Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଗୁରୁବାରରେ ସ୍ବାସ୍ଥ୍ୟ ଭଲ ରହିବ

କୁମ୍ଭ : – ଆଜି ତୁମର ଦିନ ମଧ୍ୟମ ଫଳପ୍ରଦ ଅଟେ । ଘର ବ୍ୟବସାୟରେ ସାବଧାନ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, କିନ୍ତୁ ମନ ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହେବ। କିଛି ସୁନ୍ଦର ସ୍ଥାନ ପରିଦର୍ଶନ ପାଇଁ ଯୋଗ ପ୍ରସ୍ତୁତ କରାଯାଉଛି । ହଠାତ୍ ମୁଦ୍ରା ଲାଭ ହୋଇପାରେ ।

ମୀନ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ସୁଖଦ ଘଟଣା ଘଟିବ । ଏହି ରୋଗରେ ପୀଡିତଙ୍କ ଅବସ୍ଥାରେ ଉନ୍ନତି ସହିତ ସନ୍ତୁଷ୍ଟ ହେବାର ସମ୍ଭାବନା ରହିବ ।

 

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାରରେ ମାନସିକ ଦ୍ବନ୍ଦରେ ପଡିପାରନ୍ତି

ଧନୁ : – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱର ଦିନ ହେବ । ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ ।

ମକର : – ଆଜି ତୁମର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାର ନ କରିବାକୁ ପରାମର୍ଶ ଦିଆଯାଇଛି। କ୍ରୋଧରୁ ଦୂରରେ ରୁହନ୍ତୁ । ସରକାରୀ କାର୍ଯ୍ୟରେ ବାଧା ଉପୁଜିବ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ସର୍ବୋତ୍ତମ ହେବ

ମେଷ: – ଆଜି ଆପଣ ଦିନଟି ଖୁସିରେ ବିତାଇବେ । ବୌଦ୍ଧିକ ପ୍ରବୃତ୍ତି ଏବଂ ଆଲୋଚନା ପାଇଁ ଦିନଟି ଭଲ । ଆଜି ତୁମେ ତୁମର କଳ୍ପନାର ସର୍ବୋତ୍ତମ ବ୍ୟବହାର କରିପାରିବ । ପିଲାଠାରୁ ଭଲ ଖବର ପାଇ ମନ ଖୁସି ହେବ ।

ବିଛା : – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ନିଯୁକ୍ତ ଏବଂ ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ କୃପା ରହିବ।

Categories
ଆଜିର ଖବର ଧର୍ମ

ଏହି ଦୁଇ ରାଶି ବ୍ୟକ୍ତିଙ୍କର ଗୁରୁବାର ଦିନଟି ରହିବ ବେଶ ସୁଖମୟ

ବୃଷ : – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କୀୟଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି। ତଥାପି କୌଣସି ଅସୁବିଧା ଘଟିବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ।

ସିଂହ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ଅଟେ । ଆଧ୍ୟାତ୍ମିକତା ଏବଂ ଚିନ୍ତା ଶକ୍ତି ଭଲ ରହିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଗୁରୁବାରରେ ଏକାଗ୍ରତାର ରହିବ ଅଭାବ

କନ୍ୟା: – ଆଜି ଆପଣଙ୍କ ଭିତରେ ଏକାଗ୍ରତାର ଅଭାବ ରହିବ । ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ପୁଞ୍ଜି ବିନିଯୋଗରେ ବିଶେଷ ଧ୍ୟାନ ଆବଶ୍ୟକ । ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତୁ, କାରଣ ସେମାନେ ବିଚ୍ଛିନ୍ନ ହୋଇପାରନ୍ତି ।

ତୂଳା: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ପ୍ରିୟଜନ, ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ, ପାଇବେ ସଫଳତା

ମିଥୁନ: – ଯଦି ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଏକ ସାକ୍ଷାତ ଅଛି । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ପ୍ରତିଯୋଗୀମାନଙ୍କ ଉପରେ ବିଜୟ ପାଇବେ ।

କର୍କଟ : – ଆଜି ହଠାତ୍ ମୁଦ୍ରା ଲାଭ ହୋଇପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଯାହା ଘରକୁ ନଷ୍ଟ କରିପାରେ । ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରା ଉପରେ ସଂଯମ ରଖନ୍ତୁ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଚାଲିବ ଦୁଇଟି ନୂଆ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, ପୂର୍ବତଟ ରେଳପଥର ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଏହି ଦୁଇଟି ଟ୍ରେନ ଯେଉଁ ନିର୍ଦ୍ଧାରିତ ସମୟରେ ଛାଡିବ ତାହା ହେଲା..

୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର-ସୀଲଚାର ସ୍ବତନ୍ତ୍ର ଟ୍ରେନ ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ ଛାଡିବାକୁ ଥିବାବେଳେ ଏହା କୋଏମ୍ବାଟୁରରୁ ୨୭ ଜୁନ୍ ଠାରୁ ପ୍ରତ୍ୟେକ ରବିବାର ରାତ୍ରି ୯ଘ.୪୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗ୍ପୁର, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଆରାକୋନମ୍, ସାଲେମ୍ ସହିତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୫୬୩୦/୦୫୬୨୯ ସୀଲଘାଟ-ତାମ୍ବରମ-ସୀଲଘାଟ ସ୍ବତନ୍ତ୍ର ଟ୍ରେନ ସୀଲଘାଟ ଷ୍ଟେସନରୁ ୨୫ ଜୁନ୍ ଠାରୁ ପ୍ରତି ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ତାମ୍ବରମରୁ ୨୮ ଜୁନ୍, ୨୦୨୧ ଠାରୁ ପ୍ରତି ସୋମବାର ସନ୍ଧ୍ୟା ୬ଘ.୫୫ମି.ରେ ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ସୀଲଘାଟ-ତାମ୍ବରମ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଆସାନସୋଲ, ଟାଟା, ହିଜଲି, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଚେନ୍ନାଇ ଏଗମୋର୍ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଗଭୀର ମହାସାଗରରୁ ଖୋଜାଯିବ ସମ୍ପଦ, ୪,୦୭୭ କୋଟି ଟଙ୍କା ବ୍ୟୟ ଅଟକଳ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର “ଗଭୀର ମହାସାଗର ଅଭିଯାନ”କୁ ମଞ୍ଜୁର କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗଭୀର ସମୁଦ୍ରରେ ରହିଥିବା ସମ୍ପଦଗୁଡ଼ିକର ଅନୁସନ୍ଧାନ କରିବା ଏବଂ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଗଭୀର ସମୁଦ୍ର ପ୍ରଯୁକ୍ତିକୁ ବିକଶିତ କରିବା ।

ଏହି ଅଭିଯାନକୁ ପଯ୍ୟାୟ କ୍ରମେ ଲାଗୁ କରିବା ଦିଗରେ ୫ ବର୍ଷର ଅବଧି ଲାଗି ଆନୁମାନିକ ୪,୦୭୭ କୋଟି ଟଙ୍କା ବ୍ୟୟ କରାଯିବ। ତିନି ବର୍ଷ (୨୦୨୧-୨୦୨୪) ଲାଗି ପ୍ରଥମ ପର‌୍ୟ୍ୟାୟରେ ଆନୁମାନିକ ୨୮୨୩.୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଭୀର ମହାସାଗର ପ୍ରକଳ୍ପ ଭାରତ ସରକାରଙ୍କ ନୀଳ ଅର୍ଥବ୍ୟବସ୍ଥା ଯୋଜନାକୁ ସମର୍ଥନ କରିବା ଲାଗି ଏକ ମିଶନ ଆଧାରିତ ପ୍ରକଳ୍ପ ହେବ। ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ) ନୋଡାଲ ମନ୍ତ୍ରଣାଳୟ ଭାବେ ଏହି ବହୁସଂସ୍ଥାଗତ ମହତ୍ୱାକାଂକ୍ଷୀ ଅଭିଯାନକୁ ଲାଗୁ କରିବ।

ଏହି ଗଭୀର ମହାସାଗର ଅଭିଯାନରେ ଛଅଟି ପ୍ରମୁଖ ଉପାଦାନ ସାମିଲ ରହିଛି:

ଗଭୀର ସମୁଦ୍ରରେ ଖନନ ଓ ମାନବଯୁକ୍ତ ବୁଡ଼ା ଜଳଯାନ(ସବମର୍ସିବଲ) ନିର୍ମାଣ ନିମନ୍ତେ ପ୍ରଯୁକ୍ତିର ବିକାଶ: ତିନି ଜଣ ଲୋକଙ୍କୁ ସମୁଦ୍ର ମଧ୍ୟରେ ୬,୦୦୦ ମିଟର ଗଭୀରତା ପର‌୍ୟ୍ୟନ୍ତ ନେଇଯିବା ଲାଗି ବୈଜ୍ଞାନିକ ସେନ୍ସର ଓ ଉପକରଣ ସହିତ ଏକ ମାନବଯୁକ୍ତ ବୁଡ଼ା ଜଳଯାନ ବିକଶିତ କରାଯିବ। ଅଳ୍ପ କେତୋଟି ଦେଶ ଏହି କ୍ଷମତା ହାସଲ କରିପାରିଛନ୍ତି। ମଧ୍ୟ ଭାରତ ମହାସାଗରରେ ୬,୦୦୦ ମିଟର ଗଭୀରତାରୁ ପଲିମେଟାଲିକ ନୋଡ୍ୟୁଲ୍ସ ଖନନ ନିମନ୍ତେ ଏକ ସମନ୍ବିତ ଖନନ ପ୍ରଣାଳୀ ମଧ୍ୟ ବିକଶିତ କରାଯିବ।

ଭବିଷ୍ୟତରେ ମିଳିତ ଜାତିସଂଘ ସଂଗଠନ ଇଣ୍ଟରନ୍ୟାସନାଲ ସିବେଡ୍ ଅଥରିଟି ଦ୍ବାରା ବାଣିଜ୍ୟିକ ଖନନ କୋଡ ପ୍ରସ୍ତୁତ କରାଯିବା ସ୍ଥିତିରେ, ଖଣିଜ ପଦାର୍ଥଗୁଡ଼ିକର ଅନ୍ବେଷଣ ଫଳରେ ନିକଟ ଭବିଷ୍ୟତରେ ବାଣିଜ୍ୟିକ ଉତ୍ତୋଳନର ମାର୍ଗ ପ୍ରଶସ୍ତ ହେବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର, ଗଭୀର ସମୁଦ୍ରରେ ଖଣିଜ ଓ ଇନ୍ଧନର ଅନୁସନ୍ଧାନ ଓ ଉତ୍ତୋଳନ ଦିଗରେ ସହାୟକ ହେବ।

ମହାସାଗର ଜଳବାୟୁ ପରିବର୍ତ୍ତନ ପରାମର୍ଶ ସେବାର ବିକାଶ : ଅବଧାରଣା ଉପାଦାନର ଏହି ତଥ୍ୟ ଅନ୍ତର୍ଗତ ପାଣିପାଗ ଠାରୁ ଆରମ୍ଭ କରି ଦଶକୀୟ ସମୟ (ଡେସିମାଲ୍ ଟାଇମ୍) ଆଧାରରେ ଗୁରୁତ୍ବପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନର ଭବିଷ୍ୟଜନିତ ପୂର୍ବାନୁମାନକୁ ବୁଝିବା ଏବଂ ତଦନୁଯାୟୀ ସହାୟତା ପ୍ରଦାନ କରିବା ଲାଗି ଏକ ପର‌୍ୟ୍ୟବେକ୍ଷଣ ଓ ମଡେଲ ସମୂହ ବିକଶିତ କରାଯିବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ଉପକୂଳ ପର‌୍ୟ୍ୟଟନରେ ସହାୟକ ହେବ।

ଗଭୀର ସମୁଦ୍ରରେ ଜୈବ ବିବିଧତାର ଅନୁସନ୍ଧାନ ଏବଂ ସଂରକ୍ଷଣ ଲାଗି ବୈଷୟିକ ନବୋନ୍ମେଷ : ସୂକ୍ଷ୍ମ ଜୀବ ସମେତ ଗଭୀର ସମୁଦ୍ରର ବନସ୍ପତି ଓ ଜୀବଗୁଡ଼ିକର ଜୈବ-ଅନୁସନ୍ଧାନ ଏବଂ ଗଭୀର ସମୁଦ୍ରରେ ଜୈବ ସମ୍ପଦର ସ୍ଥାୟୀ ଉପଯୋଗ ଉପରେ ଅଧ୍ୟୟନ ଏହାର ମୁଖ୍ୟ କେନ୍ଦ୍ରରେ ରହିବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ସାମୁଦ୍ରିକ ମତ୍ସ୍ୟଚାଷ ଓ ଆନୁସଙ୍ଗିକ ସେବାକୁ ସହାୟତା ପ୍ରଦାନ କରିବ।

ଗଭୀର ସମୁଦ୍ରରେ ସର୍ବେକ୍ଷଣ ଓ ଅନ୍ବେଷଣ : ଏହି ଉପାଦାନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତ ମହାସାଗରର ମଧ୍ୟ ମହାସାଗରୀୟ ଭାଗ ସହିତ ବହୁ-ଧାତୁ ହାଇଡ୍ରୋଜେନ ସଲ୍ଫାଇଡ ଖଣିଜର ସମ୍ଭାବ୍ୟ ସ୍ଥଳୀକୁ ଖୋଜିବା ଏବଂ ସେଗୁଡ଼ିକୁ ଚିହ୍ନଟ କରିବା। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର, ଗଭୀର ସମୁଦ୍ରରେ ମହାସାଗରୀୟ ସମ୍ପଦର ଅନ୍ବେଷଣରେ ସହାୟକ ହେବ।

ମହାସାଗରରୁ ଇନ୍ଧନ ଓ ମଧୁର ଜଳ : ଉପକୂଳ ଠାରୁ ଦୂର ମହାସାଗରରେ ତାପଜ ଇନ୍ଧନ ରୂପାନ୍ତରଣ (ଓଟିଇସି) କ୍ଷମତାସମ୍ପନ୍ନ ସମୁଦ୍ର ଜଳରୁ ଲବଣ ପୃଥକୀକରଣ (ଡିସାଲିସେନସନ) ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଏହି ପ୍ରସ୍ତାବ ଅବଧାରଣାରେ ପରିକଳ୍ପନା କରାଯାଇଛି। ଏହି ଉପାଦାନ ନୀଳଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ଅଫଶୋର (ଉପକୂଳ ଦୂରବର୍ତ୍ତୀ) ଇନ୍ଧନ ବିକାଶରେ ସହାୟକ ହେବ।

ମହାସାଗର ଜୀବବିଜ୍ଞାନ ଲାଗି ଉନ୍ନତ ସାମୁଦ୍ରିକ ଷ୍ଟେସନ : ଏହି ଉପାଦାନର ଉଦ୍ଦେଶ୍ୟ ହେଉଛି ମହାସାଗରୀୟ ଜୀବ ବିଜ୍ଞାନ ଓ ଇଞ୍ଜିନିୟରିଂ ମାନବ କ୍ଷମତା ଓ ଉଦ୍ୟୋଗର ବିକାଶ କରିବା। ଏହି ଉପାଦାନ ଅନ-ସାଇଟ ବିଜନେସ ଇନକ୍ୟୁବେଟର ସୁବିଧା ମାଧ୍ୟମରେ ଗବେଷଣାର ଔଦ୍ୟୋଗିକ ପ୍ରୟୋଗ ଓ ଉତ୍ପାଦ ବିକାଶରେ ପରିବର୍ତ୍ତିତ କରିବ। ଏହି ଉପାଦାନ ମହାସାଗର ଜୀବ ବିଜ୍ଞାନ, ନୀଳ ବାଣିଜ୍ୟ ଓ ନୀଳ ଉତ୍ପାଦନ ଭଳି ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ରରେ ସହାୟକ ହେବ।

ଗଭୀର ସମୁଦ୍ରରେ ଖନନ ଲାଗି ଆବଶ୍ୟକ ପ୍ରଯୁକ୍ତିର ରଣନୈତିକ ମହତ୍ବ ରହିଛି କିନ୍ତୁ ଏହା ବାଣିଜ୍ୟିକ ରୂପରେ ଉପଲବ୍ଧ ନାହିଁ। ସେଥିପାଇଁ ଅଗ୍ରଣୀ ସଂସ୍ଥା ଓ ଘରୋଇ ଉଦ୍ୟୋଗଗୁଡ଼ିକର ସହଯୋଗରେ ପ୍ରଯୁକ୍ତିକୁ ସ୍ବଦେଶରେ ନିର୍ମାଣ କରିବା ଲାଗି ପ୍ରୟାସ କରାଯିବ। ଗୋଟିଏ ଭାରତୀୟ ଶିପୟାର୍ଡରେ ଗଭୀର ସମୁଦ୍ରରେ ଅନୁସନ୍ଧାନ ଲାଗି ଏକ ଗବେଷଣା ପୋତ ନିର୍ମାଣ କରାଯିବ ଯାହା ରୋଜଗାର ସୁଯୋଗ ସୃଷ୍ଟି କରିବ।

ଏହି ମିଶନ ସାମୁଦ୍ରିକ ଜୀବ ବିଜ୍ଞାନ କ୍ଷେତ୍ରରେ କ୍ଷମତା ବିକାଶ ଦିଗରେ ମଧ୍ୟ ନିର୍ଦ୍ଦେଶିତ, ଏହା ଭାରତୀୟ ଉଦ୍ୟୋଗରେ ରୋଜଗାର ଲାଗି ନୂତନ ଅବସର ସୃଷ୍ଟି କରିବ। ଏହାବ୍ୟତୀତ, ସ୍ବତନ୍ତ୍ର ଉପକରଣ, ଜାହାଜଗୁଡ଼ିକର ଡିଜାଇନ, ବିକାଶ ଓ ନିର୍ମାଣ, ଏବଂ ଆବଶ୍ୟକ ମୌଳିକ ଢାଞ୍ଚା ପ୍ରତିଷ୍ଠା କରିବା ଫଳରେ ଭାରତୀୟ ଉଦ୍ୟୋଗ, ବିଶେଷ କରି ଏମଏସଏମଇ ଓ ଷ୍ଟାର୍ଟଅପ୍ ବିକାଶ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ବିଶ୍ବର ପାଖାପାଖି ୭୦ ପ୍ରତିଶତ ଭାଗରେ ଥିବା ମହାସାଗର, ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି। ଗଭୀର ସମୁଦ୍ରର ପାଖାପାଖି ୯୫ ପ୍ରତିଶତ ଅଂଶ ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନ କରାଯାଇପାରିନାହିଁ। ଭାରତର ତିନି ଦିଗରେ ମହାସାଗର ଘେରି ରହିଛି ଏବଂ ଦେଶର ପାଖାପାଖି ୩୦ ପ୍ରତିଶତ ଜନସଂଖ୍ୟା ଉପକୂଳ କ୍ଷେତ୍ରରେ ରହିଥାନ୍ତି। ମହାସାଗର ହେଉଛି ମତ୍ସ୍ୟଚାଷ ଏବଂ ଜଳଜକୃଷି, ପର‌୍ୟ୍ୟଟନ, ଜୀବିକା ଓ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଥିବା ଏକ ପ୍ରମୁଖ ଆର୍ଥିକ କାରକ ।

ମହାସାଗର କେବଳ ଖାଦ୍ୟ, ଇନ୍ଧନ, ଖଣିଷ, ଔଷଧ, ଜଳବାୟୁ ଓ ପାଣିପାଗର ଭଣ୍ଡାର ନୁହେଁ ବରଂ ପୃଥିବୀରେ ଜୀବନର ଆଧାର ମଧ୍ୟ। ଦୀର୍ଘକାଳିନ ରୂପରେ ମହାସାଗରର ମହତ୍ବକୁ ଧ୍ୟାନରେ ରଖି ମିଳିତ ଜାତିସଂଘ ୨୦୨୧-୨୦୩୦ ଦଶନ୍ଧିକୁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ମହାସାଗର ବିଜ୍ଞାନର ଦଶନ୍ଧି ଭାବେ ଘୋଷଣା କରିଛି। ଭାରତର ସାମୁଦ୍ରିକ ସ୍ଥିତି ଅଦ୍ବିତୀୟ ଅଟେ। ଏହାର ୭୫୧୭ କିମି ଲମ୍ବ ଉପକୂଳ ନଅଟି ଉପକୂଳବର୍ତ୍ତୀ ରାଜ୍ୟ ଏବଂ ୧୩୮୨ ଦ୍ବୀପଗୁଡ଼ିକର ଆବାସସ୍ଥଳୀ। ୨୦୩୦ ସୁଦ୍ଧା ନୂତନ ଭାରତ ବିକାଶ ଲାଗି ଭାରତ ସରକାରଙ୍କ ସଂକଳ୍ପ ୨୦୧୯ ଫେବୃଆରୀରେ ପ୍ରତିପାଦିତ ହୋଇଥିଲା। ଏହି ସଂକଳ୍ପର ଦଶଟି ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ହେଉଛି ନୀଳ ଅର୍ଥବ୍ୟବସ୍ଥା।

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୧-୨୨ ବର୍ଷ ପାଇଁ ଫସଫେଟିକ ଓ ପୋଟାସିକ ସାର ଉପରେ ସବସିଡିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି (ସିସିଇଏ) ସାର ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ୨୦୨୧-୨୨ (ବର୍ତ୍ତମାନର ମୌସୁମୀ ଋତୁ) ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରିବା ଲାଗି ସାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏବେ କ୍ୟାବିନେଟ ଅନୁମୋଦିତ ସବସିଡି ଦର ଲାଗୁ ହେବ।

ଭାରତ ସରକାର ବିଭିନ୍ନ ପ୍ରକାରର ସାର, ବିଶେଷ କରି ୟୁରିଆ ଏବଂ ୨୨ ଗ୍ରେଡ ବିଶିଷ୍ଟ ପି ଆଣ୍ଡ କେ ସାରଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି, ଯେଉଁଥିରେ ଡିଏପି ମଧ୍ୟ ସାମିଲ ରହିଛି। ଏସବୁ ସାର ନିର୍ମାତା ଏବଂ ଆମଦାନୀକାରୀମାନଙ୍କ ଠାରୁ ସବସିଡି ଦରରେ ଚାଷୀମାନଙ୍କୁ ମିଳିବ। ପି ଆଣ୍ଡ କେ ସାର ଉପରେ ସବସିଡି ଏନବିଏସ ଯୋଜନା ଆଧାରରେ ଦିଆଯାଉଛି। ଏହା ଏପ୍ରିଲ ପହିଲା, ୨୦୧୦ ଠାରୁ ଲାଗୁ ହୋଇଛି। ଚାଷୀଙ୍କୁ ସମର୍ଥନ କରିବାର ଭାବନା ନେଇ ଚାଷୀମାନଙ୍କୁ ଶସ୍ତା ଦରରେ ପି ଆଣ୍ଡ କେ ସାର ଯଥେଷ୍ଟ ପରିମାଣରେ ଶସ୍ତା ଦରରେ ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସବସିଡି ଏନବିଏସ ଦର ଆଧାରରେ କମ୍ପାନୀଗୁଡ଼ିକୁ ଜାରି କରାଯିବ, ଯାହାଫଳରେ ଚାଷୀମାନଙ୍କୁ ଶସ୍ତା ମୂଲ୍ୟରେ ସାର ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ସୁନା ଗହଣାରେ ହଲମାର୍କ ବାଧ୍ୟତାମୂଳକ: ଆଜିଠୁ ୨୫୬ ଟି ଜିଲ୍ଲାରେ ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ସୁନାର ଶୁଦ୍ଧତା ଗ୍ୟାରେଣ୍ଟି ଦେବା ପାଇଁ ଆଜି ଠାରୁ ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଦେଶର ୨୫୬ ଟି ଜିଲ୍ଲାରେ ଏହି ନିୟମ ପ୍ରଥମେ ଲାଗୁ କରାଯିବ। ଦୋକାନୀ ପୁରୁଣା ସୁନା ଗହଣା ଗ୍ରାହକଙ୍କ ଠାରୁ କିଣିପାରିବେ। ପୁରୁଣା ଗହଣାକୁ କିଣି ଦୋକାନୀ ଏହାର ମାନକ ବଢାଇବେ। ନିର୍ଦ୍ଧିଷ୍ଟ ମାନକ ବଢାଇବା ପରେ ଦୋକାନୀ ଏଥିରେ ହଲମାର୍କ ଲୋଗୋ ଲଗାଇପାରିବେ। ଏନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମହାନିର୍ଦ୍ଦେଶକ ପ୍ରମୋଦ ତିୱାରୀ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆ ରୂପ ପାଇଲା ଐତିହ୍ୟ ଗ୍ରାମ ରଘୁରାଜପୁର, କାନ୍ଥବାଡରେ ଅଙ୍କା ଗଲା ପାରଂପାରିକ ଚିତ୍ରକଳା

ଭୁବନେଶ୍ବର, ପୁରୀ ଜିଲ୍ଲାର ରଘୁରାଜପୁର। ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ। ଜୁନ ୮ ତାରିଖରୁ ଜୁନ୍ ୧୬ ପର‌୍ୟ୍ୟନ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ।

ଗାଁର ସବୁ ପରିବାର, ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ। ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। କାଯ୍ୟକ୍ରମର ଅନ୍ତିମ ଦିବସରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଅର୍ଥ ପ୍ରଦାନ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ। ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି। ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର। କିଛି ବର୍ଷ ପୂର୍ବେ କୌଣସି ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟକ୍ରମ ନ ଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥିବା ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଚାଲି ଚାଲି ପୁରା ଗାଁ ବୁଲି ଦେଖିଥିଲେ।

ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଦେଇଥିଲା। ସାରା ଗାଁଟି ତାଙ୍କୁ ଏକ ଇକ୍ସଗ୍ଧ ଏବକ୍ଷକ୍ଷରକ୍ସଚ୍ଚ ପରି ଲାଗିଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ତା ପରେ ପରେ ଗାଁ ଲୋକ ଯେପରି ଗାଁ ମଣ୍ଡପରେ ସଙ୍ଗେ ସଙ୍ଗେ ଗୋଟିପୁଅ ନାଚର ଆୟୋଜନ କରିଥିଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ରଘୁରାଜପୁର ବାସିନ୍ଦା ମାନଙ୍କର ସେ ଦିନର ସେହି ଆଦର ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି ଏବଂ ଏହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଓଡିଶାର କଳା ହିଁ ତାର ଅନ୍ୟତମ ପରିଚୟ। ଏହାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି ଓ କାମ କରିଚାଲିବେ । ରଘୁରାଜପୁରରେ ଆୟୋଜିତ ଏହି ସପ୍ତରଙ୍ଗ ଭିତ୍ତିଚିତ୍ର କାର୍ଯ୍ୟକ୍ରମ ସଂପୂର୍ଣ୍ଣ documentation କରାଯାଇଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ୟୁଟ୍ୟୁୟୁବ ଜରିଆରେ ସାରା ବିଶ୍ବରେ ଆମ କଳାର ପ୍ରସାର ଦିଗରେ ସହାୟକ ହେବା ସଂଗେ ସଂଗେ ଭବିଷ୍ୟତରେ ପର‌୍ୟ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ତକ୍ଟକ୍ଟଜ୍ଞ ମାଧ୍ୟମରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ଓଡିଶା ଲଳିତକଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ, ପୁରୀ ଜିଲ୍ଲାପାଳ ଏବଂ ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲିଙ୍ଗରାଜ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ନାକଟିଦେଉଳ ଡାକ୍ତରଖାନାକୁ ୩ ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଡାକ୍ତରଖାନାକୁ ସେଲକୋ ଫାଉଣ୍ଡେସନ୍ ତରଫରୁ ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀଙ୍କ ସହଯୋଗରେ ୩ ଟି ଅକ୍ସିଜେନ୍ କନସେନଟ୍ରେଟର ୭୪ ଟି ଓକ୍‌ସିମିଟର ଓ ୭୪ ଟି ଥର୍ମୋମିଟର ପ୍ରଦାନ କରାଯାଇଛି। ନାକଟିଦେଉଳ ଡାକ୍ତରଖାନାର ଅଧିକ୍ଷକ ଡା. ଅମୂଲ୍ୟରତ୍ନ ମହନ୍ତଙ୍କୁ ଅକ୍ସିଜେନ୍ କନସେନ୍‌ଟ୍ରେଟର ପ୍ରଦାନ କରାଯାଇଥିଲା।

ଏହି ପ୍ରଦାନ ଦିବସରେ ନାକଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବ୍ଲକ୍ ବିଜେଡି ସଭାପତି ମୂଳିଆ ରାଉଳ, ବିଜୁ ଯୁବ ବିଜେଡି ସଭାପତି ଧିରେନ୍ କୁମାର ସାହୁ, ଜିତେନ୍ଦ୍ର କୁମାରେ ସାହୁ, ମୁନୁ ବିଶ୍ୱାଳ, ଅଚ୍ୟୁତାନନ୍ଦ ସାହୁ, ପିଂଟୁ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ନାକଟିଦେଉଳ ବ୍ଲକ୍ ଅଂଚଳରେ କେହି ଯେମିତି ଅମ୍ଳଜାନ ଅଭାବରେ ମୃତ୍ୟୁବରଣ ନ କରନ୍ତି ସେ ଦିଗରେ ବିଧାୟକ ଇଂ ରୋହିତ କୁମାର ପୂଝାରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫ ହଜାର ୫୭୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୯୫, ଯାଜପୁରରୁ ୫୬୩, କଟକରୁ ୪୫୪, ବାଲେଶ୍ବରରୁ ୩୩୧, ସୁନ୍ଦରଗଡରୁ ୨୭୨, ନବରଙ୍ଗପୁରରୁ ୨୬୨, ବୌଦ୍ଧରୁ ୨୬୦, ମୟୂରଭଞ୍ଜରୁ ୨୫୨, ଜଗତସିଂହପୁରରୁ ୨୪୦, ପୁରୀରୁ ୨୩୯, ଭଦ୍ରକରୁ ୨୨୩, କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୮୭, ବରଗଡରୁ ୧୬୧, ଅନୁଗୁଳରୁ ୧୫୩, ଢେଙ୍କାନାଳରୁ ୧୩୬, କୋରାପୁଟରୁ ୧୩୧, ରାୟଗଡାରୁ ୧୦୦, ସମ୍ବଲପୁରରୁ ୯୧, କନ୍ଧମାଳରୁ ୮୭, ବଲାଙ୍ଗୀରିରୁ ୭୭, କଳାହାଣ୍ଡିରୁ ୭୬, ମାଳାକାନାଗିରିରୁ ୭୩, ନୟାଗଡରୁ ୭୦, ସୋନପୁରରୁ ୬୫, ଗଞ୍ଜାମରୁ ୪୦, ଝାରସୁଗୁଡାରୁ ୪୦, ଗଜପତିରୁ ୩୬, ଦେବଗଡରୁ ୨୨, ନୂଆପଡାରୁ ୨୨ ଏବଂ ଷ୍ଟେଟ ପୁଲରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୧୭ ହଜାର ୩୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୧ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା: କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ।

ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର କ୍ଷୀରୋଦା ମହାନ୍ତି (୮୦) କିଛି ଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କର ଥଣ୍ଡା ଓ କାଶ ଲାଗି ରହିଥିଲା। ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା।

ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍ ଆଂଟିଜେନ୍ ପରୀକ୍ଷା କରାଯାଇଥିଲା। ଉଭୟଙ୍କର ନେଗେଟିଭ୍ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍ ଥିଲା। ଅମ୍ଳଜାନ ସ୍ତର ୫୬ ପର୍ଯ୍ୟନ୍ତ ଖସିଆସିଥିଲା। ତାଙ୍କୁ ତୁରନ୍ତ ଜୁନ୍ ୬ ତାରିଖରେ କେନ୍ଦ୍ରାପଡା ସହର ଉପକଣ୍ଠ ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କ୍ଷୀରୋଦାଙ୍କର କୋଭିଡ୍ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଗୁରୁତର ହୋଇପଡିଥିଲେ କ୍ଷୀରୋଦା। ମାତ୍ର ସମ୍ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଥିଲା।

ମେଡିକାଲ୍ ଟିମ୍ ସେମାନଙ୍କର ସମୟୋପଯୋଗୀ ଚିକିତ୍ସା କରିବା ସହ ତାଙ୍କୁ ସୁଷମ ଖାଦ୍ୟ ଦେଇଥିଲେ। ବୃଦ୍ଧାଙ୍କର ମନୋବଳ ବଢ଼ାଇବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କ୍ଷୀରୋଦ ଓ ତାଙ୍କ ପୁଅ ଖଗେଶ୍ୱର କୃତଜ୍ଞତ। ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୭୨: ସୁସ୍ଥ ହେଲେ ୮୨୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୨୦୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୮୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୧ ହଜାର ୭୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୮୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି।

ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା: ଜୁଲାଇ ୨୫ ଯାଏଁ ମହାପ୍ରଭୁଙ୍କ ଦର୍ଶନ ମନା

ପୁରୀ: ଚଳିତ ବର୍ଷ ରଥ ଯାତ୍ରା ଭଳି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ। ଆଜି ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ରଥ ଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଂଗ୍ରେସ ନେତାଙ୍କ ଦାବି: ଗାଈ ବାଛୁରୀର ସେରମ୍ ରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟୀକା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ପାଇଁ ଦେଶରେ ଲୋକଙ୍କୁ କୋଭାକ୍ସିନ ଟୀକା ଦିଆଯାଉଛି। ଏହି ଟୀକାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏହା ଭିତରେ ଭାରତ ବାୟୋଟେକର କୋଭାକ୍ସିନ ଟୀକକୁ ନେଇ କଂଗ୍ରେସ ନେତା ଗୌରଭ ପାନ୍ଧୀ ଏକ ଦାବି କରିଛନ୍ତି।

ଗୌରବଙ୍କ ଦାବି ଅନୁଯାୟୀ, କୋଭାକ୍ସିନ ଟୀକାକୁ ଗାଈ ବାଛୁରିରୀ ସିରମ୍ ରୁ ପ୍ରସ୍ତୁତ କରାଯାଇଛି। ଆରଟିଆଇର ତଥ୍ୟ ଅନୁଯାୟୀ ସେ ଏହି ଦାବି କରିଛନ୍ତି। ଗୌରଭଙ୍କ ଏହି ମନ୍ତବ୍ୟ ପରେ ଟୀକାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏହାର କୌଣସି ସତ୍ୟତା ନାହିଁ। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ନବଜାତ ବାଛୁରୀର ସେରମ୍ କୁ କେବଳ ବେରୋ ସେଲ୍ସକୁ ବିକଶିତ କରିବା ପାଇଁ ବ୍ୟବହାର କରାଯାଇଛି। ଏହି କୌଶଳ ପୋଲିଓ, ଏନଫ୍ଳୁଏଞ୍ଜା ଟୀକା ପାଇଁ ବହୁ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟପେଡ୍ ପ୍ଲାନ୍‌ସମୂହର ଶୁଭାରମ୍ଭ, ଇଟଂରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟଲେସନ୍ ସୁବିଧା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ୍ ସମୂହ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ଗୁଡିକର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଜୁନ୍ ୧୭ରୁ ଲାଗୁ ହେବାକୁ ଯାଉଥିବା ନୂଆ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକର ଶୁଭାରମ୍ଭ କରିବା ସହିତ କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ସବୁ ନୂଆ ଗ୍ରାହକଙ୍କୁ ଇଟଂରନେଟ୍ ବକ୍ସ ଅର୍ଥାତ ରାଉଟର ବିନା ମୂଲ୍ୟରେ ମିଳିବ। ମୋଟ ଉପରେ ଗ୍ରାହକ ପୂର୍ବାପେକ୍ଷା ୧୫୦୦ ଟଙ୍କା ଅଧିକ ସଂଚୟ କରିପାରିବେ। ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭାଲିଡିଟି ପ୍ଲାନ୍ ନେବେ ତେବେ ତାଙ୍କୁ ମାଗଣାରେ ଇଟଂରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ।

ଜିଓଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ। ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌, ୯୯୯ ଟଙ୍କାର ପ୍ଲାନ୍‌ରେ ୧୫୦ ଏମ୍‌ବିପିଏସ୍ ଓ ୧୪୯୯ ଟଙ୍କାର ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍‌ର ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ବ୍ୟବହାରକାରୀଙ୍କୁ ମିଳିବ। ଏହା ବ୍ୟତୀତ ଜିଓଫାଇବର୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତର ପ୍ଲାନ୍ ଉପଲବ୍ଧ ରହିଛି।

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ପୋଷ୍ଟପେଡ୍ ଜିଓଫାଇବର୍ ସଂଯୋଗରେ ଗ୍ରାହକମାନଙ୍କୁ ମାଗଣାରେ ଓଟିଟି ଆପ୍‌ର ଲାଭ ମଧ୍ୟ ମିଳିବ। ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ହଟ୍‌ଷ୍ଟାର୍‌, ସୋନି ଲିଭ୍‌, ଜି୫, ଭୁଟ୍ ସିଲେକ୍ଟ, ସନ୍ ନେକ୍ସଟ ଓ ହୋଇଚୋଇ ଭଳି ୧୪ ଲୋକପ୍ରିୟ ଓଟିଟି ଆପ୍ ମିଳିବ। ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ସହିତ ସମସ୍ତ ୧୫ ଓଟିଟି ଆପ୍ ସାମିଲ ରହିବ। ଏହି ଆପ୍‌ଗୁଡ଼ିକର ବଜାର ମୂଲ୍ୟ ହେଉଛି ୯୯୯ ଟଙ୍କା। ଓଟିଟି ଆପ୍ ଯେଭଳି ନିରବଚ୍ଛିନ୍ନ ଭାବେ ଓ ଉତ୍ତମ ଗୁଣବତ୍ତାରେ ଚାଲିପାରିବ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ତରଫରୁ ୧୦୦୦ ଟଙ୍କାର ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ନେଇ ଗ୍ରାହକଙ୍କୁ ଅତ୍ୟାଧୁନିକ ୪କେ ସେଟ୍ ଟପ୍ ବକ୍ସ ମଧ୍ୟ ବିନା ମୂଲ୍ୟରେ ପ୍ରଦାନ କରାଯିବ।

ସୁଚନାଯୋଗ୍ୟ ଯେ, ଦେଶର ସର୍ବବୃହତ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀଭାବେ ରିଲାଏନ୍ସ ଜିଓ ଏହାର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦେଶବ୍ୟାପୀ ଦ୍ରୁତ ସଂପ୍ରସାରଣ ଜାରି ରଖିଛି। ଏହି କ୍ରମରେ ଓଡିଶାର ୨୫ ରୁ ଅଧିକ ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଜିଓଫାଇବର ସେବା ଉପଲବ୍ଧ ହୋଇସାରଥିବାବେଳେ ଅନ୍ୟ ସହର ଓ ନଗରଗୁଡିକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଜିଓଫାଇବର ଓଡ଼ିଶାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ସୁଯୋଗ ଯୋଗାଇଦେଇ ସେମାନଙ୍କୁ ସମୃଦ୍ଧ ଅନୁଭୂ୍‌ତି ପ୍ରଦାନ କରୁଛି।

ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ରାଜଗାଙ୍ଗପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେବା ସହିତ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ: ସଂକ୍ରମଣ ସ୍ଥିର, ଆସନ୍ତାକାଲି ବାଣପୁରରେ ଦ୍ଵିତୀୟ ଡୋଜ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୪ ଜଣ, ଚିଲିକା ବ୍ଲକରେ ୧୩ ଜଣ, ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨ ଜଣ, ଚିଲିକା ବ୍ଲକରୁ ୭ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୫୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୪ ଜଣ, ଚିଲିକା ବ୍ଲକରେ ୬୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ କେବଳ ବାଣପୁରରେ ଟୀକାକରଣ ଚାଲୁ ରହିବ। ବାଣପୁର ମାଇନର ସ୍କୁଲରେ ୧୦୦ ଗୋଟି, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଟି ଏବଂ ସୁନାଖେଳା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଟି ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଠାରୁ କୋଭିଡ଼ କଟକଣାକୁ କରାଗଲା କୋହଳ: ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର: ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ରାଜ୍ୟରେ ଲକଡାଉନ-୩.୦ କଟକଣା ସମାପ୍ତ ହେଉଛି। ହେଲେ ଆସନ୍ତାକାଲି ଠାରୁ ପୁଣିଠାରେ ଲକଡାଉନ କଟକଣା ଜାରି ହେବ କି ନାହିଁ, ତାହା ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୀବିକାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆଂଶିକ କୋହଳ କରିଛନ୍ତି। ଆସନ୍ତାକାଲି ସକାଳ ୫ ଟାରୁ ଜୁଲାଇ ୧ ତାରିଖ ସକାଳ ୫ ଟା ଯାଏଁ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା ହୋଇଛି।

ସଂକ୍ରମଣ କମିଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଟି ଜିଲ୍ଲାରେ ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଉଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ଗୁଡିକରେ କଟକଣା କୋହଳ କରାଯାଇଛି। ସେହିପରି ଅନ୍ୟ ୧୩ ଟି ଜିଲ୍ଲାରେ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ଯୁ ବଳବତ୍ତର ରହିବ।

ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଏହି ଆଂଶିକ ଲକଡାଉନ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ବସ ସେବା, ସିନେମା ହଲ, ସେଲୁନ, ସ୍ପା, ଜିମ୍ ବନ୍ଦ ରହିବ। ରାଜ୍ୟରେ ସବୁ ମନ୍ଦିର ବନ୍ଦ ରହିବ। କେବଳ ମନ୍ଦିରରେ ନୀତିକାନ୍ତି ଚାଲିବ। ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ।

ଦୁଗ୍ଧ ଚାଷୀଙ୍କ ହିତ ପାଇଁ ରାଜ୍ୟର ସମସ୍ତ ମିଠା ଦୋକାନ ଖୋଲା ରହିବ। ବିଦ୍ୟୁତ ଉପକରଣ ଦୋକାନ, ସ୍ୱାସ୍ଥ୍ୟ ସମ୍ବଧୀୟ ଦୋକାନ, ଚାଷୀ ସମ୍ବଧୀୟ ଦୋକାନ ଖୋଲା ରହିବ। ଖାଦ୍ୟ ଦୋକାନମାନଙ୍କରେ ଖାଇବା ପାଇଁ ଅନୁମତି ନାହିଁ। କେବଳ ଗ୍ରାହକମାନଙ୍କୁ ଖାଦ୍ୟ ପାର୍ସଲ ନେବା ପାଇଁ ଅନୁମତି ରହିଛି। ସାଇକେଲ ଗାଡି ମରାମତି ଦୋକାନ ଖୋଲା ରହିବ। ସେହିଭଳି ସାରା ରାଜ୍ୟରେ ୬ ଟା ରୁ ୯ ଟା ଯାଏଁ ମର୍ଣ୍ଣିଂ ୱାକ୍ ଏବଂ ସାଇକେଲିଂ ପାଇଁ ଅନୁମତି ରହିଛି। ସରକାରୀ ଏବଂ ଘରୋଇ ଅଫିସରେ ୫୦ ପ୍ରତିଶତଙ୍କୁ ନେଇ କାର୍ଯ୍ୟ ଚାଲିବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।