Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳ ମନ୍ତ୍ରଣାଳୟର ନୂଆ ଘୋଷଣା, ଏଣିକି ପୁରୀ ଓ ବିକାନେର ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ପୁରୀ ଏବଂ ବିକାନେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଏହି ଟ୍ରେନଟି ଚଲାଚଳ କରିବ।

୦୪୭୦୯/୦୪୭୧୦ ବିକାନେର-ପୁରୀ-ବିକାନେର ସ୍ପେଶାଲ୍ ଟ୍ରେନ ବିକାନେର ଠାରୁ ଜୁନ ମାସ ୧୩ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ ୩୫ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୧୬ ତାରିଖ ଠାରୁ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଘ.୩୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ ବିକାନେର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ରାଇଗଡ଼, ବିଳାସପୁର, କାଟନୀ ମୁରୱାରା, କୋଟା ଏବଂ ଜୟପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରାଜଧାନୀରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କରିଛନ୍ତି ।  ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀ ଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ। ୱଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱର କୁ ଆସି ଥାନ୍ତି। ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଂଜୁର କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ ହେବେ ରଜଗୀତ ‘ବନସ୍ତେ ଡାକିଲା ଗଜ..’ ରେ ଏହିପରି ରହିଛି ଆହୁରି ୩୭ଟି ମଜାଳିଆ ପଦ

ଭୁବନେଶ୍ବର, ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ମାନ୍ୟତା ହାସଲ କରିଆସିଛି।
ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ ଓତଃପ୍ରାତ ଭାବେ ଜଡିତ।
ସଂପୂର୍ଣ୍ଣ ରଜ ଗୀତ
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ,ଭାଙ୍ଗି ଦେବି ତୋର ଗାଲ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।
Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଆଜି ହେଉଛି ଜନ୍ମଦିନ

ଭୁବନେଶ୍ବର, ଆଜି ହେଉଛି ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହମାନବୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଦିନ। ଜନ୍ମଦିନ ଉପଲକ୍ଷେ ରାଜଭବନ ଛକ ପାଖରେ ଥିବା ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କର ପୁତ୍ରବଧୂ ତଥାଗତ ଶତପଥୀ ଏବଂ ଆଦ୍ୟାଶା ଶତପଥୀ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ମହୀୟଷି ମହିଳା 1931 ମସିହା ଜୁନ 9 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ରୀ ଜୀବନରୁ ସେ ନେତୃତ୍ୟ ନେବା ସହିତ ସାହିତ୍ୟ ଅନୁରାଗି ମଧ୍ୟ ଥିଲେ। ସେ 1962 ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ 1972ରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରଠାରୁ ସ 1995 ମସିହା ପର୍ଯ୍ୟନ୍ତ ସାତ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଆସୁଥିଲେ। ସେ ଭାରତର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟିକଙ୍କ କୃତିକୁ ଓଡିଆ ଅନୁବାଦ ମଧ୍ୟ କରିଛନ୍ତି। ସେ 2006 ମସିହା ଅଗଷ୍ଟ 4 ତାରିଖରେ ମୃତ୍ୟୁବରଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବାତ୍ୟା ରାଜନୀତି, ବିଜେପି କହିଲା ସରକାର ଫେଲ, କେନ୍ଦ୍ରୀୟ ଟିମ କହିଲା ପାଶ୍

ଭୁବନେଶ୍ବର, ବାତ୍ୟା ୟଶ ଯାହା କ୍ଷତି କରିଛି ତାହା ଭିନ୍ନ କଥା। ହେଲେ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହିପରି ଏକ ଘଟଣା ରାଜ୍ୟ ବିଜେପିରେ ପରିଲକ୍ଷିତ ହୋଇଛି। ଯାହା ଫଳରେ ଦଳକୁ ସାଧାରଣରେ ଲୋକହସିତ ହେବାକୁ ପଡିଛି।

ଘଟଣାଟି ହେଲା ବାତ୍ୟା ୟଶ କ୍ଷୟକ୍ଷତି ଦେଖିବା ପାଇଁ 7 ଜଣିଆ କେନ୍ଦ୍ରୀୟ ଟିମ ଓଡିଶା ଆସିଥିଲେ। ସେମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲା ଦେଖି ସେମାନଙ୍କ ହିସାବରେ ଆକଳନ କରିଥିଲେ। ଏହି ଟିମକୁ ଭୁବନେଶ୍ବରରେ ବିଜେପିର ଏକ ପ୍ରତିନିଧି ଦଳ ଭେଟିବାକୁ ଯାଇଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସଭାପତି ସମୀର ମହାନ୍ତିଙ୍କ ସହ ଆଉ କିଛି ନେତା ସାମିଲ ଥିଲେ।

ଭୁବନେଶ୍ବରର ସରକାରୀ ଅତିଥୀ ଭବନରେ ସେମାନଙ୍କୁ ବିଜେପି ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ରାଜ୍ୟ ବିଜେପି 10ଟି ଦାବୀ କେନ୍ଦ୍ରୀୟ ଦଳ ନିକଟରେ ରଖିଥିଲା। ସେହି 10ଟି ମଧ୍ୟରୁ ସାତୋଟି ଦାବୀ ରହିଛି ରାଜ୍ୟ ସରକାର କେତେକ ବର୍ଗକୁ ସହାୟତା ପ୍ରଦାନ କରନ୍ତୁ। ହେଲେ ପ୍ରଥମ ତିନୋଟି ଦାବୀ ସଂପର୍କରେ ଜାଣିଲେ ଏହା ସ୍ପଷ୍ଟ ହେବ ଯେ, ବିଜେପି କେବଳ ରାଜନୀତି ବ୍ୟତିତ ଆଉ କିଛି କରୁ ନାହିଁ।

ଦାବୀ ନମ୍ବର ଏକ ହେଉଛି ଯେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାର ମୌଳିକ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଦାବୀ ନମ୍ବର ଦୁଇ ହେଉଛି ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ପାଇଁ ରାଜ୍ୟ ପ୍ରଶାସନିକ ଅଧିକାରୀ ଏ ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳକୁ ଯାଇ ନାହାଁନ୍ତି। ଦାବୀ ନମ୍ବର ତିନି ହେଉଛି ବାତ୍ୟା ପୂର୍ବରୁ ରାଜ୍ୟ ସରକାର କୌଣସି ପ୍ରାକ ପ୍ରସ୍ତୁତି କରି ନ ଥିଲେ।

ଏହି ତିନୋଟି ଦାବୀ ଏଇଥି ପାଇଁ ମଜଦାର ବୋଲି କୁହାଯିବ କାରଣ କେନ୍ଦ୍ରୀୟ ଟିମ ରୋକଠୋକ ଭାବେ ଏସବୁ ନାକଚ କରିଦେଲେ। କେନ୍ଦ୍ରୀୟ ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନାରେ ଯାହା କହିଲେ ତାହା ଗଣମାଧ୍ୟମରେ ପ୍ରକାଶ କରାଯାଇଛି। ସେହି ଅନୁସାରେ କେନ୍ଦ୍ରୀୟ ଟିମ ବାତ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି। ଏଥିସହିତ ରାଜ୍ୟ ସରକାର ବାତ୍ୟା ପୂର୍ବରୁ ଲୋକଙ୍କୁ ଠିକ ଭାବେ ସୂଚନା ଦେବା ସହିତ ସ୍ଥାନାନ୍ତରିତ ମଧ୍ୟ କରିଥିଲେ। ରାଜ୍ୟ ସରକାରଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବହୁ ଧନଜୀବନ ରକ୍ଷା ପାଇଥିଲା ବୋଲି କେନ୍ଦ୍ରୀୟ ଟିମ ସ୍ବୀକାର କରିଛନ୍ତି।

କେନ୍ଦ୍ରୀୟ ଟିମଙ୍କ ଏପରି ବିବୃତି ପରେ ରାଜ୍ୟ ବିଜେପି ତରଫରୁ ଆଉ କେହି କିଛି କହି ନାହାଁନ୍ତି। ତେଣୁ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନିତିକୁ ବିରୋଧ କରିବା ନାଁ ରେ ବିଜେପି ଲୋକ ହସିତ ହେଉ ନାହିଁ କି ? ବିରୋଧୀ ଦଳ ଭାବେ ବିରୋଧ କରିବା ନାଁ ରେ ଯାହା ନାହିଁ ତାହା ଲେଖି ଦେବା କେତେଦୂର ଠିକ ?

କେବଳ କେନ୍ଦ୍ରୀୟ ଟିମ ନୁହେଁ, ଏହା ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ସମୀକ୍ଷା କରି ଯାଇଛନ୍ତି। ସେ ମଧ୍ୟ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲାକୁ ପ୍ରଶଂସା କରିଛନ୍ତି। ଏପରି ପରିସ୍ଥିତିରେ  ସରକାର କିଛି କରିପାରୁ ନାହାଁନ୍ତି, ସବୁଥିରେ ଫେଲ ବୋଲି କହିବାକୁ ସାଧାରଣ ଲୋକେ କେତେ ଦୂର ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ। ତେଣୁ ବିଜେପି, ବାତ୍ୟା ମୁକାବିଲା ନୁହେଁ, ବିଜେଡି ମୁକାବିଲାରେ ଫେଲ ମାରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ସହ ଜଣେ ମହିଳାକୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା। ଚାରି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳାଙ୍କୁ  ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଆଜି ସକାଳୁ ଖୋର୍ଦ୍ଧା ଏସପି ବ୍ରାଉନସୁଗାର କାରବାରର କୌଣସିମତେ ସୂଚନା ପାଇ ସଙ୍ଗେସଙ୍ଗେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ ସାମନ୍ତରାୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସକାଳ ୮ ଘଟିକା ସମୟରେ ଜଣେ ସଂନ୍ଦିଗ୍ଧ ମହିଳାଙ୍କୁ ବ୍ରାଉନ ସୁଗାର ବିକୁଥୁବା ସମୟରେ ଗିରଫ କରିଥିଲେ।  ମହିଳା ଜଣକ ହେଉଛନ୍ତି ସାମନ୍ତରାୟପୁରର ଟୁନି ଦଳେଇ (୩୫)। ତାଙ୍କ ନିକଟରୁ ପୋଲିସ ୩୦.୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ।

ଏହାସହ ଉକ୍ତ ମହିଳାଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ନଗଦ ଟଙ୍କା ଏବଂ ୫୫ ଟି ଛୋଟ ରଙ୍ଗୀନ କାଗଜ ମଧ୍ୟ ଜବତ କରିଛି ପୋଲିସ।

ତେବେ ଟାଉନ ଥାନା ପୋଲିସ ତାଙ୍କ ବିରୋଧରେ ଏନଡ଼ିପିଏସ ଆଇନ ଧାରା ୨୧(ଖ)/୨୯ ଅନୁଯାୟୀ କେସ ନମ୍ବର ୨୨୬/୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିଛି ବୋଲି ଟାଉନ ଥାନା ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।  ଉକ୍ତ ଚଢ଼ାଉରେ ଏସଆଇ ଅନୁଭା ଦାସ, ଦିଗବିଜୟ ବିଶ୍ୱାଳ, ରଶ୍ମି ରଞ୍ଜନ ଦାସ, ଏଏସଆଇ ବସନ୍ତ ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନେତାଙ୍କ ତୃଣମୂଳ କଂଗ୍ରେସରେ “ଘର ବାହୁଡା” କୁ ରୋକିବା ପାଇଁ ବିଜେପିର ପ୍ରୟାସ ଜାରି

କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ଦଳର ଅସନ୍ତୋଷକୁ ଦୂର କରିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ନିର୍ବାଚନରେ ପରାଜୟ ପରେ ବିଜେପିର କିଛି ନେତା ପ୍ରଶ୍ନ ଉଠାଇଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଦେଶର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବୈଠକରେ ଉପାଧ୍ୟକ୍ଷ ମୁକୁଲ ରାୟ ସାମିଲ ହୋଇନଥିଲେ। ମୁକୁଲ ରାୟ ଚୁପ ରହିଥିଲେ ମଧ୍ୟ ପୁଅ ଶୁଭ୍ରାଂଶୁ ଖୋଲା ଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେ ମମତାଙ୍କ ତୃଣମୂଳ କଂଗ୍ରେସକୁ ଫେରିବା ସମ୍ଭାବନାକୁ ମନା କରି ନାହାନ୍ତି। ବିଜେପିର ୩୫ ଜଣ ବିଧାୟକ ଦଳକୁ ଫେରିବା ପାଇଁ ଚାହୁଁଛନ୍ତି ବୋଲି ତୃଣମୂଳ ଦାବି କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳରେ ବହୁ ନେତା ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ବିଜେପିର ପରାଜୟ ପରେ ସେମାନଙ୍କ ମଧ୍ୟରୁ କିଛି ନେତା ପୁଣି ଦଳକୁ ଫେରିବେ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ବିଜେପିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀ ପହଞ୍ଚି କିଛି ବଡ ନେତାଙ୍କ ସହ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ବିଜେପିରେ ସାମିଲ ହେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ବିଶ୍ଵସ୍ତ କୁହାଯାଉଥିବା କଂଗ୍ରେସ ନେତା ଜିତିନ୍ ପ୍ରସାଦ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ମୁଖ୍ୟାଳୟରେ ଜିତିନ୍ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଜିତିନଙ୍କ ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ ଝଟକା ବୋଲି କୁହାଯାଉଛି। କଂଗ୍ରେସରେ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଜିତିନ୍ ପ୍ରସାଦଙ୍କ ଅସନ୍ତୋଷ କାହାକୁ ଅଜଣା ନଥିଲା। ଜି-୨୩ ତଥା କଂଗ୍ରେସର ପରିବର୍ତ୍ତନ ଚାହୁଁଥିବା ୨୩ ଜଣ ବରିଷ୍ଠ ନେତାଙ୍କ ମଧ୍ୟରେ ସେ ସାମିଲ ଥିଲେ। ପୂର୍ବରୁ ଏହି ଜି-୨୩ ନେତା ଦଳରେ ବ୍ୟାପକ ପରିବର୍ତ୍ତନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଜିତିନଙ୍କୁ ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦାୟିତ୍ଵ ଦେଇଥିଲେ ମଧ୍ୟ ସେ ସନ୍ତୋଷ ବ୍ୟକ୍ତ କରିନଥିଲେ। ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ମେଣ୍ଟକୁ ନେଇ ସେ କଂଗ୍ରେସକୁ ସମାଲୋଚନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ପୁଣି ଜାତୀୟ ରାଜପଥରେ ମାତିଲେ କଳା ପଲସର ଲୁଟେରା, ଝାମ୍ପିନେଲେ ମହିଳାଙ୍କ ଭ୍ୟାନିଟି ବ୍ୟାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୃତ୍ତ ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିବା ଖବର ହସ୍ତଗତ ହୋଇଛି। ଫଳରେ ମହିଳାଜଣଙ୍କ ବାଇକରୁ ପଡ଼ି ଗୁରୁତର ହୋଇପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଦମ୍ପତି ଆଜି ସକାଳେ ନିଜ ବାଇକ ଯୋଗେ ବାଣପୁର ବ୍ଲକ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ବିବାହ ହୋଇଥିବା ନିଜ ଝିଅ ଘରକୁ ସାବିତ୍ରୀ ଉପଲକ୍ଷେ ଯାଉଥିଲେ। ଦମ୍ପତି ଦ୍ୱୟ ହେଲେ ନଗେନ୍ଦ୍ର ବେହେରା ଏବଂ ମମତା ବେହେରା।

ତେବେ ସକାଳ ପାଖାପାଖି ୮.୩୦ ସମୟରେ ନାଚୁଣୀ ବାଇପାସ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଦୃତଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇଯାଇଥିଲେ। ଫଳରେ ମମତା ବାଇକରୁ ତଳେ ପଡିଯାଇଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ନଗେନ୍ଦ୍ର ଏହା ଜାଣିପାରି ସଙ୍ଗେସଙ୍ଗେ ବାଇକକୁ ରଖିଥିଲେ। ମମତାଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନଗେନ୍ଦ୍ର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ମମତାଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରଥିଲେ।

ବର୍ତ୍ତମାନ ମମତା ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୀଡିତା ଏଯାବତ ଥାନାରେ ଏତଲା ଦେଇନାହାନ୍ତି। ତେବେ ମମତାଙ୍କ ସୂଚନା ଅନୁଯାୟୀ ଉକ୍ତ ଭ୍ୟାନିଟି ବ୍ୟାଗରେ ୫ ହଜାର ୫୦୦ ଟଙ୍କା, ଗୋଟେ ମୋବାଇଲ, ତିନି ଗୋଟି ଏଟିଏମ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା।

ଅନୁରୂପଭାବେ ଗତ ଶନିବାର ଦିନ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ବାଇପାସରୁ ଜଣେ ମହିଳାଙ୍କ ଠାରୁ ୯୯ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଥିବା ବେଳେ ଆଜି ପୁଣି ସକାଳୁ ନାଚୁଣୀ ବାଇପାସରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡାଇନେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିମାନ ଅପହରଣ କରି ପାକିସ୍ଥାନ ନେଇଯିବାକୁ ଧମକ: ଜଣେ ଯୁବକକୁ ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ: ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ହୋଇଛି। ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋର ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ତାନ ନେଇଯିବା ନେଇ ଧମକ ହୋଇଛି। ଧମକ ଦେଇଥିବା ଯୁବକଜଣଙ୍କୁ ପୋଲିସ ଅଟକ ରଖିଛି।

ସୁଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ ଟା ସମୟରେ ଭୋପାଳ ବିମାନ ବନ୍ଦରକୁ ଜଣେ ୩୪ ବର୍ଷୀୟ ଯୁବକ ଫୋନ କରି ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ଦେଇଥିଲା। ଏଭଳି ଧମକ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା।

ତେବେ ତଦନ୍ତ ପରେ ଅଭିଯୁକ୍ତ ଯୁବକଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଟକ ରଖିଛି। ବର୍ତ୍ତମାନ ଯୁବକଜଣଙ୍କୁ ପଚରାଉଚରା କରାଯାଉଛି। ଏନେଇ ବିମାନବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି। ମୁମ୍ବାଇ ଯାଉଥିବା ସମସ୍ତ ବିମାନକୁ କଡାକଡି ଯାଞ୍ଚ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆରମ୍ଭ: ଶିଶୁଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଏବେଠୁ ଦିଆଯାଉଛି ଟ୍ରେନିଂ

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ୩ ୟ ଲହରୀ ଆସିବା ସମ୍ଭାବନା ରହିଛି। ଏହି ୩ ୟ ଲହରୀରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ୩ ୟ ଲହରୀକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶିଶୁଙ୍କ ପାଇଁ ସାଧାରଣ ୱାର୍ଡ ଓ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଶିଶୁଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଡାକ୍ତରଙ୍କ ଏବେଠୁ ଟ୍ରେନିଂ ଦେଉଛୁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କିନ୍ତୁ ୩ ୟ ଲହରୀରେ ଶିଶୁ ବିଶେଷ ପ୍ରଭାବିତ ହେବେ ନାହିଁ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିଜ ଅର୍ଥରେ ଟୀକା କିଣିବା ଲାଗି ଧାର୍ଯ୍ୟ ହେଲା ମୂଲ୍ୟ: ଜାଣନ୍ତୁ କାହାର ଦର କେତେ ରହିଛି

ଭୁବନେଶ୍ବର: ଦେଶରେ ସମସ୍ତଙ୍କୁ ମାଗଣାରେ ଟୀକା ମିଳିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ଯେଉଁମାନେ ନିଜ ଅର୍ଥରେ କିଣି ଟୀକା ନେବାପାଇଁ ଚାହିଁବେ, ସେମାନଙ୍କ ପାଇଁ ଟୀକାର ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଟୀକା କିଣି ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ପ୍ରତି ଟୀକାକୁ ସେବ କର ଭାବେ ଲୋକଙ୍କୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡିବ। ହେଲେ ପ୍ରତ୍ୟେକ  କମ୍ପାନୀର ଟୀକା ଦର ଭିନ୍ନ ଭିନ୍ନ ରହିଛି। ପ୍ରତି ଡୋଜ ପିଛା କୋଭିସିଲ୍ଡ ଟୀକାର ମୂଲ୍ୟ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟିନିକ-ଭି ଟୀକାର ମୂଲ୍ୟ ୧୧୪୫ ଟଙ୍କା  ଏବଂ କୋଭାକ୍ସିନ ଟୀକାର ମୂଲ୍ୟ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ପ୍ରତ୍ୟେକ ଡୋଜ ପାଇଁ ଲୋକଙ୍କୁ ୫ ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ପଡିବ। ସ୍ୱାସ୍ଥ୍ୟ ଓ ଅର୍ଥ ସଚିବଙ୍କ ମିଳିତ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ଟିକା ପାଇଁ କେନ୍ଦ୍ର ସରକାର ପ୍ରାୟ ୪୫ ହଜାରରୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୨ ହାଜର ୫୯୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୨ ହଜାର ୫୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୦ ଲକ୍ଷ ୮୯ ହଜାର ୬୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୩୧ ହଜାର ୪୧୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୧୨୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, କଟକ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁ,  ବରଗଡ, ବଲାଙ୍ଗୀରି ଏବଂ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ନୂଆପଡା, ରାୟଗଡା  ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୫୬ ହଜାର ୬୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୩୧୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୬ ହଜାର ୧୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୩୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୨୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୫୬ ହଜାର ୬୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୩୧୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୦୮୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣ, କଟକ ଜିଲ୍ଲାରୁ ୫୩୧, ଅନୁଗୁଳ ଜିଲ୍ଲାରୁ ୩୩୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୮୬ ଜଣ, ବରଗଡ ଜିଲ୍ଲାରୁ ୧୨୨ ଜଣ, ଭଦ୍ରକ ଜିଲ୍ଲାରୁ ୨୬୨, ବଲାଙ୍ଗୀରି ଜିଲ୍ଲାରୁ ୬୬, ବୌଦ୍ଧ ଜିଲ୍ଲାରୁ ୭୯, ଦେବଗଡ ଜିଲ୍ଲାରୁ ୨୪, ଢେଙ୍କାନାଳ ଜିଲ୍ଲାରୁ ୨୯୧ ଜଣ, ଗଜପତି ଜିଲ୍ଲାରୁ ୩୪ ଜଣ, ଗଞ୍ଜାମ ଜିଲ୍ଲାରୁ ୭୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୯୬ ଜଣ, ଯାଜପୁର ଜିଲ୍ଲାରୁ ୪୦୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୪୧ ଜଣ, କଳାହାଣ୍ଡିରୁ ୭୦ ଜଣ, କନ୍ଧମାଳ ଜିଲ୍ଲାରୁ ୭୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୧୮ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୦ ଜଣ, କୋରାପୁଟ ଜିଲ୍ଲାରୁ ୧୪୨ ଜଣ, ମାଲକାନାଗିରି ଜିଲ୍ଲାରୁ ୮୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୩୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୧ ଜଣ, ନୟାଗଡ ଜିଲ୍ଲାରୁ ୧୯୧ ଜଣ, ନୂଆପଡା ଜିଲ୍ଲାରୁ ୨୩ ଜଣ, ପୁରୀ ଜିଲ୍ଲାରୁ ୩୨୪ ଜଣ, ରାୟଗଡା ଜିଲ୍ଲାରୁ ୧୦୮ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୧ ଜଣ, ସୋନପୁର ଜିଲ୍ଲାରୁ ୬୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୮୩ ଜଣ ଏବଂ ଷ୍ଟେଟ ପୁଲରୁ ୧୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 9 ତାରିଖ ବୁଧବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଧନ ଯୋଗ

ମେଷ: – ଆଜି ଆପଣ କିଛି ଭଲ ଖବର ପାଇପାରିବେ। ଏହା ସହିତ, ଆପଣଙ୍କର ବୟସ୍କ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଅନେକ ନୂତନ ଲୋକଙ୍କ ସହିତ  ଆପଣଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ଆପଣ ଏକ ଗାଡି ମଧ୍ୟ କିଣି ପାରନ୍ତି।

ବୃଷ: – ଆଜି ଅଫିସରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଆହୁରି ମଧ୍ୟ ଆପଣଙ୍କର କ୍ୟାରିଅରରେ କିଛି ବଡ଼ ସଫଳତା ପାଇବେ। ଆଜି ଆପଣ ବ୍ୟବସାୟରେ ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। ଆପଣଙ୍କର ଆଧ୍ୟାତ୍ମିକତା ପ୍ରତି ଏକ ପ୍ରବୃତ୍ତି ଆସିପାରେ।

ମିଥୁନ: – ଆଜି ଆପଣଙ୍କ କାର୍ଯ୍ୟରେ ଅଗ୍ରଗତି ହେବ। ଆପଣ ଚେଷ୍ଟା କରୁଥିବା କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ସଫଳତା ପାଇପାରିବେ। ଆପଣଙ୍କର ପାରିବାରିକ ସମସ୍ୟା ସମାପ୍ତ ହେବ। ପୁରୁଣା ବିବାଦର ଫଳାଫଳ ଆପଣଙ୍କ ସପକ୍ଷରେ ଆସିବ ।

କର୍କଟ : – ଆପଣଙ୍କର ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ସେହି ସମୟରେ, ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ। ବୃତ୍ତିଗତ ଭାବରେ, ଜିନିଷଗୁଡିକ ସୁଗମ ହେବ ଏବଂ ଭଲ ଅଗ୍ରଗତି ହେବ। ଆଜି ପିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଚିନ୍ତାର ବିଷୟ ହୋଇପାରେ।

ସିଂହ: – ଆଜି ଆପଣ କାହାଠାରୁ ଉପହାର ପାଇପାରିବେ। ଆଜି ଆପଣଙ୍କର ଅଧିକ ଆତ୍ମବିଶ୍ୱାସ ରହିବ। ଆଜି କିଛି ଲୋକ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। ସେମାନେ ମଧ୍ୟ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ । ବ୍ୟବସାୟୀମାନେ ଆଜି ଉତ୍ତମ ସୁଯୋଗ ପାଇବେ।

କନ୍ୟା: – ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବ। ଆପଣ ମଧ୍ୟ ଆପଣଙ୍କର କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଆପଣ ସମ୍ପର୍କୀୟମାନଙ୍କଠାରୁ କିଛି ବଡ଼ ଖବର ପାଇପାରିବେ, ଯାହା ଆପଣ କେବେ ବି କଳ୍ପନା କରିନାହାଁନ୍ତି। କୈଣସି ବଡ କାମ କରିବା ପୂର୍ବରୁ, ନିଜ ସାଥୀଙ୍କ ପରାମର୍ଶ ନିଅନ୍ତୁ।

ତୂଳା:- ଆପଣଙ୍କର ବ୍ୟକ୍ତିତ୍ୱ ବୃଦ୍ଧି ପାଇବ ଏବଂ ଆପଣ ଲୋକମାନଙ୍କୁ ସହଜରେ ପ୍ରଭାବିତ କରିବାକୁ ସମର୍ଥ ହେବେ। ପଦୋନ୍ନତି ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କଠାରୁ ଆପଣ ସମର୍ଥନ ଏବଂ ପ୍ରଶଂସା ପାଇବା ଜାରି ରଖିବେ । ଆର୍ଥିକ ଦୃଷ୍ଟିରୁ ଆପଣ ସୁରକ୍ଷିତ ରହିବେ ଏବଂ ଆପଣ ସମ୍ପତ୍ତି କିମ୍ବା ଯାନରେ ବିନିଯୋଗ କରିପାରିବେ।

ବିଛା : – ଆଜି ଆପଣ ବ୍ୟବସାୟ ସହ ଜଡିତ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଆପଣ କିଛି ବଡ ଦାୟିତ୍ବ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଉତ୍କୃଷ୍ଟ ହେବ।

ଧନୁ : – ଆଜି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଧାରଣା କରିପାରିବେ। ଆହୁରି ମଧ୍ୟ, ପ୍ରେମ ସମ୍ପର୍କ ସମ୍ବନ୍ଧରେ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଅନ୍ୟମାନଙ୍କ ପାଇଁ ଖରାପ ଉଦ୍ଦେଶ୍ୟ ରହିବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ। ଏପରି ଚିନ୍ତାଧାରାକୁ ଏଡ଼ାନ୍ତୁ, କାରଣ ସେମାନେ ସମୟର ଅପଚୟ କରିବେ।

ମକର : – ଟଙ୍କା ଦୃଷ୍ଟିରୁ ଦିନଟି ସ୍ୱାଭାବିକ ହେବ। ଅଦାଲତ ମାମଲାଗୁଡ଼ିକରେ ସଫଳତା ମିଳିବ। ମହିଳାଙ୍କ ନିକଟରୁ ବହୁତ ସାହାଯ୍ୟ ମିଲିବ। ଯଦି ଆପଣ ଦୀର୍ଘ ସମୟ ଧରି ଏକ ଗାଡି କିମ୍ବା ବିଳାସପୂର୍ଣ୍ଣ ଜିନିଷ କିଣିବାକୁ ଯୋଜନା କରୁଥିଲେ, ତେବେ ବର୍ତ୍ତମାନ ଏହାକୁ ଫଳପ୍ରଦ କରିବାର ସମୟ ଆସିଛି।

କୁମ୍ଭ: – ଆଜି, ଆପଣଙ୍କ ସାଥୀଙ୍କ ପରାମର୍ଶରେ, ଆପଣ ଟଙ୍କା ରୋଜଗାରର ଏକ ନୂତନ ଉପାୟ ପାଇବେ। ଆହୁରି ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ। ସାଙ୍ଗମାନଙ୍କ ସହିତ କିଛି ବିଷୟରେ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି। ଆପଣଙ୍କର ଅତ୍ୟଧିକ କ୍ରୋଧ ହେତୁ, କରାଯାଇଥିବା କୈଣସି କାର୍ଯ୍ୟ ନଷ୍ଟ ହୋଇପାରେ।

ମୀନ: – ଆଜି ଆପଣଙ୍କ ପାରିବାରିକ ଅବସ୍ଥା ଭଲ ରହିବ। ବିବାଦର ସମାଧାନ ହେବ। ବିନା ପ୍ରଶ୍ନରେ ସାହାଯ୍ୟ ଆସିବ। କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ବହୁତ ଭଲ ଦିନ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମର ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର, ଅତି ପ୍ରବଳ ବାତ୍ୟା ‘ୟସ୍’ ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର କ୍ଷେତ୍ର ସ୍ତରୀୟ  ଅନୁଧ୍ୟାନ ନିମନ୍ତେ  ଆସିଥିବା  ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ସମେତ  ରାଜ୍ୟର ବରିଷ୍ଠ ପ୍ରଶାସନିକ  ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେଉଥିବା ଗୃହ ବିଭାଗ ଯୁଗ୍ମ ଶାସନ ସଚିବ ସୁନିଲ୍ କୁମାର ବର୍‌ନଓ୍ୱାଲ୍ କହିଥିଲେ ଯେ  ରାଜ୍ୟରେ ବାତ୍ୟା ପରିଚାଳନା ବାସ୍ତବିକ ପ୍ରସଂଶନୀୟ। ରାଜ୍ୟରୁ ପଂଚାୟତ ଏବଂ ଗ୍ରାମ ସ୍ତର ପର‌୍ୟ୍ୟନ୍ତ ସମସ୍ତେ ଏକ ଟିମ୍ ଭାବେ କାମ କରିଛନ୍ତି । ସେ ନିଜେ ଜିଲ୍ଲାପାଳ, ସରପଂଚ, ଓ୍ୱାର୍ଡମେମ୍ବର ଏବଂ ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ସମସ୍ତେ ବାତ୍ୟା ବିଷୟରେ ଆଗୁଆ ସୂଚନା ପାଇଥିଲେ ଏବଂ ନିର୍ଦ୍ଧାରିତ କାର‌୍ୟ୍ୟପନ୍ଥା ଅନୁସାରେ ସମସ୍ତ ପ୍ରାକ୍ ପ୍ରସ୍ତୁତି କରିଥିଲେ। ବାତ୍ୟା ପରିଚାଳନା, ଲୋକଙ୍କ ସୁରକ୍ଷା, ଉଦ୍ଧାର ଏବଂ ରିଲିଫ୍ କାର‌୍ୟ୍ୟକୁ ନିଜର କାମ ଭାବେ ବିଚାରକରି ସମସ୍ତେ କାମ କରିଥିଲେ ।

ବରନ୍‌ଓ୍ୱାଲ୍ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିପର‌୍ୟ୍ୟୟ ସହନଶୀଳ ରାସ୍ତା,ବିଦ୍ୟୁତ ବ୍ୟବସ୍ଥା ଆଦିର ଜରୁରୀ ଆବଶ୍ୟକତା ରହିଛି । ରାଜ୍ୟର ଉପଯୁକ୍ତ ବିପର‌୍ୟ୍ୟୟ ପରିଚାଳନା ବ୍ୟବସ୍ଥା ହେତୁ ବ୍ୟକ୍ତିଗତ ଧନଜୀବନ କ୍ଷୟ ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ସର୍ବନିମ୍ନ ହୋଇପାରିଛି । ହେଲେ ଏବେବି  ସର୍ବସାଧାରଣ ସଂପତ୍ତି ପ୍ରଭୁତଭାବେ କ୍ଷତିଗ୍ରସ୍ତ ହେଉଛି। ବାତ୍ୟା ସହନଶୀଳ ଭିତ୍ତିଭୂମି ସ୍ୱାରା ସର୍ବସାଧାରଣ ସଂପତ୍ତି କ୍ଷୟକୁ କମ୍ କରାଯାଇପାରିବ।

କେନ୍ଦ୍ର ସରକାରଙ୍କ ଗୃହ, କୃଷି, ଅର୍ଥ, ସଡ଼କ ଓ ପରିବହନ, ଗ୍ରାମ ଉନ୍ନୟନ, ଶକ୍ତି, ମତ୍ସ୍ୟ ସଂପଦ ଆଦି ମନ୍ତ୍ରଣାଳୟର ୭ ଜଣ ବରିଷ୍ଠ ଅଧିକାରୀ ଏହି ଟିମ୍‌ର ସଦସ୍ୟଭାବେ ଓଡ଼ିଶା ଆସିଥିଲେ। ଏମାନେ ଦୁଇଭାଗରେ ବିଭକ୍ତ ହୋଇ  ବାତ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲା ବୁଲି କ୍ଷୟକ୍ଷତିର ଆକଳନ କରିଥିଲେ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପଂଚୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍ ଙ୍କ  ସମେତ ସଂପୃକ୍ତ ବିଭାଗର ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ହାଇସ୍କୁଲ ଛାତ୍ରୀ କ୍ୟାରିଅର ସଚେତନ ପାଇଁ ଆରମ୍ଭ ହେଲା ଆଇବିଏମ୍‌ ଷ୍ଟେମ୍‌ ସୁବିଧା, ଜାଣନ୍ତୁ ଏହା କଣ

ଭୁବନେଶ୍ୱର,  ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍‌ ଭାରତ ଓ ଦକ୍ଷିଣ ଏସିଆର ସିଏସ୍‌ଆର୍‌ ମୁଖ୍ୟ ମନୋଜ ବାଳଚନ୍ଦ୍ରନ୍‌ ତଥା ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟ ଛାତ୍ରୀମାନେ ଡିଜିଟାଲ୍‌ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ରୋଲ୍‌ ମଡେଲ୍‌ ହେବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ୍‌ ଏବଂ ଏହାର ସହଯୋଗୀ କେ୍ୱଷ୍ଟ ଆଲିଆନ୍ସ ତଥା ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ । ଏହା ଫଳରେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ସହିତ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହିତ ସମତୁଲ ଭାବରେ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ପାଇବ ।

ମନ୍ତ୍ରୀ ଦାଶ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ସୂଚକାଙ୍କରେ ଓଡ଼ିଶାର ସ୍କୋର ୭୪୯ ଥିବାବେଳେ ତାହା ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି ଓ ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ବଳରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ପରିଚାଳନା ଓ ସମତା ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ଯୋଜନା ଅଧୀନରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଗୁଣାତ୍ମକ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଧାରାରେ ଏହି ସୁବିଧାକୁ ପରବର୍ତ୍ତୀ ସମୟରେ ହଜାରଟି ହାଇସ୍କୁଲକୁ ସଂପ୍ରସାରିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଆଜିର ଆଇବିଏମ୍‌ ଷ୍ଟେମ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ପରେ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୩୦ଟି ଯାକ ଜିଲ୍ଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀବୃନ୍ଦ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କୁ ଭର୍ଚୁଆଲ ସୁବିଧା ପ୍ରଦାନ ନିମନ୍ତେ ଆବଶ୍ୟକୀୟ ଦକ୍ଷତା, ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା ଉପରେ ତାଲିମ ପ୍ରଦାନ କରାଯିବ ।

କୋଭିଡ୍‌ ସ୍ଥିତିରେ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ଶିକ୍ଷକମାନେ ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବାର ବିଭିନ୍ନ ଯୋଜନା ବାବଦରେ ଏହି ତାଲିମରେ ଅବଗତ ହେବେ । ଏହା ବ୍ୟତୀତ ଅଧିକ ସଂଖ୍ୟାରେ ଛାତ୍ରୀମାନଙ୍କୁ ଷ୍ଟେମ୍‌ ମାଧ୍ୟମରେ କ୍ୟାରିୟର ପସନ୍ଦ ପାଇଁ ପଥ ପ୍ରଶସ୍ତ ହେବ । ମହାମାରୀ ସମୟରେ ଡିଜିଟାଲ ସାକ୍ଷରତା ଏବଂ ଆଧୁନିକ ଅନ୍‌ଲାଇନ୍‌ ଶିକ୍ଷଣର ଗୁରୁତ୍ୱ ରହିଥିବାବେଳେ ଶିକ୍ଷକମାନଙ୍କୁ ଏ ବାବଦରେ ଅଧିକ ସଶକ୍ତ କରାଯାଇପାରିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ ପ୍ରେମ ସଂପର୍କରେ ନେବେ ବଡ ନିଷ୍ପତି

ଧନୁ : – ଆଜି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଧାରଣା କରିପାରିବେ। ଆହୁରି ମଧ୍ୟ, ପ୍ରେମ ସମ୍ପର୍କ ସମ୍ବନ୍ଧରେ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଅନ୍ୟମାନଙ୍କ ପାଇଁ ଖରାପ ଉଦ୍ଦେଶ୍ୟ ରହିବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ।

ମୀନ: – ଆଜି ଆପଣଙ୍କ ପାରିବାରିକ ଅବସ୍ଥା ଭଲ ରହିବ। ବିବାଦର ସମାଧାନ ହେବ। ବିନା ପ୍ରଶ୍ନରେ ସାହାଯ୍ୟ ଆସିବ। କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ବହୁତ ଭଲ ଦିନ ହେବ।

 

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ କିଛି ଭଲ ଖବର ହାସଲ କରିବେ

ମେଷ: – ଆଜି ଆପଣ କିଛି ଭଲ ଖବର ପାଇପାରିବେ। ଏହା ସହିତ, ଆପଣଙ୍କର ବୟସ୍କ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଅନେକ ନୂତନ ଲୋକଙ୍କ ସହିତ  ଆପଣଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ଆପଣ ଏକ ଗାଡି ମଧ୍ୟ କିଣି ପାରନ୍ତି।

କନ୍ୟା: – ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବ। ଆପଣ ମଧ୍ୟ ଆପଣଙ୍କର କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଆପଣ ସମ୍ପର୍କୀୟମାନଙ୍କଠାରୁ କିଛି ବଡ଼ ଖବର ପାଇପାରିବେ, ଯାହା ଆପଣ କେବେ ବି କଳ୍ପନା କରିନାହାଁନ୍ତି।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ କର୍ମ କ୍ଷେତ୍ରରେ ପାଇବେ ସଫଳତା

ବୃଷ: – ଆଜି ଅଫିସରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଆହୁରି ମଧ୍ୟ ଆପଣଙ୍କର କ୍ୟାରିଅରରେ କିଛି ବଡ଼ ସଫଳତା ପାଇବେ। ଆଜି ଆପଣ ବ୍ୟବସାୟରେ ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ।

ମିଥୁନ: – ଆଜି ଆପଣଙ୍କ କାର୍ଯ୍ୟରେ ଅଗ୍ରଗତି ହେବ। ଆପଣ ଚେଷ୍ଟା କରୁଥିବା କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ସଫଳତା ପାଇପାରିବେ। ଆପଣଙ୍କର ପାରିବାରିକ ସମସ୍ୟା ସମାପ୍ତ ହେବ। ପୁରୁଣା ବିବାଦର ଫଳାଫଳ ଆପଣଙ୍କ ସପକ୍ଷରେ ଆସିବ ।