Categories
ଆଜିର ଖବର ଆଞ୍ଚଳିକ

ବିବାହ କାର୍ଯ୍ୟରେ କୋଭିଡ ଆଇନ ଉଲଂଘନ ଅଭିଯୋଗ: ଜରିମାନା ଆଦାୟ କଲା ବାଣପୁର ପୋଲିସ୍

ସୀତାରାମ ଅଗ୍ରୱାଲ

ଚିଲିକା: ବାହାଘରରେ କୋଭିଡ ଆଇନ ଉଲଂଘନ କରିବା ଅଭିଯୋଗ ହୋଇଛି। ଯାହାଫଳରେ ବର ପକ୍ଷଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗତ ତିନି ଦିନ ତଳେ ସରଳସିଂହ ଗ୍ରାମରେ ଏକ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଏଥି ପାଇଁ ଉଭୟ ପକ୍ଷ ବାଣପୁର ଥାନାରୁ ଅନୁମତି ନେଇଥିଲେ। ତେବେ ସମ୍ପୃକ୍ତ ବିବାହ ମଧ୍ୟରାତ୍ରି ଯାଏଁ ଚାଲିଥିବାବେଳେ ସେଥିରେ ବାଜା, ପଟୁଆର, ଭୋଜି ଆଦିରେ ୫୦ ରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକି କୋଭିଡ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୋଗ ପାଇଲା ପରେ ଚିଲିକା ତହସିଲଦାର ଏବଂ ବାଣପୁର ଆଇଆଇସି ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନାଚୁଣୀ ଫାଣ୍ଡି ଅଧିକାରୀ ସମ୍ପୃକ୍ତ ବର ପକ୍ଷଙ୍କୁ ବାଣପୁର ଥାନାରେ ହଜାର କରିଥିଲେ। ତେବେ କୋଭିଡ଼ ନିୟମ ଉଲଂଘନ ଲାଗି ବାଣପୁର ପୋଲିସ ତାଙ୍କଠାରୁ ୪୦ ହଜାର ଜରିମାନା ଆଦାୟ କରିଛି। ଆଗକୁ ଯଦି କେହି ଏଭଳି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏବଂ ଯଦି ଜରିମାନା ସମ୍ପୃକ୍ତ ଆଇନ ଉଲଂଘନକାରି ଦେବେନାହିଁ ତେବେ ତାଙ୍କ ନାମରେ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ଅପରପକ୍ଷେ ଚିଲିକା ତହସିଲଦାର ଆଇନ ଉଲଂଘନକାରୀଙ୍କୁ ଗଣମାଧ୍ୟମ ଜରିଆରେ କଡ଼ା ଚେତାବନୀ ଦେବା ସହ ଯଦି ଆଗକୁ କୌଣସି ବ୍ୟକ୍ତି ବିବାହରେ କୋଭିଡ ନିୟମ ଉଲଂଘନ କରନ୍ତି ତେବେ ତାଙ୍କୁ ମହାମାରୀ ଅଧିନିୟମ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଅକ୍ଷୟ ତୃତୀୟାକୁ ନେଇ ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁଙ୍କ ଡିଜିଟାଲ ଚିତ୍ର ପ୍ରଦର୍ଶନୀ,ଦେଖିଲେ ଖୁସି ହେବେ

 

ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ

 

 

ଭୁବନେଶ୍ବର: ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଅକ୍ଷୟ ତୃତୀୟା ଉପଲକ୍ଷେ କରିଛନ୍ତି ପେଣ୍ଟିଂ। ଯାହାର ଶୀର୍ଷକ ରହିଛି “ହଳର ଶକ୍ତି”। ଏଥିରେ ସେ ଓଡିଆର ସଂସ୍କୃତି ସହିତ ଓତଃପ୍ରାତ ଭାବେ ଜଡିତ ଚାଷ ଓ ଚାଷୀ ସହିତ ଅଧୁନିକତାର ଛାପ ପ୍ରଦାନ କରିଛନ୍ତି। ଏହି ପବିତ୍ର ଦିନ ଉପଲକ୍ଷେ ତାଙ୍କର ବହୁ ପେଣ୍ଟିଂ ମଧ୍ୟରୁ କିଛି ଝଲକ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରତି ଜିଓଫୋନ୍ ରିଚାର୍ଜ ପ୍ଲାନ୍‌ରେ ଗୋଟିଏ କିଣିଲେ ଗୋଟିଏ ମାଗଣା (ବାଏ-ୱାନ୍‌-ଗେଟ୍‌-ୱାନ୍ ଫ୍ରି) ସୁବିଧା

ମୁମ୍ବାଇ/ଭୁବନେଶ୍ୱର: ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍ ଆରମ୍ଭ କରାଯାଇଥିଲା। ସଂପ୍ରତି କୋଭିଡ୍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ ଗ୍ରାହକମାନଙ୍କ ପାଖରେ, ବିଶେଷ କରି ଆମ ସମାଜର ସ୍ୱଳ୍ପ-ସ୍ୱଚ୍ଛଳ ବର୍ଗଙ୍କ ପାଖରେ ପହଂଚିବ।

ଏହାକୁ ନିଶ୍ଚିତ କରିବା ଲାଗି ମହାମାରୀ ଅବଧିରେ ଜିଓ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ପ୍ରଥମ ପଦକ୍ଷେପଟି ହେଉଛି ଜିଓ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହ ମିଶି ମହାମାରୀର ସମ୍ପୂର୍ଣ୍ଣ ଅବଧିରେ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ କଲ୍ (ଦିନକୁ ୧୦ ମିନିଟ୍‌) ସେହି ସବୁ ଜିଓଫୋନ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି।

ଏଥି ସହ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସୁଲଭତାରେ ଆହୁରି ଉନ୍ନତି ଆଣିବା ଲାଗି ଜିଓଫୋନ୍ ବ୍ୟବହାରକାରୀମାନେ ରିଚାର୍ଜ କରୁଥିବା ପ୍ରତିଟି ଜିଓଫୋନ୍ ପ୍ଲାନ୍ ସହିତ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍ ପାଇପାରିବେ। ଉଦାହରଣ ସ୍ୱରୂପ, ଜଣେ ଜିଓଫୋନ୍ ଗ୍ରାହକ ୭୫ ଟଙ୍କାର ରିଚାର୍ଜ କଲେ ସେ ଅତିରିକ୍ତ ୭୫ ଟଙ୍କାର ପ୍ଲାନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ତେବେ ୧୫ ମେ’ ୨୦୨୧ରୁ ଆରମ୍ଭ ହେଉଥିବା ଏହି ସୁବିଧା ଜିଓଫୋନ୍‌ର ବାର୍ଷିକ ପ୍ଲାନ୍ କିମ୍ବା ଜିଓଫୋନ୍ ସହିତ ଆସୁଥିବା ବଣ୍ଡଲ୍‌ଡ୍ ପ୍ଲାନ୍ ପାଇଁ ଲାଗୁ ହେବ ନାହିଁ।

ଏହି ଆହ୍ୱାନପୂର୍ଣ୍ଣ ସମୟରେ ପ୍ରତିଟି ଭାରତୀୟଙ୍କ ସହ ଠିଆ ହୋଇ ରହିବାକୁ ରିଲାଏନ୍ସ ପ୍ରତିବଦ୍ଧ ଏବଂ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରୁ ଆଗକୁ ବଢିବା ଲାଗି ଆମ ଦେଶର ନାଗରିକମାନଙ୍କୁ ସକ୍ଷମ କରିବା ଲାଗି ଏହା ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିବ।

Categories
ଆଜିର ଖବର ଜାତୀୟ ଖବର

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବାତ୍ୟା ତାଉ’ତେ ଭୟଙ୍କର ରୂପ ନେବ!: ୫ ଟି ରାଜ୍ୟରେ ପଡିବ ଏହାର ପ୍ରଭାବ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ତୌକ’ତେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେଇପାରେ। ମଙ୍ଗଳବାର ସକାଳେ ଏହି ବାତ୍ୟା ଗୁଜୁରାଟ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁଜୁରାଟ ସମେତ ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି। ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ଭାରତ ଲଢୁଥିବା ବେଳେ ଏହି ବାତ୍ୟା ଆହୁରି ଅଧିକ ଚିନ୍ତା ଆଣିଦେଇଛି।

ତେବେ ଘୂର୍ଣ୍ଣିବାତ୍ୟାକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏଥିପାଇଁ ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଏହି ୫୩ ଟି ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲେ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବନ୍ଦୋପାଧ୍ୟାୟ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ ଆଜି ନିଧନ ହୋଇଯାଇଛି। ସେ ଏକ ମାସ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମେଡିକୋ ସୁପରସ୍ପେସିଲିଟି ହସ୍ପିଟାଲରେ ଅସୀମ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। କୋଭିଡ ନିୟମ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁଇ ଦିନରେ ଆସିବ କୋଭିଡ଼ ରୋଗୀଙ୍କ ପାଇଁ ଡିଆରଡିଓ ଦ୍ଵାରା ବିକଶିତ ଔଷଧ ‘୨-ଡିଜି’

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଡିଆରଡିଓ ଦ୍ଵାରା ‘୨-ଡିଜି’ ଔଷଧ ପ୍ରସ୍ତୁତ କରାଯାଇଛି। ଏହି ଔଷଧର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ ଆଜି କିମ୍ବା କାଲି ଭିତରେ ମିଳିବା ଆଶା କରାଯାଉଛି। ଏହା ସହ ଆବଶ୍ୟକତାକୁ ଦେଖି ଏହାର ଉତ୍ପାଦନ କ୍ଷମତା ବଢାଇବା ଉପରେ ଜୋର ଦିଆଯାଉଛି।

ଡିଆରଡିଓ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଯାହା କରୋନା ଭୂତାଣୁ ବିରୋଧ ଲଢେଇରେ ବଡ ସହାୟକ ହେବ। ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ‘୨-ଡିଜି’ କୁ ଅଧିକ ମାତ୍ରାର ଉତ୍ପାଦନ ଆରମ୍ଭ କରାଯାଇଛି।

ଏହାର ବ୍ୟବହାର ଦ୍ଵାରା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ସହ ଅମ୍ଳଜାନ ଅଭାବକୁ ହ୍ରାସ କରିବ। ଏହି ଔଷଧ ଯୋଗୁଁ ଲୋକେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ଏବଂ ଏହା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ମଧ୍ୟ କମ ଆବଶ୍ୟକତା କରିଥାଏ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୬ ହଜାର ୯୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୬ ହଜାର ୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୯୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୬ ଲକ୍ଷ ୭୩ ହଜାର ୮୦୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୧ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୨୯୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା, କଳାହାଣ୍ଡି, ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଗଜପତି, କୋରାପୁଟ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୯୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୧ ହଜାର ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୧୯୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୨୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୬୬୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୦୩ ଜଣ, ବରଗଡ ଜିଲ୍ଲାରୁ ୪୨୧ ଜଣ, ଭଦ୍ରକ ଜିଲ୍ଲାରୁ ୩୦୦, ବଲାଙ୍ଗୀରି ଜିଲ୍ଲାରୁ ୩୫୮, ବୌଦ୍ଧ ଜିଲ୍ଲାରୁ ୨୪୬, କଟକ ଜିଲ୍ଲାରୁ ୧୧୯୭, ଦେବଗଡ ଜିଲ୍ଲାରୁ ୧୦୯, ଢେଙ୍କାନାଳ ଜିଲ୍ଲାରୁ ୨୮୦ ଜଣ, ଗଜପତି ଜିଲ୍ଲାରୁ ୧୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୩୩୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭୪ ଜଣ, ଯାଜପୁର ଜିଲ୍ଲାରୁ ୩୯୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୨୭ ଜଣ, କଳାହାଣ୍ଡିରୁ ୩୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୮୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୮ ଜଣ, କୋରାପୁଟ ଜିଲ୍ଲାରୁ ୧୯୬ ଜଣ, ମାଲକାନାଗିରି ଜିଲ୍ଲାରୁ ୯୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୭୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩୯ ଜଣ, ନୟାଗଡ ଜିଲ୍ଲାରୁ ୨୮୦ ଜଣ, ନୂଆପଡା ଜିଲ୍ଲାରୁ ୩୦୭ ଜଣ, ପୁରୀ ଜିଲ୍ଲାରୁ ୩୮୮ ଜଣ, ରାୟଗଡା ଜିଲ୍ଲାରୁ ୧୩୭ ଜଣ, ସମ୍ବଲପୁର ଜିଲ୍ଲାରୁ ୫୫୩ ଜଣ, ସୋନପୁର ଜିଲ୍ଲାରୁ ୨୧୪ ଜଣ ଏବଂ ଷ୍ଟେଟ ପୁଲରୁ ୨୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ହେଉଛି ଅକ୍ଷୟ ତୃତୀୟା, ଏହି ପବିତ୍ର ତିଥିରେ ଜଗନ୍ନାଥ ମନ୍ଦିରରେ ପାଳନର ରହିଛି ସ୍ବତନ୍ତ୍ରତା

ଭୁବନେଶ୍ବର, ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ।

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ ।

ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର‌୍ୟ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର‌୍ୟ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

Categories
ଆଜିର ଖବର ଧର୍ମ ବିଶେଷ ଖବର

ଆଜି ମେ 15 ତାରିଖ ଅକ୍ଷୟ ତୃତୀୟା ସହିତ ବୃଷ ସଂକ୍ରାନ୍ତିରେ କଣ ରହିଛି ରାଶିଫଳ ଜାଣନ୍ତୁ

ମେଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି। ଭ୍ରମଣ ଯୋଗ ମଧ୍ୟ ଅଛି।   

ବୃଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ।

ମିଥୁନ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି।

କର୍କଟ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। 

ସିଂହ- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।   

କନ୍ୟା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ।  

ତୂଳା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବସ୍ ସହିତ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି ।

ବିଛା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।   

ଧନୁ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। 

ମକର- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । 

କୁମ୍ଭ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

ମୀନ – କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ଆପଣଙ୍କୁ ପରିବାର ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । କେତେକ ଘରୋଇ ଜଟିଳ ସମସ୍ୟାର ସମାଧାନ ହୋଇପାରିବ । ବିବାହିତ ଲୋକମାନେ ସୁଖ ପାଇପାରିବେ। ପ୍ରେମ ବଢିବ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଓଡିଶାରେ ଅକ୍ଷୟ ତୃତୀୟାର କଣ ରହିଛି ମହତ୍ବ, ଏହି ଦିନ କିପରି ପାଳନ କରାଯାଏ ବ୍ରତ, ଜାଣନ୍ତୁ

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

ଏହି ଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା। ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର‌୍ୟ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା। କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା ।

ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ ।

ଦୂତମାନେ ଆଶ୍ଚର‌୍ୟ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା। ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ। ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି।

ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।

Categories
ବିଶେଷ ଖବର ରାଜ୍ୟ ଖବର

ପୁରା ଆକ୍ସନ ମୁଡରେ ନୂଆ ବିଏମସି କମିସନର ସଂଜୟ ସିଂ, କର୍ମଚାରୀମାନେ ଛାନିଆ

ଭୁବନେଶ୍ବର, ବରିଷ୍ଠ ଆଇଏଏସ ଅଫିସର ସଂଜୟ ସିଂ ଭୁବନେଶ୍ବର ମହାନଗରର କମିଶନର ଭାବେ ଯୋଗ ଦେବା ପରେ ଆକ୍ସନ ମୁଡରେ ତାଙ୍କର କାମ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ସେ ବିଭିନ୍ନ ସ୍ଥାନ ତଦାରଖ କରିଥିବା ବେଳେ କେତେକ ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଯେଉଁଠି କିଛି ଅସୁବିଧା ଦୃଷ୍ଟିକି ଆସିଛି ତାହାର ତୁରନ୍ତ ଅନ ସ୍ପଷ୍ଟ ସମାଧାନ ମଧ୍ୟ କରିବାରେ ଲାଗିଛନ୍ତି।

ଆଜି କମିଶନରଙ୍କ ତତ୍ବାବଧାନରେ କୋଭିଡ ଆକ୍ରାନ୍ତଙ୍କୁ ତୁରନ୍ତ ହସପିଟାଲ ନେବା ପାଇଁ ଆମ୍ବୁଲାନସ ବ୍ୟବସ୍ଥାର ତଦାରଖ କରିଥିଲେ। ବର୍ତ୍ତମାନ 64ଟି ଆମ୍ବଲାନସ ମଧ୍ୟରୁ 40ଟିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା ରହିଛି। ଅନ୍ୟଗୁଡିକ ତୁରନ୍ତ ଜିପିଏସ ଟ୍ରାକିଂ ବ୍ୟବସ୍ଥାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆକ୍ରାନ୍ତଙ୍କ ସ୍ଥାନାନ୍ତର ସୁବିଧା ହୋଇପାରିବ।

ସେହିପରି କମିଶନର ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ରକୁ ମଧ୍ୟ ତଦାରଖ କରିବା ପାଇଁ ଯାଇଥିଲେ।  ଏଥିରେ ସେ  ୟୁନିଟ-2/3/4 ରେ ଥିବା ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର, ଜୟଦେବ ବିହାରରେ ଥିବା ଲୟାଲ ସ୍କୁଲ ଟିକା କେନ୍ଦ୍ର ବୁଲି ଦେଖିଥିଲେ। ଏଥିରେ ସେମାନେ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ କେତେ ଟିକା ମହଜୁଦ ଅଛି ତାହା ପଚାରି ବୁଝିଥିଲେ।

ବର୍ତ୍ତମାନ କୋଭିଡ ମୃତକଙ୍କ ଶବସତ୍କାର ସମସ୍ୟାକୁ ମଧ୍ୟ କମିଶନର ସଂଜୟ ସିଂ ତଦାରଖ କରିଥିଲେ। ଏଥିରେ ସେ ପଟିଆ ଯାଇ ସେଠାରେ ନିର୍ମାଣଧିନ ନୂତନ ଶ୍ମଶାନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହା ବହୁଦିନ ଧରି କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେଥିପାଇଁ ନିର୍ମାଣକାରୀଙ୍କୁ ଆସନ୍ତା 25 ତାରିଖ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଶ୍ମଶାନରେ ପ୍ରଥମ ଥର ପାଇଁ ଗ୍ୟାସ ଚୁଲାର ବ୍ୟବସ୍ଥା କରାଯାଉଛି। ଫଳରେ ମୃତକଙ୍କୁ ଶିଘ୍ର ସତ୍କାର କରାଯାଇପାରିବ। ମୃତକକଙ୍କ ପରିବାର ଶବ ସତ୍କାର ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ହ୍ରାସ ପାଇବ। ସେହିପରି ଭରତପୁରରେ ଏକ ଶ୍ମଶାନ ନିର୍ମାଣ ପାଇଁ ଏକ ଏନଜିଓ ସହିତ ମଧ୍ୟ ବୁଝାମଣା କରାଯାଇଛି।

ତେବେ ତାଙ୍କର ଯେଉଁଦିନ ବଦଳ ହୋଇଥିଲା, ସେହିଦିନ ସେ କୋଭିଡ କଲ ସେଣ୍ଟର ପରିଦର୍ଶନ କରି ସେଠାରେ କିପରି କାର୍ଯ୍ୟ ହେଉଛି ତାହାର ତଦାରଖ କରିଥିଲେ। ବର୍ତ୍ତମାନ ନୂଆ କମିଶନରଙ୍କ ଏପରି ଆକ୍ସନ ମୁଡରେ କାର୍ଯ୍ୟ ଦେଖି ବିଏମସି ଅଫିସରମାନେ ଛାନିଆ ହୋଇପଡିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାର ଏହିସବୁ ଅଞ୍ଚଳକୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ପ୍ରତିଦିନ ବାଣପୁର, ବାଲୁଗାଁ ଏବଂ ଚିଲିକାରୁ ଏକାଧିକ ପଜିଟିଭ ଚି଼ହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚିହ୍ନଟ ହୋଇଥିବା ଅଞ୍ଚଳଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ବାଲୁଗାଁ ଏନଏସି:

ୱାର୍ଡ ନମ୍ବର ୧ ଅଶୋକ ନଗରର ରବୀନ୍ଦ୍ର ସେଠିଙ୍କ ଘରଠାରୁ ନୀଳମଣି ସାହୁଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ:

ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମର ଗୋଡିପଦର ସାହି ଖଲି ବାରିକଙ୍କ ଘର ଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଘର ପର୍ଯ୍ୟନ୍ତ (ମୋଟ ୭୬ ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କୁଲେଇ ପଞ୍ଚାୟତ ଆନ୍ତର୍ଗତ ମାନସିଂହପୁର ଗ୍ରାମର ଜ୍ଞାନ ସାହୁଙ୍କ ଘରଠାରୁ ସୁବାସ ଦଳାଇଙ୍କ ଘର ପର୍ଯ୍ୟନ୍ତ( ମୋଟ ୭୫ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଉକ୍ତ ସବୁ ଅଞ୍ଚଳରେ ଆଜି ସଂଧ୍ୟା ୭ ଘଟିକାରୁ ୨୦ ମଇ ରାତି ୯ ଘଟିକା ଯାଏଁ କଟକଣା  ବଳବତ୍ତର ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କିଶାନ ଯୋଜନାରେ ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ୨୧ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯ କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦ ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର ଟଙ୍କାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ଏଥିରେ ଓଡ଼ିଶାର ୨୫ ଲକ୍ଷ ୯୦ ହଜାର ୩୧୫ ଜଣ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ।

ଭିଡିଓ କନଫ୍ରେସିଂ ଯୋଗେ ଏହା ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ମତ ବିନିମୟ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପିଏମ କିଷାନ ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଉନାଓର ଚାଷୀ ଅରବିନ୍ଦଙ୍କୁ ପ୍ରଶଂସା କରିଥିଲେ । ଅରବିନ୍ଦ ତାଙ୍କ ଅଞ୍ଚଳର ଯୁବଶକ୍ତି ମାନଙ୍କୁ ଜୈବିକ କୃଷି ଓ ନୂତନ କୃଷି ପଦ୍ଧତି ସମ୍ପର୍କରେ ସମ୍ପର୍କରେ ଶିକ୍ଷା ଦେଉଛନ୍ତି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପାଟ୍ରିକଙ୍କୁ ବହୁଳଭାବେ ଜୈବିକ କୃଷି ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଅନନ୍ତପୁରର ଏନ. ଭେନୁରମ୍ମାଙ୍କୁ ୧୭୦ରୁ ଅଧିକ ଆଦିବାସୀ ଚାଷୀଙ୍କୁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଶଂସା କରିଥିଲେ । ମେଘାଳୟର ପାର୍ବତ୍ୟାଂଚଳରେ ଅଦା, ହଳଦୀ, ଡାଲଚିନି ଇତ୍ୟାଦି ଚାଷ କରିଥିବା ପାଇଁ ସେ ରେଭିଷ୍ଟ୍ରାରଙ୍କ ପ୍ରଶଂସା କରିଥିଲେ ।

ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ନିବାସୀ ଖୁରସିଦ ଅହମ୍ମଦ ସିମଳାମିର୍ଚ୍, କଂଚାଲଙ୍କା ଓ କାକୁଡି ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ କରିଛନ୍ତି ତାଙ୍କ ସହ ମତବିନିମୟ କରିଥିଲେ । ଏହି ଯୋଜନା ଅଧୀନରେ ଓଡିଶାରେ ୨୫ଲକ୍ଷ ୯୦ହଜାର ୩୧୫ଜଣ କୃଷକ ୭୨୦କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଚାଷୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ମହାମାରୀ ସତ୍ୱେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କରିବାକୁ ସେ କୃଷକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସରକାର ମଧ୍ୟ ପ୍ରତିବର୍ଷ ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ କରି ଖାଦ୍ୟଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

ଧାନ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି ହୋଇଥିବାବେଳେ, ଏବେ ଗହମ ସଂଗ୍ରହରେ ମଧ୍ୟ ନୂତନ ରେକର୍ଡ ହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଏପର‌୍ୟ୍ୟନ୍ତ ଶତକଡା ଅଧିକ ଦଶଗୁଣ ଗହମ ସଂଗୃହୀତ ହୋଇଛି । ଏପର‌୍ୟ୍ୟନ୍ତ ଗହମର ସହାୟକ ମୂଲ୍ୟ ବାବଦ ୫୮ହଜାର କୋଟି ଟଙ୍କା ଚାଷୀମାନଙ୍କ ଖାତାରେ ସିଧାସଳଖ ପହଁଚି ପାରିଛି ।

ଚାଷର ନୂତନ ସମାଧାନ ପନ୍ଥା ଓ ସୁବିଧା ପ୍ରଦାନରେ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଜୈବିକ କୃଷି ଏହି ପ୍ରଚେଷ୍ଟାର ଏକ ଅଂଶବିଶେଷ । ଜୈବିକ ଚାଷରୁ ଅଧିକ ଲାଭ ମିଳୁଥିବା ବେଳେ ବର୍ତ୍ତମାନ ଅଧିକରୁ ଅଧିକ ଯୁବଚାଷୀ ଏଥିରେ ଆଗ୍ରହ ଦେଖାଉଛନ୍ତି। ଏବେ ଗଙ୍ଗାନଦୀର ଉଭୟ ପାଶ୍ୱର୍ର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ଚାଷ କରାଯାଉଛି ଯାହା ଯୋଗୁଁ ନଦୀ ନିର୍ମଳ ରହିପାରିବ ।

ମହାମାରୀ କାଳରେ କିଶାନ କ୍ରେଡିଟ୍ କାର୍ଡ ସମୟ ସୀମା ବୃଦ୍ଧି କରାଯିବା ସହ କିସ୍ତି ନବୀକରଣ କାର‌୍ୟ୍ୟ ଜୁନ ୩୦ ତାରିଖ ପର‌୍ୟ୍ୟନ୍ତ ବଢାଯାଇଛି । ନିକଟ ଅତୀତରେ ଦୁଇ କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଥିବା ମୋଦୀ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ଲାକ୍ ଫଙ୍ଗସ୍ ମୁକାବିଲା ପାଇଁ ରାଜ୍ୟ ସରକାର ଗଠନ କଲେ ୭ ଜଣିଆ କମିଟି

ଭୁବନେଶ୍ବର: କରୋନାରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ଘଟଣାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୭ ଜଣିଆ କମିଟି ଗଠନ କରିଛନ୍ତି। ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଏହି କମିଟି ଗାଇଡଲାଇନ ପ୍ରସ୍ତୁତ କରିବ।

ତେବେ ଏଥିରେ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ସାମିଲ କରାଯାଇଛି। ଏସସିବି ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ନିରୁପମା ଚଇନି ଏହି କମିଟିରେ ଅଧ୍ୟକ୍ଷା ରହିବେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କମିଟିର ଆବାହକ ରହିବେ।

ସେହିଭଳି ଏସସିବି ମେଡିକାଲର ଆଉ ୫ ଜଣ ପ୍ରଫେସର ଏହି କମିଟିରେ ସଦସ୍ୟ ରହିବେ। ରାଜ୍ୟର କୌଣସି ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେଲେ ସମ୍ପୃକ୍ତ ହସ୍ପିଟାଲର କର୍ତ୍ତୁପକ୍ଷ ଏହି କମିଟିକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ବଢୁଛି କରୋନା ବିପଦ: ୪୩ ଦିନରେ ୭୬ ହଜାରରୁ ଊର୍ଦ୍ଧ୍ଵ ପିଲା ହେଲେ ସଂକ୍ରମିତ

ମୁମ୍ବାଇ: କରୋନା ଦ୍ଵିତୀୟ ଲହରୀରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି। ଏହି ଲହରୀରେ ଛୋଟ ଛୋଟ କୋମଳବତୀ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।

ଜାନୁୟାରୀ ୧ ତାରିଖ ୨୦୨୧ ଠାରୁ ମେ’ ୧୨ ତାରିଖ ପର୍ଯ୍ୟନ୍ତ ମାହାରାଷ୍ଟ୍ରରେ ୧ ଲକ୍ଷ ୬ ହଜାର ୨୨୨ ଜଣ ୧୦ ବର୍ଷରୁ କମ ଛୁଆ ଆକ୍ରାନ୍ତ ହୋଇଥିବା ବେଳେ ବିଗତ ୪୩ ଦିନ ମଧ୍ୟରେ ୭୬ ହଜାର ୪୦୧ ଜଣ ଛୁଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ୨୦୨୦ ମସିହାରେ ମୋଟ ୬୭ ହଜାର ୧୧୦ ଜଣ ପିଲା ସଂକ୍ରମିତ ହୋଇଥିଲେ। ପିଲାଙ୍କ ଉପରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ହସ୍ପିଟାଲରେ ଆଇସିୟୁ ପ୍ରସ୍ତୁତ କରାଯାଉଛି।

ବିଶେଷଜ୍ଞଙ୍କ ଅନୁମାନ, ତୃତୀୟ ଲହରୀ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେବେ ପିଲାଙ୍କ ଉପରେ ବଢୁଥିବା ବିପଦକୁ ଟାଳିବା ପାଇଁ ମହାରାଷ୍ଟ୍ର ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯ ହଜାର ୩୨୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୨୧୪

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୧୪, ସୁନ୍ଦରଗଡରୁ ୧୧୩୬, କଟକରୁ ୭୮୦, ବରଗଡରୁ ୪୮୭, ସମ୍ବଲପୁରରୁ ୪୭୦, ନୂଆପଡାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୁଳରୁ ୩୮୪, ଝାରସୁଗୁଡାରୁ ୩୮୪, ପୁରୀରୁ ୩୧୯, ବଲାଙ୍ଗୀରିରୁ ୩୧୩, ନବରଙ୍ଗପୁରରୁ ୩୧୨, ମୟୂରଭଞ୍ଜରୁ ୨୮୮, ଗଞ୍ଜାମରୁ ୨୬୧, ନୟାଗଡରୁ ୨୦୬, ବୌଦ୍ଧରୁ ୨୦୦, ରାୟଗଡ଼ାରୁ ୧୯୯, କେନ୍ଦ୍ରାପଡାରୁ ୧୯୦, ବାଲେଶ୍ବରରୁ ୧୫୧, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୨୩, , ଗଜପତିରୁ ୧୧୬, ଗଜପତିରୁ ୧୧୬, କେନ୍ଦୁଝରରୁ ୧୧୩, ଢେଙ୍କାନାଳରୁ ୯୦, କୋରାପୁଟରୁ ୭୨, ମାଲକାନାଗିରିରୁ ୭୨, ଯାଜପୁରରୁ ୭୧, କନ୍ଧମାଳରୁ ୫୩, ଭଦ୍ରକରୁ ୫୨, ଦେବଗଡରୁ ୩୩, ଏବଂ ଷ୍ଟେଟ ପୁଲରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲା ଜଣେ ମାଓବାଦୀ

ରାୟପୁର: ଆଜି ଛତିଶଗଡ ଦନ୍ତେୱାଡର ମୁସ୍ତଲନାର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଉଭୟ ପକ୍ଷରୁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ମୃତ ନକ୍ସଲ ପାଖରୁ ଦୁଇଟି ଦେଶୀ ଅସ୍ତ୍ର, ଆଇଇଇଡି ବମ ଏବଂ ଅନେକ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୮୮: ସୁସ୍ଥ ହେଲେ ୭୭୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୮୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ହଜାର ୧୬୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୭୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୭ ହଜାର ୪୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୪୧୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମର ଡିଗବୋଇ ଅଞ୍ଚଳରେ ବିସ୍ଫୋରଣ: ଦୁଇ ମୃତ, ଦୁଇ ଆହତ

ଗୌହାଟି: ଆସାମର ତିନସୁକିୟା ଜିଲ୍ଲା ଅନ୍ତର୍ଗତ ଡିଗବୋଇ ଅଞ୍ଚଳରେ ଆଜି ବିସ୍ଫୋରଣ ହୋଇଛି। ଏହି ଗ୍ରେନେଡ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ମଧ୍ୟ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ଏହାସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆସାମ ପୋଲିସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।