Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଦୁଇଟି ମେମୁ ଏବଂ ତିନୋଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇର ଘୋଷଣା

ଭୁବନେଶ୍ୱର,  ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନିଷ୍ପତ୍ତି କରାଇବା ସହିତ ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ

ଚଳିତ ମାସ ୩୦ ତାରିଖ ଠାରୁ ୬୮୪୨୬ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭୁବନେଶ୍ୱରରୁ ଅପରାହ୍ନ ୪ଘ.୩୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ର ୯ଘ.୩୫ମି.ରେ ପହଞ୍ଚିବ। ଫେରିବା ପଥରେ ୬୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ କେନ୍ଦୁଝରଗଡ଼ ଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୧ଘ.୦୫ମି.ରେ ପହଞ୍ଚିବ।

ଏହି ଟ୍ରେନ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି, କଟକ, କପିଳାସ ରୋଡ଼, ବୈରୀ, ଧାନମଣ୍ଡଳ, ଜେନାପୁର, ଯଖପୁରା, ସୁକିନ୍ଦା ରୋଡ଼, ବାଘୁଆପାଳ, ଟମକା, ଟାଙ୍ଗିରିଆପାଳ, ଶଗଡ଼ପଟା, ଚିଲିକିଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ଵର, ସୀତାବିଞ୍ଜ, ବସନ୍ତପୁର ଓ ନରଣପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ପୁରୀ-ଅନୁଗୁଳ-ପୁରୀ ମେମୁ

ଏପ୍ରିଲ ମାସ ୫ ତାରିଖ ଠାରୁ ୬୮୪୨୨ ପୁରୀ-ଅନୁଗୁଳ ମେମୁ ପୁରୀରୁ ଅପରାହ୍ନ ୪ଘ.୪୫ମି.ରେ ଛାଡି ଅନୁଗୁଳ ଠାରେ ରାତ୍ର ୯ଘ.୩୦ମି.ରେ ପହଞ୍ଚିବ ।  ଫେରିବା ପଥରେ ୬୮୪୨୧ ଅନୁଗୁଳ-ପୁରୀ ମେମୁ ଅନୁଗୁଳ ଠାରୁ ସକାଳ ୫ଘ.୪୫ମି.ରେ ଛାଡି ପୁରୀ ଠାରେ ପୂର୍ବାହ୍ନ ୧୦ଘ.୨୦ମି.ରେ ପହଞ୍ଚିବ ।

ଏହି ଟ୍ରେନ ପୁରୀ ଓ ଅନୁଗୁଳ ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ଡେଲାଙ୍ଗ, କଣାସ ରୋଡ଼, ଖୋର୍ଦ୍ଧା ରୋଡ଼, ରତଙ୍ଗ, ଲିଙ୍ଗରାଜ ଟେମ୍ପଲ ରୋଡ଼, ଭୁବନେଶ୍ୱର, ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ନାରାଜ ମାର୍ଥାପୁର, ସର୍ପେଶ୍ୱର, ଘଣ୍ଟିଖାଲ ନିଧିପୁର, ରାଧାକିଶୋରପୁର, ରାଜଆଠଗଡ଼, ଯୋରନ୍ଦା ରୋଡ଼, ଶ୍ୟାମଚରଣ ପୁତ୍ର, ଢେଙ୍କାନାଳ, ଦାଣ୍ଡିମାଲ, ସଦାଶିବପୁର, ମହାଡ଼ିଆ, ହିନ୍ଦୋଳ ରୋଡ଼, ନୟାଭାଗିରଥିପୁର, ମେରାମଣ୍ଡଳୀ, ବୁଢାପଙ୍କ, ତାଳଚେର ଥର୍ମାଲ, ତାଳଚେର, ତାଳଚେର ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ  ।

ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଏବଂ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ପୁରୀ-ହାଟିଆ-ପୁରୀ ବିଶେଷ ଟ୍ରେନ –

୦୮୪୫୨ ପୁରୀ-ହାଟିଆ ସ୍ପେଶାଲ୍ ପୁରୀରୁ ଏପ୍ରିଲ ପହିଲା ଠାରୁ ଏବଂ ୦୮୪୫୧ ହାଟିଆ-ପୁରୀ ସ୍ପେସିଆଲ ହାଟିଆରୁ ୨ ଏପ୍ରିଲ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ  ।  ଏହି ଟ୍ରେନ ପୁରୀରୁ ରାତ୍ର ୮ଘ.୩୦ମି.ରେ ଛାଡି ପରବର୍ତ୍ତୀ ଦିନରେ ହାଟିଆରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ । ଫେରିବା ଦିଗରେ ହାଟିଆରୁ ଏହି ଟ୍ରେନ୍ ଅପରାହ୍ନ ୪ଘଟିକାରେ ଛାଡି ତା\’ପରଦିନ ସକାଳ ୬ଘ.୧୦ମି.ରେ ପୁରୀରେ ପହଂଚିବାକୁ ଥିବାବେଳେ ପୁରୀ ଓ ହାତୀଆ ମଧ୍ୟରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବାମରା, ରାଜଗଓଙ୍ଗପୁର, ରାଉରକେଲା, ଓରଗା, ବାନୋ ଓ ଗୋବିନ୍ଦପୁର ରୋଡ୍ ଠାରେ ଉଭୟ ଦିଗରୁ ପୁରୀ ଏବଂ ହାଟିଆ ମଧ୍ୟରେ ରହଣି କରିବ  ।

ପୁରୀ-ସମ୍ବଲପୁର-ପୁରୀ ବିଶେଷ

୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ୍ ୩ ଏପ୍ରିଲ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ସମ୍ବଲପୁରରୁ ସକାଳ ୦୬ ଘଣ୍ଟାରେ ଛାଡି ପୁରୀରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଏହି ଟ୍ରେନ୍ ପୁରୀରୁ ଅପରାହ୍ନ ୩ଘ.୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ର ୧୦ଘ.୧୦ମି.ରେ ପହଞ୍ଚିବ ଏବଂ ଏହା ପୁରୀ ଓ ସମ୍ବଲପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୁମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମଣ୍ଡଳି, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରୋଡ ଷ୍ଟେସନ ମାନଙ୍କରେ ରହଣି କରିବ ।

ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ 

୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ସ୍ପେଶାଲ୍ ୭ ଏପ୍ରିଲ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀରୁ ସକାଳ ୦୬ଘ.୧୫ମି.ରେ ଛାଡି ପାରାଦୀପ ଠାରେ ପୂର୍ବାହ୍ନ ୧୦ଘ.୧୫ମି.ରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ୍ ସନ୍ଧ୍ୟା ୬ ଘଟିକାରେ ପାରାଦୀପ ଛାଡି ରାତ୍ର ୧୦ଘ.୧୦ମି.ରେ ପୁରୀ ଠାରେ ପହଞ୍ଚିବ ଏବଂ ଏହା ପୁରୀ ଓ ପାରାଦୀପ ମଧ୍ୟରେ ସାକ୍ଷୀଗୋପାଳ, ଡେଲାଙ୍ଗ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, କନ୍ଦରପୁର, ରଘୁନାଥପୁର, ଗୋରଖନାଥ, ରାହାମା ଏବଂ ବଡ଼ବନ୍ଧ ଷ୍ଟେସନ ମାନଙ୍କରେ ରହଣି କରିବ  ।

ବିଶାଖାପାଟଣା-ଜଗଦଳପୁର ବିଶେଷ ଟ୍ରେନ କିରନ୍ଦୁଲକୁ ସମ୍ପ୍ରସାରଣ 

୦୮୫୧୬/୦୮୫୧୫ ବିଶାଖାପାଟନମ୍-ଜଗଦଲପୁର-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ କୁ ଏପ୍ରିଲ ମାସ ପହିଲା ଠାରୁ କିରନ୍ଦୁଲ କୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି ।  ୦୮୫୧୬ ବିଶାଖାପାଟନମ୍-ଜଗଦଲପୁର ସ୍ପେଶାଲ୍ ବିଶାଖାପାଟନମରୁ  ଏପ୍ରିଲ ମାସ ପହିଲା ଠାରୁ ସକାଳ ୬ଘ.୪୫ମି.ରେ ଛାଡି ଜଗଦଳପୁର ଠାରେ ରାତ୍ର ୮ଘ.୪୫ମି.ରେ ପହଞ୍ଚିବ ।  ଫେରିବା ଦିଗରେ, ୦୮୫୧୫ କିରନ୍ଦୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରନ୍ଦୁଲ ଠାରୁ ସକାଳ ୬ ଘଟିକାରେ ଛାଡି ବିଶାଖାପାଟଣା ଠାରେ ରାତ୍ର ୮ଘ.୨୦ମି.ରେ ପହଞ୍ଚିବ ।

ଏହି ଟ୍ରେନ ବିଶାଖାପାଟଣା ଓ କିରନ୍ଦୁଲ ମଧ୍ୟରେ ଉଭୟ ପାର୍ଶ୍ୱରୁ ସିମାଞ୍ଚଳମ, କୋଟାଭଲସା, ଶୃଂଗଭରପୁକୁଟା, ବୋରାଗୁହାଲୁ, ଆରକୁ, କୋରାପୁଟ, ଜୟପୁର, କୋଟପାରରୋଡ଼, ଜଗଦଳପୁର, ଡ଼ିଲିମିଲି, କାକଲୁର, ଦାନ୍ତେୱାଡା ଏବଂ ବାଚେଲି ଷ୍ଟେସନ ମାନଙ୍କରେ ରହଣି କରିବ  ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଡିକାଲ ଓ ଇଞ୍ଜିନିୟରିଂ ସଂରକ୍ଷଣ ପାଇଁ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର, ସର୍ବଭାରତୀୟ ସ୍ତରରେ ନିଟ୍ ଏବଂ JEE ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି।

ଏହା ଛାତ୍ରଛାତ୍ରୀ ମାନଙ୍କର ମେଧାର ଅଭାବ ଯୋଗୁ ନୁହେଁ; ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ପାଇପାରି ନଥିବାରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି । ଏହିସବୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଯେଉଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ ଏହି କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍‌ଧ ହୋଇଥାଏ ।

ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ସରକାରୀ ସ୍କୁଲ ଓ କଲେଜରେ ପଢୁଥିବା ପିଲାମାନଙ୍କ ପକ୍ଷରେ ଆର୍ଥିକ ଦୃଷ୍ଟିରୁ ଏହିସବୁ କୋଚିଂ କେନ୍ଦ୍ରରେ ତାଲିମ ନେବା ସମ୍ଭବ ହୋଇପାରୁନାହିଁ। ଏହାସହିତ କୋଚିଂ ସେଣ୍ଟର ଗୁଡିକ ଠାରୁ ସେମାନେ ଦୂରରେ ରହୁଥିବାରୁ ସେମାନଙ୍କ ପକ୍ଷରେ ନିୟମିତ କୋଚିଂ ନେବା ସମ୍ଭବପର ହେଉନାହିଁ । ଏହା ଓଡିଶାର ସଂଖ୍ୟାଧିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅସମାନ ପରିସ୍ଥିତି ସୃଷ୍ଟି କରୁଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ ଓଡିଶାର ସରକାରୀ ମେଡିକାଲ ଓ ଇଞିନିୟରିଂ କଲେଜ ମାନଙ୍କରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଉପଯୁକ୍ତ ସଂଖ୍ୟକ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ଗ୍ରହଣ କରିଛି । ଏ ସଂପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମାନ୍ୟବର ଜଷ୍ଟିସ୍ ଡଃ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରାଯାଇଥିଲା ।

ଏହି ଉଚ୍ଚକ୍ଷମତାପନ୍ନ କମିଟି ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ବିଶ୍ଳେଷଣ ପରେ ନିମ୍ନୋକ୍ତ ନିଷ୍କର୍ଷ ଓ ସୁପାରିଶ ପ୍ରଦାନ କରିଛନ୍ତି।

୧. ଓଡିଶାରେ ସରକାରୀ ସ୍କୁଲ ମାନଙ୍କରେ ପ୍ରାୟ ୮୬ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ରାଜ୍ୟ ମେଡିକାଲ କଲେଜରେ ସେମାନେ ୨୩ ପ୍ରତିଶତ ଏବଂ ଇଞ୍ଜିନିୟରିଂ କଲେଜରେ ୨୧ ପ୍ରତିଶତ ସିଟ୍‌ରେ ସ୍ଥାନ ପାଇପାରୁଛନ୍ତି ।

୨. କିନ୍ତୁ ରାଜ୍ୟର ଘରୋଇ ସ୍କୁଲ ମାନଙ୍କରେ ମାତ୍ର ୧୨ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ସେମାନେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ କଲେଜର ୬୦ ପ୍ରତିଶତ ସିଟ୍ ପାଉଛନ୍ତି।

ଏହା ସ୍ଷଷ୍ଟ ଭାବରେ ସୂଚିତ କରୁଛି ଯେ କୋଚିଂ ପ୍ରତିଷ୍ଠାନ ଗୁଡିକ ଯାହାକି ଜାତୀୟ ପ୍ରବେଶିକା ପରୀକ୍ଷା ଗୁଡିକରେ ସଫଳତା ଲାଭ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ସେଠାରେ ନାମ ଲେଖାଇବା ପାଇଁ ଆର୍ଥିକ ତଥା ପାରିପାର୍ଶ୍ବିକ ସୁବିଧା ଅଭାବରୁ ଏଭଳି ବିଷମତା ସୃଷ୍ଟି ହେଉଛି। ଏହି ବିଷମତା ଦ୍ବାରା ସଂଖ୍ୟାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ କମିଟି ନିମ୍ନୋକ୍ତ ସୁପାରିଶ ପ୍ରଦାନ କରିଛନ୍ତି।

୧. ରାଜ୍ୟର ସରକାରୀ ହାଇସ୍କୁଲ ମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୧୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ।

୨. ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁ ସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ।

୩. ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ସରକାର ଓଡିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍‌ସ ( ରେଗୁଲେସନ ଅଫ ଆଡ୍‌ମିଶନ ଆଣ୍ଡ ଫିକ୍‌ସେସନ୍ ଅଫ ଫି) ଆକ୍ଟ, ୨୦୦୭ର ଧାରା ୯ ଅନୁଯାୟୀ ବିଜ୍ଞପ୍ତି ଜାରି କରିପାରିବେ।

ଓଡିଶା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚକ୍ଷମତାସଂପନ୍ନ କମିଟିର ସୁପାରିଶକୁ ଗ୍ରହଣ କରିବା ପାଇଁ ମୁଁ ଏହି ପବିତ୍ର ଗୃହକୁ ନିବେଦନ କରୁଛି ।

ଏହା ରାଜ୍ୟର ମେଧାବୀ ଓ ବୁଦ୍ଧିମାନ ଛାତ୍ରଛାତ୍ରୀ ଯେଉଁମାନଙ୍କର କୋଟିଂ ପ୍ରତିଷ୍ଠାନ ଗୁଡିକରେ ପଢିବା ପାଇଁ ଆର୍ଥିକ ଏବଂ ପାରିପାର୍ଶ୍ବିକ ସୁବିଧା ନାହିଁ, ସେମାନଙ୍କ ମନୋବଳ ବୃଦ୍ଧି କରିବ।

ଉଚ୍ଚକ୍ଷମତାପନ୍ନ କମିଟିର ରିପୋର୍ଟକୁ ଏହି ପବିତ୍ର ଗୃହର ସଦସ୍ୟ ମାନଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ମୁଁ ମାନ୍ୟବର ବାଚସ୍ପତିଙ୍କୁ ଅନୁରୋଧ କରୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ଲେଉଟାଣି ପାଇଁ ସଜାଗ ହେଲେ ରାଜ୍ୟ ସରକାର, ପ୍ରତିଦିନ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ– ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର‌୍ୟ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ ।

ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ବୀକୃତି ହାସଲ କରିଛି ବୋଲି ସେ କହିଥିଲେ। ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ବର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି।

ତେଣୁ ଏଭଳି ପରିସ୍ଥିତିରେ ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ବୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି। ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି। ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ।

ଦ୍ବିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର‌୍ୟ୍ୟକାରୀ କରିବା । ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ IEC campaign ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ। ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍ ଓ ଟେଷ୍ଟିଂ କାର‌୍ୟ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ସୁନ୍ଦରଗଡ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା – ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବାବେଳେ ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଓ ରେଡ୍ ଫ୍ଲାଗ୍ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍ ବୋଲି ସେ କହିଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି ।

ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ମାର୍ଚ୍ଚ 24 ତାରିଖ ବୁଧବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ।

ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଖୁସି ହେବେ। ପିତା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବାର ଆଶା ଅଛି ।

ମିଥୁନ- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ । ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ । ନିଷ୍ପତ୍ତି ଶକ୍ତିର ଅଭାବ ରହିବ । ଘରୋଇ କାମ ପଛରେ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ଅଛି । ପୁଞ୍ଜି ବିନିଯୋଗ ପାଇଁ ଷ୍ଟକ୍ ମାର୍କେଟ୍ ଆପଣଙ୍କ ପାଇଁ ଅନୁକୂଳ ହେବ ।

କର୍କଟ- ମନ ଆନନ୍ଦ ଏବଂ ମଜା ସହିତ ଆନନ୍ଦିତ ହେବ। ଏହି ଧାରାରେ, ସାଙ୍ଗମାନଙ୍କ ଉପଭୋଗ ମନୋରଂଜନର ଉପଭୋଗକୁ ଦ୍ୱିଗୁଣିତ କରିବ। ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଗାଡି ଚଳାଇବା ସମୟରେ ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ମନେରଖନ୍ତୁ ଯେ ବକ୍ତବ୍ୟ ଆକ୍ରମଣାତ୍ମକ ନୁହେଁ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଭଲ ଦିନ ନୁହେଁ।

ସିଂହ- ଘରୋଇ ଜୀବନରେ ଜଟିଳ ପ୍ରଶ୍ନର ସମାଧାନ ହେବ । ଏହା ସହିତ, ଆପଣ ପ୍ରକୃତ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟ ସହିତ ମୁକାବିଲା କରିବାକୁ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ । ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟରେ ଅସୁବିଧା ବୃଦ୍ଧି ପାଇବ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଚିନ୍ତା ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ପରିବାର ସଦସ୍ୟଙ୍କ ସହିତ ପାର୍ଥକ୍ୟ ହୋଇପାରେ । ଟଙ୍କା କ୍ଷତିର ରାଶି ।

କନ୍ୟା- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ପ୍ରକୃତ ସମ୍ପତ୍ତି ଦଲିଲଗୁଡ଼ିକର ଯତ୍ନ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଧ୍ୟାନ ଦିଅନ୍ତୁ ଯେ ପରିବାରରେ କୈଣସି ବିବାଦ ହେବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ସୁସ୍ଥ ଅନୁଭବ କରିବେ। ସୃଜନଶୀଳ ପ୍ରବୃତ୍ତି ପ୍ରତି ଧ୍ୟାନ ଦେବ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

ତୂଳା- ପୋଷାକ ସପିଂ ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ଉପଭୋଗ୍ୟ ହେବ । କଳା ପ୍ରତି ତୁମର ଆଗ୍ରହ ବିଶେଷ ହେବ। ବ୍ୟବସାୟରେ ବିକାଶ ହେତୁ, ମନରେ ସୁଖ ରହିବ । ବ୍ୟବସାୟରେ ସମୟ ଅନୁକୂଳ ହେବ। ପ୍ରତିଯୋଗୀମାନେ ଜିତିବେ । ବ୍ୟବସାୟରେ ବିକାଶ ସହିତ ନୂତନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ତଥାପି, ଆପଣଙ୍କୁ ଉଚ୍ଚ ପଦାଧିକାରୀଙ୍କ ସହ ଯୁକ୍ତିତର୍କ କରିବାକୁ ପଡିବ ନାହିଁ ।

ବିଛା- ଆଜି, ମନ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପ୍ରବୃତ୍ତିରେ ନିୟୋଜିତ ହେବ । ତଥାପି, ଛାତ୍ରମାନେ ପଢିବା ଏବଂ ଲେଖିବାରେ ଏକାଗ୍ରତା ବଜାୟ ରଖିବା ଆବଶ୍ୟକ । ମଧ୍ୟାହ୍ନ ଭୋଜନ ପରେ, ଚିନ୍ତା କମାଇବା ପାଇଁ ସମାଧାନ ଖୋଜି ମାନସିକ ଶାନ୍ତି ଅନୁଭବ କରିବେ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପ୍ରତିଯୋଗୀଙ୍କ ଇଚ୍ଛା ସଫଳ ହେବ ନାହିଁ।

ଧନୁ- ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ଭଲ ପୋଷାକ ଏବଂ ଭଲ ଖାଦ୍ୟ ଆପଣଙ୍କ ମନକୁ ଖୁସି ରଖିବ । ସ୍ୱଳ୍ପ ରହଣି କିମ୍ବା ପର୍ଯ୍ୟଟନର ଭ୍ରମଣ ଯୋଗ ଅଛି।

ମକର- ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ । ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ । କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ । ମଧ୍ୟାହ୍ନ ଭୋଜନ ପରେ ଭଲ ଟ୍ରେଣ୍ଡ ଅଛି । ତେଣୁ ମଧ୍ୟାହ୍ନ ପରେ ମାନସିକ ସ୍ଥିତି ହ୍ରାସ ପାଇବ । ଲେଖା କିମ୍ବା ସାହିତ୍ୟିକ ପ୍ରବୃତ୍ତି ପ୍ରତି ବିଶେଷ ଆଗ୍ରହ ରହିବ ।

କୁମ୍ଭ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ ।

ମୀନ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ଆୟ ବୃଦ୍ଧି ସହିତ ଧନ ବଢିବ

ଧନୁ- ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ ।

ମୀନ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ।

Categories
ଆଜିର ଖବର ଧର୍ମ

ବୁଧବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କର ମଧ୍ୟମ ଫଳ ହେବ

କର୍କଟ- ମନ ଆନନ୍ଦ ଏବଂ ମଜା ସହିତ ଆନନ୍ଦିତ ହେବେ। ଏହି ଧାରାରେ, ସାଙ୍ଗମାନଙ୍କ  ମନୋରଂଜନର ଉପଭୋଗକୁ ଦ୍ୱିଗୁଣିତ କରିବ। ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କନ୍ୟା- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ପ୍ରକୃତ ସମ୍ପତ୍ତି ଦଲିଲଗୁଡ଼ିକର ଯତ୍ନ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଧ୍ୟାନ ଦିଅନ୍ତୁ ଯେ ପରିବାରରେ କୈଣସି ବିବାଦ ହେବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ସୁସ୍ଥ ଅନୁଭବ କରିବେ।

Categories
ଆଜିର ଖବର ଧର୍ମ

ସାବଧାନ, ଏହି ରାଶିର ବ୍ୟକ୍ତିମାନଙ୍କର ବୁଧବାରରେ ହେବେ ନିରାଶ

ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ ।

ମିଥୁନ- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ । ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିବ

ସିଂହ- ଘରୋଇ ଜୀବନରେ ଜଟିଳ ପ୍ରଶ୍ନର ସମାଧାନ ହେବ । ଏହା ସହିତ, ଆପଣ ପ୍ରକୃତ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟ ସହିତ ମୁକାବିଲା କରିବାକୁ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ । ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟରେ ଅସୁବିଧା ବୃଦ୍ଧି ପାଇବ ।

ତୂଳା- ପୋଷାକ ସପିଂ ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ଉପଭୋଗ୍ୟ ହେବ । କଳା ପ୍ରତି ତୁମର ଆଗ୍ରହ ବିଶେଷ ହେବ। ବ୍ୟବସାୟରେ ବିକାଶ ହେତୁ, ମନରେ ସୁଖ ରହିବ । ବ୍ୟବସାୟରେ ସମୟ ଅନୁକୂଳ ହେବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ବୁଧବାର ମଧ୍ୟାହ୍ନ ପରେ ଫିଟିବ ଭାଗ୍ୟ

କୁମ୍ଭ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ।

ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନୈତିକ କାର୍ଯ୍ୟ ଚିନ୍ତାର କାରଣ ହେବ

ମକର- ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ । ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ । କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ ।

ବିଛା- ଆଜି, ମନ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପ୍ରବୃତ୍ତିରେ ନିୟୋଜିତ ହେବ । ତଥାପି, ଛାତ୍ରମାନେ ପଢିବା ଏବଂ ଲେଖିବାରେ ଏକାଗ୍ରତା ବଜାୟ ରଖିବା ଆବଶ୍ୟକ । ମଧ୍ୟାହ୍ନ ଭୋଜନ ପରେ, ଚିନ୍ତା କମାଇବା ପାଇଁ ସମାଧାନ ଖୋଜି ମାନସିକ ଶାନ୍ତି ଅନୁଭବ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନସଭାରେ କଣ କହିଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ

ଭୁବନେଶ୍ବର, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସହ ନିଜର ବକ୍ତବ୍ୟ ରଖିଛନ୍ତି। ସେ ବିଧାନସଭାରେ ଯାହା କହିଛନ୍ତି ତାହା ହେଲା…

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ମହାତ୍ମା ଓଡିଶାକୁ ୮ ଥର ପରିଦର୍ଶନ କରିଥିଲେ ଏବଂ ମୁଁ ବହୁତ ଖୁସି ଯେ ଏହି ପବିତ୍ର ଗୃହ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରୁଛି । ଗାନ୍ଧୀଜୀ ତାଙ୍କର ଓଡିଶା ପରିଦର୍ଶନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁବାର ଯାତ୍ରା କରିଥିଲେ ଏବଂ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟରେ ଅନେକ ପଦଯାତ୍ରା କରି ସେ ଓଡିଶାର ଲୋକଙ୍କର ନିକଟତର ହୋଇପାରିଥିଲେ। ତାଙ୍କର ପରିଦର୍ଶନ ସ୍ବାଧିନତା ସଂଗ୍ରାମକୁ ଶକ୍ତିଶାଳୀ କରିବା ସହିତ ରାଜ୍ୟର ବିଭିନ୍ନ ସାମାଜିକ ସମସ୍ୟା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।

ସମଗ୍ର ବିଶ୍ବକୁ ଭାରତର ଯାହା ଅବଦାନ ରହିଛି, ତନ୍ମଧ୍ୟରୁ ଗାନ୍ଧୀ ଦର୍ଶନ ଓ ଗାନ୍ଧୀଙ୍କ ବାର୍ତ୍ତା ଏକ ମହାନ ଅବଦାନ ଭାବରେ ପରିଗଣିତ।

ଆଜି ଆମେ କୌଣସି ସାଧାରଣ ପରିସ୍ଥିତି ମଧ୍ୟରେ ଗତି କରୁନାହୁଁ। ମହାମାରୀର ମୁକାବିଲା ଏହି ଆହ୍ବାନର ସାମୁହିକ ରୂପକୁ ପ୍ରତିଫଳିତ କରୁଛି । ଏହା ମଧ୍ୟ ବିଶ୍ବକୁ ମନେପକାଇ ଦେଇଛି ଯେ ଯଦି ଆମ ଜନସଂଖ୍ୟାର ଏକ ବଡ ଅଂଶ ଦାରିଦ୍ର‌୍ୟ ଓ ଶଂକାକୂଳ ଅବସ୍ଥାରେ ରୁହନ୍ତି, ତେବେ ଅଳ୍ପ କିଛି ଲୋକଙ୍କ ସଂପତ୍ତି ଓ ବିକାଶ ମୂଲ୍ୟହୀନ। ଆମେ ସମସ୍ତେ ଗୋଟିଏ ସୂତ୍ରରେ ଯୋଡି ହୋଇ ରହିଛେ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ଆମ ପାଇଁ ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ବ୍ୟକ୍ତିଗତ ଲୋଭକୁ ଦୂର କରିବା ଉପରେ ଗାନ୍ଧୀଜୀଙ୍କ ଗୁରୁତ୍ବ ଏବଂ ସାଧାରଣ ଲୋକ ସଂପର୍କରେ ଚିନ୍ତା କରିବାପାଇଁ ତାଙ୍କର ଆହ୍ବାନ ଆମକୁ ବିଶ୍ବର ଆବଶ୍ୟକତା ସଂପର୍କରେ ମନେ ପକାଇ ଦିଏ ।

ଆଜି ସମଗ୍ର ବିଶ୍ବରେ ବିଭେଦ ଓ ଧୃବୀକରଣ ବଢିଚାଲିଛି। ବହୁ ମତବାଦର ସୁରକ୍ଷା ପ୍ରତି ଗାନ୍ଧୀଜୀଙ୍କର ନିଷ୍ଠା, ସହିଷ୍ଣୁତା ଓ ସଦ୍‌ଭାବର ବାର୍ତ୍ତା ଆଜି ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଯାହା ସେତେବେଳେ ଥିଲା । ମହାତ୍ମାଗାନ୍ଧୀଙ୍କ ଅହିଂସ ପ୍ରତିବାଦ ଏପରି ଏକ ସ୍ଫୁଲିଙ୍ଗ, ଯାହା ସମଗ୍ର ବିଶ୍ବରେ ଅନେକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରେରଣା ଦେଇଛି ।

ଗାନ୍ଧୀଙ୍କ ଏହି କାଳଜୟୀ ଦର୍ଶନକୁ ମନେ ପକାଇବା ପାଇଁ କଳିଙ୍ଗ ଠାରୁ ଆଉ ଭଲ ସ୍ଥାନ କଣ ଥାଇପାରେ, ଯେଉଁଠାରେ ଦୁଇ ସହସ୍ର ବର୍ଷ ପୂର୍ବେ ଅଶୋକ ଯୁଦ୍ଧ ତ୍ୟାଗ କରି ଶାନ୍ତିର ମାର୍ଗ ଗ୍ରହଣ କରିଥିଲେ । ଆଜି ଏହି ଅବସରରେ ମାର୍ଟିନ ଲୁଥର କିଙ୍ଗ (ଜୁନିଅର)ଙ୍କ କଥାକୁ ମନେ ପକାଉଛି । ସେ କହିଥିଲେ “ ଯଦି ମାନବତାକୁ ଅଗ୍ରସର ହେବାକୁ ଅଛି, ତାହେଲେ ଗାନ୍ଧୀଙ୍କୁ ଛାଡି ହେବ ନାହିଁ । ଆମେ କେବଳ ନିଜ ପାଇଁ ବିପଦ ସୃଷ୍ଟି କରି ହିଁ ଗାନ୍ଧୀଜୀଙ୍କୁ ଉପେକ୍ଷା କରିପାରିବା”। କିଙ୍ଗ୍‌ଙ୍କ ଏହି ମନ୍ତବ୍ୟ ଆଜିର ଦୁନିଆ ପାଇଁ ସଂପୂର୍ଣ୍ଣ ଭାବେ ପ୍ରାସଙ୍ଗିକ।

ମହାତ୍ମାଗାନ୍ଧୀ ଯେତେବେଳେ ୧୯୨୧ରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳେ ଓଡିଶା ଗୋଟିଏ ସ୍ବତନ୍ତ୍ର ରାଜ୍ୟ ନ ଥିଲା। ଲକ୍ଷ୍ୟ ଲକ୍ଷ୍ୟ ଓଡିଆ ଭାଷାଭାଷୀ ଲୋକଙ୍କ ଆକାଂକ୍ଷା ୧୯୩୬ରେ ବାସ୍ତବ ରୂପ ନେଇଥିଲା। ଗାନ୍ଧୀ ଯେତେବେଳେ ୧୯୪୬ ଜାନୁଆରୀରେ ଶେଷ ଥର ପାଇଁ ଓଡିଶା ଆସିଥିଲେ, ସେତେବେଳକୁ ଏକ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ୧୦ ବର୍ଷ ପୂରଣ କରିସାରିଥିଲା। ଓଡିଶା କିଭଳି ଭାବେ ନିଜର ଭାଷାଗତ ଓ ଆଞ୍ଚଳିକ ଆକାଂକ୍ଷା ସହିତ ଜାତୀୟ ଲକ୍ଷ୍ୟର ସମନ୍ବୟ ରକ୍ଷା କରିପାରିଥିଲା, ତାହା ଏକ ଚମତ୍କାର ଉବଗ୍ଦର ଝଗ୍ଧଙ୍କୟଚ୍ଚ ଥିଲା।

ଏହି ଅବସରରେ ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରୁଛି। ସଚିବାଳୟକୁ ଲୋକସେବା ଭବନ ଭାବେ ନାମିତ କରିବା କେବଳ ଏକ ପ୍ରତୀକ ନ ଥିଲା । ଗାନ୍ଧୀଜୀଙ୍କ ଆଦର୍ଶରେ ଏହା ଆମ ବିଶ୍ବାସର ପ୍ରତିଫଳନ । ଆଜି ଯେତେବେଳେ ଏହି ପବିତ୍ର ଗୃହ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଏହି ଅବସରରେ ଏକ କୃତଜ୍ଞତାର ଭାବନା ସହ ମୁଁ ଗାନ୍ଧୀଜୀଙ୍କର ପ୍ରସିଦ୍ଧ ପରଶମଣି ସଂପର୍କରେ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୪ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୨ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୯୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀଙ୍କ ବସ ଉପରକୁ ନକ୍ସଲ ଆକ୍ରମଣ: ୩ ଯବାନ ସହିଦ୍

ରାୟପୁର: ଛତିଶଗଡର ନାରାୟଣପୁରରେ ଏକ ବଡ ନକ୍ସଲ ଆକ୍ରମଣର ଖବର ମିଳିଛି। ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ ଉପରକୁ ନକ୍ସଲ ଦ୍ଵାରା ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ୨୪ ଜଣ ସୁରକ୍ଷାକର୍ମୀ ଅପରେସନରୁ ବସ ଯୋଗେ ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଛତିଶଗଡର ଧୌଡାଇ ଏବଂ ପଳ୍ଳେନାରର ଘଞ୍ଚ ଜଙ୍ଗଲର ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଯବାନ ଆହତ ହୋଇଥିବା ଶୁଣିବାକୁ ମିଳିଛି।

Categories
ବିଶେଷ ଖବର

ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟିବ ଅନେକ କ୍ଷତି: ସତର୍କ କରାଇଲେ ବିଶେଷଜ୍ଞ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି।

ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି।

ସୋମବାର ବିଶ୍ୱ ଜଳ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ ଅଫ୍ କମ୍ପ୍ୟୁଟର ଆଣ୍ଡ ବିଜିନେସ୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ବିଶ୍ୱରେ ଜଳ ସମସ୍ୟା ଓ ଜଳବାୟୁରେ ପରିବର୍ତନ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହା କହିଛନ୍ତି। ପ୍ରତ୍ୟେକ ଥର ବାତ୍ୟା ଆସିଲେ ବଙ୍ଗୋପସାଗର ଉପକୂଳ ଅଂଚଳର କେତେକ ସ୍ଥାନକୁ ମାଡି ଆସୁଛି ଏବଂ ଅସ୍ତରଙ୍ଗରେ ମଧ୍ୟ ୫ କିମି ପର୍ଯ୍ୟନ୍ତ ସମୁଦ୍ର ଜଳ ଆସିଯିବା କହିଛନ୍ତି ଗବେଷକ ତଥା ପରିବେଶବିତ୍ ଶ୍ରୀ ପଣ୍ଡା।

ଏହି ଅବସରରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ୟୁସିସିଆଇ) ର ଉପସଭାପତି (ବାଣିଜ୍ୟ), ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ଏବଂ ଆସୋସିଏଟ୍ ପ୍ରଫେସର ଡଃ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଆମକୁ ବାରମ୍ବାର ହାତ ଧୋଇବାକୁ ଉପଦେଶ ଦିଆଯାଉଥିବା ବେଳେ ପୃଥିବୀର ବହୁ ସଂଖ୍ୟକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଇଁ ମଧ୍ୟ ଜଳ ପାଇ ନଥାନ୍ତି। ସ୍ୱଚ୍ଛ ଜଳ ପାଇବାକୁ ହେଲେ ଆମକୁ ଆମର ଜଙ୍ଗଲ ଏବଂ ଗଛକୁ ସୁରକ୍ଷିତ ରଖିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗର ସ୍ଥିତି ଜଟିଳ ହୋଇଛି ଯାହା ଦ୍ୱାରା ସହରାଂଚଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଯାହା ପାଇଁ କେବଳ ମଣିଷ ହିଁ ଦାୟୀ। ସହରର ସବୁଜିମାକୁ ନଷ୍ଟ କରିବା ତଥା ବଡ ବଡ ଅଟ୍ଟାଳିକ ନିର୍ମାଣ ଦ୍ୱାରା ଭୟଙ୍କର ବନ୍ୟା ପରସ୍ଥିତି ସୃଷ୍ଟି ହେଉଛି ବୋଲି ଡଃ ସାହୁ କହିଥିଲେ।

ଡଃ ସାହୁ କହିଥିଲେ ପୃଥିବୀରେ ଉପଲବ୍ଧ ଜଳ ସଂପଦର ମାତ୍ର ୨.୫ ପ୍ରତିଶତ ବ୍ୟବହାର ଯୋଗ୍ୟ ଓ ତହିଁରୁ ୨ ପ୍ରତିଶତ ବରଫ ଆକାରରେ ରହିଥିବା ବେଳେ ପୃଥିବୀ ବାସୀଙ୍କ ବ୍ୟବହାର ନିମନ୍ତେ ମାତ୍ର ୦.୫ ପ୍ରତିଶତ ମିଳିପାରିବ। ଜଳବାୟୁର ପରିବର୍ତ୍ତନ ଫଳରେ ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୨୦୩୦ ମସିହା ବେଳକୁ ୭ ମାସ ଅନୁଭୂତ ହେବାର ସମ୍ଭାବନା ରହିଛି।

ସେହିପରି ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ ୨୦୩୦ ବେଳକୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ। ଶ୍ରୀ ଶାରଦା ଗ୍ଲୋବାଲ୍ ୱାର୍ମିଂକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ମାନବିକ ପ୍ରକ୍ରିୟା ଦ୍ୱାରା ନିର୍ଗତ କ୍ଷତିକାରକ ଉତ୍ସର୍ଜନକୁ କମ୍ କରିବାକୁ ପଡ଼ିବ ବୋଲି କହିଥିଲେ।

ଭାରତ ଏହି ଉତ୍ସର୍ଜନକୁ ୨୦୩୦ ସୁଦ୍ଧା ୨୦୦୫ ମସିହାର ସ୍ତରକୁ ଆଣିବା ନିମନ୍ତେ ବଦ୍ଧ ପରିକର। ଏଥି ନିମନ୍ତେ ଜଙ୍ଗଲକୁ ରକ୍ଷା କରିବା ସହ ପ୍ରତି ୫ ବର୍ଷ ମିଲିଅନ୍ ହେକ୍ଟର ଅଧିକ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ କଟକଣା: ଆଜି ସନ୍ଧ୍ୟାରୁ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ଆରମ୍ଭ ହେବ ଚଢାଉ

ଭୁବନେଶର: ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମାର୍କେଟ ଓ ଜନଗହଳି ଅଞ୍ଚଳରେ ଚଢାଉ ଆରମ୍ଭ କରାଯିବ। ମହାନଗରରେ କୋଭିଡ଼ କଟକଣାକୁ କଡାକଡି କରାଯିବ। ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଏସବୁ ଉପରେ ନଜର ରଖାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

ତେବେ ଭୁବନେଶର ସ୍ଥିତ ଏକ୍ସଆଇଏମବିରୁ ୨୦୪ ଟି ନମୁନା ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ୨୦୧ ଟି ନେଗେଟିଭ ଆସିଛି। ଶିକ୍ଷାନୁଷ୍ଠାନ ଉପରେ ବିଶେଷ ନଜର ରଖାଯାଇଛି। ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦିଆଯାଉଛି, ଅବିରତ ଟେଷ୍ଟିଂ କରାଯାଉଛି ବୋଲି କମିଶନର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ ନେବେ କରୋନା ଟୀକା: ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କ ବ୍ୟକ୍ତିମାନେ କରୋନା ଟୀକା ନେଇପାରିବେ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି। ଏଥିପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସବୁ ବୟସ୍କଙ୍କୁ ପଞ୍ଜୀକରଣ କରିବା ପାଇଁ ସେ ନିବେଦନ କରିଛନ୍ତି।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସେ କହିଛନ୍ତି ଯେ, ଯେଉଁ ରାଜ୍ୟରେ କରୋନା ମାମଲା ଅଧିକ ଆସୁଛି, ସେହି ରାଜ୍ୟ ଉପରେ କେନ୍ଦ୍ର ସମ୍ପର୍କରେ ଅଛି। ଖୁବଶୀଘ୍ର ଏହାର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ଜାଭେଦକର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହିଳା ସାଂସଦଙ୍କୁ ଏସିଡ ଆକ୍ରମଣ ଧମକ: ଶିବସେନା ସାଂସଦଙ୍କ ଉପରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଲୋକସଭାରେ ଜଣେ ମହିଳା ସାଂସଦଙ୍କୁ ଶିବସେନା ସାଂସଦ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମରାବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଶିବସେନା ସାଂସଦ ଅରବିନ୍ଦ ସାବନ୍ତଙ୍କ ଉପରେ  ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁଯାୟୀ, ଲୋକସଭାରେ ମହାରାଷ୍ଟ୍ର ସରକାର ବିରୋଧରେ ନବନୀତ ମାମଲା ଉଠାଇଥିଲା। ଏହା ପରେ ଶିବସେନା ସାଂସଦ ଅରବିନ୍ଦ ସାବନ୍ତ ତାଙ୍କୁ ଫୋନ କରିଥିଲେ। ଏବଂ ଅରବିନ୍ଦ ତାଙ୍କୁ ଜେଲ ପଠାଇବା ପାଇଁ ଧମକ ଦେଇଥିଲେ। ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବନୀତ ଅଭିଯୋଗ କରିଛନ୍ତି। ଏହା ସହିତ ଶିବସେନା ଲେଟର ହେଡରେ ତାଙ୍କୁ ଏସିଡ ଆକ୍ରମଣ କରିବା ଭଳି ଧମକ ମଧ୍ୟ ଦିଆଯାଉଛି ସେ ଅଭିଯୋଗ କରିଛନ୍ତି।

ସେ ଏକ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁଭଳି ଭାବେ ଶିବସେନା ସାଂସଦ ଅରବିନ୍ଦ ସାବନ୍ତ ମୋତେ ଧମକ ଦେଉଛନ୍ତି, ଏହା ମୋ ପାଇଁ ନୁହେଁ ସମଗ୍ର ଦେଶର ମହିଳାମାନଙ୍କ ପ୍ରତି ଅପମାନ ଅଟେ। ତେଣୁ ଅରବିନ୍ଦଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ତେବେ ଏହି ଘଟଣାରେ ଅରବିନ୍ଦ ସାବନ୍ତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ମହିଳାଙ୍କୁ ଶାରୀରିକ କ୍ଷତି ପହଞ୍ଚାଇବା ଭଳି ଧମକି ହେଉଛି, ତେବେ ସେ ତାଙ୍କ ସାଥିରେ ଠିଆ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ସ୍କୁଲ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ମିଳିବ ସଂରକ୍ଷଣ: ଏନେଇ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି। ହାଇ ପାୱାର କମିଟିର ସୁପାରିସ କ୍ରମେ ଏହି ସଂକଳ୍ପ ଆଗତ ହୋଇଛି। ଉଚ୍ଚ ଶିକ୍ଷାରେ୧୫ ପ୍ରତିଶତ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ୧୫ ପ୍ରତିଶତ ସଂରକ୍ଷଣ ନେଇ ସଂକଳ୍ପ ଆଗତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଆସାମ ପାଇଁ ବିଜେପି ପକ୍ଷରୁ ଜାରି ହେଲା ସଂକଳ୍ପ ପତ୍ର: ଜାଣନ୍ତୁ ୧୦ ଟି ବଡ ପ୍ରତିଶୃତି

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ଘୋଷଣା ପତ୍ର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସଂକଳ୍ପ ପତ୍ର ଜାରି କରି ୧୦ ଟି ବଡ ପ୍ରତିଶୃତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି।

ଜାଣନ୍ତୁ ବିଜେପିର ୧୦ ଟି ବଡ ପ୍ରତିଶୃତି:

୧- ମିଶନ ବ୍ରହ୍ମପୁତ୍ର- ବନ୍ୟା ସମସ୍ୟାକୁ ରୋକିବା ପାଇଁ ପ୍ରୟାସ କରିବ।

୨- ୩୦ ଲକ୍ଷ ପରିବାରଙ୍କୁ ଅରୁଣୋଦୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ମାସରେ ତିନି ହଜାର ଟଙ୍କା ସହାୟତା।

୩- ଉପାସନା ଗୃହ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା, ବେଆଇନ ନିର୍ମାଣକୁ ହଟାଇ ଦିଆଯିବ।

୪- ସରକାରୀ ବିଦ୍ୟାଳୟର ସମସ୍ତଙ୍କୁ ମୁକ୍ତର ଶିକ୍ଷା, ଅଷ୍ଟମ ଶ୍ରେଣୀ ପାସ୍ ଛାତ୍ରୀଙ୍କୁ ସାଇକେଲ ମିଳିବ।

୫- ଏନଆରସି ଲାଗୁ କରାଯିବ, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପାଳନ କରିବେ, ଅବୈଧରେ ପ୍ରବେଶ କରୁଥିବା ଲୋକଙ୍କୁ ଚିହ୍ନଟ କରାଯିବ।

୬- ଆସାମର ପରିସୀମନର ପ୍ରକ୍ରିୟାକୁ ଆଗକୁ ବଢାଇବ।

୭- ଆତ୍ମନିର୍ଭର ଆସାମ ଅଭିଯାନ ଉପରେ ଗୁରୁତ୍ଵ ଦିଆଯିବ।

୮- ୨ ଲକ୍ଷ ଲୋକଙ୍କୁ ସରକାରୀ କ୍ଷେତ୍ରରେ ଚାକିରି, ୩୦ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୧ ଲକ୍ଷ ଲୋକଙ୍କୁ ଚାକିରି ଦିଆଯିବ। ଏହାସହିତ ୮ ଲକ୍ଷ ଲୋକଙ୍କୁ ଘରୋଇ କ୍ଷେତ୍ରରେ ରୋଜଗାର ଦେବା ପାଇଁ ପ୍ରତିଶୃତି।

୯- ସ୍ଵାମୀ ବିବେକାନନ୍ଦଏନକେ ନାମରେ ଯୋଜନା ଚାଲିବ, ଯେଉଁଥିରେ ଷ୍ଟାର୍ଟଅପକୁ ଗୁରୁତ୍ଵ ଦିଆଯିବ। ଏହାଦ୍ବାରା ୧୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ।

୧୦- ସମସ୍ତଙ୍କୁ ଜମିର ମାଲିକାନା ଅଧିକାର ଦିଆଯିବ, ଯେଉଁତିରେ ଆସାମ ଲୋକ ମଜବୁତ ହୋଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୫ ବର୍ଷ ହେଲା ଆସାମର ବିଜେପି ସରକାର ଅଛି। ଦଳ ପୁଣିଥରେ ସର୍ବାନନ୍ଦ ସୋନୋୱାଲ ଏବଂ ହେମନ୍ତ ବିଶ୍ଵା ଶର୍ମାଙ୍କ ନେତୃତ୍ବରେ ସରକାର ଗଢିବାକୁ ପ୍ରୟାସ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ଯେତେ ସୁନା କିଣିବା କଥା କିଣନ୍ତୁ, ଆଜି ସର୍ବାଧିକ ହ୍ରାସ ପାଇଲା ସୁନା ଦର

ଭୁବନେଶ୍ବର, ଆଜି ସୁନାଦର ସର୍ବାଧିକ ହ୍ରାସ ଘଟିଛି। ଗତ ମାସେ ଧରି ଏପରି ଏହାର ଦର ଏପରି ହ୍ରାସ ପାଇ ନ ଥିଲା। ଆଜି 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 41900 ଟଙ୍କା। ଗତକାଲି ଏହା ଥିଲା 42050 ଟଙ୍କା। ଅର୍ଥାତ ଗତକାଲିଠାରୁ ଏହା 150 ଟଙ୍କା ହ୍ରାସ ପାଇଁ ସର୍ବାଧିକ ତଳକୁ ଖସିଛି। ସେହିପରି 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 45700 ଟଙ୍କା ଅଛି। ଗତକାଲି ଏହାର ମୂଲ୍ୟ 45880 ଟଙ୍କା ଥିଲା।

ଗତ ମାର୍ଚ୍ଚ 16 ତାରିଖରେ ସୁନାଦର ସର୍ବାଧିକ ହ୍ରାସ ପାଇଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମକୁ 42010 ଟଙ୍କା ଥିଲା। ଗତକାଲି ଏହା 42050 ଟଙ୍କା ଥିଲା। ହେଲେ ଆଜି ଏହା ସର୍ବାଧିକ ତଳକୁ ଖସି 41900 ଟଙ୍କାକୁ ଚାଲିଆସିଛି। ଅର୍ଥନୈତିକ ବିଶେେଷଜ୍ଞଙ୍କ ଅନୁସାରେ ଏହି ଦର ଆହୁରି କମିବାର ସମ୍ଭାବନା ରହିଛି।

Categories
ଆଜିର ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୭୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୨୦୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୧ ଟି ଜିଲ୍ଲାରୁ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ, କଟକ ଜିଲ୍ଲାରୁ ୧୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ଜଣେ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ଯାଜପୁର ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୧୧ ଜଣ, ନୂଆପଡା ଜିଲ୍ଲାରୁ ୪ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।