Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ ମାସ ପରେ ରାଜ୍ୟକୁ ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ: ଏହି ଜିଲ୍ଲାରେ ଲାଗିଲା କଟକଣା

ଭୁବନେଶ୍ୱର: ଦୀର୍ଘ ମାସ ପରେ ରାଜ୍ୟକୁ ରାତ୍ରୀକାଳୀନ କର୍ଫ୍ୟୁ ଫେରିଛି। ମାଲକାନଗିରିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ପ୍ରତ୍ୟେକ ଦିନ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୩୧ ତାରିଖ ରାତି ୧୧ ଟା ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ।

ତେବେ ଦୋଳ ମେଳଣ ଏବଂ ହୋଲି ପର୍ବ ପାଇଁ ମଧ୍ୟ ଜିଲ୍ଲାପାଳ କଟକଣା ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରିଛନ୍ତି। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ଦୋଳ ମେଳଣ ହେବ। ସେହିଭଳି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨୦୦ ଲୋକ ସାମାଜିକ ଦୂରତ୍ଵ ଏବଂ ମାସ୍କ ପରିଧାନ କରି ବଡ଼ଯାତ୍ରା ପାଳନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍‌ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାର ସଦସ୍ୟାମାନେ ମହାମାରୀ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିଥିଲେ। ସେମାନଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇ ସମ୍ମମ୍ ପକ୍ଷରୁ ୮ ଜଣ ବରିଷ୍ଠ ନାଗରିକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଶନିବାର ହସ୍ପିଟାଲ୍‌ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡଃ ବିରାଜ ମୋହନ ମିଶ୍ର ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ସମେତ ବରିଷ୍ଠ ନାଗରିକ ବିଜୟ କୁମାର ଦାସ, ଚଟ କିଶୋର ଭୋଳ, ସୁରେନ୍ଦ୍ର କୁମାର ମିଶ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର ଏବଂ ମଦନ କୁମାର ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବ୍ରିଗେଡିଅର୍ ମିଶ୍ର ସମ୍ ଅଲ୍ଟିମେଟର ଏକ ବର୍ଷର ଯାତ୍ରା ଓ ରୋଗୀ ସେବା କ୍ଷେତ୍ରରେ ହସ୍ପିଟାଲ୍‌ର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। କୋଭିଡ ମହାମାରୀର କରାଳଛାୟା ସତ୍ୱେ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଘାତ ସୃ୍‌ଷ୍ଟି ହୋଇ ନଥିଲା ବୋଲି କହିବା ସହ ସମ୍ମମ୍‌ରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ସେହିପରି ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ନେଇ ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଂଟମାନେ ଆଲୋକପାତ କରିଥିଲେ। ସବୁ ବର୍ଗର ବ୍ୟକ୍ତିଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ସ୍ୱତନ୍ତ୍ର ୟୁନିଟ୍‌ ଆରମ୍ଭ କରାଯାଇଛି।

ହସ୍ପିଟାଲ୍‌ର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶଙ୍କର ପ୍ରଚେଷ୍ଟା ଓ ନେତୃତ୍ୱ ବଳରେ ମାତ୍ର ଏକ ବର୍ଷର ଯାତ୍ରା ମଧ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରକ୍ରିୟା ଜାରୀ ରଖିବା ନେଇ ଡଃ ଦାଶ ବେଶ ଆଶାବାଦୀ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୪ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୧ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୮୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା ହୋଇଛି। ‘ଛିଛୋର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ‘ଛିଛୋର’ ମୁଖ୍ୟ ନାୟକ ଥିଲେ।

ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି। ଭୋସଲେ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଅସୁରନ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି।

ସେହିପରି ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଉଭୟ ଓଡିଆ ଚଳଚ୍ଚିତ୍ର ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତେବେ ନନ୍ ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମନୋନୀତ ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତିମ ଟି-୨୦ ପାଇଁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଅନ୍ତିମ ଟି-୨୦ ମ୍ୟାଚ ଜିତି ଭାରତ ୩-୨ରେ ସିରିଜକୁ ହାତେଇ ନେଇଛି। ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ ପାଇଁ ଜରିମାନା ଲାଗିଛି। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ମ୍ୟାଚ ଫି’ ର ୪୦ ପ୍ରତିଶତ କାଟି ଦିଆଯାଇଛି। ସ୍ଲୋ ଓଭର ବୋଲିଂ ପାଇଁ ଆଇସିସି ପକ୍ଷରୁ ଖେଳାଳିଙ୍କୁ ଏହି ଜରିମାନା ଲାଗିଛି।

ଏହି ସିରିଜରେ ବିରାଟ କୋହଲୀଙ୍କ ନେତୃତ୍ବରେ ଦୁଇଥର ଭାରତୀୟ ଦଳକୁ ଜରିମାନା ଲାଗିଛି। ଏହା ପୂର୍ବରୁ ଦ୍ଵିତୀୟ ଟି-୨୦ରେ ମଧ୍ୟ ଭାରତ ନିର୍ଦ୍ଧାରିତ ସମୟ ଠାରୁ ୨ ଓଭର କମ ବୋଲିଂ କରିଥିଲା। ମ୍ୟାଚ ରେଫରୀ ତଥା ଭାରତୀୟ ଦଳର ପୂର୍ବ ଦ୍ରୁତ ବୋଲର ଜବାଗଲ ଶ୍ରୀନାଥ ଭାରତୀୟ ଦଳକୁ ଏହି ଜରିମାନା ଲଗାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗାଁର କରୋନା ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ: ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସମୀକ୍ଷା କରିବେ। ବିଭିନ୍ନ ସଚିବ, ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।

ଏହାସହିତ ଗାଁର କରୋନା ପରିଚାଳନା କମିଟିକୁ ସକ୍ରିୟ କରାଯିବ। ସବୁ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶାକର୍ମୀମାନଙ୍କୁ ଦାୟିତ୍ଵ ଦିଆଯିବ। ସେମାନେ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବେ। ସ୍ଥିତି ଦେଖି ଲକଡାଉନ ନିଷ୍ପତ୍ତି ନିଆଯିବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନ (ଏକ୍ସଆଇଏମବି)ରେ ୪୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୋଳ ମେଳଣ ପାଇଁ କଟକଣା ହେଲା କଡାକଡ଼ି

ଭୁବନେଶ୍ବର: ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଛି। ଦୋଳ ବିମାନ ଯାତ୍ରା ସମୟରେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ଉପରେ ବାରଣ କରାଯାଇଛି। ବିମାନ କାନ୍ଧେଇଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ। ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବ। ସେଥିପାଇଁ ଆୟୋଜକ ନିଶ୍ଚିତ କରିବ। ସମସ୍ତେ ସାମାଜିକ ଦୂରତ୍ଵ ବଜାୟ ରଖିବା ସହ ମାସ୍କ ପିନ୍ଧିବ ଜରୁରୀ ଅଟେ।

ମେଳଣରେ ଯାତ୍ରା, ମେଲୋଡି, ମୀନାବଜାର ସଂପୂର୍ଣ୍ଣ ବାରଣ କରାଯାଇଛି। ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ। ଦୋଳ ନୀତି ମନ୍ଦିର ଭିତରେ ହେବ। କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୧୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୯ ଟି ଜିଲ୍ଲାରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୫ ଜଣ, କଟକ ଜିଲ୍ଲାରୁ ୨୫ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୯ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୪ ଜଣ, ଝାରସୁଗୁଡା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୧୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ ଏବଂ ଷ୍ଟେଟ ପୁଲରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି।

ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। କେବଳ ଶିକ୍ଷାନୁଷ୍ଠାନ ପରିସରକୁ ବିଏମସି କର୍ମଚାରୀମାନେ ଯିବା ପାଇଁ ଅନୁମତି ରହିଛି। ସେହିଭଳି ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବା ବାରଣ କରାଯାଇଛି। ସେଥିପାଇଁ ଶିକ୍ଷାନୁଷ୍ଠାନ ଭିତରେ ଥିବା ଲୋକଙ୍କ ପାଇଁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇବ।

ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଆଜି କରୋନା ପରୀକ୍ଷା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ଆକ୍ରାନ୍ତମାନଙ୍କୁ ଗୋଟିଏ ସ୍ଥାନରେ ଆଇସୋଲେସନରେ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଞ୍ଚଳିକ

ଭୁବନେଶ୍ବରରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅବସ୍ଥିତ ସର୍ବପୁରାତନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି କଲେଜରୁ ପାଠପଢା ସାରି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ଏକଠା କରି ସେହି ପୁରୁଣା ସ୍ମୃତିକୁ ଉଦଜୀବିତ କରିବା ପାଇଁ କରାଯାଇଥିଲା ଏହି ପ୍ରୟାସ।

କଲେଜର ପୁରାତନ ଛାତ୍ର ଲକ୍ଷ୍ମୀଧର ପ୍ରଧାନଙ୍କ ଏହି ପ୍ରୟାସରେ ଭୁବନେଶ୍ବରରେ ପ୍ରାୟ 50 ଜଣ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଏହି ଉପଲକ୍ଷେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ କଲେଜ ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ନିଷ୍ପତି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା: ୧୧ ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ଆଜି ପୁଣି ବିରୋଧୀ ଦଳର ହୋହଲ୍ଲା ଦେଖିବାକୁ ମିଳିଛି। ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ବିଜେପି ପୋଷ୍ଟର ଧରି ଗୃହ ମଧ୍ୟକୁ ଆସି ହୋହାଲ୍ଲ କରିଛି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦ ତାରିଖରେ ବିଜେପି ମାହାଙ୍ଗା ହତ୍ୟାକାଣ୍ଡ ଘୋଷଣାରେ ବିଧାନସଭା ଘେରାଉ କରିଥିଲା। ମାହାଙ୍ଗାରୁ ଏକ ଶୋଭାଯାତ୍ରା ବାହାରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ପ୍ରତିବାଦ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪୬ ହଜାର ୯୫୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୯୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୬ ଲକ୍ଷ ୪୬ ହଜାର ୮୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୯୬୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୩୪ ହଜାର ୬୪୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଃଖଦ ଘଟଣା, ଜଙ୍ଗଲ ନିଆଁରେ ପୋଡି ହୋଇ ମରିଗଲେ ବନ କର୍ମଚାରୀ

ବାରିପଦା, ମୟୁରଭଂଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁର ମୁଣ୍ଡା ଜଙ୍ଗଲରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେହି ଜଙ୍ଗଲରେ ନିଆଁ ଲାଗିବା ପରେ ତାହାକୁ ଲିଭାଇଭା ପାଇଁ ଜଣେ ବନ କର୍ମଚାରୀ ଏକାକୀ ଚେଷ୍ଠା କରିଥିଲେ। ହେଲେ ନିଆଁ ଲିଭାଇବା ଦୂରେ ଥାଉ ତାଙ୍କ ନିଜ ପୋଷାକରେ ନିଆଁ ଲାଗିଗଲା। ଫଳରେ ସେ ସେହିଠାରେ ଛଟପଟ ହୋଇ ମରିଗଲେ। ପାଖରେ କେହି ନ ଥିବାରୁ ଏପରି ମୃତ୍ୟୁ ହୋଇଗଲା ବୋଲି ଜଣାପଡିଛି।

ମୃତ ବନ କର୍ମଚାରୀ ଜଣଙ୍କ ହେଉଛନ୍ତି 60 ବର୍ଷ ବୟସ୍କ ଯଦୁମଣି ମହନ୍ତ। ସେ ହେଉଛନ୍ତି ନିକଟସ୍ଥ ଜଡିବିଲ ଗ୍ରାମର। ତାଙ୍କୁ ଜଙ୍ଗଲରେ ଲଗାଯାଇଥିବା ଗଛକୁ ଦେଖାରଖା କରିବା ପାଇଁ ନିଯୁକ୍ତି କରାଯାଇଥିଲା। ଗତକାଲି ଦିନ 12ଟାରେ ସେ ଜଙ୍ଗଲରେ ଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ସେହି ନିଆଁକୁ ଲିଭାଇଭା ପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ହଠାତ ତାଙ୍କ ପିନ୍ଧା ଲୁଗାରେ ନିଆଁ ଧରିଥିଲା। ତାହାକୁ ଯେତେ ଚେଷ୍ଠା କରିଥିଲେ ମଧ୍ୟ ନିଆଁ ଲିଭି ନ ଥିଲା। ବଂର ଅଧିକ ହୋଇ ତାଙ୍କ ଶରୀର ସାରା ନିଆଁ ଲାଗିଯାଇଥିଲା।

Categories
ଆଜିର ଖବର

ଆପଣଙ୍କ ଘରର ସମୃଦ୍ଧି ବଢାଇବା ପାଇଁ ବାସ୍ତୁ ଶାସ୍ତ୍ରରେ ଥିବା ଏହି 5ଟି କଥା ମାନନ୍ତୁ

ନୂଆଦିଲ୍ଲୀ: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବିଭିନ୍ନ ଫଟୋ ରଖିଲେ ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେବେ ସେହି ଫଟୋକୁ ଠିକ ଦିଗରେ ନ ରଖିଲେ ହୁଏତ ଏହାର କୁପ୍ରଭାବ ପଡିବାର ସମ୍ଭାବନା ଥାଏ। ଜାଣନ୍ତୁ କେଉଁ ପ୍ରକାରର ଫଟୋ କେଉଁ ଦିଗରେ ରଖିବା ଉଚିତ।

1-ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ।

2- ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ ଉତ୍ତର ଦିଗରେରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖ-ସୌଭାଗ୍ୟ ରହିବ।

3- ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ନିଜ ଘରକୁ ମୋତି ଶଙ୍ଖ ଆଣନ୍ତୁ। ଏହି ଶଙ୍ଖକୁ ବିଧି ବିଧାନ ସହିତ ପୂଜା କରି ନିଜ ଆଲମାରୀ କିମ୍ବା ଅଫିସ୍‌ରେ ରଖନ୍ତୁ। ଏହା ଦ୍ବାରା ଆର୍ଥିକ ସଂକଟ ଦୂର ହେବା ସହିତ ଆମଦାନୀର ସ୍ତ୍ରୋତ ବଢିବ।

4- ଯଦି ଆପଣଙ୍କ କାମ ହେଉ ହେଉ ବିଗିଡି ଯାଉଛି, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ତେବେ ଆପଣ ଘରକୁ ମୟୂର ଚନ୍ଦ୍ରିକା ବା ପର ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ଓ ଚମତ୍କାରୀ। ଏହା ଭାଗ୍ୟକୁ ଚମକାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ମୟୂର ପରର ଗୋଚ୍ଛା ଆଣିବେ ନାହିଁ କେବଳ ଗୋଟିଏ 3ଟି ମୟୂର ପର ଆଣିବେ।

5-ଯଦି ଘରେ କୌଣସି ସମସ୍ୟା ସଦାସର୍ବଦା ରହୁଛି, ତେବେ ଆପଣ ପଦ୍ମବୀଜ ମାଳା ଆଣନ୍ତୁ। ଏହା ମାଳା ଧନ ପ୍ରାପ୍ତି କରାଇଥାଏ। ଏହା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏହାକୁପୂଜା ଘରେ ରଖି ନିଜ ଇଷ୍ଟଦେବୀଙ୍କ ସ୍ମରଣ କରିବା ଦ୍ବାରା ଘରୁ ଦୁଃଖ ଦୂର ହୋଇଥାଏ। ଏହା ସହିତ ଆଗାମୀ ସମୟରେ ଆସିବାକୁ ଥିବା ସମସ୍ତ ବିପତ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

କେଉଁ ଜୀବଜନ୍ତୁଙ୍କୁ ସ୍ବପ୍ନରେ ଦେଖିଲେ କଣ ହେବ ଭାଗ୍ୟ ଉପରେ ପ୍ରଭାବ, ଜାଣନ୍ତୁ

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ।

ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା ଅର୍ପଣ କରିବା ଆବଶ୍ୟକ।

ପେଚା: ସ୍ବପ୍ନରେ ପେଚା ଦେଖିବା ଅତ୍ୟନ୍ତ ଶୁଭ। ପେଚା ମା’ ଲକ୍ଷ୍ମୀଙ୍କର ବାହନ। ପେଚା ଦେଖିବା ଦ୍ବାରା ଧନ-ଧାନ୍ୟ ମିଳିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ସ୍ବପ୍ନରେ ପେଚା ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

କାଳ ନାଗ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ କଳା ନାଗ ଦେଖିବା ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କ ଯଶ ସମ୍ମାନ ବୃଦ୍ଧି ହୋଇଥାଏ। ମାନ-ସମ୍ମାନ ବଢିଥାଏ। ମନୋସ୍କାମନା ଜଲ୍‌ଦି ପୂର୍ଣ୍ଣ ହେବ ବୋଲି ଏହା ଦର୍ଶାଇଥାଏ।

ଠେକୁଆ: ସ୍ବପ୍ନରେ ଠେକୁଆକୁ ଦେଖିବା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଜୀବନରେ ପ୍ରେମ ବଢିଥାଏ। ନିଜ ଜୀବନସାଥୀ ସହିତ ସମ୍ପର୍କ ମଜବୁତ୍‌ ହୋଇଥାଏ। ଏତଦ୍‌ବ୍ୟତୀତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ।

ଝିଟିପିଟି: ସ୍ବପ୍ନରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ। କୁହାଯାଏ ଝିଟିପିଟିକୁ ସ୍ବପ୍ନରେ ଦେଖିବା ଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Categories
ଆଜିର ଖବର ଧର୍ମ

ଗ୍ରହ ଶାନ୍ତି ପାଇଁ ଲାଲ କିତାବରେ ଯାହା ରହିଛି ତାହା କରନ୍ତୁ, ଦେଖିବେ କିପରି ହେଉଛି ଭାଗ୍ୟ ପରିବର୍ତ୍ତନ

ନୂଆଦିଲ୍ଲୀ, ଗ୍ରହମାନଙ୍କର ଚିକିତ୍ସା: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ ।

ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ ।

ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ ।

ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ ।

ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ ।

ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ ।

ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ ।

ରାହୁ- ଗହମକୁ କ୍ଷୀରରେ ଧୋଇ ଏହାକୁ ପ୍ରବାହିତ ପାଣିରେ ଢାଳନ୍ତୁ, ମୂଳା ଦାନ କରନ୍ତୁ, ପକେଟରେ ରୂପା ମୁଦ୍ରା ରଖନ୍ତୁ ।

କେତୁ- ପ୍ରବାହିତ ପାଣିରେ ତେଲ ଢାଳନ୍ତୁ ।

Categories
ଆଜିର ଖବର ଧର୍ମ

ମହାନ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେଲେ ଆପଣଙ୍କର ସତସାହସ ରହିବା ଆବଶ୍ୟକ, କିପରି

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଜଣେ ମହାନ ବ୍ୟକ୍ତିଙ୍କ ସଂପର୍ଶରେ ସହଜରେ ଆସିପାରେ ନାହିଁ। ସେପରି ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହେଲେ ନିଜର ସତ ସାହାସ ରହିବା ଆବଶ୍ୟକ। ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ସିଂହ ବାସକରୁଥିବା ସ୍ଥାନକୁ ଯିବାକୁ ହେବେ ସତସାହସର ଆବଶ୍ୟକ। ଯଦି ସେଠାକୁ ଗଲେ ତେବେ ସେ ମାରିଥିବାର ହାତୀ ମସ୍ତକର ମୁକ୍ତା ମିଳିବ।

ଯଦି ଜଣେ ଶୃଗାଳର ଗାତକୁ ପଶିବ ତେବେ ସେଠାରେ ତାକୁ ବାଛୁରୀ ଲାଞ୍ଜ କିମ୍ବା ଚମଡା ମିଳିବ। ଜଣେ ଶୃଗାଳ ଗାତକୁ ପଶିବାକୁ ହେଲେ ତାହାର ସତ ସାହାସର ଆବଶ୍ୟକତା ନାହିଁ। ଯେ କେହି ସେହି ଗାତରେ ପଶିବ, ହେଲେ ମିଳିବ ଅନାବଶ୍ୟକ ଜିନିଷ।ତେଣୁ ଖଳ ଲୋକଙ୍କ ସହିତ ଯେ କେହି ମିଶିଯିବ। ହେଲେ ମହାନ ଲୋକଙ୍କ ସହିତ ସମସ୍ତେ ମିଶିପାରିବେ ନାହିଁ। ତାଙ୍କ ସହିତ ମିଶିବାକୁ ହେଲେ ସତ ସାହାସ ଦରକାର। ଥରେ ମିଶିଲେ ଆପଣଙ୍କ ଜୀବନ ମୁକ୍ତା ପରି ସାର୍ଥକ ହୋଇଯିବ।

Categories
ଆଜିର ଖବର ଧର୍ମ

କେବଳ ଧାଁ ଧପଡରେ ଏହି ରାଶିର ବ୍ୟକ୍ତିମାନଙ୍କର ସୋମବାର ଦିନଟି କଟିବ

ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ। ଚାକିରିର ପଦୋନ୍ନତି ସମ୍ଭବ।

ମକର- ଖରାପ ଖବର ଗ୍ରହଣ କରାଯାଇପାରେ। ଉତ୍ସାହର ଅଭାବ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ଦୈଡ଼ ଅଧିକ ହେବ। ଘର-ପାରିବାରିକ ଚିନ୍ତାଧାରା ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ସୋମବାର ଦିନ ନିଜ ବକ୍ତବ୍ୟରେ ନିୟନ୍ତ୍ରଣ ରଖନ୍ତୁ

ମୀନ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ତୂଳା- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପାର୍ଟି ଏବଂ ପିକନିକ୍ ଆୟୋଜନ କରାଯାଇ ପାରିବ। ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ। ଜୀବନ ଖୁସି ହେବ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ବକ୍ତବ୍ୟରେ ନିୟନ୍ତ୍ରଣ ଆବଶ୍ୟକ।

Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ନିଜ ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ

କନ୍ୟା- ଅନାବଶ୍ୟକ ଖର୍ଚ୍ଚ ହେବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ରହିବ। ନୂତନ ବନ୍ଧୁ ସୃଷ୍ଟି ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବିପଦ ଆସିପାରେ।

ମେଷ-  ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ।

Categories
ଆଜିର ଖବର ଧର୍ମ

ସୋମବାରରୁ ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କ ଫିଟିଲା ଲାଭ ସୁଯୋଗ

ଧନୁ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ । ପରିବାରର ସହାୟତା ପାଇବାରେ ସୁଖ, ଉତ୍ସାହ ଏବଂ ସନ୍ତୁଷ୍ଟତା ରହିବ।

କର୍କଟ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ।