Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଷ୍ଟ ଅଫିସରେ ୫ କୋଟି ଟଙ୍କା ଠକେଇ ମାମଲା: ଏକ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଓଡିଶାରେ ଜନ ଆର୍ଶିବାଦ ଯାତ୍ରା ଜାରି ରହିଛି। ଏହି ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ମାଲକାନଗିରି ଗସ୍ତ କରିଛନ୍ତି। ତେବେ ମାଲକାନଗିରି ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହେରେଫେର ମାମଲା ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଜମାକାରୀଙ୍କ ୫ କୋଟି ଟଙ୍କା ହେରେଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଏକ ମାସ ଭିତରେ କରି ରିପୋର୍ଟ ଦେବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜୟପୁର ଗସ୍ତରେ ଯାଇ ପୋଷ୍ଟ ଅଫିସର ଅଧିକାରୀଙ୍କୁ ତାଗିଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦୈନିକ ମୋଟ ସଂକ୍ରମିତଙ୍କ ଅଧ୍ୟରୁ ୧୨% ଶିଶୁ ହେଉଛନ୍ତି ଆକ୍ରାନ୍ତ: ଡିଏମଇଟି

ଭୁବନେଶ୍ବର: ଗତକାଲି ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କୋଭିଡ୍ -୧୯ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ଏହି ଟୀକାକୁ ଅନୁମୋଦନ ମିଳିବା ପରେ ଡିଏମଇଟି ଡା. ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଯାଏଁ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ କେନ୍ଦ୍ରସରକାର ପକ୍ଷରୁ କୌଣସି ଗାଇଡଲାଇନ ଆସିନାହିଁ। ଯେମିତି ଗାଇଡଲାଇନ ଜାରି ହେବ, ତୁରନ୍ତ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରିବୁ। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟାରୁ ୧୨ ପ୍ରତିଶତ ଶିଶୁ ଚିହ୍ନଟ ହେଉଛନ୍ତି। ଭୁବନେଶ୍ଵର ଏବଂ କଟକରେ ସଂକ୍ରମଣ ସଂଖ୍ୟା ବଢୁଛି। ଉଭୟ ସହରର ଲୋକ କଟକଣା ମାନୁନଥିବାରୁ ସଂକ୍ରମଣ ବଢୁଥିବା ଡିଏମଇଟି କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ହେଲା ମୃତ୍ୟୁ: ସାଂସଦଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରି ଗୁରୁତର ହୋଇଥିବା ଦୁଇଜଣ ଯୁବକ ଏବଂ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉତ୍ତରପ୍ରଦେଶର ଘୋସିରୁ ବହୁଜନ ସମାଜ ପାର୍ଟିର ସାଂସଦ ଅତୁଲ ରାୟଙ୍କର ବିରୋଧରେ ଯୁବତୀଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ସମ୍ମୁଖରେ ଦୁଇଜଣ ଯୁବକ ଏବଂ ଯୁବତୀ ଆତ୍ମଦାହ କରିବାକୁ ପ୍ରୟାସ କରିଥିଲେ। ଉଭୟଙ୍କ ଦେହରେ ନିଆଁ ଲାଗିଥିବା ଦେଖି ନିକଟରେ ଥିବା କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଉଭୟଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଉଭୟଙ୍କ ଶରୀର ପ୍ରାୟ ୩୦-୪୦ ପ୍ରତିଶତ ଜଳି ଯାଇଥିଲେ। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ହୋଇଯାଇଛି।

ନାବାଳିକା ଜଣକ ନିଜକୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିବାବେଳେ ମୃତ ଯୁବକ ଜଣଙ୍କ ଏହି ଘଟଣାର ସାକ୍ଷୀ ଥିଲା। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ନାବାଳିକାଜଣଙ୍କ ସୋସିଆଲ ମିଡିଆରେ ଲାଇଭ୍ କରିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅବନ୍ତିପୋରା ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଲୁଚିବା ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇବା ମାତ୍ରେ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା। ପରେ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ ସାମ୍ନାକୁ ଆସି ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜବାବ ଦେବା ଆରମ୍ଭ କରିଥିଲେ। ଫଳରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଆତଙ୍କବାଦୀ ଜୈଶର କମାଣ୍ଡର ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହାପୂର୍ବରୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଶିକ୍ଷା ବିଭାଗର କର୍ମଚାରୀଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାଟି ତ୍ରାଲ ଅଞ୍ଚଳରେ ହୋଇଥିଲା। ଆତଙ୍କବାଦୀମାନେ ରାତି ପ୍ରାୟ ସାଢେ ୯ ଟା ବେଳେ ଲୁରଗାମର ୩୫ ବର୍ଷିୟ ଜାଭେଦ୍ ଅହମ୍ମଦଙ୍କ ଘରେ ଗୁଳି କରି ଫେରାର ହୋଇଯାଇଥିଲେ।

ସେହିଦିନ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଦୁଇ ଆତଙ୍କବାଦୀଙ୍କ ଉପରେ ସାଧାରଣ ନାଗରିକଙ୍କୁ ହତ୍ୟାରେ ସମ୍ପୃକ୍ତ ଅଭିଯୋଗ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୩୪ ହଜାର ୪୫୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୪୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୩ ଲକ୍ଷ ୯୩ ହଜାର ୨୮୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୧ ହଜାର ୩୪୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୨୮୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ ଜଣ, କେନ୍ଦ୍ରପଡା ଜିଲ୍ଲାରୁ ୭ ଜଣ, ଅନୁଗୁଳ, ଯାଜପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୫ ଜଣ ଏବଂ ବାଲେଶ୍ଵର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୩ ହଜାର ୨୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୪୯୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୮୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୯୧୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୦ ଟି ଲୋକାଲ କେସ୍‌ ରହିଛ। ୯୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୩ ହଜାର ୨୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୪୯୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୨୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୭ ଟି ଜିଲ୍ଲାରୁ ୯୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୫୨ ଜଣ, କଟକ ଜିଲ୍ଲାରୁ ୮୮ ଜଣ, ଅନୁଗୁଳ ଜିଲ୍ଲାରୁ ୨୩, ବାଲେଶ୍ଵର ଜିଲ୍ଲାରୁ ୫୧ ଜଣ, ବରଗଡ ଜିଲ୍ଲାରୁ ୭, ଭଦ୍ରକ ଜିଲ୍ଲାରୁ ୧୨ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୫ ଜଣ, ଦେବଗଡ ଜିଲ୍ଲାରୁ ୧୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୬, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୪ ଜଣ, ଯାଜପୁର ଜିଲ୍ଲାରୁ ୪୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ ଜଣ, କୋରାପୁଟ ଜିଲ୍ଲାରୁ ୬ ଜଣ, ମାଲକାନଗିରି ଜିଲ୍ଲାରୁ ୭, ମୟୂରଭଞ୍ଜ ଜିଲ୍ଲାରୁ ୩୮ ଜଣ, ନୟାଗଡ ଜିଲ୍ଲାରୁ ୧୯ ଜଣ, ପୁରୀ ଜିଲ୍ଲାରୁ ୩୦ ଜଣ, ରାୟଗଡା ଜିଲ୍ଲାରୁ ୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୋନପୁର ଜିଲ୍ଲାରୁ ୩, ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ ଏବଂ ଷ୍ଟେଟ ପୁଲରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର

ଭୁବନେଶ୍ବର, ଏଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଭିନ୍ନ ଧରଣର ହେବ। ସେ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଲୋକଙ୍କର ମତ ମାଗିଛି। ଏହି ନୂଆ ପକ୍ରିୟା ଅନୁସାରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସାରା ଓଡିଶାରେ କରାଯିବ। ସେଥିପାଇଁ ଗୋଟିଏ ତାରିଖ ଘୋଷଣା କରାଯିବ। ସେହି ଦିନ ରାଜ୍ୟର ସମସ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଭୋଟ ଗ୍ରହଣ ଦିନ ଭୋଟ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଏବଂ ଏଜେଣ୍ଟମାନଙ୍କ ଆଗରେ ଭୋଟ ବାକ୍ସରେ ଜଉ ମୁଦ କରାଯାଇ ବ୍ଲକ ହେଡ କ୍ବାଟରକୁ ପଠାଯିବ। ସେଠାରେ ଭୋଟ ବାକ୍ସକୁ ସୁରକ୍ଷିତ କରି ରଖାଯିବ। ଯେଉଁଦିନ ଭୋଟ ଗଣତି ପାଇଁ ତାରିଖ ଘୋଷଣା ହୋଇଥିବ ସେହି ଦିନ ତାହା ଖୋଲାଯିବ।

ଏଥିପାଇଁ ବିଧାନସଭା ଭୋଟ ଗଣତି ପରି ପଞ୍ଚାୟତ ଭୋଟ ଗଣତିରେ ମଧ୍ୟ ଗଣତି କାଉଣ୍ଟର କରାଯିବ। ସେହି ବ୍ଲକ ଅଧିନରେ ଯେତୋଟି ବୁଥ ଥିବ ସବୁ ଭୋଟ ବାକ୍ସ ବିଭିନ୍ନ କାଉଣ୍ଟରକୁ ନିଆଯିବ। ସେଠାରେ ସଂପୃକ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଏହି ଭୋଟ ବାକ୍ସ ଖୋଲାଯାଇ ଗଣତି କରାଯିବ।

ତେବେ ପୂର୍ବରୁ ଯେଉଁଦିନ ଭୋଟ ଗ୍ରହଣ ହେଉଥିଲା ସେହିଦିନ ସେହି ବୁଥରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଉଥିଲା। ଫଳରେ ଏହାକୁ ନେଇ ନିର୍ବାଚନ ପ୍ରଭାବିତ ହେବାରେ ଲାଗିଲା। 2017 ମସିହାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ଏହା ପରିଲକ୍ଷିତ ହେବାରୁ ସରକାର ଏଥିରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଉଛନ୍ତି।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ବହୁ ପର୍ଯାୟରେ ଅନୁଷ୍ଟିତ ହୋଇଥାଏ। ଯେଉଁଦିନ ଭୋଟ ଗ୍ରହଣ ହୁଏ ସେହିଦିନ ସେହିଠାରେ ଭୋଟ ଗଣତି ହୁଏ। ଫଳରେ ପଞ୍ଚାୟତର ଫଳାଫଳ ଭୋଟ ଗ୍ରହଣ ଦିନ ଜଣାପଡିଯାଏ। ଏହା ଦ୍ବାରା ଏହାର ପ୍ରଭାବ ଅନ୍ୟ ପଞ୍ଚାୟତରେ ପଡୁଥିବାରୁ ସରକାର ଏଥିରେ ପରିବର୍ତ୍ତନ କରୁଛନ୍ତି। ଏ ନେଇ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି। ସେମାନଙ୍କ ମତ ଆସିବା ପରେ ଏହାର ଗେଜେଟ ନୋଟିଫିକେସନ ବାହାରି କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 21 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିବ ଶନିଦଶା

ମେଷ ରାଶି-ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ।

ବୃଷ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ। ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା। ବ୍ୟବସାୟରେ ବାଧା ଆସିବ।

ମିଥୁନ ରାଶି-ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ।

କର୍କଟ ରାଶି–ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କରନ୍ତୁ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ।

ସିଂହ ରାଶି-ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ରୋଜଗାର ବୃଦ୍ଧି ପାଇବ। ଚାକିରିରେ ଅଧିକାର ବଢିପାରେ। ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ। ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ। ଧାରଣା ସକରାତ୍ମକତା ବୃଦ୍ଧି କରିବ। ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ।

କନ୍ୟା ରାଶି-ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଆରାମ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ। ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ଚାଲିବ।

ତୂଳା ରାଶି- ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଆର୍ଥିକତାକୁ ଧ୍ୟାନରେ ରଖନ୍ତୁ। ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟ ଲାଭଦାୟକ ହେବ। ଖର୍ଚ୍ଚ ହ୍ରାସ କରନ୍ତୁ। କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ।

ବିଛା ରାଶି-ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। କୋର୍ଟ କାର୍ଯ୍ୟ ସଫଳ କରାଯିବ। ବ୍ୟବସାୟ ଭଲ କରିବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ-ବ୍ୟବସାୟ ଲାଭ କରିବାର ସମ୍ଭାବନା ଅଛି । ବିବାହିତ ଜୀବନରେ ସୁସଙ୍ଗତତା ରହିବ। ସାମାଜିକ ସମାବେଶରେ ଅଂଶଗ୍ରହଣ କରିବେ। ଭଲ ଲାଭଦାୟକ ଫଳାଫଳ ଦେବ।

ଧନୁ ରାଶି– ଆପଣଙ୍କ ପାଇଁ ଖୁସି ଖବର। ମାନ ବୃଦ୍ଧି ହେବ। ଖୁସି ହେବ। ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ। ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ। ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ।

ମକର ରାଶି– ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାର ବୃଦ୍ଧି ପାଇବ। ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ପତ୍ତି ବିବାଦ ହୋଇପାରେ। ବ୍ୟବସାୟ-ଚାକିରିରେ ଲାଭ ହେବ। କ୍ରନିକ ରୋଗ ଦେଖାଦେଇପାରେ। ପ୍ରୟାସ ସଫଳ ହେବ।

କୁମ୍ଭ ରାଶି- ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି। ପରିବାରରେ ଉତ୍ତେଜନା ଦେଖାଦେବ। ବ୍ୟବସାୟ ମଧ୍ୟମ ହେବ।

ମୀନ ରାଶି- ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟ ଭଲ କରିବ। ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ। ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି। ଅଳସୁଆରୁ ଦୂରେଇ ରୁହନ୍ତୁ। ପରିବାର ଲୋକେ ସାହାଯ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୨୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୬୪, କଟକରୁ ୧୨୫, ଯାଜପୁରରୁ ୫୧, ମୟୂରଭଞ୍ଜରୁ ୩୭, ନୟାଗଡରୁ ୩୦, ଜଗତସିଂହପୁରରୁ ୨୮,  କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୪, ବାଲେଶ୍ବରରୁ ୨୩, ଅନୁଗୁଳରୁ ୨୨, ଭଦ୍ରକରୁ ୧୯, କେନ୍ଦୁଝରରୁ ୧୬, ସମ୍ବଲପୁରରୁ ୧୧, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୧୦, ରାୟଗଡାରୁ ୯, ମାଲକାନଗିରିରୁ ୭, ବରଗଡରୁ ୬, ଦେବଗଡରୁ ୬, ସୁନ୍ଦରଗଡରୁ ୬, ଗଞ୍ଜାମରୁ ୫, କନ୍ଧମାଳରୁ ୫, କୋରାପୁଟରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୩ ହଜାର ୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୬୫୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୨୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜାଇଡସ୍ କାଡିଲା ଦ୍ଵାରା ତିନି-ଡୋଜ୍ ବିଶିଷ୍ଟ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କୋଭିଡ୍ -୧୯ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର କୋଭିଡ୍ -୧୯ ଉପରେ ବିଷୟ ବିଶେଷଜ୍ଞ କମିଟି (ଏସଇସି) ଗୁରୁବାର ଦିନ ଜାଇଡସ୍ କ୍ୟାଡିଲା ଦ୍ଵାରା ଦାଖଲ ହୋଇଥିବା ଆବେଦନ ଉପରେ ବିଚାର ବିମର୍ଶ କରିଛି ଏବଂ ଏହାର ତିନି-ଡୋଜ୍ କରୋନା ଭୂତାଣୁ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୁ ସୁପାରିଶ ପାଇଁ ପଠାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ପୋଲିସକୁ ମିଳିଛି ବଡ ସଫଳତା: ଡକାୟତ ମାମଲାରେ ଫେରାର ଥିବା ୧୦ ଜଣ ଅଭିଯୁକ୍ତଙ୍କୁ କଲା ଗିରଫ

ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ପୋଲିସକୁ ଆଜି ବଡ ସଫଳତା ମିଳିଛି। ଏକ ଡକାୟତ ମାମଲାରେ ପୂର୍ବରୁ ଫେରାର ଥିବା ୧୦ ଜଣ ଦୁର୍ବୁତ୍ତଙ୍କୁ ଆଜି ଗୋଟିଏ ଦିନରେ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଗତବର୍ଷ ରାଇପଡ଼ା ଗ୍ରାମରେ ହୋଇଥିବା ବଡ଼ ଡକାୟତି ଘଟଣାରେ ଚାନ୍ଦପୁର ପୋଲିସ ୩୯/୨୦ ରେ ମାମଲା ରୁଜୁକରି ପୂର୍ବରୁ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ସହଯୋଗୀ ମାନେ ଫେରାର ଥିଲେ। ତେବେ ବହୁ ପରିଶ୍ରମ ପରେ ଆଜି ସକାଳୁ ଚାନ୍ଦପୁର ପୋଲିସ ଉକ୍ତ ମାମଲାରେ ଜଡିତ ଥିବା ୧୦ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସେହିପରିଭାବେ ରାଜ୍ୟ ସରକାରଙ୍କ ଅକାଳ ମୃତ୍ୟୁ ଯୋଜନା ଅନ୍ତର୍ଗତ ବହୁ ହିତାଧିକାରୀଙ୍କ ନିକଟରୁ ଠକେଇ, ଦାଦାବଟି ଆଦାୟ ଏବଂ ଲାଞ୍ଚ କାରବାରରେ ଜଡିତ ଥିବା ଓଡଗାଁ ଅଞ୍ଚଳର ସୁଜନ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଚାନ୍ଦପୁର ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁହୋଇଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିସିସିଆଇ ଏବଂ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ବୈଠକ: ଟି -୨୦ ବିଶ୍ୱକପ ସମ୍ପର୍କରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଆଗାମୀ ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସିସିଆଇ ଅଧିକାରୀ ଓ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ ଟି -୨୦ ବିଶ୍ୱକପ ସହ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନାହୋଇଛି। ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଭାରତୀୟ ଦଳର ସମ୍ପୁର୍ଣ୍ଣ ଧ୍ୟାନ ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ୍ ଜିତିବା ଉପରେ ରହିଛି। କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ବିସିସିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ଆଲୋଚନା କରୁଛନ୍ତି। ଟିମ୍ ଇଣ୍ଡିଆ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରେ ଅଛି। ସେଠାରୁ ଦଳ ସିଧାସଳଖ ଆଇପିଏଲ୍ ଖେଳିବା ପାଇଁ ୟୁଏଇରେ ପହଞ୍ଚିବ।

ଦ୍ୱିତୀୟ ଟେଷ୍ଟରେ ଜିତିବା ପରେ କୋହଲିଙ୍କ ଉପରେ ଚାପ ବହୁତ କମ ହୋଇଛି। କିନ୍ତୁ ଅଧିନାୟକ ଭାବରେ ଟି -୨୦ ବିଶ୍ୱକପରେ ଦଳର ପ୍ରଦର୍ଶନ ଉପରେ ତାଙ୍କର ଭବିଷ୍ୟତ ନିର୍ଭର କରିବ, ଯେଉଁଠାରେ ଭାରତୀୟ ଦଳ ଏହି ଆହ୍ଵାନର ସମ୍ମୁଖୀନ ହେବେ। ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ଭାରତର ଅଭିଯାନ ଆରମ୍ଭ ହେଉଛି।

