Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୭୧: ସୁସ୍ଥ ହେଲେ ୨୩୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ୨୬୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୬୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୩୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୯୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୫୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାଞ୍ଚ ଆନ୍ତଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ବାଣପୁର ପୋଲିସ: ଶାଳିଆ ଡ୍ୟାମ ସିରିଜ୍ ଡକାୟତିରେ ଥିଲେ ସମ୍ପୃକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ସଫଳତା ମିଳିଛି। ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି। ଖୋର୍ଦ୍ଧା ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ବାଣପୁର ଥାନା ଅଧିନସ୍ଥ ଶାଳିଆ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲୁଟ ଘଟଣାର ଅଭିଯୋଗ ଥାନାକୁ ଆସୁଥିଲେ ମଧ୍ୟ ପୋଲିସ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇପାରୁନଥିଲା। ପ୍ରତିଥର ସମାନ ଜାଗାରେ ସମାନ ଢଙ୍ଗରେ ଲୋକଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ଲୁଟୁଥିଲେ। ତେବେ ସେହି ଦିନଠାରୁ ବାଣପୁର ପୋଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ୫ ଜଣ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଆଜି ସଂନ୍ଧ୍ୟାରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରରେ ଶାଳିଆ ଡ୍ୟାମ ନିକଟରେ କିଛି ଦୁର୍ବୁତ୍ତମାନେ ଡକାୟତି କରିବାପାଇଁ ଯୋଜନା କରୁଥିଲେ। କୌଣସି ଏକ ବିଶେଷ ସୂତ୍ରରୁ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଉକ୍ତ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେସଙ୍ଗେ ଏ ନେଇ ଥାନାଧିକାରୀ ଏସଡ଼ିପିଓଙ୍କୁ ସୂଚନା ଦେଇଥିଲେ। ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୫ ଜଣ ଡକାୟତଙ୍କୁ ପୋଲିସ କାବୁ କରିଥିବାବେଳେ ଅନ୍ୟ ୨ ଡକାୟତ ରାତ୍ରିର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।

ତଦନ୍ତ ସମୟରେ ଉକ୍ତ ୫ ଡକାୟତ ପୂର୍ବରୁ ଶାଳିଆ ଡ୍ୟାମ ନିକଟରେ ହୋଇଥିବା ଦୁଇଟି ଡକାୟତି ଘଟଣାରେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି। ସେମାନଙ୍କ ନାମରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାରେ ପୂର୍ବରୁ ଚାରି ଗୋଟି ଅପରାଧିକ ମାମଲା ରହିଛି।  ପୋଲିସ ସେମାନଙ୍କ ନିକଟରୁ ଗୋଟାଏ ଦେଶୀ ପିସ୍ତଲ, ୫ ମୋବାଇଲ ଫୋନ, ଗୋଟେ ଖଣ୍ଡା, ଗୋଟେ ଚାପଡ଼, ଗୋଟେ ଛୁରୀ, ଗୋଟେ ହାତୁଡି, ବ୍ଲେଡ, ଦିଆସିଲି ଡବା, ସିଗାରେଟ, ଦୁଇଟି ବିଦେଶୀ ମଦ ବୋତଲ ଓ ୩ ଟି ବାଇକ ଜବତ କରିଥିବାବେଳେ ଆଜି ବାଣପୁର ଆଇଆଇସି ବାଲୁଗାଁରୁ ଆଉ ଏକ ବାଇକ ଜବତ କରିଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣ ବାଲୁଗାଁର ହୋଇଥିବାବେଳେ ଅନ୍ୟ ୩ ଜଣ ଖଲ୍ଲିକୋଟ ଅଞ୍ଚଳର ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୬୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଏହାର ତଦନ୍ତ ଖୋଦ ବାଣପୁର ଆଇଆଇସି କରୁଛନ୍ତି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶାରେ ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ଗୋପନ ରଖିଛି ପୋଲିସ।

ତେବେ ଉକ୍ତ ଅନୁସନ୍ଧାନରେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏସଆଇ ରାଜକିଶୋର ବେହେରାଙ୍କ ଭୂମିକାକୁ ଏସଡ଼ିପିଓ ଉଚ୍ଚ ପ୍ରସଂଶିତ କରିଛନ୍ତି। ଉକ୍ତ ସମ୍ମିଳନୀରେ ଏସଡ଼ିପିଓଙ୍କ ସମେତ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଏସଆଇ ରାଜକିଶୋର ବେହେରା, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଏଏସଆଇ ଶ୍ରୀନିବାସ ପ୍ରଧାନ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୧୦୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୧୦୮  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩୨,  କଟକରୁ ୩୩୨, ବାଲେଶ୍ବରରୁ ୧୬୮, ଜଗତସିଂହପୁରରୁ ୯୬, କେନ୍ଦ୍ରାପଡାରୁ ୯୫, ମୟୂରଭଞ୍ଜରୁ ୮୯, ପୁରୀରୁ ୮୯, ଅନୁଗୁଳରୁ ୭୧, ଭଦ୍ରକରୁ ୬୪, ନୟାଗଡରୁ ୬୧, ସୁନ୍ଦରଗଡରୁ ୬୧, ଢେଙ୍କାନାଳରୁ ୫୫, ସମ୍ବଲପୁରରୁ ୪୧, କୋରାପୁଟରୁ ୩୨, ରାୟଗଡାରୁ ୩୦, କେନ୍ଦୁଝରରୁ ୨୭, ନବରଙ୍ଗପୁରରୁ ୧୯, ମାଲକାନଗିରିରୁ ୧୬, ବରଗଡରୁ ୧୫, ଗଜପତିରୁ ୧୫, ବୌଦ୍ଧରୁ ୧୨, କଳାହାଣ୍ଡିରୁ ୧୨, ଝାରସୁଗୁଡାରୁ ୧୦, ସୋନପୁରରୁ ୯, କନ୍ଧମାଳରୁ ୮, ଗଞ୍ଜାମରୁ ୭, ନୂଆପଡାରୁ ୪, ବଲାଙ୍ଗୀରିରୁ ୩ ଏବଂ ଷ୍ଟେଟ ପୁଲରୁ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୫ ହଜାର ୧୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୮୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୧୨ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ୯ ଶହ ଲୋକଙ୍କୁ ଦିଆଯିବ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ ମିଳିବ କେତେ ଡୋଜ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୯ ଶହ ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)
୧- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୩୦୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

– ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୪– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ଇଞ୍ଜନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଅଠରବାଟିଆ ଗ୍ରା.ପ )- ୫୦ ଡୋଜ

୨- ପରବଳ ବାତ୍ୟା ଆଶ୍ରୟସ୍ଥଳୀ (ହରିପୁର ଗ୍ରା.ପ)- ୫୦ ଡୋଜ

– ଜରିପଡ଼ା ପ୍ରାଥମିକ ବିଦ୍ୟାଳୟ (ଜରିପଡ଼ା ଗ୍ରା.ପ)- ୫୦ ଡୋଜ

୪- ସୋରଣ ପ୍ରାଥମିକ ବିଦ୍ୟାଳୟ (ସୋରଣ ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅଲିମ୍ପିକ୍ସରେ ପ୍ରିୟା ମଲିକ ପ୍ରଥମ ସ୍ୱର୍ଣ୍ଣ ଜିତିବା ନେଇ ଲାଗି ରହିଛି ଚର୍ଚ୍ଚା: ଜାଣନ୍ତୁ ଏଥିରେ କଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ -୨୦୨୦ ରେ ଭାରତ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଭାରତକୁ ପ୍ରଥମ ପଦକ ହାସଲ ହୋଇଥିଲା। ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଶନିବାର ଦିନ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।

ତେବେ ବିଶ୍ୱ କ୍ୟାଡେଟ୍ ରେସଲିଂ ଚାମ୍ପିଅନସିପ୍ ରେ ଆଜି ଭାରତର ମହିଳା ରେସଲର ପ୍ରିୟା ମଲିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ପାଇଁ ଲୋକମାନେ ପ୍ରିୟା ମଲିକଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ପ୍ରିୟା ମଲିକଙ୍କୁ ଅଭିନନ୍ଦନ ଜଣାଇବାବେଳେ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀମାନେ ଏକ ବଡ ଭୁଲ କରିଛନ୍ତି।

ଟୋକିଓ ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରିୟା ମାଲିକଙ୍କ ଫଟୋ ସେୟାର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ହଙ୍ଗେରୀର ବୁଦ୍ଧାପେଷ୍ଟରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ୍ ରେସଲିଂ ଚାମ୍ପିଅନସିପ୍ ରେ ପ୍ରିୟା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ପରେ ରାଜସ୍ଥାନ କଂଗ୍ରେସରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ପ୍ରୟାସ: ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଜୟପୁର/ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବର୍ତ୍ତମାନ ଉଦ୍ୟମ ଜାରି ରହିଛି। ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସରା ଆଜି ସମସ୍ତ ବିଧାୟକଙ୍କ ବୈଠକ ଡାକିଛନ୍ତି। ସଚିନ ପାଇଲଟ ଏବଂ ଅଶୋକ ଗେହଲୋଟ୍ କ୍ୟାମ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଆସନ୍ତା ସପ୍ତାହରେ ରାଜ୍ୟରେ କ୍ୟାବିନେଟର ସମ୍ପ୍ରସାରଣ ସମ୍ଭବ ବୋଲି ଆଲୋଚନା ଚାଲିଛି। ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଶେଷ ହେଉଥିବା ଜଣାପଡିଛି। ତେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ରାଜସ୍ଥାନର ଦାୟିତ୍ୱରେ ଥିବା ଅଜୟ ମାକେନ୍ ଶନିବାର ରାଜସ୍ଥାନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଙ୍କୁ ଭେଟିଥିଲେ। ଭେନୁଗୋପାଲ ଏହାକୁ ଏକ ସରକାରୀ ଯାତ୍ରା ବୋଲି କହିଛନ୍ତି। ସଚିନ ପାଇଲଟ, ୧୮ ଜଣ ବିଧାୟକଙ୍କ ସହ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଥିଲେ। ଏହି ସପ୍ତାହ ପୂର୍ବରୁ ପାଇଲଟ ସୂଚିତ କରିଥିଲେ ଯେ ଖୁବ ଶୀଘ୍ର ତାଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ ଉପରେ କଂଗ୍ରେସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ଦେଖାଇ ଲୁଟ୍ କରିବା ବେଳେ କାବୁ କଲେ ସ୍ଥାନୀୟ ଲୋକ: ଦୁର୍ଦ୍ଦାନ୍ତ ଅପରାଧୀ ଦ୍ଵୟଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡ ପୁର ରେଳବାଇ ଫାଟକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟଙ୍କ ଠାରୁ ଲୁଟିବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଦେଖାଇ ସମ୍ପୃକ୍ତ ବ୍ୟବସାୟଙ୍କ ଠାରୁ ୩୪ ହଜାର ଟଙ୍କା ଛଡାଇ ନେଇଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଦୁର୍ବୃତ୍ତ ଦ୍ୱୟ ଧରା ପଡିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ଠାରୁ ଖସିଜୀବା ପାଇଁ ପ୍ରୟାସ କରୁଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ।

ସୂଚନା ଅନୁଯାୟୀ, ଗତ କାଲି ବଡି ଭୋରରେ ଭୁଷଣ୍ଡପୁର ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ୩୪ ହଜାର ଟଙ୍କା ଲୁଟିନେଇଥିଲେ। ହେଲେ ପୂର୍ଣ୍ଣଚନ୍ଦ୍ର ସେଠାରେ ଚିତ୍କାର କରିବାରୁ ଦୁର୍ବୃତ୍ତ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ କାବୁ କରିନେଇଥିଲେ। ସେଠାରୁ ଦୁର୍ବୃତ୍ତ ଦ୍ୱୟ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଉତ୍ୟକ୍ତ ଲୋକେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଟାଙ୍ଗି ପୋଲିସ୍ ପାଟ୍ରୋଲିଂ ଗାଡି ପହଂଚି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। ଏମାନଙ୍କ ନାମରେ ପୂର୍ବରୁ ଚାନ୍ଦପୁର ଥାନାରେ ୭ ରୁ ଅଧିକ ଡକାୟତି ମାମଲା ରହିଛି। ଗିରଫ ରାଜା ଚାନ୍ଦପୁର ଥାନା ଅଂଚଳରେ ବିଭନ୍ନ ଅପରାଧ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ପୋଲିସ୍ ତାକୁ ଧରିବାରେ ସଫଳ ହୋଇପାରୁନଥିଲା।

ଗତ କିଛି ଦିନ ତଳେ ରାଜା ଚାନ୍ଦପୁର ବଜାରରେ ଥିବା ଏକ ମଦ ଦୋକାନ ନିକଟରେ ଗୁଳି ଫୁଟାଇ ଭୟଭୀତ କରିବା ସହ କନ୍ଧ ନୟାଗଡ ଆରଏସଏସ କାର୍ଯ୍ୟାଳୟ ଉପରକୁ ଗୁଳି ଚଳାଇ ଆତଙ୍କ ସ୍ରୁସୃଷ୍ଟି କରୁଥିଲା। ଦୁର୍ଦ୍ଦାନ୍ତ ଅପରାଧୀ ରାଜାକୁ ଟାଙ୍ଗୀ ପୋଲିସ୍ ଗିରଫ କରିବା ପରେ ଚାନ୍ଦପୁର ଅଂଚଳରେ ଲୋକେ ଖୁସି ହୋଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଏବଂ ନକଦ ୩୪ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଦ୍ୱୟ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ମଧୁବନ ସାହିର ନିଶିକାନ୍ତ ଓରଫ ରାଜା ବେହେରା (୨୮ ବର୍ଷ) ଏବଂ ଆଉ ଜଣେ ବାଲୁଗାଁର ଉଦ୍ଧବ ବେହେରା (୨୫ ବର୍ଷ) ବୋଲି ଜଣାପଡିଛି। ଟାଙ୍ଗୀ ମେଡିକାଲରେ ଗିରଫ ରାଜାର ଚିକିତ୍ସା ଜାରି ରହିଛି।

ଟାଙ୍ଗୀ ଆଇଆଇସି ବିଜୟ ମଲିକ ଏହାର ତଦନ୍ତ ଜାରି ରଖିଥିବା ବେଳେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଏହି ଘଟଣା ଉପରେ କଡା ନଜର ରଖିଛନ୍ତି। ଅଭିଯୁକ୍ତଙ୍କ ନାମରେ ଟାଙ୍ଗୀ ଥାନାରେ କେସ ନଂ ୨୪୬/୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୪୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୩ ଲକ୍ଷ ୭୭ ହଜାର ୯୦୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୫୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ ଲକ୍ଷ ୪୩ ହଜାର ୧୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮ ହଜାର ୨୧୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୫୧୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୧୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, କେନ୍ଦୁଝର  ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ ଏବଂ ପୁରୀ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୩ ହଜାର ୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୯୧୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୧୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୮୩୩ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୦୬୨ ଜଣ ଚିହ୍ନଟ ହୋଇଥିବା ବେଳେ ୭୭୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୩ ହଜାର ୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮ ହଜାର ୯୧୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୪୩୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୯୦ ଜଣ, କଟକ ଜିଲ୍ଲାରୁ ୨୪୩ ଜଣ, ଅନୁଗୁଳ ଜିଲ୍ଲାରୁ ୭୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୨୯ ଜଣ, ବରଗଡ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୮୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ, ଦେବଗଡ ଜିଲ୍ଲାରୁ ୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୧ ଜଣ, ଯାଜପୁର ଜିଲ୍ଲାରୁ ୧୧୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ, କନ୍ଧମାଳ ଜିଲ୍ଲାରୁ ୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୮୭ ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ ଜଣ, କୋରାପୁଟ ଜିଲ୍ଲାରୁ ୯ ଜଣ, ମାଲକାନାଗିରି ଜିଲ୍ଲାରୁ ୧୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ୨୮ ଜଣ, ପୁରୀ ଜିଲ୍ଲାରୁ ୧୩୯ ଜଣ, ରାୟଗଡା ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ ଜଣ, ସୋନପୁର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୭ ଜଣ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଆଚାର୍ଯ୍ୟ ଚାଣକ୍ୟ ଏ ସମାଜରେ ପାଞ୍ଚ ଜଣଙ୍କୁ ପିତା ପଦବାଚ୍ୟ ବୋଲି କହିଛନ୍ତି, ଜାଣନ୍ତୁ ସେମାନେ କିଏ?

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ନଦାତା ପିତା, ୨- ପୁରୋହିତ, ୩-ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି। ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ଏପରି ଘରେ ବାସ କରନ୍ତି ନାହିଁ ମାତା ଲକ୍ଷ୍ମୀ: ଜାଣିରଖନ୍ତୁ କିପରି କରିବେ ଏହାର ସମାଧାନ

ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶୁକ୍ରବାରଦିନ ବିଶେଷ ପ୍ରକାରର ପୂଜା କରିପାରିବେ।

ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।

ଯଦି ଆପଣଙ୍କର ଅଯଥା ଖର୍ଚ୍ଚ ହେଉଛି, ତେବେ ମା’ଙ୍କ ଚରଣରେ ପ୍ରତ୍ୟେକ ଦିନ ଏକ ଟଙ୍କିଆ ମୁଦ୍ରା ଅର୍ପଣ କରନ୍ତୁ ଏବଂ ଏକ ମାସ ପରେ ଏହାକୁ ଏକାଠି କରି  ଜଣେ ସୌଭାଗ୍ୟଶାଳୀ ସ୍ତ୍ରୀଙ୍କୁ ଦାନ କରନ୍ତୁ। ଏହାଦ୍ବାରା ଆପଣ ସଫଳତା ପାଇପାରିବେ।

ଯଦି ଆପଣଙ୍କୁ ସର୍ବଦା ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତେବେ ଆପଣଙ୍କୁ ଆପଣ କରୁଥିବା ଭୁଲ୍‌କୁ ସୁଧାରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ୍‌ଗୁଡିକ ସମ୍ପର୍କରେ…।

-ଯେଉଁ ଘରେ ପୂଜାର ଦୀପକୁ ଫୁଙ୍କି ଲିଭାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ। ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

-ଭାଙ୍ଗିଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଅତ୍ୟନ୍ତ ଅଶୁଭ ହୋଇଥାଏ।

-ଯଦି ଆପଣ ରାତିରେ ଗୋଡ ନ ଧୋଇକି କିମ୍ବା ଓଦା ଗୋଡରେ ଶୋଉଛନ୍ତି ତେବେ ଏହା ମଧ୍ୟ ଅଶୁଭ। ଏପରି କରିବା ଦ୍ବାରା ସର୍ବଦା ଧନ ସମସ୍ୟା ଲାଗି ରହେ। ଏଥିରୁ ନିବୃତ୍ତ ରୁହନ୍ତୁ।

-ରାତ୍ରିର କଦାପି ଅଇଁଠା ବାସନ ରଖନ୍ତୁ ନାହିଁ। ଏହା ଦ୍ବାରା ଲକ୍ଷ୍ମୀ ରୋଷ କରିଥା’ନ୍ତି।

-ଯଦି ଆପଣ ନଖ କାମୁଡିଛନ୍ତି ତେବେ ଏହାକୁ ବନ୍ଦ ରକନ୍ତୁ। ଏହା ଆପଣଙ୍କୁ ବହୁ ସମସ୍ୟାରେ ପକାଇବା।

-ଯେଉଁ ଘରେ ସୂ୍ର୍ଯ୍ୟାସ୍ତ ପରେ ଝାଡୁ କରାଯାଏ, ସେହି ଘରେ ମାତା ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ।

-ସେହିପରି ଯେଉଁ ଘରେ ନିୟମିତ ରୂପେ ଶଙ୍ଖ ବଜା ଯାଏ ନାହିଁ କିମ୍ବା ଭଗବାନଙ୍କୁ ଗାଳି ଦିଆଯାଇଥାଏ ସେହିଘରେ ମଧ୍ୟ ଭଗବାନ ବାସ କରନ୍ତି ନାହିଁ।

-ଯେଉଁ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିଆଯାଏ ନାହିଁ, ସେହି ଘରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ଉପରୋକ୍ତ ଭୁଲ୍‌ଗୁଡିକ ସୁଧାରି ମାତା ଲକ୍ଷ୍ମୀଙ୍କୁ ଧ୍ୟାନରେ ସହକାରେ ପ୍ରାର୍ଥନା କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇପାରିବେ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର ବ୍ୟକ୍ତିତ୍ୱ

ଆଉରଙ୍ଗଜେବ୍: ନାୟକ ନା ଖଳନାୟକ- ଏକ ଐତିହାସିକ ଅଧ୍ୟୟନ

ମୂଳ ରଚନା- ଆଉଡ୍ରେ ଟ୍ରୁସକେ

ଅନୁସୃଜନ- ଜ୍ୟୋତି ନନ୍ଦ

ତଥାକଥିତ “ଗ୍ରାଣ୍ଡ ମୋଗଲ”ଶ୍ରେଣୀର କହିବାକୁ ଗଲେ ଶେଷ ପ୍ରତିନିଧି ଆଉରଙ୍ଗଜେବ୍ ନିଜ ସମୟର ଘଡିଟିକୁ ପଛେଇଦେବାକୁ ଚାହିଁଥିଲେ ଓ ଏହି ପ୍ରକ୍ରୀୟାରେ ଘଡିଟି ବଂଦ ଓ ଧ୍ୱଂସ ହୋଇଯାଇଥିଲା। (ପଣ୍ଡିତ ଜବାହାରଲାଲ ନେହେରୁ)

୨୦୧୫ ସାଲଟି ଆଉରଙ୍ଗଜେବ ଙ୍କ ପାଇଁ ଅଶୁଭ ଥିଲା। ଏଇ ବର୍ଷ ଦିଲ୍ଲୀର ଗୋଟିଏ ପ୍ରମୁଖ ରାସ୍ତା ଯାହା ଏହି ମୋଗଲସମ୍ରାଟ ଙ୍କ ନାଆଁରେ ନାମିତ ହୋଇରହିଥିଲା ତାହାର ନାଆଁକୁ ପରିବର୍ତ୍ତନ କରିବା ପାଇଁ ଏକ ବଡ ଧରଣର ବିତର୍କ ଆରମ୍ଭ ହୋଇଥିଲା।ଏହାର କାରଣ ହିସାବରେ ଗୋଟିଏ ସ୍ଥାନୀୟ ଶିଖ ଦଳ ଏଇ ଧାରଣାଟି ଉପସ୍ଥାପନ କରିଥିଲେ ଯେ ଆଉରଙ୍ଗଜେବ୍ ହେଉଛନ୍ତି “ଭାରତରେ ଅସହିଷ୍ଣୁତା ଓ ଅମାନବୀୟ ବର୍ବରୋଚିତ ଅପରାଧ ର ଜଣେ ଅତ୍ଯନ୍ତ ଉତ୍ପୀଡକ କ୍ଳେଶପ୍ରଦାୟକ କୁକୃତ୍ୟକାରୀ ନରପତି”। ଭାରତୀୟ ଜନତା ପାର୍ଟିର କିଛି ସାଂସଦ ଏହି ଉଦ୍ୟମରେ ତତକ୍ଷଣାତ୍ ଯୋଗଦେଇ ଦିଲ୍ଲୀ ଇତିହାସର ଏଇଭଳି ଦୁଃଖଦ ପୃଷ୍ଟାଟିକୁ ଅପସାରଣ କରିବା ଅର୍ଥାତ୍ ଏହି ଦୁଷ୍କୃତ୍ୟକାରୀ ସମ୍ରାଟ ଙ୍କ ନାଆଁଟିକୁ ସହରର ରାସ୍ତାଲେଖରୁ ହଠାଇ ଦେବାକୁ ସ୍ୱର ଉତ୍ତୋଳନ କରିଥିଲେ। ୨୦୧୫ ଅଗଷ୍ଟ ମାସ ଶେଷ ଆଡକୁ ନୂଆଦିଲ୍ଲୀର ପ୍ରଶାସନ ଏଥିରେ ସମ୍ମତ ହୋଇ ରାସ୍ତାଟିକୁ ଭାରତର ଏକାଦଶତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ନାଆଁରେ ନାମିତ କରିଦେଲେ। ତାହାର ସପ୍ତାହକ ପରେ ରାତିଅଧରେ କିଛି ସହରର କର୍ମଚାରୀ ଆସି ରାସ୍ତାର ଫଳକକୁ ଖୋଳିଖୋଳି ଆଉରଙ୍ଗଜେବ୍ ଙ୍କ ନାଆଁ ଲିଭାଇଦେଇଥିଲେ।

ଏଇ ଭଳି ଘଟଣାମାନ ଭାରତୀୟ ସମାଜରେ ସ୍ମୃତିଭ୍ରଂଶରେ ରହିଥିବା ଆଉରଙ୍ଗଜେବଙ୍କୁ ଭାରତୀୟ ମାନଙ୍କ ମାନସପଟଳରେ ସଭା ଆଗରେ ପୁନର୍ବାର ସଂସ୍ଥାପନ କରିଦେଲା।ଠିକ୍ ସେତିକି ବେଳେ ଏହି ଘଟଣା ଘଟିବାର ପ୍ରାୟ ମାସକ ପରେ ୨୦୧୫ ର ଅକ୍ଟୋବର ରେ ଜଣେ ଶିବସେନା ସାଂସଦ ଜଣେ ପୌରକର୍ମଚାରୀଙ୍କୁ ଗାଳି ଦେଉଥିବାର “ଟେପ୍”ଟିଏ ପ୍ରଘଟ ହୋଇଥିଲା।ସାଂସଦ ଜଣକ ସେଇ “ଟେପ୍”ରେ “ଆଉରଙ୍ଗଜେବ୍ କି ଔଲାଦ୍” ବୋଲି ଗାଳି ଦେଉଥିବାର ଶୁଣାଯାଉଥିଲା।ଏହି ଗାଳିଟି ମନେପକାଇଦେଲା ଅଶିଦଶକର ଶେଷ ଓ ନବେଦଶକର ଆଦ୍ୟଭାଗର ଗୋଟିଏ ଜଣାଶୁଣା ଗାଳି “ବାବର୍ କି ଔଲାଦ୍”। ଦକ୍ଷିଣପନ୍ଥୀ ହିନ୍ଦୁତ୍ୱବାଦୀ ବିଶୃଙ୍ଖଳିତ ଜନତା ସେହି ସମୟରେ ଯେଉଁ ଘଟଣାକ୍ରମରେ ବାବରି ମସଜିଦ୍ କୁ ଧ୍ୱଂସ କରିଦେଇଥିଲେ ସେତିବେଳେ ଏହି ଗାଳିଟିର ଉପଲକ୍ଷ ଥିଲେ ଭାରତର ମୁସଲମାନ୍ ।ତେଣୁ ଦେଖିବାର କଥା ହେଉଛି କାହିଁକି ବାବର୍ ବଦଳିଗଲେ ଆଉରଙ୍ଗଜେବ ରେ ?

ବିଭେଦକାରୀ ହିନ୍ଦୁ ଜାତୀୟବାଦୀ ଦୃଷ୍ଟିରେ ଦେଖିଲେ ଜଣେ ଅତ୍ୟାଚାରୀ ମୁସଲମାନ ଆକ୍ରମଣକାରୀ ହିସାବରେ ଉଭୟ ବାବର ଆଉ ଆଉରଙ୍ଗଜେବ୍ କିଛି ପରିମାଣରେ ପରସ୍ପରର ଅଦଳବଦଳର ଯୋଗ୍ୟ।ଏହି ଦୃଷ୍ଟିରୁ ଆଉରଙ୍ଗଜେବ ହୋଇଯାଇଛନ୍ତି ଭାରତର ଅପ୍ରୀତିକର ଅତୀତର ଅପରାଧ ସହ ଜଡିତ ଥିବା ତଥାକଥିତ ସମଗ୍ର “ପାରଂପାରିକ ମୁସଲମାନ”ଙ୍କର ବିଶିଷ୍ଟ ଏକ ପ୍ରତୀକ ଏବଂ ତଦନୁସାରେ ଭାରତର ବର୍ତ୍ତମାନରେ ଅନିମନ୍ତ୍ରୀତ।ତେଣୁ ଆଉରଙ୍ଗଜେବ୍ ଜଣେ ନିହାତି ଧର୍ମପ୍ରାଣ ମୋଗଲ ନରପତି ବୋଲି କଥାଟି ଆଦୌ ଆନୁସଂଗିକ ନୁହଁ। ଆଉରଙ୍ଗଜେବ ତେଣୁ ଉଭୟ ଅତୀତ ଓ ବର୍ତ୍ତମାନ ର ସମସ୍ତ ଅତ୍ୟୁତ୍ସାହୀ ମୁସଲମାନ ମାନଙ୍କର ଏକ ଭବ୍ୟ ଉଦାହାରଣ ଆକାର ରେ ରହିଗଲେ, ଯେଉଁମାନେ କେବଳ ନିଜର ଧାର୍ମିକ ଆଚରଣ ଦ୍ୱାରା ଭାରତୀୟ ସମାଜର ତଥାକଥିତ କ୍ଷତି କରିବାର ଭୟ ଦେଖାଉଥିଲେ। ଏହି ସୂତ୍ର ଅନୁସାରେ ଭାରତୀୟ ଓ ହିନ୍ଦୁ ସଂସ୍କୃତି ଉଭୟ ଗୋଟିଏ ଅବରୁଦ୍ଧ ଏକକରେ ରୂପାନ୍ତରିତ ହୋଇଯାଉଛି,ଯେଉଁଠି ଅନ୍ୟ ସବୁ ଧର୍ମ ସଂପ୍ରଦାୟ ପାଇଁ କୌଣସି ସ୍ଥାନ ରହୁନାହିଁ।

 

କିନ୍ତୁ ଏହା ସହିତ ଭାରତର ଯେତେକ ତିରସ୍କୃତ ନରପତି ଅଛନ୍ତି ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଓ ଈର୍ଷାହୀନ ସ୍ଥାନର ଅଧିକାରୀ ହେଉଛନ୍ତି ଆଉରଙ୍ଗଜେବ୍। ବିଜେପି ଦଳର ବିଚାରଧାରା ତଥା ତାହାର ସମଭାବାପନ୍ନ ହିନ୍ଦୁ ଜାତୀୟବାଦୀ ଦଳର ସମର୍ଥକ ନହୋଇ ବି ସାଧାରଣ ମତ ରେ ଆଉରଙ୍ଗଜେବ ଙ୍କୁ ଭାରତର ସବୁକିଛିକୁ ତଥା ବିଶେଷତଃ ହିନ୍ଦୁ ମାନଙ୍କୁ ଘୃଣା କରୁଥିବା ଜଣେ ନିର୍ମମ ଇସଲାମୀୟ ଅତ୍ୟାଚାରୀ ହିସାବରେ ଅପରାଧୀର କାଠଗଡାରେ ଛିଡା କରାଯାଇଥାଏ।ସୀମା ଆରପଟେ ପାକିସ୍ଥାନରେ ମଧ୍ୟ ଅନେକେ ଆଉରଙ୍ଗଜେବ ଙ୍କ ମନ୍ଦବୁଦ୍ଧି ତଥା ଦକ୍ଷିଣ ଏସିଆର ସାଂପ୍ରତିକ ଯାତନା ପାଇଁ ଏହା ଦାୟୀ ବୋଲି ମତର ସମର୍ଥନ କରିଥାଆନ୍ତି।ଶହିଦ ନାଦୀମ୍ ବୋଲି ଜଣେ ପାକିସ୍ଥାନୀ ନାଟ୍ୟକାର ନିକଟରେକହିଥିଲେ, “ଆଉରଙ୍ଗଜେବଙ୍କର ତାଙ୍କ ଭାଇ ଦାରା ସିକୋହ୍ ଙ୍କ ଉପରେ ବିଜୟ ଦିନଠାରୁ ହିଁ ଭାରତର ବିଭାଜନର ମଂଜି ବୁଣାହୋଇଥିଲା”।ଏହା ହାସ୍ୟକର ଭାବରେ ଦୂରଦର୍ଶୀ,ସେଇଥି ପାଇଁ ଅନେକେ ଏହାକୁ ଗ୍ରହଣ କରନ୍ତି ନାହିଁ।

ପାକସ୍ଥାନୀ ନାଟ୍ୟକାର ଶହିଦ ଙ୍କ ଏହିଭଳି ମତର ଆଦ୍ୟ ସ୍ୱରଟି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଲେଖାରେ ଦେଖାଯାଏ।ଆଧୁନିକ ଭାରତର ନିର୍ମାତା ପଣ୍ଡିତ ନେହେରୁ ଏମିତିରେ ଆଉରଙ୍ଗଜେବ ଙ୍କର ସମର୍ଥକ ନଥିଲେ।ପଣ୍ଡିତ ନେହେରୁ ତାଙ୍କର “ଭାରତ ଆବିଷ୍କାର(୧୯୪୬) ପୁସ୍ତକରେ ଆଉରଙ୍ଗଜେବ ଙ୍କର ଉଦ୍ଦେଶ୍ୟମୂଳକ ଭ୍ରାନ୍ତିଗୁଡିକର ବିଶଦ ବିବରଣୀ ଦେବା ସହ ତାଙ୍କୁ ଜଣେ “ଧର୍ମାନ୍ଧ ଓ ଆତ୍ମସଂଜମୀ ନିଷ୍ଠାପର ଧାର୍ମିକ”ବୋଲି କହିଛନ୍ତି।ସେ ଏହି ଷଷ୍ଠ ମୋଗଲ ସମ୍ରାଟଙ୍କୁ “ସମୟକୁ ପଛୁଆ କରିଦେବା”ର ଷଡଯନ୍ତ୍ର କରି ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରି ଦେଇଛନ୍ତି ବୋଲି ତୀବ୍ର ଭାଷାରେ ଭର୍ତ୍ସନା କରିଛନ୍ତି।ପଣ୍ଡିତ ନେହେରୁଙ୍କର ଆଉରଙ୍ଗଜେବଙ୍କ ଉଦ୍ଦେଶ୍ୟରେ ସବୁଠାରୁ ନିନ୍ଦନୀୟ ବକ୍ତବ୍ୟଟି ଥିଲା ଜଣେ କଠୋର ମୁସଲମାନ ରୂପରେ ଆଉରଙ୍ଗଜେବ୍ ଙ୍କର ଜଣେ ଭାରତୀୟ ସମ୍ରାଟ ହୋଇନପାରିବାର କଥା।”ଯେତେବେଳେ ଆଉରଙ୍ଗଜେବ୍ ଅନ୍ୟ ମୋଗଲ ସମ୍ରାଟ ମାନଙ୍କର ଅନୁସୃତ ଅନ୍ୟ ଧର୍ମ ପ୍ରତି ସହିଷ୍ଣୁତାକୁ ବିରୋଧ କଲେ ଏବଂ ଦମନ କଲେ ସେତେବେଳେ ସେ କେବଳ ଜଣେ ସଚ୍ଚା ମୁସଲମାନ ହିସାବରେ କାର୍ଯ୍ୟ ନିର୍ବାହ କରୁଥିଲେ,ଜଣେ ଭାରତୀୟ ରାଜା ହିସାବରେ ନୁହଁ ଓ ତାହାର ପରିଣାମ ସ୍ୱରୂପ ମୋଗଲ ଶାସନର ଅନ୍ତ ଘଟିଥିଲା”। ପଣ୍ଡିତ ନେହେରୁଙ୍କ ଦୃଷ୍ଟିରେ ଆଉରଙ୍ଗଜେବଙ୍କ ଇସଲାମ୍ ଆସକ୍ତି ତାଙ୍କର ଭାରତକୁ ଶାସନ କରିବାର ଦକ୍ଷତାକୁ ବିକଳାଙ୍ଗ କରିଦେଇଥିଲା।

ନେହେରୁଙ୍କର ଏହିଭଳି ଦୃଷ୍ଟିଭଂଗୀଟି ମୌଳିକ ନୁହଁ।ଏହି ଭଳି ମତ ନେହେରୁଙ୍କ ସମସାମୟିକ ତଥା ବିଂଶ ଶତାବ୍ବୀର ଅନ୍ୟତମ ବିଶିଷ୍ଟ ଐତିହାସିକ ସାର୍ ଯଦୁନାଥ ସରକାର୍ ପୋଷଣ କରିଚନ୍ତି ଆଉରଙ୍ଗଜେବଙ୍କ ପ୍ରସଂଗରେ।ବ୍ରିଟିଶ ଉପନିବେଶବାଦୀ ଚିନ୍ତକ ମାନେ ଦୀର୍ଘକାଳ ଧରି ଅନେକ ମୋଗଲମାନଙ୍କର ଦୁର୍ନାମ ର କରିଆସିଛନ୍ତି ଯଥା ସେମାନେ ମାଈଚିଆ,ଅତ୍ୟାଚାରୀ ଓ ମୁସଲମାନ।ସର୍ବପ୍ରଥମେ ୧୭୭୨ରେ ଆଲେକଜାଣ୍ଡାର ଡାଓ ମୋଗଲ ଶାସନର ଏକ ଆଲୋଚନାର ପ୍ରସଂଗରେ କହିଥିଲେ ଯେ,”ମହାପୁରୁଷ ମହମ୍ମଦ ଙ୍କ ବିଶ୍ୱାସ ବିଚିତ୍ରଭାବରେ ସ୍ୱୈରତନ୍ତ୍ର ବୋଲି ପ୍ରଚଳିତ ହେଉଛି ଓ ଏହା ଏଇ ନିର୍ଦ୍ଦିଷ୍ଟ ଶାସନ ବ୍ୟବସ୍ଥାଟି ପ୍ରାଚ୍ୟଦେଶ ଗୁଡିକରେ କେତେ ସମୟ ସଫଳ ହୋଇ ରହିଥିବ ତାହାକୁ ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ କାରଣ “।ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନଟି ବ୍ରିଟିଶ ମାନଙ୍କ ବିଚାରରେ ପରିଷ୍କାର,ଭାରତରେ ବ୍ରିଟିଶ ଶାସନର ସଂସ୍ଥାପନ। ଯଦିଓ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନେ ବ୍ରିଟିଶ ମାନଙ୍କର ଏହି ଉପନିବେଶୀ ତର୍କର ଚୂଡାନ୍ତ ରୂପକୁ ଖାରଜ କରି ଦେଉଥିଲେ,ତଥାପି ବ୍ରିଟିଶ ଉପନିବେଶବାଦର ତର୍କକୁ ପୁରାପୁରି ଆତ୍ମସ୍ଥ କରିନେଇଥିଲେ,ଅର୍ଥାତ୍ ମହାପୁରୁଷ ମହମ୍ଭଦଙ୍କ ବିଶ୍ୱାସଟି ଏଠାରେ ସ୍ୱୈରତନ୍ତ୍ର ଆକାରରେ ପ୍ରଚଳିତ ତେଣୁ ଏଥିରୁ ମୁକ୍ତି ଲୋଡା।ତେଣୁ ଏଇ ଭଳି ବିଚାରଧାରାଟି ଭାରତୀୟ ସମାଜର ବହୁ ସ୍ତରକୁ ପାଠ୍ୟପୁସ୍ତକ ଓ ଗଣମାଧ୍ୟମ ମାର୍ଫତରେ ବ୍ୟାପୀ ଯାଇ ଦୃଢୀଭୂତ ହୋଇ ରହିଛି ଏବଂ ପୁରୁଷ ପୁରୁଷ ଧରି ଏଇ ଉପନିବେଶବାଦୀ ବିଚାରଧାରାଟି ଖାଦ୍ୟ ଓ ପାକୁଳି କରିବାର ରୋଚକ ସ୍ଥିତିରେ ରହିଅଛି ଯେ,ଆଉରଙ୍ଗଜେବ ଜଣେ ଅତ୍ୟାଚାରୀ ଶାସକ ଆଉ ସେ ଅତ୍ୟାଚାରୀ ଶାସକ ହୋଇ ରହିବା ପଛର କେବଳ କାରଣଟି ହେଉଛି ସେ ଜଣେ ଧର୍ମୋନ୍ମାଦ ମୁସଲମାନ।

ଶତାବ୍ଦୀ ଶତାବ୍ଦୀ ଧରି ଅନେକେ ଆଉରଙ୍ଗଜେବଙ୍କ ଧର୍ମାନ୍ଧତା ଓ ଦୁଷ୍କୃତ୍ୟର ଦୁର୍ବଳ ପ୍ରମାଣଭିତ୍ତିକ କାହାଣୀ ମାନ ପ୍ରଚଳନ କରିଆସିଛନ୍ତି। ସାଧାରଣ ଜନସ୍ମୃତିରେ ଆଉରଙ୍ଗଜେବ ଶତସହସ୍ର ହିନ୍ଦୁଙ୍କୁ ହତ୍ୟାକରିଛନ୍ତି ଓ ଶତସହସ୍ର ମଂଦିରକୁ ଧ୍ୱଂସ କରିଛନ୍ତି ବୋଲି ସଂପୂର୍ଣ୍ଣ ଭ୍ରମାତ୍ମକ ଧାରଣା ରହିଅଛି।ଏହି ସାଧାରଣ ବିଶ୍ୱାସଯୋଗ୍ୟ ଘଟଣାର କୌଣସି ତଥ୍ୟାତ୍ମକ ଐତିହାସିକ ସ୍ଥିତି ନାହିଁ,ଯଦିଓ କିଛି ବିଦ୍ୱାନ ମାନେ ଏହି ସବୁ କାହାଣୀର ଏକ ଅଭିଯୋଗଭିତ୍ତିକ ପୃଷ୍ଟଭୂମୀ ପ୍ରସ୍ତୁତ କରିଛନ୍ତି କାହାଣୀକୁ ବିଶ୍ୱାସଯୋଗ୍ୟ କରିବା ପାଇଁ।ଏଇ ସବୁ ଅଧ୍ୟୟନରେ ଆବଶ୍ୟକ ନିରପେକ୍ଷତା ବଦଳରେ ଆଉରଙ୍ଗଜେବ-ବିଦ୍ୱେଷଟି ପରିଷ୍କାର। କହିବାକୁ ଗଲେ ଏଥିରେ ସବାଶେଷରେ କ’ଣ କୁହାଯିବ ତାହା ପୂର୍ବ ନିର୍ଦ୍ଧାରିତ ଖାଲି ମଧ୍ୟବର୍ତ୍ତୀ ଅଂଶଟିକୁ ଗଢାଯାଇଅଛି।ଉଦାହାରଣ ସ୍ୱରୂପ ଆଉରଙ୍ଗଜେବ-ବିଦ୍ୱେଷୀ ମାନେ ଆଉରଙ୍ଗଜେବ କିଛି ନିର୍ଦ୍ଦିଷ୍ଟ ହିନ୍ଦୁ ମନ୍ଦିର କୁ ଧ୍ୱଂସ କରିବା କଥାକୁ ଖୁବ୍ ଜୋରରେ କହିଲା ବେଳେ ସେ ଅନେକ ହିନ୍ଦୁ ମନ୍ଦିରକୁ ସୁରକ୍ଷା ଦେବା ଓ ବ୍ରାହ୍ମଣ ମାନଙ୍କୁ ବୃତ୍ତି ଓ ବ୍ରହ୍ମଦେୟ ଆକାରରେ ଭୂମୀଦାନ ଦେଇଥିବାର ଐତିହାସିକ ପ୍ରାମାଣିକ କଥାକୁ ଉଠାନ୍ତି ନାହିଁ।ସେହି ବିଦ୍ୱାନ ମାନେ ଆଉରଙ୍ଗଜେବ ହୋଲି ପର୍ବକୁ ନିୟନ୍ତ୍ରୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କଥାକୁ କହିଲା ବେଳେ ସେ ମଧ୍ୟ ମହରମ୍ ଓ ଇଦ୍ ଭଳି ପର୍ବର ପାଳନକୁ ଯେ କଠୋରଭାବରେ ଦମନ କରିଥିଲେ ସେହି ସମନ୍ୱୟଧର୍ମୀ ବିଚାରର କଥା କହନ୍ତି ନାହିଁ।ସେହି ବିଦ୍ୱାନମାନେ ଏଇ କଥାକୁ ବି ପୁରାପୁରି ଏଡାଇଯାଆନ୍ତି ଯେ ଆଉରଙ୍ଗଜେବ ସ୍ୱାସ୍ଥ୍ୟଗତ ବିଷୟରେ ହିନ୍ଦୁ ସନ୍ୟାସୀ ମାନଙ୍କର ପରାମର୍ଶ ପ୍ରାୟତଃ ଲୋଡୁଥିଲେ ଓ ସେ ତାଙ୍କର ଶାସନକାର୍ଯ୍ୟରେ ସହାୟତା କରିବା ପାଇଁ ସମସ୍ତ ମୋଗଲ ସମ୍ରାଟ ଙ୍କ ତୁଳନାରେ ସବୁଠାରୁ ଅଧିକ ହିନ୍ଦୁଙ୍କୁ ନିଯୁକ୍ତି ଦେଇଥିଲେ।ଏହି ଭଳି ବିଶେଷ ଅପ୍ରଚଳିତ ତଥା ଐତିହାସିକ ସତ୍ଯତା ଉପରେ ଆଧାରିତ କଥା ସବୁକୁ ଆଉରଙ୍ଗଜେବଙ୍କ ଭଳି ଜଣେ ଧାର୍ମିକ-ବିଦ୍ୱେଷୀ ସମ୍ରାଟର ଘୃଣାର କଳ୍ପିତ ହିଂସକ ଆଚରଣ ର ପୃଷ୍ଠଭୂମୀରେ ଗ୍ରହଣ କରିବାକୁ ଆମେ ଅସମର୍ଥ ।

ଅବଶ୍ୟ ଆଉରଙ୍ଗଜେବ ତୃଟିଶୂନ୍ୟ ବୋଲି ଆଦୌ କୁହାଯାଇ ପାରିବ ନାହିଁ। ଆଧୁନିକ ଗଣତାନ୍ତ୍ରୀକ, ସାମ୍ୟବାଦୀ ଓ ମାନବିକ ଅଧିକାର ଆଦିକୁ ମାନକ ହିସାବରେ ନେଲେ ଆଉରଙ୍ଗଜେବ ସଂପୂର୍ଣ୍ଣ ବିଫଳ।ଆଉରଙ୍ଗଜେବ ପ୍ରାକ୍-ଆଧୁନିକ ରାଜ୍ୟର ଜଣେ ଶାସକ ଏବଂ ତାଙ୍କର ହିଂସା,ସ୍ୱୈରତା ଆଦି ସମସ୍ତ ଅବଧାରଣା ସେ ବାସକରୁଥିବା ସମୟ ଓ ଅଂଚଳ ଦ୍ୱାରା ହିଁ ପ୍ରଭାବିତ।ଆଉରଙ୍ଗଜେବଙ୍କ ସମସାମୟିକ ରାଜା ମାନେ ହେଉଛନ୍ତି ଇଂଲଣ୍ଡର ଚାର୍ଲସ୍ ଦ୍ୱିତୀୟ ,ଫ୍ରାନ୍ସର ଚତୁର୍ଦ୍ଦଶ ଲୁଇ ଓ ତୁର୍କି ର ଓଟୋମାନ୍ ଶାସକ ସୁଲେମାନ୍ ଦ୍ୱିତୀୟ ।କେହି ବର୍ତ୍ତମାନର ଦୃଷ୍ଟିରେ କହିବନାହିଁ ଯେ ଏଇ ଐତିହାସିକ ବିଶେଷ ଚରିତ୍ରଗୁଡିକ “ଭଲ ରାଜା”ଥିଲେ କାରଣ ବର୍ତ୍ତମାନର ବିଧାନରେ ଅତୀତର ମୂଲ୍ୟାଙ୍କନ କେବେହେଲେ ସଠିକ ହେବନାହିଁ।ଐତିହାସିକ ଅଧ୍ୟୟନ ର ଲକ୍ଷ୍ୟ ସବୁବେଳେ ଅଲଗା।

ଐତିହାସିକ ମାନଙ୍କ ଦୃଷ୍ଟିରେ ଚରିତ୍ର ଟି ସବୁବେଳେ ତାହାର ନିର୍ଦ୍ଦିଷ୍ଟ ଦେଶ ଆଉ କାଳ ର ଉପଜ ଏବଂ ତାହାର କାର୍ଯ୍ଯକଳାପ ତାହା ଅନୁସାରେ ନିୟନ୍ତ୍ରୀତ।ଆମେ କୌଣସି ଦୋଷୀକୁ ଦୋଷମୁକ୍ତ କରିବାକୁ ଉପସ୍ଥିତ ହୋଇନାହୁଁ କି କେଉଁ ଦୋଷୀର କଥାକୁ ପସନ୍ଦ କରିବାକୁ ଆଗଭର ହୋଇ ରହିନାହୁଁ।
ଆମେ ଆମର ରାୟଟିକୁ ଏବେ ସ୍ଥଗିତ ରଖିଥିବୁ ସେଇ ସମୟ ପର୍ଯ୍ୟନ୍ତ ଯେଉଁଠି ଆଉରଙ୍ଗଜେବ ଙ୍କ ରୂପକଥା ଟି ପୂରାପୁରି ମିଳାଇଯାଇଥିବ ତାହାର ପୂର୍ବ ନିର୍ଦ୍ଧାରିତ ପୃଷ୍ଟଭୂମୀରେ ଆଉ ଆମପାଇଁ ପ୍ରସାରିତ ଉନ୍ମୁକ୍ତ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଥିବ ଆଉରଙ୍ଗଜେବଙ୍କ କଥା କହିବାକୁ ଓ ଶୁଣିବାକୁ।

ବୟାଅଶି ବର୍ଷ ବୟସରେ ମୃତ୍ୟୋନ୍ମୁଖୀ ନରପତି ଆଉରଙ୍ଗଜେବ ଲେଖିଥିଲେ ତାଙ୍କର କମ ବଖସ୍ ବୋଲି ପୁଅକୁ।ଦୁଇଟି ଧାଡି:

“ମୁଁ ଅପରିଚିତ ହୋଇ ଆସିଥିଲି,ଏବେ ଯାଉଛି ଅପରିଚିତ ହୋଇ।”

“ସାର୍ବଭୌମତାର ସଶକ୍ତ ମୂଳଦୁଆ ହେଉଛି ଅଦାଲତ।”

(ଏହି ଆଲେଖ୍ୟଟି ଆମେରିକୀୟ ଐତିହାସିକ ଆଉଡ୍ରେ ଟ୍ରୁସକେ ଙ୍କ ପୁସ୍ତକ “ଆଉରଙ୍ଗଜେବ: ଦି ଲାଇଫ୍ ଆଣ୍ଡ ଲିଜେଣ୍ଡ ଅଫ୍ ଇଣ୍ଡିଆସ ମୋଷ୍ଟ କଣ୍ଟ୍ରୋଭର୍ସିଆଲ୍ କିଙ୍ଗ୍(୨୦୧୭)ରେ ଷ୍ଟାନଫୋର୍ଡ ୟୁନିଭର୍ସିଟି ପ୍ରେସ୍ ଦ୍ୱାରା ପ୍ରକାଶିତ) ର ପ୍ରଥମ ଅନୁଚ୍ଛେଦ ର ଅନୁସୃଜନ ।)

Categories
ଜୀବନ ଶୈଳୀ ବିଶେଷ ଖବର

ଆପଣଙ୍କର ଏସିଡିଟି ଅଛି କି ? ତେବେ ଭୟ ନାହିଁ ଏହି ଚାରୋଟି ଉପାୟ ମାନନ୍ତୁ, ମିଳିବ ଆରାମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ପେଟରେ ଅମ୍ଳତା ବା ଏସିଡିଟି ରହିବା ଅତି ସାଧାରଣ ଅଟେ। କିନ୍ତୁ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିବ। ଏସିଡିଟିର ଗମ୍ଭୀର ସମସ୍ୟା ହୁଏ ଯେତେବେଳେ ଆମର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ କାମ କରେ ନାହିଁ।

ଏସବୁର କାରଣ ପାଇଁ ଆମେ ହିଁ ଦାୟୀ। କାରଣ ଠିକ୍ ସମୟରେ ନ ଖାଇବା, ଭୋଜନ ମଧ୍ୟରେ ଅତ୍ୟଧିକ ଫାଙ୍କା ରହିବା। ବିଭିନ୍ନ ବାହାର ଜିନିଷ ଖାଇବା କିମ୍ବା ଅତ୍ୟଧିକ ଖାଇବା ପରି କାମ କରିଥାଉ। ଏହିପରି କାର୍ଯ୍ୟ ଆମେ ଦୈନନ୍ଦିନ ଜୀବନରେ କରିଥାଉ କିନ୍ତୁ ଆମର ଭୁଲ ପ୍ରତି ଧ୍ୟାନ ଦେଇନଥାଉ। ଏହି କାରଣରୁ ଆମର ପେଟର ଅମ୍ଳତା, ଉତ୍ତେଜନା ଏବଂ ପେଟ ବଢେ।

ଆଜି ଆମେ ଆପଣଙ୍କୁ ଅମ୍ଳତା ସହିତ ଜଡିତ କିଛି ଘରୋଇ ଉପଚାର ବିଷୟରେ କହୁଛୁ, ଏହାକୁ ଗ୍ରହଣ କରି ଆପଣ ଶୀଘ୍ର ଅମ୍ଳତାରୁ ସମ୍ପୂର୍ଣ୍ଣ ଆରାମ ପାଇପାରିବେ।

୧- ରାତିରେ ଗରମ କ୍ଷୀରରେ ଏକ ଚାମଚ ମହୁ ପକାଇ ପିଇବା ଦ୍ୱାରା ଏସିଡିଟିରୁ ବହୁତ ଆରାମ ମିଳିଥାଏ।

– ସକାଳେ ଗରମ ପାଣିରେ ଲେମ୍ବୁ ଚିପୁଡି ଏହାକୁ ପିଅନ୍ତୁ। ଲେମ୍ବୁ ପାଣି ପିଇବା ଦ୍ୱାରା ପେଟର ଚର୍ବି ମଧ୍ୟ କମିଯାଏ ଏବଂ ଏସିଡିଟିରୁ ରୁ ମୁକ୍ତି ମିଳିଥାଏ।

୩- ଖାଦ୍ୟ ଖାଇବା ସମୟରେ ଚୋବାନ୍ତୁ ଏବଂ ଧିରେ ଧିରେ ଖାଆନ୍ତୁ। ଏହା ଦ୍ବାରା ଖାଦ୍ୟ ଶୀଘ୍ର ହଜମ ହେବ।

– ଅତ୍ୟଧିକ ଏବଂ ଶୀଘ୍ର ଖାଇବା ଖାଦ୍ୟକୁ ସଠିକ୍ ଭାବରେ ହଜମ କରେ ନାହିଁ, ଯେଉଁ କାରଣରୁ ପେଟ ଗ୍ୟାସ୍, ଏସିଡିଟି ଏବଂ ପେଟ ଯନ୍ତ୍ରଣା ଭଳି ଏକ ଗୁରୁତର ସମସ୍ୟା ଦେଖାଯାଏ।

Categories
ବିଶେଷ ଖବର ସଂସ୍କୃତି

ଆଜି ଜୁଲାଇ ୨୫ ତାରିଖ ରବିବାର ଦିନ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି ।

ବୃଷ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ମିଥୁନ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ । ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

କର୍କଟ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ । ଶତ୍ରୁମାନେ ଜିତିବେ ।

ତୂଳା- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ । ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ । ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

କନ୍ୟା- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ । ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ । ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ଟଙ୍କା ଅଯୋଗ୍ୟ ହେବ ।

ବିଛା- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ ।

ସିଂହ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ ।

ଧନୁ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ । ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ । କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ । ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ ।

ମକର- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ । ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ । ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ ।

କୁମ୍ଭ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ । ଆପଣ ବୁଲିବାକୁ ଯୋଜନା କରିପାରିବେ ।

ମୀନ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ ।

Categories
ଆଞ୍ଚଳିକ

ଚିଲିକା: ୧୯ ବର୍ଷରୁ କମ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହେଲେ ଚାଷଙ୍ଗରା ଗ୍ରାମର ଆଶିଷ

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଉ ଜଣେ ଯୁବ ଖେଳାଳି ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। ଚିଲିକା ବ୍ଲକ ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ଆଶିଷ ସ୍ଵାଇଁ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। କିଟ୍ ରେ ଆଜିଠୁ ଅଗଷ୍ଟ ୨୩ ତାରିଖ ଯାଏଁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ଏଥିରୁ ଆଗାମୀ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ପାଇଁ ଚୁଡାନ୍ତ ୧୪ ଜଣିଆ ଦଳ ମନୋନୀତ ହେବେ। ବର୍ତ୍ତମାନ ଦେଶର ମୋଟ ୨୧ ଜଣ ମନୋନୀତ ଖେଳାଳିଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି।

ତେବେ ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇରାନର ତେହେରାନରେ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ଆୟୋଜିତ ହେବ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡା. ଅଚ୍ୟୁତ ସାମନ୍ତ ଏବଂ ଓଡିଶା ଭଲିବଲ ଆସୋସିଏସନ ସମ୍ପାଦକ ଡା. ଗଗନେନ୍ଦୁ ଦାଶ ଆଶିଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଚୁଡାନ୍ତ ଦଳରେ ସ୍ଥାନ ପାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚାଷଙ୍ଗରା ଗ୍ରାମର ପିତା ଭରତ ସ୍ଵାଇଁ ଏବଂ ଗୀତାଞ୍ଜଳି ସ୍ଵାଇଁଙ୍କ ପୁତ୍ର ଆଶିଷ ଭାଲେରୀ ଉଚ୍ଚ ବିଦ୍ୟାଳୟରରୁ ୨୦୧୯/୨୦ରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଯୁକ୍ତ ଦୁଇର ଦ୍ଵିତୀୟ ବର୍ଷରେ ପାଠ ପଢା ଜାରି ରଖିଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ଲୋକେ ଗର୍ବ ଅନୁଭବ କରିବା ସହ ଆଶିଷଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପତିତପାବନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୮୬୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୮୬୫  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୮,  କଟକରୁ ୩୦୨, ଯାଜପୁରରୁ ୧୪୭, ବାଲେଶ୍ବରରୁ ୧୧୫, ପୁରୀରୁ ୯୯, ଜଗତସିଂହପୁରରୁ ୯୪, ଅନୁଗୁଳରୁ ୮୧, କୋରାପୁଟରୁ ୨୪, ମାଳାକାନାଗିରିରୁ ୨୪, ସମ୍ବଲପୁରରୁ ୨୪, ରାୟଗଡାରୁ ୨୦, ବରଗଡରୁ ୧୪, କନ୍ଧମାଳରୁ ୧୪, କେନ୍ଦୁଝରରୁ ୮, ବଲାଙ୍ଗୀରିରୁ ୭, ଗଞ୍ଜାମରୁ ୭, କଳାହାଣ୍ଡିରୁ ୭, ନବରଙ୍ଗପୁରରୁ ୭, ଗଜପତିରୁ ୫, ସୋନପୁରରୁ ୫, ଝାରସୁଗୁଡାରୁ ୪, ବୌଦ୍ଧରୁ ୩, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୧ ହଜାର ୨୦୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ହଜାର ୪୪୫ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଠାର ହାଇଦର ମୃତ: ବାରିପଦା ଜେଲ ଯାଉଥିବା ବେଳେ ହୋଇଥିଲା ଏନକାଉଣ୍ଟର

ଭୁବନେଶ୍ବର: ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଠାର ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ଵାର ଜେଲରୁ ବାରିପଦା ଜେଲ ଯାଉଥିବା ବେଳେ ପୋଲିସ ସହ ହାଇଦର ଧସ୍ତାଧସ୍ତି କରିଥିଲା। ଏନେଇ ହାଇଦରକୁ ୱାର୍ଣ୍ଣିଂ ଦେଇଥିଲା। ହେଲେ ସେ ପୋଲିସ ବନ୍ଧୁକ ଛଡାଇବା ପାଇଁ ପ୍ରୟାସ କରିଥିଲା। ପରବର୍ତ୍ତୀ ସମୟରେ ସେ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା। ଫଳରେ ପୋଲିସ ତାକୁ ସିମୁଳିଆ ନିକଟରେ ଏନକାଉଣ୍ଟର କରିଥିଲା।

ଏନକାଉଣ୍ଟରରେ ତା ଦେହରେ ୩ ଟି ଗୁଳି ବାଜିଥିବା ବେଳେ ତାକୁ ବାଲେଶ୍ଵର ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଥିଲା। ଏନେଇ ଡିସିପି ସୂଚନା ଦେଇଛନ୍ତି। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଦେହର ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି। ବ୍ୟବଚ୍ଛେଦ ପରେ ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୦୭: ସୁସ୍ଥ ହେଲେ ୧୧୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୬୯୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୫ ହଜାର ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୮୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୩୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୋଇ କଳି ହେଲା କାଳ: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ମହିଳା

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ରେଢାଖୋଲ ଏନ୍‌ଏସି ର କେଳାକଟା ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ରେଢାଖୋଲ ଥାନା କେଳାକଟା ଗ୍ରାମର ପ୍ରତିମା ବୈଠାରୁ ପାରିବାରିକ କଳହକୁ କେନ୍ଦ୍ରକରି ସକାଳେ ବେକରେ ରଶି ଦେଇ ଫଙ୍ଖାରେ ଝୁଲି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ରେଢାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ results.cisce.org ୱେବସାଇଟରେ ଉପଲବ୍ଧ ହେଉଛି। କରୋନା ଯୋଗୁଁ ଚଳିତ ବର୍ଷ ଆଇସିଏସଇର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ହୋଇପାରନଥିଲା।

ତେବେ ପୂର୍ବ ପରୀକ୍ଷା ଆଧାରରେ ଏହି ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ ସିବିଏସଇ ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ଏଯାଏଁ ଘୋଷଣା ହୋଇପାରିନାହିଁ। ଖୁବ ଶୀଘ୍ର ସେହି ପରୀକ୍ଷାର ଫଳ ପ୍ରକାଶ କରିବା ପାଇଁ ସିବିଏସଇ କର୍ତ୍ତୁପକ୍ଷ ଉଦ୍ୟମ ଜାରି ରଖିଛନ୍ତି।