Categories
ଆଜିର ଖବର ଜାତୀୟ ଖବର

ଜୁନ୍ ପହିଲାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ମୌସୁମୀ ବାୟୁ  ଜୁନ୍ ୧ ତାରିଖରେ କେରଳ ଛୁଇଁବା ନେଇ ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ଵ ଦେଉଛନ୍ତି। ପ୍ରଭାବିତ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଅଲଗା ଅଲଗା ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି।

ତେବେ ଆଜି ମୁଖ୍ୟମନ୍ତ୍ରୀ ୩ ଟି ଜିଲ୍ଲାକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର, ପୁରୀ ଏବଂ ସୋନପୁର   ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ, ପୁରୀ ପାଇଁ ୨ କୋଟି ଏବଂ ସୋନପୁର ପାଇଁ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସିଏମଆରଏଫରୁ ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ପାଇଁ ସମ୍ବଲପୁର ଜିଲ୍ଲାକୁ ମୋଟ ୧୬ କୋଟି ୧୨ ଲକ୍ଷ ପ୍ରଦାନ କରାଯାଇଥିବା ବେଳେ  ପୁରୀ ଜିଲ୍ଲା ପାଇଁ ୧୬ କୋଟି ୫୯ ଲକ୍ଷ ଏବଂ ସୋନପୁର ଜିଲ୍ଲା ପାଇଁ ୩  କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପରିବା କଳାବଜାରୀକୁ ରୋକିବା ପାଇଁ ବଡ଼ ପଦକ୍ଷେପ: ଦୋକାନ ସମ୍ମୁଖରେ ଲାଗିଲା ରେଟ୍ ଚାର୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା।

ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଖୋଦ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ବାଣପୁର ବ୍ଲକ, ଏନଏସି, ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ବିଭିନ୍ନ ପରିବା ଦୋକାନ ଏବଂ ଗୋଦାମ ବୁଲିବୁଲି ସମସ୍ତଙ୍କୁ ତାଗିଦ କରିଥିଲେ। ଏବଂ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆଳୁ କେଜି ପିଛା ୨୦ ଏବଂ ପିଆଜ କେଜି ପିଛା ୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ।

ତତସହିତ ନିର୍ଦ୍ଧାରିତ ମୂଲ୍ୟକୁ ସମସ୍ତ ବ୍ୟବସାୟୀ ଦୋକାନ ସମ୍ମୁଖରେ ମାରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି କୌଣସି ଦୋକାନୀ ନିର୍ଦ୍ଧାରିତ ଦରରୁ ଅଧିକ ଦରରେ ଆଳୁ, ପିଆଜ ବିକିବେ ଏବଂ ଦୋକାନ ସମ୍ମୁଖରେ ଯଦି ରେଟ ଚାର୍ଟ ନଲଗାଇବେ ତେବେ ତୁରନ୍ତ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଉଭୟ ଅଧିକାରୀ କଡ଼ା ଚେତାବନୀ ଦେଇଥିଲେ।

ଯଦି କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥାଏ ତେବେ ସେମାନେ ଉଭୟ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିପାରେବେ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜି ସକାଳୁ ବାଣପୁର ଏବଂ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ସହରର ସମସ୍ତ ପରିବା ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ ନିର୍ଦ୍ଧାରିତ ରେଟ ଚାର୍ଟ ଲଗାଇବା ସହ ଜନସାଧାରଣଙ୍କୁ ଧାର୍ଯ୍ୟ ଦରରେ ଆଳୁ ଏବଂ ପିଆଜ ବିକ୍ରି କରୁଛନ୍ତି।  ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ଜନସାଧାରଣ ମାନେ ସ୍ୱାଗତ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଭାରତୀୟ ଯବାନଙ୍କ ଆକ୍ରମଣ: ଆତ୍ମସମର୍ପଣ କଲା ଜଣେ, ଟଳିଲେ ତିନି ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଶୋପିୟା ଜିଲ୍ଲାରେ ଭାରତୀୟ ଯବାନଙ୍କ ଏନକାଉଣ୍ଟର ସମୟରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି।

ପୋଲିସର ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର କନିଗମ ଅଞ୍ଚଳରେ କେତେ ଜଣ ଆତଙ୍କବାଦୀ ଉପସ୍ଥିତ ଥିବା ଖବର ପାଇ ଭାରତୀୟ ଯବାନମାନେ ଘେରାବନ୍ଦୀ କରିବା ସହ ତଲାସ ଅଭିଯାନ ଆରମ୍ଭ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାପାଇଁ ସେନା ପକ୍ଷରୁ କୁହାଯାଇଥିଲା।

କିନ୍ତୁ ଆତ୍ମସମର୍ପଣ କରିବା ବଳଦଳରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ। ଯାହାଫଳରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ତେବେ ଗୁଳିବିନିମୟ ସମୟରେ ଜଣେ ଆତଙ୍କି ସେନା ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ତିନିଜଣ ମୃତ୍ୟୁବରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପରଲୋକରେ ଆରଏଲଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଜିତ ସିଂହ: କରୋନାରେ ଆକ୍ରାନ୍ତ ଥିଲେ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂହଙ୍କ ପରଲୋକ ହୋଇଯାଇଛି। ଏନେଇ ଅଜିତଙ୍କ ପୁତ୍ର ଜୟନ୍ତ ଚୌଧୁରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ଚୌଧୁରୀ ଅଜିତ ସିଂହ ଏପ୍ରିଲ ୨୨ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଫୁସପୁସରେ ସଂକ୍ରମଣ ବଢିଯାଇଥିଲା। ମଙ୍ଗଳବାର ଦିନ ଅଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା ତାପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ନିଧନ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାର ୨୬୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୯୮୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୧୦ ଲକ୍ଷ ୭୨ ହଜାର ୪୧୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୫ ଲକ୍ଷ ୬୬ ହଜାର ୩୯୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୨୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର ଏବଂ ମାଳାକାନାଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବୌଦ୍ଧ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, କଳାହାଣ୍ଡି, ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୬ ହଜାର ୪୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧ ହଜାର ୫୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୨୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୯୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୭୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୬ ହଜାର ୪୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧ ହଜାର ୫୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୭୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୮୬ ଜଣ, ଅନୁଗୁଳ ଜିଲ୍ଲାରୁ ୩୮୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୯୭ ଜଣ, ବରଗଡ ଜିଲ୍ଲାରୁ ୫୪୩ ଜଣ, ଭଦ୍ରକ ଜିଲ୍ଲାରୁ ୧୫୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୧୪ ଜଣ, ବୌଦ୍ଧ ଜିଲ୍ଲାରୁ ୨୫୦ ଜଣ, କଟକ ଜିଲ୍ଲାରୁ ୯୬୩ ଜଣ, ଦେବଗଡ ଜିଲ୍ଲାରୁ ୮୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୮ ଜଣ, ଗଜପତି ଜିଲ୍ଲାରୁ ୧୧୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୭ ଜଣ, ଯାଜପୁର ଜିଲ୍ଲାରୁ ୩୭୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୧୪ ଜଣ, କଳାହାଣ୍ଡିରୁ ୫୭୧ ଜଣ, କନ୍ଧମାଳ ଜିଲ୍ଲାରୁ ୭୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୨୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୪ ଜଣ, କୋରାପୁଟ ଜିଲ୍ଲାରୁ ୧୮୨ ଜଣ, ମାଲକାନାଗିରି ଜିଲ୍ଲାରୁ ୮୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୮୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦୪ ଜଣ, ନୟାଗଡ ଜିଲ୍ଲାରୁ ୨୨୪ ଜଣ, ନୂଆପଡା ଜିଲ୍ଲାରୁ ୩୦୪ ଜଣ, ପୁରୀ ଜିଲ୍ଲାରୁ ୩୧୯ ଜଣ, ରାୟଗଡା ଜିଲ୍ଲାରୁ ୧୪୦ ଜଣ, ସମ୍ବଲପୁର ଜିଲ୍ଲାରୁ ୪୬୦ ଜଣ, ସୋନପୁର ଜିଲ୍ଲାରୁ ୧୧୨ ଜଣ ଏବଂ ଷ୍ଟେଟ ପୁଲରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପଚାଶ ପ୍ରତିଶତ କରୋନା ଟିକା ରାଜ୍ୟ ସରକାର ସହ ଘରୋଇ ହସ୍ପିଟାଲଗୁଡିକ ସଂଗ୍ରହ କରିପାରିବେ

ନୂଆଦିଲ୍ଲୀ, ବୁଧବାର ଦିନ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ସ୍ଥିତି ସଂପର୍କରେ କେନ୍ଦ୍ର ସ୍ବାସ୍ଯ୍ ସଚିବ ରାଜେଶ ଭୂଷଣ ଏକ ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ସୂଚୀତ କରାଯାଇଥିଲା ଯେ ସମସ୍ତ ରାଜ୍ୟ ସରଳୀକୃତ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତି ପର୍ଯ୍ୟାୟ -୩ର ଅଂଶବିଶେଷ ସ୍ୱରୂପ କେନ୍ଦ୍ରୀୟ ଡ୍ରଗ୍‍ ପରୀକ୍ଷାଗାର ସ୍ୱୀକୃତି ପ୍ରଦାନ କରିଥିବା ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦% ଟିକା ରାଜ୍ୟ ସରକାର ତଥା ଘରୋଇ ହସପିଟାଲମାନେ ସଂଗ୍ରହ କରିବେ।

ରାଜ୍ୟମାନଙ୍କୁ ଆହୁି ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନକାରୀଙ୍କ ଠାରୁ ଟିକା ଗ୍ରହଣ କରିବା ସହିତ ସେମାନଙ୍କ ଏହାର ମୂଲ୍ୟ ପ୍ରଦାନ କରିବେ। ଦେଶବ୍ୟାପୀ କରାଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ନୀତି ଅବଲମ୍ବନ କରାଯିବ। ଭାରତ ସରକାର ପ୍ରତି ମାସରେ ସିଡ଼ିଏଲ ଦ୍ୱାରା ମଂଜୁର ଟିକାର ୫୦% ସଂଗ୍ରହ କରିବା ସହିତ ରାଜ୍ୟମାନଙ୍କୁ ସେସବୁ ଉପଲବ୍ଧ କରାଇବେ ଯାହାକି ପୂର୍ବଭଳି ସଂପୂର୍ଣ୍ଣ ରୂପେ ମାଗଣାରେ ଯୋଗାଇ ଦିଆଯିବ।

ବୈଠକରେ ଦର୍ଶାଯାଇଥିଲା ଯେ କେଉଁମାନେ ଦ୍ୱିତୀୟ ଡୋଜ୍‍ କୋଭିଡ଼ ଟିକା ପାଇବେ ତାହାକୁ ରାଜ୍ୟମାନେ କୌଣସି ମତେ ଅଣଦେଖା କରିବେନାହିଁ। ରାଜ୍ୟମାନଙ୍କୁ ଟିକା ଯୋଗାଣରେ, ୭୦% ପ୍ରତିଶତ ଟିକା ଦ୍ୱିତୀୟ ଡୋଜ୍‍ ଭାବେ ଯୋଗାଇ ଦିଆଯିବ , ଯଦ୍ୟପି ୩୦% ଟିକା ପ୍ରଥମ ଡୋଜ୍‍ ପାଇଁ ସଂରକ୍ଷିତ ରଖାଯିବ।

ବୈଠକରେ ଡକ୍ଟର ଭି କେ ପଲ୍‍ ଏହି ପ୍ରସଙ୍ଗ ଉପରେ ରାଜ୍ୟମାନଙ୍କୁ ଗୁରୁତ୍ୱର ସହ ପରାମର୍ଶ ଦେଇଥିଲେ ଯେ ସେମାନେ ହସପିଟାଲର ସାମର୍ଥ୍ୟ ଓ କ୍ଲିନିକାଲ ପରିଚାଳନା କ୍ଷମତାକୁ ବୃଦ୍ଧି କରିଚାଲିବା ଦରକାର। ଏଥି ମଧ୍ୟରେ ଆମ୍ବୁଲାନ୍ସ ସେବାର ସଫଳ ପରିଚାଳନା, ଜିଲ୍ଲାମାନଙ୍କରେ ଟେଷ୍ଟିଂ ସୁବିଧା ଯାହାକି ଜାତୀୟ ହାରଠାରୁ ଅଧିକ ହେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ନୂତନ ପରିବର୍ଦ୍ଧିତ ବ୍ୟବସ୍ଥା ଅନୁସାରେ ଏଚଆରକୁ ବୃଦ୍ଧି କରାଯିବା ଉପରେ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି।

ସେହିଭଳି ଟେଲିମେଡ଼ିସିନ୍‍ ସେବାରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯଦ୍ୱାର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ପଡ଼ୁଥିବା ଚାପ ହ୍ରାସ ପାଇବ ଏବଂ ଏ ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଣ୍ଟେନମେଣ୍ଟ ବ୍ୟବସ୍ଥା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦେଶକୁ ବିଧିବଦ୍ଧ ଭାବେ ଅନୁପାଳନ ନିମନ୍ତେ କୁହାଯାଇଛି।

ସେହିଭଳି ଆଇସିଏମଆରର ମହା ନିର୍ଦ୍ଦେଶକ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସଂଶୋଧିତ ଟେଷ୍ଟିଂ ନିୟମାବଳୀ ଅନୁସାରେ ଟେଷ୍ଟିଂ ସାମଗ୍ରୀ ଯଥା ଆରଟି- ପିସିଆର ପଜିଟିଭ୍‍ ଚିହ୍ନଟକୁ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଓହରାଇ ଅଣାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ ମାତ୍ରା ୧୦% ଉପରେ ରହିଛି ସେଠାରେ ଲକ୍‍ଡାଉନ୍‍ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ସେଠାରେ ଆରଟି ପିସିଆର ଟେଷ୍ଟିଂ, ଟିକାକରଣ ଏବଂ ମେଡ଼ିକାଲ କାର୍ଯ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଡକ୍ଟର ପଲ୍‍ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏନସିଡ଼ିସିର ନିର୍ଦ୍ଦେଶକ ଏହି ସମୀକ୍ଷା ବୈଠକରେ ଅବସ୍ଥା ବିଗିଡ଼ିବା ପୂର୍ବରୁ ଯଥାଶୀଘ୍ର କୋଭିଡ଼ କେଶ୍‍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିପାଇଁ ୧୦% ରୁ ଅଧିକ ସଂକ୍ରମଣରେ ଥିବା ଜିଲ୍ଲାମାନଙ୍କୁ କଣ୍ଟେନମେଣ୍ଟ୍‍ ଜୋନ୍‍ ଅଧୀନରେ ଆଣିବା ନିମନ୍ତେ ସେ ମତ ପୋଷଣ କରିଥିଲେ। ଟେଷ୍ଟିଂ ସଂସାଧନ ବୃଦ୍ଧି ଦ୍ୱାରା ଲୋକମାନଙ୍କର କୋଭିଡ଼ ପରୀକ୍ଷା ସହଜରେ କରାଯାଇପାରିବ ବୋଲି ସେ କହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଗମନାଗମନ ପାଇଁ ବ୍ରିଟେନ ଏବଂ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ଭାରତର ବୁଝାମଣାକୁ କ୍ୟାବିନେଟର ସ୍ବୀକୃତି

ନୂଆଦିଲ୍ଲୀ, ସଂଯୁକ୍ତ ରାଜ୍ୟ ଗ୍ରେଟ୍ ବ୍ରିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ପ୍ରବାସନ ତଥା ଗମନାଗମନରେ ସୁବିଧା ବଢାଇବାକୁ ଭାରତ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର କରିବ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୁଧବାର ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା ଗ୍ରେଟବିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ଏବଂ ଭାରତ ମଧ୍ୟରେ ଗବେଷକ, ଛାତ୍ରଛାତ୍ରୀ, କୁଶଳୀ ପେସାଦାର ଆଦିଙ୍କ ଗମନାଗମନ ଓ ପ୍ରବାସନ ସୁବିଧାକୁ ଅଧିକ ସୁଗମ କରି ପାରସ୍ପରିକ ସହଯୋଗ ଓ ସମ୍ପର୍କକୁ ସୁଦୃଢ କରିବା ।

ଏହାଫଳରେ ଅନିୟମିତ ଦେଶାନ୍ତର, ପ୍ରବାସନ, ପ୍ରବ୍ରଜନ ଓ ମାନବଚାଲାଣ ଆଦିକୁ ନିୟନ୍ତ୍ରିତ କରି ହେବ ଏବଂ ଦୁଇପକ୍ଷ ମଧ୍ୟରେ ଏ କ୍ଷେତ୍ରରେ ସହଯୋଗ ଅଧିକ ସୁଦୃଢ ହୋଇପାରିବ ।
ଏହି ବୁଝାମଣା ଦ୍ୱାରା ଭାରତୀୟ ବିଦ୍ୟାର୍ଥୀ, ଶୈକ୍ଷିକବର୍ଗ ଓ ଗବେଷକ ଆର୍ଥିକ ତଥା ବୃତ୍ତିଗତ ଦୃଷ୍ଟିରୁ ବିଶେଷ ଉପକୃତ ହେବେ ।

ଆହୁରି ମଧ୍ୟ ଉଭୟପକ୍ଷଙ୍କ ଆର୍ଥିକ ବିକାଶ ପାଇଁ ଯେଉଁମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅବଦାନ ରଖିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହାର ସୁଯୋଗ ପାଇବେ। ଏହି ଚୁକ୍ତି ଫଳରେ ଦୁଇଦେଶ ମଧ୍ୟରେ ପ୍ରତିଭାର ପ୍ରବାହ ସହଜ ହେବ ଏବଂ ନବସୃଜନ ପରିବେଶକୁ ଏହା ସହାୟତା ଯୋଗାଇବ।

ବୈଦେଶିକ ମନ୍ତ୍ରଣାଳୟ ଏହି ଚୁକ୍ତିର କାର‌୍ୟ୍ୟକାରିତାକୁ ନିବିଡଭାବେ ଅନୁଧ୍ୟାନ କରିବ । ଏକ ଯୁଗ୍ମ କାଯ୍ୟକାରୀ ଗୋଷ୍ଠୀ ଦ୍ୱାରା ଏହି କାର‌୍ୟ୍ୟ ସମ୍ପାଦିତ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶା ସହ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କଲେ ସମୀକ୍ଷା

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ ।

ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କଣ୍ଟେନମେଣ୍ଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହି ସମୀକ୍ଷା ବୈଠକରେ ଯେଉଁ ପାଞ୍ଚଟି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଲା ସଂପୃକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ଯୋଗୁ ଉତ୍ପନ୍ନ ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ତଥା ଚାଲେଞ୍ଜର ମୁକାବିଲା । ଏହିସବୁ ରାଜ୍ୟମାନଙ୍କରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି ।

କୋଭିଡ଼ ଜନିତ ପରିସ୍ଥିତିର ମୁକାବିଲା ସକାଶେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳର ଆବଶ୍ୟକତା ତଥା କ୍ଲିନିକାଲ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଣ ନିମନ୍ତେ ସଂପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏଥି ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ମାନଙ୍କୁ କାର୍ଯ୍ୟ ଆଧାରିତ ପେମେଣ୍ଟ ପ୍ରଦାନ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ମାନଙ୍କରେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଏଏନଏମ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ କୁହାଯାଇଛି । ଏଥିପାଇଁ ରାଜ୍ୟମାନଙ୍କ ଏନଏଚଏମ ପାଣ୍ଠିକୁ ଉପଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତିତ କେନ୍ଦ୍ର ସରକାର ନିକଟରେ ଅନେକ ଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେଉଁଥିରେ ଏମବିବିଏସ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସେବାକୁ ଚିକିତ୍ସାସେବାରେ ଉପଯୋଗ କରାଯିବା, ଯେଉଁ ଛାତ୍ରଛାତ୍ରୀମାନେ ଏବେ ସୁଦ୍ଧା ନିଟ୍‍ ପରୀକ୍ଷା ଦେବାକୁ ଅଛି, ଯାହାକି ଘୁଞ୍ଚାଇ ଦିଆଯାଇଛି, ସେମାନଙ୍କ ସେବା; ଫାଇନାଲ୍‍ ବର୍ଷର ନର୍ସିଂ ଛାତ୍ରଛାତ୍ରୀଙ୍କ ସେବା; ଏବଂ ଇଣ୍ଟର୍ଣ୍ଣମାନଙ୍କ ସେବାକୁ କୋଭିଡ଼ ସଂପର୍କୀତ ଚିକିତ୍ସା ସେବା ପାଇଁ ଉପଯୋଗ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଦେଶର ସମସ୍ତ ଜିଲ୍ଲା ଯେଉଁଠାରେ କରୋନା ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ରହିଛି ତାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍‍ ସାଇଟ୍‍ରେ ପ୍ରଦର୍ଶିତ କରାଯାଇଛି । ଏହି ତାଲିକା ପରିବର୍ତ୍ତନଶୀଳ ଏବଂ ନିୟମିତ ଆଧାରରେ ଏହାକୁ ଅପ୍‍ଡେଟ୍‍ କରାଯିିବ । ସଂପୃକ୍ତ ରାଜ୍ୟମାନେ ସେହିସବୁ ଜିଲ୍ଲାମାନଙ୍କରେ ଟେଷ୍ଟିଂ, ସଂକ୍ରମିତ ଲୋକଙ୍କୁ ଘରେ ସଙ୍ଗରୋଧ ବାସ, କୌଣସି ସ୍ଥାନରେ ଅଯଥାରେ ଭିଡ଼ ନଜମାଇବା ଓ ଲୋକମାନଙ୍କ ମଧ୍ୟରେ ଅବାଧ ମିଳାମିଶା ଯଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବ ସେଭଳି କାର୍ଯ୍ୟକୁ ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

ଏହା ବ୍ୟତୀତ ଅନ୍ୟାନ କଣ୍ଟେନମେଣ୍ଟ୍‍ କାର୍ଯ୍ୟ ଆଦି ମଧ୍ୟ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ରାଜ୍ୟ ଭିତରେ ଲୋକମାନଙ୍କ ଚଳାଚଳ ଉପରେ ମଧ୍ୟ କଡ଼ାକଡ଼ି ଭାବେ ନିଷେଧାଦେଶ ଜାରି କରିବା ନିମନ୍ତେ କୁହାଯାଇଛି । ଏହି ସମୟକୁ ହସପିଟାଲରେ ସଂସାଧନ ବୃଦ୍ଧି ଯେଉଁଥିରେ ଅସ୍ଥାୟୀ ହସପିଟାଲ ନିର୍ମାଣ ହୋଟେଲମାନଙ୍କୁ ହସପିଟାଲରେ ପରିଣତ କରିବା ନିମନ୍ତେ ଅଧିଗ୍ରହଣ ଓ କ୍ଷେତ୍ରୀୟ ହସପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟମାନଙ୍କୁ ଏହା ନିର୍ଦ୍ଦିଷ୍ଟ ଭାବେ ସୂଚୀତ କରାଯାଇଛି ଯେ ଗତ ବର୍ଷ ସେମାନଙ୍କୁ ଏକ ଆଡଭାଇଜରୀ ପ୍ରଦାନ କରାଯାଇଥିଲା ଯେଉଁଥିରେ ହସପିଟାଲରେ ଦାଖଲ ହୋଇଥିବା ରୋଗୀମାନଙ୍କ କ୍ଲିନିକାଲ ପରିଚାଳନା ନିମନ୍ତେ ଅକ୍ସିଜେନ୍‍ ବ୍ୟବହାରର ସାମଗ୍ରିକ ନିୟମାବଳୀ ସୂଚୀତ କରାଯାଇଥିଲା । ଏହା ପ୍ରତ୍ୟେକ ରାଜ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା । ବିଭିନ୍ନ ବର୍ଗର ରୋଗୀମାନଙ୍କ ସକାଶେ ହସପିଟାଲରେ କ୍ଲିନିକାଲ କେୟାର ସକାଶେ ଅକ୍ସିଜେନ୍‍ ଆବଶ୍ୟକର ମାତ୍ରା ଭିନ୍ନ ହୋଇଥାଏ ଯାହାକି ଏହି ଆଡ଼ଭାଇଜରୀରେ ସୂଚୀତ କରାଯାଇଥିଲା ।

କେତେକ ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟମାନେ ଏହି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ବିଧିବଦ୍ଧ ଭାବେ ପାଳନ କରିିବା ସକାଶେ ରାଜ୍ୟମାନଙ୍କୁ ପୁଣି ଥରେ ସୂଚୀତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ପିଏସଏ ପ୍ଲାଣ୍ଟ୍‍ ସ୍ଥାପନ ନିମନ୍ତେ, ୧୦୦୦ ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସାରା ଦେଶରେ ଯୋଜନା ପ୍ରସ୍ତୁତ କରାଯାଇଛି । ରାଜ୍ୟମାନଙ୍କୁ ଏଭଳି ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସ୍ଥାନ ନିରୂପଣ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଡିଆରଡ଼ିଓ ଏବଂ ସିଏସଆଇଆର ରାଜ୍ୟମାନଙ୍କୁ ଏହି ପ୍ରୟାସରେ ସହଯୋଗ କରିବେ ।

ବୈଠକରେ ରାଜେଶ ଭୂଷଣଙ୍କ ବ୍ୟତୀତ ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍‍,ସ୍ୱାସ୍ଥ୍ୟ ଗବେଷଣା ସଚିବ ତଥା ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏବଂ ଡିଜିଏଚଏସ ଡକ୍ଟର  ସୁନୀଲ କୁମାର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଆରତୀ ଆହୁଜା, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ ତଥା ପ୍ରମୁଖ ସଚିବ ଏନଏଚଏମର ମିଶନ ନିର୍ଦ୍ଦେଶକ ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସର୍ଭେଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର

ଯଦି ଘରର ଏହି ଦୁଇଟି ସ୍ଥାନ ସଫା ନ ରଖନ୍ତି ତେବେ ରାହୁ ହେବେ ସକ୍ରିୟ, ପରିବାର ହେବ ରୋଗଗସ୍ତ

ନୂଆଦିଲ୍ଲୀ, ରାହୁଙ୍କ ଯୋଗୁଁ ଜୀବନରେ ହଠାତ୍ ଘଟଣା ଏବଂ ଦୁର୍ଘଟଣା ବଢିଯାଏ । ଅନେକ ଥର ହଠାତ୍ ରୋଗ ହୁଏ, ସେହି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ । ରାହୁଙ୍କ ଯୋଗୁଁ ବ୍ୟକ୍ତି ମଧ୍ୟ ପାଗଳତାର ଶିକାର ହୁଅନ୍ତି । ଲାଲ କିତାବ ଅନୁଯାୟୀ ରାହୁଙ୍କ ସ୍ଥିତି ଘରର ଅନେକ ସ୍ଥାନରେ ରହିଥାଏ। କିନ୍ତୁ ଯଦି ଦୁଇଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଷ୍କାର ରଖାଯାଏ ନାହିଁ, ତେବେ ରାହୁଙ୍କ ରାଶିର ଅବସ୍ଥା ସଠିକ୍ ହୋଇଥିଲେ ମଧ୍ୟ ରାହୁଙ୍କ କୋପ ଆରମ୍ଭ ହୁଏ।

ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ କ’ଣ ଏବଂ ସେମାନଙ୍କୁ କୌଣସି ପ୍ରକାରେ ସଫା ରଖିପାରେ ।

  1. ଶୌଚାଳୟ ହେଉଛି ରାହୁଙ୍କର ମୁଖ୍ୟ ସ୍ଥାନ । ଏହି କାରଣରୁ ପୂର୍ବେ ଘରେ ଶୌଚାଳୟ ରଖାଯାଉ ନ ଥିଲା । ତା’ପରେ, ଯେତେବେଳେ ଘରେ ଶୈୌଚାଳୟ ରଖିବାର ପରମ୍ପରା ଆରମ୍ଭ ହେଲା, ଆମେ ଘର ପଛରେ ଟିକିଏ ଦୂରରେ ଶୌଚାଳୟ ନିର୍ମାଣ କରୁଥିଲୁ, କିନ୍ତୁ ଆଜିକାଲି ଘର ଭିତରେ ନିଜେ ଶୌଚାଳୟ ନିର୍ମାଣ କରାଯାଉଛି। ତେବେ ଏହାକୁ ସଫା ନ ରଖିବା କିମ୍ବା ଶୌଚାଳୟ ଭିତରେ ଭଙ୍ଗା ଜିନିଷ ରଖିବା କ୍ଷତିକାରକ।
  1. ଯଦି ଆପଣଙ୍କର ଶୌଚାଳୟଟି ଉତ୍ତର-ପୂର୍ବରେ ନିର୍ମିତ ହୋଇଛି, ତେବେ ଏହା ଅନେକ କ୍ଷତି ଏବଂ ଅଶାନ୍ତି ସୃଷ୍ଟି କରିଥାଏ । ପ୍ରଥମ ସହାୟତା ଭାବରେ, ବାହାରେ ସିଂହ ଶିକାର କରିବାର ଚିତ୍ର ରଖନ୍ତୁ । ଯଦି ଦକ୍ଷିଣ କିମ୍ବା ପଶ୍ଚିମ ଆଡକୁ ଥାଏ ତେବେ ଶୌଚାଳୟରେ ନିର୍ମାଣ ଉପଯୁକ୍ତ ଅଟେ ।
  1. ବାସ୍ତୁ ଶାସ୍ତ୍ର ଅନୁସାରେ ବାଥରୁମରେ ଚନ୍ଦ୍ରଙ୍କ ପ୍ରଭାବ ଏବଂ ଶୌଚାଳୟରେ ରାହୁଙ୍କ ପ୍ରଭାବ ଥାଏ। ଯଦି ଚନ୍ଦ୍ର ଏବଂ ରାହୁ ଗୋଟିଏ ସ୍ଥାନରେ ମିଳିତ ହୁଅନ୍ତି ତେବେ ଏହା ଚନ୍ଦ୍ରଗ୍ରହଣ ଯୋଗ କରିଥାଏ । ଏହା ଚନ୍ଦ୍ରକୁ ଭ୍ରଷ୍ଟ କରିଥାଏ । ଚନ୍ଦ୍ର ଦୂଷିତ ହେବା ମାତ୍ରେ ଅନେକ ପ୍ରକାରର ତ୍ରୁଟି ଘଟିବାକୁ ଲାଗେ, କାରଣ ଚନ୍ଦ୍ର ମନ ଏବଂ ଜଳର କାରଣ ହୋଇଥିବା ବେଳେ ରାହୁ ବିଷକୁ ବିବେଚନା କରାଯାଏ ଯାହା ମସ୍ତିଷ୍କକୁ ନଷ୍ଟ କରିଥାଏ। ଏହି ପଦ୍ଧତି ସହିତ ଜଳ ବିଷାକ୍ତ ହୋଇଯାଏ । ଯାହାର ପ୍ରଭାବ ପ୍ରଥମେ ବ୍ୟକ୍ତିଙ୍କ ମନରେ ଏବଂ ଦ୍ୱିତୀୟରେ ତାଙ୍କ ଶରୀର ଉପରେ ପଡିଥାଏ।
  2. ଶୌଚାଳୟକୁ ସଫା, ଶୁଷ୍କ ଏବଂ ସୁନ୍ଦର ରଖନ୍ତୁ । ଯଦି ଏହାର ସୁଗନ୍ଧିତ ପରିବେଶ ଅଛି ତେବେ ରାହୁଙ୍କୁ ଦାୟୀ କରାଯିବ ନାହିଁ । ଏଥିପାଇଁ ଆପଣ ଶୌଚାଳୟର କିଛି କୋଣରେ ଗନ୍ଧକ କିମ୍ବା ଏକ କପ୍ ଲୁଣକୁ ଏକ ଗ୍ଲାସ୍ ପାତ୍ରରେ ରଖିବା ଉଚିତ୍ ।

ସିଡି/ପାହାଚ

  1. ରାହୁଙ୍କ ଦ୍ୱିତୀୟ ସ୍ଥାନ ସିଡ଼ିରେ ଅଛି । ଯଦି ପାହାଚ ଭାଙ୍ଗିଯାଏ କିମ୍ବା ମଇଳା ହୁଏ ତେବେ ରାହୁ ସକ୍ରିୟ ରହିବେ । ଯଦି ପାହାଚଗୁଡିକ ସଫା, ପରିଷ୍କାର ଏବଂ ସୁନ୍ଦର ନୁହେଁ ତେବେ ସେଠାରେ ରାହୁ ସକ୍ରିୟ ହୋଇ ଜୀବନରେ ଅଶାନ୍ତି ସୃଷ୍ଟି କରନ୍ତି । ଶତ୍ରୁମାନେ ସକ୍ରିୟ ହୁଅନ୍ତି ଏବଂ ବ୍ୟକ୍ତି ମଧ୍ୟ ଋଣ ଦ୍ୱାରା ଘାଣ୍ଟି ହୋଇଥାନ୍ତି ।
  2. ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପାହାଚ ନିର୍ମାଣ କରନ୍ତୁ । ଉତ୍ତର-ପୂର୍ବରେ କେବେବି ସିଡ଼ି ନିର୍ମାଣ କରନ୍ତୁ ନାହିଁ । କିନ୍ତୁ ଯଦି ଏହା ଭୁଲ ଦିଗରେ ତିଆରି ହୋଇଛି, ତେବେ ଅତି କମରେ ଏହାକୁ ସଫା ରଖନ୍ତୁ ।
Categories
ଆଜିର ଖବର ଧର୍ମ

ଆଜି ମେ 6 ତାରିଖ ଗୁରୁବାରରେ ଏହି ଆଠଟି ରାଶି ପ୍ରତି ମା ଲକ୍ଷ୍ମୀଙ୍କର ରହିଛି ଆର୍ଶିବାଦ

ମେଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେ କୈଣସି ଆସାଇନମେଣ୍ଟ କିମ୍ବା ପ୍ରୋଜେକ୍ଟ ଆପଣ ସମାପ୍ତ କଲେ ମଧ୍ୟ ସିନିୟରମାନଙ୍କୁ ପ୍ରଭାବିତ କରିବ ନାହିଁ ।

ବୃଷ-  କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ମିଥୁନ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି । ଶିକ୍ଷା କ୍ଷେତ୍ରରେ କୋଚିଂ ସାହାଯ୍ୟରେ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ଆଶା ଅଛି । ବିବାହିତ ଲୋକମାନେ ଏହି ପବିତ୍ର ବନ୍ଧନରେ ବନ୍ଧା ହୋଇପାରିବେ । କାହାକୁ ବିଶେଷ ଦେଖାଇବାକୁ ଆପଣଙ୍କର ବହୁତ କିଛି ଅଛି ।

କର୍କଟ- ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ପୂର୍ବରୁ, ଆପଣଙ୍କୁ ଅନେକ ଚତୁରତାର ସମାଧାନ କରିବାକୁ ପଡିବ । ଶିକ୍ଷା କ୍ଷେତ୍ରରେ ଦେବା ଏବଂ ଗ୍ରହଣ କରିବାର ସମାନ ପ୍ରସଙ୍ଗ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସ୍ୱାସ୍ଥ୍ୟ ସନ୍ତୋଷଜନକ ହେବ ବୋଲି ଆଶା କରାଯାଉଛି ।

ସିଂହ-  ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ । ଏକ କାର୍ଯ୍ୟକୁ ବିସ୍ତୃତ ଭାବରେ ଜାଣିବାର ଅଭ୍ୟାସ ଆପଣଙ୍କୁ ଲାଭ କରିବାକୁ ଯାଉଛି । ବାତିଲ ହୋଇଥିବା ଯାତ୍ରା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି । ଆପଣ ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ଶକ୍ତି ଅନୁଭବ କରିବେ ।

କନ୍ୟା- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି । ଆପଣ କିଣୁଥିବା ସମ୍ପତ୍ତି ଭଲ ରିଟର୍ନ ପାଇବା ଆରମ୍ଭ କରିବ । ଚାପଗ୍ରସ୍ତ ପରିବାର ପରିବେଶରେ ସକରାତ୍ମକ ପରିବର୍ତ୍ତନ ସମ୍ଭବ ।

ତୂଳା- ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ । ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଭଲ ପ୍ରସ୍ତୁତି ଲାଭବାନ ହେବାକୁ ଯାଉଛି। ଆର୍ଥିକ ସ୍ତରରେ ସୁରକ୍ଷିତ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୁରୁତ୍ୱ ବଢିବାର ଏକ ସମ୍ଭାବନା ଅଛି ।

ବିଛା- ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ । ଯଦି ଆପଣ କାର୍ଡକୁ ଭଲ ଖେଳୁଛନ୍ତି, ତେବେ ଆପଣଙ୍କର ଚାକିରି ବଜାର ଖୋଲିବାର ସୁଯୋଗ ନେଇପାରିବ । ଏକ ନୂତନ ଉଦ୍ୟୋଗ ପାଇଁ ଅର୍ଥ ପ୍ରଦାନ କଷ୍ଟକର ହେବ ।

ଧନୁ- ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି । ଜୀବାନସାଥୀଙ୍କ ନୀରବତା ଆପଣଙ୍କୁ ବ୍ୟଥିତ କରିପାରେ କିନ୍ତୁ ଆପଣ ନିଜ ଉପାୟରେ ଚେଷ୍ଟା ଜାରି ରଖିବେ । କାହାଠାରୁ ଉପହାର ଆପଣଙ୍କ ଉଦାସୀନ ମନର ଉତ୍ସାହକୁ ବଢାଇପାରେ ।

ମକର-  ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ । ବୃତିଗତ କ୍ଷେତ୍ରର ସିନିୟରମାନଙ୍କ ସହିତ ଆପଣଙ୍କ ବୁଦ୍ଧିର ବ୍ୟବହାର କରି ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିପାରିବେ । କିନ୍ତୁ ପରେ ଆପଣଙ୍କ ସହିତ ସମାନ ଘଟଣା ହୋଇପାରେ, ପ୍ରସ୍ତୁତ ରୁହନ୍ତୁ । ସର୍ବସାଧାରଣ ଯାତ୍ରାକୁ ଉପଭୋଗ କରିବା ପାଇଁ ଉପଯୁକ୍ତ ହେବ ନାହିଁ ।

କୁମ୍ଭ- ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ । ଏକ ସମୟ ମଧ୍ୟରେ ଏକ ବୃତ୍ତିଗତ ସ୍ତରରେ ଏକ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖନ୍ତୁ । ଉପଯୁକ୍ତ ବିନିଯୋଗ ଏବଂ ସଞ୍ଚୟ ଅର୍ଥନୈତିକ ସ୍ତରରେ ଦୃଢ ରହିବ ବୋଲି ଆଶା କରାଯାଉଛି । ଏକ ସନ୍ତୁଳିତ ଖାଦ୍ୟ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଭଲ ରଖିବ ।

ମୀନ- ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ। ପରିବାର ମଧ୍ୟରେ ବେଶ୍ ସୁଖମୟ ପରିବେଷ ରହିବ। ଖୁସି ହେବେ। ପ୍ରେମ ଜୀବନ ଧୀରେ ଧୀରେ ଗତି କରିବାକୁ ଯାଉଛି । ଗାଡି ଚଳାଇବା ଏବଂ ଏକ ଦୀର୍ଘ ଯାତ୍ରା କରିବା ଆନନ୍ଦଦାୟକ ହେବ ।

Categories
ଆଜିର ଖବର ଧର୍ମ

ସାବଧାନ, ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ଚାରିପଟକୁ ନଜର ରଖି ନିଷ୍ପତି ନିଅନ୍ତୁ

ବୃଷ-  କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ ।

କର୍କଟ- ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ପୂର୍ବରୁ, ଆପଣଙ୍କୁ ଅନେକ ଚତୁରତାର ସମାଧାନ କରିବାକୁ ପଡିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଚାକିରୀ କ୍ଷେତ୍ରରେ ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ କରିବେ

ମକର-  ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ ।

ମୀନ- ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତି ସାମାଜିକ କ୍ଷେତ୍ରରେ ପାଇବେ ଉଚ୍ଚ ପ୍ରଶଂସା

କୁମ୍ଭ- ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ ।

କନ୍ୟା- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି । ଆପଣ କିଣୁଥିବା ସମ୍ପତ୍ତି ଭଲ ରିଟର୍ନ ପାଇବା ଆରମ୍ଭ କରିବ ।

Categories
ଆଜିର ଖବର ଧର୍ମ

ଗୁରୁବାର ଦିନ ଆପଣଙ୍କ ପ୍ରତିଦ୍ବନ୍ଦିକୁ ପରାସ୍ତ କରିବା ପାଇଁ ସକ୍ରିୟ ହେବାକୁ ପଡିବ

ଧନୁ- ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି ।

ବିଛା- ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କୁ ଗୁରୁବାର ଦିନ ହଠାତ କେହି ଜଣେ ସାହାର୍ଯ୍ୟ କରିବାକୁ ଆଗେଇ ଆସିବେ

ସିଂହ-  ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ ।

ତୂଳା- ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ । କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଶିଘ୍ର ଶେଷ ହେବ

ମେଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି ।

ମିଥୁନ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଏଭଳି କରିବାକୁ ପଡିବ ଆବେଦନ

ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀବାସୀଙ୍କ ପାଇଁ ଡିସିପି ଉମାଶଙ୍କର ଦାଶ ଆଉ ଏକ ଘୋଷଣା କରିଛନ୍ତି। ଫୋନ ମାଧ୍ୟମରେ ଥାନାରେ କୌଣସି ଅଭିଯୋଗ କରିବାକୁ ଡିସିପି ଗତକାଲି ପରାମର୍ଶ ଦେଇଥିବା ବେଳେ ଆଜି ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯାଇଛି। ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଘରେ ବସି ମଧ୍ୟ ରାଜଧାନୀବାସୀ ଅନୁମତି ମାଗିପାରିବେ। ସେଥିପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ, ଫୋନ ଦ୍ଵାରା ରାଜଧାନୀବାସୀ ଅନୁମତି ପାଇପାରିବେ ବୋଲି ଡିସିପି କହିଛନ୍ତି।

ତେବେ ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ କରିବାକୁ ପଡ଼ିବ। ଏହାପରେ ହ୍ବାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ପତ୍ର ଯିବ। ଏହି  ପତ୍ରକୁ ଆବେଦନକାରୀ ପୂରଣ କରି ପୁନଶ୍ଚ ପୋଲିସ ପାଖକୁ ପଠାଇବାକୁ ପଡିବ। ତାପରେ କମିଶନରେଟ ପୋଲିସରୁ ଏହି କାର୍ଯ୍ୟ ପାଇଁ ଅନୁମତି ମିଳିବ ବୋଲି ଡିସିପି ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଲକଡାଉନ କଟକଣା: ପ୍ରଥମ ଦିନରେ ଅମାନିଆଙ୍କଠୁ ଆଦାୟ ହେଲା ୩ଠ ହଜାର ଜରିମାନା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ସାରା ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ଦମନ କରିବା ପାଇଁ ବିଭିନ୍ନ ଦିଗରୁ ସରକାର, ଜିଲ୍ଲାପାଳ ଓ ପୋଲିସ୍ ପ୍ରଶାସନ ଜନତାଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର୍‌, ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅମାନିଆ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିବା ସହ ସମସ୍ତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଲକ୍‌ଡାଉନ୍‌ର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସକାଳ ୬ଟାରୁ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ଦିନତମାମ ପଇଁତରା ମାରିବା ସହ କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୩୦ ହଜାର ଟଙ୍କାର ଫାଇନ ଆଦାୟ କରିଛନ୍ତି।

କିନ୍ତୁ ପୋଲିସର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେତେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ସେମାନଙ୍କ ମତରେ ପ୍ରଥମ ଦିନ ପୋଲିସ ଜନସାଧାରଣଙ୍କଠାରୁ ଫାଇନ ନକାଟି ସେମାନଙ୍କୁ ତାଗିଦ କରିବା କଥା। ତେବେ ଜନସାଧାରଣଙ୍କ ଠାରୁ ଜରିମାନା ଆଦାୟ କରିବା ପୋଲିସର ଉଦ୍ଦେଶ୍ୟ ନୁହେଁ ବୋଲି ବାଲୁଗାଁ ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି।

ବାରମ୍ବାର ନିବେଦନ କଲା ପରେ ମଧ୍ୟ କିଛି ଆମାନିଆଙ୍କ ଲାଗି ସାରା ଅଞ୍ଚଳରେ ମହାମାରୀ ବ୍ୟାପିବାର ସମ୍ଭାବନା ବଢୁଛି। ଲକଡ଼ାଉନରେ ଯଦି ମହାମାରୀ କମିବା ବଦଳରେ ବଢିବ ତେବେ ଲକଡ଼ାଉନର ମୂଲ୍ୟ କିଛି ରହିବନାହିଁ। ସେଥିପାଇଁ ପୁନଶ୍ଚ ଗଣମାଧ୍ୟମ ଜରିଆରେ ଲକଡ଼ାଉନ ନିୟମକୁ ମାନିବାପାଇଁ ବାଲୁଗାଁ ବାସୀଙ୍କୁ ଆଇଆଇସି ନିବେଦନ କରିଛନ୍ତି।