Categories
ଜାତୀୟ ଖବର ବିଶେଷ ଖବର

ମୋହନ ଭାଗବତଙ୍କ ସହ ମହିଳାଙ୍କ ଫଟୋ ନ ଥିବା ନେଇ ରାହୁଳ ଗାନ୍ଧୀଙ୍କ ବୟାନ, ଭୋପାଳରେ ଋଜୁ ହେଲା ମାମଲା

ନୂଆଦିଲ୍ଲୀ: ରାହୁଳ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ଭୋପାଳରେ ତାଙ୍କ ବିରୋଧରେ ଏଫଆଇଆର ଋଜୁ କରାଯାଇଛି। ଏଥିସହିତ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଋଜୁ ହେବା ପରେ ଆଇନି ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଛି।

ହିନ୍ଦୁ ଦେବାଦେବୀ ଏବଂ ଆରଏସଏସ ବିରୋଧରେ ରାହୁଳ ଗାନ୍ଧୀ ଯେପରି ବୟାନ ଦେଇଛନ୍ତି ତାହା ଠିକ୍ ନୁହେଁ। ରାହୁଳ ଗାନ୍ଧୀ ସୁବିଧାବାଦୀ ରାଜନୀତି କରିବା ପାଇଁ ଏପରି ବୟାନ ଦେଇଛନ୍ତି। ଯାହା କୋଟି କୋଟି ହିନ୍ଦୁଙ୍କୁ ଆଘାତ ଦେଇଛି। ଏହା ବିରୋଧରେ ଏକ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେହିପରି ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ବର ଶର୍ମା ମଧ୍ୟ ଥାନାରେ ଏକ ମାମଲା ଋଜୁ କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ହିନ୍ଦୁ ସମାଜକୁ ଆଘାତ କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ନିକଟରେ ରାହୁଳ ଗାନ୍ଧୀ ନୂଆଦିଲ୍ଲୀରେ ମହିଳା କଂଗ୍ରେସର ଏକ ସଭାରେ ବିଜେପି ଏବଂ ଆରଏସଏସ କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ, ସେଥିରେ ତାଙ୍କ ସହିତ ଦୁଇ ତିନି ଜଣ ମହିଳା ଥିବାର ନିଶ୍ଚିତ ନଜରକୁ ଆସିବ। ହେଲେ ଆପଣମାନେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କୁ ଦେଖିଛନ୍ତି। ତାଙ୍କ ସହିତ କେବେ ଜଣେ ମହିଳା ଥିବାର ଦେଖିଛନ୍ତି କି ? ଆପଣମାନେ କେବେ ଦେଖି ନ ଥିବେ।

ଏହାପରେ ସେ କହିଥିଲେ ଯେ, ଏହାର କାରଣ କଣ ଜାଣିଛନ୍ତି ? ଏହାର କାରଣ ହେଲା ଆରଏସଏସ ନାରୀମାନଙ୍କୁ ଦମନ କରିବାକୁ ଚାହେଁ। ହେଲେ କଂଗ୍ରେସ ମହିଳାମାନଙ୍କୁ ଉପରକୁ ଉଠିବା ପାଇଁ ମଞ୍ଚ ତିଆରି କରେ। ଏହାପରେ ସେ କହିଥିଲେ ଯେ, ଆରଏସଏସ ହିନ୍ଦୁ ଧର୍ମ ନାମରେ ଦଲାଲି କରୁଛି।

ରାହୁଳଙ୍କ ଏହି ଭାଷଣ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ସଂଘ ତରଫରୁ ତାଙ୍କର ଏହି ଭିଡିଓ ଉପରେ ତୀବ୍ର ସମାଲୋଚନା କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ ବିରାଟ କୋହିଲି, ସୋସିଆଲ ମିଡିଆରେ କଲେ ଘୋଷଣା

ନୂଆଦିଲ୍ଲୀ: ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହିଲି ଏହା ଘୋଷଣା କରିଛନ୍ତି। ସେ ଆସନ୍ତା ଟି -୨୦ ବିଶ୍ୱକପ ପରେ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବେ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ଅତି ସତର୍କତାର ସହ ନେଇଛନ୍ତି। କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ହେଲେ ଟେଷ୍ଟ ଓ ଦିନିକିଆ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗିରଫ ଦାବି: ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ କଲା ବିଜେପି ଜନଜାତି ମୋର୍ଚ୍ଚା

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା।

ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଧାୟକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ବିଧାୟକଙ୍କୁ ଗିରଫ କରାଯାଇନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ଦଳ ଜନଜାତି ମୋର୍ଚ୍ଚାର ଶହ ଶହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳି ମାନେ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ଜନଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ଜନଜାତି ମୋର୍ଚ୍ଚାର ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଏହା ସହ ତୁରନ୍ତ ବିଧାୟକ ଜଗଦ୍ଦେଵଙ୍କୁ ଗିରଫ କରିବା ନେଇ ବିଜେପି ପକ୍ଷରୁ ୧୬ ଜଣିଆ ପ୍ରତିନିଧି ମଣ୍ଡଳୀ ଏସ୍.ପି ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଯଥାଶୀଘ୍ର ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପି ସମସ୍ତ ଏସ୍.ପି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନୁରୂପ ଭାବେ ଆମେ ବିଜେପି ଜନଜାତି ମୋର୍ଚ୍ଚାର ଗିରଫଦାରୀ ଦାବିପତ୍ର ଗ୍ରହଣ କରିଛୁ।  ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଏସପି ଶ୍ରୀ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶନିବାର ସଂଧ୍ୟାରେ ଚାରୋଟି ଜିଲ୍ଲାରେ ଆସିପାରେ ବନ୍ୟା; ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ଶନିବାର ସଂଧ୍ୟା ସୁଦ୍ଧା 4ଟି ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ସେହି ଚାରୋଟି ଜିଲ୍ଲା ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଗତ ତିନିଦିନ ଧରି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ହୀରାକୂଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ଏହି ଡ୍ୟାମର 28ଟି ଗେଟ ଖୋଲାଯାଇଛି। ସେଥିପାଇଁ କେତେକ ସ୍ଥାନରେ ବନ୍ୟା ସମ୍ଭାବନା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

ବର୍ତ୍ତମାନ ହୀରାକୂଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ଅନ୍ୟପକ୍ଷରେ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଶନିବାର ସୁଦ୍ଧା ମୁଣ୍ଡଳୀରେ ଆଠ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବର ସମ୍ଭାବନା ରହିଛି।

ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ରେଙ୍ଗାଳିରେ ମଧ୍ୟ ଗୋଟିଏ ଗେଟ ଖୋଲାଯାଇଛି। ଏହି ନଦୀ ଫୁଲୁଥିବାରୁ ଏହାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଶ୍ରୀ ଜେନା କହିଛନ୍ତି।

ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଥିପାଇଁ ତିରିଶିଟି ଓଡ୍ରାଫ ଟିମ ଏବଂ ବାରଟି ଏନଡିଆରଫ ଟିମକୁ ବନ୍ୟା ସାମ୍ଭବ୍ୟ ଜିଲ୍ଲାକୁ ପଠାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: ସଡକ ଦୁର୍ଘଟଣାରେ ଗ୍ରାମରକ୍ଷୀଙ୍କ ପୁଅ ମୃତ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ମୃତକଜଣଙ୍କ କୟଥପଲା ଗ୍ରାମର ଗଣେଷ ବାରିକ ବୋଲି ଜଣାପଡିଛି। ଗଣେଷଙ୍କ ବାପା କୁହୁଡି ଫାଣ୍ଡିରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗଣେଷ ଏକ ବାଇକ୍ ଯୋଗେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ କୟଥ ପଲା ଛକ ଠାରେ ଏକ ହାଇୱା ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରୁ ଗଣେଷ ଛିଟିକି ପଡିଥିଲେ। ପରେ ତାଙ୍କ ମୁଣ୍ଡ ଉପରେ ଟ୍ରଲର ଚକ ଚଢି ଯାଇଥିଲା। ଘଟଣା ସ୍ଥଳରେ ଗଣେଷଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ତାଙ୍କର ବଡ ବୋଉଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥ ଉପରେ ପ୍ରତିବାଦ କରିଛନ୍ତି।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ସେହି ସ୍ଥାନରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବାଲୁଗାଁ ଏସଡିପିଓ ଶ୍ରୀ ବାରିକଙ୍କ ଆଶ୍ଵାସନା ପରେ ଦୀର୍ଘ ୩ ଘଣ୍ଟା ଧରି ପ୍ରତିବାଦ କରୁଥିବା ଉତ୍ୟକ୍ତ ଲୋକେ ଧାରଣାରୁ ଉଠିଥିବା ଜଣାପଡିଛି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଥିବା ବେଳେ ଚାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ସମ୍ୱିଧାନ ଦିବସ ଅବସରେ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ୱୋଧିତ କଲେ ଓଡ଼ିଶା ବାଚସ୍ପତି

ଭୁବନେଶ୍ୱର: ବିଶ୍ୱ ସମ୍ୱିଧାନ ଦିବସ ଅବସରରେ ଲୋକସଭା ପାର୍ଲ୍ୟାମେଣ୍ଟ, ନୂଆ ଦିଲ୍ଲୀ ତରଫରୁ ଏକ ଆନ୍ତର୍ଜାତିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭିଡିୱ କନଫେରେନ୍ସିଂ ଜରିଆରେ ବିଶ୍ୱର ଅନେକ ରାଷ୍ଟ୍ରର ବାଚସ୍ପତି ଓ ଉପବାଚସ୍ପତି ଏଥିରେ ଯୋଗ ଦେଇ ଭାରତୀୟ ଗଣତନ୍ତ୍ରକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଗଣତାନ୍ତ୍ରିକ ଓ ସାମ୍ୱିଧାନିକ ଉପାୟରେ ରାଷ୍ଟ୍ରର ବିକାଶ ନିଶ୍ଚିତ ବୋଲି ମତ ବ୍ୟକ୍ତ କରିଥିଲେ ।

ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ସମ୍ୱୋଧିତ କରିଥିଲେ ଏବଂ ଭାରତୀୟ ସମ୍ୱିଧାନ ଓ ଗଣତନ୍ତ୍ରର ଗରିମାମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ ।

ଭାରତୀୟ ସମ୍ୱିଧାନର ପିତା ଡ଼ଃ ବି. ଆର୍. ଆମ୍ୱେଦକରଙ୍କ ମହାନ ସମ୍ୱିଧାନ ପରିକଳ୍ପନା ଓ ସୁଦୃଢ ଗଣତନ୍ତ୍ର ଉପରେ ଗୁରୁତ୍ୱାରୋପ ଆମ ରାଷ୍ଟ୍ର ଭାରତ ପ୍ରତି ବିଶ୍ୱର ସମସ୍ତ ରାଷ୍ଟ୍ରର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ବଢାଇଛି । ସେହି ମହାମନ ଗମତାନ୍ତ୍ରିକ ପରମ୍ପରାର ଯଥେଷ୍ଟ ସୁଦୃଢିକରଣ କରିବା ଆବଶ୍ୟକ ବୋଲି ଡ଼ଃ ପାତ୍ର ମତ ଦେବା ସହ ବିଧାୟକ ଓ ସାଂସଦମାନେ ଜନସାଧାରଣଙ୍କର ମୌଳିକ ସମସ୍ୟା ପ୍ରତି ସର୍ବଦା ସମ୍ୱେଦନଶୀଳ ରହିବାକୁ ପରମର୍ଶ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ୧୨ଟି ଟ୍ରେନ ସେବାକୁ ବଢାଇବା ପାଇଁ ପୂର୍ବତଟ ରେଳବାଇ ନେଲା ନିଷ୍ପତି

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରାଯାଇଅଛି। ତାହା ହେଲା

ସ୍ଵତନ୍ତ୍ର ଟ୍ରେନର ସେବାଗୁଡିକ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି

1: ପ୍ରତ୍ୟେକ ମଙ୍ଗଳବାର ଦିନ ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଦିନ ଯଶୋବନ୍ତପୁରରୁ ଛାଡୁଥିବା ୦୮୦୮୭/୦୮୦୮୮ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏସି ସ୍ପେଶାଲ୍ ସେବା ହାଓଡ଼ା ଠାରୁ ୪ ଜାନୁଆରୀ’୨୦୨୨ ଠାରୁ ଏବଂ ଯଶୋବନ୍ତପୁରରୁ ୦୬.୦୧.୨୦୨୨ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

2. ପ୍ରତ୍ୟକ ଶନିବାର ଦିନ ହାଓଡ଼ା ରୁ ଏବଂ ରବିବାର ଦିନ ତିରୁପତି ଠାରୁ ଛାଡୁଥିବା ୦୮୦୮୯/୦୮୦୯୦ ହାଓଡ଼ା-ତିରୁପତି-ହାଓଡ଼ା ଏସି ସ୍ପେଶାଲ୍ ହାଓଡ଼ା ରୁ ୧୧ ସେପ୍ଟେମ୍ବର ୨୦୨୧ ଠାରୁ ଏବଂ ତିରୁପତି ଠାରୁ ୧୨ ସେପ୍ଟେମ୍ବର ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି।

ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି କରିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ

1 . ୦୨୮୩୫/୦୨୮୩୬ ହଟିୟା-ଯଶୋବନ୍ତପୁର-ହଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟା ଠାରୁ ୨୮ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୩୦ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ।

2 . ୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଏବଂ ମହୀଶୂରରୁ ୨ ଜାନୁଆରୀ ୨୦୨୨ ପର‌୍ୟ୍ୟନ୍ତ ଚଳାଚଳ କରିବ।

3 . ୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ।

4 . ୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨ ଜାନୁୟାରୀ ୨୦୨୨ ପର‌୍ୟ୍ୟନ୍ତ ଚଳାଚଳ କରିବ।

5 . ୦୮୦୪୭/୦୮୦୪୮ ହାଓଡ଼ା-ଭାସ୍କୋ ଡା ଗାମା-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଭାସ୍କୋ ଡା ଗାମା ଠାରୁ ୨ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ।

6 . ୦୨୮୬୭/୦୨୮୬୮ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ଠାରୁ ୨୬ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

7. ୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ପୁରୀରୁ ୧ ଜାନୁୟାରୀ ୨୦୨୨ ପର‌୍ୟ୍ୟନ୍ତ ଚଳାଚଳ କରିବ।

8 . ୦୨୮୭୭/୦୨୮୭୮ ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୨୫ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମ ଠାରୁ ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

9 . ୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ-ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ ଶାଲିମାରରୁ ୨୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

10 . ୦୮୬୩୭/୦୮୬୩୮ ହାଟିୟା-ବାଙ୍ଗାଲୋର କ୍ୟାଣ୍ଟ-ହାଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟାରୁ ୨୫ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ୨୮ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କମ ଟଙ୍କାରେ ବେଶୀ ଲାଭ ପାଇବାକୁ ଚାହୁଁଛନ୍ତି କି? ତେବେ ସୁନାରେ ବିନିଯୋଗ ସବୁଠୁ ଶ୍ରେଷ୍ଠ ଉପାୟ

ନୂଆଦିଲ୍ଲୀ: ପୁଞ୍ଜି ବିନିଯୋଗ ପାଇଁ ସୁନା ସର୍ବଦା ଏକ ଉତ୍ତମ ସମ୍ପତ୍ତି ଭାବରେ ବିବେଚନା କରାଯାଏ । ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱରେ ନିବେଶକମାନଙ୍କ ପାଇଁ ସୁନା ଏକ ସୁରକ୍ଷିତ ବିକଳ୍ପ ଭାବେ ଉଭା ହୋଇଛି । ଭାରତୀୟମାନେ ସବୁ ଉପାୟରେ ସୁନାରେ ବିନିଯୋଗ କରିବାକୁ ଚାହାଁନ୍ତି, ତେଣୁ ଯଦି ଆପଣ ମଧ୍ୟ ସୁନାରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଏଥର ଭଲ ଲାଭ ହୋଇପାରେ ।

ବର୍ତ୍ତମାନ ସୁନା ଦର ଚାରି ମାସ ଧରି କମ୍ ରହିଛି ଏବଂ ଦୀର୍ଘ ସମୟ ଧରି ସୁନାରେ ବହୁତ ସକାରାତ୍ମକ ଧାରା ରହିଛି । ବଜାର ବିଶେଷଜ୍ଞମାନେ ମଧ୍ୟ ସୁନାରେ ବିନିଯୋଗ କରିବାକୁ ପରାମର୍ଶ ଦେଉଛନ୍ତି।

ଆପଣ କାହିଁକି ସୁନାରେ ବିନିଯୋଗ କରିବେ?

ମୁଦ୍ରାସ୍ଫୀତିକୁ ମୁକାବିଲା କରିବାରେ ସୁନା ଉପରେ ବିନିଯୋଗ ସର୍ବଦା ସଫଳ ହୋଇଛି। ଅନ୍ୟପକ୍ଷରେ, ଯଦି ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ଏବଂ ଅର୍ଥର ଆବଶ୍ୟକତା ଥାଏ, ତେବେ ଏହି କ୍ଷେତ୍ରରେ ଆପଣ ସୁନା ବିନିଯୋଗ ଉପରେ ନିର୍ଭର କରିପାରିବେ। ଏହାର କାରଣ ଆପଣ ଏହାକୁ ବଜାରରେ ଶୀଘ୍ର ବିକ୍ରି କରିପାରିବେ।

ଖଣିଜ ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା କିଛି ବର୍ଷ ମଧ୍ୟରେ ସୁନା 55 ହଜାରରୁ 60 ହଜାର ମଧ୍ୟରେ ପହଞ୍ଚିପାରେ। 45,000 ରୁ 47,000 ସ୍ତର କିଣିବା ପାଇଁ ଯଥେଷ୍ଟ ଭଲ । ଏଭଳି ପରିସ୍ଥିତିରେ ସୁନାରେ ବିନିଯୋଗ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ତେବେ ଆସନ୍ତୁ ଆପଣଙ୍କୁ ଜଣାଇବୁ ସୁନା କିଣିବା କିମ୍ବା ବିନିଯୋଗ କରିବା ପାଇଁ 3 ଟି ସର୍ବୋତ୍ତମ ବିକଳ୍ପ-

ସିଧା ସୁନା କିଣିବା

ଗ୍ରାହକମାନେ ଯେକୈଣସି ଅଳଙ୍କାର ଦୋକାନକୁ ଯାଇ ସିଧା ସୁନା କିଣିପାରିବେ। ସୁନାର ଶୁଦ୍ଧତା ପାଇଁ ଗ୍ରାହକ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମାନାଙ୍କ ଉପରେ ସତର୍କ ରହିବା ଉଚିତ୍। ସିଧା ସୁନା କିଣିବାର ଏକ ଅସୁବିଧା ହେଉଛି ଏହା ଚୋରି ହେବାର ଭୟ ଅଛି। ଯଦି ଆପଣ ଏହାକୁ ବ୍ୟାଙ୍କ ଲକରରେ ରଖନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଫି ଦେବାକୁ ପଡିବ । ହେଲେ ଦେଶର ଅଧିକାଂଶ ଲୋକ କେବଳ ସୁନାକୁ ଅଳଙ୍କାର ଆକାରରେ କିଣିବାକୁ ପସନ୍ଦ କରନ୍ତି ।

ସୁନା ETF ରେ ବିନିଯୋଗ

ଆପଣ ସୁନା ETF ରେ ବିନିଯୋଗ କରିପାରିବେ । ସୁନା ETF ହେଉଛି ଏକ ବିନିଯୋଗ ଯାହା ଉଭୟ ସ୍ୱଳ୍ପ ଏବଂ ଦୀର୍ଘ ମିଆଦି ଆର୍ଥିକ ଲକ୍ଷ୍ୟ ହାସଲ ପାଇଁ ବ୍ୟବହୃତ ହୋଇପାରିବ । ସୁନାରେ ବିନିଯୋଗ କରୁଥିବା ETF ଗୁଡିକ କୌଣସି ବିପଦ ଏବଂ ଷ୍ଟୋରେଜ୍ ଆବଶ୍ୟକତା ନାହିଁ। ତେବେ ଏହାକୁ କିଣିବାକୁ ହେଲେ ଆପଣଙ୍କୁ ସେୟାର ମାର୍କେଟକୁ ଯିବାକୁ ପଡିବ। ଦେଶର ନାମି ସେୟାର କିଣାବିକା କରୁଥିବା କଂପାନୀ ସହିତ ଯୋଗାଯୋଗ କରି ଏହା କିଣାଯାଇପାରେ। ଏଥିରେ ଥରେ ଆପଣ ସେହିଦିନ ସୁନା ଦରରେ କିଣି ଦୀର୍ଘ ମିଆଦି ପକାଇପାରିବେ। ଯେତେବେଳେ ଚାହିଁବେ ସେତେବେଳେ ଏହାକୁ ଉଠାଇପାରିବେ।

ସୋଭେରିନ ସୁନା ବଣ୍ଡରେ ବିନିଯୋଗ କରନ୍ତୁ

ସୋଭେରିନ ଗୋଲ୍ଡ ବଣ୍ଡ (Sovereign Gold Bond Scheme) ଭାରତ ସରକାରଙ୍କ ଏକ ଯୋଜନା। ତେଣୁ ଏହି ଗୋଲ୍ଡ ବଣ୍ଡରେ ବିନିଯୋଗ କରିବାରେ କୌଣସି ଅସୁବିଧା ନାହିଁ। ସୋଭେରିନ ଗୋଲ୍ଡ ବଣ୍ଡରେ ସବୁଠାରୁ ବଡ ସୁବିଧା ହେଉଛି ଏହା ପ୍ରାରମ୍ଭିକ ବିନିଯୋଗ ରାଶି ଉପରେ ବାର୍ଷିକ 2.50 ପ୍ରତିଶତ ସ୍ଥିର ସୁଧ ହାର ପ୍ରଦାନ କରିଥାଏ । ଏହି ସୁଧ ଅଧା ବର୍ଷ ନିବେଶକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ସୋଭେରିନ ଗୋଲ୍ଡ ବଣ୍ଡରେ ନିବେଶକମାନେ ପରିପକ୍ୱତା ଏବଂ ପର୍ଯ୍ୟାୟ ସୁଧ ସମୟରେ ସୁନାର ବଜାର ମୂଲ୍ୟ ପାଇଥାନ୍ତି। ସୋଭେରିନ ଗୋଲ୍ଡ ବଣ୍ଡ ମୂଲ୍ୟ 999 ଶୁଦ୍ଧତାର ସୁନା ମୂଲ୍ୟ ସହିତ ଜଡିତ । ଏହା ବଣ୍ଡ କିଣିବା ପାଇଁ ଏକ ନିର୍ଦ୍ଧିଷ୍ଠ ସମୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରୀ ହୋଇଥାଏ। ସେହି ସମୟରେ ଦେଶର ପ୍ରମୁଖ ବ୍ୟାଙ୍କ ଗୁଡିକରେ ଏହା କିଣିବା ପାଇଁ ସୁବିଧା ମିଳିଥାଏ।

ସୁନାରେ ଅନ୍ୟାନ୍ୟ ବିନିଯୋଗ ବିକଳ୍ପ

ଡିଜିଟାଲ୍ ସୁନା – ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସୁନାରେ ବିନିଯୋଗ କରିବାର ଏହା ଏକ ଉପାୟ । ଏହାକୁ ସୁନା କିଣିବାର ଭାରରୁ ମୁକ୍ତ ହୋଇପାରବେ। ଏହା ଦେଶର ନାମି ସୁନାଅଳଙ୍କାର ଦୋକାନ ବା ବ୍ୟବସାୟୀ ଯୋଗାଇ ଆସୁଛନ୍ତି। ସେମାନଙ୍କର ୱେବ ସାଇଟକୁ ଯାଇ ଏହି ସୁନା କାଗଜ ପତ୍ରରେ କିଣାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି ସଂଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ, ଘୋଷଣା ହୋଇପାରେ ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ : ଆଜି ଅପରାହ୍ନ 5ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ନୂଆଦିଲ୍ଲୀରେ ଏହି ପିସି ହେବ। ତେବେ ଏହାକୁ ନେଇ ଦେଶର ଆର୍ଥିକ ଜଗତରେ ଏକ ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ପୁଣିଥରେ ସୀତାରମଣ କିଛି କରୋନା ସହାୟତା ଘୋଷଣା କରିବେ କି କଣ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ଅର୍ଥନୈତିକ ମହଲ ଭିନ୍ନ ପ୍ରକାରର ଆଶଙ୍କା କରିଛି। ତାହା ହେଲା ଯେ, ଦେଶରେ ବ୍ୟାଙ୍କଗୁଡିକ କ୍ଷତିରେ ଚାଲିଥିବାରୁ ସେସବୁକୁ ଆର୍ଥିକ ସହାୟତା ଘୋଷଣା କରାଯିବ। ଦେଶର ବ୍ୟାଙ୍କ ସଂଘ ଏ ନେଇ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସାକ୍ଷାତ କରି ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଡ ବ୍ୟାଙ୍କ ଘୋଷଣା କରିବା ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ଜାରୀ ହେଲା କୋଭିଡ କଟକଣା , ବୁଥ ସଂଖ୍ୟା ବୃଦ୍ଧି

ଭୁବନେଶ୍ବର: ଚଳିତମାସ 30 ତାରିଖରେ ହେବ ପିପିଲି ବିଧାନସଭାର ଉପନିର୍ବାଚନ। ତେବେ କରୋନା କଟକଣା ଭିତରେ ଏହି ଉପନିର୍ବାଚନ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚେଷ୍ଠା ଜାରୀ ରଖିଛନ୍ତି। ପ୍ରଚାର ଏବଂ ଭୋଗ ଗ୍ରହଣ ବେଳେ ଯେପରି ସଂକ୍ରାମଣ ବୃଦ୍ଧି ନ ପାଏ ସେଥିପାଇଁ ବିଭିନ୍ନ ନିତିନିୟମ ଜାରୀ ହେବାରେ ଲାଗିଛି।

ସେହି ଅନୁସାରେ ଏହି ଉପନିର୍ବାଚନ ପରିଚାଳନାରେ ଭାଗ ନେବାକୁ ଥିବା ଅଧିକାରୀମାନେ ଡବଲ ଡୋଜ ଟିକା ନେବା ବାଧ୍ୟତା ମୂଳକ କରାଯାଇଛି। ଅର୍ଥାତ ଯେଉଁମାନେ ଡବଲ ଡୋଜ ଟିକା ଗ୍ରହଣ କରିଥିବେ ସେମାନଙ୍କୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯିବ। ଏହାକୁ ଜିଲ୍ଲାପାଳ ତଦାରଖ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସେହିପରି ଭୋଗଗ୍ରହଣ ସମୟରେ ବୁଥର ଭିଡ କମାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ ସଂଖ୍ୟାକୁ ୭୫କୁ ବୃଦ୍ଧି କରିଛନ୍ତି। ଫଳରେ ମୋଟ 262ଟି ବୁଥରେ ଏଥର ଭୋଟ ଗ୍ରହଣ ହେବ ବୋଲି ଜଣାପଡିଛି।

ପିପିଲି ଉପନିର୍ବାନ ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଉପନିର୍ବାଚନ ହେବାକୁ ଯାଉଛି। ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ଘୋଷଣା କରାଯାଇଥିଲା। କରୋନା ସମୟରେ ଏହି ଉପନିର୍ବାଚନ କରିବା ବେଳେ କଂଗ୍ରେସ ପ୍ରାର୍ଥ ଅଜିତ ମହ୍ଗରାଜଙ୍କର ମୃତ୍ୟୁ ହେଲା। ଫଳରେ ଏହାକୁ ସ୍ଥଗିତ କରାଗଲା। କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ପରେ ପୁଣି ନୂଆ ତାରିଖ ଘୋଷଣା କରାଗଲା। ହେଲେ ସେତେବେଳେ କରୋନା ସ୍ଥିତି ଭୟଙ୍କର ହେବାରୁ ପୁଣି ଏହି ଉପନିର୍ବାଚନକୁ ସ୍ଥଗିତ କରାଗଲା।

ଦୁଇଥର ସ୍ଥଗିତ ପରେ ବର୍ତ୍ତମାନ ଆସନ୍ତା 30 ତାରିଖରେ ଉପନିର୍ବାଚନ ହେବ ବୋଲି ତାରିଖ ନିର୍ଦ୍ଧାରିତ ହୋଇଛି। ଏଥିରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଧିରେଧିରେ ହ୍ରାସ ପାଉଛି କରୋନା ସଂକ୍ରାମଣ, ନୂଆ ମୃତ୍ୟୁ ସଂଖ୍ୟା ୪୩୧

ନୂଆଦିଲ୍ଲୀ :  ଧିରେ ଧିରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୪୭ ହଜାର ୩୨୫ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷ ୪୨ ହଜାର ୯୨୩ ରେ ପହଁଚିଛି।

ସମଗ୍ର ଦେଶରେ ସମୁଦାୟ ୩ କୋଟି ୨୫ ଲକ୍ଷ ୬୦ ହଜାର ୪୭୪ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୩୦୩ ରୋଗୀ ସୁସ୍ଥ ହୋଇଛନ୍ତି।  ସେହିପରି ଗତ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୧ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାର ୯୨୮ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ ୪ ଜଣଙ୍କର ପ୍ରାଣ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ହେଲା ୮ ହଜାର ୧୧୮

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣଙ୍କର ପ୍ରାଣ ନେଇଛି କରୋନା। ସେମାନଙ୍କ ମଧ୍ୟରୁ କଟକରୁ ୨, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮ରେ ପହଞ୍ଚିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୮ ହଜାର ୨୯୮ରେ ପହଞ୍ଚି। ଏଥିସହିତ ୧୦ ଲକ୍ଷ ୪ ହଜାର ୧୬୪ ଜଣ ସୁସ୍ଥ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ହଜାର ୯୬୩ ଆକ୍ଟିଭ୍‌ କେସ୍‌ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ନୂଆ ଆକ୍ରାନ୍ତ ସଂଖ୍ୟା ୫୮୦ ଜଣ, ସେମାନଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭୭ ଜଣ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ୭୭ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୩୬ ଜଣ ଏବଂ ସ୍ଥାନୀୟ ସଂକ୍ରାମଣ୨୪୪ ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୧୭
୩- ବରଗଡ଼ ଜିଲ୍ଲାରୁ – ୮
୪- ଭଦ୍ରକ ଜିଲ୍ଲାରୁ – ୭
୫- କଟକ ଜିଲ୍ଲାରୁ – ୮୭
୬- ଦେବଗଡ଼ ଜିଲ୍ଲାରୁ – ୨
୭- ଢେଙ୍କାନାଳ ଜିଲ୍ଲାରୁ – ୯
୮- ଜଗତସିଂହପୁର ଜିଲ୍ଲାରୁ – ୧୩
୯- ଯାଜପୁର ଜିଲ୍ଲାରୁ – ୨୯
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୨୬୧
୧୪- କୋରାପୁଟ ଜିଲ୍ଲାରୁ – ୪
୧୫- ମାଲକାନଗିରି : ୧
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୭
୧୭- ନୟାଗଡ଼ ଜିଲ୍ଲାରୁ – ୭
୧୮- ପୁରୀ ଜିଲ୍ଲାରୁ – ୧୮
୧୯- ରାୟଗଡ଼ା ଜିଲ୍ଲାରୁ – ୬
୨୦- ସମ୍ବଲପୁର ଜିଲ୍ଲାରୁ – ୬
୨୧- ସୋନପୁର ଜିଲ୍ଲାରୁ – ୧
୨୨- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦
୨୩- State Pool: ୫୯

Categories
ଆଜିର ଖବର ଧର୍ମ

ଆଉ କିଛିଦିନ ପରେ ଅନନ୍ତ ଚତୁଃର୍ଦଶୀ, ଏହି ଦିନ ପାଞ୍ଚୋଟି କାମ କଲେ ମିଳେ ଭଗବାନ ବିଷ୍ଣୁଙ୍କ ଆର୍ଶିବାଦ

ଭୁବନେଶ୍ବର: ଅନନ୍ତ ଚତୁଃର୍ଦଶୀ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ ଆସନ୍ତା 19 ସେପ୍ଟେମ୍ବର 2021 ରେ ହେବ। ଆସନ୍ତୁ ଜାଣିବା ଏହି ଦିନ କେଉଁ 5 ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ।

ଗଣେଶ ମୂର୍ତ୍ତି ବିଷର୍ଜନ: ଗଣେଶ ପୂଜା ଭଦ୍ରବମାସ ଶୁକ୍ଲ ଚତୁର୍ଥୀ ତିଥିରୁ ଆରମ୍ଭ ହୁଏ ଏବଂ ମୂର୍ତ୍ତି ଅନନ୍ତ ଚତୁଃର୍ଦଶୀରେ ବିଷର୍ଜନ କରାଯାଇଥାଏ। ଯଦିଓ ମହାରାଷ୍ଟ୍ରରେ ତିନି ଦିନ ପରେ ବିଷର୍ଜନ ହୁଏ, କିନ୍ତୁ ଅନେକ ରାଜ୍ୟରେ ଅନନ୍ତ ଚତୁଃର୍ଦଶୀ ଦିନରେ ବିଷର୍ଜନ କରାଯାଇଥାଏ।

ବିଷ୍ଣୁଙ୍କ ଉପାସନା: ଅନନ୍ତ ଚତୁଃର୍ଦଶୀରେ ଭଗବାନ ଅନନ୍ତ ବା ବିଷ୍ଣୁଙ୍କୁ ପୂଜା କରିବାର ନିୟମ ଅଛି। ଭଗବାନ ବିଷ୍ଣୁଙ୍କ ଭକ୍ତ ଶେଷନାଗଙ୍କ ନାମ ଅନନ୍ତ ଅଟେ। ଅଗ୍ନି ପୁରାଣରେ ଅନନ୍ତ ଚତୁଃର୍ଦଶୀ ଉପବାସର ମହତ୍ତ୍ବ ବର୍ଣ୍ଣନା କରାଯାଇଛି।

ଉପବାସ ପାଳନ: ପାଣ୍ଡବମାନେ ପଶା ଖେଳରେ ନିଜର ରାଜପ୍ରାସାଦ ହରାଇବା ପରେ ପୁନର୍ବାର ରାଜପ୍ରାସାଦ ଫେରିପାଇବା ପାଇଁ ଶ୍ରୀକୃଷ୍ଣଙ୍କ ଉପଦେଶ ମାଗିଥିଲେ। ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଅନନ୍ତ ଚତୁଃର୍ଦଶୀ ଉପବାସ ବିଷୟରେ କହିଥିଲେ। ଭଗବାନ କୃଷ୍ଣ କହିଥିଲେ ଯେ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ଅନନ୍ତ ନିଦ୍ରାରେ ରୁହନ୍ତି। ଅନନ୍ତ ଭଗବାନ ହିଁ ବାମନ ଅବତାରରେ ତିନୋଟି ଗୋଡରେ ତିନି ଜଗତକୁ ମାପ କରିଥିଲେ । ସେମାନେ ଆରମ୍ଭ କିମ୍ବା ଶେଷ ଜାଣନ୍ତି ନାହିଁ, ସେଥିପାଇଁ ତାଙ୍କୁ ଅନନ୍ତ କୁହାଯାଏ, ତେଣୁ ତୁମ ସପରିବାର ଏହି ଅନନ୍ତ ଚତୁଃର୍ଦଶୀ ବ୍ରତ ପାଳନ କଲେ ସମସ୍ତ ଅସୁବିଧା ଦୂରହେବ।

ଅନନ୍ତ ବ୍ରତ : ଏହି ଦିନ, ଅନନ୍ତ ବ୍ରତ ବାନ୍ଧିବାର ଏକ ବିଶେଷ ମହତ୍ବ ଅଛି। ଏହି ଦିନ ଉପବାସରେ ରହି ଭଗବାନ ବିଷ୍ଣୁଙ୍କର ଅନନ୍ତ ରୂପକୁ ପୂଜା କରାଯାଇଥାଏ। ପୂଜା ପରେ ବାହୁରେ ଏକ ଅନନ୍ତ ସୂତା ବନ୍ଧା ଯାଇଥାଏ। ଯାହାକୁ ବ୍ରତ ବୋଲି କୁହାଯାଏ। ଅର୍ଥାତ କଞ୍ଚା ସୂତାରେ ନିର୍ମିତ 14 ଗଣ୍ଠିର ଏକ ସୂତା ବାନ୍ଧି ଭଗବାନ ବିଷ୍ଣୁଙ୍କ ଅନନ୍ତ ଅନୁଗ୍ରହ ପ୍ରାପ୍ତ ହୁଏ। ଏହି ସୂତ୍ର ବାନ୍ଧିବାର ପଦ୍ଧତି ଏବଂ ନିୟମ ପୁରାଣରେ ଉଲ୍ଲେଖ କରାଯାଇଛି।

ବିଷ୍ଣୁ ସହସ୍ରନାମ ପାଠ: ବିଶ୍ବାସ କରାଯାଏ ଯେ ଏହି ଦିନ ଉପବାସ କରିବା ସହିତ ଯଦି ଜଣେ ଶ୍ରୀ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରନ୍ତି, ତେବେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ଧନ, ସମୃଦ୍ଧତା ଏବଂ ପିଲାମାନଙ୍କର ଇଚ୍ଛା ପୁରଣ ପାଇଁ ଏହି ଉପବାସ ପାଳନ କରାଯାଏ।

Categories
ଆଜିର ଖବର ଧର୍ମ

ରାଶିଫଳ: ସେପ୍ଟମ୍ବର 16 ତାରିଖ ଗୁରୁବାରରେ ଯାନ ଚାଳନାରେ ସାବଧାନ ରୁହନ୍ତୁ ଏହି ପାଞ୍ଚୋଟି ରାଶି

ମେଷ : ଟଙ୍କା ପାଇବାରେ ବାଧା ଦୂର ହେବ। କୋର୍ଟରେ ସୁସଙ୍ଗତତା ରହିବ। କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ। ଅଜଣା ଭୟ ଆପଣଙ୍କୁ ହଇରାଣ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ। ପରିବାରରେ ସୁଖ ଏବଂ ଶାନ୍ତି ରହିବ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଚିନ୍ତା ହେବ।

ବୃଷ : ଅର୍ଥନୈତିକ ଅଗ୍ରଗତି ହେବ। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ ହେବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। ପରିବାର ସହାୟତା ଉପଲବ୍ଧ ହେବ। ଶତ୍ରୁ ଭୟଭୀତ ହେବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଶାରୀରିକ ଯନ୍ତ୍ରଣା ସମ୍ଭାବନା। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ।

ମିଥୁନ : ତୁମେ ଚାକିରିରେ ଅଧସ୍ତନଙ୍କ ସମର୍ଥନ ପାଇବ। ଦୁଷ୍ଟମାନଙ୍କଠାରୁ ସତର୍କତା ଆବଶ୍ୟକ। ପାରିବାରିକ ଚିନ୍ତା ରହିବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ବିଳମ୍ବ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଯାତ୍ରା ଉପଭୋଗ୍ୟ ହେବ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ। ବୁଦ୍ଧି ଶକ୍ତି ସହିତ ବ୍ୟବସାୟରେ ଅଗ୍ରଗତି ହେବ।

କର୍କଟ : ବୁଦ୍ଧିମାନ ଭାବରେ ଆବଶ୍ୟକ ନିଷ୍ପତ୍ତି ନିଅ। ବ୍ୟବସାୟ ଭଲ ହେବ। ଚାକିରିରେ କାର୍ଯ୍ୟଭାର ରହିବ। ଥକ୍କା ହୋଇପାରେ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆୟରେ ନିଶ୍ଚିତତା ରହିବ। କାରବାରକୁ ଶୀଘ୍ର କର ନାହିଁ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବା ସମ୍ଭାବନା। କାହା ଦ୍ୱାରା ପ୍ରଲୋଭିତ ହୁଅ ନାହିଁ।

ସିଂହ : ବ୍ୟବସାୟ ବିସ୍ତାର ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ପ୍ରୟାସ ସଫଳ ହେବ। ସହଭାଗୀମାନେ ସମର୍ଥନ ପାଇବେ। ବିନିଯୋଗ ଲାଭଦାୟକ ହେବ। ଘରେ ସୁଖ ଏବଂ ଶାନ୍ତି ରହିବ। ଉତ୍ସାହ ଜାରି ରହିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ପିଲା ବିଷୟରେ ଚିନ୍ତା ହେବ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଘର ବାହାରେ ପଚରାଉଚରା କରାଯିବ। ଆୟ ବୃଦ୍ଧି ପାଇବ।

କନ୍ୟା : ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ବୃଦ୍ଧି ପାଇବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ସହକର୍ମୀମାନେ ଚାକିରିରେ ଆପଣଙ୍କ ସହିତ ରହିବେ। ଥକ୍କା ଲାଗିବ। ଆୟ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି।

ତୂଳା : ଅପ୍ରତ୍ୟାଶିତ ଲାଭ ହୋଇପାରେ। ବେଟିଂ ଏବଂ ଲଟେରୀ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟ ବିସ୍ତାର ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ସୁଖର ମାଧ୍ୟମ ସଂଗ୍ରହ ହେବ। ଶତ୍ରୁମାନେ ପରାସ୍ତ ହେବେ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ସବୁ ଦିଗରୁ ସଫଳତା ମିଳିବ। ପ୍ରେମ ସଂପର୍କରେ ଆଶା କରାଯାଉଥିବା ସଫଳତା ହାସଲ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ।

ବିଛା : ଅନ୍ୟମାନଙ୍କ ଝଗଡା ଭିତରକୁ ଯାଅ ନାହିଁ। ଆୟରେ ନିଶ୍ଚିତତା ରହିବ। ରୟାଲଟି ହେବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। କାରବାରରେ ଶୀଘ୍ର କ୍ଷତି ହେବ। ଶାରୀରିକ ଯନ୍ତ୍ରଣା ସମ୍ଭବ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଏହାର ବ୍ୟବସ୍ଥା କରିବା କଷ୍ଟକର ହେବ। ଅନ୍ୟମାନଙ୍କଠାରୁ ଆଶା କର ନାହିଁ। ଚିନ୍ତା ଏବଂ ଟେନସନ ହେବ। ଦୁର୍ଘଟଣାର ସମ୍ଭାବନା ରହିବ।

ଧନୁ : ଲାଭ ପାଇଁ ସୁଯୋଗ ଆସିବ। ସହଭାଗୀମାନେ ସମର୍ଥନ ପାଇବେ। ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ଉପକୃତ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଆଖି ଯନ୍ତ୍ରଣା ହୋଇପାରେ। ମାନସିକ ଅସ୍ଥିରତା ଦେଖାଯିବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ।

ମକର : କିଛି ନୂଆ ସମସ୍ୟା ଆସିପାରେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଏକ ନୂତନ ସମସ୍ୟା ହୋଇପାରେ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ। ପ୍ରଲୋଭିତ ହୁଅ ନାହିଁ। ପାରିବାରିକ ସୁଖ ମିଳିବ। କିଛି ବଡ ଘଟଣା ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଏକ ନୂତନ ଉଦ୍ୟମ ଆରମ୍ଭ ହୋଇପାରେ। ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ।

କୁମ୍ଭ : ସୁଖର ମାଧ୍ୟମ ଏକାଠି ହେବ। ବ୍ୟବସାୟ ଲାଭଦାୟକ ହେବ। ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ଆପଣ ଅଧସ୍ତନମାନଙ୍କ ସହଯୋଗ ପାଇବେ। ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିପାରନ୍ତି। କୋର୍ଟ କାର୍ଯ୍ୟ କରାଯିବ। ପୂଜା ପାଇଁ ଆଗ୍ରହ ରହିବ। ସୁଖ ମିଳିବ। ପ୍ରଲୋଭିତ ହୁଅ ନାହିଁ । ଆଖିକୁ ଆଘାତ ଏବଂ ରୋଗରୁ ରକ୍ଷା କରନ୍ତୁ। ଟଙ୍କା ପାଇବା ସହଜ ହେବ।

ମୀନ : ଆୟରେ ନିଶ୍ଚିତତା ରହିବ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନିଅ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁର୍ଘଟଣାର ସମ୍ଭାବନା ରହିବ। ଅଧସ୍ତନମାନଙ୍କ ସହିତ ଯୁକ୍ତି ହୋଇପାରେ। ସହଭାଗୀମାନଙ୍କ ସହିତ ପାର୍ଥକ୍ୟ ସମ୍ଭବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସାବଧାନ ରୁହନ୍ତୁ। ଅନ୍ୟମାନଙ୍କଠାରୁ କିଛି ଆଶା କର ନାହିଁ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ପାସେଞ୍ଜରମାନଙ୍କ ପାଇଁ ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା,କରୋନା ପାଇଁ ବାତିଲ ହେଲା ଏହି ଟ୍ରେନ

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

ସେପ୍ଟେମ୍ବର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ

1. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

2. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

3. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

4. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

5. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ୨୨ ତାରିଖ ପର‌୍ୟ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।

ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ୩୭.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ମାଧ୍ୟମରେ ଭାରତରେ ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦ ପ୍ରସ୍ତୁତ କରିବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟୟଜନିତ ଅକ୍ଷମତା ଦୂର କରିବାକୁ ପରିକଳ୍ପନା କରାଯାଇଛି। ଏହି ପ୍ରୋତ୍ସାହନ ଢାଞ୍ଚା ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦର ସ୍ୱଦେଶୀ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ନୂତନ ନିବେଶ ନିମନ୍ତେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବ। ଅଟୋମୋବାଇଲ ଏବଂ ଅଟୋ ସରଞ୍ଜାମ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ କରାଯିବା ଫଳରେ ଆସନ୍ତା ପାଞ୍ଚ ବର୍ଷର ଅବଧିରେ ୪୨,୫୦୦ କୋଟି ଟଙ୍କାର ନୂତନ ନିବେଶ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହା ୨.୩ ଲକ୍ଷ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ୭.୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆହୁରି ଏହା ବିଶ୍ୱ ଅଟୋମୋଟିଭ ବାଣିଜ୍ୟ କ୍ଷେତ୍ରରେ ଭାରତର ଯୋଗଦାନକୁ ବୃଦ୍ଧି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବର୍ତ୍ତମାନର ଅଟୋମୋଟିଭ କମ୍ପାନୀଗୁଡ଼ିକ ସହିତ ବର୍ତ୍ତମାନ ଅଟୋମୋବାଇଲ କିମ୍ବା ଅଟୋମୋବାଇଲ ଉପକରଣ ଉତ୍ପାଦନ ବ୍ୟବସାୟରେ ନଥିବା ନୂତନ ନିବେଶକଙ୍କ ପାଇଁ ଖୋଲା ରହିଛି। ଏହାର ଦୁଇଟି ଉପାଦାନ ରହିଛି ଯଥା : ଚାମ୍ପିୟନ ଓଇଏମ ଇନସେଣ୍ଟିଭ ଯୋଜନା ଏବଂ କମ୍ପୋନେଣ୍ଟ ଚାମ୍ପିୟନ ଇନସେଣ୍ଟିଭ ଯୋଜନା। ଚାମ୍ପିୟନ ଓଇଏମ ପ୍ରୋତ୍ସାହନ ଯୋଜନା ହେଉଛି ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା। ଏହା ସମସ୍ତ ସେଗମେଣ୍ଟର ବ୍ୟାଟେରୀ ଚାଳିତ ବିଦ୍ୟୁତ ବାହାନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ବାହନ ଉପରେ ଲାଗୁ ହେବ। କମ୍ପୋନେଣ୍ଟ ଚାମ୍ପିୟନ ପ୍ରୋତ୍ସାହନ ଯୋଜନା ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା ଅଟୋ, ଯାହା ବାହନଗୁଡ଼ିକର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉପାଦାନ, କମ୍ପ୍ଲିଟଲି ନକ୍ଡ ଡାଉନ (ସିକେଡି) ସେମି ନକ୍ଡ ଡାଉନ (ଏସକେଡି) କିଟ, ଦୁଇ ଚକିଆ, ତିନି ଚକିଆ, ଯାତ୍ରୀବାହୀ ବାହନଗୁଡ଼ିକର ଏଗ୍ରୀଗେଟ୍ସ, ବାଣିଜ୍ୟିକ ବାହନ ଏବଂ ଟ୍ରାକ୍ଟର ଆଦି ଉପରେ ଲାଗୁ ହେବ।

ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହେବ। ଫଳରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅଟୋମୋବାଇଲ ପରିବହନ ପ୍ରଣାଳୀ ପରିବର୍ତ୍ତେ ପରିବେଶ ଅନୁକୂଳ ସ୍ୱଚ୍ଛ, ଦୀର୍ଘସ୍ଥାୟୀ, ଉନ୍ନତ ଏବଂ ଅଧିକ ଦକ୍ଷ ବିଦ୍ୟୁତ ଚାଳିତ ବାହନ (ଇଭି) ଆଧାରିତ ପ୍ରଣାଳୀ ଉପଯୋଗ ନିମନ୍ତେ ଭାରତ ସକ୍ଷମ ହୋଇପାରିବ।

ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା ଏହି ବୈପ୍ଳବିକ ଜ୍ଞାନକୌଶଳର ରଣନୈତିକ, ସାମରିକ ଏବଂ ପରିଚାଳନାଗତ ଉପଯୋଗ ଆବଶ୍ୟକତାର ସମାଧାନ କରୁଛି। ସ୍ପଷ୍ଟ ରାଜସ୍ୱ ଲକ୍ଷ୍ୟ ସହିତ ଉତ୍ପାଦ ଆଧାରିତ ପିଏଲଆଇ ଯୋଜନା ଏବଂ ଘରୋଇ ମୂଲ୍ୟ ବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଇଛି। କ୍ଷମତା ନିର୍ମାଣ ଏବଂ ଭାରତର ଅଭିବୃଦ୍ଧି ରଣନୀତି ନିମନ୍ତେ ଏଗୁଡ଼ିକ ପ୍ରମୁଖ ବାହକ ହୋଇପାରିବେ। ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା, ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ। ଏହାଛଡ଼ା ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପାଖାପାଖି ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଦୂରସଞ୍ଚାରର ବୃହତ ସଂସ୍କାର: ନିଯୁକ୍ତି, ବିକାଶ, ସୁସ୍ଥ ପ୍ରତିଯୋଗିତା ସହ ଉପଭୋକ୍ତାଙ୍କ ହିତକୁ କରିବ ପ୍ରୋତ୍ସାହିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ଅନୁମୋଦନ କରିଛନ୍ତି। ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ। ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବ । ସେହିପରି ନମନୀୟତା ବଢ଼ାଇବା ସହିତ ନିବେଶକୁ ପ୍ରୋତ୍ସାହିତ କରିବ। ଏହାଛଡ଼ା ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନିୟାମକ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି।

କୋଭିଡ-୧୯ ଆହ୍ବାନର ସଫଳ ମୁକାବିଲା କରିବା କ୍ଷେତ୍ରରେ ଦୂରସଞ୍ଚାର କ୍ଷେତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ଡାଟା ବ୍ୟବହାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। ଅନଲାଇନ ଶିକ୍ଷା, ଘରୁ ଥାଇ କାମ, ସାମାଜିକ ଗଣମାଧ୍ୟମ ଜରିଆରେ ପାରସ୍ପରିକ ସମ୍ପର୍କ, ଭର୍ଚୁଆଲ ବୈଠକ ଆଦି ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମିରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବ୍ରଡବ୍ୟାଣ୍ଡ ଏବଂ ଦୂରସଞ୍ଚାର ଯୋଗାଯୋଗର ପ୍ରସାର ଓ ପ୍ରଭାବକୁ ପ୍ରୋତ୍ସାହିତ କରିବ।

ଏକ ସୁଦୃଢ଼ ଟେଲି ଯୋଗାଯୋଗ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ କ୍ୟାବିନେଟଙ୍କ ଏହି ନିଷ୍ପତ୍ତିରେ ପ୍ରତିଫଳିତ ହୋଇଛି। ପ୍ରତିଯୋଗିତା ଓ ଗ୍ରାହକଙ୍କ ପସନ୍ଦ, ସମାବେଶୀ ବିକାଶ ନିମନ୍ତେ ଅନ୍ତ୍ୟୋଦୟ, ପଛୁଆ କ୍ଷେତ୍ରକୁ ମୁଖ୍ୟଧାରା ସହ ଯୋଡ଼ିବା ଏବଂ ଦୂରସଞ୍ଚାର ଯୋଗାଯୋଗରୁ ବଞ୍ଚିତ ବର୍ଗଙ୍କୁ ଏହାସହିତ ସଂଯୋଗ କରିବା ଲାଗି ସାର୍ବଜନୀନ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରତି ଏଥିରେ ଧ୍ୟାନ ଦିଆଯାଇଛି। ଏହି ପ୍ୟାକେଜ ୪ଜି ପ୍ରସାର, ନମନୀୟତା ପ୍ରଦାନ ଏବଂ ୫ଜି ନେଟଓ୍ବର୍କରେ ନିବେଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ନଅଟି ଢାଞ୍ଚାଗତ ସଂସ୍କାର ଏବଂ ୫ଟି ପ୍ରକ୍ରିୟାତ୍ମକ ସଂସ୍କାର ସହିତ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ସେଗୁଡିକ ହେଲା

ଢାଞ୍ଚାଗତ ସଂସ୍କାର

ସମାଯୋଜିତ ସକଳ ରାଜସ୍ବ ବା ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁକୁ ତର୍କସଙ୍ଗତ କରିବା : ଅଣ-ଦୂରସଞ୍ଚାର ରାଜସ୍ବକୁ ସମାଯୋଜିତ ସକଳ ରାଜସ୍ବର ପରିଭାଷା ଠାରୁ ପ୍ରତ୍ୟାଶିତ ଆଧାରରେ ପୃଥକ ରଖାଯିବ।

ବ୍ୟାଙ୍କ ଗ୍ୟାରେଣ୍ଟି (ବିଜି)କୁ ତର୍କସଙ୍ଗତ କରାଯାଇଛି : ଲାଇସେନ୍ସ ଶୁଳ୍କ (ଏଲଏଫ) ଏବଂ ଏହିପରି ଅନ୍ୟ ଶୁଳ୍କ ପାଇଁ ଆବଶ୍ୟକ ୮୦ ପ୍ରତିଶତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବହୁମାତ୍ରାରେ ହ୍ରାସ କରାଯାଇଛି। ବ୍ୟାଙ୍କ ଗ୍ୟାରେଣ୍ଟି ଏଣିକି କେନ୍ଦ୍ରୀକୃତ ଭାବେ ଦେବାକୁ ହେବ। ଦେଶର ବିଭିନ୍ନ ଲାଇସେନ୍ସ ସେବା କ୍ଷେତ୍ର (ଏଲଏସଏ)ରେ ଅନେକ ଗୁଡ଼ିଏ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାର ଏବେ କୌଣସି ଆବଶ୍ୟକତା ନାହିଁ। ଏବେ ଗୋଟିଏ ବ୍ୟାଙ୍କ ଗ୍ୟାରେଣ୍ଟି ଯଥେଷ୍ଟ ହେବ।

ସୁଧ ଦରକୁ ଯୁକ୍ତିସଂଗତ କରାଯାଇଛି, ଜୋରିମାନା ଉଚ୍ଛେଦ କରାଯାଇଛି : ୧ ଅକ୍ଟୋବର ୨୦୨୧ ଠାରୁ ଲାଇସେନ୍ସ ଶୁଳ୍କ (ଏଲଏଫ)ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି)ର ବିଳମ୍ବିତ ପରିଶୋଧ ଉପରେ ଲାଗୁ ସୁଧ ଦରକୁ ଏସବିଆଇର ଏମସିଏଲଆର ଯୁକ୍ତ ୪ପ୍ରତିଶତ ପରିବର୍ତ୍ତେ ଏମସିଏଲଆର ଯୁକ୍ତ ୨ ପ୍ରତିଶତ କରାଯାଇଛି। ସୁଧ ଦର ମାସିକ ପରିବର୍ତ୍ତେ ବାର୍ଷିକ ଭାବେ ଲାଗୁ ହେବ। ଜୋରିମାନା ଏବଂ ଜୋରିମାନା ଉପରେ ସୁଧକୁ ଉଚ୍ଛେଦ କରାଯିବ।

ଏଣିକି ନିଲାମୀ ପାଇଁ, କିସ୍ତି ପରିଶୋଧକୁ ସୁରକ୍ଷିତ ରଖିବା ଲାଗି କୌଣସି ବ୍ୟାଙ୍କ ଗ୍ୟାରେଣ୍ଟିର ଆବଶ୍ୟକତା ରହିବ ନାହିଁ। ବ୍ୟବସାୟ ପ୍ରତି ସରକାରଙ୍କ ଅଭିବ୍ୟକ୍ତିର ଏହା ହେଉଛି ପ୍ରତିଫଳନ।

ସ୍ପେକ୍ଟ୍ରମ ଅବଧି : ଭବିଷ୍ୟତର ନିଲାମୀରେ, ସ୍ପେକ୍ଟ୍ରମର ଅବଧିକୁ ୨୦ ରୁ ବଢ଼ାଇ ୩୦ ବର୍ଷ କରିଦିଆଇଛି।
ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି ୧୦ ବର୍ଷ ପରେ ସ୍ପେକ୍ଟ୍ରମ ସମର୍ପଣ (ସରେଣ୍ଡର) ନିମନ୍ତେ ଅନୁମତି ଦିଆଯିବ।
ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି କୌଣସି ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ (ଏସୟୁସି) ଲାଗୁ ହେବ ନାହିଁ।
ସ୍ପେକ୍ଟ୍ରମ ଭାଗୀଦାରୀକୁ ପ୍ରୋତ୍ସାହନ-ସ୍ପେକ୍ଟ୍ରମ ଭାଗୀଦାରୀ ନିମନ୍ତେ ୦.୫ ପ୍ରତିଶତ ଅତିରିକ୍ତ ଏସୟୁସି ଉଚ୍ଛେଦ କରାଯାଇଛି।
ନିବେଶକୁ ପ୍ରୋତ୍ସାହିତ କରିବା ଲାଗି, ଦୂରସଞ୍ଚାର କ୍ଷେତ୍ରରେ ସ୍ବୟଂକ୍ରିୟ ମାର୍ଗ ଅନ୍ତର୍ଗତ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଅନୁମତି ଦିଆଯାଇଛି।

ପ୍ରକ୍ରିୟାଗତ ସଂସ୍କାର

ନିଲାମ କ୍ୟାଲେଣ୍ଡର ନିର୍ଦ୍ଧାରିତ- ସ୍ପେକ୍ଟ୍ରମ ନିଲାମୀ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷର ଅନ୍ତିମ ତ୍ରୈମାସରେ ଆୟୋଜନ କରାଯିବ।

ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରାଯିବ – ବେତାର ଉପକରଣ ଆମଦାନୀ ଲାଗି ୧୯୫୩ ସୀମା ଶୁଳ୍କ ବିଜ୍ଞପ୍ତି ଅନ୍ତର୍ଗତ ଆମଦାନୀ ଲାଇସେନ୍ସ ପାଇବାର ଜଟିଳ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏହାକୁ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ମାଧ୍ୟମରେ ସମ୍ପାଦନ କରାଯିବ।

ନିଜ ଗ୍ରାହକମାନଙ୍କୁ ଜାଣନ୍ତୁ (କେଓ୍ବାଇସି) ସଂସ୍କାର : ଆପ୍ ଆଧାରିତ ସେଲ୍ଫ-କେଓ୍ବାଇସିକୁ ଅନୁମତି ଦିଆଯାଇଛି। ଇ-କେଓ୍ବାଇସି ଦରକୁ ସଂଶୋଧିତ କରି ମାତ୍ର ୧ ଟଙ୍କା କରି ଦିଆଯାଇଛି। ପ୍ରି-ପେଡରୁ ପୋଷ୍ଟ-ପେଡ ଏବଂ ପୋଷ୍ଟ-ପେଡରୁ ପ୍ରି-ପେଡ ସ୍ଥାନାନ୍ତର ଲାଗି ପୁଣିଥରେ ନୂଆ କେ-ଓ୍ବାଇସିର ଆବଶ୍ୟକତା ପଡ଼ିବ ନାହିଁ।

କାଗଜ ଗ୍ରାହକ ଅଧିଗ୍ରହଣ ଫର୍ମ ବା ପେପର କଷ୍ଟମର ଆକ୍ୟୁଜିସନ ଫର୍ମ (ସିଏଏଫ)କୁ ଡାଟାର ଡିଜିଟାଲ ଷ୍ଟୋରେଜରେ ପରିବର୍ତ୍ତିତ କରି ଦିଆଯିବ। ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ଟିଏସପିଗୁଡ଼ିକର ବିଭିନ୍ନ ଗୋଦାମରେ ପଡ଼ି ରହିଥିବା ପାଖାପାଖି ୩୦୦ରୁ ୪୦୦ କୋଟି ସିଏଏଫର ଆବଶ୍ୟକତା ପଡ଼ିବ ନାହିଁ।

ଦୂରସଞ୍ଚାର ଟାଓ୍ବାର ଲାଗି ଏସଏସିଏଫଏ (ଫ୍ରିକୁଏନ୍ସି ଆବଣ୍ଟନ ଲାଗି ସ୍ଥାୟୀ ପରାମର୍ଶଦାତା ସମିତି) ମଞ୍ଜୁରିକୁ କୋହଳ କରାଯାଇଛି। ଦୂରସଞ୍ଚାର ବିଭାଗ ପୋର୍ଟାଲରେ ସତ୍ୟପାଠ ବା ସେଲ୍ଫ ଡିକ୍ଲାରେସନ ଆଧାରରେ ଡାଟା ସ୍ବୀକାର କରିବ। ଅନ୍ୟ ଏଜେନ୍ସିଗୁଡ଼ିକର ପୋର୍ଟାଲ (ଯେପରିକି ବେସାମରିକ ବିମାନ ଚଳାଚଳ)କୁ ଦୂରସଞ୍ଚାର ବିଭାଗର ପୋର୍ଟାଲ ସହିତ ଯୋଡ଼ାଯିବ।

ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ନମନୀୟତା ସମ୍ବନ୍ଧୀୟ ଆବଶ୍ୟକତା ପୂରଣ

କ୍ୟାବିନେଟ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ମାନଙ୍କ ଲାଗି ନିମ୍ନଲିଖିତକୁ ମଞ୍ଜୁରି ଦେଇଛନ୍ତି :

ସମାଯୋଜିତ ସକଳ ରାଜସ୍ବ ବା ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ (ଏଜିଆର)ର ନିଷ୍ପତ୍ତିରୁ ସୃଷ୍ଟି ହେବାକୁ ଥିବା ଦେୟଯୋଗ୍ୟ ରାଶିର ବାର୍ଷିକ ପରିଶୋଧ ଉପରେ ଚାରି ବର୍ଷର ମହଲତ ବା ସ୍ଥଗିତ ରଖିବା ସୁବିଧା ଦିଆଯିବ। ତେବେ ସୁରକ୍ଷିତ ରଖାଯାଉଥିବା ଦେୟଯୋଗ୍ୟ ରାଶିର ନିଟ୍ ବର୍ତ୍ତମାନ ମୂଲ୍ୟ (ଏନପିଭି)କୁ ସଂରକ୍ଷିତ ରଖାଯିବ।

୨୦୨୧ର ନିଲାମୀକୁ ଛାଡ଼ି ବିଗତ ନିଲାମୀରେ କିଣା ଯାଇଥିବା ସ୍ପେକ୍ଟ୍ରମର ଦେୟ ପରିଶୋଧ ଉପରେ, ସମ୍ପୃକ୍ତ ନିଲାମୀ ନିମନ୍ତେ ନିର୍ଦ୍ଧାରିତ ସୁଧ ଦରରେ ଏନପିଭି ସୁରକ୍ଷା ସହିତ ଚାରି ବର୍ଷର ମହଲତ ଏବଂ ଦେୟ ସ୍ଥଗନ ସୁବିଧା ଦିଆଯିବ।

ଦେୟ ପରିଶୋଧ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଥିବା ସୁଧ ରାଶିକୁ ଇକ୍ୟୁଟି ମାଧ୍ୟମରେ ପରିଶୋଧ କରିବା ଲାଗି ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କୁ ବିକଳ୍ପ ଦିଆଯିବ।

ସରକାରଙ୍କ ବିକଳ୍ପ ଆଧାରରେ, ମହଲତ ବା ସ୍ଥଗନ ଅବଧି ଶେଷରେ ଦେୟ ସ୍ଥଗିତ ରଖିବା କାରଣରୁ ସୃଷ୍ଟି ହେବାକୁ ଦେୟଯୋଗ୍ୟ ଅର୍ଥରାଶି ଇକ୍ୟୁଟି ଆକାରରେ ପରିଶୋଧ କରାଯିବ। ଏଥିପାଇଁ ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଚୂଡ଼ାନ୍ତ କରାଯିବ।

ଏସବୁ ସଂସ୍କାର ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ପାଇଁ ଲାଗୁ ହେବ ଏବଂ ଏହା ନମନୀୟତା ତଥା ନଗଦ ପ୍ରବାହକୁ ସହଜ କରି ଆଶ୍ବସ୍ତି ପ୍ରଦାନ କରିବ। ଏହାଦ୍ବାରା ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଦୂରସଞ୍ଚାର କ୍ଷେତ୍ରରେ ପର‌୍ୟ୍ୟାପ୍ତ ନିବେଶ କରିବା ଲାଗି ମଧ୍ୟ ଯଥେଷ୍ଟ ସହାୟତା ମିଳିପାରିବ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ମିଳିତ ଭାବେ ‘ସଂସଦ ଟିଭି’ ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍‍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ‘ସଂସଦ ଟିଭି’ ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏଭଳି ଏକ ଚାନେଲ ସହିତ ସଂସଦ ସଂଶ୍ଳିଷ୍ଟ ହୋଇଥିବା ଘଟଣାକୁ ଉଚ୍ଚ ପ୍ରଶଂସା କରିବା ସହିତ ମତ ପୋଷଣ କରିଥିଲେ ଯେ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ, ବିଶେଷକରି ଏକବିଂଶ ଶତାବ୍ଦୀରେ ଯେତେବେଳେକି ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ ହିଁ ବିପ୍ଳବ ଘଟିଚାଲିଛି,ଏଭଳି ଟିଭିର ବିଶେଷ ଭୂମିକା ଥିବା ଅନୁଭୂତ ହୁଏ ।

ପ୍ରଧାନମନ୍ତ୍ରୀ ସଂସଦ ଟିଭିର ଶୁଭାରମ୍ଭକୁ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି । ସଂସଦ ଟିଭି ମାଧ୍ୟମରେ ଦେଶ ଯୋଗାଯୋଗ ଓ ଆଲୋଚନାର ଆଉ ଏକ ମାଧ୍ୟମ ଲାଭ କରିଛି ଯାହା ରାଷ୍ଟ୍ରର ଗଣତନ୍ତ୍ର ଏବଂ ଲୋକ ପ୍ରତିନିଧିମାନଙ୍କ ପାଇଁ ଏକ ନୂତନ ସ୍ୱର ହୋଇପାରିବ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୂରଦର୍ଶନକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଦେଶ ସେବାରେ ତା’ର ୬୨ ବର୍ଷ ପୂରଣ କରିଛନ୍ତି । ସେହିଭଳି ଇଞ୍ଜନିୟର୍ସ ଦିବସ ଅପସରରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଇଞ୍ଜନିୟର୍ସମାନଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ଯେତେବେଳେ ଆମେ ଗଣତନ୍ତ୍ର କଥା ଆଲୋଚନା କରୁଛେ, ଭାରତର ଦାୟିତ୍ୱ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ପରି ମନେହୁଏ, କାରଣ ଏହା ହେଉଛି ଗଣତନ୍ତ୍ରର ଜନନୀ । ଭାରତ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ, ଅପରନ୍ତୁ ଏହା ଏକ ଚିନ୍ତାଧାରା ।

ଭାରତରେ ଗଣତନ୍ତ୍ର କେବଳ ଏକ ସାମ୍ବିଧାନିକ ଢ଼ାଂଚା ନୁହେଁ, ବରଂ ଏହା ଏକ ମାନସିକତା। ଭାରତରେ ଗଣତନ୍ତ୍ର କେବଳ ଅନେକ ଗୁଡ଼ିଏ ସମ୍ବିଧାନରୁ ସଂଗୃହୀତ ଧାରା ନୁହେଁ, ଏହା ଆମର ଜୀବନ ଧାରା ବୋଲି ସେ କହିଛନ୍ତି ।

ଦେଶ ଏବେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆମମାନଙ୍କ ସମ୍ମୁଖରେ ଅତୀତର ଗୌରବ ତଥା ଭବିଷ୍ୟତର ପ୍ରତିଶ୍ରୁତି ରହିଛି । ସେ କହିଲେ ଯେ ଗଣମାଧ୍ୟମ ସ୍ୱଚ୍ଛ ଭାରତ ଅଭିଯାନ ଭଳି ପ୍ରସଙ୍ଗକୁ ନେଇ ଲୋକମାନଙ୍କ ନିକଟରେ ବେଶ୍‍ ଦ୍ରୁତ ଗତିରେ ପହଞ୍ଚାଇପାରୁଛି ।

ଅନୁରୂପ ଭାବେ ସେ ପରାମର୍ଶ ଦେଇଥିଲେ ଯେ ଗଣମାଧ୍ୟମ ଆଜାଦୀ କା ଅମୃତ ମହୋତ୍ସବ ପାଳନ ବେଳେ ଏହାର ମହତ୍ତ୍ୱକୁ ମଧ୍ୟ ସେମାନେ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିବେ । ସେମାନେ ୭୫ଟି ଅଧ୍ୟାୟରେ ସ୍ୱାଧୀନତା ସଂଗ୍ରାମର ଭାବନା, ତଥ୍ୟାବଳୀ ଓ ଆନ୍ଦୋଳନର ମହତ୍ତ୍ୱକୁ ପହଞ୍ଚାଇପାରିବେ । ଏଥିପାଇଁ ସେମାନେ ବିଶେଷ ସପ୍ଲମେଣ୍ଟମାନ ମଧ୍ୟ ପ୍ରକାଶ କରିପାରିବେ ।

ଏଭଳି ପ୍ରସଙ୍ଗର ମୂଳ ଆଧାର ସଂପର୍କରେ ମତ ପୋଷଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ କୁହାଯାଇଛି ଯେ “ବିଷୟବସ୍ତୁ ହେଉଛି ରାଜା” କିନ୍ତୁ ତାଙ୍କ ମତରେ “ବିଷୟବସ୍ତୁ ହେଉଛି ସଂଯୋଗ” । ସେ ଏହାକୁ ବିସ୍ତାରିତ ଭାବେ କହିଥିଲେ ଯେ ଯେତେବେଳେ ଜଣେ ବ୍ୟକ୍ତିଙ୍କ ନିକଟରେ ଉତ୍ତମ ବିଷୟବସ୍ତୁ ଥାଏ, ଲୋକମାନେ ସ୍ୱତଃପ୍ରବୃତ ଭାବେ ତାଙ୍କ ସହ ସଂପର୍କ ସ୍ଥାପନ କରିଥାନ୍ତି । ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ।

ସଂସଦୀୟ ବ୍ୟବସ୍ଥା କ୍ଷେତ୍ରରେ ସୁଦ୍ଧା ଏହା ହେଉଛି ବାସ୍ତବତା କାରଣ ସଂସଦରେ କେବଳ ରାଜନୀତି ନଥାଏ ଏଠାରେ ନୀତି ମଧ୍ୟ ଥାଏ । ସେଥିପାଇଁ ସେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ସାଧାରଣ ଲୋକ ଅନୁଭବ କରିବା ଉଚିତ ଯେ ସେମାନେ ସଂସଦର କାର୍ଯ୍ୟାବଳୀ ସହିତ ସଂଶ୍ଳିଷ୍ଟ ହୋଇ ରହିଛନ୍ତି । ଏହି ଦିଗରେ କାର୍ଯ୍ୟ କରିବା ସକାଶେ ସେ ଏହି ନୂତନ ଚାନେଲକୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ସଂସଦର ଅଧିବେଶନ ବସିଥାଏ, ସେତେବେଳେ ସେଠାରେ ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କ ଅନୁଷ୍ଠିତ ହୋଇଥାଏ । ତେଣୁ ଏଥିରୁ ଆମର ଯୁବପିଢିଙ୍କର ଢ଼େର୍‍ କିଛି ଶିକ୍ଷାଲାଭ କରିବାର ଅଛି । ସଂସଦର ସଦସ୍ୟମାନଙ୍କ ଉତ୍ତମ ଆଚରଣୁ ସେମାନେ ବେଶ୍‍ କିଛି ପ୍ରେରଣା ଲାଭ କରିଥାନ୍ତି । ସଂସଦରେ ଯେତେବେଳେ ଉତ୍ତମ ବିତର୍କ ଅନୁଷ୍ଠିତ ହୁଏ ସମଗ୍ର ରାଷ୍ଟ୍ର ତାହାକୁ ଦେଖିଥାଏ । ସେ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ନାଗରିକମାନଙ୍କ କର୍ତ୍ତବ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ଏ ଦିଗରେ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମ ଏକ ସକ୍ରିୟ ଓ ସଫଳ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ କାର୍ଯ୍ୟକ୍ରମମାନଙ୍କରୁ ଆମର ଯୁବଗୋଷ୍ଠୀ ଆମର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ସଂପର୍କରେ ଢ଼େର୍‍ କିଛି ଶିକ୍ଷା ଲାଭ କରିପାରିବେ, ସେମାନଙ୍କର କାର୍ଯ୍ୟାବଳୀ ଏବଂ ନାଗରିକ କର୍ତ୍ତବ୍ୟ ମଧ୍ୟ ଆହରଣ କରିପାରିବେ । ଅନୁରୂପ ଭାବେ, କାର୍ଯ୍ୟକାରୀ କମିଟିଗୁଡ଼ିକ ସଂପର୍କରେ ସେମାନେ ପ୍ରଚୁର ସୂଚନା ଲାଭ କରିବେ, ବିଧାନପାଳିକା କାର୍ଯ୍ୟାବଳୀର ଗୁରୁତ୍ୱ ତଥା ବିଧାନପାଳିକା କିଭଳି ଭାବେ କାର୍ଯ୍ୟ କରୁଛି ତାହା ଜାଣିଲେ ସେମାନେ ଭାରତର ଗଣତନ୍ତ୍ରର ଗଭୀରତାକୁ ଉତ୍ତମ ରୂପେ ବୁଝିପାରିବେ ।

ସେ ଆଶ ବ୍ୟକ୍ତ କରି କହିଥିଲେ ଯେ ପଞ୍ଚାୟତମାନଙ୍କ ଉପରେ ମଧ୍ୟ ପାର୍ଲାମେଣ୍ଟ ଟିଭି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିପାରିବ କାରଣ ତୃଣମୂଳ ସ୍ତରରେ ଏହି ସଂସ୍ଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛି । ଏଭଳି କାର୍ଯ୍ୟକ୍ରମ ଭାରତର ଗଣତନ୍ତ୍ରକୁ ନୂତନ ଶକ୍ତି, ନୂତନ ଚେତନା ଯୋଗାଇବ ବୋଲି ସେ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅଟୋମେଟିକ୍ ରୁଟ୍ ମାଧ୍ୟମରେ ଟେଲିକମ୍ କ୍ଷେତ୍ରରେ ୧୦୦% ଏଫଡିଆଇକୁ ମଞ୍ଜୁରୀ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଅଟୋମେଟିକ୍ ରୁଟ୍ ଅନ୍ତର୍ଗତ ଟେଲିକମ୍ କ୍ଷେତ୍ରରେ ୧୦୦% ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଆଜି କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଟେଲିକମ୍ ଅପରେଟରଙ୍କ ବକେୟା ଦେୟ ଉପରେ ଏକ ୪ ବର୍ଷର ପରିଶୋଧ ସ୍ଥଗନକୁ ଅନୁମୋଦନ କରାଯାଇଛି। କିନ୍ତୁ ଅପରେଟରମାନଙ୍କୁ ପରିଶୋଧ ସ୍ଥଗନ ଅବଧି ମଧ୍ୟରେ ସୁଧ ଦେବାକୁ ପଡିବ। ଏଜିଆରର ସଂଜ୍ଞାକୁ ଯୁକ୍ତିଯୁକ୍ତ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି, ଯେଉଁଥିରେ ଜରିମାନାକୁ ରଦ୍ଦ କରିଦିଆଯାଇଛି।

ଅଦ୍ୟାବଧି ସ୍ୱୟଂଚାଳିତ ମାର୍ଗ ମାଧ୍ୟମରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ବିନିଯୋଗ ଅନୁମତି ଦିଆଯାଇଥିଲା ଏବଂ ୪୯ ପ୍ରତିଶତରୁ ଅଧିକ ପୁଞ୍ଜି ବିନିଯୋଗ ସରକାରଙ୍କ ମାଧ୍ୟମରେ କରିବାକୁ ପଡୁଥିଲା।

ତେବେ ଚୀନ୍ ଏବଂ ପାକିସ୍ଥାନ ପରି ଦେଶର ନିବେଶକଙ୍କ ପାଇଁ ୧୦୦% ସ୍ୱୟଂଚାଳିତ ମାର୍ଗ ପ୍ରଯୁଜ୍ୟ ହେବ ନାହିଁ।

Categories
ଆଞ୍ଚଳିକ

ବାଲୁଗାଁରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୯୩ ୟୁନିଟ ରକ୍ତ ସଂଗ୍ରହ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଚିଲିକା କୁଳ ସ୍ଥିତ ମା’ କାଳିଜାଇ ଧର୍ମଶାଳାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରଟି ବାଲୁଗାଁ ଗୋପବନ୍ଧୁ ୟୁଥ୍ କ୍ଲବ୍ ଓ କଟକ ରେଡ୍ କ୍ରସର ମିଳିତ ସହଯୋଗରେ ହୋଇଥିବାବେଳେ ଉକ୍ତ ଶିବରରୁ ସମୁଦାୟ ୯୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭାରତୀୟ ସାମ୍ବାଦିକ ପରିଷଦ ସଭାପତି କୈଳାଶ ଚନ୍ଦ୍ର ସାହୁ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଚିଲିକା ରଘୁନାଥ ସାହୁ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ।

ଏହି ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦାନ କରିଥିଲେ ତଥା ଗଣେଶ ପ୍ରଧାନ, ସାଳିଆ ପ୍ରେସ୍ କ୍ଳବ୍ ସଭାପତି ଅଜିତ୍ କୁମାର ସାହୁ, ଯୁବ ସାମ୍ବାଦିକ ଦିବ୍ୟକାନ୍ତ ବେହେରା, ଯୁବ ସମାଜସେବୀ ସେକ୍ ଜାକିରି, ରେଡ୍ କ୍ରସ ଖୋର୍ଦ୍ଧା ଜିଲ୍ଲା ସଭାପତି ଅରୁଣ ବାରିକ, ଅଧ୍ୟାପକ ରଞ୍ଜନ ମହାପାତ୍ର, ଗୋପବନ୍ଧୁ ୟୁଥ୍ କ୍ଲବ୍ ସଭାପତି ଅଜୟ ସରକାର, ସମ୍ପାଦକ ଚନ୍ଦନ ସରକାର, କଲ୍ୟାଣ ମଣ୍ଡଳ, ଭାଗିରଥି ମଣ୍ଡଳ, ପ୍ରଦୀପ ମଣ୍ଡଳ, ଦୀପକ୍ ସରକାର ଓ ଭରତ ମଣ୍ଡଳ ଆଦି ସମସ୍ତଙ୍କ ମିଳିତ ସହଯୋଗରେ ଉକ୍ତ ଶିବିରଟି ସଫଳତାର ସହ ଅନୁଷ୍ଠିତ ହୋଇଛି।