Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ପାଇଁ ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍ ମୃତୟନ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୂଭତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସଫଳତାର ସହ ସମଗ୍ର ରାଜ୍ୟରେ ମୂତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଦେଶର ସମସ୍ତ ୨୨ଟି ସର୍କଲରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ସଫଳତାର ସହ ହାସଲ କରିଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା। କଂପାନି ୮୦୦, ୧୮୦୦ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଥିଲା। ଏହି ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ଓଡ଼ିଶାରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମେତ ମୋଟ ୨୦ ମେଗାହର୍ଜ ଅତିରିକ୍ତ ସ୍ପେକ୍ଟ୍ରମ୍ ହାସଲ କରିଥିଲା।

ଜିଓ ପକ୍ଷରୁ ସାରା ରାଜ୍ୟରେ ଥିବା ୧୦,୦୦୦ରୁ ଅଧିକ ନେଟ୍‌ୱର୍କ ସ୍ଥଳରେ ସମସ୍ତ ତିନି ପ୍ରକାରର ସ୍ପେକ୍ଟ୍ରମ୍ ମୂତୟନ ସମ୍ପୁର୍ଣ୍ଣ କରାଯାଇଛି। ଏଥି ସହିତ ଓଡ଼ିଶାରେ ବ୍ୟବହାର ଲାଗି ଜିଓ ପାଖରେ ଉପଲବ୍ଧ ଥିବା ମୋଟ ସ୍ପେକ୍ଟ୍ରମ୍ ୬୦ ମେଗାହର୍ଜରେ ପହଂଚିଛି ଯେଉଁଥିରେ ସାମିଲ ରହିଛି ୮୦୦ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ଲେଖାଏଁ ସ୍ପେକ୍ଟ୍ରମ୍ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍। ସ୍ପେକ୍ଟ୍ରମ୍‌ରେ ଏହିଭଳି ବ୍ୟାପକ ବୃଦ୍ଧି ଜିଓକୁ ନିଜ ନେଟ୍‌ୱର୍କକୁ ଅଧିକ ସୁଦୃଢ କରିବାରେ ସହାୟକ ହେବା ସହିତ ସାରା ଓଡ଼ିଶାର ଜିଓ ଗ୍ରାହକମାନଙ୍କ ପାଇଁ ମୋବାଇଲ୍ ବ୍ୟବହାର ଅନୁଭୂତିକୁ ବହୁଗୁଣା ସମୃଦ୍ଧ କରିବ।

ସଂପ୍ରତି ମହାମାରୀ ଯୋଗୁଁ ସୀମିତ ଗମନାଗମନ ଓ ଲକ୍‌ଡାଉନ୍ ସ୍ଥିତି ଦୃଷ୍ଟିରୁ ଏହା ହେଉଛି ଏକ ସମୟୋପଯୋଗୀ ଯୋଗଦାନ ଯାହା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ କରିପାରିବା ଏବଂ କର୍ମଚାରୀ ଓ ପେସାଦାରମାନଙ୍କୁ ୱାର୍କ-ଫ୍ରମ୍‌-ହୋମ୍‌ରେ କାମ କରିବା ସହ ସୁରକ୍ଷିତ ଭାବେ ଘରେ ରହି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ସମ୍ପାଦନ କରିବାରେ ସହାୟକ ହେବ। ଯୋଗାଯୋଗ, ବେଗ ଓ ଅନୁଭତିରେ ବ୍ୟାପକ ଉନ୍ନତି ମହାମାରୀର ମୁକାବିଲା ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କ୍ଷେତ୍ର ଓ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ବିଶେଷ ଭାବରେ ସହାୟକ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧.୪ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ସହିତ ରିଲାଏନ୍ସ ଜିଓ ଓଡିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହେବା ସହିତ ଓଡ଼ିଶାର ୪୧% ମୋବାଇଲ୍ ଗ୍ରାହକ ତଥା ଏହି କ୍ଷେତ୍ରରେ ରାଜସ୍ୱର ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଛି। ୪ଜି ଟାୱାରର ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୧ରେ ଜିଓ ଓଡ଼ିଶାରେ ଏହାର ୪ଜି ନେଟ୍‌ୱର୍କକୁ ଅଧିକ ସମ୍ପ୍ରସାରିତ କରୁଥିବା ବେଳେ ଅନେକ ଅପହଂଚ ଇଲାକାରେ ସଂଯୋଗ ପ୍ରଦାନ କରୁଛି। ବର୍ତ୍ତମାନ ରାଜ୍ୟରେ ଜିଓର ୧୦,୦୦୦ରୁ ଅଧିକ ୪ଜି ନେଟ୍‌ୱର୍କ ଟାୱାର ରହିଛି ଯାହା ହେଉଛି ସର୍ବବୃହତ ବାସ୍ତବ ୪ଜି ଉପସ୍ଥିତି । ମାସ ପରେ ମାସ ରାଜ୍ୟର ପ୍ରତି ଜିଲ୍ଲାରେ ଅଧିକରୁ ଅଧିକ ଉପଭୋକ୍ତା ଯୋଡ଼ି ଜିଓ ରାଜ୍ୟର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି।

ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ପକ୍ଷରୁ ୫୭,୧୨୩ କୋଟି ଟଙ୍କା ମୂଲ୍ୟରେ ୨୦ ବର୍ଷ ଅବଧି ପାଇଁ ଦେଶର ୨୨ଟି ସର୍କଲ୍ ନିମନ୍ତେ ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ମୋଟ ୪୮୮.୩୫ ମେଗାର୍ହ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି। ଏହା ସହିତ ଜିଓ ଦେଶରେ ଏହାର ସ୍ପେକ୍ଟ୍ରମ୍ ଉପସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣି ୫୫% ବୃଦ୍ଧି ସହ ୧୭୧୭ ମେଗାହର୍ଜରେ ପହଂଚାଇଛି। ଭାରତରେ ଜିଓର ଏବେ ୪୨.୬ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି ଏବଂ ସ୍ପେକ୍ଟ୍ରମ୍‌ରେ ବୃଦ୍ଧି ସହିତ ଜିଓ ପାଖରେ ନୂଆ ଓ ପୁରୁଣା ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ଲାଗି ଏକ ସୁଦୃଢ଼ ନେଟ୍‌ୱର୍କ ଦକ୍ଷତା ରହିବ। ଏହି ଉନ୍ନତି ପରବର୍ତୀ ୩୦୦ ନିୟୁତ ଉପଭୋକ୍ତା ଯୋଡ଼ିବାରେ ସହାୟକ ହେବ ଯାହା ଡିଜିଟାଲ୍ ସେବାକୁ ବଢ଼ାଇବା ସହ ୫ଜି ସେବାକୁ ରୂପାନ୍ତରିତ ହେବାରେ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: କରୋନା ସଂକ୍ରମଣ ଭିତରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ନୂଆ ଡାକ୍ତରଙ୍କୁ କର୍ମକ୍ଷେତ୍ରରେ ଶୀଘ୍ର ଯୋଗ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରାଜ୍ୟରେ ୭୫୦ ଜଣ ନୂଆ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସମସ୍ତ ନୂଆ ଡାକ୍ତର ୭ ଦିନ ଭିତରେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନର୍ଦ୍ଦେଶ ହୋଇଛି। କର୍ମକ୍ଷେତ୍ରକୁ ଗଲା ବେଳେ ନିଯୁକ୍ତି ପତ୍ରକୁ ନୂଆ ଡାକ୍ତରମାନେ ପାସ୍ ଭାବେ ବ୍ୟବହାର କରିବେ।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ: ଆଜି ହ୍ରାସ ପାଇଛି ସଂକ୍ରମଣ, ଆସନ୍ତାକାଲି କେବଳ ବାଣପୁରରେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ତଳମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମାତ୍ର ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୬୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୭ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୨ ଜଣ, ଚିଲିକା ବ୍ଲକରେ ୭୭ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୧ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ କେବଳ ବାଣପୁରରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର ମାଇନର ସ୍କୁଲରେ ଆସନ୍ତାକାଲି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ୧୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୁଲା ପ୍ରାଣୀଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ୫ ମହାନଗର ନିଗମ, ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ୬୭ ଲକ୍ଷ ୫୨ ହଜାର ଟଙ୍କା ସହାୟତା ମଞ୍ଜୁର କରିଛନ୍ତି।

ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ପଞ୍ଚାବନ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା ଏହି ଦୁଇ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ମୋଟ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୯୮: ସୁସ୍ଥ ହେଲେ ୧୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୭୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୨୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୭ ହଜାର ୫୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୬୫୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୪୩୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୫୬୬, କଟକରୁ ୮୮୫, ପୁରୀରୁ ୭୪୩, ବରଗଡରୁ ୬୪୫, ଢେଙ୍କାନାଳରୁ ୫୮୬, ବୌଦ୍ଧରୁ ୫୪୮, ଅନୁଗୁଳରୁ ୫୪୫, ସୁନ୍ଦରଗଡରୁ ୫୦୭, ବାଲେଶ୍ବରରୁ ୪୭୭, ମୟୂରଭଞ୍ଜରୁ ୪୧୧, ନବରଙ୍ଗପୁରରୁ ୩୭୫, ନୟାଗଡରୁ ୩୦୨, ସମ୍ବଲପୁରରୁ ୩୦୧, କଳାହାଣ୍ଡିରୁ ୨୫୬, ଯାଜପୁରରୁ ୨୩୬, କୋରାପୁଟରୁ ୨୨୧, ଝାରସୁଗୁଡାରୁ ୨୧୩, ଜଗତସିଂହପୁରରୁ ୧୯୦, ବଲାଙ୍ଗୀରିରୁ ୧୬୭, ଗଞ୍ଜାମରୁ ୧୫୦, ସୋନପୁରରୁ ୧୪୨, ଭଦ୍ରକରୁ ୧୪୧, ରାୟଗଡାରୁ ୧୨୪, ମାଲକାନାଗିରିରୁ ୧୧୧, କନ୍ଧମାଳରୁ ୧୦୮, ଗଜପତିରୁ ୮୯, ଦେବଗଡରୁ ୮୦, ନୂଆପଡାରୁ ୫୪, କେନ୍ଦୁଝରରୁ ୨୩, କେନ୍ଦ୍ରାପଡାରୁ ୨୨ ଏବଂ ଷ୍ଟେଟ ପୁଲରୁ ୨୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୧୩ ହଜାର ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୨ ହଜାର ୬୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫ ହଜାର ୪୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୭୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଶ୍ରୀମନ୍ଦିରରେ ଭଉଁରୀ ତିଥି, ଆଜ୍ଞାମାଳ ଆସିବା ପରେ ସଂପର୍ଣ୍ଣ ହେଲା ଚକାଡେରା ନୀତି

ପୁରୀ, ଆଜି ହେଉଛି ପବିତ୍ର ଭଉଁରୀ ତିଥି। ଏହି ତିଥିର ରହିଛି ଏକ ସ୍ବତନ୍ତ୍ରତା। କାରଣ ଏହି ଦିନ ଶ୍ରୀଜଗନ୍ନାଥଙ୍କର ଏକ ସ୍ବତନ୍ତ୍ର ନିତି ପାଳନ କରାଯାଇଥାଏ। ତାହା ହେଲା ଏହି ଦିନ ରଥଖଳାରେ ରଥଚକା ନିର୍ମାଣ ଶେଷ ହୋଇ ଅଖ ଯୋଡେଇ କରାଯାଇଥାଏ।

ଏହି ତିଥିରେ ଆଜି ପ୍ରଥମେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଯାଇଥିଲା। ସେଠାରେ ଆଜ୍ଞାମାଳ ପାଇବା ପରେ ରଥ ନିର୍ମାଣ ସେବକମାନେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ କରିଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ମାତିଲେ ଚୋର: ଦୁଇଟି ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅସମାଜିକ ଯୁବକମାନଙ୍କ ପାଇଁ ଲକଡାଉନ ଏକ ଭଲ ସୁଯୋଗ ନେଇଆସିଛି। ଏହି ସମୟରେ ସବୁ କିଛି ବନ୍ଦ ଯୋଗୁଁ ରାସ୍ତା ଘାଟ ଜନଶୂନ୍ୟ ରହୁଛି। ତେଣୁ ଏହାର ସୁଯୋଗ ନେଇ ଅସମାଜିକ କାର୍ଯ୍ୟକଳାପରେ କିଛି ଯୁବକ ଲିପ୍ତ ରହୁଛନ୍ତି। କେଉଁଠି ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଛି ତ କେଉଁଠି ନିଶା କାରବାର ଏବଂ କେଉଁଠି ବେଆଇନ ଗୋଚାଲାଣ ହେଉଥିବା ଖବର ଶୁଣିବାକୁ ମିଳୁଛି। ତେବେ ଏହି ସମୟରେ ଟାଙ୍ଗୀ ଅଞ୍ଚଳରେ ମଧ୍ୟ ବାଇକ ଚୋରୀ ଘଟଣା ଶୁଣିବାକୁ ମିଳିଛି। କିନ୍ତୁ ଟାଙ୍ଗୀ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରିଛି।

ମିଳିଥିବା ଖବର ମୁତାବକ, ଟାଙ୍ଗୀ ଥାନା ଅନ୍ତର୍ଗତ ଶୋରଣ ବଜାରରେ ଦୁଇ ଜଣ ବ୍ୟକ୍ତି ନିଜ ନିଜର ଗାଡି ରଖି କିଛି ଆବଶ୍ୟକୀୟ ଜିନିଷ କିଣୁଥିବା ବେଳେ ଦୁଇଟି ଯାକ ବାଇକକୁ କେହି ଚୋରୀ କରି ନେଇଥିବା ଜାଣିପାରିଲେ। ତେଣୁ ବାଇକ ମାଲିକ ଦ୍ୱୟ ତୁରନ୍ତ ଏବିଷୟରେ ଟାଙ୍ଗୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେସଙ୍ଗେ ପଦକ୍ଷେପ ସ୍ୱରୂପ ଅଞ୍ଚଳର ଚାରି ପଟେ ଘେରବନ୍ଦୀ କରିଥିଲା। ଯାହାଫଳରେ ବାଇକ ଦୁଇଟିକୁ ଅନ୍ୟତ୍ର ନେବା ପାଇଁ ଚୋର ସକ୍ଷମ ହୋଇପାରିନଥିଲା। ଟାଙ୍ଗୀ ପୋଲିସ ଦୁଇଟି ଯାକ ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

କିନ୍ତୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଏଭଳି କେତୋଟି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଜାଣିପାରିଛି। ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୭୯/୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗକୁ ଏଭଳି କାର୍ଯ୍ୟକଳାପ ଉପରେ କଡା ନଜର ରଖାଯିବ ଏବଂ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ଗର୍ଭଗୃହ ସହ ଏଥର ପାର୍ଶ୍ବ ଦେବାଦେବୀ ମନ୍ଦିର ସଂରକ୍ଷଣ ପାଇଁ ପ୍ରସ୍ତୁତ ହେବ 5 ବର୍ଷିୟା ଯୋଜନା

ପୁରୀ, ଆସନ୍ତା ରଥଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ତଥା ମରାମତି ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ଅଧିକାରୀ, ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଅନଲାଇନରେ ଯୋଗ ଦେଇଥିଲେ।

ସାଧାରଣତଃ ରଥଯାତ୍ରା ସମୟରେ ଶ୍ରୀଜୀୟୁ ରତ୍ନ ସିଂହାସନ ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି। ଏହି ସମୟରେ ମନ୍ଦିର ଖାଲି ରହୁଥିବାରୁ ପ୍ରତିବର୍ଷ ଏହାର ଗର୍ଭଗୃହ ଯାଞ୍ଚ ସହିତ ମରାମତି କରାଯାଇଥାଏ। ସେଥିପାଇଁ ଆସନ୍ତା ଜୁଲାଇରେ ରଥଯାତ୍ରା ପଡୁଥିବାରୁ ଏହି କାର୍ଯ୍ୟ କିପରି ହେବ ସେ ନେଇ ଆଲୋଚନା କରାଯାଇଥିଲା।

ତେବେ ଚଳିତ ବର୍ଷ ଗର୍ଭଗୃହ ସହିତ ମନ୍ଦିରର ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଯାଞ୍ଚ କରାଯିବ ବୋଲି ନିଷ୍ପତି କରାଯାଇଛି। କାରଣ ଶ୍ରୀମନ୍ଦିରରେ ଠାକୁର ଥିବା ବେଳେ ଭକ୍ତଙ୍କ ଗହଳି ମଧ୍ୟରେ ପାର୍ଶ୍ବ ଦେବାଦେବୀ ମନ୍ଦିର ମଧ୍ୟ ଯାଞ୍ଚ କରିବା ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଚଳିତ ବର୍ଷ ସେସବୁ ଉପରେ ଦୃଷ୍ଟି ଦେବାକୁ ନିଷ୍ପତି ହୋଇଛି।

ଏହି ପାର୍ଶ୍ବ ମନ୍ଦିର ଏବଂ ମନ୍ଦିରର ଅନ୍ୟ ଭାଗର ସଂରକ୍ଷଣ ନିମନ୍ତେ ଏକ ପାଞ୍ଚ ବର୍ଷିୟା ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିଷ୍ପତି କରାଯାଇଛି। ଫଳରେ କେଉଁ ମନ୍ଦିର ଠାକୁର ଏବଂ ଭକ୍ତ ଥିଲେ ମଧ୍ୟ କାର୍ଯ୍ୟ କରି ହେବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବ।

ପୂର୍ବରୁ ତିନି ଠାକୁର ରଥକୁ ଆସିବା ପରେ କେବଳ ଗର୍ଭ ଗୃହ ଯାଞ୍ଚ ସହିତ ମରାମତି କରାଯାଉଥିଲା। ଠାକୁର ରତ୍ନ ସିଂହାସନକୁ ଆସିବା ପର୍ଯ୍ୟନ୍ତ ଏହି କାମ ଚାଲୁଥିଲା। ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଶ୍ବ ଦେବାଦେବୀ ତଥା ମନ୍ଦିରର ଅନ୍ୟଭାଗର ସଂରକ୍ଷଣ ପାଇଁ ମଧ୍ୟ ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୟାଗଡ/ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବସନ୍ତ କୁମାର ରଥ ନାମକ ଜଣେ ବରିଷ୍ଠ ନାଗରିକ ପୂଜା ସାରି ଘରକୁ ସାଇକେଲ ଯୋଗେ ଫେରୁଥିଲେ। ୧୬ ନଂ ଜାତୀୟ ରାଜପଥ ଅସୋକାଇ ଖୋଲ ଛକ ନିକଟରେ ହଠାତ ଏକ ଟାଟା ଏସି ଗାଡି ଆସି ବସନ୍ତଙ୍କ ପଛପଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, ବସନ୍ତ କୁମାର ରଥ ଖଣ୍ଡେ ଦୂରରେ ଛିଟିକି ପଡ଼ିଥିଲେ। ଏବଂ ବସନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ବରିଷ୍ଠ ନାଗରିକ ଜଣଙ୍କ ଚମ୍ପାଗଡ଼ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଶବ ଓ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

BREAKING: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ. କରୋନା ପାଇଁ ବାତିଲ ହେବ ଏକାଥରେ ୨୦ଟି ଟ୍ରେନ

ଭୁବନେଶ୍ବର, କୋଭିଡ଼୧୯  ସକର।ତ୍ମକ ମ।ମଲ।ଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳ। ଭ।ଙ୍ଗିବ। ଏବଂ ଖର।ପ ପୃଷ୍ଠପୋଷକତ। ପ।ଇଁ ଉଭୟ ଦିଗରୁ ୨୦ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଟ୍ରେନ୍ ଚଳ।ଚଳ ବ।ତିଲ, ଆଂଶିକ ବ।ତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମ।ନଙ୍କରେ ଚଳ।ଚଳ କରିବ।କୁ ନିଷ୍ପତ୍ତି ନିଆଯ।ଇଛି ।

ଜୁନ ୧୧ ତ।ରିଖ ଠ।ରୁ ୨୦ ତ।ରିଖ ମଧ୍ୟରେ ବ।ତିଲ ହେଉଥିବ। ଟ୍ରେନ

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲ।ଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ

୦୩. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୪. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୫. ୦୮୪୬୧/୦୮୪୬୨ କଟକ-ପ।ର।ଦୀପ-କଟକ ବିଶେଷ ଟ୍ରେନ

୦୬. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୧୭ ଏବଂ ୧୮ ଜୁନ୍ ବ୍ୟତୀତ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ବ।ତିଲ ହେଉଥିବ। ବିଶେଷ ଟ୍ରେନ

୦୧. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

୦୨. ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

୦୩. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପ।ଲ।ସ।-ଭୁବନେଶ୍ୱର ବିଶେଷ ଟ୍ରେନ

୦୪. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବ।ଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ

ଭୁବନେଶ୍ୱର ଠ।ରୁ ଜୁନ ୧୭ ଓ ୧୮ ତ।ରିଖ ବ୍ୟତୀତ ଜୁନ ୧୦ ରୁ ୨୦ ତ।ରିଖ ପର୍ଯ୍ୟନ୍ତ ଏବଂ ବ।ଙ୍ଗିରିପୋଷି ଠ।ରୁ ଜୁନ ୧୮ ଓ ୧୯ ତ।ରିଖ ବ୍ୟତୀତ ଜୁନ ୧୧ ରୁ ୨୧ ତ।ରିଖ ପର୍ଯ୍ୟନ୍ତ ବ।ତିଲ ରହିବ ।

୧୧ ରୁ ୨୧ ଜୁନ୍, ୨୦୨୧ ମଧ୍ୟରେ ନିର୍ଦ୍ଧିଷ୍ଟ ଦିନମ।ନଙ୍କରେ ବ।ତିଲ ହେଉଥିବ। ବିଶେଷ ଟ୍ରେନ

  • ୦୮୫୨୮/୦୮୫୨୭ ବିଶ।ଖ।ପ।ଟନମ୍-ର।ୟପୁର-ବିଶ।ଖ।ପ।ଟନମ୍ ସ୍ପେସ।ଲ୍ ବିଶ।ଖ।ପ।ଟନମ୍ ରୁ ୧୧ ରୁ ୨୦ ଜୁନ୍ ଏବଂ ର।ୟପୁରରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୮୫୧୫/୦୮୫୧୬ ବିଶ।ଖ।ପ।ଟନମ୍-କିରନ୍ଦୁଲ-ବିଶ।ଖ।ପ।ଟନମ୍ ସ୍ପେସ।ଲ୍ ବିଶ।ଖ।ପ।ଟନମ୍ ଠ।ରୁ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶ।ଲ ଭୁବନେଶ୍ୱର ଠ।ରୁ ୧୧ ରୁ ୨୦ ଜୁନ୍ ଏବଂ ଜଗଦଲପୁରରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୮୫୬୧/୦୮୫୬୨ ବିଶ।ଖ।ପ।ଟନମ୍-କ।ଚେଗୁଡ।-ବିଶ।ଖ।ପ।ଟନମ୍ ସ୍ପେଶ।ଲ୍ ବିଶ।ଖ।ପ।ଟନମ୍ ରୁ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଏବଂ କ।ଚେଗୁଡ। ଠ।ରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୭୪୮୮/୦୭୪୮୭ ବିଶ।ଖ।ପ।ଟନମ୍-କଡପ।-ବିଶ।ଖ।ପ।ଟନମ୍ ସ୍ପେଶ।ଲ୍ ବିଶ।ଖ।ପ।ଟଣ। ଠ।ରୁ ୧୧ ରୁ ୨୦ ଜୁନ୍ ଏବଂ କଡପ। ଠ।ରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୨୮୩୧/୦୨୮୩୨ ବିଶ।ଖ।ପ।ଟନମ୍-ଲିଙ୍ଗମପଲ୍ଲୀ-ବିଶ।ଖ।ପ।ଟନମ୍ ସ୍ପେଶ।ଲ୍ ଜୁନ ୧୧ ରୁ ୨୦ ତ।ରିଖ ପର୍ଯ୍ୟନ୍ତ ବିଶ।ଖ।ପ।ଟନମ୍ ରୁ ଏବଂ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠ।ରୁ ବ।ତିଲ ରହିବ ।

ଜୁନ୍ ୧୨-୧୩ ଏବଂ ୧୯-୨୦ ତ।ରିଖ (ଶନିବ।ର ଏବଂ ରବିବ।ର) ବ।ତିଲ୍ ହେଉଥିବ। ବିଶେଷ ଟ୍ରେନ

  • ୦୮୩୦୧/୦୮୩୦୨ ସମ୍ବଲପୁର-ର।ୟଗଡ।-ସମ୍ବଲପୁର ବିଶେଷ ଟ୍ରେନ ।

ଆଂଶିକ ବ।ତିଲ୍ ହେଉଥିବ। ଟ୍ରେନ

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶ।ଲ୍ ୧୭ ଏବଂ ୧୮ ଜୁନ୍, ୨୦୨୧ ଦିନ ପୁରୀ ଏବଂ ତ।ଳଚେର ମଧ୍ୟରେ ଚଳ।ଚଳ କରିବ ଏବଂ ଉଭୟ ଦିଗରୁ ତ।ଳଚେର ଓ ଅନୁଗୁଳ ମଧ୍ୟରେ ବ।ତିଲ ରହିବ ।

୦୮୩୦୧/୦୮୩୦୨ ସମ୍ବଲପୁର-ର।ୟଗଡ।-ସମ୍ବଲପୁର ବିଶେଷ ଟ୍ରେନ ୧୧ ଜୁନ୍ ଏବଂ ୧୪-୧୮ ଜୁନ୍ ୨୦୨୧ ମଧ୍ୟରେ ସମ୍ବଲପୁର ଓ ଟିଟିଲ।ଗଡ଼ ମଧ୍ୟରେ ଚଳ।ଚଳ କରିବ ଓ ଟିଟିଲ।ଗଡ଼ ଓ ର।ୟଗଡ। ମଧ୍ୟରେ ଉଭୟ ପ।ର୍ଶ୍ୱରୁ ବ।ତିଲ ରହିବ ।

୦୨୦୯୭/୦୨୦୯୮ ଭୁବନେଶ୍ୱର-ଜୁନ।ଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱର ଠ।ରୁ ଏବଂ ୧୨ ରୁ ୨୧ ଜୁନ୍, ୨୦୧୧ ପର୍ଯ୍ୟନ୍ତ ଜୁନ।ଗଡ଼ ରୋଡ଼ ଠ।ରୁ ଉଭୟ ପ।ର୍ଶ୍ୱରୁ ଭୁବନେଶ୍ୱର ଓ ର।ୟଗଡ। ମଧ୍ୟରେ ଚଳ।ଚଳ କରିବ ଏବଂ ର।ୟଗଡ। ଠ।ରୁ ଜୁନ।ଗଡ଼ ରୋଡ଼ ମଧ୍ୟରେ ବ।ତିଲ ରହିବ ।

ର।ତ୍ରି ୮ଘଟିକ। ପର୍ଯ୍ୟନ୍ତ ଯ।ତ୍ରୀ ସଂରକ୍ଷଣ ପ୍ରଣ।ଳୀ (ପିଆରଏସ) କ।ଉଣ୍ଟର ଖୋଲ। ରହିବ

କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥ।କୁ ଦୃଷ୍ଟିରେ ରଖି ଲକଡ।ଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମ। ମଧ୍ୟରେ ର।ତ୍ରି ୮ ଘଟିକ। ପର୍ଯ୍ୟନ୍ତ ଯ।ତ୍ରୀ ସଂରକ୍ଷଣ ପ୍ରଣ।ଳୀ (ପିଆରଏସ) କ।ଉଣ୍ଟର ଖୋଲ। ରଖିବ।କୁ ରେଳବ।ଇ ପକ୍ଷରୁ ନିଷ୍ପତ୍ତି ନିଆଯ।ଇଅଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନାକୁ ଆଉ ଏକ ସଫଳତା: କାରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନାକୁ ପୁଣି ଏକ ବଡ଼ ସଫଳତା ମିଳିଛି। ୫୫ ଗ୍ରାମ ବ୍ରାଉନ ସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ହେବାକୁ ଯାଉଛି ବୋଲି ଏସପି ରାଜକିଶୋର ଦୋରା କୌଣସି ମତେ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସଆଇ ଅନୁଭା ଦାସ, ବିଜୟ କେତନ ବେହରା, ଦିଗବିଜୟ ବିଶ୍ୱାଳ, ଅଶୋକ କୁମାର ରଥ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ପ୍ରସ୍ତୁତ କରାଯାଇଥିଲା।

ସମନ୍ତରାୟପୁର ସ୍ଵପ୍ନେଶ୍ଵରସାହି ସ୍ଥିତ ମହେନ୍ଦ୍ର ବେହେରାଙ୍କ ଘର ନିକଟରେ ଏକ ଏସୟୁଭି-୩୦୦ କାରରେ(ଓଡ଼ି- ୦୨ ବିସି ୩୦୦୯) ନିଶା ବେପାରୀ ମାନେ ବ୍ରାଉନ ସୁଗାର ବେପାର ଉଦ୍ଦେଶ୍ୟରେ ଆସିବେ ବୋଲି ଉପରିସ୍ଥ ଅଧିକାରୀଙ୍କ ଠାରୁ ସୂଚନା ପାଇ ଉକ୍ତ ଟିମ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ଜଗି ରହିଥିଲେ।

ସମ୍ପୃକ୍ତ ଗାଡିଟି ଆସିବା କ୍ଷଣି ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଶରତ ବେହେରା (୨୧) ଏବଂ ଭରତ ବେହେରା(୨୩)। ପୋଲିସ ସେମାନଙ୍କ ନିକଟରୁ ୫୫ ଗ୍ରାମ ବ୍ରାଉନ ସୁଗାର (୨.୫ ଲକ୍ଷ ଟଙ୍କା), ଗୋଟେ ଏସୟୁଭି-୩୦୦ କାର (୧୩ ଲକ୍ଷ ଟଙ୍କା), ତିନି ଗୋଟି ମୋବାଇଲ ଫୋନ (୨.୫ ଲକ୍ଷ ଟଙ୍କା) ଏବଂ ନକଦ ୨୦ ହଜାର ୩ ଶହ ଟଙ୍କା  ଜବତ କରିଛି।

ତେବେ ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ କେସ ନମ୍ବର ୨୧୯/୨୧ରେ ଏକ ମାମଲା ରୁଜୁ ହୋଇଛି ବୋଲି ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

କାର୍ତ୍ତିକ ହବିଶିୟାଳିଙ୍କ ପାଇଁ ଖୁସି ଖବର, ଏଥର ପୁରୀର ନୂଆ ଭକ୍ତ ନିବାସରେ ରହିବାକୁ ମିଳିବ ସୁଯୋଗ

ପୁରୀ, ଜଗନ୍ନାଥ ଧାମରେ ନିର୍ମାଣ ଚାଲିଥିବା ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଭକ୍ତ ନିବାସରେ 138ଟି ରୁମ କରାଯାଇଛି। ଯେଉଁ ଭକ୍ତମାନେ ପୁରୀ  ଆସିବେ ସେମାନଙ୍କୁ ଶସ୍ତା ଦରରେ ରହିବା ପାଇଁ ବ୍ୟବସ୍ଥା କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ଏହି ଭକ୍ତ ନିବାସ ଏକ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିର ପ୍ରଶାସନର ପୁରୀରେ ଏହିପରି 4ଟି ଭକ୍ତ ନିବାସ ରହିଛି। ଆସନ୍ତା କାର୍ତ୍ତିକ ମାସ ପାଇଁ ଏହାର ବୁକିଂ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।
Categories
ଆଜିର ଖବର ରାଜ୍ୟ ଖବର

ସାଇ ଇଣ୍ଟଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ବର, ସାଇ ଇଣ୍ଟଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ଡକ୍ଟର ବିଜୟ କୁମାର ସାହୁଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରନ୍ତ ହେବା ପରେ ସୁସ୍ଥ୍ୟ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ଅନ୍ୟାନ୍ୟ କାରଣ ପାଇଁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଲା। ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। 58 ବର୍ଷ ବୟସ୍କ ବିଜୟଙ୍କର ଆଜି ମଧ୍ୟାହ୍ନରେ ତାଙ୍କର ପରଲୋକ ଘଟିଛି।

ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ବିଜୟ ସାହୁ ପରବର୍ତ୍ତି ସମୟରେ ଶିକ୍ଷା ବିକାଶରେ ନିଜକୁ ନିୟୋଜିତ ରଖିଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ରାଜ୍ୟରେ ଗୋଟିଏ ବଡ ଅନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ତାଙ୍କ ବିୟୋଗରେ ଓଡିଶା ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳ ଛୁଇଁଲା ମୌସୁମୀ: ଏହି ଅଞ୍ଚଳରେ ସାମାନ୍ୟରୁ କମ ବର୍ଷା ହେବା ଅନୁମାନ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ରାଜ୍ୟକୁ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲା।

ତେବେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମୁତାବକ ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ସାମାନ୍ୟ ବର୍ଷା ହେବ। ମଧ୍ୟ ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଥିବା ବେଳେ ପୂର୍ବୋତ୍ତର ଭାରତରେ ସାମାନ୍ୟରୁ କମ ବର୍ଷା ହେବ ବୋଲି ଅନୁମାନ କରିଛି। ଚଳିତ ବର୍ଷ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅନୁମାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ବାତିଲ ହେଲା ଦ୍ଵାଦଶ ପରୀକ୍ଷା: ଜାଣନ୍ତୁ କେମିତି ହେବ ମୂଲ୍ୟାୟନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦ୍ଵାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦେଖି ଯୋଗୀ ଆଦିତ୍ୟନାଥ ସରକାର ଏଭଳି ନିଷ୍ପତ୍ତି ନେଇଛି। ଫଳରେ ୨୬ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଆଶ୍ଵସ୍ତି ମିଳିଛି। ଏହାପୂର୍ବରୁ ସିବିଏସଇ ଏବଂ ଆଇସିଏସଇ ପରିକ୍ଷାକୁ ବାତିଲ କରାଯାଇଥିଲା।

ତେବେ ଛାତ୍ରଛାତ୍ରୀମାନଙ୍କ ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ଦ୍ଵାଦଶ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ବୋଲି ସରକାର ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୩୦ କୋଟି ଟୀକା ପାଇଁ ବାୟୋଲୋଜିକାଲ-ଇ ସହ କେନ୍ଦ୍ରର ଚୁକ୍ତି: ୧୫୦୦ କୋଟି ଟଙ୍କା ଦେବ ଆଡଭାନ୍ସ

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଟୀକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଏକ ବଡ ଚୁକ୍ତି ହୋଇଛି। ୩୦ କୋଟି ଟୀକା ଡୋଜ ପାଇଁ ବାୟୋଲୋଜିକାଲ-ଇ ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଚୁକ୍ତି ହୋଇଛି। ଏଥିପାଇଁ ବାୟୋଲୋଜିକାଲ-ଇ କୁ କେନ୍ଦ୍ର ସରକାର ପକ୍ଷରୁ ୧୫୦୦ କୋଟି ଟଙ୍କା ଆଡଭାନ୍ସ ଦିଆଯିବ।

ଅଗଷ୍ଟ ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଏହି କମ୍ପାନୀ ୩୦ କୋଟି ଟୀକା ଡୋଜ ଯୋଗାଇଦେବ। ଏହାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରୁ ବହୁତ ଭଲ ଫଳ ମିଳିଥିବା ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା।

ସେଠାରେ ବିଜୁ ଜନତା ଦଳର ସଙ୍ଘଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସ୍ୱର୍ଗତ ରାଉତରାୟଙ୍କ ପାର୍ଥିବ ଶରୀର ଉପରେ ଦଳର ପତାକା ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀ ଦାସବର୍ମା ଗଣମାଧ୍ୟମକୁ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିଜୁ ଜନତା ଦଳ ଗଠନ ପାଇଁ ତାଙ୍କର କାର୍ଯ୍ୟ ଏବଂ ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକାକୁ ସ୍ମରଣ କରିଥିଲେ।

୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରୀ ରାଉତରାୟ ଜଣେ ଲୋକପ୍ରିୟ ଜନନେତା ହିସାବରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ନିଜ ନିର୍ବାଚନ ମଣ୍ଡଳୀ ବାସୁଦେବ ପୁର, ଭଦ୍ରକ ଜିଲ୍ଲା ଓ ରାଜ୍ୟର ବିକାଶରେ ତାଙ୍କର ସମର୍ପିତ ନେତୃତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଥିଲେ।

ମନ୍ତ୍ରୀ ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଦିବଂଗତ ନେତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଲୱାମାରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଗତ ରାତିରେ ବିଜେପିର ଏକ ନେତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବିଜେପି ନେତା ରାକେଶ ପଣ୍ଡିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ରାତି ପ୍ରାୟ ୧୦.୧୫ ମିନିଟ ସମୟରେ ତିନି ଜଣ ଆତଙ୍କବାଦୀ ଆସି ଗୁଳି ବିର୍ଷଣ କରିଥିଲେ। ଗୁରୁତର ଅବସ୍ଥାରେ ରାକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ରାକେଶଙ୍କ ବନ୍ଧୁଙ୍କ ଝିଅ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି।

ପୋଲିସ କହିବା ମୁତାବକ, ରାକେଶ ପଣ୍ଡିତଙ୍କୁ ସୁରକ୍ଷା ପ୍ରଦାନ କରାଯିଥିଲା। ତାଙ୍କ ପାଇଁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଉପଲବ୍ଧ ଥିଲେ। କିନ୍ତୁ ସେ ବିନା ସୁରକ୍ଷାକର୍ମୀଙ୍କୁ ନେଇ ନିଜ ପୈତୃକ ଗାଁକୁ ଚାଲିଯାଇଥିଲେ। ବର୍ତ୍ତମାନ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଦନ୍ତ ଅଭିଯାନ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୩୪ ହାଜର ୧୫୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୪ ହଜାର ୧୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୮୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୩ ଲକ୍ଷ ୫୮୯ ହଜାର ୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୭ ଲକ୍ଷ ୧୩ ହଜାର ୪୧୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୮୭୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୭୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡା ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ବାଲେଶ୍ଵର, ବଲାଙ୍ଗୀରି, ଦେବଗଡ, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଭଦ୍ରକ, ଗଞ୍ଜାମ ଓ ପୁରୀ  ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୨ ହଜାର ୬୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫ ହଜାର ୪୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୭୩ କୁ ବୃଦ୍ଧି ହୋଇଛି।