Categories
ଜୀବନ ଶୈଳୀ ବିଶେଷ ଖବର

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଭାଗ୍ୟ ପୁଣି ଚମକିବ

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପଡ଼ିପାରେ। ବହୁତ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ବାସ୍ତୁ ଦୋଷ କାରଣରୁ ଏଭଳି ହୋଇପାରେ। ଅଳ୍ପ କିଛି ପରିବର୍ତ୍ତନ କରି ଘରୁ ବାସ୍ତୁ ଦୋଷ ଦୂର କରାଯାଇପାରିବ।

୧- ଘରର ଏହି ଦିଗରେ ରଖନ୍ତୁ ମନ୍ଦିର:

ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି କି, ଘର ମନ୍ଦିର ପାଇଁ ସବୁଠାରୁ ଭଲ ଦିଗ ହେଉଛି ଈଶାଣ କୋଣ। ଘରର ମନ୍ଦିର ଉତ୍ତର ଦିଗରେ ରହିବା ଉଚିତ। ଏହା ସହିତ ମନ୍ଦିରକୁ ଅଳ୍ପ ଉଚ୍ଚତାରେ ରଖିବା ଆବଶ୍ୟକ।

୨- ଘଣ୍ଟାର ଦିଗ:

ଘଣ୍ଟା ସବୁବେଳେ ଠିକ ସମୟ ଦେଖାଇଥାଏ । କିନ୍ତୁ ତାକୁ ଠିକ ଦିଗରେ ନରଖିଲେ ଘରର ଆର୍ଥିକ ସଙ୍କଟ ଦେଖାଯାଏ। ବାସ୍ତୁ ଅନୁସାରେ ଘଣ୍ଟାକୁ ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ। ଆପଣ ଘଣ୍ଟାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇ ପାରିବେ।

୩- ତୁଲସୀ ଗଛ:

ତୁଲସୀ ଗଛ ବା ଚଉରା ହିନ୍ଦୁ ଧର୍ମ ପାଇଁ ମହତ୍ବପୂର୍ଣ୍ଣ ଅଟେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ତୁଲସୀ ଗଛ ଘରର ଅଗଣାରେ ଲଗାଇବା ଦରକାର। ଏହାସହିତ ଯଦି ଏହା ଘରର ପୂର୍ବୋତ୍ତର କିମ୍ବା ଉତ୍ତର ଦିଗରେ ରହିଲେ ଶୁଭ ଅଟେ। ଏହା ଦ୍ଵାରା ଘରର ଆର୍ଥିକ ସଙ୍କଟ ଦୂର ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ।

୪- ଘର ପୋଛା ଲଗାଇବା ସମୟରେ ଏସବୁ ଉପରେ ଧ୍ୟାନ ରଖନ୍ତୁ:  

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି, ଘରରେ ପୋଛା ଲଗାଇବା ସମୟରେ ସମୁଦ୍ର ଲବଣ ଢାଳି ପୋଛା ଲଗାନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖୋଲିବାରେ ସମ୍ଭାବନା ଥାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୧୩, ବାଲେଶ୍ବରରୁ ୧୨, ଖୋର୍ଦ୍ଧାରୁ ୧୧, ଭଦ୍ରକରୁ ୯, ଯାଜପୁରରୁ ୫, ଝାରସୁଗୁଡାରୁ ୪, ରାୟଗଡାରୁ ୪, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୩, ପୁରୀରୁ ୩, ଦେବଗଡରୁ ୨, ଅନୁଗୁଳରୁ ୧, ବଲାଙ୍ଗୀରିରୁ ୧, ବୌଦ୍ଧରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୬୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ କୁ ବୃଦ୍ଧି ହୋଇଛି। ତେବେ ୫୬୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ହାଇସ୍କୁଲ୍‌ର ୧୯୮୪ ମାଟ୍ରିକ୍ ବ୍ୟାଚ୍ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତମାନର ଶିକ୍ଷା ପ୍ରସାରଣ କରିବା ପାଇଁ ଶ୍ରୀ ସାହୁ ପ୍ରତ୍ୟେକ ବର୍ଷ ଅଷ୍ଟମଶେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଏବଂ ସର୍ବୋଚ୍ଚ ମାର୍କ ଧାରଣ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେବେ ବୋଲି ଘୋଷଣା କରିଥିଲେ। ଏଭଳି ଏକ ମହତ୍ କାର୍ଯ୍ୟକୁ ଉତ୍କଣ୍ଠାର ସହ ତାଙ୍କର ସହଧର୍ମୀଣୀ ମାମାଲି ସାହୁ, ଦୁଇକନ୍ୟା ତେଜସ୍ୱୀ ସାହୁ, ଇତିଶ୍ରୀ ସାହୁଙ୍କ ସମେତ ଅତୀତର ବନ୍ଧୁ ଏବଂ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ କୋଭିଡ୍ କଟକଣାର ନିୟମ ଅନୁଯାୟୀ ପାଳନ କରାଯାଇଥିବା ବେଳେ ସ୍କୁଲ୍ ପରିବେଶରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେଲା ୪୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା

ଭୁବନେଶ୍ବର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି’ ଦ୍ଵାରା ଦେଶ ବ୍ୟାପୀ ଅର୍ଥ ସଂଗ୍ରହ କରାଯାଉଛି। ଓଡିଶାରେ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରାଯାଇଥିଲା।

ତେବେ ଓଡିଶାରୁ ରାମ ମନ୍ଦିର ନିର୍ମାଣ ପାଇଁ ୪୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ସଂଗ୍ରହ ହୋଇଛି। ମକର ସଙ୍କ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥିବା ଅର୍ଥ ସଂଗ୍ରହରେ ମୋଟ ୪୨ କୋଟି ୩ ଲକ୍ଷ ୭ ହଜାର ୬୬ ଟଙ୍କା ସଂଗ୍ରହ ହୋଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଏନେଇ ଖୁସି ବ୍ୟକ୍ତ କରିବା ସହ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଟି-୨୦ ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ପ୍ଲେଇଂ ଏକାଦଶରୁ ଧବନ ଏବଂ ଅକ୍ଷର ବାଦ୍

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳରେ ଦୁଇଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଶିଖର ଧବନ ଏବଂ ଅକ୍ଷର ପଟେଲକୁ ପ୍ଲେଇଙ୍ଗ ଏକାଦେଶରେ ସାମିଲ କରାଯାଇ ନାହିଁ। ଧବନଙ୍କ ସ୍ଥାନରେ ଇଶାନ କିଶନ ଏବଂ ଅକ୍ଷରଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ଦିଆଯାଇଛି। ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ ରେ ଆଗୁଆ ଅଛି। ପ୍ରଥମ ମ୍ୟାଚରେ ଭାରତକୁ ୮ ୱିକେଟରେ ଇଂଲଣ୍ଡ ପରାସ୍ତ କରିଥିଲା।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ସାବଧାନ, ସକାଳୁ ଉଠିଲେ ଦୟାକରି ଏହି ଜିନିଷ ଦେଖନ୍ତୁ ନାହିଁ, ହୋଇପାରେ ଅସୁବିଧା

ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,  ସକାଳୁ ଉଠିବା ପରେ କୌଣସି ଖରାପ ଜିନିଷ ଦେଖିବା ଉଚିତ୍ ନୁହେଁ। ଅନ୍ୟଥା, ଦିନସାରା ଆପଣଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ଜାରି ରହିବ। ଏହା ଆପଣଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଶୁଭ କାର୍ଯ୍ୟ କରିବା ଏବଂ ସକାଳେ ଭଲ ଜିନିଷ ଦେଖିବାର ପରମ୍ପରା ଆମର ରହିଛି। ଆପଣ ସକାଳୁ ଉଠିବା ପରେ ଅଶୁଭ ଜିନିଷ ଦେଖିବା ଠାରୁ ଦୂରେଇ ରହିବା ଉଚିତ୍। ବିଶ୍ୱାସ ଅନୁଯାୟୀ, ସକାଳୁ ଉଠିବା ପରେ ପ୍ରଥମେ ଦର୍ପଣ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ,ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଦର୍ପଣ ସ୍ଥାପନ କରିବା ନିଷେଧ ରହିଛି। ସକାଳେ ଦର୍ପଣକୁ ଦେଖିବା ଦ୍ୱାରା ଚିନ୍ତାଧାରାରେ ନକାରାତ୍ମକତା ବଢିପାରେ। ଯଦି ବିଛଣା ସାମ୍ନାରେ ଏକ ଦର୍ପଣ ରହିଛି, ତେବେ ଶୋଇବା ପୂର୍ବରୁ ଏହାକୁ ଘୋଡାଇବା ଉଚିତ।

ସକାଳେ ଉଠିବା ପରେ କାହାର ଛାଇ ଦେଖିବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ନିଜର କିମ୍ବା ଅନ୍ୟମାନଙ୍କ ଛାଇ ଦେଖିଲେ ଦୁର୍ଭାଗ୍ୟ ଆସିଯାଏ ବୋଲି ବିଶ୍ବାସ ରହିଛି। ଆପଣ ସକାଳେ ଉଠିବା ପରେ ପଶୁମାନଙ୍କର ଫଟୋ ଦେଖିବାଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। କୌଣସି ପଶୁଙ୍କ ଫଟୋ ସକାଳୁ ଦେଖିଲେ ଦିନସାରା ବିବାଦ ଏବଂ ଟେନସନ ସୃଷ୍ଟି କରିବ ବୋଲି କୁହାଯାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୮ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୪ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ୮ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୭୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜେଇଇ ମେନ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏଥର ଚାରି ଦିନ ନୁହେଁ ତିନି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ: ଏନଟିଏ ମାର୍ଚ୍ଚ ୨୦୨୧ରେ ହେବାକୁ ଥିବା ଜେଇଇ(ମେନ୍ସ) ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୧୫ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା।

ଏନଟିଏ ଅନୁଯାୟୀ, ଏବେ ଜେଇଇ ମେନ ପରୀକ୍ଷା ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଦେଶ ଏବଂ ବିଦେଶରେ ୩୩୧ ସହରର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ଗତ ସପ୍ତାହରେ ଏହି ପରୀକ୍ଷା ପାଇଁ ଆଡ୍ମିଟ କାର୍ଡଏନଟିଏ ପୂର୍ବରୁ ଜାରି କରିସାରିଛି। ଆଡ୍ମିଟ କାର୍ଡକୁ ବ୍ୟବହାର କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ jeemain.nta.nic.in କୁ ଯାଇ ଆବେଦନ ସଂଖ୍ୟା ଏବଂ ଜନ୍ମ ତାରିଖରେ ଲଗ ଇନ କରି ନିଜର ଆଡ୍ମିଟ କାର୍ଡ ଡ଼ାଉନଲୋଡ଼ କରିପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ଜେଇଇ ମେନ ପରୀକ୍ଷା ପୂର୍ବରୁ ୪ ଦିନ ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ଏବେ ଏହା ତିନି ଦିନ ପାଇଁ ଆୟୋଜନ କରାଯାଇଛି। ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ଟେଷ୍ଟ ମୋଡ (ସିବିଟି) ରେ ଆୟୋଜନ କରାଯିବ ବୋଲି ଏନଟିଏ କହିଛି।

Categories
ଆଜିର ଖବର ଜାତୀୟ ଖବର

ଜେଡ଼ିୟୁରେ ବିଲୀନ ହେଲା ଉପେନ୍ଦ୍ର କୁଶବାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି

ପାଟଣା: ବିହାରରେ ଆରଏଲଏସପି ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହ ଆଜି ନିଜ ଦଳର ସମସ୍ତ ନେତାଙ୍କ ସହ ଜେଡ଼ିୟୁରେ ବିଲୀନ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଉପସ୍ଥିତି ଥିଲେ। ତାଙ୍କ ଦଳ ଜେଡ଼ିୟୁରେ ବିଲୀନ ହେବା ପାଇଁ କୌଣସି ସର୍ତ୍ତ ରଖି ନାହାନ୍ତି ବୋଲି ଉପେନ୍ଦ୍ର କୁଶବାହ କହିଛନ୍ତି। ହେଲେ ନିତୀଶ ପୁରସ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି ଯେ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହଙ୍କ ସହ ଏନେଇ ବହୁ ସମୟ ଧରି ଆଲୋଚନା ଜାରି ରହିଥିଲା। ଯେତେବେଳେ ଏହି ଆଲୋଚନା ଉପରେ ଦଳର ନେତାମାନଙ୍କୁ ଅବଗତ କରାଗଲା, ସେତେବେଳେ ଦଳର ସମସ୍ତ ନେତା ସନ୍ତୋଷ ବ୍ୟକ୍ତ କଲେ। ଯାହା ଫଳରେ ଏହି ନିଷ୍ପତ୍ତି ନିଆଗଲା। ତେଣୁ ଆଜି ଦୁଇ ଦଳ ଏକ ହୋଇଛନ୍ତି ବୋଲି ନିତୀଶ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ୬ ଶ୍ରମିକ ମୃତ: ଶୋକ ବ୍ୟକ୍ତ କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୬ ଜଣ କୃଷି ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିବିଦୁ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସର ସୂଚନା ମୁତାବକ, ନୁଜିବିଦୁ ନିକଟସ୍ଥ ଲିୟୋନ ଟାଣ୍ଡା ନାମକ ଏକ ଆଦିବାସୀ ବସ୍ତି ଅଞ୍ଚଳର ଶ୍ରମିକମାନେ ଚାଷ କମ କରିବା ଲାଗି ଅଟୋ ଯୋଗେ ନିକଟସ୍ଥ ଗାଁକୁ ଯାଉଥିଲେ। ହଠାତ ଏକ ଅଜଣା ଗାଡି ଆସି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କୁ ନୁଜିବିଦୁ ଏବଂ ବିଜୟୱାଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡିକୁ ଖୋଜିବାରେ ଲାଗିପଡ଼ିଛି।

ଏନେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ, ପ୍ପୁରବା ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନ ସେନା ଅଧ୍ୟକ୍ଷ ପବନ କଲ୍ୟାଣ ଶୋକ ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଯବାନଙ୍କ ଗୁଳିରେ ଟଳି ପଡିଲା ଆଉ ଏକ ଆତଙ୍କୀ: ବିପୁଳ ପରିମାଣର ଗୁଳି, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ସୋପିୟା ଜିଲ୍ଲାରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବଦୀର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ରାବଳପୁରା ଅଞ୍ଚଳରେ ଆତଙ୍କବାଦୀ ରହିଥିବା ଖବର ପାଇ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଖୋଜିବା ଆରମ୍ଭ କରିଦେଇଥିଲେ। ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଗୁଳି ପ୍ରୟୋଗ କରିଥିଲେ। ଜବାବରେ ସୁରକ୍ଷାବାହିନୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ମୃତୁବରଣ କରିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି, ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି

ଭୁବନେଶ୍ବର: ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ସୂଚନା ରହିଛି। ଏହି ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ପାହାଡ଼ର ଗଡଖୋର୍ଦ୍ଧା ପଟୁ ଏହି ନିଆଁ ଲାଗିଥିବା କୁହାଯାଉଛି।

ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ହେଲେ ନିଆଁ କେମିତି ଲାଗିଲା ଏଯାଏଁ କୌଣସି ସ୍ପଷ୍ଟ କାରଣ ମିଳିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର

ମମତାଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା: ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ

କଲିକତା: ନନ୍ଦୀଗ୍ରାମ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଆହତ ହେବା ପରେ ନିଜେ ମମତା ଏବଂ ତୃଣମୂଳ କଂଗ୍ରେସର ଦଳୀୟ ନେତା ବିରୋଧୀଙ୍କ ଉପରେ ଆରୋପ ଲଗାଇଥିଲେ। ସେମାନେ ଅଭିଯୋଗ କରି ବିଜେପି ଏହା କରିଛି ବୋଲି କହିଥିଲେ। ଏନେଇ ନିର୍ବାଚନ କମିଶନ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନ ପର୍ଯ୍ୟବେକ୍ଷକ ତଦନ୍ତ କରି, ଏହା ଯୋଜନା ବଦ୍ଧ ଆକ୍ରମଣ ନଥିଲା ବରଂ ଏହା ଏକ ଦୁର୍ଘଟଣା ଥିଲା ବୋଲି କୁହାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ଯାଳୟ ଏକ ବିଶେଷ ସୂତ୍ରର ଜଣାପଡିଛି ଯେ, ମୁଖ୍ୟ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏବଂ ନିର୍ବାଚନ ପାଇଁ ନିୟୋଜିତ ଥିବା ମୁଖ୍ୟ ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି ଯେ, ୧୦ ମାର୍ଚ୍ଚକୁ ମମତାଙ୍କ ଦ୍ଵାରା ନାମାଙ୍କନ ପତ୍ର ଦାଖଲ ପରେ ପୂର୍ବ ମିଦନାପୁର ଜିଲ୍ଲାର ନନ୍ଦୀଗ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଲିୟା ବଜାରରେ ଏହି ଘଟଣା ଅଚାନକ ହୋଇଥିଲା। ହେଲେ ଏହାକୁ ଏକ ଷଡଯନ୍ତ୍ର ବୋଲି କୁହାଯାଉଥିଲା।

ରିପୋର୍ଟରେ କୁହାଯାଇଛି ଯେ, ଏହି ଘଟଣା ହଠାତ ହୋଇଥିଲା, ଯେଉଁଥିରେ ମମତା ବାନାର୍ଜୀ ଆହାତ ହୋଇଥିଲେ। ଏହା କୌଣସି ଯୋଜନାବଦ୍ଧ ନଥିଲା, ବରଂ ଏହା ଏକ ଦୁର୍ଘଟଣା ଥିଲା। ଏହି ରିପୋର୍ଟରେ ମମତାଙ୍କ ସୁରକ୍ଷାରେ ଥିବା ସୁରକ୍ଷାକର୍ମୀଙ୍କ ଏକ ବଡ ବିଫଳତା ବୋଲି ମଧ୍ୟ କୁହାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ: କୋଭିଡ ନିୟମ ମାନିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପର ମୁହାଁ ହେଉଥିବାରୁ ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କରୋନା ସଂପର୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ। ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ କରୋନା ରାଜ୍ୟରେ ନିୟନ୍ତ୍ରଣରେ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ଆମ ରାଜ୍ୟକୁ ପ୍ରଶଂସା କରିଛି। କିନ୍ତୁ ଏଥିପାଇଁ ଆମେ ବେଶୀ ଖୁସି ହେବା ଆବଶ୍ୟକ ନୁହେଁ। ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି, କିନ୍ତୁ ଆତ୍ମସନ୍ତୋଷ ଠିକ୍ ନୁହେଁ, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ; ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ଥିତି ବିଗିଡ଼ିଛି। ‘

ଏହା ସହିତ ମହାରାଷ୍ଟ୍ରରେ ସଂକ୍ରମଣ ପାଇଁ ପୁଣି ଥରେ ଲକଡାଉନ ଫେରିଛି। ଆମେ ସତର୍କ ରହିଲେ, ଓଡ଼ିଶାକୁ ଲକଡାଉନ୍ ଆଉ ଫେରିବନି। ବାହାରକୁ ଗଲେ ସଠିକ ବାହାବେ ମାସ୍କ ପିନ୍ଧିବା, ବେକରେ ଝୁଲାଇ ରଖିବା ନାହିଁ। ମୋର ଅନୁରୋଧ, ସମସ୍ତେ କୋଭିଡ ନିୟମ ମାନନ୍ତୁ। ‘

ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ ଯାହା କହିଲେ ତାହା ହେଲା

ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି । ଏ ଦିଗରେ ଆମ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଶୂନ୍ୟ ସଂକ୍ରମଣ ଆମର ଲଖ୍ୟ । ମୁଁ ଆଗରୁ କହିଛି, ଏବେ ମଧ୍ୟ ପୁଣି ଥରେ କହୁଛି ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍‍ ନୂହେଁ କାରଣ ବିପଦ ଏବେ ବି ଟଳି ନାହିଁ ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‍ଡାଉନ୍‍ ପୁଣି ଫେରିଛି । ଲକ୍‍ଡାଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି ।

ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍‍ଡାଉନ୍‍କୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକ୍‍ଡାଉନ୍‍କୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼୍‍ ଗାଇଡ୍‍ଲାଇନ୍‍କୁ କଡ଼ା କଡ଼ି ଭାବରେ ପାଳନ କରିଚାଲିବା ।

ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ।
ବର୍ତ୍ତମାନ କରୋନା ପାଇଁ ଟୀକା କରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି । ଏ ଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି ।

କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି । କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସ୍‍ କୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଆପଣମାନେ ମୋର ଅନୂରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ । ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲଖ୍ୟ ହାସଲ କରିପାରିବା ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରୋଡ଼ ସେଫ୍ଟି ୱାର୍ଲ୍ଡ ସିରିଜ୍: ଯୁବରାଜ ସିଂହ ଏବଂ ସଚିନ ତେନ୍ଦୁଲକରଙ୍କ ପୁରୁଣା ଅନ୍ଦାଜ୍, ଭାରତର ବିପୁଳ ବିଜୟ

ରାୟପୁର: ଭାରତୀୟ ଦଳର ପୂର୍ବତନ ତାରକା ଅଲରାଉଣ୍ଡର ଯୁବରାଜ ସିଂହ ପୁଣି ଥରେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରିଛନ୍ତି। ଗତକାଲି ସେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଯେଉଁ ଭଳି ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି, ତାହା ୨୦୦୭ ମସିହା ବିଶ୍ଵ କପର ଖେଳକୁ ମନେ ପକାଇ ଦେଇଛି। ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବିରୋଧରେ ଗତକାଲି ଯୁବରାଜ ଲଗାତର ୪ ଟି ବଲରେ ୪ ଟି ଛକା ମାରିଥିଲେ।

ଯୁବରାଜଙ୍କ ଏହି ପାଳି, ବିଶ୍ଵକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କୁ ୬ ଟି ବଲରେ ୬ ଟି ଛକାର ପାଳିଙ୍କୁ ମନେ ପକାଇଦେଇଛି। ଯୁବରାଜ ସିଂହ ଗତକାଲି ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବୋଲର ଜାନ୍ଦେର ଦେ ବୃଏନଙ୍କୁ ୧୮ ତମ ଓଭରରେ କ୍ରମାଗତ ୪ ଟି ଛକା ମାରିଥିଲେ। ୧୮ ତମ ଓଭରର ପ୍ରଥମ ବଲରେ ଯୁବରାଜ କୌଣସି ରନ କରିପାରିନଥିଲେ। ଏହାପରେ ପରବର୍ତ୍ତୀ ଚାରୋଟି ବଲକୁ ଯୁବରାଜ ଚକା ମାରିଥିଲେ। ମୋଟ ୨୨ ଟି ବଲ ଖେଳି ଯୁବରାଜ ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ।

ଏହି ପାଳିରେ ସେ ଦୁଇଟି ଚୌକା ଏବଂ ୬ ଟି ଛକା ମାରିଥିଲେ। ଯୁବରାଜଙ୍କ ବ୍ଯତୀତ ସଚିନ ତେନ୍ଦୁଲକର ୩୭ ଟି ବଲରେ ୬୦ ରନ ସଂଗ୍ରହ କରିଥିଲେ। ଯୁବରାଜ ଏବଂ ସଚିନଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୨୦ ଓଭରରେ ୩ ଟି ୱିକେଟ ହରାଇ ୨୦୪ ରନ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ୧୪୮ ରନ କରିପାରିଥିଲା

ତେବେ ଭାରତୀୟ ଦଳ ୫୬ ରନରେ ଷଷ୍ଠତମ ମ୍ୟାଚକୁ ଜିତି ୨୦ ଅଙ୍କ ସହ ‘ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ’ ତାଲିକାର ଶୀର୍ଷରେ ରହିଛି। ସେହିପରି ୫ ଟି ମ୍ୟାଚ ଖେଳି ୧୬ ଅଙ୍କ ସାଥିରେ ଶ୍ରୀଲଙ୍କା ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଲିଜେଣ୍ଡ୍ସ ୪ ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୧୨ ଅଙ୍କ ପାଇ ତୃତୀୟ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ୫ ଟି ମ୍ୟାଚ ଖେଳି ୩ ଟି ବିଜୟ ସହ ୧୨ ଅଙ୍କ ପାଇ ଚତୁର୍ଥ, ୱେଷ୍ଟ ଇଣ୍ଡିଜ ଲିଜେଣ୍ଡ୍ସ ୫ ଟି ମ୍ୟାଚରେ ୨ ଟି ବିଜୟ ସହ ୮ ଅଙ୍କ ପାଇ ପଞ୍ଚମ, ବାଂଲାଦେଶ ୫ ଟି ମ୍ୟାଚରେ ୧ ଟି ବିଜୟ ସହ ୪ ଅଙ୍କ ପାଇ ଷଷ୍ଠ ଏବଂ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଖେଳିଥିବା ସମସ୍ତ ୫ ଟି ମ୍ୟାଚ ହାରି ଶୂନ୍ୟ ଅଙ୍କ ସହ ପଏଣ୍ଟ ତାଲିକାରେ ତଳେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୫୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୫୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୦ ଟି ଜିଲ୍ଲାରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ୨ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦାମ୍ ହ୍ରାସ ହେବାରୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ: ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ: ଦାମ୍ ହ୍ରାସ ହେବାରୁ ସୁନା ଦୋକାନରେ ବହୁ ସଂଖ୍ୟାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ଗୁଜୁରାଟ ସୂରଥର ଏକ ଦୁକାନରେ ସୁନା କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା, ସେତେବେଳ ସୁନାର ମୂଲ୍ୟ ୩୭ ହଜାର ଟଙ୍କା ଥିଲା। ତାପରେ ସୁନା ମୂଲ୍ୟରେ ବୃଦ୍ଧି ହୋଇ ୫୦ ହଜାର ଅତିକ୍ରମ କରିଥିଲା। ଅଗଷ୍ଟ ୨୦୨୦ ସୁଦ୍ଧା ଦେଶରେ ସୁନାର ମୂଲ୍ୟ ୫୬ ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। କିନ୍ତୁ ବିଗତ ୭ ମାସ ଧରି ସୁନାର ମୂଲ୍ୟରେ ହ୍ରାସ ପାଇ ବର୍ତ୍ତମାନ (ଦିଲ୍ଲୀ)୪୪ ହଜାର ୭୧୦ ଟଙ୍କାରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨୫ ହଜାର ୩୨୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୩ ଲକ୍ଷ ୫୯ ହଜାର ୪୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୦୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୮୯ ହଜାର ୮୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୧୦ ହଜାର ୫୪୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର

ଶରୀର ହାଡକୁ ମଜବୁତ କରିବା ପାଇଁ ଜାଣନ୍ତୁ ଏହି ସରଳ ପାଞ୍ଚୋଟି କଥା

ନୂଆଦିଲ୍ଲୀ, ଶକ୍ତିଶାଳୀ ଅସ୍ଥି ବା ହାଡ ଆମ ସୁସ୍ଥ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୟସ ବଢିବା ସହିତ ହାଡ ଦୁର୍ବଳ ହୋଇଯାଏ। ଅସ୍ଥିଗୁଡୁକ ନମନୀୟତା ମଧ୍ୟ ହରାଇଥାନ୍ତି। ତେଣୁ ଏହା ଆମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ଖାଇବା ପିଇବା ଉପରେ ଟିକିଏ ଧ୍ୟାନ ଦେଇ ଆମେ ଆମର ହାଡକୁ ଶକ୍ତିଶାଳୀ କରିପାରିବା।

ଖାଇବା ପ୍ରତି ଅଳ୍ପ ଧ୍ୟାନ ଦେବା ଅର୍ଥ ଅତ୍ୟଧିକ ଜଙ୍କ୍ ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। କ୍ରମାଗତ ଭାବରେ ଧୂମପାନ କରନ୍ତୁ ନାହିଁ।  ଏଭଳି ପରିସ୍ଥିତିରେ,  ଆଜି ଆମେ ଆପଣଙ୍କୁ 5 ଟି ପ୍ରାକୃତିକ ଉପାୟ କହିବାକୁ ଯାଉଛୁ ଯାହା ଦ୍ବାରା ଆମେ ଆମର ହାଡକୁ ଶକ୍ତିଶାଳୀ କରିପାରିବା।

1-କ୍ୟାଲସିୟମ ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ

ଶକ୍ତିଶାଳୀ ହାଡ ପାଇଁ ଖାଦ୍ୟରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ରହିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ନିଜ ଖାଦ୍ୟରେ ପନିର, ଲେଡିଫିଙ୍ଗର, ପନିର, ବାଦାମ, ମଟର ଏବଂ ବିନ୍ସ ଅନ୍ତର୍ଭୁକ୍ତ କରନ୍ତି, , ତେବେ ଆପଣ ହାଡର ଗଠନ ଏବଂ ରୋଗରୁ ରକ୍ଷା ପାଇପାରିବେ। ଏସବୁ ବ୍ୟତୀତ ନିୟମିତ ବ୍ୟାୟାମ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।ବ୍ୟାୟାମ କରିବା ଦ୍ୱାରା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ହାଡ ମଧ୍ୟ ଫିଟ୍ ହେବ। ହାଡରେ କୌଣସି ଫୁଲା ହେବ ନାହିଁ ଏବଂ ହାଡ ଶକ୍ତିଶାଳୀ ହେବ ।

2-ଭିଟାମିନ ଡି ଅଧିକ ଖାଆନ୍ତୁ

କ୍ୟାଲସିୟମ ସହିତ ଭିଟାମିନ୍ ଡି ମଧ୍ୟ ହାଡ ପାଇଁ ନିହାତି ଆବଶ୍ୟକ। ଭିଟାମିନ୍ ଡି ବିନା କେବଳ କ୍ୟାଲସିୟମ୍ ଅସ୍ଥିପାଇଁ ଉପଯୁକ୍ତ ହୋଇପାରିବ ନାହିଁ ।  ସାଧାରଣତଃ ଭିଟାମିନ ଡି ସୂର୍ଯ୍ୟଙ୍କ କିରଣରେ ମଧ୍ୟ ଥାଏ। ସକାଳ 7 ଟା କିମ୍ବା ସନ୍ଧ୍ୟା 4ଟାରେ ଭିଟାମିନ୍ ଡି ନେବା ପାଇଁ ସର୍ବୋତ୍ତମ ସମୟ ।  ଅନ୍ୟ ଏକ ଉପାୟ ହେଉଛି ଭିଟାମିନ୍ ଇ ସମୃଦ୍ଧ ଖାଦ୍ୟ ଯେପରିକି ଛତୁ, ସୋୟା କ୍ଷୀର, କମଳା, ଗାଈ କ୍ଷୀର ଏବଂ ଅଣ୍ଡା ପ୍ରଚୁର ପରିମାଣରେ ଖାଆନ୍ତୁ।  ସେହିଭଳି , ଫୁଲକୋବି, ବ୍ରୋକୋଲି ଏବଂ ଡାଲିଜାତୀୟ ଖାଦ୍ୟରେ ଭିଟାମିନ୍ କେ ଭରପୂର ଥାଏ ଯାହା ଖାଦ୍ୟ ହାଡର ବିକାଶ ପାଇଁ ଲାଭଦାୟକ ଅଟେ ।

3-ପ୍ରୋଟିନ୍ ଖାଆନ୍ତୁ

ଆପଣ ଜାଣନ୍ତି କି ପ୍ରୋଟିନ୍ ହାଡର ଗଠନର ବିପଦକୁ ହ୍ରାସ କରିଥାଏ । କାରଣ ଏହା ହାଡର ଘନତା ବଢାଇଥାଏ । ଏହା ହାଡ ସହିତ ଜଡିତ ବିଭିନ୍ନ ରୋଗ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।  ହାଡକୁ ଶକ୍ତିଶାଳୀ କରିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

4- ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ,, ଚିନି ଏବଂ କଫିନ୍ ଠାରୁ ଦୂରେଇ ରୁହନ୍ତୁ

ସର୍ବାଧିକ ପରିମାଣରେ ସବୁଜ ଖାଦ୍ୟ ଖାଆନ୍ତୁ । ସବୁଜ ପତ୍ରଯୁକ୍ତ ପନିପରିବାରେ ପ୍ରଚୁର ଖଣିଜ ପଦାର୍ଥ ଏବଂ ପୃଷ୍ଟିକର ଉପାଦାନ ଥାଏ। ଯାହା ଖାଇବା ଦ୍ୱାରା ଭିତରେ ହାଡ ପୁଷ୍ଟିକର ହୋଇଥାଏ।  ଅନ୍ୟ ପଟେ,  ଯଦି ଆପଣ ଆପଣଙ୍କର ଚିନି , କଫି ଏବଂ ମଦ୍ୟପାନ ଉପରେ ଧ୍ୟାନ ଦିଅନ୍ତି,  ତେବେ ଏହା ହାଡ ପାଇଁ ଏକ ମାରାତ୍ମକ ହେବ।

5- ଖାଦ୍ୟରେ ମ୍ୟାଗ୍ନେସିୟମ୍, ଜିଙ୍କ ଖାଦ୍ୟ ଗ୍ରହଣ ବୃଦ୍ଧି କରନ୍ତୁ

କେବଳ କ୍ୟାଲସିୟମ ଅଭାବ ହେତୁ ହାଡ ଦୁର୍ବଳ ହୁଏ ନାହିଁ ।  ହାଡକୁ ଶକ୍ତିଶାଳୀ ରଖିବା ପାଇଁ ଜିଙ୍କ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ଆବଶ୍ୟକ ।  ହାଡର ବିକାଶ ପାଇଁ ଜିଙ୍କ ଏକାନ୍ତ ଆବଶ୍ୟକ। ଅଳସୀ, କସ୍ତୁରୀ, ମେଥୀ, ମାଛ, କଖାରୁ,  ବାଦାମ,  ସବୁ ମ୍ୟାଗ୍ନେସିୟମ୍ ଏବଂ ଜିଙ୍କର ସମୃଦ୍ଧ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା

ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ।

ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ।

ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ ଜାଣିପାରିବେ। ଆଉ ଏହି ଗୁଣ ବିଷୟରେ ଅବଗତ ହେବା ପରେ ତାହାର ମାନବିକତାର ଶ୍ରେଷ୍ଠତା କେତେ ମାପି ହେବ।

ଚାହାଣୀରୁ କ୍ରୋଧ– ମଣିଷର ଚାହାଣୀରୁ କେତେ କ୍ରୋଧ ରହିଛି ତାହା ଜଣାପଡିବ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଆଜି 14 ତାରିଖ ରବିବାର ମୀନ ସଂକ୍ରାନ୍ତିରେ କଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୁତ ରାଶିଫଳ

ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଛୋଟ ସମସ୍ୟା ଥାଇପାରେ, ଯାହା ମନକୁ ବିବ୍ରତ କରିପାରେ, କିନ୍ତୁ ଆପଣଙ୍କ ଉଦ୍ୟମ ଦ୍ୱାରା କାର୍ଯ୍ୟରେ ସଫଳତା ଆସିବ ଏବଂ ଲାଭ ହେବ । ଧାଁ ଦୌଡ଼ ଅତ୍ୟଧିକ ହେବ, ଯେଉଁ କାରଣରୁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେଉଛି, କିନ୍ତୁ ଟଙ୍କା ଅଧିକ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।

ବୃଷ: – ଆଜି ଏକ ଭଲ ଦିନ ହେବ। କର୍ମ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ ହେବ, ଯାହାଫଳରେ ସମସ୍ତ କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଶାନ୍ତିରେ ବିତାଇବେ ଆପଣ ପରିବାରର ନିକଟତର ଅନୁଭବ କରିବେ । ସେମାନଙ୍କର ସହଯୋଗ ମଧ୍ୟ ଉପଲବ୍ଧ ହେବ । ପୁରୁଣା ବନ୍ଧୁମାନଙ୍କୁ ଭେଟି ପାରିବେ ଏବଂ ପରିବାର ସଦସ୍ୟମାନେ ଏକ ମନୋରମ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାକୁ ଯୋଜନା କରିପାରନ୍ତି। ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅନ୍ତୁ ।

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭ ପରିସ୍ଥିତି ମଧ୍ୟ ଆସିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ମନ ଚିନ୍ତିତ ହୋଇପାରେ । ପାରିବାରିକ ପରିବେଶ ସୁଖମୟ ହେବ । ବକ୍ତବ୍ୟର ମଧୁରତା ସହିତ, କାମ କରିବାକୁ ସମର୍ଥ ହେବେ । ଗାଡି ଚଳାଇବା ସମୟରେ ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସଫଳତା ପାଇବା ପାଇଁ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏକ ଧାର୍ମିକ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।

କର୍କଟ: – ଆଜି ବହୁତ ଭଲ ଦିନ ହେବ । ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ବ୍ୟବସାୟ ବିସ୍ତାର ପାଇଁ ବ୍ୟବସ୍ଥିତ ଭାବରେ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରିବାକୁ ସମର୍ଥ ହେବେ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ। କର୍ମ କ୍ଷେତ୍ରରେ ବହୁତ ପରିଶ୍ରମ ହେବ ଏବଂ କଠିନ ପରିଶ୍ରମ ସହିତ ଆପଣ ଏହି କାର୍ଯ୍ୟରେ ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ । ସାଙ୍ଗମାନଙ୍କଠାରୁ ସମର୍ଥନ ଆସିବ, ଯାହା ଆତ୍ମବିଶ୍ୱାସ ବଢାଇବ । ମଜା ଏବଂ ମନୋରଞ୍ଜନ ପାଇଁ ଟଙ୍କା ଖର୍ଚ୍ଚ ହେବ ।

ସିଂହ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ର ଛୋଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟଭାର ଅଧିକ ହେବ ଏବଂ ପୂରା ଦିନ ଦୌଡାଦୌଡିରେ ଅତିବାହିତ ହେବ । ଆପଣ ଶାରୀରିକ ଥକ୍କା ଅନୁଭବ କରିପାରିବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଯେ କୌଣସି ବିତର୍କରେ ଜଡିତ ହୋଇପାରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ। ଆଜି ନିରର୍ଥକ ବିତର୍କ ଏବଂ ଝଗଡାକୁ ଏଡ଼ାଇବାକୁ ପଡିବ । ଅଧିକ ଅର୍ଥ ଖର୍ଚ୍ଚ ହେବ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ ।

କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଆୟ ଅଭିବୃଦ୍ଧିର ଏକ ପରିମାଣ ହେବ । ବ୍ୟବସାୟ ଭଲ କରିବ । କର୍ମକ୍ଷେତ୍ରରେ ସାଙ୍ଗ ଏବଂ ସହକର୍ମୀଙ୍କଠାରୁ ବହୁତ ସମର୍ଥନ ମିଳିବ । କାର୍ଯ୍ୟରେ ସଫଳତା ଆର୍ଥିକ ପରିସ୍ଥିତିକୁ ମଜବୁତ କରିବ । ପଦୋନ୍ନତି ମଧ୍ୟ ମିଳିପାରିବ । ପରିବାରର ପରିବେଶ ଭଲ ରହିବ ଏବଂ ଘର ମାଲିକ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ । ସାଙ୍ଗମାନଙ୍କ ସହିତ ସ୍ଥାନାନ୍ତରଣର ଆୟୋଜନ କରାଯିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ ।

ତୂଳା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟିକ କାର୍ଯ୍ୟକଳାପ ସଫଳ ହେବ ଏବଂ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ଅର୍ଥ ଲାଭ କରିବ । ତଥାପି ଦୌଡାଦୌଡି ଅଧିକ କରିବାକୁ ପଡ଼ିବ, କିନ୍ତୁ ପରିଶ୍ରମର ଫଳ ଭଲ ହେବ । ପୁରୁଣା ଅଟକି ଯାଇଥିବା ଟଙ୍କା ଫେରସ୍ତ କରିବାର ସମ୍ଭାବନା ରହିବ । ସରକାର ଏବଂ ବନ୍ଧୁ ଏବଂ ସମ୍ପର୍କୀୟମାନେ ଉପକୃତ ହେବେ। ପାରିବାରିକ ପରିବେଶ ଭଲ ରହିବ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ, ଯାହା ପ୍ରତିଷ୍ଠା ବୃଦ୍ଧି କରିବ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇପାରିବେ ।

ବିଛା : – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ସହକର୍ମୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସଫଳ ହେବ । କାର୍ଯ୍ୟ ଭାର ଅଧିକ ହେତୁ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ଶ୍ରମିକମାନେ ଏକ ସ୍ଥାନାନ୍ତରଣକୁ ଯାଇପାରନ୍ତି, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ । ଉଚ୍ଚ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିପାରନ୍ତି । ଆନନ୍ଦ-ପ୍ରମୋଦ ପଛରେ ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ବିଷୟରେ ଚିନ୍ତା ହେବ ।

ଧନୁ: – ଆଜି ଏକ ସାଧାରଣ ଦିନ ହେବ। କାର୍ଯ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଠାରେ ଅଧିକ କାର୍ଯ୍ୟଭାର ହେବ ଏବଂ ଦୌଡାଦୌଡିରେ ଦିନଟି ଅତିବାହିତ ହେବ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟଗୁଡ଼ିକର ଧାରା ବୃଦ୍ଧି ପାଇବ, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ହେବ। ପଡିରହିଥିବା ଟଙ୍କା ଫେରସ୍ତ କରାଯାଇ ପାରିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ପରିବାରର ପରିବେଶ ଭଲ ରହିବ, କିନ୍ତୁ ମନେରଖନ୍ତୁ ଯେ ଆପଣଙ୍କ ଶବ୍ଦ ଦ୍ୱାରା କୌଣସି ଆଘାତ ପହଞ୍ଚିଛି । କଣ୍ଟିଜେନ୍ସି ଟଙ୍କା ଉପକୃତ ହେବାର ସମ୍ଭାବନା ଅଛି ।

ମକର: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ଏବଂ ଚାକିରିରେ ଅଭିବୃଦ୍ଧି ହେଉଛି । କାର୍ଯ୍ୟରେ ସଫଳତା ଲାଭଜନକ ପରିସ୍ଥିତି ସୃଷ୍ଟି କରିବ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ପ୍ରଶଂସାପତ୍ର ପ୍ରସ୍ତୁତ କରାଯିବ । ପାରିବାରିକ ଜୀବନରେ ସୁଖ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବୌଦ୍ଧିକ ଆଲୋଚନାରେ ଭାଗ ନେବେ, କିନ୍ତୁ ଆପଣଙ୍କ ବକ୍ତବ୍ୟରେ ସଂଯମତା ବଜାୟ ରଖିବା ଆବଶ୍ୟକ । ଆଦର୍ଶଗତ ଭାବରେ, ଏହା ଚାର୍ଜ ହୋଇପାରେ ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କୁମ୍ଭ: – ଆଜି ଶୁଭ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ଆର୍ଥିକ ଲାଭର ସମ୍ଭାବନା ରହିବ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଖୁସିରେ ବିତାଇବେ । ମାନସିକ ସ୍ତରରେ ସୁସ୍ଥ ରହିବେ । ସହକର୍ମୀଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ସମ୍ପର୍କୀୟଙ୍କଠାରୁ କିଛି ଭଲ ଖବର ଗ୍ରହଣ କରାଯାଇପାରେ । ଚାକିରି ପରିବର୍ତ୍ତନ ଏବଂ ଦରମା ବୃଦ୍ଧି ହେବ। କର୍ମ କ୍ଷେତ୍ରରେ ପ୍ରଗତିର ନୂତନ ଦ୍ୱାର ଖୋଲିବ ।

ମୀନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟିକ କାର୍ଯ୍ୟକଳାପରେ ଅସୁବିଧା ହୋଇପାରେ । ସେଠାରେ ଅନେକ କାର୍ଯ୍ୟଭାର ହେବ, କିନ୍ତୁ ଦ୍ରୁତ ଏବଂ ପରିଶ୍ରମ ସହିତ, କାର୍ଯ୍ୟରେ ସଫଳତା ମିଳିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିବା ଠାରୁ ଦୂରେଇ ରୁହନ୍ତୁ । ଜୀବନସାଥୀ ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ ।