନାହିଁ। ରସିଦ ଖାନଙ୍କ ପରି ଖେଳାଳିମାନେ ଏକ ବଡ ପରିବର୍ତ୍ତନ କରିପାରିବେ। ଏହା ପାକିସ୍ତାନ ପାଇଁ ମଧ୍ୟ ପ୍ରଯୁଜ୍ୟ କିନ୍ତୁ ପାକିସ୍ତାନ ଉପରେ ମଧ୍ୟ ଚାପ ରହିବ।

ଆଫଗାନିସ୍ତାନ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳନ୍ତି। ଯାହାଦ୍ୱାରା ଦଳକୁ ଉନ୍ନତି କରିବାର ସୁଯୋଗ ଦେଇଛି। ଅଫଗାନିସ୍ତାନ ଦଳରେ ରସିଦ ଖାନ, ମୁଜିବ ଏବଂ ମହମ୍ମଦ ନବୀଙ୍କ ଭଳି ଖେଳାଳି ଅଛନ୍ତି। ଏହି ଖେଳାଳୀମାନଙ୍କୁ ହାଲୁକା ଭାବରେ ନେଇପାରିବେ ନାହିଁ।

ଗୌତମ ଗମ୍ଭୀର, ଗ୍ରୁପ୍ ବି ଅପେକ୍ଷା ଗ୍ରୁପ୍-ଏକୁ ଶକ୍ତିଶାଳୀ ଗୃପ ବୋଲି ବିବେଚନା କରନ୍ତି। ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ବି’ର ସ୍ଥାନ ପାଇଥିବା ବେଳେ ଅକ୍ଟୋବର ୨୪ ତାରିଖରେଦୁଇ ଦଳ ମଧ୍ୟରେ ସଂଘର୍ଷ ହେବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ତଦନ୍ତ ଅଭିଯାନ ଜାରି

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ଅବନ୍ତିପୋରା ପାମ୍ପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି’। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଏନକାଉଣ୍ଟର ଜାରି ରହିଛି।

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁଯାୟୀ, ପାମ୍ପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଏହା ପରେ ଯେତେବେଳେ ଆମର ଯବାନମାନେ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହେଲେ ହଠାତ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷା ବାହିନୀ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ମୃତ ଆତଙ୍କବାଦୀ କିଏ ଏବଂ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ସେ ସମ୍ପୃକ୍ତ ଅଛନ୍ତି, ଏହାର ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୩୬ ହଜାର ୫୭୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୬ ହଜାର ୫୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୩ ଲକ୍ଷ ୫୮ ହଜାର ୮୨୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୫୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୬୧ ହଜାର ୬୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୩ ହଜାର ୬୦୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୯୮୬ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୨ ଟି ଲୋକାଲ କେସ୍‌ ରହିଛି। ୯୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୨ ହଜାର ୩୧୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୭୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୭ ଟି ଜିଲ୍ଲାରୁ ୯୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୭୩ ଜଣ, କଟକ ଜିଲ୍ଲାରୁ ୧୩୯ ଜଣ, ଅନୁଗୁଳ ଜିଲ୍ଲାରୁ ୨୪, ବାଲେଶ୍ଵର ଜିଲ୍ଲାରୁ ୨୫ ଜଣ, ବରଗଡ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୧୪ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୧୭ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫ ଜଣ, ଗଜପତି ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୪୫ ଜଣ, ଯାଜପୁର ଜିଲ୍ଲାରୁ ୪୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ, କନ୍ଧମାଳ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୩ ଜଣ, କେନ୍ଦୁଝର ଜିଲ୍ଲାରୁ ୧୩ ଜଣ, କୋରାପୁଟ ଜିଲ୍ଲାରୁ ୩ ଜଣ, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୩୨ ଜଣ, ନବରଙ୍ଗପୁର ୬ ଜଣ, ନୟାଗଡ ଜିଲ୍ଲାରୁ ୨୦ ଜଣ, ପୁରୀ ଜିଲ୍ଲାରୁ ୩୨ ଜଣ, ରାୟଗଡା ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ ଜଣ, ସୋନପୁର ଜିଲ୍ଲାରୁ ୧, ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ ଏବଂ ଷ୍ଟେଟ ପୁଲରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଗସ୍ତ, ସ୍ମାଟ କାର୍ଡର କରିବେ ଶୁଭାରମ୍ଭ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ମାଲକାନଗିରି ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ସକାଳ 11ଟା 30 ମିନଟରେ ଭୁବନେଶ୍ବରରୁ ହେଲିକାପ୍ଟରରେ ବାହାରି ଜିଲ୍ଲା ଷ୍ଟାଣ୍ଡିୟମରେ ଓହ୍ଲାଇବେ। ସେଠାରୁ ସେ ଜିଲ୍ଲା ସଂସ୍କୃତି ଭବନରେ 150 ଜଣ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନର ସ୍ମାର୍ଟ କାର୍ଡ ବଣ୍ଟନ କରିବେ।

ଯେଉଁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଗ୍ରହଣ କରିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ଆସିଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ସେଠାରେ ପୂର୍ବରୁ 8 ଜଣ ମନ୍ତ୍ରୀ ଏବଂ ବହୁ ବିଧାୟକ ଡେରା ପକାଇଛନ୍ତି। ବିଜେଡିର ସଂଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଏହାର ନେତୃତ୍ୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିବା ପରେ ଏହି ମନ୍ତ୍ରୀମାନେ ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଅନ୍ୟ ହିତାଧିକାରୀଙ୍କ ଏହି କାର୍ଡ ବଣ୍ଟନ କରିବେ। କୋଭିଡ ଦ୍ବିତୀୟ ଲହର ଥମିବା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜିଲ୍ଲା ଗସ୍ତ।

Categories
RakshaBandhan ଧର୍ମ ବିଶେଷ ଖବର

ପୁରାଣ ପୃଷ୍ଠାରେ ରକ୍ଷା ବନ୍ଧନର ମହତ୍ବ ରହିଛି ବେଶ୍ ଗୁରୁତ୍ବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Raksha Bandhan: ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନଟି ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ପରିଚିତ। ଏହିଦିନ ଭାଇଭଉଣୀଙ୍କ ପବିତ୍ର ସଂପର୍କର ଦିନ ହିସାବରେ ଗଣା ଯାଇଥାଏ। ତେବେ ଏହି ରାକ୍ଷା ବନ୍ଧନ ନେଇ ପୁରାଣରେ ଅନେକ କଥା ରହିଛି। ସେ ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ।

ବିଷ୍ଣୁପୁରାଣ ରକ୍ଷା ବନ୍ଧନ- ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜ ପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ ।

ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।

ମହାଭାରତରେ ରକ୍ଷା ବନ୍ଧନ- ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା ।

ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।

Categories
ଧର୍ମ ବିଶେଷ ଖବର

ରାଶିଫଳ: ଅଗଷ୍ଟ 20 ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକଙ୍କ ବ୍ୟବସାୟ ହେବ ବୃଦ୍ଧି

ମେଷ – ଏହି ରାଶିର ଲୋକଙ୍କ ପାଇଁ ଏକ ରାଜନୈତିକ ସଫଳତା ହେବ । ବ୍ୟବସାୟ ଭଲ ହେବ। କୃଷି କ୍ଷେତ୍ରରେ ସାଧାରଣ ଲାଭ ହେବ । ଚାକିରିରେ ଅସୁବିଧା ହେବ, କିନ୍ତୁ ଏହାର ସମାଧାନ ମଧ୍ୟ ହେବ । ଶାଶୁଘର ପକ୍ଷରୁ ଅସୁବିଧା ହେବ । ପତ୍ନୀଙ୍କ ସମର୍ଥନ ପାଇବେ । ଏକ ପୁରୁଣା ବନ୍ଧୁଙ୍କଠାରୁ ଦୂରତା ହୋଇପାରେ ।

ବୃଷ – ଏହି ରାଶିର ଲୋକଙ୍କ ପାଇଁ ଆର୍ଥିକ ସ୍ଥିତି ଦୃଢ ହେବ। ବ୍ୟବସାୟ ଭଲ କରିବ । କୃଷିରେ ଉନ୍ନତି ହେବ । ଚାକିରିରେ ଆପଣ ସହକର୍ମୀଙ୍କଠାରୁ ସମର୍ଥନ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ, କିନ୍ତୁ ମାଙ୍କ ଦୁଃଖ ଭୋଗିବେ । ତୀର୍ଥଯାତ୍ରା ପରିବାର ପାଇଁ ଲାଭଦାୟକ ହେବ । କୈଣସି ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଲୋକଙ୍କଠାରୁ ସମ୍ମାନ ଗ୍ରହଣ କରାଯିବ ।

ମିଥୁନ- ଏହି ରାଶିର ଲୋକଙ୍କ ପାଇଁ, ଏହି ମାସ କୋର୍ଟର ଅସୁବିଧା ହେବ । ବ୍ୟବସାୟ ଭଲ ହେବ । କୃଷି କ୍ଷେତ୍ରରେ ମଧ୍ୟମ ଲାଭ ହେବ । ଚାକିରିରେ ଅଗ୍ରଗତି ବନ୍ଦ ହୋଇପାରେ । ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ଯନ୍ତ୍ରଣାଦାୟକ ହୋଇପାରେ । ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଭାଇଙ୍କ ପରିବାରରେ ଶୁଭ କାମ ହେବାର ସମ୍ଭାବନା ଅଛି ।

କର୍କଟ –ଏହି ରାଶିର ଲୋକଙ୍କ ପାଇଁ, ଏହି ମାସ ପାରିବାରିକ ପ୍ରଗତିର ହେବ । ତୁମେ ଭଲ ଖବର ପାଇବ । ବ୍ୟବସାୟରେ ସଫଳତା ମିଳିବ । ଚାକିରିରେ ସହକର୍ମୀମାନଙ୍କ ସହିତ ଅସୁବିଧା ହେବ । କୃଷି କ୍ଷେତ୍ରରେ ମଧ୍ୟମ ଲାଭ ହେବ । ଆପଣଙ୍କ ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଘଟିବ । ମା’ଙ୍କ ସହ ତୀର୍ଥଯାତ୍ରା ହେବାର ସମ୍ଭାବନା ଅଛି । ଭାଇର ସୁଖ ବୃଦ୍ଧି ପାଇବ । ଆପଣ କିଛି ନୂତନ କ୍ଷେତ୍ରରେ ସଫଳତା ପାଇବେ ।

ସିଂହ- ଏହି ରାଶିର ଲୋକଙ୍କ ପାଇଁ ଆଜି ଜୀବନ ସାଥୀ ପାଇଁ ଲାଭଦାୟକ ହେବ । ବ୍ୟବସାୟ ସ୍ୱାଭାବିକ ହେବ । କୃଷି କ୍ଷେତ୍ରରେ ମଧ୍ୟମ ସଫଳତା ମିଳିବ । ଚାକିରିରେ ଅଧିକାରୀ ଶ୍ରେଣୀରୁ ଅସୁବିଧା ହେବ । ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ରହିବ । ମାତୃ ପାର୍ଶ୍ୱରୁ ସହଯୋଗ ହେବ, କିନ୍ତୁ ଶାଶୁଙ୍କଠାରୁ ଦୂରତା ଥାଇପାରେ । ଭାଇ ଚାକିରି ପାଇବେ ।

କନ୍ୟା –  ଏହି  ରାଶିର ଲୋକଙ୍କ ପାଇଁ ଆର୍ଥିକ ଅସୁବିଧା ହେବ । ବ୍ୟବସାୟରେ ଅସୁବିଧା ହେବ । ଚାକିରିରେ ସହକର୍ମୀଙ୍କ ସହଯୋଗ ହେବ, କିନ୍ତୁ କୃଷି କ୍ଷେତ୍ର ସ୍ୱାଭାବିକ ରହିବ । ସମ୍ପର୍କୀୟମାନଙ୍କ ସହିତ ବିଚଳିତ ହେବାର ପରିସ୍ଥିତି ହୋଇପାରେ, ଧ୍ୟାନ ଦେବାକୁ ପଡ଼ିବ । ଘନିଷ୍ଠ ବନ୍ଧୁଙ୍କ ସହିତ ସାକ୍ଷାତ କରିବା ଆପଣଙ୍କ ପାଇଁ ଏକ ଆରାମ ଭଳି କାମ କରିବ ।

ତୂଳା – ଏହି ରାଶିର ଲୋକଙ୍କ ପାଇଁ ଏକ ପଦୋନ୍ନତି ହେବ । ବ୍ୟବସାୟରେ ଅସୁବିଧା ହେବ । ଚାକିରିରେ ଅଗ୍ରଗତି ହେବ । କୃଷି କ୍ଷେତ୍ରରେ ସଫଳତା ମିଳିବ । ଆପଣ ଜଣେ ନୂତନ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ। ତୁମର ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ପତ୍ନୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ସମ୍ପର୍କୀୟଙ୍କଠାରୁ ଦୂରତା କମ୍ ହେବ । ଏକ ଧାର୍ମିକ ସ୍ଥାନ ପରିଦର୍ଶନ ହେବ ।

ବିଛା – ଏହି ରାଶିର ଲୋକଙ୍କ ପାଇଁ ଆଜି ପୂର୍ବ ଅପେକ୍ଷା ଭଲ ହେବ । ବ୍ୟବସାୟ ଭଲ କରିବ । କୃଷି କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ଅଗ୍ରଗତି ହେବ । ତୁମେ ଭଲ ଖବର ପାଇବ । ମାତୃ ପାର୍ଶ୍ୱରୁ ସହାୟତା ଗ୍ରହଣ କରାଯିବ, କିନ୍ତୁ କୈଣସି ପରିବାର ସଦସ୍ୟଙ୍କ ଯୋଗୁଁ ଅସୁବିଧା ହୋଇପାରେ । ସାମାଜିକ କାର୍ଯ୍ୟ ହେତୁ ରାଜ୍ୟ ବାହାରେ ଯାତ୍ରା ହେବ, ଯାହା ଆପଣଙ୍କ ଜୀବନ ପାଇଁ ଲାଭଦାୟକ ହେବ ।

ଧନୁ – ଏହି ରାଶିର ଲୋକଙ୍କ ପାଇଁ ଏକ ରାଜନୈତିକ ସଫଳତା ହେବ । ବ୍ୟବସାୟରେ ଅସୁବିଧା ହେବ । ଚାକିରିରେ ଅଗ୍ରଗତି ହେବ । କୃଷି କ୍ଷେତ୍ରରେ ମଧ୍ୟମ ଲାଭ ହେବ । ପିଲାମାନେ ରୋଜଗାର ପାଇବେ, ସେହିପରି ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଅଜ୍ଞାତ ବ୍ୟକ୍ତିଙ୍କ ଜାଲରେ ପଡ଼ନ୍ତୁ ନାହିଁ, ଆପଣ ଅସୁବିଧାରେ ପଡ଼ିପାରନ୍ତି । ଆପଣ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।

ମକର – ଏହି ରାଶିର ଲୋକଙ୍କ ପାଇଁ ଏହି ମାସ ସଫଳ ହେବ । ବ୍ୟବସାୟ ଭଲ କରିବ । କୃଷି କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ କିଛି ଅସୁବିଧା ହେବ । ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିବ। ମାତୃ ପାର୍ଶ୍ୱରୁ ଦୂରତା ଥାଇପାରେ । ଆପଣ ପରିବାରରୁ ସମର୍ଥନ ପାଇବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ମାନ ପାଇବାର ସମ୍ଭାବନା ଅଛି ।

କୁମ୍ଭ- ମକର ରାଶିର ଲୋକଙ୍କ ପାଇଁ, ଏହି ମାସ ଜୀବନ ସାଥୀଙ୍କ ଅଗ୍ରଗତି ପାଇଁ ହେବ । ବ୍ୟବସାୟରେ ସାଧାରଣ ଲାଭ ହେବ । ଚାକିରିରେ ଅଧିକାରୀ ଶ୍ରେଣୀରୁ ଅସୁବିଧା ହେବ । କୃଷି କ୍ଷେତ୍ରରେ ମଧ୍ୟମ ଲାଭ ହେବ। ତୀର୍ଥଯାତ୍ରାର ଯୋଗ ଅଛି । ଆପଣ ଏକ ଧାର୍ମିକ ଅନୁଷ୍ଠାନରୁ ସମ୍ମାନ ପାଇବେ । ପଡ଼ୋଶୀମାନଙ୍କ ସହିତ ଉତ୍ତେଜନା ଦେଖାଦେଇପାରେ । ଜଣେ ସାଙ୍ଗ ସହିତ ନୂଆ କାମ କରିବାର ସମ୍ଭାବନା ଅଛି ।

ମୀନ – ଏହି ରାଶି ଲୋକଙ୍କର ପିଲାମାନଙ୍କ ପାଇଁ ଅସୁବିଧାଜନକ ହେବ । ବ୍ୟବସାୟ ଭଲ କରିବ । କୃଷି କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ଉତ୍ଥାନ-ପତନ ହେବ । ଆପଣ ଜଣେ ସମ୍ପର୍କୀୟଙ୍କଠାରୁ ସମର୍ଥନ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ରହିବ । ମାସ ଶେଷରେ ଉନ୍ନତି ହେବ । ମାସ ଶେଷରେ, ଭାଇ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଆପଣ କୈଣସି ସଂସ୍ଥାରୁ ସମ୍ମାନ ପାଇବେ ।

Categories
RakshaBandhan ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରର ଓରମାସ ବିକ୍ରି କରୁଛି ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ‘ଟେରାକୋଟା ରାକ୍ଷୀ’

ଭୁବନେଶ୍ବର, ଏଥର ରାକ୍ଷୀ ବଜାରକୁ ଗରମ କରିଛି ଓରମାସ ପ୍ରସ୍ତୁତ ପ୍ରାକୃତିକ ଜିନିଷର ତିଆରି ରାକ୍ଷୀ। ଭଳିକି ଭଳି ରାକ୍ଷୀ ଦେଖିଲେ ମନ ଖୋସି ହୋଇଯାଉଛି। ଏହି ରାକ୍ଷୀ ରାଜ୍ୟର ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ଏହି ରାକ୍ଷୀ କିଣିବାରେ ବର୍ତ୍ତମାନ ଗ୍ରାହକଙ୍କ ବେଶ ଆଗ୍ରହ ପରିଲକ୍ଷିତ ହୋଇଛି।

ଭୁବନେଶ୍ବରର ୟୁନିଟ-8 SIRD କ୍ୟାମ୍ପସକୁ ଲାଗି ଏହି ଷ୍ଟଲ କରାଯାଇଛି। ଏଥିରେ ମହିଳାମାନେ ସବାଇ ଘାସ, ଗୋଲଡେନ ଘାସ, ଧାନ, ଝୋଟ ପ୍ରଭୃତିରେ ଏହି ରାକ୍ଷୀ ତିଆରି କରିଛନ୍ତି। ଏପରିକି ଏହି ଷ୍ଟଲରେ ଟେରାକୋଟା ରାକ୍ଷୀ ମଧ୍ୟ ବିକ୍ରି କରାଯାଉଛି। ଯାହା ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି। ଏହି ଷ୍ଟଲର ନାମ ରଖାଯାଇଛି “ନିଆରା ରାକ୍ଷୀର ସମ୍ଭାର”

Categories
ବିଶେଷ ଖବର ରାଜ୍ୟ ଖବର

ସଂଗ୍ରାମ ଜେନାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନରେ ଶେଷ ଦର୍ଶନ, ପିସିସି ପକ୍ଷରୁ ଶୋକସଭା

ଭୁବନେଶ୍ୱର, ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଟାଣୁଆ ସଂଗଠକ ସଂଗ୍ରାମ କେଶରୀ ଜେନା (ବାପି) ଙ୍କ ମରଶରୀର କଂଗ୍ରେସ ଭବନରେ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା। ଭୁବନେଶ୍ବରର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯାଇଥିଲା।

ସେଠାରେ ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ବହୁ ନେତା ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ମର ଶରୀରକୁ ତାଙ୍କର ଭୁବନେଶ୍ବରସ୍ଥିତ ସୂର୍ଯ୍ୟନଗରରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ ଆସନ୍ତାକାଲି ତାଙ୍କର ଗାଁ ଆନନ୍ଦପୁରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସଂପର୍ଣ୍ଣ କରାଯିବ।

ତାଙ୍କ ବିୟୋଗରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଶୋକ ସଭାରେ ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷତା କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ବାପି ବାବୁଙ୍କର କାର୍ଯ୍ୟ ସରିନଥିଲା । ସେ ଆଗକୁ ଆହୁରି ବଢ଼ିଥାନ୍ତେ । ଜଣେ ଦୃଢ଼ ସଂଗଠକ ଭାବରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ଥିଲା । ଈଶ୍ୱର ତାଙ୍କର ଅମର ଆତ୍ମାର ସଦ୍‌ଗତି ପ୍ରଦାନ କରନ୍ତୁ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ସଭାରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ସେହିପରି ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲା କୁମାର ଏବଂ ଏଆଇସିସି ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ ସଂଗ୍ରାମ ଜେନାଙ୍କ ବିୟୋଗରେ ଶୋକ ବାର୍ତାରେ ପ୍ରକାଶ କରି କହିଛନ୍ତି ସଂଗ୍ରାମ ଜଣେ କଂଗ୍ରେସର ସଚ୍ଚା ଯୋଦ୍ଧା ଥିଲେ ତାଙ୍କ ବିୟୋଗ କଂଗ୍ରେସ ପରିବାର ପାଇଁ ଅପୁରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୬୩: ସୁସ୍ଥ ହେଲେ ୧୮୭ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୬୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୭୫୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୧ ଲକ୍ଷ ୫୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୨୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ସୃଷ୍ଟି ହେଲା ୧୧,୦୦୬ଟି ନର୍ସିଂ ଅଫିସର ପଦବୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି।

ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଏହିସବୁ ପଦବୀ ଗୁଡିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବୀ ଗୁଡିକ ପୂରଣ କରାଯିବ।

ଏହି ନୂତନ ପଦବୀ ଗୁଡିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ୫୪୦୦ଟି ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨୬୫୯ଟି ପଦବୀ ସୃଷ୍ଟି କରାଯାଇଛି । ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବୀ ସୃଷ୍ଟି କରାଯାଇଛି। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବୀ ସୃଷ୍ଟି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘର ପୋଡି ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନା ବ୍ରାହ୍ମଣୀ ଗ୍ରାମରେ ଏକ ଘର ପୋଡିଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଚାରମାଳ ଥାନା ବ୍ରାହ୍ମଣୀ (ଖସୁଆ) ଗ୍ରାମରେ ଏକ ଘର ପୋଡି ଘଟଣା ଘଟିଥିଲା। ହେଲେ ଏହି ଘଟଣାରେ ଚାରମାଳ ପୋଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ଥିଲା। ଚାରମାଳ ଥାନା କେସ୍ ନଂ ୩୯/୨୦୨୧ ରେ ଏକ ମାମଲା ରୁଜୁ କରିଥିଲା ଚାରାମାଳ ପୋଲିସ୍। କୋଭିଡ୍ ପରୀକ୍ଷା ପାଇଁ ଚାରମାଳ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଜଣେ ପରିସ୍ରା ଯିବା ବାହାନାରେ ପୋଲିସ୍ କୁ ଚକ୍‌ମା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଥିଲା।

ଆଜି ସେଇ ଫେରାର୍ ଅଭିଯୁକ୍ତକୁ ଚାରମାଳ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ବ୍ରାହ୍ମଣୀ ଗ୍ରାମର ଗୌର ଶବର ବୋଲି ଚାରମାଳ ଥାନାଧିକାରୀ ବସନ୍ତ ଦଳାଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବାଇକ୍ ମୁହାଁ ମୁହିଁ: ୩ ଯୁବକ ଆହତ, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳ ୯.୩୦ ମିନିଟରେ ରେଢାଖୋଲ ଥାନା ଶୁଣ୍ଢିମୁଣ୍ଡା ରେଲେଓ ଓଭର ବ୍ରିଜ୍ ନିକଟରେ ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇ ଥିବା ଖବର ହସ୍ତଗତ ହୋଇଛି। ୨ ଜଣ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।

ପ୍ରକାଶ ଯେ, ରେଢାଖୋଲ ଶୁଣ୍ଢିମୁଣ୍ଡା ଗ୍ରାମର ମାନସ ମହାନନ୍ଦ , ବଂଟି ନାୟକ , ଶୁସେନ୍ ଦୀପ ଗୋଟିଏ ବାଇକରେ ଶୁଣ୍ଢିମୁଣ୍ଡାରୁ ବଉଦ୍ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ବଉଦ ର ଟିଙ୍କୁ ନାୟକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଂଚି ତଦନ୍ତ କରିଥିବା ଜଣା ପଡିଛିା

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପାରିବାରିକ କଳହରୁ ବିଷ ପିଇଲେ ଦମ୍ପତି, ସ୍ତ୍ରୀ ସୁସ୍ଥ ଥିବା ବେଳେ ଜୀବନ ଯୁଦ୍ଧରେ ହାରିଗଲେ ସ୍ଵାମୀ

ସୀତାରାମ ଅଗ୍ରୱାଲ

ବାଣପୁର: ପାରିବାରିକ କଳହରୁ ଦମ୍ପତି ବିଷ ପିଇଥିବା ଅଭିଯୋଗ ହୋଇଛି। ଏଥିରେ ସ୍ତ୍ରୀ ସୁସ୍ଥ ହୋଇଯାଇଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ଗତକାଲି ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମର ଏକ ଦମ୍ପତିଙ୍କ ପାରିବାରିକ କଳହ ଯୋଗୁଁ ଉଭୟ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାସ୍ଥଳେ ସ୍ତ୍ରୀ ସୁସ୍ଥ ହୋଇଯାଇଥିବାବେଳେ ସ୍ୱାମୀ ନିହାର ରଞ୍ଜନ ଜେନା (୪୦) ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ବାଟରେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ନିହାରଙ୍କର ମୃତ୍ୟୁ ଘଟିଥିଲା।

ଏ ନେଇ ଡାକ୍ତର ଖୋର୍ଦ୍ଧା ଟାଉନ ଥାନାକୁ ସୂଚନା ଦେବା ପରେ ମୃତକଙ୍କ ଶବକୁ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଜବତ କରି ୫୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଆଜି ଶବ ବ୍ୟବଚ୍ଛେଦ କଲାପରେ ପରିବାରକୁ ହସ୍ତାନ୍ତର କରିଛି। ଆଜି ସନ୍ଧ୍ୟାରେ ନିହାରଙ୍କର ଶବ ଗ୍ରାମରେ ପହଁଚିଲା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୭୪, କଟକରୁ ୧୩୭, ବାଲେଶ୍ବରରୁ ୫୯, ପୁରୀରୁ ୪୮, କେନ୍ଦ୍ରାପଡାରୁ ୩୯, ଯାଜପୁରରୁ ୩୩, ଜଗତସିଂହପୁରରୁ ୨୯,  ଅନୁଗୁଳରୁ ୨୩, ନୟାଗଡରୁ ୨୩, ସମ୍ବଲପୁରରୁ ୨୦, କେନ୍ଦୁଝରରୁ ୧୨, ଭଦ୍ରକରୁ ୧୦, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୯, ରାୟଗଡାରୁ ୯, କନ୍ଧମାଳରୁ ୮, ମାଲକାନାଗିରିରୁ ୮, ଗଞ୍ଜାମରୁ ୫, କଳାହାଣ୍ଡିରୁ ୫, ବଲାଙ୍ଗୀରିରୁ ୪, ଗଜାପତିରୁ ୪, ନବରଙ୍ଗପୁରରୁ ୪, ସୁନ୍ଦରଗଡରୁ ୪, ବରଗଡରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨, ବୌଦ୍ଧରୁ ୧ ଏବଂ  ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୨ ହଜାର ୩୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୬୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ କୁ ବୃଦ୍ଧି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

କୌଣସି ଅପରାଧ ବିନା ସାଉଦି ଆରବ ଜେଲରେ ରହିଲେ ୧୯ ମାସ: ‘ଷଡଯନ୍ତ୍ର’ର ଶିକାର ହୋଇଥିଲେ ହରିଶ

ମାଙ୍ଗାଲୁରୁ: ଏକ ମିଥ୍ୟା ଅଭିଯୋଗରେ କର୍ଣ୍ଣାଟକର ହରିଶ ବଙ୍ଗେରାଙ୍କୁ ସାଉଦୀ ଆରବ ଜେଲରେ ୧୯ ମାସ ବିତାଇବାକୁ ପଡିଥିଲା। ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ଏବଂ ମକ୍କାର ପବିତ୍ର ଦେଶ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ହରିଶଙ୍କ ଉପରେ ମିଥ୍ୟା ଅଭିଯୋଗ ହୋଇଥିଲା। ଉଦୁପି ପୋଲିସ ଏବଂ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ଉଦ୍ୟମ ଯୋଗୁଁ ତାଙ୍କୁ ସାଉଦୀ ଆରବ କାରାଗାରରୁ ମୁକ୍ତ କରାଯିବା ସହ ଭାରତକୁ ଫେରାଇ ଅଣାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଖଳ ପ୍ରକୃତିର ଲୋକ ବଙ୍ଗରାଙ୍କ ନାମରେ ସୋସିଆଲ ମିଡିଆରେ ଏକ ନକଲି ଆକାଉଣ୍ଟ ସୃଷ୍ଟି କରି ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହା ପରେ ଉଦୁପି ଜିଲ୍ଲାର କୋଟେଶ୍ୱରର ବାସିନ୍ଦା ବଙ୍ଗେରାଙ୍କୁ ଡିସେମ୍ବର ୨୦୧୯ ମସିହାରେ ଏହି ଆପତ୍ତିଜନକ ପୋଷ୍ଟ ଯୋଗୁଁ ଗିରଫ କରାଯାଇଥିଲା। ଅଗଷ୍ଟ ୧୭ ତାରିଖରେ ତାଙ୍କୁ ସାଉଦି ଜେଲରୁ ମୁକ୍ତ କରାଯାଇଥିଲା। ଗତକାଲି ସେ ତାଙ୍କ ଘରକୁ ଫେରିଥିଲେ।

Categories
RakshaBandhan ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପାଖେଇଲା ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା, ନଚେତ ହୋଇପାରେ ଅସୁବିଧା

Raksha Bandhan: ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ଆସନ୍ତା ୨୨ ଅଗଷ୍ଟରେ ପାଳନ ହେବ। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଏକ ପରଂପରା ରହିଛି ଏହି ଦିନ ଭାଇ ହାତରେ ଭଉଣି ରାଖି ବନ୍ଧିଲେ ତାହାର ସବୁବେଳେ ମଙ୍ଗଳ ହୋଇଥାଏ। ସେଥିପାଇଁ ଏହାକୁ ରାଖି ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ତେବେ ଏହି ରାଖି ପୂର୍ଣ୍ଣିମାରେ କେତେକ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେଗୁଡିକ ହେଲା

୧- ଭାଇ ହାତରେ କେବେ ବି କଳା ରଂଗର ରାଖି ବାନ୍ଧନ୍ତୁ ନାହିଁ। କାରଣ କଳା ରଂଗ ଭାଇ ଭଉଣୀ ସଂପର୍କ ଭିତରେ ବାଧା ସୃଷ୍ଟି କରିଥାଏ।

୨- କେବେ ବି ଭଦ୍ରା କାଳରେ ରାଖି ବାନ୍ଧନ୍ତୁ ନାହିଁ। ଭଦ୍ରାକାଳରେ ରାହୁଙ୍କର ଆଧିପତ୍ୟ ବେଶୀ ମାତ୍ରାରେ ରହିଥାଏ। ଏହି ଭଦ୍ରାକାଳ ସେଦିନ ସକାଳ ୬ ଟା ୩୦ ମିନଟ ପର୍ଯ୍ୟନ୍ତ ରହୁଛି। ଅର୍ଥାତ ଏହା ପରେ ଭାଇ ହାତରେ ରାଖି ବାନ୍ଧିପାରିବେ।

୩- ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, ରାଖି ପୂର୍ଣ୍ଣିମା ଦିନ ଭାଇ ମୁଣ୍ଡରେ ତିଳକ ଲଗାଇବା ବେଳେ ତାହା ସିଧା ତଥା ଗାଢ ହେବାର ଆବଶ୍ୟକ ରହିଛି। ଟିକାଟି ଝପସା ବା ଛାଡିଛାଡି ରହିଲେ ତାହା ଜ୍ୟୋତିଷ ଶାସ୍ତ୍ରରେ ଠିକ ହୋଇ ନ ଥାଏ।

୪- ଭାଇମାନେ ଧ୍ୟାନ ରଖିବା ଉଚିତ ଯେ, ରାଖି ବାନ୍ଧିବା ପରେ ଭଉଣୀଙ୍କୁ ସେହିଠାରେ କିଛି ବି ମୁଦ୍ରା ଉପହାର ଦେବା ଉଚିତ୍। ପରବର୍ତ୍ତି ସମୟରେ କଣ ଦେବେ ତାହା ଭିନ୍ନ କଥା। ହେଲେ ପୂଜା ସମୟରେ ଟଙ୍କିଆ ମୁଦ୍ରାଟିଏ ହେଉ ପଛେ ସେହି ଥାଳିରେ ରଖିବା ଉଚିତ।

୫- ରାଖୀ ବନ୍ଧନ ପୂର୍ବରୁ ଉଭୟ ଭାଇ ଓ ଭଉଣୀ ଉପବାସ ରହିବା ଉଚିତ। ପୂଜାକାମ ସରିବା ପରେ ଉଭୟ ଯାହାକିଛି ସେବ କରିପାରିବେ। ତେବେ ସେଦିନ ଅମିଷ ସେବନ ସଂପୂର୍ଣ୍ଣ ନିଷେଧ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୧୭ତମ କିଟ୍ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ

ଭୁବନେଶ୍ୱର: ୧୭ତମ ‘କିଟ୍‌’ ଓ ‘କିସ୍‌’ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ୨୦୨୧ବର୍ଷ ପାଇଁ ସମାପନ ହୋଇଯାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତ୍ୟେକ ବିଭାଗରେ ସର୍ବାଚ୍ଚ ନମ୍ବର ରଖିଥିବା କୃତୀଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ମେଡ଼ାଲ ପ୍ରଦାନ କରାଯାଇଛି।

ପ୍ରକାଶଥାଉକି, ଏଲ୍‌.ଏଲ୍‌.ଏମ୍ (ସ୍କୁଲ୍ ଅଫ୍ ଲ)ରେ ରାଜମଣି ମହାନ୍ତି ସର୍ବୋଚ୍ଚ ନମ୍ବର ରଖିଥିବାରୁ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ (ମେଡ଼ାଲ) ଅର୍ଥାତ୍ ଚାନ୍‌ସେଲର ଗୋଲ୍‌ଡ଼ ମେଡ଼ାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଉକ୍ତ ସ୍ୱର୍ଣ୍ଣ ପଦକ ଚାନ୍‌ସଲରଙ୍କ ଠାରୁ ପ୍ରାପ୍ତ ଏବଂ ପ୍ରୋ.ଭି.ସି. ସସ୍ମିତା ସାମନ୍ତ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।

ଶ୍ରୀ ମହାନ୍ତି ବି.ଏସ୍‌.ସି.ଏଲ୍‌.ଏଲ୍‌.ବି.ରେ ଟପ୍ପର ହୋଇ ଭାଇସ୍ ଚାନ୍‌ସେଲର ସିଲ୍‌ଭର (ରୌପ୍ୟ) ପଦକ ୨୦୨୦ ମସିହାରେ ପାଇଥିଲେ। ୧୦ଟି ଯାକ ସେମଷ୍ଟରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିଲେ। ସର୍ବଭାରତୀୟ ମୋର୍ଟ କୋର୍ଟ ପରୀକ୍ଷାରେ କେରଳ, ତ୍ରିବେନ୍ଦ୍ରମଠାରେ ପ୍ରଥମ ହୋଇ କେରଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଠାରୁ ମେଡ଼ାଲ ଗ୍ରହଣ କରି କିଟ୍ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ପାର୍ଲାମେଣ୍ଟର ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ। କିଟ୍‌ର ରେଜିଷ୍ଟ୍ରାର ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ ବିଭାଗର ନିର୍ଦ୍ଦେଶକ ଓ ସମାବର୍ତ୍ତନ ଉତ୍ସବର ସମସ୍ତ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ।

ରାଜମଣି ହେଉଛନ୍ତି ଜିଲ୍ଲା ଲାୟନ୍ସ ଗଭର୍ଣ୍ଣର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀ ବିଶ୍ୱନାଥ ମହାନ୍ତି ଏବଂ ଓଡ଼ିଶା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେବତୀ ସଙ୍କ ପୁତ୍ର। ତାଙ୍କର ଭଉଣୀ ସ୍ମିତା ମହାନ୍ତି, ଭିଣୋଇ ଡଃ ଦେବାଶୀଶ ସୌମ୍ୟରଞ୍ଜନ ଦାସ। କିଟ୍ ବିଶ୍ୱବିଦ୍ୟାଳୟର ଏତାଦୃଶ କାର୍ଯ୍ୟ ତଥା ସମାବର୍ତ୍ତନ ଉତ୍ସବରେ ସର୍ବଭାରତୀୟ ତଥା ବିଶ୍ୱର ବହୁ ବିଦେଶୀ ରାଷ୍ଟ୍ରର ପିଲାମାନେ ସ୍ୱର୍ଣ୍ଣ, ରୌପ୍ୟ ମେଡ଼ାଲ ଲାଭ କରୁଥିବା ଦେଖି ରାଜମଣିଙ୍କ ପିତା ବିଶ୍ୱନାଥ ମହାନ୍ତି ଏବଂ ମାତା ରେବତୀ ସ ଆଶ୍ଚର୍ଯ୍ୟ ହୋଇଥିବା ସ୍ଥଳେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସମାବର୍ତ୍ତନ ପରିଚାଳନା ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଓଠର ରଙ୍ଗରେ ପରିବର୍ତ୍ତନ ପାଇଁ ଚିନ୍ତିତ ଅଛନ୍ତି କି?: ଗୋଲାପି ରଖିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କେବଳ ଆଖି, କେଶ କିମ୍ବା ହାତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବରଂ ସେମାନଙ୍କ ଓଠର ମଧ୍ୟ ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ଏକ ସାଧାରଣ ସମସ୍ୟା ସମସ୍ତଙ୍କ ଦ୍ୱାରା ଦେଖାଯାଏ। ଆଜିକାଲି ଲୋକଙ୍କଠାରେ କଳା ରଙ୍ଗର ଓଠର ସମସ୍ୟା ଦେଖାଯାଏ। ଓଠ ଗୋଲାପୀ ନଥିଲେ ଲୋକମାନେ ଚିନ୍ତିତ ହୁଅନ୍ତି। ସେମାନେ ଭାବନ୍ତି ଯେ, କଣ ଉପାୟ ଅଛି, ଯାହାଦ୍ଵାରା ସେମାନଙ୍କର ସମସ୍ୟାର ସମାଧାନ ହେବ।

ଆସନ୍ତୁ ସେହି ଟିପ୍ସ ବିଷୟରେ ଜାଣିବା:

୧- ଆପଲ୍ ସାଇଡର୍ ଭିନେଗାର ବ୍ୟବହାର କରନ୍ତୁ: ଓଠକୁ ଗୋଲାପୀ କରିବା ପାଇଁ, ଅଳ୍ପ ବୁନ୍ଦା ଆପଲ୍ ଭିନେଗାରକୁ ପାଣିରେ ମିଶାଇ ପ୍ରତିଦିନ ଓଠରେ ଲଗାନ୍ତୁ, ଏହା ଆପଣଙ୍କ ଓଠକୁ ଗୋଲାପୀ କରିଦେବ।

୨- ଲେମ୍ବୁ, ଆଳୁ ବ୍ୟବହାର କରନ୍ତୁ: ଆପଣ ପ୍ରତିଦିନ ରାତିରେ ଓଠରେ ଲେମ୍ବୁ, ଆଳୁ ଏବଂ ବିଲାତି ରସ ଲଗାନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ, ତେବେ ଏହି ପ୍ରତିକାର ଦ୍ୱାରା ଓଠର କଳାରଙ୍ଗ ଦୂର ହୋଇଯିବ ଏବଂ ଓଠ ମଧ୍ୟ ଗୋଲାପୀ ହୋଇଯିବ।

୩- ପ୍ରଚୁର ପାଣି ପିଅନ୍ତୁ: ଆପଣ ଜାଣନ୍ତି କି ଜଳ ଅଭାବ ହେତୁ ଓଠ ମଧ୍ୟ କଳା ହୋଇପାରେ, ତେଣୁ ପ୍ରତିଦିନ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତୁ। ଏହାସହିତ ଆପଣ ନଡ଼ିଆ ପାଣି, କମଳା ରସ ମଧ୍ୟ ନେଇପାରିବେ।

୪- ଓଠ ବାମ ଲଗାନ୍ତୁ: ଯଦି ଆପଣ ଓଠକୁ ଗୋଲାପୀ ରଖିବାକୁ ଚାହୁଁଛନ୍ତି, ତେବେ କେବଳ ଓଠ ବାମ ଏବଂ ଲିପଷ୍ଟିକ୍ ବ୍ୟବହାର କରନ୍ତୁ, ଯେଉଁଥିରେ ଏସପିଏଫ-୨୦ ଅଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ରାଜ୍ୟ ଖବର ସଂସ୍କୃତି

ମାତା ଲକ୍ଷ୍ମୀଙ୍କୁ ଘରକୁ ନିମନ୍ତ୍ରଣ କରିବା ପାଇଁ ଅନୁସରଣ କରନ୍ତୁ ଏହି ସହଜ ଉପାୟ, ରହିବ ନାହିଁ ଧନର ଅଭାବ

ନୂଆଦିଲ୍ଲୀ: ଧନତେରସ ଏବଂ ଦୀପାବଳିରେ ଆପଣ ଏପରି କିଛି ପଦକ୍ଷେପ ଗ୍ରହଣ କରିପାରିବେ, ଯାହା ଦ୍ଵାରା ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିପାରିବେ।

ପ୍ରଥମ ସମାଧାନ ହେଉଛି ପରିଷ୍କାର ପରିଚ୍ଛନ୍ନତା। ଯେଉଁଠାରେ ଘରେ ପରିଷ୍କାରତା ଅଛି, ଲକ୍ଷ୍ମୀ ସ୍ୱୟଂଚାଳିତ ଭାବରେ ସେଠାରେ ରୁହନ୍ତି। ସକାଳ ଓ ସନ୍ଧ୍ୟାରେ ଘରକୁ ସୁଗନ୍ଧିତ କରିବା ପାଇଁ, କିଛି ସୁଗନ୍ଧିତ ଜିନିଷ ଜଳାନ୍ତୁ। ଲକ୍ଷ୍ମୀ ପ୍ରାପ୍ତି କରିବାର ତୃତୀୟ ଉପାୟ ହେଉଛି ଶାନ୍ତି ବଜାୟ ରଖିବା ଏବଂ ଘରେ ପ୍ରେମ ସୃଷ୍ଟି କରିବା।

ଲକ୍ଷ୍ମୀଙ୍କ ପ୍ରାପ୍ତିର ଚତୁର୍ଥ ପ୍ରତିକାର ହେଉଛି ଯେ ଧନତେରସର ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, ପ୍ରତିଦିନ ୧୧ ଥର ‘ଓମ୍ ଲକ୍ଷ୍ମୟେ ନମଃ’ ଜପ କରନ୍ତୁ। ଜପ କରିବାର ମାଳ କମଲଗଟ୍ଟେର ହେବା ଉଚିତ ଏବଂ ଜପ କରିବା ସମୟରେ ଅନ୍ୟ କୌଣସି କାମ କରନ୍ତୁ ନାହିଁ। ପଞ୍ଚମ ତଥା ଶେଷ ସମାଧାନ ହେଉଛି ଅଷ୍ଟମୀ ଦିନ ପ୍ରତ୍ୟେକ ଥର ଘରେ ୮ ବର୍ଷରୁ କମ୍ ଝିଅକୁ ଖାଇବାକୁ ଦେବା ସହ ତାଙ୍କୁ ଉପହାର ଦିଅନ୍ତୁ।