Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ ବୃତିଗତ କାର୍ଯ୍ୟରେ ପାଇବେ ସଫଳତା

ସିଂହ- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି ।

କନ୍ୟା-ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ଅନ୍ୟର ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ

ତୂଳା-ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ ।

ମକର-  ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ ହୃଦୟ ହରାନ୍ତୁ ନାହିଁ, ପାଇବେ ସଫଳତା

କୁମ୍ଭ-ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ।

ମୀନ-ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନଙ୍କୁ କେହି ଜଣେ ସାହାଯ୍ୟ କରିପାରେ, ଖୁସି ହେବେ

ବିଛା-ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ ।

ଧନୁ-ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲା। ହେଲ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।

ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତବାରିସି ସାଜି ରିଲିଫ ସାମଗ୍ରୀ ଦଳୟୀ ପ୍ରିୟାପ୍ରତି ଆଧାରରେ ବଂଟନ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ଦୁଇ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ପ୍ରବେଶ କରି ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫୧ ହେକ୍ଟର ଲୁଣା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝୀ କ୍ଷୋଭ ପକାଶ କରିଛନ୍ତି ।

ପ୍ରାୟ ୫୦୦ ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷୀମାନେ କ୍ଷତିଗସ୍ତ ହୋଇଥିବା ବେଳେ ଧାନ, ପନିପରିବା ଓ ପାନଚାଷୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା ପ୍ରାୟ କ୍ଷତି ହୋଇଥିବା ରାଜ୍ୟ କଂଗ୍ରେସ ଟାସ୍କଫୋର୍ସ କମିଟି ଆକଳନ କରିଛି । କ୍ଷତିଗ୍ରସ୍ତ ଚିଙ୍ଗୁଡି ଚାଷୀ, ପାନଚାଷୀ, ପନିପରିବା ଚାଷୀ, ଧାନଚାଷୀଙ୍କ ଲାଗି ରାଜ୍ୟ ସରକାର ଅବିଳମ୍ବେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଜୀବନର ସୁରକ୍ଷା ଲାଗି ଲୋକେ ନିଜେ ନିଜେ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୋଠଘରେ ଆଶ୍ରୟ ନେଇଥିବା ବେଳେ ସରକାର କିପରି ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ମିଥ୍ୟା ଡିଣ୍ଡିମ ପିଟି ଓ ଏ ବାବଦରେ ଅର୍ଥ ହଡ଼ପ କରିବାର ଅପୂର୍ବ ସୁଯୋଗରେ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଲିପ୍ତ ରହିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝି ଦର୍ଶାଇଛନ୍ତି ।

୧୨୮ଟି ଗ୍ରାମ ପାଣି ଘେରରେ ରହିଥିବାର ସରକାର ତଥ୍ୟ ଦର୍ଶାଇଥିବା ବେଳେ ଉକ୍ତ ଅଂଚଳରେ ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୭ଦିନର ରିଲଫ ଘୋଷଣାକୁ ଅନ୍ୟୁନ ୧୫ ଦିନ ଲାଗି ବୃଦ୍ଧି କରିବାକୁ ମାଝୀ ଦୃଢ଼ ଦାବୀ କରିଛନ୍ତି ।

୬ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଶ୍ରୟ ନେବା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଯୋଗାଇବାରେ କେତେ ସକ୍ଷମ ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ ? କଂଗ୍ରେସ ସରକାର ଅମଳରେ ସୃଷ୍ଟ ହେନ୍ତାଳ ବନକୁ ସୁରକ୍ଷିତ ରଖିବାରେ ଓ ନୂତନ ହେନ୍ତାଳ ବନ ସୃଷ୍ଟି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଭୋଗରାଇର ଉଦୟପୁର ଠାରୁ ଦହମୁଣ୍ଡା, କିର୍ତନିଆ ଠାରୁ ଭୁଷଣ୍ଡେଶ୍ୱରର ଗଣ୍ଡାମୁହଁ (କୁମ୍ଭୀରଗଡ଼ି), ବାଲିଆପାଳର କଙ୍କଡାପାଳଠାରୁ ଚଉମୁଖ ପର୍ଯ୍ୟନ୍ତ, ବାହାନଗା ବ୍ଲକ ତାଳପଦା ମୁହାଣରୁ ଖରାସାହାପୁର, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମାଝୀ ଛକରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଉନ୍ନତ ମାନର ପଥର ବନ୍ଧ ନିର୍ମାଣ କରିବାକୁ କଂଗ୍ରେସ ଦଳ ଦୃଢ଼ ଦାବୀ ଉପସ୍ଥାପନ କରୁଅଛି । ସରକାର ଅବିଳମ୍ବେ ଉକ୍ତ ଅଂଚଳରେ ବୈଷୟିକ କମିଟି ପଠାଇ ଏହାର ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭାବେ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ଦୃଢ଼ ଦାବୀ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଖୁବ୍‍ ଶୀଘ୍ର କୋଭିଡ଼ ଆକ୍ରାନ୍ତ ଶିଶୁଙ୍କ ପାଇଁ ଆସିବ ନୂଆ ଗାଇଡ ଲାଇନ, କହିଲେ ନିତି ଆୟୋଗ

ନୂଆଦିଲ୍ଲୀ, ଦେଶରେ ଶିଶୁମାନେ କୋଭିଡ଼ ୧୯ ମହାମାରୀରେ ସଂକ୍ରମିତ ହେବା ଏବଂ ନୂତନ ଭାବେ ଏହି ମହାମାରୀ ଯେଉଁଭଳି ସଂକ୍ରମିତ ହେଉଛି ସେଭଳି ସମସ୍ୟାର ସମାଧାନ ନିମନ୍ତେ ଏକ ରାଷ୍ଟ୍ରୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । ଏହି ବିଶେଷଜ୍ଞ ଗୋଷ୍ଠୀ କୋଭିଡ଼ ମହାମାରୀର ମୁକାବିଲା ସକାଶେ ରାଷ୍ଟ୍ରକୁ ପ୍ରସ୍ତୁତ କରିବା ନିମନ୍ତେ ଉପଯୁକ୍ତ ରଣନୀତି ଓ କାର‌୍ୟ୍ୟପନ୍ଥା ନିର୍ଦ୍ଧାରଣ କରିବେ ।

ଗତ ୪ରୁ ୫ ମାସ ପୂର୍ବେ କୋଭିଡ଼ ମହାମାରୀର ଯେଉଁସବୁ ଲକ୍ଷଣ ନଥିଲା ଏବଂ ନିକଟ ଅତୀତରେ ତାହା ପରିଲକ୍ଷିତ ହେଉଛି ସେ ସଂପର୍କରେ ଏହି ବିଶେଷଜ୍ଞ ଗୋଷ୍ଠୀ ତର୍ଜମା କରିଛନ୍ତି । ଏଥି ନିମନ୍ତେ ଏବେସୁଦ୍ଧା ଉପଲବ୍ଧ ତଥ୍ୟାବଳୀ, କ୍ଲିନିକାଲ୍‍ ପ୍ରୋଫାଇଲ୍‍, ଦେଶ ଏପର‌୍ୟ୍ୟନ୍ତ ଆହରଣ କରିଥିବା ଉପଲବ୍ଧ, ରୋଗର ଗତିବିଧି, ଭୂତାଣର ସ୍ୱାଭାବ ତଥା ଏହା କିଭଳି ମହାମାରୀର ସ୍ୱରୂପ ଧାରଣ କରିଛି ସେ ସଂପର୍କରେ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଛି । ଖୁବ୍‍ ଶୀଘ୍ର ଏହି ଗାଇଡ଼ଲାଇନ୍‍ ଜନସାଧାରଣଙ୍କୁ ଅବଗତି ନିମନ୍ତେ ଜାରି କରାଯିବ।

ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ଼-୧୯ ସଂପର୍କରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଜି ନୂଆଦିଲ୍ଲୀର ପିଆଇବିର ଜାତୀୟ ମିଡ଼ିଆ କେନ୍ଦ୍ର ଠାରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ ଡକ୍ଟର ପଲ୍‍ କହିଛନ୍ତି ଯେ ‘ଏହି କ୍ଷେତ୍ରରେ ଆମେ ଅତି ସୁଚିନ୍ତିତ ତଥା ଶୃଙ୍ଖଳିତ ଭାବେ ସକଳ ପ୍ରକାର ବୈଜ୍ଞାନିକ ତଥ୍ୟାବଳୀ ଓ ଏହି ମହାମାରୀର ବିକାଶକୁ ସମୀକ୍ଷା କରୁଛୁ । ତେଣୁ ଏଭଳି ସ୍ଥିତି ସଂପର୍କରେ ଏକ ସୁପରିକଳ୍ପିତ କାର‌୍ୟ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଏହି ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି ।”

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୁରୁତର ବ୍ୟକ୍ତି ଭୁବନେଶ୍ବର ସ୍ଥାନାନ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ରାତି ୮.୩୦ ଘଟିକାରେ ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ଚନ୍ଦ୍ରମଣି ପରିଡା (୬୧) ବାଣପୁର ପେଟ୍ରୋଲ ପମ୍ପରୁ ଏକ ବୋତଲରେ ପେଟ୍ରୋଲ ଭର୍ତ୍ତିକରି ଚାଲିଚାଲି ନିଜ ଗ୍ରାମକୁ ଯାଉଥିଲେ।

ଠିକ ଏହି ସମୟରେ ଦୃତ ଗତିରେ ଏକ ପଲସର ବାଇକ ( ଗାଡି ନଂ-ଓଡ଼ି- ୦୨- ଏ.ଏକ୍ସ ୬୨୫୧) ଆସି ହଠାତ୍ ଚନ୍ଦ୍ରମଣିଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଉକ୍ତ ବାଇକରେ ତିନି ଜଣ ବସିଥିବାର ସୂଚନା ମିଳିଛି। ଚନ୍ଦ୍ରମଣିଙ୍କ ମସ୍ତିଷ୍କରେ ପ୍ରବଳ ଆଘାତ ଲାଗିବା ସହ ବାମ ଗୋଡ ଏବଂ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଛି।

ତେବେ ଦୁର୍ଘଟଣାସ୍ଥଳରେ ଚନ୍ଦ୍ରମଣିଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ହେତୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ଚନ୍ଦ୍ରମଣିଙ୍କ ଆଶୁ ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ତାଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଦେଇଛନ୍ତି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ବାଇକକୁ ବାଣପୁର ପୋଲିସ ଜବତ କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି। ତେବେ ବାଣପୁର ବଜାରରେ କେତେକ ଅମାନିଆମାନେ ଅତି କ୍ଷିପ୍ର ଗତିରେ ବାଇକ ଚଲାଉଥିବାରୁ ଏହିପରି ଦୁର୍ଘଟଣାମାନ ବାରମ୍ବାର ଘଟୁଥିବାର ଅଞ୍ଚଳବାସି ଅଭିଯୋଗ କରିଛନ୍ତି।

ଅନୁରୂପ ଭାବେ ବାଣପୁର ପୋଲିସ ଏପରି ଅମାନିଆଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ସହ ସହରରେ ଯାନବାହାନର କ୍ଷିପ୍ରଗତି ଉପରେ ଅଙ୍କୁଶ ଲଗାଇବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଠକ!: ଯୁକ୍ତ ୨ ପରୀକ୍ଷା ଉପରେ ହୋଇପାରେ ଘୋଷଣା

ଭୁବନେଶ୍ଵର: ଓଡିଶାରେ ଯୁକ୍ତ ୨ ପରୀକ୍ଷା ହେବ କି ନାହିଁ, ଆସନ୍ତାକାଲି ଘୋଷଣା ହୋଇପାରେ। ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନେଇ ବୈଠକ ହେବା ସମ୍ଭାବନା ରହିଛି। ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ନେଇ ରାଜ୍ୟ ସରାକର ଆସନ୍ତାକାଲି ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଥିଲା।

Categories
ଆଜିର ଖବର ଆଞ୍ଚଳିକ

ଅସହାୟ ପରିବାରକୁ ସହେଯାଗର ହାତ ବଢାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣା ନାମକ ଜଣେ ବ୍ୟକ୍ତିଙ୍କ ଅଦିନରେ ମୃତ୍ୟୁ ହେବାପରେ ତିନି ସନ୍ତାନକୁ ନେଇ ବିଧବା ତପରଣା ଦୁର୍ଦ୍ଦିନରେ ଦିନ କାଟୁଥିଲେ। ତିନି ଛୁଆକୁ ନେଇ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଥିଲା। କରୋନା ଜନିତ କଟକଣା ଯୋଗୁଁ ଦୟନୀୟ ସ୍ଥିତିରେ ପରିବାର ଚଳୁଥିବା ବେଳେ ଖବର ପାଇ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତି ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ସହେଯାଗର ହାତ ବଢାଇଛନ୍ତି।

ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଚିବ ମହେଶ ସାହୁଙ୍କ ନେତୃତ୍ୱରେ ୟୁସୁଫ ପୋପାଟିଆ, ମିଥୁନ ପଣ୍ଡା, ସଂପୂର୍ଣ୍ଣ ନାଏକ, କାଳିଆ ନାଏକ ପ୍ରମୂଖ କଳିଆକୁଣ୍ଡଳ ଯାଇ ଅସହାୟ ତପରଣା ର ପରିବାରକୁ ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦେବାକୁ ଭିଡିଓ କଲ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଜୁନାଗଡ ନିର୍ବାଚନ ମଣ୍ଡଳିର ଜୁନାଗଡ ବ୍ଲକ, ଗୋଲାମୁଣ୍ଡା ବ୍ଲକ ତଥା ଏନଏସି ର ସମଗ୍ର ଅଂଚଳରେ ଏଭଳି ଅସହାୟ ପରିବାର ମାନଙ୍କୁ ସହେଯାଗ କରିବା ପାଇଁ ମାନ୍ୟବର ଜୁନାଗଡ ବିଧାୟକ ତଥା ମନ୍ତୀ ନିଜ ସମର୍ଥକ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ୍: ଏହି ଗ୍ରାମରେ ଲାଗିଲା କଟକଣା, ଆସନ୍ତାକାଲି ବାଲୁଗାଁରେ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂକ୍ରମଣର ଅଧା। ଚିହ୍ନଟ ହୋଇଥିବା ୨୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୧ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୪ ଜଣ, ଚିଲିକା ବ୍ଲକରୁ ୧୬ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୮ ଜଣ, ଚିଲିକା ବ୍ଲକରେ ୧୩୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଆଜି ବାଣପୁର ବ୍ଲକ ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣତ ଗ୍ରାମର ନାରାୟଣ ପ୍ରଧାନଙ୍କ ଘରଠାରୁ ରାଜକିଶୋର ପ୍ରଧାନଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ (୧୨୧ଘର) ଆଜି ସନ୍ଧ୍ୟା ୭ ଘଟିକାରୁ ଆସନ୍ତା ଜୁନ ୧୦ ତାରିଖ ରାତି ୯ ଘଟିକା ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ କେବଳ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଲୁଗାଁ ଉଚ୍ଚ ବିଦ୍ୟାଳୟ ରେ ୧୦୦ ଜଣ, ନଇରୀ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୦ ଜଣ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ଅନାଥ ପିଲାଙ୍କ ପାଇଁ ୧୫ ଦିନ ଭିତରେ ପେନ୍‌ସନ୍‌ ବ୍ୟବସ୍ଥା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମା’ଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍‌ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍‌ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ।

ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍‌ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଜ୍ୟର ମେଡିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଓ ନନ୍‌-କୋଭିଡ ବ୍ଲାକ୍‌ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ବିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ। ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକସ ରଖି ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍‌ ୧୫ ପ୍ରତିଶତରୁ କମ୍‌ ରହିଛି ଏବଂ ଅଧିକାଂଶ ଜିଲ୍ଲାରେ ପଜିଟିଭ କେସ୍‌ ମଧ୍ୟ ହ୍ରାସ ପାଇଲାଣି। କିନ୍ତୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତା’ସହିତ ୨୪ ମଇରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଜିଲ୍ଲାପାଳ ମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେବା ସହିତ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସକ୍ରିୟ ଭାବରେ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଟିକାକରଣ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ଲହର ଏବଂ ଭ୍ୟାରିଏଣ୍ଟ ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା। ସମସ୍ତ ବାଧାବିଘ୍ନ ସତ୍ତ୍ବେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି। ଆଗାମୀ ମାସରେ ଟିକା ଯୋଗାଣ ଉପରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଜାତିସଂଘର ସଂସ୍ଥା United Nations Office for Disaster Risk Reduction ପକ୍ଷରୁ ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ସ୍ବୀକୃତି ପ୍ରଦାନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁ ହିଁ ଆମେ ଏହା ହାସଲ କରିପାରିଛୁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍‌ଡାଉନ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସଂଗଠନ ଗୁଡିକର ଯୋଗଦାନ ଏବଂ କୋଭିଡ ପରୀକ୍ଷାକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ।

ରାଜ୍ୟରେ କୋଭିଜ ପରିସ୍ଥିତି ସଂପର୍କରେ ସମ୍ୟକ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲାଣି। ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁ ହାସ ୦.୩ ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ସର୍ବନିମ୍ନ। ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ଭାଗରେ ପଜିଟିଭିଟି ହାର ହ୍ରାସ ପାଇଥିବା ବେଳେ, ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରୁ ରାଜ୍ୟର ମୋଟ ପଜିଟିଭ ସଂଖ୍ୟାର ୬୩ ପ୍ରତିଶତ ରହୁଛି । ତେଣୁ ଉପକୂଳ ଓଡିଶାରେ ଅଧିକ ଟେଷ୍ଟିଂ ଉପରେ ଜୋର ଦିଆଯିବ ବୋଲି ସେ କହିଥିଲେ । ଶ୍ରୀ ମହାପାତ୍ର କହିଥଲେ ବର୍ତ୍ତମାନ ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ICU, HDU ଓ ସାଧାରଣ ଶଯ୍ୟା ଉପରେ ଚାପ ହ୍ରାସ ପାଇଛି। ଅକ୍‌ସିଜେନ ବ୍ୟବହାର ଚାହିଦା ମଧ୍ୟ ହ୍ରାସ ପାଇଛି। ଏହା ପରିସ୍ଥିତିର ଉନ୍ନତିର ସୂଚନା ଦେଉଛି। ରାଜ୍ୟର ଟିକା ଯୋଗାଣ ସଂପର୍କରେ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସେହିପରି ତୃତୀୟ ଲହରର ମୁକାବିଲା ପାଇଁ ପିଲାମାନଙ୍କୁ ଯତ୍ନ କିପରି ଭଲ ଭାବରେ ନିଆଯାଇପାରିବ, ସେଥିପାଇଁ ଆବଶ୍ୟକ ଡାକ୍ତର ଓ ଉପକରଣର ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ବ୍ଲାକ୍‌ ଫଙ୍ଗସ ଚିକିତ୍ସା ପାଇଁ AMPHOTERICIN ମଗାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଓ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍‌. ଅକ୍ଷୟ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚଳନା କରିଥିଲେ।

ମୟୁରଭଂଜ, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳ ଏବଂ ବି.ଏମ୍‌.ସି ଓ ସି.ଏମ୍‌.ସି କମିଶନର ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ପରିଚାଳନା ସଂପର୍କରେ ଅବଗତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୯୫  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୮୫୯, କଟକରୁ ୧୧୧୫, ଅନୁଗୁଳରୁ ୭୨୯, ସୁନ୍ଦରଗଡରୁ ୮୪୦, ମୟୂରଭଞ୍ଜରୁ ୬୪୨, କଳାହାଣ୍ଡିରୁ ୬୫୯, ବରଗଡରୁ ୪୫୦, ପୁରୀରୁ ୪୨୭, ସମ୍ବଲପୁରରୁ ୩୭୪, ବାଲେଶ୍ବରରୁ ୩୨୮, କେନ୍ଦ୍ରାପଡାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡାରୁ ୩୦୧, କୋରାପୁଟରୁ ୨୭୬, ବୌଦ୍ଧରୁ ୨୪୧, ଜଗତସିଂହପୁରରୁ ୧୯୦,  ଗଞ୍ଜାମରୁ ୧୮୦, ବଲାଙ୍ଗୀରିରୁ ୧୬୧, ରାୟଗଡାରୁ ୧୫୯, ଭଦ୍ରକରୁ ୧୫୧, ଢେଙ୍କାନାଳରୁ ୧୩୮, ଯାଜପୁରରୁ ୧୩୦, ନୟାଗଡରୁ ୧୨୫, ସୋନପୁରରୁ ୧୨୪, କେନ୍ଦୁଝରରୁ ୧୧୫, କନ୍ଧମାଳରୁ ୧୦୦, ଦେବଗଡରୁ ୯୭, ମାଲକାନାଗିରିରୁ ୮୪, ନୂଆପଡାରୁ ୬୭, ଗଜପତିରୁ ୬୫  ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୯୨ ହଜାର ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୮୦ ହଜାର ୯୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯ ହଜାର ୯୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା: ବାତିଲ ହେଲା ସିବିଏସଇ ଦ୍ଵାଦଶ ପରୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। କରୋନା ସଂକ୍ରମଣକୁ ଦେଖି ଦ୍ଵାଦଶ ପରୀକ୍ଷାକୁ ରଦ୍ଦ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ମଧ୍ୟ କେନ୍ଦ୍ର ସରକାର ବାତିଲ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ସବୁ ହିତାଧିକାରୀଙ୍କୁ ଆଗୁଆ ୩ ମାସର ଭତ୍ତା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କରୋନାରେ ଅନାଥ ଓ ବିଧବା ହୋଇଥିବା ପୀଡ଼ିତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ୧୫ ଦିନ ଭିତରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପୀଡିତଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ବ୍ଲାକ ଫଙ୍ଗସ ନିରାକରଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକମାନଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା ହେଉ: ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପ୍ରେସ୍ ଏକାଡ଼େମୀର ୨୬ତମ ବାର୍ଷିକ ଉତ୍ସବ ଏକାଡ଼େମୀର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ବହୁ ବାଧାବିଘ୍ନ ଓ ପ୍ରତିକୂଳ ବ୍ୟବସ୍ଥାରେ ଦେଶର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ରାଜ୍ୟମାନଙ୍କ ଭଳି କର୍ମଜୀବୀ ସାମ୍ବାଦିକମାନଙ୍କୁ ମାସିକ ଦଶ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା କରାଯିବା ଆବଶ୍ୟବ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିବା ଜଣାଯାଇଛି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ମୃତ୍ୟୁବରଣ କରୁଥିବା ସମ୍ବାଦିକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ ଖୁବ୍ ଶୀଘ୍ର ସ୍ୱୀକୃତି ଦେବା ପାଇଁ ଦାବି କରିଥିଲେ।

ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ କହିଲେ ଯେ, ରାଜ୍ୟର କାର୍ଯ୍ୟରତ ଓକିଲମାନଙ୍କ ଭଳି ପେନ୍‌ସନ ବ୍ୟବସ୍ଥା ସହ ଏକକୋଟି ଟଙ୍କାର ମୂଳଧନ ସୃଷ୍ଟି ହୋଇ ସେଥିରୁ ସୁଧ ଆକାରରେ ମିଳୁଥିବା ଧନ ପେନ୍‌ସନ ଆକାରରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ଦିଆଯାଉ ବୋଲି ସରକାରଙ୍କ ନିକଟରେ ନିବେଦନ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର ଉତ୍ସବରେ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ସମ୍ବାଦପତ୍ର ରାଜ୍ୟ ସରକାରଙ୍କ ବିନା ସହଯୋଗରେ ତିଷ୍ଠିବା ସମ୍ଭବ ନୁହେଁ। ବଡ଼, ମଧ୍ୟମ, କ୍ଷୁଦ୍ର ସମ୍ବାଦପତ୍ର ମାନଙ୍କ ମଧ୍ୟରେ ବିଜ୍ଞାପନ ଗୁଡ଼ିକ ସମାନଭାବେ ବଣ୍ଟନ କରିବା ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସମ୍ବାଦିକ ବିବେକାନନ୍ଦ ଜେନା କହିଲେ ଯେ, କର୍ମଜୀବୀ ସାମ୍ବାଦିକମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ତରଫରୁ କିଛି ଆର୍ଥିକ ଅନୁଦାନ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସାମ୍ବାଦିକ ବଳରାମ ପ୍ରସାଦ ନନ୍ଦ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ଚତୁର୍ଥ ସ୍ତମ୍ଭ ବିପଦର ସମ୍ମୁଖୀନ ହୋଇଛି। ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବାଦପତ୍ର ଶିଳ୍ପର ଗୁରୁତ୍ୱ ରକ୍ଷା ହେବା ସହ ରାଜ୍ୟର ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଦୟିତ୍ୱ ସୁଚାରୁ ରୂପେ ପାଳନ କରାଯିବା ଆବଶ୍ୟକ।

ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଗଣତନ୍ତ୍ରରେ ସମ୍ବାଦପତ୍ରର ଭୂମିକା ବହୁ ଗୁରୁତ୍ୱ ବହନ କରେ। ଏହାର ସଦୁପଯୋଗ ହେବା ଆବଶ୍ୟକ। ଶୁଣାକଥାର ସମ୍ପାଦକ  ତୁଷାରକାନ୍ତ ପଟ୍ଟନାୟକ କହିଲେ ଯେ, ସାମ୍ବାଦିକମାନେ ଏକଜୁଟ ହୋଇ କାମ କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।

ଡ଼େଭଲପମେଣ୍ଟ ନ୍ୟୁଜ ନେଟୱର୍କ ପୋର୍ଟାଲର ମୁଖ୍ୟ ସାମ୍ବାଦିକା ଆଲ୍‌ଫା ରାୟ କହିଲେ ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ବହୁ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ସମ୍ପାଦିକା ରିତାଞ୍ଜଳି ଆଚାର୍ଯ୍ୟ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏଣିକି ଟୀକା ନେଇନଥିବା ଲୋକଙ୍କୁ ମିଳିବନି ମଦ: ସ୍ଥାନୀୟ ପ୍ରଶାସନ ଲାଗୁ କଲା ନୂଆ ନିୟମ

ଲକ୍ଷ୍ନୌ: ଦେଶରେ ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଛି। କେନ୍ଦ୍ର ସରକାର ଉପରେ ଏନେଇ ଅନେକ ରାଜ୍ୟ ସରକାର ଚାପ ପକାଉଛନ୍ତି। ଅନେକ ରାଜ୍ୟ ସରକାର ଟୀକାର ଅଭାବ ଯୋଗୁଁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କିଛି ରାଜ୍ୟରେ ଟୀକା ଦେବା ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାରଣ ସୃଷ୍ଟି ହୋଇଛି। ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନକୁ ବଡ ପରିଶ୍ରମ କରିବାକୁ ପଡୁଛି। ଲୋକଙ୍କୁ ସଚେତନ କରିବା ପରେ ମଧ୍ୟ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନେକ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଲୋକେ ଦୌଡି ପଳାଇଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।

ସେଥିପାଇଁ ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନ ପକ୍ଷରୁ କେଉଁଠି ୫ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯାଉଛି ତ କେଉଁଠି କଟକଣା ମଧ୍ୟ ଲଗାଯାଉଛି। ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏହି ରାଜ୍ୟର ଗ୍ରାମାଞ୍ଚଳର ଲୋକେ ଟୀକା ଦେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ତେବେ ଏହାକୁ ଦେଖି ପ୍ରଶାସନ ଏବେ ଏକ ନୂଆ ନିୟମ ଜାରି କରିଛି। ଟୀକା ନେଇନଥିବା ଲୋକଙ୍କୁ ଏବେ ମଦ ଦୋକାନରେ ମଦ ମିଳିବ ନାହିଁ। ମଦ ଦୋକାନରେ ଏନେଇ ଏକ ନୋଟିସ ମଧ୍ୟ ଲଗାଯାଇଛି। ଉତ୍ତରପ୍ରଦେଶ ଇଟାୱା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୭୪: ସୁସ୍ଥ ହେଲେ ୧୦୪୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାର ୭୫୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୫ ହଜାର ୨୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୧୭୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୪୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକାକରଣ କରାଯିବା ଲକ୍ଷ୍ୟ: ଆଇସିଏମଆର ଡିଜି

ନୂଆଦିଲ୍ଲୀ: କରୋନା ଟୀକା ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକା ମିଳିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିଶ୍ଵରେ ଟୀକା ଉତ୍ପାଦନ କରୁଥିବା ୫ ଟି ଦେଶ ମଧ୍ୟରେ ଭାରତ ଗୋଟିଏ ଦେଶ। ଭାରତରେ ଟୀକା ଉତ୍ପାଦନ ହେଉଥିବାରୁ ଟୀକା ଉପଲବ୍ଧ ହେବାରେ ଅସୁବିଧା ରହିବ ନାହିଁ। ଜୁଲାଇ ଏବଂ ଅଗଷ୍ଟ ମାସ ବେଳକୁ ଦେଶରେ ପ୍ରଚୁର ପରିମାଣର ଟୀକା ଉତ୍ପାଦନ ହେଉଥିବ। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ତେଣୁ ସମସ୍ତଙ୍କୁ ଟୀକା ଦେବାକୁ ସମୟ ଲାଗିବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଟୀକାକରଣକୁ ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ମହାନଗରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସନ୍ଧ୍ୟା ୬ରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ଅଞ୍ଚଳରେ ଟୀକା ନେବା ପାଇଁ ଆଜି ସନ୍ଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। ୧୮ ରୁ ୧୪ ବର୍ଷ ବୟସ୍କଙ୍କ ୨ ୟ ଡୋଜ ଟୀକା ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ଏହି ବର୍ଗର ବୟସ୍କଙ୍କ ପାଇଁ ୧ ଲକ୍ଷ ଟୀକା ଆସିବା ପରେ ବିଏମସି ସ୍ଲଟ୍ ବୁକିଂ ପାଇଁ କହିଛି। ଆଜି ଓଡିଶାକୁ ୫୦ ହଜାର କୋଭିଶିଲ୍ଡ ଏବଂ ୫୦ ହଜାର କୋଭାକ୍ସିନ ଟିକା ଆସୁଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବାହା ବେଦୀ ପାଖରେ କନ୍ୟା କଲା ବ୍ଲାଙ୍କ୍ ଫାଇରିଂ

ଲକ୍ଷ୍ମୌ, ବାହା ବେଦି ପାଖରେ ବ୍ଲାଙ୍କ ଫାଇରିଂ। ସେ ପୁଣି କେହି ନୁହେଁ ନିଜ ବାହାଘରରେ ନିଜେ କନ୍ୟା କରିଛି ଏହି ଫାଇରିଂ। ବେଦୀ ଉପରକୁ ଯିବା ପୂର୍ବରୁ କନ୍ୟା କରିଛି ଏହି ଫାଇରିଂ। ଆଶ୍ଚର୍ଯ୍ୟର କଥା ସେହି ପାଖରେ ସମସ୍ତେ ଥିଲେ ମଧ୍ୟ କେହି ପାଟି ଫିଟାଇଲେ ନାହିଁ। ଏପରିକି ନିଜେ ବର ମଧ୍ୟ ନିଜ ଭାବି ସ୍ତ୍ରୀଙ୍କର ଏପରି କାରନାମା ଦେଖି ଖୁସି ହେଉଥିଲେ, ହେଲେ ତାଗିଦ କଲେ ନାହିଁ।

ଏହିପରି ଘଟଣା ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ଜେଠୱାଡା ଅଞ୍ଚଳରେ ଘଟିଛି । ଗତକାଲି ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ୟା ବେଦୀକୁ ଆସିବା ବେଳେ ଷ୍ଟେଜ ପାଖରେ ଛିଡାହୋଇ ଲାଇସ୍ସେନସ ପ୍ରାପ୍ତ ପିସ୍ତଲଟି ପାଖ ଲୋକଠାରୁ ଆଣିଲେ। ତାପରେ ହାତ ଉପରକୁ କରି ଫାଇରିଂ କଲେ।

ଫାଇରିଂ କରିବା ପରେ କନ୍ୟା ଷ୍ଟେଜ ଉପରକୁ ଚଢିଥିଲେ। ଷ୍ଟେଜ ଉପରେ ଥିବା ବର କନ୍ୟାର ହାତ ଧରି ଉପରକୁ ଉଠିବା ପାଇଁ ସାହାଯ୍ୟ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା କୌଣସି ବରଯାତ୍ରୀ ବା ଅତିଥୀ ଏହାକୁ ବିରୋଧ କରି ନ ଥିଲେ। ଏପରିକି ଅନେକ ଖୁସିରେ ତାଳି ମାରୁଥିବାର ମଧ୍ୟ ପରିଲକ୍ଷିତ ହୋଇଛି।

ଏହି ଭିଡିଓ ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫଟଣା ସଂପର୍କରେ ପୋଲିସ ତରଫରୁ ଛାନଭିନ ଆରମ୍ଭ ହୋଇଯାଇଛି। ଘଟଣା ସଂପର୍କରେ ଅବଗତ ହେବା ପରେ ପୋଲିସ କନ୍ୟା ନାମରେ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛି।

ତେବେ ଏହି ଭିଡିଓକୁ ଦେଖିଲେ ଜଣାପଡିଛି ଯେ, ଉତ୍ତରପ୍ରଦେଶ ସରକାର ଯେଉଁ କଟକଣା ଜାରୀ କରିଛନ୍ତି ତାହାକୁ ଫୁ କରି ଉଡାଇ ଦିଆଯାଇଛି। ସେଠାରେ ଅତିଥୀଙ୍କ ସଂଖ୍ୟା ବେଶ ଅଧିକ ଥିଲା। କାହା ମୁହଁରେ ମାସ୍କ ମଧ୍ୟ ନ ଥିଲା। ଫଳରେ ପୋଲିସ କିପରି ଏହି ବାହାଘରକୁ ରୋକିପାରିଲା ନାହିଁ ସେ ନେଇ ଉଠିଛ ପ୍ରଶ୍ନ।

ପୂର୍ବରୁ ବର କିମ୍ବା ବରର ପିତା ଏପରି ବାହାଘର ସମୟରେ ଫାଇରିଂ କରିବାର ଘଟଣା ଦେଖିବାକୁ ମିଳିଛି। ହେଲେ ଖୋଦ କନ୍ୟା ବ୍ଲାଙ୍କ ଫାଇରିଂ କରିବା ଘଟଣା ନୂଆ। ଏହି ବାହାଘରକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ଆଜି ଓଡ଼ିଶାକୁ ଆସୁଛି ୧ ଲକ୍ଷ ଡୋଜ ଟୀକା

ଭୁବନେଶ୍ବର: ଆଜି ଓଡିଶାକୁ ଆଉ ୧ ଲକ୍ଷ ଟୀକା ଡୋଜ ଆସିବ। ଆଜି ୫୦ ହଜାର କୋଭାକ୍ସିନ ଏବଂ ୫୦ ହଜାର କୋଭିଶିଲ୍ଡ ଟୀକା ଓଡିଶାରେ ପହଞ୍ଚିବ। ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ। ଏସବୁ ଟୀକା ଡୋଜ ଓଡିଶାକୁ କେନ୍ଦ୍ର ସରକାର ଦେଉଛି।

ତେବେ ଜୁନ୍ ୭ ତାରିଖ ସୁଦ୍ଧା ୨୬,୦୦୦ ଡୋଜ୍ କୋଭାକ୍ସିନ ରାଜ୍ୟ ସରକାର କିଣିବାକୁ ଥିବା ବେଳେ ଜୁନ୍ ୯ ସୁଦ୍ଧା ୨,୨୭,୭୫୦ ଡୋଜ କୋଭିଶିଲ୍ଡ ଟିକା କିଣିବାକୁ ଯାଉଛନ୍ତି।