Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୩୩: ସୁସ୍ଥ ହେଲେ ୧୮୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୫୮୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୭୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ: ସାପ କାମୁଡ଼ାରେ ୪ ବର୍ଷର ଶିଶୁ କନ୍ୟାର ପ୍ରାଣହାନୀ

ନୟାଗଡ: ସାପ କାମୁଡ଼ାରେ ୪ ବର୍ଷ ର ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଟଭାଡିହ ଗାଁରେ ଏଭଳି ଘଟଣା ଘଟିଯାଇଛି। ଏହି ଗାଁର ମୁରଲୀ ପ୍ରଧାନଙ୍କ ୪ ବର୍ଷର ଝିଅ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଆଜି ସକାଳ ସମୟରେ ଏକ ବିଷଧର ସାପ କାମୁଡି ଥିଲା।

ଜ୍ୟୋତିର୍ମୟୀକୁ ତୁରନ୍ତ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଝିଅର ସତ୍କାର ତଥା ସହାୟତା ପାଇଁ ରଣପୁର ତହସିଲଦାରଙ୍କୁ ଏହି ଗରିବ ପରିବାର ଲିଖିତ ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଦୀର୍ଘ ବର୍ଷରୁ ନିଖୋଜ ଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ନାଚୁଣୀ ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସର ଉଦ୍ୟମ କ୍ରମେ ଦୀର୍ଘ ବର୍ଷ ପରେ ନିଜ ପରିବାରକୁ ଫେରିଛନ୍ତି ଦୁଇ ନିଖୋଜ ନାବାଳିକା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ଫାଣ୍ଡି ଅଂଚଳର ଦୁଇ ନିଖୋଜ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଦୁଇ ବର୍ଷ ତଳେ ନାଚୁଣି ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବାସ୍ଥଳେ ଗତ ବର୍ଷ ମଧ୍ୟ ଉକ୍ତ ଗ୍ରାମର ଅନ୍ୟ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ତେବେ ଉଭୟ ନାବାଳିକାଙ୍କ ନିଖୋଜକୁ ନେଇ ଉଭୟଙ୍କ ପରିବାରବର୍ଗ ନାଚୁଣୀ ଫାଣ୍ଡିରେ ପୃଥକ ପୃଥକ ଭାବେ ଦୁଇଟି ଲିଖିତ ଅଭିଯୋଗ କରିଥିଲେ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ କେସ ନମ୍ବର ୩୨୫/୧୯ ଏବଂ ୪୩/୨୦ ରେ ଦୁଇଗୋଟି ନିଖୋଜ ମାମଲା ରୁଜୁ କରାଯାଇଥିଲା। ପରିଶେଷରେ ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକଙ୍କ ସଫଳ ପ୍ରୟାସରେ ଗତକାଲି ନିଖୋଜ ନାବାଳିକା ଦ୍ୱୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ନାଚୁଣି ଫାଣ୍ଡି ପୋଲିସ।

ତେବେ ଉଭୟ ନାବାଳିକାଙ୍କୁ କୋର୍ଟରେ ହଜାର କରାଯାଇ ଆଜି ନିଜ ନିଜ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏହି ଖେଳାଳି ହେଲେ କରୋନା ପଜେଟିଭ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜିର ଟି-୨୦ ମ୍ୟାଚକୁ ରଖାଗଲା ସ୍ଥଗିତ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ ଟି-୨୦ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚ୍ କୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ବୁଧବାର (ଜୁଲାଇ ୨୮) ରେ ଖେଳାଯିବା ସମ୍ଭାବନା ରହିଛି।

କୃନାଲ ପଜେଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ପୃଥକ ବାସରେ ଅଛନ୍ତି। ଭାରତର ଅବଶିଷ୍ଟ ଖେଳାଳିଙ୍କ ଆରଟିଓପିସିଆର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ସନ୍ଧ୍ୟା ୬ ଟା ସୁଦ୍ଧା ଆସିବ ଏବଂ ଯଦି ସମସ୍ତଙ୍କର ରିପୋର୍ଟ ନେଗେଟିଭ ବୋଲି ଜଣାପଡେ ତେବେ ଆସନ୍ତାକାଲି ମ୍ୟାଚ୍ ଅନୁଷ୍ଠିତ ହେବ।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ ୩୮ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ କୃନାଲ ମାତ୍ର ଦୁଇଟି ଓଭର ବୋଲିଂ କରି ୧୬ ରନ ଦେଇ ୧ ୱିକେଟ୍ ନେଇଥିଲେ।

ଭାରତୀୟ ଦଳ ମଧ୍ୟ ପୂର୍ବରୁ ଦିନିକିଆ ସିରିଜକୁ କବଜା କରିଥିଲା। ଶିଖର ଧାୱନଙ୍କ ନେତୃତ୍ୱରେ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ ରେ ଜିତି ନେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ସହାୟତା

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି। ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି।

ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଔଷଧ ଦୋକାନରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ୍ ନିମନ୍ତେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ଫାର୍ମାସୀକୁ କେତେ ଗୁଡିଏ ପଏଂଟ ଅଫ୍ ସେଲ୍‌ (ପିଓଏସ୍‌) ବା ସ୍ୱାଇପ୍ ମେସିନ୍ ପ୍ରଦାନ କରାଯାଇଛି।

ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଭୁବନେଶ୍ୱର ଜୋନାଲ୍ ଅଫିସର ଜୋନାଲ୍ ମ୍ୟାନେଜର ସଞ୍ଜୀବ ଭରଦ୍ୱାଜ ମଙ୍ଗଳବାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେସିନ୍ ଗୁଡ଼ିକର ଉଦ୍‌ଘାଟନ କରିଛନ୍ତି। ସେହିପରି ରୋଗୀ ସେବା ନିମନ୍ତେ ପିଏନ୍‌ବି ପକ୍ଷରୁ ଏକ ଷ୍ଟ୍ରେଚର୍ ଓ ହ୍ୱିଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ହସ୍ପିଟାଲ୍ ପରିସରରେ ବୃକ୍ଷ ରୋପଣ କରିଛନ୍ତି ଶ୍ରୀ ଭରଦ୍ୱାଜ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ ଜେନା, ସୋଆର ଚାର୍ଟାଡ ଆକାଉଂଟାଂଟ ସରୋଜକାନ୍ତ ସାମଲ୍‌, ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ ମୁଖ୍ୟ ପରେଶ କୁମାର ଦାସ, ଗଭର୍ଣ୍ଣମେଂଟ ବିଜିନେସ୍ ଭର୍ଟିକାଲ୍ ପ୍ରତାପ ବୈରସିଂ, ସମ୍ ଫାର୍ମାସୀ ମୁଖ୍ୟ ଯସ୍ମୀନ୍ ପଣ୍ଡା, ଫ୍ରନ୍‌ଟ ଅଫିସ୍ ମ୍ୟାନେଜର ପୁଷ୍ପାଞ୍ଜଳୀ ରାଉତ, ଓଏସ୍‌ଡି ପ୍ରହ୍ଲାଦ ମହାନ୍ତି , ଡେପୁଟି ଡାଇରେକ୍ଟର୍ ପ୍ରିୟବ୍ରତ ଦାସ, ପେସେଂଟ ରିଲେସନ୍‌ସ ଅଫିସର ଲିଙ୍ଗରାଜ ରଥ ଓ ଆକାଉଂଟସ୍ ଅଫିସର୍ ଦୀପ୍ତିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ମାତ୍ର ୪୦୦ ଲୋକ ନେବେ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୪ ଶହ ଜଣ ନାଗରିକଙ୍କୁ ଉଭୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୧୦୦ ଡୋଜ ମଧ୍ୟରୁ ପ୍ରଥମ ଡୋଜ- ୫୦, ଦ୍ଵିତୀୟ ଡୋଜ- ୩୦ଏବଂ ଗର୍ଭବତୀ ମହିଳା- ୨୦ (ଉଭୟ ଡୋଜ )

ବାଣପୁରର ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

– ରାମପୁର ପ୍ରାଥମିକ ବିଦ୍ୟାଳୟ (ବାଲୁଗାଁ ଏନଏସି )- ୧୦୦ ଡୋଜ

୨- ସୀଙ୍ଗେଶ୍ୱର ପ୍ରାଥମିକ ବିଦ୍ୟାଳୟ (ସୀଙ୍ଗେଶ୍ୱର ଗ୍ରା.ପ)- ୫୦ ଡୋଜ

୩- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ (ଆଙ୍କୁଲା ଗ୍ରା.ପ)- ୫୦ ଡୋଜ

୪- କାଳିଜାଇ ୟୁଜି ମଧ୍ୟ ଇଂରାଜୀ ବିଦ୍ୟାଳୟ (ମାନସିଂହପୁର ଗ୍ରା.ପ)- ୫୦ ଡୋଜ

୫- ଏସ.ଏନ ଦେବ ପ୍ରାଥମିକ ବିଦ୍ୟାଳୟ ( ହାଟବରଡ଼ି ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ସରକାରଙ୍କ ଅଭିନବ ପ୍ରୟାସ, ପଦ୍ମ ପୁରସ୍କାର ପାଇବେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ!: ମନୋନୀତ କରିବେ ରାଜ୍ୟବାସୀ

ନୂଆଦିଲ୍ଲୀ: ପଦ୍ମ ପୁରଷ୍କାରକୁ ନେଇ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଚଳିତ ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରକୁ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ନାମ ଦିଲ୍ଲୀ ସରକାର ସୁପାରିଶ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଚଳିତ ବର୍ଷ ପଦ୍ମ ପୁରସ୍କାର କେନ୍ଦ୍ରକୁ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ସୁପାରିଶ କରିବ। ସର୍ବସାଧାରଣଙ୍କ ପାଇଁ ଦିଲ୍ଲୀ ସରକାର ଏକ ଇ-ମେଲ୍ ଆଇଡି ମଧ୍ୟ ଜାରି କରିବ, ଯେଉଁଥିରେ ସିଧା ସଳଖ ଲୋକେ ଏହାର ମତାମତ ଦେବେ। ଇ-ମେଲ୍ ଆଇଡି ମାଧ୍ୟମରେ ଡାକ୍ତରଙ୍କ ନାମ ଲେଖିବା ସହ ସେମାନଙ୍କୁ କାହିଁକି ପଦ୍ମ ପୁରଷ୍କାର ମିଳିବା ଉଚିତ, ତାହାର କାରଣ ଲେଖି ଲୋକେ ସରକାରଙ୍କ ନିକଟକୁ ପଠାଇପାରିବେ। ସେଥିପାଇଁ ଏକ ଇ-ମେଲ୍ ଆଇଡି ଦିଲ୍ଲୀ ସରକାର ଜାରି କରିଛି। ଅଗଷ୍ଟ ୧୫ ସୁଦ୍ଧା [email protected] ଇ-ମେଲ୍ ଆଇଡି ଜରିଆରେ ଲୋକେ ନିଜର ମତାମତ ଜଣାଇପାରିବେ। ଏହି କୋଭିଡ ସମୟରେ କେଉଁ ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ କଠିନ ପରିଶ୍ରମ କରିଛନ୍ତି ତାଙ୍କୁ କାହିଁକି ପୁରସ୍କାର ମିଳିବା ଉଚିତ, ତାହା ଲେଖି ଲୋକେ ଏହି ମେଲ ମାଧ୍ୟମରେ ଜଣାଇପାରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନ କରିବାର ଏହା ହେଉଛି ସଠିକ ସମୟ।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ହୋ-ହାଲ୍ଲା: ଅସନ୍ତୋଷ ବ୍ୟକ୍ତ କଲେ ବାଚଷ୍ପତି ଓମ ବିର୍ଲା

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହ, ଲୋକସଭା ଏବଂ ରାଜ୍ୟସଭାରେ ପେଗାସସ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଥିଲା। ସେଥିପାଇଁ ଉଭୟ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। ମୁଲତବୀ ପରେ ଯେତେବେଳେ ଲୋକସଭାରେ ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ବିରୋଧୀଙ୍କ ପୁଣିଥରେ ସ୍ଲୋଗାନ ସହ ହୋ-ହାଲ୍ଲା ଜାରି ରହିଥିଲା। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିବା ସହ ସାଂସଦମାନଙ୍କୁ ଏହି ସ୍ଲୋଗାନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ କହିଥିଲେ ଏବଂ ଜନସାଧାରଣଙ୍କ ସମସ୍ୟା ବିଷୟ ଉଠାଇବା ପାଇଁ ବିରୋଧୀଙ୍କୁ ବାଚସ୍ପତି ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସ୍ଥାନାନ୍ତରିତ ହେବନି ମାଷ୍ଟର କ୍ୟାଣ୍ଟିନ ଘୋଡା: ରାଜଭବନ ଛକକୁ ନେବା ପାଇଁ ହୋଇଥିଲା ନିଷ୍ପତ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ଆଉ ଯୋଦ୍ଧା ସ୍ଥାନାନ୍ତରିତ ହେବ ନାହିଁ। ଏହି ଐତିହାସିକ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏନେଇ ବିରୋଧୀ ତଥା କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।

ତେବେ ବିରୋଧ ପରେ ଓଡିଶାର ସଂସ୍କୃତିର ପ୍ରତୀକ ଘୋଡାକୁ ରାଜ୍ୟ ସରକାର ସ୍ଥାନାନ୍ତରିତ କରିବା ନିଷ୍ପତ୍ତିକୁ ବଦଳାଇଛନ୍ତି,। ପୂର୍ବପରି ସେହି ସ୍ଥାନରେ ଘୋଡା ଆଉ ଯୋଦ୍ଧା ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

“ଆମ ପାଖରେ ସବୁକିଛି ଅଛି, ଏସବୁ କରିବାର କ’ଣ ଆବଶ୍ୟକତା ଥିଲା”: ରାଜ କୁନ୍ଦ୍ରାଙ୍କୁ ପ୍ରଶ୍ନ କଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଘଟଣାରେ ଗିରଫ ହେବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଛି। ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ମାମଲାରେ ଯେତେବେଳେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲା ​​ସେତେବେଳେ ଶିଳ୍ପା ଶେଟ୍ଟି ସମସ୍ତଙ୍କ ସାମ୍ନାରେ ତାଙ୍କ ଉପରେ ରାଗି ଯାଇଥିଲେ। ସେ ଖୋଲାଖୋଲି ଭାବେ ପ୍ରଶ୍ନ ପଚାରିଥିଲେ, ଯେତେବେଳେ ଆମର ସବୁକିଛି ଅଛି, ତେବେ ଏସବୁ କରିବାର ଆବଶ୍ୟକତା କ’ଣ ଥିଲା?

ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅତ୍ୟଧିକ ଦୁଃଖିତ ହୋଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ପ୍ରତିଦିନ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୬୩୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୬୩୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ଅନୁଗୁଳ, କଟକ ଜିଲ୍ଲାରୁ ୬ ଜଣ ଲେଖାଏଁ, କେନ୍ଦୁଝର, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ବୌଦ୍ଧ, ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ,  ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ ଜିଲ୍ଲାରୁ ୨ ଜଣ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ,  ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୭ ହଜାର ୩୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୭୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୬୩୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପି ସଂସଦୀୟ ଦଳ ବୈଠକ: କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୃହ କାର୍ଯ୍ୟରେ କଂଗ୍ରେସ ବାଧା ସୃଷ୍ଟି କରୁଛି। ସେ କହିଛନ୍ତି ଯେ, ଯେତେବେଳେ କୋଭିଡ-୧୯ କୁ ନେଇ ବୈଠକ ଡକାଯାଇଥିଲା, ସେତେବେଳେ କଂଗ୍ରେସ ମଧ୍ୟ ବୈଠକକୁ ବହିଷ୍କାର କରିଥିଲା ଏବଂ ଅନ୍ୟ ଦଳକୁ ଆସିବାକୁ ବାରଣ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ କଂଗ୍ରେସ ଏବଂ ବିରୋଧୀଙ୍କ ଏହି ‘କାର୍ଯ୍ୟ’କୁ ଜନସାଧାରଣ ଏବଂଗଣମାଧ୍ୟମ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ପେଗାସସ୍ ମାମଲା ଏବଂ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟସଭାକୁ ୬ ଥର ମୁଲତବୀ ରଖାଯାଇଥିଲା। ସଂସଦରେ ବିରୋଧୀ ସାଂସଦମାନେ ପୋଷ୍ଟର ସହିତ ଦିନସାରା ବିରୋଧ ପ୍ରଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ୧୩୨ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୪ ଲକ୍ଷ ୪୭ ହଜାର ୫୫୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯୮ ହଜାର ୧୦୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ରିଲାଏନ୍ସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟିକାକରଣ ସମ୍ପାଦିତ; ଆଉ ୧୦ ଲକ୍ଷ ସାଧାରଣ ଜନତାଙ୍କୁ ଦେବ ଟୀକା

ମୁମ୍ବାଇ/ଭୁବନେଶ୍ୱର: ଉଦ୍ୟୋଗ ଜଗତର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବର୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି। ଏହି ଟିକାଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ୍‌ର ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଦିଆଯାଇଛି। ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇ ସାଧାରଣ ଜନତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟିକା ଦେବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି।

ଗତ ମାସରେ କଂପାନିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ସାଧାରଣ ଜନତାଙ୍କ ଟିକାକରଣ ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଏହି ମିସନକୁ ଦେଶବ୍ୟାପୀ ଲାଗୁ କରିବା ଏକ ବହୁତ ବଡ଼ କାର୍ଯ୍ୟ। କିନ୍ତୁ ଏହା ହେଉଛି ଆମର ଧର୍ମ। ସମସ୍ତ ଭାରତୀୟଙ୍କ ପାଇଁ ଏହା ହେଉଛି ଆମର କର୍ତବ୍ୟସୁରକ୍ଷା ଓ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା। ଆମର ଦୃଢ଼ ବିଶ୍ୱାସ ରହିଛି ଯେ ମିଳିତ ଭାବେ ଆମେ ଏହି କାର୍ଯ୍ୟ କରିପାରିବା ଏବଂ ଏହି ସଙ୍କଟରୁ ଉଦ୍ଧାର ପାଇବା।

ରିଲାଏନ୍ସ ପକ୍ଷରୁ ଟିକାକରଣ ପାଇଁ ସାରା ଦେଶରେ ୧୭୧ କେନ୍ଦ୍ର ସ୍ଥାପନ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ଏବେ ଏନ୍‌ଜିଓଗୁଡ଼ିକ ଜରିଆରେ ଅତିିରିକ୍ତ ୧୦ ଲକ୍ଷ ଟିକା ଡୋଜ୍ ଦେବ। ସେଗୁଡ଼ିକ କାରଖାନା ଆଖପାଖରେ ବାସ କରୁଥିବା ଲୋକ ଓ ସାଧାରଣ ଜନତାଙ୍କୁ ଦିଆଯିବ।

ମିସନ ଭ୍ୟାକ୍ସିନ୍ ସୁରକ୍ଷା’ ଅଧୀନରେ ଟିକାର ୧୦ ଲକ୍ଷ ଡୋଜ୍ ଦିଆଯିବା କାର୍ଯ୍ୟ ଶେଷ ହୋଇଛି। କଂପାନିର ୯୮ ପ୍ରତିଶତ କର୍ମଚାରୀ ଅତି କମ୍‌ରେ ଟିକାର ଗୋଟିଏ ଲେଖାଏଁ ଡୋଜ୍ ନେଇସାରିଛନ୍ତି। କରୋନା ଟିକାକରଣ ଅଧୀନରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ କଂପାନି ତରଫରୁ ଅଫ୍ ରୋଲ୍ କର୍ମଚାରୀସେମାନଙ୍କ ପରିବାର ସଦସ୍ୟଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଉଛି।

କୋଭିଡ୍ ମହାମାରୀକୁ ରୋକିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏକ ଲକ୍ଷ ରୋଗୀଙ୍କୁ ଯେଭଳି ଅକ୍ସିଜେନ୍ ମିଳିପାରିବ ସେଥିପାଇଁ ବିନା ମୂଲ୍ୟରେ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କରାଯାଉଛି। ଏହା ସହିତ ସାରା ଦେଶରେ ଏହା ୨୦୦୦ କୋଭିଡ୍ କେୟାର ଶଯ୍ୟାର ଦେଖାଶୁଣାର ଦାୟିତ୍ୱ ନେଇଛି। କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଫାଉଣ୍ଡେସନ ତରଫରୁ ୭.୫ କୋଟି ଭୋଜନ ଉପଲବ୍ଧ କରାଯାଇଛି। ଆଗଧାଡିର କରୋନା ଯୋଦ୍ଧାଦିନ ମଜୁରିଆପରିବହନ କର୍ମଚାରୀଉଠାଦୋକାନୀ ଏବଂ ଏହିଭଳି ଅନେକ ବର୍ଗର ଲୋକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ୱ ମାସ୍କ ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।

ରିଲାଏନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋଟ ସିଏସ୍‌ଆର୍ ବ୍ୟୟର ୪ ପ୍ରତିଶତ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି। ଏହା ସଂଗଠିତ ଭାବରେ କରୋନା ମୁକାବିଲାରେ ଦେଶପାଇଁ ସହାୟକ ହୋଇଥିବା ବେଳେ ଟିକାକରଣ ମିଶନ୍ ଦେଶବାସୀଙ୍କ ପ୍ରତି ଯତ୍ନଶୀଳ ରହିବାନେଇ ରିଲାଏନ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୬୨୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୬୯୦ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୭ ହଜାର ୩୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୭୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୭୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୬୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୨ ଜଣ, କଟକ ଜିଲ୍ଲାରୁ ୧୬୦ ଜଣ, ଅନୁଗୁଳ ଜିଲ୍ଲାରୁ ୪୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୯୩ ଜଣ, ବରଗଡ ଜିଲ୍ଲାରୁ ୧୧ ଜଣ, ଭଦ୍ରକ ଜିଲ୍ଲାରୁ ୭୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୫ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ, ଦେବଗଡ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୯ ଜଣ, ଗଞ୍ଜାମ ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୭ ଜଣ, ଯାଜପୁର ଜିଲ୍ଲାରୁ ୮୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୭ ଜଣ, କେନ୍ଦୁଝର ଜିଲ୍ଲାରୁ ୨୯ ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମାଲକାନାଗିରି ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ୩୮ ଜଣ, ପୁରୀ ଜିଲ୍ଲାରୁ ୯୬ ଜଣ, ରାୟଗଡା ଜିଲ୍ଲାରୁ ୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ, ସୋନପୁର ଜିଲ୍ଲାରୁ ୨୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୨ ଜଣ ଏବଂ ଷ୍ଟେଟ ପୁଲରୁ ୧୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ସଂସ୍କୃତି

ଆପଣ ନୂଆ ବାସସ୍ଥାନ ପ୍ରତିଷ୍ଠା କରୁଛନ୍ତି କି?: ତା’ହେଲ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।

ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ ଅଛନ୍ତି ସେହି ସ୍ଥାନରୁ ମଧ୍ୟ ଦୂରରେ ରୁହନ୍ତୁ। କାରଣ ସେସବୁ ପରିବେଶରେ ଆପଣ କିମ୍ବା ଆପଣଙ୍କ ପିଲାମାନେ କେବେ ବି ଭଲ ଶିକ୍ଷା ହାସଲ କରିପାରିବେ ନାହିଁ। ବଂର କୁଶିକ୍ଷା ମିଳିବାର ସମ୍ଭାବନା ବେଶୀ ଥାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଶ୍ରାବଣ ମାସରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି କାମ: ଭୋଳାନାଥ ହୁଅନ୍ତି କ୍ରୋଧିତ

ନୂଆଦିଲ୍ଲୀ: ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ଏହା ୨୫ ଜୁଲାଇରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଶ୍ରାବଣ ମାସରେ ଭଗବାନ ଶିବଙ୍କର ଅପାର ଆଶୀର୍ବାଦ ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ଦିନ ଉପବାସ ପାଳନ କରି ଅବିବାହିତ ଝିଅମାନେ ଇଚ୍ଛା କରୁଥିବା ବର ପାଆନ୍ତି। ଅନ୍ୟପକ୍ଷରେ, ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ମିଳିଥାଏ।

କୁହାଯାଏ ଯେ, ଶ୍ରାବଣର ଉପବାସ ପାଳନ କରୁଥିବା ଲୋକଙ୍କୁ (ବିଶେଷ କରି ମହିଳା) କିଛି ନିୟମ ପାଳନ କରିବାକୁ ପଡିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଶ୍ରାବଣ ମାସ ପାଇଁ ଉପବାସ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ଉପବାସ ସମୟରେ ଉଲ୍ଲେଖ କରାଯାଇଥିବା ଏହି ନିୟମକୁ ଅନୁସରଣ କରନ୍ତୁ।

ଯଦି ଆପଣ ଶ୍ରାବଣ ଉପବାସ ପାଳନ କରୁଛନ୍ତି, ତେବେ ସକାଳୁ ଉଠି ସ୍ନାନ କରିବା ସହ ବିଧି ବିଧାନ ଅନୁଯାୟୀ ପୂଜା କରିବା ଉଚିତ୍। ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କଦଳୀ ବ୍ୟବହାର କରାଯିବା ଉଚିତ ନୁହେଁ।

ଭଗବାନ ଶିବଙ୍କ ପୂଜାରେ ଭାଙ୍ଗ, ବେଲ ପତ୍ର, ଧଳା ଫୁଲ, ମହୁ, ଫଳ ଇତ୍ୟାଦି ଅର୍ପଣ କରିବା ଉଚିତ୍। ମହାଦେବଙ୍କୁ ଏହି ମାସରେ ବେଲପତ୍ର, ଧଳା ଫୁଲ, ମହୁ, ଫଳ ଇତ୍ୟାଦି ପ୍ରଦାନ କରିପାରନ୍ତି। ଶ୍ରାବଣ ମାସରେ ମାଂସ ଏବଂ ମଦ୍ୟପାନକୁ ଏଡ଼ାଇବା ଉଚିତ୍, ଯଦି ଆପଣ ଉପବାସ କରୁଛନ୍ତି, ତେବେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ। ନଚେତ ଏହାଦ୍ବାରା ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।

ସାୱାନ ମାସରେ ସାତ୍ତ୍ଵିକ ଖାଦ୍ୟ ଗ୍ରହଣ କରାଯିବା ଉଚିତ୍। ଏହି ସମୟ ମଧ୍ୟରେ ମୂଳା, ବାଇଗଣ, ରସୁଣ, କଳା ଲଙ୍କା ଏବଂ ପିଆଜ ବ୍ୟବହାରକୁ ଏଡାଇବା ଉଚିତ୍। ଉପବାସ କିମ୍ବା ଉପବାସ ପାଳନ କରୁଥିବା ଲୋକମାନେ କଳା ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍। ଉପବାସ ସମୟରେ ପୋଷାକ ନକାରାତ୍ମକ ଶକ୍ତି ଆଣିପାରେ।

ବିଶ୍ଵାସ ଅନୁଯାୟୀ, ନିୟମ ପାଳନ କରି ଉପବାସ ପାଳନ କରିବା ଉଚିତ୍। ଏହି ସମୟରେ ଶାରୀରିକ ସମ୍ପର୍କ କରିବା ଉଚିତ୍ ନୁହେଁ। ଧାର୍ମିକ ପୁରାଣ ନିୟମ ଅନୁଯାୟୀ, ଉପବାସ ସମୟରେ ଦିନରେ ଶୋଇବା ଉଚିତ୍ ନୁହେଁ। ଏହା ବଦଳରେ ଆପଣ ଭଗବାନ ଶିବଙ୍କ ଭଜନ-କୀର୍ତ୍ତନ କରିପାରିବେ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହିଳାମାନଙ୍କୁ ଶିବଲିଙ୍ଗ ଛୁଇଁବାକୁ ବାରଣ କରାଯାଇଛି। କୁହାଯାଏ ଯେ, ମହିଳାମାନେ ଶିବଲିଙ୍ଗଙ୍କୁ ସ୍ପର୍ଶ କରିବା ଦ୍ଵାରା ମାତା ପାର୍ବତୀ କ୍ରୋଧିତ ହୁଅନ୍ତି। ତେଣୁ ମହିଳାମାନେ ଶିବଲିଙ୍ଗକୁ ଛୁଇଁବା ଉଚିତ୍ ନୁହେଁ।

ଏହାର ଅର୍ଥ ନୁହେଁ ଯେ ମହିଳାମାନେ ଶିବଲିଙ୍ଗଙ୍କୁ ପୂଜା କରିପାରିବେ ନାହିଁ। ଉପବାସ କରୁଥିବା ଲୋକମାନେ ଏହି ସମୟରେ ମଇଳା ପୋଷାକ ପିନ୍ଧିବା ଉଚିତ୍ ନୁହେଁ। ଉପବାସ ସମୟରେ ପରିଷ୍କାର ପୋଷାକ ପିନ୍ଧନ୍ତୁ।

ଯଦି ଆପଣ ଶ୍ରାବଣର ଉପବାସ ସମୟରେ ଶିବ କବଚ କିମ୍ବା ଶିବ ଚାଳିଶା ପଢୁଛନ୍ତି, ତେବେ ଏହାକୁ ପଢିବା ସମୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ। ବିଶ୍ଵାସ କରାଯାଏ ଯେ, ଏହା କରିବା ଦ୍ୱାରା ତୁମର ଉପାସନର ଫଳ ନକାରାତ୍ମକ ଶକ୍ତି ଛଡ଼ାଇ ନେଇଥାଏ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

ନୂଆଦିଲ୍ଲୀ: ଆଜିକାଲି ଅନେକ ପ୍ରକାରର ରୋଗ ବ୍ୟାପୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ବିଷୟରେ ଶୁଣିଛନ୍ତି। କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଛି। ଏଥି ସହିତ, ଯଦି ଆମେ ଏହି ରୋଗରୁ ଦୂରେଇ ରହିବାକୁ ଚାହୁଁ, ତେବେ ଆମକୁ ଆମର ଖାଦ୍ୟ ଏବଂ ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ। ଅନିୟମିତ ଖାଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଏହି ରୋଗ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ।

ମଧୁମେହ ଅତି ଶୀଘ୍ର ବ୍ୟାପୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ରୋଗକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ତେବେ ଆପଣ ଅନ୍ୟାନ୍ୟ ରୋଗର ଶିକାର ମଧ୍ୟ ହୋଇଯିବେ। ରକ୍ତଚାପ ବୃଦ୍ଧି ଫୁସଫୁସ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିପାରେ। ଏହା ସହିତ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ରକ୍ତ ଶର୍କରା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ଔଷଧ ବ୍ୟବହାର କରିବା ସହିତ ଘରୋଇ ଉପଚାର ମଧ୍ୟ କରୁ। କିନ୍ତୁ ଯଦି ଆପଣ ଚାହାଁନ୍ତି, ଆପଣ କେବଳ ତୁଳସୀ ପତ୍ର ଖାଇ ମଧ୍ୟ ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିପାରିବେ।

ତୁଳସୀ ପତ୍ରରେ ପ୍ରଚୁର ଭିଟାମିନ୍ ଏବଂ ମିନେରାଲ୍ସ ଅଛି। ଏଥିରେ ମୁଖ୍ୟତଃ ଭିଟାମିନ୍ ସି, କ୍ୟାଲସିୟମ୍, ଜିଙ୍କ, ଆଇରନ୍, କ୍ଲୋରୋଫିଲ୍ ଥାଏ। ଏହା ବ୍ୟତୀତ ତୁଳସୀରେ ସାଇଟ୍ରିକ୍, ଟାଟାରିକ୍ ଏବଂ ମଲିକ୍ ଏସିଡ୍ ମିଳିଥାଏ। ଯାହା ଆପଣଙ୍କୁ ଅନେକ ବିପଜ୍ଜନକ ରୋଗରୁ ରକ୍ଷା କରିପାରିବ। ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ତୁଳସୀ ବ୍ୟବହାର କରନ୍ତୁ। ତୁଳସୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ ଯାହା ଆପଣଙ୍କ ରକ୍ତରେ ଶର୍କରାକୁ ସହଜରେ ନିୟନ୍ତ୍ରଣ କରିପାରିବ। ଏଥିପାଇଁ ପ୍ରତିଦିନ ଖାଲି ପେଟରେ ୩-୪ ପତ୍ର ଚୋବାଇବା ଅଭ୍ୟାସ କରନ୍ତୁ।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ଆଜି ଜୁଲାଇ ୨୬ ତାରିଖ ମଙ୍ଗଳବାରରେ ଏହି ଚାରୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ।

ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ।

ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ।

ମିଥୁନ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଲୋକଙ୍କ ପ୍ରତି ଭଲ କାମ କରିବାର ଅନୁଭବ ଜାଗ୍ରତ ହେବ। ଆଜି ଆପଣ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଆପଣ କିଛି ଅସମାପ୍ତ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟୀମାନଙ୍କ ପାଇଁ ଆଜି ମଧ୍ୟ ଏକ ଭଲ ଦିନ ହେବ। ଆପଣ ଆପଣଙ୍କ ପ୍ରିୟଜନଙ୍କ ପ୍ରେମ ଜିତିବାକୁ ଚେଷ୍ଟା କରୁଥିବା ଦେଖାଯିବ।

କର୍କଟ:- ଆଜି ଆପଣଙ୍କର ଧ୍ୟାନ ପରିବାରର ଆବଶ୍ୟକତା ପୂରଣ ଉପରେ ରହିବ। ଅଫିସରେ ଜୁନିଅର ଯେ କୈଣସି କାର୍ଯ୍ୟରେ ଆପଣଙ୍କଠାରୁ ସାହାଯ୍ୟ ନେଇପାରେ, ଆପଣ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଆଜି, ଖର୍ଚ୍ଚ ବୃଦ୍ଧି ହେତୁ ପକେଟରେ ଭାର ବଢିପାରେ। ବିବାହିତ ସାଥୀଙ୍କ ପତି କୈଣସି ଇଚ୍ଛା ପୂରଣ କରିବାକୁ ଯାଉଛନ୍ତି।

ସିଂହ:- ଆଜି ଆପଣଙ୍କ ଦିନଟି ବହୁତ ବ୍ୟସ୍ତରେ କଟିବ। ଏହି ବ୍ୟସ୍ତତା ମଧ୍ୟରେ ଆପଣଙ୍କର ଖାଦ୍ୟର ଯତ୍ନ ନିଅ, ନଚେତ୍ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। କୋର୍ଟ ସହ ଜଡିତ ମାମଲାଗୁଡ଼ିକରେ ସଫଳତା ପାଇବାର ସମ୍ଭାବନା ଅଛି। ପ୍ରେମ ଜୀବନରେ ଆପଣଙ୍କର ପ୍ରିୟ କିଛି ବିଷୟ ଉପରେ କ୍ରୋଧ ଦେଖାଇପାରେ, ତଥାପି ପ୍ରେମ ସଂପର୍କରେ ରହିବ।

କନ୍ୟା:- ଆଜି ଆପଣଙ୍କ ଦିନ ଟିକିଏ ଦୁର୍ବଳ ହେବ। ଆପଣଙ୍କ ବନ୍ଧୁ କିଛି କଥା ଆପଣଙ୍କୁ କହିପାରନ୍ତି,ଯାହା ଆପଣଙ୍କୁ ଖରାପ ଲାଗିପାରେ। ଆପଣ ଆପଣଙ୍କ କଥାକୁ ସଠିକ୍ ଉପାୟରେ ରଖିବା ଉଚିତ୍ | କାର୍ଯ୍ୟଭାର ଅଧିକ ହେବ, ଚାପ ନିଅନ୍ତୁ ନାହିଁ। ବିବାହିତ ଲୋକମାନଙ୍କ ପାଇଁ ଦିନଟି ଶୁଭ ଅଟେ, ଆପଣ ଏକାଠି ସମୟ ବିତାଇବେ।

ତୂଳା:- ଆଜି ଆପଣଙ୍କର ଦିନ ମିଶ୍ରିତ ହେବ। କାର୍ଯ୍ୟରେ ଭଲ ଫଳାଫଳ ସହିତ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ଆଜି ଆପଣ କିଛି ପବିତ୍ର ସ୍ଥାନ ଦେଖିବାର ସୁଯୋଗ ପାଇବାକୁ ଯାଉଛନ୍ତି। ପ୍ରେମ ଜୀବନରେ ପ୍ରିୟଙ୍କ ସଚ୍ଚୋଟତା ଉପରେ ସନ୍ଦେହ କରିବା ଦ୍ୱାରା ସମ୍ପର୍କ ଗୁରୁତର ହୋଇପାରେ।

ବିଛା:- ଆଜି ଆପଣଙ୍କ ସାମ୍ନାରେ ଅନେକ କାର୍ଯ୍ୟର ସମ୍ମୁଖୀନ ହେବ, ଯେଉଁ କାରଣରୁ ଆପଣ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆପଣ ଚିନ୍ତା କରୁଥିବା କାମ ପ୍ରତି ଧ୍ୟାନ ଦେବା ଭଲ ହେବ। ଆଜି ଘରର ଜଣେ ସଦସ୍ୟ ଆପଣଙ୍କଠାରୁ କିଛି ଆଶା କରିବେ। ଆଜି, ଜୀବନ ସାଥୀର ବୁଦ୍ଧି ଆପଣଙ୍କୁ ବହୁତ ଲାଭ କରିବାକୁ ଯାଉଛି।

ଧନୁ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ବ୍ୟବସାୟୀମାନେ ଆଜି ବଡ଼ ଲାଭ କରିବାକୁ ଯାଉଛନ୍ତି, ଆପଣ ଏଥିରେ ଖୁସି ହେବେ। କାର୍ଯ୍ୟରତ ଲୋକମାନେ ସେମାନଙ୍କର କାର୍ଯ୍ୟକୁ ମନେ ରଖିବା ପରି କାମ କରିବେ। ପାରିବାରିକ ପରିବେଶ ସୁଖ ଏବଂ ଶାନ୍ତିରେ ପରିପୂର୍ଣ୍ଣ ହେବ। ଉଲ୍ଲେଖଥାଉ କି, ବିବାହିତ ଦମ୍ପତି ଆଜି ସତର୍କ ରୁହନ୍ତି, ବିବାଦ ହେବାର ସମ୍ଭାବନା ଅଛି।

ମକର:- ଆଜି ଆପଣଙ୍କ ଦିନଟି ଭଲ ରହିବ। କୈଣସି ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବେକାରୀମାନେ ଆଜି ସାଧାରଣ ଅପେକ୍ଷା ଅଧିକ ବ୍ୟସ୍ତ ଦେଖାଯିବେ। ଆଜି ପ୍ରେମ ଜୀବନରେ, ପ୍ରିୟ ହୃଦୟରୁ ପ୍ରେମ ପାଇବ।

କୁମ୍ଭ:- ଆଜି ଆପଣଙ୍କର ସାଧାରଣ ଦିନ ହେବ। କିଛି ବିଷୟରେ ଚିନ୍ତା କରି ଅନାବଶ୍ୟକ ଭାବରେ ଆପଣଙ୍କୁ ବ୍ୟଥିତ କରିବ। ବର୍ଜ୍ୟବସ୍ତୁରୁ ଦୂରେଇ ରୁହନ୍ତୁ। ଆର୍ଥିକ ପ୍ରସଙ୍ଗରେ ଆପଣ ଜଣେ ବନ୍ଧୁଙ୍କଠାରୁ ପରାମର୍ଶ ପାଇପାରିବେ। ସ୍ୱାସ୍ଥ୍ୟ କାରଣରୁ ଦିନଟି ଟିକିଏ ଦୁର୍ବଳ ମନେହୁଏ। ପ୍ରେମ ଦାମ୍ପତ୍ୟ ଜୀବନରେ ରହିବ।

ମୀନ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅଫିସ୍ କାର୍ଯ୍ୟକୁ ସହଜରେ ମୁକାବିଲା କରିପାରିବେ। କିନ୍ତୁ ସହକର୍ମୀଙ୍କ ସହ କିଛି ବିଷୟରେ ବିତର୍କ ହୋଇପାରେ। ସେଥିପାଇଁ ଆପଣ ସାବଧାନ ହେବା ଉଚିତ୍। ଜୀବନସାଥୀ ଏକ କାମ କରିବାକୁ ଇଚ୍ଛା କରିପାରନ୍ତି।  ପ୍ରେମରେ ଆଜି ଆପଣ ଆପଣଙ୍କ ପ୍ରିୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

Categories
ଆଞ୍ଚଳିକ

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ଦିବସରେ ଭାଲେରୀ ହାଇସ୍କୁଲରେ ଲୋକର୍ପିତ ହେଲା ପ୍ରତିମୂର୍ତ୍ତି

ଭୁବନେଶ୍ବର, ଆଜି ହେଉଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 64 ତମ ଶ୍ରାଦ୍ଧ ଦିବସ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ନିକଟସ୍ଥ ଚାଷଙ୍ଗରାର ଭାଲେରୀ ହାଇସ୍କୁଲ ନିକଟରେ ଲୋକାର୍ପିତ ହୋଇଛି ଗୋଦାବରୀଶ ପ୍ରତିମୂର୍ତ୍ତି। ସ୍ଥାନୀୟ କାନ୍ଥମହଲ ଶାନ୍ତି କମିଟ ଏବଂ ଉତ୍କଳ ସ୍ବାଭିମାନ ମଞ୍ଚର ମିଳିତ ସହଯୋଗରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।

ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାଲେରୀ ହାଇସ୍କୁଲରେ ପାଞ୍ଚଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଛି। ଏଥିରେ ମହାତ୍ମା ଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ, ମଧୁସୂଦନ ଦାସ, ସୁବାସ ଚନ୍ଦ୍ର ବୋଷ ଏବଂ ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଏଥିରେ ଭାଲେରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ପୂର୍ବତନ ଶିକ୍ଷକ ଗୌରାଙ୍ଗ ବିଶ୍ବାଳ, ଶିକ୍ଷକ ବୈଷ୍ଣବ ନାୟକ ଏବଂ ଚାଷଙ୍ଗରା ଗ୍ରାମର ସଭାପତି ସୋମନାଥ ନରେନ୍ଦ୍ରସିଂ ବର୍ମା ଯୋଗଦେଇଥିଲେ। ସେହିପରି ସ୍କୁଲର ପୂର୍ବତନ ଛାତ୍ର ଏସବିଆଇ ବାଲୁଗାଁ ଅଧିକାରୀ ବୃନ୍ଦାବନ ନାୟକ ଏବଂ ଓଡିଶାର ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏହି ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ସୂଚନା

ନୂଆଦିଲ୍ଲୀ: ଚଳିତ ବର୍ଷର ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବା ନେଇ ଘୋଷଣା ହୋଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆଇଆଇଟିରେ ନାମ ଲେଖା ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।