Categories
ଆଜିର ଖବର ରାଜ୍ୟ ଖବର

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ବିରୋଧ କଲା ଓଷ୍ଟା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସିବିଏସଇ ଭଳି  ବିଏସଇ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲା। କରୋନା ଯୋଗୁଁ ବିଏସଇ ବୋର୍ଡ ପରିକ୍ଷାକୁ ବିଏସଇ ବାତିଲ କରିଦେଇଥିଲା। ହେଲେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ନେଇ ବିଏସଇ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଏସଇ ନିର୍ଦ୍ଦେଶ ଦେଇଛି।

ବୋର୍ଡ଼ ଦ୍ଵାରା ନିର୍ଦ୍ଧାରିତ ଫର୍ମାଟରେ ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରସ୍ତୁତ ଲାଗି ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ସେହି ଫର୍ମାଟରେ ସ୍କୁଲର ନାମ, ନମ୍ବର ଓ ରୋଲ ନମ୍ବର ଆଦି ରହିଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ମାଧ୍ୟମରେ ନିର୍ଦ୍ଧେଶ ଦେଇଛି।। ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷାର ନମ୍ବର ମାଗିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ହୋଇଛି। ଉଭୟ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ନମ୍ବରକୁ ପ୍ରଧାନ ଶିକ୍ଷକମାନେ ଦାଖଲ କରିବା ପାଇଁ ଡିଇଓଙ୍କୁ କୁହାଯାଇଛି। ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ କୁହାଯାଇଛି।

କିନ୍ତୁ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ ଦ୍ଵାରା କରାଯାଇଥିବା ପ୍ରକ୍ରିୟାକୁ ଓଷ୍ଟା ବିରୋଧ କରିଛି। ଏହି ପ୍ରକ୍ରିୟାକୁ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି ବିରୋଧ କରିଛନ୍ତି। ଗୋଟିଏ ଦିନରେ ଫର୍ମାଟ କିପରି ପ୍ରସ୍ତୁତ କରାଯାଇପାରିବ ବୋଲି ଓଷ୍ଟା ସମ୍ପାଦକ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ କରୋନା: ଦୁଇ ଖେଳାଳି ପଜିଟିଭ ଚିହ୍ନଟ ପରେ ବାତିଲ ହେଲା ଆଜିର ମ୍ୟାଚ

ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣରେ ଆଜିର ମ୍ୟାଚକୁ ବାତିଲ କରାଯାଇଛି। କୋଲକୋତା ନାଇଟ ରାଇଡ଼ର୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହୋଇଛି। କେକେଆର ଟିମର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଆଜିର ଖେଳକୁ ବାତିଲ କରି ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୮ ହଜାର ୧୪୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୮ ହଜାର ୧୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୯ ଲକ୍ଷ ୨୫ ହଜାର ୬୦୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୯୫୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୯୩ ହଜାର ୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୪ ଲକ୍ଷ ୧୩ ହଜାର ୬୪୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।

ସୁନ୍ଦରଗଡ ଜିଲ୍ଲାର ମୃତକ ୩ ଜଣଙ୍କ ମଧ୍ୟରୁ ଜଣେ ୫୪ ବର୍ଷିୟା ମହିଳା, ଜଣେ ୫୨ ବର୍ଷିୟା ମହିଳା ଏବଂ ଆଉ ଜଣେ ୩୭ ବର୍ଷିୟା ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୭୩ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୭ ହଜାର ୫୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୮୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ସକାଳେ ମମତା ବାନାର୍ଜୀଙ୍କୁ ଫୋନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ସକାଳୁ ନବୀନ ପଟ୍ଟନାୟକ ପଶ୍ଚିମବଂଗର ନୂଆ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରିଥିଲେ। ଗତକାଲି ତାଙ୍କ ଦଳ ବିପୁଳ ସଂଖ୍ୟାରେ ଆସନ ଜିତି ଆସିଥିବାରୁ ଟୁଇଟ କରି ମମତାଙ୍କୁ ଅଭିନନ୍ଦନ କରିଥିଲେ। ହେଲେ ଆଜି ପୁଣି ଥରେ ସେ ଫୋନ କରି ଏହି ଅଭିନନ୍ଦନ ଜଣାଇଥିଲେ।

ମୁଖ୍ୟତଃ ମମତା ଏତେ ପ୍ରତିବନ୍ଧକ ସତ୍ବେ ସେ ବିପୁଳ ଆସନରେ ଜିତିବା ନିଶ୍ଚିତ ଭାବେ ଏହା ତାଙ୍କ ପାଇଁ ଏକ ବଡ ବିଜୟ। ସେଥିପାଇଁ ନବୀନ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟିକାକରଣ, ବିଭିନ୍ନ କେନ୍ଦ୍ରରେ ଲମ୍ବା ଲାଇନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ସେଥିପାଇଁ ସକାଳୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲମ୍ବା ଲାଇନରେ ଟିକା ଦେବା ପାଇଁ ଯୁବକମାନେ ଅପେକ୍ଷା କରିଥିବାର ପରିଲକ୍ଷିତ ହୋଇଛି।

ଏହି ଟିକା କରଣ ପାଇଁ ସମସ୍ତେ ପୂର୍ବରୁ ଅନ ଲାଇନରେ ଫର୍ମ ପୁରଣ କରାଯାଇଛି। ଯେଉଁମାନେ ଅନ ଲାଇନରେ ନାମ ପଂଜିକରଣ କରିନାହାଁନ୍ତି ସେମାନଙ୍କୁ ଟିକା ଦିଆଯିବ ନାହିଁ। ଟିକା ନେବା ପାଇଁ ଅନ ଲାଇନରେ ନାମ ପଂଜିକରଣ ବାଧ୍ୟତା ମୂଳକ କରାଯାଇଛି।

ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଫଟୋ ଖବର

ତାମିଲୁନାଡୁର କାଞ୍ଚିପୁରମ ଜିଲ୍ଲାରେ ଥିବା ଭାଲ୍ଲାକୋଟ୍ଟାଇ ସୁବ୍ରମାନ୍ୟ ସ୍ବାମୀ ମନ୍ଦିର

ତାମିଲୁନାଡୁର କାଞ୍ଚିପୁରମ ଜିଲ୍ଲାରେ ଥିବା ଭାଲ୍ଲାକୋଟ୍ଟାଇ ସୁବ୍ରମାନ୍ୟ ସ୍ବାମୀ ମନ୍ଦିର

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଜିଲ୍ଲା ସ୍ତରୀୟ କରୋନା ପଜେଟିଭ ରିପୋର୍ଟ, ଖୋର୍ଦ୍ଧା ରହିଛି ସର୍ବାଗ୍ରେ

ଭୁବନେଶ୍ବର, ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ କରୋନା ରିପୋର୍ଟ ପ୍ରଦାନ କରାଯାଇଛି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରେ 12 ଶହ 58 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହା ପଛକୁ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 5ଶହ 92 ଜଣ ଚିହ୍ନଟ ହୋଇଛନ୍ତି।

1. Angul: 331

2. Balasore: 179

3. Bargarh: 452

4. Bhadrak: 351

5. Balangir: 291

6. Boudh: 175

7. Cuttack: 587

8. Deogarh: 103

9. Dhenkanal: 149

10. Gajapati: 165

11. Ganjam: 262

12. Jagatsinghpur: 109

13. Jajpur: 232

14. Jharsuguda: 304

15. Kalahandi: 236

16. Kandhamal: 62

17. Kendrapada: 132

18. Keonjhar: 104

19. Khurda: 1258

20. Koraput: 145

21. Malkangiri: 73

22. Mayurbhanj: 134

23. Nawarangpur: 433

24. Nayagarh: 194

25. Nuapada: 278

26. Puri: 530

27. Rayagada: 157

28. Sambalpur: 520

29. Sonepur: 121

30. Sundargarh: 592

31. State Pool: 255

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ ଆଜିର କରୋନା ରିପୋର୍ଟ, ରାଜ୍ୟରୁ ଚିହ୍ନଟ ହେଲେ କେତେ ଆକ୍ରାନ୍ତ

ଭୁବନେଶ୍ବର, ଆଜି କରୋନା ରିପୋର୍ଟ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶିତ କରାଯାଇଛି। ସେହି ହିସାବରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା 8 ହଜାର 9 ଶହ 14 ଜଣ। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 5 ହଜାର 81 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂସ୍ପର୍ସରୁ 3 ହଜାର 8ଶହ 33 ଜଣ ଅଛନ୍ତି। ଗତକାଲି ଏହି ସଂଖ୍ୟା 8 ହଜାର 15 ଥିଲା।

Categories
ଧର୍ମ ବିଶେଷ ଖବର

ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ଶିକ୍ଷା କରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଚାରୋଟି ମନ୍ତ୍ର

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ନନ୍ଦ ରାଜବଂଶକୁ ନିପାତ କରି ତାଙ୍କ ନୀତି ଆଧାରରେ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ରାଜବଂଶର ରାଜା, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ କିନ୍ତୁ ସେ ତାଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦେଇ ନ ଥିଲେ।  ପରେ ସେ ଏହି କ୍ରୋଧକୁ ଅସ୍ତ୍ର କରି ନିଜର ଶତ୍ରୁମାନଙ୍କୁ ବିନାଶ କରିଥିଲେ। ତେବେ କେଉଁ ଶକ୍ତି ଉପରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ତାହା ଜାଣିବା ଆବଶ୍ୟକ।

1-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଶତ୍ରୁଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ଆପଣଙ୍କୁ ଉତ୍ତେଜିତ କରାଇବା। ତେଣୁ, ଶତ୍ରୁ ସର୍ବଦା ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରେ ଯାହା ଦ୍ବାରା ଆପଣ କ୍ରୋଧିତ ହେବେ। କାରଣ କ୍ରୋଧ କଲେ ଉଭୟ ଶକ୍ତି ଏବଂ ବିବେକ ହ୍ରାସ ପାଇ ଅଧା ହୋଇଯାଏ। ଯେତେବେଳେ ଏହା ହ୍ରାସ ଘଟେ ସେତେବେଳେ ଶତ୍ରୁ ତୁମର ଲାଭ ଉଠାଇ ପାରିବେ। ତେଣୁ ଯେତେବେଳେ ଶତ୍ରୁମାନେ ଆପଣଙ୍କୁ କ୍ରୋଧ କରିବାକୁ ଚେଷ୍ଟା କରନ୍ତି ସେତେବେଳେ ଆପଣଙ୍କ କ୍ରୋଧକୁ ଆପଣଙ୍କ ଭିତରେ ଚାପି ରଖନ୍ତୁ। ତା’ପରେ ଉପଯୁକ୍ତ ସମୟରେ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଏହାକୁ ଓଗାଳି ଦିଅନ୍ତୁ।

2-ଚାଣକ୍ୟଙ୍କ ଅନୁଯାୟୀ, ଆପଣ ଜଣେ ଖରାପ ବ୍ୟକ୍ତିଙ୍କ ସହ ଯେତେ ଭଲ ବ୍ୟବହାର କରନ୍ତୁ ନା କାହିଁକି, ତଥାପି ସେ ତାହୀର ପ୍ରକୃତି ପରିବର୍ତ୍ତନ କରିବ ନାହିଁ। ସାପର ବିଷ ଦାନ୍ତରେ,  ବିଛାର ବିଷ ଲାଞ୍ଜରେ ଅଛି କିନ୍ତୁ ଖରାପ ଏବଂ ମନ୍ଦ ବ୍ୟକ୍ତି ଶରୀରର ପ୍ରତ୍ୟେକ ଅଙ୍ଗରେ ବିଷାକ୍ତ ଭରି ରହିଛି। ତେଣୁ ଏହାକୁ କେବେବି ବିଶ୍ୱାସ କରନ୍ତୁ ନାହିଁ। ସେପରି ବ୍ୟକ୍ତି କଦାପି ଆପଣଙ୍କର ସାଙ୍ଗ ହୋଇପାରିବ ନାହିଁ। ଏହି ମନ୍ଦ ଲୋକଙ୍କୁ ସେହିଭଳି ବ୍ୟବହାର କରାଯିବା ଉଚିତ ଯେପରି ବିଷାକ୍ତ ସାପ ସହିତ କରାଯାଏ। ଅର୍ଥାତ୍ ଏହାକୁ ଚୂର୍ଣ୍ଣ କରାଯିବା ଉଚିତ୍।

3-ଶତ୍ରୁମାନଙ୍କୁ କଦାପି ଘୃଣା କର ନାହିଁ, କାରଣ ଏହା କରିବା ଦ୍ୱାରା ଶତ୍ରୁ ବିଷୟରେ ବୁଝିବା ଏବଂ ଚିନ୍ତା କରିବାର ଶକ୍ତି କମିବା ଆରମ୍ଭ କରେ। ଆପଣ କେବଳ ତାଙ୍କର ଦୁର୍ବଳତା ଦେଖିପାରିବେ, ଶକ୍ତି ନୁହେଁ । ତେଣୁ ଶତ୍ରୁକୁ ଜଣେ ବନ୍ଧୁ ଭାବରେ ଦେଖିବା ଉଚିତ।  ଯାହା ଦ୍ବାରା ଆପଣ ତାଙ୍କ ବିଷୟରେ ସବୁକିଛି ଜାଣିପାରିବେ। ଏହା ସହିତ ଆପଣ ତାଙ୍କୁ ସହଜରେ ପରାସ୍ତ କରିବାକୁ ସମର୍ଥ ହେବେ।

4- ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ତାଙ୍କୁ କୂଟନୈତିକ ସ୍ତରରେ ଜଡିତ କର। ଅର୍ଥାତ୍ ପ୍ରଥମେ ତାଙ୍କ ଶକ୍ତି ଏବଂ ସହଯୋଗୀମାନଙ୍କୁ ତାଙ୍କଠାରୁ ହଟାଇ ଦିଅନ୍ତୁ। ଯେତେବେଳେ ଶତ୍ରୁ ଏକାକି ହୋଇଯାଏ ତା’ପରେ ତାଙ୍କୁ ଆକ୍ରମଣ କରନ୍ତୁ।

Categories
ଆଜିର ଖବର ଧର୍ମ

ଆଜି ମେ 3 ତାରିଖ ସୋମବାରରେ ସାତୋଟି ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢିବ

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ ।

ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ।

ମିଥୁନ- ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୈଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବ। ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ । ତତ୍ପରତା ନାହିଁ । ଆଦୈ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ ।

କର୍କଟ- ଖରାପ ଖବର ଗ୍ରହଣ କରାଯାଇପାରେ। କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ । ଠିକ୍ ସମୟରେ ବାହାରୁ ଟଙ୍କା ନ ପାଇବାରୁ ନିରାଶ ହେବେ। ଥଟ୍ଟା ପରିହାସଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ସମୟ ସମର୍ଥିତ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟରୁ ବ୍ୟବସାୟ ଲାଭଦାୟକ ହେବ।

ସିଂହ- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ଗ୍ରହଣ ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ଲାଭ ନିଅ । ପାରିବାରିକ ଚିନ୍ତା ହ୍ରାସ ପାଇବ। ଲଜ୍ଜିତ ହୁଅନ୍ତୁ ନାହିଁ ।

କନ୍ୟା- ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ। ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ। ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ତତ୍ପରତା ନାହିଁ ।

ତୂଳା- ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏହି ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ ।  ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୈଣସି ନିଷ୍ପତ୍ତି ନିଅ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ ।

ବିଛା- ଅପଚୟ ଖର୍ଚ୍ଚ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ ନିଅ । କାର୍ଯ୍ୟରେ ମନ ଦେବ ନାହିଁ । ବ୍ୟବସାୟ ଲାଭଦାୟକ ହେବ। ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ଶକ୍ତିଶାଳୀ ହେବ।

ଧନୁ – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଯାତ୍ରା ଅନୁକୂଳ ହେବ। ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ସୁଯୋଗ ନିଅ। ଅଧସ୍ତନମାନଙ୍କ ସହଯୋଗ ମିଳିବ। ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ। ପାରିବାରିକ ସହଯୋଗରେ ଖୁସି ହେବେ। ତତ୍ପରତା ନାହିଁ ।

ମକର- ଯୋଜନା ଫଳପ୍ରଦ ହେବ। ପଦ୍ଧତିରେ ଉନ୍ନତି ହେବ। ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ। ଲାଭ ସୁଯୋଗ ଆସିବ। ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । କାର୍ଯ୍ୟରେ ବୁଦ୍ଧି ବିବେକ ବ୍ୟବହାର କରନ୍ତୁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବରିଷ୍ଠ ବ୍ୟକ୍ତିମାନେ ମାର୍ଗଦର୍ଶନ ପାଇବେ ।

କୁମ୍ଭ- ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ। କୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଲଜ୍ଜିତ ହୁଅନ୍ତୁ ନାହିଁ ।

ମୀନ- ଅଜ୍ଞାତ ଭୟ ରହିବ। ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କୈଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବେ। ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ ।

Categories
ଆଜିର ଖବର

ଜଗତସିଂହପୁର ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ର ମାଲିକଙ୍କ ମାଡରେ ଜଣେ ନିଶାଡି ଅନ୍ତେବାସୀଙ୍କର ମୃତ୍ୟୁ

 

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ମଜୁରାଇ ଠାରେ ଥିବା ‘ଚେଷ୍ଟା’ ନିଶାମୁକ୍ତି କେନ୍ଦ୍ରରେ ଜଣେ ନିଶାଡୀ ଅନ୍ତେବାସୀର ମୃତ୍ୟୁ।

ସୂଚନାନୁଯାୟୀ ନିଶାମୁକ୍ତି କେନ୍ଦ୍ରର ମାଲିକ ରାଜକିଶୋର ଦାସଙ୍କ ମାଡରେ ନିଶାଡୀ ସେକ ଜବାର ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ମୃତ ନିଶାଡୀ ଜଣକ ସ୍ଥାନୀୟ ମଙ୍ଗଳପୁର ଚାଟରା ଗଣ୍ଡିତ ଗାଁର ବୋଲି ଜଣାପଡିଛି।

ଏହି ନିଶାମୁକ୍ତି କେନ୍ଦ୍ରଟି ବର୍ଷକ ପୂର୍ବରୁ ଆରମ୍ଭ କରାଯାଇଥିଲା। ଏହି କେନ୍ଦ୍ରରେ ୧୫ ରୁ ଉର୍ଦ୍ଧ୍ବ ନିଶାସକ୍ତ ବ୍ୟକ୍ତି ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ତିନି ମାସରେ ନିଶାରୁ ମୁକ୍ତି ମିଳିବ ବୋଲି କେନ୍ଦ୍ରର ମାଲିକ ନିଶାସକ୍ତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ମାସିକ ୧୦ ହଜାର ଟଙ୍କା ଲେଖାଏଁ ତିନି ମାସକୁ ୩୦ ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ନେଉଥିଲେ ବୋଲି କୁହାଯାଉଛି।

ଗତକାଲି ରାତିରେ ଉକ୍ତ ନିଶାମୁକ୍ତି କେନ୍ଦ୍ରରେ ରହୁଥିବା ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁ ନିଶାମୁକ୍ତି କେନ୍ଦ୍ରର ମାଲିକ ଆକ୍ରମଣ କରିଥିବା କୁହାଯାଉଥିବା ବେଳେ ଏହି ଆକ୍ରମଣରେ କେତେକ ନିଶାଡି ଫେରାର ହୋଇଯିବା ସହ ଜଣେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଛି।

ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ଜଗତସିଂହପୁର ସଦର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛି। ଏଭଳି ଏକ ସଂସ୍ଥା ଖୋଲି ନିଶାଗ୍ରସ୍ତ ଲୋକମାନଙ୍କୁ ଭଲ କରିବାର ପ୍ରତିଶୃତି ଦେଇ ନିଶାଡୀ ମାନଙ୍କୁ ନିର୍ଯ୍ୟାତନା ଦିଆଯିବା ଭଳି ଘଟଣା ଏବେ ସାଧାରଣରେ ଚକିତ କରିଛି।

ତେବେ ତୁରନ୍ତ ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ଗିରଫ କରିବା ସହିତ ମାଲିକ ସହିତ ରହି ଏଭଳି କାର୍ଯ୍ୟ କରୁଥିବା ତାର ସହଯୋଗୀ ମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ମୃତ ଯୁବକର ପରିବାର ଲୋକେ ଦାବି କରିଛନ୍ତି।

ଘଟଣା ସ୍ଥଳରେ ସଦର ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ମାଲିକର ମାଡରେ କେତେଜଣ ଆହତ ହୋଇଛନ୍ତି ତାହା ସଠିକ ଭାବରେ ଜଣାପଡିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ପୁରୁଣା ଅସମାପ୍ତ କାମ ହେବ ସମାପ୍ତ

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟରୁ ଅନୁକୂଳ ଲାଭ ଦେବ । ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ ।

କୁମ୍ଭ- ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୈଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ

ମକର- ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ ।

ସିଂହ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ଗ୍ରହଣ ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ସୋମବାରରେ ନୂତନ ଚାକିରୀ ମିଳିବାର ସମ୍ଭାବନା

ତୂଳା- ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏହି ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ ।  ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ ।

ମୀନ- ଅଜ୍ଞାତ ଭୟ ରହିବ । ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ । ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୈଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବେ ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ଦୁଇ ରାଶିର ବ୍ୟକ୍ତିଙ୍କର ବ୍ୟବସାୟିକ ସଫଳତା ମିଳିବ

ମିଥୁନ- ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୈଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ ।

ଧନୁ – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ । ଯାତ୍ରା ଅନୁକୂଳ ହେବ। ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ସୁଯୋଗ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ ।

Categories
ଆଜିର ଖବର ଧର୍ମ

ସୋମବାର ଦିନ ଏହି ରାଶିର ବ୍ୟକ୍ତିମାନେ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ

କନ୍ୟା- ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ। ଭଲ ଖବର ଗ୍ରହଣ କରାଯିବ। ମୂଲ୍ୟ ବୃଦ୍ଧି ହେବ। ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ। ଦୀର୍ଘ ଯାତ୍ରା ଇଚ୍ଛା ହେବ। ବ୍ୟବସାୟ ଲାଭଦାୟକ ହେବ।

ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ। ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିଙ୍କର ଅପଚୟ ଖର୍ଚ୍ଚ ହେବ

କର୍କଟ- ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ଠିକ୍ ସମୟରେ ବାହାରୁ ଟଙ୍କା ନ ପାଇବାରୁ ନିରାଶ ହେବେ। ଥଟ୍ଟା ପରିହାସଠାରୁ ଦୂରେଇ ରୁହନ୍ତୁ ।

ବିଛା- ଅପଚୟ ଖର୍ଚ୍ଚ ହେବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟର ନିୟନ୍ତ୍ରଣ ନିଅ । କାର୍ଯ୍ୟରେ ମନ ଦେବ ନାହିଁ । ବ୍ୟବସାୟ ଲାଭଦାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ଆସାମ ନିର୍ବାଚନ ଅପଡେଟ: ଜେଲରେ ଥାଇ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ ଅଖିଳ ଗୋଗୋଇ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବିଜେପି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆସାମର ମୋଟ ୧୨୬ ଟି ଆସନ ମଧ୍ୟରୁ ବିଜେପି ୭୮ ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୪୬ ଟି ଆସନ ଏବଂ ଅନ୍ୟ ଦଳ ୨ ଟି ଆସନରେ ଆଗୁଆ ଅଛି। ହେଲେ କିଛି ଆସନରେ ଭୋଟ ଗଣତି ଏବେ ବି ଚାଲିଥିବା ବେଳେ କିଛି ଆସନର ଫଳାଫଳ ମଧ୍ୟ ଘୋଷଣା ହୋଇସାରିଛି।

ତେବେ ଏହା ଭିତରେ ରାୟଜୋର ଦଳର ମୁଖ୍ୟ ତଥା ଆରଟିଆଇ କାର୍ଯ୍ୟକର୍ତ୍ତା ଅଖିଳ ଗୋଗୋଇ ଶିବସାଗର ଆସନରୁ ବିଜୟ ଲାଭ କରିଛନ୍ତି। ନାଗରିକତା ଆଇନ ବିରୋଧ ବେଳେ ହିଂସା କରିଥିବା ଅଭିଯୋଗରେ ଗୋଗୋଇଙ୍କୁ ଡ଼ିସେମ୍ବର ୨୦୧୯ ଠାରୁ ଗିରଫ କରାଯାଇଛି।

ବର୍ତ୍ତମାନ ସେ ଜେଲରେ ଅଛନ୍ତି। ତାଙ୍କୁ ୟୁଏପିଏ ମାମଲା ଅନୁଯାୟୀ ଗିରଫ କରାଯାଇଛି। ହେଲେ ସେ ଜେଲରେ ରହି ନିର୍ବାଚନ ଲଢୁଥିବା ବେଳେ ବିଜେପିର ସୁରଭୀ ରାଜକୁଂବରଙ୍କୁ ପରାସ୍ତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ସମୟରେ କରଦାତାଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ରିହାତି, ଜାଣନ୍ତୁ କଣ

ନୂଆଦିଲ୍ଲୀ, କୋଭିଡ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍ଟି ଆଇନ ପରିସର ମଧ୍ୟରେ କରଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି । କରଦାତାମାନେ ଜିଏସ୍ଟି ପୈଠ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କରୋନାର ଦ୍ୱିତୀୟ ସଂକ୍ରମଣ ପରିପ୍ରେକ୍ଷୀରେ ୨୦୨୧ ମେ ୧ତାରିଖରେ ସରକାର ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଏଥିରେ ସରକାର ଟିକସଦାତାଙ୍କ ପାଇଁ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ନିମ୍ନମତେ ପ୍ରଦାନ କରାଯାଇଛି ।

୧-ସୁଧହାର ହ୍ରାସ:

ଟିକସ ପୈଠ କ୍ଷେତ୍ରରେ ବିଳମ୍ବ ପାଇଁ ବାର୍ଷିକ ଯେଉଁ ୧୮ଶତାଂଶ ହାରରେ ସ୍ୱାଭାବିକ ସୁଧ ଆଦାୟ କରାଯାଉଥିଲା ତାହାକୁ କୋହଳ କରାଯାଇ ବିଭିନ୍ନ ବର୍ଗର କରଦାତାଙ୍କ ପାଇଁ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯାଇଛି ।

(କ) ବର୍ଷକୁ ମୋଟ ୫କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ପୈଠର ଧାର‌୍ୟ୍ୟ ତାରିଖଠାରୁ ୧୫ଦିନ ପର‌୍ୟ୍ୟନ୍ତ ୧୮ଶତାଂଶ ପରିବର୍ତ୍ତେ ୯ ଶତାଂଶ ସୁଧ ଆଦାୟ କରାଯିବ । ଏହି ୧୫ ଦିନ ପରେ ଟିକସ ଦାଖଲ କଲେ ପୂର୍ବଭଳି ୧୮ ଶତାଂଶ ସୁଧ ଦେବାକୁ ପଡିବ । ୨୦୨୧ ମାର୍ଚ୍ଚରୁ ଏପ୍ରିଲ ୨୨ ତାରିଖ ପର‌୍ୟ୍ୟନ୍ତ ଟିକସ ଆଦାୟ ସମୟ ପାଇଁ ଏହି ସୁବିଧା ପ୍ରଦାନ କରାଯାଇଛି । ୨୦୨୧ ମାର୍ଚ୍ଚର ଟିକସ ଏପ୍ରିଲ ୨୦୨୧ ଏବଂ ୨୦୨୧ ଏପ୍ରିଲ ମାସର ଟିକସ ମେ ୨୦୨୧ରେ ଆଦାୟ କରାଯିବ।

(ଖ) ବାର୍ଷିକ ୫କୋଟି ଟଙ୍କା ପର‌୍ୟ୍ୟନ୍ତ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତି ବା ବ୍ୟବସାୟୀଙ୍କ ପାଇଁ ଧାର‌୍ୟ୍ୟ ଟିକସ ଆଦାୟ ତାରିଖର ୧୫ଦିନ ପରବର୍ତ୍ତୀ ସମୟ ପାଇଁ ଟିକସ ଉପରେ କୌଣସି ସୁଧ ପଡିବ ନାହିଁ । ଏହାର ପରବର୍ତ୍ତୀ ୧୫ଦିନ ମଧ୍ୟରେ ଟିକସ ଦାଖଲ କଲେ ୯ ଶତାଂଶ ସୁଧ ଦେବାକୁ ପଡିବ । ଏହା ପରେ ଟିକସ ପୈଠ ପାଇଁ ୧୮ଶତାଂଶ ହାରରେ ସୁଧ ଦେବାକୁ ହେବ ।

ଏହା ଉଭୟ ନିୟମିତ ଟିକସ ଦାତା ଓ କ୍ୟୁଆର୍ଏମ୍ପି ଅନ୍ତର୍ଭୁକ୍ତ ଯୋଜନାର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ୨୦୨୧ ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଆଦାୟ ସମୟ ଅନ୍ତର୍ଭୁକ୍ତ । ସମ୍ପୃକ୍ତ ଟିକସଦାତା ମାର୍ଚ୍ଚର ଟିକସ ଏପ୍ରିଲରେ ଓ ଏପ୍ରିଲର ଟିକସ ୨୦୨୧ ମେ’ ମାସରେ ଦାଖଲ କରିପାରିବେ ।

(ଗ) କମ୍ପୋଜିଏସନ ସ୍କିମ୍ରେ ଟିକସ ପ୍ରଦାନ ପାଇଁ ପଞ୍ଜୀକୃତ କରଦାତାଙ୍କ ନିମନ୍ତେ ଧାର‌୍ୟ୍ୟ ତାରିଖର ପନ୍ଦରଦିନ ପରବର୍ତ୍ତୀ ସମୟ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ । ରିହାତି ସମୟ ୧୫ଦିନ ପରେ ଟିକସ ଦେଲେ ୯ଶତାଂଶ ସୁଧ ଦେବାକୁ ହେବ । ଏହି ସମୟ ପରେ ଟିକସ ପୈଠ କଲେ ୧୮ଶତାଂଶ ହାରରେ ସୁଧ ଆଦାୟ କରାଯିବ । ଏମାନଙ୍କ ପାଇଁ ମଧ୍ୟ ୨୦୨୧ ମାର୍ଚ୍ଚ ଓ ଏପ୍ରିଲର ଟିକସ ପୈଠ ସମୟ ଯଥାକ୍ରମେ ଏପ୍ରିଲ ଓ ମେ’ ମାସ ଧାର‌୍ୟ୍ୟ କରାଯାଇଛି ।

୨-ବିଳମ୍ବିତ ଦେୟ ଫି (ଲେଟ ଫି) ଛାଡ :

(କ) ଯେଉଁ ପଞ୍ଜୀକୃତ କରଦାତା /ବ୍ୟବସାୟୀଙ୍କ ବାର୍ଷିକ କାରବାର ପାଞ୍ଚକୋଟି ଟଙ୍କାରୁ ଅଧିକ ସେମାନଙ୍କ ପାଇଁ ୧୫ଦିନ ପର‌୍ୟ୍ୟନ୍ତ ଜିଏସ୍ଟିଆର-୩ଈ ଫର୍ମରେ ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଲେଟ ଫିକୁ ଛାଡ କରାଯାଇଛି । ଅର୍ଥାତ୍ ସେମାନେ ଧାର‌୍ୟ୍ୟ ତାରିଖର ପନ୍ଦରଦିନ ପର‌୍ୟ୍ୟନ୍ତ ଏହି ସୁବିଧା ପାଇପାରିବେ । ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଦାଖଲ ସମୟ ପାଇଁ ଏହି ସୁବିଧା ଉପଲବ୍ଧ ।

(ଖ) ଯେଉଁ ପଞ୍ଜୀକୃତ ବ୍ୟବସାୟୀ/ବ୍ୟକ୍ତିଙ୍କର ବାର୍ଷିକ କାରବାର ପାଞ୍ଚକୋଟି ଟଙ୍କା ଭିତରେ ସେମାନଙ୍କ ପାଇଁ ଜିଏସଟିଆର-୩ଈ ଫର୍ମରେ ରିଟର୍ଣ୍ଣ ଦାଖଲ ସମୟ ଧାର‌୍ୟ୍ୟ ଶେଷ ତାରିଖଠାରୁ ୧୫ଦିନ ଅଧିକ ବଢାଇ ଦିଆଯାଇଛି । ଏହା ମାର୍ଚ୍ଚ ଓ ଏପ୍ରିଲ ୨୧ ଟିକସ ସମୟ ପାଇଁ ଉଦ୍ଦିଷ୍ଟ । ସେହିଭଳି ମାସିକ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତା ଏହି ସୁବିଧା ଜାନୁୟାରୀ-ମାର୍ଚ୍ଚ ୨୦୨୧ ଓ କ୍ୟୁଆରଏମ୍ପି ସ୍କିମର ଟିକସଦାତା ଏପ୍ରିଲ ମାସ ପାଇଁ ନେଇପାରିବେ ।

୩-ଜିଏସଟିଆର-୧, ଆଇଏଫଏଫ୍, ଜିଏସ୍ଟିଆର-୪ ଓ ଆଇଟିସି-୦୪ର ଟିକସ ଫାଇଲ କରିବାର ଶେଷ ତାରିଖକୁ ନିମ୍ନମତେ ବୃଦ୍ଧି କରାଯାଇଛି ।

(କ) ଜିଏସ୍ଟିଆର-୧ ଫର୍ମ, ଆଇଏଫଏଫ, ଏପ୍ରିଲ ମାସ ପାଇଁ ଉଦ୍ଦିଷ୍ଟ ଫାଇଲିଂ ତାରିଖର ଅନ୍ତିମ ସମୟ ସୀମାକୁ ୧୫ଦିନ ଯାଏ ବଢାଇ ଦିଆଯାଇଛି ।

(ଖ) ଜିଏସ୍ଟିଆର-୪ ଫର୍ମର ଫାଇଲିଂ ତାରିଖ, ଯାହା ୨୦୨୦-୨୧ ପାଇଁ ଉଦ୍ଧିଷ୍ଟ, ତାହାକୁ ୩୦ଏପ୍ରିଲ ୨୦୨୧ରୁ ୩୧ ମେ’ ୨୦୨୧ ଯାଏ ବୃଦ୍ଧି କରାଯାଇଛି ।

(ଗ) ଆଇଟିସି-୦୪ ଫର୍ମ ଦାଖଲର ଶେଷ ତାରିଖକୁ ଜାନୁୟାରୀ-ମାର୍ଚ୍ଚ ୨୦୨୧ ତ୍ରୈମାସିକ ପାଇଁ ବୃଦ୍ଧି କରାଯାଇଛି । ଏବେ ଏହା ୨୦୨୧ ଏପ୍ରିଲ ୨୫ତାରିଖ ପରିବର୍ତ୍ତେ ୨୦୨୧ ମେ’ ୩୧ତାରିଖ ହୋଇଛି ।

(ଘ) ସିଜିଏସ୍ଟି ନିୟମରେ କେତେକ ସଂଶୋଧନ କରାଯାଇଛି ।

(ଙ) ଆଇଟିସି ସୁବିଧା ନେବା ନିୟମ କୋହଳ -ଆଇଟିସି ସୁବିଧା ନେବା ପାଇଁ ଉଦ୍ଦିଷ୍ଟ ନିୟମ କୋହଳ କରାଯାଇ ଧାରା ୩୬(୪) ଅର୍ଥାତ୍ ୧୦୫% ସର୍ବୋଚ୍ଚ ସୀମାକୁ ପରିବର୍ତ୍ତନ କରାଯାଇଛି । ଫଳରେ ଜିଏସ୍ଟିଆର-୩ଈ ଫର୍ମରେ ଆଇଟିସି ସାମଗ୍ରିକ ବୁଦ୍ଧି ଭିତ୍ତିରେ ହାସଲ କରିହେବ । ଏହି ସୁବିଧା ୨୦୨୧ ଏପ୍ରିଲ ଓ ମେ’ ମାସ ପାଇଁ ମିଳିବ ଏବଂ ମେ’ ମାସର ଟିକସ ପିରିୟଡ ପାଇଁ ପ୍ରଯୁଜ୍ୟ ହେବ । ଅନ୍ୟଥା ନିୟମ ୩୬(୪) ପ୍ରତ୍ୟେକ ଟିକସ ପିରିୟଡ ପାଇଁ ଅବ୍ୟାହତ ରହିବ ।

(ଚ) ଯେଉଁ କମ୍ପାନୀ ଇଲେକଟ୍ରୋନିକ୍ ଭେରିଫିକେସନ କୋଡ୍ ବ୍ୟବହାର ରି ଜିଏସ୍ଟିଆର-୩ଈ, ଜିଏସ୍ଟିଆର-୧/ଆଇଏଫ୍ଏଫ୍ ଫାଇଲ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ୨୭.୦୪. ୨୦୨୧ରୁ ୩୧.୦୫.୨୦୨୧ ସମୟ ପର୍ଯ୍ୟନ୍ତ ମିଳିବ ।

(ଛ) ଜିଏସ୍ଟି ଆଇନର ଧାରା ୧୬୮(କ)ଅନୁସାରେ ବୈଧାନିକ ସମୟ ସୀମାକୁ ବଢାଇ ଦିଆଯାଇଛି । ତଦନୁସାରେ କୌଣସି କର୍ତ୍ତୃପକ୍ଷ ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଭିନ୍ନ କାମର ସମୟ ସୀମା ଧାର‌୍ୟ୍ୟ କରାଯାଇଛି । ଏହାଫଳରେ ୨୦୨୧ ଏପ୍ରିଲ ୧୫ଠାରୁ ମେ’ ୩୦ ମଧ୍ୟରେ ହେବାକୁ ଥିବା ସବୁ କାମର ସମୟ ସୀମାକୁ ୨୦୨୧ ମେ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । ତେବେ ଏଥିରେ ଅଳ୍ପ କିଛି ନିଦ୍ଦିଷ୍ଟ ବ୍ୟତିକ୍ରମ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୧୮ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କଲା ବାଲୁଗାଁ ଆରପିଏଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବଡି ଭୋରରୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ କୋଭିଡ଼ ନିୟମ ଉଲ୍ଲଂଘନ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯକଳାପ ବିରୁଦ୍ଧରେ ଏକ ଦିନିକିଆ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲାସି କରାଯାଇଥିଲା। ଯାଞ୍ଚ ସମୟରେ ଆରପିଏଫ ଟିମ ବାଲୁଗାଁ ଷ୍ଟେସନର ଦକ୍ଷିଣ ଭାଗରେ ଦୁଇଜଣ ଯୁବକଙ୍କୁ ଦୁଇ ଗୋଟି ବ୍ୟାଗ ସହ ସନ୍ଦେହଜନକ ଅବସ୍ଥାରେ ଧରି ପଚରାଉଚରା କରିଥିଲେ।

ତେବେ ହଠାତ ଯୁବକ ଦ୍ୱୟ ଉକ୍ତ ସ୍ଥାନରୁ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଆରପିଏଫ ଟିମ ସେମାନଙ୍କୁ କାବୁ କରିନେଇଥିଲେ। ଯୁବକ ଦ୍ଵୟ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏବଂ ସେମାନେ କୋଦଳା ଅଞ୍ଚଳରୁ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଳାଣ କରୁଥିବାର ଆରପିଏଫ ଆଗରେ ପ୍ରକାଶ କରିଥିଲେ।

ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗ ଦୁଇଟିର ତଲାସୀ କଲାବେଳେ ଆରପିଏଫ କର୍ମଚାରୀମାନେ ପ୍ରାୟ ୧୮ କେଜି ଗଞ୍ଜେଇ ପାଇଥିଲେ। ତେବେ ଆରପିଏଫ ଥାନା ଅଧିକାରୀ ଶ୍ରୀ ଚଣ୍ଡରାୟ ଉକ୍ତ ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଦୁଇ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଜିଆରପି କେସ ନମ୍ବର ୪୬ ରେ ମାମଲା ରୁଜୁକରି ବିହିତ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଉକ୍ତ ଚଢ଼ାଉରେ ବାଲୁଗାଁ ଆରପିଏଫ ଥାନା ଉପ ନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସହ ଉପନିରୀକ୍ଷକ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ସନତ କୁମାର ପ୍ରଧାନ, ଉଦ୍ଧବ ନାୟକ, ଅଲେଖ ବେହେରା ଏବଂ ପ୍ରଦୀପ କୁମାର ପଣ୍ଡା ଆଦି ସାମିଲ ଥିଲେ।