Categories
ଆଜିର ଖବର ରାଜ୍ୟ ଖବର

କରୋନାକୁ ନେଇ ସାମ୍ବାଦିକ ସମ୍ମିଳନୀ: ଜାଣନ୍ତୁ ରାଜ୍ୟବାସୀଙ୍କୁ କଣ କହିଲେ ଡିଜିପି

ଭୁବନେଶ୍ବର: କରୋନାକୁ ନେଇ ଡିଜିପି ଅଭୟ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କରୋନା ନିୟମ ମାନୁନଥିବା ଅଭିଯୋଗରେ ଅମାନିଆଙ୍କ ଠାରୁ ଆମେ ଫାଇନ ଆଦାୟ କରିଛୁ। ମାସ୍କ ପିନ୍ଧିନଥିବା ଅମାନିଆଙ୍କ ଠାରୁ ଏପ୍ରିଲ ମାସରେ ୫ କୋଟି ପୋଲିସ ୨୪ ଲକ୍ଷ ଟଙ୍କା ପୋଲିସ ଫାଇନ ଆଦାୟ କରିଛି। ୧୮ ହଜାର ଗାଡିକୁ ଜବତ କରାଯାଇଛି। ୧୩ ଶହରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ କରାଯାଇଛି।

ସେହିଭଳି ଏପ୍ରିଲ ମାସରେ ସାଢେ ୩ ଶହରୁ ଉର୍ଦ୍ଧ୍ଵ ଦୋକାନ, କୋଚିଂ ସେଣ୍ଟର ଆଦିକୁ କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ପୋଲିସ ସିଲ୍ କରିଛି। ହେଲେ ଏସବୁ କରିବା ଆମକୁ ଦୁଃଖ ଦେଉଛି। ଆମେ ଅପରାଧୀକୁ ଧରିଲେ ସନ୍ତୁଷ୍ଟ ଅନୁଭବ କରୁ। ରାଜ୍ୟର ସୁରକ୍ଷା ଏବଂ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଏଭଳି କରିବାକୁ ବାଧ୍ୟ ହେଉଛୁ।

ତେଣୁ ସମସ୍ତେ କୋଭିଡ଼ ନିୟମକୁ ଠିକ ଭାବେ ମାନନ୍ତୁ। ନଚେତ ଆମେ ଆହୁରି କଠୋର ହେବାକୁ ବାଧ୍ୟ ହେବୁ। ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ରଖିବା ଏବଂ ଭିଡ ନକରିବା ପାଇଁ ଡିଜିପି ଅଭୟ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗତସିଂହପୁର ଜିଲ୍ଲାର ବରପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସହରର ବଙ୍ଗଳାଛକ ଓ ଖେରସ ଛକ ଠାରେ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ପୌରପରିଷଦ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଏକ ଭୟଙ୍କର ରୂପ ନେଉଛି। ପ୍ରତ୍ୟେକ ଦିନ କରୋନା  ନୂଆ ନୂଆ ରେକର୍ଡ କରି ଚାଲିଛି। ଏହା ଭିତରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ସୀତାପୁର ଜିଲ୍ଲାର ଜୁଦାଇପୁର ନିବାସୀ କମଲ କିଶୋର ବହୁତ ଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ଏପ୍ରିଲ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଚିକିତ୍ସା ସହ ଡାୟଲିସିସ ମଧ୍ୟ ଚାଲୁଥିଲା।

ହେଲେ ଦ୍ଵିତୀୟ ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ ୨୯ ତାରିଖରେ ଶୌଚାଳୟର ଝରକା ପଟେ ସେ ଡେଇଁବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଛାତ ତଳେ ଯାଇ ପଡ଼ିଥିଲେ। ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁନଃ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର କମଲଙ୍କୁ ମୃତ ଘୋଷିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ପାଇଁ ଦୁଇ ଉତ୍ପାଦକଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକା ପାଇଁ ପୁଣି ଦୁଇ ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି। ମେ’ ମାସରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟୀକା ଦେବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି।

ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଟୀକା ପାଇଁ ଏସିଏସ ଅନୁରୋଧ କରିଛନ୍ତି। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିୟମ ନମାନିଲେ ହେବ ଲକଡାଉନ କିମ୍ବା ସଟଡାଉନ!: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଲେ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି।

ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ: ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଥିବା ସରଳସିଂହ ଗେଟ ଠାରେ ଏକ ଅଘଟଣ ଘାଟିଯାଇଛି। ଯଶବନ୍ତପୁରରୁ ହାୱଡ଼ା ଯାଉଥିବା ଚଳନ୍ତି ଟ୍ରେନରୁ ଜଣେ ଯୁବକ ଖସିପଡିଛନ୍ତି। ଖସିଥିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତ ଯୁବକ ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ସହରର ବୋଲି ଜଣାପଡିଛି।

ଆହତ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସ୍ଥଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ କୁ ୧୦୮ ଦ୍ୱାରା ସ୍ଥାନାନ୍ତରିତ କରାଯାଇଛି। ତେବେ ଏତେବଡ ଦୁର୍ଘଟଣା ଘଟିଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଏଯାବତ ରେଳବାଇ ପୋଲିସ ଅବା ସ୍ଥାନୀୟ ପୋଲିସ ଏବାଦରେ ଅବଗତ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରତ୍ଵପୂର୍ଣ୍ଣ ଅଫିସକୁ ବିଏମସି ସିଲ୍ କରିଛି। ଭୁବନେଶ୍ଵର କୋର୍ଟ ସମେତ ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସ ଏବଂ ସବ ରେଜିଷ୍ଟର ଅଫିସକୁ ବିଏମସି ସିଲ୍ କରିଛି। ଏସମସ୍ତ ଅଫିସଗୁଡିକୁ ୭ ଦିନ ପାଇଁ ବିଏମସି ସିଲ୍ କରିଛି। ଆଜିଠାରୁ ମେ’ ୫ ଯାଏଁ କଟକଣା ଲାଗୁ ରହିବ। କୋର୍ଟ ପରିସରରୁ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ହେଲେ ତହସିଲଦାର

ଭୁବନେଶ୍ବର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ତହସିଲଦାର ଧରା ପଡିଛନ୍ତି। ରାଇକିଆ ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲଦାର ଚକ୍ରଧର ପାଢୀ ଜବତ ଟ୍ରାକ୍ଟର ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ତହସିଲଦାରଙ୍କ ବାଲିଗୁଡା ସରକାରୀ ବାସଭବନରେ ଲାଞ୍ଚ ନେଉଥିଲେ। ସେଠାରୁ ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି।

Categories
ଆଞ୍ଚଳିକ

ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ: ଦୀର୍ଘ ମାସଧରି ଖାଲି ପଡିଥିଲା ପଦବୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଦୀର୍ଘ ମାସ ଧରି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିଲା। ଗତ ବର୍ଷ ପୂର୍ବତନ ଅତିରିକ୍ତ ତହସିଲଦାର ମନ୍ମଥ ବେହରାଙ୍କ ବାଣପୁର ତହସିଲଦାର ରୂପେ ପଦୋନ୍ନତି ହେବା ଦିନଠାରୁ ଉକ୍ତ ପଦବୀ ଖାଲି ପଡିଥିଲା।

ଏତେ ବଡ଼ ତହସିଲରେ ଉକ୍ତ ଗୁରୁତ୍ୱପୂର୍ଣ ପଦବୀ ଖାଲି ପଡ଼ିଥିବା ହେତୁ ଜନସାଧାରଣଙ୍କ ବହୁ ଜରୁରୀ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା। ଅପରପକ୍ଷେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ଵ ହେଲାଣି କୋଭିଡ ମହାମାରୀ ସମୟରେ ତହସିଲଦାର ଏକାକୀ ସବୁ କାର୍ଯ୍ୟ ବୁଝୁଥୁବା ବେଳେ ତାଙ୍କ ପକ୍ଷେ ସବୁ କାର୍ଯ୍ୟ କରିବା ଅସମ୍ଭବ ହୋଇପଡୁଥିଲା।

ତେବେ ଗତକାଲି ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୂପେ ଯୋଗଦେଇଛନ୍ତି ଓଆରଏସ୍ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ। କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିବସରେ ତହସିଲଦାର ଶ୍ରୀ ବେହେରାଙ୍କ ସମେତ ସମସ୍ତ ତହସିଲ କର୍ମଚାରୀମାନେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଶ୍ରୀ ପାଢ଼ୀ ଏହା ପୂର୍ବରୁ ରାୟଗଡା ଜିଲ୍ଲା ବିଷମକଟକ ତହସିଲରେ ଅତିରିକ୍ତ ତହସିଲଦାର ରୂପେ କାର୍ଯ୍ୟରତ ଥିଲେ। ବିଷମକଟକ ଅଞ୍ଚଳରେ ଗତବର୍ଷ କୋଭିଡ ପରିଚାଳନା କରିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା। ତେବେ ବାଣପୁର ତହସିଲର ସମସ୍ତ ଜନସାଧାରଣମାନେ ହଇରାଣ ହରକତ ନହୋଇ କିପରି ଶୀଘ୍ର ସେମାନଙ୍କର କାର୍ଯ୍ୟ ତହସିଲରେ କରାଇପାରିବେ ତାକୁ ପ୍ରାଥମିକତା ଦେବେ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଏବଂ ରାୟଗଡା ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ବେଳେ କଟକ, ଅନୁଗୁଳ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୧ ହଜାର ୨୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୨୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ: ଧୋନୀଙ୍କ ଏହି ବ୍ୟାଟ୍ସମ୍ୟାନ ଶିଖର ଧବନଙ୍କଠାରୁ ଛଡେଇଲେ ଅରେଞ୍ଜ କ୍ୟାପ

ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣର ୨୩ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାଜିତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ। ଏହି ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ୬ ଟି ମ୍ୟାଚରୁ ପାଞ୍ଚଟି ବିଜୟ ହାସଲ କରିଛି। ବର୍ତ୍ତମାନ ୧୦ ଅଙ୍କ ସହିତ ଚେନ୍ନାଇ ଟୁର୍ଣ୍ଣାମେଣ୍ଟ ତାଲିକାରେ ଶୀର୍ଷରେ ରହିଛି। ସିଏସକେର ଏହି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଫାଫ ଡୁପ୍ଲେସିସ। ଫାଫ ଡୁପ୍ଲେସିସ ୩୮ ଟି ବଲରେ ୫୬ ରନର ପାଳି ଖେଳିଥିଲେ। ଋତୁରାଜ ଗାଏକ୍ଵଡ଼ଙ୍କ ସହ ଭାଗୀଦାରୀରେ ଡୁପ୍ଲେସିସ ଚେନ୍ନାଇକୁ ବିଜୟ ଦେଇଥିଲେ। ପ୍ରଥମ ୱିକେଟ ଭାଗୀଦାରୀରେ ଦୁହେଁ ୧୨୯ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ପରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଶିଖର ଧବନଙ୍କୁ ପଛରେ ପକାଇ ଡୁପ୍ଲେସିସ ଅରେଞ୍ଜ କ୍ୟାପକୁ କବ୍ଜା କରିଛନ୍ତି।

ଜାଣନ୍ତୁ ଅରେଞ୍ଜ କ୍ୟାପ ଦୌଡରେ ଥିବା ଖେଳାଳି:

୧- ଫାଫ ଡୁପ୍ଲେସିସ- ୬ ଟି ମ୍ୟାଚ- ୨୭୦ ରନ

୨- ଶିଖର ଧବନ- ୬ ଟି ମ୍ୟାଚ- ୨୬୫ ରନ

୩- କେଏଲ ରାହୁଲ- ୬ ଟି ମ୍ୟାଚ- ୨୪୦ ରନ

ଉଲ୍ଲେଖ ଯୋଗ୍ୟ ଯେ, ଫାଫ ଡୁପ୍ଲେସିସ ଆଇପିଏଲର ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ। ସେ ସିଏସକେର ଟପ ସ୍କୋରର ଥିଲେ। ଗତ ସିଜିନରେ ୧୪ ଇନିଂସ ଖେଳି ଡୁପ୍ଲେସିସ ୪୪୯ ରନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ପର୍ଯ୍ୟାୟ ଟୀକାକରଣ: ପ୍ରଥମ ଦିନରେ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ କଲେ ପଞ୍ଜୀକରଣ

ନୂଆଦିଲ୍ଲୀ: ଦେଶରେ ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ସେଥିପାଇଁ କୋୱିନ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଲୋକଙ୍କୁ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ଦିନରେ ଟୀକାକରଣ ପାଇଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ପଞ୍ଜୀକରଣ କରିଛନ୍ତି।

ତେବେ ଟୀକା ନେବାକୁ ହେଲେ କେମିତି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ? ଜାଣନ୍ତୁ…

୧- cowin.gov.in ୱେବସାଇଟକୁ ଯାଇ ରେଜିଷ୍ଟର ବଟନ ଉପରେ ପ୍ରଥମେ କ୍ଲିକ କରିବେ

୨- ତାପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ

୩- ଆପଣ ଦେଇଥିବା ନମ୍ବରକୁ ଗୋଟିଏ ଓଟିପି ଆସିବ ଏବଂ ପୋର୍ଟାଲରେ ଓଟିପି ଲେଖି ଭେରୀଫାଏ ବଟନକୁ କ୍ଲିକ କରିବେ

୪- ତାପରେ ଆପଣଙ୍କୁ ଏକ ଟୀକା ପଞ୍ଜୀକରଣ ଫର୍ମ ଆସିବ

୫- ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବେ ଏବଂ ଫଟୋ ପରିଚୟ ପତ୍ର ଦେବେ

୬- ରୋଗରେ ଆକ୍ରାନ୍ତ ଥିଲେ ସେଥିରେ ଦର୍ଶାଇବାକୁ ପଡିବ

୭- ତଳେ ଥିବା ରେଜିଷ୍ଟର ବଟନକୁ କ୍ଲିକ କରି ନିଜର ନାମକୁ ପଞ୍ଜୀକରଣ କରିବେ

୮- ଏହାପରେ ଇଚ୍ଛାଅନୁଯାୟୀ ଟୀକା ନେବାର ତାରିଖ ଏବଂ ସ୍ଥାନକୁ ବାଛି ଲେଖିବେ

୯- ସେଥିରେ ଘରର ଅନ୍ୟ ସଦସ୍ୟଙ୍କ ନାମ ସାମିଲ କରିବାକୁ ଆବଶ୍ୟକ ଥିଲେ “ଆଡ ମୋର” ବଟନରେ କ୍ଲିକ କରି ପଞ୍ଜୀକରଣ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬ ହଜାର ୯୯୮ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୯୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୯୪୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭୫ ହଜାର ୭୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୭ ହଜାର ୭୧୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୧୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୭୪ ଜଣ, ଅନୁଗୁଳ ଜିଲ୍ଲାରୁ ୩୨୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୯୭ ଜଣ, ବରଗଡ ଜିଲ୍ଲାରୁ ୩୩୦ ଜଣ, ଭଦ୍ରକ ଜିଲ୍ଲାରୁ ୯୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୩୬ ଜଣ, ବୌଦ୍ଧ ଜିଲ୍ଲାରୁ ୬୫ ଜଣ, କଟକ ଜିଲ୍ଲାରୁ ୫୧୭ ଜଣ, ଦେବଗଡ ଜିଲ୍ଲାରୁ ୭୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୨ ଜଣ, ଗଜପତି ଜିଲ୍ଲାରୁ ୧୨୧ ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୪ ଜଣ, ଯାଜପୁର ଜିଲ୍ଲାରୁ ୨୨୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୯୬ ଜଣ, କଳାହାଣ୍ଡିରୁ ୨୯୨ ଜଣ, କନ୍ଧମାଳ ଜିଲ୍ଲାରୁ ୪୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୦ ଜଣ, କୋରାପୁଟ ଜିଲ୍ଲାରୁ ୫୭ ଜଣ, ମାଲକାନାଗିରି ଜିଲ୍ଲାରୁ ୩୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୦୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୫୫ ଜଣ, ନୟାଗଡ ଜିଲ୍ଲାରୁ ୧୨୧ ଜଣ, ନୂଆପଡା ଜିଲ୍ଲାରୁ ୪୨୦ ଜଣ, ପୁରୀ ଜିଲ୍ଲାରୁ ୨୮୮ ଜଣ, ରାୟଗଡା ଜିଲ୍ଲାରୁ ୧୮୧ ଜଣ, ସମ୍ବଲପୁର ଜିଲ୍ଲାରୁ ୩୨୩ ଜଣ, ସୋନପୁର ଜିଲ୍ଲାରୁ ୧୩୧ ଜଣ ଏବଂ ଷ୍ଟେଟ ପୁଲରୁ ୧୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାର ୯୬୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୦ ହଜାର ୯୬୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୯ ଲକ୍ଷ ୯୭ ହଜାର ୨୬୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୯ ଲକ୍ଷ ୭୮ ହଜାର ୭୦୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଶ୍ବରେ କରୋନା ସ୍ଥିତି: ମହାମାରୀରେ ଜୀବନ ହରେଇଛନ୍ତି ୩୧ ଲକ୍ଷ ୬୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବରେ ମୋଟ ୨୧୯ଟି ଦେଶକୁ କରୋନା କାୟା ବିସ୍ତାର କରିଛି। ବର୍ତ୍ତମାନ ବିଶ୍ବରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୨୦ ଲକ୍ଷ ୯ ହଜାର ୫୯୦ ଜଣ ଥିବା ବେଳେ ୧୨ କୋଟି ୭୭ ଲକ୍ଷ ୩୧ ହଜାର ୩୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ୩୧ ଲକ୍ଷ ୬୩ ହଜାର ୩୯୬ ଜଣ ଆକ୍ରାନ୍ତ କରୋନା ଯୁଦ୍ଧରେ ଜୀବନ ହରେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ, ମେ’ ୨ ରେ ହେବ ଗଣତି

କଲିକତା: ପଶ୍ଚିମବଙ୍ଗରେ ଆଜି ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୮୪ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ବିଧାନସଭାର ୩୫ ଟି ଆସନ ପାଇଁ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।

ତେବେ ଭୋଟ ଗ୍ରହଣ ସମୟରେ ତୃଣମୂଳ କଂଗ୍ରେସର ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ନିର୍ବାଚନ କମିଶନର କଡା ନଜରରେ ଅନୁବ୍ରତ ଅଛନ୍ତି। ଅନେକ ଅଭିଯୋଗ ପରେ ତାଙ୍କୁ ଆସନ୍ତାକାଲି ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କଡା ନଜରରେ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୧୬ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ତାଙ୍କୁ କଡା ନଜରରେ ରଖାଯାଇଥିଲା।

ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ବେଳେ ମେ’ ୨ ତାରିଖରେ ଭୋଟ ଗଣତି କରାଯିବ। ଭୋଟ ଗଣତି ପରେ ବିଜୟ ଉତ୍ସବ ପାଳନ ନକରିବା ପାଇଁ ବିଜେତା ଦଳଗୁଡିକକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର

ଜଣେ ସଚ୍ଚା ବନ୍ଧୁଙ୍କୁ କିପରି ଚିହ୍ନିବ ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି କଥା

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବନ୍ଧୁତା ହେଉଛି ଏକ ସମ୍ପର୍କ ଯାହା ଜଣେ ବ୍ୟକ୍ତି ନିଜେ ତିଆରି କରେ । ଜଣେ ପ୍ରକୃତ ବନ୍ଧୁ ମୂଲ୍ୟବାନ ରତ୍ନଠାରୁ କିଛି କମ୍ ନୁହେଁ । ଜୀବନରେ ଆପଣଙ୍କର ଯେତେ ଅଧିକ ବନ୍ଧୁ ରହିବେ ସେହି ଅନୁସାରେ ଆପଣଙ୍କର ସେତିକି ସଫଳତା ମିଳିବ। ତେବେ ପ୍ରଶ୍ନ ହେଉଛି ସେ ବନ୍ଧୁ ଭଲ ବନ୍ଧୁ ହେବା ଆବଶ୍ୟକ। ଚାଣକ୍ୟଙ୍କ ମତରେ ପ୍ରକୃତ ବନ୍ଧୁଙ୍କୁ ଚିହ୍ନିବା ପାଇଁ ପାଞ୍ଚୋଟି ତଥ୍ୟ ଉପସ୍ଥାପିତ କରିଛନ୍ତି।

  1. ଚାଣକ୍ୟଙ୍କ ଅନୁଯାୟୀ, ବନ୍ଧୁ ହେବା ସମୟରେ ଜଣେ ବ୍ୟକ୍ତି ବହୁତ ସତର୍କ ହେବା ଉଚିତ୍। ଆତ୍ମସମର୍ପଣ ହେଉଛି ବନ୍ଧୁତ୍ୱର ପ୍ରଥମ ସର୍ତ୍ତ । ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ବନ୍ଧୁତ୍ୱକୁ ମଜବୁତ କରେ । ସମର୍ପଣ ବିଶ୍ୱାସରୁ ଆସିଥାଏ। ଯେତେବେଳେ ଏହି ଦୁଇଟି ଜିନିଷ ମିଳିତ ହୁଏ, ବନ୍ଧୁତ୍ୱର ରଙ୍ଗ ଗାଢ ହୋଇଯାଏ ।
  2. ଚାଣକ୍ୟ ବିଶ୍ୱାସ କରୁଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ଜୀବନରେ ବନ୍ଧୁତା ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯିଏ ଏହି ସମ୍ପର୍କକୁ ସମ୍ମାନ କରେ ଏବଂ ଏହାର ଉପଯୋଗିତାକୁ ବୁଝିଥାଏ, ସେ ବିନା କଷ୍ଟରେ ମଧ୍ୟ ଖରାପ ସମୟ କାଟିପାରେ । ଚାଣକ୍ୟଙ୍କ ଅନୁଯାୟୀ, କିଛି ଜିନିଷ ଅଛି ଯାହା ବନ୍ଧୁତ୍ୱର ସମ୍ପର୍କକୁ ଦୁର୍ବଳ କରିଥାଏ, ତେଣୁ ସମସ୍ତେ ଏହି ଜିନିଷଠାରୁ ଦୂରରେ ରହିବା ଉଚିତ୍ ।
  3. ଚାଣକ୍ୟ ନୀତିରେ କୁହାଯାଇଛି ଯେ ସଙ୍କଟ ସମୟରେ ସ୍ୱାର୍ଥପର ବନ୍ଧୁ ପ୍ରଥମେ ଦୂରେଇ ଯାଆନ୍ତି। ତେଣୁ ସେ ହେଉଛନ୍ତି ପ୍ରକୃତ ବନ୍ଧୁ ଯେଉଁମାନେ ସ୍ୱାର୍ଥପର ନୁହଁନ୍ତି । ଲୋଭ ଏବଂ ସ୍ୱାର୍ଥପରତା କେବେବି ବନ୍ଧୁତ୍ୱରେ ଆସିବା ଉଚିତ୍ ନୁହେଁ ।
  4. ଚାଣକ୍ୟଙ୍କ ଅନୁଯାୟୀ, ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ, ଯିଏ ସଙ୍କଟ ସମୟରେ ଛାଇ ଭଳି ଛିଡା ହୁଅନ୍ତି । ଯେଉଁ ବନ୍ଧୁମାନେ ସଙ୍କଟ ସମୟରେ ଧର୍ଯ୍ୟ ପ୍ରଦାନ କରନ୍ତି ଏବଂ ସେମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରନ୍ତି ସେମାନଙ୍କୁ ପ୍ରକୃତ ବନ୍ଧୁ କୁହାଯାଏ ।
  5. ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବନ୍ଧୁଙ୍କର ଅନ୍ୟତମ କାର୍ଯ୍ୟ ହେଉଛି ତାଙ୍କୁ ସର୍ବଦା ଆଗକୁ ବଢିବା ପାଇଁ ପ୍ରେରଣା ଦେବା । ଏହିପରି ବନ୍ଧୁମାନେ ଜଣେ ବ୍ୟକ୍ତିର ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏପରି ବନ୍ଧୁଙ୍କୁ ସର୍ବଦା ସମ୍ମାନ ଦିଆଯିବା ଉଚିତ୍ ।
Categories
ଧର୍ମ ବିଶେଷ ଖବର

ଆଜି ଏପ୍ରିଲ 29 ତାରିଖ ଗୁରୁବାରରେ ଆଠଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ।  ଭାଇମାନଙ୍କଠାରୁ ସମର୍ଥନ ପାଇବେ । ଅସଂଗଠିତତା କ୍ଷତି ଘଟିବ । ଚାକିରିରେ ପ୍ରଶଂସା ପାଇବେ । ତତ୍ପରତା ନାହିଁ । ଆଜି ବିପଦ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ ।

ବୃଷ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ ।

ମିଥୁନ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ ।

କର୍କଟ: – ଯୋଜନା ସଫଳ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବୋ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ସେୟାର ବଜାର କିଣିବିକାରୁ ଦୂରେଇ ରୁହନ୍ତୁ। ବିବେକ ଅନୁଯାୟୀ ବ୍ୟବହାର କରନ୍ତୁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବୟସ୍କ ବ୍ୟକ୍ତିମାନେ ମାର୍ଗଦର୍ଶନ ପାଇବେ ।

ସିଂହ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଚାକିରି ପ୍ରଭାବ ବୃଦ୍ଧି କରିବ। ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ । ଘରେ ଶାନ୍ତି ଏବଂ ସୁଖ ରହିବ । ଉପକୃତ ହେବ।

କନ୍ୟା: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଏଥର ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଅଜ୍ଞାତ ଭୟ ରହିବ । ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିବ ।

ତୂଳା: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବନ୍ଧୁଙ୍କ ସମର୍ଥନ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ।

ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବେ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

ଧନୁ: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ଲାଭ ନିଅ। ପାରିବାରିକ ଚିନ୍ତା ହ୍ରାସ ପାଇବ ।

ମକର : –  ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରମାଦରୁ ଦୂରେଇ ରୁହନ୍ତୁ।

କୁମ୍ଭ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ। ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ ।

ମୀନ: – କାର୍ଯ୍ୟରେ ମନ ଦେବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛା ଶକ୍ତି ଏକ ଅପଚୟ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ମିଳିଥିବା ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ ନିୟନ୍ତ୍ରଣ ରଖନ୍ତୁ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ଶତ୍ରୁଙ୍କ ପ୍ରତି ରୁହନ୍ତୁ ସାବଧାନ

ତୂଳା: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବନ୍ଧୁଙ୍କ ସମର୍ଥନ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ ।

ମୀନ: – କାର୍ଯ୍ୟରେ ମନ ଦେବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛା ଶକ୍ତି ଏକ ଅପଚୟ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ମିଳିଥିବା ସ୍ୱାସ୍ଥ୍ୟ ଦୁର୍ବଳ ରହିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାରରେ ଆପଣଙ୍କ ଇଚ୍ଛା ଅନୁସାରେ ଚାଲିବ ବ୍ୟବସାୟ

ବିଛା: – ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବେ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ ।

କୁମ୍ଭ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ମା ଲକ୍ଷ୍ମୀଙ୍କର ଆର୍ଶିବାଦ

ଧନୁ: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ ।

ମକର : –  ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।