Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୨୫୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୨୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୨୭, କଟକରୁ ୫୪୩, ବାଲେଶ୍ବରରୁ ୨୭୧, ଯାଜପୁରରୁ ୨୫୫, ମୟୂରଭଞ୍ଜରୁ ୧୯୪, ପୁରୀରୁ ୧୭୧, ଭଦ୍ରକରୁ ୧୬୭, ଜଗତସିଂହପୁରରୁ ୧୩୫, ନୟାଗଡରୁ ୧୩୧, ମାଲକାନାଗିରିରୁ ୭୪, ଅନୁଗୁଳରୁ ୭୩, ଢେଙ୍କାନାଳରୁ ୭୧, କୋରାପୁଟରୁ ୬୪, କେନ୍ଦ୍ରାପଡାରୁ ୫୪, ନବରଙ୍ଗପୁରରୁ ୪୯, ରାୟଗଡାରୁ ୪୯, ସୁନ୍ଦରଗଡରୁ ୩୪, ବୌଦ୍ଧରୁ ୨୮, ସମ୍ବଲପୁରରୁ ୨୩, ଗଞ୍ଜାମରୁ ୨୨, ବରଗଡରୁ ୧୯, କେନ୍ଦୁଝରରୁ ୧୮, ଗଜପତିରୁ ୧୭, କନ୍ଧମାଳରୁ ୧୭, କଳାହାଣ୍ଡିରୁ ୧୫, ସୋନପୁରରୁ ୧୪, ବଲାଙ୍ଗୀରିରୁ ୧୦, ନୂଆପଡାରୁ ୮, ଝାରସୁଗୁଡାରୁ ୭, ଦେବଗଡରୁ ୩ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୯୭ ହଜାର ୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୪ ହଜାର ୧୦୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ ହଜାର ୭୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୯୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୭: ସୁସ୍ଥ ହେଲେ ୩୩୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୯୫୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୦ ହଜାର ୩୨୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ଟୀକା କେନ୍ଦ୍ରରେ ଦଲାଲି ରୋକିବା ଲାଗି ସଜବାଜ ହେଉଛି ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ବିଭିନ୍ନ ଟୀକାକେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାର ଖବର ଗତକଲି ଏବଂ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ।

ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ବ୍ୟକ୍ତିଗତ ଭାବେ କଳକଳେଶ୍ୱର, ବିରିବାଡି ଏବଂ ବଉଳାବନ୍ଧ ଟୀକା କେନ୍ଦ୍ର ଗୁଡିକ ପରିଦର୍ଶନକୁ ଯାଇ ଟୀକାକରଣ ପ୍ରକ୍ରିୟା ତଦାରଖ କରିଥିଲେ। ପ୍ରତି କେନ୍ଦ୍ରରେ ଟୀକାକରଣ କିପରି ସରଳିକରଣ ହେଇପାରିବ ଏବଂ ଟୀକା କେନ୍ଦ୍ରରେ ବାହ୍ୟ ହସ୍ତକ୍ଷେପ କିପରି ବନ୍ଦ ହେବ ସେ ନେଇ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ମାନଙ୍କ ସହ ଶ୍ରୀ ପଟ୍ଟନାୟକ ଆଲୋଚନା ମଧ୍ୟ କରିଥିଲେ।

ସେହିପରି ଭାବେ ଗସ୍ତ ସମୟରେ ବିଭିନ୍ନ ନାଗରିକମାନଙ୍କୁ ଦ୍ଵିତୀୟ ଡୋଜର ଗୁରୁତ୍ୱ ବିଷୟରେ ଅବଗତ କରାଇବା ସହ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ପ୍ରାଧାନ୍ୟ ଦେବାପାଇଁ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

ଅନୁରୂପ ଭାବେ ଆଜି ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ ଏବଂ ଅତିରିକ୍ତ ବିଡ଼ିଓ ଅପରାଜିତା ସ୍ୱାଇଁ ମଧ୍ୟ ବିରିବାଡି, କଳକଳେଶ୍ୱର ସ୍ଥିତ ଟୀକା କେନ୍ଦ୍ର ପରିଦର୍ଶନକୁ ଯାଇ ବିଭିନ୍ନ ବ୍ୟବସ୍ଥା ପରଖିଥିଲେ। ଟୀକା କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ଉପସ୍ଥିତି ରହିବା ସହ ପୋଲିସ ପ୍ରଶାସନ ଦ୍ୱାରା ଶୃଙ୍ଖଳିତ ଭାବେ ଟୀକାକରଣ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ ବିଡ଼ିଓ।

ତେବେ ଟୀକାକେନ୍ଦ୍ର ଗୁଡିକକୁ ଦଲାଲମୁକ୍ତ ନିମନ୍ତେ ପ୍ରଶାସନର ଉକ୍ତ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାର ପ୍ରଭାବ କିଭଳି ରହୁଛି, ତାହା ଦେଖିବା ବାକି ରହିଲା।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ବିଧାନ ପରିଷଦ: ସମର୍ଥନରେ ପଡିଲା ୧୯୬ ଭୋଟ

କଲିକତା: ପଶ୍ଚିମବଙ୍ଗରେ ବିଧାନ ପରିଷଦର ଗଠନ ପାଇଁ ମଞ୍ଜୁରୀ ମିଳିଛି। ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସମ୍ବିଧାନ ଧାରା ୧୬୯ ଜରିଆରେ ରାଜ୍ୟରେ ବିଧାନ ପରିଷଦର ଗଠନକୁ ନେଇ ପ୍ରସ୍ତାବ ପାରିତ ହୋଇଛି।

ବର୍ତ୍ତମାନ ଏହାକୁ ଲାଗୁ କରିବା ପାଇଁ ହେଲେ ସଂସଦର ଉଭୟ ଗୃହରେ ପାରିତ କରିବାକୁ ପଡିବ। ପଶ୍ଚିମବଙ୍ଗ ବିଧାନସଭାରେ ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ଭୋଟିଂ କରାଯାଇଥିଲା। ଭୋଟିଂରେ ୨୬୫ ଜଣ ବିଧାନସଭା ସଦସ୍ୟ ଭାଗ ନେଇଥିଲେ। ଯେଉଁଥିରେ ୧୯୬ ଜଣ ଏହି ପ୍ରସ୍ତାବ ସମର୍ଥନରେ ଭୋଟ କରିଥିବା ବେଳେ ୬୯ ଜଣ ବିରୋଧରେ ଭୋଟ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବା ଲାଗି ପ୍ରତିଶୃତି ଦେଇଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧୪୫୦ ଜଣ ନାଗରିକ ନେବେ ଟୀକା: ଦ୍ଵିତୀୟ ଡୋଜକୁ ପ୍ରଶାସନର ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୪୫୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବାକୁ ଥିବାବେଳେ ଚିଲିକାରେ କେବଳ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଡୋଜ ଦିଆଯିବ ଏବଂ ଅନ୍ୟ କେନ୍ଦ୍ର ଗୁଡିକରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ(କେବଳ ଦ୍ଵିତୀୟ ଡୋଜ)- ୨୦୦ ଡୋଜ

୨- ସୀଙ୍ଗେଶ୍ୱର ପ୍ରାଥମିକ ବିଦ୍ୟାଳୟ , ସୀଙ୍ଗେଶ୍ୱର ଗ୍ରା.ପ- ୧୦୦ ଡୋଜ

-ବଡ଼କୂଳ ଉଚ୍ଚ ବିଦ୍ୟାଳୟ ,ବଡ଼କୁଳ ଗ୍ରା.ପ- ୧୦୦ ଡୋଜ

୪- କାଳିଜାଇ ୟୁଜିଏମଇ ବିଦ୍ୟାଳୟ, ମାନସିଂହପୁର ଗ୍ରା. ପ- ୧୦୦ ଡୋଜ

୫- ଚିଲିକା ଉଚ୍ଚ ବିଦ୍ୟାପୀଠ, ହାଟବରଡ଼ି ଗ୍ରା.ପ- ୧୫୦ ଡୋଜ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ- ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ( ଦ୍ଵିତୀୟ ଡୋଜ), ସମୟ- ଅପରାହ୍ନ ୧ ରୁ ୪ ଘଟିକା

କିପରି ନେବେ:

ଟୀକା କେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ଭୁବନେଶ୍ୱର ଏମସ୍ ପରିସରରେ ଖୋଲାଯିବ ଅଗ୍ନିଶମ ସେବା କେନ୍ଦ୍ର: ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର ଏମସ୍ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି।

ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଧିକାରୀଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ। ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି। ଏମସ୍ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ କଟକସ୍ଥିତ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ବୁର୍ଲା ଭିମସାରରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି। ସାରା ରାଜ୍ୟରେ ବର୍ତ୍ତମାନ ୩୩୮ ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ଆକ୍ରମଣ ଘଟଣା: ଗଞ୍ଜାମ ଜିଲ୍ଲାକୁ ବଦଳି ହେଲେ ଅବକାରୀ ସବ ଇନ୍ସପେକ୍ଟର

ଭୁବନେଶ୍ବର: ନୟାଗଡ ଜିଲ୍ଲାରେ ୨ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅବକାରୀ ସବ ଇନ୍ସପେକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅବକାରୀ ସବ ଇନ୍ସପେକ୍ଟର ଧନଞ୍ଜୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନୟାଗଡ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ବଦଳି ଆଦେଶ ହୋଇଛି। ଧନଞ୍ଜୟଙ୍କୁ ତୁରନ୍ତ ରିଲିଭ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ ଅବକାରୀ ସୁପରିଣ୍ଟେଣ୍ଡ ଏନେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର

ଯୁବକଙ୍କୁ ହତ୍ୟା ଘଟଣା: ୬ଜଣକୁ କୋର୍ଟ ଚାଲାଣ, ୪ ଟାଙ୍ଗିଆ ସହ ୨ ଲାଠି ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଗତ ୪ ଜୁଲାଇ ରେ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଆଜି ଅଟକ ୬ ଜଣଙ୍କ ନାମରେ ହତ୍ୟାମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ରେଢାଖୋଲ ପୋଲିସ୍।

ସୂଚନା ଯୋଗ୍ୟ ଯେ- ଗତ ୪ ଜୁଲାଇରେ ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ତାଙ୍କ ବଂଶର ଭାଇ ମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ। ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିଲା। ଏପରିକି ମୃତ୍ୟୁ ବରଣ କରିଥିବା ନିଲୁ ସାହୁର ବାପା ଫକିର ମୋହନ ସାହୁଙ୍କୁ ମଧ୍ୟ ଠେଙ୍ଗାରେ ମାଡ ମାରି ଥିଲେ। ସେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ। ତାଙ୍କର ଡାହାଣ ହାତ ମଧ୍ୟ ଜଖମ ହୋଇଥିଲା। ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା।

ମୃତ ନିଲୁ ସାହୁର ବାପାଙ୍କର ଅଭିଯୋଗ କ୍ରମେ ପୋଲିସ୍ ଗ୍ରାମର ବଳରାମ ସାହୁ(୫୦), ମୁଖ୍ୟ ଅଭିଯୁକ୍ତ ସୁନୀଲ୍ ସାହୁ(୨୬), ଅନିଲ୍ ସାହୁ(୨୦), ଶାନ୍ତି ସାହୁ(୪୫), ବସୁଦେବ ସାହୁ(୭୪), ରାଧା ସାହୁ(୬୫) କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୪ଟି ଟାଙ୍ଗିଆ ସହ ୨ ଟି ଲାଠି ପୋଲିସ୍ ଜବତ କରିଛି । ସେମାନଙ୍କ ନାମରେ ରେଢାଖୋଲ କେସ୍ ନଂ ୧୨୧/ ତା୫/୭/୨୦୨୧ ୟୁ/ଏସ୍ ୧୪୭/୧୪୮/୪୪୮/୩୦୨/୩୦୭/୧୪୯ ଆଇପିସି ରେ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ୍ କହିଛି।

ସେମାନଙ୍କ ଜାମିନ୍ ନାମଞୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ତଦନ୍ତକାରୀ ଅଧିକାରୀ ଭାବରେ ଥିବା ବେଳେ ସବ୍ ଇନସ୍‌ପେକଟର ବୈଭବମାଳା ସ୍ୱାଇଁ, ଏସ୍ ଆଇ ସୋମ୍ୟ ରଞନ ମାହାଲିକ୍‌, ଏସ୍‌ଆଇ ତ୍ରିବେଣୀ ପ୍ରଧାନ ହାବିଲ୍‌ଦାର ଗୋକୁଳ ପ୍ରଧାନ, କନେଷ୍ଟବଲ୍ ବିନେଶ୍ ନାୟକ , ଯୁଧିଷ୍ଠିର ବେହେରା, କନେଷ୍ଟବଲ୍ ରଶ୍ମିତା ଜଗତ ପ୍ରମୁଖ ତଦନ୍ତରେ ସାମିଲ୍ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି

ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଅଗ୍ନିକାଣ୍ଡ ଯୋଗୁଁ ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବ ପତ୍ର ଜଳି ଯାଇଥିବା ଶୁଣିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ଅଗ୍ନିଶମ ବାହିନୀକୁ ପକ୍ଷରୁ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ସରିଲା, ଫେରିବେ ଓଡିଶା

ଭୁବନେଶ୍ବର, ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ମେ 2015 ମସିହାରେ ଯୋଗ ଦେଇଥିଲେ। ଛଅ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଆସୁଥିଲେ।

ତାଙ୍କର କାର୍ଯ୍ୟକାଳ ସରିଯାଇଥିବାରୁ ଆଜି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ତ୍ରିପୁରୀ ରାଜ୍ୟପାଳ ରମେଶ ବାଏସଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି। ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଫେରିଆସିବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଓଡିଶା ଆସିବା ପରେ ସେ ପରବର୍ତ୍ତି ପଦକ୍ଷେପ ଉପରେ କିଛି ନିଷ୍ପତି ନେବେ ବୋଲି ଜଣାପଡିଛି।

Categories
RathJatra ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା ପ୍ରସଙ୍ଗ: ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରଂକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇନାହାନ୍ତି। କେବଳ ପୁରୀରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ପାଇଁ ଦାବି ହେଉଥିଲା। ଏନେଇ ଓଡିଶା ଉଚ୍ଚ ନ୍ୟାୟଳୟରେ ଏକ ଆବେଦନ କରାଯାଇଥିଲା। ହେଲେ ଓଡିଶା ଉଚ୍ଚ ନ୍ୟାୟଳୟ ଏହାର ଶୁଣାଣି କରି କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହାର ବିଚାର କରି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହିତ ସହମତ ହୋଇଛନ୍ତି। ଫଳରେ ଅନ୍ୟ ସହରରେ ରଥଯାତ୍ରା ଅନୁଷ୍ଠିତ କରାଇବା ଲାଗି ହୋଇଥିବା ଆବେଦନ ଖାରଜ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀଙ୍କୁ କରାଗଲା ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନିଶ୍ଚିତ ହୋଇଛି। କାରଣ କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚାନ୍ଦ ଗେହଲଟଙ୍କୁ ଆଜି କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ 8ଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। ସେହି ଅନୁସାରେ

  1. ବନ୍ଦାରୁ ଦତ୍ତାତ୍ରୟ ହେଲେ ହରିୟାଣା ରାଜ୍ୟପାଳ, ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିଲେ
  2. ହରି ବାବୁ କମ୍ଭମପତି ହେଲେ ମିଜୋରାମ ରାଜ୍ୟପାଳ
  3. ମଙ୍ଗୁଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ
  4. ଥାବର ଚାନ୍ଦ ଗେହଲଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ
  5. ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ
  6. ସତ୍ୟଦେବ ନାରାୟଣ ଆର୍ଯ୍ୟ ହେଲେ ତ୍ରିପୁରା ରାଜ୍ୟପାଳ, ପୂର୍ବରୁ ହରିୟାଣା ରାଜ୍ୟପାଳ ଥିଲେ
  7. ରମେଶ ବାଏସ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ପୂର୍ବରୁ ତ୍ରିପୁରା ରାଜ୍ୟପାଳ ଥିଲେ
  8. ପିଏସ୍.ଶ୍ରୀଧରନ ପିଲ୍ଲାଇ ହେଲେ ଗୋଆ ରାଜ୍ୟପାଳ, ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ
Categories
CBSE10TH CBSE12th ଜାତୀୟ ଖବର ବିଶେଷ ଖବର

BREAKING NEWS: ଚଳିତ ଶିକ୍ଷା ବର୍ଷକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ CBSE ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ – CBSE ଚଳିତ ଏକାଡେମିକ୍ ଅଧିବେଶନ 2021-22 କୁ ଦୁଇ ଅବଧିରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଅବଧୀରେ ପ୍ରାୟ ପଚାଶ ପ୍ରତିଶତ ପାଠ୍ୟକ୍ରମ ରହିବ। ଏହାକୁ ବୋର୍ଡ ଟର୍ମ-1 ଏବଂ ବୋର୍ଡ ଟର୍ମ- 2 ବୋଲି ନାମିତ କାରଯିବ।

ସିବିଏସ୍ଇ କହିଛି ଯେ ବିଭାଜିତ ସିଲାବସ୍ ଆଧାରରେ ବୋର୍ଡ ପ୍ରତ୍ୟେକ କାର୍ଯ୍ୟକାଳ ଶେଷରେ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟରେ ବୋର୍ଡ ଟର୍ମ- I ପରୀକ୍ଷା  ନଭେମ୍ବର-ଡିସେମ୍ବର 2021 ମଧ୍ୟ ଭାଗରେ ଅନୁଷ୍ଠିତ ହେବ।

ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବା ପରେ ବୋର୍ଡ ଟର୍ମ-୨ ର ସଂଶୋଧିତ ସିଲାବସ୍ ଉପରେ ଆଧାର କରି ବର୍ଷ ଶେଷରେ ପରୀକ୍ଷା କରିବ। ଏହି ପାଠ୍ୟକ୍ରମରେ ସମୁଦାୟ ପାଠ୍ୟକ୍ରମର ପ୍ରାୟ ପଚାଶ ପ୍ରତିଶତ ଅଂଶ ରହିବ।

ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଚ୍ଚ-ଏପ୍ରିଲ 2022 ମଧ୍ୟରେ ଏହି ପରୀକ୍ଷା କରାଯିବ। ବର୍ତ୍ତମାନ ବୋର୍ଡ ଏହି ନିଷ୍ପତି ଅନୁସାରେ ଛାତ୍ରଛାତ୍ରୀମାନେ ଦୁଇଥର ବୋର୍ଡ ପରୀକ୍ଷା ଦେବେ।

ବୋର୍ଡ ଏକ ବିବୃତ୍ତିରେ କହିଛି ଯେ ଶିକ୍ଷା ବିଶେଷଜ୍ଞଙ୍କ ମତାମତ ଏବଂ ବିଷୟଗୁଡ଼ିକର ପାରସ୍ପରିକ ସମ୍ପର୍କକୁ ଧ୍ୟାନରେ ରଖି ବ୍ୟବସ୍ଥିତ ପଦ୍ଧତି ଆଧାରରେ ଏକାଡେମିକ୍ ଅଧିବେଶନ 2021-22 କୁ ବିଭକ୍ତ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରଗରମ ରାଜନୀତି, ନେତାଙ୍କ ଦିଲ୍ଲୀ ଆଗମନ ଆରମ୍ଭ, ଅପରାହ୍ନରେ ବୈଠକ

ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ ତଥା ଅଦଳ ବଦଳ ନେଇ ଆଜି ସକାଳୁ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବଡବଡ ନେତାଙ୍କ ଘରେ ପଂଇତରା ମାରିବା ଆରମ୍ଭ କରିଦେଲେଣି। କେତେକ ବିମାନ ବନ୍ଦରରେ ଡେରା ପକାଇଛନ୍ତି। କିଏ ସେ ଦିଲ୍ଲୀ ଆସୁଛି ସେ ନେଇ ଖବର ସଂଗ୍ରହ କରିବା ଆରମ୍ଭ ହୋଇଯାଇଛି।

ସୁତ୍ର ଅନୁସାରେ ବର୍ତ୍ତମାନ ଧିରେ ଧିରେ ନୂଆ ଦିଲ୍ଲୀକୁ ନେତାମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ 3 ଟା 30ରେ ଦିଲ୍ଲୀରେ ପହଁଚୁଥିବାର ଜଣାପଡିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆଉ କେତେକ ନେତା ମଧ୍ୟ ଆଜି ଅପରାହ୍ନରେ ଦିଲ୍ଲୀର ପହଞ୍ଚୁଥିବା ଜଣାପଡିଛି।

ଏକ ବିଶେଷ ସୁତ୍ରର ଖବର ଅନୁସାରେ ଆଜି ଅପରହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଶେଷ ସ୍ପର୍ଶ ଦେବେ। ସେଥିପାଇଁ ସେ ଗୃହମନ୍ତ୍ରୀ ଅମିତ ସାହା ଏବଂ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହିତ ଅପରାହ୍ନରେ ଆଲୋଚନା କରିବେ। ପୂର୍ବରୁ ଏମାନଙ୍କର ଅନେକ ଥର ବୈଠକ ବସି ତାଲିକା ପ୍ରସ୍ତୁତ ସରିଛି। ତେବେ ଆଜି ଏହି ବୈଠକରେ ଶେଷ ସ୍ପର୍ଶ ଦିଆଯିବା ସହ ନୂଆ ମନ୍ତ୍ରୀମାନଙ୍କୁ ଫୋନ କରି ଦିଲ୍ଲୀ ଡକାଯିବ ବୋଲି ଜଣାପଡିଛି। ତେବେ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତାକାଲି କିମ୍ବା ଗୁରୁବାରରେ ଏହି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ କୁଜଙ୍ଗ ବଜାରରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ,ବୈଠକରେ ନିଷ୍ପତି

ରମେଶ ମହାନ୍ତି
ଜଗତସିଂହପୁର: ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ କୁଜଙ୍ଗ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ କୁଜଙ୍ଗ ଓ ବାଲିକୁଦାରେ ଅଧିକ ହେଉଛି। ବର୍ତ୍ତମାନ କୋଭିଡ୍ ସଂକ୍ରମଣ ୧୦ ପ୍ରତିଶତରୁ ତଳେ ୭ ପ୍ରତିଶତ ରହିଛି ଏବଂ ଜିଲ୍ଲାରେ ୫ ପ୍ରତିଶତରୁ ଅଧିକ ରହୁଛି। ଟୀକାକରଣ ପ୍ରକ୍ରିୟା ଜିଲ୍ଲାରେ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨ଲକ୍ଷ ୨୦ହଜାର ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି। ଏବେ ସୁଦ୍ଧା ବହୁଲୋକ ଟୀକା ନେଇନାହାଁନ୍ତି। ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଦୋକାନ ଗୁଡିକରେ ଭିଡ ନକମିବାରୁ ଓ ଲୋକମାନେ ସଚେତନ ନହେବାରୁ ବାଧ୍ୟହୋଇ କୁଜଙ୍ଗ ବଜାରକୁ ସଟଡାଉନ୍ କରିବାକୁ ପଡିଲା।

ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ମାନଙ୍କର ଜୀବିକାକୁ ଦୃଷ୍ଟିରେ ରଖି ଗତକାଲି ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ମତାମତ ନେଇ କୋଭିଡ୍ ଗାଇଡଲାଇନ୍ ମାନି ଦୋକାନ ଖୋଲିବାକୁ ପଡିବ ବୋଲି କୁହାଯାଇଥିଲା। ସରକାରଙ୍କର ତାଲା ବନ୍ଦର ଉଦ୍ଦେଶ୍ୟ ହେଉଛି କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା। କୁଜଙ୍ଗ ବଜାରର ପରିବା ମାର୍କେଟ ଓ ଲୁଗା ଦୋକାନ ମାନଙ୍କରେ ଅଧିକ ଭିଡ଼ ପରିଲକ୍ଷିତ ହେଉଥିବାରୁ ଦୋକାନୀ ମାନେ ଗ୍ରାହକଙ୍କୁ ଧାଡିରେ ଆସିବା, ମାସ୍କ୍ ପରିଧାନ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗ୍ରାହକମାନଙ୍କୁ ସଚେତନ କରାଇବେ ବୋଲି କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଏହି ବୈଠକରେ ପ୍ରକାଶ କରିଥିଲେ।

ସମସ୍ତ ବଜାର କମିଟି କର୍ମକର୍ତ୍ତାମାନଙ୍କୁ ଟୀକା ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହିତ ଦୋକାନ ସିଲ୍ ଓ ଫାଇନ୍ ଦେବା ସତ୍ତ୍ୱେ ଯେଉଁମାନେ କୋଭିଡ୍ ନିୟମାବଳୀକୁ ବାରମ୍ବାର ଭାଙ୍ଗିବେ ସେମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ରୁଜୁ କରାଯିବ ବୋଲି ପ୍ରକାଶ କରିଥିଲେ।

ବୈଠକରେ ନିଷ୍ପତ୍ତି ଅନୁଯାୟୀ କୁଜଙ୍ଗ ପରିବା ମାର୍କେଟକୁ ସ୍ଥାନାନ୍ତରିତ କରାଯିବ। କୁଜଙ୍ଗ ମେନ୍ ରୋଡରୁ କୋର୍ଟଛକ ବାଇକ୍ (ମୋଟର ସାଇକେଲ) ଯାତାୟତ ଉପରେ ପ୍ରତିବନ୍ଧକ ରହିବ, ଏଥିପାଇଁ କୁଜଙ୍ଗ ବ୍ଲକ ପଡିଆରେ ବାଇକ୍ ଷ୍ଟାଣ୍ଡ କରାଯିବ ଏବଂ କୋଭିଡ୍ ଗାଇଡଲାଇନ ପାଳନ ପୂର୍ବକ ଆସନ୍ତା କାଲିଠାରୁ ସମସ୍ତ ଦୋକାନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଭିଡ ନିୟନ୍ତ୍ରଣ ନିମନ୍ତେ ପୋଲିସ୍ ମୃତୟନ ପାଇଁ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ଗ୍ରହଣ କରିବେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଜରୁରୀ ବିଭାଗ /ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା ଶଶାଙ୍କ ଶେଖର ଲେଙ୍କା, କୁଜଙ୍ଗ ବଜାର କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୪ ହଜାର ୭୦୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୭୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୬ ଲକ୍ଷ ୧୯ ହଜାର ୯୩୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୫୨ ହଜାର ୨୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୬୪ ହଜାର ୩୫୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫୧ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୨୯୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୯୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ, କଟକ, ଯାଜପୁର, ନୟାଗଡ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୪ ହଜାର ୧୦୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ ହଜାର ୭୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୯୮ କୁ ବୃଦ୍ଧି ହୋଇଛି।

Categories
PIB_NEWS ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ନଭେମ୍ବରରେ ହେବ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଉନମୋଚିତ ହେଲା ପୋଷ୍ଟର

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର 52 ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୋଷ୍ଟର ଉନମୋଚନ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ମହୋତ୍ସବର ନିୟମ ଉପରେ ଏକ ବୁକଲେଟ୍ ମଧ୍ୟ ପ୍ରକାଶ ପାଇଛି।

ଚଳିତ ବର୍ଷ ନଭେମ୍ବର 20 ରୁ 28 ନଭେମ୍ବର ପର୍ଯ୍ୟନ୍ତ ଗୋଆରେ ଏହି ଫିଲ୍ମ ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ଏସିଆର ସର୍ବ ପୁରାତନ ଚଳଚ୍ଚିତ୍ର ମହୋତ୍ସବ ଭାବେ ବିବେଚନା କରାଯାଏ। ଏହା ହେଉଛି ଭାରତର ସବୁଠାରୁ ବଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ।

ଗୋଆ ସରକାର ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ସହ ମିଳିତ ଭାବେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହା ଆୟୋଜିତ ହେଉଛି । ଏହା ହାଇବ୍ରିଡ୍ ଫର୍ମାଟରେ କରାଯିବ ।

ଭାରତ ଏବଂ ବିଶ୍ବର ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରତିବର୍ଷ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୁଏ । ଅଂଶଗ୍ରହଣ କରିବାକୁ ଏଣ୍ଟ୍ରିଗୁଡିକ 31 ଅଗଷ୍ଟ ସୁଦ୍ଧା ପଠାଯାଇପାରିବ । ଭାରତୀୟ ସିନେମାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସତ୍ୟଜିତ୍ ରୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶକ ତାଙ୍କ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଚାରିଶହ ତଳକୁ ଖସୁ ନାହିଁ କଟକ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା, ଆହୁରି ହୋଇପାରେ କଡା ନିୟମ

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟର ସମସ୍ତ ଜିଲ୍ଲାର କରୋନା ପରିସ୍ଥିତ ନିୟନ୍ତ୍ରଣକୁ ଆସୁଥିବା ବେଳେ କଟକ ଖୋର୍ଦ୍ଧାର ସ୍ଥିତି ବଦଳିବାର ନାଁ ଧରୁ ନାହିଁ। ଗତ କିଛି ଦିନ ଧରି ଏହି ଦୁଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ତଳକୁ ଖସୁ ନାହିଁ।  ଅବଶ୍ୟ ପୂର୍ବରୁ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଥିଲା ସେଥିରେ ଅବଶ୍ୟ ପରିବର୍ତ୍ତନ ହୋଇଛି। ତେବେ ସଦ୍ୟତମ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୭୯
୨- ବାଲେଶ୍ୱର ଜିଲ୍ଲାରୁ – ୧୫୭
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୧୧୩
୫- ବଲାଙ୍ଗୀର ଜିଲ୍ଲାରୁ – ୧୬
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୪୨୨
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୫୯
୧୦- ଗଜପତି ଜିଲ୍ଲାରୁ – ୧୧
୧୧- ଗଞ୍ଜାମ ଜିଲ୍ଲାରୁ – ୧୪
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୬
୧୩- ଯାଜପୁର ଜିଲ୍ଲାରୁ – ୨୦୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୨
୧୫- କଳାହାଣ୍ଡି ଜିଲ୍ଲାରୁ – ୭
୧୬- କନ୍ଧମାଳ ଜିଲ୍ଲାରୁ – ୨୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୭
୧୮- କେନ୍ଦୁଝର ଜିଲ୍ଲାରୁ – ୬୮
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୪୦୭
୨୦- କୋରାପୁଟ ଜିଲ୍ଲାରୁ – ୫୨
୨୧- ମାଲକାନଗିରି : ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୩
୨୩- ନବରଙ୍ଗପୁର ଜିଲ୍ଲାରେ: ୨୩
୨୪- ନୟାଗଡ଼ ଜିଲ୍ଲାରୁ – ୮୦
୨୫- ନୂଆପଡ଼ା ଜିଲ୍ଲାରୁ – ୫
୨୬- ପୁରୀ ଜିଲ୍ଲାରୁ – ୧୫୪
୨୭- ରାୟଗଡ଼ା ଜିଲ୍ଲାରୁ – ୨୬
୨୮- ସମ୍ବଲପୁର ଜିଲ୍ଲାରୁ – ୨୬
୨୯- ସୋନପୁର ଜିଲ୍ଲାରୁ – ୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୮
୩୧- ଷ୍ଚେଟ ପୁଲରୁ: ୭୬

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଢେଇ ହଜାର ତଳକୁ ଖସିଲା କରୋନା ଗ୍ରାଫ୍, ନିୟନ୍ତ୍ରଣକୁ ଆସୁଛି ମହାମାରି ପରିସ୍ଥିତ

ଭୁବନେଶ୍ବର, ରାଜ୍ୟରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ତିନିହଜାର ପାଖାପାଖି ରହୁଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଏହା ଅଢେଇ ହଜାର ତଳକୁ ଖସି ଆସିଛି।

ସଦ୍ୟତମ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 2 ହଜାର 487 ନୂଆ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନରୁ 1428 ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି 1059 । ଗତକାଲି ରାଜ୍ୟରୁ 2 ହଜାର ୮03 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରାଜ୍ୟର ବେସରକାରୀ ହସ୍ପିଟାଲମାନଙ୍କ ପାଖରେ ଉପଲବ୍ଧ ଅଛି ୨.୦୧ କୋଟିରୁ ଅଧିକ ଡୋଜର ଟିକା

ନୂଆଦିଲ୍ଲୀ, ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଜୁନ ୨୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର‌୍ୟ୍ୟାୟ ଆରମ୍ଭ ହୋଇଛି ।

ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର‌୍ୟ୍ୟାୟ ସାର୍ବଜନୀନ କୋଭିଡ-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୩୬.୯୭ କୋଟି ଡୋଜରୁ ଅଧିକ (୩୬,୯୭,୭୦,୯୮୦) ଟିକା ଉପଲବ୍ଧ କରାଇଛନ୍ତି ।

ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୩୪,୯୫,୭୪,୪୦୮ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲମାନଙ୍କ ନିକଟରେ ଆହୁରି ୨.୦୧ କୋଟି (୨,୦୧,୯୬,୫୭୨) ଡୋଜରୁ ଅଧିକ କୋଭିଡ ଟିକା ବଳକା ଏବଂ ଅବ୍ୟବହୃତ ଭାବେ ସେମାନଙ୍କ ନିକଟରେ ଉପଲବ୍ଧ ଅଛି ।