Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ରାଜ୍ୟ ଖବର

ବଜେଟ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-2025 ବର୍ଷ ପାଇଁ ଓଡିଶା ବଜେଟ  ଉପସ୍ଥାପାନା କରିଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟନସଭା ପରିସରରେ ଥିବା ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇ ବଜେଟ ଗେଜେଟ ପ୍ରଦାନ କରିଛନ୍ତି। ବିଧାନସଭାର ନିୟମ ଅନୁସାରେ ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀମାନେ ବାଚସ୍ପତିଙ୍କୁ ଭେଟି ଏହି ବଜେଟ ପ୍ରଦାନ କରିଥାନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ, ଜଳସେଚନ, ଗ୍ରାମ୍ଯ ଉନ୍ନୟନ, ସହରାଞ୍ଚଳ ବିକାଶ, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଅନୂସୁଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ତଥା ସମସ୍ତ ବର୍ଗର ବିକାଶ ନିମନ୍ତେ ଗୁରୁତ୍ଵାରୋପ କରାଯାଇଛି।

ଏଥିରେ ମହିଳା ସଶକ୍ତିକରଣ ନିମନ୍ତେ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁଭଦ୍ରା ଯୋଜନା ନିମନ୍ତେ ୧୦ ହଜାର କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ତଥା କୃଷି ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ୩୩, ୯୧୯ କୋଟି ଟଙ୍କା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ୧୪,୧୧୧ କୋଟି ଟଙ୍କା, ଗ୍ରାମ୍ଯ ଉନ୍ନୟନ ନିମନ୍ତେ ୩୬,୬୭୩ ଟଙ୍କା ଏବଂ ସହରାଞ୍ଚଳ ବିକାଶ ନିମନ୍ତେ ୯,୬୧୬ ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ସର୍ବଦଳୀୟ ବୈଠକ: ଯୋଗ ଦେଲା ନାହିଁ କଂଗ୍ରେସ, କ୍ଷୋଭ ପ୍ରକାଶ କଲେ ବିଧାୟକ ତାରା

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବାହସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା।

ଶାନ୍ତି ଶୃଙ୍ଖଳା ସହ ଅଧିବେସନ ‌ସମ୍ପନ୍ନ କରିବାକୁ ବୈଠକରେ ଆଲୋଚନା କରାଯାଇଥିବା ବାଚସ୍ପତି ସୁରମା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଅଧିବେସନ ଆରମ୍ଭ ହେବ।

ତେବେ ସର୍ବଦଳୀୟ ବୈଠକରେ କଂଗ୍ରେସର କୌଣସି ସଦସ୍ୟ ଯୋଗ ଦେଇପାରିନଥିବାରୁ ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବି। ମତେ ନେତା ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନି।

ସେପଟେ ସର୍ବଦଳୀୟ ବୈଠକରେ ଯୋଗ ଦେବାପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଠାତ୍ ନବୀନ ନିବାସରେ ପହଞ୍ଚି ଅନୁରୋଧ କରିଥିଲେ। ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେଇ ଓଡିଶା ବିକାଶ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।
Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଣିକି ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବ, ଆରମ୍ଭ ହେଲା ଇ-ବିଧାନ ତାଲିମ ଶିବିର

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ଫଳ ସ୍ୱରୂପ ଜାତୀୟ ଇନ୍‌ଫର୍‌ମେଟିକ୍‌ ସେଣ୍ଟର (ଏନ୍‌ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ସିଏସ୍‌ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି।

ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବା ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବ। ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବ । ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସମସ୍ତ ବିଲ୍‌ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନେଭା ମାଧ୍ୟମରେ ସହଜ ଓ ସରଳ ହୋଇପାରିବ।

କୃତି୍ରମ ବୁଦ୍ଧିମତ୍ତାର ପରିସର ଯେପରି ବ୍ୟାପକ ହେବାରେ ଲାଗିଛି। ଏହି ପ୍ରକଳ୍ପକୁ ଆମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ପଡ଼ିବ, ନହେଲେ ବୈଷୟିକ ଦୃଷ୍ଟିରୁ ଆମେ ପଛରେ ପଡ଼ିଯିବା। ଆଗାମୀ ଦିନରେ ନେଭା କାର୍ଯ୍ୟକ୍ରମକୁ କାଗଜମୁକ୍ତ କରାଯିବା ଫଳରେ ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ରର ଆଭିମୁଖ୍ୟ ହାସଲ ହୋଇପାରିବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ।

ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ କହିଲେ ଯେ ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁଥିବା ବିଧାନସଭାର କାର୍ଯ୍ୟଧାରା କାଗଜମୁକ୍ତ ହୋଇପାରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଫଳରେ ସମସ୍ତ କାର୍ଯ୍ୟ ସମୟସାପେକ୍ଷ ଓ ସ୍ୱଚ୍ଛ ହୋଇପାରିବ। ନେଭା ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି କାଗଜମୁକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା। ଆମର ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କର ଭୂମିକା ଏ କ୍ଷେତ୍ରରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ରାଜ୍ୟ ଉନ୍‌ଫର୍‌ମେଟିକ୍‌ ଅଫିସର ଡ. ଅଶୋକ କୁମାର ହୋତା କହିଲେ ଯେ ନେଭା ଆପ୍ଲିକେସନ୍‌ ହେଉଛି ବିଧାନସଭାରେ କାଗଜମୁକ୍ତ କାର୍ଯ୍ୟକ୍ରମର ଏକ ଅଭିଯାନ। ଏହି ଯୋଜନା ମାଧ୍ୟମରେ ଜିଲ୍ଲାସ୍ତରଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଇପାରିବ।

ଏହି ଅବସରରେ ବାଚସ୍ପତି ସମାପ୍ତ ହୋଇଥିବା ନିର୍ବାଚନ କାର୍ଯ୍ୟରେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କ ସମ୍ବର୍ଦ୍ଧିତ କରିଥିଲେ। ବିଧାନସଭା ଦାୟିତ୍ୱରେ ଥିବା ଏନ୍‌ଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାର ବାଚସ୍ପତି ହେବା ପରେ ରଣପୁର ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ସୁରମା ପାଢ଼ୀ

ରଣପୁର: ଓଡିଶା ବିଧାନସଭାର ବାଚଷ୍ପତି ହେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଏକ ଦିନିକିଆ ଗସ୍ତରେ ଆସିଛନ୍ତି ସୁରମା ପାଢ଼ୀ। ପ୍ରଥମେ ଚମ୍ପାଗଡ଼ ଠାରେ ସୁରମା ପାଢ଼ୀ ପହଞ୍ଚିବା ପରେ ଦଳୀୟ କର୍ମୀ ମାନେ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ବିରାଟ ପଟୁଆରରେ ସ୍ଥାନୀୟ ଜଣ ସାଧାରଣ ବାଚସ୍ପତିଙ୍କୁ ପାଛୋଟି ନେଇଥିଲେ।

ଏହା ପରେ ସୁରମା ପାଢ଼ୀଙ୍କୁ ଭେଟିବା ପାଇଁ ସ୍ଥାନିୟ ଅଂଚଳର ସହ ସହ ଜନ ସାଧାରଣ କଟକ ସହର, ବେଣ୍ଟ କନ୍ଧ ନୟାଗଡ଼ ଛକ ଠାରେ ଅପେକ୍ଷା କରିଥିଲେ। ସୁରମା ପାଢ଼ୀ ଗାଡିରୁ ଓହ୍ଲାଇ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ। ଏହା ପରେ କନ୍ଧ ନୟାଗଡ଼ ହନୁମାନ ମନ୍ଦିରରେ ଶ୍ରୀ ହନୁମାନଙ୍କୁ ଦର୍ଶନ କରିବା ସହ ଦୀପ ଦାନ କରି ଓଡିଶା ବାସୀଙ୍କର ଶୁଭ ମନାସୀ ଥିଲେ।

ଏହା ପରେ ସେ ଚାନ୍ଦପୁର, କେରଣ୍ଡା ଟାଙ୍ଗୀ, ରାଇପଡା ଆଦି ଗ୍ରାମ ଗସ୍ତ କରିଥିଲେ। ଶହ ଶହ ଜନ ସାଧାରଣ ରାସ୍ତା ପାର୍ଶ୍ଵରେ ରହି ସୁରମା ପାଢ଼ିଙ୍କୁ ସ୍ୱାଗତ ଜଣାଇଥିଲେ। ଏହା ସହ ଖଣ୍ଡିଆ ବନ୍ଧ ଠାରେ ଅନୁଷ୍ଠିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ବାଚସ୍ପତି ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ର ରେ ବିଜେପି ନେତା ସୁବର୍ଣ୍ଣ ସିଂ, ପ୍ରଦୀପ ସେନାପତି, ଅମୁଲ୍ୟ ସାହୁ, ଗୋପାଳ ନାୟକ, ବେଣୁଧର ରଣା, ନିର୍ମଳ ମତ୍ତଗଜ ସିଂ, ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡ଼ିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସୁରମା ପାଢୀ

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭାକୁ ନୂଆ ବାଚସ୍ପତି ମିଳିଛନ୍ତି। ବରିଷ୍ଠ ବିଜେପି ବିଧାୟିକା ସୁରମା ପାଢ଼ୀ ଆଜି ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁର ବିଧାୟିକା ସୁରମା ଆଜି ଓଡିଶା ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତିକ୍ରମେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ବାଚସ୍ପତି ଭାବେ ସୁରମ ନିର୍ବାଚିତ ହେବା ପରେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ବାଚସ୍ପତି ଗୃହ ପରିଚାଳନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାର ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢ଼ୀ

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଆଜି ୧୬ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୂଆ ସରକାରରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି।

ମୋହନ୍‌ ସରକାରରେ ୮ ଜଣ କ୍ୟାବିନେଟ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ ପରେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଘୋଷଣା କରାଯାଇଛି। ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି ଭାବେ ମନୋନୀତ କରିଛି।

Categories
ଆଞ୍ଚଳିକ

ମା’ ଉଗ୍ରତାରାଙ୍କ ଦର୍ଶନ କରି ରାଜ୍ୟର ମଙ୍ଗଳ କାମନା କଲେ ରଣପୁର ବିଧାୟିକା ସୁରମା ପାଢ଼ୀ

ଟାଙ୍ଗୀ: ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ। ବିଜେପି ଟିକେଟରେ ତିନିଥର ନିର୍ବାଚନ ଲଢ଼ି ପରାଜୟ ହାସଲ କରିଥିଲେ ମଧ୍ୟ ସେ ନିର୍ବାଚନ ମଣ୍ଡଳୀ ଛାଡି ନଥିଲେ। ତେବେ ଚଳିତ ଥର ବିପୁଳ ବିଜୟ ପରେ ରଣପୁର ବିଧାୟିକା ସୁରମା ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ମୂଳିଝର ଗଡ଼ସ୍ଥିତ ମା’ ଉଗ୍ରତାରା ମନ୍ଦିରରେ ପହଁଚି ମା ଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ରାଜ୍ୟର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ପ୍ରଣିପାତ କରିଛନ୍ତି। ଏହି ଅବସରରେ ବିଧାୟିକା ସୁରମା ପାଢ଼ୀଙ୍କ ସହ ପୂର୍ବତନ ରଣପୁର ବ୍ଳକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୁବନେତା ପ୍ରମୋଦ କୁମାର ସାହୁ, ମଣ୍ଡଳ ସଭାପତି ସୁବର୍ଣ୍ଣ କୁମାର ସିଂ, ନିର୍ମଳ କୁମାର ମତଗଜ ସିଂ, ଯୁବନେତା ଦୁର୍ଗା ଶଙ୍କର ସିଂ ଦେଓ, ବିକ୍ରମ ସାହୁ, ସଞ୍ଜୟ ସିଂ, କୈଳାସ ସାହୁ, ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରଣପୁରରେ ସୁରମା ପାଢୀଙ୍କୁ ନେଇ ବେଶ୍ ଉତ୍ସାହିତ କର୍ମି, ତେବେ ଜିତିବା ପାଇଁ ନୁହେଁ

ରଣପୁର: ବିଧାନସଭା ନିର୍ବାଚନରେ ରଣପୁର ଆସନରୁ ବିଜେପି ପ୍ରାର୍ଥୀନୀ ସୁରମା ପାଢୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟନାରାୟଣ ପ୍ରଧାନ (ବାଦଲ) କୁ ୧୫୩୪୬ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହା ପରେ ସୁରମା ଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ବିଜେଡି ମହଲରେ ନୈରାସ୍ୟ ଭାବ ଖେଳିଯାଇଛି ।

ଚଳିତ ବିଧାନସଭା ନିର୍ବାଚନରେ ବିଜେପି ,ବିଜେଡି , କଂଗ୍ରେସ .ସିପିଏମ ସହ ୭ ଜଣ ପ୍ରାର୍ଥୀ ପ୍ରତିନ୍ଦନ୍ଦିତା କରୁଥିଲେ। ଏହି ନିର୍ବାର୍ଚନରେ ବିଜେପି ପ୍ରାର୍ଥୀ ସୁରମା ପାଢୀ ମୋଟ ୮୧୦୦୨ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସତ୍ୟନାରାୟଣ ପ୍ରଧାନ ୬୫୬୫୬ ଖଣ୍ଡ ଭୋଟ ପାଇଥିଲେ । ଯାହାଫଳରେ ସୁରମା ସତ୍ୟନାରାୟଣଙ୍କଠାରୁ ୧୫୩୪୬ ଭୋଟ ଅଧିକା ପାଇଁ ବିଜୟୀ ଲାଭ କରିଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ପ୍ରାଥୀ ର୍ ବିଭୁପ୍ରସାଦ ମିଶ୍ର ୪୯୧୨ ଭୋଟ ପାଇଛନ୍ତି ।

୨୦୦୦ ମସିହାରେ ବିଜେପି ବିଜେଡି ମେଣ୍ଟ ହୋଇଥିଲା । ସେତେବେଳେ ମେଣ୍ଟ ତରଫରୁ ରଣପୁରର ବିଜେପି ପ୍ରାର୍ଥୀ ସୁରମା ପାଢୀ ହୋଇଥିଲେ । କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରମାକାନ୍ତ ମିଶ୍ର ଙ୍କ ଠରୁ ସୁରମା ପରାସ୍ତ ହୋଇଥିଲେ । ୨୦୦୪ ମସିହାରେ ପୁଣି ବିଜେପି ବିଜେଡି ମେଣ୍ଟ ତରଫରୁ ସୁରମା ପାଢୀ ପ୍ରାର୍ଥୀ ହୋଇ ରମାକାନ୍ତ ମିଶ୍ର ଙ୍କୁ ପରାସ୍ତ କରି ବିଧାନସଭାକୁ ଯାଇ ଗୁରୁତ୍ୱପୂର୍ଣ୍ଣ ସମାବାୟ ମନ୍ତ୍ରୀ ହୋଇଥିଲେ ।

ପରେ ୨୦୦୯ ରେ ବିଜେପି ବିଜେଡି ମେଟଂ ଭାଙ୍ଗି ଯାଇଥିଲା । ସେତେବେଳେ ସୁରମା ବିଜେପି ପ୍ରର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ସେ ୨୦୦୯ ରେ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ , ୨୦୧୪ ରେ ବିଜେଡି ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଓ ୨୦୧୯ ରେ ପୁଣି ସତ୍ୟନାରାୟଣ ପ୍ରଧାନ ଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ୨୦୨୪ ରେ ସୁରମାଙ୍କ ପାଇଁ ସୌଭାଗ୍ୟ ଆଣିଦେଇଛି ।

ଏବେ ସୁରମାଙ୍କ ବିଜୟ ପରେ କର୍ମିମାନେ ଖୁସି ହୋଇଛନ୍ତି ସତ, ହେଲେ ସୁରମା ଏଥର ମନ୍ତ୍ରୀ ହେବାର ସମ୍ଭାବନା ଥିବାରୁ ସେମାନେ ଆହୁରି ଅଧିକ ଖୁସି ହେଉଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରଣପୁର ଓ ପଟାଙ୍ଗୀରେ ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମା ପାଢୀଙ୍କ ଉପରେ ପୁଣି ଭରସା

ଭୁବନେଶ୍ବର: ଆଜି ବିଜେପି ଓଡିଶା ବିଧାନସଭା ପାଇଁ 21 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଏଥିରେ ପୂର୍ବରୁ ଘୋଷଣା ହୋଇଥିବା ରଣପୁର ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବରୁ ବିଜେପି ରଣପୁର ପାଇଁ ତାପସ ମାର୍ଥାଙ୍କ ନାମ ଘୋଷଣା କରିଥିଲା।

ହେଲେ ସେହି ଅଞ୍ଚଳର ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କୁ ଅବଜ୍ଞା କରାଯାଇଥିଲା। ଏହାର ପ୍ରତିବାଦ ପରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରି ସୁରମାଙ୍କ ଉପରେ ଭରସା କରିଛି।

ସେହିପରି ପଟାଙ୍ଗୀରେ ମଧ୍ୟ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ରଣପୁର ପଟାଙ୍ଗୀ ପରି ଆଉ କେତେକ ସ୍ଥାନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିପାରେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କନ୍ଧନୟାଗଡରେ ପୁଣି ବିଜେପି ନେତ୍ରୀ ସୁରମା ପାଢୀଙ୍କୁ କଳା ପତାକା ପ୍ରଦର୍ଶନ

ରଣପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରଣପୁର ନିର୍ବାଚନମଣ୍ଡଳୀ ଚଳଚଂଚଳ ହାଇଛି। ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ କନ୍ଧନୟାଗଡ ପଚାଂୟତରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ କଳା ପତକା ପ୍ରଦର୍ଶନ କରାଯାଇଛି। ୪ ଦିନ ତଳେ ବିଜେଡି ତରଫରୁ କନ୍ଧନୟାଗଡରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ବେଳେ ବିଜେପି ତରଫରୁ ସ୍ଥାନୀୟ ବିଧାୟକଙ୍କୁ କଳା ପତକା ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏବେ ପୁଣି ସେହି ପଚାଂୟତରେ ବିଜେଡି ତରଫରୁ ବିଜେପି ନେତ୍ରୀଙ୍କୁ କଳା ପତକା ପ୍ରଦର୍ଶନ କରାଯିବା ସହ ଗୋବ୍ୟାକ୍ ସ୍ଲୋଗାନ ଦିଆଯାଇଥିଲା। ସୋମବାର ଦିନ ଜଙ୍କିଆ ପଚାଂୟତରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ପୁଣି କନ୍ଧନୟାଗଡ ପଚାଂୟତରେ ଏହି ଘଟଣାର ପୁନରାବୃତ୍ତି ଘଟିଛି।

ଘଟଣାରୁ ପ୍ରକାଶ ଗତକାଲି ରଣପୁର ବ୍ଲକ ଚାନ୍ଦପୁର ପଚାଂୟତରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମ କନ୍ଧନୟାଗଡ ପଚାଂୟତରେ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,  ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ। କିନ୍ତୁ ସୁରମା ପାଢୀଙ୍କ ଯୋଗଦାନକୁ ବିଜେଡି ତରଫରୁ ଜୋରଦାର ବିରୋଧ କରାଯାଇଥିଲା। କେବଳ ନିର୍ବାଚିତ ପ୍ରତିନିଧି ମାନେ ଏହି ବୈଠକରେ ବସି ପାରିବେ ବୋଲି ମତ ଦେବା ସହ ସୁରମାଙ୍କୁ କଳାପତକା ଦେଖାଇବା ସହ ଗୋବ୍ୟାକ୍ ସ୍ଲୋଗାନ ଦେଇଥିଲେ।

ଖବର ପାଇଁ ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପହଚିଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଧାନ କିଣା ବିକାକୁ ନେଇ ବିଜେପିର ପ୍ରେସ ମିଟ୍: ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ସମବାୟ ମନ୍ତ୍ରୀ

ରଣପୁର: ଧାନ ମଣ୍ଡିରେ ଚାଲିଥିବା ଚାଷୀ ମାରଣ ନୀତି ବିରୁଦ୍ଧରେ ରଣପୁର ବିଜେପି ତରଫରୁ ଗତକାଲି ଅପରାହ୍ନରେ ଏକ ପ୍ରେସ ମିଟ ହୋଇଥିଲା। ଏହି ପ୍ରେସ ମିଟରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଓ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ ଠିକ ଭାବେ କିଣା ହୋଇ ପାରୁ ନ ଥିବା ତଥା ମନଇଚ୍ଛା କଟନୀ ଛଟନୀ ନେଇ ପ୍ରଶାସନ ଉପରେ ବାର୍ଷିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପାଢ଼ୀ। କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ଦାବି କରିଥିଲେ।

ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଧାନ ମଣ୍ଡି ଖୋଲିବା ନେଇ ଅହେତୁକ ବିଳମ୍ବ ହୋଇଥିଲା। ଧାନ ମଣ୍ଡି ଖୋଲିବା ପରେ ମଧ୍ୟ ସଠିକ ସମୟରେ ଉଚିତ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କିଣା ଯାଉ ନାହିଁ। ନୟାଗଡ ଜିଲ୍ଲାରେ ୧୫୩ ଟି ଧାନ ମଣ୍ଡି ଖୋଲା ଯାଇଛି। ଏହି ଧାନ ମଣ୍ଡିଗୁଡିକର ଉଦଘାଟନୀ ହେଲା ପରେ ମଧ୍ୟ ଚାଷୀମାନେ ମଣ୍ଡିର ସୁବିଧା ଠିକ ଭାବେ ପାଇ ପାରୁ ନାହାନ୍ତି। ବିଭିନ୍ନ ଟୋକନ ତାରିଖ ଆସିଥିଲେ ମଧ୍ୟ ଗତ ଡିସେମ୍ବର ୨୩ ତାରିଖ ସୁଦ୍ଧା ଚାଷୀମାନେ ପ୍ରଥମ ଟୋକନ ପାଇ ପାରିନାହାନ୍ତି। ସତେ ଯେମିତି ଜଣାପଡୁଛି ଜିଲ୍ଲା ପ୍ରଶାସନ ହାତରେ କୌଣସି ଅଙ୍କୁଶ ନାହିଁ।

ଧାନ ମଣ୍ଡିଗୁଡିକରୁ ଧାନ ଉଠାଇବା ପାଇଁ ନୟାଗଡ ଜିଲ୍ଲାରେ ତିନିଜଣ ମିଲରଙ୍କୁ ଅନୁମତି ମିଳିଛି। ମଣ୍ଡିଗୁଡିକରେ ୪ ରୁ ୫ ଟି ଟୋକନ ତାରିଖ ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ ଧାନ କିଣା ଯାଇ ନାହିଁ। ମିଲରମାନେ ଧାନ ମଣ୍ଡିକୁ ଆସୁ ନାହାନ୍ତି ଏବଂ କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କିଗ୍ରା ଧାନ କଟନୀ ଛଟଣୀ ପାଇଁ ଜିଦରେ ଅଟଳ ରହୁଛନ୍ତି।  ଚଳିତ ବର୍ଷ ଉତ୍ତମ ଗୁଣ ଯୁକ୍ତ ଭଲ ଧାନ ଉତ୍ପାଦନ ହୋଇଥିଲେ ମଧ୍ୟ ମିଲରମାନଙ୍କ ଏହି କଟନୀ ଛଟନୀ ନୀତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଚାଷୀମାନଙ୍କୁ ହାତୋତ୍ସାହିତ କରିଛି। ପୁଣି ଅଖା ବାଦକୁ ୧ ରୁ ୨ କିଗ୍ରା ଧାନ କାଟିବା ପାଇଁ ମଧ୍ୟ ମିଲରମାନେ କହୁଛନ୍ତି। ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ସ୍ୱାର୍ଥରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଏହି ପ୍ରେସ ମିଟ୍ ରେ ଶ୍ରୀମତୀ ପାଢ଼ୀ ଅଭିଯୋଗ କରିଥିଲେ। ଏପରିକି ମିଲରମାନେ ଚାଷୀମାନଙ୍କୁ ଧାର୍ଯ୍ୟ ତାରିଖରେ ଧାନ ନ ବିକ୍ରି କଲେ ପରେ ଆଉ ଧାନ ନିଆଯିବ ନାହିଁ ବୋଲି ଡରାଉଥିବା ଅଭିଯୋଗ ଆସୁଛି ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଗୌରାଙ୍ଗପୁର ସମବାୟ ସମିତିରେ ୧୬୮ ଜଣଙ୍କର ଟୋକନ ଆସିଥିଲା ବେଳେ ଜଣେ ଚାଷୀଙ୍କର ଧାନ ବିକ୍ରି ହୋଇ ପାରିନାହିଁ। ଚାଷୀ ଋଣରେ ଟଙ୍କା ଆଣି ଧାନ ଚାଷ କରିଥିବାରୁ ଠିକ ସମୟରେ ଠିକ ମୂଲ୍ୟରେ ଧାନ ବିକ୍ରି ନ ହୋଇ ପାଇବାରୁ ବାଧ୍ୟ ହୋଇ କମ ମୂଲ୍ୟରେ ବେପାରୀମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏପରି ହେଉଥିବା ପୂର୍ବତନ ସମବାୟ ମନ୍ତ୍ରୀ କହିଥିଲେ। ଧାନ ଏଫଏକ୍ୟୁ ମାନର ଥିବା ଯୋଗୁଁ ସମ୍ପୂର୍ଣ କଟନୀ ଛଟନୀ ବନ୍ଦ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।