ଦ୍ୱିତୀୟ ଟେଷ୍ଟ ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହା ଏବଂ ଉପସଭାପତି ରାଜୀବ ଶୁକ୍ଲା ଅଧିନାୟକଙ୍କ ସହ ଏକ ଆନୁଷ୍ଠାନିକ ବୈଠକ କରିଥିଲେ, ଯେଉଁଥିରେ ଟି -୨୦ ବିଶ୍ୱକପ ସହ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିୟୁଜ ଏଜେନ୍ସିକୁ କହିଛନ୍ତି, ବିସିସିଆଇର ଅଧିକାରୀମାନେ କୋହଲିଙ୍କୁ ଭେଟିଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତାର ବିବରଣୀ ଦେବା ଠିକ୍ ହେବ ନାହିଁ, କିନ୍ତୁ ଟି -୨୦ ବିଶ୍ୱକପ ବହୁତ କମ୍ ସମୟ ବାକି ଅଛି। ଆଇପିଏଲ ପୂର୍ବରୁ ଭାରତ କୌଣସି ମ୍ୟାଚ୍ (ସୀମିତ ଓଭର) ଖେଳିବା ଉଚିତ୍ ନୁହେଁ। ତେଣୁ ଏହି ଆଲୋଚନା ମୁଖ୍ଯତଃ ବିଶ୍ଵକପ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ଜଡିତ ଥିଲା।

ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଭାରତ ଟେଷ୍ଟ ସିରିଜ୍ ଖେଳିବ ଏବଂ ଏହା ପରେ ଖେଳାଳିମାନେ ଆଇପିଏଲରେ ନିଜ ନିଜ ଫ୍ରାଞ୍ଚାଇଜ୍ ଦଳ ସହିତ ବ୍ୟସ୍ତ ରହିବେ। ଏଭଳି ପରିସ୍ଥିତିରେ ଅଧିକାରୀଙ୍କ ପାଇଁ କୋହଲିଙ୍କ ସହ କଥା ହେବା ଆଶ୍ଚର୍ଯ୍ୟଜନକ ନୁହେଁ। ବିଶ୍ୱାସ କରାଯାଏ ଯେ, ଟି -୨୦ ବିଶ୍ୱକପ ପୂର୍ବରୁ ଆଇପିଏଲ ଖେଳିବା ଭାରତୀୟ ଦଳକୁ ୟୁଏଇରେ ଖେଳିବାର ଅଭିଜ୍ଞତା ଦେବ, ଯାହା ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଭ ମିଳିବ।

Categories
ଆଞ୍ଚଳିକ

ଚିଲିକା ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଜେଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନରେ ବାଲୁଗାଁ ଥାନା ନିକଟରୁ ବିଜେଡି ନେତା ଏବଂ କର୍ମୀମାନଙ୍କ ଏକ ବିଶାଳ ରାଲି ବାହାରି ବଣିକ ସଂଘ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ବୈଠକରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ଵଦିପ ପ୍ରଧାନ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇ, ଖୋର୍ଦ୍ଧା ମହିଳା ଜନତା ଦଳ ସଭାପତି ଗୀତା ପାଟଶାଣୀ, ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଯୁବ ଜନତା ଦଳ ଅମିତ୍ କୁମାର୍ ମହାରଣାଙ୍କ ସମେତ ଅନେକ ସରପଞ୍ଚ, ୱାର୍ଡ ମେମ୍ବର ଓ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଜୁ ଜନତା ଦଳର ଶହ ଶହ କର୍ମୀମାନେ ଉପସ୍ଥିତ ଥିଲେ।

ଚିଲିକା ନିର୍ବାଚନମଣ୍ଡଳୀର ବିକାଶ କିପରି ହୋଇପାରିବ ଏବଂ ଜନସାଧାରଣଙ୍କ ଦୁଃଖ କିପରି ଦୂର କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନୁରୂପ ଭାବେ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡି କିପରି ବାଜିମାତ କରିବ, ସେନେଇ କର୍ମୀମାନଙ୍କୁ ଚିଲିକା ବିଧାୟକ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ଧର୍ମ

ଜୀବନରେ ସଫଳତା ପାଇବାକୁ ହେଲେ ଚାଣକ୍ୟଙ୍କ ଏହି ଚାରୋଟି କଥାକୁ ମାନି ଦେଖନ୍ତୁ କଣ ହେଉଛି

Chanakya Niti : ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନରେ ଅନେକ ପୁସ୍ତକ ଏବଂ ଲେଖା ଲେଖିଛନ୍ତି,  ଯାହା ଆଜି ବି ଲୋକମାନେ ପଢିବାକୁ ଆଗ୍ରହୀ। ସମସ୍ତେ ଚାଣକ୍ୟଙ୍କ ନୈତିକତା ପଢିବାକୁ ପସନ୍ଦ କରନ୍ତି। କାରଣ ସେ ତାଙ୍କ ପୁସ୍ତକରେ ଜୀବନ ସହ ଜଡିତ ପ୍ରତ୍ୟେକ ତଥ୍ୟକୁ ଉଦ୍ଧୃତ କରିଛନ୍ତି।

ସାଧାରଣ ଜୀବନ ସହ ଜଡିତ ସମସ୍ତ ସମସ୍ୟାର ସମାଧାନର ଏକ ସଂକଳନ ତାଙ୍କ ପୁସ୍ତକରେ ଅଛି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନ କାଳରେ ନୈତିକତାରେ ଲିଖିତ ତଥ୍ୟଗୁଡିକ ଅନୁସରଣ କରେ, ତେବେ ସେ ସବୁଦିନ ପାଇଁ ଖୁସି ରହିପାରିବେ। ଜୀବନରେ ଜଣେ ସଫଳ ବ୍ୟକ୍ତି ହୋଇପାରିବେ। ଆଚାର୍ଯ୍ୟ ଚାଣକ୍ୟ ନୈତିକତା କ୍ଷେତ୍ରରେ ଏହିପରି ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯାହା ଦ୍ବାରା ଜଣେ ବ୍ୟକ୍ତି ସୁଖୀ ଏବଂ ସଫଳ ଜୀବନ ବିତାଇ ପାରିବେ।

ଚାଣକ୍ୟଙ୍କ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଭୁଲ ପଥରେ ଚାଲିଥାଏ କିମ୍ବା ଖରାପ ଜିନିଷ ଅନୁସରଣ କରେ, ସେହି ବ୍ୟକ୍ତି କଦାପି ସଫଳ ହୋଇପାରିବ ନାହିଁ। ସେ କହୁଥିଲେ ଯେ ଜଣେ ବ୍ୟକ୍ତି ଯେତେବେଳେ ମନ୍ଦତା ତ୍ୟାଗ କରି ଭଲ ଗୁଣଗୁଡିକ ଗ୍ରହଣ କରେ ସେତେବେଳେ ସେ ମହାନ କିମ୍ବା ସଫଳ ହୋଇପାରିବ। ଯଦି ତୁମେ ତୁମ ଜୀବନରେ ସଫଳ ହେବାକୁ ଚାହୁଁଛ, ତେବେ ଏହି ଅଭ୍ୟାସ ଛାଡିଦିଅ।

ଚାଣକ୍ୟ ଯାହା କରିବା ପାଇଁ କହିଛନ୍ତି ତାହା ହେଲା ଆଳସ୍ୟ ପରିତ୍ୟାଗ, ଅସୁବିଧା ସମୟରେ ଧର୍ଯ୍ୟ ଧରିବା, ସମୟକୁ ନଷ୍ଟ ନ କରିବା, ଦୁଃସଂଗ ପରିତ୍ୟାଗ କରିବା।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲିବାର ଲକ୍ଷଣ ଥିଲେ, ଅଣଦେଖା କରନ୍ତୁ ନାହିଁ: ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ନୂଆଦିଲ୍ଲୀ: ରିମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋ ଇମ୍ୟୁନ୍ ରୋଗ ଯାହା ଠିକ୍ ସମୟରେ ଚିକିତ୍ସା କରାନଗଲେ ଏକ ସାଇଲେଣ୍ଟ କିଲରରେ ପରିଣତ ହୋଇପାରେ। ରିମାଟଏଡ୍ ଆର୍ଥ୍ରାଇଟିସ୍ ମଧ୍ୟ ଗଣ୍ଠିରେ ଯନ୍ତ୍ରଣା, ଫୁଲା ଏବଂ କଠିନତା ସୃଷ୍ଟି କରେ। ସେହି ରୋଗର ମୁକାବିଲା କରିବା ଏକ ଚ୍ୟାଲେଞ୍ଜ ହୋଇପାରେ କାରଣ ଏହାର ମାମଲା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ଦେଖାଦିଏ। କିଛି ଲୋକଙ୍କ ପାଇଁ ଏହା ସହଜରେ ନିୟନ୍ତ୍ରିତ ହୋଇଥିବାବେଳେ ଅନ୍ୟମାନଙ୍କ ପାଇଁ ଏହା ଘାତକ ହୋଇପାରେ। ରିମାଟଏଡ୍ ଆର୍ଥ୍ରାଇଟିସ୍ ସହିତ ଜଡିତ ଅପ୍ରତ୍ୟାଶିତ ଲକ୍ଷଣକୁ କେବେବି ଅଣଦେଖା କରାଯିବା ଉଚିତ୍ ନୁହେଁ।

ହାତଗୋଡ଼ର ଯନ୍ତ୍ରଣା ହେଉଛି ରିମାଟଏଡ୍ ଆର୍ଥ୍ରାଇଟିସର ସବୁଠାରୁ ସାଧାରଣ ଲକ୍ଷଣ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ କମ୍ପ୍ୟୁଟରରେ କାମ କରୁଥିବା ଲୋକଙ୍କଠାରେ ଦେଖାଯାଏ। ରୋଗୀକୁ ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଯନ୍ତ୍ରଣା ଆରମ୍ଭ ହୋଇ ହାତଗୋଡରୁ କହୁଣି ପର୍ଯ୍ୟନ୍ତ ବ୍ୟାପିପାରେ।

ଛାତି ଯନ୍ତ୍ରଣା- ଛାତି ଯନ୍ତ୍ରଣା କେବଳ ହୃଦଘାତ କିମ୍ବା ହୃଦ୍‌ଘାତର ଲକ୍ଷଣ ନୁହେଁ। କ୍ରନିକ୍ ଛାତି ଯନ୍ତ୍ରଣା ଏହା ମଧ୍ୟ ହୋଇପାରେ ଯେ ଆପଣ ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ। ହୃଦୟ ଠିକ ଭାବେ କାର୍ଯ୍ୟ ନକରିବା ରିମାଟଏଡ ଆର୍ଥ୍ରାଇଟିସକୁ ବୃଦ୍ଧି କରିପାରେ। ଯଦି ଆପଣଙ୍କର ଦୀର୍ଘ ଦିନ ଧରି କ୍ରନିକ୍ ଛାତି ଯନ୍ତ୍ରଣା ଅଛି ଯାହା ବେକ କିମ୍ବା ପିଠି ପର୍ଯ୍ୟନ୍ତ ବ୍ୟାପିଥାଏ। ସେଥିପାଇଁ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ୍।

ଆଖି ଯନ୍ତ୍ରଣା- ଆପଣଙ୍କ ଆଖିର ଯନ୍ତ୍ରଣା ରିମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣ ହୋଇପାରେ? ଆଖି ଯନ୍ତ୍ରଣା କିମ୍ବା ସ୍କ୍ଲେରାଇଟିସ୍ ରିମାଟଏଡ୍ ଆର୍ଥ୍ରାଇଟିସ୍ ସମସ୍ୟା ଭାବରେ ଜଣାଶୁଣା। ଅବଶ୍ୟ, ଏଗୁଡିକ ଅତ୍ୟନ୍ତ ଅସାଧାରଣ ଏବଂ ଅତ୍ୟଧିକ ଅପ୍ରତ୍ୟାଶିତ ଲକ୍ଷଣ ଯାହା ଜଣେ ରୋଗୀ ଭୋଗିପାରେ।

ବାହୁ କିମ୍ବା ଆଙ୍ଗୁଠି ଝିମଝିମ ଲାଗିବା- ଏହି ଅବସ୍ଥାର ଏକ ପ୍ରମୁଖ ଲକ୍ଷଣ ହେଉଛି ମେରୁଦଣ୍ଡ ଏବଂ ବେକରେ ଚାପ। ବେକ ଏବଂ ମେରୁଦଣ୍ଡର କ୍ଷତି ହେଲେ ଗର୍ଭାଶୟ ମାଇଲୋପାଥି ହୋଇପାରେ, ଯାହା ସ୍ନାୟୁ ଉପରେ ଅତ୍ୟଧିକ ଚାପ ପକାଇଥାଏ। ଏହି ପ୍ରକ୍ରିୟା ସମୟରେ, ରୋଗୀ ବାହୁରେ ଟାଝିମଝିମ ବ୍ୟତୀତ ଅନେକ ଲକ୍ଷଣ ଅନୁଭବ କରିପାରନ୍ତି। ଏହି ଅବସ୍ଥା ସହିତ ଜଡିତ ଅନ୍ୟ କେତେକ ଲକ୍ଷଣ ମଧ୍ୟରେ ବାହୁ କିମ୍ବା ହାତରେ ଦୁର୍ବଳତା, ଚାଲିବାରେ ଅସୁବିଧା ଅନ୍ତର୍ଭୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର: ଗତକାଲି ବାଣପୁରର ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏତଦବ୍ୟତୀତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଗତକାଲି ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣଙ୍କ ସମେତ ଦଶ ଜଣ ଆହତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଦଭାବନା ଦିବସ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସାରା ଦେଶରେ ସଦଭାବନା ଦିବସ ପାଳିତ ହେଉଛି।

ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ ଓ ଭାଷା ଭେଦଭାବ ବିନା ସମସ୍ତ ଭାରତବାସୀଙ୍କର ଏକତା ଓ ସଦଭାବନା ପାଇଁ ମୁଁ କାର୍ଯ୍ୟ କରିବା ସହିତ କୌଣସି ହିଂସା ଆଚରଣ ନକରି ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ଉପାୟରେ ସମାଧାନ କରିବି।

ଏହି ଶପଥପାଠ ଉତ୍ସବରେ ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଶ୍ରୀମତୀ ବିନିତା ଦାଶ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଶଶାଙ୍କ ଶେଖର ଲେଙ୍କାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ, ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ମାଲକାନଗିରି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ smart health card ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରୁ ସ୍ବାସ୍ଥ୍ୟ ସବୋର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ ।

ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କବେେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ର୍ଖଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହଲୋ ସେ ସଂର୍ପକରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସବୋ ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି ।

ସେ ସଭାରେ ଝିଅଟିଏ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା। ଝିଅ ଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ proposalଟି ମୋତେ ବହୁତ ଭଲ ଲାଗି ଥିଲା ଏବଂ ମୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।”

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି। ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହବେ ।

ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ପ୍ରକାଶ କରି ସେ କହିଲେ ଯେ ରାଜ୍ୟର ସାଢେ ତିନି କୋଟି ଲୋକ ଉପକାର ପାଇବେ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍‌ପିଟାଲରେ କିଛି document ଦବା ଦରକାର ହେବ ନାହିଁ ବୋଲି ସେ କହିଥିଲେ। କେବଳ ଏହି Smart Health Card ସାଥିରେ ନେଇ ହସପିଟାଲ ଯିବାକୁ ହବ। ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ ।

ଏହି କାର୍ଡରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡିଶା ପ୍ରଥମ। ଆପଣଙ୍କ ରାଜ୍ୟ ସରକାର ପ୍ରଥମ । ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷପେ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂର୍ପକ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡିଲେ, ଆମର ଚିନ୍ତା ବଢିଯାଇଥାଏ । ସବୁଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହିକେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହିକେହି ମଧ୍ୟ ଧାର କରଜ କରିଥାନ୍ତି ।

“ଏ ଖବର ମୁଁ ଯତେବେଳେେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି Smart Health Card ଆପଣଙ୍କର ଏ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ର୍ଖଚ୍ଚ କରିପାରିବେ।”

ରାଜ୍ୟର ସବୁ ସରକାରୀ ହସ୍‌ପିଟାଲ ଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସବୋ ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର୍ପଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ର୍ଖଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଆମର ସରକାରୀ ହସ୍‌ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କମେୋ ଥରୋପୀ, ସିଟି ସ୍କାନ, MRI, ବିଭିନ୍ନ ପାଥୋଲୋଜୀ ଟଷେ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍‌ପିଟାଲରେ ଏ ସୁବିଧା ନେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସବୋ ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିର୍ପଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସବୋ ର୍ପଯ୍ୟନ୍ତ ସବୁ କ୍ଷତେ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦଶେରେ ଆର୍ଦଶ ହୋଇଛନ୍ତି । ଏମ୍ ପି ଶ୍ରୀ ରମଶେ ମାଝି ସ୍ଵାଗତ ଭାଷଣ ଦେଇ ଥିଲେ ।

କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବହେରୋ ଧନ୍ୟବାଦ ଜଣାଇଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମହିଳାଙ୍କ ଚିକିତ୍ସା ର୍ଖଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପଡିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚତେନତା ରଥର ଶୁଭାରମ୍ଭ କରିଥିଲେ । ଏହି smart card ରେ 64kbର ଚିପ୍ସ ରହିଛି। ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ ମୋ ସବୋ କନେ୍ଦ୍ର କୁ ଯାଇ ନୂଆ ତଥ୍ୟ ଯୋଗ କରି ପାରିବେ ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ସଭ୍ୟ ବୃନ୍ଦ ,ଏମ ପି ଏମ୍ ଏଲ୍ ଏ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ କଡା ସମାଲୋଚନା, କହିଲେ ଏମିତି କଥା

ଭୁବନେଶ୍ବର, ବିଜେପି ତରଫରୁ ରାଜ୍ୟରେ ଆରମ୍ଭ ହୋଇଛି ଜନ ଆର୍ଶିବାଦ ଯାତ୍ରା। ନୂଆ କରି ମୋଦୀ ମନ୍ତ୍ରୀ ମଣ୍ଡଳରେ ସାମିଲି ହୋଇଥିବା ଦୁଇ ପାୱାରଫୁଲ ମନ୍ତ୍ରୀ ଏହାର ନେତୃତ୍ବ ନେଉଛନ୍ତି। ଗତକାଲି ସେମାନେ ଭୁବନେଶ୍ବରୁ ଯାତ୍ରା ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଯାଇଥିଲେ। ବାଟରେ ସେମାନଙ୍କୁ ବିଭିନ୍ନ ଦଳୀୟ କର୍ମିମାନେ ସ୍ବାଗତ କରିଥିଲେ। ଏହାଦ୍ବାରା ବିଜେପି ବେଶ୍ ଫାଇଦା ହାସଲ କରିବ ବୋଲି ଆଶା କରିଛି।

ହେଲେ ଦଳର ଏହି ଯାତ୍ରାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ। ସେ ଟୁଇଟ କରି କହିଛନ୍ତି ଯେ, ‘ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା – ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା – ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଣା ଅଛି’। ମନ୍ତ୍ରୀ କୌଣସି ଦଳର ନାମ ଉଲ୍ଲେଖ କରି ନ ଥିଲେ ମଧ୍ୟ ଏହା ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ସିଧା ସୂଚାଉଛି ଏଥିରେ ସନ୍ଦେହ ନାହିଁ।

ଏହି ଟୁଇଟିକୁ ନେଇ ବିଜେପି ନେତାମାନେ ସମାଲୋଚନା କରିଥିବା ବେଳେ ବିଭିନ୍ନ ଲୋକ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟର ସାଢେ ୩ କୋଟି ଲୋକ ପାଇବେ ଏହି ସୁବିଧା

ଭୁବନେଶ୍ବର: ଆଜି ମାଲକାନଗିରି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କିଛି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଟ ପ୍ରଦାନ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଏହି ସ୍ମାର୍ଟ ହେଲଥ୍ କାର୍ଡ ଲୋକମାନଙ୍କୁ ବିତରଣ କରିଛି। ଏହା ଦ୍ଵାରା ରାଜ୍ୟର ସାଢେ ୩ କୋଟି ଲୋକ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ।

ତେବେ ଏହି କାର୍ଡକୁ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯିବ। ପ୍ରତି ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହା ସହ ମହିଳାଙ୍କ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ କରାଇବେ।