Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ ବଢୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି: ସଦାନନ୍ଦ ଗୌଡା

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଶନିବାର ଦେଶରେ କ୍ରମବର୍ଦ୍ଧିଷ୍ଣୁ ମ୍ୟୁକୋରମାଏକୋସିସ୍ ବା ବ୍ଲାକ ଫଙ୍ଗସ ରୋଗର ସବିଶେଷ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଆମ୍ଫୋଟେରିସିନ- ବି ଅତିରିକ୍ତ ୨୩୬୮୦ ଭାଏଲ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଯୋଗାଇ ଦିଆଯାଇଛି।

ସେ କହିଛନ୍ତି ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ଏହି ଅତିରିକ୍ତ ଔଷଧ ପ୍ରଦାନ କରାଯାଇଛି । ଏଯାବତ୍ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୮୮୪୮ଜଣ ମ୍ୟୁକୋରମାଏକୋସିସ୍ ରୋଗରେ ଆକ୍ରାନ୍ତ ହେଇଛନ୍ତି ।

ଓଡିଶାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୫ଥିଲା । ଓଡିଶା ଏହି ଅତିରିକ୍ତ ସହାୟତାରେ ୫୦ଭାଏଲ ଆମ୍ଫୋଟେରିସିନ-ବି ପାଇଛି । ମ୍ୟୁକୋରମାଏକୋସିସ୍ ଏକ କବକ ବା ଫଙ୍ଗସ୍ ସଂକ୍ରମଣ ଜନିତ ରୋଗ । ଏହା କୋଭିଡ୍ ରୋଗୀଙ୍କ ମଧ୍ୟରେ ଦେଖାଯାଉଛି ।

ଗୁଜରାଟରେ ସର୍ବାଧିକ ୨୨୮୧, ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ରପ୍ରଦେଶର ୯୧୦, ମଧ୍ୟପ୍ରଦେଶର ୭୨୦ ଓ ରାଜସ୍ଥାନରେ ୭୦୦ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅପେକ୍ଷା ଅପେକ୍ଷାକୃତ କମ୍ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ’କୁ ନେଇ କେନ୍ଦ୍ରର ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ୍‌’କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ଦ୍ୱାରା କିଭଳି ଭାବେ ସଫଳତାର ସହ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ସଂପର୍କରେ ଆଜି କ୍ୟାବିନେଟ ସଚିବ, ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କମିଟି ସମ୍ମୁଖରେ ଏହି ସାମୁଦ୍ରିକ ଝଡ଼ବାତ୍ୟାର ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ ଯାହା ମେ 26 ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଉପକୂଳ ଛୁଇଁଲା ବେଳକୁ ଏହି ଝଡ଼ବାତ୍ୟାର ବେଗ ଘଣ୍ଟା ପ୍ରତି 155ରୁ 165 କିଲୋମିଟର ହେବାର ସମ୍ଭାବନା ରହିଛି । ଏଭଳି ବାତ୍ୟା ସହିତ ସେହିସବୁ ରାଜ୍ୟମାନଙ୍କରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ତୁହାକୁ ତୁହା ଝଡ଼ ପ୍ରବାହିତ ହେବ ।

ତେଣୁ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କମିଟି ପକ୍ଷରୁ ଏହି ସାମୁଦ୍ରିକ ଝଡ଼ବାତ୍ୟା ସଂପର୍କରେ ସୂଚୀତ କରାଯିବା ସହିତ ଏହାର ମୁକାବିଲା ନିମନ୍ତେ ଆବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଏବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟାନ୍ନ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖିବା ସହ ଅନ୍ୟାନ୍ୟ ଜରୁରି ସଂସାଧନ ଯଥା ଶକ୍ତି, ଟେଲି ଯୋଗାଯୋଗ ବ୍ୟବସ୍ଥାକୁ କାଏମ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହିସବୁ ରାଜ୍ୟମାନଙ୍କର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏନଡିଆରଏଫର ୬୫ଟି ଟିମଙ୍କୁ ମୁତୟନ କରାଯାଇଛି ଏବଂ ଅନ୍ୟ 20ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ସେନା, ନୌସେନା ଓ ତଟରକ୍ଷୀ ବାହିନୀଙ୍କୁ ଜାହାଜ ଓ ବିମାନ ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ମୁତୟନ କରିବା ଲାଗି ମଧ୍ୟ ନିୟୋଜିତ କରାଯାଇଛି ।

ସେହିଭଳି ହସପିଟାଲ, କୋଭିଡ଼ କେୟାର ସେଣ୍ଟରଗୁଡ଼ିକ ଯେଭଳି ଝଡ଼ବାତ୍ୟା ସମୟରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟକରେ ସେଥି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ଏବଂ ଏଥି ସହିତ ସାରା ଦେଶର କୋଭିଡ଼ ହସପିଟାଲଗୁଡ଼ିକୁ ଯେଭଳି ଅକ୍ସିଜେନ୍‌ ଉତ୍ପାଦନ ଓ ଯୋଗାଣ ଅବ୍ୟାହତ ରହିପାରିବ ତାହା ମଧ୍ୟ ସୁନିଶ୍ଚିତ କରାଯାଉଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିମାନଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ସମୟୋଚିତ ଭାବେ ଯେଭଳି ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ ଏବଂ କୌଣସି ଜଣେ ହେଲେ ଲୋକଙ୍କ ଜୀବନ ହାନି ନଘଟେ କିମ୍ବା ଧନଜୀବନ ହାନିକୁ କିଭଳି ସର୍ବନିମ୍ନ କରାଯାଇପାରିବ ତାହା ଉପରେ ସମସ୍ତେ ପ୍ରାଧାନ୍ୟ ଦେବା ଉଚିତ ।

ସେ ଆହୁରି ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ଯେଉଁସବୁ ଅଞ୍ଚଳର ଲୋକମାନେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ସେଠାରୁ ସେମାନଙ୍କୁ ଏଥି ପୂର୍ବରୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ । ଏଥି ସହ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଡଙ୍ଗା ଓ ଫେରିଗୁଡ଼ିକ ଯେଭଳି ବାତ୍ୟା ପୂର୍ବରୁ ଉପକୂଳକୁ ଫେରି ଆସିବେ ଓ କାହାରି ଜୀବନହାନି ଘଟିବ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରାଯିବା ଆବଶ୍ୟକ ।

ଗୌବା ଏହି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଆରୋପ କରିଥିଲେ ଯେ କୋଭିଡ଼ ସଂକ୍ରମିତ ରୋଗୀଙ୍କ ନିରାପତ୍ତାକୁ ମଧ୍ୟ ସୁନିଶ୍ଚିତ କରାଯିବା ଦରକାର ଏବଂ କୋଭିଡ଼ ହସପିଟାଲ ଓ କେନ୍ଦ୍ରମାନଙ୍କରେ ଚିକିତ୍ସା ସେବା ନିରବଚ୍ଛିନ୍ନ ଭାବେ ଜାରି ରଖାଯିବା ଉଚିତ । ସେହିଭଳି ଅଧ୍ୟୁଷିତ କ୍ଷେତ୍ରରୁ ଦେଶର ଅନ୍ୟାନ୍ୟ ଭାଗକୁ ଯେଭଳି ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ଓ ଯୋଗାଣ ଅବ୍ୟାହତ ରହେ ସେ ଦିଗରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ବାଂଛନୀୟ ।

ଗୌବା କହିଛନ୍ତି ଯେ ଝଡ଼ବାତ୍ୟା ପରେ ତୁରନ୍ତ ଶକ୍ତି, ଟେଲିକମ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ କିଭଳି ତୁରନ୍ତ ଚାଲୁ କରାଯାଇପାରିବ ସେଥି ନିମନ୍ତେ ଆଗୁଆ ପ୍ରସ୍ତୁତି ସୁନିଶ୍ଚିତ କରାଯିବା ଦରକାର । ଏଥି ନିମନ୍ତେ ସେ ସଂପୃକ୍ତ ଏଜେନ୍ସିମାନଙ୍କୁ ପରସ୍ପର ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା: ଶିଶୁଙ୍କ ପାଇଁ ଗଠନ ହେଲା ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’

ଭୁବନେଶ୍ବର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ମେଡିକାଲ କର୍ତ୍ତୁପକ୍ଷଙ୍କୁ  ଚିଠି ଲେଖିଛନ୍ତି।

ପ୍ରତି ହସ୍ପିଟାଲରେ ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ମୋଟ ଉପଲବ୍ଧ ଶଯ୍ୟାରୁ ୧୫ ପ୍ରତିଶତ ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’ ହେବ। ଶିଶୁମାନଙ୍କ ଲାଗି ଏଚଡିୟୁ ଏବଂ ଆଇସିୟୁ ସେବା ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ହୋଇଛି। ଶିଶୁଙ୍କ ଚିକିତ୍ସା ବେଳେ କେନ୍ଦ୍ରର ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ଶିଶୁ ସହ ଜଣେ ଅଭିଭାବକ ରହିବାକୁ କୁହାଯାଇଛି।

କଟକର ଏସଭିପିଜିଆଇପି ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ରାଜ୍ୟର ଶିଶୁରୋଗ ଚିକିତ୍ସକମାନଙ୍କୁ ଏସଭିପିଜିଆଇପି ବୈଷୟିକ ସହାୟତା ଯୋଗାଇବ। ଏନେଇ ଏସଭିପିଜିଆଇପି ଏକ ବୈଷୟିକ ଗ୍ରୁପ ଗଠନ ଲାଗି ନିର୍ଦ୍ଦେଶ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପାଇଁ ୨୨ଟି ଏନଡିଆରଏଫ, ୬୬ ଟି ଓଡ୍ରାଫ, ୧୭୭ଟି ଅଗ୍ନିଶମ ସେବା ଟିମକୁ ରଖାଗଲା ସଜାଗ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଥିଲେ ଯେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ। ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ୨୨ଟି ଏନଡିଆରଏଫ ଟିମ୍‌, ୬୬ ଟି ଓଡ୍ରାଫ ଟିମ୍‌ ଏବଂ ୧୭୭ଟି ଅଗ୍ନିଶମ ସେବା ଟିମ୍‌ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି।

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ। ସେହିପରି ଟେଲିକମ୍‌ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ବେଳେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ଭବ୍ୟ ବାତ୍ୟା ସମୟରେ କୋଭିଡ ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯୟ ପରିଚାଳନାରେ ଓଡିଶାର ସ୍ବତନ୍ତ୍ର ଦକ୍ଷତା (Disaster Resilient) ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ। କୋଭିଡ ମହାମାରୀ ଯୋଗୁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୋଭିଡ ପରିସ୍ଥିତି ଯୋଗୁ ଏହି ସମୟରେ ଅକ୍‌ସିଜେନ ଯୋଗାଣ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍‌ସିଜେନ ଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଅକ୍‌ସିଜେନ ଯୋଗାଣ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସବୁ refilling stationକୁ ଅତିରିକ୍ତ ଡିଜି ସେଟ୍‌ ଦିଆଯାଇଛି ଏବଂ ଜିଲ୍ଲାଗୁଡିକ ସବୁ ଅକ୍‌ସିଜେନ ସିଲିଣ୍ଡର ଗୁଡିକୁ ଆଗୁଆ refilling କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ । ବାତ୍ୟାର ସମ୍ଭାବନା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକୁ ପୂର୍ବ ପରି ଅକ୍‌ସିଜେନ ଯୋଗାଣ ଜାରି ରହିବ ବୋଲି ସେ କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା , ଡିଜି ଶ୍ରୀ ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଶ୍ରୀ ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଲୋକଙ୍କୁ ସ୍ଥାନାନ୍ତର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର। ଜିଲ୍ଲାପାଳ ଓ ଏସ୍‌.ପି ମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ୟାସର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍‌ ଭାବରେ ନିର୍ଣ୍ଣୟ ହୋଇନାହିଁ । ତେଣୁ ଆମର ସମସ୍ତ ଉପକୂଳବର୍ତ୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଯଥା – ODRAF, NDRF, Road Clearing Machines ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ ସବୁଠାରୁ କମ୍‌ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା । ଏହାସହିତ ଅକ୍‌ସିଜେନ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ, ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ଗର୍ଭବତୀ ମହିଳା ମାନଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସେମାନେ କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା , ଡିଜି ଶ୍ରୀ ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୭୬: ସୁସ୍ଥ ହେଲେ ୯୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୯୫୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୪ ହଜାର ୮୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୫୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ୩୧୮ ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ଆଜି ୨୪୪

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ୩୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୪୯ଜଣ, ତିର୍ତ୍ତୋଲ ବ୍ଲକରୁ ୪୦ ଜଣ , ରଘୁନାଥପୁର ବ୍ଲକରୁ ୪୦ ଜଣ ,ବିରିଡ଼ି ବ୍ଲକରୁ ୩୬ଜଣ, କୁଜଙ୍ଗ ବ୍ଲକରୁ ୨୯ଜଣ, ନାଉଗାଁ ବ୍ଲକରୁ ୨୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୬ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୧୫ଜଣ ଓ ଏରସମା ବ୍ଲକରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୪୯୩୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୬୦ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୨୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୩୩୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୦୩ ଜଣ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୦୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୧ ଜଣ ,ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୧୦୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ରବିବାର ଥିବାରୁ ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ତେଣୁ ଟୀକା ପାଇଁ ଲୋକେ ଘରୁ ନବାହାରିବା ଲାଗି ସ୍ୱାସ୍ଥ୍ୟ ଅଧିକାରୀମାନେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଥର କୋଭିଡ ରିପୋର୍ଟ ସହଜରେ ଜାଣିବା ପାଇଁ କରନ୍ତୁ ଏଭଳି ଉପାୟ

ଭୁବନେଶ୍ବର: ଏଥର କୋଭିଡ ରିପୋର୍ଟ ଜାଣିବା ସହଜ ହୋଇଛି। କୋଭିଡ ୱେବସାଇଟ ମାଧ୍ୟମରେ ନିଜର ରିପୋର୍ଟ ଜାଣିହେବ। ସେଥିପାଇଁ ପ୍ରଥମେ https://covid19.odisha.gov.in/ ୱେବସାଇଟକୁ ଯିବାକୁ ପଡିବ। ତାପରେ “Know your Covid Test Status” ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ। ତାପରେ ନିଜର ପଞ୍ଜୀକୃତ ମୋବାଇଲ ନମ୍ବର ଏବଂ ଏସଆରଏଫ ନମ୍ବର ଟାଇପ କରି Submit କରିବାକୁ ପଡିବ। ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ। ଓଟିପି ଦେଲା ପରେ ଆପଣଙ୍କ ନିକଟକୁ ସବିଶେଷ ରିପୋର୍ଟ ଆସିଯିବ। ଏନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ସ୍ବାସ୍ଥ୍ୟ

ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ଏଫଆଇଏଚ ପ୍ରେସିଡେନ୍ସ ଆୱାର୍ଡ

ଭୁବନେଶ୍ବର: ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ପ୍ରେସିଡେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ଇଣ୍ଟରନ୍ୟାସନାଲ ହକି ଫେଡେରେସନ ପକ୍ଷରୁ ଶ୍ରୀ ପାଣ୍ଡିୟାନଙ୍କୁ ଏହି ଆୱାର୍ଡ ମିଳିଛି। ହକି କ୍ରିଡା ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ତେବେ ହକି ଇଣ୍ଡିଆ ଏନେଇ ଶ୍ରୀ ପାଣ୍ଡିୟାନଙ୍କୁ ଅଭିନନ୍ଦନ ଜଣାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ପରୀକ୍ଷାରେ ଆସିଲା ଭିନ୍ନ ଭିନ୍ନ ରିପୋର୍ଟ: ଉତ୍ୟକ୍ତ ଲୋକେ ସ୍ଵାସ୍ଥ୍ୟକର୍ମୀଙ୍କୁ ରଖିଲେ ଅଟକ

ଚାନ୍ଦପୁର /ନୟାଗଡ: କୋଭିଡ ପରୀକ୍ଷାରେ ଭିନ୍ନ ଭିନ୍ନ ରିପୋର୍ଟ ଆସିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରୀକ୍ଷା କରିବାକୁ ଯାଇଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝଲିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଗତ ୩ ଦିନ ତଳେ ମୟୁରଝଲିଆ ଗ୍ରାମର ୨୪ ଜଣଙ୍କର ଆରଟିପିସିଆର ପରୀକ୍ଷା କରାଯାଇଥିଲା। କୋଭିଡ ଟେଷ୍ଟ ବେଳେ ୨୪ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା।

କିନ୍ତୁ ରିପୋର୍ଟକୁ ସନ୍ଦେହ କରି ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତି ପୁନର୍ବାର ରଣପୁରରେ କୋଭିଡ ପରୀକ୍ଷା କରିଥିଲେ। ସେଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଉତ୍ତେଜିତ ହୋଇ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବନ୍ଧକ କରିଥିଲେ। ଏପରିକି ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କୁ ମଧ୍ୟ ଅଟକ ରଖିଥିଲେ।

ତେବେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ତହସିଲଦାର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ।

ଅପରପକ୍ଷେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ ଲିଖିତ ଅଭିଯୋଗ କ୍ରମେ ଚାନ୍ଦପୁର ପୋଲିସ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କେସ ନମ୍ବର ୭୨/୨୧ ରେ ମାମଲା ରୁଜୁ ହୋଇଛି। ଏନେଇ  ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ୟଶ’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ନିର୍ଦ୍ଦେଶ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ୟଶ’କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ କମ ସଂଖ୍ୟକ ଲୋକଙ୍କୁ ରଖିବା ପାଇଁ କୁହାଯାଇଛି। ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣରେ ଅସୁବିଧା ନହେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

ହସ୍ପିଟାଲରେ ଯେଭଳି ବିଦ୍ୟୁତ ସମସ୍ୟା ନହେବ ସେଥିଲାଗି ପଦକ୍ଷେପ ନେବା ଲାଗି କୁହାଯାଇଛି। ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୬୦୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୩୮୫, କଟକରୁ ୯୨୭, ଅନୁଗୁଳରୁ ୫୫୬, ସୁନ୍ଦରଗଡରୁ ୫୧୫, ବାଲେଶ୍ବରରୁ ୫୦୧, ସମ୍ବଲପୁରରୁ ୪୯୩, ପୁରୀରୁ ୪୬୯, ମୟୂରଭଞ୍ଜରୁ ୪୬୪, ବଲାଙ୍ଗୀରିରୁ ୪୫୯, ଝାରସୁଗୁଡାରୁ ୩୯୭, ବରଗଡରୁ ୩୮୧, ଯାଜପୁରରୁ ୩୫୪, ନବରଙ୍ଗପୁରରୁ ୩୨୯, ନୟାଗଡରୁ ୨୮୭, କଳାହାଣ୍ଡିରୁ ୨୫୯, ଗଞ୍ଜାମରୁ ୨୪୭, ନୂଆପଡାରୁ ୨୪୭, ଜଗତସିଂହପୁରରୁ ୨୪୪, କେନ୍ଦୁଝରରୁ ୨୩୦,ଭଦ୍ରକରୁ ୨୧୧୬, ଢେଙ୍କାନାଳରୁ ୨୧୨, କୋରାପୁଟରୁ ୧୫୮, ସୋନପୁରରୁ ୧୫୬, ବୌଦ୍ଧରୁ ୧୫୨, କେନ୍ଦ୍ରାପଡାରୁ ୧୪୭, ରାୟଗଡାରୁ ୧୨୮, ଗଜପତିରୁ ୧୨୬, ମାଲକାନଗିରିରୁ ୧୦୧, ଦେବଗଡରୁ ୧୦୦, କନ୍ଧମାଳରୁ ୯୫ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୭୭ ହଜାର ୯୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୬୭ ହଜାର ୩୮୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୬୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୫୬ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟୁଇଟରରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗ: ପୂର୍ବତନ ଛାତ୍ର ନେତା ଶରଜୀଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଶରଜୀଲ ଉସମାନୀ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏକ ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗରେ ଉସମାନୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଏହି ଟ୍ବିଟକୁ ନେଇ ଭାରତୀୟ ଜନତା ପାର୍ଟିର ଏକ ନେତାଙ୍କ ଅଭିଯୋଗ ପରେ ଧାରା ୫୦୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହା ପୂର୍ବରୁ ଗତ ମେ’ ୨୦ ତାରିଖ ଦିନ ମହାରାଷ୍ଟ୍ର ଜାଳନା ଜିଲ୍ଲାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ ସାମାଜିକ ଗଣମାଧ୍ୟମରେ ଏକ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଉସମାନୀ ହିନ୍ଦୁ ଦେବତା ଶ୍ରୀରାମଙ୍କ ଉପରେ ବିବାଦୀୟ ଭାଷା ଲେଖିଥିବାର ଅଭିଯୋଗ ହୋଇଥିଲା। ତେଣୁ ସେ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାର ହିନ୍ଦୁ ଜାଗରଣ ମଞ୍ଚର ଜଣେ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୱାନ୍ ଷ୍ଟପ୍ କେନ୍ଦ୍ର ଜରିଆରେ ଦେଶର 3 ଲକ୍ଷ ମହିଳାଙ୍କୁ ସହାୟତା, ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି 31ଟି

ନୂଆଦିଲ୍ଲୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ୍ ଷ୍ଟପ୍ କେନ୍ଦ୍ର ବା ଓଏସସି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା, 35ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ 701ଟି ଓଏସସି କାର୍ଯ୍ୟକ୍ଷମ ହୋଇସାରିଛି।

ଏଥିମଧ୍ୟରୁ ଓଡ଼ିଶାରେ 31ଟି କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ, ବରଗଡ଼, ବାଲେଶ୍ବର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଭୁବନେଶ୍ବର ମହିଳା ହେଲ୍ପଲାଇନ।

ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ଜରିଆରେ ଏପ୍ରିଲ ପହିଲା 2015 ଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଉଭୟ ଘରୋଇ ଏବଂ ସର୍ବସାଧାରଣ ସ୍ଥାନରେ ହିଂସାର ଶିକାର ହୋଇ ଚାପରେ ରହୁଥିବା ମହିଳାମାନଙ୍କୁ ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ସମନ୍ୱିତ ସହାୟତା ଓ ସମର୍ଥନ ଯୋଗାଇ ଦିଆଯାଉଛି। ଯେ କୌଣସି ପ୍ରକାରର ହିଂସା ବିରୋଧରେ ଲଢ଼େଇ କରିବା ଲାଗି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସେବା ଯେପରିକି ପୁଲିସ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଓ ପରାମର୍ଶ, ମାନସିକ ପରାମର୍ଶ ଆଦି ତୁରନ୍ତ, ଜରୁରିକାଳୀନ ଓ ଅଣ-ଜରୁରିକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉଛି।

କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତିରେ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପଡ଼ିଥିବା କିମ୍ବା ହିଂସାର ଶିକାର ହୋଇଥିବା ମହିଳାମାନେ ଦ୍ରୁତ ସହାୟତା ଓ ସେବା ପାଇଁ ନିକଟସ୍ଥ ଓଏସସିରେ ଯୋଗାଯୋଗ କରିପାରିବେ। ଲକଡାଉନ ଅବଧି ମଧ୍ୟରେ ୱାନ୍ ଷ୍ଟପ୍ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ, ପ୍ରଶାସକ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଖୋଲା ରହିବା ସମୟରେ ଏହି ସବୁ କେନ୍ଦ୍ରରେ କୋଭିଡ-19 ମୁକାବିଲା ପାଇଁ ଆବଶ୍ୟକ ସାନିଟାଇଜର, ସାବୁନ, ମାସ୍କ ଆଦି ସାମଗ୍ରୀ ରଖାଯିବ।

Categories
ଆଜିର ଖବର ଆଞ୍ଚଳିକ

ସଟଡ଼ାଉନରେ ଦୋକାନ ଖୋଲିବା ପଡିଲା ମହଙ୍ଗା: ବାଣପୁରରେ ୭ଦିନ ପାଇଁ ସିଲ୍ ହେଲା ୨ଟି ଦୋକାନ

ସୀତାରାମ ଅଗ୍ରୱାଲ

ବାଣପୁର: ସପ୍ତାହନ୍ତ ସଟଡ଼ାଉନ ସମୟରେ ଦୋକାନ ଖୋଲିବା ମହଙ୍ଗା ପଡିଛି। ସ୍ଥାନୀୟ ପ୍ରଶାସନ ଏନେଇ ଦୁଇଟି ଦୋକାନକୁ ସିଲ୍ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି।

ଗତକାଲି ସନ୍ଧ୍ୟାସମୟରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସହରର ବିଭିନ୍ନ ଅଞ୍ଚଳ ପଇଁତରା ମାରୁଥିବାବେଳେ ପଲଟନ ପଡିଆ ଛକ ନିକଟରେ ଏକ ଦୋକାନ ଖୋଲା ଥିବା ଦେଖିବାକୁ ପାଇଥିଲେ। ତେବେ ଏହା ଦେଖି ଶ୍ରୀ ମହାନ୍ତି ସମ୍ପୃକ୍ତ ଦୋକାନୀଙ୍କୁ ଜରିମାନା ଦେବାପାଇଁ କହିବାରୁ ଜନୈକ ଦୋକାନୀ ଏହାକୁ ବିରୋଧ କରିବା ସହ ପ୍ରଶାସନକୁ ଅବମାନନା କରିଥିବାର ଅଭିଯୋଗ ହୋଇଛି।

ଅନୁରୂପ ଭାବେ ଆଜି ସପ୍ତାହନ୍ତ ସଟ ଡ଼ାଉନ ଥିବାରୁ ମେଡ଼ିସିନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବା କଥା। କିନ୍ତୁ ଆଜି ପୁଣି ସମ୍ପୃକ୍ତ ଅଞ୍ଚଳର ଆଉ ଗୋଟେ ଦୋକାନ ଖୋଲାଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ପୋଲିସର ଉପସ୍ଥିତିରେ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ଗୋଟି ଦୋକାନକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀସିଲ୍ କରିଛନ୍ତି।

ବାଣପୁରରେ କରୋନା ଗ୍ରାଫ ବଢୁଥିବାବେଳେ ଅମାନିଆଙ୍କ ଲାଗି ଏହା ଘାତକ ସାବ୍ୟସ୍ତ ହେଉଛି। ଅନେକ ଦୋକାନୀ କୋଭିଡ ଗାଇଡଲାଇନକୁ ଅବମାନନା କରି ଦୋକାନ ଖୋଲୁଥିବାର ଅଭିଯୋଗ ହେଉଛି।

ତେବେ ଆସନ୍ତା ସୋମବାରଠାରୁ ଯେଉଁ ଦୋକାନୀମାନେ ଗାଇଡ଼ଲାଇନ ଅବମାନନା କରିବେ, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ଘରେ ବସି ଅନ ଲାଇନରୁ ପାଇପାରିବେ କରୋନା ଟେଷ୍ଟ ରିପୋର୍ଟ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର, ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବା ସହ ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ।

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ।”

ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, “ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ। ଯେଉଁଠାରେ ଲୋକମାନଙ୍କୁ ପ୍ରତିଦିନ ସେବା ଯୋଗାଇ ଦିଆଯିବ। ଯାହା ଆମର କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆହୁରି ଦୃଢତା ଭରିବ।”

ପରୀକ୍ଷା ରିପୋର୍ଟ ଅତ୍ୟନ୍ତ ସୁବିଧାଜନକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘5T’ ଅଧୀନରେ ଏହି ଆରଟି ପିସିଆର ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି। ଜନସାଧାରଣଙ୍କ ସୁବିଧା ପାଇଁ https://covid19regd.odisha.gov.in/SamplCollectionDetails.aspx ୱେବସାଇଟକୁ https://statedashboard.odisha.gov.in ସହିତ ସଂଯୋଗ କରାଯାଇଛି।

ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର କହିଛନ୍ତି, “ଅନେକ ସମୟରେ ଲୋକମାନେ କୋଭିଡ ରିପୋର୍ଟ ପାଇବା ପାଇଁ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର କଠିନ ସମୟରେ ନିଜ ନମୁନା ପରୀକ୍ଷା ରିପୋର୍ଟ ଜାଣିବା ନେଇ ଉତ୍କଣ୍ଠା ରହିବା ସ୍ୱାଭାବିକ ଏବଂ ଲୋକମାନେ ନମୁନା ପରୀକ୍ଷା ପାଇଁ ଦେଇ ସଙ୍ଗେସଙ୍ଗେ ରିପୋର୍ଟ ଆଶା କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ଆମେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ। ଏହି ସୁବିଧା ଗ୍ରାମପଞ୍ଚାୟତସ୍ତରରେ ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ କରାଯାଇଛି।”

Categories
ଜାତୀୟ ଖବର ବିଶେଷ ଖବର

‘ରାମ ଭରସା’ : ଆହ୍ଲାବାଦ ହାଇକୋର୍ଟଙ୍କର ରାୟକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, କହିଲେ ଏହା ପରାମର୍ଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା  ଚିକିତ୍ସାଳୟଗୁଡିକରେ ଯେଉଁ ଚିକିତ୍ସା ଚାଲିଛି ତାହା ‘ରାମ ଭରସା’ ରେ ଚାଲିଛି। ଏକ ରାୟରେ ଏହିପରି କହିଥିଲେ ଆହ୍ଲାବାଦ ହାଇକୋର୍ଟ। ଆଜି ହାଇକୋର୍ଟଙ୍କର ଏପରି ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି।

ସୁପ୍ରିମ କୋର୍ଟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ରାୟ ଭାବରେ ନୁହେଁ ବରଂ ପରାମର୍ଶ ଭାବରେ ଗ୍ରହଣ କରାଯିବା ଉଚିତ। ଅନ୍ୟପକ୍ଷରେ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେବାଠାରୁ ଦୂରେଇ ରହିବା ଉଚିତ, ଯାହା କାର୍ଯ୍ୟକାରୀ କରିବା କଷ୍ଟକର।

ଏକ ପିଆଇଏଲ ଶୁଣାଣି କରି ହାଇକୋର୍ଟ ଗତ ମଇ 17 ତାରିଖ ଆଦେଶରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନେଇ ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ, 20 ରୁ ଅଧିକ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ନର୍ସିଂହୋମ ଏବଂ ଡାକ୍ତରଖାନାରେ ଅତି କମରେ 40 ପ୍ରତିଶତ ଆଇସିୟୁ ଶଯ୍ୟା ରହିବା ଆବଶ୍ୟକ। ସେହିପରି 30 ରୁ ଅଧିକ ବେଡ ଥିବା ପ୍ରତିଟି ନର୍ସିହୋମ ବା ଡାକ୍ତରଖାନାରେ ଅମ୍ଲଜାନ ପ୍ଲାଣ୍ଟ ମଧ୍ୟ ରହିବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟର ସମସ୍ତ ବି ଏବଂ ସି ଗ୍ରେଡ୍ ସହରକୁ ଅତି କମରେ 20ଟି ଆମ୍ବୁଲାନ୍ସ ଏବଂ ଗାଁକୁ ଦୁଇଟି ଆମ୍ବୁଲାନ୍ସ ଦିଆଯାଉ। ଏସବୁ ଏକ ମାସ ମଧ୍ୟରେ ରାଜ୍ୟ ସରକାର କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ରାୟ ବର୍ତ୍ତମାନ ପରିସ୍ଥିତିରେ କରିବା ସମ୍ଭବ ହେବ ନାହିଁ ବୋଲି ଦର୍ଶାଇ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ଜଷ୍ଟିସ ବିନିତ ସରନ ଏବଂ ଜଷ୍ଟିସ ବି.ଆର ଗାଭାଇଙ୍କ ଛୁଟି ବେଞ୍ଚ ଏହି ଆଦେଶ ଜାରି କରିଛନ୍ତି।

ଲାଇଭ ଲ ଅନୁଯାୟୀ ୟୁପି ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏକ ମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମରେ ଆଇସିୟୁ ସୁବିଧା ସହିତ ଦୁଇଟି ଆମ୍ବୁଲାନ୍ସ ଯୋଗାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର, କାରଣ ଉତ୍ତରପ୍ରଦେଶରେ ପ୍ରାୟ 97,000 ଗାଁ ଅଛି।

ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସେ କହିଛନ୍ତି ଯେ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଟିକା ଉତ୍ପାଦନର ପଦ୍ଧତି ଗ୍ରହଣ କରି ଅନ୍ୟ କମ୍ପାନୀମାନଙ୍କୁ ଏହାକୁ ଉତ୍ପାଦନ କରିବାକୁ କୁହନ୍ତୁ ଯାହା ଦ୍ବାରା ଟୀକାକରଣ ତ୍ୱରାନ୍ୱିତ ହୋଇପାରିବ।

ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କରୋନା ମହାମାରୀ ସଂପର୍କରେ ଆହ୍ଲାବାଦ ସମେତ ବିଭିନ୍ନ ହାଇକୋର୍ଟଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ। ହେଲେ କୋର୍ଟ ଏପରି ଆଦେଶ ପାସ କରିବା ଉଚିତ୍ ନୁହେଁ ଯାହା କାର୍ଯ୍ୟକାରୀ ହେବାରେ କଷ୍ଟଦାୟକ ହେବ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଅନେକ ଥର ଏହା ଘଟେ ଯେ ସାଧାରଣ ଲୋକଙ୍କ ଦୁଃଖକୁ ଦୃଷ୍ଟିରେ ରଖି କୋର୍ଟ ସେମାନଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ଏପରି ନିର୍ଦ୍ଦେଶ ଦେଇଥାନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ସମସ୍ୟା ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରଭାବ ସହିତ ଜଡିତ ସେପରି କ୍ଷେତ୍ରରେ ରାୟ ଦେବା ବେଳେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖି ଉତ୍ତରପ୍ରଦେଶ ସରକାର ଏହାକୁ ପରାମର୍ଶ ଭାବରେ ଗ୍ରହଣ କରିବାକୁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଦାବି କରିଛନ୍ତି ଯେ କରୋନା ସମ୍ବନ୍ଧୀୟ ମାମଲା କେବଳ ପ୍ରଧାନ ବିଚାରପତିଙ୍କ ବେଞ୍ଚ ଦ୍ୱାରା ହାଇକୋର୍ଟରେ ଶୁଣାଣି କରାଯାଉ, କିନ୍ତୁ ସୁପ୍ରିମକୋର୍ଟ ଏ ବାବଦରେ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ଅଘଟଣ: ଜମିକୁ ଚାଷ କରିବାକୁ ଯାଇଥିବା ଯୁବକଙ୍କ ବଜ୍ରାଘାତରେ ହେଲା ମୃତ୍ୟୁ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁରରେ ଏକ ଅଘଟଣ ଘଟିଯାଇଛି। ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମର ସଂଜିତ୍ ରଂଜନ ସେନାପତି ଚାଷ କାମ ପାଇଁ ନିଜ ଜମିକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ଜମିରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨୫ ରେ ଅତି ଭୀଷଣ ବାତ୍ୟାରେ ରୂପ ନେବ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ। ୨୫ ତାରିଖରେ ଏହା ଅତି ଭୀଷଣ ବାତ୍ୟାର ରୂପାନ୍ତରିତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରିବ। ଉପକୂଳ ଛୁଇଁଲା ବେଳକୁ ପବନର ବେଗ ୧୨୦ ରୁ ୧୬୫ କିମି ରହିବ ବୋଲି ଅନୁମାନ କରାଯାଉଛି। ସ୍ଥଳ ବିଶେଷରେ ପବନର ବେଗ ୧୮୫ କିମି ରହିବ ବୋଲି ଅନୁମାନ କରାଯାଉଛି। ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଏହା ପ୍ରଭାବିତ କରିବ। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।