Categories
ଆଜିର ଖବର ରାଜ୍ୟ ଖବର

ଘରେ ଶୋଇଥିବା ବେଳେ ୬ ବର୍ଷ ଝିଅର ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଘରେ ଶୋଇଥିବା ବେଳେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁର କାରଣ ଜଣାପଡିନାହିଁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗୋଡିପାଟଣା ସାହିର ରବି ପ୍ରଧାନଙ୍କ ୬ ବର୍ଷର ଝିଅ ଇତି ଘରେ ଶୋଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ।

କିନ୍ତୁ ମୃତ୍ୟୁର କାରଣ ଏଯାଏଁ ଜଣାପଡିନଥିବା ବେଳେ ଇତିର ବେକରେ ଏକ ସରୁ ଦାଗ ଟିଏ ଦେଖି ଡାକ୍ତର ସନ୍ଦେହ କରିଥିଲେ। ତେଣୁ ସନ୍ଦେହ କରି ପୋଲିସକୁ ଡାକ୍ତର ତୁରନ୍ତ ଖବର ଦେଇଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୭୧: ସୁସ୍ଥ ହେଲେ ୧୦୭୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୮୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ୯୭୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୧ ହଜାର ୯୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୬୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୩୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ଆଜିର ଚିଲିକା କୋଭିଡ ଅପଡେଟ: ସଂକ୍ରମଣ ତୁଳନାରେ ବଢୁଛି ସୁସ୍ଥ ହାର, ଆସନ୍ତାକାଲି ବନ୍ଦ ରହିବ ଟୀକାକାରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ମଧ୍ୟ ସାମାନ୍ୟ ଅଛି। ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୫ ଜଣ, ଚିଲିକା ବ୍ଲକରେ ୧୧୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ରବିବାର ଲାଗି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୧୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୫୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୬୪, କଟକରୁ ୧୦୫୨, ଯାଜପୁରରୁ ୭୯୧, ସୁନ୍ଦରଗଡରୁ ୬୯୯, ଅନୁଗୁଳରୁ ୬୯୦, ପୁରୀରୁ ୫୬୮, ମୟୂରଭଞ୍ଜରୁ ୫୩୪, ବାଲେଶ୍ବରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡାରୁ ୪୨୧, ବରଗଡରୁ ୩୮୪, ନୟାଗଡରୁ ୩୪୬, ଗଞ୍ଜାମରୁ ୩୧୬, ନବରଙ୍ଗପୁରରୁ ୩୦୨, ଜଗତସିଂହପୁରରୁ ୨୯୪, ବଲାଙ୍ଗୀରିରୁ ୨୯୩, କୋରାପୁଟରୁ ୨୬୪, ରାୟଗଡାରୁ ୧୯୯, କଳାହାଣ୍ଡିରୁ ୧୯୬, ବୌଦ୍ଧରୁ ୧୯୧, ସୋନପୁରରୁ ୧୮୬, କେନ୍ଦୁଝରରୁ ୧୫୧, କେନ୍ଦ୍ରାପଡାରୁ ୧୫୦, ଭଦ୍ରକରୁ ୧୩୨, ଢେଙ୍କାନାଳରୁ ୧୨୭, ଦେବଗଡରୁ ୧୧୭, ନୂଆପଡାରୁ ୧୧୧, ଗଜପତିରୁ ୧୧୦, କନ୍ଧମାଳରୁ ୧୦୨, ମାଲକାନାଗିରିରୁ ଏବଂ ଷ୍ଟେଟ ପୁଲରୁ ୨୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୫୮ ହଜାର ୬୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫ ହଜାର ୭୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୮୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ପାଣିରେ ବୁଡି ୧୫ ବର୍ଷ ନାବାଳକଙ୍କ ଗଲା ଜୀବନ

ସୀତାରାମ ଅଗ୍ରୱାଲ

ବାଣପୁର: ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଖଇରାପଲି ଗ୍ରାମରେ।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡିଆନାଳ ଗ୍ରାମର ସହଦେଵ ଶବରଙ୍କ ପୁତ୍ର ପ୍ରଦୀପ ଶବର (୧୫) ତାଙ୍କ ମାଉସୀ ଘର ଖଇରାପଲି ଗ୍ରାମକୁ କିଛି ଦିନ ହେଲା ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗାଁର ଦୁଇ ଜଣ ନାବାଳକଙ୍କ ସହ ପ୍ରଦୀପ ନିକଟସ୍ଥ ଏକ ବଡ ନାଳରେ ଗାଧେଇବାକୁ ଯାଉଥିଲେ।

ତେବେ ଗାଧେଇଲା ବେଳେ ଅସାବଧାନତାବଶତଃ ପ୍ରଦୀପଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଚିତ୍କାର କରିବା ସହ ସଙ୍ଗେ ସଙ୍ଗେ ତାଙ୍କ ମାଉସୀଙ୍କ ଘରେ ଖବର ଦେଇଥିଲେ। ହେଲେ ସମ୍ପର୍କୀୟ ଲୋକ  ଘଟଣାସ୍ଥଳରେ ପହଁଚିଲାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ପାଣିରେ ବୁଡି ପ୍ରଦୀପଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାଣିରୁ ପ୍ରଦୀପଙ୍କ ଶବକୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରିଛନ୍ତି। ତେବେ ପ୍ରଦୀପ ଅତ୍ୟନ୍ତ ଗରିବଘର ପିଲା ହୋଇଥିବାରୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁଆର ରୋକିବାକୁ ରାଜ୍ୟ ସରକାରଙ୍କ ଦୀର୍ଘମିଆଦି ଯୋଜନା: ୩୮୦ କିମି ପର୍ଯ୍ୟନ୍ତ ନିର୍ମାଣ ହେବ ପଥର ବନ୍ଧ

ଭୁବନେଶ୍ବର: ସମୁଦ୍ର ଜୁଆର ରୋକିବା ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ସମୁଦ୍ର ତଟରେ ପଥର ବନ୍ଧ ପାଇଁ ଯୋଜନା କରାଯାଇଛି। ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇଛି। ସମୁଦ୍ର ତଟବର୍ତ୍ତୀ ୩୮୦ କିମି ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୧୯୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିସିସିଆଇ ବୈଠକରେ ନିଷ୍ପତ୍ତି: ୟୁଏଇରେ ଖେଳାଯିବ ଆଇପିଏଲର ବାକି ମ୍ୟାଚ

ଭୁବନେଶ୍ବର: ଆଇପିଏଲ-୧୪ ର ବାକି ମ୍ୟାଚଗୁଡିକ ୟୁଏଇରେ ଖେଳାଯିବ। ଏନେଇ ବିସିସିଆଇର ବୈଠକରେ ନିଷ୍ପତ୍ତି ହୋଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ହେଲେ କେଉଁ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ, ତାହା ବିସିସିଆଇ ସ୍ପଷ୍ଟ କରିନି।

ତେବେ ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବର ମାସରେ ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଇପିଏଲକୁ ପୁଣିଥରେ ଆରମ୍ଭ କରିବା ପାଇଁ ଏସଜିଏମ ବୈଠକରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ନିର୍ଣ୍ଣୟ ନିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଠାରେ ଏକ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁରର ସମ୍ବଳ ଅନୁଷ୍ଠାନ ଓ ବ୍ରଜରାଜନଗରର ବାସୁ ଅନୁଷ୍ଠାନ ମିଳିତ ସହଯୋଗରେ ରେଢାଖୋଲ ସାମ୍ବାଦିକ ସଂଘକୁ ଲୋକମାନଙ୍କ ସେବାରେ ୫ଟି ସିଲିଣ୍ଡର, ୨ ଟି ଅକ୍ସିଜେନ୍ କନସେଂଟେର ଏବଂ ୧୦୦୦ ମାସ୍କ ଦିଆଯାଇଛି।

ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ମୁଖ୍ୟ ଅତିଥୀ ଭାବେ ଭିଡିଓ କନ୍‌ଫରେସନ୍ ମାଧ୍ୟମରେ ଶୁଭାରାମ୍ଭ କରିଥିଲେ। ରେଢାଖୋଲ ସାମ୍ବାଦିକ ସଂଘର ଏହି ମହତ୍ କାର୍ଯ୍ୟପାଇଁ ବିଧାୟକ ଭୁୟସୀ ପ୍ରଶଂସା କରିଥିଲେ।

ରେଢାଖୋଲ ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସ୍‌ଡିପିଓ ହାଡିବନ୍ଧି ସ୍ୱାଇଁ, ଏସ୍‌ଡିଏମ୍‌ଓ ଡ. ରାମକୃଷ୍ନ ପତି, ଏସ୍ ବିଆଇ ବ୍ୟାଙ୍କ ମ୍ୟାନେଜର ଗୋବିନ୍ଦ ଜେନା ଯୋଗଦେଇଥିବା ବେଳେ, ସମ୍ବଳ ଅନୁଷ୍ଠାନର ସଭ୍ୟ ରାମଦାସ ପଣ୍ଡା, ବାସୁ ଟ୍ରଷ୍ଟର ପ୍ରତ୍ୟୁଷ ପଣ୍ଡା, ଏନ୍‌ଏସି ପୂର୍ବ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ରେଢାଖୋଲ ସାମ୍ବାଦିକ ସଂଘକୁ ଭୂୟସି ପ୍ରଶଂସା କରିଥିଲେ।

ସାମ୍ବାଦିକ ରବିନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, ମମତା ପାତ୍ର, ଅନିଲ ପୃଷ୍ଟି, ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଏହି ସେବା ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

‘ଡବ୍ଲୁଟିସି’ର ଫାଇନାଲ ମୁକାବିଲା: ନୂଆ ଜର୍ସିରେ ଦେଖାଯିବ ଟିମ୍ ଇଣ୍ଡିଆ, ଜାଡ଼େଜା ସେୟାର କଲେ ଫଟୋ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିରାଟ କୋହିଲୀଙ୍କ ନେତୃତ୍ଵରେ ଗଠିତ ଟିମ ଏବେ ମୁମ୍ବାଇର ଏକ ହୋଟେଲରେ କ୍ଵାରେଣ୍ଟିନରେ ଅଛନ୍ତି। ଖେଳାଳିମାନେ ସେଠାରେ ବ୍ୟାୟାମ କରି ପ୍ରଚୁର ଝାଳ ବୁହାଉଛନ୍ତି। ଯାହାର ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସୁଛି। ଏହା ଭିତରେ ଫାଇନାଲ ମୁକାବିଲାରେ ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜର୍ସି ଫଟୋକୁ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ସେୟାର କରିଛନ୍ତି। ଟୁଇଟ କରି ରବୀନ୍ଦ୍ର ଜାଡ଼େଜା ଏହି ନୂଆ ଜର୍ସିର ଫଟୋକୁ ଖେଳାପ୍ରେମୀମାନଙ୍କୁ ଦେଖାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥେମ୍ପଟନ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଜୁନ ୨ ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବେ।

ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଆଇସିସି ଏକ ସର୍ତ୍ତାବଳୀ ଘୋଷଣା କରିଛି। ସଂପୂର୍ଣ୍ଣ ପାଞ୍ଚ ଦିନ ଖେଳ ପରେ ଯଦି ମ୍ୟାଚ ଡ୍ର କିମ୍ବା ଟାଇ ହୁଏ, ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ। ଏହାସହିତ ୨୩ ତାରିଖକୁ ରିଜର୍ଭ ଡେ’ ଭାବେ ରକ୍ଷା ଯାଇଛି। ଯଦି ପ୍ରଥମ ପାଞ୍ଚ ଦିନ ମଧ୍ୟରେ ୩୦ ଘଣ୍ଟାରୁ କମ ଖେଳ ହେବ, ତେବେ ଏହିରିଜର୍ଭ ଡେ’ କୁ ବ୍ୟବହାର କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀଙ୍କ ପାଇଁ ୫ ହଜାର ୨-ଡିଜି ପାଉଚ ମଗାଇଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ୫ ହଜାର ୨-ଡିଜି ପାଉଚ ମଗାଇଛନ୍ତି। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ହଜାର ୨-ଡିଜି ପାଉଚ ମଗାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ଡିଆରଡିଓ ଏବଂ ଡକ୍ଟର ରେଡ୍ଡୀ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରୁଛନ୍ତି। ଏହା ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ଦାବି କରାଯାଉଛି। ତେବେ ଏହି ଔଷଧ ଜୁନ ୧୦ ତାରିଖ ପରେ ଓଡିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁନ ୧ ରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବ ଅନଲାଇନ କ୍ଳାସ

ଭୁବନେଶ୍ବର: ଜୁନ ୧ ତାରିଖରୁ ଉଚ୍ଚ ଶିକ୍ଷା ଅନଲାଇନ କ୍ଳାସ ଆରମ୍ଭ ହେବ। ଜୁନ ୧ ତାରିଖରୁ କଲେଜ, ବିଶ୍ୱବିଦ୍ୟାଳୟରେ ଅନଲାଇନ କ୍ଳାସ ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଅନଲାଇନ କ୍ଳାସ ଆରମ୍ଭ ହେବ। କରୋନା ଯୋଗୁଁ ଏବେ ପିଲାମାନେ ଏକାଠି ବସି ଶ୍ରେଣୀ ଗୃହରେ ପାଠ ପଢିପାରିବେ ନାହିଁ। ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଲେଜ ହଷ୍ଟେଲ ବନ୍ଦ ରହିବାକୁ ନିର୍ଦ୍ଦେଶ ହୋଇଛି। ସେହିଭଳି ୟୁଜିସି ସୂଚନା ଦେବା ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରୀପରିଷଦର ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ ଟା ୩୦ ମିନିଟରେ ମନ୍ତ୍ରୀପରିଷଦ ବୈଠକ ବସିବ। ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ବସିବ। କରୋନା ଲଢେଇ ଏବଂ ବାତ୍ୟାର କ୍ଷୟକ୍ଷତି ନେଇ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ଓଡିଶାର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। ସେ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ। 81 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ କିଛି ଦିନ ତଳେ କରୋନା ପଜେଟିଭ ଚିହ୍ନଟ ହୋଇ ହୋମ କ୍ବାରଣ୍ଟାଇନରେ ଥିଲେ। ହେଲେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ଘଟିଛି।

ଓଡିଆ ସାମ୍ବାଦିକ ଜଗତରେ ଦୀର୍ଘ ବର୍ଷ ଧରି ନିଜର କଲମ ଚାଳନା କରିଛନ୍ତି ବସନ୍ତ ଦାସ। ବିଭିନ୍ନ ଦୈନିକରେ କାମ କରିବା ସହିତ କେତେକ ପୁସ୍ତକ ରଚନା ମଧ୍ୟ କରିଛନ୍ତି। ସେ ମଧ୍ୟରେ ରହିଛି ‘ପଲଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା’ ଏବଂ ‘ଯେ ଦେଶ ଯାଇ ସେଫଳ ଖାଇ’ ପ୍ରଭୃତି ରହିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୬୮୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ରାୟଗଡା ଜିଲ୍ଲାରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, ଝାରସୁଗୁଡା, ସୁନ୍ଦରଗଡ ଏବଂ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ବୌଦ୍ଧ, ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ସମ୍ବଲପୁର, ସୋନପୁର ଏବଂ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୪୭ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୭ ହଜାର ୨୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୮୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୨ ହଜାର ୫୧୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୧ ଲକ୍ଷ ୭୮ ହଜାର ୧୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୨ ଲକ୍ଷ ୨୮ ହଜାର ୭୨୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭ ହଜାର ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୬୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୪୭ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୭ ହଜାର ୨୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୫୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୩୪ ଜଣ, କଟକ ଜିଲ୍ଲାରୁ ୬୯୦, ଅନୁଗୁଳ ଜିଲ୍ଲାରୁ ୫୧୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୦୩ ଜଣ, ବରଗଡ ଜିଲ୍ଲାରୁ ୨୭୧ ଜଣ, ଭଦ୍ରକ ଜିଲ୍ଲାରୁ ୮୯, ବଲାଙ୍ଗୀରି ଜିଲ୍ଲାରୁ ୯୩, ବୌଦ୍ଧ ଜିଲ୍ଲାରୁ ୨୫୭, ଦେବଗଡ ଜିଲ୍ଲାରୁ ୬୧, ଢେଙ୍କାନାଳ ଜିଲ୍ଲାରୁ ୨୫୫ ଜଣ, ଗଜପତି ଜିଲ୍ଲାରୁ ୧୦୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫୪ ଜଣ, ଯାଜପୁର ଜିଲ୍ଲାରୁ ୪୦୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୧୪ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୫ ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ ଜଣ, କୋରାପୁଟ ଜିଲ୍ଲାରୁ ୨୦୨ ଜଣ, ମାଲକାନାଗିରି ଜିଲ୍ଲାରୁ ୯୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୨୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୧୬ ଜଣ, ନୟାଗଡ ଜିଲ୍ଲାରୁ ୨୪୨ ଜଣ, ନୂଆପଡା ଜିଲ୍ଲାରୁ ୬୨ ଜଣ, ପୁରୀ ଜିଲ୍ଲାରୁ ୪୫୭ ଜଣ, ରାୟଗଡା ଜିଲ୍ଲାରୁ ୧୬୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୦ ଜଣ, ସୋନପୁର ଜିଲ୍ଲାରୁ ୧୨୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୭୨ ଜଣ ଏବଂ ଷ୍ଟେଟ ପୁଲରୁ ୨୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ତାମିଲନାଡୁର ଏହି ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କୁ କରେ ଆକର୍ଷିତ

ଚେନ୍ନାଇ, ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୃ ଶ୍ରୀଜଗନ୍ନାଥ, ପ୍ରଭୃ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଷ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି।

2001 ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ବେଳେ ଜନ୍ମନେଲେ ୭୫୦ ଶିଶୁ, ଗର୍ଭବତୀମାନଙ୍କୁ ଡାକ୍ତରଖାନା ଆଣିବା ଥିଲା ଏକ ଆହ୍ବାନ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେ ପଟେ ‘ୟାସ୍‌’ ସାମୁଦ୍ରିକ ବାତ୍ୟାର ଭୟାବହତା ଏବଂ ଅପର ପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି ।

ବାତ୍ୟା ‘ୟାସ୍‌’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା ।

ବିଭାଗର ଡିଏସ୍‌ଡବ୍ଲୁ୍ୟଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇ ଥିଲା । ମଇ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖିଛନ୍ତି।

ସେଥିମଧ୍ୟରେ ବାଲେଶ୍ୱର-୫୮ ଭଦ୍ରକ-୯୮, କଟକ-୬୧, ଜଗତସିଂହପୁର-୮୪, ଯାଜପୁର-୬୯, କେନ୍ଦୁଝର-୫୫, ମୟୂରଭଞ୍ଜ୩୬, କେନ୍ଦ୍ରାପଡ଼ା-୧୬୬, ଖୋର୍ଦ୍ଧା-୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଅଛନ୍ତି । ତେବେ ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ଏବଂ ଆସନ୍ନପ୍ରସବାମାନଙ୍କୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ଆହ୍ୱାନ ।

କିଛି ମହିଳାଙ୍କର ପ୍ରସବ ତାରିଖ ଜୁନ ମାସ ପ୍ରଥମ ସପ୍ତାହରେ ଥିବାରୁ ସେମାନେ ଏବେଠାରୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଙ୍ଗନବାଡ଼ି ସୁପରଭାଇଜର ଓ କର୍ମୀମାନେ ବାରମ୍ବାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇସୁଝାଇ ହସ୍‌ପିଟାଲ୍‌କୁ ଆଣିଥିଲେ । ଏ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସ୍ୱିଟସୁମନ୍‌ ସାହୁ । ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ଏହି ପ୍ରକଳ୍ପର ନରସିଂହପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ସ୍ଥିତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ୩୦ ମଇରେ ପ୍ରସବ ତାରିଖ ଥିବାରୁ ସେ କୌଣସିମତେ ହସ୍‌ପିଟାଲ୍‌କୁ ଯିବାକୁ ରାଜି ହୋଇନଥିଲେ ।

କିନ୍ତୁ ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖ ଦିନ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ । ଏଥି ପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାଗୁଡ଼ିକ ସହ ନିୟମିତ ଯୋଗାଯୋଗପୂର୍ବକ ମନିଟରିଂ କରିଥିଲେ । ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍

ଏହି ଦଶଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖିଲା ରାସନକୁ ଆଗାମୀ ଜୁନ ମାସ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ଚଳିତ ମଇ ୨୫ ତାରିଖ ସୁଦ୍ଧା ବଣ୍ଟନ କରାଯାଇଛି । ହିତାଧିକାରୀମାନେ ଏହାର ସଠିକ୍‌ ଉପଯୋଗ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର ଧର୍ମ

ଆଜି ମେ 29 ତାରିଖ ଶନିବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

ମେଷ: – ଆଜି, ଆପଣ ନିଜ ଘରେ ଏବଂ କାର୍ଯ୍ୟକ୍ଷେତ୍ରରେ ଏକ ଉତ୍ତମ ପରିବେଶରେ ବାସ କରି ବହୁତ ଖୁସି ହେବେ। ସ୍ୱାସ୍ଥ୍ୟ ଭଲ ହେବ। ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି। କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ପରିବାରରେ ଆନନ୍ଦର ବାତାବରଣ ରହିବ। ମା’ଙ୍କଠାରୁ ଲାଭ ମିଳିବ। ଆଜି ସରକାରୀ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ, ଯେଉଁଥିପାଇଁ ଉତ୍ସାହର ଅଭାବ ରହିବ। ଏହାର ପ୍ରଭାବ ବାଣିଜ୍ୟିକ କ୍ଷେତ୍ରରେ ଦେଖାଯିବ ଏବଂ ଏହା ସମସ୍ୟା ସୃଷ୍ଟି କରିପାରେ। ଉଚ୍ଚ ପଦାଧିକାରୀଙ୍କ ଆଚରଣ ଆପଣଙ୍କ ପ୍ରତି ନକାରାତ୍ମକ ହେବ। ପିଲାମାନଙ୍କ ସହିତ ମଧ୍ୟ ମତ ପାର୍ଥକ୍ୟ ହୋଇପାରେ। ଆଜି କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖିବା ଲାଭଦାୟକ ହେବ।

ମିଥୁନ: – ଆଜି ଆପଣଙ୍କୁ କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରତିକ୍ରିୟାଶୀଳ ହେବାକୁ ପରାମର୍ଶ ଦିଆଯାଇଛି । କଫ ଏବଂ ପେଟ ସମ୍ବନ୍ଧୀୟ ରୋଗ ଆପଣଙ୍କୁ କଷ୍ଟ ଦେଇପାରେ। ସମ୍ଭବ ହେଲେ ଅସ୍ତ୍ରୋପଚାର ପରି ବଡ଼ ମାମଲା ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି। ଆଜି ଆପଣ ବହୁତ ଚିନ୍ତିତ ହେବେ । ଜଳ କ୍ଷେତ୍ରଠାରୁ ଦୂରରେ ରୁହନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ବକ୍ତବ୍ୟ ଏବଂ ଆଚରଣ ଉପରେ ସଂଯମତା ରଖିବା ଆବଶ୍ୟକ।

କର୍କଟ : – ଆଜି ଦୈନନ୍ଦିନ କାର୍ଯ୍ୟ ସହିତ, ଆପଣ ମନୋରଞ୍ଜନ ଏବଂ ସଭାରେ ସମୟ ବିତାଇବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ପାଇବେ ଏବଂ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବେ। ଆପଣ ବିପରୀତ ଲିଙ୍ଗ ସାଙ୍ଗମାନଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ। ଶକ୍ତିଶାଳୀ ଧନ ହେଉଛି ଲାଭର ପରିମାଣ । ଆପଣଙ୍କର ବ୍ୟବସାୟ ବଢିବ । ବାଣିଜ୍ୟ ଅଂଶଗ୍ରହଣ ଲାଭବାନ ହେବ। ସୁଧ ଇତ୍ୟାଦିରୁ ଆୟ ଅର୍ଥରେ ପରିପୂର୍ଣ୍ଣ ହେବ। ସାଧାରଣ ଜୀବନରେ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ସିଂହ : – କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଜି ସର୍ବୋତ୍ତମ ଦିନ । ଆପଣ କରିଥିବା କାର୍ଯ୍ୟ ଦ୍ୱାରା ଆପଣ ଖ୍ୟାତି ପାଇବେ । ପରିବାରରେ ଏକ ଆନ୍ତରିକ ପରିବେଶ ରହିବ । ଶରୀର ଏବଂ ମନ ସହିତ ତୁମେ ସତେଜତା ଏବଂ ଆନନ୍ଦ ଅନୁଭବ କରିବ । ଚାକିରି-ବ୍ୟବସାୟ ସ୍ଥାନରେ ସହକର୍ମୀଙ୍କ ସମର୍ଥନ ଦିଆଯିବ । ମା’ଙ୍କ ପରିବାରରୁ ଏକ ଖୁସି ଖବର ଆସିବ । ଖର୍ଚ୍ଚ ବୃଦ୍ଧି ପାଇବ । ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।

କନ୍ୟା:- ଆଜି ଆପଣଙ୍କର କଳ୍ପନା ଶକ୍ତି ପୁରା ଭଲ ରହିବ । ସାହିତ୍ୟ ସୃଷ୍ଟି ପାଇଁ ଆଜି ଏକ ଭଲ ଦିନ। ଛାତ୍ରମାନେ ଶିକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବେ । ଭାବପ୍ରବଣତା ଏବଂ ଯୌନତା ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ପେଟ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ମନରେ ଭୟ ରହିବ । ମାନସିକ ସନ୍ତୁଳନ ବଜାୟ ରଖନ୍ତୁ । ଆଜି ପ୍ରେମୀଯୁଗଳଙ୍କ ପାଇଁ ଏକ ଅନୁକୂଳ ଦିନ ।

ତୂଳା :- ଆଜି ଆପଣଙ୍କର ବହୁତ ଭାବନା ରହିବ, ଯେଉଁ କାରଣରୁ କାହାର ଶବ୍ଦ କିମ୍ବା ଆଚରଣ ଦ୍ୱାରା ଆଘାତ ପାଇପାରନ୍ତି। ମାତାର ସ୍ୱାସ୍ଥ୍ୟ ଖରାପ ହେତୁ ବହୁତ ବିବ୍ରତ ହେବେ । ଆପଣଙ୍କର ଆତ୍ମ ସମ୍ମାନ ଆଘାତ ପାଇପାରେ । ଦୋଷତ୍ରୁଟି ଅନୁଭବ କରିବେ । ଖାଦ୍ୟ ଏବଂ ଶୋଇବାରେ ଅନିୟମିତତା ହେବ । ମହିଳା ଏବଂ ଜଳ କ୍ଷେତ୍ର ପ୍ରତି ସାବଧାନ ରୁହନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟମ ଅଟେ । ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକତା ସର୍ବୋତ୍ତମ ସମାଧାନ ହେବ । ରିଅଲ୍ ଇଷ୍ଟେଟ୍ ବିଷୟରେ ଆଲୋଚନାରୁ ଦୂରେଇ ରୁହନ୍ତୁ ।

ବିଛା : – ଆଜି ଆପଣ ଆପଣଙ୍କର ଚିନ୍ତାରୁ ବହୁତ ଆରାମ ପାଇବେ । ଆଜି ବହୁତ ଭାବପ୍ରବଣ ଏବଂ ସମ୍ବେଦନଶୀଳ ହେବ, ଯେଉଁଥିପାଇଁ ତୁମର କଳ୍ପନା ଏବଂ ସୃଜନଶୀଳତା ଉତ୍ପନ୍ନ ହେବ । ଆପଣ ଆଜି ସାହିତ୍ୟ ଲେଖା ଏବଂ କଳା କ୍ଷେତ୍ରରେ ସହଯୋଗ କରିବାକୁ ସମର୍ଥ ହେବେ । ପରିବାର ସଦସ୍ୟ ବିଶେଷ କରି ମା ସହିତ ସମ୍ପର୍କ ବୃଦ୍ଧି ପାଇବ । ସେଠାରେ ଛୋଟ ଯାତ୍ରା କିମ୍ବା ଭ୍ରମଣ ହୋଇପାରେ । ଆର୍ଥିକ ବିଷୟ ଉପରେ ଧ୍ୟାନ ଦେବେ।

ଧନୁ : – ଆଜି ପ୍ରାରମ୍ଭରେ ଅସୁବିଧା ହୋଇପାରେ, ଆପଣଙ୍କର ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ ହେବ ଏବଂ ଯାହା ବହୁତ ଖୁସି କରିବ । ଆର୍ଥିକ ଯୋଜନା ହେତୁ, ଆପଣଙ୍କର ଅନେକ ଅସୁବିଧା କମିବା ଆରମ୍ଭ କରିବ । ଚାକିରି ବ୍ୟବସାୟରେ ଆପଣଙ୍କର ସହକର୍ମୀମାନେ ସମର୍ଥିତ ହେବେ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବା ଆପଣଙ୍କ ଖୁସି ବଢାଇବ। ପରିବାରରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ।

ମକର : – ଆଜି ଆପଣଙ୍କର ବନ୍ଧୁ, ପରିବାର ସହିତ ଆପଣଙ୍କ ଦିନ ବହୁତ ଭଲ ହେବ । ସେମାନଙ୍କଠାରୁ ଉପହାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିବ । ଭ୍ରମଣ ପାଇଁ ଏକ କାର୍ଯ୍ୟକ୍ରମ ହେବ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପାଇବାର ସୁଯୋଗ ମିଳିବ। ଆଜି ଭଲ ଖବର ପାଇବେ ଏବଂ ଆର୍ଥିକ ଲାଭ ମଧ୍ୟ ଉପଲବ୍ଧ ହେବ । ନିଜ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରନ୍ତୁ । ଆଜି ଆପଣ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ ।

କୁମ୍ଭ: – ଆଜି ଆପଣଙ୍କୁ କୋର୍ଟ ମାମଲା ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ମନରେ ଅସ୍ଥିରତା ରହିବ ଏବଂ ବିଭିନ୍ନ ଚିନ୍ତା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବକ୍ତବ୍ୟ ଏବଂ ଆଚରଣରେ ନିଜକୁ ସଂଯମ କରିବା ଆବଶ୍ୟକ, ନଚେତ୍ କାହା ସହିତ କଳହ ହୋଇପାରେ । ଆଜି ଆପଣ ବହୁତ ଭାବପ୍ରବଣ ହେବେ। ଖର୍ଚ୍ଚ ପରିମାଣ ଅଧିକ ହେବ । ମହିଳାମାନଙ୍କ ସହିତ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ଭୁଲ ବୁଝାମଣା ହେବାକୁ ଦିଅନ୍ତୁ ନାହିଁ, ନଚେତ୍ କ୍ଷତି ହୋଇପାରେ।

ମୀନ : – ଆଜି, ଆପଣ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଏବଂ ଲାଭ ପାଇବେ। ଲକ୍ଷ୍ମୀଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ପୁରୁଣା ସାଙ୍ଗମାନଙ୍କ ସହିତ ଆପଣ ଦିନକୁ ଉପଭୋଗ କରିବେ। ଏକ ଭ୍ରମଣ ଯାଇପାରନ୍ତି । ଆଜି ପତ୍ନୀ ଏବଂ ପିଲାମାନଙ୍କ ସହିତ ଭଲ ସମୟ କଟାନ୍ତୁ । ଆପଣ ବିବାହିତ ଜୀବନରେ ଆନନ୍ଦ ପାଇବେ। ଆପଣ ପିଲାମାନଙ୍କର ଭଲ ଖବର ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କର ରହିବ ଆର୍ଶିବାଦ

ତୂଳା :- ଆଜି ଆପଣଙ୍କର ବହୁତ ଭାବନା ରହିବ, ଯେଉଁ କାରଣରୁ କାହାର ଶବ୍ଦ କିମ୍ବା ଆଚରଣ ଦ୍ୱାରା ଆଘାତ ପାଇପାରନ୍ତି। ମାତାର ସ୍ୱାସ୍ଥ୍ୟ ଖରାପ ହେତୁ ବହୁତ ବିବ୍ରତ ହେବେ । ଆପଣଙ୍କର ଆତ୍ମ ସମ୍ମାନ ଆଘାତ ପାଇପାରେ । ଦୋଷତ୍ରୁଟି ଅନୁଭବ କରିବେ । ଖାଦ୍ୟ ଏବଂ ଶୋଇବାରେ ଅନିୟମିତତା ହେବ ।

ମୀନ : – ଆଜି, ଆପଣ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଏବଂ ଲାଭ ପାଇବେ। ଲକ୍ଷ୍ମୀଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ପୁରୁଣା ସାଙ୍ଗମାନଙ୍କ ସହିତ ଆପଣ ଦିନକୁ ଉପଭୋଗ କରିବେ। ଏକ ଭ୍ରମଣ ଯାଇପାରନ୍ତି । ଆଜି ପତ୍ନୀ ଏବଂ ପିଲାମାନଙ୍କ ସହିତ ଭଲ ସମୟ କଟାନ୍ତୁ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟ ଭଲ ରହିବ, ଭୟ କରିବାର ନାହିଁ

ମେଷ: – ଆଜି, ଆପଣ ନିଜ ଘରେ ଏବଂ କାର୍ଯ୍ୟକ୍ଷେତ୍ରରେ ଏକ ଉତ୍ତମ ପରିବେଶରେ ବାସ କରି ବହୁତ ଖୁସି ହେବେ। ସ୍ୱାସ୍ଥ୍ୟ ଭଲ ହେବ। ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି। କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ।

କର୍କଟ : – ଆଜି ଦୈନନ୍ଦିନ କାର୍ଯ୍ୟ ସହିତ, ଆପଣ ମନୋରଞ୍ଜନ ଏବଂ ସଭାରେ ସମୟ ବିତାଇବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ପାଇବେ ଏବଂ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବେ। ଆପଣ ବିପରୀତ ଲିଙ୍ଗ ସାଙ୍ଗମାନଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ।