Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ଶ୍ରୀ ରାମ ଭଜନ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ରାମଲଲାଙ୍କ ପ୍ରାଣ-ପ୍ରତିଷ୍ଠାକୁ ନେଇ ଯେପରି ଭାବନା ବଢ଼ୁଛି ତାହା ଅଭିଭୂତ କରିବା ଭଳି।’

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କର୍କଟ ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖୋଦଲଧାମର ପବିତ୍ର ଭୂମି ଏବଂ ଖୋଦଲ ମା’ଙ୍କ ଭକ୍ତଙ୍କ ସହ ଯୋଗାଯୋଗ କରିବା ନେଇ ଅତ୍ୟନ୍ତ ସୌଭାଗ୍ୟ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ଅମରେଲି ଠାରେ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହିତ ଜନକଲ୍ୟାଣ ଏବଂ ସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରୀ ଖୋଦଲଧାମ ଟ୍ରଷ୍ଟ – କାଗୱାଡ ପ୍ରତିଷ୍ଠାର ୧୪ ବର୍ଷ ପୂରଣ କରିବ ଏବଂ  ସେ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଲେଉଭା ପଟିଦାର ସମ୍ପ୍ରଦାୟ ୧୪ ବର୍ଷ ପୂର୍ବେ ସେବା, ମୂଲ୍ୟବୋଧ ଏବଂ ସମର୍ପଣର ସଂକଳ୍ପ ନେଇ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଟ୍ରଷ୍ଟ ନିଜର ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିକ୍ଷା କ୍ଷେତ୍ର ହେଉ, କୃଷି ହେଉ କି ସ୍ୱାସ୍ଥ୍ୟ କ୍ଷେତ୍ର ହେଉ, ଏହି ଟ୍ରଷ୍ଟ ପ୍ରତ୍ୟେକ ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ବିଶ୍ୱାସ ବ୍ୟକ୍ତ କରି କହିଥିଲେ ଯେ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସେବା ଭାବନାର ଆଉ ଏକ ଉଦାହରଣ ହେବ ଏବଂ ଅମରେଲି ସମେତ ସୌରାଷ୍ଟ୍ରର ଏକ ବିଶାଳ ଅଞ୍ଚଳକୁ ବହୁତ ଉପକୃତ କରିବ ।

କର୍କଟ ଭଳି ଗମ୍ଭୀର ରୋଗର ଚିକିତ୍ସା ଯେ କୌଣସି ବ୍ୟକ୍ତି ଓ ପରିବାର ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କର୍କଟ ଚିକିତ୍ସାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ,  ଗତ ୯ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩୦ଟି ନୂତନ କର୍କଟ ହସ୍ପିଟାଲ ବିକଶିତ ହୋଇଛି ଏବଂ ୧୦ଟି ନୂତନ କର୍କଟ ହସ୍ପିଟାଲର କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କର୍କଟ ରୋଗର ଚିକିତ୍ସା ପାଇଁ ସଠିକ୍ ପର୍ଯ୍ୟାୟରେ ଚିହ୍ନଟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଦର୍ଶାଇଛନ୍ତି ଯେ ଗ୍ରାମର ଲୋକମାନଙ୍କ କ୍ଷେତ୍ରରେ ରୋଗ ଚିହ୍ନଟ ହେବା ବେଳକୁ କର୍କଟ ବ୍ୟାପିବା ଆରମ୍ଭ ହୋଇଯାଏ । ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ଗ୍ରାମ ସ୍ତରରେ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରିଛନ୍ତି ଯେଉଁଠାରେ କର୍କଟ ସମେତ ଅନେକ ଗମ୍ଭୀର ରୋଗର ଆଗୁଆ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । “ଯେତେବେଳେ କର୍କଟ ରୋଗ ଶୀଘ୍ର ଚିହ୍ନଟ ହୁଏ, ଡାକ୍ତରମାନେ ମଧ୍ୟ ଏହାର ଚିକିତ୍ସାରେ ବହୁତ ସାହାଯ୍ୟ କରିଥାନ୍ତି”, ବୋଲି ସେ ଆହୁରି ମଧ୍ୟ କହିଥିଲେ । ଗର୍ଭାଶୟ କର୍କଟ ବା ସ୍ତନ କର୍କଟ ଭଳି ରୋଗର ପ୍ରାରମ୍ଭିକ ଚିହ୍ନଟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିବା ସହିତ କେନ୍ଦ୍ର ସରକାରଙ୍କ ପ୍ରୟାସରୁ ମହିଳାମାନେ ମଧ୍ୟ ବହୁତ ଉପକୃତ ହୋଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।

ଗତ ୨୦ ବର୍ଷ ମଧ୍ୟରେ ଗୁଜରାଟ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଛି ଏବଂ ଏହା ଭାରତର ଏକ ବିଶାଳ ଚିକିତ୍ସା କେନ୍ଦ୍ରରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ୨୦୦୨ ସୁଦ୍ଧା ଗୁଜରାଟରେ ମାତ୍ର ୧୧ଟି ମେଡିକାଲ କଲେଜ ଥିବା ବେଳେ ଆଜି ଏହି ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ମଧ୍ୟରେ ଏଠାରେ ଏମବିବିଏସ୍ ସିଟ୍ ସଂଖ୍ୟା ପାଖାପାଖି ୫ ଗୁଣ ବୃଦ୍ଧି ପାଇଛି ଏବଂ ପିଜି ସିଟ୍ ସଂଖ୍ୟା ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । “ବର୍ତ୍ତମାନ ରାଜକୋଟରେ ଆମର ଏମ୍ସ ମଧ୍ୟ ଅଛି”, ବୋଲି ସେ ଉଲ୍ଲେଖ କରିଥିଲେ । ୨୦୦୨ ମସିହା ସୁଦ୍ଧା ଗୁଜରାଟରେ ମାତ୍ର ୧୩ଟି ଫାର୍ମାସି କଲେଜ ଥିବା ବେଳେ ଆଜି ସେଗୁଡିକର ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି ଏବଂ ଡିପ୍ଲୋମା ଫାର୍ମାସି କଲେଜ ସଂଖ୍ୟା ମଧ୍ୟ ଗତ ୨୦ ବର୍ଷ ମଧ୍ୟରେ ୬ ରୁ ୩୦କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହିତ ଗୁଜରାଟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସଂସ୍କାରର ମଡେଲ ଉପସ୍ଥାପନ କରିଛି, ଯାହା ଦ୍ୱାରା ଆଦିବାସୀ ଏବଂ ଗରିବ ଅଂଚଳରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଗୁଜରାଟରେ ୧୦୮ ଆମ୍ବୁଲାନ୍ସ ସୁବିଧା ଉପରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ଦୃଢ଼ ହୋଇଛି ।

ଯେ କୌଣସି ଦେଶର ବିକାଶ ପାଇଁ ଏକ ସୁସ୍ଥ ଓ ଦୃଢ଼ ସମୁଦାୟର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । “ଖୋଦଲ ମାତାଙ୍କ ଆଶୀର୍ବାଦରେ, ଆମ ସରକାର ଆଜି ଏହି ଚିନ୍ତାଧାରାକୁ ଅନୁସରଣ କରୁଛନ୍ତି”, ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯାହା ଆଜି ବହୁ ସଂଖ୍ୟକ କର୍କଟ ରୋଗୀଙ୍କ ସମେତ ୬ କୋଟିରୁ ଅଧିକ ଲୋକଙ୍କ ଚିକିତ୍ସାରେ ସାହାଯ୍ୟ କରିଛି ଏବଂ ସେମାନଙ୍କୁ ଏକ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ୧୦,୦୦୦ ଜନ ଔଷଧି କେନ୍ଦ୍ର ଖୋଲିବା ବିଷୟରେ ମଧ୍ୟ ସେ କହିଥିଲେ , ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ କରାଯାଏ । ପିଏମ୍  ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦ କୁ ବୃଦ୍ଧି କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାରୁ ରୋଗୀଙ୍କୁ ରକ୍ଷା କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି । କ୍ୟାନସର ଔଷଧର ମୂଲ୍ୟକୁ ମଧ୍ୟ ସରକାର ନିୟନ୍ତ୍ରଣ କରିଛନ୍ତି , ଯାହା ଅନେକ କର୍କଟ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଟ୍ରଷ୍ଟ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ୯ଟି ଅନୁରୋଧ କରିଥିଲେ । ପ୍ରଥମତଃ, ପ୍ରତି ବୁନ୍ଦା ଜଳକୁ ସଂରକ୍ଷଣ କରିବା ଏବଂ ଜଳ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା । ଦ୍ୱିତୀୟ – ଗ୍ରାମ ସ୍ତରରେ ଡିଜିଟାଲ କାରବାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ତୃତୀୟ – ନିଜ ଗ୍ରାମ, ଅଞ୍ଚଳ ଓ ସହରକୁ ସ୍ୱଚ୍ଛତା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ କାମ କରିବା । ଚତୁର୍ଥ – ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଏବଂ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ଯଥାସମ୍ଭବ ବ୍ୟବହାର କରିବା । ପଞ୍ଚମ – ଦେଶ ଭିତରେ ଭ୍ରମଣ କରିବା ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା । ଷଷ୍ଠ – ପ୍ରାକୃତିକ ଚାଷ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ସପ୍ତମ – ଦୈନନ୍ଦିନ ଖାଦ୍ୟରେ ଶ୍ରୀ ଅନ୍ନକୁ ସାମିଲ କରିବା । ଅଷ୍ଟମ – ଫିଟନେସ୍‌, ଯୋଗ କିମ୍ବା କ୍ରୀଡ଼ାରେ ଲିପ୍ତ ରହି ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଏବଂ ଶେଷରେ – କୌଣସି ପ୍ରକାର ଡ୍ରଗ୍ସ ଏବଂ ନିଶା ଠାରୁ ଦୂରେଇ ରହିବା ।

ଏହି ଟ୍ରଷ୍ଟ ପୂର୍ଣ୍ଣ ନିଷ୍ଠା ଓ ସାମର୍ଥ୍ୟ ସହିତ ନିଜର ଦାୟିତ୍ୱ ନିର୍ବାହ ଜାରି ରଖିବ ଏବଂ ଅମରେଲିରେ ନିର୍ମାଣ କରାଯାଉଥିବା କର୍କଟ ଚିକିତ୍ସାଳୟ ସମଗ୍ର ସମାଜର କଲ୍ୟାଣ ପାଇଁ ଉଦାହରଣ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ଲେଉଭା ପଟିଦାର ସମାଜ ଏବଂ ଶ୍ରୀ ଖୋଦଲଧାମ ଟ୍ରଷ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି । “ମା’ ଖୋଦଲଙ୍କ କୃପାରୁ ଆପଣମାନେ ସମାଜସେବାରେ ନିୟୋଜିତ ହେବା ଉଚିତ” ବୋଲି ସେ ଆହୁରି ମଧ୍ୟ କହିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶରେ ବିବାହ ସମାରୋହ କରିବା ଏବଂ ବିଦେଶୀ ଡେଷ୍ଟିନେସନ୍ ୱେଡିଂରୁ ଦୂରେଇ ରହିବାକୁ ଶୁଭେଚ୍ଛୁ ବର୍ଗଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ “ମେଡ୍ ଇନ୍ ଇଣ୍ଡିଆ ଭଳି ଏବେ ୱେଡ୍ ଇନ୍ ଇଣ୍ଡିଆ” (ଭାରତରେ ତିଆରି ଭଳି ଭାରତରେ ବିବାହ) ପ୍ରସଙ୍ଗ ଉପରେ ମତ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ବିଶ୍ଵ ନାଟ୍ୟମେଳାରେ ‘କଳା ଗୌରବ’ ସମ୍ମାନ

ଭୁବନେଶ୍ଵର: ବରିଷ୍ଠ ଶିକ୍ଷୟତ୍ରୀ ତଥା ନାଟ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ଚଳିତ ବର୍ଷ ବିଶ୍ଵ ନାଟ୍ୟ ମେଳାରେ ‘କଳା ଗୌରବ’ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି। ପେଶାରେ ଶିକ୍ଷକତା ମାତ୍ର ନିଶାରେ ଓଡିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସେ କାର୍ଯ୍ୟରତ।

ରଞ୍ଜୁବାଳା ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା। ତାଙ୍କ ମାନସ କନ୍ୟା ‘କଳିଙ୍ଗ କନ୍ୟା କଳା ପରିଷଦ’ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି।

ସ୍ଵାମୀ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁଙ୍କର ସେ ଅନ୍ୟତମ ପ୍ରେରଣାଦାତ୍ରୀ ହୋଇ ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡିଆ ମଞ୍ଚ ନାଟକ ପାଇଁ କାମ କରିଆସୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆପଡା ପଦ୍ମମୁକୁନ୍ଦ ବିଦ୍ୟାନିକେତନରେ କାର୍ଯ୍ୟରତ ରଞ୍ଜୁବାଳାଙ୍କୁ ‘କଳା ଗୌରବ’ ସମ୍ମାନ କଟକ କଳା ବିକାଶ କେନ୍ଦ୍ରରେ ବିଶ୍ଵ ନାଟ୍ୟମେଳା-୨୦୨୪ ଅବସରରେ ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହାସହିତ ସେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଷ୍ଟା: ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ଦାବି

କଟକ: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ରାଜ୍ୟରେ ଥିବା ସୌଭ୍ରାତୃତ୍ୱ ଗଣ ସଂଗଠନଗୁଡ଼ିକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରୀ ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି। ଜାନୁୟାରୀ ୩୧ ସୁଦ୍ଧା ଯଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରନ୍ତି ତେବେ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ଓଷ୍ଟା ମିଳିତ ଆନ୍ଦୋଳନକୁ ଓହ୍ଲାଇବ।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଚାକିରୀ କରି ଶିକ୍ଷକ କର୍ମଚାରୀଟିଏ ଅବସର ନେବା ପରଦିନ ଟଙ୍କାଟିଏ ଔଷଧ କିଣିବା ପାଇଁ ନପାଇବା ଓ ଅବସର ପରଦିନ ଠାରୁ ପରିଣତ ବୟସରେ ବିନା ପେନ୍‌ସନ୍‌ରେ ବଞ୍ଚିବାର ରାହା ପାଇବା ପାଇଁ ମୂଲ ଲାଗିବା, ପାନ ଦୋକାନ କରିବା ଓ ଚା’ ଦୋକାନ କରିବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନିଜକୁ ବିନିଯୋଗ କରି ଜୀବନ ବଞ୍ଚାଇବାର ଉପାୟ ଖୋଜିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି।

ଓଷ୍ଟାର ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଓ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆଗାମୀ ଫେବୃୟାରୀ ମାସ ପ୍ରଥମ ସପ୍ତାହରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ /ସଭ୍ୟା, ଅଭିଭାବକ, ପୁରାତନ ଛାତ୍ର ଓ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ନେଇ ଏକ ମହାସମାବେଶ ଭୁବନେଶ୍ୱର ସ୍ଥିତ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ କରାଯିବ ଓ ଶିକ୍ଷକମାନେ ଅହୋରାତ୍ର ଧାରଣାରେ ବସିରହିବେ। ସରକାର ସମସ୍ୟା ଗୁଡ଼ିକର ସମାଧାନ ନକରି ଅଯଥା ଟାଳଟୁଳ ନୀତି ଅବଲମ୍ବନ କରିବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ନକରିବା, ଚାକିରି ସର୍ତ୍ତାବଳୀ ଓ ଅବସର ପରେ ଶିକ୍ଷକମାନଙ୍କୁ ପେନସନ୍ ନ ଦେବା ସରକାରଙ୍କ ବୈମାତୃକ ମନୋଭାବ ଶିକ୍ଷକମାନଙ୍କୁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ସରକାରୀ କରଣ ହୋଇ ନଥିବା ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ କିଛି ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଉର୍ଦ୍ଧୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀକୁ ନେଇ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଶ୍ୱ ସଙ୍କଟ ସତ୍ତ୍ୱେ ଭାରତରୁ ରପ୍ତାନି ବୃଦ୍ଧି

ନୂଆଦିଲ୍ଲୀ: ଗତ ବର୍ଷ ଭାରତରୁ ରପ୍ତାନି ବୃଦ୍ଧି ପାଇଛି। ବିଶ୍ଵ ସଙ୍କଟ ସତ୍ତ୍ୱେ 2023 ମସିହାରେ ସାମଗ୍ରୀ ଏବଂ ସେବା ରପ୍ତାନି 0.4 ପ୍ରତିଶତ ବୃଦ୍ଧି ହୋଇ 765.6 ବିଲିୟନ ଡ଼ଲାରରେ ପହଞ୍ଚିଛି। ଯଦି ତଥ୍ୟ ଆଧାରରେ ଦେଖାଯାଏ, ସର୍ବାଧିକ ରପ୍ତାନି ହେଲା ଇଲେକ୍ଟ୍ରୋନିକ୍ସ, ଫାର୍ମା, କପା, କପଡା, ସେରାମିକ୍, ମାଂସ, ଦୁଗ୍ଧ, ଫଳ, ପନିପରିବା ଏବଂ ଆଇଟି ସେବା।

ସାମଗ୍ରୀ ରପ୍ତାନିରେ ହ୍ରାସ:

ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ବର୍ଷ ସାମଗ୍ରୀ ରପ୍ତାନି 4.71 ପ୍ରତିଶତ ହ୍ରାସ ପାଇଛି। 2023 ମସିହାରେ, ଏହି ସଂଖ୍ୟା 431.9 ବିଲିୟନ ଡ଼ଲାର ହେବ। ତେବେ ସେବା ରପ୍ତାନି 7.88 ପ୍ରତିଶତ ବୃଦ୍ଧି ହୋଇ 333.8 ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା ବ୍ୟତୀତ ବାଣିଜ୍ୟ ଆମଦାନୀ 7 ପ୍ରତିଶତ ହ୍ରାସ ହୋଇ 667.73 ବିଲିୟନ ଡ଼ଲାରରେ ପହଞ୍ଚିଛି। ଭାରତରୁ ସର୍ବାଧିକ ରପ୍ତାନି ଆମେରିକା, ୟୁଏଇ, ନେଦରଲ୍ୟାଣ୍ଡ, ବାଂଲାଦେଶ, ବ୍ରିଟେନ ଏବଂ ଜର୍ମାନୀକୁ କରାଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ୟେମେନ ନିକଟରେ ଲୋହିତ ସାଗରରେ ଚାଲିଥିବା ସଙ୍କଟ ଯୋଗୁଁ ରପ୍ତାନି ଉପରେ ପ୍ରତିକୂଳ ପ୍ରଭାବ ପଡିଛି।

ସେବା ରପ୍ତାନିରେ ବୃଦ୍ଧି:

ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ବର୍ଷ ସାମଗ୍ରୀ ରପ୍ତାନି ହ୍ରାସ ପାଇଛି। କିନ୍ତୁ, ସେବା ରପ୍ତାନିରେ ବୃଦ୍ଧି ହେତୁ ମୋଟ ରପ୍ତାନି ବୃଦ୍ଧି ପାଇଛି। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ନଭେମ୍ବର 2023 ରେ ସେବା କ୍ଷେତ୍ର ପାଇଁ ତଥ୍ୟ ପ୍ରକାଶ କରିଥିଲା। ଡିସେମ୍ବର 2023 ର ତଥ୍ୟ ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଆକଳନ ଲଗାଇଛି। ସମଗ୍ର ବିଶ୍ୱରେ ଚାଲିଥିବା ଯୁଦ୍ଧ ଯୋଗୁଁ ସାମଗ୍ରୀ ପଠାଇବା ପ୍ରତିକୂଳ ପ୍ରଭାବିତ ହୋଇଛି। ଇସ୍ରାଏଲ ଏବଂ ହମାସ ମାସ ମାସ ଧରି ଯୁଦ୍ଧରେ ଅଛନ୍ତି। ୟେମେନର ହୁତି ବିଦ୍ରୋହୀମାନେ କ୍ରମାଗତ ଭାବରେ ମାଲ ପରିବହନ ଜାହାଜକୁ ଟାର୍ଗେଟ କରୁଛନ୍ତି। ଏହି କାରଣରୁ, ମାଲ ପରିବହନ ଜାହାଜକୁ ଏକ ଦୀର୍ଘ ମାର୍ଗ ନେଇ ଦକ୍ଷିଣ ଆଫ୍ରିକା ଦେଇ ଯିବାକୁ ପଡୁଛି।

ବିଶ୍ୱ ବାଣିଜ୍ୟ ଉପରେ ଯୁଦ୍ଧ ନକାରାତ୍ମକ ପ୍ରଭାବ ପକାଇବ:

ଆନ୍ତର୍ଜାତୀୟ ବ୍ୟବସାୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଯୁଦ୍ଧ ଭଳି ସଙ୍କଟ ଜାରି ରହେ ତେବେ ଏହା ବିଶ୍ଵ ବାଣିଜ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ଇକୋନମିକ ଥିଙ୍କ ଟ୍ୟାଙ୍କ ଗ୍ଲୋବାଲ ଟ୍ରେଡ ରିସର୍ଚ ଇନିସିଏଟିଭ (GTRI) କହିଛି ଯେ, 2023 ମସିହାରେ ଭାରତର ରପ୍ତାନି ଏବଂ ଆମଦାନୀ 2.6 ପ୍ରତିଶତ ହ୍ରାସ ପାଇଛି। ଏହା 1609 ବିଲିୟନ ଡ଼ଲାରରେ ପହଞ୍ଚିଛି। 2022 ରେ ଏହି ସଂଖ୍ୟା 1651.9 ବିଲିୟନ ଡ଼ଲାର ଥିଲା।

ଚଳିତ ଆର୍ଥିକ ବର୍ଷର ତଥ୍ୟ ଅନୁଯାୟୀ, ଏପ୍ରିଲରୁ ଡିସେମ୍ବର 2023 ମଧ୍ୟରେ ସାମଗ୍ରୀ ରପ୍ତାନି 5.7 ପ୍ରତିଶତ ହ୍ରାସ ହୋଇ 317.12 ବିଲିୟନ ଡ଼ଲାରରେ ପହଞ୍ଚିଛି। ସମାନ ଅବଧିରେ ଆମଦାନୀ ମଧ୍ୟ 7.93 ପ୍ରତିଶତ ହ୍ରାସ ହୋଇ 505.15 ବିଲିୟନ ଡ଼ଲାରରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ତ୍ରୟମାସରେ ବାଣିଜ୍ୟ ନିଅଣ୍ଟ 188.02 ବିଲିୟନ ଡ଼ଲାର୍ ହୋଇଛି। ଏପ୍ରିଲ୍ ଏବଂ ଡିସେମ୍ବର 2022 ମଧ୍ୟରେ ବାଣିଜ୍ୟ ନିଅଣ୍ଟ 212.34 ବିଲିୟନ ଡ଼ଲାର୍ ଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରାଣ ପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ପ୍ରତିବନ୍ଧକ, ଷ୍ଟାଲିନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷ୍ଟାଲିନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁ ସରକାର ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ତାମିଲ ଖବରକାଗଜ ରିପୋର୍ଟକୁ ଦର୍ଶାଇ ସେ କହିଛନ୍ତି ଯେ ତାମିଲନାଡୁ ସରକାରଙ୍କ ଦ୍ୱାରା ପରିଚାଳିତ ମନ୍ଦିରଗୁଡିକ ମଧ୍ୟ ଅଯୋଧ୍ୟାର ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଭଗବାନ ରାମଙ୍କ ପୂଜା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୁ ଧର୍ମ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟମେଣ୍ଟ ବିଭାଗ (HR&CE) ଦ୍ୱାରା ପରିଚାଳିତ ମନ୍ଦିରଗୁଡ଼ିକରେ ଶ୍ରୀ ରାମଙ୍କ ନାମରେ କୌଣସି ପୂଜା / ଭଜନ / ପ୍ରସାଦ / ଅନ୍ନ ଦାନକୁ ଅନୁମତି ନାହିଁ। ବ୍ୟକ୍ତିଗତ ଭାବେ ଚାଲୁଥିବା ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପୋଲିସ ପ୍ରତିରୋଧ କରୁଛି। ସେମାନେ ମଣ୍ଡପକୁ ଭାଙ୍ଗିବା ପାଇଁ ଆୟୋଜକମାନଙ୍କୁ ଧମକ ଦେଉଛନ୍ତି।

ତାମିଲ ଖବରକାଗଜର ରିପୋର୍ଟକୁ ଟ୍ୟାଗ୍ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୁ ବିରୋଧୀ ତଥା ଘୃଣ୍ୟ କାର୍ଯ୍ୟକୁ ସେ ଦୃଢ ନିନ୍ଦା କରୁଛନ୍ତି।

ଏହି ଅଭିଯୋଗର ଜବାବରେ ତାମିଲନାଡୁର ମନ୍ତ୍ରୀ ପି.କେ ଶେଖର ବାବୁ କହିଛନ୍ତି ଯେ, ଏଭଳି ପ୍ରତିବନ୍ଧକ ଲଗାଯାଇ ନାହିଁ କିମ୍ବା ପ୍ରଭୁ ରାମଙ୍କ ପୂଜା ଆୟୋଜନ ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। ଖାଦ୍ୟ ଦାନ ଏବଂ ପ୍ରସାଦ ବଣ୍ଟନ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ସେ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି ଯେ, ସଲେମରେ ଚାଲିଥିବା ଡିଏମକେ ଯୁବ ଶାଖା ସମ୍ମିଳନୀରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ ହଟାଇବା ପାଇଁ ଏହି ଗୁଜବ ପ୍ରଚାର କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

‘ଏହା ଭାରତୀୟ ବିମାନ ନୁହେଁ’, ଆଫଗାନିସ୍ତାନରେ ବିମାନ ଦୁର୍ଘଟଣାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତର ନୁହେଁ। ମନ୍ତ୍ରଣାଳୟ କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ମୋରୋକୋ-ରେଜିଷ୍ଟର୍ଡ DF-10 (ଡସଲ୍ଟ ଫାଲକନ୍) ଅଟେ। ବିମାନଟି ଭୁଲ୍ ଭାବରେ ଭାରତୀୟ ବୋଲି ବର୍ଣ୍ଣନା କରାଯାଇଥିବା ଖବର ମଧ୍ୟରେ ମନ୍ତ୍ରଣାଳୟର ବିବୃତ୍ତି ଆସିଛି।

ମନ୍ତ୍ରଣାଳୟ ଏହାର ସରକାରୀ ବିବୃତ୍ତିରେ କହିଛି ଯେ, ଏୟାର ଆମ୍ବୁଲାନ୍ସ ଭାବରେ କାର୍ଯ୍ୟ କରୁଥିବା DF-10 ମସ୍କୋ ଅଭିମୁଖେ ଯିବା ପୂର୍ବରୁ ଭାରତର ଗୟା ବିମାନ ବନ୍ଦରରେ ଅଟକି ରହିଥିଲା।

ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ମୋରକୋରେ ପଞ୍ଜୀକୃତ ହୋଇଥିବା ଏକ DF-10 (ଡାସଲ୍ଟ ଫାଲକନ୍) ବିମାନ। ଏହା ଏକ ଭାରତୀୟ ପରିବହନକାରୀ ବିମାନ ନୁହେଁ। ବିମାନଟି ଏୟାର ଆମ୍ବୁଲାନ୍ସ ଥିଲା ଏବଂ ଥାଇଲ୍ୟାଣ୍ଡରୁ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା। ଇନ୍ଧନ ଭରିବା ପାଇଁ ଗୟା ବିମାନ ବନ୍ଦରରେ ଅଟକି ଯାଇଥିଲା। “

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ବ୍ୟବସାୟ

ରାମ ମନ୍ଦିର ଯୋଗୁଁ ବ୍ୟବସାୟରେ ବୃଦ୍ଧି, ଏପର୍ଯ୍ୟନ୍ତ ହୋଇଛି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଉ ମାତ୍ର କିଛିଘଣ୍ଟା ବାକି ରହିଛି। ସମଗ୍ର ଦେଶ ଏହି ସମୟରେ ରାମଙ୍କ ଭକ୍ତିରେ ଲିପ୍ତ। ଜାନୁଆରୀ ୨୨ରେ ସାରାଦେଶରେ ଭବ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଛୋଟ ବଡ଼ ବ୍ୟବସାୟୀମାନେ ମଧ୍ୟ ଏଥିରୁ ବହୁତ ଲାଭବାନ ହେଉଛନ୍ତି। ଲୋକମାନେ ପତାକା, ଫୁଲ, ପୂଜା ସାମଗ୍ରୀ, ମିଠା ଓ ଦୀପ କିଣୁଛନ୍ତି। ଟେଣ୍ଟ ଓ ହଲୱାଇ ଉପରେ ମଧ୍ୟ ଆଗୁଆ ଅର୍ଡର କରାଯାଇଛି। ବ୍ୟବସାୟୀଙ୍କ ସଂଗଠନ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଅନୁଯାୟୀ, ସାରା ଦେଶରେ ବ୍ୟବସାୟୀମାନେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛନ୍ତି। ଜାନୁଆରୀ ୨୨କୁ ସ୍ୱତନ୍ତ୍ର କରିବା ପାଇଁ ବ୍ୟବସାୟୀ ସଂଗଠନଗୁଡ଼ିକ ବ୍ୟାପକ ପ୍ରସ୍ତୁତି କରିଛନ୍ତି।

ସିଏଆଇଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ବ୍ୟବସାୟୀମାନେ ସାରାଦେଶରେ ସେମାନଙ୍କ ଦୋକାନ ଖୋଲା ରଖିବେ। ବ୍ୟବସାୟୀ ସମୁଦାୟ ମଧ୍ୟରେ ‘ହର ସହର ଅଯୋଧ୍ୟା-ଘର ଘର ଅଯୋଧ୍ୟା’ ନାମରେ ଏକ ଜାତୀୟ ଅଭିଯାନ ଚାଲିଛି। ଏହା ଅଧୀନରେ ଜାନୁଆରୀ ୨୨ରେ ବଜାର ଖୋଲା ରଖିବା ସହ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦିଲ୍ଲୀ ଏବଂ ଦେଶର ସମସ୍ତ ରାଜ୍ୟର ବ୍ୟବସାୟୀ ସଂଗଠନ ପ୍ରସ୍ତୁତି କରିଛନ୍ତି। ରାଜଧାନୀ ଦିଲ୍ଲୀ ସମେତ ଦେଶର ସମସ୍ତ ବଜାର ଖୋଲା ରହିବ ଏବଂ ବ୍ୟବସାୟୀମାନେ ସାଧାରଣ ଲୋକଙ୍କ ସହ ଶ୍ରୀରାମ ମନ୍ଦିର ପାଳନ କରିବେ।

କେଉଁ ଜିନିଷର ଚାହିଦା ରହିଛି

ଖଣ୍ଡେଲୱାଲ କହିଛନ୍ତି ଯେ ସୋମବାର ଦିଲ୍ଲୀରେ ଛୋଟ ବଡ଼ ପ୍ରାୟ ଦୁଇ ହଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯଦି ଆମେ ସମଗ୍ର ଦେଶ ବିଷୟରେ କହିବା ତେବେ ଜାନୁଆରୀ ୨୨ରେ ୩୦ ହଜାରରୁ ଅଧିକ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଜାନୁଆରୀ ୨୨ରେ ଏକ ରେକର୍ଡ ସୃଷ୍ଟି ହେବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି। ଚଳିତ ଶତାବ୍ଦୀର ଏହା ସବୁଠାରୁ ବଡ଼ ଦିନ ହେବ, ଯେଉଁଦିନ ଗୋଟିଏ ଦିନରେ ଏକାଠି ଅନେକ କାର୍ଯ୍ୟକ୍ରମ ହେବ। ଘର, ବଜାର, ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନର ସଜାଇବା ପାଇଁ ଫୁଲର ଚାହିଦା ବହୁତ ଅଧିକ। ମାଟି ଦୀପ କିଣିବା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି। ମିଠା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ପ୍ରସାଦ ପାଇଁ ଲୋକେ ବ୍ୟାପକ ପରିମାଣରେ ମିଠା କିଣୁଛ। ସ୍ଥିତି ହେଉଛି ବଜାରରେ ରାମ ପତାକାର ଅଭାବ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାର ମାମଲା: ଏବେ ଅପରାଧୀମାନେ କୋର୍ଟଙ୍କୁ ମଧ୍ୟ ଠକିବା ଆରମ୍ଭ କରିଛନ୍ତି

ନୂଆଦିଲ୍ଲୀ: ଜାମିନରେ ମୁକ୍ତ ହେବା ପାଇଁ ଅଦାଲତଙ୍କୁ ବିଭ୍ରାନ୍ତ କରିବା ମାମଲାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାମିନ ପାଇଁ ଯୁକ୍ତି କରିବା ସମୟରେ ଯେପରି କେହି ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ ନ କରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ଅଧସ୍ତନ ଅଦାଲତ (ହାଇକୋର୍ଟ ଓ ନିମ୍ନ ଅଦାଲତ)ଙ୍କୁ କହିଛନ୍ତି। ଯଦି କ୍ଲାଏଣ୍ଟ କୋର୍ଟଙ୍କୁ ବିଭ୍ରାନ୍ତ କରିବାରେ ସଫଳ ହୁଅନ୍ତି, ତେବେ ଆଇନର ଅପବ୍ୟବହାର ହେବ ଏବଂ ଅଦାଲତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କୋର୍ଟ କହିଛନ୍ତି। ବିଭ୍ରାନ୍ତ ନ ହେବା ପାଇଁ ସୁପ୍ରିମକୋର୍ଟ ଅଦାଲତଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି। ସେ ତାଙ୍କ ନିର୍ଦ୍ଦେଶରେ ଆହୁରି ମଧ୍ୟ କହିଛନ୍ତି ଯେ ଏଣିକି ଜାମିନ ପାଇଁ ପ୍ରତ୍ୟେକ ଆବେଦନ ଉପରେ ପୂର୍ବ ଜାମିନ ଆବେଦନ ବିଷୟରେ ସୂଚନା ଦେବାକୁ ପଡ଼ିବ ଏବଂ ଆବେଦନକାରୀଙ୍କ ବିରୋଧରେ ଅନ୍ୟ କୌଣସି ଅଦାଲତରେ କୌଣସି ମାମଲା ଚାଲିଛି କି ନାହିଁ ତାହା ମଧ୍ୟ ଜଣାଇବାକୁ ପଡ଼ିବ।

ଶୁଣାଣି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ହାଇକୋର୍ଟରୁ ମିଳିଲା ଜାମିନ !
ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ରାଜୀବ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟର ଏକ ମାମଲା ସମ୍ପର୍କରେ ଜାଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନଡିପିଏସ୍ ଆଇନ ଅନୁଯାୟୀ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଥିଲେ । କୁଶା ଦୁରୁକା ନାମକ ଅଭିଯୁକ୍ତଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ, ଯେଉଁଠାରେ ତାଙ୍କ ଆବେଦନର ଶୁଣାଣି ହେବାର ଥିଲା । ସେତେବେଳକୁ ଦୁରୁକା ଦ୍ୱିତୀୟ ଥର ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏଥର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟ ଜାଣିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଅଭିଯୁକ୍ତ ପ୍ରକୃତରେ ସୁପ୍ରିମକୋର୍ଟରେ ତାଙ୍କ ପିଟିସନ ବିଚାରାଧୀନ ଥିବା ଲୁଚାଇ ହାଇକୋର୍ଟଙ୍କୁ ଠକିଛନ୍ତି ।

ରାଜ୍ୟ ସରକାରଙ୍କ ସତ୍ୟପାଠ ଆଶ୍ଚର୍ଯ୍ୟ ବଢ଼ାଇଲା

୨୦୨୨ ଫେବ୍ରୁଆରି ୩ ତାରିଖରେ କୁଶା ଦୁରୁକା ଓ ତାଙ୍କ ସହଯୋଗୀ ଗଣେଶ ଠାକୁରଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ୨୩.୮ କେଜି ଗଞ୍ଜେଇ ଜବତ କରାଯାଇଛି । ଉଭୟଙ୍କ ବିରୋଧରେ ଏନଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(୨)(ସି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହାପରେ ଜାମିନ ନ ମିଳିବାରୁ ସେ ହାଇକୋର୍ଟ ଯାଇଥିଲେ ମଧ୍ୟ ୨୦୨୩ ମାର୍ଚ୍ଚ ୩ତାରିଖରେ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଏହି ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଗତ ବର୍ଷ ଅକ୍ଟୋବରରେ ସେ ହାଇକୋର୍ଟରୁ ଜାମିନ ପାଇବାରେ ସଫଳ ହୋଇଥିଲେ । ଏ ସମ୍ପର୍କରେ ସୁପ୍ରିମକୋର୍ଟ ଜାଣିବା ପରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିଲେ । ଓଡ଼ିଶା ଆଇନ ମନ୍ତ୍ରାଳୟର ମୁଖ୍ୟ ଶାସନ ସଚିବ ଗତ ମାସରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ ହାଇକୋର୍ଟରେ ପ୍ରତିପକ୍ଷର ଓକିଲ ସୁପ୍ରିମକୋର୍ଟରେ ଆବେଦନର ବିଚାରାଧୀନତା ବିଷୟରେ ଅବଗତ ନୁହଁନ୍ତି କି ପୂର୍ବରୁ ହାଇକୋର୍ଟରେ ଜାମିନ ଆବେଦନ ଖାରଜ କରିଥିଲେ ।

ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ମାମଲାକୁ ଆଇନଗତ ଦୃଷ୍ଟିକୋଣରୁ ଲୁଚାଇବା ଏବଂ ଯାହା ସମ୍ପୂର୍ଣ୍ଣଭାବେ ଅଦାଲତ ସମ୍ମୁଖରେ ପ୍ରକାଶ ପାଉନାହିଁ ତାହା ବାସ୍ତବତା ସହ ବିଶ୍ୱାସଘାତକତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସତ ଲୁଚାଇବା ମିଛ କହିବା ଭଳି… ଗତ ୪୦ ବର୍ଷ ମଧ୍ୟରେ ମାନବିକ ମୂଲ୍ୟବୋଧ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଜଣେ ବ୍ୟକ୍ତି ଅଦାଲତକୁ ବିଭ୍ରାନ୍ତ କରିବା ପାଇଁ ଯେକୌଣସି ସୀମାକୁ ଯାଇପାରେ । ସେମାନେ ସତ୍ୟକୁ ସମ୍ମାନ ଦିଅନ୍ତି ନାହିଁ । ଭବିଷ୍ୟତରେ ଏଭଳି ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଜାମିନ ଆବେଦନ ସହିତ ପ୍ରାରମ୍ଭିକ ଜାମିନ ଆବେଦନର ବିବରଣୀ ଓ ଚିଠିର ନକଲ ଦେବା ବାଧ୍ୟତାମୂଳକ ହେବ ବୋଲି କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ଆବେଦନ ଅନ୍ୟକୌଣସି ଅଦାଲତରେ ଦାଖଲ ହୋଇଛି କି ନାହିଁ, ତାହା ତାଙ୍କ ଆବେଦନ ଫର୍ମରେ ସ୍ପଷ୍ଟଭାବେ ଜଣାଇବାକୁ ପଡ଼ିବ ।

ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ କୌଶଳକୁ ସମାଲୋଚନା କରିଥିଲେ ମଧ୍ୟ ଜାମିନ ରଦ୍ଦ କରିନଥିଲେ । ବରଂ ଅଭିଯୁକ୍ତମାନେ ୮ ସପ୍ତାହ ମଧ୍ୟରେ ଓଡ଼ିଶା ହାଇକୋର୍ଟ ସହ ଜଡ଼ିତ ମଧ୍ୟସ୍ଥତା ଓ ସମନ୍ୱୟ କେନ୍ଦ୍ରରେ ୧୦ ହଜାର ଟଙ୍କା ଜମା କରି ସୁପ୍ରିମକୋର୍ଟରେ ଅନୁପାଳନ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାର ମସଜିଦକୁ ବାବର ନୁହେଁ, ପବିତ୍ରଙ୍କ ପିତାଙ୍କ ନାମରେ ନାମିତ କରାଯିବ ମକ୍କାର ଇମାମ୍‍ ପଢ଼ିବେ ପ୍ରଥମ ନମାଜ

ନୂଆଦିଲ୍ଲୀ: ତିକ୍ତ ଧାର୍ମିକ ବିବାଦରୁ ଜନ୍ମ ନେଇଥିବା ମନ୍ଦିରକୁ ଭାଇଚାରା ଓ ସାମଗ୍ରିକତାର କେନ୍ଦ୍ରରେ ପରିଣତ କରାଯାଇପାରିବ କି? ଅଯୋଧ୍ୟାର ଧନିପୁରରେ ନିର୍ମାଣ ହେବାକୁ ଥିବା ମସଜିଦରୁ ଇଣ୍ଡୋ-ଇସଲାମିକ କଲଚରାଲ ଫାଉଣ୍ଡେସନ (ଆଇଆଇସିଏଫ୍) ମଧ୍ୟ ସମାନ ଆଶା ରଖିଛି। ଅଯୋଧ୍ୟାର ପ୍ରସିଦ୍ଧ ବାବ୍ରି ମସଜିଦ ବିବାଦ ମାମଲାରେ ରାୟ ଶୁଣାଇ ସୁପ୍ରିମକୋର୍ଟ ମସଜିଦ ପାଇଁ ଅଲଗା ସ୍ଥାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଆଇଆଇସିଏଫ୍ ଅଯୋଧ୍ୟାଠାରୁ ୨୫ କିଲୋମିଟର ଦୂର ଧନିପୁରରେ ମସଜିଦ ନିର୍ମାଣ ସହ ଏକ ଡାକ୍ତରଖାନା, ବୃଦ୍ଧାଶ୍ରମ ଓ ସ୍କୁଲ ନିର୍ମାଣ କାର୍ଯ୍ୟ କରୁଛି। ଫାଉଣ୍ଡେସନ ନିଷ୍ପତ୍ତି ନେଇଛି ଯେ ମସଜିଦକୁ ବାବରଙ୍କ ନାମରେ ନୁହେଁ ବରଂ ପୈଗମ୍ବର ମହମ୍ମଦଙ୍କ ପିତା ମହମ୍ମଦ ବିନ୍ ଅବଦୁଲ୍ଲାଙ୍କ ନାମରେ ନାମିତ କରାଯିବ।

ଧନିପୁର ଗ୍ରାମର ଏକ ୧୧ ଏକର ପରିମିତ ସ୍ଥାନକୁ ‘ଦୱା’ (ଔଷଧ) ଏବଂ ‘ଦୁଆ’ (ପ୍ରାର୍ଥନା)ର ଏକ ବହୁସାଂସ୍କୃତିକ ସ୍ଥାନରେ ବିକଶିତ କରିବାକୁ ଯୋଜନା କରାଯାଉଛି। ଏଥିପାଇଁ ମସଜିଦ ବୋର୍ଡକୁ ସରକାରଙ୍କ ଠାରୁ ୫ ଏକର ଜମି ମିଳିଥିଲା। ସୁନ୍ନି ଓ୍ଵାକଫ ବୋର୍ଡ ଏଥିରେ ୬ ଏକର ଜମି ଯୋଡ଼ିଛି। ୫୦୦ ଶଯ୍ୟା ବିଶିଷ୍ଟ କର୍କଟ ହସ୍ପିଟାଲ, ୨ଟି କଲେଜ, ବୃଦ୍ଧାଶ୍ରମ, ପୂର୍ଣ୍ଣାଙ୍ଗ ନିରାମିଷ ରୋଷେଇ ଘର ସହ ବଗିଚା ଓ ଝରଣାରେ ଏକ ଭବ୍ୟ ମସଜିଦ ନିର୍ମାଣ କରିବାକୁ ଆଇଆଇସିଏଫ୍ ଯୋଜନା କରୁଛି।

ସବୁ ଧର୍ମର ଲୋକ ଆସିବା ଦରକାର

ମସଜିଦ ଉନ୍ନୟନ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ହାଜି ଅରଫତ ଶେଖ୍ ଚାହୁଁଛନ୍ତି ଯେ ଏହା ଏପରି ଏକ ସ୍ଥାନ ହେଉ ଯେଉଁଠାରେ ସବୁ ଧର୍ମର ଲୋକ ଆସିବାକୁ ଚାହିଁବେ। ନିରାମିଷ କ୍ୟାଣ୍ଟିନ୍, ହସ୍ପିଟାଲ, କଲେଜ ସବୁ ଠିକ୍ ନିଷ୍ପତ୍ତି। ଏହାଦ୍ୱାରା ଏଠାରେ ସବୁ ଧର୍ମର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। କେହି ଭୋକରେ ଫେରିବେ ନାହିଁ। ଏହି ସ୍ଥାନ ଆଧୁନିକ ଶିକ୍ଷା ଓ ଔଷଧର ଏକ କେନ୍ଦ୍ର ହେବ ଯେଉଁଥିରେ ଯଥେଷ୍ଟ ସବସିଡି ରହିବ। ମୁମ୍ବାଇର ବିଜେପି ନେତା ତଥା ମହାରାଷ୍ଟ୍ର ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଶେଖ୍ କହିଛନ୍ତି ଯେ, ଆଇଆଇସିଏଫ୍ ଧନିପୁରର ଭବ୍ୟ ମସଜିଦ ପାଇଁ ପାଣ୍ଠି ସଂଗ୍ରହ କରିବ, ଯାହା “ଭବ୍ୟତାରେ ତାଜମହଲକୁ ମଧ୍ୟ ଟପିଯିବ”। ସେମାନେ ଚଳିତ ମାସରେ କ୍ୟୁଆର୍ କୋଡ୍ ଆଧାରିତ କ୍ରାଉଡଫଣ୍ଡିଂ ଅପରେସନ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

“ଆମେ ଚାହୁଁନାହୁଁ ଯେ ଲୋକମାନେ ରାସ୍ତାରେ ଠିଆ ହୋଇ ମସଜିଦ ପାଇଁ ଦାନ ମାଗିବେ। ପ୍ରତ୍ୟେକ ଭାରତୀୟ ଏଥିରେ ଯୋଗଦାନ କରିପାରିବେ। କେମିତି ଓ କେଉଁଠି ଟଙ୍କା ଖର୍ଚ୍ଚ ହେବ, ସେଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆସିବ। ମସଜିଦ ନିର୍ମାଣ ପାଇଁ ଦାତାମାନେ ଗୋଟିଏ ଇଟା ଦାନ କରିପାରିବେ। ସେ କହିଛନ୍ତି ଯେ ପ୍ରତ୍ୟେକ ଇଟାକୁ ଏକ ନମ୍ବର ଦିଆଯିବ ଏବଂ ମସଜିଦରେ ସେମାନଙ୍କ ଇଟା କେଉଁଠାରେ ରଖାଯାଇଛି ତାହା ଦାତାମାନଙ୍କୁ ଅବଗତ କରାଯିବ। ଏଥିପାଇଁ ଖର୍ଚ୍ଚ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ଶେଖ୍ କହିଛନ୍ତି।

ମାର୍ବଲ ମସଜିଦ ଓ ବିରାଟା କୁରାନ

ଏହି ମସଜିଦରେ ଇସଲାମ ଧର୍ମର ପାଞ୍ଚଟି କେନ୍ଦ୍ରୀୟ ନୀତି କଲମା, ନମାଜ, ରୋଜା, ଜକାତ ଏବଂ ହଜ୍‍କୁ ପ୍ରତିନିଧିତ୍ୱ କରୁଥିବା ପାଞ୍ଚଟି ମିନାର ରହିବ। ଦିଲ୍ଲୀର ଜାମା ମସଜିଦ ପରେ ଭାରତର ଦ୍ୱିତୀୟ ବୃହତ୍ତମ ମସଜିଦଭାବେ ପରିଚିତ ଏହାର ପ୍ରାର୍ଥନା ଗୃହରେ ଗୋଟିଏ ଥରରେ ୯,୦୦୦ଲୋକଙ୍କ ପାଇଁ ସ୍ଥାନ ରହିବ। ଜାମା ମସଜିଦରେ ଏକାସାଙ୍ଗରେ ୨୫,୦୦୦ ଲୋକଙ୍କ ବସିବାର ବ୍ୟବସ୍ଥା ରହିଛି। ମସଜିଦକୁ ନେଇ ଚର୍ଚ୍ଚାର ବିଷୟ ହେଉଛି କେଶରୀ ରଙ୍ଗରେ ବାନ୍ଧିଥିବା ୨୧ ବାଇ ୩୬ ଫୁଟର କୁରାନ। ଏହି ରଙ୍ଗ ଅଜମେରର ଖୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ସହ ଜଡ଼ିତ, ଯିଏ କି ମୁସଲମାନମାନଙ୍କ ମଧ୍ୟରେ ‘ଚିସ୍ତିଆ’ ନାମରେ ପରିଚିତ ଥିଲେ। ଯଦି ଆପଣଙ୍କୁ ମନେଥିବ, ଗରିବ ନୱାଜଙ୍କ (ଚିସ୍ତି) ଶାଲ ଓ ପାଗଡ଼ି ହେଉଛି ଚିସ୍ତିୟା।

ମସଜିଦ ତାଜଠାରୁ ମଧ୍ୟ ଭବ୍ୟ ହେବ

ଶେଖ୍‍ ଶେୟାର କରିଥିବା ମସଜିଦର ଡିଜାଇନରେ ଏକ ଧଳା ମାର୍ବଲ ମସଜିଦ ଦେଖିବାକୁ ମିଳିଛି। ତେବେ ମସଜିଦ ନିର୍ମାଣରେ ଅନ୍ୟ ପଥର ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। କିଛି ଲୋକ ପରିବର୍ତ୍ତନ ପାଇଁ ଦାବି କରିଥିବାରୁ ଡିଜାଇନ ପରିବର୍ତ୍ତନ କରାଯାଉଛି। ଏହାସତ୍ତ୍ୱେ ମସଜିଦ ଦେଖିବା ଯୋଗ୍ୟ ହେବ। ଏହା ତାଜଠାରୁ ଅଧିକ ସୁନ୍ଦର ହେବ। ଶେଖ୍ ଚାହୁଁଛନ୍ତି ଯେ ସବୁ ଧର୍ମର ଲୋକ ଏଠାକୁ ଆସନ୍ତୁ। ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଆକ୍ୱାରିୟମ ଯୋଜନା କରାଯାଇଛି ଏବଂ ଦିନର ଶେଷ ପ୍ରାର୍ଥନା ସହିତ ଝରଣା ଜୀବନ୍ତ ହେବ।

ବାବ୍ରି ମସଜିଦ ଭାଙ୍ଗିବା ସମୟରେ ସଂଘର୍ଷରେ ପ୍ରାଣ ହରାଇଥିବା ସମସ୍ତ ନିରୀହ ଲୋକଙ୍କ ପାଇଁ ପ୍ରାର୍ଥନା କରିବାର ଏହା ଏକ ସ୍ଥାନ ହେବ ବୋଲି ସେ କହିଛନ୍ତି। କଲେଜ ସମ୍ପର୍କରେ ଶେଖ କହିଛନ୍ତି ଯେ ଏଠାରେ ସମସ୍ତ ଧର୍ମ ଓ ପୃଷ୍ଠଭୂମିର ଛାତ୍ରଛାତ୍ରୀଙ୍କୁ ନାମ ଲେଖାଯିବ। ତେବେ ମୁସଲମାନମାନଙ୍କ ପାଇଁ କମ୍ କଟ୍ ଅଫ୍ ନେଇ ସେମାନେ ନିଷ୍ପତ୍ତି ନେଇନାହାନ୍ତି। “ଆମେ ବୟସ୍କ ମୁସଲମାନ ଛାତ୍ରମାନଙ୍କୁ, ବିଶେଷକରି ଝିଅମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ କରିବାକୁ ଚାହୁଁଛୁ।

ବାବ୍ରୀ ମସଜିଦ ବିବାଦ ଆଉ ଘଟିବାକୁ ଚାହୁଁନାହୁଁ

ଯଦିଓ ସରକାର ନିଜେ ଧନିପୁରରେ ମସଜିଦ ପାଇଁ ଜମି ଆବଣ୍ଟନ କରିଛନ୍ତି, ତଥାପି ମସଜିଦ କମିଟି କୌଣସି ବିବାଦରେ ପଡ଼ିବ ନାହିଁ ବୋଲି ନିଶ୍ଚିତ ହେବାକୁ ଚାହୁଁଛି। ଶେଖ୍ କହିଛନ୍ତି, ମସଜିଦ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ଆମେ ଚାହୁଁଛୁ ଯେ ରାଜ୍ୟ ସରକାର ଆମକୁ ଏକ ସାର୍ଟିଫିକେଟ୍ ଦିଅନ୍ତୁ ଯେଉଁଥିରେ ଜମିର ମାଲିକାନା ସ୍ପଷ୍ଟ ରହିଛି। ଆମେ ଏଠାରେ ବାବ୍ରି ମସଜିଦ୍ର ପୁନରାବୃତ୍ତି ଚାହୁଁନାହୁଁ। ପ୍ରକଳ୍ପର ଡିଜାଇନ ଚୂଡ଼ାନ୍ତ କରାଯାଉଛି ଏବଂ ୟୁପି ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଅନୁମୋଦନ ପାଇଁ ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଚଳିତ ବର୍ଷ ଫେବ୍ରୁଆରିରେ ଏହି ସ୍ଥାନରେ ଆମର କାର୍ଯ୍ୟାଳୟ ଖୋଲାଯିବ ଏବଂ ମେ’ ମାସରେ ରମଜାନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

୨୦୩୦ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ

ମସଜିଦର ପ୍ରଥମ ଇଟା ଏକ ଭବ୍ୟ ସମାରୋହରେ ରଖାଯିବ। ଦେଶର ବିଭିନ୍ନ ମସଜିଦରେ ଆଶୀର୍ବାଦ ଅର୍ପଣ କରାଯିବା ପରେ ମସଜିଦର ନାମ ଓ ଏଥିରେ ଲେଖାଥିବା ‘ଦୁଆ’ ଲେଖାଥିବା ଏକ ବିଶାଳ ଇଟାକୁ ଏକ ଶୋଭାଯାତ୍ରାରେ ଧନିପୁର ଅଣାଯିବ ବୋଲି ଶେଖ୍ କହିଛନ୍ତି। ଶେଖ୍ କହିଛନ୍ତି ଯେ ଫାଉଣ୍ଡେସନ ପାଇଁ ପ୍ରଥମ ଇଟା ମୁମ୍ବାଇରୁ ସନ୍ଥ ସରକାର ପୀର ଆଦିଲଙ୍କ ବଂଶଧରଙ୍କ ହାତରେ ଅଣାଯିବ, ଯାହାଙ୍କ କବର ବିଜାପୁରରେ ଅଛି। ଆମେ ସମସ୍ତେ ଟ୍ରେନ୍ ଯୋଗେ ଅଯୋଧ୍ୟା ଯିବୁ ଏବଂ ପ୍ରତ୍ୟେକ ଷ୍ଟେସନରେ ଇଟା ପୂଜା କରାଯିବ।

ସେ କହିଛନ୍ତି ଯେ ମସଜିଦ ନିର୍ମାଣ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଚାଲିପାରେ ଏବଂ ଟ୍ରଷ୍ଟ ମସଜିଦରେ ପ୍ରଥମ ନମାଜ ପାଇଁ ମକ୍କାରୁ ଇମାମଙ୍କୁ ଡାକିବ। ମସଜିଦ ସବୁ ଧର୍ମର ଲୋକଙ୍କୁ ଏକାଠି କରିପାରିବ ବୋଲି ସେ ବିଶ୍ୱାସ କରନ୍ତି କି ବୋଲି ପଚରାଯିବାରୁ ଶେଖ୍ କହିଛନ୍ତି ଯେ ଏହା ଏକ ପ୍ରତିଶ୍ରୁତି ଯାହା ସେ ଏବଂ ଆଇଆଇସିଏଫ୍ ନିଜେ କରିଛନ୍ତି। ମୁଁ ଆଶା କରୁଛି ଯେ ଆମେ ପୁରୁଣା କ୍ଷତକୁ ଭଲ କରିପାରିବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଯିବାକୁ ସକ୍ଷମ ହୋଇପାରିବା।

Categories
ଆଜିର ଖବର ଜାତୀୟ ଖବର

ମହାକାଶରୁ ମଧ୍ୟ ସୁନ୍ଦର ଦେଖାଯାଉଛି ରାମ ମନ୍ଦିର, ଅଯୋଧ୍ୟାର ଉପଗ୍ରହ ଫଟୋ ପ୍ରକାଶ କଲା ଇସ୍ରୋ

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ସ୍ୱଦେଶୀ ଉପଗ୍ରହ ବ୍ୟବହାର କରି ମହାକାଶରୁ ମହା ରାମ ମନ୍ଦିରର ପ୍ରଥମ ଝଲକ ଦେଖାଇଛି। ISRO ଦ୍ୱାରା ପ୍ରକାଶିତ ଚିତ୍ରରେ, ୨.୭ ଏକର ଉପରେ ବ୍ୟାପିଥିବା ରାମ ମନ୍ଦିର ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ। ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ଏହି ଚିତ୍ରଗୁଡ଼ିକ ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ନିଆଯାଇଥିଲା।

ଉପଗ୍ରହ ଫଟୋରେ ଦଶରଥ ମହଲ ଏବଂ ସରୁୟୁ ନଦୀ ସ୍ପଷ୍ଟ ଦେଖାଯାଉଛି। ନବନିର୍ମିତ ଅଯୋଧ୍ୟା ରେଳ ଷ୍ଟେସନ ମଧ୍ୟ ଏଥିରେ ଦୃଶ୍ୟମାନ ହେଉଛି। ରାମ ମନ୍ଦିରର ଏହି ଚିତ୍ରଗୁଡ଼ିକ ଇଣ୍ଡିଆନ୍ ରିମୋଟ ସେନ୍ସିଂ ସିରିଜ୍ ଉପଗ୍ରହ ମାଧ୍ୟମରେ ନିଆଯାଇଛି।

ଭାରତରେ ବର୍ତ୍ତମାନ ମହାକାଶରେ ୫୦ ରୁ ଅଧିକ ଉପଗ୍ରହ ଅଛି। ସେମାନଙ୍କ ମଧ୍ୟରୁ କେତେକର ଏକ ମିଟରରୁ କମ୍ ରେଜୋଲୁସନ ଅଛି। ଏହି ଫଟୋଗୁଡିକ ହାଇଦ୍ରାବାଦର ଭାରତୀୟ ସ୍ପେସ୍ ଏଜେନ୍ସିର ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର ଦ୍ୱାରା ପ୍ରକ୍ରିୟାକରଣ କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅଣ୍ଡର -19 ବିଶ୍ୱକପ ମ୍ୟାଚରେ ଭାରତୀୟ କ୍ରିକେଟରଙ୍କ ସହ ଦୁର୍ବ୍ୟବହାର କଲେ ବାଂଲାଦେଶ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଣ୍ଡର -19 ବିଶ୍ୱକପ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ 84 ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 251 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ଦଳ ମାତ୍ର 167 ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚ୍ ସମୟରେ ବାଂଲାଦେଶୀ ଖେଳାଳି ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହ ସଂଘର୍ଷ କରିଥିଲେ। ସେମାନେ ଭାରତୀୟ ଖେଳାଳିଙ୍କ ସହ ମଧ୍ୟ ଦୁର୍ବ୍ୟବାହର କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ତେବେ ବିବାଦ ବଢୁଥିବା ଦେଖି ଅମ୍ପାୟାର ପହଞ୍ଚି ଉଭୟ ଦଳର ଖେଳାଳିଙ୍କୁ ଶାନ୍ତ କରିଥିଲେ।

ବାସ୍ତବରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଟିମ୍ ଇଣ୍ଡିଆର ପ୍ରଥମ ଦୁଇଟି ୱିକେଟ୍ ଶୀଘ୍ର ଖସିଯାଇଥିଲା। 7 ରନ୍ ସ୍କୋର କରିବା ପରେ ଅର୍ଶିନ କୁଲକର୍ଣ୍ଣି ଏବଂ 3 ରନ୍ ସ୍କୋର କରିବା ପରେ ମୁଶୀର ଖାନ ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଉଦୟ ସାହାରନ ଏବଂ ଆଦର୍ଶ ସିଂ ଇନିଂସ ସମ୍ଭାଳିଥିଲେ। ଏହି ସମୟରେ ବାଂଲାଦେଶୀ ଖେଳାଳି ଅରିଫୁଲ ଇସଲାମ ଭାରତୀୟ ଖେଳାଳିଙ୍କ ସହ ଯୁକ୍ତିତର୍କ କରିଥିଲେ। 25 ତମ ଓଭରରେ ଉଦୟ ଏକ ସଟ୍ ଖେଳିଥିଲେ। ଏହାର ଠିକ୍ ପରେ, ଅରିଫୁଲ୍ କିଛି କାରଣରୁ କ୍ରୋଧିତ ହେଲେ। ସେ ଟିମ୍ ଇଣ୍ଡିଆ ଅଧିନାୟକ ଉଦୟଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ଦେଖି ଉଦୟ ମଧ୍ୟ ଅଟକି ନଥିଲେ ଏବଂ ସେ ଉତ୍ତର ଦେଲେ। ଏହା ପରେ ମାମଲା ବଢିଗଲା ଏବଂ ଅମ୍ପାୟାରକୁ ହସ୍ତକ୍ଷେପ କରିବାକୁ ପଡିଥିଲା।

Categories
ଜାତୀୟ ଖବର ବିଶେଷ ଖବର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ କଂଗ୍ରେସ ବିରୋଧ କରୁଛି: ଖଡଗେ

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ସମ୍ପାଦକଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ କଂଗ୍ରେସ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ବିରୋଧ କରୁଛି। ଖଡଗେ କହିଛନ୍ତି ଯେ ଯେଉଁ ଦେଶରେ ସଂସଦୀୟ ଶାସନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେଠାରେ ଏକକାଳୀନ ନିର୍ବାଚନ ପାଇଁ କୌଣସି ସ୍ଥାନ ନାହିଁ। ଏହା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ବାସ୍ତବରେ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୮ ଜଣ ସଦସ୍ୟ ଅଛନ୍ତି। ୧୮ ଅକ୍ଟୋବର ୨୦୨୩ରେ କମିଟି ଏହି ମାମଲାରେ କଂଗ୍ରେସଠାରୁ ପରାମର୍ଶ ମାଗିଥିଲା। ଜାନୁଆରୀ ୧୭ତାରିଖରେ ଖଡଗେ କମିଟି ସମ୍ପାଦକ ନୀତିନ ଚନ୍ଦ୍ରାଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖି ଜବାବ ଦେଇଛନ୍ତି। ଏଥିରେ ୧୭ ପଏଣ୍ଟ ରହିଛି। ଗଣତନ୍ତ୍ର ବଜାୟ ରଖିବାକୁ ହେଲେ ଏକାସାଙ୍ଗରେ ନିର୍ବାଚନ କରାଇବା ଓ ହାଇପାୱାର କମିଟିକୁ ଭଙ୍ଗ କରିବା ଜରୁରୀ ବୋଲି କଂଗ୍ରେସ କହିଛି।

ଖଡଗେଙ୍କ ଚିଠିର ୬ଟି ଗୁରୁତ୍ୱପୂର୍ଣ୍ଣ କଥା

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ପକ୍ଷପାତିତା କରୁଛି। କାରଣ ବିରୋଧୀ ଦଳର କୌଣସି ପ୍ରତିନିଧି ନାହାନ୍ତି।

ଏକାସାଙ୍ଗରେ ନିର୍ବାଚନ ପାଇଁ ସରକାର ନିଜର ମତ ପ୍ରକାଶ କରିସାରିଛନ୍ତି। ସେମାନେ ଦେଶରେ ଏଭଳି ନିର୍ବାଚନ କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଏହାକୁ ନେଇ କମିଟି ଗଠନ କରିବା କେବଳ ଏକ ପ୍ରଦର୍ଶନ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ୨୦୧୮ରେ ସେ ସଂସଦରେ କହିଥିଲେ ଯେ ବାରମ୍ବାର ନିର୍ବାଚନ ବିକାଶ କାର୍ଯ୍ୟକୁ ବନ୍ଦ କରିଦେଇଥାଏ। କଂଗ୍ରେସ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦି କାମ କରିବା ପରିବର୍ତ୍ତେ ନିର୍ବାଚନ ରଖୁଥିବାରୁ ବିକାଶ ହୋଇପାରୁନାହିଁ।

ଏକାସାଙ୍ଗରେ ନିର୍ବାଚନ ହେଲେ ଖର୍ଚ୍ଚ ବଞ୍ଚିବ ବୋଲି କମିଟି ଯୁକ୍ତି ବାଢ଼ିଛି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ୨୦୧୪ ଲୋକସଭା ନିର୍ବାଚନରେ ୩୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହା କି ଯଥେଷ୍ଟ ବୋଲି କମିଟି ଦାବି କରିଛି। ଅପରପକ୍ଷରେ ୨୦୧୬ରୁ ୨୦୨୨ ମଧ୍ୟରେ ବିଜେପିକୁ ୧୦,୧୨୨ କୋଟି ଟଙ୍କା ଦାନ ମିଳିଥିବାବେଳେ ସେଥିମଧ୍ୟରୁ ୫,୨୭୧.୯୭ କୋଟି ଟଙ୍କା ବେନାମୀ ବଣ୍ଡ ଥିଲା। ଯଦି କମିଟି ଓ ସରକାର ପ୍ରକୃତରେ ନିର୍ବାଚନ ଖର୍ଚ୍ଚକୁ ନେଇ ଗମ୍ଭୀର, ତେବେ ଇଲେକ୍ଟୋରାଲ ବଣ୍ଡ ପ୍ରକ୍ରିୟାକୁ ସ୍ୱଚ୍ଛ କରନ୍ତୁ।

ଆଚରଣ ବିଧି ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଭାବିତ କରୁଛି ବୋଲି ଯେଉଁ ଯୁକ୍ତି କରାଯାଉଛି ତାହା ମଧ୍ୟ ଭିତ୍ତିହୀନ। ନିର୍ବାଚନ ସମୟରେ ବିଦ୍ୟମାନ ଯୋଜନା ଓ ପ୍ରକଳ୍ପ ଜାରି ରହିଛି।
ଏକକାଳୀନ ନିର୍ବାଚନ କରାଇବା ପାଇଁ ଅନେକ ବିଧାନସଭା ଭଙ୍ଗ କରିବାକୁ ପଡ଼ିବ, ଯାହା ଏବେବି ସେମାନଙ୍କ କାର୍ଯ୍ୟକାଳର ଅଧା (ବା ତା’ଠାରୁ କମ୍) ଅଟେ। ସେହି ସବୁ ରାଜ୍ୟର ଭୋଟରଙ୍କ ପାଇଁ ଏହା ଏକ ଠକେଇ ହେବ।

ସେପ୍ଟେମ୍ବର ୨୦୨୩ରେ ସରକାର ଏହି କମିଟି ଗଠନ କରିଥିଲେ

ସେପ୍ଟେମ୍ବର ୨ତାରିଖରେ କେନ୍ଦ୍ର ସରକାର ଏହି କମିଟି ଗଠନ କରିଥିଲେ। କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ଥିଲେ।

କମିଟି ଏହାର ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ଦେଶର ରାଜନୈତିକ ଦଳଗୁଡ଼ିକର ମତାମତ ନେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମିଟି ଦେଶର ୪୬ଟି ରାଜନୈତିକ ଦଳକୁ ଚିଠି ଲେଖି ସେମାନଙ୍କ ମତାମତ ଲୋଡ଼ିଛି। ଏଥିରେ ୬ଟି ଜାତୀୟ ଦଳ, ୩୩ଟି ରାଜ୍ୟ ଦଳ ଓ ୭ଟି ଅଣସ୍ୱୀକୃତିପ୍ରାପ୍ତ ଦଳ ରହିଛି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ?

ବର୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବା। ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ ଦେବେ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା। ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ନିର୍ବାଚନ ଯୋଗୁଁ ବିଦେଶରେ ଅନୁଷ୍ଠିତ ହେବ କି ୨୦୨୪ ଆଇପିଏଲ?, ଜାଣନ୍ତୁ କଣ କହିଲେ ବିସିସିଆଇ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଯଦି ଚଳିତ ବର୍ଷ ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି, ତେବେ ବିଦେଶୀ ମାଟିରେ ଆଇପିଏଲ୍ ଆୟୋଜିତ ହେବ କି? ବାସ୍ତବରେ, ଏହା ପୂର୍ବରୁ, ଲୋକସଭା ନିର୍ବାଚନ ୨୦୧୯ ରେ କେବଳ ଭାରତରେ ଆଇପିଏଲ୍ ଆୟୋଜିତ ହୋଇଥିଲା। କିନ୍ତୁ ଆଇପିଏଲ୍ ୨୦୦୯ ଏବଂ ୨୦୧୪ ବିଦେଶୀ ମାଟିରେ ଆୟୋଜିତ ହୋଇଥିଲା। ଆଇପିଏଲ୍ ୨୦୧୪ ଦୁବାଇରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକାରେ ୨୦୦୯ ଆଇପିଏଲ୍ ଅନୁଷ୍ଠିତ ହୋଇଥିବାବେଳେ ଏଥର କ’ଣ ହେବ? ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଇନସାଇଡସ୍ପୋର୍ଟ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ, ଆଇପିଏଲ୍ ୨୦୨୪ ସିଜନ୍ ଭାରତୀୟ ମାଟିରେ କିମ୍ବା ବିଦେଶୀ ମାଟିରେ ଖେଳାଯିବ କି ନାହିଁ … ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆମେ ସରକାରଙ୍କ ସହ ଆଲୋଚନା କରିବୁ, ଏହା ପରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ, ଭାରତ ସରକାରଙ୍କ ସହ ଆମର ଆଲୋଚନା ଚାଲିଛି। ତେଣୁ ଆଇପିଏଲ ୨୦୨୪ ସଂସ୍କରଣ ଭାରତୀୟ ମାଟିରେ ଖେଳାଯିବ କି ନାହିଁ ତାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ଥିର କରିବ।

ଏହା ବ୍ୟତୀତ ରାଜୀବ ଶୁକ୍ଲା ମହିଳା ପ୍ରିମିୟର ଲିଗ୍ ସ୍ଥାନ ଉପରେ ନିଜର ମତ ରଖିଥିଲେ। ସେ କହିଛନ୍ତି ଯେ, ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜିନର ମ୍ୟାଚ୍ ବାଙ୍ଗାଲୋର ଏବଂ ଦିଲ୍ଲୀରେ ଖେଳାଯିବ। ଅର୍ଥାତ୍ ଏହି ସିଜିନରେ ମ୍ୟାଚ୍ କେବଳ ୨ ଟି ସ୍ଥାନରେ ଅନୁଷ୍ଠିତ ହେବ। ମହିଳା ପ୍ରିମିୟର ଲିଗ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଡବ୍ଲୁପିଏଲ୍ ମ୍ୟାଚ୍ ର ଅଧା ବାଙ୍ଗାଲୋରରେ ଏବଂ ଅଧା ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥି ସହିତ, ବିଶ୍ୱାସ କରାଯାଏ ଯେ IPL ୨୦୨୪ ସଂସକର୍ନ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇପାରେ। ତେବେ ଏ ସମ୍ପର୍କରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଣ୍ଟିବାୟୋଟିକ୍ ବ୍ୟବହାର ପାଇଁ ସରକାରଙ୍କ ନିୟମ ପ୍ରସ୍ତୁତ, ଜାରି କଲେ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ଆଣ୍ଟିବାୟୋଟିକ୍ ସମ୍ବନ୍ଧରେ ଫାର୍ମାସିଷ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସାଧାରଣ ନାଗରିକଙ୍କୁ ଆଣ୍ଟିବାୟୋଟିକ୍ ଦେବା ପୂର୍ବରୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଯାଞ୍ଚ କରିବାକୁ କେମିଷ୍ଟଙ୍କୁ ଏକ ନିବେଦନ କରାଯାଇଛି। ଏବଂ କେବଳ ପ୍ରେସକ୍ରିପସନ୍ ଆଧାରରେ ଔଷଧ ଦିଅନ୍ତୁ। ଏହି ଆଦେଶଗୁଡିକ ଯଥାଶୀଘ୍ର କାର୍ଯ୍ୟକାରୀ ହେବା ଉଚିତ୍। ଏହି ତାଲିକାରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଡିକରେ ଆଣ୍ଟି-ସେପ୍ଟିକ୍, ଆଣ୍ଟି-ବାୟୋଟିକ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ପେରୋସାଇଟିକ ଔଷଧ ଅନ୍ତର୍ଭୁକ୍ତ।

ଯଦି ଡାକ୍ତର ରୋଗୀଙ୍କୁ କମ୍ ଆଣ୍ଟିମାଇକ୍ରୋବାୟଲ୍ ଔଷଧ ସେବନ କରିବାକୁ ପରାମର୍ଶ ଦେଉଛନ୍ତି, ତେବେ ଏହାର କାରଣ ନିଶ୍ଚିତ ଭାବରେ କୁହନ୍ତୁ।

୨୦୧୯ ରେ ପ୍ରାୟ ୧୩ ଲକ୍ଷ ଲୋକଙ୍କର ମୃତ୍ୟୁ:

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ (AMR) ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ଅଟେ। ଏକ ତଥ୍ୟ ଅନୁଯାୟୀ, ୨୦୧୯ ମସିହାରେ ପ୍ରାୟ ୧୩ ଲକ୍ଷ ଲୋକ ଜୀବାଣୁ AMR ଯୋଗୁଁ ମୃତ୍ୟୁ ବରଣ କରିଥିଲେ। ଏହା ବ୍ୟତୀତ ଔଷଧ ପ୍ରତିରୋଧକ ସଂକ୍ରମଣ ହେତୁ ୫୦ ଲକ୍ଷ ମୃତ୍ୟୁ ଘଟିଛି। ବିଂଶ ଶତାବ୍ଦୀର ଆରମ୍ଭରେ, କୌଣସି ରୋଗରୁ ମୁକ୍ତି ପାଇବା ପାଇଁ ଏକ ମାସ ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଆଣ୍ଟିମାଇକ୍ରୋବାୟଲ୍ ଔଷଧ (ଆଣ୍ଟିବାୟୋଟିକ୍, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଭାଇରାଲ୍) ଏପରି ଭାବରେ ବ୍ୟବହାର ଆରମ୍ଭ ହୋଇଛି ଯେ ବର୍ତ୍ତମାନ ଏହି ରୋଗଗୁଡିକ ତୁରନ୍ତ ଚିକିତ୍ସା କରାଯାଏ।

ଜୀବାଣୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହୃତ ହୁଏ। କିନ୍ତୁ ଯଦି ଜଣେ ବ୍ୟକ୍ତି ବାରମ୍ବାର ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି ତା’ହେଲେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ। ଆହୁରି ମଧ୍ୟ, ଏହାକୁ ଠିକ କରିବା ପାଇଁ ବହୁତ ସମୟ ଲାଗିଥାଏ। ଏହାକୁ ଆଣ୍ଟି-ମାଇକ୍ରୋବାୟଲ୍ ପ୍ରତିରୋଧ (AMR) କୁହାଯାଏ।

ଆଜିକାଲି ଲୋକମାନେ ଶୀଘ୍ର ସୁସ୍ଥ ହେବା ପାଇଁ ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରନ୍ତି

ଭାରତରେ ଔଷଧସମ୍ବନ୍ଧୀୟ ନିୟମ ଅନୁଯାୟୀ, ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍ ଏଚ ଏବଂ ଏଚ-୧ ବର୍ଗରେ ରଖାଯାଇଛି। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ବିକ୍ରି ହୋଇପାରିବ ନାହିଁ। ଆଜିକାଲି ଲୋକମାନେ ଶୀଘ୍ର ସୁସ୍ଥ ହେବା ପାଇଁ ଅଧିକରୁ ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି।

ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର ହେତୁ ଜୀବାଣୁ ସୁପରବଗ୍ ହୋଇଯାଆନ୍ତି। ଯେଉଁଥିପାଇଁ ଏକ ଛୋଟ ରୋଗକୁ ମଧ୍ୟ ଭଲ କରିବା ପାଇଁ ସମୟ ଲାଗେ। WHO ଅନୁଯାୟୀ, ନିମୋନିଆ, ଯକ୍ଷ୍ମା, ରକ୍ତ ବିଷାକ୍ତତା ଏବଂ ଗୋନୋରିଆ ଭଳି ରୋଗର ଚିକିତ୍ସା ଅଧିକ କଷ୍ଟସାଧ୍ୟ ହୋଇପଡୁଛି ଏବଂ ଲୋକମାନେ ମରୁଛନ୍ତି। ଆଇସିଏମଆର ଅନୁଯାୟୀ, ନିମୋନିଆ ଏବଂ ସେପ୍ଟିସିମିଆରେ ଦିଆଯାଇଥିବା କାର୍ବେପନେମକୁ ନିଷେଧ କରାଯାଇଛି କାରଣ ଏହା ଜୀବାଣୁ ଉପଶମ କରିବାରେ ପ୍ରଭାବହୀନ ହୋଇପଡିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଯଦି ଆପଣ ଅଧିକ ଲୁଣ ଖାଆନ୍ତି ତେବେ ସାବଧାନ ରୁହନ୍ତୁ, କାରଣ ହୋଇପାରେ ଗୁରୁତର ରୋଗ

ସ୍ୱାସ୍ଥ୍ୟ ଟିପ୍ସ: ଯଦି ଖାଦ୍ୟରେ ଅତ୍ୟଧିକ ଲୁଣ ମିଶାଯାଏ ତେବେ ଏହାର ସ୍ୱାଦ ନଷ୍ଟ ହୋଇଯାଏ ଏବଂ ଯଦି ଅଳ୍ପ ଲୁଣ ମିଶାଯାଏ ତେବେ ଖାଦ୍ୟର ସ୍ୱାଦ ମଧ୍ୟ ନଷ୍ଟ ହୋଇଯାଏ। ପ୍ରକାଶ ଯେ, ଯଦି ଶରୀରରେ ଲୁଣର ପରିମାଣ ବଢେ, ତେବେ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୁଏ। ଯଦି ଆପଣ ମଧ୍ୟ ଆପଣଙ୍କ ଖାଦ୍ୟରେ ପ୍ରଚୁର ଲୁଣ ଖାଆନ୍ତି, ତେବେ ସାବଧାନ ରୁହନ୍ତୁ କାରଣ ଏହା ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ। ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଲୁଣ ବିଷୟରେ ଅନେକ ଥର ସତର୍କ ସୂଚନା ଜାରି କରିଛି। ଟେବୁଲ୍ ଲୁଣରେ ଅଧିକ ସୋଡିୟମ୍ ଥାଏ, ଯାହା ଖାଇବା ସମୟରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ। WHO ଅନୁଯାୟୀ, ଲୁଣ ମାଧ୍ୟମରେ ଅତ୍ୟଧିକ ସୋଡିୟମ୍ ଗ୍ରହଣ ହେତୁ ୧.୮୯ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି। ଏହା ସ୍ପଷ୍ଟ କରେ ଯେ ଲୁଣ ଖାଇବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ଅଧିକ ଲୁଣ ଖାଇବା ଦ୍ୱାରା ହେଉଥିବା ରୋଗ:

ହୃଦ ରୋଗ

ଟେବୁଲ୍ ଲୁଣରେ ସୋଡିୟମର ପରିମାଣ ବହୁତ ଅଧିକ। ଯଦି ଆପଣ ଅଧିକ ଲୁଣ ବ୍ୟବହାର କରନ୍ତି, ତେବେ ଧୀରେ ଧୀରେ ଶରୀରରେ ଜଳ ଜମା ହେବା ଆରମ୍ଭ କରେ। ଶରୀରରେ ଜଳ ବୃଦ୍ଧି ହେତୁ ରକ୍ତବାହୀ ଉପରେ ଚାପ ବଢିବାରେ ଲାଗେ। ଉଚ୍ଚ ରକ୍ତଚାପ ଏବଂ ହୃଦଘାତର ଆଶଙ୍କା ବଢିଯାଏ।

କିଡନୀ ରୋଗ

ଅଧିକ ଲୁଣ ଖାଇବା ଦ୍ୱାରା କିଡନୀ ସମ୍ବନ୍ଧୀୟ ରୋଗ ହୋଇଥାଏ। ଏହି ପରିସ୍ଥିତିରେ କିଡନୀ କାର୍ଯ୍ୟ ପ୍ରଭାବିତ ହୁଏ। ଏହା ସହିତ କିଡନୀ ବିଫଳ ହେବାର ଆଶଙ୍କା ମଧ୍ୟ ବଢିଥାଏ।

ହାଡ ଦୁର୍ବଳ ହୋଇଯାଏ

ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ହାଡ ଦୁର୍ବଳ ହୋଇଯାଏ। ଅସ୍ଥିଗୁଡ଼ିକ ଦୁର୍ବଳ ଏବଂ ଭିତରୁ ଫାଟିଯିବା ଆରମ୍ଭ କରେ। ଯେଉଁ କାରଣରୁ ପିଠି ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା କମ ବୟସରେ ବଢିଥାଏ।

ଅସ୍ଥିର ଅନୁଭବ କରିବା:

ଯେଉଁମାନେ ଅଧିକ ଲୁଣ ଖାଆନ୍ତି ସେମାନେ ବହୁତ ଅଶାନ୍ତିର ଶିକାର ହୁଅନ୍ତି। ଏହା ସହିତ, ଅନିଦ୍ରା ସମସ୍ୟା ମଧ୍ୟ ଅଛି। ଯାହା ମାନସିକ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ।

ଗୋଟିଏ ଦିନରେ କେତେ ଲୁଣ ଖାଇବା ଠିକ୍?:

‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଅନୁଯାୟୀ ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମ ଲୁଣ ଖାଇବା ଉଚିତ୍। ଏହାର ଅର୍ଥ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୧ ଚାମଚରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ। ଅନେକ ଥର ଏହା ଘଟେ ଯେ ଆପଣ ଚିପ୍ସ, ଜଙ୍କ ଫୁଡ୍, ଫଳ, ପ୍ରକ୍ରିୟାକୃତ ଖାଦ୍ୟ ମାଧ୍ୟମରେ ଅଧିକ ଲୁଣ ଖାଇଥା’ନ୍ତି। ପ୍ୟାକ୍ ହୋଇଥିବା ଖାଦ୍ୟରେ ଲୁଣର ପରିମାଣ ବହୁତ ଅଧିକ। ତେଣୁ, ଅନ୍ତତଃପକ୍ଷେ ବାହାରେ କିମ୍ବା ପ୍ୟାକ୍ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତି ଭଜନ ଏବଂ କଥାକୁ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ମରିସସ୍‌ର ଲୋକ ନିଜ ପରମ୍ପରାକୁ ସଂରକ୍ଷିତ ରଖିଛନ୍ତି ଏବଂ ସେଥିରେ କଥା ଏବଂ ଭଜନ ମାଧ୍ୟମରେ ରାମ ଭକ୍ତି ସାମିଲ ରହିଛି। ଏତେ ବର୍ଷ ପର୍ଯ୍ୟନ୍ତ ଏତେ ଗଭୀର ସାଂସ୍କୃତିକ ମୂଳ ଏବଂ ଭକ୍ତିର ପ୍ରସାର ଦେଖି ବେଶ୍ ଭଲ ଲାଗିଲା।’

Categories
ଆଜିର ଖବର ଜାତୀୟ ଖବର

ରାମଲାଲା ପ୍ରାଣ ପ୍ରତିଷ୍ଠା ଦିନ ଛୁଟିକୁ ବିରୋଧ! କୋର୍ଟର ଦ୍ଵାରସ୍ଥ ହେଲେ ୪ ଛାତ୍ର, ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଛୁଟି ଘୋଷଣା ହୋଇଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଅଧା ଦିନ ଛୁଟି ଦେଇଛନ୍ତି। ସେହି କ୍ରମରେ, ଯେତେବେଳେ ମହାରାଷ୍ଟ୍ର ସରକାର ମଧ୍ୟ ଛୁଟି ଘୋଷଣା କରିଥିଲେ, ଆଇନ ଅଧ୍ୟୟନ କରୁଥିବା ୪ ଜଣ ଛାତ୍ର ଏହି ମାମଲାରେ କୋର୍ଟରେ ପହଞ୍ଚିଛନ୍ତି, ଯାହା ଆଜି ଏହାର ଶୁଣାଣି ହେବ।

ଲାଇଭ ଲ’ ଅନୁଯାୟୀ, ବମ୍ବେ ହାଇକୋର୍ଟର ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ସକାଳ ୧୦.୩୦ ରେ ଏହି ୪ ଜଣ ଛାତ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ପିଏଲ ଶୁଣାଣି କରିବାକୁ ଯାଉଛନ୍ତି। ଏହି ଚାରିଜଣ ଛାତ୍ରଙ୍କ ନାମ ହେଉଛି ଶିବାଙ୍ଗୀ ଅଗ୍ରୱାଲ, ସତ୍ୟଜିତ୍ ସିଦ୍ଧାର୍ଥ ସାଲଭେ, ବେଦାନ୍ତ ଗୌରବ ଅଗ୍ରୱାଲ ଏବଂ ସନ୍ଦୀପ ବାଙ୍ଗିଆନ୍। ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ଜିଏସ୍ କୁଲକର୍ଣ୍ଣି ଏବଂ ନୀଲା ଗୋଖଲେଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଭୁ ଶ୍ରୀରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି ।

ଭଗବାନ ଶ୍ରୀ ରାମଙ୍କ ପ୍ରସିଦ୍ଧ ଭଜନ ‘ମୋନ୍ ଜପୋ ନାମ’କୁ ଗାଇଥିବା ପାୟଲ କରଙ୍କ ଗୀତ ମଧ୍ୟ ସେ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି। ଏଠାରେ ପ୍ରସିଦ୍ଧ ନଜରୁଲ ଗୀତି ମୋନ୍ ଜପୋ ନାମକୁ ସେୟାର କରୁଛି।’

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ନୀତିଙ୍କୁ ମାନିବେ, ତେବେ ହୋଇପାରିବେ ଧନବାନ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ। ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି

ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ। ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ। ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ରାସ୍ତାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍।

ଅନ୍ୟାୟର ପଥ ଗ୍ରହଣ କରନ୍ତୁ ନାହିଁ – ଚାଣକ୍ୟ କହିଛନ୍ତି ଯେ ଜୀବନରେ ଟଙ୍କା ଏବଂ ସଫଳତା ପାଇବା ପାଇଁ, ଅଧର୍ମର ରାସ୍ତା ବାଛନ୍ତୁ ନାହିଁ। ଭୁଲ୍ ରାସ୍ତାରେ, ବ୍ୟକ୍ତିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ଧନ ପାଇବା ପାଇଁ ଜଣେ କେବେବି ଶତ୍ରୁ ସହିତ ହାତ ମିଳାଇବା ଉଚିତ୍ ନୁହେଁ।

ଅର୍ଥର ସଠିକ୍ ବ୍ୟବହାର- ଚାଣକ୍ୟ ନୀତି ଅନୁଯାୟୀ, କେବଳ ଟଙ୍କା ରୋଜଗାର କରିବା ଆବଶ୍ୟକ ନୁହେଁ ବରଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ମଧ୍ୟ ଆବଶ୍ୟକତା। ଯଦି ଟଙ୍କା ସଠିକ୍ ଭାବରେ ବ୍ୟବହୃତ ହୁଏ ନାହିଁ ତେବେ ଏହା ଜଳ ପରି ପ୍ରବାହିତ ହୋଇଯିବ। ତେଣୁ ଟଙ୍କା ସର୍ବଦା ସଠିକ୍ ଭାବରେ ବ୍ୟବହାର କରାଯିବା ଉଚିତ୍।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ- ଯଦି ଆପଣ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ନାହଁ, ତେବେ ଅଧିକ ଟଙ୍କା ରୋଜଗାର କରି ମଧ୍ୟ ଧନୀ ହୋଇପାରିବ ନାହିଁ। ଚାଣକ୍ୟ କହିଛନ୍ତି ଯେ ଏକ ପାତ୍ରରେ ଦୀର୍ଘ ସମୟ ଧରି ଜଳ ସଂରକ୍ଷଣ କଲେ ଏହା ନଷ୍ଟ ହୋଇଯାଏ। ସେହିଭଳି, ବ୍ୟୟ ଉପରେ ନିୟନ୍ତ୍ରଣ ଅଭାବରୁ ଜଣେ ବ୍ୟକ୍ତି ନଷ୍ଟ ହୁଏ।

ଅତ୍ୟଧିକ ଦାନ – ଶାସ୍ତ୍ରରେ, ଦାନ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ନିଜ ବିଷୟରେ ଚିନ୍ତା ନକରି ଦାନ କରିବା କଷ୍ଟଦାୟକ। ଚାଣକ୍ୟ କହିଛନ୍ତି ଯେ ଆପଣ ଯାହା ରୋଜଗାର କରୁଛନ୍ତି ତାହା ଅନୁଯାୟୀ ସଞ୍ଚୟ କରନ୍ତୁ ଏବଂ ଅନୁପାତରେ ଲୋକଙ୍କୁ ସାହାଯ୍ୟ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଜାନୁୟାରୀ ୨୧ ତାରିଖ ରବିବାରରେ ଏହି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ: – ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବାକୁ ଯାଉଛି। କର୍ମ ଜାରି ରଖନ୍ତୁ ଏବଂ ସବୁକିଛି ଭାଗ୍ୟକୁ ଛାଡିଦିଅ । କାର୍ଯ୍ୟରେ ସଫଳତା ମିଳିବ ଏବଂ ସମ୍ମାନର ବୃଦ୍ଧି ସମ୍ଭବ ହେବାରେ ଲାଗିଛି। ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ ।

ବୃଷ: – ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ । କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ । କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ । ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ ।

ମିଥୁନ: – ଆଜି ଏକ ଶୁଭ ଦିନ । ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ । ମନ ଖୁସି ହେବ । ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ । ସ୍ୱାସ୍ଥ୍ୟ ଚିନ୍ତା ବ୍ୟାକୁଳ ହୋଇପାରେ । ଅଫିସରେ ଥିବା ଅଧିକାରୀଙ୍କ ସହିତ କୈଣସି ବିତର୍କ ନହେବା ପାଇଁ ଧ୍ୟାନ ଦିଅନ୍ତୁ ।

କର୍କଟ: – ଆଜି ଟଙ୍କା ମିଳିବାର ସମ୍ଭାବନା ରହିଛି। ହଠାତ୍ କିଛି ଭଲ ଖବର ପାଇବେ । ଶତ୍ରୁ ଏବଂ ବିରୋଧୀମାନେ ଆପଣଙ୍କଠାରୁ ପଳାୟନ କରିବେ । ଘରର ପରିବେଶରେ ଯତ୍ନ ନିଅନ୍ତୁ । ପୁରୁଣା ସମସ୍ୟା ସମାପ୍ତ ହେବ । ଚାକିରିରେ ଥିବା ଅଧିକାରୀଙ୍କ ସହ ସହଯୋଗ ଏବଂ କାର୍ଯ୍ୟ କରିବାକୁ ଉତ୍ସାହ ରହିବ ।

ସିଂହ: – ବୁଦ୍ଧି ଶକ୍ତି ଉପରେ କାର୍ଯ୍ୟ କରାଯିବ ଏବଂ ଭୁଲ୍ ହେତୁ କାର୍ଯ୍ୟ ମଧ୍ୟ ବିଚଳିତ ହୋଇପାରେ। ଜ୍ଞାନୀ ଭାବ ଏବଂ ଜ୍ଞାନ ଶକ୍ତି ବ୍ୟବହାର କରିପାରିବେ । ପରିବାର ସଦସ୍ୟଙ୍କ ସହିତ ଅଲଗା ହେବାର ସମ୍ଭାବନା ଅଛି । କୋର୍ଟ ମାମଲାରେ ଯତ୍ନବାନ ହୁଅନ୍ତୁ । ଅତ୍ୟଧିକ ଖର୍ଚ୍ଚ ନଗଦ ଅର୍ଥରାଶିରେ ପରିଣତ ହେବ ।

କନ୍ୟା: – ଯଦି ଆପଣ ଆଜି ଭାଷାକୁ ନିୟନ୍ତ୍ରଣ କରନ୍ତି, ତେବେ ଦିନଟି ଶାନ୍ତିରେ ବିତାଇବ, ନଚେତ୍ ଆପଣ କ୍ଷତି ସହିବେ । ଅପରିଚିତ ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ କିମ୍ବା ଅନ୍ୟଥା ଆପଣଙ୍କୁ ବୋଝ ନେବାକୁ ପଡିବ । ପରିବାର ସଦସ୍ୟଙ୍କ ସହ କୋଳାହଳ ଦୁଃଖର କାରଣ ହୋଇପାରେ । ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ ।

ତୂଳା: – ଆଜି ଶକ୍ତି ବୃଦ୍ଧି ହେବାର ଦିନ । ଅନେକ ବିରାମ କାର୍ଯ୍ୟ ଗତି କରିବ । ଭ୍ରମଣରୁ ଆପଣ ଉପକୃତ ହେବେ । ଭାଇମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ତୀର୍ଥଯାତ୍ରାରେ ମନ ସନ୍ତୁଷ୍ଟ ହେବ। ହଠାତ୍ କିଛି ଭଲ ଖବର କିମ୍ବା ଅଟକି ରହିଥିବା ଟଙ୍କା ମିଳିବ ।

ବିଛା: – ଆଜି ମିଶ୍ରିତ ଫଳପ୍ରଦ ଦିନ ହେବ । ଅଂଶୀଦାର ଇତ୍ୟାଦିଙ୍କର କେବଳ ବିପଦପୂର୍ଣ୍ଣ କାର୍ଯ୍ୟରେ ପଦକ୍ଷେପ ନିଅନ୍ତୁ । କାଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କାର୍ଯ୍ୟ ଅସମାପ୍ତ ରହିବ କିମ୍ବା ବନ୍ଦ ହୋଇଯିବ । ଅନ୍ୟର କାମକୁ ପ୍ରଶଂସା କରନ୍ତୁ, ବିତର୍କରୁ ଦୂରେଇ ରୁହନ୍ତୁ । କୈଣସି ଭଲ ଖବର କିମ୍ବା ଅଟକାଯାଇଥିବା ଟଙ୍କା ଗ୍ରହଣ କରାଯିବ ।

ଧନୁ: – ଆଜି ଶତ୍ରୁମାନଙ୍କ ଉପରେ ଆପଣଙ୍କର ବିଜୟ ନିଶ୍ଚିତ। ଆପଣ କୋର୍ଟ ମାମଲାରେ ସଫଳତା ପାଇବେ । ଆର୍ଥିକ ଲାଭ କରାଯାଉଛି । ଯାନ ଗ୍ରହଣ କରାଯିବ । ଦିନଟି ଛାତ୍ରମାନଙ୍କ ପାଇଁ ଅନୁକୂଳ ହେବ । ଆପଣ ବିବାହିତ ଜୀବନରେ ସର୍ବୋତ୍ତମ ସୁଖ ​​ପାଇବାକୁ ସକ୍ଷମ ହେବେ ।

ମକର: – ସକାଳରୁ ଖର୍ଚ୍ଚର ପରିମାଣ ବଢିବ। ବ୍ୟବସାୟରେ ଅର୍ଥରେ ବିନିଯୋଗ କରନ୍ତୁ । ଅଦରକାରୀ ବିତର୍କରୁ ଦୂରେଇ ରୁହ । ସମ୍ଭବ ହେଲେ ଭ୍ରମଣରୁ ଦୂରେଇ ରୁହନ୍ତୁ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ । ପିଲାଙ୍କ ସହିତ ଜଡିତ କିଛି ସମସ୍ୟା ହୋଇପାରେ ।

କୁମ୍ଭ: – ଆଜି ଆପଣ ଯାହା ବି କରନ୍ତି, ପୂର୍ଣ୍ଣ ଲାଭର ସମ୍ଭାବନା ଅଛି । ମନ ଖୁସି ହେବ, ଅର୍ଥ ବିନିଯୋଗରେ ଲାଭର ଦୃଢ ସମ୍ଭାବନା ଅଛି । ଭଲ ଖବର ପାଇବେ । ଆତ୍ମବିଶ୍ୱାସ ଏବଂ ଶକ୍ତି ବୃଦ୍ଧି ହେତୁ ସଫଳତା ହାସଲ ହେବ । କଠିନ ପରିଶ୍ରମର ଅନୁପାତରେ ଆପଣ ଲାଭ ପାଇବେ ।

ମୀନ: – ଆଜି ବ୍ୟବସାୟରେ ଅଗ୍ରଗତିର ଦିନ । ଆଜି କରାଯାଇଥିବା କାର୍ଯ୍ୟ କିମ୍ବା ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କୁ ସଫଳତା ଦେବ । ଟଙ୍କା ସହ ଜଡିତ ଲାଭର ସମ୍ଭାବନା ରହିବ । ଅଫିସରେ ତୁମର ଦାୟିତ୍ବ ବଢିପାରେ । କେହି ସାହାଯ୍ୟକାରୀ ପାଇପାରନ୍ତି ।