Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ମନ ଖରାପ କରନ୍ତୁ ନାହିଁ, ଲକଡାଉନ ସମୟରେ ମଧ୍ୟ ପାଳନ କରିପାରିବେ ଗଣପର୍ବ ରଜ, ଜାଣନ୍ତୁ କିପରି ?

ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆରମ୍ଭ ହେଉଛି 14 ତାରିଖରେ ଏବଂ ଶେଷ ହେଉଛି 16 ତାରିଖରେ। ଫଳରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଜ ମଉଜ ସବୁ ଫିକା ପଡିଯାଇଛି।

ତେବେ ଲକ ଡାଉନ ମଧ୍ୟରେ ମଧ୍ୟ ଆପଣ ଏହି ଗଣପର୍ବକୁ ପାଳନ କରିପାରିବେ। କାରଣ ହେଲା ଏହି ପର୍ବର ଅନେକ ନିତି ରହଛି ଯାହା ଘରେ ରହି ପାଳନ କରି ହେବ। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ କଥା ଦେଖିବା ଦରକାର। ପରେ ବିଭିନ୍ନ ଉତ୍ସବ ମହୋତ୍ସବ ପାଳନ କଥା ଚିନ୍ତା କରାଯିବ। ଆସନ୍ତୁ ଜାଣିବା ଏହି ଲକଡାଉନରେ କେମିତି ଘରେ ରହି ପାଳନ କରିବେ ରଜ।

ପୋଡପିଠା

ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ତେଣୁ ଲକଡାଉନରେ ମଧ୍ୟ ଆପଣ ଏହିପିଠା କରି ଏହାର ସ୍ବାଦ ନେଇପାରିବେ। ଲକଡାଉନ ହୋଇଥିଲେ ମଧ୍ୟ ସବୁସ୍ଥାନରେ ଦିନ 11 ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହୁଛି। ସେଥିପାଇଁ ଆପଣ ପୋଡପିଠା ପାଇଁ ଆବଶ୍ୟକ ଜିନିଷ କିଣି ରଖନ୍ତୁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରନ୍ତୁଷ ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି ପୋଡପିଠାର ମଜ୍ଜା ନିଅନ୍ତୁ।

ରଜପାନ

ରଜପାନ ହେଉଛି ରଜର ଏକ ଏକ ମଜାଦାର ଉପହାର। ଏହିଦିନ ଏହି ସ୍ବତନ୍ତ୍ର ପାନର ଚାହିଦା ରହିଥାଏ। ଏଥିପାଇଁ ପାନଦୋକାନୀମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଭଳିକି ଭଳି ସମଲା ପକାଇ ଏହି ପାନ ପ୍ରସ୍ତୁତ କରିଥାନ୍ତି। ହେଲେ ଏଥର ଲକଡାଉନ ଯୋଗୁଁ ପାନଦୋକାନ ବନ୍ଦ ରହିବ। ତେବେ ତା ପୂର୍ବରୁ ଆପଣ ପାନ ଓ ମସଲା ଆଣି ରଜର ଏହି ନିଆର ସ୍ବାଦକୁ ଅନୁଭବ କରିପାରିବେ।

ରଜଦୋଳି, ପୁଚିଖେଳ

ସାଧାରଣତଃ ଦୋଳି, ପୁଚିଖେଳ ରଜ ସମୟରେ ଏକ ବଡ ଖେଳ ଭାବେ ପରିଚିତ। ସେଥିପାଇଁ ଘରର ଝିଅମାନେ ଏହିଦିନ ବାହାରକୁ ଆସି ରଜ ଦୋଳି ଖେଳିଥାନ୍ତି। ହେଲେ ଲକଡାଉନ ଯୋଗୁଁ ବାହାରେ ରଜଦୋଳି ନ ଖେଳିଲେ ମଧ୍ୟ ଘରେ ଯଦି ସୁବିଧା ଅଛି ତେବେ ଏହା ଖେଳା ଯାଇପାରେ। ତେବେ ସାବଧାନ ଯଦି ସେପରି ସୁବିଧା ନାହିଁ ତେବେ ଏହି ଖେଳରୁ ଦୂରେଇ ଯାଇ ପୁଚି ଖେଳର ମଜା ନେଇ ହେବ। କାରଣ ପୁଚି ଖେଳ ହେଉଛି ଏହି ରଜର ଅନ୍ୟତମ ବିଶେଷତ୍ବ। ବିଶ୍ବାସ ରହିଛି ଝିଅମାନେ ଏହିଦିନ ପୁଛି ଖେଳିଲେ ସେମାନେ ଭବିଷ୍ୟତରେ ଗର୍ଭଧାରଣ ପାଇଁ କଷ୍ଟ ଅନୁଭବ କରିବେ ନାହିଁ। ପୁଚି ରଜର ଏକ ଉପାଦାନ ହୋଇଥିଲେ ମଧ୍ୟ ଏହା ଶାରୀରିକ ବ୍ୟାୟମ ବୋଲି କୁହାଯାଏ।

ସେହିପରି ରଜ ତିନିଦିନରେ ତାସ, ଲୁଡୁ, ପଶା ଖେଳ ମଧ୍ୟ ଅନ୍ୟତମ ଆକର୍ଷଣ। ତେବେ ଏହି ଖେଳ ସଂପୂର୍ଣ୍ଣ ଭାବେ ଘରୋଇ ଖେଳ ହୋଇଥିବାରୁ ଘରେ ପରିବାର ସହିତ ଖେଳିବାରେ କିଛି ଅସୁବିଧା ନାହିଁ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଗୁରୁବାର 10 ତାରିଖରେ ହେବ ସୂର୍ଯ୍ୟ ପରାଗ, ତେବେ ଗ୍ରହଣକୁ ନେଇ କଣ ରହିଛି 10 ଟି ବିଶ୍ବାସ

Solar Eclipse 2021, ଜୁନ 10 ତାରିଖ ଗୁରୁବାର ଦିନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ସଂଗଠିତ ହେବାକୁ ଯାଉଛି। ହିନ୍ଦୁ ମାସ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନ ଘଟିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗ୍ରହଣର 12 ଘଣ୍ଟା ପୂର୍ବରୁ ଏହାର ପାଳନ ଅବଧି ଆରମ୍ଭ ହୁଏ। ଆସନ୍ତୁ ଜାଣିବା ଏହି ଅବଧିରେ କେଉଁ ବସ୍ତୁ ଉପରେ ଏହାର ପ୍ରଭାବ ଅଛି।

1- ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ଗ୍ରହଣ ସମୟରେ ଏହାର ଜଳ ଉପରେ ଏହାର ପ୍ରଭାବ ପଡିଥାଏ। ଯାହାର ପ୍ରମାଣ ହେଲା ଏହି ଗ୍ରହଣ ସମୟରେ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହୋଇଥାଏ। ସେଥିପାଇଁ ପାଣି ପିଇବା ବେଳେ ସେଥିରେ ତୁଳସୀ ପତ୍ର ମିଶାଇ ପାନ କରିବା ଉଚିତ।

2- ଏହା ମଧ୍ୟ ବିଶ୍ବାସ କରାଯାଏ ଯେ ଖାଦ୍ୟ ଉପରେ ଗ୍ରହଣର ପ୍ରଭାବ ରହିଛି, ସେଥିପାଇଁ ଗ୍ରହଣ ଶେଷ ହେବା ପରେ କିମ୍ବା ଗ୍ରହଣର ବହୁ ପୂର୍ବରୁ ଖାଦ୍ୟ ରନ୍ଧା ଯାଇ ଖିଆଯାଏ। ଏଥିସହିତ ସେଥିରେ ତୁଳସୀ ପତ୍ର ମିଶାଇ ଖିଆଯାଏ। ଏହା ମଧ୍ୟ କୁହାଯାଏ ଯେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ କାରଣ ଏହି ସମୟ ମଧ୍ୟରେ ହଜମ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ପେଟ ଦୁର୍ବଳ ହୋଇଯାଏ।

3- ଗ୍ରହଣ ସମୟରେ ମନ୍ଦିରରେ ପହଡ ପଡିଯାଏ। ଗ୍ରହଣ ସମାପ୍ତ ହେବା ପରେ ମନ୍ଦିର ଏବଂ ଘର ସଫା କରିବା କାର୍ଯ୍ୟ କରାଯାଏ ଯାହା ଦ୍ବାରା ଯଦି ଗ୍ରହଣର ପ୍ରଭାବ ଥାଏ, ତେବେ ଏହା ଶେଷ ହୁଏ।

4- ବିଶ୍ବାସ କରାଯାଏ ଯେ ଗ୍ରହଣର ପ୍ରଭାବ ଗର୍ଭବତୀଙ୍କ ଉପରେ ଅଧିକ ହୋଇଥାଏ, ସେଥିପାଇଁ ଗ୍ରହଣ ଶେଷ ହେବା ପରେ ସେମାନଙ୍କୁ ଗାଧୋଇବାକୁ ପରାମର୍ଶ ଦିଆଯାଏ। ତାହା ନ କଲେ ଶିଶୁର ଚର୍ମ ସମସ୍ୟା ସୃଷ୍ଟି ହୁଏ ବୋଲି ବିଶ୍ବାସ ରହିଛି।

5- ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଗ୍ରହଣ ଖୋଲା ଆଖିରେ ଦେଖାଯାଏ ନାହିଁ। କାରଣ ଆଖି ଉପରେ ରେଟିନାର ବିପରୀତ ପ୍ରଭାବ ପଡିଥାଏ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଗ୍ରହଣ ଖୋଲା ଆଖିରେ ମଧ୍ୟ ଦୃଶ୍ୟମାନ ହୁଏ ନାହିଁ, ସେଥିପାଇଁ ଏହା କେବଳ ଏକ ବିଶେଷ ପ୍ରକାରର ଚଷମା ପିନ୍ଧି ଦେଖାଯାଇଥାଏ।

6- ଏହା ମଧ୍ୟ କୁହାଯାଏ ଯେ ଗ୍ରହଣ ସମୟରେ ପଶୁ ଏବଂ ପକ୍ଷୀମାନଙ୍କର ଆଚରଣରେ ପରିବର୍ତ୍ତନ ଆସିଥାଏ।

7- ଏହା ମଧ୍ୟ କୁହାଯାଏ ଯେ ଗ୍ରହଣ ସମୟରେ ପ୍ରକୃତିର ପରିବର୍ତ୍ତନ ଆସିଥାଏ | ଗ୍ରହଣ ହେତୁ ପୃଥିବୀ ଭିତରେ ମଧ୍ୟ ଭୂକମ୍ପ ଘଟିଥାଏ।

8-କୁହାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଜଣେ ବ୍ୟକ୍ତି ସାଂଘାତିକ କିମ୍ବା ଥକ୍କା ଅନୁଭବ କରେ।

9-ଏହା ମଧ୍ୟ କୁହାଯାଏ ଯେ ଗ୍ରହଣ ସମୟରେ ସମ୍ବେଦନଶୀଳ କିମ୍ବା ଭାବପ୍ରବଣ ବ୍ୟକ୍ତି ଅଧିକ ଭାବପ୍ରବଣ କିମ୍ବା ସମ୍ବେଦନଶୀଳ ହୋଇଯାଏ। ଏହା ଆମ ଭାବନାକୁ ପ୍ରଭାବିତ କରିଥାଏ ଏବଂ ନକାରାତ୍ମକ ଭାବନାକୁ ବଢାଇଥାଏ।

10- ଏହା ମଧ୍ୟ କୁହାଯାଏ ଯେ ଗ୍ରହଣ ସମୟରେ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପ୍ରଭାବିତ ହୁଏ।

ତେବେ ଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ସେଥିପାଇଁ ଏହି ସମୟରେ କୌଣସି ନିତିନିୟମ ପାଳନ ମଧ୍ୟ କରାଯିବ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରଥମ ପ୍ରେମିକା ପତ୍ନୀକୁ ପ୍ରତାରଣା: ଦ୍ୱିତୀୟ ବିବାହ କରି ଜେଲ୍ ଗଲା ଯୁବକ

କନ୍ଦର୍ପ ବେହେରା
ରେଢାଖୋଲ: ପ୍ରେମ ମାନେନା ବାଧା ବନ୍ଧନ। ପ୍ରେମ ହିଁ ଜୀବନ। ଏଇ ପ୍ରେମ ପାଇଁ କିଏ ପାଗଳ ହୋଇ ଯାଇଛି ତ ଆଉ କାର ଜୀବନ ଯାଉଛି। ଏଇ ପ୍ରେମ ପାଇଁ ଆଉ କେହି ଜେଲ ଯାଉଛି। ଏଇ ପ୍ରେମ କିନ୍ତୁ ଅଲଗା ପ୍ରଥମ ପ୍ରେମିକା ପତ୍ନୀକୁ ପ୍ରତାରଣା କରି ଅନ୍ୟତ୍ର ବିବାହ କରି ଶେଷରେ ଜେଲ ଯିବା ଭଳି ଘଟଣା ନାକଟିଦେଉଳ ଅଂଚଳରେ ବେଶ୍ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଦେବଗଡ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ଗ୍ରାମର ନୀଳାବତୀ ମାଟିଆରୀ (୩୦)ନାମକ ଜନୈକା ଯୁବତୀ ଦେବଗଡ ନିଯୁକ୍ତିମେଳା ରେ ମନୋନୀତ ହୋଇ ଗୁଜୁରାଟ ରେ ଜିଏଚ୍‌ସିଏଲ୍ ନାମକ କଂପାନୀରେ ୨୦୧୫ ରେ ନିଯୁକ୍ତି ପାଇଥିଲେ। ନାକଟିଦେଉଳ ଥାନା ସରାପାଲି ପଂଚାୟତ ମାରଓାଡିମୁଣ୍ଡା ଗ୍ରାମର ସୁଧାଂଶୁ ଶେଖର ରାଉଳ ନାମକ (୩୨) ଯୁବକ ନୀଳାବତୀକୁ ଗୁଜୁରାଟରେ କାମ କରିବାକୁ ପଚାରିବାରୁ ନୀଳାବତୀ ହଁ କରିଥିଲେ। ସୁଧାଂଶୁ ଗୁଜୁରାଟ ଚାଲିଯାଇ ଦି ଜଣ ଏକାଠି ୨୦୧୭ ରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଠି ରହିଥିଲେ। ଏହା ଭିତରେ ସେମାନଙ୍କୁ ପୁତ୍ର ସନ୍ତାନଟିଏ ମଧ୍ୟ ଜନ୍ମ ହୋଇଥିଲା।

ବର୍ତ୍ତମାନ ପିଲାଟିର ବୟସ ୨ବର୍ଷ। ସୁଧାଂଶୁ ନିଜର ପ୍ରେମିକା ପତ୍ନୀକୁ କେରଳ ଯାଉଛି ସେଠାରେ ଅଧିକ ରୋଜଗାର ହେବ କହି ନିଜ ଗାଁ ମାରଓାଡିମୁଣ୍ଡାକୁ ପଳାଇ ଆସିଥିଲା। ବିଶ୍ୱାସ ଜନ୍ମାଇବାକୁ ପ୍ରତିମାସରେ ସୁଧାଂଶୁ ପ୍ରେମିକା ପତ୍ନୀକୁ ୫ ହଜାର ଟଙ୍କା ଲେଖାଏଁ ପଠାଉଥିଲା। ହେଲେ ଗତ ଅପ୍ରେଲ ଓ ମଇ ମାସ ୨୦୨୧ ରେ ପ୍ରେମିକା ପତ୍ନୀ ପାଖକୁ ଟଙ୍କା ନ ପଠାଇବାରୁ ତାର ମନରେ ସନ୍ଦେହ ଯାତ ହେଲା। ଗତ ତା ୧୨/୫/୨୦୨୧ ରେ ସୁଧାଂଶୁ ପାତ୍ରପଡା ଅଂଚଳରେ ବିବାହ କରି ପକାଇଥିଲା।

କୈାଣସି ସୂତ୍ରରୁ ପୂର୍ବ ପ୍ରେମିକା ପତ୍ନୀ ଖବର ପାଇ ଗୁଜୁରାଟରୁ ଫେରିଆସି ଆଜି ନାକଟିଦେଉଳ ଥାନାକୁ ଆସି ଲିଖିତାକାରରେ ଅଭିଯୋଗ କଲା ପରେ ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରତାରିତ ଯୁବକକୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ଉଭୟକୁ ପତ୍ନୀ ହିସାବରେ ରଖିବା ପାଇଁ ସୁଧାଂଶୁ ଅରାଜୀ ହେବାରୁ ନାକଟିଦେଉଳ ଥାନା କେସ୍ ନଂ୫୦/୨୧ ଧାରା ୪୯୩,୪୧୭, ୫୦୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏପଟେ ୨ ବର୍ଷର ଛୋଟ ପୁଅଟି ଅନାଥ ହୋଇଯାଇଥିବା ବେଳେ ସେ ପଟେ ନବବିବାହିତା ମହିଳାର ସ୍ୱାମୀ ଜେଲ ଯିବା ଘଟଣା ନାକଟିଦେଉଳ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପଙ୍କପାଳ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ସମାଜସେବୀ ବୋଲାଉଥିବା ମହିଳାଙ୍କୁ ବିଭିନ୍ନ ମହଲରେ ନିନ୍ଦା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ ଛୁଟୁଥିବା ବେଳେ ସରପଞ୍ଚଙ୍କୁ ସମର୍ଥନ ମିଳୁଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ।

ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବା ନିମନ୍ତେ ବ୍ଲକ ପକ୍ଷରୁ ସରପଞ୍ଚ ମିନାକ୍ଷୀ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କ ସୁବନ୍ଦୋବସ୍ତ ମଧ୍ୟରେ ଟିକା ପ୍ରଦାନ କରାଯାଉଥିବା ବେଳେ ନିଜକୁ ସମାଜସେବୀ ବୋଲି କହୁଥିବା ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳା ୨ଦିନ ହେବ ଟିକା କେନ୍ଦ୍ରରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଏଥିସହିତ ଶୁକ୍ରବାର ଦିନ ସକାଳୁ ଉକ୍ତ ମହିଳା ଜଣକ ଟିକା କେନ୍ଦ୍ରରେ ପହଞ୍ଚି କୌଣସି ସୂତ୍ରରୁ ଟିକା ନେବା ପାଇଁ ସଂଗ୍ରହ କରିଥିବା କିଛି ଟୁକନକୁ ନିଜ ପାଖରେ ରଖିଥିଲେ। ଲୋକମାନେ ଧାଡିରେ ଛିଡାହୋଇ ଟିକା ନେବା ପାଇଁ ଟୁକନ୍ ସଂଗ୍ରହ କରୁଥିବା ବେଳେ ଉକ୍ତ ମହିଳା ଜଣକ ଧାଡିରେ ଛିଡା ହୋଇଥିବା କିଛି ଲୋକଙ୍କୁ ବାହାର କରି ତାଙ୍କର କିଛି ନିଜ ଲୋକଙ୍କୁ ଧାଡିରେ ଛିଡା କରାଇ ନିଜେ ଟୁକନ୍ ବାଣ୍ଟି ତାଙ୍କୁ ଆଗୁଆ ଟିକା ନେବାରେ ସହଯୋଗ କରୁଥିଲେ।

ଧାଡ଼ିରେ ଛିଡା ହୋଇଥିବା ଲୋକେ ଏନେଇ ଅଭିଯୋଗ କରିବା ସହ ଏନେଇ ଉକ୍ତ ମହିଳାଙ୍କୁ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସରପଞ୍ଚଙ୍କୁ ଏକ ଚାପୁଡ଼ା ମାରିବା ସହ ଚୁଟିକୁ ଧରି ତଳେ ଫୋପାଡି ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ ସ୍ୱାଭାବିକ ଭାବେ ଟିକା ନେଇଥିଲେ। ଏସମ୍ପର୍କରେ ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ ଉକ୍ତ ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳାଙ୍କ ନାମରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପରପକ୍ଷରୁ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି।

ଟିକାକେନ୍ଦ୍ରରେ ସର୍ବ ସମ୍ମୁଖରେ ସରପଞ୍ଚଙ୍କୁ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ଏନେଇ ପଙ୍କପାଳ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଅରୁଣ କୁମାର ପାଣି, ପରିବର୍ତ୍ତନ ଯୋଦ୍ଧା ପକ୍ଷରୁ ପରଂବ୍ରହ୍ମ ରାଉତ, ପଙ୍କପାଳ ବଣିକ ସଂଘ ପକ୍ଷରୁ ଫକିର ଦାସ ପ୍ରମୁଖ ସରପଞ୍ଚଙ୍କୁ ମାଡ ଘଟଣାର ତୀବ୍ର ନିନ୍ଦା କରିବା ସହ ସମାଜସେବୀ ନାମରେ ଅସାମାଜିକ କାର୍ଯ୍ୟକୁ ବରଦାସ୍ତ କରାଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବୋଲି ଜଣାପଡିଛି।

ଅନ୍ୟପକ୍ଷରେ କୁଜଙ୍ଗ ସରପଞ୍ଚ ସଂଘର ସଭାପତି ମିହିର ରଞ୍ଜନ ସାହୁ ଓ ସମ୍ପାଦକ ପ୍ରମୋଦ କୁମାର ସରପଞ୍ଚଙ୍କୁ ମାଡ ଘଟଣାର ତୀବ୍ର ନିନ୍ଦା କରିବା ସହ କୁଜଙ୍ଗ ଥାନା ଅଧିକାରୀ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଜନ୍ମ ନେଲା ଶ୍ରୀରାମ ଶ୍ରୀକ୍ରିଷ୍ଣା ଚାରିଟେବୁଲ ଟ୍ରଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସ୍ଥିତ ଲଡ଼ୁକେଶ୍ୱର ଜରାଶ୍ରମ ପରିସର ମଧ୍ୟରେ ନିକଟରେ ଶ୍ରୀରାମ ଶ୍ରୀକ୍ରିଷ୍ଣା ଚାରିଟେବୁଲ ଟ୍ରଷ୍ଟର ଶୁଭ ଉଦ୍ଘାଟନ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ ଜନ ଆମ୍ବୁଲାନ୍ସର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଏବଂ ଜରାଶ୍ରମର ସମ୍ପାଦକ ନାରାୟଣ ସାହୁଙ୍କ ଉପସ୍ଥିତିରେ ଏହି ଚାରିଟେବୁଲ ଟ୍ରଷ୍ଟର ଶୁଭ ଉଦ୍ଘାଟନ ହୋଇଯାଇଅଛି। ମାନବସେବା ଉଦ୍ଦେଶ୍ୟରେ ସଂସ୍ଥାକୁ ଆଗେଇ ନେବା ପାଇଁ ଦୃଢ ସଂକଳ୍ପ ନିଆଯାଇଛି ବୋଲି  ଟ୍ରଷ୍ଟ୍ ର ସଭାପତି କାର୍ତ୍ତିକେଶ୍ୱର ସେନାପତି ଓ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ଏହି ଅବସରରେ ସଂସ୍ଥାର ସମସ୍ତ ସଦସ୍ୟ ଯଥା ସନ୍ତୋଷ ସେନାପତି, ଚନ୍ଦନ ବେହେରା, ଗଣେଶ ସ୍ୱାଇଁ, ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି, ସିପୁନ ମହାପାତ୍ର, ରାଜେଶ ଜେନା ଏବଂ ସନ୍ତୋଷ ବିଶ୍ବାଳଙ୍କ ସହଯୋଗରେ ବାଣପୁର ଜରାଶ୍ରମ ଠାରେ ଅନ୍ତେବାସୀଙ୍କୁ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟ କରି ସଂସ୍ଥାର ସମସ୍ତ ସଦସ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି  ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଏତତବ୍ୟତୀତ ଲକଡ଼ାଉନର କଟକଣାରେ କୋଭିଡ ନିୟମକୁ ଅନୁପାଳନ କରି ଦିନ ଦ୍ବିପ୍ରହରରେ ଭୋକିଲା ପଶୁ, ପକ୍ଷୀ ମାନଙ୍କୁ ଆହାର ମଧ୍ୟ ଯୋଗାଉଛି ଉକ୍ତ ଟ୍ରଷ୍ଟ।

ପରିଶେଷରେ ଆଗକୁ ଏହିପରି ଭାବେ ସାରା ଜୀବନ ସମାଜସେବା ଓ ମାନବସେବା କରିବାପାଇଁ ସେମାନଙ୍କୁ ଶକ୍ତି ପ୍ରଦାନ କରିବା ନିମନ୍ତେ ଭଗବାନଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଉଦ୍ୟମ ପଣ୍ଡ: ୫ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଲକଡାଉନ ସମୟରେ ଡକାୟତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଅଞ୍ଚଳରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଡକାୟତୀ ଖବର ଶୁଣିବାକୁ ମିଳୁଛି। ସେପଟେ ଡକାୟତଙ୍କ ଉପରେ ପୋଲିସ କଡା ନଜର ରଖିଛି।

ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୋଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି, ଶାବଳ, ଲୁହା ରଡ଼ ଏବଂ ନଗଦ ୪ ହଜାର ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଗୁରୁଜଙ୍ଗ ଅଂଚଳର ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ଜଟଣୀ ଅଂଚଳର ଏସକେ ଜମୁରୁଦ୍ଦିନ ଓ ଫିରୋଜ ଖାନ ବୋଲି ପୋଲିସ ସୂଚନା ଦେଇଛି।

ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୨୨୪/୨୧ ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ସେହିପରି ସୌମ୍ୟ ଏବଂ ବଳଭଦ୍ରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସିଲା ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିର ରହିଛି କଟକ, ଯାଜପୁର, ଅନୁଗୁଳ ଜିଲ୍ଲା ସ୍ଥିତି

ଭୁବନେଶ୍ବର, ନୂଆ କରୋନା ତଥ୍ୟରୁ ଜଣ ପଡିଛି ଯେ ସବୁବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍ ରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ନିୟନ୍ତ୍ରଣକୁ ଆସିଛି। ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି 495 ଜଣ ନୂଆ ଆକ୍ରାନ୍ତ। ପୂର୍ବରୁ ଏହି ଜିଲ୍ଲା ଲଗାତର ହଜାରେ ଉପରେ ରହୁଥିଲା। ସେହିପରି କଟକ, ଯାଜପୁର ଏବଂ ଅନୁଗୁଳର ସ୍ଥିତି ପୂର୍ବପରି ରହିଛି। ନୂଆ ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ଏହିପରି..

1. Angul: 416

2. Balasore: 195

3. Bargarh: 164

4. Bhadrak: 228

5. Balangir: 83

6. Boudh: 112

7. Cuttack: 640

8. Deogarh: 29

9. Dhenkanal: 123

10. Gajapati: 30

11. Ganjam: 93

12. Jagatsinghpur: 218

13. Jajpur: 563

14. Jharsuguda: 86

15. Kalahandi: 80

16. Kandhamal: 143

17. Kendrapada: 227

18. Keonjhar: 155

19. Khurda: 495

20. Koraput: 180

21. Malkangiri: 107

22. Mayurbhanj: 352

23. Nawarangpur: 166

24. Nayagarh: 161

25. Nuapada: 36

26. Puri: 398

27. Rayagada: 108

28. Sambalpur: 103

29. Sonepur: 52

30. Sundargarh: 272

31. State Pool: 103

Categories
ଆଜିର ଖବର ରାଜ୍ୟ ଖବର

ଧୀରେ ଧୀରେ ଖସୁଛି ପଜେଟିଭ ସଂଖ୍ୟା, ଏଥର ରାଜ୍ୟରୁ ଚିହ୍ନଟ ହେଲେ କମ ଆକ୍ରାନ୍ତ

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ପରିସ୍ଥିତି ସେହିପରି ଗମ୍ଭିର ଅଛି ବୋଲି କହିବାକୁ ହେବ। କାରଣ ବର୍ତ୍ତମାନ ଲକଡାଉନ ଯୋଗୁଁ ଏହି ପଜେଟିଭ ସଂଖ୍ୟା ହ୍ରାସ ପାଉଛି।

ବର୍ତ୍ତମାନ ସୂଚନା ଓ ଲୋକ ସଂପର୍କ ବିଭାଗର ତାଜା ସୂଚନା ଅନୁସାରେ ରାଜ୍ୟରୁ 6 ହଜାର 118 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 3 ହଜାର 453 ଥିବା ବେଳେ ସ୍ଥାନୀୟ ସଂକ୍ରାମକ ସଂଖ୍ୟା 2 ହଜାର 665 ଜଣ। ଗତକାଲି ରିପୋର୍ଟ ଅନୁସାରେ ରାଜ୍ୟର ପଜେଟିଭ ସଂଖ୍ୟା ଥିଲା 7 ହଜାର 2 ଜଣ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 7 ତାରିଖ ସୋମବାରରେ 7ଟି ରାଶି ଉପରେ ମହାଦେବଙ୍କ ରହିଛି ଆର୍ଶିବାଦ

ମେଷ: – ବ୍ୟବସାୟର ବିସ୍ତାର ମଧ୍ୟରେ ଆପଣ ନୂତନ ଯୋଜନାର ଲାଭ ପାଇବେ। ପରିବାର ସଦସ୍ୟଙ୍କ ଆଚରଣ ଦୁର୍ବଳ ହେବ । ବୈବାହିକ ସଂପର୍କରେ ମଧୁରତା ରହିବ। ଧାର୍ମିକ ଯାତ୍ରା ଯୋଜନା କରାଯିବ।

ବୃଷ: – ବହୁତ କାମ ଅଛି, ଆପଣ ରଣନୀତିକୁ ଭଲ ଭାବରେ ସ୍ଥିର କରିବା ଉଚିତ୍, ନଚେତ୍ କାମ ଆଦୈ ଆରମ୍ଭ କରନ୍ତୁ ନାହିଁ । ଧର୍ଯ୍ୟର ସହିତ ତୁମର କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହୁଅ। ମଧ୍ୟାହ୍ନରୁ କିଛି ଆରାମ ମିଳିବ। କୋର୍ଟ କାର୍ଯ୍ୟ ଆରମ୍ଭ ହୋଇପାରେ।

ମିଥୁନ: – ଅନୁକୂଳ ସମୟର ଭଲ ବ୍ୟବହାର କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ସନ୍ତାନ ସୁଖ ସମ୍ଭବ। ଏକ ଗାଡି କିଣିବାକୁ ଚାହୁଁଛନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆପଣଙ୍କର କମ୍ପାନୀ ପରିବର୍ତ୍ତନ କରନ୍ତୁ। ଗୁରୁଜନମାନଙ୍କୁ ସମ୍ମାନ ଦିଅ।

କର୍କଟ : – ବିଚାରାଧୀନ କାର୍ଯ୍ୟରେ ଆଶା ଦୃଢ ହେବ। ସାମାଜିକ ସଂପର୍କରେ ତୀବ୍ରତା ଦେଖାଦେବ। ଯାତ୍ରା ସଫଳ ହେବ। ଶୁଭ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ତେବେ ପ୍ରଶାସନର ସହଯୋଗ ଅଭାବରୁ କାର୍ଯ୍ୟରେ ବାଧା ଉପୁଜିବ।

ସିଂହ : – ସହଭାଗିତାରେ କରାଯାଇଥିବା ବ୍ୟବସାୟ ଭଲ ଖବର ପାଇବେ। ବ୍ୟବସାୟ ଅଗ୍ରଗତି କରିବ । ଟଙ୍କା ରୋଜଗାର ଜାରି ରହିବ। ଏକ ନୂତନ ଘର କିଣିବାର ଯୋଗ ଫିଟିଛି। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ।

କନ୍ୟା : – ସମୟ ଅନୁକୂଳ ନୁହେଁ, ତେଣୁ ବିନିଯୋଗରୁ ଦୂରେଇ ରୁହନ୍ତୁ। ତୁମର କାମ ସମାପ୍ତ କରିବାରେ ଧର୍ଯ୍ୟବାନ ହୁଅ। ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ। ଶୁଭ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ବିଦେଶ ଯିବାକୁ ପ୍ରସ୍ତୁତ କରାଯାଉଛି।

ତୂଳା : – କମ୍ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାରେ ନିୟୋଜିତ ହେବେ। ସମୟର ଭଲ ବ୍ୟବହାର କରନ୍ତୁ। ବିଶେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ଆଜି ଆପଣ ସଫଳତା ପାଇବେ। ଆପଣ ବ୍ୟବସାୟିକ ସମସ୍ୟାର ସମ୍ମୁଖୀନ ହେବେ । ସନ୍ଧ୍ୟାରେ ଯାତ୍ରା କରନ୍ତୁ ନାହିଁ।

ବିଛା :- ସମୟ ଅନୁକୂଳ ନୁହେଁ, ତେଣୁ ସାବଧାନ ରୁହନ୍ତୁ। କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହେବ। କାହା ପ୍ରତି ଭଲ ଭାବନା ବୃଦ୍ଧି ପାଇବ। ଆଶା ଦୃଢ ହେବ।

ଧନୁ : – ସମୟର ଭଲ ବ୍ୟବହାର କରି ଆପଣ ସାଙ୍ଗମାନଙ୍କ ସହିତ ଏକ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ସ୍ୱତନ୍ତ୍ର ଲୋକଙ୍କୁ ଭେଟିବା ମଧ୍ୟରେ ଇଚ୍ଛାକୃତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ମିଛ କହି କାହା ଫାଶରେ ପଡ଼ିପାରନ୍ତି।

ମକର : – ଆପଣ ଶାସକ ଶକ୍ତିର ସମର୍ଥନ ପାଇବେ। ଆପଣ ନିଶ୍ଚିତତା ପାଇବେ। ବ୍ୟବସାୟରେ ସଫଳତା ମିଳିବ। ଆପଣ ସାମାଜିକ ସମ୍ପର୍କର ଲାଭ ପାଇବେ। ଶୁଭ କାର୍ଯ୍ୟରେ ଖର୍ଚ୍ଚ ହେବ। କିନ୍ତୁ, ପ୍ରିୟଜନଙ୍କ କଥାରେ ମନ ଅସନ୍ତୁଷ୍ଟ ରହିବ।

କୁମ୍ଭ: – ବ୍ୟସ୍ତତା ଭିତରେ ଦିନଟି ଆରମ୍ଭ ହେବ। ବ୍ୟବସାୟରେ ସଫଳତା ମିଳିବ। ଭାଗ୍ୟ ଜିତିବ। ଦୂର ସ୍ଥାନରୁ ସୁଖଦ ବାର୍ତ୍ତା ଗ୍ରହଣ କରାଯିବ। ଦେବ ଦର୍ଶନ ଏବଂ ବ୍ୟକ୍ତିଗତ କାର୍ଯ୍ୟରେ ସମୟ ଅତିବାହିତ ହେବ।

ମୀନ : – ଆଧ୍ୟାତ୍ମିକ ପ୍ରଗତି ହେବ। ଟଙ୍କା ପାଇବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ପରିବାର ସଦସ୍ୟମାନେ ସହାୟତା ପାଇବେ। ଚୁକ୍ତିନାମା ପୂରଣ ହେବ। ସମ୍ପର୍କ ଉପକୃତ ହେବ। ନ୍ୟାୟ ପାର୍ଶ୍ୱ ଭଲ ଅଟେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାର ଦିନ କୌଣସି ବିନିଯୋଗରୁ ଦୂରେଇ ରୁହନ୍ତୁ

କନ୍ୟା : – ସମୟ ଅନୁକୂଳ ନୁହେଁ, ତେଣୁ ବିନିଯୋଗରୁ ଦୂରେଇ ରୁହନ୍ତୁ। ତୁମର କାମ ସମାପ୍ତ କରିବାରେ ଧର୍ଯ୍ୟବାନ ହୁଅ। ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ। ଶୁଭ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ବିଦେଶ ଯିବାକୁ ପ୍ରସ୍ତୁତ କରାଯାଉଛି।

ଧନୁ : – ସମୟର ଭଲ ବ୍ୟବହାର କରି ଆପଣ ସାଙ୍ଗମାନଙ୍କ ସହିତ ଏକ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ସ୍ୱତନ୍ତ୍ର ଲୋକଙ୍କୁ ଭେଟିବା ମଧ୍ୟରେ ଇଚ୍ଛାକୃତ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ମିଛ କହି କାହା ଫାଶରେ ପଡ଼ିପାରନ୍ତି।

Categories
ଆଜିର ଖବର

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଘର କିଣିବାରେ ଫିଟିବ ଯୋଗ

ବୃଷ: – ବହୁତ କାମ ଅଛି, ଆପଣ ରଣନୀତିକୁ ଭଲ ଭାବରେ ସ୍ଥିର କରିବା ଉଚିତ୍, ନଚେତ୍ କାମ ଆଦୈ ଆରମ୍ଭ କରନ୍ତୁ ନାହିଁ । ଧର୍ଯ୍ୟର ସହିତ ତୁମର କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହୁଅ। ମଧ୍ୟାହ୍ନରୁ କିଛି ଆରାମ ମିଳିବ। କୋର୍ଟ କାର୍ଯ୍ୟ ଆରମ୍ଭ ହୋଇପାରେ।

ସିଂହ : – ସହଭାଗିତାରେ କରାଯାଇଥିବା ବ୍ୟବସାୟ ଭଲ ଖବର ପାଇବେ। ବ୍ୟବସାୟ ଅଗ୍ରଗତି କରିବ । ଟଙ୍କା ରୋଜଗାର ଜାରି ରହିବ। ଏକ ନୂତନ ଘର କିଣିବାର ଯୋଗ ଫିଟିଛି। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଭଲ ନାହିଁ , ସାବଧାନ

ତୂଳା : – କମ୍ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାରେ ନିୟୋଜିତ ହେବେ। ସମୟର ଭଲ ବ୍ୟବହାର କରନ୍ତୁ। ବିଶେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ଆଜି ଆପଣ ସଫଳତା ପାଇବେ।

ବିଛା :- ସମୟ ଅନୁକୂଳ ନୁହେଁ, ତେଣୁ ସାବଧାନ ରୁହନ୍ତୁ। କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହେବ। କାହା ପ୍ରତି ଭଲ ଭାବନା ବୃଦ୍ଧି ପାଇବ। ଆଶା ଦୃଢ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାର ଦିନ ଟଙ୍କା ପାଇବାର ପ୍ରୟାସ ସଫଳ ହେବ

ମେଷ: – ବ୍ୟବସାୟର ବିସ୍ତାର ମଧ୍ୟରେ ଆପଣ ନୂତନ ଯୋଜନାର ଲାଭ ପାଇବେ। ପରିବାର ସଦସ୍ୟଙ୍କ ଆଚରଣ ଦୁର୍ବଳ ହେବ । ବୈବାହିକ ସଂପର୍କରେ ମଧୁରତା ରହିବ। ଧାର୍ମିକ ଯାତ୍ରା ଯୋଜନା କରାଯିବ।

ମୀନ : – ଆଧ୍ୟାତ୍ମିକ ପ୍ରଗତି ହେବ। ଟଙ୍କା ପାଇବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ପରିବାର ସଦସ୍ୟମାନେ ସହାୟତା ପାଇବେ। ଚୁକ୍ତିନାମା ପୂରଣ ହେବ। ସମ୍ପର୍କ ଉପକୃତ ହେବ। ନ୍ୟାୟ ପାର୍ଶ୍ୱ ଭଲ ଅଟେ।

 

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଦୂର ସ୍ଥାନରୁ ପାଇବେ ଖୁସି ଖବର

ମକର : – ଆପଣ ଶାସକ ଶକ୍ତିର ସମର୍ଥନ ପାଇବେ। ଆପଣ ନିଶ୍ଚିତତା ପାଇବେ। ବ୍ୟବସାୟରେ ସଫଳତା ମିଳିବ। ଆପଣ ସାମାଜିକ ସମ୍ପର୍କର ଲାଭ ପାଇବେ। ଶୁଭ କାର୍ଯ୍ୟରେ ଖର୍ଚ୍ଚ ହେବ। କିନ୍ତୁ, ପ୍ରିୟଜନଙ୍କ କଥାରେ ମନ ଅସନ୍ତୁଷ୍ଟ ରହିବ।

କୁମ୍ଭ: – ବ୍ୟସ୍ତତା ଭିତରେ ଦିନଟି ଆରମ୍ଭ ହେବ। ବ୍ୟବସାୟରେ ସଫଳତା ମିଳିବ। ଭାଗ୍ୟ ଜିତିବ। ଦୂର ସ୍ଥାନରୁ ସୁଖଦ ବାର୍ତ୍ତା ଗ୍ରହଣ କରାଯିବ। ଦେବ ଦର୍ଶନ ଏବଂ ବ୍ୟକ୍ତିଗତ କାର୍ଯ୍ୟରେ ସମୟ ଅତିବାହିତ ହେବ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପ୍ରତି ଦିଅନ୍ତୁ ଧ୍ୟାନ

ମିଥୁନ: – ଅନୁକୂଳ ସମୟର ଭଲ ବ୍ୟବହାର କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ସନ୍ତାନ ସୁଖ ସମ୍ଭବ। ଏକ ଗାଡି କିଣିବାକୁ ଚାହୁଁଛନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆପଣଙ୍କର କମ୍ପାନୀ ପରିବର୍ତ୍ତନ କରନ୍ତୁ। ଗୁରୁଜନମାନଙ୍କୁ ସମ୍ମାନ ଦିଅ।

କର୍କଟ : – ବିଚାରାଧୀନ କାର୍ଯ୍ୟରେ ଆଶା ଦୃଢ ହେବ। ସାମାଜିକ ସଂପର୍କରେ ତୀବ୍ରତା ଦେଖାଦେବ। ଯାତ୍ରା ସଫଳ ହେବ। ଶୁଭ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ତେବେ ପ୍ରଶାସନର ସହଯୋଗ ଅଭାବରୁ କାର୍ଯ୍ୟରେ ବାଧା ଉପୁଜିବ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ଅନଲାଇନରେ ମିଳିବ ଅକ୍ସିଜେନ, 5ଟି ସହର ପାଇଁ ଏହି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ୫ଟି ସହରରେ ଏହି ସେବାର ଶୁଭାରମ୍ଭ ହୋଇଛି।

ରାଜ୍ୟ କୋଭିଡ ଡାସବୋର୍ଡ statedashboard.odisha.gov.in ଏବଂ o2booking.sachetakapp.in ଲିଙ୍କରେ ଅକ୍ସିଜେନ କନସେନଟ୍ରେଟର ଅନଲାଇନ ବୁକିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବାରେ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
Categories
ଫଟୋ ଖବର

ଗବେଷକ ତଥା ପାଠକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ନିର୍ମାଣ ଚାଲିଛି ଜିଲ୍ଲା ସଂଗ୍ରହାଳୟ

ଗବେଷକ ତଥା ପାଠକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ନିର୍ମାଣ ଚାଲିଛି ଜିଲ୍ଲା ସଂଗ୍ରହାଳୟଏବଂ ପାଠାଗାର

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା କେନ୍ଦ୍ରର ସ୍କୁଲ ଶିକ୍ଷା ପାଇଁ ପିଜିଆଇ ରିପୋର୍ଟ, ଭିତ୍ତିଭୂମିରେ ଓଡିଶାର ୨୦ ପ୍ରତିଶତ ସୁଧାର

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨୦୧୯-୨୦ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ୭୦ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ୧୦ ପ୍ରତିଶତ (୧୫ ପଏଣ୍ଟ) କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି। ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିପାରିଛନ୍ତି।

ଏହି ରିପୋର୍ଟ ଅନୁସାରେ ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ତଥା କେରଳକୁ ୨୦୧୯-୨୦ ଲାଗି ସର୍ବୋଚ୍ଚ ଗ୍ରେଡ (ଇ++) ମିଳିଛି। ପୂର୍ବ ବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି।

ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁଡ୍ଡୁଚେରୀ, ପଞ୍ଜାବ ଏବଂ ତାମିଲନାଡ଼ୁ ସାମଗ୍ରୀକ ପିଜିଆଇ ସ୍କୋରରେ ୧୦ ପ୍ରତିଶତ ସୁଧାର କରିପାରିଛନ୍ତି, ଅର୍ଥାତ ୧୦୦ କିମ୍ବା ତତୋଧିକ ପଏଣ୍ଟ ହାସଲ କରିଛନ୍ତି। ପିଜିଆଇର କାଯ୍ୟକ୍ଷେତ୍ର (ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଲାକ୍ଷାଦ୍ବୀପ ଓ ପଞ୍ଜାବ ୧୦ ପ୍ରତିଶତ (୮ପଏଣ୍ଟ) କିମ୍ବା ତତୋଧିକ ସୁଧାର ଆଣିପାରିଛନ୍ତି।

ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦ ପ୍ରତିଶତ (୩୬ ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତିକମରେ ୨୦ ପ୍ରତିଶତ (୭୨ ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର ୨୦୧୯ରେ ୨୦୧୭-୧୮ ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ପିଜିଆଇ ୨୦୧୯-୨୦ ହେଉଛି ଏହି ସିରିଜର ତୃତୀୟ ପ୍ରକାଶନ। ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାଯ୍ୟକ୍ରମ କାଯ୍ୟକାରୀ କରିବା ଲାଗି ଅନୁପ୍ରାଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଏହା ଫଳରେ ବହୁ ବାଞ୍ଝିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ ଏବଂ ତଦନୁଯାୟୀ କାଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଯାହାର ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରକୁ ମଜବୁତ କରାଯିବା ସୁନିଶ୍ଚିତ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ

ଭୁବନେଶ୍ୱର, କୋଭିଡ୍ ମହାମାରୀ ସମୟରେ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁକୁ ଉଲ୍ଲେଖନୀୟକ ସଫଳତା ମିଳିଛି । ୧୦ ମାସରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ମାଇଲଖୁଣ୍ଟ ସ୍ଥାପନ କରିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଏହି ମହତ କାର୍ଯ୍ୟକୁ ସଫଳ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ୱେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା-ମୋ ପରିବାର ରାଜ୍ୟ କାର୍ଯ୍ୟାଳୟରେ ଏକ କୃତଜ୍ଞତା ଜ୍ଞାପନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ନିୟମିତ ରକ୍ତଦାନ କରିଥିବା 5 ଜଣ ଯୁବକଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ପ୍ରତିକାତ୍ମକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସର୍ବଶ୍ରୀ ରଂଜିତ କୁମାର ଦାସ, ଅନିଲ କୁମାର ମହାନ୍ତି, ସଚିନ କୁମାର ଦାସ, ରାଜେଶ ପାଣି, ସୁମିତ କୁମାର ରାଣା ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲାଗୁ ହେବ ନୂଆ ଯୋଜନା ‘ରିୱାର୍ଡ’, ଜାଣନ୍ତୁ ଏହି ଯୋଜନା କଣ

ଭୁବନେଶ୍ୱର,  ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିଓ୍ୱାର୍ଡ’ର  ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥି ପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିବାବେଳେ ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ କୁମାରୀ  ପ୍ରୀତି କୁମାର ନିଜ ଟିମ୍‌ଙ୍କ ସହ  ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟ ପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ ।

ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକମାନଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ  ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଛନ୍ତି । ଜଳଛାୟା  ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ  ପ୍ରକଳ୍ପ ସଂଲଗ୍ନ ଅଞ୍ଚଳମାନଙ୍କୁ ଏହି ଯୋଜନା ସଂପ୍ରସାରିତ କରିବା ନିମନ୍ତେ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ଜ୍ଞାନକୌଶଳ ପ୍ରୟୋଗ ଓ ପରି ପୂର୍ଣ୍ଣତା ଭିତ୍ତିରେ (ସେଚୁରେସନ୍‌ ମୋଡ୍‌)ରେ ସମଗ୍ର ଭୂସଂପତ୍ତି ଓ ପ୍ରାକୃତିକ ସାଧନର ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ରିଜୁଭେନେଟିଂ ଓ୍ୱାଟରସେଡସ୍‌ ଫର ଏଗ୍ରିକଲଚରାଲ୍‌ ରେଜିଲେନ୍ସ ଥ୍ରୁ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ ବା ‘ରିଓ୍ୱାର୍ଡ’ ନାମରେ ନାମିତ ଏହି ପ୍ରକଳ୍ପକୁ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେଓଗଡ଼ ଓ ସମ୍ବଲପୁର ଆଦି ୫ଟି ଜିଲ୍ଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜଳଛାୟା ପ୍ରକଳ୍ପ ଅଞ୍ଚଳରେ ପରୀକ୍ଷାମୂଳକ ( ପାଇଲଟ୍‌) ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ସବୁ ଜିଲ୍ଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ । ଏହିସବୁ  ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକଫର ଜମିକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯିବ । ଏହି ସଂପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି ।

ଉପରୋକ୍ତ ୫ଟି ଜିଲ୍ଲା ସହ ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକରୁଛିା ଏହିପରି ସମୁଦାୟ ୭ଟି ଜିଲ୍ଲାର ୭୦୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ୫.୨୬ ଲକ୍ଷ ହେକଫର ଭୂସଂ ପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।

ବିଶ୍ୱବ୍ୟାଙ୍କ ପ୍ରତିନିଧି କୁମାରୀ  ପ୍ରୀତି କୁମାର କହିଥିଲେ ଯେ ଜଳଛାୟା  ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ। ସମଗ୍ର ଦେଶରେ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିଓ୍ୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା  ପାଇଁ ବିଶ୍ୱବ୍ୟାଙ୍କ  ପ୍ରସ୍ତାବ ରଖିଛନ୍ତି।  ପ୍ରକଳ୍ପ ଦ୍ୱାରା ଜଳଛାୟା ଅଞ୍ଚଳର ସମନ୍ୱିତ କୃଷିକୁ ପ୍ରାକୃତିକ ବି ପର୍ଯ୍ୟୟ-ସହନଶୀଳ କରାଯିବ। କୃଷି-ଜଳବାୟୁ ଭିତ୍ତିରେ ଭୂସଂ ପତ୍ତିର ପୂର୍ଣ୍ଣ ବିନିଯୋଗ ସହ

ଉତ୍ପାଦକତା ବୃଦ୍ଧି କରାଯିବ । ଏହା ସହ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ବୈଷୟିକ ଓ ଆର୍ଥିକ ସହଯୋଗ ମାଧ୍ୟମରେ ସ୍ଥାନୀୟ କୃଷି ଉଦ୍ୟୋଗ ସୃଷ୍ଟି କରାଯିବ । ଓଡ଼ିଶା ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷକମାନଙ୍କଠାରୁ କୃଷି ଉତ୍ପାଦସବୁ କ୍ରୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗୀୟ ଶାସନ ସଚିବ ବଶିଷ୍ଠ ଜଣାଇଥିଲେ ଯେ  ପ୍ରକଳ୍ପରେ  ପ୍ରାୟ ୨୧୧.୫୭ ନିୟୁତ ଡଲାର ବିନିଯୋଗ ହେବାର ଆକଳନ କରାଯାଇଛି । ପ୍ରକଳ୍ପର ଅବଧି କାଳ ପ୍ରାୟ ୬ ବର୍ଷ ରହିବ। ଏହି ଅର୍ଥ ମଧ୍ୟରୁ ୧୬୨.୫୭ ନିୟୁତ ଡଲାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ ଏବଂ ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ  ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ନିୟୁତ ଡଲାର ଋଣ ଆକାରରେ ଯୋଗାଇବେ ।

ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହା ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକଳ୍ପ  ପ୍ରସ୍ତାବ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ବୈଠକରେ ସ୍ଥିର ହୋଇଥିଲା ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୃଷି ଓ କୃଷକ ସଶକ୍ତିକରଣ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବିଶ୍ୱବ୍ୟାଙ୍କର ବରିଷ୍ଠ  ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ବର୍ଷର ପ୍ରଥମ ତିନିମାସ ମଧ୍ୟରେ 5ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ, ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ, ଆସନ୍ତା ବର୍ଷର ପ୍ରଥମ ତିନିମାସ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ପାଇଁ ମତଦାନ ସୁରୁଖୁରୁରେ ହେବ। ଏହା କହିଛନ୍ତି ଭାରତ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର।

ଅଲ ଇଣ୍ଡିଆ ରେଡିଓ ସହିତ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ କରୋନା ମହାମାରୀ ପରିସ୍ଥିତିକୁ ଆୟୋଗ ତୀକ୍ଷ୍ମ ନଜର ରଖିଛନ୍ତି। ଦେଶରେ ପ୍ରତିଦିନ ଦେଖାଯାଉଥିବା ନୂତନ ରୋଗୀଙ୍କ ସଂଖ୍ୟା କମିବା ଏବଂ ବହୁ ସଂଖ୍ୟକ ରୋଗୀ ସୁସ୍ଥ ଥିବା ଦୃଷ୍ଟିରୁ ଏହି ମାହାମାରୀ ଖୁବ ଶିଘ୍ର ଅନ୍ତ ହେବ ବୋଲି ସେ କହିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ମହାମାରୀ ସମୟରେ ନିର୍ବାଚନ ଆୟୋଗ ସମସ୍ତ ସତର୍କତା ଅବଲମ୍ବନ କରି ସୁଗମ ମତଦାନ ପାଇଁ ସମସ୍ତ ପଦକ୍ଷେପ ନେଇଥିଲେ। ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଏହା ପୂର୍ବରୁ ବିହାର ବିଧାନସଭା ନିର୍ବାଚନରୁ ଆୟୋଗର ପ୍ରୟାସର ସଫଳତା ସ୍ପଷ୍ଟ ହୋଇଛି।

ସେ କହିଛନ୍ତି ଯେ ମହାମାରୀ ସମୟରେ ନିରାପଦ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆୟୋଗ ଅନ୍ୟାନ୍ୟ ପଦକ୍ଷେପ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି।