Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସରକାରୀ ପୋଖରୀ ଖୋଳି ପଥର ନେବା ପଡିଲା ମହଙ୍ଗା: ମୋଟା ଅଙ୍କର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ସରକାରୀ ପୋଖରୀ ଖୋଳି ପଥର ନେବା ମହଙ୍ଗା ପଡିଛି। ଏହି ଘଟଣାରେ ମୋଟା ଅଙ୍କର ଜରିମାନା ଆଦାୟ ହେବା ସହ ଗାଡି ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲ ଅଞ୍ଚଳରେ ଏପରି ଘଟଣା ଘଟିଛି।

ଦୀର୍ଘ ଦିନ ହେବ ଚିଲିକା ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ସରକାରୀ ଜାଗାରୁ ପଥର ଚୋରି କରିନେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ବାରମ୍ବାର ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ଧରା ପଡୁନଥିଲେ। ହେଲେ ଆଜି ସକାଳ ୬ ଘଟିକାରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଉଳାବନ୍ଧ ଗ୍ରାମର ମାଣ୍ଡିଆମେରୁ ସାହିର ପୋଖରୀରୁ ମାଫିଆମାନେ ପଥର ଖୋଳି ଟ୍ରାକ୍ଟରରେ ନେଉଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ତହସିଲ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି।

ତେବେ ମାଫିଆଙ୍କ ଉପରେ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ମୁତାବକ ୪୫ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ ଟ୍ରାକ୍ଟର ଜବତ ହୋଇଛି। ଅନ୍ୟପକ୍ଷେ ପଥରଗୁଡିକୁ ଗ୍ରାମ କାମରେ ନିୟୋଜିତ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

‘ବ୍ଲାକ ଫଙ୍ଗସ୍’ ମୁକାବିଲା ପାଇଁ ଆମ୍ଫୋଟେରିସିନ-ବି ଉତ୍ପାଦନ ବଢାଇବା ନିମନ୍ତେ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ, କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ବା ବ୍ଲାକ ଫଙ୍ଗସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଅଧିକ ଆମଦାନୀ ହେବା ସହ ଦେଶରେ ଏହି ଔଷଧର ଉତ୍ପାଦନ ବଢିଲେ ଯୋଗାଣ ସ୍ଥିତି ସୁଧୁରିବ ।

ଉତ୍ପାଦକ ବା ଆମଦାନୀକାରୀଙ୍କ ସହ ଷ୍ଟକ ସ୍ଥିତିର ସମୀକ୍ଷା କରି ଗତକାଲିଠାରୁ ସମ୍ଭାବ୍ୟ ଆବଶ୍ୟକତା ଆଧାରରେ ଆମ୍ଫୋଟେରିସିନ-ବି ଔଷଧ ବିଭାଗ ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଣ୍ଟିତ କରାଯାଉଛି । ସରକାରୀ, ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକ ମଧ୍ୟରେ ଏହି ଔଷଧର ସୁଷମ ବଣ୍ଟନ ବ୍ୟବସ୍ଥା କରିବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି ।

ଆବଣ୍ଟିତ ଔଷଧ ସଂଗ୍ରହ ପାଇଁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକୁ ଯୋଗାଯୋଗ ବିନ୍ଦୁ ସମ୍ପର୍କରେ ଜଣାଇବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ସେହିପରି ଯୋଗାଇ ଦିଆଯାଇଥିବା ଓ ଆବଣ୍ଟିତ ହୋଇଥିବା ଷ୍ଟକର ସୁଚିନ୍ତିତ ବ୍ୟବହାର ପାଇଁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ଯୋଗାଣ ବ୍ୟବସ୍ଥାର ନୀରିକ୍ଷଣ କରିବେ ।

Categories
ଫଟୋ ଖବର

ଗଂଜାମ ଜିଲ୍ଲାର ହିଞ୍ଜିଳି ପୋଲିସ ତରଫରୁ ଲୋକଙ୍କୁ କରାଯାଉଛି କରୋନା ସଚେତନତା

Hinjili Police in Ganjam creating awareness and appealed to people of Hinjili to wear masks at all time when outside & maintain social distancing for controlling the spread of #COVID19. Despite the current challenges we’re all facing together.

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ଡୋଜର ସମୟ ଅବଧିରେ ହେଲା ପରିବର୍ତ୍ତନ: ଜାଣନ୍ତୁ କେତେ ଦିନ ପରେ ନେବେ କୋଭିସିଲ୍ଡ ଟୀକା

ଭୁବନେଶ୍ବର: କୋଭିସିଲ୍ଡ ଟୀକାର ଦ୍ଵିତୀୟ ଡୋଜ ଟୀକାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକି ୪୨ ଦିନ ପରେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ନିର୍ଦ୍ଦେଶ ହୋଇଛି।

ଏହାପୂର୍ବରୁ ୪ ସପ୍ତାହ ପରେ ଏହି ଟୀକାର ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ ସପ୍ତାହ ପରେ କୋଭିସିଲ୍ଡ ଟୀକା ନେବା ପାଇଁ କୁହାଯାଇଛି। ପ୍ରଥମ ଡୋଜ ନେବାର ୪୨ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନିଆଯାଇପାରିବ।

ଟୀକାକରଣରେ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଜଣାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ ହେବ ଟୀକା ପରୀକ୍ଷା: ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଗତକାଲି ଭାରତରେ ୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ ଟୀକା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଅନୁମତି ଦେଇଛି। ଏହି ପରୀକ୍ଷା ଦିଲ୍ଲୀ, ପାଟଣା ଏମ୍ସ ଏବଂ ନାଗପୁରସ୍ଥିତ ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମତେ ବିଭିନ୍ନ ସ୍ଥାନ ଦ୍ଵାରା କରାଯିବ। ଏହି ବର୍ଗର ପିଲାଙ୍କ ଉପରେ ଟୀକା ପରୀକ୍ଷଣ ପାଇଁ ପୂର୍ବରୁ ଭାରତ ବାୟୋଟେକ ଆବେଦନ କରିଥିଲା। ୨ ରୁ ୧୮ ବର୍ଷ ପିଲାଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସମେତ ଅନ୍ୟ ବିଷୟରେ ଆକାଳନ କରିବା ପାଇଁ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଭାରତ ବାୟୋଟେକ ଅନୁମତି ମାଗିଥିଲା।

ତେବେ ସିଡିଏସସିଓ ର କୋଭିଡ-୧୯ ବିଶେଷଜ୍ଞ କମିଟି ଗତକାଲି ଏହା ଉପରେ ଆଲୋଚନା କରି ଭାରତ ବାୟୋଟେକକୁ ଟୀକା ପରୀକ୍ଷା ପାଇଁ ଅନୁମତି ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏଣିକି ଭିକାରୀ, ସାଧୁସନ୍ଥ, ମାନସିକ ବିକୃତ ଲୋକ ନେବେ ଟୀକା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସାଧୁ, ସନ୍ଥ, ଅସହାୟ, ଭିକାରୀ, ମାନସିକ ବିକୃତ ଲୋକଙ୍କୁ ଏଥର ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇ ଟୀକାଦେବା ପାଇଁ ବ୍ୟବସ୍ଥା ପାଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଟୀକା ପାଇଁ ୭ ଟି ପରିଚୟ ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଥିବା ବେଳେ ଏଭଳି କିଛି ଲୋକଙ୍କ ପାଖରେ କୌଣସି ପରିଚୟ ନଥାଏ। ସେମାନଙ୍କୁ ମଧ୍ୟ ସଂକ୍ରମଣ ଭୟ ଥିବାରୁ ଚିହ୍ନଟ କରାଯାଇ ଟୀକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପୁଅର ଚିତା ଲିଭିବା ପୂର୍ବରୁ ଦ୍ଵିତୀୟ ପୁଅକୁ ମଧ୍ୟ ହରାଇଲେ ବାପା: କରୋନା ନେଲା ଉଭୟଙ୍କ ଜୀବନ

ନୂଆଦିଲ୍ଲୀ: କରୋନା କେବଳ ସହରରେ ସୀମିତ ନାହିଁ। ଗ୍ରାମାଞ୍ଚଳରେ ଏବେ କରୋନା କାୟା ବିସ୍ତାର କରିଚାଲିଛି। ଯେଉଁଭଳି ଭାବେ କରୋନା ଗ୍ରାମାଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି, ଦେଖିଲେ ହୃଦୟ ଥରି ଉଠିବ। ଗ୍ରାମାଞ୍ଚଳରେ ନୂଆ ନୂଆ ଦୁଃଖଦ ଘଟଣାମାନ ସାମ୍ନାକୁ ଆସୁଛି। ତେବେ ପଶ୍ଚିମ ନୋଏଡାର ଜଲାଲପୁର ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ଛାତିକୁ ଥରାଇଦେବ।

ସେହି ଗ୍ରାମର ବାଡୁଅ ପୁଅର ମୁଖାଗ୍ନି ଦେଇ ଘରକୁ ଫେରିଲା ପରେ ଦ୍ଵିତୀୟ ପୁଅର ମୃତ ଦେହକୁ ଘରେ ପଡିଥିବାର ଜଣେ ବାପା ଦେଖିବାକୁ ପାଇଲେ। ପ୍ରଥମ ପୁଅର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ପୁଅ ମଧ୍ୟ ଆକ୍ରାନ୍ତ ହୋଇ ଘରେ ପୃଥକବାସରେ ରହୁଥିଲେ।

ହେଲେ ପ୍ରଥମ ପୁଅର ଚିତା ଲିଭିବା ପୂର୍ବରୁ ଦ୍ଵିତୀୟ ପୁଅର ଜୀବନ ଚାଲିଗଲା। ବାପା କେବେ ସ୍ଵପ୍ନରେ ବି ଭାବିନଥିବେ ଯେ ପ୍ରଥମ ପୁଅର ମୃତ୍ୟୁର କିଛି ଘଣ୍ଟା ପରେ ଦ୍ଵିତୀୟ ପୁଅ ପାଇଁ ମଧ୍ୟ କାନ୍ଧ ଦେବାକୁ ପଡିବ। ଦୁଇ ବାଡୁଅ ପୁଅଙ୍କୁ ହରାଇ ମା’ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେ ବାରମ୍ବାର ଚେତାଶୂନ୍ୟ ହୋଇପଡୁଥିବା ଦେଖିବାକୁ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ସେହି ଗ୍ରାମରେ ଗତ ୧୦ ଦିନ ଭିତରେ ୬ ଜଣ ମହିଳାଙ୍କ ସମେତ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଭୁବନେଶ୍ବର ମହାନଗର ନିଗମର କମିଶନର: ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କମିଶନରଙ୍କ ବଦଳି ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ନୂତନ କମିଶନର ନିଯୁକ୍ତି ପାଇଛନ୍ତି। ସଞ୍ଜୟ କୁମାର ସିଂହ ଏବେ ନୂଆ ବିଏମସି କମିଶନର। ପ୍ରେମଚନ୍ଦ୍ରଙ୍କ ପରେ ନୂଆ ବିଏମସି କମିଶନର ଭାବେ ସେ  ଦାୟିତ୍ଵ ନେବେ। ୧୯୯୭ ବ୍ୟାଚର ଆଇଏଏସ ସଞ୍ଜୟ କୁମାରଙ୍କୁ ନୂଆ ଦାୟିତ୍ଵ ମିଳିବ। ସଞ୍ଜୟ କୁମାର ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗର ଦାୟିତ୍ଵରେ ଅଛନ୍ତି। କମିଶନର ସହ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ଏହାସହ ସଞ୍ଜୟଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି। ପ୍ରେମଚନ୍ଦ୍ର କମିଶନରଙ୍କୁ ଜିଏ ବିଭାଗର ଓଏସଡି ଦାୟିତ୍ଵ ମିଳିଛି।

ସେହିଭଳି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ଵ ଏବଂ ଡାଃ. କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।

Categories
ଆଜିର ଖବର ଜାତୀୟ ଖବର

କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୬୧ ଜଣ ରୋଗୀଙ୍କୁ କରାଗଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ଗୁଜୁରାଟ ଭାବନଗରର ଏକ ହୋଟେଲକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। ହେଲେ ଆଜି ସେଠାରେ ଅଚାନକ ଅଗ୍ନିକାଣ୍ଡ ଘଟିଯାଇଛି। ସେହି କେୟାର ସେଣ୍ଟରରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣେ ଅଧିକାରୀ କହିଛନ୍ତି।

ଅଧିକାରୀଙ୍କ ମୁତାବକ, ଅଗ୍ନିକାଣ୍ଡ ଏତେ ଭୀଷଣ ନଥିଲା। ଧୂଆଁ ଉଠିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଚିକିତ୍ସିତ ହେଉଥିବା ୬୧ ଜଣ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବଂ ବାକି ୭ ଜଣ ଆକ୍ରାନ୍ତଙ୍କୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା ଜାରି ରହିଛି। ସମସ୍ତେ ଏବେ ସୁରକ୍ଷିତ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାବାସୀ

ରମେଶ ମହାନ୍ତି
ଜଗତସିଂହପୁର: ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି କରାଯାଇଛି। ଏହି ଚିକିତ୍ସାଳୟରେ ପ୍ରଥମରୁ ୧୨୬ଟି ବେଡ୍ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୩୦୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଚିକିତ୍ସାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତି କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁରରେ (ଏମ୍.ସି.ଏଚ୍) ୧୦୦ ବେଡ୍ ହସପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଆଗେଇ ଚାଲିଛି। ଏନେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ: ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ମଣିଷକୁ ମଣିଷର ଘୃଣା ଏତେ ପରିମାଣର ବଢିଯାଇଛି ଯେ, ସେ ଭୁଲିଯାଉଛି ମାନବିକତା।

ଏପରି ଏକ ହୃଦୟବିଦାରକ ଦୃଶ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। କରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମାନେ ସ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଶେଷରେ ଦେବଦୁତ ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମ ଏବଂ ଚିଲିକା ପ୍ରଶାସନର ସହଯୋଗରେ ମୃତବ୍ୟକ୍ତିଙ୍କ ସସମ୍ମାନେ ଶବସତ୍କାର କରାଯାଇଛି।

ସୂଚନା ମୁତାବକ, ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର ଦିବାକର ବାରିକ(୨୫) ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ଗରିବ ଘର ହୋଇଥିବାରୁ ପୁଅ ଏକ କୁକୁଡ଼ା ଫାର୍ମରେ କାମ କରି ଯାହା ଦରମା ପାଏ ସେଥିରେ ମା ପୁଅ ଚଳନ୍ତି। ତେବେ ଗତକାଲି ଦିବାକରଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କ ମାଙ୍କ ସହ ସେ ସକାଳୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ମୁତାବକ, ଦିବାକରଙ୍କୁ ଦୀର୍ଘ ଦିନ ଧରି ଜ୍ୱର ହେଉଥିଲା।  ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ତାଙ୍କୁ ଔଷଧ ଯୋଗାଇଦିଆଯାଇଥିଲା ଏବଂ କୋଭିଡ ଟେଷ୍ଟ ପାଇଁ କୁହାଯାଇଥିଲା। ହେଲେ ସେ ଟେଷ୍ଟ ନକରି ଘରକୁ ପଳାଇଯାଇଥିଲେ।

ଅପରାହ୍ନରେ ସେ ଗାଁ ରେ ଠିଆ ହୋଇଥିଲା ସମୟରେ ହଠାତ ଟଳିପଡ଼ିଥିଲେ। ଏ ଖବର ଗ୍ରାମ ଅଙ୍ଗନବାଡି ଦିଦି ବାଲୁଗାଁ ମେଡିକାଲକୁ ଜଣାଇବାରୁ ତାଙ୍କୁ ୧୦୮ ଯୋଗେ ବାଲୁଗାଁ ମେଡିକାଲ ଅଣାଯାଇଥିଲା। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ।

ତେବେ କରୋନା ସନ୍ଦେହରେ ଦିବାକରଙ୍କ ଶବକୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ଆସିଲେ ନାହିଁ। ଏପରିକି ଶବ ସତ୍କାର ପାଇଁ ମଧ୍ୟ ଗ୍ରାମବାସି ବିରୋଧ କରିବାରୁ ପାଖାପାଖି ଦୀର୍ଘ ୬ ଘଣ୍ଟା ନିଜ ବାଢୁଅ ପୁଅର ଶବକୁ ନେଇ ବାଲୁଗାଁ ମେଡିକାଲ ପରିସରରେ ତାଙ୍କ ମା କାନ୍ଦୁଥିବାର ଦେଖାଯାଇଥିଲା।

ଏ ଖବର ପାଇ ଆମ ପ୍ରତିନିଧି ତୁରନ୍ତ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗେ ସଙ୍ଗେ ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଁଚି ମୃତକଙ୍କ ମା’ ଙ୍କୁ ଆଶ୍ୱାସନା ଦେଇଥିଲେ।  ତେବେ ଚିଲିକା ତହସିଲଦାର ଏବଂ ବିଡ଼ିଓଙ୍କ ହସ୍ତକ୍ଷେପ କ୍ରମେ ଦିବାକରଙ୍କ ଶବ ସତ୍କାର ନିମନ୍ତେ ସ୍ଥାନୀୟ ଆଖୁପୋଖରିଆ ସ୍ମଶାନ ଠିକ ହୋଇଥିଲା ଏବଂ ଶବ ଦାହ ନିମନ୍ତେ ଆବଶ୍ୟକ ସରଞ୍ଜାମ ଯୋଗାଇଦିଆଯାଇଥିଲା।

ହେଲେ ଏ ସବୁ କାର୍ଯ୍ୟ ହେଲା ବେଳକୁ ରାତି ୧୨ଟା ବାଜିଯାଇଥିଲା। କୋଭିଡ ସନ୍ଦେହରେ ଦିବାକରଙ୍କ ଶବ ସତ୍କାର ନିମନ୍ତେ କେହି ବି ଆଗକୁ ନଆସିବାରୁ ଖୋଦ ବାଲୁଗାଁ ଏସଡ଼ିପିଓ ପିପିଇ କିଟ ପିନ୍ଧି ସ୍ଥାନୀୟ ସମାଜସେବୀ ଜୀନା ପଣ୍ଡା, ସାମ୍ବାଦିକ ଶକ୍ତି ମହାପାତ୍ର ଏବଂ ମେଡିକାଲ କର୍ମଚାରୀ ଦିଲ୍ଲୀପ ବେହରାଙ୍କ ସହଯୋଗରେ ଦିବାକରଙ୍କ ଶବକୁ ସମ୍ମାନ ସହ ସତ୍କାର କରିଥିଲେ।

ଅନ୍ୟପକ୍ଷରେ ବାଲୁଗାଁ ଥାନାଧିକାରୀ ରାତି ତମାମ ଶବ ସତ୍କାର ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ମଶାନ ରେ ପ୍ରହରା ଦେଇଥିଲେ। ତେବେ ପ୍ରଶାସନର ଏପରି କାର୍ଯ୍ୟକୁ ସମସ୍ତେ ଭୂୟାଁସୀ ପ୍ରଶଂସା କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ବଦାନ୍ୟତାକୁ ସାଧୁବାଦ ଜଣାଇଛନ୍ତି।  ପ୍ରାୟତଃ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଜନସାଧାରଣଙ୍କ ଆକ୍ରୋଶ ମନୋଭାବ ରହୁଥିବାବେଳେ ଏହି ଘଟଣା ଉଭୟ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଅନୁରୂପ ଭାବେ ଦିବାକରଙ୍କ ମା’ ଗରିବ ଅସହାୟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କ ଥଇଥାନ ତଥା ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟବସ୍ଥା କରାଗଲେ ସେ ଉପକୃତ ହୋଇପାରନ୍ତେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୮ ହଜାର ୪୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୯୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୨୩୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ  ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୬୫ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୮ ହଜାର ୨୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୩୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୯୮୨ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୧୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୩୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୬୫ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୮ ହଜାର ୨୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୧୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୩୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୬୪ ଜଣ, ଅନୁଗୁଳ ଜିଲ୍ଲାରୁ ୫୩୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୦୩ ଜଣ, ବରଗଡ ଜିଲ୍ଲାରୁ ୪୩୧ ଜଣ, ଭଦ୍ରକ ଜିଲ୍ଲାରୁ ୨୩୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୨୬ ଜଣ, ବୌଦ୍ଧ ଜିଲ୍ଲାରୁ ୧୮୦ ଜଣ, କଟକ ଜିଲ୍ଲାରୁ ୮୮୫ ଜଣ, ଦେବଗଡ ଜିଲ୍ଲାରୁ ୧୨୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮୯ ଜଣ, ଗଜପତି ଜିଲ୍ଲାରୁ ୧୧୧ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ ଜଣ, ଯାଜପୁର ଜିଲ୍ଲାରୁ ୩୪୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୮୦ ଜଣ, କଳାହାଣ୍ଡିରୁ ୩୭୦ ଜଣ, କନ୍ଧମାଳ ଜିଲ୍ଲାରୁ ୧୩୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୧ ଜଣ, କେନ୍ଦୁଝର ଜିଲ୍ଲାରୁ ୨୫୩ ଜଣ, କୋରାପୁଟ ଜିଲ୍ଲାରୁ ୧୯୫ ଜଣ, ମାଲକାନାଗିରି ଜିଲ୍ଲାରୁ ୭୧ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୩୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୫ ଜଣ, ନୟାଗଡ ଜିଲ୍ଲାରୁ ୧୯୨ ଜଣ, ନୂଆପଡା ଜିଲ୍ଲାରୁ ୩୭୮ ଜଣ, ପୁରୀ ଜିଲ୍ଲାରୁ ୩୯୮ ଜଣ, ରାୟଗଡା ଜିଲ୍ଲାରୁ ୨୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୪୫୪ ଜଣ, ସୋନପୁର ଜିଲ୍ଲାରୁ ୨୧୫ ଜଣ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିଜ କାର ଭିତରେ ବସ, ଟିକା ନିଅ, ବିଏମସି ଆରମ୍ଭ କଲା ନୂଆ ଅଭିଯାନ, ପାର୍କିଂ ଭ୍ୟାକସିନ

ଭୁବନେଶ୍ବର, ସୁବିଧା ଉପାୟରେ କିପରି କୋଭିଡ ଟିକାକରଣ କରାଯିବ ସେ ନେଇ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କାର ପାର୍କିଂଗୁଡିକ ଏହି ଟିକାକରଣ ପାଇଁ ନିର୍ଦ୍ଧାରିଣ କରାଯାଇଛି। ଯେଉଁମାନେ 45 ବର୍ଷରୁ ଉର୍ଦ୍ଧ ଏବଂ 2ୟ ଡୋଜ ନେବେ, ସେମାନେ ଏହି ପାର୍କିଂ ଭ୍ୟାକିସନର ସୁବିଧା କରାଯାଇଛି।

ଏଥିପାଇଁ ବିଏମସି ଭୁବନେଶ୍ବରର କେତେକ ପାର୍କିଂ ସ୍ଥାନକୁ ନିର୍ଦ୍ଧାରଣ କରିଛି। ସେଗୁଡିକ ହେଲା କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ, ସିମ୍ପୋନୀ ମଲ, କିଟ୍ କ୍ରିକେଟ ଷ୍ଟାଣ୍ଡିୟମ, ଡିଏନ ରିଗାଲିଆ। ପ୍ରଥମେ ଏକ୍ସପ୍ଲାନେଟରେ ଏହି ଆରମ୍ଭ ହୋଇଯାଇଛି। ଏହାଦ୍ବାରା ଟିକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ସହିତ ସ୍ବାସ୍ଥ୍ୟ କର୍ମିମାନଙ୍କ ପାଇଁ ଏହା ଭଲ ହୋଇପାରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳକୁ କଲବଲ କଲାଣି କରୋନା, ପଦକ୍ଷେପ ଗ୍ରହଣ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଗ୍ରାମାଞ୍ଚଳରେ କୋଭିଡ଼ ୧୯ ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଚାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳକୁ ସମ୍ବେଦନଶୀଳ କରିବା ଏବଂ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ) ଚିକିତ୍ସକମାନଙ୍କୁ ଏବଂ ଚିକିତ୍ସା ସଂସ୍ଥାନ ଆଦିଙ୍କୁ ପରାମର୍ଶ କ୍ରମରେ କୋଭିଡ଼ ସଂକ୍ରମଣ ର ପ୍ରକୃତି ଓ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଉପଯୁକ୍ତ ଉପାୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କ ନିକଟରେ ଉପଲବ୍ଧ କରିବାକୁ କୁହାଯାଇଛି । ଏଥିପାଇଁ ବ୍ୟାପକ ଭାବେ ଜନ ସଂଚାର ଅଭିଯାନ ଚଳାଇବା ଲାଗି ପରାମର୍ଶ ଦିଆଯାଇଛି ।

ଏଥି ସହିତ ଏହି ସମୟରେ ଲୋକମାନଙ୍କ ମନରୁ ଭ୍ରାନ୍ତ ଧାରଣା କିମ୍ବା ଚିନ୍ତାଧାରା ଦୂର କରିବା ନିମନ୍ତେ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏହି ଅଭିଯାନ ସହିତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଗଣ, ଶିକ୍ଷକ, ଆଶାକର୍ମୀ ତଥା ସ୍ଥାନୀୟ ଅଗ୍ରଣୀ ସ୍ୱୟଂସେବମକମାନଙ୍କୁ ମଧ୍ୟ ସଂଯୁକ୍ତ କରିବାକୁ କୁହାଯାଇଛି । ସେମାନଙ୍କୁ ଆଙ୍ଗୁଠିରେ ମପାଯାଉଥିବା ଅକ୍ସିମିଟର, ଏନ- ୯୫ ମାସ୍କ, ଇନଫ୍ରା ରେଡ଼୍ ଥର୍ମାଲ ସ୍କାନିଂ ଉପକରଣ, ସାନିଟାଇଜର ଭଳି ଆବଶ୍ୟକ ସୁରକ୍ଷାତ୍ମକ ସାମଗ୍ରୀ ଉପଲବ୍ଧ କରାଇବାକୁ କୁହାଯାଇଛି ।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ପରୀକ୍ଷଣ ତଥା ଟିକାକରଣ କେନ୍ଦ୍ର, ଚିକିତ୍ସକ, ହସପିଟାଲ ଶଯ୍ୟା ଆଦିର ଉପଲବ୍ଧତା ସଂପର୍କରେ ବାସ୍ତବ ତଥ୍ୟ ଉପଲବ୍ଧ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପଞ୍ଚାୟତ କାର‌୍ୟ୍ୟାଳୟ, ସ୍କୁଲ, ସାଧାରଣ ସେବା କେନ୍ଦ୍ର ଆଦି ଆଇଟି ଅବସଂରଚନାର ଉପଯୋଗ ସୁବିଧା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଆହୁରି କୁହାଯାଇଛି ଯେ “ପଞ୍ଚାୟତର ନିଜ ସଂପର୍କୀତ କ୍ଷେତ୍ରକୁ ସକଳ ପ୍ରକାର ସେବା ଦେବା ସକାଶେ ଆବଶ୍ୟକ ସଂସ୍ଥାଗତ, ଗ୍ରାମ୍ୟ ସ୍ତରର ସହଯୋଗ ଉପଲବ୍ଧ କରିବା ଦିଗରେ ସକ୍ରିୟତା ପ୍ରକାଶ ପାଇବା ଉଚିତ । ଯେଉଁଠାରେ ସମ୍ଭବପର ହେଉଥିବ, ସେଠାରେ ଘରମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ଲୋକେସନ୍ ଭାବେ ମଧ୍ୟ ବିକଶିତ କରାଯାଇପାରିବ । ଯେଉଁଠାରେ ଅଧିକତମ ସ୍ପର୍ଶକାତରଉନ୍ମୁଖୀ କୋଭିଡ଼ ପଜିଟିଭ ମାମଲା ଦେଖାଦେଇଥିବ ସେଠାରେ ଏଭଳି ଘଟଣାର ମୁକାବିଲା ସକାଶେ ଆବଶ୍ୟକ ଓ ଉପଯୁକ୍ତ ପ୍ରବନ୍ଧନ କରାଯିବା ଜରୁରି ।

ଏହା ବ୍ୟତୀତ, ଗରିବ ଲୋକ ଏବଂ ପ୍ରବାସରୁ ଫେରୁଥିବା ଶ୍ରମିକମାନଙ୍କ ସକାଶେ ବିଶେଷ କ୍ୱାରେଣ୍ଟାଇନ୍ ବା ଆଇସୋଲେସନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବା ଦରକାର । ସ୍ୱାସ୍ଥ୍ୟ ବିଭାଗ ସହିତ ପରାମର୍ଶ କରି, ଅଧିକ ଜନସଂଖ୍ୟାଯୁକ୍ତ ଅଞ୍ଚଳରେ ଲୋକମାନଙ୍କୁ ସର୍ବାଧିକ ଚିକିତ୍ସା ସୁବିଧା ଯୋଗାଣ ସୁନିଶ୍ଚିତ କରିବା ଲାଗି ପଞ୍ଚାୟତରେ ଟିକାକରଣ ଅଭିଯାନ ଚଳାଯିବା ଜରୁରି ।”

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଗ୍ରାମ୍ୟ ସ୍ତରରେ ଗରିବ ଲୋକମାନଙ୍କୁ ରିଲିଫ ଓ ପୁନର୍ବାସ ସୁବିଧା ଉପଲବ୍ଧ କରିବା ନିମନ୍ତେ ଖାଦ୍ୟସାମଗ୍ରୀ, ପାନୀୟ ଜଳ ଉପଳବ୍ଧ କରାଇବା, ସ୍ୱଚ୍ଛତା, ମନରେଗା ରୋଜଗାର ଆଦିର ପ୍ରାବଧାନ କରିବା ସକାଶେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଉପଯୋଗ କରିପାରିବେ ।

ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛିଯେ ଜିଲ୍ଲା ଏବଂ ତହସିଲମାନଙ୍କ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ଚିକିତ୍ସା ସୁବିଧା ସହିତ ଉପଯୁକ୍ତ ସଂପର୍କ ସ୍ଥାପନ କରାଯିବା ଜରୁରି । ଏହା ଦ୍ୱାରା ଆମ୍ବୁଲାନ୍ସ ସେବା, ଉନ୍ନତ ପରୀକ୍ଷଣ, ଉପଚାର ସୁବିଧା, ମଲ୍ଟି ସ୍ପେସାଲିଟି କେୟାର ଭଳି ଜରୁରି ସେବା ରୋଗୀମାନଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯାଇପାରିବ ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଚିବ ସୁନୀଲ କୁମାର ରାଜ୍ୟମାନଙ୍କୁ କୋଭିଡ଼ ମହାମାରୀ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ସହିତ ସମ୍ବନ୍ଧୀତ ପ୍ରସଙ୍ଗକୁ ସଂପାଦନ ନିମନ୍ତେ ଗ୍ରାମ ପଞ୍ଚାୟତ ଏବଂ ଏହାର ସମିତିମାନଙ୍କ କାର‌୍ୟ୍ୟ ଉପରେ ନିୟମିତ ନଜର ରଖିବା ଲାଗି ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ରାଜସ୍ୱ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଆନ୍ତଃ- ବିଭାଗୀୟ ମନିଟରିଂ ବ୍ୟବସ୍ଥା ଗଠନ କରି ସେସବୁକୁ ବ୍ଲକ୍, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ରେଗୁଲେଟୋରୀ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଚିତ ।

ଏହି ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ଏବଂ ସେମାନଙ୍କର କମିଟିମାନଙ୍କ ଦ୍ୱାରା କୋଭିଡ଼ ମହାମାରୀ ଓ ତତ୍ ସମ୍ପର୍କୀତ ଜନସ୍ୱାସ୍ଥ୍ୟ ସୁବିଧା କିଭଳି ଭାବେ କାର‌୍ୟ୍ୟ କରୁଛି ତାହାକୁ ସୁପରିଚାଳନା କରାଯାଇପାରିବ ବୋଲି ସେ କହିଛନ୍ତି ।

Categories
ଆଜିର ଖବର ଧର୍ମ

ଆଜି ମେ 12 ତାରିଖ ବୁଧବାରରେ ଏହି 6 ଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ

ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ।

ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ। ଆପ୍ରାଣ ଚେଷ୍ଟା କରିବା କାର୍ଯ୍ୟ ଭବିଷ୍ୟତରେ ସାହାଯ୍ୟ କରିବ। ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ।

ମିଥୁନ- ବ୍ୟବସାୟ ନୂତନ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆଜି ଆପଣ ସମ୍ମାନ ପାଇବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନଙ୍କର ଯନ୍ତ୍ରଣା ହୋଇପାରେ। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରାଯିବ। ପେଟ ରୋଗରେ ପୀଡିତ ହେବାର ସମ୍ଭାବନା । ପୋଷାକ କିଣିବାର ସମ୍ଭାବନା।

କର୍କଟ- ଯାତ୍ରା ସଫଳ ହେବ। ବିବାଦ କରନ୍ତୁ ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଭଗବାନ ନାମକୁ ସ୍ମରଣ କରି କାର୍ଯ୍ୟ କରନ୍ତୁ। ସରକାରୀ ଲାଭବାନ ହେବାର ସମ୍ଭାବନା। ମାତୃ ଚିନ୍ତା ରହିବ। ଯତ୍ନର ସହିତ ଯାନବାହନ  ବ୍ୟବହାର କରନ୍ତୁ। ଅର୍ଥ ମିଳିବାର ସମ୍ଭାବନା। ଆଜି କୌଣସି ପ୍ରକାରରେ ବିବାଦ କରନ୍ତୁ ନାହିଁ ।

ସିଂହ- ପ୍ରେମ ସଂପର୍କରେ ବିପଦ କର ନାହିଁ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ଅସୁବିଧାରେ ପଡ଼ନ୍ତୁ ନାହିଁ । ଆଗକୁ ଏକ ନୂଆ ରାସ୍ତା ଖୋଜିବାର ସମ୍ଭାବନା ରହିଛି। ଶତ୍ରୁମାନେ ପରାସ୍ତ ହେବେ। ଉପକୃତ ହେବ । ସ୍ୱାସ୍ଥ୍ୟ ଭଲ ରହିବ। ଅଜ୍ଞାତ ଭୟ ଆପଣଙ୍କୁ ହନ୍ତସନ୍ତ କରିବ। ସରକାରୀ ଲାଭ ରହିଛି। ଶତ୍ରୁମାନେ ଶାନ୍ତ ରହିବେ।

କନ୍ୟା- ଅସ୍ଥିରତା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ରାଜ୍ୟ ବାଧା ଦୂର ହେବ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା। ନିଜ ବୁଦ୍ଧିରେ କାର୍ଯ୍ୟ କଲେ ଲାଭଦାୟକ ହେବ। ଶତ୍ରୁ ଦ୍ୱାରା ଅସୁବିଧାରେ ପଡ଼ି ପାରନ୍ତି। ଅପମାନିତ ହେବାର ସମ୍ଭାବନା। ଦୁଃଖର ସମ୍ଭାବନା। ଟଙ୍କା ହରାଇବା ଯନ୍ତ୍ରଣା ଶାରୀରିକ ଯନ୍ତ୍ରଣା ହେବ।

ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଧାଁଧପଡ ହେବାର ସମ୍ଭାବନା।  ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ଦିନତମାମ ଅଳସୁଆ ରହିବେ । କାର୍ଯ୍ୟ ପ୍ରତି ହୃଦୟହୀନତା ରହିବ। ଦୁଃଖଦ ଖବର ଗ୍ରହଣ କରାଯାଇପାରେ। କିଛି ଲାଭର ସମ୍ଭାବନା ରହିଛି। ଚିନ୍ତା କମ୍ ହେବ।

ବିଛା- କାରବାରରେ ସାବଧାନ ରୁହନ୍ତୁ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଶତ୍ରୁ ଉପରେ ବିଜୟ ହେବେ। ଖୁସି ଖବର ପାଇବାର ସମ୍ଭାବନା। କୁସଙ୍ଗରୁ କ୍ଷତି ହେବ। ଧନପ୍ରାପ୍ତ ଆନନ୍ଦଦାୟକ ହେବ। ଗର୍ଲଫ୍ରେଣ୍ଡ ପାଇବେ । କିଛି ଆୟ ହେବ। ମାତାଙ୍କ ଯନ୍ତ୍ରଣା ଭୋଗିବେ ।

ଧନୁ – ଯନ୍ତ୍ରଣା ଏବଂ ଦ୍ୱନ୍ଦ୍ୱ ହୋଇପାରେ। ଦ୍ବନ୍ଦରୁ ଖସି ଆସିବା ଭଲ ହେବ। ଭୟ, ମାନସିକ ଦୁଃଖର ସମ୍ଭାବନା। ଲାଭ ଏବଂ ଭଲ ବ୍ୟବସାୟ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବେ। କ୍ଷତି ଏବଂ ଭୟର ସମ୍ଭାବନା ରହିଛି। ଏକ ଅସୁବିଧା ପରିବେଶ ସୃଷ୍ଟି କରିବ । ଆଜିର ଦିନଟି ଭଲ ହୋଇ ନ ପାରେ।

ମକର- ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଚିନ୍ତିତ ହେବେ। ଘର ବାହାରେ ବିଶୃଙ୍ଖଳା ହୋଇପାରେ । ପ୍ରୟାସ ସଫଳ ହେବ। ଭଲ ଯୋଗ ଗଠନ ହେବ। କିଛି ଦୁଃଖର ସମ୍ଭାବନା ରହିଛି। ଲାଭ ଯୋଗ କରାଯିବ। ମହିଳାମାନଙ୍କ ପାଇଁ ଅସୁବିଧା। କୁସାଙ୍ଗ ସହିତ ଅସୁବିଧା ହେବ। ଦିନଟି ଅସନ୍ତୋଷଜନକ ହେବ। ଆପଣଙ୍କ ତରଫରୁ କଥାବାର୍ତ୍ତାକୁ ପ୍ରୋତ୍ସାହିତ କରନ୍ତୁ ନାହିଁ ।

କୁମ୍ଭ- ଭଲ ଖବର ଗ୍ରହଣ କରାଯିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଆୟ ବୃଦ୍ଧି ପାଇବ। ପ୍ରତିରୋଧର ସମ୍ଭାବନା, ଅର୍ଥ ହରାଇବେ, ପରିବାରରେ ବ୍ୟାଘାତ, ରୋଗ ଦ୍ୱାରା ଘେରି ରହିବାର ସମ୍ଭାବନା, କିଛି ସଫଳତାର ସମ୍ଭାବନା। ଆଜିର ଦିନଟି ଚିନ୍ତା ଜନକ ହେବ। କିଛି ଲାଭ ପାଇଁ ଆଶା ରଖନ୍ତୁ।

ମୀନ- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ପରିବାରକୁ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ଉପକୃତ ହେବେ। ଅସୁସ୍ଥତା ଅନୁଭବ କରିବେ। ଆପଣ ଚିନ୍ତାରୁ ମୁକ୍ତି ପାଇବେ ନାହିଁ । ଶତ୍ରୁମାନଙ୍କୁ ସମାଧି ଦିଆଯିବ। କଳହ ଏବଂ ଅପମାନରୁ ଦୂରେଇ ରୁହନ୍ତୁ। ଏକ ସମ୍ଭାବ୍ୟ ଯାତ୍ରା ହେବ। ସତର୍କତା ଅବଲମ୍ବନ କରିବାକୁ ପଡିବ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ଧନ ପ୍ରାପ୍ତିର ସମ୍ଭାବନା ରହିଛି

ବିଛା- କାରବାରରେ ସାବଧାନ ରୁହନ୍ତୁ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଶତ୍ରୁ ଉପରେ ବିଜୟ ହେବେ। ଖୁସି ଖବର ପାଇବାର ସମ୍ଭାବନା। କୁସଙ୍ଗରୁ କ୍ଷତି ହେବ। ଧନପ୍ରାପ୍ତ ଆନନ୍ଦଦାୟକ ହେବ।

ମୀନ- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ପରିବାରକୁ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ଉପକୃତ ହେବେ। ଅସୁସ୍ଥତା ଅନୁଭବ କରିବେ। ଆପଣ ଚିନ୍ତାରୁ ମୁକ୍ତି ପାଇବେ ନାହିଁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ପାରିବାରିକ କାର୍ଯ୍ୟରେ ରହିବେ ବ୍ୟସ୍ତ

ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ।

କର୍କଟ- ଯାତ୍ରା ସଫଳ ହେବ। ବିବାଦ କରନ୍ତୁ ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଭଗବାନ ନାମକୁ ସ୍ମରଣ କରି କାର୍ଯ୍ୟ କରନ୍ତୁ। ସରକାରୀ ଲାଭବାନ ହେବାର ସମ୍ଭାବନା। ମାତୃ ଚିନ୍ତା ରହିବ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ହେବେ ଚିନ୍ତିତ

କୁମ୍ଭ- ଭଲ ଖବର ଗ୍ରହଣ କରାଯିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଆୟ ବୃଦ୍ଧି ପାଇବ। ପ୍ରତିରୋଧର ସମ୍ଭାବନା, ଅର୍ଥ ହରାଇବେ, ପରିବାରରେ ବ୍ୟାଘାତ, ରୋଗ ଦ୍ୱାରା ଘେରି ରହିବାର ସମ୍ଭାବନା, କିଛି ସଫଳତାର ସମ୍ଭାବନା।

ମକର- ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଚିନ୍ତିତ ହେବେ। ଘର ବାହାରେ ବିଶୃଙ୍ଖଳା ହୋଇପାରେ । ପ୍ରୟାସ ସଫଳ ହେବ। ଭଲ ଯୋଗ ଗଠନ ହେବ। କିଛି ଦୁଃଖର ସମ୍ଭାବନା ରହିଛି। ଲାଭ ଯୋଗ କରାଯିବ। ମହିଳାମାନଙ୍କ ପାଇଁ ଅସୁବିଧା। କୁସାଙ୍ଗ ସହିତ ଅସୁବିଧା ହେବ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ନିଜ ବୁଦ୍ଧିରେ କାର୍ଯ୍ୟ କରନ୍ତୁ, ଲାଭ ହେବ

ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ।

କନ୍ୟା- ଅସ୍ଥିରତା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ରାଜ୍ୟ ବାଧା ଦୂର ହେବ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା। ନିଜ ବୁଦ୍ଧିରେ କାର୍ଯ୍ୟ କଲେ ଲାଭଦାୟକ ହେବେ। ଶତ୍ରୁ ଦ୍ୱାରା ଅସୁବିଧାରେ ପଡ଼ି ପାରନ୍ତି।