Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୭୧: ସୁସ୍ଥ ହେଲେ ୧୦୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୫୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୩୫୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୯ ହଜାର ୯୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୯୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବାତ୍ୟା ପରବର୍ତ୍ତି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୟସ ବାତ୍ୟାର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍ ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ।

ଓଡ଼ିଶା ଓ ପଶ୍ଚିମବଙ୍ଗରେ 46ଟି ଲେଖାଏଁ ଦଳ ସହିତ ଏନଡିଆରଏଫର ମୋଟ 106ଟି ଦଳ ନିୟୋଜିତ କରାଯାଇଥିଲା। ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସହିତ ରାସ୍ତା ଅବରୋଧ କରିଥିବା 2500 ଗଛ ଏବଂ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ। ସ୍ଥଳ ସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଅସହାୟ ଲୋକମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୌସେନା ଓ ବାୟୁସେନାକୁ ସଜାଗ ରଖାଯାଇଥିଲା।

ୟାସ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଯାହା ଜଣାଯାଇଛି, ସଠିକ୍ ପୂର୍ବାନୁମାନ, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ପ୍ରଭାବୀ ଢଙ୍ଗରେ ସୂଚୀତ କରିବା ଓ ଠିକଣା ସମୟରେ ଉଦ୍ଧାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକ ସୁନିଶ୍ଚିତ ପଦକ୍ଷେପ ନେବା କାରଣରୁ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିଛି। ତେବେ, ବନ୍ୟା କାରଣରୁ, କ୍ଷୟକ୍ଷତି ହୋଇଛି, ଯାହାକୁ ଏବେ ଆକଳନ କରାଯାଉଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିଯୋଗାଯୋଗ ସେବାକୁ ସ୍ବାଭାବିକ କରାଯାଇପାରିଛି।

ବାତ୍ୟା ଯୋଗୁ ଦେଖାଦେଇଥିବା ଆହ୍ବାନର ମୁକାବିଲା କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକ ପ୍ରଭାବୀ ଓ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ତେବେ ପ୍ରଭାବିତ ଅଞ୍ଚଳରେ ସାଧାରଣ ଜନଜୀବନକୁ ସ୍ବାଭବିକ କରିବା ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ପରାମର୍ଶ ଦେଇଥିଲେ। ସେହିପରି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲି ଯୋଗାଯୋଗ ସଚିବ, ଆଇଏମଡି ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ସେ ଏକ ହେଲିକାପ୍ଟରେ ତାଙ୍କର ଅଧିକାରୀଙ୍କ ସହିତ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ସରିବା ପରେ ପରେ ବାତ୍ୟା ଅ଼ଞ୍ଚଳର ଲୋକଙ୍କ ପାଇଁ ସାତ ଦିନ ରିଲିଫ ଦେବେ ବୋଲି ଘୋଷଣା କରିଥିଲେ। ଆଜି ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ସମୀକ୍ଷା କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ଲକଡାଉନ ସମୟରେ ଅମାନିଆଙ୍କ ଭୂସ୍ଵର୍ଗ ପାଲଟିଛି ଜିରୀପଡ଼ା

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ସମଗ୍ର ମାନବ ସମାଜକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ମାତ୍ର ପନ୍ଥା ଲକଡ଼ାଉନ ଆପଣେଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣରେ ଏକ ନମ୍ବରରେ ରହୁଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ଏହାର ମୁକସାକ୍ଷୀ ପାଲଟିଛି। ଚିଲିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଉଛି।

ତେବେ ଏହାର କାରଣ ପ୍ରଶାସନ ଚି଼ହ୍ନଟ କରିପାରୁନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୋଭିଡ଼ ସଂକ୍ରମଣକୁ ବଢେଇବାରେ ପ୍ରତ୍ୟକ୍ଷ ଭାବେ କାମ କରୁଛି। ସାଧାରଣତଃ ପୋଲିସ ଏବଂ ପ୍ରଶାସନ ସହରାଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟକୁ କଡାକଡି କରୁଥିବାବେଳେ ଗ୍ରାମାଞ୍ଚଳରେ ସେତେଟା ସମ୍ଭବ ହୋଇପାରୁନି।

ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜିରୀପଡ଼ା ବର୍ତ୍ତମାନ କୋଭିଡ଼ ଅମାନିଆଙ୍କ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏଠି ସହ ସହ ଲୋକମାନେ ଏକାଠି ହେଉଥିବାବେଳେ ଭୋଜି ଭାତ ଏବଂ ମଦର ଆସର ମଧ୍ୟ ଜୋରସୋରରେ ଚାଲୁଛି।

ଗୋଟେପଟେ ପ୍ରତିଦିନ ରାଜ୍ୟରେ ବହୁ ଆକ୍ରାନ୍ତଙ୍କ ପ୍ରାଣ ଯାଉଥିବାବେଳେ ଅନ୍ୟପକ୍ଷେ ଜିରୀପଡ଼ାରେ ଭୋଜିଭାତର ଅସାର ଜମିବା ସରକାରଙ୍କ କୋଭିଡ ନିୟମକୁ ଏକ ଶକ୍ତ ଚାପୁଡ଼ା ସଦୃଶ। ତେବେ ପ୍ରାୟତଃ ସହରରୁ ଲୋକେ ଜିରୀପଡ଼ା ଯାଇ ପିକିନିକ ମନାଉଥିବା ଅଭିଯୋଗ ହେଉଛି। ଗୋଟିଏ ଜାଗାରେ ଶତାଧିକ ଲୋକ ସମାଗମ ହେବା ଦ୍ଵାରା ସଂକ୍ରମଣ ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି।

ତେବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣିଥରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ସୁଦ୍ଧା ନୀଳାଦ୍ରିପ୍ରସାଦରେ କିପରି ସରପଞ୍ଚ ଏ ସବୁ ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଚିଲିକାରେ କୋଭିଡ ସଂକ୍ରମଣ ବଢୁଛି, ତେବେ ଏଥିପାଇଁ  ଦାୟୀ କିଏ ବୋଲି ଚର୍ଚ୍ଚା ହେଉଛି। ବାଣପୁର ପ୍ରଶାସନ ଏବଂ ପୋଲିସ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁଖ୍ୟାତ ଖଣି ମାଫିଆକୁ ଗିରଫ କଲା ଚାନ୍ଦପୁର ପୋଲିସ: ତିନିରୁ ଉର୍ଦ୍ଧ୍ଵ ମାମଲାରେ ଥିଲା ଜଡ଼ିତ

ନୟାଗଡ/ଚାନ୍ଦପୁର: ଆଜି ଜଣେ କୁଖ୍ୟାତ ଖଣି ମାଫିଆ ପୋଲିସ ହାତରେ ଧରାପଡ଼ିଛି। ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ହାତରେ ଅମରେନ୍ଦ୍ର ନାମକ ଖଣି ମାଫିଆ ଧରା ପଡିଛି। ଅମରେନ୍ଦ୍ର ଦୀର୍ଘ ଦିନ ହେଲା ପୋଲିସ ଆଖିରେ ଧୂଳି ଦେଇ ଲୁଚିରହିଥିଲା। ସେ ତିନିରୁ ଉର୍ଦ୍ଧ୍ଵ ବେଆଇନ ଖଣି ମାମଲାରେ ଜଡିତ ଅଛି। ପୂର୍ବରୁ ତାଙ୍କ ନାମରେ ଚାନ୍ଦପୁର ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୬୦/୨୧ରେ ଅମରେନ୍ଦ୍ର ଗିରଫ ହୋଇଛି।

ତେବେ ତାଙ୍କର ଗିରଫ ହେବାପରେ ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବେଆଇନ ମାଙ୍କଡାପଥର ଚୋରାଚାଲାଣ ବହୁ ମାତ୍ରାରେ କମିଯିବ ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧାରୁଆ ଅସ୍ତ୍ରରେ ହାଣି ପତ୍ନୀକୁ ହତ୍ୟା କଲା ଯୁବକ: ଆତ୍ମହତ୍ୟା ପୂର୍ବରୁ ନିଜ ଭଉଣୀକୁ କଲା ଗୁରୁତର

ନୂଆଦିଲ୍ଲୀ: ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଜନୈକ ଯୁବକ ନିଜେ ଆତ୍ମହତ୍ୟା କରିଛି। ଭାଉଜକୁ ବଞ୍ଚାଇବା ପାଇଁ ଆସିଥିବା ନିଜ ଭଉଣୀକୁ ମଧ୍ୟ ଯୁବକଜଣଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଅନ୍ତର୍ଗତ ବିଜାନଗର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସ ସୂଚନା ମୁତାବକ, ବିଜାନଗର ଗାଁର ସନ୍ତୋଷ ରେକୱାର (୩୫) ନାମକ ଯୁବକ ଜଣଙ୍କ ତାଙ୍କ ପତ୍ନୀ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଭାଉଜକୁ ରକ୍ଷା କରିବାକୁ ଆସିଥିବା ଆରତୀ ଭାଇ ସନ୍ତୋଷକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ଆରତୀ ମଧ୍ୟ ନିଜ ଭାଇର ଆକ୍ରମଣର ଶିକାର ହୋଇଥିଲା। ଧାରୁଆ ଅସ୍ତ୍ରରେ ଆକ୍ରମଣ ଦ୍ଵାରା ପତ୍ନୀ ସରସ୍ଵତୀର ମୃତ୍ୟୁ ହେବା ପରେ ସନ୍ତୋଷ ମଧ୍ୟ ଉକ୍ତ ଅସ୍ତ୍ର ଦ୍ଵାରା ନିଜକୁ କ୍ଷତବିକ୍ଷତ କରିଥିଲା। ଯାହାଫଳରେ ସନ୍ତୋଷର ମଧ୍ୟ ମୃତ୍ୟୁ ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ସ୍ତ୍ରୀର ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବର୍ତ୍ତମାନ ସନ୍ତୋଷର ଭଉଣୀ ଆରତୀ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ହେଲା ୪୧ ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍‌ର ଶଲ୍ୟ ଚିକିତ୍ସକ।

ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ଥିବା ଜଣାପଡ଼ିଥିଲା। ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ୱାରା ଏହି ଟ୍ରୁମରକୁ ଚିହ୍ନଟ କରିଥିଲେ।

ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକ୍ରିୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ। ରୋଗୀ ଜଣଙ୍କ ଏବେ ସୁସ୍ଥ ଥିବାବେଳେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି।

ସର୍ଜରୀ କରିଥିବା ଟିମ୍‌ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଡ୍ଡି ଏବଂ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ୍ ହୋଇ ଏହି ଅସ୍ତ୍ରୋପଚାରଟିକୁ ସଫଳ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନରେ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଗତ ଦୁଇଦିନ ଭିତରେ ଉପକୂଳ ଜିଲ୍ଲାରେ ବାତ୍ୟା ୟଶ୍ ବେଶ ତାଣ୍ଡବ ସୃଷ୍ଟି କରିଦେଇଛି। ବହୁ ଗ୍ରାମ ପାଣି ଘେରରେ ରହିଥିବା ବେଳେ ଚାଷଜମି ଉଜୁଡି ଯାଇଛି। ଏପରି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସାତ ଦିନ ପାଇଁ ରିଲଫ ଦେବା ପାଇଁ ଘୋଷଣା କରିଛନ୍ତି।

ତେବେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହାପରେ ସେ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପଳାତକ ହୀରା ବ୍ୟବସାୟୀ ହେଲା ଗିରଫ: ସିଧା ଭାରତ ପଠାଇବା ପାଇଁ କହିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି  ଡୋମିନିକାରୁ ଗିରଫ ହୋଇଛି।  ମେହୁଲକୁ ସିଧା ଭାରତକୁ ହସ୍ତାନ୍ତର କରାଯାଉ ବୋଲି ଆଣ୍ଟିଗୁଆ ଏବଂ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ନିର୍ଦ୍ଦେଶ ଦେଇଛନ୍ତି। ହୀରା ବ୍ୟବସାୟୀ ଚୋକସି ୨୦୧୭ରେ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲା। ଏବଂ ସେ ୨୦୧୮ରୁ ଆଣ୍ଟିଗୁଆ ଏବଂ ବାରବୁଡାରେ ରହି ଆସୁଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କାର ଲୋନ ନେଇ ବିଦେଶ ଚାଲିଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୧ ହଜାର ୨୯୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୩ ଲକ୍ଷ ୬୯ ହଜାର ୯୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୩୩ ହଜାର ୮୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୪ ଲକ୍ଷ ୧୯ ହଜାର ୯୦୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୪ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୬୧୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୧୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୨୩ ହଜାର ୬୨୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୧୮ କୁ ବୃଦ୍ଧି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ଆକ୍ରାନ୍ତରେ ଖୋର୍ଦ୍ଧା ଖସିଲା 3ୟକୁ, ଅନୁଗୁଳରେ ହେଲେ ସର୍ବାଧିକ, ଏପରି କାହିଁକି ହେଲା ?

ଭୁବନେଶ୍ବର, ରାଜ୍ୟର ସମସ୍ତ ଜିଲ୍ଲାର ନୂଆ କରୋନା ରିପୋର୍ଟ ତଥ୍ୟ ଆସିଛି। ଏଥର ତଥ୍ୟ ଏକ ଭିନ୍ନ ପ୍ରକାରର ହୋଇଛି। କାରଣ ସବୁବେଳେ କରୋନା ଆକ୍ରାନ୍ତରେ ସର୍ବାଧିକ ରହୁଥିବା ଖୋର୍ଦ୍ଧା ଜିଲ୍ଲା 3ୟକୁ ଖସିଯାଇଛି। ସେହିପରି କଟକ ବାଲେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି।

ନୂଆ ତଥ୍ୟ ଅନୁସାରେ ଅନୁଗୁଳରେ ସର୍ବାଧିକ 788 ଜଣ, ସୁନ୍ଦରଗଡରେ 720 ଜଣ ଏବଂ ଖୋର୍ଦ୍ଧାରେ 517 ଜଣ ଚିହ୍ନଟ ହୋଇଛନ୍ତି। ତେବେ ହଠାତ ଏପରି ଖସିବାର କାରଣ ହେଉଛି ଉପକୂଳ ଓଡିଶାର ଲୋକେ ବାତ୍ୟା ପାଇଁ କରୋନା ପରୀକ୍ଷା କରିପାରି ନ ଥିଲେ।  ସେଥିପାଇଁ ପଜେଟିଭ ସଂଖ୍ୟା ଏପରି ହ୍ରାସ ପାଇଲା ବୋଲି କୁହାଯାଉଛି।

1. Angul: 788

2. Sundargarh: 720

3. Khurda: 517

4. Bargarh: 405

5. Jajpur: 374

6. Cuttack: 362

7. Sambalpur: 309

8. Nawarangpur: 282

9. Puri: 265

10. Boudh: 262

11. Kalahandi: 241

12. Koraput: 219

13. Nayagarh: 207

14. Bhadrak: 206

15. Ganjam: 196

16. Dhenkanal: 178

17. Balangir: 144

18. Rayagada: 123

19. Jharsuguda: 120

20. Jagatsinghpur: 106

21. Malkangiri: 98

22. Kandhamal: 85

23. Sonepur: 82

24. Gajapati: 80

25. Balasore: 71

26. Deogarh: 64

27. Nuapada: 48

28. Mayurbhanj: 34

29. Kendrapada: 24

30. Keonjhar: 24

31. State Pool: 102

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଅଧା ଖସିଗଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ଏହାର କାରଣ କଣ ଜାଣିଛନ୍ତି କି ?

ଭୁବନେଶ୍ବର, ନୂଆ କରୋନା ତଥ୍ୟ ଅନୁସାରେ ରାଜ୍ୟରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଅଧା କମିଯାଇଛି। ସୂଚନା ଓ ଲୋକ ସଂପର୍କର ତଥ୍ୟ ଅନୁସାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି 6 ହଜାର 7 ଶହ 36।ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 3 ହଜାର 774 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 2 ହଜାର 9 ଶହ 62 ରହିଛି।

ତେବେ ଗତ କିଛି ଦନ ଧରି ଓଡିଶାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାରରୁ 12 ହଜାର ଭିତରେ ରହୁଥିଲା। ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ଏପରି କମିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ କାରଣରେ କୁହାଯାଇଛି ଯେ, ବାତ୍ୟା ପାଇଁ ରାଜ୍ୟର ଉପକୂଳ ଓଡିଶାରେ ଲୋକେ କରୋନା ପରୀକ୍ଷା କରିପାରି ନ ଥିଲେ। ଫଳରେ ଏହି ସଂଖ୍ୟା ଏପରି ହ୍ରାସ ପାଇଛି ବୋଲି ଜଣାପଡିଛି।

Categories
ଆଜିର ଖବର ଧର୍ମ

ଆଜି 27 ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ।

ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ।

ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ।

କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ। ବିଲଡିଂ ଜମି କାର୍ଯ୍ୟରେ ଆଇନଗତ ପ୍ରତିବନ୍ଧକ ଆସିବ। ହ୍ୟାଗଲ୍ କୁ ପ୍ରୋତ୍ସାହିତ କରନ୍ତୁ ନାହିଁ।

ସିଂହ : – ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ଚିନ୍ତା ହେବେ। ପରିବାର ଆପଣଙ୍କ ଭାବନାକୁ ଅଣଦେଖା କରିବ। ପିତାମାତାମାନଙ୍କ ସହିତ ସମୟ ଅତିବାହିତ ହେବ। ଚାକିରିରେ ପ୍ରୟାସ ସଫଳ ହେବ। କର୍ମକ୍ଷେତ୍ରରେ ଆରାମ ମିଳିପାରେ।

କନ୍ୟା : – ଆଜି ସମୟର ଅପବ୍ୟବହାର କରାଯାଉଛି। ଆଚରଣ ଏବଂ ଦୈନ୍ୟନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ଜରୁରୀ । ଟଙ୍କା ମିଳିବାର ସମ୍ବାବନା ହେବ। ଆପଣ ଆଜି ଭଲ ଖବର ପାଇବେ। ଚୋରି ଇତ୍ୟାଦିରୁ କ୍ଷତି ସମ୍ଭବ। ବିନିଯୋଗ ଶୁଭ ହେବ । ଚିନ୍ତା ଏବଂ ଚାପ ଆପଣଙ୍କୁ ବ୍ୟଥିତ କରିବ।

ତୂଳା: – ଆଜି ଭୁଲିଯିବାର ଅଭ୍ୟାସ ହେତୁ, ଆପଣ ଆପଣଙ୍କର ପ୍ରିୟ ଲୋକଙ୍କ କ୍ରୋଧ ବହନ କରିବାକୁ ପଡିବ। ବିଦେଶ ଯିବାର ସୁଯୋଗ ରହିବ। ବ୍ୟବସାୟିକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛୁକ ହେବେ। ଭ୍ରମଣ-ବିନିଯୋଗ ଏବଂ ଚାକିରି ଲାଭଦାୟକ ହେବ।

ବିଛା : – ଆଜି ଯେ କୌଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଦ୍ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଏକ ଋଣ ନେବାକୁ ପଡିପାରେ। ପରିବାରକୁ କେହି ଭେଟିବାରେ ଅସନ୍ତୋଷ ଦେଖାଦେଇପାରେ। ନିଜ ସାଥୀଙ୍କ ସହିତ ବିବାଦ କରନ୍ତୁ ନାହିଁ ।

ଧନୁ : – ଆଜି କଥାରେ ରାଗିବା ଭଲ କଥା ନୁହେଁ। ଠିକ୍ ସମୟରେ ପରିଚାଳନା କରିବା ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ ହେବ। ଉଲ୍ଲେଖନୀୟ ପୁନରୁଦ୍ଧାର ଉଦ୍ୟମ ସଫଳ ହେବ। ଆପଣ ସାଧୁ ଓ ସାଧୁମାନଙ୍କର ସଂଯୋଗ ପାଇବେ। ଟଙ୍କା ପାଣ୍ଠି ବୃଦ୍ଧି ପାଇବ।

ମକର : – ଆଜି ଆପଣ ନିତ୍ୟ ବ୍ୟବହାର୍ଯ୍ୟ ପରିବର୍ତ୍ତନରୁ ଆରାମ ପାଇବେ। ସମସ୍ତଙ୍କୁ ବ୍ୟକ୍ତିଗତ ସମସ୍ୟା ପ୍ରକାଶ କରନ୍ତୁ ନାହିଁ । ନିର୍ମାଣ କାର୍ଯ୍ୟର ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ। ଏକ ସାଧାରଣ ସମାରୋହରେ ସମ୍ମାନ ମିଳିପାରିବ।

କୁମ୍ଭ : – ଆଜି ଆପଣଙ୍କୁ ନିଜକୁ ଠିକ୍ ପ୍ରମାଣ କରିବାକୁ ପଡିବ। ଅଧ୍ୟୟନ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୈଣସି ଆଶ୍ଚର୍ଯ୍ୟଜନକ ଖବର ମିଳିପାରିବ। ରାଜ୍ୟ ସହାୟତା ପାଇବା ଦ୍ୱାରା କାର୍ଯ୍ୟ ସମାପ୍ତ ହେବ ଏବଂ ଲାଭ ସୁଯୋଗ ମିଳିବ।

ମୀନ : – ଆଜି ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ପରିବାର ସହିତ ବିବାଦ କର ନାହିଁ । କାହାକୁ ଋଣ ଦିଅ ନାହିଁ । ଅତ୍ୟଧିକ ଆତ୍ମବିଶ୍ୱାସ ଅପରିଚିତ ଲୋକଙ୍କୁ କ୍ଷତି ପହଞ୍ଚାଇବ, ସର୍ବୋତ୍ତମ ଫଳାଫଳ ପାଇଁ ଧର୍ଯ୍ୟବାନ ହୁଅନ୍ତୁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଗୁରୁବାରରେ ପିଲାମାନଙ୍କ ତରଫରୁ ଆସିବ ଖୁସି ଖବର

ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ।

ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କର ମାନସିକତା ହେବ ନକାରାତ୍ମକ

ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ।

ବିଛା : – ଆଜି ଯେ କୌଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଦ୍ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଏକ ଋଣ ନେବାକୁ ପଡିପାରେ। ପରିବାରକୁ କେହି ଭେଟିବାରେ ଅସନ୍ତୋଷ ଦେଖାଦେଇପାରେ। ନିଜ ସାଥୀଙ୍କ ସହିତ ବିବାଦ କରନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ହୁଅନ୍ତୁ ଧର୍ଯ୍ୟବାନ

କୁମ୍ଭ : – ଆଜି ଆପଣଙ୍କୁ ନିଜକୁ ଠିକ୍ ପ୍ରମାଣ କରିବାକୁ ପଡିବ। ଅଧ୍ୟୟନ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୈଣସି ଆଶ୍ଚର୍ଯ୍ୟଜନକ ଖବର ମିଳିପାରିବ। ରାଜ୍ୟ ସହାୟତା ପାଇବା ଦ୍ୱାରା କାର୍ଯ୍ୟ ସମାପ୍ତ ହେବ ଏବଂ ଲାଭ ସୁଯୋଗ ମିଳିବ।

ମୀନ : – ଆଜି ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ପରିବାର ସହିତ ବିବାଦ କର ନାହିଁ । କାହାକୁ ଋଣ ଦିଅ ନାହିଁ । ଅତ୍ୟଧିକ ଆତ୍ମବିଶ୍ୱାସ ଅପରିଚିତ ଲୋକଙ୍କୁ କ୍ଷତି ପହଞ୍ଚାଇବ, ସର୍ବୋତ୍ତମ ଫଳାଫଳ ପାଇଁ ଧର୍ଯ୍ୟବାନ ହୁଅନ୍ତୁ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ନିଜ ମନର କଥା କାହା ଆଗରେ କୁହନ୍ତୁ ନାହିଁ

ଧନୁ : – ଆଜି କଥାରେ ରାଗିବା ଭଲ କଥା ନୁହେଁ। ଠିକ୍ ସମୟରେ ପରିଚାଳନା କରିବା ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ ହେବ। ଉଲ୍ଲେଖନୀୟ ପୁନରୁଦ୍ଧାର ଉଦ୍ୟମ ସଫଳ ହେବ।

ମକର : – ଆଜି ଆପଣ ନିତ୍ୟ ବ୍ୟବହାର୍ଯ୍ୟ ପରିବର୍ତ୍ତନରୁ ଆରାମ ପାଇବେ। ସମସ୍ତଙ୍କୁ ବ୍ୟକ୍ତିଗତ ସମସ୍ୟା ପ୍ରକାଶ କରନ୍ତୁ ନାହିଁ । ନିର୍ମାଣ କାର୍ଯ୍ୟର ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ। ଏକ ସାଧାରଣ ସମାରୋହରେ ସମ୍ମାନ ମିଳିପାରିବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଗୁରୁବାରରେ କ୍ରୋଧ ଉତ୍ପନ ରହିଛି ସମ୍ଭାବନା

କନ୍ୟା : – ଆଜି ସମୟର ଅପବ୍ୟବହାର କରାଯାଉଛି। ଆଚରଣ ଏବଂ ଦୈନ୍ୟନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ଜରୁରୀ । ଟଙ୍କା ମିଳିବାର ସମ୍ବାବନା ହେବ। ଆପଣ ଆଜି ଭଲ ଖବର ପାଇବେ। ଚୋରି ଇତ୍ୟାଦିରୁ କ୍ଷତି ସମ୍ଭବ।

ତୂଳା: – ଆଜି ଭୁଲିଯିବାର ଅଭ୍ୟାସ ହେତୁ, ଆପଣ ଆପଣଙ୍କର ପ୍ରିୟ ଲୋକଙ୍କ କ୍ରୋଧ ବହନ କରିବାକୁ ପଡିବ। ବିଦେଶ ଯିବାର ସୁଯୋଗ ରହିବ। ବ୍ୟବସାୟିକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛୁକ ହେବେ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ବିବାଦ ଦୂରେଇ ରୁହନ୍ତୁ

କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ। ବିଲଡିଂ ଜମି କାର୍ଯ୍ୟରେ ଆଇନଗତ ପ୍ରତିବନ୍ଧକ ଆସିବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ।

ସିଂହ : – ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ଚିନ୍ତା ହେବେ। ପରିବାର ଆପଣଙ୍କ ଭାବନାକୁ ଅଣଦେଖା କରିବ। ପିତାମାତାମାନଙ୍କ ସହିତ ସମୟ ଅତିବାହିତ ହେବ। ଚାକିରିରେ ପ୍ରୟାସ ସଫଳ ହେବ। କର୍ମକ୍ଷେତ୍ରରେ ଆରାମ ମିଳିପାରେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ, ଆବେଦନ କରିବାର ଶେଷ ତାରିଖ ଆସନ୍ତା ମାସ 19 ତାରିଖ

କଟକ, ଓଡିଶା ପୋଲିସରେ ଖାଲିଥିବା 48ଟି ଏସପିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହି ସବୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ ମାସ 19 ତାରିଖ। ଏହାପରେ ଜୁନ୍ 26 ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ପୋଲିସ ତରଫରୁ କୁହାଯାଇଛି। ତେବେ ଏହିସବୁ ପଦବୀ ପାଇଁ କେବଳ ଅବସର ପ୍ରାପ୍ତ ସମାରିକ କର୍ମଚାରୀମାନେ ଆବେଦନ କରିପାରିବେ।  ଏ ସଂପର୍କରେ ସବିଶେଷ ତଥ୍ୟ ଆବେଦନକାରୀମାନେ ୱେବସାଇଟ- www.odishapolice.gov.in ରୁ ପାଇପାରିବେ