Categories
ଆଞ୍ଚଳିକ

ବରିଷ୍ଠ ଖବରକାଗଜ ବିତରକ ଗୌରାଙ୍ଗ ସାମଲଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର, ରାଜଧାନୀ ବରିଷ୍ଠ ଖବର କାଗଜ ବିତରକ ଗୌରାଙ୍ଗ ସାମଲଙ୍କ ବିୟୋରେ ଅଲ ନିଉଜପେପର ସପ୍ଲାୟର୍ସ ସୋସିଆଲ ୱେଲଫେୟାର ଆସୋସିଏସନ ଏବଂ ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘର ମିଳିତ ସହଯୋଗରେ ମାର୍କେଟ ପରିସରରେ (ସିଆରପି ଜୋନ) ପରିସରରେ ଆଜି ଏକ ଶୋକ ଶଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋକସଭାରେ ବ୍ୟବସାୟୀ ସଂଘର ସଭାପତି ଶରତ ଚନ୍ଦ୍ର ରାଉତ । ଖବରକାଗଜ ବିତରକ ସଂଘର ସଭାପତି ଅଭୟ ଯୋଗାଣିଆ, ବରିଷ୍ଠ ବ୍ୟବସାୟୀ ଭାସ୍କର ଚନ୍ଦ୍ର ବେହେରା, ବରିଷ୍ଠ ପୋଲିସ କର୍ମଚାରୀ ଶତର ଚନ୍ଦ୍ର ତ୍ରୀପାଠୀ, ପ୍ରମେୟର ଡିଜିଏମ ରମାକାନ୍ତ ବାରିକ, ସମାଜର ବରିଷ୍ଠ ପ୍ରସାର ପରିଚାଳକ ଯଦୁମଣି ମହାନ୍ତି, ସକାଳ ପ୍ରସାରର ପରିଚାଳକ ବିଜୟ କୁମାର ସାସ୍‌ମଲ, ସମ୍ବାଦ ପ୍ରସାର ବିଭାଗର କୈଳାସ ଚନ୍ଦ୍ର ସାହୁ, ସାମ୍ବାଦିକ ତଥା ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ରଙ୍କ ସମେତ ବିର୍ତକ ସଂଘର କମଳାକାନ୍ତ ପରିଡ଼ା, ଗୋବର୍ଦ୍ଧନ ପାଳ, କୃଷ୍ଣଚନ୍ଦ୍ର ବେହେରା, ଅର୍ଜୁନ ପୋହି, କୃଷ୍ଣଚନ୍ଦ୍ର ସ୍ୱାଇଁ, ଅଭିରାମ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଆସନ୍ତାକାଲି ହେବ ଟୀକାକରଣ: ଜାଣନ୍ତୁ କେଉଁ କେନ୍ଦ୍ରରେ କେତେ ଡୋଜ ପାଇଁ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ଛଅ ଦିନର ବ୍ୟବଧାନ ପରେ ଆସନ୍ତାକାଲି ପୁଣି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୯ ଶହ ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- 200 ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୩୦୦ ଡୋଜ
୨- ପରବଳ ବାତ୍ୟା ଆଶ୍ରୟସ୍ଥଳୀ, ହରିପୁର ଗ୍ରା.ପ – ୨୦୦ ଡୋଜ
୩- ଦାଶରଥୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜରିପଡ଼ା ଗ୍ରା.ପ – ୨୦୦ ଡୋଜ
୪- ଇଂଜନପୁର ଉପ ପ୍ରାଥମିକ ବିଦ୍ୟାଳୟ,ଅଠରବାଟିଆ ଗ୍ରା. ପ – ୨୦୦ ଡୋଜ
୫- ସୋରଣ ପ୍ରାଥମିକ ବିଦ୍ୟାଳୟ – ୨୦୦ ଡୋଜ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ (ଉଭୟ ଡୋଜ), ସମୟ- ଅପରାହ୍ନ ୧ ରୁ ସନ୍ଧ୍ୟା ୫ ଘଟିକା

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କୁ କରୋନା ପଜେଟିଭରେ ଗୁରୁତର ହେବାରୁ ଏମସରେ ଭର୍ତ୍ତି

ଭୁବନେଶ୍ବର, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ସ୍ବସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

ତାଙ୍କର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।  କିଛିଦିନ ତଳେ ସେ କରୋନା ପଜେଟିଭ ଚିହ୍ନଟ ହୋଇ ଘରେ କ୍ବାରଣ୍ଟାଇନରେ ରହିଥିଲେ। ହେଲେ ଆଜି ସକାଳେ ତାଙ୍କର ଗୁରୁତର ହେବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କାମ ଆରମ୍ଭ, ବାଚସ୍ପତି ପଦ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ବର, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ନବୀନ ନିବାସରେ ଆରମ୍ଭ ହେଲାଣି। ଏଥିରେ ପାଞ୍ଚରୁ ଆଠଜଣ ମନ୍ତ୍ରୀଙ୍କୁ ବାହାର କରାଯିବ ବୋଲି ସଙ୍କେତ ମିଳିଲାଣି। ଏଥିସହିତ ଡଜନେ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ନବୀନ ପ୍ରଥମ ବାଚସ୍ପତିଙ୍କ ଆଡୁ ଅଦଳବଦଳ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି।

ନବୀନ ଦେଖିଲେଣି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଯୁବ ନେତାଙ୍କ ସହିତ ବରିଷ୍ଠ ନେତାଙ୍କ ଦକ୍ଷତା ଆବଶ୍ୟକ ରହିଛି। ସେସବୁକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ସହିତ ବରିଷ୍ଠଙ୍କୁ ସୁଯୋଗ ଦେବେ। ସେଥିପାଇଁ ଦଳର ଟାଣୁଆ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସେହିପରି ଦଳର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ସେ ବାଚସ୍ପତି ହେବାରୁ କୈଣସି ଦଳୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ସେହି ପଦରୁ ହଟାଇ ମନ୍ତ୍ରୀ କରିବା ପାଇଁ ନବୀନ ନିଷ୍ପତି କରିଛନ୍ତି। ଅନ୍ୟ ପକ୍ଷରେ ନିଜେ ସୂର୍ଯ୍ୟ ପାତ୍ର ମଧ୍ୟ ବାଚସ୍ପତି ପଦକୁ ନେଇ ସନ୍ତୁଷ୍ଠ ନାହାଁନ୍ତି।

ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତିରୁ ବାହାର କଲେ ପୁଣି ସେ ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ବସିବ ସେ ନେଇ ଦଳର ମଙ୍ଗୁଆଳଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ବାଚସ୍ପତି ପଦବୀ ପାଇଁ ଚାରି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ଅର୍ଥମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏବଂ ପ୍ରଦୀପ ଅମାତ।

ପୂର୍ବରୁ ବାଚସ୍ପତି ଥିବା ପ୍ରଦୀପ ଅମାତ ଗୃହକୁ ଚଳାଇବାରେ ଭଲ ଦକ୍ଷତା ରହିଛି ବୋଲି ଦଳ ଅନୁଭବ କରିଛି। ସେହିପରି କିଶୋର ମହାନ୍ତି ଏବଂ ନିରଂଜନ ପୂଜାରୀ ମଧ୍ୟ ଏହି ଗୁରୁତ୍ବ ପୂର୍ଣ୍ଣ ପଦବୀ ସମ୍ଭାଳିବାରେ ବଡ ଅଭିଜ୍ଞତା ରହିଛି। ସେଥିପାଇଁ ଏମାନଙ୍କୁ ନାମକୁ ନେଇ ଚାଲିଛି ଚର୍ଚ୍ଚା।

ତେବେ ଏ କ୍ଷେତ୍ରରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଅଧିକ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଗୋଟିଏ ପଟେ ସେ ହେଉଛନ୍ତି ମହିଳା ପୁଣି ଦଳିତ ହୋଇଥିବାରୁ ତାଙ୍କୁ ନବୀନ ବାଚସ୍ପତି କରିପାରନ୍ତି ବୋଲି ପ୍ରାୟତଃ ନିଷ୍ପତି ହେଉଛି। ବାଚସ୍ପତି କିଏ ହେବ ତାହା ନିଷ୍ପତି ହେବା ପରେ ମନ୍ତ୍ରୀ ତାଲିକା ଖୋଲାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ବରିଷ୍ଠ ନେତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି।

ଗତକାଲି ରାତିରେ 89 ବର୍ଷିୟ କଲ୍ୟାଣ ସିଂ ଶରୀରରୁ ପ୍ରବଳ ଝାଳ ବାହାରିଥିଲା। ଏହାପରେ ସେ ଅଚେତ ହୋଇପଡିଥିଲେ। ଫଳରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ ଅସୁସ୍ଥତା ଖବର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହସପିଟାଲ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ଗତ ବର୍ଷ କଲ୍ୟାଣଙ୍କୁ କରୋନା ଆକ୍ରାନ୍ତ କରିଥିଲା। ସେ ପ୍ରାୟ ଏକ ମାସ ଧରି ହସପିଟାଲରେ ଚିକିତ୍ସିତ ହେଉଥିଲେ।

ସେ ରାଜସ୍ଥାନ ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଫୋକସରେ ଉତ୍ତର ପ୍ରଦେଶ, ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏକାଥରେ ନଅଟି ମେଡିକାଲ କଲେଜ

Uttar Pradesh Election2022: ଆସନ୍ତା ବର୍ଷ ହେବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସେଥିପାଇଁ ସବୁଦଳ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ସେହିପରି ଶାସକ ବିଜେପି ମଧ୍ୟ ନିର୍ବାଚନ ପୂର୍ବରୁ ବିଭିନ୍ନ ନୂଆନୂଆ ପ୍ରକଳ୍ପ ଘୋଷଣା କରିବା ଆରମ୍ଭ କଲେଣି। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଉପରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଛନ୍ତି।

ସେଥିପାଇଁ ଚଳିତ ମାସରେ ନଅଟି ନୂତନ ମେଡିକାଲ କଲେଜ ଉଦଘାଟନ କରାଯିବ ବୋଲି ନିଷ୍ପତି ହୋଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ତେବେ ଏ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ସୂଚନା ଅନୁସାରେ ୟୁପିର ନୂତନ ମେଡିକାଲ କଲେଜଗୁଡ଼ିକ ଦେବରିଆ, ଏତା, ଫତେହପୁର, ଗାଜୀପୁର, ହରଦେଇ, ଜୋନପୁର, ମିର୍ଜାପୁର, ପ୍ରତାପଗଡ ଏବଂ ସିଦ୍ଧାର୍ଥନଗର ଜିଲ୍ଲାରେ ସ୍ଥାପନ କରାଯାଇଛି।

ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ନଅଟି ନୂତନ ମେଡିକାଲ କଲେଜ ଉଦଘାଟନ କରିବେ। ଏତେ ସଂଖ୍ୟକ ମେଡିକାଲ କଲେଜ ଏକା ସାଙ୍ଗରେ ଉଦଘାଟନ ହେବା ୟୁପି ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ରୋଗୀମାନଙ୍କୁ ଗୋଟିଏ ଜିଲ୍ଲା ରୁ ଅନ୍ୟ ଜିଲ୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ନ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ୍ କଲେଜ ରହିବ। ସେଥିପାଇଁ ଏହି ପଦକ୍ଷେପ ନିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁ ବାର୍ଷିକୀରେ ଉପରାଷ୍ଟ୍ରପତି, ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଜି ତାଙ୍କ ପୁର୍ଣ୍ଣ୍ୟତିଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ଦେଶର ଅନ୍ୟତମ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦ ଜଣେ ଉତ୍ସାହୀ ଜାତୀୟତାବାଦୀ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ, ବିଶିଷ୍ଟ ବକ୍ତା ତଥା ଅତୁଳନୀୟ ବୁଦ୍ଧିଜୀବୀ। ସେ ସର୍ବଭାରତୀୟ ଭାଇଚାରା ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ।

ଶ୍ରୀ ନାଇଡୁ କହିଛନ୍ତି ଯେ ସ୍ବାମୀ ବିବେକାନନ୍ଦ ମହାନ ଭାରତ ତଥା ଏହାର ସମୃଦ୍ଧ ସଂସ୍କୃତି ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବିଶିଷ୍ଟ ଜୀବନ ଏବଂ ମୂଲ୍ୟବାନ ଶିକ୍ଷା ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିଥାଏ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୃତ୍ୟୁ ବାର୍ଷିକୀରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ଏକ ଅମର ଚିନ୍ତାଧାରା ଏବଂ ସମୃଦ୍ଧ ଜୀବନଶୈଳୀ। ଗୃହମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଅସ୍ପୃଶ୍ୟତା ଏବଂ ଜାତିବାଦକୁ ଦେଶ ନିର୍ମାଣରେ ଏକ ପ୍ରମୁଖ ପ୍ରତିବନ୍ଧକ ବୋଲି ବିବେଚନା କରିଥିଲେ। ସେ ଯୁବପିଢିଙ୍କ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ଏକ ଶକ୍ତିଶାଳୀ ଭାରତ ଗଠନରେ ସହଯୋଗ କରିବାକୁ ପ୍ରେରଣା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ପରୀକ୍ଷା ବାତିଲ: ଫି’ ଫେରାଇବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଦ୍ଵାରସ୍ଥ ହେଲେ ସାମାଜିକ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏକ ଜନହିତ ମାମଲା ଦାୟର କରଯାଇଛି। ଯେଉଁଥିରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଅନ୍ୟ ବୋର୍ଡରେ ଦଶମ ଏବଂ ଦ୍ୱ୍ବାଦଶ ପରୀକ୍ଷା ଶୁଳ୍କ ଫେରାଇବା ଆଦେଶ ପାଇଁ ଆବେଦନ କରାଯାଇଛି। କରୋନା ଯୋଗୁଁ ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା ପରୀକ୍ଷା ଫି’ କୁ ଫେରାଇଦେବାପାଇଁ ଉଚ୍ଚ ନ୍ୟାୟଳୟରେ ଆବେଦନ କରାଯାଇଛି।

ଦିଲ୍ଲୀ ଉଚ୍ଚ ନ୍ୟାୟଳୟରେ ଏଭଳି ଆବେଦନ ଦୀପା ଜୋସେଫ ନାମକ ଜଣେ ଓକିଲ କରିଛନ୍ତି। ଦୀପା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହେବା ସହ ତାଙ୍କର ଜଣେ ପିଲା ସିବିଏସଇର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ କହିଛନ୍ତି ଯେ, ପରୀକ୍ଷା ବାତିଲ ହେବା ପରେ ପରୀକ୍ଷା ବାବଦକୁ ଆଦାୟ କରାଯାଇଥିବା ଫି’ କୁ ରଖିବା ଅନୁଚିତ। ପରୀକ୍ଷା ଫି’ ରୂପେ ସିବିଏସଇକୁ କୋଟି କୋଟି ଟଙ୍କା ମିଳିଛି ବୋଲି ଦୀପା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଜାଣିଛନ୍ତି ବର୍ତ୍ତମାନ ସାରା ଦେଶରେ କରୋନାର ସ୍ଥିତି କିପରି ରହିଛି, ଟୀକାକରଣ କେତେ ହୋଇଛି ?

ନୂଆଦିଲ୍ଲୀ, ସାରା ଦେଶରେ ଟୀକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ 35 କୋଟି 12 ଲକ୍ଷ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତକାଲି 63 ଲକ୍ଷ 87 ହଜାରରୁ ଅଧିକ ଟିକା ଡୋଜ ଗୋଟିଏ ଦିନରେ ଦିଆଯାଇଥିଲା।

ଏହି ସମୟରେ, କୋଭିଡରୁ ଦେଶରେ ସୁସ୍ଥ ହାର 97.09 ପ୍ରତିଶତକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଗତକାଲି 52 ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ 43 ହଜାରରୁ ଅଧିକ ନୂତନ କୋଭିଡ ରୋଗୀ ଚିହ୍ନଟ ହୋଇଥିଲେ। ଗତ 52 ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଛି।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଏହି ମହାମାରୀରୁ 2 କୋଟି 96 ଲକ୍ଷ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି। 4 ଲକ୍ଷ 85 ହଜାର 350 ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି କୋଭିଡରେ 9 ଶହ 55 ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିମଧ୍ୟରେ ମହାମାରୀ ହେତୁ ମୃତକଙ୍କ ସଂଖ୍ୟା ଚାରି ଲକ୍ଷ ଦୁଇ ହଜାର ପାଞ୍ଚକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କୋଭିଡ ପରୀକ୍ଷଣର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏପର୍ଯ୍ୟନ୍ତ 41 କୋଟି 82 ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଗତକାଲି 18 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା।

ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୫ ଲକ୍ଷ ୪୫ ହଜାର ୪୩୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୬ ଲକ୍ଷ ୫୮ ହଜାର ୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୫ ହଜାର ୩୫୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଧର୍ମାନ୍ତରୀକରଣ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ, ଦିଲ୍ଲୀ ସମେତ ଛଅଟି ସ୍ଥାନରେ କଲା ଯାଞ୍ଚ

ନୂଆଦିଲ୍ଲୀ, ଜବରଦସ୍ତ ଧର୍ମାନ୍ତରୀକରଣ ମାମଲାରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର 6ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯାଞ୍ଚ କରିଛି। ନିର୍ଦ୍ଦେଶାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଆତଙ୍କବାଦୀ ବିରୋଧୀ ଶକ୍ତି ବା ଏଟିଏସ୍ ର ଉତ୍ତରପ୍ରଦେଶରେ ଏକ ଏଫଆଇଆର କରିଛି।

ଏଥିରେ ଅଭିଯୋଗ କରାଯାଇଛି ଯେ, ଜବରଦସ୍ତ ଧର୍ମାନ୍ତରୀକରଣରେ ମନି ଲଣ୍ଡରିଂ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ସେସବୁ ଆଧାରରେ ମନି ଲଣ୍ଡରିଂ ମାମଲ ସଂପର୍କରେ ଯାଞ୍ଚ କରାଯାଉଛି ବୋଲି ଇଡି ତରଫରୁ କୁହାଯାଇଛି।

ସେହି ଏଫ୍ଆଇଆରରେ ମହମ୍ମଦ ଉମର ଗୌତମ, ତାଙ୍କ ସହଯୋଗୀ ମୁଫତି କାଜି ଜାହଙ୍ଗୀର କାସୀମ ଏବଂ ଅନ୍ୟମାନେ ଟଙ୍କା ଲୋଭରେ ଇସଲାମ ଧର୍ମ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରଲୋଭିତ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି।

ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ତିନୋଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସର୍ଚ୍ଚ କରିଥିଲା। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମରଙ୍କ ବାସଭବନ ଏବଂ ତାଙ୍କ ସହାୟକ ତଥା ଦିଲ୍ଲୀର ଜାମିଆ ନାଗରରେ ଥିବା ଇସଲାମିକ ମେଡିସିନ୍ ସେଣ୍ଟର କାର୍ଯ୍ୟାଳୟ ସମେତ ତିନୋଟି ପରିସରରେ ଏହି ସର୍ଚ୍ଚ କରାଯାଇଥିଲା।

ନିର୍ଦ୍ଦେଶାଳୟ କହିଛି ଯେ ଲକ୍ଷ୍ଣୌ ଏବଂ ସନ୍ଥ କବୀର ନାଗରସ୍ଥିତ ଅଲ-ହାସନ ଶିକ୍ଷା ଏବଂ କଲ୍ୟାଣ ଫାଉଣ୍ଡେସନ ଏବଂ ଗାଇଡାନ୍ସ ଏଜୁକେସନ ଆଣ୍ଡ ୱେଲଫେୟାର ସୋସାଇଟିର କାର୍ଯ୍ୟାଳୟରେ ମଧ୍ୟ ସର୍ଚ୍ଚ କରାଯାଇଥିଲା। ମହମ୍ମଦ ଉମର ଏହି ସଂଗଠନଗୁଡ଼ିକ ସହିତ ଜଡିତ ଏବଂ ବେଆଇନ ଧର୍ମାନ୍ତରୀକରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି ଯେ ଅନୁସନ୍ଧାନ ବେଳେ ଜବତ ହୋଇଥିବା କାଗଜପତ୍ରରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ସଂଗଠନ ସମଗ୍ର ଭାରତରେ ବ୍ୟାପକ ଧର୍ମାନ୍ତରୀକରଣ କରିଛନ୍ତି। ଏହା ମଧ୍ୟ ଜାଣାପଡିଛି ଯେ ଏହି ସଂଗଠନଗୁଡ଼ିକ ଧର୍ମାନ୍ତରୀକରଣ ପାଇଁ ବିଦେଶୀରୁ ବେଆଇନି ଭାବେ କୋଟି କୋଟି ଟଙ୍କା ଆଣୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାଓବାଦୀ ସଂଗଠନ ପାଳିବ ସହିଦ ଦିବସ: ଗତ ୧ ବର୍ଷରେ ମରିଛନ୍ତି ୧୬୦ ଜଣ ନକ୍ସଲ

ନୂଆଦିଲ୍ଲୀ: ମାଓବାଦୀମାନେ ସହିଦ ଦିବସ ପାଳନ କରିବାକୁ ଯାଉଛନ୍ତି। ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସଂଗଠନର ସଂସ୍ଥାପକ ଚାରୁ ମଜୁମଦାର ଏବଂ ଅନ୍ୟ ସାଥିଙ୍କ ପାଇଁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରି ଶ୍ରଦ୍ଧାଞ୍ଜଳି ଦେଇଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମାଓବାଦୀ କେନ୍ଦ୍ର କମିଟି ଏନେଇ ସୂଚନା ଦେଇଛି। ମାଓବାଦୀ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବାର୍ତ୍ତାରେ କୁହାଯାଇଛି କି, ଗତ ଏକ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୭୨ ଜଣଙ୍କ ରେକର୍ଡ ତାଙ୍କ ପାଖରେ ନାହିଁ।

ତେବେ ୧୬୦ ମରୁତ ମାଓବାଦୀଙ୍କ ମଧ୍ୟରୁ ସର୍ବାଧିକ ଦଣ୍ଡକାରଣ୍ୟରେ ୧୦୧ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାର-ଝାଡ଼ଖଣ୍ଡରେ ୧୧ ଜଣ, ଓଡିଶାରେ ୧୪ ଜଣ, ଏମେମସିରେ ୮ ଜଣ, ଓଡିଶା-ଆନ୍ଧ୍ରା ସୀମାରେ ୧୧ ଜଣ, ତେଲେଙ୍ଗନାରେ ୧୪ ଜଣ ଏବଂ ପଶ୍ଚିମୀ ଘାଟିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୩୦ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଦୁର୍ଘଟଣାରେ ୫ ଜଣ ଏବଂ ରୋଗାକ୍ରାନ୍ତ ହୋଇ ୧୩ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

3 କୋଟି 38 ଲକ୍ଷ ଟୀକାକରଣ କରି ଦେଶରେ ଏହି ରାଜ୍ୟ ହେଲା ପ୍ରଥମ, ଗୋଟିଏ ଦିନରେ ମଧ୍ୟ ସର୍ବାଧିକ

ଭୁବନେଶ୍ବର, କୋଭିଡ ଟୀକାକରଣ ଅଭିଯାନରେ ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରାଜ୍ୟରେ ମୋଟ 3 କୋଟି 38 ଲକ୍ଷ 57 ହଜାର 372 ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ପ୍ରଦୀୟ ବ୍ୟାସ କହିଛନ୍ତି ଯେ ଟୀକାକରଣ କ୍ଷେତ୍ରରେ ଗତକାଲି ମହାରାଷ୍ଟ୍ର ପୁଣି ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଶନିବାର ସଂଧ୍ୟା ସାତଟା ସୁଦ୍ଧା ମୋଟ ସାତ ଲକ୍ଷ 85 ହଜାର 311 ଟୀକା ପ୍ରଦାନ କରାଯାଇଛି। ଯାହାକି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟୀକାକରଣ ଅଟେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୩ ହଜାର ୭୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୫ ଲକ୍ଷ ୪୫ ହଜାର ୪୩୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୬ ଲକ୍ଷ ୫୮ ହଜାର ୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୫ ହଜାର ୩୫୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୧୯୫ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୯୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ନୟାଗଡ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୭ ହଜାର ୪୨୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୨୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୯୫ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୮୭୦ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୬୫୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୧୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୭ ହଜାର ୪୨୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୨୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୫୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୪୪୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮୪ ଜଣ, ଅନୁଗୁଳ ଜିଲ୍ଲାରୁ ୯୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୪୦ ଜଣ, ବରଗଡ ଜିଲ୍ଲାରୁ ୧୪ ଜଣ, ଭଦ୍ରକ ଜିଲ୍ଲାରୁ ୧୨୮, ବଲାଙ୍ଗୀରି ଜିଲ୍ଲାରୁ ୨୯, ବୌଦ୍ଧ ଜିଲ୍ଲାରୁ ୧୩, ଦେବଗଡ ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୮୫ ଜଣ, ଗଜପତି ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୨ ଜଣ, ଯାଜପୁର ଜିଲ୍ଲାରୁ ୧୯୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ ଜଣ, କନ୍ଧମାଳ ଜିଲ୍ଲାରୁ ୨୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫୭ ଜଣ, କେନ୍ଦୁଝର ଜିଲ୍ଲାରୁ ୬୬ ଜଣ, କୋରାପୁଟ ଜିଲ୍ଲାରୁ ୬୦ ଜଣ, ମାଲକାନାଗିରି ଜିଲ୍ଲାରୁ ୫୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୬୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫ ଜଣ, ନୟାଗଡ ଜିଲ୍ଲାରୁ ୧୦୫ ଜଣ, ନୂଆପଡା ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୧୬୫ ଜଣ, ରାୟଗଡା ଜିଲ୍ଲାରୁ ୫୦ ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ ଜଣ, ସୋନପୁର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୭ ଜଣ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ବିଭିନ୍ନ ବଜାର ଉପରେ ବିଏମସିର ଚଢାଉ, ସିଲ ହେଲା ଲିଙ୍ଗରାଜ ମାର୍କେଟ

ଭୁବନେଶ୍ବର, କରୋନା ନିୟମ ଅନୁପାଳନ ଖିଲାପକାରୀଙ୍କ ବିରୋଧରେ ବିଏମସି କଠୋର ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ଗତକାଲି ରାଜଧାନୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଚଢାଉ କରିଥିଲା। ସେଥିରେ କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗରେ ପୋଖରୀପୁଟ ଲିଙ୍ଗରାଜ ମାର୍କେଟକୁ ସିଲ କରିଦିଆଯାଇଛି।

ଏଥିରେ କେତେକ ଦୋକାନ କୋଭିଡ ନିୟମ ନ ମାନି ବ୍ୟବସାୟ କରୁଥିଲେ। ସେମାନଙ୍କଠାରୁ ଦୁଇ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ସେହିପରି ପୁରୁଣା ଭୁବନେଶ୍ବରର କେତେକ ଦୋକାନକୁ ବନ୍ଦ କରାଯିବା ସହିତ ଜରିମାନା ମଧ୍ୟ ଆଦାୟ କରାଯାଇଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 4 ତାରିଖ ରବିବାରରେ 7ଟି ରାଶିର ଲୋକେ ଜୀବନ ସାଥୀଙ୍କ ପାଇଁ ହେବେ ଧନି

ମେଷ- ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଆଜି ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଆର୍ଥିକ କ୍ଷତି ଘଟାଇବ । ତୁମର ଶୀତଳ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । ଯେତେବେଳେ ତୁମେ ଲୋକମାନଙ୍କ ସହିତ ଥିବ, ତୁମର ସୁଗନ୍ଧ ଫୁଲ ପରି ବିସ୍ତାର ହେବ । ଏହା ସମ୍ଭବ ଯେ ଆଜି ଆପଣ ନିଜ ପ୍ରିୟଙ୍କୁ ଟଫି ଏବଂ କକଟେଲ ଇତ୍ୟାଦି ଦେଇପାରିବେ । ତୁମେ ତୁମର ସାଥୀ ସହିତ ପ୍ରେମର ଶିଖର ଅନୁଭବ କରିବ ।

ବୃଷ – ଆଜି ତୁମର ଜୀବନ ସାଥୀ ହେତୁ ତୁମ ପାଇଁ ଖୁସିର ଏକ କାରଣ ବୋଲି ପ୍ରମାଣିତ ହେବ । ଯଦି ଆପଣ ଋଣ ନେବା ପାଇଁ ଦୀର୍ଘ ଦିନ ଧରି ଏହି କାର୍ଯ୍ୟରେ ନିୟୋଜିତ ଥିଲେ, ତେବେ ଏହି ସପ୍ତାହରେ ଆପଣ ଋଣ ପାଇପାରିବେ । ଯେତେବେଳେ ତୁମେ ଏକୁଟିଆ ଅନୁଭବ କରିବ, ତୁମର ପରିବାରର ସାହାଯ୍ୟ ନିଅ । ଏହା ଆପଣଙ୍କୁ ଉଦାସୀନତାରୁ ରକ୍ଷା କରିବ । ଏହା ମଧ୍ୟ ବୁଦ୍ଧିମାନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ । ପ୍ରେମ ଦୃଷ୍ଟିକୋଣରୁ ଏହା ଏକ ଭଲ ଦିନ । ଏହି ରାଶିର ଛାତ୍ରମାନେ ଆଜି ମୋବାଇଲରେ ଦିନସାରା ନଷ୍ଟ କରିବେ । ତୁମର ଜୀବନ ସାଥୀଙ୍କ ଓଠରେ ଥିବା ହସ ତୁମର ସମସ୍ତ ଯନ୍ତ୍ରଣାକୁ କ୍ଷଣିକ ମଧ୍ୟରେ ଅଦୃଶ୍ୟ କରିବାର କ୍ଷମତା ରଖିଛି ।

ମିଥୁନ – ବାହାରେ ପଡ଼ିଥିବା ତୁମର ଜମି ଆଜି ଭଲ ମୂଲ୍ୟରେ ବିକ୍ରି ହୋଇପାରିବ, ଯାହା ଆପଣଙ୍କୁ ଲାଭ ଦେବ। ତୁମର ଉଷ୍ମ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । ଯେତେବେଳେ ତୁମେ ଲୋକମାନଙ୍କ ସହିତ ଥିବ, ତୁମର ସୁଗନ୍ଧ ଫୁଲ ପରି ବିସ୍ତାର ହେବ । ତୁମର ପ୍ରିୟତମ ଆଜି ବହୁତ ସୁନ୍ଦର ସୈନ୍ଦର୍ଯ୍ୟ ସହିତ କିଛି କରି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ତୁମର ବ୍ୟକ୍ତିତ୍ୱ ଏବଂ ରୂପକୁ ଉନ୍ନତ କରିବାକୁ ଚେଷ୍ଟା କରିବା ସନ୍ତୋଷଜନକ ପ୍ରମାଣିତ ହେବ । ଆପଣଙ୍କ ସାଥୀଙ୍କ ଭିତର ସୈନ୍ଦର୍ଯ୍ୟ ବାହାରେ ସମ୍ପୂର୍ଣ୍ଣ ଅନୁଭବ ହେବ ।

କର୍କଟ – ଆଜି, ନିୟମିତ ବ୍ୟାୟାମ ମାଧ୍ୟମରେ ଆପଣଙ୍କର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ଦାୟିତ୍ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ମାନସିକ ଚାପ ଦେଇପାରେ । ତୁମର ସାହସ ତୁମକୁ ଭଲ ପାଇବାରେ ସଫଳ ହେବ । ତୁମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ବେ ଆଜି ତୁମେ ନିଜ ପାଇଁ ସମୟ ବାହାର କରିବାରେ ସକ୍ଷମ ହେବ। ଆଜି ଆପଣ ଖାଲି ସମୟରେ କିଛି ସୃଜନଶୀଳ କାର୍ଯ୍ୟ କରିପାରିବେ । ତୁମ ଜୀବନସାଥୀ ତୁମକୁ ଖୁସି କରିବା ପାଇଁ ବହୁତ ଚେଷ୍ଟା କରିପାରନ୍ତି । ଆଜି ତୁମର ଭଲ ଥେସିସ ବା ରିପୋର୍ଟ ସହିତ ତୁମେ ଏକ ଅବାଞ୍ଛିତ ବିମାନରେ ଯାଇପାରିବେ ।

ସିଂହ- ଆଜି ଏକ ବ୍ୟାୟାମ ସହିତ ନିଜ ଦିନ ଆରମ୍ଭ କରନ୍ତୁ, ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ନିଜ ବିଷୟରେ ଭଲ ଅନୁଭବ କରିବା ଆରମ୍ଭ କରିପାରିବେ । ଏହାକୁ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏବଂ ଏହାକୁ ନିୟମିତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ନିଜ ଘରର ସଦସ୍ୟମାନଙ୍କୁ ବୁଲିବା ପାଇଁ ନେଇପାରିବେ ଏବଂ ଆପଣ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି । ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ସେମାନେ ଆପଣଙ୍କ ଉପରେ ଆର୍ଶିବାଦ ଢାଳିବେ । ପୁରୁଣା ସ୍ମୃତିକୁ ଫେରାଇ ବନ୍ଧୁତାକୁ ପୁନଃ ଜାଗ୍ରତ କରିବାର ସମୟ ଆସିଛି । ତୁମେ ଅନୁଭବ କରିବ ଯେ ତୁମର ବିବାହିତ ଜୀବନ ବହୁତ ସୁନ୍ଦର ଅଟେ ।

କନ୍ୟା- ବର୍ତ୍ତମାନ ପର୍ଯ୍ୟନ୍ତ ତୁମର ନକାରାତ୍ମକ ମନୋଭାବ ହେତୁ ତୁମେ ଅଗ୍ରଗତି କରିବାକୁ ସମର୍ଥ ନୁହଁ । ଏହା ବୁଝିବା ପାଇଁ ଉପଯୁକ୍ତ ସମୟ। ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଚିନ୍ତା କରିବାର କ୍ଷମତାକୁ ନଷ୍ଟ କରିଦେଇଛି। ପରିସ୍ଥିତିର ଉଜ୍ଜ୍ୱଳ ଦିଗକୁ ଦେଖନ୍ତୁ ଏବଂ ଆପଣ ଦେଖିବେ ଯେ ଜିନିଷଗୁଡ଼ିକରେ ଉନ୍ନତି ଆସୁଛି । ଦିନର ଆରମ୍ଭ ଭଲ ହୋଇପାରେ, କିନ୍ତୁ ସନ୍ଧ୍ୟାରେ କୌଣସି କାରଣରୁ ଆପଣଙ୍କ ଟଙ୍କା ଖର୍ଚ୍ଚ ହୋଇପାରେ, ଯେଉଁଥିପାଇଁ ଆପଣ ବିରକ୍ତ ହେବେ । ତୁମର ଜୀବନ ସାଥୀ ତୁମକୁ ସାହାଯ୍ୟ କରିବେ ଏବଂ ସହାୟକ ହେବ ବୋଲି ପ୍ରମାଣ କରିବ । ତୁମେ ଗର୍ଲଫ୍ରେଣ୍ଡ / ପ୍ରେମିକ ଦ୍ୱାରା ପ୍ରତାରିତ ହେବ । ଯଦି ତୁମେ ତୁମର ମୂଲ୍ୟବାନ ସମୟକୁ ଅନାବଶ୍ୟକ ଜିନିଷରେ ନଷ୍ଟ କର ନାହିଁ, ତେବେ ଏହା ତୁମ ପାଇଁ ଭଲ ହେବ ।

ତୂଳା- ଆଜି ବିନା କାରଣରେ ନିଜକୁ ସମାଲୋଚନା କରିବା ଆପଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିପାରେ । ଖର୍ଚ୍ଚର ଅପ୍ରତ୍ୟାଶିତ ବୃଦ୍ଧି ଆପଣଙ୍କ ମାନସିକ ଶାନ୍ତିକୁ ବିଚଳିତ କରିବ । ତାଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଜଣେ ବନ୍ଧୁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ଆଜି ତୁମେ ତୁମର ପ୍ରିୟଙ୍କ ପ୍ରେମରେ ବୁଡ଼ି ଯାଇଥିବା ଅନୁଭବ କରିବ । ଏହି ପରିପ୍ରେକ୍ଷୀରେ, ଆଜି ବହୁତ ସୁନ୍ଦର ଦିନ ହେବ । ଆଜି ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବେ ଶେଷ ହେବ । ଦେଖାଯାଉଛି ଆଜି ଆପଣଙ୍କ ଜୀବନସାଥୀ ବହୁତ ଖୁସି ଅଛନ୍ତି ।

ବିଛା – ଆଜି ତୁମର ଚାପ ବହୁତ ପରିମାଣରେ ଶେଷ ହୋଇପାରେ । ଯୁବକମାନେ ଏକ ବିଦ୍ୟାଳୟ ପ୍ରକଳ୍ପ ଉପରେ କିଛି ପରାମର୍ଶ ଆବଶ୍ୟକ କରିପାରନ୍ତି । ପ୍ରେମରେ ତୁମର ଅଭଦ୍ର ବ୍ୟବହାର ପାଇଁ କ୍ଷମା ମାଗ । ଏହି ରାଶିର ଲୋକମାନେ ଆଜି ଖାଲି ସମୟରେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ । ଆପଣଙ୍କ ସାଥୀଙ୍କଠାରୁ ଏକ ବିଶେଷ ଉପହାର ଆପଣଙ୍କ ଦୁଃଖୀ ହୃଦୟକୁ ଶାନ୍ତ କରିବାରେ ବହୁତ ସହାୟକ ହେବ । ତୁମର ପ୍ରିୟ ସଙ୍ଗୀତ ଶୁଣିବା ତୁମକୁ ଏକ କପ୍ ଚା ଅପେକ୍ଷା ଅଧିକ ସତେଜତା ଦେଇପାରେ ।

ଧନୁ- ଏହି ଦିନ, ପ୍ରଭାବଶାଳୀ ଲୋକଙ୍କ ସମର୍ଥନ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ । ଆଜି ଆପଣ ବୁଝିପାରିବେ ଯେ ଚିନ୍ତା ନକରି ଟଙ୍କା ଖର୍ଚ୍ଚ କରି ଆପଣଙ୍କ ପାଇଁ କେତେ କ୍ଷତି ହୋଇପାରେ । ଯଦି ତୁମର ମନରେ ଟେନସନ ଅଛି, ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ କଥା ହୁଅ, ଏହା ତୁମର ହୃଦୟର ଭାରକୁ ହାଲୁକା କରିବ । ତୁମର ଆନ୍ତରିକ ଏବଂ ଜୀବନ୍ତ ପ୍ରେମରେ ଯାଦୁ କାମ କରିବାର ଶକ୍ତି ଅଛି । ଅନ୍ୟମାନଙ୍କୁ ମନାଇବା ପାଇଁ ତୁମର ପ୍ରତିଭା ତୁମକୁ ବହୁତ ଲାଭ ଦେବ । ତୁମେ ଏବଂ ତୁମର ସାଥୀ ଏକତ୍ର ବିବାହିତ ଜୀବନର ସର୍ବୋତ୍ତମ ସ୍ମୃତି ସୃଷ୍ଟି କରିବେ ।

ମକର – ତୁମର ବିଶ୍ୱାସ ଏବଂ ଆଶା ତୁମର ଇଚ୍ଛା ଏବଂ ଆଶା ପାଇଁ ନୂଆ ଦ୍ୱାର ଖୋଲିବ । ଆଜି ଆପଣ ଅନେକ ନୂତନ ଅର୍ଥନୈତିକ ଯୋଜନାଗୁଡିକର ସମ୍ମୁଖୀନ ହେବେ – କୈଣସି ନିଷ୍ପତ୍ତି ନେବା ପୂର୍ବରୁ, ସୁବିଧା ଏବଂ ଅସୁବିଧାକୁ ଭଲ ଭାବରେ ବିଚାର କରନ୍ତୁ । ତୁମର ପରିବାର ସଦସ୍ୟମାନେ ତୁମର ଉଦ୍ୟମ ଏବଂ ନିଷ୍ଠାକୁ ପ୍ରଶଂସା କରିବେ ।

କୁମ୍ଭ-  ଚିନ୍ତା ନକରି ତୁମେ ତୁମର ଟଙ୍କା କାହାକୁ ଦେବା ଉଚିତ୍ ନୁହେଁ, ନଚେତ୍ ଆଗାମୀ ସମୟରେ ତୁମର ବଡ଼ ସମସ୍ୟା ହୋଇପାରେ। ଚିନ୍ତା ନକରି ତୁମର ଘନିଷ୍ଠ ବନ୍ଧୁ ଏବଂ ପରିବାର ମଧ୍ୟରେ ଖୁସିର ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ଅଛି। ତୁମର ବ୍ୟକ୍ତିଗତ ଭାବନା ଏବଂ ରହସ୍ୟକୁ ତୁମର ପ୍ରିୟଜନଙ୍କ ସହ ବାଣ୍ଟିବା ଠିକ୍ ସମୟ ନୁହେଁ। ଆଜି ଲୋକମାନେ ତୁମ ବିଷୟରେ କ’ଣ ଭାବନ୍ତି ତୁମେ ସେଥିପ୍ରତି ଧ୍ୟାନ ଦିଅ ନାହିଁ। ବରଂ, ଆଜି ତୁମେ ତୁମର ଖାଲି ସମୟରେ କାହାକୁ ଭେଟିବାକୁ ପସନ୍ଦ କରିବ ନାହିଁ ଏବଂ ଏକୁଟିଆରେ ଖୁସି ହେବ। ତୁମର ଜୀବନ ସାଥୀ ହେତୁ ମାନସିକ ବିକୃତିର ସାମ୍ନା କରିବାକୁ ପଡିପାରେ।

ମୀନ- ଯେଉଁ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ସଂପର୍କରେ ଘରୁ ବାହାରକୁ ଯାଉଛନ୍ତି, ଆଜି ସେମାନଙ୍କ ଟଙ୍କାକୁ ଅତି ଯତ୍ନର ସହିତ ରଖନ୍ତୁ। ଟଙ୍କା ଚୋରି ହେବାର ସମ୍ଭାବନା ଅଛି। ତୁମର ମୂଲ୍ୟବାନ ସମୟକୁ ପିଲାମାନଙ୍କ ସହିତ ବିତାନ୍ତୁ। ଏହା ହେଉଛି ସର୍ବୋତ୍ତମ ମଲମ। ସେମାନେ ସୁଖର ସମାପ୍ତିର ଉତ୍ସ ବୋଲି ପ୍ରମାଣ କରିବେ। ତୁମକୁ ପ୍ରେମରୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ଏହି ରାଶିର ଲୋକମାନେ ଆଜି ଖାଲି ସମୟରେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ। ତୁମର ଜୀବନ ସାଥୀ ଆଜି ଶକ୍ତି ଏବଂ ପ୍ରେମରେ ପରିପୂର୍ଣ୍ଣ ହେବେ।

Categories
ଆଜିର ଖବର ଧର୍ମ

ଧନୀ ହେବାକୁ ଚାହୁଁଥିଲେ ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଦୁଇଟି କଥା

ଭୁବନେଶ୍ବର, ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି । ସୁଖମୟ ଜୀବନଯାପନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ହେଉଛି ଜଣେ ବ୍ୟକ୍ତିଙ୍କର ସର୍ବୋତ୍ତମ ବନ୍ଧୁ । ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜଣେ ସଫଳତା ହାସଲ କରିପାରିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆମର କିଛି ଭୁଲ ହେତୁ, ସର୍ବଦା ଅର୍ଥର ଅଭାବ ରହିଥାଏ । ଆସନ୍ତୁ ଜାଣିବା ଯେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, କେଉଁ କାରଣରୁ ଟଙ୍କା ପାଖରେ ରହି ନ ଥାଏ।

ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନଙ୍କୁ ଦାରିଦ୍ରତା ଗୋଡାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନେ ସର୍ବଦା ଗରିବ ହୋଇଯାଆନ୍ତି। ଜଣେ ସର୍ବଦା ସମୟର ଭଲ ବ୍ୟବହାର କରିବା ଉଚିତ୍ । ଯେଉଁମାନେ ସମୟକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ସେମାନେ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ଏହି ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ତତ୍ପର, ସେମାନେ ଚିନ୍ତା ନକରି କାର୍ଯ୍ୟ କରନ୍ତି ।

ପରିଷ୍କାର ପରିଚ୍ଛନ୍ନତା ନହେବା ହେତୁ ଟଙ୍କା ଏବଂ କ୍ଷତି ମଧ୍ୟ ହୋଇଥାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ସ୍ୱଚ୍ଛତାର ଯତ୍ନ ନିଅନ୍ତି ନାହିଁ, ସେମାନେ ଜୀବନରେ ସଫଳତା ହାସଲ କରନ୍ତି ନାହିଁ । ଏହିପରି ଲୋକମାନେ ମା ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ନାହିଁ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହା ମଧ୍ୟ କୁହାଯାଏ ଯେ ଦେବୀ ଲକ୍ଷ୍ମୀ ବାସ କରନ୍ତି ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନତା ରହିଥାଏ।

Categories
ଆଜିର ଖବର ଧର୍ମ

ରାଶିଫଳ: ରବିବାର ଦିନ ଏହି ରାଶିର ବ୍ୟକ୍ତିମାନେ ଟଙ୍କା ନେବା ବେଳେ ରୁହନ୍ତୁ ସାବଧାନ

ଧନୁ- ଏହି ଦିନ, ପ୍ରଭାବଶାଳୀ ଲୋକଙ୍କ ସମର୍ଥନ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ । ଆଜି ଆପଣ ବୁଝିପାରିବେ ଯେ ଚିନ୍ତା ନକରି ଟଙ୍କା ଖର୍ଚ୍ଚ କରି ଆପଣଙ୍କ ପାଇଁ କେତେ କ୍ଷତି ହୋଇପାରେ । ଯଦି ତୁମର ମନରେ ଟେନସନ ଅଛି, ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ କଥା ହୁଅ, ଏହା ତୁମର ହୃଦୟର ଭାରକୁ ହାଲୁକା କରିବ ।

ମୀନ- ଯେଉଁ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ସଂପର୍କରେ ଘରୁ ବାହାରକୁ ଯାଉଛନ୍ତି, ଆଜି ସେମାନଙ୍କ ଟଙ୍କାକୁ ଅତି ଯତ୍ନର ସହିତ ରଖନ୍ତୁ। ଟଙ୍କା ଚୋରି ହେବାର ସମ୍ଭାବନା ଅଛି। ତୁମର ମୂଲ୍ୟବାନ ସମୟକୁ ପିଲାମାନଙ୍କ ସହିତ ବିତାନ୍ତୁ। ଏହା ହେଉଛି ସର୍ବୋତ୍ତମ ମଲମ। ସେମାନେ ସୁଖର ସମାପ୍ତିର ଉତ୍ସ ବୋଲି ପ୍ରମାଣ କରିବେ।

Categories
ଆଜିର ଖବର ଧର୍ମ

ରବିବାର ଦିନ ଏହି ରାଶିର ବ୍ୟକ୍ତିମାନେ କାହାକୁ ଟଙ୍କା ହସ୍ତାନ୍ତର କରନ୍ତୁ ନାହିଁ, ପସ୍ତେଇବେ

ମକର – ତୁମର ବିଶ୍ୱାସ ଏବଂ ଆଶା ତୁମର ଇଚ୍ଛା ଏବଂ ଆଶା ପାଇଁ ନୂଆ ଦ୍ୱାର ଖୋଲିବ । ଆଜି ଆପଣ ଅନେକ ନୂତନ ଅର୍ଥନୈତିକ ଯୋଜନାଗୁଡିକର ସମ୍ମୁଖୀନ ହେବେ – କୈଣସି ନିଷ୍ପତ୍ତି ନେବା ପୂର୍ବରୁ, ସୁବିଧା ଏବଂ ଅସୁବିଧାକୁ ଭଲ ଭାବରେ ବିଚାର କରନ୍ତୁ । ତୁମର ପରିବାର ସଦସ୍ୟମାନେ ତୁମର ଉଦ୍ୟମ ଏବଂ ନିଷ୍ଠାକୁ ପ୍ରଶଂସା କରିବେ ।

କୁମ୍ଭ-  ଚିନ୍ତା ନକରି ତୁମେ ତୁମର ଟଙ୍କା କାହାକୁ ଦେବା ଉଚିତ୍ ନୁହେଁ, ନଚେତ୍ ଆଗାମୀ ସମୟରେ ତୁମର ବଡ଼ ସମସ୍ୟା ହୋଇପାରେ। ଚିନ୍ତା ନକରି ତୁମର ଘନିଷ୍ଠ ବନ୍ଧୁ ଏବଂ ପରିବାର ମଧ୍ୟରେ ଖୁସିର ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ଅଛି। ତୁମର ବ୍ୟକ୍ତିଗତ ଭାବନା ଏବଂ ରହସ୍ୟକୁ ତୁମର ପ୍ରିୟଜନଙ୍କ ସହ ବାଣ୍ଟିବା ଠିକ୍ ସମୟ ନୁହେଁ।

Categories
ଆଜିର ଖବର

ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କର ରବିବାର ଦିନ ହ୍ରାସ ପାଇଁ ଚାପ, ଟେନସନରୁ ହେବେ ମୁକ୍ତି

ସିଂହ- ଆଜି ଏକ ବ୍ୟାୟାମ ସହିତ ନିଜ ଦିନ ଆରମ୍ଭ କରନ୍ତୁ, ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ନିଜ ବିଷୟରେ ଭଲ ଅନୁଭବ କରିବା ଆରମ୍ଭ କରିପାରିବେ । ଏହାକୁ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏବଂ ଏହାକୁ ନିୟମିତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ନିଜ ଘରର ସଦସ୍ୟମାନଙ୍କୁ ବୁଲିବା ପାଇଁ ନେଇପାରିବେ ଏବଂ ଆପଣ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି ।

ବିଛା – ଆଜି ତୁମର ଚାପ ବହୁତ ପରିମାଣରେ ଶେଷ ହୋଇପାରେ । ଯୁବକମାନେ ଏକ ବିଦ୍ୟାଳୟ ପ୍ରକଳ୍ପ ଉପରେ କିଛି ପରାମର୍ଶ ଆବଶ୍ୟକ କରିପାରନ୍ତି । ପ୍ରେମରେ ତୁମର ଅଭଦ୍ର ବ୍ୟବହାର ପାଇଁ କ୍ଷମା ମାଗ । ଏହି ରାଶିର ଲୋକମାନେ ଆଜି ଖାଲି ସମୟରେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ।