Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ହୋଇପାରେ ଅସୁବିଧା

ବୃଷ: –  ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି ।  ଏକ ଦୀର୍ଘ ରୋଗରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ଋତୁରେ ଯଥାସମ୍ଭବ ତରଳ ପଦାର୍ଥ ଖାଆନ୍ତୁ । ଦିନସାରା ଧାଁ ଧପଡରେ ସମୟ ଯିବ ।

ମକର : –  ଆପଣ କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ଆରମ୍ଭ କରିପାରିବେ, ଯାହା ସମସ୍ତେ ଆଲୋଚନା କରିବେ । ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ ଏବଂ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଭ୍ରମଣରୁ ଦୂରେଇ ରୁହନ୍ତୁ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ନୂଆ କାର୍ଯ୍ୟ ଆରମ୍ଭ କରିବାରୁ ଦୂରେଇ ରୁହନ୍ତୁ

ମୀନ: – ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ । ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ଯେ କୌଣସି କ୍ରନିକ ରୋଗରୁ ମୁକ୍ତି ମିଳିପାରେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଧାର୍ମିକ ଯାତ୍ରାକୁ ଯାଇପାରନ୍ତି ।

ବିଛା: –  ମୁଣ୍ଡବିନ୍ଧା ସମସ୍ୟା ବିରକ୍ତିକର ହୋଇପାରେ । କୌଣସି କାରଣ ବିନା ମନ ଅସ୍ଥିର ରହିବ, ଯେଉଁ କାରଣରୁ, କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ । ଶାନ୍ତି ପାଇଁ ଯୋଗ ଏବଂ ଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ଠାରୁ ଦୂରେଇ ରୁହନ୍ତୁ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଯୋଗୁଁ ମନ ବିଚଳିତ ହେବ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ଦୁଇ ରାଶିର ବ୍ୟକ୍ତିମାନେ ଚାକିରୀରେ ପାଇବେ ପଦୋନ୍ନତି

କନ୍ୟା: – ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଯୋଜନା ଅନୁଯାୟୀ କାର୍ଯ୍ୟ କରିବା ସଫଳତା ଦେବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ଏକ ଦୁର୍ଘଟଣା ମଧ୍ୟ ହୋଇପାରେ, ତେଣୁ ଯାନକୁ ଯତ୍ନର ସହିତ ଚଲାନ୍ତୁ । ଭ୍ରମଣରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ପରିବେଶ ରହିବ ।

କୁମ୍ଭ: –  ଚାକିରିକୁ ପଦୋନ୍ନତି ମିଳିପାରେ । ସେଠାରେ ଅଧିକ କାର୍ଯ୍ୟ ଭାର ରହିବ । ସାଙ୍ଗ ଏବଂ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ପରିବାର ସହିତ ସମୟ ଭଲ ବ୍ୟବହାର ହେବ । ବିତର୍କ ଏବଂ ଝଗଡା ଯୋଗୁଁ ମାନସିକ ଦୁଃଖ ବୃଦ୍ଧି ପାଇବ। ପତି-ପତ୍ନୀ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟ ପାଇଁ ବିଶେଷ ଯତ୍ନ ନେବାକୁ ପଡିବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଶନବିରା ଦିନ ଜୀବନର କଠନ ନିଷ୍ପତି ନେଇ ପାରନ୍ତି

ସିଂହ  – ସମାଜରେ ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନେବାକୁ ପଡ଼ିବ, ନଚେତ୍ ହଜମ ପ୍ରକ୍ରିୟା ଖରାପ ହୋଇପାରେ, ଯେଉଁଥିପାଇଁ ଦିନସାରା ମନ ଖରାପ ରହିବ ।

ମେଷ: – ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କ ପରିବାରରେ ସୃଷ୍ଟି ହୋଇପାରେ ଅସନ୍ତୋଷ

ଧନୁ : – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । କଣ୍ଟିଜେନ୍ସି ସୁବିଧା ମଧ୍ୟ ମିଳିବ, କିନ୍ତୁ ଅନାବଶ୍ୟକ ଏବଂ ଅପଚୟ ଖର୍ଚ୍ଚ ମଧ୍ୟ ଅଧିକ ହେବ, ଯାହା ପରିବାରରେ ଅସନ୍ତୋଷ ସୃଷ୍ଟି କରିପାରେ । କଥାବାର୍ତ୍ତାକୁ ନିୟନ୍ତ୍ରଣ କରିବାକୁ ପଡିବ । ହଠାତ୍ ଏକ ନିର୍ଦ୍ଦିଷ୍ଟ ବନ୍ଧୁଙ୍କ ଖରାପ ଖବର ଶୁଣି ମନ ଦୁଃଖଦାୟକ ହେବ ।

କର୍କଟ: – ସମୟ ଅନୁସାରେ ଖାଦ୍ୟ ଗ୍ରହଣ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କର କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ, ନଚେତ୍ କ୍ଷତି ହୋଇପାରେ । ଘର ସାଜସଜ୍ଜା ବହୁ ପରିମାଣରେ ଖର୍ଚ୍ଚ ହୋଇପାରେ । ଏକ ଭ୍ରମଣରେ ଯାଇପାରିବେ ।

Categories
ଆଜିର ଖବର ଧର୍ମ

ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ଦୟାକରି କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ଏକ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ମଧ୍ୟ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ଆପଣ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅନ୍ତୁ। ଯାହାଫଳରେ ତୁମେ ସତେଜ ଅନୁଭବ କରିପାରିବ।

ତୂଳା: – ପରିବାରରେ ଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟଗତ ଅଭିଯୋଗ ଥାଇପାରେ, ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦ ଭିତରକୁ ଆସିପାରନ୍ତି । କୈଣସି ଧାର୍ମିକ ଯାତ୍ରାକୁ ଯାଇପାରନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଜାରି କଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର:

କରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷ ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ କଟକଣା ଲାଗିଛି। ସାରା ରାଜ୍ୟରେ କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର କଟକଣା ଜାରି କରିଛନ୍ତି। କୈଣସି ସାଧାରଣ ସ୍ଥାନରେ ହୋଲି ଓ ଦୋଳ ମିଳନ ପାଇଁ ବାରାଁ କରାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ ଯାତ୍ରା ହେବ। ଏକାଠି ରଙ୍ଗ ଖେଳିବାକୁ ମନା କରାଯାଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅଧିକ କଟକଣା କରିପାରିବେ ବୋଲି ଏସଆରସି ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ କାର୍ଯ୍ୟାଳୟରେ କରୋନା କଟକଣା: ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ

ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ମଧ୍ୟ ଲକ ଡ଼ାଉନ, ରାତ୍ରୀକାଳୀନ କର୍ଫ୍ଯୁ ଆରମ୍ଭ ହୋଇଯାଇଛି। କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରିବାକୁ ପ୍ରାଥମିକତା ଦିଆଯାଇଛି। କାର୍ଯ୍ୟାଳୟ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ମୟୂରଭଞ୍ଜରୁ ଏବଂ ସୁନ୍ଦରଗଡରୁ ୧୪, କଟକରୁ ୧୧, ବାଲେଶ୍ବରରୁ ୬, ଖୋର୍ଦ୍ଧାରୁ ୫, ଦେବଗଡ଼ରୁ ୪, ଗଜପତିରୁ ୪, ଅନୁଗୁଳରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରିରୁ ୨, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୯୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ କୁ ବୃଦ୍ଧି ହୋଇଛି। ତେବେ ୬୩୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ସମ୍ମିଳନୀରେ ସମ୍ମାନିତ ହେବେ ଓଡ଼ିଶାର ପୂର୍ବତନ ବିଧାୟକ

ଭୁବନେଶ୍ୱର: ଗୋଆ ମୁକ୍ତି ସଂଗ୍ରାମର ପ୍ରମୁଖ ବିନ୍ଧାଣୀ ଡ. ରାମ ମନୋହର ଲୋହିଆଙ୍କ ସ୍ମୃତିରେ ଗଠିତ ହୋଇଥିବା ସର୍ବଭାରତୀୟ ସଂଗଠନ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଗୋଆ ମୁକ୍ତି ସଂଗ୍ରାମର ୭୫ତମ ବାର୍ଷିକୀ ଉପଲକ୍ଷେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହେଉଛି। ଗୋଆର ମାଡ଼ଗାଓଁଠାରେ ଆସନ୍ତା ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଭାରତ ସମେତ ନେପାଳ ଓ ବାଲାଂଦେଶର ବହୁ ବରିଷ୍ଠ ସମାଜବାଦୀ ନେତା ଯୋଗଦେବେ ଏବଂ ଗୋଆ ମୁକ୍ତି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଯେଉଁ ସଂଗ୍ରାମୀମାନେ ପରଲୋକ ଗମନ କରିଛନ୍ତି ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ଏହି ମହାସମାରୋହରେ ଓଡ଼ିଶାର ପୂର୍ବତନ ସମାଜବାଦୀ ନେତା ଓ ବିଧାୟକ ସ୍ୱର୍ଗତ ନାରଣ ସାହୁଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ ବୋଲି ନୂଆଦିଲ୍ଲୀସ୍ଥିତ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଅଭିଷେକ ରଞ୍ଜନ ସିଂ ଆଜି ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସ୍ୱର୍ଗତ ସାହୁ ଲୋହିଆଙ୍କ ଘନିଷ୍ଠ ସହଯାଗୀ ଭାବେ ଗୋଆ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପୋଲିସ ଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ ଏବଂ ଗିରଫ ହୋଇଥିଲେ।

ଏହି ସମାରୋହରେ ଇଂରାଜୀ ଓ ଓଡ଼ିଆ ଭାଷାରେ ତିନୋଟି ପୁସ୍ତକ ମଧ୍ୟ ଉନ୍ମୋଚିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ ମହାପାତ୍ର ପ୍ରକାଶ କରିଥିବା ବେଳେ ଓଡ଼ିଶାରୁ ୫୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଏହି ସମାରୋହରେ ସାମିଲ ହେବେ ବୋଲି ବରିଷ୍ଠ କର୍ମକର୍ତ୍ତା ପ୍ରଭାସ ସାମନ୍ତରାୟ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୫ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୭ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୧୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ୧୧୨ କୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଗୋଟିଏ ନମ୍ବରକୁ ଡାଏଲ କଲେ ମିଳିବ ତିନୋଟି ପ୍ରମୁଖ ସେବା। ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏଣିକି ୧୧୨ କୁ ଡାଏଲ କରିବାକୁ ପଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ପୂର୍ବରୁ ଏହି ସେବାଗୁଡିକ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡୁଥିଲା। ଲୋକଙ୍କ ସୁବିଧା ପାଇଁ ଏବେ ଗୋଟିଏ ନମ୍ବରକୁ ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।

ତେବେ ଏହି ସେବା ପାଇଁ ୧୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏଥିରେ ୪ ଡିଏସ୍‌ପି, ୧୫୧ ଏସଆଇ, ୨୦୩ ଏଏସଆଇ ଓ ୭୪୦ କନଷ୍ଟେବଳ ନିୟୋଜିତ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତର ପୂର୍ବାନୁମାନ: ଆସନ୍ତା ୨୧ ତାରିଖ ଯାଏଁ ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେଣୁ ବଜ୍ରପାତର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକରେ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ମୟୁରଭଂଜ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦଳୀୟ ଚିହ୍ନକୁ ଇବିଏମରୁ ହଟାଇବା ଲାଗି ଉଚ୍ଚତମ ନ୍ୟାୟଳୟର ଦ୍ୱାରାସ୍ଥ ହେଲେ ବିଜେପି ନେତା

ନୂଆଦିଲ୍ଲୀ: ଇବିଏମରୁ ଦଳୀୟ ଚିହ୍ନକୁ ହଟାଯାଇ ସେହି ସ୍ଥାନରେ ପ୍ରାର୍ଥୀଙ୍କ ନାମ, ବୟସ, ଯୋଗ୍ୟତା ଏବଂ ଫଟୋ ରଖିବା ଲାଗି ଉଚ୍ଚତମ ନ୍ୟାୟଳୟରେ ଏକ ଯାଚିକା ଦାୟର କରାଯାଇଛି। ଶାସକ ଦଳର ଜଣେ ନେତା ଉଚ୍ଚତମ ନ୍ୟାୟଳୟରେ ଏହି ମାମଲା ରୁଜ୍ଜୁ କରିଛନ୍ତି। ବିଜେପି ନେତା ତଥା ଓକିଲ ଅଶ୍ଵିନୀ କୁମାର ଉପାଧ୍ୟାୟ ଏହି ଯାଚିକା ଦାୟର କରିଛନ୍ତି।

ଏହି ଯାଚିକା ଉପରେ କୋଣସି ନୋଟିସ ହୋଇପାରିବେ ନାହିଁ ବୋଲି ଉଚ୍ଚତମ ନ୍ୟାୟଳୟ  କହିଛନ୍ତି। ଅଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ ଏହାର ଏକ ନକଲ କପି  ଦେବା ପାଇଁ ଯାଚିକାକର୍ତ୍ତାଙ୍କୁ କୁହାଯାଇଛି। ଏହା ପରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ଶୁଣାଣି କରିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ: ଧୂଆଁଧାର ପାଳି ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା।

ତେବେ ସୂର୍ଯ୍ୟ କୁମାର ଯାଦବ ଚତୁର୍ଥ ଟି-୨୦ରେ ଧୂଆଁଧାର ପାଳି ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ୩୧ ଟି ବଲସାମ୍ନା କରି ୫୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାରଙ୍କ ଏହି ଧୂଆଁଧାର ପାଳି ଯୋଗୁଁ ଇଂଲଣ୍ଡ ଠାରୁ ଭାରତ  ୮ ରନରେ ବିଜୟ ଲାଭ କରି ପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଏବଂ ଦିନିକିଆ ମ୍ୟାଚରେ ସାମିଲ କରାଯାଇ ସୂର୍ଯ୍ୟ କୁମାରଙ୍କୁ ଆଉ ଏକ ପୁରସ୍କାର ମିଳିଲା।

ଦିନିକିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧବନ, ଶୁବମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ କିପର), କେଏଲ ରାହୁଲ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଳ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଶ୍ରାଦ୍ଧୁଳ ଠାକୁର।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଜନଗଣନା ପାଇଁ ପଦକ ଓ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି।

ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବା ପରେ ସେମାନଙ୍କର କାର୍ଯ୍ୟଦକ୍ଷତା କର୍ମନିଷ୍ଠତା ପାଇଁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ (ଏସ୍ ଏସ୍ ଏମ୍ ନାଉଗାଁ), ତପନ କୁମାର ପ୍ରଧାନ (ସୁଧକଣ୍ଠି ପ୍ରାଇମେରୀ ସ୍କୁଲ୍), ରୁଦ୍ର ପ୍ରସାଦ ସ୍ୱାଇଁ, ବାନାମ୍ବର ମଲ୍ଲିକ (କେ ଏଲ୍ ହାଇସ୍କୁଲ), ବରଦା ପ୍ରସନ୍ନ ବଳିୟାର ସିଂହ, ରମାକାନ୍ତ ରାଉତ (ଦଧିବାମନ ୟୁପି ସ୍କୁଲ୍), ସତ୍ୟ ପ୍ରସନ୍ନ ଗୁରୁ (ଚୌଧୁରୀକୁଦ ପ୍ରାଇମେରୀ ସ୍କୁଲ୍), ନୃସିଂହ ଚରଣ ବାହାଲିଆ (ସୁରବଲ ହାଇସ୍କୁଲ ବଉଳାଙ୍ଗ), ବିପିନ୍ କୁମାର ସେଠୀ (ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଗତସିଂହପୁର)ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବରିଷ୍ଠ ରାଜସ୍ବ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରୀ: ଲୁଟ୍ ର ଚିତ୍ର ସିସି କ୍ୟାମେରାରେ କଏଦ୍

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ଵରର ଚଣ୍ଡିହରଦେବଙ୍କ ମନ୍ଦିରରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ହେଲେ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରୀ କରୁଥିବା ଘଟଣା ଉତ୍ତୋଳନ ହୋଇଛି। ୪ ଜଣ ଲୁଟେରା ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରୀ କରୁଥିବାର ସିସିଟିଭିରେ ସ୍ପଷ୍ଟ ଦେଖାଯାଇଛି। ୨ ଜଣ  ଲୁଟେରା ମନ୍ଦିର ଫାଟକ ମୁହଁରେ ଜଗି ରହିଥିବା ବେଳେ ଅନ୍ୟ ୨ ଜଣ  ଲୁଟେରା ହୁଣ୍ଡିର ତାଲା ଭାଙ୍ଗି ଲକ୍ଷାଧୀକ ଟଙ୍କା ଲୁଟିନେଉଥିବ‍ର ଚିତ୍ର କ୍ୟାମେରାରେ କଏଦ ହୋଇଛି।

ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ  ଜାରି ରଖିଛି। ତେବେ  ଏହି ଲୁଟ୍ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୯୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୨ ଟି ଜିଲ୍ଲାରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ, ଅନୁଗୁଳ ଜିଲ୍ଲାରୁ ୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କୋରାପୁଟ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ସୂର୍ଯ୍ୟ କୁମାର ଏବଂ ୱାଶିଂଟନଙ୍କ “ସଫ୍ଟ ସିଗନାଲ” ନିୟମରେ ଆଉଟକୁ ନେଇ ସମାଲୋଚନା କଲେ ବିରାଟ

ଅହମ୍ମଦାବାଦ: ଚତୁର୍ଥ ଟି-୨୦ରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ସିରିଜକୁ ୨-୨ରେ ବରାବର କରିନେଇଛି। କିନ୍ତୁ ଏହି ମ୍ୟାଚରେ “ସଫ୍ଟ ସିଗନାଲ”ର ନିୟମକୁ ନେଇ ବିବାଦ ଦେଖାଯାଇଛି। ଭାତତୀୟ ପାଳିରେ ସୂର୍ଯ୍ୟ କୁମାର ଯାଦବ ଏବଂ ୱାଶିଂଟନ ସୁନ୍ଦର ଏହି ନିୟମରେ ଶିକାର ହୋଇ ଆଉଟ ହୋଇଥିଲେ। ଭାରତୀୟ ଅଧିନାୟକ ଏହି ନିୟମକୁ ସମାଲୋଚନା କରିଛନ୍ତି। ଏହି ନିୟମକୁ ନେଇ କୋହଲୀ କହିଛନ୍ତି ଯେ, ମୁଁ ଜାଣି ପାରୁନି ଫିଲ୍ଡ ଅମ୍ପାୟାରଙ୍କ ପାଖରେ ନିଷ୍ପତ୍ତି ନେବାର ସୁଯୋଗ କାହିଁକି ରହିପାରୁ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ସୂର୍ଯ୍ୟ କୁମାର ଯାଦବ ୧୪ ତମ ଓଭରରେ ସେମ କୁରେନଙ୍କ ବଲରେ ଡେଭିଡ ମଲାନଙ୍କ ଦ୍ଵାରା କ୍ୟାଚ ହୋଇଥିଲେ। ରିପ୍ଲେରେ ବଲଟି ମାଟିରେ ସ୍ପର୍ଶ ହୋଇଥିବାର ସ୍ପଷ୍ଟ ଦେଖାଯାଇଥିଲା। କିନ୍ତୁ ସଫ୍ଟ ସିଗନାଲ ଯୋଗୁଁ ସୂର୍ଯ୍ୟ କୁମାରଙ୍କୁ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ। ଯଦି ଫିଲ୍ଡ ଅମ୍ପାୟାର ସଫ୍ଟ ସିଗନାଲରେ ନଟ ଆଉଟ କରିଥାନ୍ତେ, ତେବେ ତୃତୀୟ ଅମ୍ପାୟାର ମଧ୍ୟ ନଟ ଆଉଟ ଘୋଷଣା କରିଥାନ୍ତେ।

ସେହିପରି ଅନ୍ତିମ ଓଭରରେ ୱାଶିଂଟନ ସୁନ୍ଦରଙ୍କୁ ସଫ୍ଟ ସିଗନାଲ ମାଧ୍ୟମରେ ଆଉଟ ଘୋଷଣା କରାଯାଇଥିଲା। ଯୋଫ୍ରା ଆର୍ଚରଙ୍କ ବଲରେ ୱାଶିଂଟନ ଏକ ବଢିଆ ସଟ ଖେଳିଥିଲେ। କିନ୍ତୁ ବାଉଣ୍ଡରୀରେ ଆଦିଲ ରଶିଦ ସେହି ବଲଟିକୁ କ୍ୟାଚ କରିଥିଲେ। ହେଲେ କ୍ୟାଚ ସମୟରେ ରଶିଦଙ୍କ ଗୋଡ଼ ବଉଣ୍ଡିରୀ ଲାଇନକୁ ସ୍ପର୍ଶ କରିଥିଲା। କିନ୍ତୁ ଫିଲ୍ଡ ଅମ୍ପାୟାରଙ୍କ ସଫ୍ଟ ସିଗନାଲ ଯୋଗୁଁ ସୁନ୍ଦରଙ୍କୁ ତୃତୀୟ ଅମ୍ପାୟାର ମଧ୍ୟ ଆଉଟ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩୯ ହଜାର ୭୨୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୨୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୫ ଲକ୍ଷ ୧୪ ହଜାର ୩୩୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୩୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୮୩ ହଜାର ୬୭୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୭୧ ହଜାର ୨୮୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଯିଏ ଅନ୍ୟ ଉପରେ ନିର୍ଭର କରିବ ସେ କେବେ ସଫଳତା ହାସଲ କରିପାରିବ ନାହିଁ

ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।